ନୂଆଜିଲ୍ଲୀ, ଯଦି ଆପଣ ଚାକିରୀ କରୁଛନ୍ତି ତେବେ ଏହି ଦୁଇଟି ରାଶିର ବ୍ୟକ୍ତି ହୁଅନ୍ତୁ ସତର୍କ। କାରଣ ଚାକିରିରେ ଭୁଲ ବୁଝାମଣାର ସମ୍ଭାବନା ଅଛି । ସାବଧାନ ରୁହନ୍ତୁ, ଆପଣଙ୍କ ମୁଣ୍ଡରେ ଅନ୍ୟର କାର୍ଯ୍ୟ ପାଇଁ ଦାୟିତ୍ବ ଗ୍ରହଣ କରନ୍ତୁ ନାହିଁ । ଅବଶ୍ୟ ସମସ୍ତ ପ୍ରକାରର ସମସ୍ୟାର ସମାଧାନ ହେବ। କାର୍ଯ୍ୟ ଅଗ୍ରଗତି କରିବ । ସମ୍ପର୍କ ପ୍ରତି ଅଧିକ ସମ୍ବେଦନଶୀଳ । ବନ୍ଧୁମାନେ ସହଯୋଗ କରିବେ ଏବଂ ପରିବାରକୁ ମନୋରଞ୍ଜନ କରିବେ । ଏହି ଦୁଇଟି ରାଶି ହେଲା ବିଛା ଏବଂ ଧନୁ। ପତ୍ନୀଙ୍କୁ ଏକ ବିଶେଷ ବନ୍ଧୁଙ୍କ ସହିତ ପରିଚିତ କରାଇବେ । ଯାହା ଆପଣଙ୍କ ଜୀବନରେ ସୁଖ ଆଣିବ ।
Author: Samikhsya Bureau
ସିଂହ – ଆଜି ସବୁକିଛି ରଙ୍ଗୀନ ପାଇବେ । ପରିବାର ଏବଂ ସାଙ୍ଗମାନଙ୍କ ସହିତ ପିକନିକ କରିବାକୁ କୌଣସି ସ୍ଥାନକୁ ଯିବେ । ଆଜି ପ୍ରେମ ଏବଂ ଉତ୍ସର୍ଗୀକୃତତା ବୃଦ୍ଧି କରିବ । ପିଲାମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଏବଂ ଜିତିବେ । କନ୍ୟା- ଆଜି ଆପଣ ଭାଗ୍ୟବାନ ହେବେ, ବିନିଯୋଗ ପାଇଁ ସମୟ ଭଲ । କାର୍ଯ୍ୟ ଚାପ ବହୁତ ଅଧିକ ହେବ । କିନ୍ତୁ ତୁମେ ସବୁକିଛି ହସର ସହିତ କରିବେ । ପରିବାର ପାଇଁ ସମୟ ବାହାର କରନ୍ତୁ। ତୂଳା : – ଆଜି, ଚୁପଚାପ୍ ବସ ଏବଂ କ’ଣ ପରିବର୍ତ୍ତନ ହେବା ଆବଶ୍ୟକ ସେ ବିଷୟରେ ଚିନ୍ତା କର । ବ୍ୟବସାୟ ଏବଂ ଚାକିରିରେ ସବୁକିଛି ସ୍ୱାଭାବିକ ହେବ । ଅଧିକ ଲାଭ କିମ୍ବା କ୍ଷତି ହେବ ନାହିଁ ।
ମିଥୁନ: – ପରିବାରରେ ସୁଖର ଆଣି ଦେବ । ଅଫିସରେ ଆପଣଙ୍କର କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିବେ। କିନ୍ତୁ ବ୍ୟବସାୟରେ ପ୍ରତାରିତ ହେବେ । ଆପଣଙ୍କ ସପକ୍ଷରେ ଥିବା ବ୍ୟକ୍ତିଙ୍କୁ ଭଲ ପାଆନ୍ତୁ। ପିଲାମାନଙ୍କୁ ସଠିକ୍ ମାର୍ଗଦର୍ଶନ ଦେବେ। ଚାକିରୀ ପାଇବେ କର୍କଟ: – ଆଜି ଆପଣଙ୍କ ପାଇଁ ଦିନଟି ବହୁତ ଭଲ । ଦେଶ ବାହାରେ ଭ୍ରମଣ ଏବଂ ଚାକିରି ବ୍ୟବସାୟର ସମଷ୍ଟି ପାଲଟିଛି । ଶିଶୁର ଶିକ୍ଷା ଆଶ୍ବସନାଦାୟକ ହେବ। ଆଜି ଆପଣଙ୍କର ଲକ୍ଷ୍ମୀଙ୍କ ଆଶୀର୍ବାଦ ଦିନ ଅଟେ ।
ମେଷ: – ଆଜି ଯୁଦ୍ଧଠାରୁ ଦୂରରେ ରହିବା ଉଚିତ୍ । ପରିସ୍ଥିତି ଅନୁଯାୟୀ କାର୍ଯ୍ୟ କରନ୍ତୁ। ବ୍ୟବସାୟ ଏବଂ ଚାକିରିରେ ସବୁକିଛି ଆପଣଙ୍କ ଅନୁଯାୟୀ ହେବ । ବୃଷ: – ସାଙ୍ଗମାନଙ୍କୁ ଅନ୍ଧ ଭାବରେ ବିଶ୍ୱାସ କରନ୍ତୁ ନାହିଁ । ଅଜାଣତରେ, କିଛି ବଡ ଭୁଲ ହେତୁ ଆପଣ ବିଚଳିତ ହେବେ । ବର୍ତ୍ତମାନ ଚାକିରିରେ ଉତ୍ସର୍ଗୀକୃତ ଅନୁଭବ ଆପଣଙ୍କ ପାଇଁ ଲାଭଦାୟକ । ଖର୍ଚ୍ଚ ନିୟନ୍ତ୍ରଣ କରନ୍ତୁ, ଲାଭ ହେବ।
ନୂଆଦିଲ୍ଲୀ, ଆଜି ଏହି ଚାରୋଟି ରାଶି ପାଇଁ ପ୍ରେମ ସମ୍ପର୍କ ଭଲ ହେବ । ପ୍ରେମ ସଂପର୍କରେ ବିବାହ କରିବାର ସମସ୍ତ ସମ୍ଭାବନା ରହିବ । ପରିବାର କିମ୍ବା ଭାଇଭଉଣୀଙ୍କ ସହ ସମ୍ପର୍କ ଅଧିକ ଶକ୍ତିଶାଳୀ ହେବ । ସମସ୍ତେ ଏକ ନୂତନ ପ୍ରୋଜେକ୍ଟ ପାଇବା ପରେ ଚାକିରିରେ ତୁମ ବିଷୟରେ କଥାବାର୍ତ୍ତା କରିବେ । ବ୍ୟବସାୟ ହେଉ କିମ୍ବା ଏକ ନୂତନ କାର୍ଯ୍ୟ, ଆପଣଙ୍କର ସମସ୍ତ ଅଗ୍ରଗତିର ପଥ ଖୋଲିବ । ଏହି ଚାରୋଟି ରାଶି ହେଲା ସିଂହ, ତୂଳା, ବିଛା ଏବଂ ମକର ବ୍ୟବସାୟ ଏବଂ ଚାକିରିରେ ସବୁକିଛି ସ୍ୱାଭାବିକ ହେବ । ଅଧିକ ଲାଭ କିମ୍ବା କ୍ଷତି ହେବ ନାହିଁ। କାହା ସହିତ ପ୍ରେମ ହେବାର ସମ୍ଭାବନା ଅଛି। ଏକ ଦୁର୍ଘଟଣାରୁ ବଞ୍ଚିବାରେ ଅସୁବିଧା ହେବ । କେହି ଦୁଃଖ ଖବର ଦେଇପାରେ।
ମେଷ, କର୍କଟ, ମକର: ତୁମେ ଅନୁଭବ କରିବ ଯେ ପ୍ରେମ ପାଇବା ସମୟରେ ତାରାମାନେ ତୁମର ପାଦକୁ ଟାଣି ନେଉଛନ୍ତି । ଆଜି ତୁମେ ତୁମର ସଠିକ୍ ସାଥୀଙ୍କୁ ଭେଟିବ କିନ୍ତୁ ଡେଟିଂ ସମ୍ଭବ ନୁହେଁ । ବ୍ୟସ୍ତ ହୁଅ ନାହିଁ। ତୁମେ ଶୀଘ୍ର ସଫଳତା ପାଇବ । ତୁମର ସମ୍ପର୍କକୁ ଆଣିଥିବା ପରିବର୍ତ୍ତନ ଆଜି ସେମାନଙ୍କର ପ୍ରଭାବ ଦେଖାଇବ । ତୁମର ସମ୍ପର୍କ ପୂର୍ବ ଅପେକ୍ଷା ବହୁତ ଭଲ ହେବ ଏବଂ ଦୀର୍ଘସ୍ଥାୟୀ ମଧୁରତାର ମୂଳଦୁଆ ପକାଯିବ । ବୃଷ, ଧନୁ, ମୀନ: ତୁମେ ଭାବୁଛ କି ତୁମର ସମ୍ପର୍କ ବହୁତ ଦ୍ରୁତ ଗତିରେ ଗତି କରୁଛି? ଆପଣଙ୍କ ପ୍ରତି ଆପଣଙ୍କ ସାଥୀଙ୍କ ଭାବନାକୁ ପ୍ରକାଶ କରିବାର ତୀବ୍ରତା ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ । ଏହି ପରାମର୍ଶକୁ ଯତ୍ନର ସହିତ ସ୍ଥିର କରନ୍ତୁ ଏବଂ ଏହା ଆପଣଙ୍କ ପାଇଁ ଲାଭଦାୟକ ଅଟେ ।
ଭୁବନେଶ୍ବର, କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମ ପଞ୍ଚାୟତରେ ନିର୍ବାଚନ ନ କରାଇବା ପାଇଁ କୋରାପୁଟ ଜିଲ୍ଲାପାଳ ଚିଠି ଲେଖିଲେ। ଏହି ଚିଠି ଆନ୍ଧ୍ରର ବିଜୟାନଗରମ ଜିଲ୍ଲାପାଳଙ୍କୁ ଲେଖାଯାଇଛି। ବର୍ତ୍ତମାନ କୋଟିଆ ପଞ୍ଚାୟତରେ ଏହି ବିଜୟାନଗରମ ଜିଲ୍ଲାପାଳ ନିର୍ବାଚନ ପରିଚାଳନା ଦାୟିତ୍ବରେ ଅଛନ୍ତି। ବର୍ତ୍ତମାନ ଏହି ମାମଲା ସୁପ୍ରିମକୋର୍ଟରେ ରହିଥିବା ନିର୍ବାଚନ କରା ନ ଯାଉ ବୋଲି କୋରାପୁଟ ଜିଲ୍ଲାପାଳ ଏ.ଏମ ଅଖତର ଏହି ଚିଠିରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ, କୋର୍ଟ ଏହାର ଶୁଣାଣି କରି ଆନ୍ଧ୍ର ସରକାରଙ୍କୁ ଜବାବ ମାଗିଛନ୍ତି। ଏପରି ବିବାଦୀୟ ପରିସ୍ଥିତିରେ ତୁରନ୍ତ ନିର୍ବାଚନ ବନ୍ଦ କରାଯାଉ ବୋଲି ଜିଲ୍ଲାପାଳ କହିଛନ୍ତି।
ଭୁବନେଶ୍ୱର, ରାଜ୍ୟ ସଭାପତି ଏବଂ ବିରେଧୀ ଦଳ ନେତା ପ୍ରଥମେ କୋଟିଆ ଏବଂ ପରେ ଆନ୍ଧ୍ର-ଓଡିଶା ସୀମାନ୍ତବର୍ତୀ ଗାଁ ଗୁଡିକୁ ଗସ୍ତ କରି ସଂପୃକ୍ତ ଅଂଚଳର ଗ୍ରାମବାସୀଙ୍କ ସହ ସେମାନଙ୍କ ସମସ୍ୟା ସଂପର୍କରେ ଆଲୋଚନା କରି ବାସ୍ତବ ସ୍ଥିତି ପରଖିଥିଲେ । କୋଟିଆ ପରେ ଆଜି ବିଜେପି ନେତୃବୃନ୍ଦ ଗଜପତି ଜିଲ୍ଲା ଏବଂ ଗଂଜାମ ଜିଲ୍ଲାର ବିଭିନ୍ନ ସୀମାନ୍ତବର୍ତୀ ଅଂଚଳକୁ ଯାଇ ସ୍ଥାନୀୟ ଲୋକଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଆନ୍ଧ୍ର କରୁଥିବା ପଂଚାୟତ ନିର୍ବାଚନରେ ସାମିଲ ନହେବା ପାଇଁ ସୀମାନ୍ତବର୍ତୀ ଗ୍ରାମବାସୀଙ୍କୁ ରାଜ୍ୟ ସଭାପତି ସମୀର ମହାନ୍ତି ଅନୁରୋଧ କରିଛନ୍ତି । ସୀମାନ୍ତବର୍ତୀ ଅଂଚଳରେ ଆନ୍ଧ୍ର ପ୍ରଦେଶର କିଛି ସରକାରୀ ଅଫିସର ଲୋକମାନଙ୍କୁ ପ୍ରଭାବିତ କରୁଥିବାର ଦେଖିବାକୁ ମିଳିଥିଲା । ବିଜେପି ପ୍ରତିନିଧୀ ଦଳକୁ ଦେଖିବା ପରେ ଭୟଭୀତ ହୋଇ ଆନ୍ଧ୍ର ସରକାରୀ ଅଧିକାରୀମାନେ ଛତ୍ରଭଙ୍ଗ ଦେଇଥିଲେ । ଏହି ଅବସରରେ ବିଜେପି ନେତୃବୃନ୍ଦ ଲୋକଙ୍କ ମୌଳିକ…
ନୂଆଦିଲ୍ଲୀ, ଆଜି ରାତି 10ଟା 31 ମିନିଟରେ ନୂଆଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ଭୂକମ୍ପ ସୃଷ୍ଟି ହୋଇଛି। ରିଚେର ସ୍କେଲରେ ଏହାର ତୀବ୍ରତା 6.1 ବୋଲି ଜଣାପଡିଛି। ଏହି ଭୂକମ୍ପ ଦିଲ୍ଲୀ ସହିତ ରାଜସ୍ଥାନ, ଜମ୍ମୁକାଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତର ପ୍ରଦେଶ, ପଂଜାବର ବିଭିନ୍ନ ସ୍ଥାନରେ ଅନୁଭୂତ ହୋଇଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ତାଜାକିସ୍ଥାନ ବୋଲି ଜଣାପଡିଛି। ଏହି ଭୂକମ୍ପ ଭୂମିରୁ 80 କିଲୋମିଟର ତଳେ ସୃଷ୍ଟି ହୋଇଛି ବୋଲି ଜଣାପଡିଛି। ଏହାକୁ ନେଇ ସ୍ଥାନୀୟ ଲୋକେ ବେଶ୍ ଆତଙ୍କିତ ହୋଇପଡିଛନ୍ତି। ଲୋକମାନେ ଘର ଭିତରୁ ବାହାରକୁ ଚାଲିଆସିଛନ୍ତି। ଏହି ଭୂକମ୍ପ ପ୍ରାୟ 3 ସେକଣ୍ଡ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା। ରାଜସ୍ଥାନର ଜୟପୁରରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହୋଇଛି। ତେବେ ଏ ପର୍ଯ୍ୟନ୍ତ କ୍ଷୟକ୍ଷତିର କୌଣସି ଖବର ମିଳିପାରି ନାହିଁ।
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଫ୍ୟାମିଲି ପେନସନ୍ କ୍ଷେତ୍ରରେ ଏକ ସୁଦୂରପ୍ରସାରୀ ସଂସ୍କାର ଆଣିଛନ୍ତି। ଏହାର ସର୍ବାଧିକ ସୀମାକୁ ମାସିକ ୪୫,୦୦୦ ଟଙ୍କାରୁ ୧,୨୫,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର (ଡୋନିଅର) ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ ଦାୟିତ୍ବ), ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ଯାଳୟ, କାର୍ମିକ, ସାଧାରଣ ଅଭିଯୋଗ, ପେନସନ ପ୍ରଶାସନ, ଆଣବିକ ଶକ୍ତି ଓ ମହାକାଶ ରାଷ୍ଟ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ। ସେ କହିଛନ୍ତି, ଏହି ପଦକ୍ଷେପ ଫଳରେ ପରଲୋକଗତ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କ ‘ଜୀବନ ଧାରଣ ସହଜ’ ହେବା ସହିତ ସେମାନଙ୍କୁ ଯଥେଷ୍ଟ ଆର୍ଥିକ ସୁରକ୍ଷା ପ୍ରଦାନ ମିଳିପାରିବ। ମନ୍ତ୍ରୀ ଆହୁରି କହିଥିଲେ ଯେ, ମାତାପିତାଙ୍କ ମୃତ୍ୟୁ ପରେ ଯଦି ସେମାନଙ୍କର ସନ୍ତାନ ଫ୍ୟାମିଲି ପେନସନର ଦୁଇଟି କିସ୍ତି ଉଠାଇବା ଲାଗି ଅଧିକୃତ ହୋଇଥାନ୍ତି, ସେହି ଅର୍ଥରାଶିର ପରିମାଣ ସମ୍ପର୍କରେ ପେନସନ ଓ ପେନସନଭୋଗୀ କଲ୍ୟାଣ ବିଭାଗ (ଡିଓପିପିଡବ୍ଲୁ) ପକ୍ଷରୁ ସ୍ପଷ୍ଟୀକରଣ ଜାରି କରାଯାଇଛି। ଡ. ସିଂହ…
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଥାନା ଅନ୍ତର୍ଗତ ଜଗତସିଂହପୁର -ମାଛଗାଁ ରାସ୍ତାର ଯୋଗଧାରୀ ଠାରେ ଆଜି ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନାନୁଯାୟୀ ମୃତ ଯୁବକର ନାମ ଦେବେନ୍ଦ୍ର ବରାଳ (୩୦) ଓ ତାଙ୍କ ଘର ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳରେ ହୋଇଥିବା ବେଳେ ସେ ଶଶୁର ଘରକୁ ଆସିଥିଲେ। ଯୋଗଧାରୀ ଠାରେ ଆଜି ଦେବେନ୍ଦ୍ର ରାସ୍ତା ପାର ହେଉଥିବା ବେଳେ ‘ସାଇକ୍ରିଷ୍ଣା’ ନାମକ ଏକ ଘରୋଇ ବସ୍ ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଯେଉଁ ବସରେ ଦେବେନ୍ଦ୍ର ଦିନେ ହେଲଫର୍ ଥିଲେ ଆଜି ସେହି ବସ ତାଙ୍କ ଜୀବନ ନେଇଗଲା ବୋଲି କୁହାଯାଉଛି। ଏହି ଘଟଣା ପରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବିରେ ଦେବେନ୍ଦ୍ରଙ୍କ ସମ୍ପର୍କୀୟ ଓ ସ୍ଥାନୀୟ ଲୋକେ ଯୋଗଧାରୀ ଛକ…
ମୋହନା: ଗଜପତି ଜିଲ୍ଲା ଅଡବା ଥାନା ଏସ୍ଆଇ ଚନ୍ଦନ ଦାସ ଓ ପୁଲିସ କର୍ମଚାରୀ ପେଟ୍ରୋଲିଙ୍ଗ କରୁଥିବା ବେଳେ ବଜାର ଛକ ନିକଟରୁ ଏକ ମହିନ୍ଦ୍ରା ପିକଅପ ଭ୍ୟାନରୁ ଶାଳକାଠ ଜବତ କରିଛନ୍ତି। ୬୯.୭୪ ଘନଫୁଟ ଶାଳ ସାଇଜ କାଠ ଓ ୮୧୦ ଘନଫୁଟ ପିଆଶାଳ ସାଇଜ କାଠ ଜବତ କରିବା ସହ ଚାଲାଣରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରି ମୋହନା ବନ ବିଭାଗକୁ ହସ୍ତାନ୍ତର କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଖଣ୍ଡଦୋଳି ଗ୍ରାମର ସୀମାଞ୍ଚଳ ସେଠି(୨୯) ଓ ବଲାଙ୍ଗିର ଜିଲ୍ଲା ଲୋଉସିଂ ଗ୍ରାମର ଦିନେଶ ଦୋରା (୨୫)। ଅଭିଯୁକ୍ତ ଦୁହେଁ ଅଡ଼ବା ଥାନା ଗୁଲୁବା ଅଂଚଳରୁ କାଠ ନେଇ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଅଭିମୁଖେ ଚାଲାଣ କରୁଥିବା ବେଳେ ୧୪୮ ଗୋଟି ସାଇଜ୍ ଶାଳ କାଠ ଓ ୩ଗୋଟି ପିଆଶାଳ ସାଇଜ୍ କାଠ ଜବତ କରାଯାଇଛି। ପୁଲିସ ଯାଞ୍ଚ କରି କାଠ ସହ…
ସୀତାରାମ ଅଗ୍ରୱାଲ ବାଣପୁର: ଇତିହାସର ପୃଷ୍ଠା ଯଦି ଓଲଟାଇବା ତେବେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁରର ସ୍ଥାନ ସ୍ଵତ୍ରନ୍ତ୍ର। ଏଠାର ମୁଖ୍ୟ ଆକର୍ଷଣ ହେଉଛି ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ବାଣପୁର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀ ମନ୍ଦିର। ତତ୍ ସହିତ ବେତ ତିଆରି କଳା ହସ୍ତଶିଳ୍ପୀ ପାଇଁ ସାର ଦେଶରେ ବାଣପୁରର ଏକ ନିଆରା ପରିଚୟ ରହିଛି। ଶାଳିଆ ଡ୍ୟାମ, ଦକ୍ଷେଶ୍ୱର ମନ୍ଦିର, ଡୁଡୁଆ ଜଳପ୍ରପାତ, ବରବରା ସ୍ଥିତ ଏସିଆର ସର୍ବବୃହତ ଶାଗୁଆନ ଜଙ୍ଗଲ ଆଦି ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରରେ ବାଣପୁରର ମାନକୁ ଆହୁରି ବୃଦ୍ଧି କରୁଛି। ଐତିହାସିକ ଗୁରୁତ୍ୱ ଅନୁଯାୟୀ, ବାଣପୁର ଥିଲା ପାଇକ ବିଦ୍ରୋହର ଏକ କେନ୍ଦ୍ରସ୍ଥଳୀ। ପଲଟନ ପଡିଆ ଏହାର ମୂକଶାଖୀ। ସ୍ଵାଧୀନତା ପୂର୍ଵରୁ ଓ ପରେ ବହୁ ସୁଯୋଗ୍ୟ ସନ୍ତାନମାନଙ୍କୁ ସୃଷ୍ଟି କରିଛି ଏ ମାଟି। ଏହି ମାଟିରୁ ବହୁ ସ୍ଵାଧୀନତା ସଂଗ୍ରାମୀ, ଲେଖକ, କବି, ସମାଜସେବୀ, ମନ୍ତ୍ରୀ, ରାଜନେତା ସର୍ବଭାରତୀୟ ସ୍ତରରେ ସକ୍ରିୟ ଥିଲେ ଏବଂ…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୭୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସୁନ୍ଦରଗଡରୁ ୧୧, ମୟୂରଭଞ୍ଜରୁ ୯, ବାଲେଶ୍ବରରୁ ୬, ବରଗଡରୁ ୬, କଟକରୁ ୬, ଅନୁଗୁଳରୁ ୫, ଖୋର୍ଦ୍ଧାରୁ ୫, ସମ୍ବଲପୁରରୁ ୪, ଗଜପତିରୁ ୩, ରାୟଗଡ଼ାରୁ ୩, ଗଞ୍ଜାମରୁ ୨, ଝାରସୁଗୁଡ଼ାରୁ ୨, କଳାହାଣ୍ଡିରୁ ୨, ନୂଆପଡ଼ାରୁ ୨, ବଲାଙ୍ଗୀରିରୁ ୧, ଦେବଗଡ଼ରୁ ୧, କେନ୍ଦ୍ରାପଡ଼ାରୁ ୧, କେନ୍ଦୁଝରରୁ ୧ ଏବଂ ଷ୍ଟେଟ ପୁଲରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୩ ହଜାର ୩୫୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୪୨ କୁ ବୃଦ୍ଧି ହୋଇଛି। ତେବେ ୭୨୮ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ୨୦୦୦ ଟଙ୍କା ଲେଖାଏଁ କାଳିଆ ସହାୟତା ପ୍ରଦାନ କରିଛନ୍ତି। ସମୁଦାୟ ୧୨୭୨ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି। ଏହି ଟଙ୍କା ଚାଷୀମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ ଯେ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀ ମାନଙ୍କୁ କୃଷି ଓ ଆନୁଷାଙ୍ଗିକ କାର୍ଯ୍ୟରେ ସହାୟତା କରିବା ପାଇଁ ୨୦୧୯ ମସିହାରେ କାଳିଆ ଯୋଜନା ଆରମ୍ଭ ହୋଇଥିଲା। ଏହି ଯୋଜନା ଆଜି ଜାତୀୟ ସ୍ତରରେ ଏକ ଆଦର୍ଶ ଯୋଜନା ହୋଇପାରିଛି। ବିଶ୍ବବ୍ୟାଙ୍କ ତଥ୍ୟ ଅନୁଯାୟୀ କାଳିଆ ଯୋଜନା କାର୍ଯ୍ୟକାରୀ ହେବା ପରେ ପୂର୍ବ ବର୍ଷ ଅପେକ୍ଷା ଚାଷୀ ମାନଙ୍କ ଋଣ ଭାର ଅପେକ୍ଷାକୃତ କମିପାରିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ‘ମୁଁ ଚାହେଁ, ମୋ ରାଜ୍ୟର ଚାଷୀ ତାର ଉତ୍ପାଦିତ ଜିନିଷର ଉଚିତ୍ ମୂଲ୍ୟ ପାଉ। ମୁଁ ଚାହେଁ, ଚାଷୀର…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଜଣେ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୯୨୫ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୫୨୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୩୭ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୭ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ଭୁବନେଶ୍ୱର: ଆସନ୍ତା ୧୮ ତାରିଖରୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ତେବେ ଏହି ଅଧିବେଶନ ଲାଗି ନୂଆ ଗାଇଡଲାଇନ ଜାରି କରାଯାଇଛି। ଅଧିବେଶନ ପୂର୍ବରୁ ସବୁ ବିଧାୟକମାନଙ୍କର କରୋନା ପରୀକ୍ଷା ହେବ। ଆସନ୍ତା ଫେବୃଆରୀ ୧୫ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ବିଧାନସଭା ପରିସରରେ କରୋନା ପରୀକ୍ଷା ହେବ। ୧୫ ଓ ୧୬ ତାରିଖ ସକାଳ ସାଢେ ୮ଟାରୁ ୧ଟା ୩୦ ପର୍ଯ୍ୟନ୍ତ ଓ ଅପରାହ୍ଣ ୩ଟାରୁ ୫ଟା ଯାଏଁ କୋଭିଡ୍ ପରୀକ୍ଷା ହେବ। ସେହିଭଳି ୧୭ ତାରିଖରେ ୮ଟା ୩୦ରୁ ୧ଟା ୩୦ ପର୍ଯ୍ୟନ୍ତ ବିଧାୟକମାନଙ୍କର କୋଭିଡ୍ ପରୀକ୍ଷା ହେବ। ବିଧାୟକମାନଙ୍କ ସମେତ ସେମାନଙ୍କର ସୁରକ୍ଷାକର୍ମୀ, ଡ୍ରାଇଭରମାନଙ୍କୁ ମଧ୍ୟ ପରୀକ୍ଷା କରିବାକୁ ପଡିବ।ଏହାସହ ସଚିବାଳୟର ସମସ୍ତ ଷ୍ଟାଫଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଷ୍ଟାଫ୍, ମନ୍ତ୍ରୀ, ବିରୋଧୀ ଦଳର ନେତାଙ୍କର ମଧ୍ୟ କୋଭିଡ୍ ଟେଷ୍ଟ ହେବ ବୋଲି କୁହାଯାଇଛି। ଅଧିବେଶନ ଚାଲିଥିବା ସମୟରେ ଯଦି କୌଣସି ସଦସ୍ୟ ଅସୁସ୍ଥ…
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଯେତେ ନିକଟ ହେଉଛି ତୃଣମୂଳ କଂଗ୍ରେସ ଦଳରୁ ବହୁ ବିଧାୟକ, ମନ୍ତ୍ରୀ, ସାଂସଦ ନିଜ ପଦବୀରୁ ଇସ୍ତଫା ଦେଉଛନ୍ତି। ଆଜି ଆଉ ଜଣେ ଦଳର ବରିଷ୍ଠ ନେତା ତଥା ସାଂସଦ ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି। ସାଂସଦ ଦୀନେଶ ତ୍ରିବେଦୀ ଆଜି ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି। ଦୀନେଶ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରି ଆସିଛନ୍ତି। ଦୀନେଶ ତ୍ରିବେଦୀ ଇସ୍ତଫା ଦେବା ପରେ କହିଛନ୍ତି ଯେ, ‘ମୋତେ ରାଜ୍ୟସଭାକୁ ପଠାଇଥିବା ଦଳ ପାଇଁ ମୁଁ କୃତଜ୍ଞ। ମୋ ରାଜ୍ୟରେ ହିଂସା ବଢୁଥିବା ବେଳେ ମୁଁ କିଛି କରିପାରୁନାହିଁ। ସେଥିପାଇଁ ମୋର ଅନ୍ତରାତ୍ମା ମତେ ସାଂସଦରୁ ଇସ୍ତଫା ଦେବା ପାଇଁ କହିଛି, ହେଲେ ମୁଁ ପୂର୍ବ ପରି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ କାର୍ଯ୍ୟ ଜାରି ରଖିବି। ତେବେ ଦୀନେଶ ତ୍ରିବେଦୀ ଟିଏମସିରେ ରହିବେ ନା ଅନ୍ୟ ଦଳରେ ସାମିଲ ହେବେ, ତାହା ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ।
କନ୍ଦର୍ପ ବେହେରା ରେଢାଖୋଲ: ଚାରମାଳ ନିକଟରେ ଆଜି ସକାଳେ ବାଇକ ଦୁର୍ଘଟଣାରେ ଜଣେ ଯୁବକ ମୃତ୍ୟୁବରଣ କରିଥିବା ବେଳେ ଦୁଇଜଣ ଯୁବକ ଆହତ ହୋଇ ରେଢାଖୋଲ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣା ପଡିଛି। ପ୍ରକାଶ ଯେ, ଚାରମାଳ ଥାନା ବଂଶାଜାଲ ପଂଚାୟର ଭଟକାପଡା ଗ୍ରାମର ଆଇବାନ ଦେହୁରୀ(୨୨) ଏବଂ ସାଙ୍ଗ ଅଜିତ୍ ଦେହୁରୀ ଏବଂ ସୁକେଶ୍ ଦେହୁରୀ ଚାରମାଳ ଏଟିଏମ୍ କୁ ଟଙ୍କା ଉଠାଇବାକୁ ନିଜର ଏକ ମୋଟର ସାଇକେଲରେ ଯାଉଥିବା ବେଳେ ଚାରମାଳ ନିକଟରେ ବାଇକଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆଇବାନ ଦେହୁରୀ(୨୨) ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଦୁଇଜଣ ସାଙ୍ଗ ଗୁରୁତର ଆହତ ହୋଇ ରେଢାଖୋଲ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣା ପଡିଛି। ଚାରମାଳ ପୋଲିସ୍ ଶବ କୁ ଘଟଣା ସ୍ଥଳରୁ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣା ପଡିଛି।
ସୀତାରାମ ଅଗ୍ରୱାଲ ବାଣପୁର: ମୋଟର ସାଇକେଲ ଡ଼ିକି ଭାଙ୍ଗି ସ୍ପଷ୍ଟ ଦିବାଲୋକରେ ଦୁଇ ଲକ୍ଷ ଟଙ୍କା ଲୁଟ୍ ହୋଇଯାଇଥିବା ଅଭିଯୋଗ ହୋଇଛି। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସମ୍ମୁଖରୁ ଏପରି ଏକ ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି। ସୂଚନା ମୁତାବକ ଆଜି ମଧ୍ୟାହ୍ନରେ ବଡସିରେଇପୁର ଗ୍ରାମର ନେତ୍ରାନନ୍ଦ ମହାନ୍ତି ବାଣପୁର ସ୍ଥିତ ନିଜ ଗୃହ ନିର୍ମାଣ କାର୍ଯ୍ୟ ନିମନ୍ତେ ଷ୍ଟେଟ ବ୍ୟାଙ୍କରୁ ଦୁଇ ଲକ୍ଷ ଟଙ୍କା ଉଠାଇ ନିଜ ବାଇକ ଡ଼ିକିରେ ରଖିଥିଲେ। ଏବଂ ସେଠାରୁ ସେ ବାଣପୁର ଶିଶୁ ମନ୍ଦିରକୁ ନିଜ ପିଲାଙ୍କ ବହି ଫେରେଇବାକୁ ଯାଇଥିଲେ। ତେବେ କାମ ସାରି ଫେରିଲାବେଳକୁ ଦଶ ମିନିଟ ମଧ୍ୟରେ ବାଇକର ଡ଼ିକି ଲକ ଭଙ୍ଗା ଥିବା ସହ ଡ଼ିକି ଖାଲି ଥିବା ମଧ୍ୟ ଦେଖିବାକୁ ପାଇଥିଲେ। ଏ ନେଇ ଶ୍ରୀ ମହାନ୍ତି ଶିଶୁ ମନ୍ଦିର କର୍ତ୍ତୃପକ୍ଷଙ୍କୁ ଜଣାଇବାରୁ ସ୍କୁଲ ସିସିଟିଭିରେ ଲୁଟର ସମସ୍ତ ଘଟଣାମାନ କଏଦ ହୋଇଥିବା ଜଣାପଡିଛି। ତେବେ ଶ୍ରୀ…
ନୂଆଦିଲ୍ଲୀ: ବେଙ୍ଗାଲୁରୁ ନ୍ୟାଶନାଲ କ୍ରିକେଟ ଆକାଡେମୀରେ ବିସିସିଆଇ ପକ୍ଷରୁ ଇଂଲଣ୍ଡ ବିପକ୍ଷ ଟି-୨୦ ଓ ଟି-୨୦ ବିଶ୍ୱକପ ପାଇଁ ୧୫ରୁ ୨୦ ଖେଳାଳିଙ୍କୁ ତାଲିମ ଦିଆଯାଉଛି। ଏହାସହିତ ଖେଳାଳିଙ୍କ ଫିଟନେଶ୍ ପରୀକ୍ଷା ମଧ୍ୟ କରାଯାଉଛି। ବେଙ୍ଗାଲୁରୁ ନ୍ୟାଶନାଲ କ୍ରିକେଟ ଆକାଡେମୀରେ ହୋଇଥିବା ଫିଟନେଶ୍ ପରୀକ୍ଷାରେ ୬ ଭାରତୀୟ କ୍ରିକେଟ ଖେଳାଳି ବିଫଳ ହୋଇଛନ୍ତି। ଏହି ଫିଟନେଶ ପରୀକ୍ଷାରେ ଓ୍ୱିକେଟ୍ କିପର ସଞ୍ଜୁ ସାମସନ, ଇଶାନ କିଶନ, ନୀତିଶ ରାଣା, ରାହୁଲ ତେଓ୍ୱାତିଆ, ସିଦ୍ଧାର୍ଥ କୌଲ ଓ ଜୟଦେବ ଉନାଦକତ ଫେଲ ହୋଇଛନ୍ତି। ତେବେ ଏମାନଙ୍କୁ ପୁଣି ଥରେ ନିଜକୁ ପ୍ରମାଣିତ କରିବାକୁ ସୁଯୋଗ ଦିଆଯିବ। ସୂଚନା ଅନୁଯାୟୀ, ଯଦି ଦ୍ୱିତୀୟ ଥର ପାଇଁ ଏହି ଖେଳାଳିମାନେ ଫିଟନେଶ ପରୀକ୍ଷାରେ ଫେଲ୍ ହୁଅନ୍ତି, ତେବେ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ଏମାନେ ମନୋନୀତ ହେବା ଅସମ୍ଭବ ହୋଇପଡ଼ିବ। ଫିଟନେଶ ପରୀକ୍ଷାରେ ପାସ କରିବାକୁ ହେଲେ ଓ୍ୱିକେଟ୍ କିପର ଓ ସ୍ପିନରଙ୍କ ପାଇଁ ୮…

