Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲି ଚୋରାଚାଲାଣ ନେଇ ସରପଞ୍ଚଙ୍କ ବିରୋଧରେ ମାମଲା : ଅଭିଯୋଗକୁ ସରପଞ୍ଚଙ୍କ ଖଣ୍ଡନ
ଆଞ୍ଚଳିକ

ବାଲି ଚୋରାଚାଲାଣ ନେଇ ସରପଞ୍ଚଙ୍କ ବିରୋଧରେ ମାମଲା : ଅଭିଯୋଗକୁ ସରପଞ୍ଚଙ୍କ ଖଣ୍ଡନ

May 22, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଞ୍ଜିତ ପଣ୍ଡା
କୁଜଙ୍ଗ : କୁଜଙ୍ଗ ଥାନା ଅନ୍ତର୍ଗତ ଜିଲ୍ଲାନାସୀ ଗ୍ରାମରେ ବାଲି ଚୋରାଚାଲାଣକୁ ନେଇ ଥାନାରେ ଅଭିଯୋଗ କରାଯାଇଛି । ସରପଞ୍ଚ ଏବଂ ତାଙ୍କ ପୁଅ ବାଲି ଚୋରାଚାଲାଣ କରିବା ସହିତ ଏହାର ବିରୋଧ କରିବାରୁ ଗ୍ରାମବାସୀଙ୍କୁ ଆକ୍ରମଣ କରିଥିବା ନେଇ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି । ଅପରପକ୍ଷରେ ସରପଞ୍ଚଙ୍କ ପକ୍ଷରୁ ଅଭିଯୋଗକୁ ଖଣ୍ଡନ କରାଯାଇଛି ।

ଗ୍ରାମବାସୀଙ୍କ ପକ୍ଷରୁ କରାଯାଇଥିବା ଅଭିଯୋଗ ଅନୁଯାୟୀ 21 ତାରିଖ ଦିନ 5ଟା ବେଳେ 2ଟି ଜେସିବି ଏବଂ 10ଟି ଟ୍ରାକ୍ଟରରେ ବାଲି ଖୋଳାଯାଇ ଚାଲାଣ କରାଯାଉଥିଲା । ଗ୍ରାମବାସୀ ଖବର ପାଇ ଏହି ଘଟଣାକୁ ବିରୋଧ କରିବାରୁ ସରପଞ୍ଚ ପ୍ରମୋଦ ସ୍ବାଇଁ ଏବଂ ତାଙ୍କ ପୁଅ ଦୀପକ ସ୍ବାଇଁଙ୍କ ସହିତ ଗ୍ରାମବାସୀଙ୍କ ବଚସା ହୋଇଥିଲା । ଏହାପରେ ସରପଞ୍ଚ ଏବଂ ତାଙ୍କ ପୁଅ ଗ୍ରାମବାସୀଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିଲେ । ନାଏବ ସରପଞ୍ଚ ତଥା ଜିଲ୍ଲାନାସୀ ଗ୍ରାମର ନରେଶ ପ୍ରଧାନ ଏହି ଘଟଣାରେ ଗ୍ରାମବାସୀଙ୍କୁ ଭୁଜାଲିରେ ଆକ୍ରମଣ କରିବା ସହିତ ହତ୍ୟା ଧମକ ଦେଇଥିବା ନେଇ ଅଭିଯୋଗ ହୋଇଛି । ଏହାପରେ ଗ୍ରାମବାସୀଙ୍କ ପକ୍ଷରୁ କୁଜଙ୍ଗ ତହସିଲ ଏବଂ କୁଜଙ୍ଗ ଥାନାକୁ ଫୋନ୍‌ କରାଯାଇଥିଲା । ମାତ୍ର ତହସିଲଦାର ସ୍ମୃତି ପ୍ରଜ୍ଞା ପ୍ରିୟଦର୍ଶିନୀ ଏବଂ ଥାନାଧିକାରୀ ଦିଲ୍ଲୀପ ସାହୁ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଜେସିବି ଏବଂ ଟ୍ରାକ୍ଟର ସହିତ ଫେରାର ହୋଇଯାଇଥିଲେ ଅଭିଯୁକ୍ତ ।

ତେବେ ଏହି ଘଟଣାକ୍ରମ ନେଇ ସରପଞ୍ଚଙ୍କୁ ସମ୍ପର୍କ କରାଯିବା ପରେ ସେ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ । ବର୍ତ୍ତମାନ ସେ କରୋନା ଦାୟିତ୍ବରେ ବ୍ୟସ୍ତ ରହିଥିବା ବେଳେ ବାଲିଚୋରିକୁ ଏକ କପୋଳକଳ୍ପିତ କାହାଣୀ ବୋଲି ଅଭିହିତ କରିଥିଲେ ସରପଞ୍ଚ ପ୍ରମୋଦ ସ୍ବାଇଁ । ଉଲ୍ଲେଖଯୋଗ୍ୟ ଯେ, ଉକ୍ତ ଅଞ୍ଚଳରୁ ନିୟମିତ ଭାବରେ ବାଲିଚୋରି କରାଯାଉଥିବା ନେଇ ଅନେକଥର ଅଭିଯୋଗ ଆସିଛି । ଭବିଷ୍ୟତରେ ଏହି ଅଞ୍ଚଳ ଉପରେ ଚଢାଉ କରାଯିବ ବୋଲି ତହସିଲଦାର ସ୍ମୃତି ପ୍ରଜ୍ଞା ପ୍ରିୟଦର୍ଶିନୀ ପ୍ରକାଶ କରିଛନ୍ତି ।

kujang sand
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁରରେ ଏବିଭିପିର ୭୮ ତମ ପ୍ରତିଷ୍ଠା ଦିବସ ପାଳନ

July 9, 2026

ଚ଼ିଲିକା ସରକାରୀ ଉଚ୍ଚ ବିଦ୍ୟାଳୟର ୫୦ତମ ପ୍ରତିଷ୍ଠା ଦିବସ‌‌: ଯୋଗଦେଲେ ଆଇନ ମନ୍ତ୍ରୀ

July 7, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳନ

July 6, 2026

ଦକ୍ଷିଣପୁର କ୍ଲଷ୍ଟର ସ୍ତରୀୟ ପ୍ରଥମ ମାସିକ ବୈଠକ

July 4, 2026
Latest News

ଭାରତ-ଅଷ୍ଟ୍ରେଲିଆ କ୍ରୀଡ଼ା ସହଯୋଗିତା ରୋଡମ୍ୟାପ୍

July 10, 2026

ଏମ୍ସ ଭୁବନେଶ୍ୱରର ଅନନ୍ୟ ସଫଳତା: ୧୦୦ଟି ସଫଳ ରୋବୋଟିକ୍ ଅସ୍ତ୍ରୋପଚାର ସମ୍ପନ୍ନ

July 10, 2026

ପାଲଲହଡ଼ା କେନ୍ଦ୍ରୀୟ ବିଦ୍ୟାଳୟର ଭୂମିପୂଜନ ସହ ଅସ୍ଥାୟୀ କ୍ୟାମ୍ପସ ଉଦଘାଟିତ

July 10, 2026

ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକକୁ ବିରୋଧ କରି ଝାରସୁଗୁଡାରେ ବିଜେଡିର ବିକ୍ଷୋଭ

July 10, 2026

ପ୍ରକାଶ ପାଇଲା ବିଏଡ, ଏମଏଡ ଏବଂ ବିଏଚଏଡ ପ୍ରବେଶିକା ପରୀକ୍ଷା ଫଳ

July 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.