Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଚିଲିକା: ଶ୍ରୀମନ୍ଦିରର ଚାରି ଦ୍ଵାର ଖୋଲିବା ଏବଂ ବିଭିନ୍ନ ଦାବିକୁ ନେଇ କଂଗ୍ରେସ ପକ୍ଷରୁ “ସଂକୀର୍ତ୍ତନ ସତ୍ୟାଗ୍ରହ”
ଆଞ୍ଚଳିକ

ଚିଲିକା: ଶ୍ରୀମନ୍ଦିରର ଚାରି ଦ୍ଵାର ଖୋଲିବା ଏବଂ ବିଭିନ୍ନ ଦାବିକୁ ନେଇ କଂଗ୍ରେସ ପକ୍ଷରୁ “ସଂକୀର୍ତ୍ତନ ସତ୍ୟାଗ୍ରହ”

November 9, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ଚିଲିକା (ସୀତାରାମ ଅଗ୍ରୱାଲ): ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ଲାଗି ଶ୍ରୀମନ୍ଦିରର ଚାରି ଦ୍ଵାର ଖୋଲିବା ଏବଂ ବିଭିନ୍ନ ଦାବିକୁ ନେଇ ପ୍ରଦେଶ କଂଗ୍ରେସର ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଛି। ଆଜି କଂଗ୍ରେସ ପକ୍ଷରୁ ଅଭିନବ ଉପାୟରେ ବିରୋଧ ପ୍ରଦର୍ଶନ କରାଯାଇଛି।  “ସଂକୀର୍ତ୍ତନ ସତ୍ୟାଗ୍ରହ” ନାମରେ କଂଗ୍ରେସ ରାଜ୍ୟବ୍ୟାପୀ ବିରୋଧ ପ୍ରଦର୍ଶନ କରୁଛି। ଏହି ପ୍ରରିପ୍ରେକ୍ଷୀରେ ଚିଲିକା କଂଗ୍ରେସ ମଧ୍ୟ ଝାଞ୍ଜ ଖୋଳ ବଜାଇ ଶୋଭାଯାତ୍ରା କରିଛି।

ଆଜି କଂଗ୍ରେସ ନେତ୍ରୀ ମିନାକ୍ଷୀ ସାମନ୍ତରାୟ ବାଣପୁରରେ ଶୋଭାଯାତ୍ରା କରିଛନ୍ତି। କଂଗ୍ରେସ ନେତ୍ରୀ ମିନାକ୍ଷୀ ସାମନ୍ତରାୟଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ମାନେ ରଙ୍କନାଥ ଦେବ ମନ୍ଦିର ଠାରୁ ସଙ୍କୀର୍ତ୍ତନ ରାଲି ଆରମ୍ଭ କରି ବଜାର ପରିକ୍ରମା କରି ପଲଟଣ ପଡିଆ ଚକାଦେବ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ସମବେତ କର୍ମୀଙ୍କୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲିବା, ଭକ୍ତ ମାନଙ୍କୁ ଚାରିଦ୍ୱାର ବାଟେ ମନ୍ଦିରକୁ ପ୍ରବେଶ କରିବା ଏବଂ ଜଗନ୍ନାଥଙ୍କ ଯେଉଁ ଅମୃତ ମଣୋହି ଜମି ବେଦାନ୍ତ ଅଧିଗ୍ରହଣ କରିଛି ତାହାକୁ ପୁନଃରୁଦ୍ଧାର କରିବା ପାଇଁ ଶ୍ରୀମତୀ ସାମନ୍ତରାୟ ଦାବି ରଖିଥିଲେ।

କଂଗ୍ରେସ କର୍ମୀମାନେ ସରକାରଙ୍କ ଅପାରଗତା ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ ବଜାର ପରିକ୍ରମା କରିବାରେ କର୍ମୀଙ୍କ ମହଲରେ ଉତ୍ସାହ ପରିଲକ୍ଷିତ ହୋଇଥିଲା। ତେବେ ରାଲିରେ ରାଜ୍ୟ ସେବାଦଳ ସମ୍ପାଦକ କୁଳମଣି ସାହୁ, ସେବାଦଳ ସଂଯୋଜକ ସାନ୍ଧ୍ୟରାଣୀ ଦାସ ଯୋଗ ଦେଇଥିବା ବେଳେ ପରାଜିତ ପ୍ରାର୍ଥୀ ପ୍ରଦୀପ ସ୍ୱାଇଁଙ୍କୁ ଦେଖିବାକୁ ମିଳିନଥିଲା।

ଉକ୍ତ କାର୍ଯ୍ୟକ୍ରମକୁ ଯୁବ କଂଗ୍ରେସର ବିପ୍ର ରଞ୍ଜନ ଜେନା, ବିପିନ ବିହାରୀ ବାରିକି, ବିଜୟ ଦାସ, ଦିତ୍ୟ ପ୍ରତାପ ନାୟକ ପରିଚାଳନା କରିଥିଲେ।

ଚିଲିକା ଶ୍ରୀମନ୍ଦିର ସଂକୀର୍ତ୍ତନ ସତ୍ୟାଗ୍ରହ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ମହାବିଦ୍ୟାଳୟର ଏନସିସି ଅଧିକାରୀଙ୍କୁ ସମ୍ବର୍ଦ୍ଧନା

May 6, 2026

ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଚିଲିକା କୂଳରେ ଜଳଛତ୍ର

May 6, 2026

ବାଲୁଗାଁ ମହାବିଦ୍ୟାଳୟର ବାର୍ଷିକ ସାୟନାରା କାର୍ଯ୍ୟକ୍ରମରେ ଅଧ୍ୟାପିକାଙ୍କୁ ସମ୍ବର୍ଦ୍ଧନା

May 5, 2026

ଗୋଦାବରୀଶ ମହାବିଦ୍ୟାଳୟରେ ୬ ଦିନିଆ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

May 5, 2026
Latest News

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଭିଯାନରେ ଯୋଗଦେବାକୁ ଦେଶର ଯୁବପିଢ଼ିଙ୍କୁ ଆମନ୍ତ୍ରଣ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.