Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ: ମନ୍ଦିର ପରିଚାଳନା ବିବାଦକୁ ନେଇ ଦୁଇ ଗ୍ରାମ ମଧ୍ୟରେ ସଂଘର୍ଷ, ୮ରୁ ଉର୍ଦ୍ଧ୍ଵ ଆହତ
ଆଞ୍ଚଳିକ

ବାଲୁଗାଁ: ମନ୍ଦିର ପରିଚାଳନା ବିବାଦକୁ ନେଇ ଦୁଇ ଗ୍ରାମ ମଧ୍ୟରେ ସଂଘର୍ଷ, ୮ରୁ ଉର୍ଦ୍ଧ୍ଵ ଆହତ

March 9, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ (ସୀତାରାମ ଅଗ୍ରୱାଲ): ରାଜ୍ୟବ୍ୟାପୀ ଶୈବପୀଠ ମାନଙ୍କରେ ବହୁ ଧୁମଧାମରେ ମହାଶିବରାତ୍ରି ପାଳନ କରାଯାଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ କୋତରୀ ଗ୍ରାମ ମୌଜା ଶ୍ରୀ ଶ୍ରୀ ଧବଳେଶ୍ବର ଦେବଙ୍କ ପୀଠରେ ମନ୍ଦିର ବିବାଦକୁ ନେଇ ପବିତ୍ର ଜାଗର ଯାତ୍ରାରେ ଦୁଇ ଗୋଷ୍ଠୀ ମଧ୍ୟରେ ତୁମୁଳ କାଣ୍ଡ ଦେଖିବାକୁ ମିଳିଛି। ଉକ୍ତ ଘଟଣାରେ ଉଭୟ ଗୋଷ୍ଠୀ ମଧ୍ୟରୁ ୮ ଜଣରୁ ଉର୍ଦ୍ଧ୍ବ ପୁରୁଷ ଆହତ ହୋଇଥିବା ବେଳେ ବିଶୃଙ୍ଖଳାକାରୀ ୧୦-୧୨ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଥିବା ପୋଲିସ ସୂଚନା ଦେଇଛି।

ଖବର ମୁତାବକ ବାଲୁଗାଁ ଥାନା ଅନ୍ତର୍ଗତ କୋତରୀ ଗ୍ରାମ ମୌଜା ସ୍ଥିତ ଶ୍ରୀ ଶ୍ରୀ ଧବଳେଶ୍ବର ଦେବଙ୍କ ପୀଠରେ ବାର ମାସରେ ତେର ଯାନିଯାତ୍ରା କୋତରୀ ଓ ଧୂଆଁଳ ଗ୍ରାମବାସୀ ମିଳିତ ଭାବେ କରିଆସୁଥିଲେ ମଧ୍ୟ ସଦାସର୍ବଦା ମନ୍ଦିର ପରିଚାଳନା ନେଇ ବିବାଦ ଲାଗିରହିଥିଲା। କୋତରୀ ମୌଜାରେ ମନ୍ଦିର ଥିବାରୁ ଶ୍ରୀ ଧବଳେଶ୍ବର ଦେବଙ୍କୁ ବିଜେ କୋତରୀ ସାର୍ବଜନୀନ କରିବା ନେଇ ଦାବି ହୋଇଆସୁଥିଲା। ଗତ ଫେବ୍ରୁଆରୀ ମାସରେ ଉକ୍ତ ପୀଠରେ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ନେଇ ଉଭୟ ଗ୍ରାମ ମଧ୍ୟରେ ମତାନ୍ତର ସାଙ୍ଗକୁ ତିକ୍ତତା ଲାଗିରହିଥିଲା। ଯାହାକୁ ନେଇ ଚିଲିକା ତହସିଲଦାର ଓ ବାଲୁଗାଁ ଥାନା ହସ୍ତକ୍ଷେପ ପରେ ଉଭୟ ଗ୍ରାମ କମିଟି ସଦସ୍ୟଙ୍କ ଉପସ୍ଥିତରେ ସମସ୍ୟା ସମାଧାନ ସହ ଶାନ୍ତିଶୃଙ୍ଖଳାରେ ଯଜ୍ଞ ସମାପନ ହୋଇଥିଲା। ମାତ୍ର କାହିଁ ପରମ୍ପରା ଅନୁଯାୟୀ ଧୂଆଁଳ ଗ୍ରାମବାସୀଙ୍କ ପକ୍ଷରୁ ଶ୍ରୀ ଶ୍ରୀ ଧବଳେଶ୍ବର ଦେବଙ୍କ ପୀଠରେ ସମସ୍ତ ଯାନିଯାତ୍ରା ସହ ମହାଶିବରାତ୍ରି ଆୟୋଜନ କରିଆସୁଥିବା ବେଳେ କୋତରୀ ଗ୍ରାମବାସୀ ଏହାକୁ ବିରୋଧ କରିବାସହ ଜାଗର ଯାତ୍ରାରେ ଆମ୍ଭ ଗ୍ରାମର ଠାକୁର ତେଣୁ ଆମର ମଧ୍ୟ କର୍ତ୍ତବ୍ୟ ରହିଛି ବୋଲି ଯୁକ୍ତି ବାଢିଥିଲେ। ଯାହାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ବାକବିବାଦ ଲାଗିରହିବା ବେଳେ କ୍ରମଶଃ ଉଗ୍ରରୂପ ଧାରଣ କରି ହାତାହାତି ହୋଇଥିଲା।

ଯାହାଫଳରେ ଶୈବପୀଠ ପରିବେଶ ଧାର୍ମିକସ୍ଥଳ ପରିବର୍ତ୍ତେ ରଣକ୍ଷେତ୍ର ପାଲଟିଥିଲା। ଯିଏ ଯେମିତି ପାରିଲା ଆକ୍ରମଣ କରିଥିଲେ। ଉକ୍ତ ଘଟଣାରେ ୮ ଜଣରୁ ଉର୍ଦ୍ଧ୍ବ ବ୍ୟକ୍ତି ଆହତ ହୋଇଥିବା ଜଣାପଡିଛି। ଘଟଣାସ୍ଥଳରେ ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ଓ ଆଇଆଇସି ଜୟ ପ୍ରକାଶ ପରିଡା ସଦଳବଳେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରି ବ୍ୟାପକ ଫୋର୍ସ ମୁତୟନ କରାଯାଇଛି। ପରମ୍ପରା ଅନୁଯାୟୀ ଠାକୁରଙ୍କ ନୀତିକାନ୍ତି ପୂଜାର୍ଚ୍ଚନା ସମ୍ପନ୍ନ ନିମନ୍ତେ ପୋଲିସ ପ୍ରଶାସନ ପକ୍ଷରୁ ମନ୍ଦିର ପରିଚାଳନା କମିଟିକୁ ନିର୍ଦ୍ଦେଶ ଦେଇଥିଲେ।

ଉକ୍ତ ଘଟଣା ନେଇ ଉଭୟ ଗ୍ରାମବାସୀଙ୍କ ପକ୍ଷରୁ ବାଲୁଗାଁ ଥାନାରେ ଗତକାଲି ବିଳମ୍ବିତ ରାତିରେ ଏତଲା ଦିଆଯାଇଛି। ଏତଲାକୁ ଭିତ୍ତି କରି ବାଲୁଗାଁ ଥାନା ପକ୍ଷରୁ ଆଜି କେଶ ନଂ ୯୫/୨୪ ଓ ୯୬/୨୪ ରେ ଗୋଷ୍ଠୀ ସଂଘର୍ଷକାରୀ ୧୦ ରୁ ୧୨ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିବା ସହ ଉଭୟ ଗ୍ରାମ ଉପରେ ତୀକ୍ଷ୍ଣ ନଜର ରଖାଯାଇଥିବା ଆଇଆଇସି ଶ୍ରୀ ପରିଡା କହିଛନ୍ତି। ତେବେ ଗିରଫ ଭୟରେ ଉଭୟ ଗ୍ରାମ ପୁରୁଷଶୁନ୍ୟ ହୋଇଥିବା ଜଣାପଡିଛି।

ବାଲୁଗାଁ ମହାଶିବରାତ୍ରି ଶୈବପୀଠ
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁର ବ୍ଲକରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଣପୁର ଓ ବାଲୁଗାଁରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ଶ୍ରୀ ମହିଳା ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଲୁଗାଁ ମହାବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

June 20, 2026
Latest News

“ଶାନ୍ତି ଦୂତ”ର ଖୋଲିବ ମୁଖା: ପାକିସ୍ତାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଭାରତର ବଡ଼ ଯୋଜନା

June 30, 2026

ଅନୁଗୋଳରେ ବେଆଇନ୍ ବନ୍ଧୁକ କାରଖାନା ଠାବ, ୨ ଭାଇ ଗିରଫ

June 30, 2026

ଆଜିଠାରୁ ଅଣସର ଦର୍ଶନ: ବ୍ରହ୍ମଗିରିରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ପ୍ରଭୁ ଅଲାରନାଥ

June 30, 2026

ବ୍ୟବସାୟୀଙ୍କ ଗଳା କାଟି ହତ୍ୟା, ଫେରାର ବେଳେ ଦୁର୍ଘଟଣାରେ ଜଣେ ଅଭିଯୁକ୍ତ ମୃତ

June 30, 2026

ସିନ୍ଧୁ ଜଳ ଚୁକ୍ତିକୁ ନେଇ ଭାରତକୁ ପାକିସ୍ତାନର କଡ଼ା ଚେତାବନୀ

June 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.