ନୂଆଦିଲ୍ଲୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସଚିବ ରାଜେଶ ଭୂଷଣ ଏବଂ ଯୁଗ୍ମ ସଚିବ ଲବ ଅଗ୍ରୱାଲ ଉପ ରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରି ଏଲୁରୁର ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ଅବଗତ କରିଛନ୍ତି । ଏକ ଅଜ୍ଞାତ ରୋଗରେ ଆକ୍ରାନ୍ତ ହୋଇ ଆନ୍ଧ୍ରପ୍ରଦେଶ ଏଲୁରୁ ଅଞ୍ଚଳର ଅନେକ ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହି ଅଜ୍ଞାତ ରୋଗରେ ଆକ୍ରାନ୍ତ ହେଉଥିବା ଲୋକମାନଙ୍କ ମୁଣ୍ଡ ବିନ୍ଧିବା ଏବଂ ବାନ୍ତି ହେଉଥିବା ଲକ୍ଷଣ ଥିବା ଜଣାଯାଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା ହର୍ଷ ବର୍ଦ୍ଧନଙ୍କ ସହ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ଉପରାଷ୍ଟ୍ରପତି ଆଲୋଚନା କରିବା ପରେ କେନ୍ଦ୍ର ସରକାର ଡିସେମ୍ବର ୮, ୨୦୨୦ରେ ଏକ ମେଡିକାଲ ବିଶେଷଜ୍ଞ ଦଳକୁ ଏଲୁରୁ ପଠାଇଥିଲେ। ଏଲୁରୁ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିବା କେନ୍ଦ୍ରୀୟ କମିଟିର ପ୍ରାଥମିକ ଅନୁସନ୍ଧାନ ବିଷୟରେ ସ୍ୱାସ୍ଥ୍ୟ ସଚିବ ନାଇଡୁଙ୍କୁ ସୂଚନା ଦେଇଛନ୍ତି । ସଚିବ କହିଛନ୍ତି…
Author: Samikhsya Bureau
ନୂଆଦିଲ୍ଲୀ, ଭାରତରେ କରୋନା ସକ୍ରିୟ ମାମଲା ସଂଖ୍ୟା ଲଗାତର ହ୍ରାସ ପାଇବାରେ ଲାଗିଛି । ବର୍ତ୍ତମାନ ଦେଶରେ ମୋଟ ସକ୍ରିୟ ମାମଲା ୩.୬ ଲକ୍ଷ ତଳେ (୩,୫୯,୮୧୯) ରହିଛି । ଦୈନିକ ନୂଆ କରୋନା ମାମଲା ତୁଳନାରେ ଅଧିକ ରୋଗୀ ସୁସ୍ଥ ହେବା ଏବଂ ଦୈନିକ ମୃତ୍ୟୁ ସଂଖ୍ୟା କମ ହେବା ଦେଶର ମୋଟ କରୋନା ସକ୍ରିୟ ମାମଲା ହ୍ରାସରେ ସହାୟକ ହୋଇପାରିଛି। ଭାରତର ବର୍ତ୍ତମାନ ସକ୍ରିୟ ମାମଲା ମୋଟ ପଜିଟିଭ ମାମଲାର ମାତ୍ର ୩.୬୬% ରହିଛି । ଗତ ୨୪ ଘଣ୍ଟାରେ ଦେଶରେ ୩୩,୪୯୪ ରୋଗୀ ସୁସ୍ଥ ହେବା ପରେ ମୋଟ ସକ୍ରିୟ ମାମଲା ୩,୯୩୦ ହ୍ରାସ ପାଇଛି । ଚଟାପଟ କରୋନା ସଂପର୍କରେ ଜାଣନ୍ତୁ ଏହି ୧୨ଟି ତଥ୍ୟ ୧-ଗତ ସପ୍ତାହର ସ୍ଥିତିକୁ ଦେଖିଲେ ଜଣାପଡ଼ିଛି ଯେ ସର୍ବାଧିକ ପ୍ରଭାବିତ ୬ଟି ରାଜ୍ୟରେ ଦୈନିକ ନୂଆ କରୋନା ମାମଲା ହ୍ରାସ ପାଉଛି । ୨-ଗତ ୧୫ ଦିନ ହେଲା…
କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲ ଓକିଲସଂଘର ୨୦୨୦-୨୧ ବର୍ଷ ପାଇଁ ନିର୍ବାଚନ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ନିର୍ବାଚନରେ ଓକିଲ ଗଣେଶ୍ୱର ପ୍ରଧାନ ସଭାପତି ଭାବରେ ନିର୍ବାଚିତ ହୋଇଥିବା ବେଳେ ଅନ୍ୟ ପଦବୀ ଗୁଡିକରେ ସମସ୍ତେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି। ସଭାପତି ଭାବରେ ଗଣେଶ୍ୱର ପ୍ରଧାନ ନିର୍ବାଚିତ ହୋଇଥିବା ବେଳେ ଉପସଭାପତି ଭବାନୀ ଶଙ୍କର ପଣ୍ଡା, ସାଧାରଣ ସଂପାଦକ ଉମାକାନ୍ତ ମହାନନ୍ଦ, ଯୁଗ୍ମ ସଂପାଦକ ସୁଜିତ୍ କୁମାର ପ୍ରଧାନ, ସହ ସଂପାଦକ ଅନ୍ତର୍ଯ୍ୟାମି ସାହୁ, କୋଷାଧ୍ୟକ୍ଷ ଜନ୍ମେଜୟ ସାହୁ – ପାଠାଗାର ତୁଷାରକାନ୍ତ କର ଏବଂ କାର୍ଯ୍ୟକାରୀ ସଦସ୍ୟ ଭାବରେ ଶମ୍ଭୁପ୍ରସାଦ ପ୍ରଧାନ, ବିମଳ ଚନ୍ଦ୍ର ପ୍ରଧାନ, ସରଜକାନ୍ତ ପାଲ, ଜଗନ୍ନାଥ ବିଶ୍ୱାଳ, ଅଭୟ କୁମାର ବୀର, ହାରୁନ୍ ଖାନ୍, ସନ୍ତୋଷ କୁମାର ପୁରୋହିତ ଓ ବିରଂଚି ନାରାୟଣ ପ୍ରଧାନ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି।
ନୂଆଦିଲ୍ଲୀ : ଭାରତ ସମେତ କିଛି ଦେଶରେ ମାତା ପିତା ବା ଶିକ୍ଷକମାନେ ଶିଶୁଙ୍କୁ ସୁଧାରିବା ପାଇଁ ମାଡର ସାହାଯ୍ୟ ନେଇଥା’ନ୍ତି। କିନ୍ତୁ ମେକ୍ସିକୋରେ ଏବେ ଭୁଲ୍ରେ ବି ମାତା ପିତାମାନେ ମଧ୍ୟ ସେମାନଙ୍କର ସନ୍ତାନକୁ ମାଡ ମାରିପାରିବେ ନାହିଁ । ଯଦି ଏମିତି କରନ୍ତି ତେବେ ଏଥିପାଇଁ ସେମାନଙ୍କୁ ଜରିମାନା ଦେବାକୁ ପଡିବ । ମେକ୍ସିକୋର ସଂସଦ ଶିଶୁଙ୍କୁ ମାଡ ଦେବା ଉପରେ ରୋକ୍ ଲଗାଇବା ନେଇ ଏକ ନୂତନ ଆଇନ୍କୁ ସର୍ବସମ୍ମତି କ୍ରମେ ମଞ୍ଜୁରୀ ଦେଇଛନ୍ତି। ଏହି ଆଇନ୍କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପାଇଁ ପଠାଯାଇଛି । ଏପରିକି ଏହି ଆଇନ୍ ଅନୁସାରେ ଶିଶୁଙ୍କୁ ପେଲିବା, ଟାଣିବା ବା କାନ କିମ୍ବା ବାଳ ମୋଡିବା, ଚିମୁଟିବା ଆଦିକୁ ମଧ୍ୟ ବେଆଇନ୍ ଘୋଷିତ କରାଯାଇଛି । ମେକ୍ସିକୋ ସଂସଦର ତଳ ସଦନ ମାତା-ପିତା ତଥା ଶିଶୁର ଅଭିଭାବକ ତଥା ଶିକ୍ଷକଙ୍କ ଦ୍ବାରା ଦିଆଯାଉଥିବା ସମସ୍ତ ପ୍ରକାରର ଶାରିରୀକ ଦଣ୍ଡ ଉପରେ ପ୍ରତିବନ୍ଧକ…
ନୂଆଦିଲ୍ଲୀ : ସାରା ଦେଶରେ ନୂତନ କୃଷି ବିଲ୍କୁ ନେଇ ଚାଷୀ ଆନ୍ଦୋଳନ ଜାରି ରହିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ କୃଷି ଆଇନକୁ ନେଇ ମତ ରଖିଛନ୍ତି । ଆଜି ଫିକିର 93 ତମ ବାର୍ଷିକ ବୈଠକ ଉଦ୍ଘାଟନ ଅବସରରେ ମୋଦି କୃଷକମାନଙ୍କୁ ବାର୍ତ୍ତା ଦେଇଛନ୍ତି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶର ବୃହତ୍ତମ ଶିଳ୍ପ ଏବଂ ବାଣିଜ୍ୟିକ ସଂଗଠନ ଫିକିର 93 ତମ ବାର୍ଷିକ ବୈଠକ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନରେ କହିଛନ୍ତି ଯେ କରୋନା ମହାମାରୀ ପରେ ଅବସ୍ଥା ଯେଉଁଭଳି ଗତି କରୁଥିଲା ବର୍ତ୍ତମାନ ସେହିପରି ଦୃତ ଗତିରେ ଅବସ୍ଥା ସୁଧୁରୁଛି। ପରୋକ୍ଷରେ କୃଷକ ଆନ୍ଦୋଳନକୁ ସୂଚାଇ ସେ କହିଛନ୍ତି ଯେ ଭାରତର କୃଷକମାନେ ମଧ୍ୟ ସେମାନଙ୍କ ଫସଲ ମଣ୍ଡି ବାହାରେ ବିକ୍ରି କରିବାର ବିକଳ୍ପ ରହିଛି। ଏହାଦ୍ବାରା କୃଷକମାନେ ଉପକୃତ ହେବେ । ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର କୃଷି କ୍ଷେତ୍ରରେ…
ମଦୁରାଇ : ବିଶ୍ବରେ ସବୁଠୁ ଲୋକପ୍ରିୟ ପାନୀୟ ହେଉଛି ଚା’ । ଚା’ ଓ ବିସ୍କୁଟ୍ ପ୍ରାୟ ସମସ୍ତଙ୍କର ପସନ୍ଦ । ତାମିଲନାଡୁର ମଦୁରାଇରେ ଏକ ଟିଷ୍ଟଲ୍ରେ ଚା-ବିସ୍କୁଟ୍ର କମ୍ବିକେନସନ୍କୁ ଏକ ନୂତନ ରୂପ ଦେଇଛନ୍ତି । ଏହି ଚା’ପିଇ ଆପଣ କପ୍କୁ ମଧ୍ୟ ଖାଇପାରିବେ । ଆରଏସ୍ ପାଥୀ ନୀଲଗିରି ଟିଷ୍ଟଲ୍ରେ ଚକ୍ଲେଟ୍ ଫ୍ଲେଭର୍ବାଲା ବିସ୍କୁଟ୍ରୁ ନିର୍ମିତ ଏହି ଚା’ କପ୍ରେ ଚା’ ପରସା ଯାଇଥାଏ । ଏହି ଚା’କୁ ପିଇ ସାରିବା ପରେ ଚା’ କପ୍କୁ ଆପଣ ପିଇପାରିବେ । 1909 ମସିହାରୁ ଏହି ଟିଷ୍ଟଲ୍ଟି ଆରମ୍ଭ ତେବେ ଚା’କୁ ନେଇ ଭିନ୍ନ ଆଇଡିଆ ତାଙ୍କୁ ପ୍ଲାଷ୍ଟିକ୍ ବନ୍ଦ ହେବା କାରଣରୁ ମିଳିଛି ବୋଲି ସୂଚନା ରହିଛି । ଅକ୍ଟୋବର 2019 ମସିହାରେ ଭାରତ ସରକାର ପ୍ଲାଷ୍ଟିକ୍ କଟକଣା ଜାରି କରିଥିଲେ । ଏହାପରେ ଟିଷ୍ଟଲ୍ର ମାଲିକ୍ ଏହାର ଏକ ଅଜବ ଯୋଗାଡ ତିଆରି କରି ଏହି ନୂତନ…
ଭୁବନେଶ୍ୱର : ଅପେକ୍ଷାର ଅନ୍ତ ଘଟିଛି ।ଓଡ଼ିଶାର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଭକ୍ତ ବ୍ୟସ୍ତ ଓ ବ୍ୟାକୁଳ । କରୋନା କାଳରେ ଦୀର୍ଘ 7/8 ମାସ ଧରି ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାଚେରୀ ସଦୃଶ ଦର୍ଶନ ବନ୍ଦ ରହିଛି । କରୋନାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ଦର୍ଶନ ବାରଣ କରାଯାଇଛି । କିନ୍ତୁ ଏବେ ମହାପ୍ରଭୁଙ୍କ ଦର୍ଶନ କରିହେବ । ତେବେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ରହିଥିବା ଏହି ପାଚେରୀ ଖୁବ୍ ଶୀଘ୍ର ଭାଙ୍ଗିଯିବ । ବହୁତ ଶୀଘ୍ର ଭକ୍ତ ନିଜ ଭଗବାନଙ୍କୁ ଦର୍ଶନ କରିପାରିବେ । ଛତିଶା ନିଯୋଗ ବୈଠକରେ ଶ୍ରୀମନ୍ଦିର ଖୋଲିବା ନେଇ ନିଷ୍ପତି ନିଆଯାଇଛି । ଶ୍ରୀମନ୍ଦିର ଖୋଲିବା ନେଇ ରାଜ୍ୟ ସରକାରଙ୍କୁ ସୁପାରିସ୍ କରାଯିବା ନେଇ ସୂଚନା ରହିଛି । ଆସନ୍ତା ଦୁଇ ଦିନ ଭିତରେ ରାଜ୍ୟ ସରକାରଙ୍କୁ ସୁପାରିସ୍ କରାଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ…
ମୁରୈନା : ନାବାଳିକା କନ୍ୟାର ମଥାରେ ସିନ୍ଦୂର ଦେବା ବେଳକୁ ପୋଲିସ୍ ପହଞ୍ଚି ବାହାଘରକୁ ବନ୍ଦ କରି ଦେଲା, ଏହାପରେ ରାଗରେ ବର ଜଣକ କନ୍ୟାର ସାନ ଭଉଣୀକୁ ନେଇ ଫେରାର୍ ହେଲା । ମିଳିଥିବା ସୂଚନା ଅନୁସାରେ, ପୋଲିସ୍ ପ୍ରଶାସନ ଦ୍ବାରା ବାଲ୍ୟ ବିବାହ ରୋକାଯାଉଥିବାବେଳେ ବର ଜଣକ ନାବାଳିକା ବଧୂର ସାନଭଉଣୀକୁ ନେଇ ଫେରାର୍ ହୋଇଛି । ମୁରୈନା ଜିଲ୍ଲାର ପୋରସା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଦଳିତ ନାବାଳିକା ବିବାହର ଖବର ପାଇଁ ପୋଲିସ୍ ଏହାକୁ ଅଟକାଇବାରେ ସଫଳ ହୋଇଥିଲା କିନ୍ତୁ ବିବାହ କରିବାକୁ ଆସିବା ବର ଜଣକ ନିଜ ସମ୍ପର୍କୀୟଙ୍କ ସହାୟତାରେ କନ୍ୟାର ସାନଭଉଣୀକୁ ଧରି ଫେରାର୍ ହୋଇଛି । ପୋଲିସ୍ ଏହି ଘଟଣାରେ ସାହାଯ୍ୟ କରିଥିବା ବରର ସମ୍ପର୍କୀୟଙ୍କୁ ଗିରଫ କରିଛି । ତେବେ ଅପହୃତା ହୋଇଥିବା ନାବାଳିକାକୁ ପୋଲିସ୍ ଉଦ୍ଧାର କରିଥିବାବେଳେ ବରଜଣକ ଏବେବି ଫେରାର୍ ରହିଛି ।
ସୀତାରାମ ଅଗ୍ରଓ୍ବାଲ ବାଣପୁର : ବିବାହ ଦୁଇ ଆତ୍ମାର ପବିତ୍ର ମିଳନ । ସାଧାରଣତଃ ନବ ବିବାହିତା ଦମ୍ପତି ମାନେ ନିଜ ବିବାହରେ ଅନେକ କିଛି ଶୁଭ କାର୍ଯ୍ୟ କରିଥାନ୍ତି କିନ୍ତୁ ନିଜ ବିବାହରେ ରକ୍ତଦାନ ଶିବିର ଆୟୋଜନ ସହ ବୃକ୍ଷରୋପଣ କରିବା ସମ୍ପୂର୍ଣ୍ଣ ଭିନ୍ନ ଏବଂ ପ୍ରଶଂସନୀୟ । ଏପରି ନିଆରା କାର୍ଯ୍ୟ କରି ଅନେକ ପ୍ରଶଂସା ସାଉଣ୍ଟିଛନ୍ତି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ର ନବ ବିବାହିତା ଦମ୍ପତି ବିଘ୍ନରାଜ ବେହେରା ଏବଂ କଳ୍ପନା ବେହେରା । ବାଣପୁର ବ୍ଲକ ଅନ୍ତର୍ଗତ ପାଣ୍ଡିରିପଦର ଗ୍ରାମର ବିଘ୍ନରାଜ ଗତ ଦଶ ତାରିଖରେ କଳ୍ପନାଙ୍କୁ ବିବାହ କରିଥିଲେ । ବର୍ତ୍ତମାନ କୋଭିଡ ସମୟରେ ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ଥିବାରୁ ଉଭୟେ ନିଜ ବିବାହ ଉପଲକ୍ଷେ ଏକ ରକ୍ତଦାନ ଶିବିର ଓ ବୃକ୍ଷରୋପଣ କାର୍ଯ୍ୟ ପାଇଁ ମନସ୍ଥ କରିଥିଲେ । ଏହି ପରିପ୍ରେକ୍ଷୀରେ ଆଜି ବାଣପୁର ସ୍ଥିତ ଶୁଭମଙ୍ଗଳ କଲ୍ୟାଣ…
ରମେଶ ମହାନ୍ତି ଜଗତସିଂହପୁର : ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତ ସ୍ଥିତ ୩ ନଂ ୱାର୍ଡର ୱାର୍ଡ଼ ସଭ୍ୟ ଭୁଲ୍ ତଥ୍ୟ ଦେଇ ୱାର୍ଡ଼ ସଭ୍ୟ ହୋଇଛନ୍ତି ବୋଲି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ସୂଚନାନୁଯାୟୀ ଓଡିଶା ଗ୍ରାମପଞ୍ଚାୟତ ଆଇନି ୧୯୬୪ ଧାରା ୨୫ ଅନୁଯାୟୀ ଯଦି କୌଣସି ବ୍ୟକ୍ତିଙ୍କର ୨ଟିରୁ ଅଧିକ ସନ୍ତାନ ଥାନ୍ତି ତେବେ ସେ ସଭ୍ଯ ପଦରେ ରହିପାରିବେ ନାହିଁ ବୋଲି ଉଲ୍ଲେଖ ରହିଛି। କିନ୍ତୁ ଗତ ପଞ୍ଚାୟତ ନିର୍ବାଚନରେ ଗୋପାଳପୁର ପଞ୍ଚାୟତ ୩ନଂ ୱାର୍ଡରୁ ନିର୍ବାଚିତ ହୋଇଥିବା ୱାର୍ଡସଭ୍ୟ ମଧୁସୂଦନ ପୃଷ୍ଟିଙ୍କର ୩ଟି ସନ୍ତାନ ରହିଥିବା ଜଣାପଡ଼ିଛି। ଶ୍ରୀ ପୃଷ୍ଟିଙ୍କର ୩ୟ ସନ୍ତାନର ଜନ୍ମ ତାରିଖ ୧୭.୦୬.୨୦୧୦ ଏବଂ ତାଙ୍କ ଜନ୍ମ ପଞ୍ଜିକରଣ ନଂ ୧୮୦୦/୨୦୧୦ ବୋଲି ଜଗତସିଂହପୁର ପୌର କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ଏଥିସହିତ ସାମାଜିକ ଅର୍ଥନୈତିକ ଜାତିଗତ ଜନଗଣନା ସର୍ଭେ (ଏସ୍. ଇ.ସି.ସି) ୨୦୧୧ ଲିଷ୍ଟରେ ମଧ୍ୟ ସମସ୍ତ ସନ୍ତାନଙ୍କ ତଥ୍ୟ…
ମୁମ୍ବାଇ : ମେଗାଷ୍ଟାର୍ ରଜନୀକାନ୍ତ ଆଜି 70 ବର୍ଷ ବୟସରେ ପାଦ ଦେଇଛନ୍ତି । 1950 ଡିସେମ୍ବର 12 ତାରିଖରେ ବେଙ୍ଗାଲୁରୁଠାରେ ଜନ୍ମଗ୍ରହଣ କରିଥିଲେ ରଜନୀକାନ୍ତ। ରଜନୀକାନ୍ତଙ୍କର ପ୍ରକୃତ ନାମ ହେଉଛି ଶିବାଜୀ ରାଓ ଗାଏକ୍ବାଡ। ପ୍ରାରମ୍ଭିକ ଜୀବନରେ ସହକଳାକାର ରୂପେ ଅଭିନୟ ଆରମ୍ଭ କରିଥିବା ରଜନୀକାନ୍ତ ଦକ୍ଷିଣ ଭାରତୀୟ ଫିଲ୍ମର ଜଣେ ଲିଜେଣ୍ଡାରୀ ଆକ୍ଟରର ମାନ୍ୟତା ପାଇଛନ୍ତି । କେବଳ ତାମିଲ୍ ସିନେମାର ମହାନାୟକ ଭାବରେ ନୁହଁନ୍ତି ବରଂ ଭାରତର ଲୋକପ୍ରିୟ ସଂସ୍କୃତିର ଏକ ପ୍ରତିମାନ ରୁପେ ବେଶ୍ ପରିଚିତ ରଜୀନକାନ୍ତ। ଏକ ଭିନ୍ନ ଶୈଳୀର ଅଭିନୟ ତଥା ସଂଳାପ କହିବା, ତାଙ୍କ ଲୋକପ୍ରିୟତାଙ୍କର ପ୍ରମୁଖ କାରଣ ଅଟେ। ତାମିଲନାଡୁ ରାଜନୀତିରେ ତାଙ୍କର ସକ୍ରିୟତା, ତାଙ୍କୁ ଚଳଚ୍ଚିତ୍ର ଜଗତର ଜଣେ ପ୍ରଭାବଶାଳୀ ଅଭିନେତା ଭାବେ ପରିଚିତ କରେଇ ପାରିଥିଲା । ସତୁରୀବର୍ଷ ବୟସରେ ମଧ୍ୟ ସେ ଫିଲ୍ମରେ ସକ୍ରିୟ ଅଛନ୍ତି ଏବଂ ବ୍ଲକବଷ୍ଟର ଫିଲ୍ମ ଦେଉଛନ୍ତି। ତାଙ୍କର କିଛି ସୁପରହିଟ୍…
ଲକ୍ଷ୍ନୌ : ଚୀନ୍କୁ ଝଟକା ଦେଇଛି ସାମସଙ୍ଗ୍ । ଦକ୍ଷିଣ କୋରିଆର ବହୁ ପ୍ରତିଷ୍ଠିତ ସ୍ମାର୍ଟଫୋନ୍ କମ୍ପାନୀ ସାମସଙ୍ଗ୍ ନିଜ ମୋବାଇଲ୍ ଓ ଆଇଟି ଡିସ୍ପ୍ଲେ ୟୁନିଟ୍କୁ ଚୀନ୍ରୁ ଭାରତକୁ ସ୍ଥାନାନ୍ତର କରିଛି । କରୋନା ଭାଇରସ ପରବର୍ତ୍ତୀ ପରସ୍ଥିତିରେ ଚୀନକୁ ଆଉ ଏକ ଅର୍ଥନୈତିକ ଝଟକା ଲାଗିଛି । ଦକ୍ଷିଣ କୋରିଆ କମ୍ପାନୀ ସାମସଙ୍ଗ ଭାରତରେ 4825 କୋଟିର ନିବେଶ କରିବାକୁ ଯାଉଛି । ଉତ୍ତର ପ୍ରଦେଶର ନୋଇଡାରେ ସାମସଙ୍ଗ ପକ୍ଷରୁ ଏହାର ଏହି ନୂତନ ନିବେଶ କରାଯିବ ବୋଲି ଜଣାପଡିଛି । ଶୁକ୍ରବାର ଉତ୍ତରପ୍ରଦେଶ ସରକାରଙ୍କ କ୍ୟାବିନେଟ ପକ୍ଷରୁ ଅନୁମୋଦନ ମିଳିଛି । ଉତ୍ତର ପ୍ରଦେଶର ନୋଇଡାରେ କମ୍ପାନୀ ପକ୍ଷରୁ ଏକ ନୂତନ ଉତ୍ପାଦନ ୟୁନିଟ୍ ସ୍ଥାପନ କରାଯିବ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମଞ୍ଜୁରୀ ପ୍ରଦାନ କରାଯାଇଥିଲା । ଭାରତରେ ସାମସଙ୍ଗ୍ର ଏହା ପ୍ରଥମ ହାଇ-ଟେକ୍ନିକ୍ ପ୍ରୋଜେକ୍ଟ । 2018ରେ ସାମସଙ୍ଗ ପକ୍ଷରୁ…
କଟକ : ଡି’ ବ୍ରଦର୍ସଙ୍କ ଅପରାଧ ସାମ୍ରଜ୍ୟର ଖୋଳତାଡ କରି ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଓ ପ୍ରମାଣ ପାଇଛି କମିଶନରେଟ୍ ପୋଲିସ୍ କମିଶନରେଟ ପୋଲିସର ଏକ ସ୍ୱତନ୍ତ୍ର ଦଳ ଏକ ଅସ୍ତ୍ରଶସ୍ତ୍ର ଚୋରା ବେପାର କରୁଥିବା ଏକ ଦଳର ସାତ ଜଣ ସଦସ୍ୟ ଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି।କୁଖ୍ୟାତ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭାଇ ମାନଙ୍କ ଦ୍ୱାରା ପରିଚାଳିତ ଏହି ଦଳର ଗିରଫ ହୋଇଥିବା ସଦସ୍ୟ ମାନଙ୍କ ସୂଚନା ଅନୁଯାୟୀ ପୋଲିସ ଧଳସାମନ୍ତ ଘରୁ ବିପୁଳ ପରିମାଣରେ ବନ୍ଧୁକ ଓ ଗୁଳିଗୋଳା ଜବତ କରିଛି।ଏହି ଗୁଳି ଗୋଳା ମଧ୍ୟରେ ୧୬ ଟି ଅତ୍ୟାଧୁନିକ ପିସ୍ତଲ, ୨୪ଟି ମ୍ୟାଗାଜିନ, ୧୦୯୫ ଟି ଜୀବନ୍ତ ଗୁଳି ଇତ୍ୟାଦି ରହିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି। ଏହି ମାମଲାରେ ଧଳସାମନ୍ତ ଦୁଇ ଭାଇଙ୍କୁ ରିମାଣ୍ଡରେ ଆଣି ତଦନ୍ତ କରାଯିବ ବୋଲି ସୂଚନା ରହିଛି ।
ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ଦେଖାଦେଇଛି। ରାଜ୍ୟରେ ଆଉ 4 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 1802କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରେ ସୁନ୍ଦରଗଡରୁ 2 ଜଣ ଥିବାବେଳେ ବାଲେଶ୍ବର, ମାଲ୍କାନଗିରିରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ସୁନ୍ଦରଗଡରୁ 55 ବର୍ଷୀୟା ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ 65 ବର୍ଷୀୟ ପୁରୁଷ ରହିଛନ୍ତି । ସେହିପରି ବାଲେଶ୍ବରରୁ 70 ବର୍ଷୀୟ ପୁରୁଷ, ମାଲ୍କାନଗିରିରୁ 70 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।
ଭୁବନେଶ୍ବର: ରାଜ୍ୟରେ ଆଜି ୩୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧୯୩ ଜଣ ଚିହ୍ନଟ ହୋଇଥିବାବେଳେ ୧୪୨ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୩ହଜାର ୩୬୪କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୧୮ହଜାର ୨୭୮ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩ ହଜାର ୨୩୧ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୭୯୮ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୭ଟି ଜିଲ୍ଲାରୁ ମୋଟ୍ ୩୩୫ ଜଣ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡରୁ ସର୍ବାଧିକ ୫୨ ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳ…
ଭୁବନେଶ୍ୱର: ଆଜି ରାଜ୍ୟର ସମସ୍ତ କୋର୍ଟ ଗୁଡିକରେ ଓକିଲ ସଙ୍ଘ ନିର୍ବାଚନ ଅନୁଷ୍ଠିତ ହୋଇଛି । ଷ୍ଟେଟ୍ ବାର୍ କାଉନ୍ସିଲ୍ ନିର୍ଦ୍ଦେଶରେ ଗୋଟିଏ ଦିନରେ ହେଉଛି ମତଦାନ । ଗତ ମାର୍ଚ୍ଚ 28 ହେବାକୁ ଥିବା ନିର୍ବାଚନ କରୋନା ପାଇଁ ଏପ୍ରିଲ୍ 25କୁ ଘୁଞ୍ଚିଥିଲା । ନିର୍ବାଚନ ବିଳମ୍ବ ହେବାରୁ ହାଇକୋର୍ଟରେ ଏକାଧିକ ପିଟିସନ୍ ହୋଇଥିଲା । ଡିସେମ୍ବର 15 ଭିତରେ ନିର୍ବାଚନ ଶେଷ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ ତିନି ମାସରେ ଶେଷ ହେବ । କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ନିର୍ବାଚନର ସମସ୍ତ ପ୍ରକ୍ରିୟା ସମ୍ପନ୍ନ ହେବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ପର୍ଯ୍ୟାପ୍ତ ପରିମାଣରେ ମାସ୍କ, ସାନିଟାଇଜର ବ୍ୟବସ୍ଥା ସହ ସାମାଜିକ ଦୂରତା ରଖିବା ଓ ଅଧିକ ଗହଳି କମାଇବା ପାଇଁ ଅଧିକ ବୁଥର ବ୍ୟବସ୍ଥା ମଧ୍ୟ କରାଯାଇଛି । ଆଜି ସକାଳ 8ଟାରୁ ଭୋଟ ଗ୍ରହଣ କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଛି …
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ପାଠ ପଢ଼ିବା, ଖେଳକୁଦ ବୟସରେ ଦାଉ ସାଧିଛି ରୋଗ। ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ଅନ୍ତର୍ଗତ ଷଣ୍ଢମୁଳ ଗ୍ରାମର ଭୁଜବଳ ସାହିର ପାଞ୍ଚବର୍ଷର ଝଅ ମାମା ନାୟକ। ଦୁର୍ବଳ ଶରୀର ସହିତ ତା’ର ପେଟକୁ ଲାଗି ବାହାରେ ବଢ଼ୁଛି ଏକ ମାଂସ ପିଣ୍ଡୁଳା। ନିଜେ କଷ୍ଟ ସହି ସହି ପଥର ହୋଇଗଲାଣି ସିନା ଦୁଃଖକୁ ନିଜ ମନ ଭିତରେ ଚାପି ରଖିଛି ସେ। ମାମାର ବାପା ନିରଞ୍ଜନ ନାୟକ ୧୦ ବର୍ଷ ପୂର୍ବ ବେଗୁନିଆପଡ଼ା ବ୍ଲକ୍ ଅନ୍ତର୍ଗତ କେ. ବରିଡ଼ା ପଞ୍ଚାୟତର ଝୁମୁରି ନାୟକଙ୍କୁ ବିବାହ କରିଥିଲେ। ବଡ଼ ଝିଅ ଶିବାନୀ ପରେ ମାମା ଜନ୍ମ ହୋଇଥିଲା। ତୃତୀୟ ସନ୍ତାନ ଭାବେ ରୂପମ ଜନ୍ମ ନେଇଥିଲା। ମାମା ଜନ୍ମ ବେଳେ ତା’ର ପେଟରେ ଏକ ଛୋଟ ଆବୁ ଦେଖାଦେଇଥିଲା। କାଳକ୍ରମେ ତାହା ବଡ଼ ହୋଇ ଚାଲିଥିଲା ଅର୍ଥ ଅଭାବରୁ ମାମାର ଚିକିତ୍ସା ହୋଇପାରିନଥିଲା। ବର୍ଷ ପରେ…
କୋଲକାତା : 2020 ମସିହାରେ ବହୁ ନାମୀଦାମୀ କଳାକାରମାନେ ଆମକୁ ଛାଡିଯାଇଛନ୍ତି । ଆଜି ମଧ୍ୟ ଜଣେ କଳାକାରଙ୍କର ମୃତ୍ୟୁ ଖବର ଶୁଣିବାକୁ ମିଳିଛି । ବିଦ୍ୟା ବଲାନ୍, ଇମ୍ରାନ୍ ହାସ୍ମୀ ଓ ନସିରୁଦ୍ଦିନ ଷ୍ଟାର୍ର ସୁପରହିଟ୍ ଫିଲ୍ମ ’ଦ ଡାର୍ଟି ପିକ୍ଚର’ରେ କାମ କରିଥିବା ଅଭିନେତ୍ରୀ ଆର୍ଯ୍ୟା ବାନାର୍ଜୀଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ଦକ୍ଷିଣ କୋଲକାତାର ଯୋଧୁପର ପାର୍କ ସ୍ଥିତ ଘରୁ ସନ୍ଦିଗ୍ଧ ଅବସ୍ଥାରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ତେବେ ମୃତ୍ୟୁର ଅସଲ କାରଣ ଜଣାପଡିନାହିଁ । ଆର୍ଯ୍ୟା ‘ଲଭ୍ ସେକ୍ସ ଧୋକ୍କା’ରେ ମଧ୍ୟ କାମ କରିଥିଲେ । ଆର୍ଯ୍ୟା ଲୋକପ୍ରିୟ ସିତାରବାଦକ ନିଖିଲ୍ ବାନାର୍ଜୀଙ୍କ ଝିଅ ଅଟନ୍ତି । ମିଳିଥିବା ସୂନା ଅନୁସାରେ ଶୁକ୍ରବାର ସକାଳ 10 ଘଟିକା ସମୟରେ ଆର୍ଯ୍ୟାଙ୍କ ଘରେ କାମ କରୁଥିବା ଚାକରାଣୀ ଆର୍ଯ୍ୟାଙ୍କ ଘରେ ପହଞ୍ଚି ଦୁଆରର ଘଣ୍ଟି ବଜେଇଥିଲେ । ମାତ୍ର କେହି କବାଟ…
ନୂଆଦିଲ୍ଲୀ :ଦେଶରେ କରୋନା ସଂକ୍ରମଣ ହାର ଖସିବାରେ ଲାଗିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୦ ହଜାର ୬ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ୪୪୨ ଜଣଙ୍କର ମୃତ୍ୟୁ ଘଟିଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଭାରତରେ କରୋନାର ସର୍ବମୋଟ ମାମଲା ୯୮ ଲକ୍ଷ ୨୬ ହଜାର ୭୭୫ରେ ପହଞ୍ଚିଥିବାବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଏକ ଲକ୍ଷ ୪୨ ହଜାର ୬୨୮ରେ ପହଞ୍ଚିଛି । ସେହିପରି ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ହାର ହ୍ରାସ ପାଇବାରେ ଲାଗିଛି । ଦେଶରେ ଏବେସୁଦ୍ଧା ୩ ଲକ୍ଷ ୫୯ ହଜାର ୮୧୯ ସକ୍ରିୟ ଆକ୍ରାନ୍ତ ରହିଥିବାବେଳେ ୯୩ ଲକ୍ଷ ୨୪ ହଜାର ୩୨୮ ଜଣ ଲୋକ ସୁସ୍ଥ ହୋଇଛନ୍ତି । ସମଗ୍ର ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ କୋଟି ୧ ଲକ୍ଷ ୭୪ ହଜାର ୩୨୧ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୪ କୋଟି…
ଚେନ୍ନାଇ, ତାମିଲନାଡୁରେ ଥିବା ସିବିଆଇ ପାଇଁ ଏକ ଅପମାନ ଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଏକ କଂପାନୀରେ ଚଢାଉ କରି ସିବିଆଇ ଜବତ କରିଥିବା ସୁନାରୁ ଏବେ 103 କେଜି ସୁନା କୁଆଡା ଗାଏବ ହୋଇଯାଇଛି। ଜବତ ସୁନାକୁ ନେଇ ତନାଘନା ହେବା ପରେ ଘଟଣାଟି ଏବେ ପଦାକୁ ଆସିଛି। ଗାଏବ ହୋଇଥିବା ସୁନାର ମୂଲ୍ୟ ପ୍ରାୟ 45 କୋଟି ଟଙ୍କା ହେବ ବୋଲି ଜଣାପଡିଛି। ଏହି ଘଟଣାଟି ଜଣାପଡିବା ପରେ ଚେନ୍ନାଇ କୋର୍ଟ ସିଆଇଡି କୁ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାରୁ ଜଣପଡିଛି ଯେ, 2012 ମସିହାରେ ସିବିଆଇ ଚେନ୍ନାଇର ସୁରନା କର୍ପୋରେସନ ଲିମିଡେଟଡ ଅଫିସ ଉପରେ ଚଢାଉ କରିଥିଲା। ଏହି ଚଢାଉ ବେଳେ ସେଠାରୁ ସିବିଆଇ 400.5 କେଜି ସୁନା ଜବତ କରିଥିଲା। ଏଥିରେ ସୁନା ବିସ୍କୁଟ, ସୁନା ଅଳଙ୍କାର ପ୍ରଭୃତି ଥିଲା। ସେସବୁ ସୁନାକୁ ଆଣି ସିବିଆଇ ନିଜ ହେପାଜତରେ ରଖିଥିଲା। ହେଲେ ବର୍ତ୍ତମାନ…
ପୁରୀ, ଖୁବ ଶିଘ୍ର ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର। ଯେତେଦୂର ସମ୍ଭବ ଚଳିତ ମାସ ତୃତୀୟ ସପ୍ତାହରେ ମନ୍ଦିର ଖୋଲିବ ବୋଲି ଆଶା କରାଯାଉଛି। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଘନଘନ ବୈଠକ ଆରମ୍ଭ ହୋଇଛି। ସେହିପରି ପୁରୀ ପ୍ରଶାସନ ମଧ୍ୟ ଏ ନେଇ ବୈଠକ ଜାରୀ ରଖିଛି। ଶ୍ରୀମନ୍ଦିର ପ୍ରଶାସନ ତିନୋଟି ବୈଠକ କରି ସେବାୟତଙ୍କ ମତାମତ ଲୋଡିଛି। ମନ୍ଦିର ଖୋଲାଗଲେ କିପରି ଭକ୍ତମାନେ ଦର୍ଶନ କରିବେ ସେ ନେଇ ବହୁ ଆଲୋଚନା ଚାଲିଛି। ଗତ ଶୁକ୍ରବାର ଦିନ ପୁରୀ ଜିଲ୍ଲାପାଳ ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ବୈଠକ କରିଥିଲେ। ସେଥିରେ ବାହାର ରାଜ୍ୟରେ କିପରି ମନ୍ଦିର ପରିଚାଳନା କରାଯାଉଛି ତା ଉପରେ ଆଲୋଚନା କରିଥିଲେ। ବିଭିନ୍ନ ରାଜ୍ୟରେ କଣ ନୀତିନିୟମ ଭିତରେ ଭକ୍ତମାନେ ଯାଉଛନ୍ତି ସେ ତଥ୍ୟ ସଂଗ୍ରହ ପାଇଁ ମଧ୍ୟ କେତେକ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। ଉଭୟ ଶ୍ରୀମନ୍ଦିର ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ମିଳିତ…

