Author: Samikhsya Bureau

ନୂଆଦିଲ୍ଲୀ : ସୁପରଷ୍ଟାର ରଜୀନକାନ୍ତ ରାଜନୀତିରୁ ପାଦ ପଛକୁ ଘୁଞ୍ଚାଇଛନ୍ତି । ଗତ କିଛି ଦିନ ହେବ ଡାକ୍ତରଖାନାରୁ ଫେରିଥିବା ଅଭିନେତା ରଜନୀକାନ୍ତ ଆଜି ରାଜନୀତି ଛାଡିବାକୁ ଘୋଷଣା କରିଛନ୍ତି। ତାଙ୍କ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ଡିସେମ୍ବର 31 ତାରିଖରେ ରଜନୀକାନ୍ତ ନିଜର ରାଜନୈତିକ ଦଳ ଘୋଷଣା କରିବେ ବୋଲି ପୂର୍ବରୁ ଘୋଷଣା କରିଥିଲେ । ଏପରିକି ଚଳିତ ତାମିଲନାଡୁ ନିର୍ବାଚନରେ ରଜନୀକାନ୍ତଙ୍କ ଦଳ ପ୍ରତିଦ୍ବନ୍ଦ୍ବିତା କରିବ ବୋଲି ଘୋଷଣା କରିଥିଲା । ତେବେ ଶେଷରେ ରାଜନୀତକୁ ନା କରିଛନ୍ତି ମେଗାଷ୍ଟାର ଜଣକ । ଏଥିପାଇଁ ସେ ତାଙ୍କ ପ୍ରଶଂସକଙ୍କନିକଟରେ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି । ତେବେ ସେ କହିଛନ୍ତି ଯେ ସେ ଏହା ମଧ୍ୟ କହିଛନ୍ତି ଯେ ରାଜନୀତି ବିନା ସେ ପୂର୍ବ ଭଳି ଲୋକଙ୍କ ପାଇଁ କାମ ଜାରି ରଖିବେ। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ନାହିଁ । ସୂଚନାଯୋଗ୍ୟ,…

Read More

ଚାନ୍ଦପୁର: ୧୬ ନମ୍ବର ଜାତୀୟ ରାଜପଥରେ ଆଉ ଏକ ସଡକ ଦୁର୍ଘଟଣା। ଚାନ୍ଦପୁର ନିକଟସ୍ଥ ଓସକେଇ ଖୋଲ ଛକରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। କାର ସହିତ ମୋପେଡ୍ ବାଇକ ମଧ୍ୟରେ ଘଟିଥିବା ଏହି ଦୁର୍ଘଟଣାରେ ମୋପେଡ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ଘଟଣାରୁ ପ୍ରକାଶ ଯେ, ଔରଙ୍ଗା ବାଦରୁ  ଏକ ପରିବାର  କାର୍ ଯୋଗେ  ପୁରୀ ଵୁଲିବାକୁ ଯାଉଥିବା ବେଳେ ମୋପେଡ୍ ବାଇକକୁ ଓସକେଇ ଖୋଲ ଛକ ନିକଟରେ ଧକ୍କା ଦେଇଥିଲା। ଧକ୍କା ଏତେ ଭୀଷଣ ଥିଲା ଯେ ମୋପେଡ୍ ଆରୋହୀ ପ୍ରାୟ ୧୦ ଫୁଟ ଉପରକୁ ଉଠି ଯାଇଥିଲେ। ଯାହାଫଳରେ ମୋପେଡ୍ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ମୃତ ଆରୋହୀ ଜଣଙ୍କ ଚାନ୍ଦପୁର ଥାନା  ଓସ୍ତପଡା ଗ୍ରାମର ବୋଲି ଜଣାପଡିଛି। ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଉତ୍ୟକ୍ତ ହୋଇ ରାସ୍ତା ଅବରୋଧ କରିଛନ୍ତି। ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ଗାଡି ଅଟକ ରହିଥିବା ଖବର…

Read More

ଗ୍ବାଲିୟର : ଗୋବର ପାଇଁ 10ହଜାର ଟଙ୍କର ଜରିମାନା ଭରିବାକୁ ପଡିଛି । ଏଭଳି ଏକ ଘଟଣା ଗ୍ବାଲିୟରରେ ଘଟିଛି । ଗ୍ବାଲିୟରର ଜଣେ ମଈଁଷି ମାଲିକଙ୍କୁ 10 ହଜାର ଟଙ୍କାର ଜରିମାନା ଭରିବାକୁ ପଡିଲା । ମିଳିଥିବା ସୂଚନା ଅନୁସାରେ ଗ୍ବାଲିୟରର ସିରୋଲ ଅଞ୍ଚଳରେ ଡିବି ସିଟ୍‌ ରୋଡ୍‌ଟିକୁ ନବୀକରଣ କରାଯାଉଛି । ଏହି ସମୟରେ ନଗର ନିଗମ କମିଶନର କାର୍ଯ୍ୟ ତଦାରଖ ପାଇଁ ଯାଇଥିଲେ ।  ଊକ୍ତ ସମୟରେ ରାସ୍ତାରେ ମଈଁଷିଟି ମଳତ୍ୟାଗ କରିବାରୁ ଉକ୍ତ ମଈଁଷିର ମାଲିକଙ୍କୁ ଦଶହଜାର ଟଙ୍କାର ଜରିମାନା ଦଣ୍ଡାଦେଶ ଦେଇଛନ୍ତି । ଆଗାମୀ ଦିନରେ ସର୍ବସାଧାରଣ ରାସ୍ତାକୁ ଅପରିଷ୍କାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଏଭଳି ଦଣ୍ଡାଦେଶ କରାଯିବ ବୋଲି ଜୋନାଲ ଅଧିକାରୀ ସୂଚନା ଦେଇଛନ୍ତି।

Read More

ଭୁବନେଶ୍ବର: ରାଜ୍ୟରେ ଆଜି ୨୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୫୧ଜଣ ଚିହ୍ନଟ ହୋଇଥିବାବେଳେ ୧୧୨ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୯ହଜାର୧କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୨୪ହଜାର ୩୯୨ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨ହଜାର ୬୮୮ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୮୬୧ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୬ଟି ଜିଲ୍ଲାରୁ ମୋଟ୍‌ ୨63 ଜଣ ଚିହ୍ନଟ ହୋଇଛନ୍ତି।  ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୩2 ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳଜିଲ୍ଲା ରୁ 20 ଜଣ, ବାଲେଶ୍ଵର ଜିଲ୍ଲାରୁ…

Read More

ନୂଆଦିଲ୍ଲୀ : ଲୋକପ୍ରିୟ ଅଭିନେତା ରାମଚରଣ ତେଜା କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି । ଏହି ସମ୍ପର୍କରେ ନିଜେ ଟୁଇଟ୍‌ କରି ସୂଚନା ଦେଇଛନ୍ତି ରାମ ଚରଣ । କରୋନା ପଜିଟିଭ୍ ହେବା ପରେ, ସେ ନିଜକୁ କ୍ୱାରେଣ୍ଟାଇନ୍ କରିଛନ୍ତି । ଏହାସହିତ ତାଙ୍କ ସସ୍ପର୍ଶରେ ଆସିଥିବା ଲୋକଙ୍କୁ କରୋନା ଟେଷ୍ଟ କରିବା ପାଇଁ ନିବେଦନ କରିଛନ୍ତି ରାମଚରଣ । ଚିରଞ୍ଜିବୀଙ୍କ ସୁପୁତ୍ର ରାମଚରଣ 2007 ମସିହାରେ ପୁରୀ ଜଗନ୍ନାଥଙ୍କ ଫିଲ୍ମ ’ଚିରୁଥା’ରୁ ଅଭିନୟ କ୍ୟାରିଅର ଆରମ୍ଭକରିଥିଲେ । ପରବର୍ତ୍ତୀ ସମୟରେ ଏସ୍‌.ଏସ୍. ରାଜାମୌଲୀଙ୍କ ବ୍ଲକ୍‌ବ୍ଲଷ୍ଟର ଫିଲ୍ମ ‘ମଗଧୀରା’ରେ କାଜଲ୍‌ଙ୍କ ବିପକ୍ଷରେ ଆସିଥିଲେ । କେବଳ ଦକ୍ଷିଣ ଭାରତୀୟ ଫିଲ୍ମ ନୁହେଁ ବଲିଉଡ୍‌ ଫିଲ୍ମ ‘ଜଞ୍ଜିର୍‌’ରେ ମଧ୍ୟ ନଜର ଆସିଛନ୍ତି ରାମଚରଣ । ‘ରାଚ୍ଚା,’ ନାୟକ’, ‘ୟେବୁଡୁ’, ’ଗୋବିନ୍ଦୁ ଆନ୍ଦିଚଭଦ୍‌ଲେ’, ’ବ୍ରୁଶ୍‌ଲି’, ’ଧ୍ରୁବା’, ‘ରଙ୍ଗସ୍ଥଳମ୍‌’, ‘ବିନୟ ବିଧେୟ  ରାମ’ ଆଦି ଫିଲ୍ମରେ ଅଭିନୟ କରି ବେଶ୍‌ ଲୋକପ୍ରିୟ ହୋଇଛନ୍ତି ।…

Read More

ବେଙ୍ଗାଲୁରୁ: କର୍ଣ୍ଣାଟକର ଚିକମଙ୍ଗଲୁରଠାରେ କର୍ଣ୍ଣାଟକ ରାଜ୍ୟ ବିଧାନ ପରିଷଦର ଉପ ବାଚସ୍ପତି ଏସ.ଏଲ୍‌ ଧର୍ମଗୌଡାଙ୍କ ମୃତଦେହ ଉଦ୍ଧାର ହୋଇଛି ।ଚିକମଙ୍ଗଲୁରୁ କହୁର ନିକଟରେ ଥିବା ଏକ ରେଳ ଲାଇନ୍‌ରୁ ତାଙ୍କ ମୃତ ଦେହ ମିଳିଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତ୍ରି ପ୍ରାୟ 2ଟା ସମୟରେ ଜେଡିଏସ୍‌ ନେତା ଏସ୍‌.ଏଲ୍‌. ଧର୍ମଗୌଡାଙ୍କ ମୃତଦେହ ରେଳଲାଇନ୍‌ କଡରେପଡିଥିବାର ଦେଖିବାକୁ ମିଳିଥିଲା । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଏହି ଘଟଣାରେ ପୋଲିସ ଅଧିକ ଛାନ୍‌ଭିନ୍‌ ଜାରି ରଖିଛି । ଏହି ଘଟଣା ନେଇ ଏଚ୍‌.ଡି. ଦେବଗୌଡା ଦୁଃଖବ୍ୟକ୍ତ କରିଛନ୍ତି । ତାଙ୍କ ମୃତ୍ୟୁ ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ଦେବେଗୌଡା । (ଏଜେନ୍ସି)

Read More

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୬ହଜାର ୪୩୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୫୨ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ।  ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧କୋଟି ୨ଲକ୍ଷ ୨୪ହଜାର ୩୦୩କୁ ବୃଦ୍ଧି ପାଇଛି । । ମୋଟ୍ ମୃତ୍ୟୁସଂଖ୍ୟା ୧ଲକ୍ଷ ୪୮ହଜାର ୧୫୩କୁ ବୃଦ୍ଧି ପାଇଛି । ଦେଶରେ ମୃତ୍ୟୁହାର ରହିଛି ୧.୪୫% । ଦେଶରେ କରୋନା ସୁସ୍ଥ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୯୮ଲକ୍ଷ ୭ହଜାର ୫୬୯ ସଂକ୍ରମିତ ରହିଥିବାବେଳେ ଗତ ୨୪ଘଣ୍ଟାରେ ସାରା ଦେଶରୁ ୨୪ହଜାର ୯୦୦ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏବେ ଦେଶରେ ୨ଲକ୍ଷ ୬୮ହଜାର ୫୮୧ଟି ଆକ୍ଟିଭ୍ କେସ୍ ରହିଛି ।

Read More

ନୂଆଦିଲ୍ଲୀ: ନୂଆବର୍ଷ ଆସିବା ପୂର୍ବରୁ ଭାରତରେ କରୋନାକୁ ନେଇ ଏକ ଚିନ୍ତାଜନକ ଖବର ଆସିଛି । ଭାରତରେ କରୋନା ଭାଇରସର ନୂଆଷ୍ଟ୍ରେନ୍‌ ଚିହ୍ନଟ ହୋଇଛି । ଦେଶରେ 6 ନୂଆ କୋଭିଡ୍‌ ଷ୍ଟ୍ରେନ୍‌ ଚିହ୍ନଟ ହୋଇଛି । ବ୍ରିଟେନ୍‌ ଫେରନ୍ତାଙ୍କଠାରେ ଏହି ନୂଆ ଷ୍ଟ୍ରେନ୍‌ ଚିହ୍ନଟ ହୋଇଛି । ଏହି ସମସ୍ତଙ୍କୁ ଆଇସୋଲେସନ୍‌ରେ ରଖାଯାଇଛି । 6 ବ୍ରିଟେନ୍‌ ଫେରନ୍ତାଙ୍କ ମଧ୍ୟରେ ବେଙ୍ଗାଲୁରୁ ତିନିଜଣ ରହିଥିବାବେଳେ ହାଇଦ୍ରାବାଦରୁ 2 ଜଣ ଓ ପୁଣରେ ଜଣେ ଚିହ୍ନଟ ହୋଇଛନ୍ତି । ସୂଚନାଯୋଗ୍ୟ, ନଭେମ୍ବର 25ରୁ ଡିସେମ୍ବର 23 ମଧ୍ୟରେ ୟୁକେରୁ ପ୍ରାୟ 33 ହଜାର ଲୋକ ବ୍ରିଟେନରୁ ଫେରିଛନ୍ତି । ସମସ୍ତଙ୍କୁ ଟ୍ରାକ୍‌ କରାଯାଇ ଟେଷ୍ଟ କରାଯାଇଛି । ଏହି ସମସ୍ତଙ୍କୁ ମଧ୍ୟରୁ ମୋଟ୍‌ 114ଜଣ କରୋନା ପଜିଟିଭ୍‌ ମିଳିଥିଲେ ।

Read More

ମେଲବର୍ଣ୍ଣ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ଦ୍ଵିତୀୟ ଟେଷ୍ଟକୁ ନିଜ ନାମରେ କରିଛି ଅଜିଙ୍କ୍ୟ ବାହିନୀ। ଏହି ଟେଷ୍ଟ ଚତୁର୍ଥ ଦିନରେ ଭାରତ ୮ ୱିକେଟ ରେ ବିଜୟ ହୋଇ ସିରିଜକୁ ୧-୧ ରେ ବରାବର କରିଛି। ଗତକାଲି ଅଷ୍ଟ୍ରେଲିଆ ୬ ୱିକେଟରେ ୧୩୩ ରନରୁ ଖେଳ ଆରମ୍ଭ କରି ୨୦୦ ରନରେ ସମସ୍ତ ୱିକେଟ ହରାଇଥିଲା। ଭାରତକୁ ୭୦ ରନର ବିଜୟ ଲକ୍ଷ ଥିଲା ବେଳେ ଦଳ ୨ ୱିକେଟ ହରାଇ ବିଜୟ ହାସଲ କରିଛି। ଭାରତ ପକ୍ଷରୁ ଯଶପ୍ରିତ ବୁମରାହ ୪ ୱିକେଟ ଅକ୍ତିଆର କରିଥିଲା ବେଳେ ରବିଚନ୍ଦ୍ରନ ଅଶ୍ଵିନୀ ୩ ଟି ହାସଲ କରିଥିଲେ। ସେହିପରି ଏହି ଟେଷ୍ଟରେ ପଦାର୍ପଣ କରିଥିବା ଶୁବମାନ ଗିଲ ୩୬ ବଲରେ ୩୫ ରନ କରି ଅପରାଜିତ ଥିଲା ବେଳେ ଅଧିନାୟକ ଅଜିଙ୍କ୍ୟ ରାହାଣେ ୨୭ ରନ କରି ଦଳକୁ ବିଜୟ କରାଇଥିଲେ।

Read More

କଟକ, ବହୁଦିନ ପରେ ପୁଣି ଥରେ ରାଜ୍ୟକୁ କରୋନା ପାଇଁ ସଟ ଡାଉନ ପଦକ୍ଷେପ ଆରମ୍ଭ ହୋଇଛି। କରୋନା ସ୍ଥିତି ସୁଧାର ଆସିଥିବାରୁ ଏହିପରି କଡା ନିଷ୍ଚତି ବହୁଦିନ ଧର ବନ୍ଦ ଥିଲା। ବର୍ତ୍ତମାନ ସୂଚନା ଅନୁସାରେ କଟକ ଜିଲ୍ଲା ନରସିଂହପୁର ବ୍ଲକର କାକୁଡିଆ ଗାଁରେ ଏହି ସଟ ଡାଉନ ଘୋଷଣା କରାଯାଇଛି। ସେହି ଗ୍ରାମରୁ ଏକାଥରେ 6 ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ 5 ଜଣ ମହିଳା ଅଛନ୍ତି। ଏପରି ପରିସ୍ଥିତି ଦେଖି ଉପଜିଲ୍ଲାପାଳ ସଂପୂର୍ଣ୍ଣ ଗ୍ରାମକୁ ଆସନ୍ତା ବୁଧୁବାର ପର୍ଯ୍ୟନ୍ତ ସଟ ଡାଉନ ଘୋଷଣା କରିଛନ୍ତି।

Read More

ଯାଜପୁର, ମା ବିରଜାଙ୍କୁ ଦର୍ଶନ କରିବା ପାଇଁ ଆଜିଠାରୁ ଭକ୍ତମାନଙ୍କ ପାଇଁ ମନ୍ଦିର ଖୋଲାଯାଇଛି। କରୋନା ପାଇଁ ଦୀର୍ଘ ନଅ ମାସ ଧରି ମନ୍ଦିର ସର୍ବସାଧାରଣ ଦର୍ଶନ ପାଇଁ ବନ୍ଦ ରହିଥିଲା। ତେବେ ଏହି ଦର୍ଶନ ସକାଳ  6ଟାରୁ ଆରମ୍ଭ ହୋଇ ଅପରାହ୍ନ 5 ଟା ପର୍ଯ୍ୟନ୍ତ ଅନୁମତି ମିଳିବ। ଏତେଦିନ ପରେ ମନ୍ଦିର ଖୋଲୁଥିବାରୁ ଭକ୍ତଙ୍କ ଭିଡ ସମ୍ଭାବନାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ଦୃଢ କରାଯାଇଛି। ଭକ୍ତମାନେ ଧାଡିରେ ଯିବା ପାଇଁ ବ୍ୟାରିକେଟ ବ୍ୟବସ୍ଥା କରାଯାଇଛି। ସେହିପରି ପୁରୁଷ ଓ ମହିଳାଙ୍କ ଧାଡି ମଧ୍ୟ ଅଲଗା କରାଯାଇଛି। ଭକ୍ତମାନ ଚଣ୍ଡିମନ୍ଦିର ପାଖରେ ରହି ମାଙ୍କୁ ଦର୍ଶନ କରିବେ। ମନ୍ଦିର ଭିତରେ ଭକ୍ତମାନେ ରହିବା ପାଇଁ ବାରଣ କରାଯାଇଛି।

Read More

ଭୁବନେଶ୍ବର, ଆସନ୍ତା ଡିସେମ୍ବର 30 ତାରିଖରୁ ଜାନୁୟାରୀ 2 ତାରିଖ ପର୍ଯ୍ୟନ୍ତ ପ୍ରବଳ ଶୀତ ହେବ। ପାଞ୍ଚୋଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ଶୀତ ହେବ ବୋଲି ପାଣିପାଗ ବିଭାଗ କହିଛି। ସେହି ଜିଲ୍ଲାଗୁଡିକ ହେଲା ଝାରସୁଗୁଡା, ଅନୁଗୁଳ, ସୁନ୍ଦରଗଡ, ଦେଓଗଡ, ବୌଦ୍ଧ ଏବଂ କନ୍ଧମାଳ। ଏଗୁଡିକୁ ୟେଲୋ ୱାର୍ଣ୍ଣି ଜାରୀ କରାଯାଇଛି। ପାଞ୍ଚୋଟି ଜିଲ୍ଲାରେ ପ୍ରବଳ ଶୀତର ସମ୍ଭାବନାକୁ ଦୃଷ୍ଟିରେ ରଖି ଏହି ଜିଲ୍ଲାର ଜିଲ୍ଲାପାଳମାନେ ଏସଆରସି ସତର୍କ ରହିବା ନିର୍ଦ୍ଦେଶ ଦେଇଛନ୍ତି। କାରଣ ଏପରି ଶୀତରେ ବିଭିନ୍ନ ରୋଗ ସହିତ ପଶୁପକ୍ଷୀମାନେ ବିପଦରେ ପଡିପାରନ୍ତି ବୋଲି ସତର୍କ କରାଯାଇଛି।

Read More

ମେଷ- ଧର୍ମ ପ୍ରତି ଆଗ୍ରହ ପ୍ରକାଶ କରିବେ। ସତସଙ୍ଗର ଲାଭ ହେବ। ତୀର୍ଥଯାତ୍ରା ଯୋଜନା କରାଯିବ। ଅନାବଶ୍ୟକ ଖର୍ଚ୍ଚ ହେବ। ସରକାରୀ ସହାୟତା ମିଳିବ। ବ୍ୟବସାୟ ବୃଦ୍ଧି ପାଇବ। ବିରୋଧୀମାନେ ସକ୍ରିୟ ରହିବେ। ପୁଂଜି ବିନିଯୋଗ ଶୁଭ ହେବ। ଆପଣଙ୍କର ନିଜସ୍ବ ବୁଦ୍ଧି ବ୍ୟବହାର କରନ୍ତୁ। ଚାକିରୀର କ୍ଷେତ୍ରରେ ପ୍ରଭାବ ବୃଦ୍ଧି ଘଟିବ। ବୃଷ- ବାଣିଜ୍ୟର ଲାଭ ଅଛି । ସାଙ୍ଗମାନଙ୍କୁ ସାହାଯ୍ୟ କରିବାକୁ ସମର୍ଥ ହେବେ । ଆପଣ କଠିନ ପରିଶ୍ରମର ଫଳ ପାଇବେ। ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ। ଉଚ୍ଚ ପଦାଧିକାରୀମାନେ ଖୁସି ହେବେ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ଉତ୍ସାହ ବୃଦ୍ଧି ପାଇବ। ଆୟର ନୂତନ ମାଧ୍ୟମ ମିଳିବ। ରୋଜଗାର ସହଜ ହେବ। ଘର ବାହାରେ ସୁଖ ମିଳିବ । ମିଥୁନ- ଲାଭ ସୁଯୋଗ ଆସିବ। ଅଫିସରେ ଚାକିରିର ସୁଖ ଦେଖାଇବ । ବ୍ୟବସାୟ ବୃଦ୍ଧି ପାଇବ । ବିନିଯୋଗ ଇତ୍ୟାଦି ଅନୁକୂଳ ଲାଭ…

Read More

ନୂଆଦିଲ୍ଲୀ: ନୂଆବର୍ଷ ଆସିବାକୁ ଆଉ ମାତ୍ର ଦିନ କେଇଟା ରହିଛି। ୨୦୨୧ ବର୍ଷକୁ ନେଇ ସମସ୍ତେ ଉତ୍ସାହିତ ରହିଛନ୍ତି। ନୂଆବର୍ଷ ସମସ୍ତଙ୍କୁ ପାଇଁ ଖୁସି ଓ ସୌହାଦ୍ଦ୍ୟର ବର୍ଷ ହେଉ ବୋଲି କାମନା। ତେବେ ବାସ୍ତୁଶାସ୍ତ୍ର ଅନୁସାରେ କିଛି ଉପାୟ କରିବା ଦ୍ବାରା ବର୍ଷ ସାରା ଘରେ ଧନ ଧାନ୍ୟ ପୂର୍ଣ୍ଣ ହେବା ସହିତ ସୁଖ ଶାନ୍ତିମଧ୍ୟ ବିରାଜମାନ ହୋଇଥାଏ। ତେବେ ଆସନ୍ତୁ ଜାଣିବା ସେହି ଉପାୟଗୁଡିକସମ୍ପର୍କରେ। -ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଅଯଥା ଜଳ ନଷ୍ଟ ଅତ୍ୟନ୍ତ ଅଶୁଭ ହୋଇଥାଏ। ସେଥିପାଇଁ ଅଯଥା ଜଳ ନଷ୍ଟ କରନ୍ତୁ ନାହିଁ। ଏହାଦ୍ବାରା ଘରେ ଅଯଥା ଧନ ଖର୍ଚ୍ଚ ହୋଇଥାଏ। -ସେହିପରି ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଶାନ୍ତି ଓ ଖୁସି ପାଇଁ ଜଳର ପ୍ରବାହ ଉତ୍ତର ପୂର୍ବ ଦିଗରେ ରହିବା ଆବଶ୍ୟକ। -ଚାରା ବା ଛୋଟଗଛରେ ପ୍ରତ୍ୟକ ଦିନ ଜଳ ଦେବା ଦ୍ବାରା ଧନ ପ୍ରାପ୍ତିର ଯୋଗ ହୋଇଥାଏ। ଏହାଦ୍ବାରା ପରିବାର ମଧ୍ୟରେ…

Read More

ନୂଆଦିଲ୍ଲୀ, ଚାଣକ୍ୟ ନୀତି ଅନୁସାରେ ଯେଉଁମାନେ ସାକ୍ଷାତରେ ସବୁବେଳେ ମିଠା କଥା କହନ୍ତି ସେମାନଙ୍କୁ ବର୍ଜନ କରନ୍ତୁ। କାରଣ ମିଠା କଥା କହି ଆପଣଙ୍କ ବିଶ୍ବାସକୁ ସେମାନେ ହରଣ କରନ୍ତି। ଆଉ ଠିକ୍ ସମୟରେ ପଛରୁ ଛୁରାଘାତ କରିଥାନ୍ତି। ଏହି ଶ୍ରେଣୀର ଲୋକେ ଆପଣଙ୍କୁ ବିଶ୍ବାସ ଜନ୍ମମାଇ ଆପଣଙ୍କର ଗୁପ୍ତ କଥା ହାତେଇ ନିଅନ୍ତି। ପରବର୍ତ୍ତି ସମୟରେ ଆପଣଙ୍କୁ ଅସୁବିଧାରେ ପକାନ୍ତି। ସେଥିପାଇଁ ମିଷ୍ଟଭାଷୀ ଲୋକଙ୍କଠାରୁ ସବୁବେଳେ ଦୂରେଇ ରହନ୍ତୁ। କଦାପି ସେମାନଙ୍କୁ ବିଶ୍ବାସକୁ ନିଅନ୍ତୁ ନାହିଁ। ହଁ ଆପଣ ତାଙ୍କ ସହିତ ସଂପର୍କ ରଖିପାରନ୍ତି, ହେଲେ ଗଭୀର ସଂପର୍କ ରଖନ୍ତୁ ନାହିଁ। ଏମାନେ ହେଉଛନ୍ତି ପୂର୍ଣ ବିଷ ମାଠିଆ ଉପରେ ଥିବା କିଛି ଅମୃତ ସଦୃଶ୍ୟ।

Read More

ଭୁବନେଶ୍ବର, ସାରା ଓଡିଶାର ଶୀତରେ ଥରିବ। ଦିନେ କି ଦୁଇଦିନ ନୁହେଁ ଆସନ୍ତା ଡିସେମ୍ବର 30 ତାରିଖରୁ ଜାନୁୟାରୀ ଦୁଇ ତାରିଖ ପର୍ଯ୍ୟନ୍ତ ପ୍ରବଳ ଶୀତ ହେବ। ଏ ନେଇ ପାଣିପାଗ ବିଭାଗ ସତର୍କ କରାଇଛି। ତେବେ ପାଞ୍ଚୋଟି ଜିଲ୍ଲାରେ ପ୍ରବଳରୁ ପ୍ରବଳ ଶୀତ ହେବ ବୋଲି ପାଣିପାଗ ବିଭାଗ କହିଛି। ସେହି ଜିଲ୍ଲାଗୁଡିକ ହେଲା ଝାରସୁଗୁଡା, ଅନୁଗୁଳ, ସୁନ୍ଦରଗଡ, ଦେଓଗଡ, ବୌଦ୍ଧ ଏବଂ କନ୍ଧମାଳ। ଏଗୁଡିକୁ ୟେଲୋ ୱାର୍ଣ୍ଣି ଜାରୀ କରାଯାଇଛି। ଏହି ଜିଲ୍ଲାର ଜିଲ୍ଲାପାଳଙ୍କୁ ମଧ୍ୟ ସ୍ବତନ୍ତ୍ର ରିଲିଫ କମିଶନର ସତର୍କ କରାଇଛନ୍ତି। ପାଞ୍ଚୋଟି ଜିଲ୍ଲାରେ ପ୍ରବଳ ଶୀତର ସମ୍ଭାବନାକୁ ଦୃଷ୍ଟିରେ ରଖି ଏହି ଜିଲ୍ଲାର ଜିଲ୍ଲାପାଳମାନେ ସତର୍କ ରହିବା ପାଇଁ କୁହାଯାଇଛି। କାରଣ ଏପରି ଶୀତରେ ବିଭିନ୍ନ ରୋଗ ସହିତ ପଶୁପକ୍ଷୀମାନେ ବିପଦରେ ପଡିପାରନ୍ତି ବୋଲି ସତର୍କ କରାଯାଇଛି।

Read More

ବ୍ରହ୍ମପୁର: ଦିନକୁ ଦିନ ରାଜ୍ୟରେ ସାମ୍ବାଦିକଙ୍କ ପ୍ରତି ପ୍ରତିହିଂସାପରାୟଣ, ଆକ୍ରମଣକାରୀ ମନୋଭାବ ବୃଦ୍ଧି ପାଇବାରେ ଲାଗିଛି। କିଛିଦିନ ତଳେ ଜନୈକ ଇଲୋକ୍ଟ୍ରାନିକସ୍ ମିଡ଼ିଆ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ମନରୁ ନଯାଉଣୁ ପୁଣି ୨୫ ତାରିଖରେ ଅର୍ଗସ ନୁଉଜ୍‌ର ସାମ୍ବାଦିକଙ୍କୁ ଆକ୍ରମଣ ହୋଇଛି। ୨୫ ତାରିଖ ଦିନ ଅର୍ଗସ ନିଉଜର ବାଲେଶ୍ୱର ସୋର ପ୍ରତିନିଧି ସଂଜୟ କୁମାର ମହାଳିକ ଖବର ପରିବେଷଣ ପାଇଁ ବିଶେଶ୍ୱର ମନ୍ଦିର ନିକଟକୁ ଯାଇଥିଲେ। ଖବର ସଂଗ୍ରହ କରିବା ପାଇଁ ଭିଜୁଆଲ୍ ସଂଗ୍ରହ ବେଳେ ସେଠାରେ ମଦ ନିଶାରେ ଭୋଜିଭାତ କରୁଥିବା ବିଡ଼ିଓ ରଘୁନାଥ ପାଣିଗ୍ରାହୀ ଏବଂ ବିଡ଼ିଓଙ୍କ କର୍ମଚାରୀମାନେ ସାମ୍ବାଦିକଙ୍କୁ ଆକ୍ରମଣ କରି ମାଡ଼ ମାରିଥିଲେ। ସରକାରୀ ଗାଡ଼ି ଧରି ଅଫିସ୍ କାମ ଛାଡ଼ି ମଦ୍ୟପାନ କରି ଭୋଜି ଭାତରେ ମସଗୁଲ ରହିଥିଲେ ଅଧିକାରୀମାନେ। ଦୁର୍ବବ୍ୟହାର ପରେ ସାମ୍ବାଦିକଙ୍କ ତରଫରୁ ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ନେଲା ନାହିଁ। ଫଳରେ ବାଲେଶ୍ୱରର ସମସ୍ତ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ବ୍ରହ୍ମପୁର ଭିଜିଲାନସ ବିଭାଗ ପକ୍ଷରୁ ସେସ୍ପାଲ୍ ୱାରେଣ୍ଟ ବଳରେ ବୌଦ୍ଧ ଜିଲ୍ଲା କଣ୍ଟମାଳ ବ୍ଲକ୍ ଉମା ଗ୍ରାମର କୋପରେଟିଭ୍ ସୋସାଇଟିର ସଂପାଦକ ସନ୍ତୋଷ କୁମାର ରାଉତଙ୍କ ଘରେ ଏବଂ ଅନ୍ୟାନ୍ୟ ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଥିଲା। ଆଜି ସକାଳୁ ଭିଜିଲାନସ ଅଫିସରମାନେ ଉମା ଗ୍ରାମରେ ଥିବା ଦୁଇମହଲା କୋଠା, ଉମା ଗ୍ରାମରେ ହିଁ ଅନ୍ୟସ୍ଥାନରେ ଥିବା କୋଠା ଏବଂ ତାଙ୍କ କାର୍ଯ୍ୟାଳୟରେ ଚଢ଼ାଉ ହୋଇଥିଲା। ଚଢ଼ାଉ ପରେ ମୋଟ ସଂପତ୍ତିର ପରିମାଣ ଆକଳନ କରାଯାଇଛି। ଉମା ଗ୍ରାମରେ ଥିବା ଦୁଇମହଲା ଘର ଯାହାର ମୂଲ୍ୟ ୨୫ ଲକ୍ଷ, ଅନ୍ୟ ଏକ ଘରର ମୂଲ୍ୟ ୨୦ଲକ୍ଷ ୧୦ହଜାର, ୪ଟି ଘରବାରୀ ଏବଂ ଚାଷ ଜମି ଯାହାର ମୂଲ୍ୟ ୮୬ହଜାର ୬୮୩ ଟଙ୍କାର ସ୍ଥାବର ସଂପତ୍ତି ଏବଂ ଅସ୍ଥାବର ସଂପତ୍ତି ମଧ୍ୟରେ ଘରପ୍ରସାଧନ ସାମଗ୍ରୀ ଯାହାର ମୂଲ୍ୟ ୨ଲକ୍ଷ ୮୮ହଜାର…

Read More

ସୀତାରାମ ଅଗ୍ରୱାଲ ବାଣପୁର: ବାଣପୁରର ବଡହନ୍ତୁଆଡ଼ ସେବା ସମବାୟ ସମିତି ଅଧୀନରେ ଥିବା ଧାନ ମଣ୍ଡିକୁ ଐତିହାସିକ ପଲଟନ ପଡ଼ିଆଠାରେ ଶୁଭ ଉଦଘାଟନ କରିଛନ୍ତି ସ୍ଥାନୀୟ ତହସିଲଦାର ମନ୍ମଥ କୁମାର ବେହେରା। କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଉପସ୍ଥିତ ଅତିଥି ମାନେ ବାଣପୁର ଆତ୍ମା ଅଧ୍ୟକ୍ଷ ଶୁକାନ୍ତ କୁମାର ବିଷୋୟୀ, ବାଣପୁର ଏମଆଇ ତ୍ରିଲୋଚନ ସାହୁ, କୁମାରଙ୍ଗ ସରପଞ୍ଚ ମନୋଜ କୁମାର ପ୍ରଧାନ ଓ ଗାଲୁଆ ସରପଞ୍ଚ ପ୍ରତିନିଧି ଚିତ୍ତରଞ୍ଜନ ସାମନ୍ତରାୟ ଯୋଗ ଦେଇଥିଲେ। ଏହା ସହିତ ଚାଷୀ କମିଟି ତରଫରୁ ଗୋବିନ୍ଦ ଘଡାଇ, ସ୍ୱାଧୀନ ପ୍ରଧାନ, ଶୁଭେନ୍ଦୁ ବାରିକ, ରାଜକିଶୋର କାଣ୍ଡି, ବିଜୟ କୁମାର ଦାଶ ଓ ରାଜକିଶୋର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।

Read More

କନ୍ଦର୍ପ ବେହେରା ରେଢାଖୋଲ: ଆଜି ରେଢାଖୋଲ ଓ ନାକଟିଦେଉଳ ବ୍ଲକ୍ ବିଜେପି ପକ୍ଷରୁ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଥାନାରେ ଏକ ଏତଲା ଦେଇଥିବା ଜଣା ପଡିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଧାନମନ୍ତ୍ରୀଙ୍କର ଏକ ଯୋଜନା। କେନ୍ଦ୍ରସରକାର ଦେଇଥିବା ଏହି ଯୋଜନାକୁ ରାଜ୍ୟ ସରକାର ବିଜ୍ଜୁ ପକ୍କାଘର ନାମରେ ସରକାରୀ କର୍ମଚାରୀଙ୍କୁ ନିୟୋଜିତ କରି ଦଳୀୟ ପ୍ରଚାର କରୁଥିବା ଓ ବିଜ୍ଜୁ ପକ୍କାଘର ନାମରେ ଓଡିଶା ସରକାରଙ୍କ ଏକ ଷ୍ଟିକର ଘରେ ଲଗାଇବା ଘଟଣାକୁ ବିଜେପି ଦୃଢ ନିନ୍ଦା କରିବା ସହ ଏହାକୁ ବିରୋଧ କରିଛି। ଆଜି ରେଢାଖୋଲ ଓ ନାକଟିଦେଉଳ ବ୍ଲକ୍ ରେ ବିକ୍ଷୋଭ ସହ ବିଜ୍ଜୁ ପକ୍କାଘର ଷ୍ଟିକରକୁ ଚିରି ଦିଆଯାଇଥିଲା। ନବୀନ ପଟ୍ଟନାୟକଙ୍କ ନାମରେ ଆଇପିସି ର ୪୨୦ ଧାରା ଅନୁଯାୟୀ କେସ୍ ରୁଜୁ କରାଯାଇଥିଲା। ରେଢାଖୋଲ ବିଜେପି ସଭାପତି ରାମାନୁଜ ମହାପାତ୍ର, ଅମର କୁମାର ସିଂ, ନରେନ୍ଦ୍ର କୁମାର ମଲ୍ଲୀକ, ରାଜେନ୍ଦ୍ର ପ୍ରସାଦ ବୈଠାରୁ ସାଂସଦ ପ୍ରତିନିଧି…

Read More