Author: Samikhsya Bureau

ପୁରୀ,  ଆଜି ମାଘ ପୂର୍ଣ୍ଣିମା ଉପଲକ୍ଷ୍ୟରେ ଶ୍ରୀମନ୍ଦିରରେ ମହାପ୍ରଭୁ ଗଜ ଉଦ୍ଧାରଣ ବେଶରେ ସଜ୍ଜିତ ହେବେ। ମଧ୍ୟାହ୍ନ ଧୂପ ଓ ସର୍ବାଙ୍ଗ ନୀତି ପରେ ଏହି ବେଶ ଅନୁଷ୍ଠିତ ହୁଏ । ଗବେଷକ ପଦ୍ମଶ୍ରୀ ସଦାଶିବ ରଥଶର୍ମାଙ୍କ ମତରେ ଭୌମ ବଂଶର ରାଣୀ ବକୁଳ ମହାଦେବୀ ଏହି ବେଶ ପ୍ରଥମେ ପ୍ରଚଳନ କରାଇଥିଲେ। ଏହାପରେ କିଛି ବର୍ଷ ପାଇଁ ଏ ବେଶ ହୋଇନଥିଲା। ଖୀଷ୍ଟାବ୍ଦ ୧୫୭୫ରେ ରାମଚନ୍ଦ୍ର ଦେବ ଏହି ବେଶର ପୁନଃ ପ୍ରଚଳନ କରାଇଥିଲେ। ମାଘ ପୂର୍ଣ୍ଣମୀ ଦିନ ଶ୍ରୀଜୀଉମାନଙ୍କ ମଧ୍ୟାହ୍ନ ଧୂପ ସରି ମଇଲମ ହେବା ପରେ ତିନି ବାଡ଼ରେ ଗଜ ଉଦ୍ଧାରଣ ବେଶ ହୁଏ। ଭିତରଛୁ, ତଳିଛୁ, ପୁଷ୍ପାଳକ, ନିଯୋଗୀ ଖୁଣ୍ଟିଆ ଓ ମେକାପମାନଙ୍କ ସହଯୋଗରେ ଏହି କାର୍ଯ୍ୟ ସମ୍ପାଦିତ ହୁଏ। ଠାକୁରମାନେ ଏହି ବେଶରେ ଚୁଳ, କିରୀଟ, କର୍ଣ୍ଣକୁଣ୍ଡଳ, ସୂର୍ଯ୍ୟଚନ୍ଦ୍ର, ଅଣ୍ଟାପଟି, ହାତ, ଦାରୁବନ୍ଧ, ଶଙ୍ଖ, ଚକ୍ର, ଗଦା, ପଦ୍ମ, ହଳ ଓ ମୂଷଳ ପ୍ରଭୃତି…

Read More

ଆଜି କଟକ ‘ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ’ ପରିସରରେ ଆୟୋଜିତ ‘ଆଞ୍ଚଳିକ ମେରୁଦଣ୍ଡ ଆଘାତ ଚିକିତ୍ସା ବିଭାଗ’ର “ବିଂଶତମ ପ୍ରତିଷ୍ଠା ଦିବସ” ପାଳନ। କଟକ ବିଧାୟକ ସୌଭିକ ବିଶ୍ବାଳଙ୍କର ଯୋଗଦାନ

Read More

Oscars Award 2021: ପ୍ରଖ୍ୟାତ ଚଳଚିତ୍ର ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ନିର୍ଦ୍ଦେଶିତ ଓଡିଆ ଚଳଚିତ୍ର କାଲିର ଅତୀତ ଶେଷରେ ଓସ୍କାର ପୁରସ୍କାର ତାଲିକାରେ ସାମିଲ ହୋଇଛି। ଏହି ପୁରସ୍କାର ପ୍ରଦାନ କରୁଥିବା ସଂସ୍ଥା The Academy of Motion Picture Arts and Sciences ତାହାର ତାଲିକା ପ୍ରକାଶ କରିଛି। ଏଥିରେ ବିଶ୍ବର 366 ଟି ଚଳଚିତ୍ରକୁ ପୁରସ୍କାର ପାଇଁ ମନୋନିତ କରାଯାଇଛି। ଏହି ତାଲିକାରେ ଓଡିଆ ଚଳଚିତ୍ର କାଲିର ଅତୀତ ଶ୍ରେଷ୍ଠ ଚଳଚିତ୍ର ବର୍ଗରେ ସ୍ଥାନିତ ହୋଇଛି। ଚୁଡାନ୍ତ ତାଲିକା ଆସନ୍ତା ମାର୍ଚ୍ଚ 15 ତାରିଖରେ ପ୍ରକାଶ ପାଇବ। ପରିବେଷ ପ୍ରଦୂଷଣ ଉପରେ ଆଧାରିତ ଏହି ଚଳଚିତ୍ରଟି ନିର୍ଦ୍ଦେଶନା ଦେଇଛନ୍ତି ପ୍ରଖ୍ୟାତ ନିର୍ଦ୍ଦେଶକ ନୀଳମାଧବ ପଣ୍ଡା। ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ପୀତବାସ ତ୍ରିପାଠୀ। ଏହି ଚଳଚିତ୍ର ଓସ୍କାର ପୁରସ୍କାର ପାଇଁ ମନୋନିତକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। କେତେକ ଗଣ ମାଧ୍ୟମ ଏହି ଚଳଚିତ୍ରକୁ ଓସ୍କାର ପୁରସ୍କାର…

Read More

ଭୁବନେଶ୍ୱର: ୩ୟ ପର୍ଯ୍ୟାୟ ଟିକାକରଣ ମାର୍ଚ୍ଚ ୧ ତାରିଖରୁ ଆରମ୍ଭ ହେବ। ୪୫ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କ ଓ ୨୨ ପ୍ରକାର ରୋଗରେ ଆକ୍ରାନ୍ତ ହୋଇଥିବା ଲୋକଙ୍କୁ କରୋନା ଟିକା ଦିଆଯିବ। ସେଥିପାଇଁ ଭୁବନେଶ୍ୱରରେ ମୋଟ ୨୨ଟି ହସ୍ପିଟାଲକୁ ଚିହ୍ନଟ କରାଯାଇଛି। ୨୨ ଟି ହସ୍ପିଟାଲ ମଧ୍ୟରୁ ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକା ଦିଆଯିବ। ଘରୋଇ ହସ୍ପିଟାଲରେ ଟିକା ସଂପୂର୍ଣ୍ଣ ମାଗଣାରେ ମିଳିବ। ହେଲେ ଘରୋଇ ହସ୍ପିଟାଲରେ ଟିକା ପାଇଁ ନିର୍ଦ୍ଧିଷ୍ଟ ଶୁଳ୍କ ଦେବାକୁ ପଡିବ। ପୂର୍ବରୁ ଚିହ୍ନଟ ଲୋକଙ୍କୁ ଘରୋଇ ହସ୍ପିଟାଲରେ ଟିକା ଦିଆଯିବ। ଏନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି। ତେବେ ପ୍ରଥମ ଦିନରେ ପ୍ରତି କେନ୍ଦ୍ରରେ ୬୦ ଜଣ ଲେଖାଏଁ ଲୋକଙ୍କୁ ଟିକା ଦିଆଯିବ। ଟିକା ନେବା ପାଇଁ କୋୱିନ ୨.୦ରେ ପଞ୍ଜୀକରଣ କରିବାକୁ ପଡିବ। ସୋମବାର ଠାରୁ ଘରୋଇ ହସ୍ପିଟାଲରେ ଟିକା ନେବା ପାଇଁ ପଞ୍ଜୀକରଣ କରିହେବ। ମଙ୍ଗଳବାରଠାରୁ…

Read More

ସମ୍ବଲପୁର: ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିଶ୍ବବିଦ୍ୟାଳୟର ୨୫ ଜଣ ଛାତ୍ର କରୋନା ଆକ୍ରାନ୍ତ ହୋଇଛନ୍ତି। ଗତକାଲି ୨୪ ଜଣ ଛାତ୍ର କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଆଜି ଆଉ ଜଣେ ଛାତ୍ର ଆକ୍ରାନ୍ତ ହୋଇଛନ୍ତି। ୨ ଦିନ ଭିତରେ ୩ଟି ହଷ୍ଟେଲରୁ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛି। ଏନେଇ ଉପ ଜିଲ୍ଲାପାଳ, ପଡି ଡିଆରଡିଏ ହଷ୍ଟେଲର ସ୍ଥିତି ସମୀକ୍ଷା କରିଛନ୍ତି। ତେବେ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସ୍ ସସପେଣ୍ଡ କରାଯାଇଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୫୧ ଜଣ ଚିହ୍ନଟ ହୋଇଥିବାବେଳେ ୩୫ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୧୦୪ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୪ ହଜାର ୪୬୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬୭୩ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୧୫ କୁ ବୃଦ୍ଧି ହୋଇଛି। ଆଜି ରାଜ୍ୟର ୨୧ ଟି ଜିଲ୍ଲାରୁ ମୋଟ୍‌ ୮୬ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ସୁନ୍ଦରଗଡ଼ ଜିଲ୍ଲାରୁ ୧୦, ଅନୁଗୁଳ ଜିଲ୍ଲାରୁ ୩, ବାଲେଶ୍ଵର ଜିଲ୍ଲାରୁ ୭, ବରଗଡ ଜିଲ୍ଲାରୁ ୪, ବଲାଙ୍ଗୀରି ଜିଲ୍ଲାରୁ ୬,…

Read More

ଭୁବନେଶ୍ବର: ରାଜ୍ୟରେ ୩୦ ଟି ସାଇନ୍ସ ପାର୍କ କରାଯିବ। ଏନେଇ ବିଧାନସଭାର ପ୍ରଶ୍ନକାଳରେ ମନ୍ତ୍ରୀ ଅଶୋକ ପଣ୍ଡା ଉତ୍ତର ରଖିଛନ୍ତି। କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନରେ ଉତ୍ତର ରଖି ମନ୍ତ୍ରୀ ଏହା କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧୦ ଟି ସାଇନ୍ସ ପାର୍କ ହେବାକୁ ଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ଆଉ ୧୦ ଟି ପାର୍କ ହେବ। ତେବେ ୪ ଟି ସ୍ଥାନରେ ସାଇନ୍ସ ପାର୍କ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ବାରିପଦା, କେନ୍ଦୁଝର, ଗୋପାଳପୁର ଏବଂ ରାୟଗଡାରେ ସାଇନ୍ସ ପାର୍କ କରାଯିବ। ଏହା ସହ ରାଉରକେଲା, ବଲାଙ୍ଗୀରିରେ ସାଇନ୍ସ ପାର୍କ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି ମନ୍ତ୍ରୀ ବିଧାନସଭାରେ ପ୍ରକାଶ କରିଛନ୍ତି।

Read More

ଭୁବନେଶ୍ୱର: ୫ଟି ରାଜ୍ୟରୁ ଫେରୁଥିବା ଲୋକଙ୍କ ପାଇଁ ଓଡିଶା ସରକାର କଟକଣା ଜାରି କରିଛନ୍ତି। ମହାରାଷ୍ଟ୍ର, କେରଳ, ପଞ୍ଜାବ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରୁ ଫେରୁଥିବା ଲୋକଙ୍କ ପାଇଁ ଏହି କଟକଣା ଜାରି କରାଯାଇଛି। ନୂତନ କଟକଣା ଅନୁଯାୟୀ ଫେରୁଥିବା ଲୋକଙ୍କୁ ୭ ଦିନ ସଙ୍ଘରୋଦ୍ଧ କେନ୍ଦ୍ରରେ ରହିବାକୁ ବାଧ୍ୟତା ମୂଳକ କରାଯାଇଛି। କିନ୍ତୁ ଫେରୁଥିବା ଲୋକଙ୍କ ପାଖରେ ୭୨ ଘଣ୍ଟାର କରୋନା ନେଗେଟିଭ ରିପୋର୍ଟ ଥିଲେ ସଙ୍ଘରୋଦ୍ଧରେ ରହିବା ପାଇଁ ବାଧ୍ୟତାମୂଳକ ନୁହେଁ। କୌଣସି ଲୋକ ପାଖରେ ଲକ୍ଷଣ ଥିଲେ ଆରଟିପିସିଆର ଟେଷ୍ଟ କରାଯିବ। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ସମସ୍ତ ଜିଲ୍ଲାପାଳ ଏବଂ ବିଏମସି କମିଶନରଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦିଆଯାଇଛି। ଉଲ୍ଲେଖ ଯୋଗ୍ୟ ଯେ, ପୂର୍ବରୁ ୧୨ଟି ରାଜ୍ୟ ଫେରନ୍ତାଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ରହିଥିଲା। ସ୍ଥିତି ଦେଖି ଅନ୍ୟ ରାଜ୍ୟ ଫେରନ୍ତାଙ୍କ ପାଇଁ ନିୟମ ଲାଗୁ ହୋଇପାରେ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୬ ହଜାର ୪୮୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୧୩ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୧୦ ଲକ୍ଷ ୭୯ ହଜାର ୯୭୯ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୬ ହଜାର ୯୩୮ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୭ ଲକ୍ଷ ୬୩ ହଜାର ୪୫୧ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧ ଲକ୍ଷ ୫୯ ହଜାର ୫୯୦ ଆକ୍ଟିଭ୍‌ କେସ୍ ରହିଛି।

Read More

ୱାସିଂଟନ, ସିରିୟା ଉପରେ ରାତି ଅଧିଆ ଏୟାର ଷ୍ଟ୍ରାଇକ କରିଛି ଆମେରିକ। ଇରାକ ସୀମବର୍ତ୍ତି ଅଞ୍ଚଳରେ ଏହି ଷ୍ଟ୍ରାଇକ କରାଯାଇଛି। ସିରିଆର ଏହି ସ୍ଥାନରେ ବଙ୍କର କରି ସନ୍ତ୍ରାସବାଦୀମାନେ ଅପରେସନ କରୁଥିଲେ। ଗତ ଫେବୃୟାରୀ 18 ତାରିଖରେ ଇରାକ ଉପରେ ହୋଇଥିବା ରକେଟ ମାଡର ଏହା ଆମେରିକାର ଜବାବ। ସେହି ଘଟଣାରେ ଜଣେ କଂଣ୍ଟ୍ରାକ୍ଟରର ସହିତ ଜଣେ ଆମେରିକୀୟଙ୍କର ମୃତ୍ୟୁ ହୋଇଥିଲା। ତେବେ ଜୋ ବାଇଡେନ ରାଷ୍ଟ୍ରପତି ହେବା ପରେ ଏହା ହେଉଛି ତାଙ୍କର ପ୍ରଥମ ସାମରିକ କାର୍ଯ୍ୟାନୁଷ୍ଠାନ। ତେବେ ଏହି ଘଟଣାରେ 17 ଜଣ ସନ୍ତ୍ରାସବାଦୀ ନିହତ ବୋଲି ଜଣାପଡିଛି।

Read More

ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ଜିଓଫୋନ୍ ଗ୍ରାହକଙ୍କ ପାଇଁ ଘୋଷଣା କରାଯାଇଛି “ନୂଆ ଜିଓଫୋନ୍ ୨୦୨୧ ଅଫର । ଏହା ଏକ ବଣ୍ଡଲ୍‌ଡ୍ ପ୍ଲାନ୍ ଯେଉଁଥିରେ ଗ୍ରାହକଙ୍କୁ ମାତ୍ର ୧୯୯୯ ଟଙ୍କାରେ ନୂଆ ଜିଓ ଫୋନ୍ ସହିତ ୨ ବର୍ଷ ପର୍ଯ୍ୟନ୍ତ ଅସୀମିତ କଲ୍ ଏବଂ ୨ ବର୍ଷ ପର୍ଯ୍ୟନ୍ତ ପ୍ରତି ମାସରେ ଦୁଇ ଜିବି ହାଇସ୍ପିଡ୍ ଡାଟା ସୁବିଧା ମିଳିବ । ଦ୍ୱିତୀୟ ପ୍ଲାନ୍‌ଟି ହେଉଛି ୧୪୯୯ ଟଙ୍କିଆ ପ୍ଲାନ୍ ଯେଉଁଥିରେ ଗ୍ରାହକମାନେ ଏକ ଜିଓଫୋନ୍ ସହିତ ଏକ ବର୍ଷର ଅସୀମିତ ଭଏସ୍ କଲିଂ ଏବଂ ଏକ ବର୍ଷ ପାଇଁ ପ୍ରତି ମାସରେ ୨ ଜିବି ହାଇସ୍ପିଡ୍ ଡାଟା ପାଇପାରିବେ । ଏହି ଅଫରରେ ଜିଓଫୋନ୍‌ର ପୁରୁଣା ଗ୍ରାହକଙ୍କ ପ୍ରତି ମଧ୍ୟ ଧ୍ୟାନ ଦିଆଯାଇଛି । ଥରେ ସେମାନେ ୭୪୯ ଟଙ୍କାର ରିଚାର୍ଜ କଲେ ଆଉ ବର୍ଷକ ପର‌୍ୟ୍ୟନ୍ତ ସେମାନଙ୍କୁ ରିଚାର୍ଜ ବିଷୟରେ ଚିନ୍ତା କରିବାକୁ ପଡ଼ିବ ନାହିଁ ।…

Read More

ନୂଆଦିଲ୍ଲୀ, ଆଜିକାଲି ଅଧିକାଂଶ ଲୋକ ପରସ୍ପରର ଜିନିଷ ବ୍ୟବହାର କରନ୍ତି, କେହି ବନ୍ଧୁତ୍ୱରେ ଏବଂ କିଛି ସମ୍ପର୍କୀୟକୁ ଦୃଷ୍ଟିରେ ରଖି ଏହା କରିଥାନ୍ତି। ହେଲେ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏପରି କିଛି ଜିନିଷ ଅଛି ଯାହାକୁ କାହାରିଠାରୁ ମାଗିବା ଉଚିତ୍ ନୁହେଁ କିମ୍ବା ବ୍ୟବାହର କରିବା ଉଚିତ ନୁହେଁ। କେବଳ ଜ୍ୟୋତିଷ ଶାସ୍ତ୍ର ନୁହେଁ, ସ୍ବାସ୍ଥ୍ୟ ବିଜ୍ଞାନରେ ମଧ୍ୟ ପରସ୍ପର ଜିନିଷ ବ୍ୟବହାର କରିବାକୁ ମନା କରାଯାଇଛି। ତେବେ ଜାଣନ୍ତୁ ସେହି ଜିନିଷ ଯାହା ପରସ୍ପର ବ୍ୟବହାର କରିବା ଉଚିତ ନୁହେଁ ଶଯ୍ୟା କେହି କେବେ କାହାର ବିଛଣା ବ୍ୟବହାର କରିବା ଉଚିତ୍ ନୁହେଁ। ଏହା ରୋଗର ଭୟ ସୃଷ୍ଟି କରିପାରେ ଏବଂ ନକାରାତ୍ମକତାର ମଧ୍ୟ ସମ୍ମୁଖୀନ ହୋଇପାରେ। ଯେଉଁଥିପାଇଁ ଜଣକୁ ବିଫଳତାର ସାମ୍ନା କରିବାକୁ ପଡିବ। ଯୋତା, ଚପଲ ଜଣଙ୍କର ଜୋତା ଏବଂ ଚପଲ ପିନ୍ଧିବା ଦ୍ୱାରା ଶନି ଦୋଷ ଲାଗିପାରେ। ଯେଉଁ ବ୍ୟକ୍ତିଙ୍କ ଜୀବନ ଶନି ଦୋଷ ରହେ…

Read More

ମେଷ- ଆପଣ ଅନେକ ଉତ୍ସରୁ ଆର୍ଥିକ ଭାବରେ ଉପକୃତ ହେବେ। କେତେକଙ୍କ ପାଇଁ ପରିବାରରେ ନୂତନ ବ୍ୟକ୍ତିଙ୍କ ଆଗମନ ଉତ୍ସବ ଏବଂ ଆନନ୍ଦର ମୁହୂର୍ତ୍ତ ଆଣିଦେବ। ଆପଣଙ୍କ ମନରେ କାର୍ଯ୍ୟର ଚାପ ସତ୍ତ୍ବେ, ଆପଣଙ୍କର ପ୍ରିୟ ଖୁସିର ମୁହୂର୍ତ୍ତ ଆଣିଦେବେ। ମାର୍କେଟିଂ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଆପଣଙ୍କର ଅଭିଳାଷ ଫଳପ୍ରଦ ହୋଇପାରେ। ଆପଣ ଏଥିରେ ବହୁତ ଖୁସି ହେବେ ଏବଂ ଏହି କାର୍ଯ୍ୟ ପାଇବା ପାଇଁ ସମ୍ମୁଖୀନ ହେଉଥିବା ସମସ୍ତ ଅସୁବିଧା ଦୂର ହେବ। ଦୀର୍ଘ ସମୟ ମଧ୍ୟରେ, କାର୍ଯ୍ୟ ସହିତ ଯାତ୍ରା ଲାଭଦାୟକ ହେବ। ବୃଷ- ଆପଣ ମଧୁରବାଣୀ ଦ୍ବାରା ଯେକୈଣସି କାର୍ଯ୍ୟରେ ବିଜୟୀ ହେବାକୁ ସମର୍ଥ ହେବେ। ପରିବାର ସଦସ୍ୟଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବେ। ଆଜି ଭାଗ୍ୟ ଆପଣଙ୍କ ସହିତ ରହିବ। ଆୟର ନୂତନ ଉତ୍ସ ଉତ୍ପନ୍ନ ହୋଇପାରେ। ଅଫିସ୍ କାର୍ଯ୍ୟ ସବୁଦିନ ଅପେକ୍ଷା ଆଜି ଭଲ ହେବ । ଜୀବନ ସାଥୀଙ୍କ ପୂର୍ଣ୍ଣ ସମର୍ଥନ…

Read More

କୁମ୍ଭ- ଏକ ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏକ ଧାରଣା ସୃଷ୍ଟି କରିପାରିବ । ପରିବାର ସମ୍ବନ୍ଧରେ କୌଣସି ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ଆପଣ ଜଣେ ବନ୍ଧୁଙ୍କ ସହିତ ପରାମର୍ଶ କରିପାରିବେ । ପିତାଙ୍କ ସହିତ ସମ୍ପର୍କ ସମନ୍ୱୟ ଆଣିବେ। ଆପଣ ପିଲାମାନଙ୍କଠାରୁ ସମର୍ଥନ ପାଇପାରିବେ । ଆପଣଙ୍କ ପରିବାର ଶକ୍ତିଶାଳୀ ହେବ। ମୀନ- ଆପଣଙ୍କ ସାଥୀଙ୍କୁ ଆପଣଙ୍କ ଯୋଜନା ସହିତ ସଂଯୁକ୍ତ ରହିବାକୁ ମନାଇବାରେ ଅସୁବିଧା ହେବ । ଯଦି ଆପଣ ଆଜି ପ୍ରକୃତରେ ଲାଭ ଚାହୁଁଛନ୍ତି  ତେବେ ଅନ୍ୟମାନଙ୍କ ମତାମତକୁ ଭଲଭାବେ ଶୁଣନ୍ତୁ। ଆପଣଙ୍କ ଜୀବନସାଥୀ ସହିତ ଆପଣଙ୍କର ଭାବପ୍ରବଣତା ଦୁର୍ବଳ ହେବାକୁ ଲାଗିବ । କାର୍ଯ୍ୟ ଠିକ୍ ସମୟରେ ଶେଷ କରିବା ଭଲ ହେବ। ହନୁମାନ ଚଲିସା ପଢନ୍ତୁ। ସମସ୍ତେ ଆପଣଙ୍କ ସହିତ ଭଲରେ ରହିବେ । ଗାଡି ଚଳାଇବା ସମୟରେ ଆପଣ ସାବଧାନ ହେବା ଆବଶ୍ୟକ।

Read More

ବିଛା- ଆଜି ଆପଣଙ୍କର ଯାତ୍ରା ଲାଭଦାୟକ ହେବ। ପରିବାର ସହିତ ଖୁସିର ମୁହୂର୍ତ୍ତ ବିତାଇ ପାରିବେ। ପ୍ରେମ-ସମ୍ପର୍କ ଦୃଢହୋଇପାରେ। ଛାତ୍ରମାନେ ସେମାନଙ୍କ ଅଧ୍ୟୟନରେ ଆଗ୍ରହ ବଢାଇ ପାରିବେ। ଆପଣ କିଛି ନୂତନ ସୁଯୋଗ ପାଇବାର ସମ୍ଭାବନା ଅଛି। ଆପଣଙ୍କର ଗୁରୁଙ୍କଠାରୁ ଆଶୀର୍ବାଦ ନିଅନ୍ତୁ, ପାରିବାରିକ ଜୀବନ ସୁଖଦ ହେବ । ଧନୁ- ଯଦି ଆପଣ ଆୟ ଅଭିବୃଦ୍ଧିର ଉତ୍ସ ଖୋଜୁଛନ୍ତି, ସୁରକ୍ଷିତ ଅର୍ଥନୈତିକ ପ୍ରକଳ୍ପରେ ବିନିଯୋଗ କରନ୍ତୁ। ଘରେ ସମନ୍ୱୟ ରକ୍ଷା କରିବା ପାଇଁ ଏକାଠି କାମ କରନ୍ତୁ । ଆପଣଙ୍କର ଧୀରେ ଧୀରେ କିନ୍ତୁ ସ୍ଥିର ଭାବରେ ପ୍ରେମର ନିଆଁରେ ଜଳିବ । ଆପଣ ଅଳସୁଆ ଏବଂ ନିରୁତ୍ସାହିତ ମନୋଭାବ ହେତୁ ଆପଣ ଅଫିସରେ ବିବାଦର କେନ୍ଦ୍ର ହେବେ । ମକର- ଆପଣଙ୍କ ସମସ୍ୟା ଆପଣଙ୍କ ପାଇଁ ବହୁତ ବଡ ହୋଇପାରେ, କିନ୍ତୁ ଆପଣଙ୍କ ଆଖପାଖର ଲୋକମାନେ ଆପଣଙ୍କ ଯନ୍ତ୍ରଣା ବୁଝିବେ ନାହିଁ । ବୋଧହୁଏ ସେମାନେ ଅନୁଭବ କରନ୍ତି…

Read More

ସିଂହ- ଘରର ପରିବେଶ ସୁଖଦ ହେବ । ଆର୍ଥିକ ଲାଭ ସହିତ ବ୍ୟବସାୟରେ ଆପଣ ସନ୍ତୁଷ୍ଟ ଅନୁଭବ କରିବେ । ଆଜି ଆପଣଙ୍କର ବ୍ୟକ୍ତିତ୍ୱର ଉନ୍ନତି ହୋଇପାରେ । ଅତିଥିମାନେ ଆପଣଙ୍କ ଘରେ ପହଞ୍ଚିପାରନ୍ତି । ଆପଣ ରୋଜଗାରର ସୁଯୋଗ ପାଇପାରିବେ । ବ୍ୟବସାୟ ସହିତ ଆପଣଙ୍କୁ ଭ୍ରମଣ କରିବାକୁ ପଡିପାରେ । କନ୍ୟା- ଆପଣ ଆଧ୍ୟାତ୍ମିକତା ପ୍ରତି ଅଧିକ ଆଗ୍ରହୀ ହେବେ । ଆପଣ ଯାହା ବି କରିବାକୁ ଚେଷ୍ଟା କରନ୍ତି, ଆପଣ ସେହି କାର୍ଯ୍ୟରେ ଭଲ ସଫଳତା ପାଇବେ । ଗଣେଶ ଭଗବାନଙ୍କୁ ଲଡୁ ଭୋଗ ପ୍ରଦାନ କରନ୍ତୁ, ଆପଣ ଲାଭର ସୁଯୋଗ ପାଇବେ। ଆଜି ଲାଭଦାୟକ ପ୍ରମାଣିତ ହେବ, କାରଣ ଏହା ଲାଗୁଛି ଯେ ଜିନିଷଗୁଡ଼ିକ ଆପଣଙ୍କ ସପକ୍ଷରେ ଯିବ ଏବଂ ଆପଣ ସବୁକିଛିର ଶୀର୍ଷରେ ରହିବେ। ତୂଳା-  ଭୁଲ ଧାରଣା କିମ୍ବା କୌଣସି ଭୁଲ ବାର୍ତ୍ତା ଆପଣଙ୍କ ଥଣ୍ଡା ଦିନରେ ଗରମ କରିଦେଇପାରେ। ସୃଜନାତ୍ମକ କାର୍ଯ୍ୟରେ…

Read More

ମିଥୁନ- ଧର୍ଯ୍ୟବାନ ହୁଅ, କାରଣ ଆପଣଙ୍କର ବୁଝାମଣା ଏବଂ ପ୍ରୟାସ ନିଶ୍ଚିତ ଭାବରେ ଆପଣଙ୍କୁ ସଫଳ କରିବ । ବଡ ଯୋଜନା ଏବଂ ଚିନ୍ତାଧାରା ଆପଣଙ୍କ ଦୃଷ୍ଟି ଆକର୍ଷଣ କରିବ। କୌଣସି ପ୍ରକାରର ବିନିଯୋଗ କରିବା ପୂର୍ବରୁ ସେହି ବ୍ୟକ୍ତିଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ଅନୁସନ୍ଧାନ କରନ୍ତୁ । କର୍କଟ – ଆପଣ ଚିନ୍ତା କରୁଥିବା ବ୍ୟକ୍ତିଙ୍କ ସହିତ କଥାବାର୍ତ୍ତାର ଅଭାବ ଆପଣଙ୍କୁ ଚାପ ଦେଇପାରେ। ଆପଣଙ୍କର ହୃଦୟର ମଣିଷ ଦିନସାରା ଆପଣଙ୍କୁ ମନେ ରଖିବେ । ତାଙ୍କୁ  ଆଶ୍ଚର୍ଯ୍ୟ କରିବା ପାଇଁ ଯୋଜନା ପ୍ରସ୍ତୁତ କରନ୍ତୁ ଏବଂ  ତାଙ୍କ ପାଇଁ ଏକ ସୁନ୍ଦର ଦିନରେ ପରିଣତ କରିବାକୁ ଚିନ୍ତା କରନ୍ତୁ।

Read More

ମେଷ- ଆପଣ ଅନେକ ଉତ୍ସରୁ ଆର୍ଥିକ ଭାବରେ ଉପକୃତ ହେବେ। କେତେକଙ୍କ ପାଇଁ ପରିବାରରେ ନୂତନ ବ୍ୟକ୍ତିଙ୍କ ଆଗମନ ଉତ୍ସବ ଏବଂ ଆନନ୍ଦର ମୁହୂର୍ତ୍ତ ଆଣିଦେବ। ଆପଣଙ୍କ ମନରେ କାର୍ଯ୍ୟର ଚାପ ସତ୍ତ୍ବେ, ଆପଣଙ୍କର ପ୍ରିୟ ଖୁସିର ମୁହୂର୍ତ୍ତ ଆଣିଦେବେ। ମାର୍କେଟିଂ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଆପଣଙ୍କର ଅଭିଳାଷ ଫଳପ୍ରଦ ହୋଇପାରେ। ବୃଷ- ଆପଣ ମଧୁରବାଣୀ ଦ୍ବାରା ଯେକୈଣସି କାର୍ଯ୍ୟରେ ବିଜୟୀ ହେବାକୁ ସମର୍ଥ ହେବେ। ପରିବାର ସଦସ୍ୟଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବେ। ଆଜି ଭାଗ୍ୟ ଆପଣଙ୍କ ସହିତ ରହିବ। ଆୟର ନୂତନ ଉତ୍ସ ଉତ୍ପନ୍ନ ହୋଇପାରେ। ଅଫିସ୍ କାର୍ଯ୍ୟ ସବୁଦିନ ଅପେକ୍ଷା ଆଜି ଭଲ ହେବ । ଜୀବନ ସାଥୀଙ୍କ ପୂର୍ଣ୍ଣ ସମର୍ଥନ ପାଇବେ।

Read More

କଟକ, ସି-ସୋର ଚିଟଫଣ୍ଡ ସଂସ୍ଥାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି  ଯାହାର ମୂଲ୍ୟ ପ୍ରାୟ 650 କୋଟି ହେବ ତାହା ବ୍ୟାଜାପ୍ତ ହେବ । ଏହିପରି ଏକ ନିର୍ଦ୍ଦେଶ ଦେଇଛନ୍ତି କଟକର ସ୍ୱତନ୍ତ୍ର ଚିଟଫଣ୍ଡ ଅଦାଲତ । ଏହି ବାଜ୍ୟାପ୍ତ ସମ୍ପତ୍ତିକୁ ନିଲାମ କରାଯାଇ ଜମାକାରୀଙ୍କ ମଧ୍ୟରେ ବଣ୍ଟାଯିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ବାଜ୍ୟାପ୍ତ ସମ୍ପତ୍ତି ମଧ୍ୟରେ ରହିଛି ସିସୋର ମାଲିକ ପ୍ରଶାନ୍ତ ଦାସଙ୍କ ୩ଟି ବିଳାସପୂର୍ଣ୍ଣ ଗାଡି, ୧୩ ଶହ ୮୫ ଗ୍ରାମ ସୁନା, ୨ ଶହ କେଜି ରୂପା, ୧୯୭ ଏକର ଜମି ଓ ୧ କୋଟି ୮୮ ଲକ୍ଷ ୭୫ ହଜାର ଟଙ୍କାର ନଗଦ ଜମାରାଶି । ପୂର୍ବରୁ ଏ ନେଇ କୌଣସି ଆଇନ ନ ଥିବାରୁ ସଂପତ୍ତି ବ୍ୟାଜାପ୍ତ ହେବାରେ ଅସୁବିଧା ସୃଷ୍ଟି ହେଉଥିଲା। ବର୍ତ୍ତମାନ ଚିଟଫଣ୍ଡ ସଂକ୍ରାନ୍ତ ଆଇନ ଆସିବା ପରେ ଏହା ହେଉଛି ପ୍ରଥମ ମାମଲା । ସିସୋର ଚିଟଫଣ୍ଡ…

Read More

ଭୁବନେଶ୍ବର : ବର୍ତ୍ତମାନ ପୁଣି ଥରେ କୋଭିଡ୍ ସଂକ୍ରମଣ ଓଡିଶାକୁ ଡରାଇଲାଣି। ସେଥିପାଇଁ ଆଗୁଆ ପଦକ୍ଷେପ ସ୍ବରୂପ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପଦକ୍ଷେପ ଗ୍ରହଣ କରିଛି। ଜାରୀ କରାଗଲା ନୂଆ ଗାଇଡ ଲାଇନ । ଏହି ଗାଇଡ ଲାଇନ ଅନୁସାରେ ଦେଶର ୧୨ଟି ରାଜ୍ୟରୁ ଓଡିଶା ଆସୁଥିବା ବ୍ୟକ୍ତିଙ୍କ ପାଇଁ ଲାଗୁ ହେବ। ଏହି ରାଜ୍ୟରୁ ଆସୁଥିବା ବ୍ୟକ୍ତିମାନେ ଏକ ସପ୍ତାହ ପାଇଁ ହୋମ୍ ଆଇସୋଲେସନରେ ରହିବାକୁ ବାଧ୍ୟ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ୧୨ଟି ରାଜ୍ୟ ହେଲା ଦିଲ୍ଲୀ, ମହାରାଷ୍ଟ୍ର, ତାମିଲନାଡୁ, କେରଳ, ଛତିଶଗଡ଼, ମଧ୍ୟପ୍ରଦେଶ, ତେଲେଙ୍ଗାନା, ପଶ୍ଚିମବଙ୍ଗ, ପଞ୍ଜାବ, ଚଣ୍ଡିଗଡ଼, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ। ଏହି ରାଜ୍ୟରୁ ଆସୁଥିବା ବ୍ୟକ୍ତିମାନଙ୍କୁ ବିମାନ ବନ୍ଦର ଓ ରେଳ ଷ୍ଟେସନରେ ପହଞ୍ଚିବା ପରେ ସେମାନଙ୍କର ସ୍କ୍ରିନିଂ କରାଯିବ। ସେଥିପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିଶନର, ଭୁବନେଶ୍ବର…

Read More

ଭୁବନେଶ୍ବର, ବର୍ତ୍ତମାନ ରାଜ୍ୟରେ ଯେପରି ଗ୍ରୀଷ୍ମ ପ୍ରବାହ ହେବାରେ ଲାଗିଛି ସେଥିପାଇଁ ରାଜ୍ୟ ସରକାର ସ୍କୁଲ ସମୟ ପରିବର୍ତ୍ତନ କରିଛନ୍ତି। ଏ ନେଇ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ତରଫରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରିଛନ୍ତି। ସେହି ଅନୁସାରେ ରାଜ୍ୟର ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଏବଂ ଘରୋଇ ସ୍କୁଲ ସମୟ ପରିବର୍ତ୍ତନ କରିବେ। ଚିଠି ଅନୁସାରେ ଦଶମ ଏବଂ ଦ୍ବାଦଶ ଶ୍ରେଣୀର ପିଲାମାନଙ୍କ ପାଇଁ ଏଣିକି ସକାଳ 7ଟାରୁ ସ୍କୁଲ ଆରମ୍ଭ ହେବ। ଏହା ଦିନ 1ଟା ପର୍ଯ୍ୟନ୍ତ ଚାଲିବ। ତେବେ ଯେଉଁଠାରେ ସକାଳ 8ଟା 30ରୁ ଦିନ 10ଟା ପର୍ଯ୍ୟନ୍ତ ସ୍କୁଲ କରୁଥିଲେ ସେମାନଙ୍କ ପାଇଁ ଏହା ଲାଗୁ କରାଯିବ। ସେହିପରି ଯେଉଁ ସ୍କୁଲ ଗୁଡିକ ଦିନ 11 ଟାରୁ ଅପରାହ୍ନ 4 ଟା ପର୍ଯ୍ୟନ୍ତ ସ୍କୁଲ କରୁଥିଲେ ସେମାନେ ମଧ୍ୟ ଏଥିରେ ପରିବର୍ତ୍ତନ କରିବେ। ସେମାନେ ସକାଳ 9ଟାରୁ ଦିନ 1 ଟା ପର୍ଯ୍ୟନ୍ତ…

Read More