Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ ଅନୁଷ୍ଠିତ ହେବାକୁ ଥିବା ଦଶହରା, ରାବଣ ପୋଡି, ଗଜଲକ୍ଷ୍ମୀ ପୁଜା ସମ୍ପର୍କୀୟ ପ୍ରସ୍ତୁତି ବୈଠକ

ଖୋର୍ଦ୍ଧା: ଆଜି ଅପରାହ୍ନରେ ଖୋର୍ଦ୍ଧା ଜୟୀ ରାଜଗୁରୁ ଟାଉନ ହଲରେ ଚଳିତ ବର୍ଷ ୨୦୨୪ ଦଶହରା, ରାବଣ ପୋଡି, ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଓ ଭସାଣି ଉତ୍ସବ ଶାତିଶୃଙ୍ଖଳା ଓ ସୌହାର୍ଦ୍ଦ ପୂର୍ବ ବାତାବରଣ ମଧ୍ୟରେ ପାଳନ ହେବା ପାଇଁ ଏକ ପ୍ରସ୍ତୁତି ବୈଠକ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଉପ-ଜିଲ୍ଲାପାଳଙ୍କ ଦ୍ଵାରା ଆହୁତ ହୋଇଥିଲା। ଏହି ବୈଠକରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ମୁଖ୍ୟ ଅତିଥି ଥିବାବେଳେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଅଧ୍ୟକ୍ଷତା କରିଥିଲେ।

ବୈଠକ ସଂଯୋଜନା ଉପ ଜିଲ୍ଲାପାଳ ଦିପ୍ତି ରଞ୍ଜନ ସେଠି କରିଥିବା ବେଳେ ଜିଲ୍ଲାପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନସିଂହ, ପୌରପାଳିକା ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି, ଖୋର୍ଦ୍ଧା ଏସ.ଡି.ପି.ଓ ଅନିଲ କୁମାର ମହାନ୍ତି, ଡ଼ିଏସପି ପ୍ରଶାନ୍ତ କୁମାର ମାଝୀ, ତହସିଲଦାର ବିଭାଷ ରଞ୍ଜନ ପାଣିଗ୍ରାହୀ, ପୌର କାର୍ଯ୍ୟନିର୍ବାହି ଅଧିକାରୀଣି ରିଜୁଆନ କବଅବ, ବିଡିଓ କ୍ଷୀରାବ୍ଧି ତନୟା ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଣି ଜ୍ୟୋସ୍ନାମୟୀ ଆଚାର୍ଯ୍ୟ, ବିଭିନ୍ନ ପୂଜା କମିଟି ଏବଂ ରାବଣ ପୋଡି କମିଟିର ବରିଷ୍ଠ କର୍ମକର୍ତ୍ତା ଏବଂ ଜିଲ୍ଲା ସ୍ତରୀୟ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ଉକ୍ତ ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିଲେ।

ଉପ-ଜିଲ୍ଲାପାଳ ଶ୍ରୀ ସେଠି ଚଳିତ ବର୍ଷର ପ୍ରସ୍ତୁତି ବୈଠକ ବିବରଣୀ ପାଠକରିବା ସହିତ ଉତ୍ସବର ପୂର୍ବ-ପର ପ୍ରସ୍ତୁତି ବ୍ୟବସ୍ଥା ଅନୁଭୂତିକୁ ଉପସ୍ଥାପନ କରିଥିଲେ ଯାହା ଉପରେ ସର୍ବସମ୍ମତି କ୍ରମେ ନିଷ୍ପତିମାନ ନିଆଯାଇଥିଲା।

ପୂଜା ମଣ୍ଡପ / ପେଣ୍ଡାଲ ନିକଟରେ କୌଣସି ଅଶ୍ଳୀଳ ସଙ୍ଗୀତ ତଥା ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ ସର୍ବସମ୍ମତିକ୍ରମେ ବାରଣ କରାଗଲା। ପୂଜା ସମୟ ମଧ୍ୟରେ ଅନୁଷ୍ଠାନ ର ସଭ୍ୟମାନେ ସମସ୍ତ ପ୍ରକାର ଶାରିଶୃଙ୍ଖଳା ରକ୍ଷା କରିବେ ଏବଂ ଆୟୋଜକ ବଡି ଜୋନ ର କର୍ମକର୍ତା ବୃନ୍ଦ ଆଜି ଏହି ବୈଠକରେ ଆଗତ କରିଥିବା କାର୍ଯ୍ୟସୂଚୀ ଅନୁସାରେ କାର୍ଯ୍ୟ କରିବା ପାଇଁ ଅନୁମୋଦନ ଗୃହିତ ହୋଇଥିଲା। ରାବଣ ପୋଡି ଉତ୍ସବ ସ୍ଥଳକୁ ରାସ୍ତା ଓ ଗୃହନିର୍ମାଣ ବିଭାଗ, ବିଦ୍ୟୁତ ବିଭାଗ ଏବଂ ଅଗ୍ନିଶମ ବିଭାଗ, ପୌରପରିଷଦ, ତହସିଲଦାର ଅଧିକାରୀଙ୍କ ଦ୍ଵାରା ମିଳିତ ଭାବେ ଯାଞ୍ଚ କରାଯିବା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀମାନଙ୍କୁ ଅନୁରୋଧ କରିଥିଲେ।

ଏହି ସମୟ ରେ ଲାଇସେନ୍ସ ପ୍ରାପ୍ତ ବ୍ୟକ୍ତିଙ୍କ ଦ୍ୱାରା ଆତସବାଜି କାର୍ଯ୍ୟକ୍ରମ କରାଇବା ନିମନ୍ତେ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ଅଗ୍ନିଶମ ବିଭାଗ ଅଧିକାରୀ ଅନୁରୋଧ କରିଥିଲେ। ରାବଣ ପୋଡି ସ୍ଥଳ ରେ ଆବଶ୍ୟକୀୟ ବ୍ୟାରିକେଡ଼ କରିବା ପାଇଁ ରାସ୍ତା ଓ ଗୃହନିର୍ମାଣ ବିଭାଗକୁ ଅନୁରୋଧ କରାଗଲା। ଉଜ୍ଜ୍ଵଳ ଆଲୋକ ବ୍ୟବସ୍ଥା ଏବଂ ଯାନବାହାନ ପାକିଂ ବ୍ୟବସ୍ଥା ପାଇଁ ପୌରପରିଷଦ ଉପରେ ନ୍ୟସ୍ତ କରାଗଲା। ରାବଣ ପୋଡି ଉତ୍ସବ ରାତ୍ର ୧୦ ଘଟିକା ପୂର୍ବରୁ ସାରିବା ନିମନ୍ତେ ପ୍ରସ୍ତାବ ଗ୍ରହଣ କରାଗଲା।

୧୪.୧୦.୨୪ ତାରିଖ ଭସାଣି ଦିନ ସମସ୍ତ ମୂର୍ତ୍ତି ମେଢ ସହିତ କେଉଁ ମାର୍ଗ ଦେଇ କେଉଁ ପଡ଼ିଆରେ ଏକତ୍ରିତ ହେବେ ସେ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳଙ୍କ ଅନୁରୋଧ କ୍ରମେ ଏକ କମିଟି ଗଠନ କରାଗଲା। ଏହି କମିଟି ରେ ଉପ-ଜିଲ୍ଲାପାଳ, ଏସ.ଡି.ପି.ଓ, ଅଗ୍ନିଶମ ଅଧିକାରୀ, କାର୍ଯ୍ୟନିର୍ବାହୀ ଅଧିକାରୀଣି , ଖୋର୍ଦ୍ଧା ପୌରପାଳିକା, ରାସ୍ତା ଓ ଗୃହନିର୍ମାଣ ଯନ୍ତ୍ରୀ, ବିଦ୍ୟୁତ ବିଭାଗ ଯନ୍ତ୍ରୀ ସଦସ୍ୟ ରହିବେ। ଆୟୋଜକ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା କରିବେ, ବୁଲା ଗାଈଗୋରୁମାନଙ୍କୁ ପୌରପରିଷଦ ଏବଂ ପୁଲିସ ବିଭାଗ କୁ ଏହାର ଆୟତ୍ତ କରିବାକୁ ନିଷ୍ପତି ନିଆଗଲା।

ନିଶାମୁକ୍ତ, ଡିଜେ ମୁକ୍ତ, ପଲିଥିନ ମୁକ୍ତ ଭସାଣି ପାଇଁ ବୈଠକରେ ସ୍ଥିର କରାଗଲା। ଭକ୍ତିର ବାତାବରଣ ସୃଷ୍ଟି ହେବା ପରି ସଙ୍ଗୀତ ପରିବେଷଣ କରିବେ ଏବଂ ଅଶ୍ଳୀଳ ସଙ୍ଗୀତ ତଥା ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ ସର୍ବସମ୍ମତିକ୍ରମେ ବାରଣ କରାଗଲା। ଆୟୋଜକ, ପୂଜା ମଣ୍ଡପ ପାଖରେ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ରଖିବେ। ଯେଉଁମାନେ ରାସ୍ତା ଉପରେ ତୋରଣ ବାନ୍ଧୁଛନ୍ତି ସେମାନେ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ / ରାସ୍ତା ଓ ଗୃହନିର୍ମାଣ ବିଭାଗ, ବିଦ୍ୟୁତ ବିଭାଗ ଏବଂ ଅଗ୍ନିଶମ ବିଭାଗ ଠାରୁ ଆବଶ୍ୟକ ଅନୁମତି ଆଣିବେ ଏବଂ ତୋରଣ ଗୁଡିକୁ ସମ୍ଭାବ୍ୟ ଉଚ୍ଚତା ୫ ମିଟର ରଖିବେ। ସିଡିଏମଓ ଙ୍କୁ ଲକ୍ଷ୍ମୀପୂଜା ଦିନ ରାବଣ ପୋଡି ଓ ଭସାଣି ଉତ୍ସବ ଦିନ ଆମ୍ବୁଲାନ୍ସ ଯୋଗାଇଦେବାକୁ, ମୁନିସିପାଲିଟି ଓ ପି ଏଚ ଡି ପାଣି ଟାଙ୍କି, ବିଦ୍ୟୁତ ବିଭାଗ କୁ ଅନ୍ୟୁନ ୨୦ ପୁଟ୍ଟ ଉଚ୍ଚତାରେ ବିଦ୍ୟୁତ ସଂଯୋଗ ଦେବାକୁ ଅନୁରୋଧ କରାଗଲା।

ହାବେଳି ପଡିଆରେ ୧୩.୧୦.୨୪ ଦିନ ରାବଣ ପୋଡ଼ି କାର୍ଯ୍ୟକ୍ରମ ସନ୍ଧ୍ୟା ୭ ଟାରୁ ରାତି ୧୦ ଭିତରେ ସାରିବାକୁ ନିର୍ଦ୍ଦେଶ ରହିଲା। ୨୩.୧୦.୨୦୨୪ ଲକ୍ଷ୍ମୀ ପୂଜା ଦିନ ମଧ୍ୟାହ୍ନ ୧୨ ସୁଦ୍ଧା ମଣ୍ଡପ ଛାଡିବାକୁ ଏବଂ ବିଜେବି ହାଇ ସ୍କୁଲ ପଡିଆରେ ଅପରାହ୍ନ ୩ ସୁଦ୍ଧା ସମସ୍ତ ମୂର୍ତ୍ତି ଏକାଠି ହୋଇ ସନ୍ଧ୍ୟା ୫ଟା ରେ ଭସାଣି ଆରମ୍ଭ କରିବାକୁ ନିଷ୍ପତି ନିଆଯାଇଛି। ଶେଷରେ ମୁଖ୍ୟ ଅତିଥି ନିକଟରେ ଅସ୍ଥାୟୀ ଦୋକାନକୁ ଉଠାଇବାକୁ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

ପରିଶେଷରେ ପୌରପରିଷଦ ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି ଧନ୍ୟବାଦ ଜ୍ଞାପନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

WHO ର ଦକ୍ଷିଣ ପୂର୍ବ ଏସିଆର ଅଧ୍ୟକ୍ଷ ହେଲେ ଜେପି ନଡ୍ଡା

ନୂଆଦିଲ୍ଲୀ: WHO ଦକ୍ଷିଣ ପୂର୍ବ ଏସିଆର 77 ତମ ବାର୍ଷିକ ଅଧିବେଶନ ଆଜି ଦେଶର ରାଜଧାନୀ ଦିଲ୍ଲୀରେ ଆୟୋଜିତ ହୋଇଯାଇଛି। ଏହି ସମୟରେ ଭାରତର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା WHO ର ଦକ୍ଷିଣ ପୂର୍ବ ଏସିଆ ଅଞ୍ଚଳର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି। ଏହି ସମୟରେ ଜେପି ନଡ୍ଡା ମଧ୍ୟ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ।

ସେ କହିଛନ୍ତି ଯେ, ସର୍ବଭାରତୀୟ ସ୍ୱାସ୍ଥ୍ୟ କଭରେଜ ହାସଲ କରିବା ପାଇଁ ଭାରତର ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ତଥା ଅତ୍ୟାବଶ୍ୟକ ସେବାକୁ ମଜବୁତ କରିବା ଉପରେ କେନ୍ଦ୍ର ସରକାର ଏକ ସାମାଜିକ ଅନ୍ତର୍ଭୂକ୍ତିକରଣ ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡିଜିଟାଲ ସ୍ୱାସ୍ଥ୍ୟ କ୍ଷେତ୍ରରେ ଭାରତକୁ ଏକ ପ୍ରମୁଖ ଉଦୀୟମାନ ଦେଶ ବୋଲି ବର୍ଣ୍ଣନା କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ, ଇ-ସଞ୍ଜୀବନୀ, ଆଇଏଚଆଇପି, ସାକ୍ଷମ ଇତ୍ୟାଦି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମାଧ୍ୟମରେ ବୈଷୟିକ ଏବଂ ଆର୍ଥିକ ସହାୟତା ପାଇବ। ଆୟୁଷ୍ମାନ ଭାରତ ବିଷୟରେ ସେ କହିଛନ୍ତି ଯେ, ଏହି ଯୋଜନାରେ ୧୨୦ ମିଲିୟନରୁ ଅଧିକ ପରିବାର ଅନ୍ତର୍ଭୁକ୍ତ, ଡାକ୍ତରଖାନାରେ ଭର୍ତ୍ତି ହେବା ପାଇଁ ପରିବାର ପ୍ରତି ବାର୍ଷିକ ୬ ହଜାର ଆମେରିକୀୟ ଡଲାରର ଲାଭ ମିଳେ।

Categories
ଆଜିର ଖବର ରାଜ୍ୟ ଖବର

ଜାହାନିଆ ସମୁଦ୍ରକୂଳରେ ସୋଆ ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀଙ୍କ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀମାନଙ୍କ ପକ୍ଷରୁ ‘ସ୍ୱଚ୍ଛତା ହି ସେବା’ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ନିକଟବର୍ତ୍ତୀ ଜାହାନିଆ ସମୁଦ୍ରକୂଳରେ ସଫେଇ କରାଯାଇଛି।

ସମୁଦ୍ରକୂଳ ସଫେଇ ନେଇ ସଚେତନତା, ଉପକୂଳ ପରିବେଶ ସଂରକ୍ଷଣ ଏବଂ ପ୍ରଦୂଷଣ ମୁକ୍ତ ତଟ ବିଷୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ପ୍ରୋଗ୍ରାମ ଅଫିସର ଡକ୍ଟର ମୋଉ ରାୟ, ଡକ୍ଟର ଶ୍ୟାମଳେନ୍ଦୁ ତ୍ରିପାଠୀ, ଡକ୍ଟର ରାକେଶ ରୋଶନ୍ ଶତପଥୀ ଏବଂ ଡକ୍ଟର ଅନନ୍ତ ପ୍ରସାଦ ନନ୍ଦଙ୍କ ନେତୃତ୍ୱରେ ୯୦ ଜଣ ସ୍ୱେଚ୍ଛାସେବୀ ଏହି ସମୁଦ୍ର ତଟର ୫ କିମି ପରିସୀମା ସଫେଇ କରିଥିଲେ। ସେମାନେ ପ୍ଲାଷ୍ଟିକ୍ ପାଣିବୋତଲ, ବସ୍ତୁ ଓ ଚକଲେଟ୍ ଖୋଳ ଭଳି ପଦାର୍ଥ ସଂଗ୍ରହ କରିଥିଲେ। ସମୁଦ୍ରକୂଳ ସଫା କରିବା ପରେ ସ୍ୱେଚ୍ଛାସେବୀଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଥିଲା।

ସଫେଇ କାର୍ଯ୍ୟକ୍ରମ ସମେତ ଏନ୍‌ଏସଏସ୍ ସ୍ୱେଚ୍ଛାସେବୀ ସମୁଦ୍ରକୂଳକୁ ବୁଲି ଆସିଥିବା ପର୍ଯ୍ୟଟକମାନଙ୍କୁ ବର୍ଜ୍ୟବସ୍ତୁକୁ ପକାଇବା ପାଇଁ ଡଷ୍ଟବିନ୍‌ର ବ୍ୟବହାର ନିମନ୍ତେ ସଚେତନ କରାଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ନିଜ ଦ୍ୱାରା ଲିଖିତ ଗର୍ବା ଗୀତ ଶେୟାର କଲେ ପ୍ରଧାନମନ୍ତ୍ରୀ: ଗାୟକଙ୍କୁ ଜଣାଇଲେ ଧନ୍ୟବାଦ 

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେବୀ ଦୁର୍ଗାଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ଲେଖିଥିବା ‘ଆବତୀ କଲାୟା ମାଡି ଭାୟା କଲାୟା’ ଶୀର୍ଷକ ଗୀତ ଶେୟାର କରିଛନ୍ତି।

ଗର୍‌ବା ଗୀତ ଗାଇଥିବାରୁ ଶ୍ରୀ ମୋଦୀ ଗାୟକ ପୂର୍ବା ମନ୍ତ୍ରୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

“ଏହା ହେଉଛି ନବତ୍ରୀଙ୍କ ଶୁଭ ସମୟ ଏବଂ ଲୋକମାନେ ମା ଦୁର୍ଗାଙ୍କ ପ୍ରତି ଭକ୍ତି ଭାବରେ ଏକତ୍ର ହୋଇ ବିଭିନ୍ନ ଉପାୟରେ ଉତ୍ସବ ପାଳନ କରୁଛନ୍ତି। ଶ୍ରଦ୍ଧା ଓ ଆନନ୍ଦର ଏହି ଭାବନାରେ, ଏହି #ଆବତୀକଲାୟା, ଏକ ଗର୍‌ବା, ଯାହାକୁ ମୁଁ ସେମାନଙ୍କର ଶକ୍ତି ଏବଂ କୃପା ପ୍ରତି ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ଲେଖିଛି। ତାଙ୍କର ଆଶୀର୍ବାଦ ସବୁବେଳେ ଆମ ଉପରେ ରହିଥାଉ।”

https://x.com/narendramodi/status/1843146046215422410

“ଏହି ଗର୍‌ବା ଗୀତ ଗାଇଥିବାରୁ ଏବଂ ଏହାର ଏପରି ସୁନ୍ଦର ଉପସ୍ଥାପନା ପାଇଁ ମୁଁ ଆଗାମୀ ଦିନର ଜଣେ ଦକ୍ଷ ଗାୟକ ପୂର୍ବା ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଉଛି।”#AavatiKalay”

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପୋଷଣକୁ ଗୁରୁତ୍ୱ: ସମ୍ମମରେ ସୁନୋ ୨.୦ ଆୟୋଜିତ

ଭୁବନେଶ୍ୱର: ପୋଷଣର ଗୁରୁତ୍ୱ ଏବଂ ଖାଦ୍ୟ ଗ୍ରହଣ ପ୍ରକ୍ରିୟାକୁ ନେଇ ଗତ ଶନିବାର ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ଆୟୋଜିତ ହୋଇଥିବା ଦ୍ୱିତୀୟ ସମ୍ ଅଲ୍ଟିମେଟ ନ୍ୟାସ୍‌ନାଲ ନ୍ୟୁଟ୍ରିସନ୍ ଓରିଏନ୍‌ଟେସନ୍ (ସୁନୋ ୨.୦) କାର୍ଯ୍ୟକ୍ରମରେ ବିସ୍ତୃତ ଭାବେ ଆଲୋଚନା ହୋଇଯାଇଛି।

ଏହି ଶୈକ୍ଷିକ କାର୍ଯ୍ୟକ୍ରମରେ ସାରା ଦେଶରୁ ୯ ଜଣ ବିଶେଷଜ୍ଞ ଯୋଗ ଦେଇ ବିଭିନ୍ନ ପ୍ରସଙ୍ଗରେ ବକ୍ତବ୍ୟ ରଖିଥିଲେ।

କାର୍ଯ୍ୟକ୍ରମକୁ ସମ୍ମମ୍‌ର ଚିଫ୍ ଏଗ୍‌ଜିକ୍ୟୁଟିଭ ଅଫିସର ଡକ୍ଟର ଶ୍ୱେତପଦ୍ମା ଦାଶ ଉଦ୍‌ଘାଟନ କରିଥିବା ବେଳେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ପୋଷଣର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ। ଚଳିତ ବର୍ଷର ପ୍ରସଙ୍ଗ ‘କ୍ରିଟିକାଲ୍ ନ୍ୟୁଟ୍ରିସନ୍ ଇନ୍ ଆକ୍ସନ୍‌’ ହିଁ ସୂଚାଉଛି ଯେ ସୁସ୍ଥ ହେବା ନିମନ୍ତେ ପୋଷଣ କେତେ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ।

ଗୁରୁତର ରୋଗୀଙ୍କ କ୍ଷେତ୍ରରେ ପୋଷଣର ଅନିୟମିତତାକୁ ଚିହ୍ନଟ କରିପାରିଲେ ରୋଗର ଜଟିଳତା କମି ଯାଇଥାଏ ଏବଂ ରୋଗୀ ଶୀଘ୍ର ସୁସ୍ଥ ହୋଇଥାଏ ବୋଲି ସେ କହିଥିଲେ। ଏହି କ୍ଷେତ୍ର ବେଶ ବ୍ୟାପକ। ପୋଷଣ କ୍ଷେତ୍ରରେ ଗବେଷଣାର ଆବଶ୍ୟକତା ରହିଛି ବୋଲି ଡକ୍ଟର ଦାଶ କହିଥିଲେ।

ଏହି କାର୍ଯ୍ୟକ୍ରମକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ। ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ ରୋଗୀମାନଙ୍କୁ ଅସାଧାରଣ ରୋଗୀ ସେବା ପ୍ରଦାନ କରିବା ନିମନ୍ତେ ଅତ୍ୟାଧୁନିକ ପୋଷଣ ଜନିତ ଜ୍ଞାନ ଆହରଣ କରିବାର ଆବଶ୍ୟକତା ରହିଥିବା ବେଳେ ସୁନୋ ୨.୦ ଭଳି କାର୍ଯ୍ୟକ୍ରମ ଏହି ଲକ୍ଷ୍ୟ ପୂରଣ ହେବାରେ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଫେସର ନାୟକ କହିଥିଲେ।

କାର୍ଯ୍ୟକ୍ରମରେ ସମ୍ମମର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ ବ୍ରିଗେଡିୟର (ଡାକ୍ତର) ବିରାଜ ମୋହନ ମିଶ୍ର, ମେଡିସିନ୍ ବିଭାଗର ସିନିୟର କନ୍‌ସଲଟାଂଟ ତଥା ସୁନୋର ଏକାଡେମିକ୍ ଆଡଭାଇଜର ଡାକ୍ତର କୁମାର ଧର, ଡାଏଟିକ୍ସ ବିଭାଗର ମୁଖ୍ୟ ତଥା କାର୍ଯ୍ୟକ୍ରମର ଅର୍ଗାନାଇଜିଂ ସେକ୍ରେଟାରୀ ସୁଶ୍ରୀ ସଂଗୀତା ଜେନା ବକ୍ତବ୍ୟ ରଖିଥିଲେ।

ବ୍ରିଗେଡିୟର ମିଶ୍ର କାର୍ଯ୍ୟକ୍ରମରେ ଓଡ଼ିଶାର ଡାଏଟିକ୍ସ କ୍ଷେତ୍ରର ବ୍ୟକ୍ତି ବିଶେଷ ବେଶ ଆଗ୍ରହର ସହ ଭାଗ ନେଇଥିବାରୁ ପ୍ରଶଂସା କରିବା ସହ ସମ୍ମମର ଡାଏଟିକ୍ସ ଟିମ୍ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଅନେକ ସହଯୋଗ କରୁଥିବା ପ୍ରକାଶ କରିଥିଲେ।

ଡାକ୍ତର ଧର କହିଥିଲେ ଯେ ଶିଶୁଙ୍କ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କୁ ପୋଷଣ କ୍ଷେତ୍ରରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ଶ୍ରୀମତି ଜେନା କହିଥିଲେ ଯେ ଭବିଷ୍ୟତରେ ପୋଷଣ ସମ୍ପର୍କିତ ଏକ ଆନ୍ତର୍ଜାତିକ କର୍ମଶାଳା ଆୟୋଜନ କରାଯିବାର ଯୋଜନା ରହିଛି।

କାର୍ଯ୍ୟକ୍ରମରେ ଭୁବନେଶ୍ୱର ସ୍ଥିତ କିଡସ ହସ୍ପିଟାଲର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଡାକ୍ତର ଆଲୋକ କାନୁନ୍‌ଗୋ, ହାଇଦ୍ରାବାଦ ସ୍ଥିତ ଏଆଇଜି ହସ୍ପିଟାଲ୍‌ର ଲିଡ୍ କ୍ଲିନିକାଲ୍ ଡାଏଟିସିଆନ୍ ଡାକ୍ତର ରାଧା ରେଡ୍ଡୀ ଚଢ଼ା, କ୍ୟାପିଟାଲ ହସ୍ପିଟାଲର ପୂର୍ବତନ ଚିଫ୍ ମେଡିକାଲ ଅଫିସର ତଥା ଶିଶୁରୋଗ ବିଭାଗର ମୁଖ୍ୟ ଡାକ୍ତର ଶଶିକାନ୍ତ ମିଶ୍ର, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍‌ର ମାନସିକ ରୋଗ ପିଜି ବିଭାଗର ପ୍ରଫେସର (ଡାକ୍ତର) ଶୁଭେନ୍ଦୁ ନାରାୟଣ ମିଶ୍ର, ସମ୍ମମ୍‌ର ଜେରିଆଟ୍ରିକ୍ ମେଡିସିନ୍ ବିଭାଗର କନ୍‌ସଲଟାଂଟ ଡାକ୍ତର ପୁର୍ଣ୍ଣ ଚନ୍ଦ୍ର ଦାସ, କିମ୍ସର ଆସିଷ୍ଟାଂଟ ପ୍ରଫେସର ଡାକ୍ତର ଶ୍ୱେତା ପରିଡ଼ା ଏବଂ କ୍ରିଟିକାଲ୍ କେୟାର ମେଡିସିନ୍ ବିଭାଗର ଡାକ୍ତର ଆଲିଶା ଚୌଧୁରୀ ବକ୍ତବ୍ୟ ରଖିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଭାରତ ପାଇଁ ସେମିଫାଇନାଲର ରାସ୍ତା ଅତ୍ୟନ୍ତ କଷ୍ଟକର, ଜାଣନ୍ତୁ ସମ୍ପୂର୍ଣ୍ଣ ସମୀକରଣ

ନୂଆଦିଲ୍ଲୀ: ମହିଳା ଟି -୨୦ ବିଶ୍ୱକପ୍‌ରେ ଭାରତ ଏହାର ଦ୍ୱିତୀୟ ମ୍ୟାଚ୍‌ରେ ପାକିସ୍ତାନକୁ ପରାସ୍ତ କରିଛି। ହରମାନପ୍ରୀତ କୌରଙ୍କ ନେତୃତ୍ୱରେ ଭାରତୀୟ ଦଳ ପାକିସ୍ତାନକୁ ୬ ୱିକେଟରେ ପରାସ୍ତ କରିଛି। ଏହାପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ଟିମ୍ ଇଣ୍ଡିଆକୁ ୫୮ ରନ୍ ରେ ପରାସ୍ତ କରିଥିଲା, କିନ୍ତୁ ଭାରତୀୟ ଖେଳାଳିମାନେ ପାକିସ୍ତାନ ବିପକ୍ଷରେ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହି ବିଜୟ ପରେ ଭାରତୀୟ ଦଳ ସେମିଫାଇନାଲରେ ପ୍ରବେଶ କରିବ କି? ଏବେ ଭାରତ ପାଇଁ ସେମିଫାଇନାଲର ରାସ୍ତା କେତେ ସହଜ ବା କଷ୍ଟସାଧ୍ୟ? ପାକିସ୍ତାନ ବିପକ୍ଷରେ ବିଜୟ ସତ୍ତ୍ୱେ ଟିମ୍ ଇଣ୍ଡିଆ ସେମିଫାଇନାଲରେ ପ୍ରବେଶ କରିବା ସହଜ ନୁହେଁ। ତେବେ ଭାରତୀୟ ଦଳର ଆଶା ଲିଭିନାହିଁ। ଏବେ ସେମିଫାଇନାଲରେ ପ୍ରବେଶ କରିବା ପାଇଁ ଭାରତକୁ କ’ଣ କରିବାକୁ ପଡ଼ିବ, ଆସନ୍ତୁ ଜାଣିବା ସମଗ୍ର ସମୀକରଣ…

ଭାରତୀୟ ଦଳ ବୁଧବାର ଦିନ ଶ୍ରୀଲଙ୍କାକୁ ଭେଟିବ। ହରମାନପ୍ରୀତ କୌରଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ପାଇଁ ଏହି ମ୍ୟାଚ୍ କର ବା ମର ପରିସ୍ଥିତି। ଏହା ବ୍ୟତୀତ ଭାରତୀୟ ଦଳକୁ ଏହାର ନେଟ ରନ୍ ହାରରେ ଉନ୍ନତି ଆଣିବାକୁ ପଡ଼ିବ। ଯଦି ଟିମ୍ ଇଣ୍ଡିଆ ଏହା କରିବାରେ ସଫଳ ହୁଏ, ତେବେ ସେମିଫାଇନାଲର ଆଶା ଜୀବନ୍ତ ରହିବ। ଏହା ପରେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ଭେଟିବ। ଭାରତୀୟ ଦଳକୁ ଯେକୌଣସି ମୂଲ୍ୟରେ ଅଷ୍ଟ୍ରେଲିଆ ବିପକ୍ଷରେ ଜିତିବାକୁ ପଡ଼ିବ। ଭାରତ ପାଇଁ ସବୁଠାରୁ ବଡ ସମସ୍ୟା ହେଉଛି ଖରାପ ରନ୍ ହାର। ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ ୫୮ ରନ୍ ବ୍ୟବଧାନରେ ଭାରତକୁ ପରାସ୍ତ କରିଥିଲା। ଏହି ଖରାପ ନେଟ୍ ରନ୍ ହାର ଟିମ୍ ଇଣ୍ଡିଆର ସେମିଫାଇନାଲରେ ବାଧା ସୃଷ୍ଟି କରିପାରେ।

ରବିବାର ଦିନ ଭାରତ ଏବଂ ଅଷ୍ଟ୍ରେଲିଆର ଦଳ ମୁହାଁମୁହିଁ ହେବେ। ବିଜୟ ପଞ୍ଜିକରଣ ସହିତ ଭାରତୀୟ ଦଳକୁ ଏହାର ନେଟ ରନ୍ ହାରରେ ଉନ୍ନତି ଆଣିବାକୁ ପଡିବ। ଏହିପରି ଭାରତକୁ ଶ୍ରୀଲଙ୍କା ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବାକୁ ପଡିବ। ଯଦି ଭାରତୀୟ ଦଳ ଶ୍ରୀଲଙ୍କା ଏବଂ ଅଷ୍ଟ୍ରେଲିଆକୁ ପରାସ୍ତ କରେ, କିନ୍ତୁ ନେଟ ରନ୍ ହାରରେ ଉନ୍ନତି ଆଣିବାରେ ବିଫଳ ହୁଏ, ତେବେ ସେମିଫାଇନାଲର ସ୍ୱପ୍ନ ଧୂଳିସାତ ହେବ। ଯଦି ଭାରତୀୟ ଦଳ ୧୧ ଓଭର ପୂର୍ବରୁ ପାକିସ୍ତାନକୁ ପରାସ୍ତ କରିବାରେ ସଫଳ ହୋଇଥାନ୍ତା, ତେବେ ନେଟ୍ ରନ୍ ହାର ସକରାତ୍ମକ ହୋଇଥାନ୍ତା, କିନ୍ତୁ ଟିମ୍ ଇଣ୍ଡିଆ ତାହା କରିବାରେ ବିଫଳ ହୋଇଥିଲା। ବର୍ତ୍ତମାନ ଶ୍ରୀଲଙ୍କା ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ନେଟ୍ ରନ୍ ହାରରେ ଉନ୍ନତି ଆଣିବାକୁ ଟିମ୍ ଇଣ୍ଡିଆର ଏକ ସୁଯୋଗ ରହିଛି।

Categories
ଆଞ୍ଚଳିକ

ଖୋର୍ଦ୍ଧାର ବିଶିଷ୍ଟ ସମାଜସେବୀଙ୍କ ଦଶାହ କ୍ରିୟା ଅନୁଷ୍ଠିତ

ଖୋର୍ଦ୍ଧା: ଖୋର୍ଦ୍ଧା ପାଇକତିଗିରିଆ ଅଞ୍ଚଳର ବିଶିଷ୍ଟ ସମାଜସେବୀ ତଥା ବାଣପୁର ଓକିଲ ସଂଘ ସମ୍ପାଦକ ରଞ୍ଜନ କୁମାର ବେଦମତ୍ତାଙ୍କ ଶ୍ୱଶୁର ସ୍ବର୍ଗତ ରବିନାରାୟଣ ତ୍ରିପାଠୀଙ୍କ ଦଶାହ କ୍ରିୟା ସୋମବାର ଦିନ ପାଇକତିଗିରିଆସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି। ସ୍ବର୍ଗତ ଶ୍ରୀ ତ୍ରିପାଠୀ ଖୋର୍ଦ୍ଧା ଅଞ୍ଚଳର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ମଧ୍ୟ ଥିଲେ।

ସେ ଅତ୍ୟନ୍ତ ମେଳାପୀ ଏବଂ ଅମାୟିକ ବ୍ୟକ୍ତି ଥିଲେ। ତାଙ୍କର ଦଶାହ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଅଞ୍ଚଳର ବହୁ ବ୍ୟବସାୟୀ, ବୁଦ୍ଧିଜୀବୀ, ସମାଜସେବୀ ଏବଂ ରାଜନୈତିକ ବ୍ୟକ୍ତିବିଶେଷ ଯୋଗଦେଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ଏହି ଅବସରରେ ଉପସ୍ଥିତ ହିତାକାଂକ୍ଷୀ ମାନେ ସ୍ବର୍ଗତ ଶ୍ରୀ ତ୍ରିପାଠୀଙ୍କ ସ୍ମୃତିଚାରଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସ୍ବର୍ଗତ ଶ୍ରୀ ତ୍ରିପାଠୀଙ୍କ ଝିଅ ମଞ୍ଜୁଲତା ବେଦମତ୍ତା, ଜାମାତା ଆଇନଜୀବୀ ରଞ୍ଜନ କୁମାର ବେଦମତ୍ତା ଏବଂ ଏକମାତ୍ର ନାତୁଣୀ ଅଙ୍କିତା ବେଦମତ୍ତା ଆଦି ପରିଚାଳନା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ସର୍ବଭାରତୀୟ ରେଲୱେ ବକ୍ସିଂ ଚାମ୍ପିଅନସିପରେ ପୂର୍ବତଟ ରେଳପଥର ସଫଳତା

ନୂଆଦିଲ୍ଲୀ: ନିକଟରେ ଶେଷ ହୋଇଥିବା ସର୍ବଭାରତୀୟ ରେଲୱେ ବକ୍ସିଂ ଚାମ୍ପିଅନସିପରେ ପୂର୍ବତଟ ରେଳପଥ ଚାରିଟି ସମ୍ମାନଜନକ ପଦକ ହାସଲ କରି ତାରକା ପ୍ରଦର୍ଶନ କରିଥିଲା। ପୁରୁଷ ଦଳ ଦୁଇଟି ରୌପ୍ୟ ପଦକ ଜିତିଥିବାବେଳେ ମହିଳା ଦଳ ଗୋଟିଏ ରୌପ୍ୟ ଏବଂ ଗୋଟିଏ କାଂସ୍ୟ ପଦକ ହାସଲ କରି ଜାତୀୟ ସ୍ତରରେ ସେମାନଙ୍କର ଆଭିମୁଖ୍ୟ ଏବଂ ନିଷ୍ଠା ପ୍ରତିଫଳିତ କରିଛନ୍ତି।

ପୂର୍ବତଟ ରେଳପଥ ବକ୍ସିଂ ଖେଳାଳି ମାନଙ୍କର ସଫଳତାକୁ ସ୍ୱୀକୃତି ଦେଇ ଛଅ ଜଣ ବିଶିଷ୍ଟ ଖେଳାଳି – ପୁରୁଷ ଦଳର ତିନିଜଣ ଏବଂ ମହିଳା ଦଳର ତିନିଜଣ – ଜାତୀୟ ବକ୍ସିଂ ଦଳକୁ ପ୍ରତିନିଧିତ୍ୱ କରିବାକୁ ମନୋନୀତ ହୋଇଛନ୍ତି, ଯାହା ପୂର୍ବତ ରେଳପଥ ଖେଳାଳି ମାନଙ୍କ ପାଇଁ ଏକ ଉଲ୍ଲେଖନୀୟ ପ୍ରଦର୍ଶନ।

ଆଜି ଭୁବନେଶ୍ୱର ଠାରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ବ୍ୟକ୍ତିଗତ ଭାବେ ବିଜୟ ବକ୍ସରମାନଙ୍କୁ ଅଭିନନ୍ଦନ ଜଣାଇ ସେମାନଙ୍କର କଠିନ ପରିଶ୍ରମ ଏବଂ ନିଷ୍ଠାକୁ ପ୍ରଶଂସା କରିଥିଲେ। ସେମାନଙ୍କର ଭବିଷ୍ୟତ ପ୍ରୟାସ ପାଇଁ ସେ ତାଙ୍କର ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କୁ ଉଭୟ ରେଳବାଇ ଏବଂ ଦେଶକୁ ଗର୍ବିତ କରିବାକୁ ଉତ୍ସାହିତ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ରତନ ଟାଟା ଅସୁସ୍ଥ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲର ଆଇସିୟୁରେ ହେଲେ ଭର୍ତ୍ତି

ନୂଆଦିଲ୍ଲୀ: ଜଣାଶୁଣା ଶିଳ୍ପପତି ରତନ ଟାଟା ହଠାତ ଅସୁସ୍ଥ ହୋଇପଡିଛନ୍ତି ଏବଂ ତାଙ୍କୁ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଟାଟା ସନ୍ସ ଚେୟାରମ୍ୟାନ୍ ଏମିରିଟସ୍ ରତନ ଟାଟାଙ୍କୁ ୮୬ ବର୍ଷ ବୟସ ଏବଂ ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଜାମ୍ମୁ କାଶ୍ମୀରର କିଙ୍ଗ ମେକର ହେବେ ଏହି ୫ ମନୋନୀତ ସଦସ୍ୟ!: ଏଲଜିଙ୍କ ଏହି ପ୍ରସ୍ତାବକୁ ନେଇ ବିବାଦ

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରେ ଅଧିକାଂଶ ଏକଜିଟ୍ ପୋଲ୍ ଝୁଲା ବିଧାନସଭା ସମ୍ଭାବନାକୁ ସୂଚାଉଛି। ଏଭଳି ପରିସ୍ଥିତିରେ ଜାମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କ ଦ୍ୱାରା ମନୋନୀତ ହୋଇଥିବା ୫ ଜଣ ସଦସ୍ୟ କିଙ୍ଗ ମେକର ହୋଇପାରନ୍ତି। ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ଦ୍ଵାରା ପାଞ୍ଚ ଜଣ ସଦସ୍ୟଙ୍କୁ ମନୋନୀତ କରିବାକୁ ପ୍ରସ୍ତାବକୁ ନେଇ ବିବାଦ ଲାଗି ରହିଛି। କଂଗ୍ରେସ ଏବଂ ଏନସି ଖୋଲାଖୋଲି ଭାବେ ଏହା ବିରୋଧରେ ଆସିଛନ୍ତି।

ଏହି ସଦସ୍ୟମାନେ ବିଧାନସଭାର ପ୍ରଥମ ବୈଠକ ପୂର୍ବରୁ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଦ୍ୱାରା ନିର୍ବାଚିତ ହେବେ। ଏଭଳି ପରିସ୍ଥିତିରେ ଏହି ମନୋନୀତ ସଦସ୍ୟମାନେ ମଧ୍ୟ ଆସ୍ଥା ଭୋଟ୍ ରେ ଭୋଟ୍ ଦେବାର ଅଧିକାର ପାଇବେ। ସୂଚନା ଅନୁଯାୟୀ, ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ଦ୍ୱାରା ମନୋନୀତ ହେବାକୁ ଥିବା ୫ ଜଣ ସଦସ୍ୟଙ୍କ ମଧ୍ୟରେ ଜଣେ ମହିଳା, ପିଓକେ ରୁ ଜଣେ ଶରଣାର୍ଥୀ, ୨ କାଶ୍ମୀର ବିସ୍ଥାପିତ ଏବଂ ଅନ୍ୟ ଜଣେ ରହିବେ। ପ୍ରତ୍ୟେକ ବର୍ଗ ପାଇଁ ୫-୬ ନାମ ପଠାଯାଇଛି।

ମନୋନୀତ ସଦସ୍ୟ ଭାବରେ ନିର୍ବାଚିତ ସଦସ୍ୟ ଭାବରେ ସମାନ କ୍ଷମତା ରହିବ:

ଧାରା ୩୭୦ ହଟାଯିବା ପରେ ଜାମ୍ମୁ କାଶ୍ମୀରରେ ପ୍ରଥମ ଥର ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଛି। ତିନୋଟି ପର୍ଯ୍ୟାୟରେ ଏଠାରେ ମତଦାନ କରାଯାଇଥିଲା। ଅକ୍ଟୋବର ୮ ତାରିଖରେ ଫଳାଫଳ ଆସିବ। ତେବେ ଏହାପୂର୍ବରୁ ଲେଫ୍ଟନାଣ୍ଟ ଗଭର୍ଣ୍ଣର ପ୍ରଶାସନ ଦ୍ୱାରା ପାଞ୍ଚଜଣ ସଦସ୍ୟଙ୍କୁ ମନୋନୀତ କରିବା ପ୍ରସ୍ତାବକୁ ନେଇ ବିବାଦ ଆରମ୍ଭ ହୋଇଛି। ବାସ୍ତବରେ ନୂତନ ସରକାର ଗଠନରେ ପାଞ୍ଚ ଜଣ ମନୋନୀତ ବିଧାନସଭା ସଦସ୍ୟ (ବିଧାୟକ) ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ଜାମ୍ମୁ କାଶ୍ମୀରର ଲୋକ ପ୍ରତିନିଧୀଙ୍କ ଏହି ସଂଶୋଧନ ଅନୁଯାୟୀ, କାଶ୍ମୀରର ବିସ୍ଥାପିତ ବ୍ୟକ୍ତି ତଥା ପାକିସ୍ତାନ ଅଧିକୃତ ଜାମ୍ମୁ କାଶ୍ମୀର (ପିଓକେ) ର ପ୍ରତିନିଧିତ୍ୱ କରୁଥିବା ପାଞ୍ଚଜଣ ସଦସ୍ୟଙ୍କୁ ମନୋନୀତ କରିବା ପାଇଁ ସରକାରଙ୍କୁ କ୍ଷମତା ପ୍ରଦାନ କରାଯାଇଛି। ନିର୍ବାଚିତ ପ୍ରତିନିଧୀଙ୍କ ପରି ସେମାନେ ସମ୍ପୂର୍ଣ୍ଣ ବିଧାନସଭା କ୍ଷମତା ଏବଂ ସୁବିଧା ପାଇବେ।

ଏହି ନୂତନ ବ୍ୟବସ୍ଥା ସହିତ ଜାମ୍ମୁ କାଶ୍ମୀର ବିଧାନସଭାରେ ମୋଟ ୯୫ ଜଣ ସଦସ୍ୟ ରହିବେ, ସେମାନଙ୍କ ମଧ୍ୟରେ ପାଞ୍ଚ ଜଣ ମନୋନୀତ ସଦସ୍ୟ ମଧ୍ୟ ରହିବେ, ଯାହା ସରକାର ଗଠନ ପାଇଁ ୪୮ ଟି ଆସନ ଆବଶ୍ୟକ ହେବ। ଗୃହ ମନ୍ତ୍ରଣାଳୟର ପରାମର୍ଶ ଆଧାରରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଏହି ସଦସ୍ୟମାନଙ୍କୁ ମନୋନୀତ କରିବେ। ଜାମ୍ମୁ କାଶ୍ମୀର ପୁନର୍ଗଠନ ଅଧିନିୟମ, ୨୦୧୯ ରେ ସଂଶୋଧନ ପରେ ଏହି ପ୍ରକ୍ରିୟା ଅନୁଷ୍ଠିତ ହେବ, ଯାହା ଜୁଲାଇ ୨୬ ତାରିଖ ୨୦୨୩ ରେ ସଂଶୋଧିତ ହୋଇ ଏହି ନାମାଙ୍କନଗୁଡିକ ଉପସ୍ଥାପନ କରିବ।

ନିକଟରେ ପିଡିପି ନେତା ଇକବାଲ ତ୍ରମ୍ବୁ ଏହି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇ କହିଥିଲେ ଯେ, ଶାସକ ଦଳକୁ ସାହାଯ୍ୟ କରିବା ଏହି ବ୍ୟବସ୍ଥାର ଉଦ୍ଦେଶ୍ୟ ଏବଂ ଏହା ଜଣାପଡୁଛି ଯେ, ବିଜେପି ପଛ ଦ୍ୱାର ଦେଇ ଜାମ୍ମୁ କାଶ୍ମୀର ସରକାର ଗଠନରେ ପ୍ରବେଶ କରିବାକୁ ଚାହୁଁଛି। ଏନସି ମୁଖପାତ୍ର ଇମ୍ରାନ ଡାର କହିଛନ୍ତି ଯେ, ଏହି ସମ୍ପ୍ରଦାୟର ଅନନ୍ୟ ସମସ୍ୟାର ସମାଧାନ ପାଇଁ କାଶ୍ମୀରୀ ପ୍ରବାସୀ ତଥା PoJK ବିସ୍ଥାପିତ ବ୍ୟକ୍ତିଙ୍କ ଅନ୍ତର୍ଭୂକ୍ତିକୁ ବ୍ୟବହାର କରାଯାଉଛି, କିନ୍ତୁ ପ୍ରକୃତ କଥା ହେଉଛି ଏହା ନୂତନ ସରକାରକୁ ଦୁର୍ବଳ କରିବ। କଂଗ୍ରେସର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୁନୀଲ ଶର୍ମା କହିଛନ୍ତି ଯେ, ସଦସ୍ୟଙ୍କ ନାମାଙ୍କନ ପ୍ରକ୍ରିୟା ନିର୍ବାଚିତ ସରକାରଙ୍କ ଉପରେ ଛାଡି ଦିଆଯିବା ଉଚିତ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଯୁବକଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ଥାନା ଅନ୍ତର୍ଗତ ବଡଖଣ୍ଡି ଗ୍ରାମ ଜଗନ୍ନାଥ ମନ୍ଦିର ନିକଟରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତ ଯୁବକଙ୍କ ଘର ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ କୁକୁଡ଼ାଖଣ୍ଡି ନିକଟ ସାତପହଣ୍ଡିଆ ଓ କଂଗ୍ରେସ ଦଳର ଦୃଢ଼ ସମର୍ଥକ ବୋଲି ଜଣାପଡିଛି। ମୃତ ଯୁବକର ଦେହରେ ଏକାଧିକ କ୍ଷତ ଚିହ୍ନ ରହିଛି ଓ ବିଶେଷ କରି ଗଳାରେ କଟା ଦାଗ ଥିବାରୁ ଏହା ଏକ ହତ୍ୟା ବୋଲି ସନ୍ଦେହ କରାଯାଉଛି। ଯେତେ ଦୁର ସମ୍ଭବ ପୁର୍ବ ଶତ୍ରୁତ ରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରୁଛି।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ଯବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଏକାକୀ ଅନେକ ଶତ୍ରୁଙ୍କ ବିରୋଧରେ ଲଢୁଛି ଇସ୍ରାଏଲ: MOAB ବୋମା ମାଡ଼ରେ ୪୪୦ ରୁ ଅଧିକ ହିଜବୁଲ ଯୋଦ୍ଧା ନିହତ

ନୂଆଦିଲ୍ଲୀ: ବର୍ତ୍ତମାନ ମଧ୍ୟ ପୂର୍ବରେ ସଂଘର୍ଷ ବଢି ଚାଲିଛି। ଏଠାରେ ମହାଯୁଦ୍ଧର ମେଘ ଆହୁରୀ ଭୟଙ୍କର ହେଉଛି। ଇସ୍ରାଏଲ ଏକାସାଙ୍ଗରେ ଅନେକ ଦିଗରେ ନିଜର ଶତ୍ରୁ ସହିତ ଲଢୁଛି। ବର୍ତ୍ତମାନ ଇସ୍ରାଏଲ ୭ ଟି ଦିଗରେ ଯୁଦ୍ଧ କରୁଛି।

ନିକଟରେ ଇରାନ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା। ସେବେଠାରୁ ଏହି ବିବାଦ ସବୁଠାରୁ ବିପଜ୍ଜନକ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଆକ୍ରମଣ ପାଇଁ ନିଶ୍ଚିତ ଭାବେ ପ୍ରତିଶୋଧ ନେବ ବୋଲି ଇସ୍ରାଏଲ ସ୍ପଷ୍ଟ କରିଛି। ଏଥି ସହିତ ଇରାନର ସର୍ବୋଚ୍ଚ କମାଣ୍ଡର ଅୟତୁଲ୍ଲା ଅଲି ଖାମେନେଇ ଇସ୍ରାଏଲକୁ ଧମକ ଦେଇଛନ୍ତି ଯେ, ଯଦି ଆବଶ୍ୟକ ହୁଏ ତେବେ ସେ ପୁଣି ଇସ୍ରାଏଲ ଉପରେ ଆକ୍ରମଣ କରିବେ।

ଇସ୍ରାଏଲ ହିଜବୁଲାର ଅସ୍ତ୍ରଶସ୍ତ୍ର ଡିପୋ ଉପରେ ଆକ୍ରମଣ କରୁଛି। ହିଜବୁଲର ଯୋଗାଣକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିବା ପାଇଁ ଇସ୍ରାଏଲର ପ୍ରୟାସ। ଏଥିପାଇଁ ସେ ତାଙ୍କର MOAB ବୋମା ବ୍ୟବହାର କରୁଛନ୍ତି। MOAB ବୋମା ଦୁନିଆର ସବୁଠାରୁ ବିପଜ୍ଜନକ ବୋମା ମଧ୍ୟରେ ଗଣାଯାଏ। ଏହାକୁ ମଦର ଅଫ୍ ଅଲ୍ ବମ୍ ମଧ୍ୟ କୁହାଯାଏ। ଆଫଗାନିସ୍ତାନରେ ଆଇଏସର ସୁଡଙ୍ଗ ଏବଂ ଟନେଲକୁ ଟାର୍ଗେଟ କରିବା ପାଇଁ ଏହା ଆମେରିକା ଦ୍ୱାରା ବ୍ୟବହୃତ ହୋଇଥିଲା।

ଏହା ବ୍ୟତୀତ ଇସ୍ରାଏଲ ବେରୁତର ଦହିଆ ଅଞ୍ଚଳକୁ ଟାର୍ଗେଟ କରୁଛି। ଇସ୍ରାଏଲ୍ ଏଠାରେ ୩୦ ରୁ ଅଧିକ ଆକ୍ରମଣ କରିଛି। ଏହା ପୂର୍ବତନ ହିଜବୁଲ ମୁଖ୍ୟ ନସରାଲ୍ଲାଙ୍କ ଗଡ଼ ବୋଲି କୁହାଯାଉଛି। ଦହିଆ ଅଞ୍ଚଳରେ ୧୦ ଲକ୍ଷରୁ ଅଧିକ ଶିଆ ଜନସଂଖ୍ୟା ବାସ କରନ୍ତି।

ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ଏହାର ବିବୃତ୍ତିରେ କହିଛି ଯେ, ଏପର୍ଯ୍ୟନ୍ତ ୪୪୦ ରୁ ଅଧିକ ହିଜବୁଲ ଯୋଦ୍ଧାଙ୍କୁ ହତ୍ୟା କରିଛି। ଏହା ବ୍ୟତୀତ ଇସ୍ରାଏଲ ସେନା ଦକ୍ଷିଣ ଲିବାନୋନରେ ୨୫୦ ମିଟର ଲମ୍ବ ଟନେଲକୁ ନଷ୍ଟ କରିଦେଇଛି। ଦକ୍ଷିଣ ଲେବାନନରେ ଏପରି ଅନେକ ଟନେଲ ଅଛି, ଯେଉଁଠାରେ ହିଜବୁଲ ଯୋଦ୍ଧା ଏବେ ମଧ୍ୟ ସେମାନଙ୍କର ସୁରକ୍ଷିତ ସ୍ଥାନ ଭାବେ ବ୍ୟବହାର କରୁଛନ୍ତି। ଏହି ସମସ୍ତ ଟନେଲଗୁଡିକ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ, ଯେଉଁଠାରେ ଉପରେ ଆବାସିକ କ୍ଷେତ୍ର ଅଛି। ଏହି ଟନେଲଗୁଡିକ ହିଜବୁଲର ସବୁଠାରୁ ବଡ ଅସ୍ତ୍ର, ଯେଉଁଠାରୁ ଏହା ପ୍ରକ୍ସି ଯୁଦ୍ଧର କରୁଛି। ହିଜବୁଲ ଯୋଦ୍ଧା ଆକ୍ରମଣ ପରେ ଏଠାରେ ଲୁଚି ଯାଆନ୍ତି। ଇସ୍ରାଏଲ୍ ସେନା ଏପର୍ଯ୍ୟନ୍ତ ୨୨୦୦ ରୁ ଅଧିକ ଠିକଣାକୁ ଟାର୍ଗେଟ କରିଛି।

ଲେବାନନରେ ହିଜବୁଲକୁ ହଟାଇବା ପାଇଁ ଇସ୍ରାଏଲ୍ ସେନା ଏହାର ୯୮ ତମ ଡିଭିଜନ୍ ନିୟୋଜିତ କରିଛି। ଏହି ବିଭାଗରେ ହଜାର ହଜାର ପଦାତିକ, ସଶସ୍ତ୍ର ଯାନ, ଆର୍ଟିଲିରି ୟୁନିଟ୍ ସହିତ ପାରାଟ୍ରୁପର ବ୍ରିଗେଡ୍ ଏବଂ କମାଣ୍ଡୋ ବ୍ରିଗେଡ୍ ଅନ୍ତର୍ଭୁକ୍ତ। ଏହି ୟୁନିଟ୍ ଏତେ ବିପଜ୍ଜନକ ଯେ ହିଜବୁଲ ଏହାର ନାମ ଶୁଣି ଥରି ଉଠିବା ଆରମ୍ଭ କରେ। ଏଥି ସହିତ ବଢୁଥିବା ବିବାଦ ମଧ୍ୟରେ ୩ ରୁ ୪ ଲକ୍ଷ ଲୋକଙ୍କୁ ଗତ ଏକ ମାସ ମଧ୍ୟରେ ଲେବାନନ ଛାଡି ପଳାଇବାକୁ ପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଟ୍ରକ ଧକ୍କାରେ ବୁଲେଟ୍ ଚାଳକଙ୍କ ପ୍ରାଣହାନୀ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ସହର ଉପକଣ୍ଠ ଲାଞ୍ଜିପଲ୍ଲୀ ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା ନିତିଦିନିଆ ହୋଇଗଲାଣି। ଏହି କିଛି ଦିନ ପୂର୍ବେ ଠିକ୍ ସେହି ସ୍ଥାନରେ ଶିକ୍ଷକ ଦମ୍ପତି ଦୁର୍ଘଟଣାର ସମ୍ମୁଖିନ ହୋଇ ମୃତ୍ୟୁବରଣ କରିଥିବାବେଳେ ଗତକାଲି ସନ୍ଧ୍ୟାରେ ଲାଞ୍ଜିପଲ୍ଲୀ କେଶବ ନଗର ଅଞ୍ଚଳର ସିଦ୍ଧାର୍ଥ ରାଓ ନାମକ ଜଣେ ଯୁବକ ନିଜ ଘରୁ ବାହାରି ଜାତୀୟ ରାଜପଥ ଉପରକୁ ଆସି ପୋକଡିବନ୍ଧ ପଟେ ଯାଉଥିବା ବେଳେ ଆନ୍ଧ୍ରପ୍ରଦେଶ ପଟୁ ଆସୁଥିବା ଏକ ଟ୍ରକ୍ ପଛପଟୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି ଓ ଦୁର୍ଘଟଣାର ସମ୍ମୁଖିନ ଯୁବକକୁ ଗୁରୁତର ଅବସ୍ଥାରେ ଅଞ୍ଚଳ ବାସିନ୍ଦା ବଡ଼ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ। କିନ୍ତୁ ଡ଼ାକ୍ତର ଉକ୍ତ ଯୁବକଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି। ଏହି ଭଳି ପରିସ୍ଥିତିରେ ଅଞ୍ଚଳ ବାସିନ୍ଦାଙ୍କ ତରଫରୁ ତୀବ୍ର ଅସନ୍ତୋଷ ଦେଖାଦେଇଛି ଓ ପ୍ରତିବାଦରେ ବହୁ ସମୟ ରାସ୍ତାରୋକ କରି ନିଜର କ୍ଷୋଭ ପ୍ରକାଶ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ “ଭଞ୍ଜବିହାର” ଶିକ୍ଷାନୁଷ୍ଠାନର ରାଗିଂ ଘଟଣାରେ କର୍ତୃପକ୍ଷଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ବିଶ୍ବବିଦ୍ୟାଳୟ “ଭଞ୍ଜବିହାର” ଶିକ୍ଷାନୁଷ୍ଠାନର ବିଭିନ୍ନ ଛାତ୍ରାବାସରେ ରହୁଥିବା କନିଷ୍ଠ ଛାତ୍ରମାନଙ୍କ ଉପରେ ବରିଷ୍ଠ ଛାତ୍ର ମାନଙ୍କର ରାଗିଂ ଚରମ ସୀମାରେ ପହଞ୍ଚିଛି। ଯାହା ଫଳରେ ରାଗିଂ ର ଶୀକାର ଅତିଷ୍ଠ ଛାତ୍ର ମାନେ ନିଜ ନାମକୁ ଗୋପନ ରଖି ୟୁଜିସି କର୍ତ୍ତୃପକ୍ଷ ନିକଟରେ ଅଭିଯୋଗ ଦାଖଲ କରିଥିଲେ। ଛାତ୍ର ମାନଙ୍କର ଅଭିଯୋଗକୁ ଗ୍ରହଣ କରି ୟୁଜିସି କର୍ତ୍ତୃପକ୍ଷ ତଦନ୍ତ ଜନିତ କାର୍ଯ୍ୟାନୁଷ୍ଠାନ ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଙ୍କୁ ଚିଠି ଲେଖିଥିଲେ।

ପରବର୍ତ୍ତୀ ସମୟରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ୧୭ ବରିଷ୍ଠ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି ନେଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ ଛାତ୍ରଙ୍କୁ ବହିଷ୍କାର ଆଦେଶ ଦେଇଥିବା ବେଳେ ୧୩ ଜଣ ଛାତ୍ରଙ୍କୁ ଜରିମାନା ଆଦେଶ ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଆଜି ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ସମୀକ୍ଷା କରିବେ କେନ୍ଦ୍ର ଗୃହ ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିବେ। ବୈଠକରେ ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ତେଲଙ୍ଗାନା, ଓଡ଼ିଶା, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗଦେବେ। ଏହି ବୈଠକରେ ଏଲଡବ୍ଲୁଇ ପ୍ରଭାବିତ ରାଜ୍ୟଗୁଡ଼ିକୁ ବିକାଶ ସହାୟତା ଯୋଗାଇଦେବା ସହ ଜଡ଼ିତ ୫ ଜଣ କେନ୍ଦ୍ର ମନ୍ତ୍ରୀ ମଧ୍ୟ ଯୋଗଦେବେ। ଜାତୀୟ ସୁରକ୍ଷାର ଉପ ପରାମର୍ଶଦାତା ଏବଂ କେନ୍ଦ୍ର, ରାଜ୍ୟ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସିଏପିଏଫ୍)ର ବରିଷ୍ଠ ଅଧିକାରୀମାନେ ମଧ୍ୟ ଆଲୋଚନାରେ ଅଂଶଗ୍ରହଣ କରିବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ କେନ୍ଦ୍ର ସରକାର ୨୦୨୬ ମାର୍ଚ୍ଚ ସୁଦ୍ଧା ବାମପନ୍ଥୀ ଉଗ୍ରବାଦ (ଏଲଡବ୍ଲୁଇ)ର ବିପଦକୁ ସମ୍ପୂର୍ଣ୍ଣ ରୂପେ ଉଚ୍ଛେଦ କରିବାକୁ ପ୍ରତିଶ୍ରୁତିବଦ୍ଧ। କେନ୍ଦ୍ର ସରକାର ନକ୍ସଲବାଦର ମୁକାବିଲା ପାଇଁ ଏଲଡବ୍ଲୁଇ ପ୍ରଭାବିତ ରାଜ୍ୟ ସରକାରଙ୍କୁ ସମସ୍ତ ସମ୍ଭବ ସହାୟତା ଯୋଗାଇ ଦେଉଛନ୍ତି।

କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଶେଷ ଥର ପାଇଁ ୦୬ ଅକ୍ଟୋବର, ୨୦୨୩ରେ ଏଲଡବ୍ଲୁଇ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏଲଡବ୍ଲୁଇ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ । ସେହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଏଲଡବ୍ଲୁଇ ଉଚ୍ଛେଦ ସଂକ୍ରାନ୍ତରେ ବ୍ୟାପକ ନିର୍ଦ୍ଦେଶ ଦେଇଥିଲେ। ମୋଦୀ ସରକାରଙ୍କ ରଣନୀତି ଯୋଗୁଁ ଏଲଡବ୍ଲୁଇ ହିଂସା ୭୨ ପ୍ରତିଶତ ହ୍ରାସ ପାଇଥିବା ବେଳେ ୨୦୧୦ ତୁଳନାରେ ୨୦୨୩ରେ ମୃତ୍ୟୁ ସଂଖ୍ୟା ୮୬ ପ୍ରତିଶତ ହ୍ରାସ ପାଇଛି ଏବଂ ଏଲଡବ୍ଲୁଇ ଆଜି ନିଜର ଶେଷ ଲଢ଼େଇ ଲଢୁଛି। ସଶସ୍ତ୍ର ଏଲଡବ୍ଲୁଇ କ୍ୟାଡରଙ୍କୁ ନିପାତ କରିବାରେ ୨୦୨୪ ମସିହାରେ ସୁରକ୍ଷା ବାହିନୀକୁ ଅଭୂତପୂର୍ବ ସଫଳତା ମିଳିଛି। ଚଳିତ ବର୍ଷ ଏପର୍ଯ୍ୟନ୍ତ ୨୦୨ ଜଣ ଏଲଡବ୍ଲୁଇ କ୍ୟାଡରଙ୍କୁ ନିପାତ କରାଯାଇଛି, ୨୦୨୪ର ପ୍ରଥମ ୯ ମାସରେ ୭୨୩ ଜଣ ଏଲଡବ୍ଲୁଇ କ୍ୟାଡର ଆତ୍ମସମର୍ପଣ କରିଥିବା ବେଳେ ୮୧୨ ଜଣଙ୍କୁ ଗିରଫ କରାଯାଇଛି। ୨୦୨୪ରେ ଏଲଡବ୍ଲୁଇ ପ୍ରଭାବିତ ଜିଲ୍ଲା ସଂଖ୍ୟା ମାତ୍ର ୩୮କୁ ଖସି ଆସିଛି।

କେନ୍ଦ୍ର ସରକାର କ୍ଷତିଗ୍ରସ୍ତ ରାଜ୍ୟର ଦୁର୍ଗମ ଅଂଚଳରେ ଉନ୍ନୟନମୂଳକ ଯୋଜନା ପହଞ୍ଚାଇବା ପାଇଁ ସଡ଼କ ଏବଂ ମୋବାଇଲ ଯୋଗାଯୋଗକୁ ପ୍ରୋତ୍ସାହନ ଦେବା ସମେତ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଲଡବ୍ଲୁଇ ପ୍ରଭାବିତ ଅଂଚଳରେ ବର୍ତ୍ତମାନ ସୁଦ୍ଧା ୧୪୪୦୦ କିଲୋମିଟର ରାସ୍ତା ନିର୍ମାଣ କରାଯାଇଛି ଏବଂ ପାଖାପାଖି ୬୦୦୦ ମୋବାଇଲ ଟାୱାର ଲଗାଯାଇଛି।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ଏହି ୪ ଟି ରାଶିର ବ୍ୟକ୍ତି ଯୌବନରେ ଲେଖନ୍ତି ସଫଳତାର କାହାଣୀ, ସେମାନେ ଅଟନ୍ତି ଭାଗ୍ୟବାନ

ନୂଆଦିଲ୍ଲୀ: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ରାଶିରେ ଉପସ୍ଥିତ ଗ୍ରହର ପ୍ରଭାବ ବ୍ୟକ୍ତିଙ୍କ ଉପରେ ପଡ଼େ। ଯେତେବେଳେ ଗ୍ରହମାନେ ରାଶିଫଳରେ ଶୁଭ ଅଟନ୍ତି, ସେତେବେଳେ ବ୍ୟକ୍ତି ଅଳ୍ପ ବୟସରେ ସଫଳତା ହାସଲ କରନ୍ତି। ଆଜି ଆମେ ଏପରି ୪ ଟି ରାଶି ବିଷୟରେ କହିବାକୁ ଯାଉଛୁ ଯାହାର ଲୋକମାନେ ବହୁତ ଭାଗ୍ୟବାନ ବୋଲି ବିବେଚନା କରାଯାଏ। ସେମାନେ ଅଳ୍ପ ବୟସରେ ଧନ ଏବଂ ଖ୍ୟାତି ହାସଲ କରନ୍ତି। ମାତା ଲକ୍ଷ୍ମୀଙ୍କର ବିଶେଷ ଆଶୀର୍ବାଦ ପ୍ରାପ୍ତ କରନ୍ତି।

ବୃଷ ରାଶି- ଏହି ରାଶିର ଲୋକମାନେ ଶୁକ୍ର ଗ୍ରହ ଦ୍ୱାରା ପ୍ରଭାବିତ ହୁଅନ୍ତି। ବୃଷ ରାଶିର ଲୋକମାନେ ସାହସୀ, ଚତୁର, ପରିଶ୍ରମୀ ଏବଂ ସଚ୍ଚୋଟ ବୋଲି ବିବେଚନା କରାଯାଏ। କଠିନ ପରିଶ୍ରମ ଦ୍ଵାରା ସେମାନେ ଯେକୌଣସି କ୍ଷେତ୍ରରେ ସଫଳତା ହାସଲ କରନ୍ତି। ସେମାନଙ୍କର ଭାଗ୍ୟ ମଧ୍ୟ ବହୁତ ଭଲ। ସେମାନେ ସେମାନଙ୍କର ପ୍ରୟାସର ଫଳ ଶୀଘ୍ର ପାଆନ୍ତି। ସେମାନେ ଅଳ୍ପ ବୟସରେ ଧନ ଏବଂ ଖ୍ୟାତି ଅର୍ଜନ କରନ୍ତି।

ତୁଳା ରାଶି- ଏହି ରାଶିର ଲୋକମାନେ ବହୁତ ବୁଦ୍ଧିମାନ ଏବଂ ଚାଲାକ। ସେମାନେ ଯେକୌଣସି କାର୍ଯ୍ୟରେ ହାତ ରଖିଲେ ସଫଳତା ପାଆନ୍ତି। ସେମାନଙ୍କର ଭାଗ୍ୟ ବହୁତ ଦ୍ରୁତ ଅଟେ। ସେମାନେ ପ୍ରତ୍ୟେକ କାର୍ଯ୍ୟରେ ଭାଗ୍ୟର ପୂର୍ଣ୍ଣ ସମର୍ଥନ ପାଆନ୍ତି। ଯଦି ସେମାନେ ନିଜ କ୍ୟାରିୟର ବିଷୟରେ ଗମ୍ଭୀର ହୁଅନ୍ତି, ତେବେ ସେ ବହୁତ କିଛି କରିପାରିବେ। ଏହି ଲୋକମାନେ ଭିଡ଼ ଭିତରେ ମଧ୍ୟ ନିଜର ପରିଚୟ ସୃଷ୍ଟି କରିବାରେ ସଫଳ ହୁଅନ୍ତି।

ମକର ରାଶି- ଏହି ରାଶିର ଲୋକଙ୍କ ଉପରେ ଶନି ଦେବଙ୍କ ପ୍ରଭାବ ରହିଥାଏ। ମକର ରାଶିର ଲୋକମାନେ ସଚ୍ଚୋଟ, ପରିଶ୍ରମୀ ଏବଂ ହୃଦୟରେ ନିର୍ମଳ। ଥରେ ସେମାନେ କାର୍ଯ୍ୟ କରିବାକୁ ସଂକଳ୍ପବଦ୍ଧ ହେଲେ ସେମାନେ ଏଥିରେ ସଫଳତା ପାଇବା ପରେ ନିଶ୍ୱାସ ନେଇଥା’ନ୍ତି। ସେମାନଙ୍କର ଭାଗ୍ୟ ବହୁତ ଭଲ। ସେମାନେ ମଧ୍ୟ ଭଲ ନେତା ବୋଲି ପ୍ରମାଣ କରନ୍ତି।

ମୀନ ରାଶି- ଏହି ରାଶିର ଲୋକମାନଙ୍କ ବୁଦ୍ଧି ଅତି ତୀକ୍ଷ୍ଣ ବୋଲି ବିବେଚନା କରାଯାଏ। ସେମାନଙ୍କ ଉପରେ ଶନି ଦେବଙ୍କର ବିଶେଷ ଅନୁଗ୍ରହ ଅଛି। ସେମାନେ ନିଜ କଠିନ ପରିଶ୍ରମ ସହିତ ଜୀବନରେ ଯାହା ଚାହାଁନ୍ତି ତାହା ହାସଲ କରିପାରିବେ। ସେମାନେ ଅନୁଶାସନରେ ରହିବାକୁ ପସନ୍ଦ କରନ୍ତି। ସେମାନେ ନିଜ କାର୍ଯ୍ୟରେ କାହାର ହସ୍ତକ୍ଷେପ ପସନ୍ଦ କରନ୍ତି ନାହିଁ।

Categories
ଆଜିର ଖବର ଜାତୀୟ ଖବର

SAARC ର ଏକ ସଦସ୍ୟ ‘ଆତଙ୍କବାଦ’ କୁ ପ୍ରୋତ୍ସାହିତ କରୁଛି: ପାକିସ୍ତାନ ଯିବା ପୂର୍ବରୁ ଜୟଶଙ୍କରଙ୍କ ବଡ ବିବୃତ୍ତି

ନୂଆଦିଲ୍ଲୀ: ବୈଦେଶିକକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ଯେ, ସାର୍କ ଆଗକୁ ବଢୁନାହିଁ ଏବଂ ଗତ କିଛି ବର୍ଷ ମଧ୍ୟରେ ବୈଠକ ହୋଇ ନାହିଁ। କାରଣ ଆଞ୍ଚଳିକ ଗୋଷ୍ଠୀର ଜଣେ ସଦସ୍ୟ ‘ଆତଙ୍କବାଦ’ କୁ ପ୍ରୋତ୍ସାହିତ କରୁଛନ୍ତି।

ଇସଲାମାବାଦରେ ଆୟୋଜିତ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀରେ ଭାଗ ନେବାକୁ ସେ ଏହି ମାସରେ ପାକିସ୍ତାନ ଗସ୍ତ କରିବାକୁ ଯାଉଥିବା ସମୟରେ କୌଣସି ଦେଶର ନାମ ନ ନେଇ ବୈଦେଶିକ ମନ୍ତ୍ରୀ ଏହି ମନ୍ତବ୍ୟ ଦେଇଛନ୍ତି।

୨୦୧୬ ମସିହାରୁ ସାର୍କ ବହୁତ ପ୍ରଭାବଶାଳୀ ହୋଇନାହିଁ ଏବଂ ୨୦୧୪ କାଠମାଣ୍ଡୁରେ ଶେଷ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବା ପରଠାରୁ କୌଣସି ଦ୍ୱିବାର୍ଷିକ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇନାହିଁ।

ସେ କହିଛନ୍ତି, “ଯଦି ଆପଣ ସମସ୍ତେ ଏକାଠି ବସି ସହଯୋଗ କରୁଛନ୍ତି ଏବଂ ସେହି ସମୟରେ ଏହି ପ୍ରକାର ଆତଙ୍କବାଦ ଚାଲିଛି। ଏହା ଆମ ପାଇଁ ଏକ ଆହ୍ଵାନ ଯେ, ଆପଣ ଏହାକୁ ଅଣଦେଖା କରି ଆଗକୁ ବଢୁଛନ୍ତି।”

SAARC ର ଅଂଶ କିଏ?:

ସାର୍କ ହେଉଛି ଏକ ଆଞ୍ଚଳିକ ଗୋଷ୍ଠୀ ଯେଉଁଥିରେ ଭାରତ, ଆଫଗାନିସ୍ତାନ, ବାଂଲାଦେଶ, ଭୁଟାନ, ମାଲଦ୍ୱୀପ, ନେପାଳ, ପାକିସ୍ଥାନ ଏବଂ ଶ୍ରୀଲଙ୍କା ଅନ୍ତର୍ଭୁକ୍ତ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର କହିଛନ୍ତି ଯେ, “ଆତଙ୍କବାଦ ଏପରି କିଛି ଯାହା ଗ୍ରହଣୀୟ ନୁହେଁ ଏବଂ ବୈଶିକ ଦୃଷ୍ଟିକୋଣକୁ ଖାତିର ନକରି ଯଦି ଆମର କୌଣସି ପଡ଼ୋଶୀ ଏହା ଜାରି ରଖନ୍ତି, ତେବେ ଏହାକୁ ବନ୍ଦ କରାଯିବା ଉଚିତ। ଏହି କାରଣରୁ ଗତ କିଛି ବର୍ଷ ମଧ୍ୟରେ ସାର୍କ ବୈଠକ ଅନୁଷ୍ଠିତ ହୋଇନାହିଁ।

Categories
ଆଜିର ଖବର ଜାତୀୟ ଖବର

ବିଜେପିରେ ମିଶିଲେ ପଦ୍ମଶ୍ରୀ ଦୁର୍ଗା ବାଇ ବ୍ୟାମ, ସଦସ୍ୟତା ପ୍ରଦାନ କଲେ ସିଏମ ମୋହନ ଯାଦବ

ନୂଆଦିଲ୍ଲୀ: ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ଦୁର୍ଗା ବାଇ ବ୍ୟାମ ବିଜେପିରେ ଯୋଗ ଦେଇଛନ୍ତି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ତାଙ୍କୁ ଦଳର ସଦସ୍ୟତା ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଆଜି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସମ୍ପ୍ରଦାୟକୁ ସମର୍ଥନ କରିଥିବାରୁ ପ୍ରଭାବିତ ହୋଇ ପଦ୍ମଶ୍ରୀ ଆଦିବାସୀ କଳାକାର ଦୁର୍ଗା ବାଇ ବ୍ୟାମ ବିଜେପିରେ ଯୋଗ ଦେଇଛନ୍ତି।

ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଆଦିବାସୀ କଳାକାର ବ୍ୟାମଙ୍କ ଘରକୁ ଯାଇ ତାଙ୍କୁ ବିଜେପି ସଦସ୍ୟତା ପାଇଁ ମନୋନୀତ କରିଥିଲେ। ଦୁର୍ଗା ବାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଇଚ୍ଛା ପ୍ରକାଶ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଦୁର୍ଗା ବାଇଙ୍କ ଚିନ୍ତାଧାରା ଏବଂ ରାଣୀ ଦୁର୍ଗାବତୀଙ୍କ ପ୍ରତି ତାଙ୍କର ଭକ୍ତିକୁ ପ୍ରଶଂସା କରିଥିଲେ, ଯାହା ତାଙ୍କୁ ବିଜେପିରେ ଯୋଗଦେବାରେ ସାହାଯ୍ୟ କରିଥିଲା।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ଏହି ରାଶିର ବ୍ୟକ୍ତିଙ୍କୁ ହଠାତ୍ ମିଳିବ ଏକ ଶୁଭ ଖବର, ଜାଣନ୍ତୁ କଣ ରହିଛି ଆଜିର ରାଶିଫଳ

ମେଷ

ଆଜି ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଜଣେ ସମ୍ପର୍କୀୟଙ୍କ ସହ ବିବାଦ ହେବାର ସମ୍ଭାବନା ଅଛି। ବରିଷ୍ଠମାନଙ୍କ ପରାମର୍ଶରେ କାମ କରନ୍ତୁ। ପରିବାର ସହିତ ବୁଲିବାକୁ ଯାଆନ୍ତୁ। ଚାକିରୀରେ ଥିବା ଲୋକମାନେ ଭଲ ଖବର ପାଇ ପାରିବେ। ତୁମର ବ୍ୟବସାୟ ଭଲ ରହିବ। ଦାମ୍ପତ୍ୟ ଜୀବନରେ ମଧୁର ସଂପର୍କ ରହିବ। ତୁମର ଅଧିକାଂଶ କାର୍ଯ୍ୟ ସମାପ୍ତ ହେବ।

ବୃଷ

ଆଜି ଆପଣ ମାନସିକ ସ୍ତରରେ ଶକ୍ତିଶାଳୀ ହେବେ। ଆର୍ଥିକ କାରବାର ସମ୍ବନ୍ଧୀୟ କାର୍ଯ୍ୟ ସମାପ୍ତ ହେବ। ଆପଣ କୌଣସି ସ୍ଥାନରୁ ଆର୍ଥିକ ସାହାର୍ଯ୍ୟ ପାଇବେ। ସାଙ୍ଗମାନଙ୍କୁ ଭେଟିବେ। ଆପଣଙ୍କଠାରୁ ଋଣ ନେବାକୁ ଆସିବେ। ଆଜି ଘରେ କିଛି ବିଷୟରେ ମତଭେଦ ହେବାର ସମ୍ଭାବନା ଅଛି। ଆପଣଙ୍କୁ ଚାପରୁ ଦୂରେଇ ରହିବାକୁ ପଡିବ। ସ୍ୱାସ୍ଥ୍ୟ ପ୍ରଭାବିତ ହୋଇପାରେ। ଛାତ୍ରମାନେ ସଫଳତା ପାଇବେ।

ମିଥୁନ

ଆଜି ଆପଣ ମାନସିକ ସ୍ତରରେ ଶକ୍ତିଶାଳୀ ହେବେ। ସକରାତ୍ମକତା ଅଧିକ ହେବ। ଅର୍ଥନୈତିକ ପ୍ରଗତି ପାଇଁ ମଧ୍ୟ ଭଲ ସୁଯୋଗ ରହିବ। ଆର୍ଥିକ ପରିସ୍ଥିତି ବହୁତ ଶକ୍ତିଶାଳୀ ହେବ। ଆଜି ଆପଣ କିଛି ଅନାବଶ୍ୟକ ଖର୍ଚ୍ଚ କରିପାରନ୍ତି। ଆଜି ଆପଣଙ୍କ ପାଇଁ ଭଲ ଦିନ ହେବ। ଆପଣଙ୍କର ଆଚରଣ ଲୋକମାନଙ୍କୁ ପ୍ରଭାବିତ କରିବ। ଖୁସି ହେବେ। ସମସ୍ୟାର ସମାଧାନ ହେବ।

କର୍କଟ

ଆଜି ଆପଣ ଦୀର୍ଘ ମାସ ପରେ ଜଣେ ପରିଚିତଙ୍କୁ ଭେଟିବେ। ଆପଣଙ୍କ କାର୍ଯ୍ୟାଳୟରେ ବିବାଦ ହୋଇପାରେ। ଆପଣ କୋଣସି ଅସୁବିଧା ପରିସ୍ଥିତିର ସାମ୍ନା କରିପାରନ୍ତି। ଗାଡି ଚଳାଇବା ସମୟରେ ସତର୍କ ରୁହନ୍ତୁ। ଆଘାତ ହେବାର ସମ୍ଭାବନା ଅଛି। କହିବା ସମୟରେ ସାବଧାନ ରୁହନ୍ତୁ। ଅତିରଂଜିତ ଶବ୍ଦ ବ୍ୟବହାର କରନ୍ତୁ ନାହିଁ। ସ୍ୱାସ୍ଥ୍ୟ ଭଲ ରହିବ।

ସିଂହ

ଆଜି ପାରିବାରିକ ଦାୟିତ୍ୱ ତୁଲାଇବାରେ ବ୍ୟସ୍ତ ରହିବେ। କିଛି ଘରୋଇ ଜିନିଷ ସଂଗ୍ରହ କରିପାରିବେ। ଅସୁବିଧାରୁ ମୁକ୍ତି ମିଳିବ। ଆପଣଙ୍କ ସାଥୀଙ୍କ ସହିତ ସ୍ନେହ ରହିବ। ଅନ୍ୟ କାହାକୁ ତାଙ୍କର ଶ୍ରେୟ ନେବାକୁ ଦିଅନ୍ତୁ ନାହିଁ। କୈଣସି ବିବାଦର ଅଂଶ ହୁଅନ୍ତୁ ନାହିଁ। ବରିଷ୍ଠମାନଙ୍କ ସ୍ନେହ ମିଳିବ। ଅର୍ଥ ଉପର୍ଜନ ହେବାର ସମ୍ଭାବନା ଅଛି। ପିଲାମାନଙ୍କଠାରୁ ଭଲ ଖବର ଆସିବ।

କନ୍ୟା

ଯୁବକମାନଙ୍କ ସାମ୍ନାରେ ନୂଆ ସୁଯୋଗ ସୃଷ୍ଟି ହେବ। ବ୍ୟବସାୟ ଯାତ୍ରା ଭଲ ଫଳାଫଳ ଦେବ। ଯେକୈଣସି ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରନ୍ତି। ଆଜି ଆପଣଙ୍କର ସମସ୍ତ କାର୍ଯ୍ୟ ସମାପ୍ତ ହେବ। ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଭେଟିବେ। ନୂତନ କାର୍ଯ୍ୟରେ ସଫଳତା ମିଳିବ।

ତୂଳା

ଆଜି ଜଣେ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କ କଥାକୁ ବିଶ୍ୱାସ କରନ୍ତୁ ନାହିଁ। ପାରିବାରିକ ଜୀବନରେ ମଧୁରତା ରହିବ। ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ। ବ୍ୟବସାୟ ଦୃଢ ରହିବ। ହଠାତ୍ ସମସ୍ୟା ହୋଇପାରେ, କିନ୍ତୁ ଭୟଭୀତ ହେବାର ଆବଶ୍ୟକତା ନାହିଁ। ଆଜି ଏହାର ଲାଭ ହେବାର ସମ୍ଭାବନା ଅଛି। ସ୍ୱାସ୍ଥ୍ୟ ଭଲ ରହିବ। ଟଙ୍କା ଉପାର୍ଜନ ହୋଇପାରେ।

ବିଛା

ଏହି ଦିନରେ ଆପଣ ଏକ ନୂତନ ଉତ୍ସାହ ଦେଖିବେ। ଆପଣ ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ଆଗକୁ ଆସିବେ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଆପଣଙ୍କୁ ମିଳିଥିବା ନୂତନ ଦାୟିତ୍ବକୁ ଯତ୍ନର ସହିତ ପୂରଣ କରନ୍ତୁ। ଛାତ୍ରଛାତ୍ରୀମାନେ ସଫଳତା ପାଇବେ। ଆପଣ ସମାଜରେ ପ୍ରଶଂସିତ ହେବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। କିଛି କାମ ପାଇଁ ବାହାରକୁ ଯାତ୍ରା କରିପାରନ୍ତି।

ଧନୁ

ଆଜି ଏପରି କିଛି କରିବେ ଯାହା ଆପଣଙ୍କୁ ଆଭ୍ୟନ୍ତରୀଣ ସୁଖ ଦେବ। ବ୍ୟବସାୟୀମାନେ ଆଜି ପ୍ରତିପକ୍ଷଙ୍କ ପ୍ରତି ସତର୍କ ରହିବାକୁ ପଡିବ। ପରିବାରରେ ମତ ପ୍ରାର୍ଥକ୍ୟ ହୋଇପାରେ। ସ୍ୱାସ୍ଥ୍ୟ ସ୍ୱାଭାବିକ ହେବ। ଭ୍ରମଣ ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ଛାତ୍ରଛାତ୍ରୀମାନଙ୍କ ଚିନ୍ତା ଦୂର ହେବ। ଯୁବକମାନେ କ୍ୟାରିୟର ସମ୍ବନ୍ଧୀୟ ସୂଚନା ପାଇବେ। ଜୀବନସାଥୀ ସହିତ ଏକ ଖୁସିର ମୁହୂର୍ତ୍ତ ଅତିବାହିତ ହେବ।

ମକର

ଆଜି ଆପଣଙ୍କର ଦାୟିତ୍ବ ପୂରଣ କରିବାରେ କୈଣସି ଅସୁବିଧା ହେବ ନାହିଁ। ଅଫିସରେ କାହା ସହିତ ବିବାଦ ହୋଇପାରେ। କିନ୍ତୁ ତୁମର ଦକ୍ଷତା ଉପରେ ବିଶ୍ୱାସ ରଖ। ଆଜି ଆପଣଙ୍କର ଭାଗ୍ୟ ସକରାତ୍ମକତାରେ ପରିପୂର୍ଣ୍ଣ ହେବ। ସମ୍ପର୍କୀୟମାନେ ସାହାର୍ଯ୍ୟ କରିପାରନ୍ତି। ଆଜି ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଭଲ ଦିନ। ବ୍ୟବସାୟୀମାନେ ସଫଳତା ପାଇବେ।

କୁମ୍ଭ

ପୁରୁଣା ବନ୍ଧୁ କିମ୍ବା ସମ୍ପର୍କୀୟମାନେ ସାକ୍ଷାତ କରିପାରନ୍ତି | ଆଜି ସୁଖରେ ପରିପୂର୍ଣ୍ଣ ଦିନ ହେବ। ବୁଲିବାକୁ କୈଣସି ସ୍ଥାନକୁ ଯାଇପାରନ୍ତି। ପାରିବାରିକ ପରିବେଶ ଭଲ ହେବ। କୈଣସି ଧାର୍ମିକ ସ୍ଥାନକୁ ଯାଇପାରିନ୍ତି। ଆର୍ଥିକ ଲାଭ ହେବ। ନୂତନ ଦାୟିତ୍ବ ପାଇବେ। ଆଜି ଆପଣ ସତର୍କ ରୁହନ୍ତୁ। ବିରୋଧୀମାନେ ସକ୍ରିୟ ରହିବେ।

ମୀନ

ଆଜି ଆପଣ ମାନସିକ ସ୍ତରରେ ବହୁତ ଶାନ୍ତ ପାଇବେ। ଆଜି ଆପଣ ପ୍ରଭୁଙ୍କ ଉପାସନା କରନ୍ତୁ। ଏକ ଯୋଜନାରେ ବିନିଯୋଗ ପାଇଁ ପ୍ରସ୍ତାବ ମିଳିପାରିବ। ଏକ ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଭଲ ଦିନ। ଆର୍ଥିକ ସମସ୍ୟା ଦୂର ହୋଇପାରିବ। ଆଇନଗତ ମାମଲା ଚାଲିବ। ବୃଦ୍ଧମାନଙ୍କ ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସିବ। ଯେଉଁମାନେ ଏହି କ୍ଷେତ୍ରରେ କାମ କରନ୍ତି ସେମାନେ ସଫଳତା ପାଇବେ।

Categories
ଆଜିର ଖବର ଜାତୀୟ ଖବର

ପାଲି ଓ ମରାଠୀକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଯୋଗୁଁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଭିକ୍‌କୁ ସଂଘର ସଦସ୍ୟ

ନୂଆଦିଲ୍ଲୀ: ମୁମ୍ବାଇ ଭିକ୍‌କୁ ସଂଘର ସଦସ୍ୟମାନେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଥିଲେ ଏବଂ ପାଲି ଏବଂ ମରାଠୀକୁ ଶାସ୍ତ୍ରୀୟଭାଷାର ମାନ୍ୟତା ପ୍ରଦାନ କରିବାକୁ କ୍ୟାବିନେଟ୍ ନିଷ୍ପତ୍ତିରେ ଖୁସି ବ୍ୟକ୍ତକରିଛନ୍ତି।

ଏକ୍ସର ଏକ ପୋଷ୍ଟରେ ସେ ଲେଖିଛନ୍ତି :

“ମୁମ୍ବାଇ ଭିକ୍‌କୁ ସଂଘର ସଦସ୍ୟମାନେ ମୋତେ ଭେଟି ପାଲି ଏବଂମରାଠୀକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରଦାନ କରିବାକୁ କ୍ୟାବିନେଟ୍ନିଷ୍ପତ୍ତିରେ ଆନନ୍ଦ ପ୍ରକାଶ କରିଥିଲେ। ସେମାନେ ବୌଦ୍ଧ ଧର୍ମ ସହପାଲି ଭାଷାର ଦୃଢ଼ ସଂଯୋଗକୁ ମନେ ପକାଇଲେ ଏବଂ ଆଗାମୀଦିନରେ ଅଧିକ ଯୁବପିଢ଼ୀ ପାଲି ବିଷୟରେ ଜାଣିବେ ବୋଲିଆତ୍ମବିଶ୍ୱାସ ପ୍ରକାଶ କରିଥିଲେ।”

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

‘ଇରାନ ପୁଣି ଇସ୍ରାଏଲ ଉପରେ ଆକ୍ରମଣ କରିବ’: ନେତାନ୍ୟାହୁଙ୍କୁ ଚେତାବନୀ ଦେଲେ ଖାମେନେଇ

ନୂଆଦିଲ୍ଲୀ: ଇରାନର ସର୍ବୋଚ୍ଚ ନେତା ଅୟତୁଲ୍ଲା ଅଲି ଖାମେନେଇ ଏକ ବିବୃତ୍ତିରେ କହିଛନ୍ତି ଯେ, ଯଦି ଆବଶ୍ୟକ ହୁଏ ତେବେ ଇରାନ ପୁଣି ଇସ୍ରାଏଲ ଉପରେ ଆକ୍ରମଣ କରିବ। ଇରାନ ନେତା ଏହି ବିବୃତ୍ତି ଦେଇଛନ୍ତି ଯେଉଁ ସମୟରେ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ଖରାପ ପର୍ଯ୍ୟାୟରେ ଗତି କରୁଛି। ଗତ କିଛି ଦିନ ମଧ୍ୟରେ ଇରାନ ଇସ୍ରାଏଲ ଉପରେ ଶହ ଶହ କ୍ଷେପଣାସ୍ତ୍ର ନିକ୍ଷେପ କରିଛି।

ଖାମେନେଇ କହିଛନ୍ତି ଯେ, “ପ୍ରତ୍ୟେକ ଦେଶର ଆକ୍ରମଣକାରୀଙ୍କ ବିରୁଦ୍ଧରେ ନିଜର ଜମି ରକ୍ଷା କରିବାର ଅଧିକାର ରହିଛି। ଏହାର ଅର୍ଥ ହେଉଛି ଯେ, ପାଲେଷ୍ଟାଇନବାସୀଙ୍କ ନିଜ ଜମି ଉପରେ ସେମାନଙ୍କର ଅଧିକାର ରହିଛି, ଯାହା ଆଜି ଆନ୍ତର୍ଜାତୀୟ ଆଇନ ଦ୍ୱାରା ମଧ୍ୟ ସ୍ୱୀକୃତିପ୍ରାପ୍ତ।” ସେ ଏହା ମଧ୍ୟ କହିଛନ୍ତି ଯେ, ଯେଉଁମାନେ ପାଲେଷ୍ଟାଇନବାସୀଙ୍କୁ ସମର୍ଥନ କରୁଛନ୍ତି ସେମାନେ ସେମାନଙ୍କର ଦାୟିତ୍ଵ ପୂରଣ କରୁଛନ୍ତି ଏବଂ ଏଥିରେ ଆପତ୍ତି କରିବାର କାହାର ଅଧିକାର ନାହିଁ।

ଇରାନର ସଶସ୍ତ୍ର ବାହିନୀର ସମ୍ପ୍ରତି ଅପରେସନ୍ “ସତ୍ୟ ପ୍ରତିଶ୍ରୁତି ୨” କୁ ଦର୍ଶାଇ ଖାମେନେଇ କହିଛନ୍ତି ଯେ, ଏହି ଅପରେସନ୍ ଆଇନଗତ ଏବଂ ଭବିଷ୍ୟତରେ ଆବଶ୍ୟକ ହେଲେ ପୁନର୍ବାର ଏହା କରାଯାଇପାରିବ। ସେ କହିଛନ୍ତି ଯେ, ଇରାନର ସଶସ୍ତ୍ର ବାହିନୀ “ରକ୍ତପିପାସୁ ଇସ୍ରାଏଲ୍ ଶାସନ” ବିରୁଦ୍ଧରେ ସର୍ବନିମ୍ନ କ୍ଷତି ଘଟାଇଛି। ଖାମେନେଇ ଇସ୍ରାଏଲକୁ ଏକ ଗଧିଆ ଏବଂ ଆମେରିକାକୁ ଏହି ଅଞ୍ଚଳର ଭୟଙ୍କର କୁକୁର ବୋଲି ବର୍ଣ୍ଣନା କରିଛନ୍ତି।