Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: କୁମାରାଙ୍ଗ ପଞ୍ଚାୟତରେ ‘ଆମ ଓଡିଶା ନବୀନ ଓଡିଶା’ ର ଶୁଭାରମ୍ଭ
ଆଞ୍ଚଳିକ

ବାଣପୁର: କୁମାରାଙ୍ଗ ପଞ୍ଚାୟତରେ ‘ଆମ ଓଡିଶା ନବୀନ ଓଡିଶା’ ର ଶୁଭାରମ୍ଭ

February 9, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ନୂଆ-ଓ ଜରିଆରେ ଆମ ଓଡିଶା ନବୀନ ଓଡିଶା ଅଧୀନ ଉନ୍ନତିମୂଳକ କାର୍ଯ୍ୟ ଏବଂ ଜନହିତକର ଯୋଜନାର ସଫଳ ରୂପାୟନକୁ ଜନସାଧାରଣଙ୍କ ଅବଗତି ନିମନ୍ତେ ପ୍ରତି ପଞ୍ଚାୟତରେ ସଚେତନତା ଶିବିର ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏହି ପରିପ୍ରେକ୍ଷୀରେ ବାଣପୁର ବ୍ଲକର ପ୍ରତ୍ୟେକ ପଞ୍ଚାୟତରେ ଉକ୍ତ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଥିବା ବେଳେ କୁମାରାଙ୍ଗ ପଞ୍ଚାୟତରେ ଆଜି ଏହାର ଶୁଭାରମ୍ଭ କରାଯାଇଛି।

କୁମାରାଙ୍ଗ ପଞ୍ଚାୟତର ଝୀଂଟିକାପଲ୍ଲୀ ମା’ ତାରିଣୀଙ୍କ ପୀଠରେ ପଞ୍ଚାୟତର ପ୍ରାୟ ଦୁଇହଜାରରୁ ଅଧିକ ମହିଳା ଓ ପୁରୁଷଙ୍କୁ ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସରପଞ୍ଚ ସରୋଜିନୀ ପ୍ରଧାନଙ୍କ ତତ୍ୱାବଧାନରେ ହୋଇଥିବା ସଚେତନତା ଶିବିରରେ ମୁଖ୍ୟ ଅତିଥି ଭାବେ ବାଣପୁର ବିଡ଼ିଓ ଶୀତଲ ଅଗ୍ରୱାଲ, ସମ୍ମାନିତ ଅତିଥି ଭାବେ ପୂର୍ବତନ ସରପଞ୍ଚ ମନୋଜ ପ୍ରଧାନ, ସମିତି ସଭ୍ୟା ଝୁନା ପଲେଇ, ନାଏବ ସରପଞ୍ଚ ବୋତକେଶ ମହାପାତ୍ର ଯୋଗଦେଇ ଅନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମରେ ଉଦଘାଟନ କରିଥିଲେ।

ସଭାସ୍ଥଳ ନିକଟରେ ସ୍ୱାସ୍ଥ୍ୟ, କୃଷି, ମସ୍ଚ୍ୟ ଓ ପଶୁ ସମ୍ପଦ, ଭଳି ବିଭିନ୍ନ ବିଭାଗ ତରଫରୁ ଷ୍ଟଲ ଖୋଲାଯାଇ ସରକାରଙ୍କ ଯୋଜନା ଗୁଡିକୁ ପ୍ରଦର୍ଶିତ କରିବା ସହ ଲୋକମାନଙ୍କୁ ଅବଗତ କରାଯାଇଥିଲା। ସଭାସ୍ଥଳରେ ପାଲା, ସମ୍ବଲପୁରୀ ଓ ସଂକୀର୍ତ୍ତନ ମେଳ ମାଧ୍ୟମରେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଜନସାଧାରଣଙ୍କ ହିତ ନିମିତ୍ତ କାର୍ଯ୍ୟକାରୀ ହେଉଥିବା ଯୋଜନା ଗୁଡିକୁ ଉପସ୍ଥିତ ହଜାର ହଜାର ଲୋକମାନଙ୍କୁ ସଚେତନ କରାଯାଇଥିଲା।

ଆମ ଓଡିଶା ନବୀନ ଓଡିଶା ମାଧ୍ୟମରେ ପ୍ରତି ପଞ୍ଚାୟତକୁ ଦିଆଯାଇଥିବା ୫୦ଲକ୍ଷର ଅନୁଦାନ ଦ୍ୱାରା ପଞ୍ଚାୟତର ବହୁ ଉନ୍ନତି ସାଧିତ ହୋଇଥିବା ସାଧାରଣ ସମ୍ପାଦକ ମନୋଜ ପ୍ରଧାନ ପ୍ରକାଶ କରିଥିଲେ।

ଆଜି ପଞ୍ଚାୟତର ଯେଉଁ ବିକାଶ ଚାଲିଛି ତାହା କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନଙ୍କ ପାଇଁ ସମ୍ଭବ ହୋଇଛି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳା ମାନେ ଆଜି ନିଜେ ସ୍ୱାବଲମ୍ବୀ ହୋଇ ପାରିଛନ୍ତି ବୋଲି ସରପଞ୍ଚ ଶ୍ରୀମତୀ ପ୍ରଧାନ ମତବ୍ୟକ୍ତ କରିଥିଲେ। ପରିଶେଷରେ ସରାକରଙ୍କ ଯୋଜନାକୁ ପ୍ରଚାର ଓ ପ୍ରସାର କରୁଥିବା କଳାକାର ମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଆମ ଓଡିଶା ନବୀନ ଓଡ଼ିଶା କୁମାରାଙ୍ଗ ପଞ୍ଚାୟତ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ଓଡ଼ିଶାରେ ଗାଣପତ୍ୟ ଉପାସନା ଓ ଶ୍ରୀଜଗନ୍ନାଥ ସଂସ୍କୃତି ଆଲୋଚନା ଚକ୍ର

September 15, 2026

ବାଣପୁର: ଭଲ ଅମଳ ପାଇଁ ମା’ଙ୍କ ନିକଟରୁ ଆଜ୍ଞାମାଳ ଗ୍ରହଣ କଲେ ଶତାଧିକ କୃଷକ

September 14, 2026

ରଣପୁରରେ ଧୁମଧାମରେ ୭୭ତମ ବିଘ୍ନ ବିନାୟକ ଶ୍ରୀଗଣେଶ ପୂଜା ମହୋତ୍ସବ

September 14, 2026

କୁକୁଡାଖଣ୍ଡି ବ୍ଲକରେ ତୃତୀୟ ମାସିକ କ୍ଲଷ୍ଟର ବୈଠକ

September 12, 2026
Latest News

ଫେଷ୍ଟିଭାଲ୍‌ରେ ଲାଉଡ୍ ସାଉଣ୍ଡ! କାନ ସହ ହୃଦୟ ଉପରେ ବି ପଡ଼ିପାରେ ପ୍ରଭାବ

September 16, 2026

ବ୍ରିକ-ଆଇଏଲ୍‌ଏସ୍‌ ପରିଦର୍ଶନ କଲେ ଚଣ୍ଡିଗଡ଼ ଗଣଧ୍ୟାମ ପ୍ରତିନିଧି ଦଳ

September 16, 2026

ସେପ୍ଟେମ୍ବର ୧୮ରେ ହକି ଇଣ୍ଡିଆର ଜରୁରୀ ବୈଠକ

September 16, 2026

ଟ୍ରେନ୍ ଧକ୍କାରେ ଭାରତୀୟ ବଂଶୋଦ୍ଭବ ଯୁବତୀ ଓ ନେପାଳୀ ପୁରୁଷ ବନ୍ଧୁଙ୍କ ମୃତ୍ୟୁ

September 16, 2026

UPI ପେମେଣ୍ଟରେ ଲାଗିବ ₹୫! କେଉଁଠି କେତେ ଚାର୍ଜ, ଜାଣନ୍ତୁ ପୂରା ହିସାବ

September 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.