ଭୁବନେଶ୍ୱର: ଚଳିତ ବନ୍ୟାରେ ଆସାମ ଲୋକଙ୍କ ସହିତ ଛିଡ଼ା ହୋଇ ରିଲାଏନ୍ସ ଫାଉଣ୍ଡେସନ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଶୁକ୍ରବାର ୨୫ କୋଟି ଟଙ୍କା ପ୍ରଦାନ କରିଛି। ଆସାମ ମୁଖ୍ୟମନ୍ତ୍ରୀ ଡ.ହିମନ୍ତ ବିଶ୍ୱ ଶର୍ମା ଏଥିପାଇଁ ସାମାଜିକ ଗଣମାଧ୍ୟମରେ କୃତଜ୍ଞତା ପ୍ରକାଶ କରିଛନ୍ତି। ବର୍ତ୍ତମାନର ଘଡ଼ିସନ୍ଧି ମୁହୂର୍ତରେ ଆସାମ ଲୋକଙ୍କ ସହିତ ଛିଡ଼ା ହୋଇଥିବାରୁ ସେ ମୁକେଶ ଅମ୍ବାନି ଓ ଅନନ୍ତ ଅମ୍ବାନୀଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି। ବନ୍ୟାଜନିତ ରିଲିଫ ପ୍ରଦାନରେ ଏହା ବିଶେଷ ସହାୟକ ହେବ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅର୍ଥ ପ୍ରଦାନ ପୂର୍ବରୁ ରିଲାଏନ୍ସ ଫାଉଣ୍ଡେସନ ଆସାମ ସରକାର ଓ ନାଗରିକ ସମାଜ ସଂଗଠନ ଗୁଡ଼ିକ ସହିତ ମିଶି ଆସାମର ଲୋକମାନଙ୍କୁ ପ୍ରାୟ ମାସେ ହେଲା ରିଲିଫ କାର୍ଯ୍ୟରେ ସହାୟତା ପ୍ରଦାନ କରୁଛି। ବନ୍ୟା ଆରମ୍ଭରୁ ରିଲାଏନ୍ସର ଏକ ଟିମ୍ ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ…
Author: Samikhsya Bureau
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ପୁଣି ଚର୍ଚ୍ଚାରେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଆଇଆଇସି ଦିଗବିଜୟ ବିଶ୍ୱାଳ। ଗତକାଲି ତାଙ୍କର ଟାଙ୍ଗୀ ଥାନାକୁ ବଦଳି ହେବା ଖବର ପ୍ରଚାର ହେବା ପରେ ଜଙ୍କିଆରେ ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ। ବହୁ ଖଣି ମାଫିଆମାନେ ଶ୍ରୀ ବିଶ୍ୱାଳଙ୍କ ବଦଳିରେ ଖୁସି ମନାଉଥିବାର ଦେଖିବାକୁ ମିଳିଛି। ତେବେ ଏହା ପଛରେ ଅନେକ କାରଣ ଥିବା କୁହାଯାଉଛି। ଯେତେବେଳେ ଶ୍ରୀ ବିଶ୍ଵାଳ ନୂତନ ଆଇଆଇସି ଭାବେ ଜଙ୍କିଆ ଥାନାରେ ନିଯୁକ୍ତି ପାଇଥିଲେ, ସେତେବେଳେ ସେ ମାତ୍ର ୭ ମାସ ମଧ୍ୟରେ ଜଙ୍କିଆ ଥାନା ଅଞ୍ଚଳରେ ଥିବା ଖଣି ମାଫିଆମାନଙ୍କ ନିଦ ହଜାଇଦେଇଥିଲେ। ପ୍ରତିଦିନ ବେଆଇନ ପଥର ଖଣି ଉପରେ ଚଢ଼ାଉ କରି ଏକାଧିକ ଗାଡ଼ି ଜବତ କରିଥିଲେ। ଫଳ ସ୍ୱରୂପ କିଛି ଖଣି ମାଫିଆ ନିଜ ଗାଡ଼ି ବିକ୍ରି କରିଦେଉଥିବା ବେଳେ ଆଉ କିଛି ମାଫିଆ ମାନେ ନିଜ ନିଜ ଗାଡ଼ିକୁ ଘରେ ରଖିଦେଇଥିବାର ଶୁଣିବାକୁ ମିଳୁଥିଲା। ଜଣେ…
ଭୁବନେଶ୍ୱର: ରଥଯାତ୍ରା ସମୟରେ ଶ୍ରୀକ୍ଷେତ୍ର ପୁରୀରେ ପ୍ଲାଷ୍ଟିକ ସମସ୍ୟା ଏକ ବଡ ଆହ୍ୱାନ ତିଆରି କରେ। ତେଣୁ ଏହି ପ୍ଲାଷ୍ଟିକ୍ ସମସ୍ୟାର ନିରାକରଣ ପାଇଁ ଚଳିତ ରଥଯାତ୍ରାରେ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକର ବ୍ୟବହାରକୁ ହ୍ରାସ କରିବା ସହ ରି-ସାଇକେଲିଂ ପାଇଁ ସାମାଜିକ ସଂଗଠନ ଓ ଜନସାଧାରଣଙ୍କୁ ଏକ ଭିିଡିଓ ବାର୍ତା ମାଧ୍ୟମରେ ଅପିଲ୍ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେହିପରି ରଥଯାତ୍ରାରୁ ଶ୍ରୀଗୁଣ୍ଡିଚା ଯାତ୍ରା ପର୍ଯ୍ୟନ୍ତ ପୁରୀରେ ପ୍ଲାଷ୍ଟିକ ହ୍ରାସ କରିବା ପାଇଁ ଏହାକୁ ଏକ ଜନଆନ୍ଦୋଳନର ରୂପ ଦେବାକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଭିଡ଼ିଓ ବାର୍ତାରେ କହିଛନ୍ତି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ରଥଯାତ୍ରାର ବିଧି ବିଧାନ ଆରମ୍ଭ ହୋଇସାରିଛି। ରଥଯାତ୍ରା ବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ବଡ ଦେଉଳର ରତ୍ନ ସିଂହାସନକୁ ଛାଡି ବଡଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କୁ ପ୍ରତ୍ୟକ୍ଷ ଦର୍ଶନ…
ଜୀବନଶୈଳୀ: ଯଦି ଆପଣ ଆୟୁର୍ବେଦିକ ପଦ୍ଧତି ଅନୁଯାୟୀ ଜୀବନ ବଞ୍ଚିବାକୁ ଚାହୁଁଛନ୍ତି, ତେବେ ଆପଣ ଏହା ସହିତ ଜଡିତ ନିୟମ ଜାଣିବା ଉଚିତ୍। ଆୟୁର୍ବେଦରେ ଖାଦ୍ୟଠାରୁ ଆରମ୍ଭ କରି ଶୋଇବା, ଉଠିବା, ସଠିକ୍ ଉପାୟରେ ବସିବା ପର୍ଯ୍ୟନ୍ତ ଉପଯୁକ୍ତ ପଦ୍ଧତି ଦିଆଯାଇଛି। ଦିନରେ ଶୋଇବା କାହିଁକି ନିଷେଧ ଏବଂ ଏହା ଦ୍ଵାରା କ’ଣ କ୍ଷତି ହୁଏ, ଆୟୁର୍ବେଦରେ ସ୍ପଷ୍ଟ ଭାବେ କୁହାଯାଇଛି। ଦିନରେ କେଉଁ ଲୋକ ଶୋଇବା ଉଚିତ୍ ଏବଂ କେଉଁ ଲୋକଙ୍କୁ ଦିନରେ ଆଦୌ ଶୋଇବା ଉଚିତ୍ ନୁହେଁ, ଆସନ୍ତୁ ଜାଣିବା.. ଆୟୁର୍ବେଦ ଅନୁଯାୟୀ, ଦିନରେ ଶୋଇବା ଶରୀରରେ କଫକୁ ବଢାଇଥାଏ ଏବଂ ବାତକୁ ହ୍ରାସ କରିଥାଏ। ଏପରି ପରିସ୍ଥିତିରେ, କଫ ଦ୍ଵାରା ହେଉଥିବା ରୋଗର ସମସ୍ୟା ବଢିଥାଏ। ତଥାପି, ଯେଉଁମାନେ ବାତ ପ୍ରକୃତିର, ସେମାନେ ଦିନରେ ଶୋଇବା ଦ୍ୱାରା ଉପକୃତ ହୋଇପାରିବେ। ଥକିଗଲେ, ଆପଣ ଦିନକୁ ୧୫ ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ଆରାମ କରିପାରିବେ। କିନ୍ତୁ ଶୋଇବା…
ଭୁବନେଶ୍ୱର: ଆପଣମାନଙ୍କ ପାଖରେ ଜୀ ସାର୍ଥକ ପହଞ୍ଚିବ। ସେଥିପାଇଁ ଜୀ ସାର୍ଥକ ଏକ ଭିନ୍ନ ଢଙ୍ଗରେ ପ୍ରଚାର ଅଭିଯାନ ଆରମ୍ଭ କରିଛି। ଏଲଇଡି ଭ୍ୟାନ ମାଧ୍ୟମରେ ସମସ୍ତ ଜ଼ିଲ୍ଲାରେ ଜୀ ସାର୍ଥକ ଭିନ୍ନ ଢଙ୍ଗରେ ପ୍ରଚାର ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଗତକାଲି ଠାରୁ ଏହାର ଶୁଭାରମ୍ଭ କରାଯାଇଛି। ଏହି ଭ୍ୟାନ ଓଡିଶାର ସମସ୍ତ ଜିଲ୍ଲାର ବିଭିନ୍ନ ଗାଁ ଗହଳିକୁ ଯାଇ ଲୋକଙ୍କ ସହ ସମ୍ପର୍କକୁ ଆହୁରି ମଜଭୁତ କରିବ। ଜୀ ସାର୍ଥକର ସିରିୟଲ ଅଭିନେତ୍ରୀମାନଙ୍କ ଫଟୋସହ ବ୍ରାଣ୍ଡ ଫିଲ୍ମ ଭିଡ଼ିଓ ଏହି ଭ୍ୟାନରେ ସ୍ଥାନ ପାଇଛି। ଓଡିଆ ଦର୍ଶକଙ୍କ ସହ ଯୋଡି ହେବାକୁ ଏହା ଏକ ଭିନ୍ନ ପ୍ରୟାସ। ତେବେ ନିକଟରେ ଚ୍ୟାନେଲ ତରଫରୁ ନୂଆ ବ୍ରାଣ୍ଡ ପରିଚୟ ପ୍ରସ୍ତୁତ କରାଯାଇଛି। ଯାହାର ନାଁ ରହିଛି, ‘ନୂଆ କାହାଣୀ ନୂଆ ରଙ୍ଗରେ, ଅତୁଟ ସମ୍ପର୍କ ଆମ ସାଙ୍ଗରେ’.. ଏହି ଥିମ୍ ଓ ବ୍ରାଣ୍ଡ ଫିଲ୍ମ ପ୍ରମୋସନ ପାଇଁ ଏଲଇଡି ଭ୍ୟାନ…
କନ୍ଦର୍ପ ବେହେରା ରେଢ଼ାଖୋଲ: ସାର୍ ଆପଣ ମୋର ପିତା। ଆପଣଙ୍କ ପାଇଁ ମୁଁ ଆଜି ଜର୍ମାନରେ ବୈଜ୍ଞାନିକ ଭାବରେ ୩ ବର୍ଷ ପିଏଚ୍ ଡି କରି ପାରିଛି। ଆପଣଙ୍କ ପାଇଁ ମୁଁ ଆଜି ଗର୍ବ ଅନୁଭବ କରେ ବୋଲି ଇଟାଲୀର ରୋମ୍ ରେ ନବୀନ୍ ପଟ୍ଟନାୟକ ଏକ କାର୍ଯ୍ୟକ୍ରମରେ ବୈଜ୍ଞାନିକ ଶେଷ କିସାନ୍ ପ୍ରକାଶ କରିଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ୍ ପଟ୍ଟନାୟକ ୟୁରୋପ୍ ଗସ୍ତ ଅବସରରେ ଇଟାଲୀର ରୋମ୍ ରେ ପ୍ରବାସୀ ଓଡ଼ିଆ ମାନଙ୍କୁ ଡାକି ଏକ ସଭା କରିଥିଲେ। ଏହି ସଭାରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ .ପାଣ୍ଡିଆନ୍ ମଧ୍ୟ ଯୋଗ ଦେଇ ଥିଲେ। ଏହି ସଭାରେ ଜର୍ମାନରେ ରହୁଥିବା ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ବଲାସିଂଘା ଗ୍ରାମର ଯୁବବୈଜ୍ଞାନିକ ଶେଷଦେବ କିସାନ୍ ମଧ୍ୟ ଯୋଗ ଦେଇଥିଲେ। ଯୁବ ବୈଜ୍ଞାନିକ ଶେଷ ଦେବ ୨୦୧୮ ମସିହାରେ ସଚିବାଳୟକୁ ଯାଇ ମୁଖ୍ୟମନ୍ତ୍ରୀକୁ ଭେଟିବା ସହ ଆଇଏଏସ ମାନଙ୍କ ସାମ୍ନାରେ ବକ୍ତବ୍ୟ ରଖିଥିଲେ।…
ଭୁବନେଶ୍ବର: ନବୀନ ପଟ୍ଟନାୟକ କାନ୍ଦିଲେ, ହେଲେ ଓଡିଶାରେ ନୁହେଁ। ସେ ସୁଦୂର ରୋମରେ ଏକ ହଲ ଭିତରେ କାନ୍ଦିଲେ। କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ରୋମ ଗସ୍ତରେ ଥିବା ନବୀନ ଗୋଟିଏ ଦିନ ସେଠାରେ ଥିବା ଓଡିଆଙ୍କ ସହିତ ସାକ୍ଷାତ କରିଥିଲେ। ଏହି ସାକ୍ଷାତବେଳେ ସମ୍ବଲପୁରର ଜଣେ ଛାତ୍ର ଶେଷ କିଶାନଙ୍କ ସଂଘର୍ଷର କାହାଣୀ ଶୁଣି ନବୀନ ଭାବ ବିହ୍ବଳ ହୋଇପଡିଥିଲେ। ଶେଷରେ କାନ୍ଦକାନ୍ଦ ହୋଇପଡିଲେ ନବୀନ। ରୋମରେ ଆୟୋଜିତ ହୋଇଥିଲା ପ୍ରବାସୀ ଓଡିଆଙ୍କ ଭେଟଘାଟ। ସେଠାରେ ୟୁରୋପର ବିଭିନ୍ନ ଦେଶରୁ ଆସିଥିବା ଓଡିଆଙ୍କ ସହିତ ନବୀନ କଥା ହୋଇଥିଲେ। ଶେଷ ବ୍ୟକ୍ତି ଥିଲେ ସମ୍ବଲପୁରର ଶେଷ କିଶାନ। ସେ କିପରି ମାଟିଝାଟି ପରିବାରରୁ ଆସି ବର୍ତ୍ତମାନ ଜର୍ମାନୀରେ ପଢିପାରିଛି ତାହାର କାହାଣୀ କହିଥିଲେ। ଏଥିପାଇଁ ନବୀନ ସରକାରଙ୍କ ଯୋଜନା ତାଙ୍କୁ ବେଶ୍ ସହାୟତା ଦେଇଥିଲା ବୋଲି ସେ କହିଥିଲେ। ଏହା ଶୁଣିବା ପରେ ସେଠାରେ ଉପସ୍ଥିତ ସମସ୍ତ ପ୍ରବାସୀ…
ନୟାଗଡ଼: ଖୋର୍ଦ୍ଧା ଜିଲ୍ଲା ପରେ ଏବେ ନୟାଗଡ଼ ଜିଲ୍ଲା ପୋଲିସ ବିଭାଗରେ ଛୋଟ ଧରଣର ଅଦଳ ବଦଳ ହୋଇଛି। ଜିଲ୍ଲାର ବିଭିନ୍ନ ଥାନାର ଆଇଆଇସିଙ୍କ ବଦଳି ସମେତ ନୂତନ ଭାବେ ପଦୋନ୍ନତି ପାଇଥିବା ଇନ୍ସପେକ୍ଟରଙ୍କୁ ଥାନାରେ ନିଯୁକ୍ତି ଦିଆଯାଇଛି। ଜିଲ୍ଲା ଏଷ୍ଟାବ୍ଲିସମେଣ୍ଟ ବୋର୍ଡର ମୁଖ୍ୟ ତଥା ଏସପି ଅଲେଖ ଚନ୍ଦ୍ର ପହିଙ୍କ ନିଷ୍ପତ୍ତିକ୍ରମେ ଉକ୍ତ ବଦଳି ହୋଇଛି। ବଦଳି ତାଲିକା: ବାଣିଗୋଛା ଥାନା ଆଇଆଇସି ମୁକେଶ କୁମାର ବେହେରାଙ୍କୁ ଚାନ୍ଦପୁର ଥାନା, ଇଟାମାଟି ଥାନା ଆଇଆଇସି ରମେଶ କୁମାର ଦେବତାଙ୍କୁ ଖଣ୍ଡପଡ଼ା ଥାନା, ଖଣ୍ଡପଡ଼ା ଥାନା ଆଇଆଇସି ବିଶ୍ବଜିତ ରାଉତରାୟଙ୍କୁ ଇଟାମାଟି ଥାନା, ଆଇଆଇସି ସଞ୍ଜୟ କୁମାର ମଲ୍ଲିକଙ୍କୁ ବାଣିଗୋଛା ଥାନା, ନୂଆଗାଁ ଥାନା ଆଇଆଇସି ବସନ୍ତ କୁମାର ସାହୁଙ୍କୁ ଦଶପଲ୍ଲା ଥାନାକୁ ବଦଳି କରାଯାଇଥିବା ବେଳେ ନୂତନ ଇନ୍ସପେକ୍ଟର ପୁଷ୍ପଲତା ବେହେରାଙ୍କୁ ନୂଆଗାଁ ଥାନାର ଆଇଆଇସି ଭାବେ ନିଯୁକ୍ତ କରାଯାଇଛି। ସମସ୍ତ ଅଧିକାରୀ ମାନେ ତୁରନ୍ତ ନୂତନ ସ୍ଥାନରେ ଯୋଗ…
ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ବିଏସପି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି। ବିଏସପି ମୁଖ୍ୟ ମାୟାବତୀ ଏକ ସାମ୍ବାଦିକ ସମ୍ମିଳନୀ କରି ଆଜି ଏକ ବଡ଼ ଘୋଷଣା କରିଛନ୍ତି। ଏହି ସମୟ ମଧ୍ୟରେ ସେ ସ୍ପଷ୍ଟ କରିଛନ୍ତି ଯେ, ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ନା ଏବଂ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ମଧ୍ୟରୁ ବିଏସପି କାହାକୁ ସମର୍ଥନ କରିବେ। ବିଏସପି ମୁଖ୍ୟ ମାୟାବତୀ କହିଛନ୍ତି ଯେ, “ଆଦିବାସୀ ସମାଜକୁ ଏହାର ଆନ୍ଦୋଳନର ଏକ ବିଶେଷ ଅଂଶ ଭାବରେ ବିବେଚନା କରି ରାଷ୍ଟ୍ରପତି ପାଇଁ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ଆମର ଦଳ ନିଷ୍ପତ୍ତି ନେଇଛି। ଆମର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବିଜେପି ଏବଂ ଏନଡିଏର ସପକ୍ଷ କିମ୍ବା ବିରୋଧୀ ଦଳର ବିପକ୍ଷରେ ନେଇନାହୁଁ। ବରଂ ଆମ ଦଳର ଆଦର୍ଶକୁ ଧ୍ୟାନରେ ରଖି ଏକ ଆଦିବାସୀ ସମାଜର ଜଣେ ଦକ୍ଷ ତଥା ପରିଶ୍ରମୀ ମହିଳାଙ୍କୁ ଦେଶର ରାଷ୍ଟ୍ରପତି କରିବା ପାଇଁ…
ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ଫଳକୁ ନେଇ ବଡ ଖବର ମିଳିଛି। ଆସନ୍ତା ମାସ ପ୍ରଥମ ସପ୍ତାହରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସୂଚନା ରହିଛି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ପରୀକ୍ଷା ଫଳ ବିଷୟରେ ବୋର୍ଡ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି। ତେଣୁ ଏହାର ଯାହା ସବୁ ପ୍ରକ୍ରିୟା ରହିଛି, ଶୀଘ୍ର ଶେଷ କରିବାକୁ ଗଣଶିକ୍ଷା ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ନୂଆଦିଲ୍ଲୀ: ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଜୁନ୍ ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଆୟର୍ଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆର ଖେଳାଳି ଏକାଦଶରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ସୂର୍ଯ୍ୟକୁମାର ଯାଦବ ଖେଳାଳି ଏକାଦଶକୁ ଫେରିବେ ବୋଲି ବିଶ୍ୱାସ କରାଯାଏ। ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟତୀତ ସଞ୍ଜୁ ସାମସନଙ୍କୁ ମଧ୍ୟ ଟିମ୍ ଇଣ୍ଡିଆ ପ୍ଳେଇଂ ଏକାଦଶରେ ସୁଯୋଗ ଦେଇପାରେ। ଏହି ଦୁଇ ଖେଳାଳିଙ୍କୁ ତିନି ନମ୍ବର ଏବଂ ଚତୁର୍ଥ ସ୍ଥାନରେ ଖେଳାଯିବ। ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଆୟର ଏବଂ ପନ୍ତ ଏହି ସ୍ଥାନରେ ଖେଳୁଥିଲେ। କିନ୍ତୁ ବର୍ତ୍ତମାନ ସେହି ଦୁଇ ଖେଳାଳି ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆର ଅଂଶ ଅଟନ୍ତି। ଟିମ୍ ଇଣ୍ଡିଆର ଓପନିଂ ଯୋଡିରେ ପରିବର୍ତ୍ତନ ହେବାର କୌଣସି ସମ୍ଭାବନା ନାହିଁ। ଇଶାନ କିଶାନଙ୍କ ସହ ରିତୁରାଜ ଗାଇକ୍ଵାଡ ଓପନିଂ ଦାୟିତ୍ଵ ସମ୍ଭାଳି ପାରନ୍ତି। ହାର୍ଦ୍ଦିକ…
ନୂଆଦିଲ୍ଲୀ: ସାତରୁ ୧୧ ବର୍ଷ ବୟସର ପିଲାମାନଙ୍କ ପାଇଁ ଜରୁରୀକାଳୀନ ବ୍ୟବହାର ପାଇଁ ସେରମ୍ ଇନଷ୍ଟିଚ୍ୟୁଟର କୋଭୋଭାକ୍ସ ଟିକାକୁ ଶୁକ୍ରବାର ଦିନ ଭାରତର ସେଣ୍ଟ୍ରାଲ୍ ଡ୍ରଗ୍ ଅଥରିଟିର ଏକ ବିଶେଷଜ୍ଞ କମିଟି ଅନୁମୋଦନ କରିଛି। ସରକାରୀ ସୂତ୍ର ଏହି ସୂଚନା ଦେଇଛି। ଚୂଡ଼ାନ୍ତ ଅନୁମୋଦନ ପାଇଁ ଏହି ସୁପାରିଶକୁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) କୁ ପଠାଯାଇଛି। ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SII) ର ସରକାରୀ ତଥା ନିୟାମକ ବ୍ୟାପାର ନିର୍ଦ୍ଦେଶକ ପ୍ରକାଶ କୁମାର ସିଂ ମାର୍ଚ୍ଚ ୧୬ ତାରିଖରେ ଜରୁରୀକାଳୀନ ବ୍ୟବହାର ଅନୁମତି ପାଇଁ ଆବେଦନ କରିଥିଲେ। ଏକ ସରକାରୀ ସୂତ୍ରରୁ ପ୍ରକାଶ ଯେ, “ସେଣ୍ଟ୍ରାଲ୍ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (ସିଡିଏସକୋ) ର କୋଭିଡ୍ -୧୯ ଉପରେ ବିଷୟ ବିଶେଷଜ୍ଞ କମିଟି (SEC) ୭ ରୁ ୧୧ ବର୍ଷ ବୟସର ପିଲାମାନଙ୍କ ପାଇଁ କୋଭୋଭାକ୍ସ ବ୍ୟବହାର କରିବାକୁ ପରାମର୍ଶ ଦେଇଛି। ଜରୁରୀକାଳୀନ ବ୍ୟବହାର ପ୍ରାଧିକରଣ…
ନୂଆଦିଲ୍ଲୀ: କରୋନା ସଂକ୍ରମଣ ଭାରତରେ ଦ୍ରୁତ ଗତିରେ ବ୍ୟାପୁଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୫ ହଜାର ୯୪୦ ଟି ନୂଆ ମାମଲା ରିପୋର୍ଟ ହୋଇଛି। ଏଭଳି ପରିସ୍ଥିତିରେ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୯୧ ହଜାର ୭୭୯ରେ ପହଞ୍ଚିଛି। ଯଦି ଆମେ ଗତ ୨୪ ଘଣ୍ଟାର ଆକଳନକୁ ଦେଖିବା, ସମଗ୍ର ଦେଶରେ କରୋନା ସଂକ୍ରମଣ ହେତୁ ୨୦ ଜଣଙ୍କର ମୃତ୍ୟୁ ଘଟିଛି। ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ୧୨ ହଜାର ୪୨୫ ରୋଗୀ କରୋନାକୁ ପରାସ୍ତ କରିଥିବା ବେଳେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୪ କୋଟି ୨୭ ଲକ୍ଷ ୬୧ ହଜାର ୪୮୧ କୁ ବୃଦ୍ଧି ପାଇଛି।
ମୁମ୍ବାଇ: ମହାରାଷ୍ଟ୍ରର ରାଜନୀତିରେ ପ୍ରତିଦିନ ପରିବର୍ତ୍ତନ ଘଟୁଛି। ଉଦ୍ଧବ ଠାକରେଙ୍କ ଆସନ ସହିତ ତାଙ୍କ ଦଳର ଦାୟିତ୍ଵ ମଧ୍ୟ ହାତରୁ ଯାଉଥିବା ଦେଖାଯାଉଛି। ବିଧାନସଭାରେ ଶିବସେନାର ଶକ୍ତି କ୍ରମାଗତ ଭାବେ ହ୍ରାସ ପାଉଛି। ଗୁରୁବାର ପର୍ଯ୍ୟନ୍ତ, ଶିବସେନାରେ ଏକନାଥ ସିନ୍ଦେଙ୍କ ଶିବିରରେ ୩୩ ଜଣ ବିଧାୟକ ଥିଲେ, ବର୍ତ୍ତମାନ ଏହା ୩୮ କୁ ବୃଦ୍ଧି ପାଇଛି। ତାଙ୍କ ସାଥିରେ ୯ ଜଣ ସ୍ଵାଧୀନ ବିଧାୟକ ଅଛନ୍ତି ଏବଂ ୨ ଜଣ ପ୍ରହାର ଜନଶକ୍ତି ବିଧାୟକ ଗୁଆହାଟିର ରେଡିସନ୍ ବ୍ଲୁ ହୋଟେଲରେ ରହୁଛନ୍ତି। ଏବେ ସମସ୍ତ ଆଖି ଅନୁଷ୍ଠିତ ହେବାକୁ ଥିବା ଫ୍ଲୋର ଟେଷ୍ଟରେ ଉପରେ ରହିଛି। ଯଦି ଫ୍ଲୋର ଟେଷ୍ଟରେ ହୁଏ, ତେବେ କଣ ହେବ? ପ୍ରଥମେ ଜାଣନ୍ତୁ ଏହି ଫ୍ଲୋର ଟେଷ୍ଟ କ’ଣ? ଏହି ପରୀକ୍ଷାରେ ସ୍ଥିର ହୋଇଛି ଯେ, ସରକାର ଗଠନ ପାଇଁ ବିଦ୍ୟମାନ ଦଳର ସଂଖ୍ୟା ଅଛି କି ନାହିଁ। ଏଥିରେ ରାଜ୍ୟପାଳ ହସ୍ତକ୍ଷେପ କରିପାରିବେ ନାହିଁ।…
ଭୁବନେଶ୍ବର: ରତ୍ନଗୁଡିକ ସେମାନଙ୍କ ଚମତ୍କାରୀ ଗୁଣ ଦ୍ବାରା ବ୍ୟକ୍ତିର ବ୍ୟକ୍ତିତ୍ବ ଉପରେ ପ୍ରଭାବ ପକାଇଥାନ୍ତି। ଜ୍ୟୋତିଷଙ୍କ ରତ୍ନ ଶାଖାରେ ମାଣିକଙ୍କୁ ସୂର୍ଯ୍ୟଙ୍କ ରତ୍ନ ରୂପେ ଗଣାଯାଇଥାଏ। ଏହି ମାଣିକରେ ସୂର୍ଯ୍ୟଙ୍କ ଗୁଣ ବିଦ୍ୟମାନ ଥାଏ। ମାଣିକ ପୂରା ଗାଢ ଗୋଲାପି ରଙ୍ଗର ହୋଇଥିବାବେଳେ ଆଉ କେଉଁ ମାଣିକ ପୂରା ଗାଢ ଖଇରିଆ ରଙ୍ଗର ହୋଇଥାଏ। ମାଣିକ ଏକ ଶକ୍ତିଶାଳୀ ରତ୍ନ। ଏହାକୁ ଧାରଣକରିବା ଦ୍ବାରା କୁଣ୍ଡଳୀରେ ସୂର୍ଯ୍ୟଙ୍କ ସ୍ଥିତି ମଜବୁତ୍ ରହିଥାଏ। ଏହାଦ୍ବାରା ବ୍ୟକ୍ତିର ବ୍ୟକ୍ତିତ୍ବରେ ସକାରାତ୍ମକ ପରିବର୍ତ୍ତନ ହୋଇଥାଏ। ମାଣିକ ଧାରଣ କରିବା ଦ୍ବାରା ବ୍ୟକ୍ତିର ଇଚ୍ଛାଶକ୍ତି ଓ ଆତ୍ମବିଶ୍ବାସ ଦୃଢ ହୋଇଥାଏ। ଆନ୍ତରିକ ସକାରାତ୍ମକ ଶକ୍ତି ଓ ଇମ୍ୟନୁଟି ମଧ୍ୟ ବଢିଥାଏ। ଏହାଦ୍ବାରା ସାମାଜିକ ପ୍ରତିଷ୍ଠା, ଯଶ ଓ ସମ୍ମାନ ପ୍ରାପ୍ତି ହୋଇଥାଏ। ଏହି ରତ୍ନକୁ ଧାରଣ କରିବା ଦ୍ବାରା ନେତୃତ୍ବ ନେବାର ଶକ୍ତି ବୃଦ୍ଧି ହୋଇଥାଏ। ସବୁ ପରିସ୍ଥିତିକୁ କିପରି ଠିକ୍ ରୂପେ ସାମ୍ନା କରିବପାରିବେ ସେ ଦକ୍ଷତା…
ଭୁବନେଶ୍ୱର : ଭୁବନେଶ୍ୱରକୁ ହାଇକୋର୍ଟ ସ୍ଥାନାନ୍ତର ଦାବି ନେଇ ଆଜି ଓକିଲମାନେ ଆନ୍ଦୋଳନ କରିଛନ୍ତି। ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ କୋର୍ଟର ମୁଖ୍ୟ ଫାଟକ ନିକଟରେ ପ୍ରତିବାଦ କରି ଧାରଣା ଦେଇଥିଲେ। ୨୦୧୩ମସିହାରୁ ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ପ୍ରତିମାସରେ ଏହି ଆନ୍ଦୋଳନ ହେଉଥିବା ବେଳେ କରୋନା ଯୋଗୁଁ ୨ବର୍ଷ ହେଲା ବନ୍ଦ ପରେ ପୁଣି ଏହି ଆନ୍ଦୋଳନ ମୁଣ୍ଡ ଟେକିଛି। ସବୁ ରାଜ୍ୟର ରାଜଧାନୀରେ ହାଇକୋର୍ଟ ରହିଥିବା ବେଳେ ଭୁବନେଶ୍ୱରରେ ହାଇକୋର୍ଟ ସ୍ଥାପନ ହେଲେ ବହୁ ଆଇନଜୀବୀ ଓ ଜନସାଧାରଣ ଉପକୃତ ହେବେ। ଏହି ଶାନ୍ତି ପୂଣ୍ଣ ଧାରଣାରେ ବରିଷ୍ଠ ଆଇନଜୀବୀ ପ୍ରସନ୍ନ ପଟ୍ଟନାୟକ, ଶିବାନନ୍ଦ ରାୟ, ଅତ୍ମ ପ୍ରକାଶ ମହାନ୍ତି, ଅଶୋକ କୁମାର ପାତ୍ର, ସୁଧିର ମହାନ୍ତି, ଏସ୍ଏସ୍କେ ସୁବଦ୍ଧି, ଡ. ଲିଙ୍ଗରାଜ ସାହୁ, ସରୋଜ ସାହୁ, ବିଷ୍ଣୁ ଷଡ଼ଙ୍ଗୀ, ମହେନ୍ଦ୍ର ସାହୁ, ସଂଘର ସଭାପତି ରବି ନାରାୟଣ ସାମନ୍ତରାୟ, ଉପସଭାପତି ଅଭୁମନ୍ୟୁ ସ୍ୱାଇ, ସମ୍ପାଦକ ରାଜ୍ କିଶୋର…
କନ୍ଦର୍ପ ବେହେରା ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ କିସିଣ୍ଡା ଥାନା ଅନ୍ତର୍ଗତ ବଳମ ଗ୍ରାମର ପିତାବଳୀଖମଣ ପଡାରେ ଗୁରୁବାର ରାତି ପ୍ରାୟ ସାଢ଼େ ୮ଟା ବେଳେ ୨ ନାତିଙ୍କ ଠେଙ୍ଗା ମାଡରେ ଆଈର ମୃତ୍ୟୁ ହୋଇଛି। ମୃତ ଆଈ ଜଣଙ୍କ ହେଲେ କିସିଣ୍ଡା ଥାନା ଅନ୍ତର୍ଗତ ବଳମ ଗ୍ରାମର ପିତାବଳୀଖମଣ ପଡାର ସୁକାନ୍ତି ମୁଣ୍ଡା(୭୦)। ପୋଲିସ ସୂତ୍ରରୁ ଜଣା ଯାଇଛି ଯେ ମୃତ ସୁକାନ୍ତିଙ୍କ ୨ ନାତି ପରମେଶ୍ବର ମୁଣ୍ଡା (୨୪) ଓ ପଦ୍ମଚରଣ ମୁଣ୍ଡା (୨୬)। ହେଲେ ପରମେଶ୍ବର ମୁଣ୍ଡା ଘରେ ମାଖନ ଗଛ ଲଗାଇ ଥିଲେ। ସେହି ମାଖନ ଗଛର ଅଗ୍ର ଭାଗ ସବୁ ଗାଈ ଛେଳି ଖାଇ ଦେଇ ଥିଲେ। ପରେ ଆଈ ସୁକାନ୍ତି ଏହାକୁ ରକ୍ଷଣା ବେକ୍ଷଣ କରିଥିଲେ। ଏହାକୁ ନେଇ ଆଈ ଓ ନାତିଙ୍କ ମଧ୍ୟରେ ଗୁରୁବାର ରାତିରେ ପାଟି ତୁଣ୍ଡ ହୋଇ ଥିଲା। ଏଥିରେ ଉତକ୍ଷିପ୍ତ ହୋଇ ନାତି ଦ୍ବୟ ଠେଙ୍ଗାରେ…
ଭୁବନେଶ୍ୱର: ଆସନ୍ତା ଜୁଲାଇ ୨ ତାରିଖରୁ ଆରମ୍ଭ ହେବାକୁ ଥିବା ବଜେଟ୍ ଅଧିବେଶନର ସୁପରିଚାଳନା ପାଇଁ ଚଳିତ ମାସ ୨୯ ତାରିଖ ପୂର୍ବାହ୍ନ ୧୧ ଘଟିକା ସମୟରେ ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ବଜେଟ ଅଧିବେଶନର ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ସଂପାଦିତ କରିବା ପାଇଁ ସବୁ ଦଳର ନେତୃମଣ୍ଡଳୀଙ୍କଠାରୁ ସହଯୋଗ କାମନା କରାଯିବ ବୋଲି ବାଚସ୍ପତି ଶ୍ରୀ ଆରୁଖ ପ୍ରକାଶ କରିଛନ୍ତି। ବର୍ତ୍ତମାନ ଦେଶର ବିଭିନ୍ନ ରାଜ୍ୟରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ସଂକ୍ରମଣ ଦେଖାଦେଲାଣି । ସର୍ବଦଳୀୟ ବୈଠକରେ ଏ ବିଷୟରେ ମଧ୍ୟ ଆଲୋଚନା କରାଯିବ ବୋଲି ବାଚସ୍ପତି ଶ୍ରୀ ଆରୁଖ ପ୍ରକାଶ କରିଛନ୍ତି ।
ନୂଆଦିଲ୍ଲୀ: ଦେଶରେ କ୍ରୀଡ଼ା ଇକୋସିଷ୍ଟମ ବିକଶିତ କରିବା ଏବଂ ଭାରତକୁ ବିଶ୍ବର ୧୦ଟି ଶ୍ରେଷ୍ଠ କ୍ରୀଡ଼ା ରାଷ୍ଟ୍ର ମଧ୍ୟରେ ସାମିଲ କରିବା ଲାଗି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ମିଳିତ ପ୍ରୟାସର ଆବଶ୍ୟକତା ରହିଛି ବୋଲି କହିଛନ୍ତି କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର। ଗୁଜରାଟର କେୱଡ଼ିଆ ଠାରେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀମାନଙ୍କର ଜାତୀୟ ସମ୍ମିଳନୀର ଉଦଘାଟନୀ ଅଧିବେଶନରେ ଅଧ୍ୟକ୍ଷତା କରି ଶ୍ରୀ ଠାକୁର ଏହା କହିଛନ୍ତି। ଶ୍ରୀ ଠାକୁର କହିଥିଲେ ଯେ, ‘‘ରାଜ୍ୟ ଓ କେନ୍ଦ୍ର ସରକାର ମିଶି ରଣନୀତି ଓ ଭିତ୍ତିଭୂମି ବ୍ୟବସ୍ଥା କରିବା ସହିତ ମିଳିତ ଭାବେ ପ୍ରତିଯୋଗିତା ଓ କ୍ରୀଡ଼ା କାର୍ଯ୍ୟକ୍ରମ ଆୟୋଜନ କଲେ ଖେଳ ଓ ଖେଳାଳୀମାନେ ଆଗେଇ ପାରିବେ। ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଟିମ୍ ଇଣ୍ଡିଆ ଭାବନା ନେଇ କାର୍ଯ୍ୟ କରିବା ଉଚିତ୍।…
ଭୁବନେଶ୍ୱର: ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ରୀୟ ଅନୁସୂଚିତ ଜାତି କମିଶନର ଉପାଧ୍ୟକ୍ଷ ଶ୍ରୀ ଅରୁଣ ହାଲଦାର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଅଧ୍ୟକ୍ଷତାରେ ଗତକାଲି ଅପରାହ୍ନରେ ଲୋକସେବା ଭବନର ସାଧାରଣ ପ୍ରଶାସନ ବିଭାଗର ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଓ ଅନ୍ୟାନ୍ୟ ପଛୁଆବର୍ଗ କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ରଞ୍ଜନା ଚୋପ୍ରା, ପୋଲିସ ଡିଜି ସୁନିଲ କୁମାର ବନସଲ୍, ଅତିରିକ୍ତ ଡିଜି, ଏଚ୍ଆର୍ପିସି ସିଦ୍ଧାର୍ଥ ନରଭଣେ, ଅନୁସୂଚିତ ଜାତି ନିର୍ଦ୍ଦେଶକ ଲକ୍ଷ୍ମଣ କୁମାର ମଲ୍ଲିକ, ଅତିରିକ୍ତ ଶାସନ ସଚିବ ପବିତ୍ର ମଣ୍ଡଳ, ଓଏସ୍ଏଫ୍ଡିସିର ଜେନେରାଲ ମ୍ୟାନେଜର ଶ୍ରୀମତୀ ଇତିଶ୍ରୀ ଦାସ ଓ ଅନ୍ୟ ବିଭାଗୀୟ ଅଧିକାରୀ, ବିଭିନ୍ନ ଜନଜାତି ଓ ଜାତି ସଂଘର କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏହି ବୈଠକରେ ଅନୁସୂଚିତ ଜାତିଙ୍କ ପାଇଁ ଚାଲିଥିବା…
ମେଷ: – ଆଜି ଶୁଭ ଦିନ ହେବ । ପରିବାରରେ ସୁଖ ଏବଂ ଧନ ବୃଦ୍ଧି ପାଇବ। ଚାକିରିରେ ପଦୋନ୍ନତିର ସମ୍ଭାବନା । ଯଦି ଆପଣ ଯତ୍ନର ସହିତ ଖାଦ୍ୟ ଗ୍ରହଣ କରନ୍ତି ତେବେ ସ୍ୱାସ୍ଥ୍ୟ ଭଲ ରହିବ । ଶରୀରରେ ଅଧିକ ଶକ୍ତି ଯୋଗୁଁ ସମସ୍ତ ସ୍ଥଗିତ କାର୍ଯ୍ୟ ସମାପ୍ତ କରିବାକୁ ସକ୍ଷମ ହେବେ । ଜୀବନ ବିଷୟରେ କଠିନ ନିଷ୍ପତ୍ତି ନେଇପାରନ୍ତି । ବକ୍ତବ୍ୟରେ ସଂଯମତା କରିବା ଜରୁରୀ ଅଟେ । ଆଜି ଆପଣ ସମାଜର କାର୍ଯ୍ୟରେ ଉତ୍ସାହର ସହିତ ଅଂଶଗ୍ରହଣ କରିବେ । ବୃଷ: – ଆଜି ଏକ ଭଲ ଦିନ ହେବ । ବ୍ୟବସାୟରେ ଲାଭ ପାଇବା ସମ୍ଭାବନା ଅଛି । ଆର୍ଥିକ ବିନିଯୋଗ ଲାଭଦାୟକ ହେବ । ଟଙ୍କା ସମ୍ବନ୍ଧୀୟ ସମସ୍ୟା ସମାପ୍ତ ହେବ । ମାନସିକ ଶାନ୍ତି ଅନ୍ୱେଷଣରେ ଆଧ୍ୟାତ୍ମିକତାରେ ଯୋଗଦେବାର ଏକ ସୁଯୋଗ ରହିବ । ସ୍ୱାସ୍ଥ୍ୟରେ ଉନ୍ନତି ହେବାର ସମ୍ଭାବନା…

