Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବଡ଼କୁଳ ଓଟିଡିସି ପାନ୍ଥନିବାସ ଠାରେ ଗଣପର୍ବ ରଜ ଉତ୍ସବ ପାଳିତ
ଆଞ୍ଚଳିକ

ବଡ଼କୁଳ ଓଟିଡିସି ପାନ୍ଥନିବାସ ଠାରେ ଗଣପର୍ବ ରଜ ଉତ୍ସବ ପାଳିତ

June 14, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ବଡ଼କୁଳ ଓଟିଡିସି ପାନ୍ଥନିବାସ ଠାରେ ଗଣପର୍ବ ରଜ ଉତ୍ସବ ବହୁଆଡ଼ମ୍ବର ସହକାରେ ପାଳିତ
ବଡ଼କୁଳ ଓଟିଡିସି ପାନ୍ଥନିବାସ ଠାରେ ଗଣପର୍ବ ରଜ ଉତ୍ସବ ବହୁଆଡ଼ମ୍ବର ସହକାରେ ପାଳିତ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ସ୍ଥିତ ବଡ଼କୁଳ ଓଟିଡିସି ପାନ୍ଥନିବାସ ଠାରେ ଗଣପର୍ବ ରଜ ଉତ୍ସବ ବହୁ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ପାନ୍ଥନିବାସ ପ୍ରବନ୍ଧକ ସବ୍ୟସାଚୀ କରଙ୍କ ପୌରହିତ୍ୟରେ ଆୟୋଜିତ ଉକ୍ତ ଉତ୍ସବକୁ ଅତିଥି ଭାବେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ଚିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା, ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ, ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟା ସବିତା ସୁନ୍ଦରାୟ, ଡୁଙ୍ଗମାଳ ସିଟି ସରପଞ୍ଚ ଗଣେଶ୍ଵର ସ୍ୱାଇଁ ଏବଂ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦିଲ୍ଲୀପ ମହାନ୍ତି ପ୍ରମୁଖ ଯୋଗଦେଇ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

ଚିଲିକାର ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ନୌବିହାର ପାଇଁ ବଡ଼କୁଳ ପାନ୍ଥନିବାସକୁ ଦେଶ ବିଦେଶରୁ ସଦାସର୍ବଦା ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ। ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ପାନ୍ଥନିବାସରେ ରଜ ଉତ୍ସବର ଆୟୋଜନ କରାଯାଇଛି। ରଜ ପର୍ବ ଉପଲକ୍ଷେ ରଜ ପାନ,ବିଭିନ୍ନ କିସମର ପିଠା ଓ ମିଠା ପ୍ରସ୍ତୁତ କରାଯାଇ ସୁଲଭ ମୂଲ୍ୟରେ ପର୍ଯ୍ୟଟକଙ୍କୁ ଯୋଗାଇ ଦେଇଥାଏ ପାନ୍ଥନିବାସ।

ଏଥିସହିତ ରଜ ଦୋଳିର ମଜା ନେବାପାଇଁ ପାନ୍ଥନିବାସ ପରିସରରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ରଜଦୋଳିର ମଧ୍ୟ ବ୍ୟବସ୍ଥା କରାଯାଇଛି। ଏହି ଅବସରରେ ବାଣପୁର ବ୍ଲକ ଅଧ୍ୟକ୍ଷ ଶ୍ରୀ ରଣସିଂହ ଓଡ଼ିଶାର ଗଣପର୍ବ ରଜ ପରିବର୍ତ୍ତନ ଓ ସର୍ଜନାର ପର୍ବ ବୋଲି ଅଭିହିତ କରିବାସହ ଉତ୍କଳୀୟ ଧର୍ମ, ସଂସ୍କୃତି,ପରମ୍ପରା ଓ ଦର୍ଶନ ଦୃଷ୍ଟିରୁ ରଜ ଏକ ପୂଜା ନୁହେଁ ବରଂ ଏକ ନୈସର୍ଗିକ ପର୍ବ ବୋଲି କହିଥିଲେ।

ଏହି ଅବସରରେ ସ୍ଥାନୀୟ ଜନ ପ୍ରତିନିଧି,ପର୍ଯ୍ୟଟକ ଏବଂ ଓଟିଡିସି କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ଆସନ୍ତା ତିନିଦିନ ଧରି ଚାଲିବ ବୋଲି ସୂଚନା ମିଳିଛି।

ଅମରେନ୍ଦ୍ର ରଣସିଂହ ଖୋର୍ଦ୍ଧା ଜିଲ୍ଲା ଗଣ ପର୍ବ ଗଣପର୍ବ ରଜ ଉତ୍ସବ ଚିଲିକା ଜ୍ୟୋସ୍ନା ବେହେରା ରଜ ଉତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ଚିଲିକାରେ ଆଇନ ମନ୍ତ୍ରୀ ଓ ପୁରୀ ସାଂସଦଙ୍କ ବିଶେଷ ଜନସମ୍ପର୍କ ଅଭିଯାନ

July 19, 2026

ବାଣପୁର ଗ୍ରାମୀଣ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

July 18, 2026

ବାଣପୁରରେ ଆରଏସଏସ ଓ ଏବିଭିପି ପକ୍ଷରୁ ରଥଯାତ୍ରା ସେବା କାର୍ଯ୍ୟ

July 16, 2026

ଟାଙ୍ଗୀ ବ୍ଲକ ପରିସରରେ ମିଳିତ ଜନଶୁଣାଣି ଶିବିର

July 13, 2026
Latest News

ଦେଶରେ ଚାଲିବ B-28 ବୁଲେଟ୍ ଟ୍ରେନ୍: ଜାଣନ୍ତୁ ଏହାର ଗତି ଏବଂ ରୁଟ୍

July 20, 2026

ହଙ୍ଗମା ସହିତ ଆରମ୍ଭ ହେଲା ମୌସୁମୀ ଅଧିବେଶନ: ଅପରାହ୍ନ ୧୨ ଟା ଯାଏଁ ଲୋକସଭା ମୁଲତବୀ

July 20, 2026

ସଂସଦ ମାର୍ଚ୍ଚ ଆରମ୍ଭ ହେବା ମାତ୍ରେ ପୋଲିସର ଲାଠିଚାର୍ଜ

July 20, 2026

ୱାଙ୍ଗଚୁକଙ୍କ ଅନଶନ ଉପରେ ପ୍ରତିକ୍ରିୟା ଦେଲେ ମହାତ୍ମା ଗାନ୍ଧୀଙ୍କ ନାତି: ଜାଣି ଆଶ୍ଚର୍ଯ୍ୟ ହେବେ

July 20, 2026

ଇରାନରେ କିଛି ବଡ଼ ଘଟଣା ଘଟିବ?: ନିଜ ନାଗରିକମାନଙ୍କୁ ତୁରନ୍ତ ଦେଶ ଛାଡିବାକୁ ଅନୁରୋଧ କଲା ଭାରତ

July 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.