Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ସେପ୍ଟେମ୍ବର ମାସର ଦରମା ପାଇନାହାନ୍ତି ଜୁନାଗଡ ଆରଏମସି କର୍ମଚାରୀ
ଆଞ୍ଚଳିକ

ସେପ୍ଟେମ୍ବର ମାସର ଦରମା ପାଇନାହାନ୍ତି ଜୁନାଗଡ ଆରଏମସି କର୍ମଚାରୀ

October 28, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଅକ୍ଟୋବର ଶେଷ ହେବାକୁ ବସିଲାଣି ଜୁନାଗଡ ନିୟନ୍ତ୍ରିତ ବଜାର କମିଟୀ (ଆରଏମସି) ର କର୍ମଚାରୀ ମାନେ ସେପ୍ଟେମ୍ବର ମାସର ଦରମା ପାଇପାରିନଥିବା ଜଣାପଡିଛି। ବର୍ତ୍ତମାନର ମହଙ୍ଗା ସମୟରେ କର୍ମଚାରିମାନେ ଅଭାବ ଅନାଟନ ମଧ୍ୟରେ ଗତି କରୁଥିବା ସହିତ ବେଙ୍କ ଋଣ ମଧ୍ୟ ପରିଶୋଧ କରିପାରୁନଥିବା ହେତୁ ବଜାର ମଧ୍ୟରେ ହାତ ଉଧାରୀ କରି ଚଳୁଥିବା ଜଣାପଡିଛି। କର୍ମଚାରୀମାନେ କର୍ତୃପକ୍ଷଙ୍କୁ କେହି କିଛି କହିପାରୁନଥିଲେ ମଧ୍ୟ ନିଜ ପରିବାର ଚଳାଇବା ପାଇଁ କଷ୍ଟସ୍ୱୀକାର କରୁଥିବା ପ୍ରକାଶ।

ଏସଂପର୍କରେ ଜୁନାଗଡ ଆରଏମସିର ସଂପାଦକ ଟଙ୍କଧରନାଏକ କିଛିମଧ୍ୟ କହୁନଥିବା ବେଳେ ମଧ୍ୟ ଗତ ସେପ୍ଟେମ୍ବର ମାସରେ ନିଜେ ସ୍ୱାସ୍ଥ୍ୟଗତ କାରଣରୁ ହୋମ ଆଇସୋଲେସନରେ ରହିଥିବା ବେଳେ ଆରଏମସିର ହିସାବ ରକ୍ଷକ ଅନ୍ୟ ରାଜ୍ୟରେ ଥିବା ଏକ ହସପିଟାଲରେ ନିଜର ସ୍ୱାସ୍ଥ୍ୟ ଚିକିତ୍ସା ପାଇଁ ଭର୍ତି ହୋଇଥିବା ଚର୍ଚ୍ଚା ହେଉଛି। ହିସାବ ରକ୍ଷକ କିଛିଦିନ ହେବ ନିଜ କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ତାଙ୍କ ଅନୁପସ୍ଥିତିରେ କାହାମୁ ଭାରପ୍ରାପ୍ତ ହିସାବ ରକ୍ଷକ ଦାୟୀତ୍ୱ ଦିଆଯାଇନଥିବାରୁ ଦରମା ବିଲ କରାଯାଇପାରିନଥିବା ଚାପା ଗୁଂଜରଣ ଶୁଣାଯାଉଛି।

ଅନ୍ୟପକ୍ଷରେ ହିସାବ ରକ୍ଷକ ନିଜ ଦାୟୀତ୍ୱରେ ଆରଏମସିର ସମସ୍ତ କାଗଜାତ, ଫାଇଲପତ୍ର ନିଜ ଆଲମିରାରେ ରଖୂଥିବା ହେତୁ ହିସାବ ରକ୍ଷକ ଛୁଟିରେ ଗଲେ ଅଫିସ କାର୍ଯ୍ୟରେ ବାଧାପ୍ରାପ୍ତ ହେଉଥିବା ବିଷୟକୁ ସଂପାଦକ ଅସ୍ୱୀକାର କରିନାହାନ୍ତି। ସେହିକାରଣରୁ ହିଁ କର୍ମଚାରୀ ମାନଙ୍କର ଗତ ସେପ୍ଟେମ୍ବର ମାସର ଦରମା ବିଲ ପ୍ରସ୍ତୃତ କରାଯାଇନଥିବା ଜଣାପଡିଛି।

ଯେକୌଣସି ସରକାରୀ କାର୍ଯ୍ୟାଳୟରେ କୌଣସି ପଦାଧିକାରୀ ଛୁଟିରେ ଗଲେ ଅନ୍ୟ ଜଣେ ପଦାଧିକାରିଙ୍କୁ ଛୁଟିରେ ଯାଇଥିବା ପଦାଧିକାରୀଙ୍କୁ ଭାରପ୍ରାପ୍ତ ଦାୟୀତ୍ୱ ଦିଆଯାଇ ଅଫିସ କାର୍ଯ୍ୟ ପରିଚାଲନା କରାଯାଉଥିବା ବେଳେ ଜୁନାଗଡ ଆରଏମସିର ହିସାବ ରକ୍ଷକ ଛୁଟିରେ ଗଲେ ତାଙ୍କ ସ୍ଥାନରେ ଅନ୍ୟ କୌଣସି କର୍ମଚାରୀଙ୍କୁ ଭାରପ୍ରାପ୍ତ ଦାୟୀତ୍ୱ ଦିଆନଯାଇ ଆରଏମସିର ଅନେକ କର୍ମଚାରୀ ମାନଙ୍କୁ ସେପ୍ଟେମ୍ବର ମାସର ଦରମା ଦିଆଯାଇପାରିନଥିବା ବେଳେ ଅନ୍ୟାନ୍ୟ ଅଫିସିଆଲ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି।

ଅନ୍ୟପକ୍ଷରେ ସେପ୍ଟେମ୍ବର ମାସର ଦରମା ଦିଆନଯିବା ସଂପର୍କରେ ଆରଏମସି ସଂପାଦକ କୌଣସି ସଠିକ ତଥ୍ୟ ଉପସ୍ଥାପନ କରିପାରୁନଥିବା ବେଳେ ଅକ୍କୋବର ମାସ ଶେଷ ହେବାକୁ ଥିବା ବେଳେ ଆରଏମସିର କର୍ମଚାରୀ ମାନେ ସେପ୍ଟେମ୍ବର ମାସର ଦରମା ପାଇନଥିବା ଘଟଣାକୁ ସହଜରେ ଗ୍ରହଣୀୟ ହୋଇପାରୁନାହିଁ। ଏସଂପର୍କରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ବହୁ ଗୋପନୀୟ ତଥ୍ୟ ପଦାକୁ ଆସି ପାରିବ ବୋଲି ସାଧାରଣରେ ବୁଦ୍ଧିଜୀବି ମହଲରେ ଦାବୀ ହେଉଛି।

ଜୁନାଗଡ ନିୟନ୍ତ୍ରିତ ବଜାର କମିଟି ଦରମା
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁରରେ ଆରଏସଏସ ଓ ଏବିଭିପି ପକ୍ଷରୁ ରଥଯାତ୍ରା ସେବା କାର୍ଯ୍ୟ

July 16, 2026

ଟାଙ୍ଗୀ ବ୍ଲକ ପରିସରରେ ମିଳିତ ଜନଶୁଣାଣି ଶିବିର

July 13, 2026

ଦିବଙ୍ଗତ କବି ସଂଗ୍ରାମ କେଶରୀ ସାହୁଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳି ସଭା

July 11, 2026

ବାଣପୁରରେ ଏବିଭିପିର ୭୮ ତମ ପ୍ରତିଷ୍ଠା ଦିବସ ପାଳନ

July 9, 2026
Latest News

ସୋନମ ୱାଙ୍ଗଚୁକ୍‌ଙ୍କୁ ଉଠାଇନେଲା ପୋଲିସ: କଡ଼ା ପ୍ରତିକ୍ରିୟା ରଖିଲେ ପତ୍ନୀ

July 18, 2026

ଫିଫା ବିଶ୍ୱକପ୍-୨୦୨୬: ସ୍ପେନ୍ ନା ଆର୍ଜେଣ୍ଟିନା, କିଏ ହେବ ଚାମ୍ପିଅନ୍?, ଜାଣନ୍ତୁ ସମସ୍ତ ବିବରଣୀ

July 18, 2026

କିଡନୀ ଖରାପ ହେଲେ ଦେଖାଯାଏ ଏହି ଲକ୍ଷଣ: ଆଦୌ କରନ୍ତୁ ନାହିଁ ଅଣଦେଖା

July 18, 2026

ଟ୍ରମ୍ପ-ନେତାନାହୁଙ୍କ ମଧ୍ୟରେ ଫାଟ?: ୱାଶିଂଟନ ଗସ୍ତ ବାତିଲ କଲେ ଇସ୍ରାଏଲୀ ପ୍ରଧାନମନ୍ତ୍ରୀଙ୍କ

July 18, 2026

ଏମ୍ସ ଭୁବନେଶ୍ବର ଷଷ୍ଠ ସମାବର୍ତ୍ତନ ଉତ୍ସବ: ୩୨ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ ୬୧ ସ୍ୱର୍ଣ୍ଣ ପଦକ

July 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.