Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ: ‘ସମୀକ୍ଷା’ ଖବର ପରେ ଚେତିଲା ପ୍ରଶାସନ, ଫୁଡ୍ ଷ୍ଟଲରେ କଲା ଚଢାଉ
ଆଞ୍ଚଳିକ

ବାଲୁଗାଁ: ‘ସମୀକ୍ଷା’ ଖବର ପରେ ଚେତିଲା ପ୍ରଶାସନ, ଫୁଡ୍ ଷ୍ଟଲରେ କଲା ଚଢାଉ

February 11, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାଲୁଗାଁ: 'ସମୀକ୍ଷା' ଖବର ପରେ ଚେତିଲା ପ୍ରଶାସନ, ଫୁଡ୍ ଷ୍ଟଲରେ କଲା ଚଢାଉ

ସୀତାରାମ ଅଗ୍ରୱାଲ

ଚିଲିକା: ଗତ ୯ ତାରିଖ ଦିନ ‘ସମୀକ୍ଷା’ ରେ ‘ବାଣପୁର-ବାଲୁଗାଁରେ ଅପମିଶ୍ରିତ ଖାଦ୍ୟକୁ ନେଇ ବଢୁଛି ଜନଅସନ୍ତୋଷ: ନିଦ୍ରାରେ ଖାଦ୍ୟ ଓ ସୁରକ୍ଷା ବିଭାଗ’ ନାମକ ଏକ ଖବର ପ୍ରସାରଣ କରାଯାଇଥିଲା। ତେବେ ଖବର ବାଜିବା ପରେ ଏହାର ସୁଫଳ ଦେଖିବାକୁ ମିଳିଛି। ଗତକାଲି ଅର୍ଥାତ ୧୦ ତାରିଖ ରାତିରେ ଖାଦ୍ୟ ଓ ସୁରକ୍ଷା ବିଭାଗ ପକ୍ଷରୁ ବାଣପୁର ସହରାଞ୍ଚଳରେ ରାତ୍ରିକାଳିନ ଚଢ଼ାଉ କରାଯାଇଛି ।

ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ ସିଡ଼ିଏମଓ ଡ଼ା ଆର୍ତ୍ତବନ୍ଧୁ ନାୟକଙ୍କ ନିର୍ଦେଶକ୍ରମେ ଟାଙ୍ଗୀ ଖାଦ୍ୟ ଓ ସୁରକ୍ଷା ଅଧିକାରୀ ଦେବାଶିଷ ବଳ ବାଣପୁର ର ୨୩ ଗୋଟି ଫୁଡ ଷ୍ଟଲରେ ରାତ୍ରିକାଳିନ ଚଢ଼ାଉ କରିଛନ୍ତି। ଉକ୍ତ ସମୟରେ ବିଭିନ୍ନ ଦୋକାନ ରୁ ବାସି ଖାଦ୍ୟ ଏବଂ ଖାଦ୍ୟ ରଙ୍ଗ ଜବତ କରି ନଷ୍ଟ କରିଦିଆଯାଇଛି।

ସେହିପରି ଭାବେ ୧୨ ଗୋଟି ଲାଇସେନ୍ସ ବିହୀନ ଦୋକାନୀଙ୍କୁ ୧୦ ଦିନ ଭିତରେ ଫୁଡ ଲାଇସେନ୍ସ କରିବାକୁ ନୋଟିସ ଦିଆଯାଇଛି। ଅନୁରୂପ ଭାବେ ୫ ଗୋଟି ଫୁଡ ଷ୍ଟଲ କୁ ୧୯ ଶହ ଟଙ୍କାର ଜରିମାନା ମଧ୍ୟ ପଡିଥିବାର ସିଡ଼ିଏମଓ ଶ୍ରୀ ନାୟକ ସୂଚନା ଦେଇଛନ୍ତି। ସେହିପରି ଭାବେ ଏକାଧିକ ଫୁଡ ଷ୍ଟଲରେ ମଦ ଚଢ଼ାଉ ବି କରାଯାଇଥିବା ଜଣାପଡିଛି। ପରିଶେଷରେ ସମସ୍ତ ଖାଦ୍ୟ ଦୋକାନୀଙ୍କୁ ଉନ୍ନତ ଖାଦ୍ୟ ପ୍ରସ୍ତୁତ ଏବଂ ସ୍ୱଛତା ବଜାୟ ରଖିବା ପାଇଁ ନିର୍ଦେଶ ଦିଆଯାଇଛି।

ତେବେ ଏହିପରି ଚଢ଼ାଉ ଆଗାମୀ ଦିନରେ ବାଣପୁର-ବାଲୁଗାଁ ଅଞ୍ଚଳରେ ଜୋରଦାର ହେବ ବୋଲି ଜଣାପଡିଛି। ଉକ୍ତ ଚଢ଼ାଉ କୁ ବାଣପୁର ବାସି ସ୍ୱାଗତ କରିଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏବଂ ଖାଦ୍ୟ ଓ ସୁରକ୍ଷା ଅଧିକାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଚିଲିକା-ବାଲୁଗାଁ ବାଲୁଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

ଚ଼ିଲିକା ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କଲେ ଆଇନ ମନ୍ତ୍ରୀ

September 18, 2026

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସରେ ବାଣପୁର ନଗର ମଣ୍ଡଳ ବିଜେପି ପକ୍ଷରୁ ଦୀପଦାନ

September 17, 2026

ବାଣପୁର: ଶ୍ରୀନିବାସପୁର ଶାସନରେ ପରିବେଷଣ ହେଲା “ଗଣେଶ ଗୀତିନାଟ୍ୟ”

September 17, 2026

ସମ୍ ଲାଇଫ୍‌ସାଇସେନ୍ସ ଓ ସୋଆ ଏନ୍‌ଏସ୍‌ଏସ୍ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

September 16, 2026
Latest News

୧୪ ବରିଷ୍ଠ ଓଏଏସ୍ ସ୍ୱତନ୍ତ୍ର ଶାସନ ସଚିବ ପାହ୍ୟାକୁ ପଦୋନ୍ନତି

September 18, 2026

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବାଇକକୁ ଧକ୍କା ଦେଇ ନାଳକୁ ଖସିଲା ବୋଲେରୋ, ବାପ-ପୁଅ ଓ ନାତିଙ୍କ ମୃତ୍ୟୁ

September 18, 2026

ବିଜେପି ସରକାର ଆସିବା ପରେ ରାଜ୍ୟକୁ ଛୁଟୁଛି ନିବେଶର ସୁଅ

September 18, 2026

ପୂର୍ବତଟ ରେଳପଥର ସ୍ୱଚ୍ଛତା ହିଁ ସେବା- ୨୦୨୬ ଅଭିଯାନ ଆରମ୍ଭ

September 18, 2026

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ

September 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.