Author: Samikhsya Bureau

ଖୋର୍ଦ୍ଧା: ବରଯାତ୍ରୀରେ ଯାଇଥିବା ଯୁବକଙ୍କ ମୃତ୍ୟୁକୁ ୧୪ ଦିନ ବିତିଯାଇଥିଲେ ମଧ୍ୟ ପୋଲିସର ତଦନ୍ତରେ ଶିଥିଳତା ଦେଖାଯାଉଥିବା ଅଭିଯୋଗ ହୋଇଛି। ଏନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଯିବା ସହ ସ୍ଥାନୀୟ ଅଞ୍ଚଳରେ ଏକ ବୈଠକ ବସିଛି। ଉଲ୍ଲେଖଯୋଗ୍ୟ ଯେ, ଗତ ୯ ତାରିଖ ବୁଧବାର ରାତିରେ ବରଯାତ୍ରୀ ଭୋଜି ଖାଇବାକୁ ଯାଇଥିବା ଜଣେ ଯୁବକ ନିଖୋଜ ହୋଇଥିବା ନେଇ ଜଂକିଆ ଥାନାରେ ଅଭିଯୋଗ ହୋଇଥିଲା। ନିଖୋଜ ଯୁବକ ଜଣଙ୍କ ନିରାକାରପୁର ଥାନା ଡିଆ ଗ୍ରାମର ବିକାଶ କୁମାର ସାହୁ। କିନ୍ତୁ ଦୁଇଦିନ ପରେ ତାଙ୍କର ମୃତଦେହ ଏକ କୂଅରୁ ମିଳିଥିଲା। ଗାଁ ସାଙ୍ଗ ବାହାଘରରେ ବରଯାତ୍ରୀ ଯାଇଥିବା ବେଳେ କୈ।ଣସି କାରଣରୁ ଗଣ୍ଡଗୋଳ ମାଡପିଟ ହୋଇଥିଲା। ମାଟପିଟ ପର ଠାରୁ ସମସ୍ତ ବରଯାତ୍ରୀ ଘରକୁ ଫେରିଥିବା ବେଳେ ବିକାଶ ଘରକୁ ଫେରିନଥିଲେ। ପରିବାର ଲୋକେ ଅନେକ ଖୋଜାଖୋଜି କରି ବିକାଶର ସନ୍ଧାନ ପାଇନଥିଲେ। ବିକାଶର ପତ୍ତା ନମିଳିବାରୁ ବିକାଶର…

Read More

ଭୁବନେଶ୍ଵର: ଆଜି ରାଜ୍ୟରୁ ୩୦୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଅନୁଗୁଳରୁ ୫୧, ଖୋର୍ଦ୍ଧାରୁ ୩୬, ସୁନ୍ଦରଗଡରୁ ୩୦, କଟକରୁ ୨୭, ମୟୂରଭଞ୍ଜରୁ ୨୧, ପୁରୀରୁ ୨୧, ବରଗଡରୁ ୧୫, ନୂଆପଡ଼ାରୁ ୧୪, ବାଲେଶ୍ବରରୁ ୧୧, ଜଗତସିଂହପୁରରୁ ୧୧, ସମ୍ବଲପୁରରୁ ୧୦, ଝାରସୁଗୁଡାରୁ ୭, କଳାହାଣ୍ଡିରୁ ୭, ଗଞ୍ଜାମରୁ ୮, କେନ୍ଦ୍ରାପଡାରୁ ୭, ଭଦ୍ରକରୁ ୫, ଗଜପତିରୁ ୫, କେନ୍ଦୁଝରରୁ ୩, କୋରାପୁଟରୁ ୩, ନବରଙ୍ଗପୁରରୁ ୨, ଦେବଗଡରୁ ୧, ଯାଜପୁରରୁ ୧, ନୟାଗଡରୁ ୧ ଏବଂ ଷ୍ଟେଟପୁଲରୁ ୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୨ ହଜାର ୬୪୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୭ ହଜାର…

Read More

ଭୁବନେଶ୍ୱର: ଆଜି ରାଜ୍ୟରେ ଆଇପିଏସ ସ୍ତରରେ ଏକ ବଡ ଧରଣର ଅଦଳବଦଳ କରାଯାଇଛି। ଡିଆଇଜି ଓ ଏସପି ସ୍ତରରେ ଏହି ବଦଳି ହୋଇଛି। ୧୩ ଜିଲ୍ଲାର ଏସପିଙ୍କୁ ବଦଳି କରାଯାଇଛି। ୧-ତାଳଚେର ଆଇଜି ନରସିଂହ ଭୋଳଙ୍କୁ ସମ୍ବଲପୁର ଆଇଜି ଭାବେ ୨-ଭଦ୍ରକ ଏସପି କୋରାପୁଟ ଡିଆଇଜି ପଣ୍ଡିତ ରାଜେଶ ଉତ୍ତମ ରାଓଙ୍କୁ କୋରାପୁଟ ଡିଆଇଜି ୩- କୋରାପୁଟ ଡିଆଇଜି ସଫିନ ଅହମ୍ମଦଙ୍କୁ ଟେକ୍ନିକାଲ ଡିଆଇଜି ୪-ଏସପି ସିଆଇଡି ସିବି ସାର୍ଥକ ଷଡଙ୍ଗୀଙ୍କୁ  ଅନୁଗୁଳ ଡିଆଇଜି ୫-ଏସପି, ଇଓଡବ୍ଲୁ ଅବିନାଶ କୁମାରଙ୍କୁ ଏସଏପି ଡିଆଜି ୬-ଏସପି କେନ୍ଦ୍ରପଡା ନୀତିଶେଖରଙ୍କୁ ପରିବହନ ବିଭାଗ ଅତିରିକ୍ତ କମିଶନର ୭- କହଳାହାଣ୍ଡି  ଏସପି ବି ଗଙ୍ଗାଧରଙ୍କୁ ସମ୍ବଲପୁର ଏସପି ୮-ଯାଜପୁର ଏସପି ଚରଣ ସିଂହ ମୀନାଙ୍କୁ ଭଦ୍ରକ ଏସପି ୯-ରାଉରକେଲା ଏସପି କେ ଶିବା ସୁବ୍ରମଣିଙ୍କୁ ଢେଙ୍କାନାଳ ଏସପି ୧୦-ଝାରସୁଗୁଡା ଏସପି ରାହୁଲ ପିଆରଙ୍କୁ ଯାଜପୁର ଏସପି ୧୧-ବଲାଙ୍ଗିରି ଏସପି ଏମ. ସନ୍ଦିପ ସମ୍ପଦଙ୍କୁ କେନ୍ଦ୍ରାପଡା ଏସପି…

Read More

କନ୍ଦର୍ପ ବେହେରା ରେଢାଖୋଲ: କିଛି ଦିନ ହେଲା ରେଢାଖୋଲ ବନଖଣ୍ଡରେ ହାତୀମାନଙ୍କର ଆତଙ୍କରାଜରେ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତକାଲି ରାତିରେ ହାତୀପଲ ଡଇଁଚା ଗାଁ କୁ ପଶି ଆସି ଖଳାଭିତରେ ପଶି ଧାନ ବିଡା ଖାଇବା ସହ ଧାନ ଅମଳ କରି ରଖିଥିବା ୩ ଜଣ ଚାଷୀଙ୍କର ଧାନ ବସ୍ତାକୁ ଟେକି ନେଇଥିବା ଜଣା ପଡିଛି। ପ୍ରକାଶ ଯେ, ରେଢାଖୋଲ ବନଖଣ୍ଡ ଡଇଁଚା ଗ୍ରାମରେ ଗତକାଲି ରାତି ପ୍ରାୟ ୧୨ ଟାରେ ୧୩ ରୁ ଉର୍ଦ୍ଧ୍ୱ ହାତୀ ନିକଟସ୍ଥ ହିନ୍ତରାଇ ଗ୍ରାମପଟୁ ଆସି ଗାଁ ପାଖରେ ଥିବା ଗ୍ରାମର ସନାତନ ଧଳଙ୍କ ଖଳାକୁ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରିଦେଇଥିଲେ। ଖଳାରେ ସନାତନ ଧଳଙ୍କ ମଝିଆଁ ପୁଅ ଦେବରାଜ ଧଳ ଏକାକୀ ଶୋଇଥିଲେ। ହାତୀ ପଲ ଖଳାକୁ ପଶୁଥିବାର ଜାଣିପାରି ସେ ଦୌଡି ଆସି ପାଟି କରିଥିଲେ। ହାଟପଦା ସାହିର ଲୋକମାନେ ଆସି ବାଣ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଐତିହାସିକ ମନ୍ଦିର ଶ୍ରୀ ଶ୍ରୀ ଦକ୍ଷେଶ୍ୱର ମନ୍ଦିର ପରିସରରୁ ୨୨ ଗୋଟି ମୂଲ୍ୟବାନ ମୂର୍ତ୍ତି ଚୋରି ହେବାର ଚବିଶ ଘଣ୍ଟାରୁ ଉର୍ଦ୍ଧ୍ଵ ସମୟ ବିତିଯାଇଛି। ହେଲେ ପୋଲିସ ଏପର୍ଯ୍ୟନ୍ତ ଦୁର୍ବୃତ୍ତମାନଙ୍କୁ ଧରିବାରେ ସକ୍ଷମ ହୋଇପାରିନାହିଁ। ଏହି ପ୍ରତିବାଦରେ ଆଜି ସଂଧ୍ୟାରେ ଦକ୍ଷେଶ୍ୱର ମନ୍ଦିର ସାମ୍ନାରେ ଭାରତୀୟ ଜନତା ପାର୍ଟି ତରଫରୁ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ବିଜେପି ସମ୍ପାଦକ ବିଦ୍ୟୁତ କୁମାର କାଣ୍ଡି ଉକ୍ତ ବିକ୍ଷୋଭର ନେତୃତ୍ୱ ନେଇ ଐତିହାସିକ ମନ୍ଦିରରୁ ହୋଇଥିବା ଚୋରିର ପର୍ଦ୍ଦାଫାଶ କରିବା ସହ ଯଥାଶୀଘ୍ର ଦୁର୍ବୃତ୍ତମାନଙ୍କୁ ଗିରଫ କରାଯାଉ ବୋଲି ଦାବି କରିଥିଲେ। ଏଥିପାଇଁ ସେ ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ଚିଲିକା ନିର୍ବାଚନମଣ୍ଡଳୀରେ ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ବିଗୁଡୁଥିବାରୁ ଯଥାଶୀଘ୍ର ସ୍ଥାନୀୟ ଏବଂ ଜିଲ୍ଲା ପ୍ରଶାସନ ଗୁରୁତର ଭାବେ ଏଥିପ୍ରତି ଦୃଷ୍ଟିଦେବାକୁ ଶ୍ରୀ କାଣ୍ଡି ଅନୁରୋଧ କରିଥିଲେ। ଉକ୍ତ…

Read More

ପିଣ୍ଟୁ ବିଶୋୟି ବେଗୁନିଆପଡ଼ା: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ କୁମ୍ଭାରଗାଁ ଗ୍ରାମରେ ନିଆଁ ଲାଗି ବ୍ୟାପକ ଆଖୁ ଫସଲ ନଷ୍ଟ ହୋଇଯାଇଥିବା ଖବର ହସ୍ତଗତ ହୋଇଛି। ସୂଚନା ଅନୁଯାୟୀ, ଆଜି ଅପରାହ୍ନ ସମୟରେ କୌଣସି କାରଣ ବଶତଃ କୁମ୍ଭାରଗାଁ ଗ୍ରାମରେ ଏକ ପାଳ ଗଦାରେ ନିଆଁ ଲାଗି ଯାଇଥିଲା। ଧୀରେ ଧୀରେ ସେହି ନିଆଁ ନିକଟରେ ଥିବା ଆଖୁ ଜମିକୁ ସ୍ପର୍ଶ କରିବାରୁ ଜିତୁ ସ୍ଵାଇଁଙ୍କ ତିନି ଏକର, କିଶୋର ପାଢୀଙ୍କ ଦୁଇ ଏକର ଓ ଦେବରାଜ ଜେନାଙ୍କ ଏକ ଏକରର ଆଖୁ ବିଲକୁ ନିଆଁ ବ୍ୟାପି ଯାଇଥିଲା। ଅଗ୍ନିଶମ ବିଭାଗ ଆସିବା ବେଳକୁ ଲୋକେ ନିଆଁକୁ ଆୟତ କରିବାରେ ସମର୍ଥ ହୋଇଥିଲେ ମଧ୍ୟ ବହୁ ଫସଲ ନଷ୍ଟ ହୋଇଥିବା ସୂଚନା ରହିଛି। କ୍ଷତିଗ୍ରସ୍ତ ଏହି ତିନି ଆଖୁ ଚାଷୀଙ୍କୁ ସହାୟତା ପ୍ରଦାନ ନିମନ୍ତେ ଗ୍ରାମବାସୀମାନେ ଦାବୀ କରିଛନ୍ତି।

Read More

ପୁରୀ: ମହାପ୍ରଭୁଙ୍କ ଦର୍ଶନ ପାଇଁ ନୂଆ ଏସଓପି ଜାରି କରାଯାଇଛି। ଦୀର୍ଘ ୯ ମାସ ଧରି କାଳିଆ ଦର୍ଶନ ପାଇଁ ଯେଉଁ କଟକଣା ଲାଗିଥିଲା ତାହାର ଅନ୍ତ ଘଟିଛି। ବହୁ ପ୍ରତୀକ୍ଷା ପରେ ଭକ୍ତଙ୍କୁ କାଳିଆ ଦର୍ଶନ ପାଇଁ ଅନୁମତି ମିଳିଛି। ତେବେ କାଳିଆକୁ ଦର୍ଶନ କରିବା ପାଇଁ କିଛି ନୂତନ କଟକଣା ଲାଗୁ କରାଯାଇଛି। ଶ୍ରୀମନ୍ଦିର ଭିତରେ ଦୀପ ଜାଳିବାକୁ ସଂପୂର୍ଣ୍ଣ ବାରଣ କରାଯାଇଛି। ଶ୍ରୀମନ୍ଦିର ଭିତରକୁ ଭୋଗ, ଫୁଲ, ଦୀପ ନେବା ମନା। ଏହା ସହ ମନ୍ଦିର ଭିତରେ କୌଣସି ପ୍ରତିମାକୁ ବି ଛୁଇଁପାରିବେନି ଭକ୍ତ। ମନ୍ଦିର ଭିତରେ ଓ ବାହାରେ ମାସ୍କ୍ ପିନ୍ଧିବା ଜରୁରୀ। ମନ୍ଦିର ଭିତରକୁ ଯିବା ସମୟରେ ପ୍ରତ୍ୟକ ଭକ୍ତ ଓ ଶ୍ରଦ୍ଧାଳୁ ହାତକୁ ସାନିଟାଇଜ କରିବେ। ସେହିପରି ମନ୍ଦିର ଭିତରେ ପାନ ଓ ଗୁଟଖା ଖାଇବା ମଧ୍ୟ ନିଷେଧ କରାଯାଇଛି। ତେବେ ସେବାୟତମାନେ ପ୍ରଥମ ପର୍ଯ୍ୟାୟରେ ମାହାପ୍ରଭୁଙ୍କ ଦର୍ଶନ କରୁଛନ୍ତି। ୨୫ ତାରିଖ…

Read More

ମୁମ୍ବାଇ, ଦୀର୍ଘ  ଦିନ ଧରି ସୁଟିଂରେ କାମ କରିବା ପରେ ଅଭିନେତା ଅଭିନେତ୍ରୀମାନେ ଟିକିଏ ବ୍ରେକ ନେବାକୁ ଚାହାଁନ୍ତି। ଗୋଟିଏ ଦିନ ଛୁଟି ହେଲେ ମଧ୍ୟ ସେମାନେ ଯାହା ଭଲ ପାଆନ୍ତି ତାହା କରିବାକୁ ଚେଷ୍ଠା କରନ୍ତି।  ଏହା ସେମାନଙ୍କୁ ଫୁର୍ତ୍ତି କରିବାରେ ସାହାଯ୍ୟ କରେ ଏବଂ ଆଗାମୀ ଲମ୍ବା କାର୍ଯ୍ୟସୂଚୀ ପାଇଁ ସେମାନଙ୍କୁ ମାନସିକତା ଚାପରୁ ମୁକ୍ତି କରେ | ନିକଟରେ ଡଙ୍ଗଲ ଟିଭିର ‘ଆଏ ମେରେ ହମସଫର’ ଅଭିନେତ୍ରୀ ଋଷିନା କାନ୍ଧାରୀ  ସୁଟିଂରୁ ଗୋଟିଏ ଦିନ ଛୁଟି ନେଇଥିଲେ ଏବଂ ବେଶ ବୁଲାବୁଲି ମଧ୍ୟ କଲେ। ଅଭିନେତ୍ରୀ ଋଷିନା ନିଜକୁ ‘ପ୍ରକୃତିର ଝିଅ’ ବୋଲି କହିବାକୁ ପସନ୍ଦ କରନ୍ତି କାରଣ ସେ ପ୍ରକୃତିର ଚତୁର୍ଦ୍ଦିଗରେ ରହିବାକୁ ଭଲ ପାଆନ୍ତି। ଯେତେବେଳେ ବି ସେ ସମୟ ପାଆନ୍ତି, ସେ ପ୍ରକୃତି ସହ କିଛି ସମୟ କାଟିବାକୁ ପସନ୍ଦ କରନ୍ତି। ତେଣୁ ଏଥର ଯେତେବେଳେ ସେ ଏକ ବିରତି ପାଇଲେ, ସେ…

Read More

ନୂଆଦିଲ୍ଲୀ, ଭୋଜପୁରୀ ଅଭିନେତ୍ରୀ ରାନୀ ଚାଟାର୍ଜୀଙ୍କ ନୂଆ ଗୀତ ‘ଯା ଝାର କେ’ ରିଲିଜ ହୋଇଛି। ଅଭିନେତ୍ରୀ ନିଜେ ଇନଷ୍ଟାଗ୍ରାମରେ ଏହି ଗୀତ ରିଲିଜ ବିଷୟରେ ସୂଚନା ଦେଇଛନ୍ତି। ସେ ଗୀତର ଭିଡିଓର ଏକ ଅଂଶ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅଭିନେତ୍ରୀ ନିଜେ ଏହି ଗୀତ ଗାଇଛନ୍ତି। ଏହି ଗୀତରେ ଆଦିତ୍ୟ ମୋହନ ଅଛନ୍ତି। ରାନୀଙ୍କ ପ୍ରଶଂସକମାନେ ଏହି ନୂତନ ଗୀତକୁ ବହୁତ ପସନ୍ଦ କରିଛନ୍ତି ଏବଂ ସେମାନଙ୍କର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। ଇନଷ୍ଟାଗ୍ରାମରେ ଗୀତର ରିଲିଜ୍ ବିଷୟରେ ସୂଚନା ଦେବାବେଳେ ରାନୀ ଚାଟାର୍ଜୀ ଲେଖିଛନ୍ତି, ‘ମୋର ନୂଆ ଗୀତ (ଯା ଝାର କେ) ରିଲିଜ୍ ହୋଇଛି। ତୁମେମାନେ ଷ୍ଟୋରୀକୁ ଯାଅ ଏବଂ ଗୀତ ଶୁଣିବାକୁ ସ୍ୱାଇପ୍ ଅପ୍ କର। ମୋର ନୂଆ ଗୀତକୁ ସେୟାର ଏବଂ ଉପଭୋଗ କର। ”ବ୍ୟାଟ୍ ଦେ ରାନୀଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମରେ 1 ମିଲିୟନରୁ ଅଧିକ ଫଲୋ କରୁଛନ୍ତି।…

Read More

ଭୁବନେଶ୍ବର, ଦକ୍ଷିଣ କେନ୍ଦ୍ରୀୟ ରେଳପଥ ବିଜୟୱାଡା ରେଳମଣ୍ଡଳ ଅନ୍ତର୍ଗତ ରାଜମହେନ୍ଦ୍ରୀ ରେଳଷ୍ଟେସନ ଠାରେ ୟାର୍ଡ଼ ନବୀକରଣ ସହିତ ସଂରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର‌୍ୟ୍ୟକୁ ଦୃଷ୍ଟିରେ ରଖି, ନିମ୍ନଲିଖିତ ଅନୁଯାୟୀ କେତେକ ଟ୍ରେନ୍କୁ ବାତିଲ୍ ଏବଂ କେତେକର ମାର୍ଗ ପରିବର୍ତ୍ତନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଟ୍ରେନର ବାତିଲ୍: ୧-  ୦୨୭୧୭/୦୨୮୧୮ ବିଶାଖାପାଟନମ୍-ବିଜୟୱାଡା-ବିଶାଖାପାଟନମ୍ ସ୍ପେଶାଲ୍ ୨୫ ଡିସେମ୍ବରରୁ ୮ ଜାନୁଆରୀ, ୨୦୨୧ ମଧ୍ୟରେ ଉଭୟ ଦିଗରୁ ବାତିଲ୍ ହୋଇ ରହିବ । ୨- ୦୭୪୮୮/୦୭୪୮୭ ବିଶାଖାପାଟନମ୍-କଡପା-ବିଶାଖାପାଟନମ୍ ସ୍ପେଶାଲ୍ ବିଶାଖାପାଟଣା ଠାରୁ ୨୫ ଡିସେମ୍ବର ଠାରୁ ୭ ଜାନୁୟାରୀ ପର‌୍ୟ୍ୟନ୍ତ ଏବଂ କଡପା ଠାରୁ ୨୬ ଡିସେମ୍ବର ରୁ ୮ ଜାନୁୟାରୀ ପର‌୍ୟ୍ୟନ୍ତ ବାତିଲ ରହିବ । ୩- ୦୨୫୧୦/୦୨୫୦୯ ଗୌହାଟୀ-ବାଙ୍ଗାଲୋର କ୍ୟାଣ୍ଟ-ଗୌହାଟୀ ବିଶେଷ ଟ୍ରେନ ଗୌହାଟୀ ଠାରୁ ୨୭ ଡିସେମ୍ବର ରୁ ୫ ଜାନୁୟାରୀ ପର‌୍ୟ୍ୟନ୍ତ ଏବଂ ବାଙ୍ଗାଲୋର ଠାରୁ ୩୦ ଡିସେମ୍ବର ରୁ ୮ ଜାନୁୟାରୀ ପର‌୍ୟ୍ୟନ୍ତ ବାତିଲ ରହିବ ।…

Read More

ଭୁବନେଶ୍ୱର: ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ ଛାତ୍ର ନେତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ବିଜେଡି ସୁପ୍ରିମୋ ଛାତ୍ର ନେତାମାନଙ୍କୁ ୩ ଟି ମନ୍ତ୍ର ଦେଇଛନ୍ତି। ନିଜ ଭିତରେ ଥିବା ପ୍ରତିଭାର ବିକାଶ କରିବା, ବାପା ମାଙ୍କ ପ୍ରତି ଦାଇତ୍ୱ ପ୍ରତି ଧ୍ୟାନ ଦେବା ଏବଂ ସମାଜର ଉନ୍ନତି ଆଉ ମଙ୍ଗଳ ପାଇଁ କାମ କରିବା ପାଇଁ ଛତ୍ର ନେତାଙ୍କୁ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ଯୋଗେ ସମ୍ବୋଧିତ କରି ଏହି ମନ୍ତ୍ର ଦେଇଛନ୍ତି। ସେ ଛାତ୍ରମାନଙ୍କୁ ସାରଥୀ ବୋଲି କହି ଅବିହିତ କରିଛନ୍ତି। ସରକାରଙ୍କ ସବୁ କଥାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଆହ୍ୱାନ ଦେଇଛନ୍ତି। ସେହିପରି ଏହି କାର୍ଯ୍ୟକାରିଣୀକୁ ସମ୍ବୋଧନ କରି ଦଳର ସାଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନୀତି ଆଦର୍ଶରେ ଲୋକଙ୍କ ପାଇଁ ଯେଭଳି କାମ କରୁଛନ୍ତି ତାଙ୍କ ନୀତି…

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଆଜି ଜିଲ୍ଲାପାଳ ସନତ କୁମାର ମହାନ୍ତି ଖୋର୍ଦ୍ଧା ଜିଲ୍ଲାର ପ୍ରଥମ ଧାନମଣ୍ଡିକୁ ଉଦଘାଟନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଟାଙ୍ଗୀ ବ୍ଲକ ଅଧିନସ୍ଥ ବଡପୋଖରୀଆ ସେବା ସମବାୟ ସମିତି ଲିଃ ମାଧ୍ୟମରେ ଚାଷୀ ମାନଙ୍କ ଠାରୁ ଧାନ କିଣା ଆରମ୍ଭ ହୋଇଯାଇଛି। ଜିଲ୍ଲାରେ ଆଜି ପ୍ରତି ବ୍ଲକ ଅଧିନରେ ସେବାସମବାୟ ସମିତିର ଧାନ କିଣା ଆରମ୍ଭ ହୋଇଛି। ଜିଲ୍ଲାରେ ଧାନ ଚାଷୀମାନଙ୍କ ଠାରୁ ଧାନ କ୍ରୟ କରିବା ପାଇଁ ୧୪ ଲକ୍ଷ କ୍ୟୁଣ୍ଟାଲ ଧାନ ଲକ୍ଷ ଧାର୍ଯ୍ୟ କରାଯାଇଛି। ପ୍ରତି ମଣ୍ଡିରେ କିଭଳି ସୁଚାରୁରୂପେ ଧାନ ସଂଗ୍ରହ କରାଯାଇ ପାରିବ ଏବଂ ଚାଷୀ ମାନେ ଟୋକେନ ପାଇ ଠିକରେ ଧାନ ଦେଇ ପାରିବେ ସେଥିପାଇଁ ପ୍ରତି ବ୍ଲକରେ ଚାଷୀ କମିଟି କରି ଧାନ କିଣିବା ପାଇଁ ସୁଚାରୁରୂପେ ବ୍ୟବସ୍ଥା ହୋଇଥିବା କହିଛନ୍ତି ଜିଲା ଯୋଗାଣ ଅଧିକାରୀ। ଟାଙ୍ଗୀ ବ୍ଲକରେ ମୋଟ ୧୪ ଟି ସେବା ସମବାୟ ସମିତି ମାଧ୍ୟ୍ୟମରେ ଚାଷୀ…

Read More

ଭୁବନେଶ୍ବର: ବାରିପଦାରେ ଅବସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟକୁ ମୟୂରଭଞ୍ଜର ପୂର୍ବତନ ମହାରଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ନାମିତ କରାଗଲା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହା ସହିତ ବିଶ୍ୱବିଦ୍ୟାଳୟ ଲାଇବ୍ରେରୀର ଉନ୍ନତି ପାଇଁ ମଧ୍ୟ ସରକାର ପଦକ୍ଷେପ ନେବେ। ସୂଚନାଯୋଗ୍ୟ ଯେ ଓଡ଼ିଶାର ବିକାଶରେ ମୟୂରଭଞ୍ଜ ମହାରାଜାଙ୍କ ବିଶେଷ ଅବଦାନ ରହିଛି ଏବଂ ଚଳିତ ବର୍ଷ ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୦ ତମ ଜୟନ୍ତୀ ପାଳନ କରାଯାଉଛି।

Read More

ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ  ମଧ୍ୟ ହ୍ରାସ ଦେଖାଦେଇଛି। ରାଜ୍ୟରେ ଆଉ ୩ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୮୪୬ କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରେ ବାଲେଶ୍ଵର, ଭୁବନେଶ୍ବର ଏବଂ ସୁନ୍ଦରଗଡରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ବାଲେଶ୍ଵରରୁ ଜଣେ ୮୦ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଥିବା ବେଳେ ଭୁବନେଶ୍ବରରୁ ଜଣେ ୬୮ ବର୍ଷୀୟ ମହିଳା ଏବଂ ସୁନ୍ଦରଗଡରୁ ଜଣେ ୬୪ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।

Read More

ବାଲେଶ୍ବର: ବାଲେଶ୍ଵର ଚାନ୍ଦିପୁର ଘାଟିରୁ ଉନ୍ନତମାନର ମିଶାଇଲ କୁଇକ ରେସ୍ପୋନ୍ସ ମିଶାଇଲ ସିଷ୍ଟମ‌ ପରୀକ୍ଷା ହେବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଥିପାଇଁ ପ୍ରତିରକ୍ଷା ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ କରାଯାଇଛି। ଚାନ୍ଦିପୁର ଆଇଟିଆର କ୍ଷେପଣାସ୍ତ୍ର ଘାଟି ୩ନମ୍ବର ଲଞ୍ଚ ପ୍ୟାଡ୍‌ରୁ ଏହି ମିଶାଇଲ ଉତ୍‌କ୍ଷେପଣ କରାଯିବ। ସେଥିପାଇଁ ଡିଆରଡିଓ ପକ୍ଷରୁ ୩ ନମ୍ବର ଲଞ୍ଚ ପ୍ୟାଡ୍‌ ରେଞ୍ଜ ଭିତରେ ପ୍ରାୟ ଅଢେଇ କିଲୋମିଟର ଅଞ୍ଚଳରେ ବସତି ସ୍ଥାପନ କରୁଥିବା ଲୋକମାନଙ୍କୁ ସ୍ଥାନାନ୍ତରିତ କରାଯାଉଛି। ୪ ଟି ପଞ୍ଚାୟତର ପ୍ରାୟ ୮୦୦୦ ଲୋକଙ୍କୁ ଅସ୍ଥାୟୀ ଭାବେ ବିସ୍ଥାପିତ କରାଯାଉଛି। ଲୋକଙ୍କ ସହ ଗୃହପାଳିତ ପଶୁଙ୍କୁ ମଧ୍ୟ ସ୍ଥାନାନ୍ତରିତ କରାଯାଉଛି। ବାଲେଶ୍ୱର ଜିଲ୍ଲା ସଦର ତହସିଲଦାର ଓ ରେମୁଣା ତହସିଲଦାର ଲୋକଙ୍କୁ ଅସ୍ଥାୟୀ ଶିବିରକୁ ନେବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ବିସ୍ଥାପିତ ହେଉଥିବା ପରିବାରକୁ କେନ୍ଦ୍ର ସରକାର ପକ୍ଷରୁ କ୍ଷତିପୂରଣ ପାଇଁ କିଛି ଆର୍ଥିକ ସହାୟତା ଦିଆଯାଉଥିବା କୁହାଯାଉଛି।

Read More

ଭୁବନେଶ୍ବର: ରାଜ୍ୟରେ ଆଜି ୩୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୨୧୦ ଜଣ ଚିହ୍ନଟ ହୋଇଥିବାବେଳେ ୧୫୪ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୭ହଜାର ୨୭୯ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୨୨ ହଜାର ୩୪୪ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩ ହଜାର ୩୬ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୮୪୩ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୫ଟି ଜିଲ୍ଲାରୁ ମୋଟ୍‌ ୩୬୪ ଜଣ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୬୪ ଜଣ ଚିହ୍ନଟ ହୋଇଥିବାବେଳେ…

Read More

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ଶୀତ ବଢିବାରେ ଲାଗିଛି। ରାଜ୍ୟର ୧୩ ଟି ସହରରେ ୧୦ ଡିଗ୍ରୀ ତଳେ ରହିଛି ତାପମାତ୍ରା। ଫୁଲବାଣୀରେ ସର୍ବନିମ୍ନ ୪ ଡିଗ୍ରୀ ସେଲସିଅସ ତାପମାତ୍ରା ଥିବା ବେଳେ ଦାରିଙ୍ଗିବାଡ଼ିରେ ୫ ଡିଗ୍ରୀ ସେଲସିୟସକୁ ଖସିଛି ପାରଦ। ସେହିପରି ଅନୁଗୁଳରେ ୫.୬, କୋରାପୁଟରେ ଓ ସୁନ୍ଦରଗଡ଼ରେ ୭, ଝାରସୁଗୁଡ଼ାରେ ୭.୮, ଭବାନୀପାଟଣାରେ ୮, କେନ୍ଦୁଝରରେ ୮.୮, ବାରିପଦା ଓ ବୌଦ୍ଧରେ ୯, ବଲାଙ୍ଗିର ୯.୨, ସୋନପୁର ୯.୪ ଓ ମାଲକାନଗିରିରେ ୧୦ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି। ତେବେ କଟକରେ ୧୧ ଓ ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୨.୪ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି। ଆଗାମୀ ଦୁଇ ଦିନ ତାପମାତ୍ରା ଆହୁରି କମିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ୧୬ ନଂ ଜାତୀୟ ରାଜପଥ ଉଗ୍ରତାରା ଛକ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀ ବାହୀ ଅଟୋ ରିକସା୍। ଏହି ଦୁର୍ଘଟଣାରେ ୬ ରୁ ଅଧିକ ମହିଳା ଆହତ ହୋଇଥିବା ବେଳେ ୪ ମହିଳା ଗୁରୁତର ଅଛନ୍ତି। ସୂଚନା ଅନୁଯାୟୀ, ଟାଙ୍ଗୀ ଥାନା ଭୁଷଣ୍ଡପୁର ଗ୍ରାମର ମହିଳା ଶ୍ରମିକମାନେ ଚାନ୍ଦପୁର ବେଣ୍ଟ ଗ୍ରାମ ନିକଟରେ ଥିବା ଶ୍ରୀରାଗମ୍ ଏକ୍ସପର୍ଟ ପ୍ରା ଲିଃ ନାମକ ଏକ ଚିଙ୍ଗୁଡି କଂପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ପ୍ରତିଦିନ ପରି ଗତକାଲି ସନ୍ଧ୍ୟାରେ କମ୍ପାନୀ କାମ ସାରି ୧୦ ରୁ ଉର୍ଦ୍ଧ୍ଵ ମହିଳା ଅଟୋ ରିକ୍ସାରେ ଘରକୁ ଫେରୁଥିବା ବେଳେ ଉଗ୍ରତାରା ଛକ ନିକଟରେ ଦୁର୍ଘଟଣା ହୋଇଥିଲା। ଅଟୋ ରିକ୍ସାଟି ଭ‍ାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା। ତେବେ କୌଣସି ଏକ କାମରେ ସେହି ରାସ୍ତା ଦେଇ ବାଣପୁର ବିଡିଓ ଡ.ଶୁଭଶ୍ରୀ ତ୍ରିପାଠୀ ଯାଉଥିବା ବେଳେ ଏହି ଦୁର୍ଘଟଣାଟିକୁ ଦେଖିଥିଲେ। ଡ.…

Read More

ଭୁବନେଶ୍ବର, ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରୁ ଛାଡୁଥିବା ପାର୍ବଣ ବିଶେଷ ଟ୍ରେନ ଗୁଡିକର ଚଳାଚଳ ଅବଧିକୁ ୨୦୨୧ ଜାନୁୟାରୀ ମାସ ଶେଷ ପର୍ଯ୍ୟନ୍ତ ବୃଦ୍ଧିକରିବାକୁ ନିଷ୍ପତ୍ତି ନିଆଯାଇଅଛି। ବର୍ତ୍ତମାନ, ୨୦ ଟି ଯୋଡ଼ା ପାର୍ବଣ ବିଶେଷ ଟ୍ରେନ ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରୁ ଯାତାୟାତ କରୁଅଛି । 01. ଭୁବନେଶ୍ୱର ରୁ ପ୍ରତି ବୁଧବାର ଓ ରବିବାର ଦିନ ଏବଂ ଆନନ୍ଦ ବିହାର ରୁ ପ୍ରତି ମଙ୍ଗଳବାର ଓ ଶୁକ୍ରବାର ଛାଡୁଥିବା ୦୨୮୧୯/୦୧୮୨୦ ଭୁବନେଶ୍ୱର-ଆନନ୍ଦ ବିହାର-ଭୁବନେଶ୍ୱର ବିଶେଷ ଟ୍ରେନ ଭୁବନେଶ୍ୱର ରୁ ଜାନୁୟାରୀ ୩୧ ତାରିଖ ପର୍ଯ୍ୟନ୍ତ ଏବଂ ଆନନ୍ଦ ବିହାର ରୁ ଫେବୃୟାରୀ ଦୁଇ ତାରିଖ ପର୍ଯ୍ୟନ୍ତ ଚଳାଚଳ କରିବ। 02. ଭୁବନେଶ୍ୱର ରୁ ପ୍ରତି ସୋମବାର ଓ ଗୁରୁବାର ଏବଂ ମୁମ୍ବାଇ ଲୋକମାନ୍ୟ ତିଳକ ଟର୍ମିନସ ରୁ ପ୍ରତି ବୁଧବାର ଓ ଶନିବାର ଦିନ ଛାଡୁଥିବା 02880/02879 ଭୁବନେଶ୍ୱର-ମୁମ୍ବାଇ ଲୋକମାନ୍ୟ ତିଳକ ଟର୍ମିନସ-ଭୁବନେଶ୍ୱର ବିଶେଷ ଟ୍ରେନ…

Read More

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ କମିବାରେ ଲାଗିଛି। ଏହା ଦେଶବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୩ ହଜାର ୯୫୦ କୋରନା ରୋଗୀ ଚିହ୍ନଟ ହୋଇଥିବାବେଳେ ୩୩୩ ଜଣଙ୍କର ମୃତ୍ୟୁ ହୋଇଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୯୯ ହଜାରକୁ ୬୬ କୁ ବୃଦ୍ଧି ହୋଇଛି। ସେହିପରି ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୬ ହଜାର ୪୪୪ ରେ ପହଞ୍ଚିଛି। ତେବେ ଦେଶରେ ୨ ଲକ୍ଷ ୮୯ ହଜାର ୨୪୦ ଟି ଆକ୍ଟିଭ କେସ ରହିଥିବା ବେଳେ ସୁସ୍ଥ ହୋଇଛନ୍ତି ୯୬ ଲକ୍ଷ ୬୩ ହଜାର ୩୮୨ ଜଣ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଳାୟ ପକ୍ଷରୁ ସୁଚନା ମିଳିଛି।

Read More

ଭୁବନେଶ୍ବର: ପ୍ରତ୍ୟେକ ପୂଜାରେ ପ୍ରଥମେ ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା କରାଯାଇଥାଏ। ଘର ହେଉ କି ବ୍ୟବସାୟ ଅଥବା ମାଙ୍ଗଳିକ ଉତ୍ସବ ହେଉ ସବୁଠି ଶ୍ରୀଗଣେଶଙ୍କ ପୂଜା ପ୍ରଥମେ କରାଯାଇଥାଏ। କିଛି ଜାଗାରେ ସବୁଜ ରଙ୍ଗର ଗଣପତିଙ୍କ ମୂର୍ତ୍ତି ଦେଖାଯାଇଥାଏ। ତେବେ ଆସନ୍ତୁ ଜାଣିବା କେଉଁ ରଙ୍ଗର ଗଣେଶଜୀଙ୍କ ମୂର୍ତ୍ତି ପୂଜା କରିବା ଦ୍ବାରା କ’ଣ ମିଳିଥାଏ। ଲାଲ୍‌ ରଙ୍ଗର ଗଣେଶଙ୍କୁ ପୂଜା କରିବା ଦ୍ବାରା ଶୁଭ ଫଳ ମିଳିଥାଏ। କୁହାଯାଏ ଯେ, ଯେତେବେଳେ ଶିର କାଟ ପରେ ପରେ ଶ୍ରୀଗଣେଶଙ୍କର ହାତୀ ମୁଣ୍ଡ ଲଗାଇବା ଦ୍ବାରା ନୂତନ ଜୀବନ ମିଳିଥିଲା। ଏହି ସମୟରେ ମାତା ପାର୍ବତୀ ଗଣେଶଙ୍କୁ ଦେଖି କହିଥିଲେ ତାଙ୍କ ମୁଖରେ ସିନ୍ଦୂର ଦେଖିଥିବାର କହିଥିଲେ। ଏଥିପାଇଁ ମନୁଷ୍ୟ ସର୍ବଦା ଶ୍ରୀଗଣେଶଙ୍କ ପୂଜା କରିବା ସିନ୍ଦୂର ଦେଇ ପୂଜା କରିଥା’ନ୍ତି। ପ୍ରାୟତଃ ମନ୍ଦିରରେ ଲାଲରଙ୍ଗରେ ସଜ୍ଜିତ ଗଣେଶଙ୍କ ମୂର୍ତ୍ତି ଦେଖାଯାଇଥାଏ। ଶ୍ରୀତତ୍ତ୍ବନିଧି ଗ୍ରନ୍ଥରେ 32 ଗଣପତିଙ୍କ ନାମ ଓ ରୂପର…

Read More