Author: Samikhsya Bureau

ଭୁବନେଶ୍ବର: ହିନ୍ଦୁ ଧର୍ମରେ ସାମୁଦ୍ରିକ ଶାସ୍ତ୍ରର ବିଷେଶ ମହତ୍ବ ରହିଛି। ସାମୁଦ୍ରିକ ଶାସ୍ତ୍ରରେ ମଣିଷ ଶରୀରର କିଛି ଅଙ୍ଗ ଓ ଚିହ୍ନ ଆଧାରରେ ଭବିଷ୍ୟତ ସମ୍ପର୍କରେ ଅନେକ ଜିନିଷ ଜାଣିହୁଏ। ଏହା ଦ୍ବାରା ମଣିଷର ଆର୍ଥିକ ଓ ସାମାଜିକ ସ୍ଥିତର ମଧ୍ୟ ଅନୁମାନ କରାଯାଇପାରିବ। ସାମୁଦ୍ରିକ ଶାସ୍ତ୍ରର ରଚନା ଋଷି ସମୁଦ୍ର କରିଥିଲେ। ତାଙ୍କ ନାମାନୁସାରେ ଏହି ଶାସ୍ତ୍ରର ନାମ ସାମୁଦ୍ରିକ ଶାସ୍ତ୍ର ରଖାଯାଇଛି। ଏହି ଶାସ୍ତ୍ରରେ ଶରୀରର ଅଙ୍ଗରେ ଆକୃତି ତଥା ଅଙ୍ଗରେ ବର୍ଣ୍ଣିତ ଚିହ୍ନ ଦ୍ବାରା ବ୍ୟକ୍ତିର ସ୍ବଭାବ, ବ୍ୟବହାର ଓ ଭବିଷ୍ୟ ସମ୍ପର୍କରେ ସୂଚନା ମିଳିଥାଏ। କୁହାଯାଏ ଶରୀରର ଅଙ୍ଗ ବ୍ୟକ୍ତିର ବ୍ୟକ୍ତିତ୍ବ ସମ୍ପର୍କରେ ସୂଚନା ଦେଇଥାଏ। ସେହିପରି ହାତ ପାପୁଲିରେ ଥିବା ଚିହ୍ନ ତଥା ରେଖା ଦ୍ବାରା ଆର୍ଥିକ ସ୍ଥିତି ସମ୍ପର୍କରେ ମଧ୍ୟ ସୂଚନା ମିଳିଥାଏ। ସମୁଦ୍ର ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତିଙ୍କର ପାପୁଲିର ତ୍ରିଭୁଜ ପରି ଚିହ୍ନ ରହିଛି ତେବେ ସେହି ବ୍ୟକ୍ତି…

Read More

ମେଷ- ଆଜି ଆପଣଙ୍କ ପାଇଁ ଏକ ଖୁସିର ଦିନ ହେବ । ଆପଣ ଦିନକୁ ଭଲ କରିବା ପାଇଁ ସର୍ବୋତ୍ତମ ଚେଷ୍ଟା କରିବେ । ଏଥିରୁ ଆପଣ ଭଲ ଫଳାଫଳ ମଧ୍ୟ ପାଇବେ । ପ୍ରଗତିର ଦ୍ୱାର ଖୋଲିବ । ବ୍ୟବସାୟୀମାନଙ୍କ ପାଇଁ ଦିନଟି ଭଲ ହେବ । ଆର୍ଥିକ ଦୃଷ୍ଟିରୁ ବହୁତ ଲାଭଦାୟକ ହେବ । ଅନ୍ୟମାନଙ୍କ ସହିତ ବିବାଦ କରନ୍ତୁ ନାହିଁ । ଯାତ୍ରା ଭଲ ହେବ । ବିବାହିତ ଜୀବନରେ ସୁସଙ୍ଗତତା ରହିବ । ଆପଣ ପରିବାର ସହିତ ବହୁତ ଖୁସି ହେବ । ବୃଷ- ଆଜି ଆପଣ କାହାର ଆଚରଣ ଦ୍ୱାରା ବିରକ୍ତ ଅନୁଭବ କରିପାରନ୍ତି । ଚାପ ଅଧିକ ହେବ । ଆପଣଙ୍କର କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିପାରେ । ଜରୁରୀ କାର୍ଯ୍ୟ ପାଇଁ ଏକ ଯାତ୍ରାକୁ ଯାଇପାରନ୍ତି । ଅଜ୍ଞାତ ଲୋକଙ୍କ ସହିତ ଆପଣଙ୍କୁ ବହୁତ ସତର୍କ ରହିବାକୁ ପଡିବ । ବିରୋଧୀମାନେ ସକ୍ରିୟ…

Read More

ନୂଆଦିଲ୍ଲୀ, ଆଜି ଆପଣଙ୍କର ଅର୍ଥନୈତିକ ଲାଭ ଅଛି । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଖର୍ଚ୍ଚ ହୋଇପାରେ। କାହାକୁ ଋଣ ଦେବାକୁ ପଡିପାରେ । ବହୁ ପରିଶ୍ରମ ପରେ ମଧ୍ୟ ସଠିକ୍ ଫଳାଫଳ ନ ପାଇ ନିରାଶ ହେବ । ଭ୍ରମଣ କରନ୍ତୁ ନାହିଁ । ଆପଣ ନିଜ ସାଥୀ ସହିତ ଏକ ଆରାମଦାୟକ ମୁହୂର୍ତ୍ତ ବିତାଇବାକୁ ସକ୍ଷମ ହେବେ । ଅପରିଚିତ ବ୍ୟକ୍ତିଙ୍କ ଠାରୁ ସାବଧାନ ରୁହନ୍ତୁ । ଆପଣ ଏକ ଯୁବ ବୃତ୍ତି ପାଇଁ ଏକ ସୁଯୋଗ ପାଇପାରିବେ । ଏହି ଚାରୋଟି ରାଶି ହେଲା ମକର, କୁମ୍ଭ, ମୀନ, ତୂଳା ଆପଣ ବ୍ୟବସାୟ ସହିତ ଜଡିତ କିଛି ଭଲ ଖବର ପାଇବେ । ଛାତ୍ରମାନେ ଭଲ ଦିନ ପାଇବେ । ଆପଣ ପରିବାର ସହାୟତା ପାଇବେ । ଆର୍ଥିକ ପରିସ୍ଥିତି ଭଲ ରହିବ । ପରିବାର ସହିତ ଧାର୍ମିକ ସ୍ଥାନ ପରିଦର୍ଶନ କରିବେ । ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି…

Read More

ନୂଆଦିଲ୍ଲୀ, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସମେତ କେନ୍ଦ୍ର ସରକାରଙ୍କ କେନ୍ଦ୍ରୀଭୂତ ରଣନୀତି ଓ ସକ୍ରିୟ ତଥା ଉଚିତ ପଦକ୍ଷେପ ଯୋଗୁ ଭାରତର କରୋନା ଆରୋଗ୍ୟ ହାର ବେଶ ଅଧିକ ରହିବା ସହ ସକ୍ରିୟ ମାମଲା ଦ୍ରୁତ ଗତିରେ ହ୍ରାସ ପାଉଛି ଏବଂ ମୃତ୍ୟୁ ହାର ବି କମୁଛି । କରୋନା ସଂପର୍କରେ ଜାଣନ୍ତୁ ଏହି ୧୨ ଟି ତଥ୍ୟ ୧-ପ୍ରତ୍ୟେକ ଦିନ ନୂଆ ମାମଲା ତୁଳନାରେ ସୁସ୍ଥ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି, ଯାହା କି ଆକ୍ରାନ୍ତଙ୍କ ମଧ୍ୟରେ ଆରୋଗ୍ୟ ହାର ବୃଦ୍ଧିକୁ ସୁନିଶ୍ଚିତ କରିପାରିଛି । ମୋଟ କରୋନା ଆରୋଗ୍ୟ ମାମଲା ପାଖାପାଖି ୯୫ ଲକ୍ଷ (୯୪,୮୯,୭୪୦)ରେ ପହଞ୍ଚିଛି। ଆଜିକା ଦିନରେ ଆରୋଗ୍ୟ ହାର ୯୫.୩୧%କୁ ବୃଦ୍ଧି ପାଇଛି। ଏଥିସହ ଆରୋଗ୍ୟ ମାମଲା ଏବଂ ସକ୍ରିୟ ମାମଲା ମଧ୍ୟରେ ଥିବା ବ୍ୟବଧାନ କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ଏବେ ଏହା ୯୧,୬୭,୩୭୪ ରହିଛି। ୨-ସୁସ୍ଥ ସଂଖ୍ୟା କ୍ରମାଗତ…

Read More

ନୂଆଦିଲ୍ଲୀ, ବଜାରରେ ପିଆଜ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ସର୍ତ୍ତମୂଳକ ଭାବେ ଏହାର ଆମଦାନୀ ମିଆଦ ବୃଦ୍ଧି କରିଛନ୍ତି। ପ୍ଳାଣ୍ଟ କ୍ଵାରେନଟାଇନ ଅର୍ଡର ୨୦୦୩ ଓ ଫିଟୋ ସାନିଟାଇଜ ପ୍ରମାଣପତ୍ର ବଳରେ ଏହି ରପ୍ତାନୀକୁ ୨୦୨୧ ଜାନୁଆରୀ ୩୧ ତାରିଖ ପର‌୍ୟ୍ୟନ୍ତ ବୃଦ୍ଧି କରାଯାଇଛି । ଭାରତୀୟ ବନ୍ଦରଗୁଡିକୁ ବିଶୋଧିତ ନହୋଇ ଆସୁଥିବା ପିଆଜ ଭାରତରେ ପହଞ୍ଚିବା ପରେ ସ୍ଵୀକୃତପ୍ରାପ୍ତ ବିଶୋଧନକାରୀ ସଂସ୍ଥା ଦ୍ଵାରା ଆମଦାନୀକାରୀମାନେ ବିଶୋଧନ କରିବାକୁ ପଡିବ । ବାହାରୁ ଆମଦାନୀ ହୋଇ ଆସୁଥିବା ପିଆଜକୁ ସଙ୍ଗରୋଧ ଅଧିକାରୀମାନେ ଟିକିନିଖି କରି ପରୀକ୍ଷା ନିରୀକ୍ଷା କରିବା ପରେ ଏହା ଜୀବାଣୁ ମୁକ୍ତ ହୋଇଥିଲେ ହିଁ ବଜାରକୁ ଛଡାଯିବ । ଆସିଥିବା ପିଆଜ ପରୀକ୍ଷା କାଳରେ ପଚାସଢା ବାହାରିଲେ ତାହାକୁ ଅଗ୍ରାହ୍ୟ କରି ଫେରାଇ ଦିଆଯିବ । ଯଦି ପିଆଜରେ କୌଣସି ପୋକ ବା ଶଣ୍ଢା ବାହାରିଥାଏ ତାହାକୁ ବିଶୋଧନକାଳରେ ବାଦ…

Read More

ନୂଆଦିଲ୍ଲୀ, ଭାରତର ପ୍ରଧାନମନ୍ତ୍ରୀ ମହାମହିମ ନରେନ୍ଦ୍ର ମୋଦୀ ଏବଂ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଭର୍ଚୁଆଲ ବ୍ୟବସ୍ଥାରେ ୨୦୨୦ ଡିସେମ୍ବର ୧୭ ତାରିଖରେ ଏକ ଶିଖର ସମ୍ମିଳନୀରେ ଭାଗ ନେଇଥିଲେ। ଏହି ଅବସରରେ ଉଭୟ ପକ୍ଷ ଦ୍ୱିପାକ୍ଷିକ ସଂପର୍କର ସମସ୍ତ ଦିଗ ଉପରେ ପୂର୍ଣ୍ଣାଙ୍ଗ ଓ ସବିଶେଷ ଆଲୋଚନା କରିଥିଲେ । ଏହାଛଡା ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ଉଭୟ ପକ୍ଷ ମଧ୍ୟରେ ମତ ବିନିମୟ ହୋଇଥିଲା। ଉଭୟ ପ୍ରଧାନମନ୍ତ୍ରୀ ଦୁଇଦେଶ ମଧ୍ୟରେ ଥିବା ବର୍ତ୍ତମାନର ଦ୍ୱିପାକ୍ଷିକ ସଂପର୍କ ନେଇ ସନ୍ତୋଷ ପ୍ରକାଶ କରିଥିଲେ । ଏହି ସଂପର୍କ ଐତିହାସିକ, ସାଂସ୍କୃତିକ, ଭାଷାଗତ ଏବଂ ଅନ୍ୟାନ୍ୟ ଅଦ୍ୱିତୀୟ ସମାନତା ଉପରେ ଗଢି ଉଠି ଅଂଶୀଦାରୀର ବିଶେଷତ୍ୱ ପାଲଟିଛି । ଭାରତ-ବାଂଲାଦେଶ ମଧ୍ୟରେ ଥିବା ସଂପର୍କ ଭ୍ରାତୃତ୍ୱ ଉପରେ ଗଢି ଉଠି ସାର୍ବଭୌମତ୍ୱ, ସମାନତା, ବିଶ୍ୱାସ, ବୁଝାମଣା ଏବଂ ରଣକୌଶଳାତ୍ମକ କ୍ଷେତ୍ରରେ ପ୍ରତିଫଳିତ ହୋଇଛି ବୋଲି ଉଭୟ ନେତା କହିଛନ୍ତି ।…

Read More

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମର ଅଂଶ ସ୍ବରୂପ ରାଜ୍ୟ ଶ୍ରମ ଓ କର୍ମଚାରୀ ବୀମା ବିଭାଗର ‘ପରିଶ୍ରମ’ ପୋର୍ଟାଲର ଲୋକାର୍ପଣ କରିବା ସହିତ ୨୨ ପ୍ରକାର ଅନ୍‌ଲାଇନ ସେବାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ୫-ଟି କାର‌୍ୟ୍ୟକ୍ରମର ମୁଖ୍ୟ ଆଧାର ହେଉଛି ବୈଷୟିକ କୌଶଳ। ଏହା ହିଁ ପରିବର୍ତ୍ତନର ମାର୍ଗକୁ ଅଧିକ ସୁଗମ କରିଥାଏ। ରାଜ୍ୟ ଶ୍ରମ ଓ ଇଏସ୍‌ଆଇ ବିଭାଗ ଦ୍ବାରା ଆରମ୍ଭ କରାଯାଇଥିବା ପରିଶ୍ରମ ପୋର୍ଟାଲ ଓ ୨୨ ପ୍ରକାର ସେବା ସ୍ବଚ୍ଛନ୍ଦ ବ୍ୟବସାୟ ((Ease of Doing Business)) ପାଇଁ ବିଶେଷ ସହାୟକ ହେବ ଏବଂ ଏହା ସହିତ ରାଜ୍ୟରେ ସାମଗ୍ରିକ ଶିଳ୍ପ ଅଭିବୃଦ୍ଧିରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରଖିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ପୋର୍ଟାଲରେ ଜନସାଧାରଣଙ୍କ ନିମନ୍ତେ ବିଭିନ୍ନ ଶ୍ରମ ଆଇନ ସଂପର୍କରେ ସୂଚନା…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଆଜି ଅପରାହ୍ନରେ କେ. ନୂଆଗାଁ ଥାନା ଅନ୍ତର୍ଗତ ରାଧାମୋହନପୁର ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଆହତ ହୋଇଛନ୍ତି। ଘଟଣାରୁ ପ୍ରକାଶ ଯେ ନିମକୁଡ଼ିଆ ଗ୍ରାମର ପି. ନାରାୟଣ (୧୮), ପି. କାମରାଜୁ (୫୦) ଏବଂ ନାବାଳକ ପି. ଅଶାନ୍ତୁ (୧୩) ତିନିଜଣ ଗୋଟିଏ ବାଇକ୍ (ଓଡ଼ି ୦୭ ଜାଡ଼୍ ୯୩୦୫) ରେ ଯାଉଥିଲେ। ପି. ଅଶାନ୍ତୁକୁ କୁକୁର କାମୁଡ଼ି ଥିବାରୁ ତାକୁ ଚିିକିଟି ମେଡ଼ିକାଲ୍ ନେଉଥିବା ସମୟରେ ଚିକିଟିରୁ ବ୍ରହ୍ମପୁର ଯାଉଥିବା ଏକ ଟ୍ରକ (ଓଡ଼ି ୦୪ ଡ଼ି ୩୪୫୫) ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ସମସ୍ତେ ଦୂରକୁ ଛିଟିକି ପଡ଼ିଥିବାବେଳେ ପି. ନାରାୟଣଙ୍କ ଘଟଣାସ୍ଥଳର ମୃତ୍ୟୁ ଘଟିଛି। ଆହତ କାମରାଜୁ ଏବଂ ପି. ଅଶାନ୍ତୁକୁ ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଗ୍ରାମବାସୀ ଟ୍ରକଟିକୁ ଗୋଡ଼ାଇ ଗୋଡ଼ାଇ ଧରିଥିବାବେଳେ କେ. ନୂଆଗାଁ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସେହି ପୁରୁଣା ପ୍ଲାନ, ସେମିତି ଢ଼ଂଗରେ ଆଜି ଆଉ ଗୋଟିଏ ବଡ଼ ସୁନା ଦୋକାନକୁ ଲୁଟ୍ କରିଛନ୍ତି ଲୁଟେରାମାନେ। ଗତ ଅକ୍ଟୋବର ୩୦ ତାରିଖରେ ବଡ଼ବଜାର ବିକାଶ ଜୁଏଲର୍ସର ଲୁଟ୍ ଘଟଣାର କିଛି ଦିନ ବ୍ୟବଧାନ ପରେ ଆଜି ପୁଣି ଲୁଟେରାମାନେ ବଡ଼ବଜାର ଅଂଚଳର କେଶବ ଜୁଏଲର୍ସକୁ ଟାର୍ଗେଟ୍ କରି ଲୁଟ୍ କରିଛନ୍ତି। ଏହି ଘଟଣାରେ ପୋଲିସ୍‌ର ହାତ ଖାଲିଥିବାବେଳେ ଆଜିର ଘଟଣା ବ୍ରହ୍ମପୁର ପୋଲିସ୍‌ର ମୁଣ୍ଡବ୍ୟଥାକୁ ବଢ଼ାଇ ଦେଇଛି। ଘଟଣାରୁ ପ୍ରକାଶ ଯେ ଆଜି ସକାଳେ ଗଂଜାମ ଜୁଏଲର୍ସ ଏସୋସିଏସନ୍‌ର ସଭାପତି ତଥା କେଶବ ଜୁଏଲର୍ସ ମାଲିକ ପି. ସତ୍ୟନାରାୟଣ ସେନାପତି ତାଙ୍କ ବଡ଼ବଜାରରେ ଥିବା ଦୋକାନ ଖୋଲିବା ବେଳେ ଦୋକାନରୁ ସୁନା ଗହଣା ଲୁଟ୍ ହୋଇଥିବା ଜାଣିବାକୁ ପାଇଥିଲେ। ଦୋକାନ ମଧ୍ୟରେ ଥିବା ତିନୋଟି କାଉଣ୍ଟରର ଡ଼୍ର ଭଂଗା ଯାଇ ସେଥିରେ ଥିବା ୪୦୦ ଗ୍ରାମ ସୁନା ଅଳଙ୍କାର, ୧ଲକ୍ଷ ୩୦ ହଜାର…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ରାଜ୍ୟ ସରକାରଙ୍କ ଦୁର୍ଭାଗ୍ୟପୂର୍ଣ୍ଣ ସ୍କୁଲ ବନ୍ଦ ନିଷ୍ପତ୍ତିକୁ ଜୋର୍‌ଦାର ବିରୋଧ କରିବା ସହ ଏହାକୁ ତୁରନ୍ତ ସ୍ଥଗିତ ରଖିବାକୁ ଆଜି ସାମ୍ବାଦିକ ସମ୍ବଳିତ ମାଧ୍ୟମରେ ଓଡ଼ିଶା ଅଭିଭାବକ ମହାସଂଘ ସରକାରଙ୍କୁ ଜଣାଇଛି। ଏହାସହ ରାଜ୍ୟରେ ଚାଲିଥିବା ବେଆଇନ ବେସରକାରୀ ସ୍କୁଲକୁ ତୁରନ୍ତ ବନ୍ଦ କରିବାକୁ ଦାବି କରିଛନ୍ତି। ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଥିଲେ ଯେ ନିକଟ ଅତିତରେ ଏକ ସର୍ବଦଳୀୟ ବୈଠକ ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ୧୫ ଓ ୨୦ କମ୍ ଛାତ୍ରଛାତ୍ରୀ ଥିବା ୭୭୭୨ରୁ ଉର୍ଦ୍ଧ୍ୱ ବିଦ୍ୟାଳୟକୁ ବନ୍ଦ କରିବାକୁ ଘୋଷଣା କରିଛନ୍ତି। ସରକାରୀ ଓ ଜିଲ୍ଲାସ୍ତରୀୟ ଶିକ୍ଷାଧିକାରୀମାନେ ତୁରନ୍ତ ପ୍ରତ୍ୟେକ ସ୍କୁଲ ବନ୍ଦ ହେବାର କାରଣ ସହ ଏହାର ଏକ ରିପୋର୍ଟ ପ୍ରଦାନ କରନ୍ତୁ। ରାଜ୍ୟରେ ପ୍ରାୟ ୧୦ହଜାର ନକଲି ବା ବେଆଇନ ଭାବେ ଚାଲୁଥିବା ବିନା ସ୍ୱୀକୃତିପ୍ରାପ୍ତ ଘରୋଇ ବିଦ୍ୟାଳୟଗୁଡ଼ିକୁ ତୁରନ୍ତ ବନ୍ଦ କରନ୍ତୁ ଓ ନକଲି…

Read More

ଭୁବନେଶ୍ଵର: ଆଜି ରାଜ୍ୟରୁ ୩୭୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୫୦, ଅନୁଗୁଳରୁ ୪୮, ସୁନ୍ଦରଗଡରୁ ୪୩, ବାଲେଶ୍ବରରୁ ୨୩, କଟକରୁ ୨୩, ପୁରୀରୁ ୨୨, ବରଗଡରୁ ୧୯, ବଲାଙ୍ଗିରିରୁ ୧୯, କଳାହାଣ୍ଡିରୁ ୧୯, ମୟୂରଭଞ୍ଜରୁ ୧୮, ସମ୍ବଲପୁରରୁ ୧୪, ନୂଆପଡାରୁ ୧୧, ଝାରସୁଗୁଡାରୁ ୧୦, ଗଞ୍ଜାମରୁ ୯, ଯାଜପୁରରୁ ୮, ଜଗତସିଂହପୁରରୁ ୭, ଭଦ୍ରକରୁ ୫, କେନ୍ଦ୍ରାପଡାରୁ ୫, ଢେଙ୍କାନାଳରୁ ୩, ବୌଦ୍ଧରୁ ୨, ନବରଙ୍ଗପୁରରୁ ୨, ନୟାଗଡରୁ ୨, କନ୍ଧମାଳରୁ ୧, କୋରାପୁଟରୁ ୧ ଓ ଷ୍ଟେଟପୁଲରୁ ୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୦ ହଜାର ୫୮୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩…

Read More

ଭୁବନେଶ୍ୱର: ଜୀବନଯାତ୍ରା କ୍ରମଶଃ ସ୍ୱାଭାବିକ ସ୍ଥିତିକୁ ଫେରୁଥିବାବେଳେ କ୍ଷୁଦ୍ର ବ୍ୟବସାୟ ସଂସ୍ଥା, ଶିକ୍ଷାନୂଷ୍ଠାନ, ବୃତ୍ତିଧାରୀଙ୍କୁ ନେଇ ଅନେକ କଥା ରହିଛି, ଯେଉଁମାନେ ଦେଶର ସବୁଠାରୁ ଲୋକପ୍ରିୟ ହାଇ-ସ୍ପିଡ୍‍ ବ୍ରଡବ୍ୟାଣ୍ଡ୍‍ ସେବା ପ୍ରଦାନକାରୀ ଜିଓଫାଇବର ଜରିଆରେ ଆଶାର କିରଣ ଦେଖିପାରିଛନ୍ତି। ଜିଓଫାଇବର ତାହାର ସେବା ଦ୍ୱୈତ ମହାନଗରୀ ଭୁବନେଶ୍ୱର ଓ କଟକରେ ପ୍ରମୁଖ ଅଞ୍ଚଳଗୁଡିକୁ ଦ୍ରୁତଗତିରେ ସମ୍ପ୍ରସାରିତ କରବା ସହିତ ଓଡ଼ିଶାର ୧୯ରୁ ଅଧିକ ସହର ଓ ନଗରାଂଚଳରେ ଏହାର ଉପସ୍ଥିତିକୁ ପରିବ୍ୟାପ୍ତ କରିଛି। ଏହା ନିର୍ଭରଯୋଗ୍ୟ ଏବଂ ନିରବଚ୍ଛିନ୍ନ ହାଇ-ସ୍ପିଡ ବ୍ରଡବ୍ୟାଣ୍ଡ୍‍ ଇଂଟରନେଟରେ ସଂଯୋଗ ପ୍ରଦାନକରି ହଜାର ହଜାର ଛାତ୍ରଛାତ୍ରୀଙ୍କୁ ସହାୟତା କରିବା ସହିତ ବିଶେଷକରି ଆଇଟି ଓ ଅନ୍ୟାନ୍ୟ ସେବା କ୍ଷେତ୍ରରେ କାଯ୍ୟରତ ଶହ ଶହ ସଂଖ୍ୟାରେ ପ୍ରଫେସନାଲମାନଙ୍କୁ ରାଜ୍ୟକୁ ଫେରିଆସିବା ପରେ ନିଜ ଘରେ ରହି କାର୍ଯ୍ୟ ଅବ୍ୟାହତ ରଖିବାରେ ସମର୍ଥ କରାଇଛି। ଜିଓଫାଇବର ଓଡ଼ିଶାରେ ପର୍ଯ୍ୟାୟକ୍ରମେ ବିଭିନ୍ନ ସହର ଓ ନଗରଗୁଡିକରେ ନିଜର ସେବାର ଦ୍ରୁତ ସଂପ୍ରସାରଣ…

Read More

ଭୁବନେଶ୍ବର: ଆଜି ଭୁବନେଶ୍ବରରୁ ୩୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୭ ଆକ୍ରାନ୍ତଙ୍କ ମଧ୍ୟରୁ କ୍ଵାରେଣ୍ଟିନରୁ ୧୭ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ମାମଲା ୨୦ ରହିଛି। ଆଜିର ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ଭୁବନେଶ୍ବରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୨୭୩ କୁ ବୃଦ୍ଧି ହୋଇଛି। ତେବେ ଆଜି ଭୁବନେଶ୍ବରରୁ ୨୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜିର ସୁସ୍ଥ ଆକ୍ରାନ୍ତ ସଂଖ୍ୟାକୁ ମିଶାଇ ଭୁବନେଶ୍ବରରୁ ମୋଟ ୩୦ ହଜାର ୬୬୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ଭୁବନେଶ୍ବରରୁ ୩୫୬ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ବେଳେ ୨୩୦ ଜଣ କୋରୋନା ଯୁଦ୍ଧରେ ମୃତ୍ୟୁବରଣ କରିଛନ୍ତି। ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି।

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ । ଦିଲ୍ଲୀ ବିଧାନସଭାରେ ନୂଆ କୃଷି ଆଇନକୁ ପ୍ରବଳ ବିରୋଧ କରି କୃଷି ଆଇନ କପିକୁ ଚିରିଦେଇଛନ୍ତି କେଜରୀଓ୍ବାଲା ।  ଏହା ସହିତ ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି କେଜରିଓ୍ବାଲ । ତିନୋଟି ଯାକ କୃଷି ବିଲ୍‌ ଆଇନକୁ ଫେରାଇନେବାକୁ କେନ୍ଦ୍ରକୁ ଅପିଲ୍‌ କଲେ କେଜରୀଓ୍ବାଲ । ସରକାର ଇଂରେଜ ସରକାରଙ୍କଠୁ ଅଧିକ କ୍ରୁର ନହୁଅନ୍ତୁ ବୋଲି କହିଛନ୍ତି କେଜରୀଓ୍ବାଲ । ଆଉ କେତେଜଣଙ୍କ ଜୀବନ ନେବେ ବୋଲି ପ୍ରଶ୍ନ କରିଛନ୍ତି କେଜରୀଓ୍ବାଲ । ତେବେ କୃଷି ଆଇନକୁ ଦିଲ୍ଲୀ ବିଧାନସଭାରେ ବିରୋଧ କରି ପ୍ରସ୍ତାବକୁ ପାରିତ କରାଯାଇଛି। ଦିଲ୍ଳୀ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନକୁ ଆପ୍‌ ସମର୍ଥନ କରୁଛି ବୋଲି କହିଛନ୍ତି କେଜରୀଓ୍ବାଲ ।

Read More

ଭୁବନେଶ୍ବର : ଠକେଇ କରିବା ଅଭିଯୋଗରେ ସର୍ବେଶ୍ବର ରାଓ ଗିରଫ ହୋଇଛନ୍ତି।ପ୍ରଦୀପ ପାଣିଗ୍ରାହୀଙ୍କ ମୁଖ୍ୟ ସହଯୋଗୀ ସର୍ବେଶ୍ୱର ରାଓଙ୍କୁ  କ୍ରାଇମ୍‌ବ୍ରାଞ୍ଚ ଏସ୍‌ଆଇଟି  ଗିରଫ କରିଛି। ଚାକିରି କରାଇଦେବା ପାଇଁ ଟଙ୍କା ଆଦାୟ  ଅଭିଯୋଗରେ ଗିରଫ ହୋଇଛନ୍ତି ସର୍ବେଶ୍ବର । ଏ ନେଇ ଗତକାଲି ସର୍ବେଶ୍ୱର ଓ ପ୍ରଦୀପ ପାଣିଗ୍ରାହୀଙ୍କୁ ମୁହାଁ ମୁହିଁ ଜେରା କରିଥିଲା କ୍ରାଇମବ୍ରାଞ୍ଚ। ସୂଚନାଯୋଗ୍ୟ, ଟାଟା କମ୍ପାନୀରେ ଚାକିରି ଦେବାକୁ କହି ଆକାଶ କୋଟି କୋଟି ଟଙ୍କା ଠକିଥିବାର ପ୍ରମାଣ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି । ସର୍ବେଶ୍ୱରଙ୍କ ଜରିଆରେ ଲକ୍ଷାଧିକ ଟଙ୍କା ସଂଗ୍ରହ କରୁଥିଲେ ଆକାଶ ପାଠକ। ଆଜି ଆକାଶଙ୍କୁ ରିମାଣ୍ଡରେ ନିଆଯାଇଛି । ଅପରପକ୍ଷରେ ସେପଟେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଦୁଇ ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଛି। ରିମାଣ୍ଡ ସରିବା ପରେ ପ୍ରଦୀପ ପାଣିଗ୍ରାହୀଙ୍କୁ କୋର୍ଟରେ ହାଜର କରାଯାଇଥିଲା ।

Read More

ନୂଆ ଦିଲ୍ଲୀ, କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ନୂଆଦିଲ୍ଲୀରେ ଆଗାମୀ ୟୁନିୟନ ବଜେଟ୍ 2021-22 ସଂପର୍କରେ ଷଷ୍ଠ ପ୍ରାକ-ବଜେଟ୍ ବୈଠକରେ ସାମାଜିକ କ୍ଷେତ୍ରର ଅଂଶୀଦାରଙ୍କ ସହ ପରାମର୍ଶ କରିଛନ୍ତି।

Read More

ଫ୍ରାନ୍ସ: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍‌ କରୋନା ପଜିଟିଭ ହୋଇଛନ୍ତି। ଏନେଇ ଗୁରୁବାର ଦିନ ରାଷ୍ଟ୍ରପତି ଅଫିସ୍‌ ଏଲିସ୍‌ ପ୍ୟାଲେସନ୍‌ ତରଫରୁ ସୂଚନା ଦିଆଯାଇଛି ।  କରୋନା ସଂକ୍ରମିତ ହେବାପରେ ସେ ନିଜକୁ ଆଇସୋଲେଟ କରିଛନ୍ତି। ଏହା ସହ ସେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ସଂଗରୋଧରେ ରହିବା ସହ କୋଭିଡ଼ ଟେଷ୍ଟ କରିବାକୁ କହିଛନ୍ତି। କରୋନା ସଂକ୍ରମିତ ହେବା ପରେ ସେ ନିଜକୁ 7 ଦିନ ଆଇସୋଲେଟ୍‌ରେ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଇମାନୁଏଲ୍‌ଙ୍କ ପୂର୍ବରୁ ବ୍ରାଜିଲ୍‌ ରାଷ୍ଟ୍ରପତି ଜାୟରେ ବୋଲସୋନାରୋ , ବ୍ରିଟେନ୍‌ର ରାଷ୍ଟ୍ରପତି ବୋରିସ୍‌ ଜନସନ୍‌ ଓ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଧ୍ୟ ସଂକ୍ରମିତ ହୋଇଥିଲେ । ତେବେ ସମସ୍ତେ ସୁସ୍ଥ ଅଛନ୍ତି । ସମ୍ପ୍ରତି ଭାରତରେ କରୋନା ସଂକ୍ରମଣ ହାର କମୁଥିବାର ଦେଖାଯାଇଛି ।

Read More

ଥିରୁଅନ୍ତପୁରମ, ଆସନ୍ତା ମାର୍ଚ୍ଚା 17ରୁ ଆରମ୍ଭ ହେବ 10ମ ଏବଂ 12ଶ ପରୀକ୍ଷା। ଆଜି ଏ ନେଇ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଘୋଷଣା କରିଛନ୍ତି। ଆଜି ଛାତ୍ରଛାତ୍ରୀଙ୍କ ପରୀକ୍ଷାକୁ ନେଇ ରାଜ୍ୟ ସରକାରଙ୍କର ଏକ ବୈଠକ ବସିଥିଲା। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଶିକ୍ଷା ବିଭାଗ ସହିତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଯେହେତୁ ଚଳିତ ବର୍ଷ ଶିକ୍ଷା ବର୍ଷ ଶେଷ ହେବାକୁ ଆଉ ମାସ କେଇଟା ବାକି ଅଛି ସେଥିପାଇଁ ପିଲାଙ୍କ ଭବିଷ୍ୟତ ନେଇ ଚିନ୍ତା ପ୍ରକଟ କରାଯାଇଥିଲା। ଏହି ବୈଠକରେ ଜାନୁୟାରୀ ପହିଲାରେ ସ୍କୁଲ ଖୋଲିବା ପାଇଁ ନିଷ୍ପତି କରାଯାଇଛି। ପିଲାଙ୍କ ବୋର୍ଡ ପରୀକ୍ଷା ପାଇଁ ଆବଶ୍ୟକୀୟ ସନ୍ଦେହ ମୋଚନ ପାଇଁ ଏହି କ୍ଲାସ କରାଯିବ। ସେହିପରି ପ୍ରାଟିକାଲ ପାଇଁ ମଧ୍ୟ ସଂପୃକ୍ତ ସ୍କୁଲ ନିଷ୍ପତି ନେବ ବୋଲି କୁହାଯାଇଛି। ପିତାମାତାଙ୍କ ଅନୁମତି ନେଇ ଏହି କ୍ଲାସ କରାଯିବ ବୋଲି ନିଷ୍ପତି ହୋଇଛି। ସେହିପରି କୋଭିଡ19…

Read More

ନୂଆଦିଲ୍ଲୀ :  କରୋନା କାଳରେ ବି ଧନୀଙ୍କ କମି ନାହି ଧନ, ବରଂ ଆହୁରି ବଢିଛି । ବିଶ୍ବ ମହାମାରୀ ଯୋଗୁଁ ଆଜି ବିଶ୍ବରେ ଖାଦ୍ୟ ସଂକଟ, ଗରିବ, ବେରୋଜଗାରୀ ସମସ୍ୟା ଉତ୍କଟ ସୀମାରେ ପହଞ୍ଚିଥିବାବେଳେ ବିଶ୍ବର ଧନୀମାନଙ୍କର ସମ୍ପତ୍ତି ବୃଦ୍ଧି ପାଇବାରେ ଲାଗିଛି । କରୋନା ଯୋଗୁଁ ବିଶ୍ବର ଅର୍ଥନୀତି ଭୁଷୁଡି ପଡିଥିବାବେଳେ ରୋଟି ପାଇଁ ଏଠାରେ ହାହାକାର ହୋଇଛି । ଦେଢ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଚାଲିଯାଇଥିବାବେଳେ କୋଟି କୋଟି ଲୋକେ ବେରୋଜଗାର ହୋଇଛନ୍ତି । ଅପରପକ୍ଷରେ ବିଶ୍ବର 2200ରୁ ଅଧିକ କୋଟିପତିମାନେ ସାମୂହିକ ରୂପେ 1.9ଟ୍ରିଲିଅନ୍‌ ଡଲାର୍‌ ଧନ କମାଇଛନ୍ତି । ଏହି ସବୁ ଧନୀମାନେ ପ୍ରାୟ ଦୁଇ ଖରବ ଡଲାର୍‌ କମାଇଛନ୍ତି । ଫୋବର୍ସ ମୁତାବକ ଚଳିତ ବର୍ଷ ମହାମାରୀ ଆସିଥିବା ସତ୍ତ୍ବେ ଏହି ସମସ୍ତ ଧନୀମାନଙ୍କ ଭାଗ୍ୟ ଚମକିଛି । ଟେସ୍‌ଲା ଇଙ୍କ୍‌ ସହ ସଂସ୍ଥାପକ ଏଲନ୍‌ ମସ୍କ ଦୁନିଆର ଦ୍ବିତୀୟ ସର୍ବୋଚ୍ଚ…

Read More

ନୂଆଦିଲ୍ଲୀ, ଆଜି ଅପରାହ୍ନରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରୀୟାଲ ନିଶଙ୍କ ସିବିଏସଇର 10 ଏବଂ 12ଶ ବୋର୍ଡ ପରୀକ୍ଷା ସଂପର୍କରେ ଘୋଷଣା କରିପାରନ୍ତି। ଆଜି  ନିଶଙ୍କ ଦେଶର ସିବିଏସଇ ଶିକ୍ଷକଙ୍କ ସହିତ ଭିଡିଓ କନଫ୍ରେସିମୃଂ ମାଧ୍ୟମରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏଥିରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବାପାଇଁ କେତେ ପ୍ରସ୍ତୁତ ସେ ନେଇ ବିସ୍ତୁତ ଆଲୋଚନା କରାଯିବ। ଏହା ପୂର୍ବରୁ ସିବିଏସଇ ଶିକ୍ଷକମାନଙ୍କର ଶିକ୍ଷା ବିଭାଗ ମତ ସଂଗ୍ରହ କରିଥିଲା। ସେହି ମତାମତକୁ ତର୍ଜମା କରାଯିବା ପରେ ଆଜି ଶିକ୍ଷାମନ୍ତ୍ରୀ ଶିକ୍ଷକଙ୍କ ସହିତ ସିଧା ଆଲୋଚନା କରିବେ। ଏହାପରେ ବୋର୍ଡ ପରୀକ୍ଷା ନେଇ ମନ୍ତ୍ରୀ ଘୋଷଣା କରିପାରନ୍ତି ବୋଲି ଅନୁମାନ କରାଯାଉଛି। କାରଣ ସିବିଏସଇ ପରୀକ୍ଷା ହେବ କି ନାହିଁ ସେ ନେଇ ବିଭିନ୍ନ ଗୁଜବ ପ୍ରଚାର ହେଉଛି।

Read More

ଭୁବନେଶ୍ବର: ଦୁର୍ନୀତି ଅଭିଯୋଗରେ ନିଲମ୍ବିତ ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ପାଇଁ କେନ୍ଦ୍ରକୁ ସୁପାରିସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମ ଥର ପାଇଁ ଦୁର୍ନୀତି ଅଭିଯୋଗରେ ଜଣେ ସର୍ବଭାରତୀୟ ସେବା ଅଧିକାରୀଙ୍କୁ ଅବସର ଦେବାକୁ ଓଡ଼ିଶା ସରକାର ସୁପାରିସ କରିଛନ୍ତି। ଆୟ ବହିର୍ଭୁତ ସଂପତ୍ତି ଠୁଳ କରିଥିବା ଅଭିଯୋଗ ହେବା ପରେ ଭିଜିଲାନ୍ସ ଓ କ୍ରାଇମବ୍ରାଞ୍ଚ ପକ୍ଷରୁ ବିଭିନ୍ନ ସ୍ଥାନରେ ରେଡ୍ କରାଯାଇଥିଲା। 20କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଜମା କରିବାର ପ୍ରମାଣ ପାଇବା ପରେ ରାଜ୍ୟ ଭିଜିଲାନ୍ସ ବିଭାଗ ଅଭୟକାନ୍ତ ପାଠକ ଏବଂ ତାଙ୍କ ପୁଅ ଆକାଶ ପାଠକଙ୍କୁ ଗିରଫ କରିଛି। ଉଭୟ ଅଭୟ ଓ ଆକାଶ ଜେଲ୍‌ରେ ରହିଛନ୍ତି ।

Read More