Author: Samikhsya Bureau

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ବେଶ୍ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି। ଆଜି ନନ୍ଦିଗ୍ରାମରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମ୍ବୋଧିତ କରିବେ। ହେଲେ ଏହି ରାଲିରେ ଟିଏମସି ସାଂସଦ ଶିଶିର ଅଧିକାରୀ ଏବଂ ଦେବେନ୍ଦୁ ଅଧିକାରୀଙ୍କୁ ଯୋଗଦେବା ପାଇଁ ଡକାଯାଇ ନାହିଁ। ତ୍ରୁଣମୂଳ କଂଗ୍ରେସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଉଭୟଙ୍କୁ ଜାଣିଶୁଣି ଏଥିରୁ ଦୂରେଇ ଦିଆଯାଇଛି। ପଶ୍ଚିମବଙ୍ଗର କାନ୍ଥିରୁ ସାଂସଦ ଥିବା ଶିଶିର ଅଧିକାରୀ ନିକଟରେ ଟିଏମସି ବିରୋଧରେ ଖୋଲାଖୋଲି ବିବୃତ୍ତି ଦେଇଛନ୍ତି। ଏହା ବ୍ୟତୀତ ତାମଲୁକ ଲୋକସଭାର ସାଂସଦ ଦେବେନ୍ଦୁ ଅଧିକାରୀ ମଧ୍ୟ ଦଳର କାର୍ଯ୍ୟକାରିତା ଉପରେ ପ୍ରଶ୍ନ କରିଛନ୍ତି। ଟିଏମସି ଏବଂ ମମତା ବାନାର୍ଜୀଙ୍କ ଉପରେ ରାଗିବା ପରେ ସେମାନେ ବିଜେପିରେ ଯୋଗ ଦେବେ ବୋଲି ସମ୍ଭାବନା ରହିଛି। ତେବେ ସେମାନେ ବିଜେପିକୁ ଯିବା ପୂର୍ବରୁ ମମତା ଉଭୟଙ୍କୁ ଦଳରୁ ଅଲଗା କରିଦେଇଛନ୍ତି। ପଶ୍ଚିମବଂଗ ରାଜନୀତିରେ ଅଧିକାରୀ ପରିବାରର ଦବଦବା…

Read More

ଭୁବନେଶ୍ବର: ରାଜ୍ୟରେ ଆଜି ୧୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୭୯ ଜଣ ଚିହ୍ନଟ ହୋଇଥିବାବେଳେ ୫୫ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୩ ହଜାର ୪୪୪ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୨୯ ହଜାର ୫୪୬ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ହଜାର ୯୪୪ ଜଣ। ସେହିପରି ରାଜ୍ୟରୁ ଆଉ ଜଣେ କରୋନା ଆକ୍ରାନ୍ତ ଆଜି ମୃତ୍ୟୁବରଣ କରିଛନ୍ତି। ଏହି ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୦୧ କୁ ବୃଦ୍ଧି ହୋଇଛି। ଆଜି ରାଜ୍ୟର ୨୧ ଟି ଜିଲ୍ଲାରୁ ମୋଟ୍‌ ୧୩୪ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ…

Read More

ରମେଶ ମହାନ୍ତି ଜଗତସିଂହପୁର: କୁଜଙ୍ଗ ବ୍ଲକ ଅନ୍ତର୍ଗତ ବଡବାଲିକଣି ଗ୍ରାମରେ ଏକ ହୃଦୟବିଦାରକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଭାଇର ମଙ୍ଗଳକାମନା କରିବା ସହ ନିଜର ସୁରକ୍ଷା ପାଇଁ ବହୁ ଆଶା ଭରସା କରି ଭଉଣୀଟିଏ ରାକ୍ଷୀ ବାନ୍ଧିଥାଏ ଭାଇ ହାତରେ। ହେଲେ ସେହି ଭାଇ ଯଦି ଭଉଣୀ ହାତରେ ଲୁହାର ବେଡି ପକେଇ ବନ୍ଦୀ ଜୀବନ ଅତିବାହିତ କରିବାପାଇଁ ବାଧ୍ୟ କରିବ ତେବେ କାହାକୁ ଗୁହାରି କରିବ ଭଉଣୀ। ଶିକୁଳିରେ ବନ୍ଧା ତାଙ୍କର ଲୋମଟାଙ୍କୁରା କାହାଣୀ ସମସ୍ତଙ୍କୁ ବ୍ୟଥିତ କରିଛି। ସୂଚନାନୁଯାୟୀ ବଡବାଲିକଣି ଗ୍ରାମର ଅର୍ଜୁନ ଦାସ ଓ ତାଙ୍କ ପତ୍ନୀଙ୍କ ମୃତ୍ୟୁ ପରେ ପୁଅ ଅଭୟ ଓ ଝିଅ ସୀତା ସେଠାରେ ରହୁଥିଲେ। ହେଲେ ଏମିତି କ’ଣ ଘଟିଲା ଯେ ଦୀର୍ଘ ସାତବର୍ଷ ହେବ ଏକ ପରିତ୍ୟକ୍ତ ଘରେ ଭଉଣୀର ଗୋଡକୁ ଶିକୁଳିରେ ବାନ୍ଧି ରଖିଥିଲା ଭାଇ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଶୋଇବାକୁ ଦୁଇଟି ସିମେଣ୍ଟ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ନୂଆବର୍ଷ ଆରମ୍ଭରୁ ରାଜ୍ୟରେ ନୂତନ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ପୋଲିସ୍ ଏବଂ ଟ୍ରାଫିକ୍ ବିଭାଗ ପକ୍ଷରୁ ଚେକିଂ ଜୋର୍‌ଦାର କରାଯାଇ ନିୟମ ଖିଲାପକାରୀଙ୍କଠାରୁ ଜୋରିମାନା ଆଦାୟ କରାଯାଉଛି। ବିଶେଷ କରି ଗାଡ଼ି ଚଳାଇବାବେଳେ ଡ଼ବଲ୍ ହେଲ୍‌ମେଟ୍ ବ୍ୟବହାର ନେଇ ପୋଲିସ୍ ପକ୍ଷରୁ ଗୁରୁତ୍ୱ ଦିଆଯିବା ସହ ନିୟମ ଉଲ୍ଲଂଘନକାରୀଙ୍କଠାରୁ ତଣ୍ଡ ଆଦାୟ କରାଯାଉଛି। ବ୍ରହ୍ମପୁର ଟ୍ରାଫିକ୍ ପୋଲିସ୍ ପକ୍ଷରୁ ଆଜି ଇଂଜିନିୟରିଂ ସ୍କୁଲ ମୁଖ୍ୟଛକଠାରେ ଗାଡ଼ି ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ ନିୟମ ମାନୁନଥିବା ଅଭିଯୋଗରେ ୧୭ହଜାର ୭୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଥିବାବେଳେ ମାସ୍କ ପରିଧାନ କରିନଥିବା ବ୍ୟକ୍ତିବିଶେଷଙ୍କଠାରୁ ୨୩୦୦ ଟଙ୍କା ଆଦାୟ ହୋଇଛି। ସେହିପରି ନିୟମ ଭଂଗ କରିଥିବା ୨୦ଟି ଲାଇସେନସ୍ ରଦ୍ଧ ପାଇଁ ସୁପାରିଶ ହୋଇଥିବା ଟ୍ରାଫିକ୍ ପୋଲିସ୍ ପକ୍ଷରୁ ସୂଚନା ମିଳିଛି। ବାରମ୍ବାର ସଚେତନ କରାଗଲେ ମଧ୍ୟ ଲୋକେ ବିନା ହେଲ୍‌ମେଟ ଓ ବିନା ମାସ୍କରେ ସହରରେ…

Read More

ନୂଆଦିଲ୍ଲୀ, ସୈଫ ଅଲ୍ଲୀ ଖାନଙ୍କ ଅଭିନୀତ ୱେବ୍ ସିରିଜ୍ ‘ତାଣ୍ଡବ’ର ମୁକ୍ତିଲାଭକୁ ନେଇ ବିବାଦ ଦେଖା ଦେଇଛି। ୱେବ୍ ସିରିଜରେ ହିନ୍ଦୁ ଭାବନାକୁ ଖରାପ ଢଙ୍ଗରେ ଚିତ୍ରଣ କରାଯାଇଛି ବୋଲି ଅଭିଯୋଗ ହୋଇଛି। ଏଥିସହିତ ପ୍ରଧାନମନ୍ତ୍ରୀ ପରି ସମ୍ମାନଜନକ ପଦ ଗ୍ରହଣ କରିଥିବା ବ୍ୟକ୍ତିଙ୍କୁ ମଧ୍ୟ କଦର୍ଥ ଭାବେ ଚିତ୍ରଣ କରାଯାଇଛି। ରବିବାର ବିଳମ୍ବିତ ରାତିରେ ଏହି ୱେବ ସିରିଜ ବିରୋଧରେ ଏଫ୍ଆଇଆର୍ ରୁଜୁ କରାଯାଇଛି। ଲକ୍ଷ୍ନୌର ହଜରତଗଞ୍ଜ ଥାନାରେ ଏହି ଏତଲା କରାଯାଇଛି। ଏଥିରେ ନିର୍ଦ୍ଦେଶକ ଅଲି ଅବ୍ବାସ ଜାଫର, ନିର୍ଦ୍ଦେଶକ ହିମାଂଶୁ କୃଷ୍ଣ ମେହେରା, ଲେଖକ ଗୈରବ ସୋଲାଙ୍କି ଏବଂ ଆମାଜନ ପ୍ରାଇମର ଭାରତର ମୁଖ୍ୟ ଅପର୍ନା ପୁରୋହିତ ନାମ ରହିଛି। ଏହି ଏତଲାରେ କୁହାଯାଇଛି ଯେ,ଏହି ୱେବ ସିରିଜର ଅନେକ ଅଂଶ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ଏହି ସିରିଜ୍ ଦେଖିବା ପରେ ଜଣାପଡିଛି ଯେ ପ୍ରଥମ ଏପିସୋଡର 17 ତମ ମିନିଟରେ, ନିମ୍ନ…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ତୁନଗାଁ ଠାରୁ ଅଁଳାଗୁଡା ପ୍ରଧାନମନ୍ତ୍ରୀ ସଡକ ଯୋଜନା ରାସ୍ତା ନିର୍ମାଣ ହେବାର ଅଳ୍ପ ଦିନ ପରେ କଦର୍ଯ୍ୟ ହେବାକୁ ବସିଥିବା ଅଭିଯୋଗ ହେଉଛି। ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ବିଭାଜନ ଅଧିନରେ ହୋଇଥିବା ଏହି ରାସ୍ତା ତୁନଗାଁ ଠାରୁ ୧ କି.ମି. ସିମେଂଟ କଂକ୍ରିଟ ରାସ୍ତା ସହିତ ମୋଟ ୭ କି.ମି. ୬୩୦ ମି. ରାସ୍ତା ନିର୍ମାଣ କରାଯାଇଥିବା ଜଣାପଡିଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ୟାକେଜ ନଂ. ଓଆର-୧୫-୪୩୭/ବି-୧ ରେ ୨କୋଟୀ ୬୫ ଲକ୍ଷ ୩୭ ହଜାର ଟଙ୍କା ବ୍ୟୟ ଅଟକଳ ମୂଲ୍ୟରେ ନିର୍ମାଣ କରାଯାଇଥିବା ଏହି ରାସ୍ତା ଗତ ୨୫.୦୬.୨୦୧୯ ରେ ଆରମ୍ଭ କରାଯାଇ ୨୪.୦୩.୨୦୨୦ ଦିନ ଶେଷ ହେବାକୁ ଥିଲେହେଁ ଅଳ୍ପ କିଛିଦିନ ହେବ ଏହାର ନିର୍ମାଣ ଶଷେ ହୋଇଥିବା ଗ୍ରାମବାସୀଙ୍କ ସୂତ୍ରରୁ ପ୍ରକାଶ। ରାସ୍ତା ନିର୍ମାଣ ଶେଷ ହେବାର ଅଳ୍ପ ଦିନ ପରେ ନିମ୍ନ ମାନର…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୩ ହଜାର ୭୮୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତ ୧୪୫ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୫ ଲକ୍ଷ ୭୧ ହଜାର ୭୭୩ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୨ ହଜାର ୪୧୯ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨ ଲକ୍ଷ ୧୧ ହଜାର ୩୪୨ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍‌ କେସ୍‌ ୩ ଲକ୍ଷ ତଳେ ରହିଛି। ଦେଶରେ କରୋନାରୁ ୨ ଲକ୍ଷ ୮ ହଜାର ୧୨ ଆକ୍ଟିଭ୍‌ କେସ୍ ରହିଛି।

Read More

ଭୁବନେଶ୍ବର, ଆଜିଠାରୁ ଆରମ୍ଭ ହେଉଛି ରାଜାରାଣୀ ସଂଗୀତ ଉତ୍ସବ। ପ୍ରତିବର୍ଷ ଏହି ଉତ୍ସବ ଭୁବନେଶ୍ବରର ରାଜାରାଣୀ ମନ୍ଦିରରେ ଆୟୋଜିତ ହୋଇଥାଏ। ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ବାରା ଆୟୋଜିତ ଏହି ଉତ୍ସବ ତିନିଦିନ ଧରି ଚାଲିବ। ଚଳିତ ବର୍ଷ ଓଡିଶୀ ସଂଗୀତ ସହିତ କର୍ଣ୍ଣାଟକୀ ଏବଂ ହିନ୍ଦୁସ୍ଥାନୀ କଣ୍ଠସଂଗୀତ ପରିବେଷଣ ହେବ। ସେହିପରି ଯନ୍ତ୍ର ସଂଗୀତ ପର୍ଯ୍ୟାୟରେ ତବଲା, ସୀତାର ଏବଂ ଓଡିଶୀ ମର୍ଦ୍ଦଳ ପରିବେଷଣ ହେବ। ଜାଣନ୍ତୁ କେଉଁଧିନ କଣ ରହିଛି କାର୍ଯ୍ୟକ୍ରମ..

Read More

ନୂଆଦିଲ୍ଲୀ, ଘିଅ ପ୍ରତ୍ୟେକ ଘରେ ବ୍ୟବହୃତ ହୁଏ । ତା’ପରେ ଏହା ରୁଟି ହେଉ କିମ୍ବା ପନିପରିବା ହେଉ, ଏହାର ସ୍ୱାଦ ଘିଅ ବିନା ଅସମ୍ପୂର୍ଣ୍ଣ ରହିଥାଏ । ଯଦି ଆପଣ ମଧ୍ୟ ଘିଅ ବିନା ଖାଦ୍ୟ ଖାଆନ୍ତି ନାହିଁ, ତେବେ ପ୍ରଥମେ ଆପଣ ଏହାର କିଛି ଅସୁବିଧା ବିଷୟରେ ଜାଣିଥିବେ । ତେବେ ଆସନ୍ତୁ ଜାଣିବା ଘିଅରୁ ହୋଇଥିବା କ୍ଷତି ବିଷୟରେ – ଘିଅ ଗର୍ଭବତୀ ମହିଳାମାନଙ୍କ ପାଇଁ ଉପକାରୀ ବୋଲି ବିବେଚନା କରାଯାଏ କିନ୍ତୁ ଗର୍ଭାବସ୍ଥାର ପ୍ରାରମ୍ଭିକ ମାସରେ ଘିଅକୁ ଖାଇବା ଉଚିତ୍ ନୁହେଁ । ଏହା ଆପଣଙ୍କ ପାଇଁ ସାଂଘାତିକ ହୋଇପାରେ । ଅନ୍ୟ ପଟେ, ଯଦି ଘିଅକୁ ବହୁ ପରିମାଣରେ ଖିଆଯାଏ, ତେବେ ଏହା ଅଦୃଶ୍ୟତା ଏବଂ ଖରାପ ଗତିର କାରଣ ହୋଇପାରେ । ଥଣ୍ଡା ଏବଂ କଫ ଥିଲେ ଘିଅ ଖାଇବା ଆପଣଙ୍କ ପାଇଁ କ୍ଷତିକାରକ ।  ଘିଅ ଖାଇବା ଦ୍ବାରା କଫ ସୃଷ୍ଟି…

Read More

ନୂଆଦିଲ୍ଲୀ, ଆଜିକାଲି ପ୍ରତ୍ୟେକ ଘରେ ତୁଳସୀ ଗଛ ଦେଖିବାକୁ ମିଳେ। ପରିବାରରେ ସୁଖ ଏବଂ ସମୃଦ୍ଧତା ଆଣିବା ପାଇଁ ତୁଲସୀଙ୍କୁ ପୂଜା କରାଯାଏ। ସେହିପରି ତୁଲସୀ ମାଳା ପିନ୍ଧିବା ଭଲ ବୋଲି ବିବେଚନା କରାଯାଏ। କୁହାଯାଏ ଯେ ଯଦି ଭଗବାନ ବିଷ୍ଣୁ ଏବଂ କୃଷ୍ଣଙ୍କ ଭକ୍ତମାନେ ତୁଳସୀ ମାଳ ପିନ୍ଧନ୍ତି, ତେବେ ସେମାନେ ବହୁତ ଲାଭ ପାଆନ୍ତି। ତୁଳସୀ ମାଳ ପିନ୍ଧିବାର ଲାଭ: ବେକରେ ତୁଳସୀ ମାଳ ପିନ୍ଧିବା ଦ୍ୱାରା ଜୀବଶକ୍ତି ବୃଦ୍ଧି ପାଇଥାଏ, ଅନେକ ରୋଗରୁ ମୁକ୍ତି ମଧ୍ୟ ମିଳିଥାଏ। ଏହାକୁ ବେକରେ ପିନ୍ଧିବା ଦ୍ୱାରା ଶରୀରକୁ ସଫା, ରୋଗମୁକ୍ତ ଏବଂ ସ୍ବାତିକ ହୋଇଥାଏ। ତୁଳସୀ ମାଳ ସହିତ ଭଗବାନଙ୍କ ନାମ ଜପ କରିବା ଏବଂ ଏହାକୁ ବେକରେ ପିନ୍ଧିବା ଆବଶ୍ୟକୀୟ ଆକ୍ୟୁପ୍ରେସର ପଏଣ୍ଟ ଉପରେ ଚାପ ପକାଇଥାଏ, ଯାହା ମାନସିକ ଉତ୍ତେଜନାକୁ ଉପକାର କରିଥାଏ, ସଂକ୍ରାମକ ରୋଗରୁ ରକ୍ଷା କରିଥାଏ। ଶରୀର-ସ୍ୱାସ୍ଥ୍ୟରେ ଉନ୍ନତି ଆଣେ ଏବଂ ଦୀର୍ଘାୟୁ କରିବାରେ…

Read More

ମେଷ- ଆପଣଙ୍କର ବୁଝାମଣା ଏବଂ ପ୍ରୟାସ ନିଶ୍ଚିତ ଭାବରେ ଆପଣଙ୍କୁ ସଫଳ କରିବ । ଆପଣ କଳାକ୍ଷେତ୍ର ପ୍ରଦର୍ଶନରୁ ଖ୍ୟାତି ଏବଂ ସମ୍ମାନ ପାଇବେ। ସାମାଜିକ ଦୃଷ୍ଟିରୁ, ବୃତ୍ତିଗତ କ୍ଷେତ୍ରରେ ମଧ୍ୟ ଆପଣଙ୍କ ଅଂଶୀଦାରମାନଙ୍କ ପାଇଁ ସମୟ ଅନୁକୂଳ ଅଟେ । ଆପଣ ମନୋରଞ୍ଜନ କ୍ଷେତ୍ରରେ ଆଗ୍ରାହୀ ରହିବେ ସହିତ ମନୋରଞ୍ଜନକୁ ଉପଭୋଗ କରିବେ । ବ୍ୟବସାୟୀମାନେ ସଂଗ୍ରହ ଟଙ୍କା ଫେରି ପାଇବାର ସମ୍ଭାବନା ଅଛି । ବୃଷ- ଆପଣଙ୍କ ଘରେ ଧାର୍ମିକ କାର୍ଯ୍ୟ ହେବ, ପରିବାରରେ ଖୁସିର ପରିବେଶ ରହିବ। ସଫଳତା ପାଇବେ। ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ନୂତନ କାର୍ଯ୍ୟ ପାଇଁ ଖୁସି ହେବେ। ମଧ୍ୟଭାଗ ପରେ କ୍ରୋଧ ଆପଣଙ୍କ ପ୍ରକୃତିରେ ଅଧିକ ରହିବ । ତେଣୁ ଆପଣ ବକ୍ତବ୍ୟ ଏବଂ ଆଚରଣକୁ ସନ୍ତୁଳିତ ରଖିବା ଆବଶ୍ୟକ । ମିଥୁନ- ମଧ୍ୟାହ୍ନ ସମୟ ଆପଣଙ୍କ ପାଇଁ ଫଳପ୍ରଦ ହେବ। ନୈତିକତା ଉପରେ ସଂଯମତା ଏବଂ ଅନୈତିକ କାର୍ଯ୍ୟରୁ…

Read More

ଭୁବନେଶ୍ବର: ବଗିଚା କାହାକୁ ବା ଭଲ ନ ଲାଗେ। ଯଦିଓ ଆମ ସହରୀ ଜୀବନରେ ଜାଗାର ଅଭାବ ହେତୁ ଆମେ ବଗିଚା କରିପାରୁନାହିଁ, କିନ୍ତୁ କିଚେନ୍‌ ଗାର୍ଡେନ୍‌ କରୁଛୁ। ବାଲ୍‌କୋନୀ ହେଉ ଅଥବା ଟେରେସ୍‌ ସବୁଠି କୁଣ୍ଡ କିମ୍ବା ଅନ୍ୟ ଉପାୟରେ ଗଛ ଲଗାଉଛୁ। ଆଜିକାଲି ଘର ଭିତରେ ଗଛ ଲଗାଇ ତାକୁ ଏକ ସୁନ୍ଦର ସାଜସଜ୍ଜା ଦିଆଯାଇପାରୁଛି। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଗଛ ଲଗାଇବା ଦ୍ବାରା ଘରେ ସୁଖ ସମୃଦ୍ଧି ରହିଥାଏ। ମାତାଲକ୍ଷ୍ମୀଙ୍କର ଆଶୀର୍ବାଦ ରହିଥାଏ। ଯଦି ଆପଣ ଘରେ ବଗିଚା ପାଇଁ ପ୍ରସ୍ତୁତ କରୁଛନ୍ତି ତେବେ ଆପଣ ପ୍ରଥମେ କଦଳୀଗଛ ହିଁ ଲଗାନ୍ତୁ। କଦଳୀ ଗଛ ବହୁତ ଉପକାରୀ। ଏହାର  ଯେତିକି ଉପକାରୀ ଏହି ଗଛ ଲଗାଇବା ଦ୍ବାରା ଘରେ ସୁଖ ଶାନ୍ତି ରହିଥାଏ। ତୁଳସୀ ଗଛ ପବିତ୍ର ଓ ପୂଜନୀୟ। ସମସ୍ତେ ଘରେ ଘରେ ତୁଳସୀ ଗଛ ଲଗାଇଥାନ୍ତି। ତୁଳସୀ ପୂଜନ ତ ସମେସ୍ତ…

Read More

ଭୁବନେଶ୍ବର, କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକଙ୍କୁ ଆଜି କେତେକ ଦୁର୍ବତ ଆକ୍ରମଣ କରିଛନ୍ତି। ନିରଂଜନ ନିଜ ଗାଡିରେ ବ୍ୟକ୍ତିଗତ ସୁରକ୍ଷା କର୍ମିଙ୍କ ସହ ନେଇ କେନ୍ଦୁଝର ଯାଉଥିଲେ। ହାଠାତ ତାଙ୍କୁ ଟାଉନ ଥାନା ଅଧିନସ୍ଥ କାଶୀପୁରରେ ଚାରିରୁ ପାଞ୍ଚ ଜଣ ଅଟକାଇ ଗାଳିଗୁଲଜ ସହ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ଏପରି ପରିସ୍ଥିତି ଦେଖି ତାଙ୍କର ବ୍ୟକ୍ତିଗତ ସୁରକ୍ଷା କର୍ମା ଏହା ଅଟକାଇବାରୁ ତାଙ୍କୁ ମଧ୍ୟ ମାଡ ମାରିଥିଲେ। ସେଠାରୁ ଖସି ନିକଟସ୍ଥ ଟାଉନ ଥାନାରେ ତାଙ୍କର ସୁରକ୍ଷା କର୍ମି ଏତଲା ଦେଇଛନ୍ତି। ଏହାକୁ ନେଇ ସେଠାରେ ଉତ୍ତେଜନ ସୃଷ୍ଟି ହୋଇଛି।

Read More

ନୂଆଦିଲ୍ଲୀ, ଆଜି ଆପଣ ସହଜରେ ଟଙ୍କା ସଂଗ୍ରହ କରିପାରିବେ, ଏହି ରାଶିର ଲୋକମାନେ ପୁରୁଣା ଋଣ ସୁଝି ପାରିବେ। ଆପଣ ଏକ ନୂତନ ପ୍ରୋଜେକ୍ଟରେ ଆବେଦନ କରିବାକୁ ଟଙ୍କା ରୋଜଗାର କରିପାରିବେ। ପିତାମାତାଙ୍କ ସମର୍ଥନ ଆପଣଙ୍କ ନିଷ୍ପତ୍ତିରେ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହେବ। ପ୍ରେମ ଦୃଷ୍ଟିକୋଣରୁ ଏହି ଦିନଟି ଆପଣଙ୍କ ପାଇଁ ବିଶେଷ ଫଳପ୍ରଦ ହେବ। କାର୍ଯ୍ୟଗୁଡ଼ିକ ସୁଖଦ ଫଳାଫଳ ଦେବ। ଉଚ୍ଚଶିକ୍ଷା ପାଇଁ କିଛି ଦୂର ସ୍ଥାନକୁ ଯିବାକୁ ପଡିପାରେ। ଆପଣଙ୍କର ରାଶିଫଳ ଅନୁଯାୟୀ ସମସ୍ତ କାର୍ଯ୍ୟ ସମାପ୍ତ ହେବ। ଯଦି ଆପଣ କୈଣସି କାର୍ଯ୍ୟ ଆଜି ଆରମ୍ଭ କରନ୍ତି, ତେବେ ନିଶ୍ଚିତ ଭାବରେ ସଫଳତା ପାଇବେ। ସୂର୍ଯ୍ୟ ଭଗବାନ ଶୀଘ୍ର ଜୀବନର ସମସ୍ତ ଅସୁବିଧା ଦୂର କରିବେ। ଯେଉଁ ରାଶିର ଲୋକମାନେ ଉଜ୍ଜ୍ୱଳ ହେବାକୁ ଯାଉଛନ୍ତି, ସେହି ରାଶି ହେଲା ମେଷ, ବୃଷ, କର୍କଟ, ବିଛା ଏବଂ କୁମ୍ଭ।

Read More

ମୁମ୍ବାଇ, ପଶ୍ଚିମବଂଗ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବ ମହାରଷ୍ଟ୍ର ସରକାରରେ ଥିବା ଶିବସେନା ଦଳ। ଆଜି ଏ ନେଇ ଦଳର ବରିଷ୍ଠ ନେତା ତଥା ସାଂସଦ ସଂଜୟ ରାଉତ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ପଶ୍ଚିମବଂଗରେ ନିର୍ବାଚନ ଲଢିବା ପାଇଁ ବହୁ ଆଗରୁ ପ୍ରସ୍ତୁତି ଚାଲିଥିଲା। ହେଲେ ତାହା ଠିକରେ ରୂପରେଖ ନେଇପାରି ନ ଥିଲା। ବର୍ତ୍ତମାନ ଦଳର ମୁଖ୍ୟ ଉଦ୍ଧବ ଠାକରେ ରାଜି ହେବା ପରେ ଆମେ ପଶ୍ଚିମବଂଗରେ ପ୍ରାର୍ଥୀ ଠିଆ କରାଇବୁ। ଏହାକୁ ନେଇ ଉଭୟ ମହାରାଷ୍ଟ୍ର ଏବଂ ପଶ୍ଚିମବଂଗ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ବିଶେଷ କରି ଟିଏମସି ନେତ୍ରୀ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଚିନ୍ତାରେ ପଡି ଯାଇଛନ୍ତି।ଜୟ ହିନ୍ଦ ଜୟ ବଙ୍ଗଳା କହି ସଂଜୟ କହିଛନ୍ତି ଯେ, ଖୁବ ଶିଘ୍ର ଆମେ କୋଲକାତାରେ ପହଁଞ୍ଚିବୁ। ଶିବସେନାର ଏପରି ଘୋଷଣା ପରେ ବର୍ତ୍ତମାନ ରାଜନୈତିକ ମହଲରେ ଅଙ୍କ କଷା ଆରମ୍ଭ ହୋଇଯାଇଛି। କାରଣ ପୂର୍ବରୁ ଏଆଇଏମଆଇଏମ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସମଗ୍ର ଭାରତବର୍ଷରେ ଅଯୋଧ୍ୟାରେ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ଲାଗି ରାଜ୍ୟର ସହର ଠାରୁ ଆରମ୍ଭ କରି ପୁରପଲ୍ଲୀର ସମସ୍ତ ପରିବାରଠାରୁ ନିଧି ସଂଗ୍ରହ ଅଭିଯାନ ଆରମ୍ଭ ହୋଇସାରିଛି। ଅନୁରୂପ ଭାବେ ଗଂଜାମ ଜିଲ୍ଲାରେ ମଧ୍ୟ ଚଳିତ ସଂକ୍ରାନ୍ତି ଠାରୁ ଏହି ଅଭିଯାନ ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣାର୍ଥେ ବାଜପେୟୀ ରିସର୍ଚ୍ଚ ସେଣ୍ଟରର ପରିଚାଳନା ନିର୍ଦ୍ଦେଶକ ଡ. ଭବାନୀ ଶଙ୍କର ଦାସ ମଧ୍ୟ ସାମିଲ ହୋଇ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟକୁ ନିଧି ଅର୍ପଣ ସ୍ୱରୂପ ଏକଲକ୍ଷ ଏକହଜାର ଏକଶହ ଆଠ ଟଙ୍କାର ଏକ ଚେକ୍ ପ୍ରଦାନ କରିଛନ୍ତି। ଗଂଜାମ ଜିଲ୍ଲା ବିଏଚ୍‌ପି କାର୍ଯ୍ୟାଳୟ ପରିସରରେ ବିଶ୍ୱହିନ୍ଦୁ ପରିଷଦର ପ୍ରାନ୍ତ ସଂଗଠକ ମନ୍ତ୍ରୀ ଶ୍ରୀ ଆନନ୍ଦ ଜି ପାଣ୍ଡେଙ୍କ ଉପସ୍ଥିତିରେ ଏହି ଚେକ୍ ପ୍ରଦାନ କରାଯାଇଛି। ଚେକ୍ ପ୍ରଦାନ ବେଳେ ଶ୍ରୀ ଦାସଙ୍କ ସହଧର୍ମିଣୀ ସାରିକା ଦାସ, ପୁତ୍ର ଶୁଭାଶିଷ…

Read More

ଭୁବନେଶ୍ବର, ଆଜି ରାତିରେ ପାଞ୍ଚୋଟି ଜିଲ୍ଲାରେ ଦେଖାଦେବ ଘନ କୁହୁଡି। ଏପରିକି ଏହି କୁହୁଡି ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ରହିବ। ସେଥିପାଇଁ ଏହି ଜିଲ୍ଲାର ଜିଲ୍ଲାପଳଙ୍କୁ ସତର୍କ ରହିବା ପାଇଁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି। ଏହି ପାଞ୍ଚୋଟି ଜିଲ୍ଲା ହେଲା ବୌଦ୍ଧ, ନୟାଗଡ, କନ୍ଧମାଳ, ପୁରୀ ଏବଂ କଳାହାଣ୍ଡି। ଏହି ଜିଲ୍ଲାରେ ଅନେକ ସ୍ଥାନରେ ଏହି ଘନ କୁହୁଡି ଦେଖାଦେବ। ଜିଲ୍ଲାପାଳଙ୍କୁ ଏସଆରସି କହିଛନ୍ତି ଯେ, ରାତିରେ ଯାନବାହନ ଚଳାଚଳରେ ଅସୁବିଧା ସୃଷ୍ଟି ହୋଇପାରେ। ସେଥିପାଇଁ ସଜାଗ ରହି ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି କୁହାଯାଇଛି। ବିଶେଷ କରି ରାଜପଥଗୁଡିକରେ ଅଧିକ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Read More

ନୂଆଦିଲ୍ଲୀ, ଭାରତ ରତ୍ନ ଏମଜିଆରଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଭାରତ ରତ୍ନ ଏମଜିଆର ବହୁ ଲୋକଙ୍କ ହୃଦୟରେ ରହିଛନ୍ତି। ଚଳଚିତ୍ର ଜଗତ ହେଉ କିମ୍ବା ରାଜନୀତି, ପ୍ରତି କ୍ଷେତ୍ରରେ ତାଙ୍କୁ ବିଶେଷ ସମ୍ମାନ ଦିଆଯାଉଥିଲା। ତାଙ୍କ ମୁଖ୍ୟମନ୍ତ୍ରୀ କାର୍ଯ୍ୟକାଳ ମଧ୍ୟରେ ସେ ଦାରିଦ୍ର‌୍ୟ ଦୂରୀକରଣ ଦିଗରେ ଅନେକ ପଦକ୍ଷେପ ନେବା ସହିତ ମହିଳା ସଶକ୍ତିକରଣକୁ ମଧ୍ୟ ବିଶେଷ ଗୁରୁତ୍ୱ ଦେଇଥିଲେ। ଏମଜିଆରଙ୍କୁ ତାଙ୍କ ଜୟନ୍ତୀରେ ଆନ୍ତରିକ ଶ୍ରଦ୍ଧାଞ୍ଜଳି”

Read More

ଭୁବନେଶ୍ବର, ଓଡିଶାର ପ୍ରଖ୍ୟାତ କଣ୍ଠଶିଳ୍ପୀ ସୁସ୍ମିତା ଦାସ କଣ୍ଠରେ ଆସୁଛି ଏକ ଭିନ୍ନ ସ୍ବାଦର ସଂଗୀତ ‘ଶୀତ ଫେରିଲା’। ଓଡିଶା ସଂଗୀତ ଜଗତରେ ସବୁବେଳେ ଏକ ଭିନ୍ନ ସ୍ବାଦର ସଂଗୀତ ଦେଇ ଆସୁଥିବା ସୁସ୍ମିତା ଏଥିରେ ମଧ୍ୟ  ରଖିଛନ୍ତି ଭିନ୍ନତା। ଏହି ଗୀତରେ ତାଙ୍କ ସହିତ ସ୍ବର ମିଳାଇଛନ୍ତି ଇଣ୍ଡିୟାନ ଆଇଡଲ ଫେମ ବିଶ୍ବଜିତ ମହାପାତ୍ର। ସେ ଏହି ଗୀତକୁ କମ୍ପୋଜ ମଧ୍ୟ କରିଛନ୍ତି। ଆରୋମିରା ଏଣ୍ଟରଟେନମେଣ୍ଟ ବ୍ୟାନରରେ ପ୍ରସ୍ତୁତ ଏହି ଗୀତକୁ ଲେଖିଛନ୍ତି ସଂଗ୍ରାମ ମହାନ୍ତି। ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି କ୍ରିଷ୍ଟୋ ମାଥ୍ୟୁଜ,ଦେବାଶିଷ କର, ବ୍ଲେସନ ନାଏକ।

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଚଳନ୍ତା ଟ୍ରେନ ଆଗକୁ ଡେଇଁ ଆଜି ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନ ନିକଟରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି। ସୂଚନା ମୁତାବକ ଚିଲିକା ବ୍ଲକ ଅଠରବାଟିଆ ପଞ୍ଚାୟତ ଅନ୍ତର୍ଗତ ବିଧାରପୁର ଗ୍ରାମର ମାଧବ ଚନ୍ଦ୍ର ସାହୁ(50) କିଛି ବର୍ଷ ହେବ ବାଲୁଗାଁ ଏନ.ଏ.ସି ର ଗୋବିନ୍ଦ ନଗରରେ ସପରିବାରେ ଭଡାଘରେ ରହୁଥିଲେ। ସେ ଡାକ ବିଭାଗ ଏବଂ ଏଲ.ଆଇ.ସି ରେ ଏଜେଣ୍ଟ ଭାବେ କାର୍ଯ୍ୟରତ ଥିବା ବେଳେ ଦୁଇ ଗୋଟି ଚାରି ଚକିଆ ଜାନ ଭଡ଼ାକୁ ମଧ୍ୟ ଲଗାଇଥିଲେ। ତେବେ କୌଣସିକାରଣ ବଶତଃ ଆଜି ଅପରାହ୍ନରେ ବାଲୁଗାଁ ରେଳ ଷ୍ଟେସନର ଅନତିଦୁରରେ ଥିବା ରାଜୀବ ନଗର ଗେଟ ପାଖରେ ଦ୍ରୁତଗତିରେ ଆସୁଥିବା ଏକ ମାଲଵାହୀ ଟ୍ରେନ ଆଗରେ ଡେଇଁ ଆତ୍ମହତ୍ୟା କରିଥିଲେ। ଖବର ପାଇ ବାଲୁଗାଁ ରେଳବାଇ ପୋଲିସ ଘଟଣାସ୍ଥଳରେ ପହଁଚି ଶବ ଜବତ କରି ତଦନ୍ତ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଭାରତବର୍ଷରେ ଦକ୍ଷତା ଓ ବିକାଶ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଥିବା ବ୍ରହ୍ମପୁର ଶିଳ୍ପ ତାଲିମ ଅନୁଷ୍ଠାନ (ଆଇଟିଆଇ) ସହିତ ଯୋଡ଼ି ହୋଇଛି ପୁଣି ଏକ କୀର୍ତ୍ତି। ଏହାର କ୍ୟାମ୍ପସ୍ ପରିସରରେ ଥିବା ଏସିଆର ସର୍ବବୃହତ ସ୍କ୍ରିପ୍ ପାର୍କରେ ଅଦରକାରୀ ଲୁହାରେ ୩୦ ଫୁଟ ଉଚ୍ଚତା ବିଶିଷ୍ଟ ଭାରତ ମାନିଚିତ୍ର ପ୍ରସ୍ତୁତ କରିଛନ୍ତି ବ୍ରହ୍ମପୁର ଆଇଟିଆଇର ଛାତ୍ରଛାତ୍ରୀ। ୪ ଟନ୍ ଲୁହାରେ ନିର୍ମାଣ ହୋଇଥିବା ଏହି ସୁଉଚ୍ଚ ମାନଚିତ୍ର କାର୍ଯ୍ୟଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଜାନୁୟାରୀ ୨୩ ନେତାଜୀ ଜୟନ୍ତୀରେ ଏହା ଲୋକାର୍ପିତ ପାଇଁ ସ୍ଥିର କରାଯାଇଛି ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ଡ. ରଜତ କୁମାର ପାଣିଗ୍ରାହୀ କହିଛନ୍ତି। ଏହି ମାନଚିତ୍ର କିପରି ଗିନିଜ୍ ବୁକ୍‌ରେ ସ୍ଥାନ ପାଇବ ସେଥିପାଇଁ କାର୍ଯ୍ୟ ଜାରି ରହିଛି। ସୂଚନାଯୋଗ୍ୟ ପୂର୍ବରୁ ଏହି ଶିକ୍ଷାନୁଷ୍ଠାନର ଗ୍ରାପସ୍ ପାର୍କରେ ଅଦରକାରୀ ବିସ୍ତୁ ଦ୍ୱାରା ନିର୍ମିତ ଗିଟାର, ଝିଟିପିଟି, ରୋବଟ୍ ଓ ଆଇରନ୍ ମ୍ୟାନ ପ୍ରଭୃତି…

Read More