Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ଓକିଲ ସଂଘ ପକ୍ଷରୁ ବିଚାରପତିଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ
ଆଞ୍ଚଳିକ

ବାଣପୁର ଓକିଲ ସଂଘ ପକ୍ଷରୁ ବିଚାରପତିଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ

June 27, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର କୋର୍ଟର ବରିଷ୍ଠ ଦେୱାନୀ ବିଚାରପତି ମନୋରଞ୍ଜନ ମିଶ୍ରଙ୍କୁ ବାଣପୁର ଓକିଲ ସଂଘ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ବିଚାରପତି ଶ୍ରୀ ମିଶ୍ରଙ୍କ ନିକଟରେ ଦେବଗଡ ଜିଲ୍ଲାକୁ ବଦଳି ହୋଇଛି।  ସେ ଦୀର୍ଘ ଅଢେଇ ବର୍ଷ ହେଲା ବାଣପୁର କୋର୍ଟରେ ବରିଷ୍ଠ ଦେୱାନୀ ବିଚାରପତି ଭାବେ କାର୍ଯ୍ୟରତ ଥିଲେ।

ଏହି ଅବସରରେ ଆଜି ସଂନ୍ଧ୍ୟାରେ ଓକିଲ ସଂଘ କକ୍ଷ ପରିସରରେ ବିଦାୟୀ ବିଚାରପତିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଓକିଲ ସଂଘ ସଭାପତି ବୃନ୍ଦାବନ ପ୍ରଧାନ, ଉପ ସଭାପତି ରାମଚନ୍ଦ୍ର ପଲେଇ,ସମ୍ପାଦକ ରଞ୍ଜନ କୁମାର ବେଦମତ୍ତା, ସହ ସମ୍ପାଦକ ନରେନ୍ଦ୍ର ନାୟକ, କାର୍ଯ୍ୟକାରୀ ସଭ୍ୟ ସନ୍ତୋଷ ମହାପାତ୍ର, ଦେବବ୍ରତ ବଡ଼ଜେନା, ସୁପ୍ରଭା ସାମନ୍ତରାୟ ଏବଂ ଅନ୍ୟ ସମସ୍ତ ସଦସ୍ୟ ମାନେ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସଂଘ କର୍ମକର୍ତା ଙ୍କ ସମେତ ଏକାଧିକ ବରିଷ୍ଠ ଆଇନଜୀବୀ ମାନେ ବିଚାରପତି ଶ୍ରୀ ମିଶ୍ରଙ୍କ ବାଣପୁର କୋର୍ଟରେ ରହଣି ସମୟରେ ନିଜର ଅନୁଭୂତି ବଖାଣିଥିଲେ।

ଶ୍ରୀ ମିଶ୍ର ଜଣେ ଭଲ ବ୍ୟକ୍ତି ହେବା ସଙ୍ଗେସଙ୍ଗେ ସଦାବେଳେ ଓକିଲମାନଙ୍କ ସହ ସୁସମ୍ପର୍କ ରକ୍ଷା କରି କୋର୍ଟର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଆଗେଇନେଉଥିବାର ଆଇନଜୀବୀ ମାନେ ମତ ରଖିଥିଲେ। ତାଙ୍କରି ପ୍ରଚେଷ୍ଟାରେ ବାଣପୁରରେ ନୂତନ କୋର୍ଟ କମ୍ପ୍ଲେକ୍ସ ର ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଥିବାର ଆଇନଜୀବୀ ମାନେ ମତ ପ୍ରକାଶ କରିଥିଲେ। ଜଣେ ସରଳ, ଅମାୟିକ ଏବଂ ପରୋପକାରୀ ବ୍ୟକ୍ତି ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ବିଚାରପତି ଶ୍ରୀ ମିଶ୍ର।

ଅନୁରୂପ ଭାବେ ବିଚାରପତି ଶ୍ରୀ ମିଶ୍ର ମଧ୍ୟ ବାଣପୁରରେ ନିଜର ଅଢେଇ ବର୍ଷର କାର୍ଯ୍ୟକାଳ ସମୟର ଏକାଧିକ ସ୍ମୃତିକୁ ଉଜାଗର କରିଥିଲେ। ତତସହିତ ସେ ଓକିଲ ସଂଘର ସମସ୍ତ କର୍ମକର୍ତ୍ତାମାନଙ୍କୁ ସେମାନଙ୍କ ସହଯୋଗ ପାଇଁ ହୃଦୟରୁ କୃତଜ୍ଞତା ଜଣାଇଥିଲେ।

ଏହି ଅବସରରେ ଉକ୍ତ ବିଦାୟକାଳୀନ ସଭାରେ ଅନ୍ୟତମ ଅତିଥି ଭାବେ ବାଣପୁର କୋର୍ଟ ଯେଏମଏଫସି ସ୍ନାତକୀ ଦାସ ଏବଂ ଫ୍ୟାମିଲି କୋର୍ଟ ବିଚାରପତି ରାଜେଶ କୁମାର ନାୟର ଯୋଗଦେଇ ନିଜର ଅଭିଭାଷଣ ରଖିଥିଲେ।

ଦେୱାନୀ ବିଚାରପତି ବାଣପୁର ବାଣପୁର ଓକିଲ ସଂଘ ବିଦାୟକାଳୀନ ସମ୍ବର୍ଦ୍ଧନା ମନୋରଞ୍ଜନ ମିଶ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ଭଗବତୀ ମନ୍ଦିରର ଉନ୍ନତିକରଣ ଉପରେ ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

August 11, 2026

ବାଲୁଗାଁ କଲେଜରେ ନିର୍ବାଚନ ସାକ୍ଷରତା କ୍ଲବର ଆଲୋଚନାଚକ୍ର

August 10, 2026

ଜଗନ୍ନାଥ ସଂସ୍କୃତିରେ ନାରୀତତ୍ତ୍ୱ: ଆଧ୍ୟାତ୍ମିକତାରେ ମୁଖରିତ ହେଲା ମହାବିଦ୍ୟାଳୟ ପରିସର

August 10, 2026

ବାଣପୁର: ବ୍ଲକ୍ ସ୍ତରୀୟ ଉଲ୍ଲାସ ପାସ ସାର୍ଟିଫିକେଟ ବଣ୍ଟନ

August 7, 2026
Latest News

ଅମିତ ଶାହଙ୍କୁ ଭେଟିଲେ ଦୁଇ ବିଦ୍ରୋହୀ ଏସପି ବିଧାୟକ: ଏହି ପ୍ରସଙ୍ଗଗୁଡ଼ିକ ଉପରେ କଲେ ଆଲୋଚନା

August 12, 2026

ଜାପାନ ଭ୍ରମଣର ସୁଯୋଗ: ଏକ ସ୍ୱତନ୍ତ୍ର ୧୦ ଦିନିଆ ପ୍ୟାକେଜ୍ ଆରମ୍ଭ କଲା IRCTC

August 12, 2026

ଚନ୍ଦ୍ର କୁମାର ବୋଷଙ୍କ ବଡ଼ ଘୋଷଣା: ଜେନ-ଜେଡ୍ ପାଇଁ ଗଢିବେ ନୂତନ ଦଳ

August 12, 2026

ବାଂଲାଦେଶ ପାଇଁ କପୁରଥଲା ରେଳ କୋଚ୍ ଫ୍ୟାକ୍ଟ୍ରିରେ ଏଲ୍ଏଚବି କୋଚ୍ ର ପ୍ରଥମ ରେକ୍ ପ୍ରସ୍ତୁତ

August 12, 2026

ଭୁବନେଶ୍ୱରରେ ଆୟୋଜିତ ହେଲା ଆଇସିଏମ୍‍ଆର-ଶାଇନ୍‍ ୨୦୨୬

August 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.