Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ମରଣଜନ୍ତା ପାଲଟିଛି ଶାଳିଆ ଡ୍ୟାମ ମୁଖ୍ୟ ରାସ୍ତା, ଅଭିଯୋଗକୁ ଗୁରୁତ୍ୱ ଦେଉନି ପ୍ରଶାସନ
ଆଞ୍ଚଳିକ

ମରଣଜନ୍ତା ପାଲଟିଛି ଶାଳିଆ ଡ୍ୟାମ ମୁଖ୍ୟ ରାସ୍ତା, ଅଭିଯୋଗକୁ ଗୁରୁତ୍ୱ ଦେଉନି ପ୍ରଶାସନ

May 10, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ଦାମିଆ ବରବରା ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବରେ ପରିଚିତ। ଉକ୍ତ ପଞ୍ଚାୟତ ଅଧୀନରେ ବାଣପୁରର ମୁଖ୍ୟ ପର୍ଯ୍ୟଟନସ୍ଥଳୀ ଶାଳିଆ ଡ୍ୟାମ ସହ ଏସିଆ ମହାଦେଶର ସର୍ବବୃହତ ଶାଗୁଆନ ଜଙ୍ଗଲ ବରବରା ଜଙ୍ଗଲ ମଧ୍ୟ ଅଛି। ଏହି ଅଞ୍ଚଳକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ବହୁ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି। ବାଣପୁର ସହର ଠାରୁ ଦମିଆ ବରବରା ୨୦କି.ମି ଦୂର ହୋଇଥିବାରୁ ଯୋଗାଯୋଗ କରିବାର ମୁଖ୍ୟ ମାଧ୍ୟମ ହେଉଛି ଏହି ରାସ୍ତା।

ଡ୍ୟାମ ତଳ ଅଞ୍ଚଳରୁ କେନାଲ ଉପରେ ଜଳସେଚନ ବିଭାଗର ମଧ୍ୟ ଏକ ରାସ୍ତା ଅବସ୍ତିତ।  ବାଣପୁରରୁ ପ୍ରତାପ ଗଲାପରେ ଉପର ରାସ୍ତା ଓ କେନାଲ ରାସ୍ତା ଦୁଇଟି ରାସ୍ତା ଉକ୍ତ ପଞ୍ଚାୟତକୁ ସଂଯୋଗ କରୁଛି। ଏହି ରାସ୍ତା ଉପରେ ପ୍ରତିଦିନ ହଜାର ହଜାର ଲୋକ ଗମନାଗମନ କରନ୍ତି ଏବଂ ତା ସହିତ ଏହି ରାସ୍ତା ଗଞ୍ଜାମ ଜିଲ୍ଲାକୁ ମଧ୍ୟ ସଂଯୋଗ କରୁଛି।

କିନ୍ତୁ ବିଗତ କିଛି ବର୍ଷ ହେବ ଏହି ରାସ୍ତା ଖରାପ ହେବା କାରଣରୁ ମରଣଯନ୍ତା ପାଲଟି ଯାଇଛି। ପ୍ରତିଦିନ ଏହି ରାସ୍ତାରେ ମଧ୍ୟ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ଦାମିଆ ଅଞ୍ଚଳର ଲୋକମାନେ ସରକାରୀ କାମ ହେଉ ବା ଡାକ୍ତରଖାନା ହେଉ ତାହାର ଉପଯୋଗ ପାଇଁ ପ୍ରତିଦିନ ଏହି ରାସ୍ତା ଉପରେ ନିର୍ଭରଶୀଳ। ବିଭିନ୍ନ ସମୟରେ ବିଭାଗୀୟ ଅଧିକାରୀ ମାନଙ୍କୁ ଏହି ରାସ୍ତା ମରାମତି କରିବା ନିମନ୍ତେ ସାଧାରଣ ଲୋକ, ଜନପ୍ରତିନିଧି, ସାମ୍ବାଦିକ ଏବଂ ବୁଦ୍ଧିଜିବୀମାନଙ୍କ ଦ୍ଵାରା ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କିଛି ବି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ।

ବର୍ତ୍ତମାନ ଉକ୍ତ ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ବେଳେ ଏହାର କିଛି ଅଂଶ ଜଙ୍ଗଲ ବିଭାଗ ଅଧୀନରେ ଅଛି। ତେବେ ଉଭୟ ବିଭାଗ ମଧ୍ୟରେ କିଛି ସରକାରୀ ସମସ୍ୟା ଉପୁଜିଥିବା ହେତୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଏହାର ମରାମତି କାର୍ଯ୍ୟ କରିପାରୁନାହିଁ।  ଯାହାଫଳରେ ପ୍ରତିଦିନ ହଜାର ହଜାର ଜନସାଧାରଣ ହଇରାଣ ହେଉଛନ୍ତି। ନିକଟରେ ସରକାର ଶାଳିଆ ଡ୍ୟାମକୁ ଇକୋ ଟୁରିଜିମ ଯୋଜନାରେ ଅନ୍ତର୍ଭୁକ୍ତ କରିଥିବା ବେଳେ ଏଠାକୁ ଯିବା ପାଇଁ ଉନ୍ନତ ସଡ଼କ ନଥିବା ସରକାରଙ୍କ ଉନ୍ନୟନ ଯୋଜନାର ଅସଲ ମୁଖା ଖୋଲୁଛି।

ତେବେ ପୁର୍ବରୁ ଏ ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ଏକାଧିକ ଅଭିଯୋଗ କରାଯାଇଥିଲେ ସୁଦ୍ଧା କିଛି ସୁଫଳ ମିଳିନାହିଁ। ଏପରିକି ନିକଟରେ ଖୋର୍ଦ୍ଧା ଗଞ୍ଜାମ ଜିଲ୍ଲା ସୀମାନ୍ତ ବାସିନ୍ଦା ଉକ୍ତ ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି। ତେବେ ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ଉଭୟ ବିଭାଗ ମଧ୍ୟରେ ଉପୁଜିଥିବା ସମସ୍ୟାର ସମାଧାନ ପ୍ରକ୍ରିୟା ଜାରି ରହିଛି ବୋଲି କହିଛନ୍ତି।  ତେବେ ଦେଖାଯାଉ ସରକାର କେବେ ଉକ୍ତ ରାସ୍ତାର ମରାମତି ପ୍ରତି ଦୃଷ୍ଟି ଦେଉଛନ୍ତି।

ଦାମିଆ ବରବରା ବାଣପୁର ବ୍ଲକ
Share. Facebook Twitter LinkedIn Email WhatsApp Copy Link

Related Posts

ତୋରସିଂହ ଗ୍ରାମପଞ୍ଚାୟତର କାର୍ଯ୍ୟାଳୟ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମନ୍ତ୍ରୀ ଓ ସାଂସଦ

September 9, 2026

ବାଣପୁର: ବ୍ଲକ ସ୍ତରୀୟ ଇଣ୍ଡୋର ସ୍ପୋର୍ଟ୍ସ ଉଦଯାପିତ

September 9, 2026

ବାଣପୁରରେ ସାକ୍ଷରତା ଦିବସ ଉପଲକ୍ଷେ ୩୫ ଜଣ ସମ୍ମାନିତ

September 9, 2026

ବାଣପୁର: ବ୍ଲକ୍ ସ୍ତରୀୟ ଚକ୍ଷୁ ଚିକିତ୍ସା ତାଲିମ୍ ଶିବିର ଉଦଯାପିତ

September 9, 2026
Latest News

ଘରକୁ ମହକାଉଛି, ହେଲେ ଶରୀର ପାଇଁ ବିପଦ ଡାକୁନି ତ ରୁମ୍ ଫ୍ରେଶନର?

September 11, 2026

ଭାରତର GDP ଅଭିବୃଦ୍ଧିରେ IMF ଆଶ୍ଚର୍ଯ୍ୟ: ଜାଣନ୍ତୁ କ’ଣ କହିଲେ ମୁଖପାତ୍ର?

September 11, 2026

ଓଡିଶାକୁ ଆସିଲା ୮,୪୧୭ କୋଟି ଟଙ୍କାର ନିବେଶ ପ୍ରସ୍ତାବ,୧୪,୩୧୦ ନିଯୁକ୍ତି ସମ୍ଭାବନା

September 11, 2026

ବୋଲେରୋକୁ ପିଟିଲା ଆଇଚର: ୮ ମୃତ

September 11, 2026

ଆଜିଠୁ ଲଗାତାର ୪ ଦିନ ବ୍ୟାଙ୍କ ବନ୍ଦ!: ଜାଣନ୍ତୁ କେଉଁ ସେବା ଚାଲିବ, କିପରି କରିବେ ଟଙ୍କା କାରବାର?

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.