ମହାଶିବରାତ୍ରି ପାଇଁ ବିଭିନ୍ନ ଶୈବ ପୀଠ ଚଳଚଞ୍ଚଳ, ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼

Published: Mar 8, 2024, 8:57 pm IST

ରଣପୁର: ମହାଶିବରାତ୍ରି ପାଇଁ ଚଳଚଞ୍ଚଳ ହୋଇ ଉଠିଛି ରଣପୁରର ବିଭିନ୍ନ ଶୈବ ମନ୍ଦିର।  ବିଭିନ୍ନ ଶୈବ ପୀଠରେ ଚଳିତ ବର୍ଷ ହଜାର ହଜାର ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ରଣପୁରର ବାବା ସ୍ଵପ୍ନେଶ୍ଵର ମନ୍ଦିର, ବାବୁ ଚଣ୍ଡେଶ୍ୱର ମନ୍ଦିର, ବାବା ଆଖଣ୍ଡଳମଣି ମନ୍ଦିର, ବାବା ବାଲୁଙ୍କେଶ୍ୱର ମନ୍ଦିର, ମଝିଆଖଣ୍ଡ କମଳେଶ୍ଵର ମନ୍ଦିର, ପୁରୁଣାବସନ୍ତ ବାଲୁକଙ୍କେଶ୍ୱର ମନ୍ଦିର, ବଜ୍ରକୋଟ ବାଲୁଙ୍କେଶ୍ୱର ଦେବ ମନ୍ଦିର ସମେତ ସମସ୍ତ ଶୈବ ମନ୍ଦିରରେ ଜାଗର ଯାତ୍ରା ଧୁମଧାମର ସହ ପାଳିତ ହୋଇ ଯାଇଛି। ରାତି ୧୨ଟାରେ ମନ୍ଦିରଗୁଡିକରେ ଦୀପ ଉଠିବ।

ଏହି ଅବସରରେ ସକାଳୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ ବିଭିନ୍ନ ଶୈବ ମନ୍ଦିରରେ ହଜାର ହଜାର ଭକ୍ତଙ୍କ ଲମ୍ବା ଧାଡି ଲାଗିରହିଥିବା ଦେଖିବାକୁ ମିଳିଥିଲା। ସନ୍ଧ୍ୟା ସମୟରେ ସମସ୍ତ ମନ୍ଦିରରେ ଭକ୍ତମାନେ ନିଷ୍ଠାର ସହ ଦୀପ ଜାଳି ପ୍ରଭୁ ନୀଳକଣ୍ଠଙ୍କୁ ଧ୍ୟାନ କରିବା ସହ ନିଜର ମନ ସ୍କାମନା ପୂରଣ ପାଇଁ ପାର୍ଥନା କରିଥିଲେ। ମନ୍ଦିରଗୁଡିକରେ ନାମ ସଂକୀର୍ତ୍ତନ ସହ ଭଜନ କୀର୍ତ୍ତନ ଚାଲିଥିଲା। ଭକ୍ତମାନଙ୍କ ପାଇଁ ବିଭିନ୍ନ ସ୍ଥାନରେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା।

Related posts