ମେଷ: – ଆଜି, ଯଦି ଆପଣ ଫଳାଫଳ ବିଷୟରେ ଚିନ୍ତା ନ କରି କଠିନ ପରିଶ୍ରମ କରନ୍ତି, ତେବେ ଆପଣ ନିଶ୍ଚିତ ଭାବରେ ସଫଳତା ପାଇବେ । ଅପଚୟ ଆର୍ଥିକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ । ବାଧାବିଘ୍ନ ଦୂର ହେବ । ପରିବାର ସଦସ୍ୟଙ୍କ ସହ ତୀବ୍ର ବିତର୍କ ହେତୁ ମନ ଅସନ୍ତୁଷ୍ଟ ହୋଇପାରେ । ତୂଳା: – ଆଜି କ୍ଲାନ୍ତ ଲାଗିବ । ଦୀର୍ଘ ସମୟ ଧରି ଅପେକ୍ଷା କରିଥିବା କ୍ଷତିପୂରଣ ଏବଂ ଋଣ ଇତ୍ୟାଦି ପାଇବ । ସମ୍ପର୍କକୁ ସୁଦୃଢ କରିବା ପାଇଁ ବାର୍ତ୍ତାଳାପକୁ ସୁମଧୁର କର । ଅନ୍ୟମାନଙ୍କୁ ପ୍ରଭାବିତ କରିବାର କ୍ଷମତା ଆପଣଙ୍କୁ ଅନେକ ସକାରାତ୍ମକ ଜିନିଷ ଦେବ ।
Author: Samikhsya Bureau
ମକର: – ଆଜି ଆପଣ ବହୁତ ଭଲ ମନୋଭାବରେ ରହିବେ । ସତେଜ ହେବା ପାଇଁ ଭଲ ଭାବରେ ଆରାମ କରନ୍ତୁ । ପରୀକ୍ଷା-ପ୍ରତିଯୋଗିତାରେ ସଫଳତା ପାଇବା ପାଇଁ ଏକ ଦୃଢ ସମ୍ଭାବନା ଅଛି । ଏକ ପୁରୁଣା ଜିନିଷ ହରାଇବା ମଧ୍ୟ କିଛି ସମୟ ପାଇଁ ଆପଣଙ୍କ ମନୋବଳକୁ ନଷ୍ଟ କରିପାରେ । ଧୂମପାନ ନିଶାରୁ ମୁକ୍ତି ପାଇବା ପାଇଁ ପତ୍ନୀ ଆପଣଙ୍କୁ ଉତ୍ସାହିତ କରିବେ । ସିଂହ: – ଆଜି ଆପଣଙ୍କର ଘରୋଇ ଅସୁବିଧା ଆପଣଙ୍କୁ ଚାପ ଦେଇପାରେ । କଠିନ ଅର୍ଥନୈତିକ ଅବସ୍ଥା ହେତୁ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ମଝିରେ ଅଟକି ଯାଇପାରେ । ବ୍ୟୟ ଆୟଠାରୁ ଅଧିକ ହେବ । ମଦ୍ୟପାନ କରିବା କ୍ଷତିକାରକ ପ୍ରମାଣିତ କରିପାରେ । ତୁମର ପ୍ରବୃତ୍ତି ଆଧ୍ୟାତ୍ମିକତା ପ୍ରତି ରହିବ ।
ମିଥୁନ: – ଆଜି ସକାଳେ ଆପଣଙ୍କ ମନ କ୍ରୋଧିତ ହେବ । ଅର୍ଥର ଅପଚୟ ଖର୍ଚ୍ଚ ହେବ । ଦୀର୍ଘ ଯାତ୍ରା ପାଇଁ, ଆପଣ ଆପଣଙ୍କର ସ୍ୱାସ୍ଥ୍ୟ ଏବଂ ଶକ୍ତି ସ୍ତରରେ କରିଥିବା ଉନ୍ନତିଗୁଡିକ ଅତ୍ୟନ୍ତ ଲାଭଦାୟକ ହେବ । ସେଠାରେ ସଫଳତା ହେବ । ଛାତ୍ରମାନେ ଆଶା କରାଯାଉଥିବା ଫଳାଫଳ ପାଇବେ ନାହିଁ। ତୁମର କ୍ରୋଧକୁ ନିୟନ୍ତ୍ରଣ କର । ବିଛା : – ଆଜି ଆପଣ ମନ୍ଦିର ପରିଦର୍ଶନ କରିବାକୁ କିମ୍ବା କୈଣସି ଧାର୍ମିକ କାର୍ଯ୍ୟକ୍ରମର ଆୟୋଜନ କରିବାକୁ ଯୋଜନା କରିପାରିବେ । ପରିସ୍ଥିତି ବିଦେଶୀ ଆନ୍ଦୋଳନ ପାଇଁ ଅନୁକୂଳ ହେବ। ତୁମର ପରିବାରର ଭାବନାକୁ ବୁଝି ତୁମର କ୍ରୋଧକୁ ନିୟନ୍ତ୍ରଣ କର । ଦିନଟି ମଧ୍ୟ ଶିକ୍ଷାର୍ଥୀମାନଙ୍କ ପାଇଁ ଭଲ ଅଟେ ।
କଟକ, କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦର ଆଜି ପୋଲିସକୁ ଚକମା ଦେଇ କଟକ ମେଡିକାଲରୁ ଫେରାର ହୋଇଯାଇଛି। ଗତ 12 ଦିନ ଧରି ହାଇଦର କଟକ ମେଡିକାଲରେ ଚିକିତ୍ସିତ ହେଉଥିଲା। ତେବେ ତା ପାଖରେ ନିୟୋଜିତ ଥିବା ପୋଲିସ କର୍ମିଙ୍କୁ ନିଶା ଦେଇ ସେ ଫେରାର ହୋଇଯାଇଥିବାର ଜଣାପଡିଛି। ହାଇଦର ପ୍ରଥମେ ବୁର୍ଲା ମେଡିକାଲରେ ଚିକିତ୍ସିତ ହେଉଥିଲା। ହେଲେ ସେଠାକାର ଡାକ୍ତର କଟକ ମେଡିକାଲକୁ ରେଫର କରିଦେଇଥିଲେ। ସେ କଟକରେ ଚିକିତ୍ସିତ ହେଉଥିଲା। ହେଲେ ଆଜି ଅପରାହ୍ନରେ ହାଇଦରକୁ ଇଂଜେକସନ ଦେବା ପାଇଁ ସ୍ବାସ୍ଥ୍ୟକର୍ମି ଯାଇଥିଲେ। ହେଲେ ହାଇଦର ବେଡରେ ନ ଥିଲେ। ଏପରିକି ତାଙ୍କର ଲୁଗାପଟା ମଧ୍ୟ ତାଙ୍କ ରୁମରେ ନ ଥିଲା। ପ୍ରଥମେ ସ୍ବାସ୍ଥ୍ୟ କର୍ମି ସେଠାରେ ନିୟୋଜିତ ସୁରକ୍ଷା କର୍ମିଙ୍କୁ ଖୋଜିଥିଲେ। ହେଲେ ସେମାନେ ନିଘୋଡ ନିଦରେ ଶୋଇପଡିଥିଲେ। ସ୍ବାସ୍ଥ୍ୟ କର୍ମି ସେମାନଙ୍କୁ ଉଠାଇ ହାଇଦର କାହିଁ ବୋଲି ପଚାରିଥିଲେ। ହେଲେ ସେମାନେ ଉଠିବାର ଅବସ୍ଥାରେ ନ ଥିଲେ।…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ରେ କୋଭିଡ ସ୍ଥିତିର ଅନୁଧ୍ୟାନ ଓ ଏହାର ପରିଚାଳନା ସଂପର୍କରେ ସମୀକ୍ଷା ପାଇଁ ଓଡିଶା ମୂଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୂଖ୍ୟ ଶାସନ ସଚିବ ପ୍ରଦୀପ କୁମାର ମହାପାତ୍ର କଳାହାଣ୍ଡି ଗସ୍ତ କରଛନ୍ତି। ମୂଖ୍ୟ ଶାସନ ସଚିବଙ୍କ ସହିତ ଡିଏମଇଟି ଡଃ ସି.ବି.କେ. ମହାନ୍ତି, ଓ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡଃ ବିଜୟ ମହାପାତ୍ର ମଧ୍ୟ ଗସ୍ତ କରିଛନ୍ତି। ମୂଖ୍ୟ ଶାସନ ସଚିବ ତଥା ଅତିରିକ୍ତ ମୂଖ୍ୟ ଶାସନ ସଚିବ ପ୍ରଥମେ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସ୍ୱାସ୍ଥ୍ୟ ବ୍ୟବସ୍ଥା, ଔଷଧ ଯୋଗାଣ, ଆମ୍ବୁଲାନନ୍ସ ଇତ୍ୟାଦି ଆନିସଙ୍ଗୀକ ବ୍ୟବସ୍ଥା ସଂପର୍କରେ ଅନୁଧ୍ୟାନ କରିଥିଲେ। ଏହି ଅବସରରେ ଭବାନୀପାଟଣା ନିକଟସ୍ଥ କାମଠଣା କୋଭୋଡ ହସପିଟାଲ ଓ ଜିଏନଏମ ନର୍ସୀଂ ସ୍କୁଲରେ କୋଭିଡ ପ୍ରସ୍ତୃତି ଉପରେ ଏକ ସମୀକ୍ଷା ବୈଠକ ହୋଇଯାଇଥିଲା। ରାଜ୍ୟ ପଦାଧିକାରୀଙ୍କ ସମେତ କଳାହାଣ୍ଡି ଜିଲ୍ଲାପାଳ…
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ସରକାରୀ ହାଇସ୍କୁଲ ସଂପୂର୍ଣ୍ଣ ନୂଆ ରୂପ ନେବାକୁ ଯାଉଛି। ଏଥିପାଇଁ ରାଜ୍ୟ ସରକାରଙ୍କ ୫-ଟି ଅଭିଯାନ ଅଧୀନରେ ରୂପାନ୍ତରଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ପ୍ରଥମ ପର୍ୟ୍ୟାୟରେ ରୂପାନ୍ତରଣ ହେବାକୁ ଥିବା ହାଇସ୍କୁଲ ମଧ୍ୟରୁ ୪୦ଟି ସ୍କୁଲର ସମୀକ୍ଷା କରାଯାଇଛି। ଶନିବାର ଦିନ ୫-ଟି ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ ଲୋକସେବା ଭବନରୁ ଭିଡିଓ କନଫରେନ୍ସିଂ ଜରିଆରେ ଏହାର ସମୀକ୍ଷା କରିଛନ୍ତି। ଏହି ଅବସରରେ ହାଇସ୍କୁଲ ରୂପାନ୍ତରଣ ଲାଗି ପ୍ରସ୍ତୁତ ଜିଲ୍ଲାସ୍ତରୀୟ ‘ଭିଜନ ଡକ୍ୟୁମେଣ୍ଟ’ ଉନ୍ମୋଚିତ ହୋଇଥିଲା। ଏଥିରେ କାର୍ୟ୍ୟକ୍ରମର ମୂଳ ଲକ୍ଷ୍ୟ ସହିତ ଏହାକୁ କିପରି ସଫଳତାର ସହ କାର୍ୟ୍ୟକାରୀ କରାଯିବ ସେ ନେଇ ମାର୍ଗଦର୍ଶନ ପ୍ରସ୍ତୁତ କରାଯାଇଛି। ସେହିପରି ପ୍ରତ୍ୟେକ ବିଦ୍ୟାଳୟର ମାଇକ୍ରୋ ପ୍ଲାନ୍ ମଧ୍ୟ ପ୍ରସ୍ତୁତ ହୋଇଛି। ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ପରିସରରେ ଥିବା ଓସ୍ୱାନ ଭିଡିଓ କନଫରେନ୍ସିଂ ହଲଠାରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ସହ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।…
ସୀତାରାମ ଅଗ୍ରୱାଲ ବାଣପୁର: ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଶ୍ରୀକୃର୍ଷ୍ଣଶରଣପୁର ଗ୍ରାମର ହୃଦ ରୋଗରେ ଆକ୍ରାନ୍ତ ଅଭାଗିନୀ ପରିଡ଼ାଙ୍କୁ ଖୋର୍ଦ୍ଧା ଜିଲ୍ଲା ବାଣପୁରର ଦୁଇଜଣ ଯୁବକ ସହାୟତାର ହାତ ବଢାଇଛନ୍ତି। ଘଟଣାରୁ ପ୍ରକାଶ ଯେ, ଗୁରୁତର ହୃଦରୋଗି ଅଭାଗିନୀଙ୍କ ଦୁର୍ଦ୍ଦଶା ସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା। ଏଥିରେ ବିଚଳିତ ହୋଇ ଖୋର୍ଦ୍ଧା ଜିଲ୍ଲା ବାଣପୁରର ଶିବ ଶଙ୍କର ସେନାପତି ଓ ସନ୍ତୋଷ ପ୍ରଧାନ ଗଣମାଧ୍ୟମର ପ୍ରତିନିଧିଙ୍କ ସହ ଯୋଗାଯୋଗ କରିଥିଲେ। ଏହାପରେ ଶିବଶଙ୍କର ଓ ସନ୍ତୋଷ ଗତ ଗୁରବାର ଦିନ ଅଭାଗିନୀଙ୍କ ଘରେ ପହଂଚି ତାଙ୍କର ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିବା ସହ ୧୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ। ଏଥିସହ ସେମାନଙ୍କ ଦ୍ବାରା ଯାହା ସମ୍ଭବ ହୋଇପାରିବ ଅଭାଗିନୀଙ୍କ ଚିକିତ୍ସା ପାଇଁ ସାହାର୍ଯ୍ୟ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତାଙ୍କର ଏହି କାର୍ଯ୍ୟ ଦ୍ବାରା ପ୍ରେରିତ ହୋଇ ବାଣପୁର ଓ ବାଲୁଗାଁ ଅଞ୍ଚଳର ବହୁ…
ଭୁବନେଶ୍ୱର: ପ୍ରାୟ ଦୁଇ ଶତାବ୍ଦୀ ଧରି ଭାରତୀୟମାନଙ୍କ ମନସ୍ତତ୍ୱରେ ଗୋଟିଏ ବିଷୟ ବସା ବାନ୍ଧି ରହିଛି ଯେ ସମସ୍ତ ବୈଜ୍ଞାନିକ ତତ୍ୱର ଉତ୍ପତ୍ତି ଓ ବିକାଶ କେବଳ ପାଶ୍ଚାତ୍ୟ ଦେଶଗୁଡ଼ିକରେ ଘଟିଛି ଓ ଭାରତ ଭଳି ଅଣ-ପାଶ୍ଚାତ୍ୟ ଦେଶରେ ବିଜ୍ଞାନ ବୋଲି ବିଶେଷ କିଛି ନ ଥିଲା। କିନ୍ତୁ ପ୍ରାଚୀନ ଭାରତୀୟ ବୈଜ୍ଞାନିକ ଜ୍ଞାନ କୌଶଳର ଉପଯୋଗୀତାକୁ ଲୋକଲୋଚନକୁ ଆଣି ଶିକ୍ଷା ବ୍ୟବସ୍ଥାରେ ସାମିଲ କରିବା ନିମନ୍ତେ ସମୟ ଆସିଛି। ଇଣ୍ଡିଆନ୍ ନଲେଜ ସିଷ୍ଟମ (ଆଇକେଏସ୍) ବା ଭାରତୀୟ ଜ୍ଞାନ କୌଶଳର ଧାରାକୁ ଏବେ ଏକ ବିକଳ୍ପ ଭାବେ ଗ୍ରହଣ କରି ଶିକ୍ଷା ବ୍ୟବସ୍ଥାରେ ଅନ୍ତୁର୍ଭୁକ୍ତ କରିବା ଆବଶ୍ୟକ ବୋଲି ଖଡ଼ଗପୁର ସ୍ଥିତ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲଜିର ଡିପାର୍ଟମେଂଟ ଅଫ୍ ହ୍ୟୁମାନିଟିଜ୍ ଆଣ୍ଡ ସୋସିଆଲ୍ ସାଇନ୍ସେସ୍ର ଅଧ୍ୟାପକ ପ୍ରଫେସର ଅନୁରାଧା ଚୌଡରି କହିଛନ୍ତି। ଆଜି ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ବିଶ୍ୱବିଦ୍ୟାଳୟରେ ଆଇକେଏସ୍କୁ ପୁଣି ଥରେ ଜନମାନସକୁ ଫେରାଇ ଆଣିବା…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୪୦୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୭୩, କଳାହାଣ୍ଡିରୁ ୫୭, ବରଗଡରୁ ୩୪, ନୂଆପଡାରୁ ୩୨, ସୁନ୍ଦରଗଡରୁ ୩୧, ଅନୁଗୁଳରୁ ୨୭, କଟକରୁ ୨୬, ଝାରସୁଗୁଡାରୁ ୧୭, ସମ୍ବଲପୁରରୁ ୧୪, କେନ୍ଦୁଝରରୁ ୧୨, ପୁରୀରୁ ୯, ଯାଜପୁରରୁ ୮, ଗଞ୍ଜାମରୁ ୭, ନବରଙ୍ଗପୁରରୁ ୬, ବାଲେଶ୍ବରରୁ ୫, ଢେଙ୍କାନାଳରୁ ୫, କୋରାପୁଟରୁ ୫, ଭଦ୍ରକରୁ ୪, ମୟୂରଭଞ୍ଜରୁ ୪, ରାୟଗଡାରୁ ୪, ସୋନପୁରରୁ ୩, ବଲାଙ୍ଗୀରିରୁ ୨, କେନ୍ଦ୍ରାପଡାରୁ ୨, ନୟାଗଡରୁ ୧ ଏବଂ ଷ୍ଟେଟ ପୁଲରୁ ୧୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୯ ହଜାର ୬୦୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୧୭୧ ଆକ୍ରାନ୍ତଙ୍କ ମଧ୍ୟରୁ ୪୫ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୧୨୬ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩ ହଜାର ୩୬୪ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୫୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୨ ହଜାର ୨୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୮୮୩ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ସୀତାରାମ ଅଗ୍ରୱାଲ ବାଣପୁର: ବର୍ତ୍ତମାନ ଜଙ୍ଗଲରୁ କାଠ ଚୋରି କରିବା ନିମନ୍ତେ ଦୁର୍ବୃତ୍ତ ମାନେ ନୂଆ ତରିକା ଆପଣେଇଛନ୍ତି। ଜଙ୍ଗଲର ଗୋଟିଏ ପାର୍ଶ୍ଵରୁ ନିଆଁ ଲଗାଇ ବନକର୍ମଚାରିଙ୍କୁ ବ୍ୟସ୍ତ ରଖୁଥିବା ବେଳେ ଅପରପାର୍ଶ୍ୱରୁ କାଠ ଚୋରିକରିବା ଭଳି ଏକ ସାଂଘାତିକ ଅଭିଯୋଗ ହେଉଛି। ତେବେ ଏପରି ଏକ ଯୋଜନା କରୁଥିବାବେଳେ ବନ ବିଭାଗ ହାତରେ ଚୋରା ଶାଗୁଆନ କାଠ ସହ ୩ ଜଣ କାଠ ମାଫିଆ ଗିରଫ ହୋଇଛନ୍ତି। ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବନଖଣ୍ଡ ଅଧିନସ୍ଥ ବାଣପୁର ବରବରା ସେକ୍ସନ ଅନ୍ତର୍ଗତ କଟୁଆଳ ସରଂକ୍ଷିତ ଜଙ୍ଗଲରେ ଗତକାଲି ରାତିରେ ତିନି ଜଣ ଦୁର୍ବୃତ୍ତ ଗୋଟାଏ ପାର୍ଶ୍ୱରେ ନିଆଁ ଲଗାଇ ଶାଗୁଆନ କାଠ କାଟିବାରେ ବ୍ୟସ୍ତ ଥିଲେ। କିନ୍ତୁ କିଛି ଦିନ ହେଲା ସମ୍ପୃକ୍ତ ଜଙ୍ଗଲରେ ମନୁଷ୍ୟକୃତ ନିଆଁ ଲାଗୁଥିବାର ଅଭିଯୋଗ ହୋଇଆସୁଥିଲା। ଏନେଇ ବାଲୁଗାଁ ବନାଞ୍ଚଳ ଅଧିକାରୀ ପ୍ରତାପ ମହାନ୍ତିଙ୍କ ନେତୃତ୍ୱରେ ଦୁଇ ସେକ୍ସନ ଫୋର୍ସ ସମ୍ପୃକ୍ତ ଜଙ୍ଗଲରେ…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରୁ ନିଖୋଜ ଅପହୃତା ଯୁବତୀଙ୍କୁ ପୋଲିସ ଉଦ୍ଧାର କରିଛି। ଉତ୍ତରପ୍ରଦେଶର ଆଲ୍ଲାହାବାଦ ଅଞ୍ଚଳରୁ ଅପହୃତା ଯୁବତୀଙ୍କୁ ଉଦ୍ଧାର କରିବା ସହ ଜଣେ ଯୁବକଙ୍କୁ ମଧ୍ୟ ଗିରଫ କରିବାରେ ବାଣପୁର ପୋଲିସ ସକ୍ଷମ ହୋଇଛି। ଏ ନେଇ ଆଜି ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶକ୍ରମେ ଗତ ଦୁଇ ଦିନ ତଳେ ଯୁବତୀଙ୍କୁ ଉଦ୍ଧାର କରିବା ପାଇଁ ବାଣପୁର ଥାନା ସବ ଇନ୍ସପେକ୍ଟର ବିଜୟ କୁମାର ମଲ୍ଲିକ ଏବଂ ଖୋର୍ଦ୍ଧା ସାଇବର ସେଲର କର୍ମଚାରୀମାନେ ଉତ୍ତର ପ୍ରଦେଶ ଗସ୍ତ କରିଥିଲେ। ଅତି ଚତୁରତାର ସହ ସେମାନେ ଆଲ୍ଲାହାବାଦରୁ ଯୁବତୀଙ୍କୁ ଉଦ୍ଧାର କରିବା ସହ ଜଣେ ଯୁବକଙ୍କୁ ଗିରଫ କରି ବାଣପୁର ଥାନାରେ ହାଜର କରିଥିଲେ। ଗିରଫ ଯୁବକଙ୍କ ନାମ ଅବିନାଶ ସିଂ ବୋଲି ଜଣାପଡିଛି। ସେ ଜନୈକା ଯୁବତୀଙ୍କୁ ଫେସବୁକ ଜରିଆରେ ହିମାଚଳ ପ୍ରଦେଶରେ ଚାକିରୀ…
ଚାନ୍ଦପୁର: କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର କୋଭିଡ଼ ନିୟମକୁ କଡାକଡି କରିଛନ୍ତି। ସେଥିପାଇଁ ଧର୍ମାନୁଷ୍ଠାନ ଉପରେ ରାଜ୍ୟସରକାର କଟକଣା ଲଗାଇଛନ୍ତି। ଚୈତ୍ର ମାସରେ ହେଉଥିବା ଦଣ୍ଡ ଯାତ୍ରାରେ ମଧ୍ୟ ସରକାର କଟକଣା ଲଗାଇଛନ୍ତି। କେବଳ ସୀମିତ ଲୋକଙ୍କୁ ନେଇ ଦଣ୍ଡ ପୂଜା କରିବାକୁ ଅନୁମତି ରହିଥିବା ବେଳେ ଯାତ୍ରା ଉପରେ କଟକଣା ଲାଗିଛି। ହେଲେ ଚାନ୍ଦପୁର ଥାନା ଅନ୍ତର୍ଗତ କନ୍ଧ ନୟାଗଡ ଗ୍ରାମରେ ଯାତ୍ରା କରିବା ପାଇଁ ପ୍ରସ୍ତୁତି ଚାଲିଥିଲା। ଖବର ପାଇ ଚାନ୍ଦପୁର ପୋଲିସ୍ ଘଟଣା ସ୍ଥଳରେ ପହଂଚିଥିଲା। ଏବଂ ଗାଡି ସହ ଚିତ୍ରାଳୟ ସାମଗ୍ରୀ ପୋଲିସ ଜବତ କରିଛି। ଏହି ଘଟଣାରେ ଗାଡି ଚାଳକ ସହ ୨ ଜଣଙ୍କୁ ପୋଲିସ ଅଟକ ରଖି ତଦନ୍ତ ଚଳାଇଛି। ତେବେ ଏହି ଘଟଣାରେ ସମ୍ପୃକ୍ତ ଆୟୋଜକଙ୍କ ଠାରୁ ୨୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି ବୋଲି ସୂଚନା ରହିଛି। ସୂଚନା ଥାଉ କି, ଗତ କିଛି ଦିନ…
କଲିକତା: ପଶ୍ଚିମବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି ରହିଛି। ଏହା ଭିତରେ ବିଜେପି ଆଇଟି ସେଲର ମୁଖ୍ୟ ଅମୀତ ମାଲବୀୟ କ୍ଲବ ହାଉସ ଆପରେ ଅଡ଼ିଓ ଜାରି କରିଛନ୍ତି। ଏହି ଅଡ଼ିଓରେ ମମତା ବାନାର୍ଜୀଙ୍କ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ପଛିମବଙ୍ଗରେ ବିଜେପି ଜିତୁଛି ବୋଲି କହୁଥିବାର ଶୁଣିବାକୁ ମିଳିଛି। ହେଲେ ପ୍ରଶାନ୍ତ କିଶୋର ଏହାକୁ ଖାରିଜ କରିଛନ୍ତି। ଚିହ୍ନଟ କିଛି ଅଂଶ ବଦଳରେ ବିଜେପି ସଂପୂର୍ଣ୍ଣ ଅଡ଼ିଓ ଜାରି କଲେ, ଏହାର ସତ୍ୟତା ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି। ପ୍ରଶାନ୍ତ କିଶୋରଙ୍କ ଭାଇରାଲ ଅଡ଼ିଓରେ ଶୁଣିବାକୁ ମିଳିଛି କି, ମୋଦୀ ନାମରେ ଭୋଟ ହେଉଛି, ହିନ୍ଦୁ ନାମରେ ଭୋଟ ହେଉଛି, ଧୃବିକରଣ, ହିନ୍ଦୀ ଭାଷା ଆଧାରରେ ଭୋଟ ହେଉଛି। ଅଧିକ ସଂଖ୍ୟକ ମତୁଆ ସମ୍ପ୍ରଦାୟର ଲୋକ ବିଜେପିକୁ ଭୋଟ କରୁଛନ୍ତି। ଏହାସହିତ ଟିଏମସି ସରକାର ବିରୋଧରେ ଲୋକଙ୍କ ଅସନ୍ତୋଷ ଯୋଗୁଁ ବିଜେପିକୁ ଭୋଟ ମିଳୁଛି ବୋଲି ଅଡ଼ିଓରେ ପ୍ରଶାନ୍ତ…
କଟକ: ଏସସିବି ମେଡିକାଲର ନର୍ସିଙ୍ଗ କଲେଜକୁ ବନ୍ଦ ପାଇଁ ନିର୍ଦ୍ଦେଶ ହୋଇଛି। କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଏଭଳି ନିଷ୍ପତ୍ତି ହୋଇଛି। ଅତିରିକ୍ତ ଶାସନ ସଚିବ କଲେଜକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସନ୍ଧ୍ୟା ୫ ଟା ସୁଦ୍ଧା ହଷ୍ଟେଲ ଛାଡିବା ପାଇଁ ଅନ୍ତେବାସୀଙ୍କୁ ନିର୍ଦ୍ଦେଶ ହୋଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ନର୍ସିଙ୍ଗ କଲେଜକୁ ବନ୍ଦ ପାଇଁ ନିର୍ଦ୍ଦେଶ ହୋଇଛି। ତେବେ ଏହାକୁ ନେଇ ଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି।
ଭୁବନେଶ୍ବର: ଆଜି ରାଜ୍ୟକୁ ଆଉ ୨ ଲକ୍ଷ ୫୦ ହଜାର କୋଭିସିଲ୍ଡ ଡ଼ୋଜ ଟୀକା ଆସୁଛି। ଆଉ କିଛି ସମୟ ପରେ ଭୁବନେଶ୍ଵରରେ ଏହି ଟୀକା ପହଞ୍ଚିବ। ଆଜି ସବୁ ଜିଲ୍ଲାକୁ ଟୀକା ବଣ୍ଟାଯିବ ଏବଂ ଆସନ୍ତାକାଲି ରାଜ୍ୟର ସବୁ କେନ୍ଦ୍ରରେ ଟୀକାକରଣ ପ୍ରକ୍ରିୟା ଚାଲିବ। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ତେଣୁ ଆସନ୍ତାକାଲି ଟୀକା ଉତ୍ସବ ପାଳନ କରାଯିବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି। ତେବେ ଟୀକାର ଅଭାବ ଯୋଗୁଁ ଅନେକ କେନ୍ଦ୍ରରେ ଟୀକାକରଣ ବନ୍ଦ ହୋଇଥିଲା। ଏଥିପାଇଁ ଗତକାଲି ରାଜ୍ୟ ସରକାର ଚିଠି ଲେଖି ଟୀକା ପଠାଇବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କରିଥିଲା। ଏହି ଉତ୍ସବ ସମୟରେ ଯେପରି ଟୀକାକରଣ ବାଧାପ୍ରାପ୍ତ ନହୁଏ ସେଥିପାଇଁ ପର୍ଯ୍ୟାପ୍ତ ପରିମାଣର ଟୀକା ପଠାଇବା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ଅନୁରୋଧ କରିଥିଲା। ଉଲ୍ଲେଖ ଯୋଗ୍ୟ ଯେ, ଆସନ୍ତାକାଲିଠାରୁ ୧୪ ତାରିଖ ଯାଏଁ ଟୀକା…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୪୫ ହଜାର ୩୮୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୭୯୪ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୩୨ ଲକ୍ଷ ୫ ହଜାର ୯୨୬ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୮ ହଜାର ୪୩୬ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୯ ଲକ୍ଷ ୯୦ ହଜାର ୮୫୯ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧୦ ଲକ୍ଷ ୪୬ ହଜାର ୬୩୧ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ୧୩୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୮୧୨ ଜଣ ଚିହ୍ନଟ ହୋଇଥିବା ବେଳେ ୫୬୨ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୮ ହଜାର ୧୮୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୯ ହଜାର ୨୦୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭ ହଜାର ୩ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୨୧ କୁ ବୃଦ୍ଧି ହୋଇଛି। ଆଜି ମୋଟ ୨୯ ଟି ଜିଲ୍ଲାରୁ ୧୩୭୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ ୩୫୫, ଖୋର୍ଦ୍ଧା ଜିଲ୍ଲାରୁ ୧୯୩ ଜଣ, ନୂଆପଡା ଜିଲ୍ଲାରୁ ୧୩୫ ଜଣ, ଅନୁଗୁଳ ୩୩ ଜଣ,…
ଭୁବନେଶ୍ବର, ଦେଶର ଯେକୌଣସି ସ୍ଥାନରୁ ଓଡିଶା ଆସୁଥିବା ଯାତ୍ରୀ, ଯେଉଁମାନେ ୧୦ ଏପ୍ରିଲ, ୨୦୧୧ ଠାରୁ ଯାତ୍ରା ଆରମ୍ଭ କରୁଥିବେ ସେମାନେ ଯାତ୍ରା କରିବା ପୂର୍ବରୁ ସର୍ବାଧିକ ୭୨ ଘଣ୍ଟା ମଧ୍ୟରେ ହୋଇଥିବା ଥିବା ଆରଟିପିସିଆର ନେଗେଟିଭ୍ ଟେଷ୍ଟ ରିପୋର୍ଟ କିମ୍ବା କୋଭିଡି ଟୀକାର ଦ୍ଵିତୀୟ ଡୋଜ ସାର୍ଟିଫିକେଟ୍ ଆଣିବା ଆବଶ୍ୟକ। ବୈଧ ପ୍ରମାଣପତ୍ର ନଥିବା ଲୋକଙ୍କୁ ସାତ ଦିନ ବାଧ୍ୟତାମୂଳକ ଘର କିମ୍ବା ଅନୁଷ୍ଠାନିକ କ୍ଵାରେଣ୍ଟାଇନରେ ରହିବାକୁ ପଡିବ । ଏ ନେଇ ରେଳ ପୂର୍ବତଟ ରେଳବାଇ ନିଷ୍ପତି ଗ୍ରହଣ କରିଛି। ବର୍ତ୍ତମାନ ବିଭିନ୍ନ ରାଜ୍ୟମାନଙ୍କରେ କରୋନା ଆକ୍ରାନ୍ତ ବଢିବାରେ ଲାଗିଛି। ଫଳରେ ସେଠାରେ ଥିବା ଓଡିଆମାନେ ବର୍ତ୍ତମାନ ଘର ବାହୁଡା ହେବାରେ ଲାଗିଛନ୍ତି।ସେମାନଙ୍କ ଦ୍ବାରା ଓଡିଶାରେ ସଂକ୍ରାମଣ ବଢିବାର ଆଶଙ୍କା ଥିବାରୁ ରେଳବାଇ ଏପରି ନିଷ୍ପତି ଗ୍ରହଣ କରିଛି।
ଭୁବନେଶ୍ବର, ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ, ମଣିଷ ଯାହା ବି କରୁ ତାହା ସୀମା ଭିତରେ ରହି କରିବା ଉଚିତ। ଯଦି ଅତି ଭଲ କରୁଛି ବୋଲି ଦେଖାଇ ହେବେ ତେବେ ତାହା ବହୁ କ୍ଷତି ହେବ ଏଥିରେ ସନ୍ଦେହ ନାହିଁ। ଅତି ସବୁବେଳେ ଖରାପ ବୋଲି ସେ ବିଭିନ୍ନ ଉଦାହରଣ ଦେଇ କହିଛନ୍ତି। ଚାଣକ୍ୟଙ୍କ ମତରେ ରାବଣ ଅତି ଗର୍ବ କରିବାରୁ ସ୍ବର୍ଣ୍ଣ ଲଙ୍କା ଧ୍ବଂସ ପାଇଗଲା, ଦୁର୍ଯୋଧନ ଅତି ମାନ କରିବାରୁ କୌରବ ଶତ ଭ୍ରାତା ନିହତ ହେଲେ। ବଳି ରାଜା ଅତି ଦାନୀ ହେବାରୁ ପାତାଳଗାମୀ ହେଲେ। ସେଥିପାଇଁ ଅତି ମାତ୍ରାର କାର୍ଯ୍ୟ ସବୁ ବେଳେ ବର୍ଜନୀୟ। ସେଥିପାଇଁ କୁହାଯାଇଛି ଅତିଦର୍ପେ ହତା ଲଙ୍କା, ଅତିମାନେ ଚ କୌରବାଃ ଅତିଦାନାଦ୍ ବଳିର୍ବଧଃ, ଅତି ସର୍ବତ୍ର ବର୍ଜୟତେ
ମେଷ: ଆପଣ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କଠାରୁ ସମର୍ଥନ ପାଇବେ। ମନ ପୂଜାରେ ନିୟୋଜିତ ହେବ। ତୀର୍ଥଯାତ୍ରା ହୋଇପାରେ । ବିବେକକୁ ବ୍ୟବହାର କରନ୍ତୁ, ସେଠାରେ ଲାଭ ହେବ । ସାଙ୍ଗମାନଙ୍କ ସହିତ ଭଲ ସମୟ କଟାନ୍ତୁ । ବିରୋଧ ହୋଇପାରେ। ପାରିବାରିକ ସୁଖ ଏବଂ ଶାନ୍ତି ରହିବ । ଚିନ୍ତା ଏବଂ ଟେନସନ ରହିବ। ଅସୁବିଧାରେ ପଡ଼ିପାରନ୍ତି।ଆଜି ଅଳସୁଆ ପ୍ରକୃତିର ହେବେ। ବୃଷ: ସ୍ୱାସ୍ଥ୍ୟ ଦୁର୍ବଳ ହେବ । ଆଘାତ ଏବଂ ଦୁର୍ଘଟଣା ହେତୁ କ୍ଷତି ସମ୍ଭବ । କାମ କରିବା ସମୟରେ ବେପରୁଆ ହୁଅନ୍ତୁ ନାହିଁ । କରାଯାଉଥିବା କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ । ବିବାଦରୁ ଦୂରେଇ ରୁହନ୍ତୁ । କାର୍ଯ୍ୟରେ ମନ ଦେବେ ନାହିଁ । ଜଣେ ବ୍ୟକ୍ତିଙ୍କ ଉତ୍ତେଜନାରେ ଆସନ୍ତୁ ନାହିଁ। ନିଜ ବିବେକ ବ୍ୟବହାର କରନ୍ତୁ । ଆୟ ରହିବ । ପରିବାର ସହାୟତା ଉପଲବ୍ଧ ହେବ। ବ୍ୟବସାୟ ଭଲ କରିବ । ମିଥୁନ…

