Author: Samikhsya Bureau

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୮୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସମ୍ବଲପୁରରୁ ୧୬, ମୟୂରଭଞ୍ଜରୁ ୮, ବାଲେଶ୍ବରରୁ ୭, ଖୋର୍ଦ୍ଧାରୁ ୭, ପୁରୀରୁ ୬, ସୁନ୍ଦରଗଡରୁ ୬, ଅନୁଗୁଳରୁ ୪, ବରଗଡରୁ ୪, ଭଦ୍ରକରୁ ୪, କଟକରୁ ୪, ଯାଜପୁରରୁ ୪, ଝାରସୁଗୁଡାରୁ ୪, ବଲାଙ୍ଗୀରିରୁ ୩, ଦେବଗଡରୁ ୧, କଳାହାଣ୍ଡିରୁ ୧, କନ୍ଧମାଳରୁ ୧ ଏବଂ ଷ୍ଟେଟ ପୁଲରୁ ୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୫ ହଜାର ୨୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୮୬୦ କୁ ବୃଦ୍ଧି ହୋଇଛି। ତେବେ ୬୪୦ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୧୭…

Read More

ଲକ୍ଷ୍ନୌ: ଭାରତୀୟ ମହିଳା ଟିମ୍ ଦ୍ଵିତୀୟ ଦିନିକିଆ ମ୍ୟାଚରେ ଦକ୍ଷିଣ ଆଫ୍ରିକା ମହିଳା ଟିମକୁ ହରାଇ ୫ ବିଶିଷ୍ଟ ସିରିଜକୁ ୧-୧ରେ ବରାବର କରିଛି। ଭାରତ ପକ୍ଷରୁ ଝୁଲଣ ଗୋସ୍ଵାମୀ ୪ ଟି ୱିକେଟ ନେଇଥିବା ବେଳେ ସ୍ମୃତ୍ତି ମାନ୍ଧନା ଅପରାଜିତ ୮୦ ରନ ସଂଗ୍ରହ କରିଥିଲେ। ଭାରତୀୟ ଅଧିନାୟିକା ମିତାଲି ରାଜ ଟସ୍ ଜିତି ଦକ୍ଷିଣ ଆଫ୍ରିକାକୁ ବ୍ୟାଟିଂ କରିବାକୁ ନିମନ୍ତ୍ରଣ କରିଥିଲେ। ଦକ୍ଷିଣ ଆଫ୍ରିକା ଦଳ ମାତ୍ର ୪୧ ଓଭରରେ ୧୫୭ ରନ କରି ସମସ୍ତ ୱିକେଟ ହରାଇଥିଲା। ଦକ୍ଷିଣ ଆଫ୍ରିକା ପକ୍ଷରୁ ଲାରା ଗୁଡାଲ ୭୭ ଟି ବଲରେ ସର୍ବାଧିକ ୪୯ ସଂଗ୍ରହ କରିଥିବା ବେଳେ ଅଧିନାୟିକା ସାନେ ଲୁସ ୩୬ ରନ କରିଥିଲେ। ଭାରତୀୟ ଦୃତ ବୋଲର ଝୁଲଣ ଗୋସ୍ଵାମୀ ୪୨ ରନ ଦେଇ ସର୍ବାଧିକ ୪ ଟି ୱିକେଟ, ରାଜେଶ୍ଵରୀ ଗାୟକ୍ଵଡ ୩୭ ରନ ଦେଇ ୩ ଟି ୱିକେଟ ଏବଂ ମାନସୀ ଯୋଶୀ…

Read More

ଭୁବନେଶ୍ବର, ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆପଡା ଗସ୍ତ କରୁଛନ୍ତି। ସେ ସକାଳୁ ହେଲିକାପ୍ଟରରେ ଭୁବନେଶ୍ବର ବିମାନ ବନ୍ଦରରୁ ବାହାରି ଖଡିଆଳସ୍ଥିତ ରାଜା ଆତ୍ରତ୍ରାଣ ହାଇସ୍କୁଲ ପଡିଆରେ ଓହ୍ଲାଇବେ। ସେଥିପାଇଁ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମୁଖ୍ୟମନ୍ତ୍ରୀ ତାଙ୍କ ଗସ୍ତ କାଳରେ ସେ ନୂଆପଡାର ବହୁ ପ୍ରତିକ୍ଷିତ ଲୋୟାର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଉଦ୍ଘାଟନ କରିବେ। ଏହି ପ୍ରକଳ୍ପ ଦ୍ବାରା ନୂଆପଡାର 13 ହଜାର ଏବଂ ବଲାଙ୍ଗିରର 16 ହଜାର ହେକ୍ଟର ଚାଷ ଜମିରେ ଜଳସେଚନ ସୁବିଧା ମିଳିବ। ଏଥିସହିତ ମୁଖ୍ୟମନ୍ତ୍ରୀ ନୂଆପଡା ପାଇଁ ପ୍ରାୟ 4 ହଜାର କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କରିବେ। ଏଥିସହିତ ନୂଆପଡା ଏସଏଚଜି ମା ମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ନବୀନ ଖଡିଆଳ ହାଇସ୍କୁଲ ପଡିଆରେ ବିଶାଳ ଜନସମାବେଶରେ ଉଦବୋଧନ ଦେବେ। ନିକଟରେ ନବୀନ କଳାହାଣ୍ଡି ଗସ୍ତ କରି ସେହି ଜିଲ୍ଲା ପାଇଁ ପ୍ରାୟ ଦୁଇ ହଜର…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ଜଣେକରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କ ଜଣଙ୍କ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ହଜାର ୪୭ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୭୦୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୭ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୯ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଆଜି ଜଣେ ବରିଷ୍ଠ ନାଗରିକ ତହସିଲଦାରଙ୍କ ପ୍ରକୋଷ୍ଠ ସମ୍ମୁଖରେ ଆତ୍ମାହୁତି ଧମକ ଦେଇଛନ୍ତି। ଖଣି ଲିଜ କାଗଜପତ୍ର ନମିଳିଲେ ସେ ତହସିଲଦାରଙ୍କ କାର୍ଯ୍ଯାଳୟ ସମ୍ମୁଖରେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲ କାର୍ଯ୍ଯାଳୟ ପରିସରରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅଭିଯୋଗ ମୁତାବକ ଆନନ୍ଦ ପ୍ରଧାନ ନାମକ ଜଣେ ବରିଷ୍ଠ ନାଗରିକ ଦୀର୍ଘ ଦିନ ହେଲା ରାମେଶ୍ଵର ମୌଜାରେ ଏକ ମାଙ୍କଡା ପଥର ଖଣିକୁ ନିଲାମ ପ୍ରକ୍ରିୟା ମାଧ୍ୟମରେ ଲିଜ୍ ନେଇଥିଲେ। ସେ ଉକ୍ତ ଖଣିକୁ ୫ ଲକ୍ଷ ଟଙ୍କା ମୂଲ୍ୟରେ ୫ ବର୍ଷ ପାଇଁ ଲିଜରେ ନେଇଥିଲେ। ହେଲେ ଲିଜ୍ ନେବାର ୮ ମାସ ବିତିଯାଇଥିଲେ ମଧ୍ୟ ତହସିଲଦାର ତାଙ୍କୁ କୌଣସି କାଗଜପତ୍ର ଦେଉନଥିବା ସହ ଅଭିଯୋଗ କରିଛନ୍ତି। ସେ କରଜ କରି ଖଣିରେ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ବେଳେ ତହସିଲଦାରଙ୍କୁ ୫୦…

Read More

ସୀତାରାମ ଅଗ୍ରୱାଲ ବାଣପୁର: ନାରୀଙ୍କୁ ସମ୍ମାନିତ କରିବାର ଓ ସ୍ବୀକୃତି ଦେବାର ଅବସର ହେଉଛି ମହିଳା ଦିବସ। ମହିଳାଙ୍କ ସ୍ୱପ୍ନର ଜୀବନ ହେଉଛି ସଶକ୍ତିକରଣ, ସ୍ବାଧୀନତା ଓ ସୁରକ୍ଷା। ନିଜ ପାଇଁ ନିଜେ ଉଦାହରଣ ପାଲଟୁଛନ୍ତି ମହିଳା, ନିଜେ ସ୍ୱାବଲମ୍ବୀ ହେବା ସହ ଆର୍ଥିକ ସ୍ଵଚ୍ଛଳ ହେଉଛନ୍ତି ଏବଂ ଅନ୍ୟମାନଙ୍କ ପାଇଁ ସୃଷ୍ଟି କରୁଛନ୍ତି ରୋଜଗାରର ଅବସର। ମହିଳା ସଶକ୍ତିକରଣ କହିଲେ ଆତ୍ମବିଶ୍ବାସ ସୃଷ୍ଟିକରି ପ୍ରଗତି ପଥରେ ନିଜକୁ ସାମିଲ କରିବା ହେଉଛି ସଶକ୍ତିକରଣ। ଯଦିଓ ଆଜି ମହିଳାମାନେ ଅନେକ ସୋପାନ ଅତିକ୍ରମ କରିଛନ୍ତି। ତଥାପି ଏହାର କିଛି ଓଲଟା ଛବି ପ୍ରତିଫଳିତ ହେଉଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ଦାମିଆ ବରବରା ପଞ୍ଚାୟତର କୋଷରଡା ଗ୍ରାମରେ। ଗତକାଲି ଏକତା ପରିଷଦ ଟ୍ରଷ୍ଟ ଆନୁକୂଲ୍ୟରେ ଏବଂ ଏହାର ପ୍ରତିଷ୍ଠାତ୍ରୀ ସମାଜସେବୀକା ସନ୍ଧ୍ୟା ଦେବୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବାଣପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ଦାମିଆ ବରବରା ପଞ୍ଚାୟତର କୋଷରଡା ଗ୍ରାମ…

Read More

ଭୁବନେଶ୍ୱର: ବିଶ୍ୱ ମହିଳା ଦିବସ ଉପଲକ୍ଷେ ସିଲଭର ଗାନ୍ଧୀଙ୍କ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଅବସରରେ ସିଲଭର ଗାନ୍ଧୀ ଯାଜପୁର ଜିଲ୍ଲାରୁ ଶୁଭାରମ୍ଭ କରିଥିବା ଏହି ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର ୩୧୪ଟି ବ୍ଲକ ପଦଯାତ୍ରା କରି ଲୋକମାନଙ୍କୁ ସଚେତନତା କରାଇବା ପାଇଁ ପ୍ରୟାସ ଆରମ୍ଭ କରିଛି। ମହିଳା ଦିବସ ଅବସରରେ ସିଲଭର ଗାନ୍ଧୀ ‘ଝିଅ ହେଲେ ପାଠୋଇ, ଦେଶ ଯିବ ଆଗେଇ’ର ନାରା ଦେଇ ଲୋକମାନଙ୍କୁ ସଚେତନ କରୁଛନ୍ତି।

Read More

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସଦର କଳାହାଣ୍ଡି ସାହିର ଶୈଳ ଠାକୁର ନାମକ ବ୍ୟକ୍ତି ପଡୋଶୀ ଙ୍କ ଦଶା କାମରେ ସିଲେରୁ ନଦୀର ଦୋରା ଗୁଡ଼ା ଘାଟକୁ ଯାଇଥିଲେ। ଗାଧୋଉଥିବାବେଳେ ସେ ନଦୀରେ ବୁଡି ନିଖୋଜ ହୋଇଯାଇଥିଲେ। ନିଖୋଜ ହେବାର ଦୁଇଦିନ ପରେ ଦୋରାଗୁଡା ନଦୀ ଘାଟଠାରୁ ଅଳ୍ପ ଦୂରରେ ଶୈଳର ଶବ ଭାସୁଥିବା କିଛି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲୋ ଖବର ପାଇଁ ପୋଲିସ ଓ ଓଡ୍ରାଫ ଟିମ ପହଂଚିି ଶବ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ।

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର-ବାଲୁଗାଁ ବାଇପାସର ମଠପାଟଣା ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଖବର ହସ୍ତଗତ ହୋଇଛି। ସୂଚନା ମୁତାବକ ଆଜି ସକାଳ ପାଖାପାଖି ୭.୩୦ ସମୟରେ ନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ମଠପାଟଣା ଗ୍ରାମର ଗୋବିନ୍ଦ ରାଉତ (୭୫) ସାଇକେଲ ଯୋଗେ ନିଜ ଗ୍ରାମକୁ ଫେରୁଥିଲେ। ମଠପାଟଣା ଛକରେ ଭୁବନେଶ୍ୱର ଆଡୁ ଦ୍ରୁତଗତିରେ ଆସୁଥିବା ଏକ ଅଜଣା ବାଇକ ତାଙ୍କୁ ଧକ୍କା ଦେଇ ଘଟଣାରୁ ଫେରାର ହୋଇଯାଇଥିଲା। ଫଳରେ ଗୋବିନ୍ଦଙ୍କ ଶରୀରରେ ଗଭୀର ଆଘାତ ଲାଗିଥିଲା। ଏଥିରେ ଉତ୍ୟକ୍ତ ହୋଇ ଗ୍ରାମବାସୀମାନେ ସ୍ୱଳ୍ପ ସମୟ ପାଇଁ ରାସ୍ତାରୋକ କରିବା ସହ ଗୋବିନ୍ଦଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ହେଲେ ଗୋବିନ୍ଦଙ୍କ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ତେବେ ବର୍ତ୍ତମାନ ଏନେଇ ପରିବାର ଲୋକଙ୍କ ପକ୍ଷରୁ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ…

Read More

ଆଜି ମଧ୍ୟ ସୁନା ଦର ପୁଣି ଥରେ ନିମ୍ନମୁଖୀ ହୋଇଛି। ବିଗତ 11 ମାସ ମଧ୍ୟରେ ସୁନା ଦର ପ୍ରାୟ 12 ହଜାର ଟଙ୍କା ଖସି ଯାଇଛି । ଆଜି ଭୁବନେଶ୍ବରରେ 22 କ୍ୟାରେଟ ସୁନା ଦର 10 ଗ୍ରାମ ପିଛା 41 ହଜାର 650 ରହିଛି। ଗତକାଲି ଏହି ଦର 42 ହଜାର ଥିଲା। ଅର୍ଥାତ ଆଜି 10 ଗ୍ରାମ ପିଛା 350 ଟଙ୍କା ହ୍ରାସ ପାଇଛି। ସେହିପରି 24 କ୍ୟାରେଟ ସୁନା ଦର ଦଶ ଗ୍ରାମ ପିଛା ଆଜି 45 ହଜାର 4ଶହ ଟଙ୍କା ରହିଛି। ଗତକାଲି ଏହି ଦର 45 ହଜାର 8ଶହ 20 ଥିଲା। ଅର୍ଥାତ ଗୋଟିଏ ଦିନ ଭିତରେ ଏହି ଦର 380 ଟଙ୍କା ହ୍ରାସ ପାଇଛି। ତେବେ ଗତ ମାର୍ଚ୍ଚ 5 ତାରିଖରେ ସୁନା ଦର ସର୍ବାଧିକ ହ୍ରାସ ଘଟିଥିଲା। ସେଦିନ 22 କ୍ୟାରେଟ ସୁନା 10 ଗ୍ରାମ ପିଛା 41 ହଜାର…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୩୪ ଜଣ ଚିହ୍ନଟ ହୋଇଥିବା ବେଳେ ୨୩ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୮୬୦ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୫ ହଜାର ୧୬୮ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭୨୨ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୧୭ କୁ ବୃଦ୍ଧି ହୋଇଛି। ଆଜି ମୋଟ ୧୩ ଟି ଜିଲ୍ଲାରୁ ୫୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୨ ଜଣ, ଅନୁଗୁଳ ଜିଲ୍ଲାରୁ ୫ ଜଣ, ବରଗଡ ଜିଲ୍ଲାରୁ ୨ ଜଣ, ବଲାଙ୍ଗୀରି ଜିଲ୍ଲାରୁ ଜଣେ, କଟକ…

Read More

ଭୁବନେଶ୍ବର: ଆସନ୍ତା ୧୨ ତାରିଖରୁ ବିଧାନସଭାର ଦ୍ଵିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭ ହେବ। ବିଧାନସଭା ଭିତରକୁ ପ୍ରବେଶ କରିବାକୁ ଥିବା ସମସ୍ତଙ୍କର କୋଭିଡ଼ ପରୀକ୍ଷା କରିବାକୁ ପଡିବ। ସମସ୍ତେ ଆଣ୍ଟିଜେନ ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଛି। ରିପୋର୍ଟ ନେଗେଟିଭ ଆସିଲେ ଗୃହ ଭିତରକୁ ପ୍ରବେଶ ଲାଗି ଅନୁମତି ମିଳିବ। ଏନେଇ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି।

Read More

ଭୁବନେଶ୍ବର: ଆସନ୍ତା ୧୧ ତାରିଖରେ ଜାଗର ଯାତ୍ରା ପାଳନ କରାଯାଉଛି। ସେଥିପାଇଁ ଓଡିଶାରେ ଜାଗର ଯାତ୍ରା ପାଇଁ କଟକଣା ଜାରି କରାଯାଇଛି। ମନ୍ଦିର ପରିସରରେ କିମ୍ବା ମନ୍ଦିର ବାହାରେ ଜନଗହଳି ପାଇଁ ବାରଣ କରାଯାଇଛି। ମେଳା ବସିବା ଉପରେ ମଧ୍ୟ କଟକଣା ଲାଗିଛି। ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ହେବ। ଏନେଇ ସ୍ଵତନ୍ତ୍ର ରିଲିଫ କମିଶନର ସମସ୍ତ ଜିଲ୍ଲାପାଳ ଏବଂ ମ୍ୟୁନିସିପାଲ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Read More

ବାରିପଦା: ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ଜଣଙ୍କୁ ଧରିଛି ବନ ବିଭାଗ। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡର ଦୁଧିଆଣି ରେଞ୍ଜ ଅଧୀନ ବାଦାମପାହାଡ଼ ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଉଥିବା ଅଭିଯୋଗରେ ଯଶୀପୁର ଥାନା ଅନ୍ତର୍ଗତ ଆମ୍ବତଳିଆ ଗ୍ରାମର ପ୍ରଧାନ ହେମ୍ବ୍ରମ ନାମକ ଜଣେ ଯୁବକକୁ ଧରିବାରେ ସଫଳ ହୋଇଛନ୍ତି ଦୁଧିଆଣି ରେଞ୍ଜର ସରୋଜ ପଣ୍ଡା। ଅଭିଯୁକ୍ତ ପ୍ରଧାନ ହେମ୍ବ୍ରମଙ୍କୁ ବନ ବିଭାଗ ନିଜ ହେପାଜତରେ ରଖି ପଚରାଉଚରା ଜାରି ରଖିଥିବାର ଜଣାପଡ଼ିଛି। ଘଟଣାରେ ତାଙ୍କୁ ଗିରଫ କରାଯାଇଛି।

Read More

ଭବାନୀପାଟଣା: ପ୍ରେମ ନିବେଦନ କରି ବିଫଳ ହେବା ପରେ ଯୁବତୀଙ୍କ ଗଳାକାଟି ହତ୍ୟା ଉଦ୍ୟମ କରିଛି ଯୁବକ। ଯୁବତୀଙ୍କ ମାଆ ଝିଅକୁ ବଂଚାଇବାକୁ ଉଦ୍ୟମ କରିଥିବା ବେଳେ ଅଭିଯୁକ୍ତର ଛୁରାଘାତରେ ପ୍ରାଣ ହରାଇଛନ୍ତି। ଗତକାଲି ଏଭଳି ଏକ ହତ୍ୟାକାଣ୍ଡ ଘଟିଯାଇଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ କର୍ଲାଖୁଂଟା ଗ୍ରାମରେ। ଯୁବତୀ ଜଣକ ପୋଖରୀରୁ ଗାଧୋଇ ସାରି ଫେରୁଥିବା ବେଳେ ଅଭିଯୁକ୍ତ ଯୁବକ ଜଣକ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲା। ଘଟଣାରେ ତାଙ୍କ ମାଆଙ୍କ ମୃତ୍ୟୁ ଘଟିଥିବା ବେଳେ ଝିଅ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଯୁବତୀଙ୍କୁ ଚିକିତ୍ସା ନିମନ୍ତେ କେସିଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଖବର ପାଇ କେସିଙ୍ଗା ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରିବା ସହ ଅଭିଯୁକ୍ତକୁ ଅଟକ ରଖି ପଚରା ଉଚୁରା ଜାରୀ ରଖିଛି। ଏକ ତରଫା ପ୍ରେମ କରି ବିଫଳ ହେବାରୁ ଉତ୍ୟେକ୍ତ ଯୁବକ ହତ୍ୟାକାଣ୍ଡ ଘଟାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

Read More

ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ଦୁଇ ସପ୍ତାହ ଧରି ଲାଗିଛି ନିଆଁ। ପ୍ରଶାସନ ପକ୍ଷରୁ ନିଆଁ ନିୟନ୍ତ୍ରଣାଧିନ ବୋଲି କୁହାଯାଉଥିଲେ ସୁଦ୍ଧା ବାସ୍ତବ ଚିତ୍ର କିଛି ଭିନ୍ନ ରହିଥିବା ଦେଖିବାକୁ ମିଳୁଛି। ରାତିରେ ଜଙ୍ଗଲ ଲାଲବର୍ଣ୍ଣ ଧାରଣ କରୁଥିବା ଏବଂ ପାହାଡ଼ ଉପରେ ଥିବା ଜଙ୍ଗଲରେ ନିଆଁ ଜଳୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ଯାହାକି ସାଧାରଣରେ ପାହାଡ଼ ଏକ ଲାଲ ରଙ୍ଗର ମାଳା ପରିଧାନ କରିଥିବାର ଭ୍ରମ ସୃଷ୍ଟି କରୁଛି। ଅନ୍ୟପକ୍ଷରେ ଜଙ୍ଗଲ ବିଭାଗ ପକ୍ଷରୁ ନିଆଁ ଲିଭା କାର୍ଯ୍ୟ ଜାରୀ ରହିଥିବା ନେଇ ସୂଚନା ମିଳିଛି। ଏହି ନିଆଁ ଲିଭା କାର୍ଯ୍ୟରେ ୫ଟି ଅଗ୍ନିଶମ ଟିମ୍ ତଥା ହଜାରେରୁ ଉର୍ଦ୍ଧ୍ୱ ବନ କର୍ମଚାରୀ ନିୟୋଜିତ ରହିଛନ୍ତି। ୨୧୦ଟି ବ୍ଲୋୟର ମେସିନ ମଧ୍ୟ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ରହିଛି। ନିଆଁ ବ୍ୟାପୀବାକୁ କିପରି ରୋକାଯାଇପାରିବ ସେନେଇ ଫାୟାର ଲାଇନିଂ କରାଯାଉଛି, ଯାହାଦ୍ୱାରା କି ନିଆଁ ଆଉ ଆଗକୁ ମାଡି ପାରିବ ନାହିଁ…

Read More

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଶୁଲିଆପଦା ବ୍ଲକ ବାଘଡ଼ା ପଚାଂୟତର ଦାରୁଡ଼ିହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଜବାମଣୀ ମାର୍ଣ୍ଡିଙ୍କ ନାମରେ ନିଶା ସେବନ କରିବା ସାଙ୍ଗକୁ ବିଦ୍ୟାଳୟର ଛାତ୍ରୀଛାତ୍ରୀମାନଙ୍କୁ ଅଶାଳୀନ ଭାଷାରେ ଗାଳି ଗୁଲଜ ଓ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଅଭିଯୋଗ ହୋଇଛି। ଏହାସହିତ ବେଂଚ, ଡ଼େସ୍କ, ଚଉକି, ଟେବୁଲ ଓ ପିଲାମାନଙ୍କ ଖେଳ ସାମଗ୍ରୀ ଆଦିକୁ ଲକ୍ ଡ଼ାଉନ ସମୟରେ ଘରକୁ ନେଇଯାଇଥିବା ବିଷୟରେ ବିଦ୍ୟାଳୟର ପରିଚାଳନା କମିଟି ସଭାପତି ମନ୍ମଥ ମହାନ୍ତଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ମିଳିତ ଭାବେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଲୋକସଭା ସାଂସଦ ବିଶ୍ୱେଶର ଟୁଡ଼ୁ, ସ୍ଥାନୀୟ ବିଧାୟକ ରାଜକିଶୋର ଦାସ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାଏକ ଓ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୁଖଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଉକ୍ତ ଅଭିଯୋଗ ପତ୍ରରେ ସ୍ଥାନୀୟ ସରପଚଂ ରଶ୍ମୀତା ସିଂ ମଧ୍ୟ ସ୍ୱାକ୍ଷର କରିଥିଲେ। ଗ୍ରାମବାସୀମାନେ କରିଥିବା ଅଭିଯୋଗ ଦେଢ଼ ମାସ…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୫ ହଜାର ୩୮୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୭୭ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୧୨ ଲକ୍ଷ ୪୪ ହଜାର ୭୮୬ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୭ ହଜାର ୯୩୦ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୮ ଲକ୍ଷ ୯୯ ହଜାର ୩୯୪ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧ ଲକ୍ଷ ୮୭ ହଜାର ୪୬୨ ଆକ୍ଟିଭ୍‌ କେସ୍ ରହିଛି।

Read More

ଜୟପୁର, ଆପଣ କେବେ ଭାବିଛନ୍ତି କି ଗୋଟିଏ ମଦ ଦୋକାନ କୋଟି କୋଟି ଟଙ୍କାରେ ନିଲାମ ହେବ। ଏହି କଥାଟିକୁ କେହି ବିଶ୍ବାସ ନ କଲେ ମଧ୍ୟ ସତ କଥା। କାରଣ ଏକ ଗ୍ରାମାଞ୍ଚଳର ମଦ ଦୋକାନ ସରକାର ନିଲାମ କରୁଥିଲେ। ଯାହାର ନିଲାମର ଡକା ମୂଲ୍ୟ ରହିଥିଲା ମାତ୍ର 72 ଲକ୍ଷ ଟଙ୍କା। ଶେଷରେ ନିଲାମ ଧାରୀ ଏହି ମଦ ଦୋକାନକୁ ବଢି ବଢି 510 କୋଟି ଟଙ୍କାରେ ପହଁଚିଲେ। ଆଉ ସେହି ନିଲାମଧାରୀ ସେହି ମଦ ଦୋକାନ ମଧ୍ୟ ନେଲେ । ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ କଥାଟି ସଂପୂର୍ଣ୍ଣ ସତ। ଏହି ଘଟଣାଟି ରାଜସ୍ଥାନର ହନୁମାନଗଡ ଜିଲ୍ଲାର ନୋହାର ଅଞ୍ଚଳର ଏକ ମଦ ଦୋକାନ ପାଇଁ ଘଟିଛି। ଗତକାଲି ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ମଦ ଦୋକାନ ପାଇଁ ନିଲାମ ଡକାଯାଇଥିଲା। ଅନ ଲାଇନରେ ହେଉଥିବା ଏହି ନିଲାମରେ ବିଭିନ୍ନ ବ୍ୟବସାୟୀ ଅଂଶ ଗ୍ରହଣ କରିଥିଲେ। ଏଥିରେ…

Read More

ଭୁବନେଶ୍ବର, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ମାନବ ସ୍ବାସ୍ଥ୍ୟ ଉପରେ ବେଶ ଭଲ ଉପଦେଶ ଦେଇଛନ୍ତି। ଯାହା ସାଧାରଣ ଜୀବନରେ ପ୍ରତିଟି ମଣିଷ ତାହାକୁ ମାନିବା ଉଚିତ। ଚାଣକ୍ୟଙ୍କ ହିସାବରେ ଜଣେ ନିଜର ସ୍ବାସ୍ଥ୍ୟ ପ୍ରତି ଯତ୍ନ ନେବା ନିହାତି ଆବଶ୍ୟକ। ଯେତେ ଜରୁରୀ କାମ ଥାଉ ନା କାହିଁକି ଦିନରେ ଥରୁଟିଏ ସ୍ବାସ୍ଥ୍ୟ ପ୍ରତି ନଜର ଦେବା ଆବଶ୍ୟକ। କାରଣ ଆପଣ ଯେତେଦିନ ସୁସ୍ଥ୍ୟ ରହିବେ ସେତେଦିନ ପର୍ଯ୍ୟନ୍ତ ମୃତ୍ୟୁ ଦୂରେଇ ରହିବ। ଯଦି ଆପଣ ବଞ୍ଚି ରହିବେ ତେବେ ଧର୍ମକର୍ମ ଏବଂ ପରିବାରର ମଙ୍ଗଳ କରିବେ। ହେଲେ ମରିଗଲେ କିଛି କରିପାରିବେ ନାହିଁ। ନିଜେ ଅସୁସ୍ଥ୍ୟ ରହି ରୋଗ ବ୍ୟାଧିରେ ପଡିରହିଲେ ଆପଣ କାହାର କାମରେ ଆସିବେ ନାହିଁ। କାହାର ଉପକାରଟିଏ ମଧ୍ୟ କରିପାରିବେ ନାହିଁ। କେବଳ ଆପଣଙ୍କ ରୋଗ କଥା ଚିନ୍ତା କରି ଶେଷରେ ଦେହତ୍ୟାଗ କରିବେ। ତେଣୁ ବଞ୍ଚିଥିଲେ କିଛି କରିବେ, ବଞ୍ଚିବା ପାଇଁ…

Read More

ମେଷ: – ନୂଆ ପୋଷାକ ପାଇଁ ଖର୍ଚ୍ଚ ହେବ । ଆପଣ ପରୀକ୍ଷା ଏବଂ ସାକ୍ଷାତକାର ଇତ୍ୟାଦିରେ ସଫଳତା ପାଇବେ । ବାହାର ଯାତ୍ରା ଅନୁକୂଳ ଲାଭ ଦେବ । ନୂତନ ଚାକିରି ମିଳିପାରିବ । କାର୍ଯ୍ୟ ସନ୍ତୁଷ୍ଟ ହେବ । ସେଠାରେ ସୁଖ ଏବଂ ଉତ୍ସାହର ପରିବେଶ ରହିବ । ବ୍ୟବସାୟ ଲାଭଦାୟକ ହେବ । ବିନିଯୋଗ ଏବଂ ଚାକିରି ଅନୁକୂଳ ଲାଭ ଦେବ । ଶୀଘ୍ର କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ପ୍ରମାଦରୁ ଦୂରେଇ ରୁହନ୍ତୁ। ବୃଷ: – ବୁଡି ଯାଇଥିବା ଟଙ୍କା ପୁଣି ଗ୍ରହଣ କରାଯାଇପାରେ । ଯାତ୍ରା ଅନୁକୂଳ ହେବ । ନୂତନ କାର୍ଯ୍ୟଗୁଡ଼ିକ ଆସିବ । ବ୍ୟବସାୟ ଅଭିବୃଦ୍ଧିରେ ଖୁସି ହେବେ । ସମୟ ସୁସଙ୍ଗତତାର ଲାଭ ନିଅନ୍ତୁ । ଅଧସ୍ତନମାନଙ୍କ ସହଯୋଗ ମିଳିବ । ଲାଭ ସୁଯୋଗ ଆସିବ । ଅଜ୍ଞାତ ଭୟ ରହିବ। ପାରିବାରିକ ସହଯୋଗରେ ଖୁସି ହେବେ ।…

Read More