ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ପିଲାମାନଙ୍କୁ କିପରି ଶାସନ କରାଯିବା ଉଚିତ ତାହା ମଧ୍ୟ ଉଲ୍ଲେଖ କରିଛନ୍ତି। ତାଙ୍କ ହିସାବରେ ଯେଉଁ ପିତାମାତା ପିଲାମାନଙ୍କୁ ନିଜେ ବିଦ୍ୟା ଶିକ୍ଷା ନ ଦିଅନ୍ତି ସେମାନେ ପିଲାଙ୍କ ଶତ୍ରୁ ବୋଲି କୁହାଯିବ। ବାପା ହେଉଛନ୍ତି ବାହାର ଶତ୍ରୁ ଏବଂ ମାତା ହେଉଛନ୍ତି ଗୃହ ଶତ୍ରୁ। ସେଥିପାଇଁ ପିଲାମାନଙ୍କୁ ପ୍ରଥମେ ବାପାମା ଶିକ୍ଷା ପ୍ରଦାନ କରିବା ଆବଶ୍ୟକ। ସେହିପରି ଚାଣକ୍ୟ କହିଛନ୍ତି ଯେ, ପିଲାମାନଙ୍କୁ ବେଶୀ ଆଦର କରିବା ଉଚିତ ନୁହେଁ। କାରଣ ଏପରି ଆଦର କଲେ ପିଲାମାନେ ବେଖାତିର ହୋଇ ଯାଆନ୍ତି। ସେମାନଙ୍କ ଭିତରେ ଏକ ବଦଗୁଣ ବିକଶିତ ହୋଇଯାଏ। ସେଥିପାଇଁ ପିତାମାତା ଏବଂ ଗୁରୁ, ପିଲାମାନଙ୍କୁ ଆଦର ନ କରି ଶାସନ କରନ୍ତୁ।
Author: Samikhsya Bureau
ନୂଆଦିଲ୍ଲୀ, ଆଜିର ଦିନଟି ଦୁଇଟି ରାଶିର ବ୍ୟକ୍ତିମାନଙ୍କ ପାଇଁ କିଛି ଶୁଭ ନାହିଁ। ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ହେବ ନାହିଁ । ଅନେକ ସମସ୍ୟା ହେତୁ ମନ ବିବ୍ରତ ରହିବ । ଶକ୍ତିର ଅଭାବ ରହିବ । ସମ୍ପର୍କୀୟମାନଙ୍କ ସହିତ ମତଭେଦ ହେବ। ମାଆର ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା କରିବେ। ଜମି ଓ ଘରର ଦଲିଲ ସୁବିଧାରେ ରଖନ୍ତୁ। ମହିଳା ଏବଂ ଜଳରୁ କ୍ଷତି ହେବାର ଭୟ ରହିବ। ଲୋକଙ୍କୁ ଅପମାନ ନ କରିବାକୁ ବିଶେଷ ଧ୍ୟାନ ଦିଅନ୍ତୁ । ସେହି ଦୁଇଟି ରାଶି ହେଉଛି କନ୍ୟା ଓ ମକର ରାଶି। ଆଜି ଆପଣ ସତର୍କ ରୁହନ୍ତୁ। ବ୍ୟବସାୟିକ କାର୍ଯ୍ୟରେ ସହଯୋଗୀ ହସ୍ତକ୍ଷେପ ବୃଦ୍ଧି ପାଇବ। ଖର୍ଚ୍ଚ ସାଧାରଣ ଅପେକ୍ଷା ଅଧିକ ହେବ। ପୁଅ ଏବଂ ସମ୍ପର୍କୀୟଙ୍କ ମଧ୍ୟରେ ପାର୍ଥକ୍ୟ ହୋଇପାରେ । ଆଜି ଆପଣ କଠିନ ପରିଶ୍ରମ କରିବା ପରେ ହିଁ ସଫଳତା ପାଇବେ। ଆପଣ ମାନସିକ…
ନୂଆଦିଲ୍ଲୀ, ଆଜି ଅର୍ଥାତ ଡିସେମ୍ବର 16 ତାରିଖ ବୁଧବାର ଦିନଟି ଦୁଇଟି ରାଶି ପାଇଁ ରହିଛି ବେଶ ଶୁଭାଶୁଭ। ଏହି ରାଶି ଦ୍ବୟର ବ୍ୟକ୍ତିମାନେ ନୂତନ କାର୍ଯ୍ୟ ଆୟୋଜନ ଆରମ୍ଭ କରିବା ପାଇଁ ଆଜି ଶୁଭ ଦିନ। ଚାକିରୀ ଏବଂ ବ୍ୟବସାୟରେ ଲାଭ ହେବାର ସମ୍ଭାବନା ଅଛି । ଆପଣ ମହିଳା ସାଙ୍ଗମାନଙ୍କଠାରୁ କାମ ପାଇପାରିବେ। ଲକ୍ଷ୍ମୀ ଦେବୀଙ୍କ ଆଶୀର୍ବାଦ ଆଜି ଆପଣଙ୍କ ଉପରେ ଅଛି । ସେହି ଦୁଇଟି ରାଶି ହେଲା କୁମ୍ଭ ଏବଂ ମୀନ। ଏହି ଦୁଇ ରାଶିର ବ୍ୟକ୍ତିମାନ ସାମାଜିକ କ୍ଷେତ୍ରରେ ଖ୍ୟାତି ବୃଦ୍ଧି ପାଇବ । ପତ୍ନୀ ଏବଂ ପୁଅଙ୍କଠାରୁ ଆନନ୍ଦ ଖବର ଆସିବ। ଯେଉଁମାନେ ବିବାହ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ବିବାହ ସମୟ ଉପସ୍ଥିତ ହେବ। ବ୍ୟବସାୟୀମାନେ ବ୍ୟବସାୟରେ ଅଭିବୃଦ୍ଧି ଏବଂ ସଫଳତା ପାଇବେ । ପିତା ଏବଂ ବରିଷ୍ଠମାନେ ଉପକୃତ ହେବେ। ସ୍ୱାସ୍ଥ୍ୟ ଭଲ ହେବ । ସରକାରଙ୍କ ଦ୍ୱାରା ଲାଭ…
ନୂଆଦିଲ୍ଲୀ, ରୋଦମ ନରସିଂହଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଶ୍ରୀ ରୋଦମ ନରସିଂହ ଭାରତର ଜ୍ଞାନ ଏବଂ ଅନୁସନ୍ଧାନର ସର୍ବଶ୍ରେଷ୍ଠ ପରମ୍ପରାକୁ ପ୍ରତିପାଦନ କରିଥିଲେ । ସେ ଜଣେ ଉଲ୍ଲେଖନୀୟ ବୈଜ୍ଞାନିକ ଥିଲେ । ଭାରତର ପ୍ରଗତି ପାଇଁ ବିଜ୍ଞାନର ଶକ୍ତି ଏବଂ ନବସୃଜନକୁ ବ୍ୟବହାର କରିବାକୁ ସେ ବିଶେଷ ଆଗ୍ରହୀ ଥିଲେ । ତାଙ୍କ ଦେହାନ୍ତରେ ମର୍ମାହତ । ତାଙ୍କ ପରିବାର ଏବଂ ବନ୍ଧୁବର୍ଗଙ୍କ ପ୍ରତି ସମବେଦନା ।
ସୀତାରାମ ଅଗ୍ରୱାଲ ବାଣପୁର: ବାଣପୁରର ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀ ରଙ୍କନାଥଙ୍କର ମାନବୀୟ ଲୀଳାର ଅନ୍ୟତମ ପ୍ରତୀକ ଦେବ ଦୀପାବଳୀ ଉତ୍ସବ ତିନିଦିନ ଧରି ମହାସମାରୋହରେ ପାଳିତ ହୋଇଯାଇଛି। ମାର୍ଗଶୀର ମାସ କୃଷ୍ଣ ଚତୁର୍ଦ୍ଦଶୀ ଅମାବାସ୍ୟା ଶୁକ୍ଳପକ୍ଷ ପ୍ରତିପଦା ଠାରୁ ତିନିଦିନ ବ୍ୟାପୀ ପ୍ରତ୍ୟହ ଶ୍ରୀଜୀଉ ମାନଙ୍କ ସନ୍ଧ୍ୟା ଧୂପପରେ ଶ୍ରାଦ୍ଧ ବେଶ କରାଯାଇ ସିଂହାସନ ତଳେ ଚାଉଳରେ କଦଳୀଗଛ କରି ଜୀଉ ମାନଙ୍କ ପିତୃପୁରୁଷ ନାମରେ ଘିଅ ଦୀପ ସ୍ଥାପନ ସହିତ ପିଣ୍ଡ ବଢାଯାଇଥିଲା। ପ୍ରଥମ ଦିନରେ ସତ୍ୟ ଯୁଗର କାଶ୍ୟପ ଅଦ୍ୱିତୀଙ୍କ ନାମରେ, ଦ୍ୱିତୀୟ ଦିନରେ ତ୍ରେତୟା ଯୁଗର ଦଶରଥ ଓ କୌଶଲ୍ୟାଙ୍କ ନାମରେ, ଏବଂ ତୃତୀୟ ଦିନରେ ଦ୍ୱାପର ଯୁଗର ବସୁଦେବ ଦେବକୀ, ନନ୍ଦ ଯଶୋଦା ଓ ଇନ୍ଦ୍ରଦ୍ୟୁମ୍ନ ଗୁଣ୍ଡିଚାଙ୍କ ପରି ପିତୃପୁରୁଷଙ୍କ ନାମରେ ପିଣ୍ଡଦାନ କରାଯାଇ ୨୮ ଟି ଦୀପ ପ୍ରଜ୍ବଳନ କରାଯାଇଥିଲା। ଜୀଉ ମାନେ ଶୁଭ୍ରବସ୍ତ୍ର ପରିଧାନ ପୂର୍ବକ ପିଣ୍ଡଦାନ କରି ପିତୃପୁରୁଷଙ୍କୁ ସ୍ମରଣ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ଖରିଫ୍ ଋତୁ ଧାନ ସଂଗ୍ରହ ପ୍ରକ୍ରିୟା ଚଳିତ ମାସ ୧୬ ତାରିଖଠାରୁ ଆରମ୍ଭ ହେବ। ଧାନ ସଂଗ୍ରହ ପ୍ରକ୍ରିୟାକୁ ଠିକ୍ ପରିଚାଳନା ପାଇଁ ପ୍ରତି ବ୍ଲକ୍ରେ ତିନିଜଣ ଲେଖାଏଁ ନୋଡ଼ାଲ୍ ଅଧିକାରୀ ନିଯୁକ୍ତି ହୋଇଛନ୍ତି। ସେମାନେ ଧାନ ସଂଗ୍ରହ ପ୍ରକ୍ରିୟା ବେଳେ କୌଣସି ସମସ୍ୟା ଦେଖାଗଲେ ସମାଧାନ କରିବେ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ଅନୁଷ୍ଠିତ ଭି.ସି. ବୈଠକରେ ଜଣାଇଥିଲେ। ଚଳିତ ବର୍ଷ ଏପ୍.ଏ.କୁୟ ଧାନ କୁଇଣ୍ଟାଲ୍ ପିଛା ୧୮୬୮ ଟଙ୍କା ଧାର୍ଯ୍ୟ କରାଯାଇଛି। ଧାନ ସଂଗ୍ରହର ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଜମାଖାତାରେ ଟଙ୍କା ଜମା ହେବ। ଚଳିତ ଖରିଫ୍ ଋତୁ ଧାନ ୧୩୯୬୪୮ ଜଣ ଚାଷୀଙ୍କ ଠାରୁ ସଂଗ୍ରହ କରାଯିବ। ପ୍ରତ୍ୟେକ ଚାଷୀଙ୍କ ଧାନ ନିର୍ଦ୍ଧାରିତ ୩୮୯ ପାକ୍ସ ଏବଂ ୬୪ ଗୋଟି ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ସହିତ ଟ୍ୟାଗ କରାଯାଇ ସଂପୂର୍ଣ୍ଣ ପ୍ରସ୍ତୁତ କରାଯାଇଥିବା ବେଳେ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ପୁଣି ଜଣେ ଶିକ୍ଷକଙ୍କ ଘରେ ଏବଂ ବିଭିନ୍ନ ସ୍ଥାନରେ ବ୍ରହ୍ମପୁର ଭିଜିଲାନସ ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି। ସେ ହେଉଛନ୍ତି ଗଜପତି ଗୋଷାଣି ବ୍ଲକ୍ ରାଉତପେଟା ୟୁପି ସ୍କୁଲର ସହକାରୀ ଶିକ୍ଷକ ଦୁଶ୍ମନ୍ତ ନାୟକ। ଆଜି ୬/୨୦୨୦ ସର୍ଚ୍ଚ ୱାରେଣ୍ଟ ବଳରେ ସକାଳୁ ସକାଳୁ ତାଙ୍କର ପାରଳାଖେମୁଣ୍ଡି କୃଷ୍ଣଚନ୍ଦ୍ରପୁର ଏରଡ଼େଲା ସାହିର ତିନି ମହଲା ଘର, ପାଳାଖେମୁଣ୍ଡି ହସ୍ପିଟାଲ୍ରେ ରୋଡ଼୍ରେ ଥିବା ଦୁଇ ମହଲା ଘର, ପାରଳାଖେମୁଣ୍ଡ କାଞ୍ଚରା ସାହିରେ ଥିବା ଦୁଇ ମହଲା ଘର, ସେଣ୍ଟ ଜୋସେଫ୍ ସ୍କୁଲ ନିକଟରେ ଥିବା ଦୁଇ ମହଲା ଘର, ଆରୋଗ୍ୟ ସାହିରେ ଥିବା ଦୁଇମହଲା ଘର, ଜନଗମ ସାହିରେ ଥିବା ଦୁଇ ମହଲା ଘର, ଖାଜା ସାହିରେ ଥିବା ତିନି ମହଲା ଘର, ଖଞ୍ଜ ସାହିରେ ଥିବା ତିନି ମହଲା ଘର, ଗଜପତି ଷ୍ଟାଡ଼ିୟମ ଆଗରେ ଥିବା ତିନି ମହଲା…
ଭୁବନେଶ୍ଵର: ଆଜି ରାଜ୍ୟରୁ ୩୯୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସୁନ୍ଦରଗଡରୁ ୭୧, ଖୋର୍ଦ୍ଧାରୁ ୪୬, ଅନୁଗୁଳରୁ ୩୬, ମୟୂରଭଞ୍ଜରୁ ୨୯, କଳାହାଣ୍ଡିରୁ ୨୭, କଟକରୁ ୨୫, ଝାରସୁଗୁଡାରୁ ୧୮, ପୁରୀରୁ ୧୮, କେନ୍ଦ୍ରାପଡାରୁ ୧୨, ନୂଆପଡାରୁ ୧୧, ସମ୍ବଲପୁରରୁ ୧୧, ବାଲେଶ୍ବରରୁ ୧୦, ବରଗଡରୁ ୯, ଭଦ୍ରକରୁ ୯, ବଲାଙ୍ଗିରିରୁ ୬, ଜଗତସିଂହପୁରରୁ ୬, ଦେବଗଡ଼ରୁ ୫, ଯାଜପୁରରୁ ୫, ମାଲକାନଗିରିରୁ ୫, ନୟାଗଡରୁ ୫, କେନ୍ଦୁଝରରୁ ୪, କୋରାପୁଟରୁ ୪, ବୌଦ୍ଧରୁ ୩, ଗଞ୍ଜାମରୁ ୩, ଢେଙ୍କାନାଳରୁ ୨, ନବରଙ୍ଗପୁରରୁ ୧, ସୋନପୁରରୁ ୧, ଓ ଷ୍ଟେଟପୁଲରୁ ୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୧୯ ହଜାର ୮୫୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।…
ଭୁବନେଶ୍ୱର: ପ୍ରଥମ ଥର ପାଇଁ ଭାରତୀୟ ରେଳବାଇରେ ପୂର୍ବ ତଟ ରେଳ ପକ୍ଷରୁ ତାଲଚର-ପାରାଦୀପ ବିଭାଗ ମଧ୍ୟରେ ଇଓଟିଟି ଦ୍ଵାରା ଏକ ମାଲବାହୀ ଟ୍ରେନରେ ସଫଳ ଫିଲ୍ଡ ଟ୍ରାଏଲ କରାଯାଇଛି। ଗାର୍ଡ଼ ଓ ବ୍ରେକ୍ ଭ୍ୟାନ୍ ବିହୀନ ଟ୍ରେନ୍ ପରିଚାଳନା ପାଇଁ ଭାରତୀୟ ରେଳପଥ ଦ୍ୱାରା ଗ୍ରହଣ କରାଯାଇଥିବା ଏହି ପରୀକ୍ଷାକୁ ସଫଳ କରିବା ପାଇଁ ଇଲେକ୍ଟ୍ରିକ୍ ଲୋକୋ ଶେଡ୍, ଅନୁଗୁଳ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଟ୍ରେନ୍ ଟେଲିମେଟ୍ରି ହେଉଛି ବ୍ରେକ୍ ଭ୍ୟାନ୍ ଏବଂ ଗାର୍ଡ ବିନା ଟ୍ରେନ୍ ଚଲାଇବା ପାଇଁ ସମଗ୍ର ବିଶ୍ୱରେ ଏକ ଅତ୍ୟାଧୁନିକ ଜ୍ଞାନକ କୌଶଳ ଯାହା ଭାରତୀୟ ରେଳବାଇ ଦ୍ୱାରା ଗ୍ରହଣ କରାଯାଉଛି। ଫାଷ୍ଟ୍ ଟ୍ରାକ୍ ମୋଡ୍ ରେ କାର୍ଯ୍ୟକାରୀ ଦ୍ୱାରା ଇଓଟିଟି ସହିତ ଟ୍ରେନ୍ ଗୁଡ଼ିକର ପରିଚାଳନା କରିବା ଭାରତୀୟ ରେଳପଥ ର ଏକ ମହତ୍ୱାକାଂକ୍ଷୀ ପ୍ରକଳ୍ପ। ଟ୍ରେନ୍ ଟେଲିମେଟ୍ରି (ଇଓଟିଟି) ସିଷ୍ଟମ ମୁଖ୍ୟତଃ ଟ୍ରେନ୍ ଇଞ୍ଜିନ୍ ରେ ଲାଗିଥିବା ହଟ୍…
କନ୍ଦର୍ପ ବେହେରା ରେଢାଖୋଲ: ନାକଟିଦେଉଳ ଥାନା ହିଞାମୁରା ନିକଟସ୍ଥ ଏକ ବୁଲାଣି ନିକଟରେ ଆଜି ଅପରାହ୍ନରେ ଏକ କାର୍ ଗଛରେ ପିଟିହୋଇ ସମ୍ମୁଖ ଭାଗ ଚୁର୍ ମାର୍ ହୋଇଥିବା ଖବର ହସ୍ତଗତ ହୋଇଛି। ସୂଚନା ଅନୁଯାୟୀ, ନାକଟିଦେଉଳ ବାଟଗାଁ ଗ୍ରାମର ଦିଲ୍ଲିପ କୁମାର ଅଗ୍ରଓାଲା ଆଜି ଅପରାହ୍ନ ପ୍ରାୟ ୨ ଘଟିକା ସମୟରେ ନିଜ ବଲେନୋ (ଓଡି ୧୯ ଟି-୨୦୫୪) କାର୍ରେ ନାକଟିଦେଉଳକୁ କୌଣସି କାମରେ ଯାଉଥିଲେ। ବାଟଗାଁ ହିଞାମୁରା ସିରିଗିଡା ନାଳ ନିକଟସ୍ଥ ଏକ ବୁଲାଣିରେ ଗାଡିଟି ଭାରସାମ୍ୟ ହରାଇ ଏକ ଗଛରେ ପିଟିଥିଲା। ହେଲେ ଗାଡି ମାଲିକ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଯାଇଥିବା ଜଣା ପଡିଛି। ପୋଲିସ୍ ଘଟଣା ସ୍ଥଳରେ ପହଂଚି ଅନୁସନ୍ଧାନ କରୁଛି।
ଭୁବନେଶ୍ବର: ଆଜି ଭୁବନେଶ୍ବରରୁ ୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୦ ଆକ୍ରାନ୍ତଙ୍କ ମଧ୍ୟରୁ କ୍ଵାରେଣ୍ଟିନରୁ ୭ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ମାମଲା ୧୩ ରହିଛି। ଆଜିର ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ଭୁବନେଶ୍ବରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୧୯୯ କୁ ବୃଦ୍ଧି ହୋଇଛି। ତେବେ ଆଜି ଭୁବନେଶ୍ବରରୁ ୩୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜିର ସୁସ୍ଥ ଆକ୍ରାନ୍ତ ସଂଖ୍ୟାକୁ ମିଶାଇ ଭୁବନେଶ୍ବରରୁ ମୋଟ ୩୦ ହଜାର ୬୧୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ଭୁବନେଶ୍ବରରୁ ୩୩୨ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ବେଳେ ୨୩୦ ଜଣ କୋରୋନା ଯୁଦ୍ଧରେ ମୃତ୍ୟୁବରଣ କରିଛନ୍ତି। ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି।
ଭୁବନେଶ୍ବର : ଜାନୁଆରୀ 3ରୁ ଖୋଲିପାରିବ ଅନ୍ୟ ମନ୍ଦିର, ଧାର୍ମିକ ଅନୁଷ୍ଠାନ । ପ୍ରେସ୍ମିଟ୍ରେ ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି । ତେବେ ଯେଉଁମାନେ ଜାନୁଆରୀ 3 ତାରିଖରୁ ଧାର୍ମିକ ଅନୁଷ୍ଠାନ ଖୋଲିବାକୁ ଚାହିଁବେ, ପୂର୍ବରୁ ଅଣ୍ଡରେଟକିଂ ଦେବେ । ସମ୍ପୃକ୍ତ ଅନୁଷ୍ଠାନ ପରିଚାଳନାରେ ଥିବା କମିଟି ଅଣ୍ଡେଟକିଂ ଦେବେ । କୋଭିଡ୍ ଗାଇଡଲାଇନ୍ ପାଳନ ନେଇ ଅଣ୍ଡେଟକିଂ ଦେବ କମିଟି । ପରିସରରେ ସ୍ଥାନ ଦେଖି କେତେ ଲୋକ ରହିପାରିବେ ଲେଖିକି ଦେବେ । ସେହିପରି ଆସନ୍ତା ଡିସେମ୍ବର 25 ବା ବଡଦିନ ଉପଲକ୍ଷେ ଚର୍ଚ୍ଚକୁ ସ୍ବତନ୍ତ୍ର ଅନୁମତି ମିଳିବା ନେଇ ସୂଚନା ରହିଛି । ସ୍ବତନ୍ତ୍ର ଅନୁମତି ପୂର୍ବରୁ ଆବେଦନ କରିବାକୁ ପଡିବ। ଚର୍ଚ୍ଚରେ କେତେ ସଂଖ୍ୟାରେ ଅତିଥି ଏକାଠି ହେବେ, ଦର୍ଶାଇଲେ ଅନୁମତି ମିଳିବ। ଚର୍ଚ୍ଚର ପରିସୀମା କେତେ ଏହା ସମ୍ପର୍କରେ ସୂଚନା ଦେବାକୁ ପଡିବ । ଜିରୋ ନାଇଟ୍ ସେଲିବ୍ରେସନ୍କୁ ବାରଣ କରାଯାଇଛି…
ଭୁବନେଶ୍ୱର : ଆସନ୍ତା 27 ତାରିଖରୁ ଖୋଲିବ ଲିଙ୍ଗରାଜ ମନ୍ଦିର । ଆଜି ଲିଙ୍ଗରାଜ ମନ୍ଦିରର ପ୍ରଶାସନିକ କମିଟିର ବୈଠକ ପରେ ଏହି ଘୋଷଣା କରାଯାଇଛି । ତେବେ 27ତାରିଖରୁ 31ତାରିଖ ପର୍ଯ୍ୟନ୍ତ କେବଳ ସେବାୟତ ପରିବାରଙ୍କୁ ଦର୍ଶନର ସୁଯୋଗ ମିଳିବ । ନୂଆବର୍ଷକୁ ଆଖି ଆଗରେ ରଖି ଜାନୁଆରୀ 1 ଏବଂ 2 ତାରିଖରେ ମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି । 3ରୁ 5ତାରିଖ ଯାଏଁ କେବଳ ଭୁବନେଶ୍ୱର ବାସିନ୍ଦାଙ୍କୁ ଦର୍ଶନର ସୁଯୋଗ ମିଳିବ । ଏହା ସହିତ ଆସନ୍ତା 6 ତାରିଖରୁ ସାଧାରଣ ଦର୍ଶନ ଆରମ୍ଭ କରାଯିବ ବୋଲି ସୂଚନା ରହିଛି । ତେବେ ମନ୍ଦିର ପରିସରରେ 500ରୁ ଅଧିକ ଲୋକ ରହିପାରିବେ ନାହିଁ । ଏହା ସହିତ ମନ୍ଦିର ମଧ୍ୟରେ କରୋନା ଗାଇଡଲାଇନର କଡାକଡି ପାଳନ କରାଯିବ । କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇବା ପରେ ଦର୍ଶନ ଅନୁମତି ମିଳିବ ବୋଲି ସୂଚନା ଦେଇଛନ୍ତି ବିଏମ୍ସି…
ଭୁବନେଶ୍ବର : ମଧ୍ୟମ, କ୍ଷୁଦ୍ର ଓ ଅଣୁ ଶିଳ୍ପ ପାଇଁ ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ଏମଏସଏମଇ ପାଇଁ 289 କୋଟି 41 ଲକ୍ଷର ପ୍ୟାକେଜ ଘୋଷଣା କରାଯାଇଛି। କୋଭିଡ 19 ପାଇଁ ମଧ୍ୟମ, କ୍ଷୁଦ୍ର ଓ ଅଣୁ କ୍ଷୁଦ୍ର ଶିଳ୍ପଗୁଡିକୁ ଆର୍ଥିକ ପ୍ରୋତ୍ସାହନ ଦେବାକୁ ରାଜ୍ୟ ସରକାର ଏହି ପ୍ୟାକେଜ ଘୋଷଣା କରିଛନ୍ତି। ପ୍ୟାକେଜ ଭିତରେ ସୁଧ ରିହାତି, ସବସିଡ୍ ବ୍ୟବସ୍ଥା ଅନ୍ତର୍ଭୁକ୍ତ ରହିଛି । ମୁଖ୍ୟତଃ ମହିଳା ଓ ଦୁର୍ବଳ ଶ୍ରେଣୀର ଶିଳ୍ପୋଦ୍ୟାଗୀଙ୍କୁ ପ୍ରୋତ୍ସାହନ ବ୍ୟବସ୍ଥା ରହିଛି। ପ୍ୟାକେଜରେ ମହିଳାମାନଙ୍କ ଦ୍ବାରା ଚାଲୁଥିବା 40 ପ୍ରତିଶତ ଏମଏସଏମଇ ପାଇଁ 108 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ପ୍ୟାକେଜ ଭିତରେ ସୁଧ ରିହାତି, ଟପ୍ଅପ୍ ସବସିଡି ଆଦି ଅନ୍ତର୍ଭୁକ୍ତ ରହିଛି। 2020-21 ଆର୍ଥିକ ବର୍ଷ ପାଇଁ ପିଏମ୍ଇଜିପ ଅଧୀନରେ ଥିବା ଆର୍ଥିକ ଦୁର୍ବଳ ବିଭାଗ ଗୁଡିକ ପାଇଁ ଟପ୍ଅପ୍ ସବ୍ସିଡି ପ୍ରଦାନ କରାଯାଇଛି । ଏହି ସମସ୍ତ ବିଭାଗ ପାଇଁ 5…
ଭୁବନେଶ୍ବର : ରାଜ୍ୟରେ କରୋନା ଟିକାକରଣ ନେଇ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଟିକାକରଣର ପ୍ରଥମ ପର୍ଯ୍ୟାୟରେ ତିନି ଲକ୍ଷ 20 ହଜାର ଲୋକଙ୍କୁ ଟିକା ଦିଆଯିବ। ଟିକାକରଣ ପାଇଁ 29,, 276 ଟିକାକରଣ ସ୍ଥାନ ଚିହ୍ନଟ ହୋଇଛି। ଏହାସହିତ 8276 ଟିକାକର୍ମୀ ଏଥିପାଇଁ ନିୟୋଜିତ ହେବେ ବୋଲି ସେ କହିଛନ୍ତି। ସମସ୍ତଙ୍କ ଡାଟା ଅପଲୋଡ଼ ସରିଛି। ଟିକା ସଂରକ୍ଷଣ ପାଇଁ 1222 କୋଲ୍ଡ ଚେନ ରହିଛି । ଟୀକା ନେବା ଆଣିବା ପାଇଁ 1796 ଆଇଏଲଆର, 1771 ଫ୍ରିଜର ରହିଛି। ଗୋଟିଏ ରାଜ୍ୟସ୍ତରୀୟ ଟୀକାକରଣ ଷ୍ଟୋର ଥିବା ବେଳେ 9 ଟି ଆଞ୍ଚଳିକ ଓ 32 ଟି ଜିଲ୍ଲା ସ୍ତରୀୟ ଟିକା ଷ୍ଟୋର ରହିଛି। ପ୍ରତି ଟିକାକରଣ କେନ୍ଦ୍ରରେ 5 ଜଣଙ୍କୁ ନିୟୋଜିତ କରାଯିବ। ଟିକାକରଣ ସରିବା ପରେ 30 ମିନିଟ ନିରୀକ୍ଷଣରେ ରଖାଯିବ। ଟୀକାକରଣ ପରେ ସାର୍ଟିଫିକେଟ ଦିଆଯିବ ବୋଲି କୋଭିଡ଼ ଭାକ୍ସିନ୍ ଇନ୍ଚାର୍ଜ ବିଜୟ…
ନୂଆଦିଲ୍ଲୀ : ଆଗାମୀ ଜାନୁଆରୀ 26 ଅର୍ଥାତ୍ ଗଣତନ୍ତ୍ର ଦିବସରେ ଭାରତର ମୁଖ୍ୟ ଅତିଥି ହେବେ ବୋରିସ୍ ଜନସନ୍ । ଭାରତ ପକ୍ଷରୁ କରାଯାଇଥିବା ଆମନ୍ତ୍ରଣକୁ ବ୍ରିଟେନ ପ୍ରଧାନମନ୍ତ୍ରୀ ସ୍ୱୀକାର କରିବା ସହିତ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ ବୋଲି ଜଣାପଡିଛି । ୟୁକେର ବୈଦେଶିକ ବିଭାଗ ଏହାକୁ ସ୍ପଷ୍ଟ କରିଛି । ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତରଫରୁ ଜନସନଙ୍କୁ ଆମନ୍ତ୍ରଣ ପ୍ରଦାନ କରାଯାଇଥିଲା । ଏହା ସହିତ ଦୀର୍ଘ 27 ବର୍ଷ ପରେ ଜଣେ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ପରେଡ କାର୍ୟ୍ୟକ୍ରମରେ ଯୋଗ ଦେବେ । ଶେଷ ଥର ପାଇଁ 1993 ମସିହାରେ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ଜନ ମେୟର ସାଧାରଣତନ୍ତ୍ର ଦିବସ ପରେଡରେ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ, ନଭେମ୍ବର 27ରେ ଟେଲିଫୋନ୍ ଯୋଗେ ମୋଦି ଜନସନ୍ଙ୍କୁ ଗଣତନ୍ତ୍ର ଦିବସର ଅତିଥି ଭାବେ ନିମନ୍ତ୍ରଣ ଜଣାଇଥିଲେ ।
ନୂଆଦିଲ୍ଲୀ: ଆସନ୍ତା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଲଢିବ ଆମ୍ ଆଦମୀ ପାର୍ଟି । 2022 ମସିହାରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଲଢିବା ନେଇ ଆମ୍ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି। ମଙ୍ଗଳବାର ଅରବିନ୍ଦ କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ସମୟ ମଧ୍ୟରେ ସେ ଉତ୍ତରପ୍ରଦେଶର କରୋନା ସଙ୍କଟ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ପ୍ରଶ୍ନ ଉଠାଇଥିଲେ। ଯଦି ଦିଲ୍ଲୀରେ ସବୁ ପ୍ରକାରର ସୁବିଧାର ବ୍ୟବସ୍ଥା ହୋଇପାରିବ, ତେବେ ୟୁପିରେ ଏହା କାହିଁକି ହୋଇପାରିବ ନାହିଁ ବୋଲି କେଜ୍ରିୱାଲ ପ୍ରଶ୍ନ କରିଛନ୍ତି। ୟୁପି ଏପର୍ଯ୍ୟନ୍ତ ସଠିକ୍ ରାଜନୀତି ଦେଖିନାହିଁ, ଏବେ ଏହାକୁ ଏକ ନୂଆ ସୁଯୋଗ ମିଳିବା ଉଚିତ୍ ବୋଲି କହିଛନ୍ତି । ଆମ୍ ଆଦ୍ମୀ ପାର୍ଟି ଲଗାତାର ଭାବରେ ତୃତୀୟ ଥର ପାଇଁ ଦିଲ୍ଲୀରେ ସରକାର ଗଢିଛି । ଦିଲ୍ଲୀରେ କାମ କରିକି ଦେଖାଇଛୁ ବୋଲି କହିଛନ୍ତି ଆମ୍ ଆଦ୍ମୀ…
ଭୁବନେଶ୍ବର: ରାଜଧାନୀରେ ଏଣିକି ଟ୍ରାଫିକ୍ ନିୟମ ଆହୁରି କଡାକଡି ହେବ । ଦୁଇ ଚକିଆ ଯାନ ପାଇଁ ଡବଲ୍ ହେଲମେଟ୍କୁ ବାଧ୍ୟତାମୂଳକ କରାଯାଇଛି । ସେହିପରି ଏକ୍ସଟ୍ରା ହେଲମେଟ୍ ନଥିଲେ ଲିଫ୍ଟ୍ ମାଗୁଥିବା ଲୋକଙ୍କୁ ଲିଫ୍ଟ୍ ଦିଆଯିବନି । ଏଭଳି କ୍ଷେତ୍ରରେ ଗାଡି ଚାଳକର ଲାଇସେନ୍ସ ବାତିଲ୍ ହେବ ବୋଲି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଜାନୁଆରୀ ପହିଲାରୁ ଟ୍ରାଫିକ୍ ନିୟମ କଡାକଡି ହେବ ବୋଲି ସୂଚନା ରହିଛି । । ଏହି ନୂଆ ନିୟମ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟି ନିଆଯାଉଥିବା କୁହାଯାଉଛି । ପୂର୍ବରୁ ମୋଟର ସାଇକେଲ ଚଳାଉଥିବା ଚାଳକ ହିଁ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ ଥିଲା । ତେବେ ଜାନୁଆରୀ ମହିଲାରୁ ଉଭୟ ଚାଳକ ଏବଂ ସହଯାତ୍ରୀଙ୍କୁ ହେଲମେଟ୍ ପିନ୍ଧିବାକୁ ପଡ଼ିବ ।
ଭୁବନେଶ୍ୱର: ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ନିକଟ ଧାରଣାସ୍ଥଳରେ ଧାରଣାରେ ବସିଥିବା ଜଣେ ଏଏନଏମ ଆତ୍ମାହୁତି ଉଦ୍ୟମ କରିଛନ୍ତି । ତେବେ କିରାସିନି ଢାଳି ନିଆଁ ଲଗାଇବାକୁ ଉଦ୍ୟମ କରୁଥିବା ଏଏନଏମଙ୍କୁ ଉଦ୍ଧାର କରାଯାଇଛି । ଧାରଣା ଦେଉଥିବା ଅନ୍ୟ ସହଯୋଗୀ ସମ୍ପୃକ୍ତ ଏଏନଏମଙ୍କୁ ଉଦ୍ଧାର କରିଛନ୍ତି । ଏନେଇ ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚିଥିବା ଜଣାଯାଇଛି । ଛଟେଇ ପ୍ରତିବାଦ କରି ଶତାଧିକ ଏଏନଏମମାନେ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ନିକଟ ଧାରଣାସ୍ଥଳରେ ଧାରଣାରେ ବସିଛନ୍ତି। ଧାରଣା ସହ ଗଲା ସାତ ଦିନ ହେଲା ସେମାନେ ଅନଶନରେ ବସିଛନ୍ତି। କୋଭିଡ କେୟାର ହସ୍ପିଟାଲରେ ସମ୍ପୃକ୍ତ ଏଏନଏମମାନେ କାର୍ଯ୍ୟ କରିଥିଲେ।
ନୟାଗଡ଼: ପାଞ୍ଚଦିନ ପରେ ମିଳିଲା ନିଖୋଜ ସ୍ବାତୀର ମୃତଦେହ । ବଧିପାଟଣା ଗାଁ ପୋଖରୀରୁ ସ୍ୱାତୀର ମୃତଦେହ ଉଦ୍ଧାର କରାଯାଇଛି । ଗାଁର ଆଦିବାସୀ ସାହିରେ ଥିବା ଏକ ପୋଖରୀରୁ ମୃତଦେହ ଉଦ୍ଧାର କରାଯାଇଛି। ଗତ ଶୁକ୍ରବାର ଠାରୁ ତିନି ବର୍ଷର ଝିଅ ସ୍ୱାତୀ ନିଖୋଜ ଥିଲା। ଗାଁ ଦାଣ୍ଡରେ ଖେଳୁଥିବାବେଳେ ସ୍ୱାତୀ ହଠାତ ନିଖୋଜ ହୋଇଯାଇଥିଲା। ଏନେଇ ଥାନାରେ ଅଭିଯୋଗ ପରେ ଖୋଜାଖୋଜି ଚାଲିଥିଲା।ପୁଲିସ ଓ ଅଗ୍ନିଶମ କର୍ମଚାରୀ ସ୍ୱାତୀକୁ ଖୋଜାଖୋଜି ଜାରି ରଖିଥିବାବେଳେ ଆଜି ଘର ନିକଟରେ ଏକ ପୋଖରୀ କୂଳରୁ ମୃତଦେହ ଉଦ୍ଧାର କରାଯାଇଛି ।
ସୀତାରାମ ଅଗ୍ରଓ୍ବାଲ ଟାଙ୍ଗୀ: ଧନୁ ସଂକ୍ରାନ୍ତିରେ ଟାଙ୍ଗୀଠାରେ ଅଘଟଣ ଘଟିଯାଇଛି। ପୋଖରୀରେ ବୁଡି ୩ ବର୍ଷର ଶିଶୁ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ମୃତ ଶିଶୁର ନାମ ହାପି ଦାସ ଓ ବୟସ ମାତ୍ର ୩ ଵର୍ଷ ବୋଲି ଜଣାପଡିଛି। ହାପିଙ୍କ ପିତାଙ୍କ ନାମ ଆନନ୍ଦ ଦାସ ଓ ତାଙ୍କ ଘର ଟାଙ୍ଗୀ ଥାନା ହରିପୁର ପଂଚାୟତ ନିମୁନା ଗ୍ରାମରେ ବୋଲି ଜଣା ପଡିଛି। ଜେଜେ ମା ସହ ନାତି ପୋଖରୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି। ଜେଜେ ମା ନାତି ହାପିକୁ ପୋଖରୀର ଗାଧୁଆ ତୁଠ ପାହାଚରେ ବସାଇ ଶୌଚ ହେବାକୁ ଯାଇଥିବାବେଳେ ନାତି ହାପି ଦାସ ପୋଖରି ପାହାଚରେ ଵସି ଖେଳୁଥିଲା। ହଠାତ୍ ତାର ଚପଲ ପାଣି ଭିତରକୁ ଖସିଯିବାରୁ ଶିଶୁ ମଧ୍ୟ୍ୟ ଚପଲ ଆଣିବାକୁ ପୋଖରୀକୁ ପଳାଇ ଯାଇଥିଲା। ପୋଖରୀର ଜଳ ଗଭୀର ଥିବାରୁ ସେ ବାହାରି ପାରିନଥିଲା। ତେବେ ପିଲାଟି ପୋଖରୀ…

