ଭୁବନେଶ୍ୱର: ନୟାଗଡ଼ ପରୀ ହତ୍ୟା ଘଟଣାରେ ବିଜେପି ପକ୍ଷରୁ ଆନେ୍ଦାଳନକୁ ତୀବ୍ର କରାଯାଇଛି । ରାଜଭବନ ଆଗରେ ବିଜେପି ନେତା ଓ କର୍ମୀମାନେ ଧାରଣା ଦେଇଛନ୍ତି । ବିଜେପି ସଭାପତି ସମୀର ମହାନ୍ତିଙ୍କ ସମେତ ବହୁ ଦଳୀୟ ନେତା ସାମିଲ ଅଛନ୍ତି । ପରୀ ହତ୍ୟାଘଟଣାର ସିବିଆଇ ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବିରେ ଏହି ଧାରଣା ଦିଆଯାଇଛି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ବିଜେପି ପକ୍ଷରୁ ଘୋଷଣା କରାଯାଇଛି । ନୟାଗଡ଼ର ପରୀ ହତ୍ୟା ମାମଲାକୁ ନେଇ ଏବେ ଓଡ଼ିଶା ରାଜନୀତିର ପାଣିପାଗ ସରଗରମ ହୋଇଛି । ଏସଆଇଟି ଏହାର ତଦନ୍ତ କରୁଛି । ପରୀକୁ କିଏ ହତ୍ୟା କରିଛି, କାହିଁକି ହତ୍ୟା କରିଛି ଓ ଏହା ପଛର ମୁଖ୍ୟ ଖଳନାୟକ କିଏ, ତାକୁ ଜାଣିବା ପାଇଁ ସମସ୍ତେ ଉକ୍ରଣ୍ଠାର ସହ ଚାହିଁବସିଛନ୍ତି ।
Author: Samikhsya Bureau
ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ଦେଖାଦେଇଛି। ରାଜ୍ୟରେ ଆଉ ୭ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୭୭୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆଜି କଟକ ଜିଲ୍ଲାରୁ ସର୍ବାଧିକ ତିନିଜଣ କରୋନା ରୋଗୀ ଆଖି ବୁଜିଥିବାବେଳେ ବାଲେଶ୍ଵର, ପୁରୀ, ସୁନ୍ଦରଗଡ ଓ ଜଗତସିଂପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।
ଭୁବନେଶ୍ବର: ରାଜ୍ୟରେ ଆଜି ୩୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୨୧୨ ଜଣ ଚିହ୍ନଟ ହୋଇଥିବାବେଳେ ୧୫୬ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୧ ହଜାର ୫୬୪ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୧୫ ହଜାର ୮୪୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩ ହଜାର ୮୯୩ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୭୬୫ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୬ ଟି ଜିଲ୍ଲାରୁ ମୋଟ୍ ୩୬୮ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୪୯ ଜଣ…
ଭୁବନେଶ୍ୱର :ମାସ୍କ ଓ ପିପିଇ କିଟ କିଣାରେ ଦୁର୍ନୀତି ଅଭିଯୋଗ ପ୍ରସଙ୍ଗରେଏକ ବଡ଼ ଖବର ସାମାନାକୁ ଆସିଛି । ଲୋକାୟୁକ୍ତଙ୍କ ନିକଟରେ ଦୁଇଜଣ ବରିଷ୍ଠ ଆଇଏଏସ ପୁଣି ଥରେ ହାଜର ହୋଇଛନ୍ତି । ଦୁଇ ଜଣ ବରିଷ୍ଠ ଆଇଏଏସ ହାଜର ହୋଇଥିବା ଏନେଇ ମାମଲାର ଆବେଦନକାରୀ କଂଗ୍ରେସ ନେତା ସୁଦର୍ଶନ ଦାସଙ୍କ ପକ୍ଷରୁ ସୂଚନା ମିଳିଛି । କରୋନା ମହାମାରୀ ସମୟରେ ଓଡ଼ିଶା ଔଷଧ ନିଗମ ଦ୍ୱାରା ମାକ୍ସ, ଟେଷ୍ଟିଂ କିଟ, ରିଅଲଟାଇମ ପିସିଆର, ରାପିଡ୍ ଟେଷ୍ଟିଂ ମେସିନ, ପିପିଇ, ନେବୁଲାଇଜର, ବାଇପାସ ମେସିନ୍ ଇତ୍ୟାଦି କିଣାରେ ଦୁର୍ନୀତିର ତଦନ୍ତ ସହିତ ଦୃଢ଼ କାର୍ୟ୍ୟାନୁଷ୍ଠାନ ପାଇଁ ଗତ ଜୁନ 17 ତାରିଖ ଦିନ ସୁଦର୍ଶନ ଦାସ ଲୋକାୟୁକ୍ତଙ୍କ ପାଖରେ ଏକ ମାମଲା ଦାୟର କରିଥିଲେ । ପରବର୍ତ୍ତୀ ସମୟରେ ସେପ୍ଟେମ୍ବର 14 ଏବଂ ନଭେମ୍ବର 4 ତାରିଖ ଦିନ ଲୋକାୟୁକ୍ତଙ୍କ ପାଖରେ ହାଜର ହୋଇଥିଲେ ହେମନ୍ତ ଶର୍ମା ଓ ଯାମିନୀ ଷଡ଼ଙ୍ଗୀ…
ଭୁବନେଶ୍ବର, ଏକଦା ଜଣେ ବାବା ଭାବେ ପରିଚିତ ହେବା ଏବଂ ପରେ ବିବାଦୀୟ ହୋଇ ଗିରଫ ହୋଇଥିବା ସୁରବାବା ଆଉ ନାହାଁନ୍ତି। ରବିବାର ରାତିରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଜେଲରୁ ବାହାରିବା ପରେ ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ସ୍ବାସ୍ଥ୍ୟ ଅବସ୍ଥା ବେଶୀ ଖରାପ ହେବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଛି। ରାଜଧାନୀ ଉପକଣ୍ଠ ଝିଇଁଣ୍ଟି ଶାସନସ୍ଥିତ ତ୍ରାହି ଅଚ୍ୟୁତ ଆଶ୍ରମ ପ୍ରତିଷ୍ଠା କରିଥିଲେ ସୁର ବାବା ଓରଫ ସୁରେନ୍ଦ୍ର ମିଶ୍ର । ସେ ବିଭିନ୍ନ ସମୟରେ ବିବାଦୀୟ ହୋଇ ୨୦୧୫ ଅଗଷ୍ଟ ୩୧ ସେ ଗିରଫ ହୋଇଥିଲେ। ଅଢ଼େଇ ବର୍ଷ ପରେ ୨୦୧୭ରେ ସୁପ୍ରିମକୋର୍ଟରୁ ଜାମିନ୍ ପାଇ ସେ ଜେଲରୁ ମୁକୁଳିଥିଲେ।
ଭୁବନେଶ୍ୱର: ସୋମବାର ସକାଳେ ଫାଇଭ୍ – ଟି ସଚିବ ଭିକେ ପାଣ୍ଡିଆନ୍ ଏକାମ୍ର ଅଞ୍ଚଳ ପରିଦର୍ଶନ କରି ଏକାମ୍ର କ୍ଷେତ୍ର ପ୍ରକଳ୍ପର ସ୍ଥିତି ତଦାରଖ କରିବା ସହ ବରିଷ୍ଠ ଅଧିକାରୀମାନଙ୍କ ସହିତ ଏହାର ଅଗ୍ରଗତି ସଂକ୍ରାନ୍ତରେ ସମୀକ୍ଷା କରିଛନ୍ତି। ଏହି ଅଞ୍ଚଳର ସୌନ୍ଦର୍ଯ୍ୟକରଣ ନିମନ୍ତେ ଉଚ୍ଛେଦ ହୋଇଥିବା ଦୋକାନୀମାନଙ୍କ ଥଇଥାନ କାର୍ଯ୍ୟ ତ୍ୱରାନ୍ଵିତ କରିବା ଲାଗି ସମ୍ପୃକ୍ତ ସରକାରୀ ଅଧିକାରୀମାନଙ୍କୁ ମଧ୍ୟ ସେ ନିର୍ଦେଶ ଦେଇଛନ୍ତି। ଏହାଛଡ଼ା, ବିକଳ୍ପ ରାସ୍ତା ନିର୍ମାଣ ଓ ଭଙ୍ଗାରୁଜା ଆବର୍ଜନା ସଫେଇ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଏହି ଅବସରରେ ସଚିବ କାର୍ଯ୍ୟ କିଷନ କୁମାର ବିଏମ୍ସି କମିଶନର ପ୍ରେମନ୍ଦ୍ର ଚୌଧୁରୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ନୂଆଦିଲ୍ଲୀ : ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୨ ହଜାର ୯୮୧ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ୩୯୧ ଜଣଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ୩୨୯୮୧ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯୬ ଲକ୍ଷ ୭୭ ହଜାର ୨୦୩ରେ ପହଞ୍ଚିଛି । ୩୯୧ ନୂତନ ମୃତ୍ୟୁ ସହିତ ଦେଶରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୦ ହଜାର ୫୭୩ରେ ପହଞ୍ଚିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୯ ହଜାର ୧୦୯ ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ନୂତନ ଆରୋଗ୍ୟଙ୍କୁ ମିଶାଇ ଦେଶରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୯୧ ଲକ୍ଷ ୩୯ ହଜାର ୯୦୧ରେ ପହଞ୍ଚିଛି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟାରେ ୬୫୧୯ ହ୍ରାସ ଘଟିବା ସହିତ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୯୬ ହଜାର ୭୨୯ରେ ପହଞ୍ଚିଛି । ଏହା ସହିତ…
ମୁମ୍ବାଇ : କରୋନା ଯୋଗୁଁ ଆମଠାରୁ ବହ ଅଭିନେତା, ନେତାମାନେ ହାରିଯାଇଛନ୍ତି । ଆଜି ପୁଣି କରୋନା ଯୋଗୁଁ ଆଉ ଜଣେ ଅଭିନେତ୍ରୀ ଆମ ହାତ ଛାଡିଛନ୍ତି । ଟେଲିଭିଜନ୍ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ଦିବ୍ୟା ଭଟ୍ଟନାଗରଙ୍କ କରୋନା ଯୋଗୁଁ ମୃତ୍ୟୁ ହୋଇଛି । ମାତ୍ର 34 ବର୍ଷ ବୟସରେ ଦିବ୍ୟାଙ୍କର ମୃତ୍ୟୁ ହୋଇଛି । ମୁମ୍ବାଇର ସେଭେନ୍ ହିଲ୍ସ ହସ୍ପିଟାଲ୍ରେ ଚିକିତ୍ସାଧୀନ ଥିବା ଦିବ୍ୟାଙ୍କର ଆଜି ସକାଳେ ଦେହାନ୍ତ ହୋଇଯାଇଛି। ଦିବ୍ୟାଙ୍କ ମୃତ୍ୟୁକୁ ନେଇ ଟେଲିଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳି ଯାଇଛି। କିଛି ଦିନ ହେଲା ଦିବ୍ୟା ଭେଣ୍ଟିଲେଟରରେ ରହିଥିଲେ । ଜୀବନମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଖି ବୁଜିଦେଇଛନ୍ତି ଦିବ୍ୟା। ଟିଭି ସିରିଏଲ ‘ୟେ ରିସ୍ତା କ୍ୟା କେହଲାତା ହୈ’ ରେ ଗୁଲାବୋ ଭୂମିକାରେ ତାଙ୍କୁ ଦେଖିବାକୁ ମିଳିଥିଲେ। ‘ସିଲ୍ସିଲା ପ୍ୟାର୍ କା’, ‘ଉଡାନ୍’, ‘ଜିତ୍ ଗୟୀ ତୋ ପିୟା ମୋରେ’ରେ ମଧ୍ୟ ଦିବ୍ୟା ନଜର ଆସିଥିଲେ…
ନୂଆଦିଲ୍ଲୀ: ଦେଶରେ ଏକ ବଡ ଧରଣର ଆତଙ୍କବାଦୀ ଆକ୍ରମଣକୁ ବିଫଳ କରିଛି ଦିଲ୍ଲୀ ପୋଲିସ। ଆଜି ଦିଲ୍ଲୀ ପୋଲିସ ୫ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି। ଶାକରପୁର ଅଞ୍ଚଳରୁ ଏହି ପାଞ୍ଚ ଆତଙ୍କୀଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍। ଗିରଫ ଆତଙ୍କବାଦୀଙ୍କ ଠାରୁ ବିପୁଳ ପରିମାଣର ମାରଣାସ୍ତ୍ର ମଧ୍ୟ ଜବତ ହୋଇଛି। ତେବେ ସୁରକ୍ଷାକର୍ମୀଙ୍କ ସହ ଗୁଳିବିନିମୟ ସମୟରେ ଏହି ଆତଙ୍କୀଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ହୋଇଥିବା ୫ ଜଣ ଆତଙ୍କିଙ୍କ ମଧ୍ୟରେ ୨ ଜଣ ପଞ୍ଜାବ ଏବ ଆଉ ୩ ଜଣ କାଶ୍ମୀର ଅଞ୍ଚଳର ବୋଲି ସୂଚନା ରହିଛି।
ଭୁବନେଶ୍ୱର: ସଦ୍ୟ ସମାପ୍ତ ଉପ ନିର୍ବାଚନରେ ଦୁଇଟି ଆସନ ହାତେଇଥିବା ବିଜୁ ଜନତା ଦଳ ଆଗକୁ ପିପିଲି ପାଇଁ ସଜ ହେଉଛି। ଏହି ବିଧାନସଭା ଆସନ ବିଜେଡି ହାତରେ ଓ ଏହା ଦିବଂଗତ ନେତା, ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଗଡ଼ ବୋଲି ସମସ୍ତେ ଜାଣନ୍ତି। ବିଜେଡିର ଜଣେ ଟାଣୁଆ ନେତା ଭାବେ ପରିଚିତ ସ୍ବର୍ଗତ ମହାରଥୀଙ୍କ ଅବର୍ତ୍ତମାନରେ ବିଜେଡି କର୍ମୀଙ୍କୁ ଚିନ୍ତାରେ ପକାଇଛି। କାରଣ ପ୍ରଦୀପଙ୍କ ପତ୍ନୀ ଅଧ୍ୟାପିକା, ଲେଖିକା ପ୍ରତିଭା ମହାରଥୀଙ୍କ ନାମ ଆଗାମୀ ଦିନର ପ୍ରାର୍ଥୀ ବୋଲି ଶୁଣାଯାଉଥିଲେ ବି ତାଙ୍କ ପୁତ୍ର ରୁଦ୍ରପ୍ରତାପଙ୍କ ସପକ୍ଷରେ ଯୁବ ଭୋଟର ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଅନ୍ୟ ଏକ ସୂତ୍ର ଅନୁସାରେ ଡେଲାଙ୍ଗ ଅଂଚଳର ଅଧିକାଂଶ ଭୋଟରଙ୍କ ଇଚ୍ଛା ଭିନ୍ନ ପ୍ରକାରର। ସେମାନଙ୍କ କହିବା କଥା ସ୍ବର୍ଗତ ମହାରଥୀଙ୍କ ପରିବାରରୁ କାହାକୁ ପ୍ରାର୍ଥୀ ନ କରି ବିଜେଡି ଏଠାରେ ଜଣେ ନୂଆ ପ୍ରାର୍ଥୀ ଦେଉ। ଯଦି ସେଭଳି କିଛି…
ମେଷ ଏହି ରାଶିର ବ୍ୟକ୍ତିମାନେ ଆଜି କିଛି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଆପଣ ଋଣଭାରରେ ଲଦିହେବେ। ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଜୀବନସାଥୀ ସହିତ ଏକ ଯାତ୍ରାରେ ଯାଇପାରନ୍ତି। ଆଜି ଆପଣ ଅଧିକ ଖର୍ଚ୍ଚ କରିବେ। ବ୍ୟବସାୟରେ ଉନ୍ନତିମୂଳକ କାର୍ୟ୍ୟ ହେବ। କୈଣସି ବିଷୟରେ ଚିନ୍ତା କରନ୍ତୁ ନାହିଁ। ଧର୍ୟ୍ୟବାନ ହେବାକୁ ପଡିବ। ପିଲାମାନଙ୍କଠାରୁ ଭଲ ଖବର ଶୁଣିବେ। ଛାତ୍ରମାନେ ଉପକୃତ ହେବେ। ବୃଷ ଆଜି ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଏକ ଭଲ ଦିନ। ଆଜି ସେମାନେ ହଠାତ୍ ଉପକୃତ ହେବେ। ଆପଣ ଦିନସାରା ଖୁସି ରହିବେ। କୈଣସି ଅଭାବୀ ବନ୍ଧୁଙ୍କୁ ସାହାଯ୍ୟ କରିପାରିବ। ରିସ୍କ ନେବା ଠାରୁ ଦୂରେଇ ରୁହନ୍ତୁ। ଆଜି ଆପଣଙ୍କର କାମ ସହଜ ହେବ। ଆପଣ ଆପଣଙ୍କର ବ୍ୟବସାୟ କାର୍ୟ୍ୟରେ ଭ୍ରମଣ କରିବେ। ଅଜ୍ଞାତ ବ୍ୟକ୍ତିଙ୍କ ସାମ୍ନାରେ ଅଧିକ ଆଲୋଚନା କରନ୍ତୁ ନାହିଁ। ବିରୋଧୀମାନେ ସକ୍ରିୟ ହୋଇପାରନ୍ତି। ଅଫିସ୍ ପରିବେଶ ଭଲ ରହିବ। ଯୁବକମାନେ…
ନୂଆଦିଲ୍ଲୀ, କୃଷକ ଆନ୍ଦୋଳନ ସମଗ୍ର ଦେଶରେ ଏକ ନୂଆ ଧାରା ସୃଷ୍ଟି କରିଛି କି? ଚାଷୀଙ୍କ ଦାବି ପ୍ରକୃତରେ ଯଥାର୍ଥ ନୁହେଁ କି? ଯଦି କୃଷି ଆଇନ କୃଷକଙ୍କ ସ୍ୱାର୍ଥରେ ଅଛି, ତେବେ ଏହାର ସପକ୍ଷରେ କୈଣସି ପ୍ରମୁଖ କୃଷକ ସଂଗଠନ କାହିଁକି ନାହାଁନ୍ତି ? କୃଷକ ଆଇନ ପ୍ରସ୍ତୁତି ସମୟରେ କେନ୍ଦ୍ର ସରକାର ସେମାନଙ୍କୁ ଅଣଦେଖା କରିଥିଲେ କି ? କେନ୍ଦ୍ର ସରକାର ତିନୋଟି କୃଷି ଆଇନର ପ୍ରଣୟନ ପୂର୍ବରୁ ମତାମତ ନେବା ଆବଶ୍ୟକ ନ ଥିଲା କି ? ଏହିପରି ଭିନ୍ନ ଭିନ୍ନ ପ୍ରଶ୍ନ ବର୍ତ୍ତମାନ ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ବୁଲିବାରେ ଲାଗିଛି। ଦୀର୍ଘ ଏଗାର ଦିନ ଧରି ଦିଲ୍ଲୀରେ କୃଷକମାନେ ଯେପରି ଆନ୍ଦୋଳନ କରୁଛନ୍ତି ତାହା ବର୍ତ୍ତମାନ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ଚାଷୀ ଆନ୍ଦୋଳନ ଧିରେ ଧିରେ ତୀବ୍ର ହେଉଥିବାରୁ ସରକାର ଚାଷୀନେତାଙ୍କୁ ଡାକି ବୁଝାମଣା କରିବାକୁ ଚେଷ୍ଠା କରୁଛନ୍ତି। ସେମାନଙ୍କ ଆନ୍ଦୋଳନ ଭଣ୍ଡୁର କରିବାରେ…
ଭୁବନେଶ୍ବର, ପୂର୍ବତଟ ରେଳପଥ ରାଜ୍ୟ ଭିତରେ ଚାଲୁଥିବା ଏକ ଟ୍ରେନର ସମୟରେ ପରିବର୍ତ୍ତନ କରିଛନ୍ତି। ସେହି ଅନୁସାରେ ଭୁବନେଶ୍ବର- ରାଉରକେଲା- ଭୁବନେଶ୍ବର ଏକ୍ସପ୍ରେସ ସ୍ବତନ୍ତ୍ର ଟ୍ରେନ ୫ ତାରିଖ ଠାରୁ ଭୁବନେଶ୍ବର ଠାରୁ ଦିନ ୨ଟା ୧୦ ମିନଟ ପରିବର୍ତେ ଦିନ ୧ଟା ୪୦ ମିନିଟରେ ଛାଡୁଛି। ରାଉରକେଲାରେ ରାତ୍ରି ୯ ଟାରେ ପହଞ୍ଚୁଛି। ସେହିପରି ରାଉରକେଲାରୁ ସକାଳ ୫ ଟା୨୦ ମିନଟରେ ଛାଡି ଭୁବନେଶ୍ଵରରେ ଦିନ ୧୨ ଟା ୩୦ ମିନଟରେ ପହଞ୍ଚୁଛି। ଡିସେମ୍ବର ୧ ତାରିଖ ଠାରୁ ସ୍ୱତନ୍ତ୍ର ରେଳ ଚଳାଚଳ ରେ କିଛି ପରିବର୍ତ୍ତନ କରା ଯାଇଛି। ଯାତ୍ରୀମାନଙ୍କୁ ଏହି ପରିବର୍ତ୍ତିତ ସମୟ ଅନୁସାରେ ରେଳ ରେ ଯାତ୍ରା କରିବାକୁ ଅନୁରୋଧ। ଅଧିକ ବିବରଣୀ ପାଇଁ ୧୩୯ ରେ ଯୋଗାଯୋଗ କରନ୍ତୁ।
ରେଢାଖୋଲ: ସମ୍ବଲପୁର ଜିଲ୍ଲା ସାମ୍ବାଦିକ ୟୁନିୟନର ଦ୍ୱିବାର୍ଷିକ ସାଧାରଣ ପରିଷଦ ବୈଠକ ରେଢାଖୋଲ ଓ ନାକଟିଦେଉଳ ୟୁନିଟ୍ ତରଫରୁ ନାକଟିଦେଉଳ ସ୍ଥିତ ବନବିଭାଗ ଡାକବଙ୍ଗଳା ନର୍ସରୀଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଜିଲ୍ଲା ସଭାପତି ଶିବପ୍ରସାଦ ମେହେର ସଭାପତିତ୍ୱ କରିଥିଲେ। ଏଥିରେ ଓୟୁଜେର ରାଜ୍ୟସାଧାରଣ ସଂପାଦକ ଅଶୋକ କୁମାର ନନ୍ଦ ମୁଖ୍ୟ ଅତିଥ ଭାବରେ ଯୋଗଦେଇ ସାମ୍ବାଦିକ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଅଲୋକପାତ କରିବା ସହ ଆଗାମି ଦିନରେ ସାମ୍ବାଦିକ ମାନଙ୍କର ସମସ୍ତ ଦାବୀକୁ ସରକାରଙ୍କ ଠାରେ ଉପସ୍ଥାପିତ ସଂଘ ମାଧ୍ୟମରେ କରାଯିବ ବୋଲି ମତବ୍ୟକ୍ତ କରିଥିଲେ। ଏହି ସଭାରେ ଯେଉଁ ସାମ୍ବାଦିକ ମାନଙ୍କର ସ୍ୱାସ୍ଥ୍ୟବୀମା ମିଳିପାରିନାହିଁ କିପରି ମିଳିବ, ସ୍ୱାସ୍ଥ୍ୟ ବୀମାର ପରିମାଣ ୨ ଲକ୍ଷରୁ ୫ ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି, କୋରନାରେ ମୃତ୍ୟୁବରଣ କରିଥିବା ସାମ୍ବାଦିକ ମାନଙ୍କୁ କରୋନା ଯୋଦ୍ଧା ଭାବରେ ଘୋଷଣା, ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ୍ ଆଦି ଦାବୀକୁ ସରକାରଙ୍କୁ ଦିଆଯିବାକୁ ସଭାରେ ସ୍ଥିର…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଜିଲ୍ଲାପାଳ ଏବଂ ଗଂଜାମ ଏସ୍ପିଙ୍କ ନିର୍ଦ୍ଦେଶରେ ଗଂଜାମରେ ଚାଲିଥିବା ମଦ ବିରୋଧୀ ଅଭିଯାନ ଜାରି ରହିଛି। ଆଜି ଅବକାରୀ ବିଭାଗ ଏବଂ ପୋଲିସ୍ ବିଭାଗ ମିଳିତ ସହଯୋଗରେ ବଡ଼ଗଡ଼ ଥାନା ଅଂଚଳ ଚିକିଟି ଏବଂ ରାଜପୁରରେ ସୋରଡ଼ା ଅତିରିକ୍ତ ତହସିଲ୍ଦାର ଏବଂ ଆସିକା ଥାନା, ଅବକାରୀ ଥାନା, ଅବକାରୀ ବିଭାଗର କମର୍ଚାରୀଙ୍କ ତତ୍ତ୍ୱାବଧାନରେ ଚଢ଼ାଉ ହୋଇଥିଲା। ଚଢ଼ାଉରେ ୧୫ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବାବେଳେ ୧୫୪ ଲିଟର ବେଆଇନ ମଦ ଜବତ ହୋଇଥିବା ଅବକାରୀ ବିଭାଗ ଏସ୍ପି ଶ୍ରୀ ବୋତ୍ରା ସୂଚନା ଦେଇଛନ୍ତି। ଅଭିଯୁକ୍ତମାନଙ୍କୁ କୋର୍ଟଚାଲଣ କରାଯାଇଛି।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗୋଟିଏ ଦିନ ପୂର୍ବରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ନେଇ ବିଜେପି ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରିଥିବାବେଳେ ପରେ ଆଜି କଂଗ୍ରେସ ପ୍ରେସ୍ମିଟ୍ ଆୟୋଜନ କରି ଗଂଜାମ ଜିଲ୍ଲାର ରାଜନୈତିକ ଉଷ୍ମତାକୁ ବଢ଼ାଇ ଦେଇଛି। ବିଜେପି ଯେଉଁଭଳି ଭାବେ ଚିରାଚରିତ ଢ଼ଂଗରେ ପ୍ରଦୀପ ପାଣିଗ୍ରାହୀଙ୍କ କଳାସାମ୍ରାଜ୍ୟର ଚିଠା ଲୋକଙ୍କ ମୁଖା ଖୋଲିଥିଲା ତାହାର ଆହୁରି ଗୋଟିଏ ପାଦ ଆଗକୁ ଯାଇ ନବ ନିର୍ବାଚିତ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଜେନା ପ୍ରଦୀପଙ୍କ ବିରୋଧରେ ବିଷ ଓଗାଳିଛନ୍ତି। ଆଜି କୁକୁଡ଼ାଖଣ୍ଡି ବ୍ଲକ୍ରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଜେନା ପ୍ରଦୀପ ପାଣିଗ୍ରାହୀଙ୍କ ଦୁର୍ନିତର ଚେହେରା ତଥା ଚେରକୁ ସାମ୍ନାକୁ ଆଣିଥିଲେ। ଶ୍ରୀ ଜେନା ଅଭିଯୋଗ କରିଥିଲେ ଯେ ଗତ ୧୬ ବର୍ଷ ମଧ୍ୟରେ ପ୍ରଦୀପ ପାଣିଗ୍ରାହୀ ନିଜ କ୍ଷମତାକୁ ଅପବ୍ୟବହାର କରି ବହୁ ଦୁର୍ନିତିରେ ଲିପ୍ତ ରହିଛନ୍ତିି। ସେ ନିରୀହ ଲୋକଙ୍କ ସ୍ୱାର୍ଥ ପାଇଁ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲା ତଥା ରମ୍ଭା ଅଂଚଳରେ ଗତ କିଛି ଦିନ ହେଲା ଘରୁ ଡ଼କାୟତି ଖବର ବଢ଼ି ଚାଲିଥିଲା। ପ୍ରତ୍ୟେକ ଦିନ ଏହି ଅଂଚଳର ବିଭିନ୍ନ ସ୍ଥାନରୁ ଘରର କବାଟ ଭାଙ୍ଗି ଘର ଆସବାବ ପତ୍ର ଏବଂ ଅନ୍ୟାନ୍ୟ ଉପକରଣ ଲୁଟ୍ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏହିଭଳି ଏକ ର୍ୟାକେଟ୍କୁ ଧରିବାରେ ଆଜି ରମ୍ଭା ପୋଲିସ୍ ସଫଳ ହୋଇଛି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଥାନାଧିକାରୀ ସୂଚନା ଦେଇଥିଲେ। ଘଟଣାରୁ ପ୍ରକାଶ ଯେ ରମ୍ଭା ଥାନା ଅଂଚଳରେ ଗତ କିଛି ଦିନ ମଧ୍ୟରେ ୧୧ଟି ଡ଼କାୟତ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଘଟଣାର ଅନୁସନ୍ଧାନ କରି ରମ୍ଭା ପୋଲିସ୍ ୩ ଜଣ ଲୁଟେରା ଥିବା ଗ୍ୟାଙ୍ଗକୁ ଧରିବା ସହ ସେମାନେ ଚୋରି କରିଥିବା ଏଲ୍ଇଡ଼ି ଟିଭି, ଇଣ୍ଡକ୍ସନ ୱାଟର ହିଟର୍, କଟର, ଇନ୍ଭର୍ଟର, ବ୍ୟାଟେରି, ସିଟି ସିଭି, ଡ଼ିଭିଆର୍…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗୋଟିଏ ୪ ବର୍ଷର କୁନି ଝିଅକୁ ଚକଲେ୍ଟ ଦେବା ବାହାନାରେ ଅପହରଣ ଉଦ୍ୟମ ହୋଇଥିବା ନେଇ ବ୍ରହ୍ମପୁର ଟାଉନ୍ ଥାନାରେ ଅଭେିଯାଗ ହୋଇଛି। ସୂଚନାଯୋଗ୍ୟ ଗେଟ୍ବଜାର ରମ୍ପା ସାହି ଅଂଚଳରେ ଛୋଟ ଝିଅଟି ଖେଳୁଥିବାବେଳେ ଅଂଚଳର ଜଣେ ଚୂନ ମିସ୍ତ୍ରୀ ଶିବରାମ ତାକୁ ଚକ୍ଲେଟ୍ ଦେବି କହି ରାସ୍ତାରେ ଟାଣି ଟାଣି ନେଉଥିବା କାର୍ଯ୍ୟରତ ଟ୍ରାଫିକ୍ କନେଷ୍ଟବଳମାନେ ଦେଖିଥିଲେ। ଝିଅଟି କାନ୍ଦୁଥିବାରୁ କନେଷ୍ଟବଳ କୁନି ପାଣିଗ୍ରାହୀ, ବାବୁଲା ସାହୁ, ଜ୍ୟୋତ୍ସ୍ନା ସେଠୀ, ରାଜିବ ଲୋଚନ ସ୍ୱାଇଁ ଝିଅଟିକୁ ଉଦ୍ଧାର କରି ପିସିଆର୍କୁ ଖବର ଦେଇଥିଲେ। ପିସିଆର୍ ଗାଡ଼ି ପହଞ୍ଚି ଅଭିଯୁକ୍ତକୁ ଧରିଥିବାବେଳେ ଛୋଟ ଝିଅଟିକୁ ବାପା ମା’ଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ ଟାଉନ୍ଥାନାରେ ମାମଲା ରୁଜୁ ହୋଇଥିବାବେଳେ ପୋଲିସ୍ ଅଭିଯୁକ୍ତ ଶିବରାମକୁ ଅଟକ ରଖିଛି।
ପୁରୀ: ଆଜି ପୁରୀ ଜିଲ୍ଲା ପାଇଁ ୨୪ ଘଣ୍ଟିଆ ଫାଇଭ-ଟି କଲ ସେଣ୍ଟର ଆରମ୍ଭ କରାଯାଇଛି। ଏହି କଲ ସେଣ୍ଟର ସପ୍ତାହର ସମସ୍ତ ସାତ ଦିନ ପର୍ଯ୍ୟନ୍ତ ଚାଲୁ ରହିବ। ଏଥିପାଇଁ ଏକ ହେଲ୍ପ ଲାଇନ୍ ନମ୍ବର ଜାରି କରାଯାଇଛି। ଏହି ହେଲ୍ପ ଲାଇନ୍ ନମ୍ବର ସାଧାରଣ ଲୋକଙ୍କ ପାଇଁ ୨୪ ଘଣ୍ଟା ପାଇଁ କାର୍ଯ୍ୟ କରିବ। ଏହା ସହିତ ପୁରୀ ଆରକ୍ଷୀ ଅଧୀକ୍ଷକଙ୍କ ଅଫିସରେ ଏକ ରିସେପସନ୍ ସେଣ୍ଟର କରାଯାଇଛି। ଏବଂ ଅଭିଯୋଗ ଶୁଣାଣି ପାଇଁ ଡିଏସପି ଏଚଆରପିସି ନୋଡାଲ ଅଫିସର ରହିବେ। ତେବେ ସାଧାରଣ ଜନତା ୭୬୫୩୮୯୧୯୩୦ ରେ କଲ୍ କରି ଅଭିଯୋଗ କରିପାରିବେ କିମ୍ବା ହ୍ୱାଟ୍ସଆପ୍ ମେସେଜ ମାଧ୍ୟମରେ ଅଭିଯୋଗ କରିପାରିବେ। ଅଭିଯୋଗକାରୀଙ୍କୁ ତୁରନ୍ତ ସମ୍ପର୍କ କରିବ ପୋଲିସ। ଅଭିଯୋଗର ୨୪ ଘଣ୍ଟା ମଧ୍ୟରେ ପୋଲିସ ତଦନ୍ତ କରି ଆରକ୍ଷୀ ଅଧିକ୍ଷକଙ୍କୁ ଜଣାଇବ। ସେହିଭଳି ପୁରୀ ଆରକ୍ଷୀ ଅଧୀକ୍ଷକଙ୍କ ଅଫିସରେ ଏକ ରିସେପସନ୍ ସେଣ୍ଟର କରାଯାଇଛି। ଏଥିରେ ଜଣେ…
ଭୁବନେଶ୍ଵର: ଆଜି ରାଜ୍ୟରୁ ୫୭୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଅନୁଗୁଳରୁ ୭୮ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୫୪, ମୟୂରଭଞ୍ଜରୁ ୫୧, ସୁନ୍ଦରଗଡରୁ ୪୩, ବଲାଙ୍ଗିରିରୁ ୪୧, ଖୋର୍ଦ୍ଧାରୁ ୪୦, ପୁରୀରୁ ୩୭, ବାଲେଶ୍ବରରୁ ୩୪, କଳାହାଣ୍ଡିରୁ ୨୪, ଜଗତସିଂହପୁରରୁ ୨୦, ଯାଜପୁରରୁ ୧୮, ନୂଆପଡ଼ାରୁ ୧୭, ବରଗଡରୁ ୧୪, କେନ୍ଦୁଝରରୁ ୧୪, କେନ୍ଦ୍ରାପଡାରୁ ୧୩, ସମ୍ବଲପୁରରୁ ୧୩, ଭଦ୍ରକରୁ ୧୨, ଢେଙ୍କାନାଳରୁ ୮, ଝାରସୁଗୁଡାରୁ ୭, ନବରଙ୍ଗପୁରରୁ ୬, ରାୟଗଡାରୁ ୩, ସୋନପୁରରୁ ୩, ଦେବଗଡରୁ ୨, ଗଞ୍ଜାମରୁ ୨, କନ୍ଧାମଳରୁ ୨, କୋରାପୁଟରୁ ୨, ନୟାଗଡରୁ ୨, ବୌଦ୍ଧରୁ ୧, ମାଲକାନଗିରିରୁ ୧ ଏବଂ ଷ୍ଟେଟ୍ ପୁଲରୁ ୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩…
ଭୁବନେଶ୍ବର: ଓଡିଶା ଛାତ୍ର କଂଗ୍ରେସର ସଭାପତି ଭାବେ ସୟଦ ୟାସିର ନୱାଜ ନିଯୁକ୍ତ ହୋଇଛନ୍ତି। ଏଆଇସିସି ସଭାପତିଙ୍କ ଅନୁମୋଦନରେ ନୂତନ ସଭାପତି ଭାବେ ସୟଦ ୟାସିର ନୱାଜଙ୍କୁ ନିଯୁକ୍ତ କରାଯାଇଛି। ଓଡିଶା ସହ ମୁମ୍ବାଇ ଛାତ୍ର କଂଗ୍ରେସର ମଧ୍ୟ ସଭାପତି ନିଯୁକ୍ତ ହୋଇଛନ୍ତି। ପ୍ରଦ୍ୟୁମ ଯାଦବ ମୁମ୍ବାଇ ଛାତ୍ର କଂଗ୍ରେସର ସଭାପତି ନିଯୁକ୍ତ ହୋଇଛନ୍ତି।

