Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଗୋଦାବରୀଶ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବ: ଯୋଗ ଦେଲେନି ୭୦ ପ୍ରତିଶତ ଅତିଥି
ଆଞ୍ଚଳିକ

ଗୋଦାବରୀଶ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବ: ଯୋଗ ଦେଲେନି ୭୦ ପ୍ରତିଶତ ଅତିଥି

July 26, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସିତରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ତଥା ଓଡ଼ିଶାର ଯୋଗଜନ୍ମା ମହାପୁରୁଷ ତଥା ପଞ୍ଚସଖାର ଅନ୍ୟତମ ବ୍ୟକ୍ତିତ୍ୱ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ୬୭ ତମ ଶ୍ରାଦ୍ଧ ଦିବସ ଏବଂ ତାଙ୍କରି ନାମରେ ନାମିତ ଶିକ୍ଷାନୁଷ୍ଠାନ ଗୋଦାବରୀଶ ମହାବିଦ୍ୟାଳୟର ୬୦ ତମ ପ୍ରତିଷ୍ଠା ଦିବସ ତଥା ହୀରକ ଜୟନ୍ତୀ ଉତ୍ସବ ମହାବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଥମେ ଗୋଦାବରୀଶ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତେବେ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବ ଜେନତେଣ ପ୍ରକାରରେ ସମ୍ପାଦନ କରାଯାଇଥିବାରୁ ପୁରାତନ ଛାତ୍ରଛାତ୍ରୀଙ୍କ ସମେତ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।

ପ୍ରକାଶ ଥାଉକି ହୀରକ ଜୟନ୍ତୀ ପାଳନ କରିବା ପୁରାତନ ଛାତ୍ର ସଂଘର କର୍ତ୍ତବ୍ୟ। ଏହାକୁ ଆଖି ଆଗରେ ରଖି ଅଧ୍ୟକ୍ଷ ପ୍ରଫେସର ବିନାୟକ ହୋତା ବହୁଦିନ ପୂର୍ବରୁ ପୁରାତନ ଛାତ୍ରଛାତ୍ରୀ ମାନଙ୍କର ଘନ ଘନ ବୈଠକ ଡାକି କର୍ମକର୍ତ୍ତା ଚୟନ କାର୍ଯ୍ୟ ସାରିଥିଲେ।  ଯେଉଁଥିରେ ପୂର୍ବତନ ମନ୍ତ୍ରୀ ଡ଼ା ଦେବେନ୍ଦ୍ରନାଥ ମାନସିଂହଙ୍କୁ ସଭାପତି ଭାବରେ ଚୟନ କରାଯାଇଥିଲା। ଏବଂ ପୁରାତନ ଛାତ୍ରସଂଘର ବୈଠକରେ ହୀରକ ଜୟନ୍ତୀକୁ ଖୁବ ଧୂମଧାମରେ ପାଳିତ ହେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

କିନ୍ତୁ ଚଳିତ ଉତ୍ସବ ଶ୍ରୀ ମାନସିଂହଙ୍କ ସଭାପତିତ୍ୱରେ ନିର୍ବାହ ହୋଇଥିବାବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ବାଣପୁର ଏନସି ଅଧ୍ୟକ୍ଷ ମିଟୁ ନାୟକ, ଅବସରପ୍ରାପ୍ତ ଆଇଏଫଏସ ଅଧିକାରୀ ଆଶୁତୋଷ ସାମନ୍ତସିଂହାର, କଲେଜ ପରିଚାଳନା କମିଟି ସଭାପତି ବିଜୟା ବନ୍ଦନା ରାଉତରାୟ, ସାଂସଦ ପ୍ରତିନିଧି ମାନସ ରଞ୍ଜନ ପ୍ରଧାନ, ବିଡ଼ିଓ ଶୀତଲ ଅଗ୍ରୱାଲ, ଅତିରିକ୍ତ ତହସିଲଦାର ସାହୀନ ନାଜ, ପୂର୍ବତନ ଗୋଦାବରୀଶ ମହାବିଦ୍ୟାଳୟ ଅଧ୍ୟକ୍ଷ ନୃସିଂହ ଚରଣ ପ୍ରାଧନ ଏବଂ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ବିନାୟକ ହୋତା ଯୋଗ ଦେଇଥିଲେ।

ମନ୍ତ୍ରୀ ଶ୍ରୀ ନାୟକ ଗୋଦାବରୀଶ ମିଶ୍ରଙ୍କ ଜୀବନୀ ଉପସ୍ଥାପନ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ।

ତେବେ ହୀରକ ଜୟନ୍ତୀ ନିମନ୍ତ୍ରଣ ପତ୍ରରେ ଉଲ୍ଲେଖ ଥିବା ସତୁରି ପ୍ରତିଶତ ଅତିଥି ମାନେ ଉକ୍ତ ଉତ୍ସବକୁ ଆସିନଥିବା ଦେଖିବାକୁ ମିଳିଛି ଯାହାକି ଚର୍ଚ୍ଚାର ବିଷୟ ପାଲଟିଛି। ଅନୁରୂପ ଭାବେ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଏବଂ ପୁରାତନ ଛାତ୍ରଛାତ୍ରୀମାନଙ୍କ ନିକଟରେ ମହାବିଦ୍ୟାଳୟ ପକ୍ଷରୁ ସଠିକ ନିମନ୍ତ୍ରଣ ପହଞ୍ଚିନଥିବାରୁ ସେମାନେ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇପାରିନଥିବା ଦୁଃଖର ସହ କହିଛନ୍ତି।

ଏପରିକି ମହାବିଦ୍ୟାଳୟ ହୀରକ ଜୟନ୍ତୀ ନିମନ୍ତ୍ରଣ ପତ୍ର ପୂର୍ବ ଦିନ ବିଳମ୍ବିତ ସନ୍ଧ୍ୟାରେ ଛପାଯାଇଥିବା ବେଳେ ଏକାଧିକ ବ୍ୟକ୍ତି ବିଶେଷଙ୍କ ପାଖେ ତାହା ପହଞ୍ଚିନଥିବା ଆଲୋଚନା ହେଉଛି।

ତେବେ ଆଜିର ଉକ୍ତ ସମାରୋହ ବହୁ ଅବ୍ୟବସ୍ଥା ଦେଇ ଗତି କରିଥିବା ବେଳେ ମହାବିଦ୍ୟାଳୟ ଆଲୁମିନି କମିଟି ଯୁଦ୍ଧକାଳୀନ ଭିତ୍ତିରେ ଏହାକୁ ସମ୍ପାଦନ କରିଛି। ତେବେ ମହାବିଦ୍ୟାଳୟ ପରିଚାଳନା କମିଟି ଓ ଆଲୁମିନି କମିଟି ମଧ୍ୟରେ ଉପୁଜିଥିବା ବିବାଦ ଯୋଗୁଁ ଏହିଭଳି ଅବସ୍ଥାରେ ଉକ୍ତ ହୀରକ ଜୟନ୍ତୀ ଉତ୍ସବ ପାଳିତ ହୋଇଥିବାର ଚର୍ଚ୍ଚା ହେଉଛି।

ଓଡିଶା ପଞ୍ଚସଖା ପଣ୍ଡିତ ଗୋଦାବରୀଶ ମିଶ୍ର ବାଣପୁର ହୀରକ ଜୟନ୍ତୀ ଉତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁରରେ ଆରଏସଏସ ଓ ଏବିଭିପି ପକ୍ଷରୁ ରଥଯାତ୍ରା ସେବା କାର୍ଯ୍ୟ

July 16, 2026

ଓଡ଼ିଶାର ଆଇଆଇଏସ୍ ଅଧିକାରୀଙ୍କ ପାଇଁ କର୍ମଶାଳା

July 16, 2026

ଓଡ଼ିଶା ଏବଂ ଝାଡ଼ଖଣ୍ଡର ୪ଟି ଜିଲ୍ଲା ପାଇଁ ୨ଟି ରେଳଲାଇନ ପ୍ରଶସ୍ତିକରଣ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରି

July 15, 2026

ବାଣପୁର: ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୂଣ୍ୟତିଥିରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

July 14, 2026
Latest News

ବାଣପୁରରେ ଆରଏସଏସ ଓ ଏବିଭିପି ପକ୍ଷରୁ ରଥଯାତ୍ରା ସେବା କାର୍ଯ୍ୟ

July 16, 2026

ରଥଯାତ୍ରାରେ ପ୍ରବଳ ଭିଡ, ଠେଲାପେଲାରେ ଜଣେ ମୃତ, ଶତାଧିକ ଅସୁସ୍ଥ

July 16, 2026

ପାରଳାଖେମୁଣ୍ଡି ରେଳ ଷ୍ଟେସନର ନବକଳେବର: ଆସନ୍ତାକାଲି ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

July 16, 2026

ତାଳଚେର ଅମୃତ ଭାରତ ଷ୍ଟେସନ: ଆଧୁନିକତା ଏବଂ ପରମ୍ପରାର ମିଳନ

July 16, 2026

ଘିଡିଘିଡି ନାଦରେ ଗଡିଲା ରଥ,ଘଣ୍ଟାଏ ବିଳମ୍ବରେ ଆରମ୍ଭ ହେଲା ରଥଟଣା, ବର୍ଷା ସତ୍ବେ ବଡଦାଣ୍ଡ ଲୋକାରଣ୍ୟ

July 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.