Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁରେ ବିଜେଡିର ଜନସମ୍ପର୍କ ପଦଯାତ୍ରା
ଆଞ୍ଚଳିକ

ବାଲୁଗାଁରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

October 11, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାଲୁଗାଁରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

ସୀତାରାମ ଅଗ୍ରୱାଲ

ବାଲୁଗାଁ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ଵାନ ଏବଂ ରାଜ୍ୟ ବିଜୁଜନତା ଦଳ ନିର୍ଦ୍ଦେଶରେ ଅକ୍ଟୋବର ୨ ତାରିଖରୁ ୧୧ ପର୍ଯ୍ୟନ୍ତ ସାରା ରାଜ୍ୟରେ ଜନସମ୍ପର୍କ ପଦଯାତ୍ରା ଜାରି ରହିଥିବାବେଳେ ବୁଧବାର ପୂର୍ବାହ୍ନରେ ବାଲୁଗାଁ ଏନଏସିରେ ବିଶାଳ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟଙ୍କ ନେତୃତ୍ୱରେ ଏହି ଜନସମ୍ପର୍କ ପଦଯାତ୍ରା ମାଧ୍ୟମରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ହିତକର ଲୋକାଭିମୁଖୀ ଯୋଜନା ସମ୍ପର୍କରେ କର୍ମୀଙ୍କୁ ଅବଗତ କରାଇଥିଲେ।ଉକ୍ତ ପଦଯାତ୍ରାରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ୬ନଂ ଜୋନ ପରିଷଦ ସଦସ୍ୟା ସବିତା ସୁନ୍ଦରାୟ,ଚିଲିକା ବ୍ଲକ ସଭାପତି ଅମ୍ରିତା ବେହେରା,ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ,ରାଜ୍ୟ ସାଧାରଣ ସମ୍ପାଦକ କୁମାର ଜଗତ ବଲହବ ମହାରଥା, ବିଧାୟକ ପ୍ରତିନିଧି ମନୋଜ ପ୍ରଧାନ,ସନ୍ତୋଷ ପାଇକରାୟ ପ୍ରମୁଖ ଯୋଗ ଦେଇଥିଲେ।

ରାଜ୍ୟ ସରକାରଙ୍କ ପ୍ରତିଟି ଯୋଜନା କିପରି ପ୍ରତ୍ୟେକ ଘରେ ଘରେ ପହଞ୍ଚିବ ପଦଯାତ୍ରାର ମୂଳମନ୍ତ୍ର ରହିଥିବା ବେଳେ ସଙ୍ଗଠନକୁ ସୁଦୃଢ କରିବା ପାଇଁ ତୃଣମୂଳ ସ୍ତରରୁ ସମସ୍ତ କର୍ମୀ ନେତା ନିଷ୍ଠାର ସହ କାର୍ଯ୍ୟ କରିବାକୁ ପ୍ରତିଶୃତି ଦେଇଥିଲେ।ଏହି ପଦଯାତ୍ରା ମା ଉତ୍ତରାୟଣୀ ମନ୍ଦିର ନିକଟରୁ ବାହାରି ଗାନ୍ଧିଛକ ଠାରେ ଅବସ୍ଥାପିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ବଜାର ପରିକ୍ରମା କରି ଉମାମହେଶ୍ୱର ମନ୍ଦିର ନିକଟରେ ସମାପ୍ତି ହୋଇଥିଲା। ଜନସମ୍ପର୍କ ପଦଯାତ୍ରାରେ ଏନଏସି ସମେତ ୬ନଂ ଜୋନ ସ୍ତରରୁ ୫ଟି ପଞ୍ଚୟତରୁ ହଜାର ହଜାର ପୁରୁଷ ଓ ମହିଳା କର୍ମୀ ଯୋଗ ଦେଇଥିଲେ।

BJD ଜନସଂପର୍କ ଯାତ୍ରା ବାଲୁଗାଁ ବିଜେଡି
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ଅଟୋ ଆମ୍ବୁଲାନ୍ସ ପ୍ରଦାନ

April 27, 2026

କାଲି ବାଚସ୍ପତିଙ୍କୁ ଭେଟିବ ବିଜେଡି

April 26, 2026

ସ୍ଵର୍ଗତ ପଣ୍ଡିତ ନୃସିଂହ ପ୍ରସାଦ ମିଶ୍ରଙ୍କ ଦ୍ଵାଦଶାହ ସ୍ମୃତିସଭା

April 22, 2026

ବାଣପୁର: ମା’ ତାରିଣୀଙ୍କ ପୀଠରେ ବିଶ୍ୱଶାନ୍ତି ଗୀତା ମହାଯଜ୍ଞ ଓ ଅଷ୍ଟ ଶମ୍ଭୁ ମିଳନ

April 17, 2026
Latest News

ଏସଆଇ ଓ ଦୁଇ କନେଷ୍ଟବଳ ସସପେଣ୍ଡ

April 30, 2026

୫୯୪ କିଲୋମିଟର ଲମ୍ବ ଆକ୍ସେସ କଣ୍ଟ୍ରୋଲଡ୍ ଗ୍ରୀନଫିଲ୍ଡ ଗଙ୍ଗା ଏକ୍ସପ୍ରେସୱେର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

April 29, 2026

ଯୁକ୍ତ ତିନି ଶେଷ ବର୍ଷ ଶିକ୍ଷାର୍ଥୀଙ୍କୁ ବିଦାୟ ସମ୍ବର୍ଦ୍ଧନା..

April 29, 2026

ସୋଆରେ ସାଇବର ସୁରକ୍ଷା ନେଇ ଦୁଇଦିନିଆ ଜାତୀୟ ସମ୍ମିଳନୀ

April 29, 2026

ଢେଙ୍କାନାଳରେ ଲଜ୍ଜା: ଦୁଷ୍କର୍ମ ପରେ ମୁହଁକୁ ହାଣିଲେ

April 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.