Author: Samikhsya Bureau

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୧ ହଜାର ୬୧୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୦୦ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୯ ଲକ୍ଷ ୩୭ ହଜାର ୩୨୦ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୫ ହଜାର ୯୧୩ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୬ ଲକ୍ଷ ୪୨ ହଜାର ୯୫୩ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍‌ କେସ୍‌ ୨ ଲକ୍ଷ ତଳକୁ ଖସିଛି। ଦେଶରେ କରୋନାରୁ ୧ ଲକ୍ଷ ୩୩ ହଜାର ୬୭୨ ଆକ୍ଟିଭ୍‌ କେସ୍ ରହିଛି।

Read More

ରମେଶ ମହାନ୍ତି ଜଗତସିଂହପୁର: ଗରିବ ଖଟିଖିଆ ଲୋକମାନଙ୍କ ପାଇଁ ସରକାର ଯୋଜନା ପରେ ଯୋଜନା କରିଚାଲିଛନ୍ତି। ମୁଖ୍ୟତଃ ଭୂମିହୀନ ଲୋକମାନଙ୍କ ନିମନ୍ତେ ସରକାରଙ୍କ ଏକ ପ୍ରମୁଖ ଯୋଜନା ବସୁନ୍ଧରା ଯୋଜନା, ଏହି ଯୋଜନାରେ ଭୂମିହୀନ ଲୋକମାନଙ୍କୁ ଚଳିବା ପାଇଁ ଯାଗା ଖଣ୍ଡେ ଯୋଗାଇ ଦେବାର ବ୍ୟବସ୍ଥା ରହିଥିବାରୁ ସେମାନଙ୍କୁ ସ୍ୱାଭିମାନ ସହ ବଞ୍ଚିବାର ରାସ୍ତା ଦେଖେଇଥାଏ। ହେଲେ ଏହି ଯୋଜନା ଗୁଡିକ ଗରିବ ଲୋକମାନଙ୍କ ପାଇଁ ଅପହଞ୍ଚ ପାଲଟିଥିବା କୁହାଯାଉଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ତହସିଲ୍ ଅଞ୍ଚଳରେ। ସୂଚନାନୁଯାୟୀ ତିର୍ତ୍ତୋଲ ତହସିଲ୍ ଅଧିନସ୍ଥ ସାମନ୍ତରାପୁର ପଞ୍ଚାୟତ ସ୍ଥିତ ଅନୁପଲ୍ଲା ଗ୍ରାମ ହରିଜନ ସାହିର ପ୍ରାୟ ସମସ୍ତ ପରିବାର ମୁଖ୍ୟତଃ ଟୋକେଇ ବୁଣିବା ସହିତ ମୂଲମଜୁରୀ ଲାଗି ନିଜ ନିଜର ପରିବାର ପ୍ରତିପୋଷଣ କରନ୍ତି। ଯାହା ରୋଜଗାର ହୁଏ ପେଟକୁ ମୁଠେ ଦାନା ସହିତ ଦେହକୁ ଖଣ୍ଡେ କନାକୁ ନିଅଣ୍ଟ। ସେଥିରେ ଜାଗା ଖଣ୍ଡେ କିଣିବା…

Read More

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଆମେ ସ୍ୱାଧୀନତାର ୭୫ତମ ବର୍ଷରେ ପ୍ରଦାର୍ପଣ କରୁଥିବା  ସମୟରେ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଥିବା ଇତିହାସର ବୀର ଏବଂ ବୀରାଙ୍ଗନାମାନଙ୍କୁ ମନେ ପକାଇବା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ଉତ୍ତର ପ୍ରଦେଶର ଭରାଉଚ୍‌ଠାରେ ଥିବା ମହାରାଜା ସୁହେଲଦେବ ସ୍ମାରକୀ ଏବଂ ଚିତୌଉର ହ୍ରଦ ଉନ୍ନୟନ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିବା ଅବସରରେ ଭିଡିଓ  କନଫରେନ୍ସିଂ ମାଧ୍ୟମରେ ଆଜି କହିଛନ୍ତି ଯେ, ଭାରତ ଏବଂ ଭାରତୀୟତା ପାଇଁ ନିଜର ସର୍ବସ୍ୱ ହରାଇଥିବା ଲୋକମାନଙ୍କୁ ଇତିହାସ ବହିରେ ଉପଯୁକ୍ତ ସମ୍ମାନ ଦିଆଯାଇନାହିଁ। ଆମେ ସ୍ୱାଧୀନତାର ୭୫ତମ ବର୍ଷରେ ପଦାର୍ପଣ କରୁଥିବା ସମୟରେ ଭାରତ ଇତିହାସ ଲେଖକମାନଙ୍କର ତ୍ରୁଟିକୁ ବର୍ତ୍ତମାନ ସଂଶୋଧନ କରାଯାଉଛି। ଏଭଳି ଏକ ସନ୍ଦିକ୍ଷଣରେ ସେହି ବୀର ଓ ବୀରାଙ୍ଗନାମାନଙ୍କ ଅବଦାନକୁ ପ୍ରଧାନମନ୍ତ୍ରୀ ମନେପକାଇଛନ୍ତି। ସେ କହିଛନ୍ତି ଯେ, ଔପନିବେଶିକ ଶକ୍ତି କିମ୍ବା ସେହିଭଳି ମନୋବୃତ୍ତି ରଖିଥିବା ଲୋକଙ୍କ ଦ୍ୱାରା ରଚିତ ଭାରତ…

Read More

ନୂଆଦିଲ୍ଲୀ/ଭୁବନେଶ୍ବର: ଭାରତ ସରକାରଙ୍କ ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଭୁବନେଶ୍ୱର ସମେତ ଦେଶର ୧୦ ଟି ସହରରେ ପେୟ (ପାନୀୟ) ଜଳ ସର୍ବେକ୍ଷଣ ପାଇଲଟ୍ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଆଜି ମନ୍ତ୍ରଣାଳୟର ସଚିବ ଦୁର୍ଗା ଶଙ୍କର ମିଶ୍ରା ଆଜି ଏହି ମିଶନର ଶୁଭାରମ୍ଭ କରିଛନ୍ତି। ଶ୍ରୀ ମିଶ୍ରା ଏହି ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ସହରାଞ୍ଚଳରେ ପାନୀୟ ଜଳର ଉପଯୁକ୍ତ ବିତରଣ ଓ ବର୍ଜ୍ୟଜଳର ପୁନଃଉପଯୋଗ ସମ୍ପର୍କରେ ସୂଚନା ସଂଗ୍ରହ କରିବା ତଥା ପ୍ରତିଯୋଗିତାମୂଳକ ପ୍ରକ୍ରିୟାରେ ଜଳର ପରିମାଣ ଓ ଗୁଣବତ୍ତା ସମ୍ପର୍କରେ ଜାଣିବା ଲାଗି ଜଳ ଉତ୍ସଗୁଡ଼ିକର ମ୍ୟାପିଂ କରିବା ଉଦ୍ଦେଶ୍ୟରେ ଏହି ସର୍ବେକ୍ଷଣ କରାଯିବ। ମନ୍ତ୍ରଣାଳୟ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ଦଶଟି ସହର-ଭୁବନେଶ୍ୱର, ଆଗରା, ବଦଲାପୁର, ଭୁବନେଶ୍ୱର, ଚୁରୁ, କୋଚ୍ଚି, ମଦୁରାଇ, ପଟିଆଲା, ରୋହତକ, ସୁରତ ଏବଂ ତୁମକୁରରେ ପାଇଲଟ୍ ପ୍ରକଳ୍ପ ସ୍ବରୂପ ଏହି ସର୍ବେକ୍ଷଣ ଆୟୋଜନ କରାଯିବ। ଏଥିରୁ ମିଳିବାକୁ ଥିବା…

Read More

ମେଷ ରାଶି- ରାଜନୈତିକ ବ୍ୟକ୍ତିମାନେ ସଫଳତାର ଯୋଗ ରହିଛି। ସହଭାଗିତାରେ ନୂତନ ପ୍ରସ୍ତାବ ଗ୍ରହଣ କରାଯିବ। ରୋଜଗାର ବୃଦ୍ଧି ପାଇବ। ଉପହାର ଗ୍ରହଣ କରିବେ। ବ୍ୟବସାୟ ଯାତ୍ରା ସଫଳ ହେବ। ଶତ୍ରୁମାନେ ସକ୍ରିୟ ରହିବେ। ଅହଂକାର ଦୂର କରନ୍ତୁ। ମନୋବଳ ବୃଦ୍ଧି ଚାପକୁ ହ୍ରାସ କରିବ। ବୃଷ ରାଶି- ଅପଚୟ ଖର୍ଚ୍ଚ ହେବ। ଦୁଷ୍ଟ ଲୋକମାନେ କ୍ଷତି ଘଟାଇ ପାରନ୍ତି। ବିବାଦକୁ ପ୍ରୋତ୍ସାହିତ କରନ୍ତୁ ନାହିଁ । ଚିନ୍ତା ଏବଂ ଟେନସନ ରହିବ। ବ୍ୟବସାୟ ଯୋଜନା କାର୍ଯ୍ୟକାରୀ ହେବ ନାହିଁ। ପରିବାର ଚିନ୍ତିତ ହେବେ। ଆୟଠାରୁ ବ୍ୟୟ ଅଧିକ ହେବ। ଅପରିଚିତ ବ୍ୟକ୍ତିଙ୍କ ଉପରେ ବିଶ୍ୱାସ କରିବା ଦ୍ୱାରା କ୍ଷତି ହୋଇପାରେ। ମିଥୁନ ରାଶି- ବକେୟା ପୁନରୁଦ୍ଧାର ପାଇଁ ପ୍ରୟାସ ସଫଳ ହେବ। ଯାତ୍ରା ସଫଳ ହେବ। ରୋଜଗାର ବୃଦ୍ଧି ପାଇବ। ବିପଦ କାମ କରନ୍ତୁ ନାହିଁ। ନିଶାକୁ ନିୟନ୍ତ୍ରଣ କରନ୍ତୁ। ଲାଭ ହେବାର ସମ୍ଭାବନା। ପତ୍ନୀ ଉପଦେଶ ଦେଉଥିବା ରାସ୍ତାରେ…

Read More

ନୂଆଦିଲ୍ଲୀ: ଶ୍ରୀରାମଚନ୍ଦ୍ର ମିଶନର ୭୫ ତମ ବର୍ଷ ପୂର୍ତ୍ତି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନ ଦେଇଛନ୍ତି। ସେ ତାଙ୍କ ଭାଷଣରେ ଜନସାଧାରଣଙ୍କ ମଧ୍ୟରେ ଶାନ୍ତି, ସୁସ୍ଥତା, ନିରାମୟତା, ଆଧ୍ୟାତ୍ମିକତାର ଯଥାର୍ଥ ଭାବନା ସ୍ଥାପନ କରିବାକୁ ଆହ୍ୱାନ ଦେଇଛନ୍ତି। ଯୋଗକୁ ଲୋକପ୍ରିୟ କରିବା ଦିଗରେ ମିଶନ ପକ୍ଷରୁ ଯେଉଁ ଉଦ୍ୟମ ଚାଲିଛି ତାହାକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜିର ଦ୍ରୁତ ଗତିଶୀଳ ଏବଂ ମାନସିକ ଚାପଗ୍ରସ୍ତ ଜୀବନ ଯୋଗୁଁ ମଣିଷ ନାନାପ୍ରକାର  ଜୀବନ ଶୈଳୀଗତ ବ୍ୟାଧିର ସମ୍ମୁଖୀନ ହେଉଛି। ଏଭଳି ସ୍ଥିତିରେ ଏସବୁରୁ ରକ୍ଷା ପାଇବା ପାଇଁ ଯୋଗ ଏକ ସହଜ ମାର୍ଗ ଏବଂ ଏହାକୁ ମାଧ୍ୟମ କରି ସମଗ୍ର ବିଶ୍ୱ ସୁସ୍ଥ ଓ ନିରାମୟ ରହିପାରିବ। କରୋନା ମହାମାରୀର ମୁକାବିଲା ସଂପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ବ୍ୟାଧି ବିରୋଧରେ ଦେଶର ୧୩୦ କୋଟି ଜନତା ଯେପରି ସତର୍କତା ଅବଲମ୍ବନ କଲେ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବିଜେପି ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଏଲ୍‌.ମୋହନ ରାଓଙ୍କ ନେତୃତ୍ୱରେ ଭାରତମାତାର ବୀରସନ୍ତାନ ତଥା ଗଂଜାମ ଜିଲ୍ଲାର ଗୌରବ ପାଣିଗ୍ରାହୀପେଣ୍ଠ ସାହିର ସହୀଦ୍ ସୁଶାନ୍ତ ଗୌଡ଼ଙ୍କ ୧୪ତମ ସହିଦ୍ ଦିବସ ପାଳିତ ହୋଇଛି। ଜିଲ୍ଲା ଉପସଭାପତି ରାମକୁମାର ପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍ ସ୍ଥାନୀୟ ବଡ଼ବଜାର ଥାନା ଅନ୍ତର୍ଗତ ସହିଦ୍‌ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ଶ୍ରୀ ପାତ୍ର ସହିଦ୍‌ଙ୍କ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ସାହାଯ୍ୟ କରିଥିବା ତତ୍‌କାଳୀନ ଡ଼ିଆଇଜି ଅମିତାଭ ଠାକୁର, ଏସ୍‌ଡ଼ିପିଓ ଶାନ୍ତୁନୁ ଦାସଙ୍କ ଧନ୍ୟବାଦ ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଯୁବମୋର୍ଚ୍ଚା ସଂପାଦକ ସିଦ୍ଧାନ୍ତ ଗଙ୍ଗଦେବ, ଜିଲ୍ଲା ସାଧାରଣ ସଂପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ, ଶୁବାଶିଷ ସାହୁ, ଯୁବନେତା କିରନ ସାହୁ, ଶିବପ୍ରସାଦ ପାତ୍ର, ରତନ ଦିନେଲ୍‌, ବିଜୟ ଗୋପାଳ, ଟୁଙ୍ଗୁରୁ ପାତ୍ର, ମନୋରଂଜନ ମହାରଣା, ବାଳକୃଷ୍ଣ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ବ୍ରହ୍ମପୁରଠାରେ ବିମାନବନ୍ଦର ପ୍ରତିଷ୍ଠା ପାଇଁ ମଂଚର ସଭାପତି ତ୍ରିନାଥ ମହାରଣାଙ୍କ ନେତୃତ୍ୱରେ ପାଞ୍ଚଦିନ ହେଲା ସହରର ବିଭିନ୍ନ ସାହିର ଘରକୁ ଘର ବୁଲି ଦସ୍ତଖତ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଆଜି ବିଜିପୁର ରଥାସାହି, ବଜାର ସାହି, କାଳୁଆ ସାହି, ନୂଆ କାଳୁଆ ସାହି ଏବଂ ପଥପ୍ରାନ୍ତ ସଭା ମାଧ୍ୟମରେ ବିମାନବନ୍ଦର ଆବଶ୍ୟକତା ସଂପର୍କରେ ଲୋକଙ୍କୁ ସଚେତନ କରି ପ୍ରଚାରପତ୍ର ବଣ୍ଟନ କରାଯାଇଥିଲା। ଦସ୍ତଖତ ଅଭିଯାନରେ ଯୁଗ୍ମ-ସଂପାଦକ ଲଳିତମୋହନ ସାହୁ, ଅଶୋକ କୁମାର ରଥ, ରବି ନାରାୟଣ ସାବତ, କ୍ଷେତ୍ରୀ ନରସିଂହ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ସଭାପତି ଶ୍ରୀ ମହାରଣା କହିଥିଲେ ଆସନ୍ତା ୨୪ ତାରିଖ ମଧ୍ୟରେ ସରକାର ଏହି ଦାବିକୁ ଗ୍ରହଣ ନକଲେ ତେବେ ୨୬ ତାରିଖ ଦିନ ଆର୍‌ଡ଼ିସି କାର୍ଯ୍ୟାଳୟ ସମ୍ମୁଖରେ ପ୍ରତୀକ ଧାରଣା ଦିଆଯିବ। ଏହାସହ ସମସ୍ତ ସ୍ୱାକ୍ଷରିତ ଦାବିପତ୍ରକୁ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ଜରିଆରେ ରାଷ୍ଟ୍ରପତି,…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବରିଷ୍ଠ ସାହିତ୍ୟିକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ରଚିତ କବିସୂର୍ଯ୍ୟ ବଳଦେବ ରଥଙ୍କ ଜୀବନୀ ଆଧାରିତ ପୁସ୍ତକ “ଧନ୍ୟ ରଥେ ତୁମ୍ଭ ଜନ୍ମ ଶୁଭକ୍ଷଣେ” ପ୍ରଥମାର୍ଦ୍ଧ ଏବଂ “ମୃତ୍ୟୁଞ୍ଜୟ ତୁମ୍ଭେ ଉତ୍କଳ ଭୁବନେ”ର ଶେଷାର୍ଦ୍ଧ କବିସୂର୍ଯ୍ୟ ଜୟନ୍ତୀରେ ଲୋକାର୍ପିତ ହୋଇଛି। ଏଇ ପୁସ୍ତକ ଦୁଇଟି ଓଡ଼ିଶା ସାହିତ୍ୟ ବିଭବ ପାଇଁ ଅମୂଲ୍ୟ ଉପହାର ଏବଂ ଆଗାମୀ ଦିନରେ କବିସୂର୍ଯ୍ୟ ନାଟକ, କଳା, ସାହିତ୍ୟ, ସଂସ୍କୃତି ବିକାଶରେ ଓଡ଼ିଶା ନାଟକ ମଂଚରେ ନୂଆ କୀର୍ତ୍ତିମାନ ସ୍ଥାପନ କରିବ ବୋଲି ସାହିତ୍ୟିକ ମାନେ ମତପ୍ରକାଶ କରିଥିଲେ। ହାରା ଫାଉଣ୍ଡେସନ ନିବେଦିତ କବିସୂର୍ଯ୍ୟ ଜୟନ୍ତୀରେ ସୁଲେଖନୀ ଅମିତା ମିଶ୍ରଙ୍କ ସଭାପତିତ୍ୱରେ ଏବଂ ଅଧ୍ୟାପକ ଡ. ଲକ୍ଷ୍ମୀନାରାୟଣ ପଣ୍ଡାଙ୍କ ସଂଯୋଜନା ମଧ୍ୟରେ ପୁସ୍ତକ ଲୋକାର୍ପିତ ହୋଇଥିଲା। ପ୍ରଫେସର ପିସି ସାହୁ, ପୂର୍ବତନ କୁଳପତି ପ୍ରଫେସର ମନ୍ମଥ ପାଢ଼ୀ, ପ୍ରଫେସର ବିଷ୍ଣୁଚରଣ ଚୌଧୁରୀ, ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକ, ମେଜର ରମାରମଣ ପାଢ଼ୀ, ଲୋକସେବକ…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୬୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସୁନ୍ଦରଗଡରୁ ୧୪, ମୟୂରଭଞ୍ଜରୁ ୭, ଝାରସୁଗୁଡାରୁ ୬, ବାଲେଶ୍ବରରୁ ୫, କଟକରୁ ୫, ବରଗଡରୁ ୪, ଅନୁଗୁଳରୁ ୩, ବଲାଙ୍ଗୀରିରୁ ୩, କଳାହାଣ୍ଡିରୁ ୩, କେନ୍ଦୁଝରରୁ ୩, ପୁରୀରୁ ୩, ରାୟଗଡ଼ାରୁ ୩, ନୂଆପଡାରୁ ୨, ଖୋର୍ଦ୍ଧାରୁ ୧, ସମ୍ବଲପୁରରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୩ ହଜାର ୭୦୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୩୨୨୨ କୁ ବୃଦ୍ଧି ହୋଇଛି। ତେବେ ୬୫୭ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୧୨ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ପୁରୀ: ଆଜି ଜଣେ ଦାତା ଶ୍ରୀଜୀଉଙ୍କୁ ୪ କେଜିରୁ ଉର୍ଦ୍ଧ୍ଵ ସ୍ଵର୍ଣ୍ଣ ଅଳଙ୍କାର ଦାନ କରିଥିବା ସୂଚନା ମିଳିଛି। ଆଜି ବସନ୍ତ ପଞ୍ଚମୀ ଉପଲକ୍ଷେ ଜଣେ ଦାତା ଏହି ସୁନା ଅଳଙ୍କାର ଶ୍ରୀଜୀଉଙ୍କୁ ଦାନ କରିଛନ୍ତି। ପ୍ରଭୁ ବଳଭଦ୍ରଙ୍କ ପାଇଁ ୪୦ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ୫୩ ଶ୍ରୀମୁଖ ପଦ୍ମା ଦାନ କରିଛନ୍ତି। ସେହିପରି ସୁଭଦ୍ରାଙ୍କ ପାଇଁ ୨ଟି କିରିଟ ଓ ୨ ଟି ଝୋବା ପ୍ରଦାନ କରିଛନ୍ତି। ସେ ମୋଟ ୪ କେଜି ୮୫୮ ଗ୍ରାମ ଓଜନର ସୁନା ଦାନ କରିଥିବା ଜଣାପଡିଛି। ଦାତା ତାଙ୍କର ପ୍ରତିନିଧି ମାଧ୍ୟମରେ ଏହିସବୁ ସୁନା ଅଳଙ୍କାର ତିନି ଠାକୁରଙ୍କ ଲାଗି ଦାନ କରିଛନ୍ତି। ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କୁ ଭେଟି ଦାତାଙ୍କ ପ୍ରତିନିଧି ଏହା ଦାନ କରିଛନ୍ତି। ତେବେ ଏହି ସବୁ ଅଳଙ୍କାର ମହାପ୍ରଭୁଙ୍କ ବିଭିନ୍ନ ବେଶ ସମୟରେ ବ୍ୟବହାର କରାଯିବ ବୋଲି କୁହାଯାଉଛି।

Read More

ପୁରୀ: ଆସନ୍ତା ୧୯ ରେ ହେବାକୁ ଥିବା ମାଘ ସପ୍ତମୀକୁ ଲକ୍ଷ୍ୟ କରି ପୁରୀର ଚନ୍ଦ୍ରଭାଗାରେ ୧୪୪ ଧାରା ଲାଗୁ କରାଯାଇଛି। ଆସନ୍ତା ୧୮ ତାରିଖ ଦିନ ୧୧ ଟାରୁ ୧୯ ତାରିଖ ଦିନ ୧ ଟା ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ। ସାଧାରଣ ଲୋକଙ୍କୁ ଚନ୍ଦ୍ରଭାଗାରେ ବୁଡ ପକାଇବା ଲାଗି ବାରଣ କରାଯାଇଛି। କେବଳ ତିନି ଠାକୁରଙ୍କ ଶିଭାଯାତ୍ରା ଏବଂ ମହାସ୍ନାନ ଜାରି ରହିବ। ପୁରୀ ଉପଜିଲ୍ଲାପାଳ ଏନେଇ ସୂଚନା ଦେଇଛନ୍ତି।

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ସମସ୍ତ ଆକ୍ରାନ୍ତ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୯୩୫ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୫୬୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୦୭ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୭ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ମୋହନା: ଅଡବା ଥାନା ଅନ୍ତର୍ଗତ ରାଜନଗଡ଼ ଗ୍ରାମର ବେଞ୍ଜାମି ରଇତ, ପାଟିପଙ୍କା ଗ୍ରାମର କାନ୍ଦୁରଇତ ଓ ଦିନେଶ ରଇତ ଏକ ବାଇକ ନଂ( ଓଡ଼ି୨୦ ବି୦୩୬୬) ଯୋଗେ ନିଜ ଗ୍ରାମରୁ ବିରିକୋଟ ସ୍ୱାସ୍ଥ୍ୟକେନ୍ଦ୍ରକୁ କାନ୍ଦୁକୁ ଜ୍ଵର ହୋଇଥିବା ଯୋଗୁଁ ଚିକିତ୍ସା ନିମନ୍ତେ ଯାଇଥିଲେ। ସେଠାରୁ ଚିକିତ୍ସିତ ହୋଇ ତିନିଜଣ ଗ୍ରାମକୁ ଫେରିବା ବେଳେ ବିରିକୋଟ ନିକଟ ଆଶ୍ରୟପୁର ଛକ ନିକଟରେ ଅପର ପାର୍ଶ୍ଵ ବ୍ରହ୍ମପୁରରୁ ରାୟଗଡା ଅଭିମୁଖେ ଯାଉଥିବା ଏକ ବୋଲେରୋ ଗାଡ଼ି ନଂ(ୟୂକେ୦୮ଟିସି୧୭୪୩) ସହ ମୁହାଁମୁହିଁ ଧକ୍କା ହୋଇଥିଲା। ବାଇକରେ ଯାଉଥିବା ତିନିଜଣ ଆରୋହୀ ରାସ୍ତା କଡ଼କୁ ଛିଟିକି ପଡିଥିଲେ। ସ୍ଥାନୀୟ ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ମୋହନା ଅଗ୍ନିଶମ ବାହିନୀ ଓ ୧୦୮କୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଅଧିକାରୀ ତାରାକାନ୍ତ ମହାପାତ୍ର ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ପରେ ତିନି ଜଣଙ୍କ ମଧ୍ୟରୁ ବେଞ୍ଜାମି ରଇତ ଓ…

Read More

ଭୁବନେଶ୍ବର: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ଲୋକଙ୍କୁ ଗଭୀର ସମବେଦନା ଜଣାଇବା ସହ ମୃତକଙ୍କ ପରିଜନଙ୍କୁ ଦୁଇ ଲଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ସେହିପରି ଆହତମାନଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯିବ ଵୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଥି ସହିତ ମୁଖ୍ୟମନ୍ତ୍ରୀ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ବାହାଘର ଭୋଜିରେ ଯୋଗ ଦେବା ପାଇଁ ଏକ ୪୦୭ ଗାଡିରେ କିଛି ଲୋକ ଯାଉଥିବା ବେଳେ ଗାଡିଟି ଆର.ଉଦୟଗିରି ଥାନା ନିକଟସ୍ଥ କଙ୍କଡାଗୁଡା ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିବାରୁ ବହୁ ଧନ ଜୀବନ ନଷ୍ଟ ହୋଇଥିଲା। ସୂଚନା ପ୍ରକାରେ ନୂଆଁଗଡ଼ ବ୍ଲକର ତୁମନ ଗ୍ରାମରେ ଏକ ବାହାଘର ଭୋଜି ନେଇ ଜାମଡିହ ଗ୍ରାମରୁ ତୁମନ ଗ୍ରାମକୁ ୪୦୭ ଗାଡିଟି ଯାଉଥିବା ବେଳେ ଉକ୍ତ…

Read More

ଭୁବନେଶ୍ବର: ଆଜି କରୋନାରେ ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନାଜନିତ ମୋଟ ମୃତକଙ୍କ ସଂଖ୍ୟା ୧୯୧୨କୁ ବୃଦ୍ଧି ହୋଇଛି। ଆଜି କେନ୍ଦୁଝର ଜିଲ୍ଲାରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ଜଣେ ମହିଳା ଏବଂ ତାଙ୍କର ବୟସ ୭୩ ବର୍ଷ। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୩୨୨ ରେ ପହଞ୍ଚିଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୩ ହଜାର ୬୩୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭୨୦ ଜଣ।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୩୬ ଜଣ ଚିହ୍ନଟ ହୋଇଥିବାବେଳେ ୨୪ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୩୨୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୩ ହଜାର ୬୩୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭୨୦ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୦୯ କୁ ବୃଦ୍ଧି ହୋଇଛି। ଆଜି ରାଜ୍ୟର ୧୫ ଟି ଜିଲ୍ଲାରୁ ମୋଟ୍‌ ୬୦ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ପୁରୀ ଜିଲ୍ଲାରୁ ୧୩, ବରଗଡ ଜିଲ୍ଲାରୁ ୧, ଅନୁଗୁଳ ଜିଲ୍ଲାରୁ ୧, ବାଲେଶ୍ଵର ଜିଲ୍ଲାରୁ ୪ ଜଣ, ବଲାଙ୍ଗୀରି ଜିଲ୍ଲାରୁ…

Read More

ଭୁବନେଶ୍ୱର: ଆସନ୍ତାକାଲିଠାରୁ ବର୍ଷା ସମ୍ଭାବନା। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ବର ପକ୍ଷରୁ ଏନେଇ ୧୧ ଟି ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି। ଆସନ୍ତାକାଲି ଠାରୁ ୪ ଦିନ ଯାଏଁ ବର୍ଷା ସମ୍ଭାବନା ରହିଛି। ଅନୁଗୋଳ, ବାଲେଶ୍ୱର, ବଲାଙ୍ଗିର, ବରଗଡ଼, ଦେବଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଂଜ, ନୂଆପଡ଼ା, ସମ୍ବଲପୁର, ସୁନ୍ଦରଗଡ଼ ଜିଲ୍ଲା ଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡିକରେ ଘଡ଼ଘଡ଼ି ସହ ବର୍ଷା ହେବା ସମ୍ଭାବନା ରହିଛି। ସେହିପରି ୧୯ ତାରିଖ ପାଇଁ ଅନୁଗୋଳ, ବାଲେଶ୍ୱର, ଭଦ୍ରକ, ବୌଦ୍ଧ, କଟକ, ଦେବଗଡ଼, ଢେଙ୍କାନାଳ, ଯାଜପୁର, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ ଏବଂ ସୁନ୍ଦରଗଡ଼ ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକରେ ଘଡଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଘଡ଼ଘଡ଼ି ସମୟରେ ଘରୁ ବାହାରିଲା ବେଳେ ସତର୍କ ରହିବାକୁ କୁହାଯାଇଛି।

Read More

ଭୁବନେଶ୍ବର: ବହୁ ଚର୍ଚ୍ଚିତ ସାରଥିଙ୍କୁ ଓଡିଶା ଉଚ୍ଚନ୍ୟାଳୟରୁ ପ୍ରବଚନ ପାଇଁ ଅନୁମତି ମିଳିଛି। ସେ ପ୍ରବଚନ ଅନୁମତି ଲାଗି ଉଚ୍ଚନ୍ୟାୟାଳୟର ଦ୍ଵାରସ୍ଥ ହୋଇଥିଲେ। ଆଜି ଉଚ୍ଚ ନ୍ୟାୟଳୟ ପ୍ରବଚନ ପାଇଁ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଛନ୍ତି। ସର୍ବାଧିକ ୨ ଶହ ଲୋକଙ୍କୁ ନେଇ ପ୍ରବଚନ ଦେଇପାରିବେ। ସେ ପ୍ରବଚନ ସମୟରେ କୋଭିଡ଼ କଟକଣାର ନିୟମକୁ ମାନିବା ପାଇଁ ଉଚ୍ଚନ୍ୟାୟଳୟ ନିର୍ଦ୍ଦେଶ ଦେଇଛନ୍ତି।

Read More

ନୟାଗଡ/ଶରଣକୁଳ: ଏକ ମାସ ଭିତରେ ଗୋଟିଏ ଗ୍ରାମରୁ ଚାରି ଥର ଚୋରି ହୋଇଛି। ଗ୍ରାମବାସୀ ଏନେଇ ପୋଲିସରେ ଅଭିଯୋଗ କରିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ। ସୂଚନା ଅନୁଯାୟୀ, ନୟାଗଡ ଜିଲ୍ଲା ଶରଣକୁଳ ଅନ୍ତର୍ଗତ ବାଉଁଶିଆ ଗ୍ରାମରେ ଚୋରମାନଙ୍କର ପାଦୁର୍ଭାବ ବଢିବାରେ ଲାଗିଛି। ଏକ ମାସ ଭିତରେ ସେହି ଗ୍ରାମରୁ ଚାରି ଚାରି ଥର ଚୋରି ହୋଇଥିବା ଅଭିଯୋଗ ହୋଇଛି। ପୂର୍ବରୁ ସେହି ଗ୍ରାମର ଶଙ୍କର୍ଷଣ ଦାଶ, କାବୁଲି ଆଚାର୍ଯ୍ୟ ଏବଂ ବାବୁଲି ଆଚାର୍ଯ୍ୟଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି ହୋଇଥିବା ବେଳେ ଗତ ରବିବାର ବିଳମ୍ବିତ ରାତ୍ରିରେ ପୁଣି ଚୋରି ହୋଇଥିବା ଅଭିଯୋଗ ହୋଇଛି। ସେହି ଗ୍ରାମର ବାଲୁଙ୍କେଶ୍ଵର ଦାଶଙ୍କ ଘର ପଛପଟ ଗ୍ରୀଲ ଭାଙ୍ଗି ଚୋରମାନେ ୧୦ ହଜାରରୁ ଊର୍ଦ୍ଧ୍ଵ ଟଙ୍କା ଚୋରି କରିଥିବା ଅଭିଯୋଗ ହୋଇଛି। ଏନେଇ ଶରଣକୁଳ ଥାନାରେ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରୁଛନ୍ତି। ହେଲେ ଏପର୍ଯ୍ୟନ୍ତ ଚୋରଙ୍କୁ ଧରିବାର ପୋଲିସ ସକ୍ଷମ ହୋଇପାରିନାହିଁ। ପୋଲିସ…

Read More

ଚେନ୍ନାଇ: ଇଂଲଣ୍ଡ-ଭାରତ ମଧ୍ୟରେ ଚାଲିଥିବା ଦ୍ଵିତୀୟ ଟେଷ୍ଟରେ ଭାରତର ବିରାଟ ବିଜୟ ହୋଇଛି। ଚତୁର୍ଥ ଦିନରେ ବିରାଟ ବାହିନୀ ଇଂଲଣ୍ଡକୁ ଧରାଶାୟୀ କରିଛି। ଫଳରେ ଚାରି ମ୍ୟାଚ ବିଶିଷ୍ଟ ସିରିଜକୁ ଭାରତ ୧-୧ରେ ବରାବର କରିବାରେ ସଫଳ ହୋଇଛି। ଇଂଲଣ୍ଡ ଗତକାଲି ୫୩/୩ ରନରୁ ଖେଳ ଆରମ୍ଭ କରି ଆଜି ବାକି ସମସ୍ତ ୱିକେଟ ହରାଇ ୧୬୪ ରନରେ ସୀମିତ ରହିଥିଲା। ଭାରତ ୩୧୭ ରନ ବ୍ଯବଧାନରେ ଜିତି ଦ୍ଵିତୀୟ ଟେଷ୍ଟକୁ ନିଜ ନାମରେ କରିଛି। ଇଂଲଣ୍ଡ ବ୍ୟାଟିଂ: ୧- ଜୋସେଫ ବର୍ନ୍ସ-୨୫ ୨- ଡମ ସିବ୍ଲି- ୩ ୩- ଡାନ ଲୱରେନ୍ସ- ୨୬ ୪- ଜ୍ୟାକ ଲିଚ- ୦୦ ୫- ଜୋ ରୁଟ- ୩୩ ୬- ବେନ ଷ୍ଟୋକ୍ସ- ୮ ୭- ଓଲ୍ଲୀ ପୋପ- ୧୨ ୮- ବେନ ଫୋକ୍ସ- ୨ ୯- ମୋଇନ ଅଲି- ୪୩ ୧୦- ଓଲ୍ଲୀ ଷ୍ଟୋନ- ୦୦ ୧୧- ଷ୍ଟୁଆର୍ଟ ବ୍ରଡ଼- ୫( ଅପରାଜିତ)…

Read More