Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ ବାଣପୁରରେ ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଅକ୍ଷତ କଳସ ଶୋଭାଯାତ୍ରା
ଆଞ୍ଚଳିକ

ବାଲୁଗାଁ ବାଣପୁରରେ ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଅକ୍ଷତ କଳସ ଶୋଭାଯାତ୍ରା

December 24, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାଲୁଗାଁ ବାଣପୁରରେ ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଅକ୍ଷତ କଳସ ଶୋଭାଯାତ୍ରା

ବାଣପୁର( ସୀତାରାମ ଅଗ୍ରୱାଲ): ଆଜି ଅଯୋଧ୍ୟା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ନିମନ୍ତେ ବାଣପୁର ଓ ବାଲୁଗାଁରେ ଅକ୍ଷତ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସକାଳେ ଅଯୋଧ୍ୟା ରୁ ଆସିଥିବା ଅଭିମନ୍ତ୍ରିତ ଅକ୍ଷତ କଳସ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟାଳୟ ରୁ ବାହାରି ପ୍ରତ୍ୟେକ ଖଣ୍ଡକୁ ହସ୍ତାନ୍ତର କରାଯାଇଥିଲା।

ଏହି ପରିପ୍ରେକ୍ଷୀରେ ଚିଲିକା ଖଣ୍ଡ ପାଇଁ ଉକ୍ତ କାର୍ଯ୍ୟକ୍ରମର ପାଳକ ଅନନ୍ତ ପ୍ରସାଦ ସେଠି ଓ ଲଷ୍ମୀଧର ଜେନା ଅକ୍ଷତ କଳସ ଆଣିଥିବା ବେଳେ, ବାଣପୁର ଖଣ୍ଡ ପାଇଁ ଶ୍ୟାମ ସୁନ୍ଦର ପ୍ରଧାନ ଅକ୍ଷତ କଳସ ଆଣିଥିଲେ। ଉକ୍ତ ଅକ୍ଷତ କଳସକୁ ବାଣପୁର ଓ ବାଲୁଗାଁ ସହରରେ ଭବ୍ୟ ସ୍ୱାଗତ କରାଯାଇଥିଲା। ଏକାଧିକ ରାମଭକ୍ତ ମାନେ ଉକ୍ତ ଅକ୍ଷତ କଳସକୁ ସ୍ୱାଗତ କରିବା ସହ ଫୁଲ,ହୁଳହୁଳି ଦେଇ, ଦୀପ ଲଗାଇ ପୂଜାର୍ଚନା କରିଥିଲେ।

ବାଲୁଗାଁରେ ଅକ୍ଷତ କଳସ ଶୋଭାଯାତ୍ରା ମାମୁଁ ଭଣଜା ପାହାଡ଼ ପାଦଦେଶରୁ ବାହାରି ହନୁମାନ ମନ୍ଦିର ପର୍ଯ୍ୟନ୍ତ ଯାଇଥିବା ବେଳେ ବାଣପୁରରେ ବିଷରପାଟଣା ଛକରୁ ମା’ ଭଗବତୀ ମନ୍ଦିର ଯାଇ ରଙ୍କନାଥ ମନ୍ଦିର ଠାରେ ପହଞ୍ଚିଥିଲା।

ଉକ୍ତ କାର୍ଯ୍ୟକ୍ରମରେ ଆରଏସଏସ ବାଣପୁର ଖଣ୍ଡ ସଂଘଚାଳକ ସତ୍ୟନାରାୟଣ ଷଡ଼ଙ୍ଗୀ, କାର୍ଯ୍ୟବାହ ପ୍ରଶାନ୍ତ ସୁପକାର, ରଞ୍ଜିତ ବଡ଼ଜେନା, ସ୍ୱୟଂସେବକ ସୀତାରାମ ଅଗ୍ରୱାଲ, ସୁଶାନ୍ତ ସାହୁ, ମନେନ୍ଦ୍ର ଦାସ, ରବୀନ୍ଦ୍ର କୁମାର ସେଠି, ଅରୁଣ ଆଚାରୀ, ଚିନ୍ତାମଣି ମିଶ୍ର, ବସନ୍ତ ସୁବୁଦ୍ଧି, ନନ୍ଦ କିଶୋର ମିଶ୍ର, ବିଭୁଦେନ୍ଦୁ ରାଉତ ପ୍ରମୁଖ ସାମିଲ ଥିଲେ।

balugaon banpur ଅଯୋଧ୍ୟା ରାମମନ୍ଦିର ରାମମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର ବ୍ଲକରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି

August 24, 2026

ବାଣପୁର: ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ରକ୍ତଦାନ ଶିବିର

August 22, 2026

ବଡ଼କୂଳ ମଣ୍ଡଳ ଭାଜପା ‘କାର୍ଯ୍ୟକର୍ତ୍ତା ସମାବେଶ’: ଯୋଗଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

August 21, 2026

ରଣପୁର ପ୍ରେସ କ୍ଲବରେ ପ୍ରଥମ ଥର ପାଇଁ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ

August 16, 2026
Latest News

ରକ୍ଷାବନ୍ଧନ ପୂର୍ବରୁ ୯୫୫ କିଲୋଗ୍ରାମ ଅପମିଶ୍ରଣ କ୍ରିମ୍ ଜବତ: କାରଖାନା ସିଲ୍

August 25, 2026

ଦୁଦୁରା ଫଳ ବିକ୍ରୟ ପାଇଁ କାର୍ଯ୍ୟାନୁଷ୍ଠାନ: ଆମାଜନ, ସ୍ୱିଗି ଏବଂ ବିଗବାସ୍କେଟର ଖାଦ୍ୟ ଲାଇସେନ୍ସ ରଦ୍ଦ

August 25, 2026

ଏହି ୫ ଟି ସହରରେ ୩୫ ଟଙ୍କାରେ ମିଳିବ ପିଆଜ: ସରକାରଙ୍କ ବଡ଼ ନିଷ୍ପତ୍ତି

August 25, 2026

ପୋଖରୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

August 25, 2026

ଆଜି ପାଟନାରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବେ ଛାତ୍ରଛାତ୍ରୀ

August 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.