Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ତହସିଲଦାର ଏବଂ ଟିମ ଦ୍ୱାରା କଡ଼ା କୋଭିଡ ପାଟ୍ରୋଲିଂ: ରେକର୍ଡ଼ ପରିମାଣର ଜରିମାନା ଆଦାୟ
ଆଞ୍ଚଳିକ

ବାଣପୁର ତହସିଲଦାର ଏବଂ ଟିମ ଦ୍ୱାରା କଡ଼ା କୋଭିଡ ପାଟ୍ରୋଲିଂ: ରେକର୍ଡ଼ ପରିମାଣର ଜରିମାନା ଆଦାୟ

October 10, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ କରୋନା ସଂକ୍ରମଣ କିଛି ମାସ ପୂର୍ବେ ଏକ ନମ୍ବର ସ୍ଥାନରେ ରହିଥିବାବେଳେ ବର୍ତ୍ତମାନ ଧୀରେ ଧୀରେ ଏହା ତଳକୁ ଖସିବାରେ ଲାଗିଛି। ଉଭୟ ସ୍ଥାନୀୟ ଏବଂ ଜିଲ୍ଲା ପ୍ରଶାସନ ଏହାକୁ ଅତି ଗମ୍ଭୀରତାର ସହ ନେଉଛନ୍ତି ଏବଂ ଏନ୍ଫୋର୍ସମେଣ୍ଟ କଡ଼ାକଡ଼ି ମଧ୍ୟ କରୁଛନ୍ତି। ବାଣପୁରରେ କରୋନାକୁ କମାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛି ସ୍ଥାନୀୟ ପ୍ରଶାସନ।

ଏହି ପରିପ୍ରେକ୍ଷୀରେ ଗତକାଲି ବାଣପୁର ତହସିଲଦାର ମନ୍ମଥ ବେହେରାଙ୍କ ନେତୃତ୍ୱରେ ଗଠନ ହୋଇଥିଲା ଏକ ବିଶାଳ ଏନ୍ଫୋର୍ସମେଣ୍ଟ ଟିମ ଯେଉଁଥିରେ ତହସିଲଦାରଙ୍କ ସହ ଚିଲିକାରେ କୋଭିଡ ମନିଟରିଂ ପାଇଁ ସ୍ୱତନ୍ତ୍ର ଭାବେ ସରକାରଙ୍କ ଦ୍ୱାରା ନିଯୁକ୍ତି ହୋଇଥିବା ଟି.ଆର.ଓ ସାଗର ପାଲୋ, ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନିଆଲ, ତହସିଲ କର୍ମଚାରୀ, ଏନ.ଏ.ସି କର୍ମଚାରୀ ଏବଂ ବାଣପୁର ପୋଲିସ ପ୍ରମୂଖ ସାମିଲ ଥିଲେ। ଦିନ ୧୧ ଘଟିକା ସମୟରେ ଉକ୍ତ ଟିମ ଦ୍ୱାରା ପ୍ରଥମେ ବାଣପୁର ତହସିଲ ରୋଡ଼ ଏବଂ ଏହାପରେ ବାଣପୁର ସହର ସହ ନାଚୁଣୀ ଏବଂ ଗମ୍ଭାରୀମୁଣ୍ଡା ଅଞ୍ଚଳରେ ପାଟ୍ରୋଲିଂ କରାଯାଇଥିଲା। ମାସ୍କ ଏବଂ ସାମାଜିକ ଦୁରତ୍ଵ ନିୟ କୁ କଡ଼ାକଡ଼ି ଭାବେ ତଦାରଖ କରାଯାଇଥିଲା।

ତହସିଲଦାର ଶ୍ରୀ ବେହେରା ବଜାରର ଗୋଟି ଗୋଟି କରି ସମସ୍ତ ଦୋକାନରେ କୋଭିଡ ନିୟମର ତଦାରଖ କରିଥିଲେ। ସମଗ୍ର ବାଣପୁର ସହରରେ ବିଶାଳ ଫ୍ଲାଗ ମାର୍ଚ୍ଚ କରାଯାଇଥିଲା ଏବଂ ସଚେତନତାର ବାର୍ତ୍ତା ମଧ୍ୟ ଦିଆଯାଇଥିଲା। କରୋନାକୁ ହରାଇବାକୁ ହେଲେ ନିୟମକୁ ମାନିବାକୁ ପଡିବ ବୋଲି ତହସିଲଦାର ଶ୍ରୀ ବେହେରା ମତପ୍ରକାଶ କରିବା ସହ ଆଜି କୋଭିଡ କଟକଣା ମାନିନଥିବା ଦୋକାନୀ ଏବଂ ଜନସାଧାରଣଙ୍କ ଠୁ କୋଡିଏ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ସୂଚନା ମଧ୍ୟ ଦେଇଛନ୍ତି। ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ବାଣପୁର ଅଞ୍ଚଳରେ ଗୋଟିଏ ଦିନର ସର୍ବକାଳୀନ ରେକର୍ଡ ଫାଇନ।

ହେଲେ ସେପଟେ ବାଣପୁର ଏବଂ ବାଲୁଗାଁରେ ଜରିମାନା ଆଦାୟକୁ ନେଇ ଜନ ଅସନ୍ତୋଷ ବଢିବାରେ ଲାଗିଛି। ଜନସାଧାରଣଙ୍କୁ କିପରି ବିଶ୍ୱାସକୁ ନେଇ ଉଭୟଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି କୋଭିଡକୁ କମାଯିବ ତାହା ବର୍ତ୍ତମାନ ପ୍ରଶାସନ ପାଇଁ ଚାଲେଞ୍ଜ ସୃଷ୍ଟି ହୋଇଛି।

ଏନେଇ ତହସିଲଦାରଙ୍କୁ ଆମ ପ୍ରତିନିଧି ପ୍ରଶ୍ନ କରିବାରୁ ସେ କହିଥିଲେ ଯ, ଏହି କରୋନା ମହାମାରୀ କବଳରୁ ନିଜକୁ ଏବଂ ନିଜ ପରିବାରକୁ ବଞ୍ଚାଇବାକୁ ହେଲେ ଆମ ସମସ୍ତଙ୍କୁ କୋଭିଡ଼ ନିୟମକୁ ମାନି ଚାଲିବାକୁ ପଡିବ। ଏହା ସହିତ ଯେ ପର୍ଯ୍ୟନ୍ତ କରୋନା ଟୀକା କିମ୍ବା ଔଷଧ ତିଆରି ହୋଇନି ସେପର୍ଯ୍ୟନ୍ତ ଆମକୁ ଏହି ସବୁ କଟକଣା ତଥା ମାସ୍କ ପରିଧାନ ଏବଂ ସାମାଜିକ ଦୁରତ୍ଵ ସହିତ ଅଭ୍ୟସ୍ତ ହେବାକୁ ପଡିବ ବୋଲି ଶ୍ରୀ ବେହେରା ମତ ରଖିଥିଲେ।

ଅପରପକ୍ଷରେ କଣ୍ଟେନମେଣ୍ଟ ଜୋନ ଗୁଡିକରେ ବ୍ୟାରିକେଡ଼, ସାନିଟାଇଜେସନ, ଏନ୍ଫୋର୍ସମେଣ୍ଟ, ଟ୍ରେସିଙ୍ଗ ଠିକ ଭାବରେ ହେଉନି ଏବଂ ଏହା କେବଳ କାଗଜ କଲମରେ ସୀମିତ ହୋଇ ରହୁଥିବାରୁ ବାଣପୁର(ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ) ରେ କୋଭିଡ ସଂକ୍ରମଣ କମୁନଥିବା ବୁଦ୍ଧିଜୀବୀ ମାନେ ମତପ୍ରକାଶ କରିବା ସହ ବାଣପୁର ତହସିଲଦାରଙ୍କୁ ଏ ସବୁ ଦିଗ ଉପରେ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି।

କୋଭିଡ ପାଟ୍ରୋଲିଂ ଜରିମାନା ଆଦାୟ ବାଣପୁର ମନ୍ମଥ ବେହେରା ରେକର୍ଡ଼ ପରିମାଣ
Share. Facebook Twitter LinkedIn Email WhatsApp Copy Link

Related Posts

ବଡ଼କୂଳ ମଣ୍ଡଳ ଭାଜପା ‘କାର୍ଯ୍ୟକର୍ତ୍ତା ସମାବେଶ’: ଯୋଗଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

August 21, 2026

ରଣପୁର ପ୍ରେସ କ୍ଲବରେ ପ୍ରଥମ ଥର ପାଇଁ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ

August 16, 2026

ଗୋଦାବରୀଶ ମହାବିଦ୍ୟାଳୟରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା

August 15, 2026

ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ବାଧିନତା ଦିବସ ଏବଂ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ

August 15, 2026
Latest News

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026

ଖଣି ବିଲ୍‌କୁ ନେଇ ତେଜିଲା ରାଜନୀତି, ବିଜେପିକୁ ଅରୁଣଙ୍କ ବିତର୍କ ଆହ୍ୱାନ

August 21, 2026

ରାକ୍ଷୀରେ ମିଳିବ ସୁଭଦ୍ରା ଟଙ୍କା, ବକେୟା କିସ୍ତି ନେଇ ଆସିଲା ବଡ଼ ଅପଡେଟ୍‌

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.