ଭୁବନେଶ୍ଵର: ଆଜି ରାଜ୍ୟରୁ ୬୦୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି କଟକ, ଖୋର୍ଦ୍ଧା ଏବଂ ସୁନ୍ଦରଗଡରୁ ୬୭ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ଅନୁଗୁଳରୁ ୬୩, ମୟୂରଭଞ୍ଜରୁ ୩୭, କଳାହାଣ୍ଡିରୁ ୩୫, କେନ୍ଦ୍ରାପଡାରୁ ୨୬, କେନ୍ଦୁଝରରୁ ୨୪, ବରଗଡରୁ ୨୦, ବଲାଙ୍ଗିରିରୁ ୨୦, ନୂଆପଡ଼ାରୁ ୨୦, ଯାଜପୁରରୁ ୧୭, ପୁରୀରୁ ୧୫, ଝାରସୁଗୁଡାରୁ ୧୪, ସମ୍ବଲପୁରରୁ ୧୪, ବାଲେଶ୍ବରରୁ ୧୨, ଜଗତସିଂହପୁରରୁ ୧୨, ଭଦ୍ରକରୁ ୧୧, କନ୍ଧମାଳରୁ ୯, ଢେଙ୍କାନାଳରୁ ୬, ଗଞ୍ଜାମରୁ ୫, ନୟାଗଡରୁ ୪, ରାୟଗଡାରୁ ୪, ବୌଦ୍ଧରୁ ୩, ଗଜପତିରୁ ୩, କୋରାପୁଟରୁ ୩, ମାଲକାନଗିରିରୁ ୩, ନବରଙ୍ଗପୁରରୁ ୩, ଦେବଗଡରୁ ୨, ସୋନପୁରରୁ ୨ ଏବଂ ଷ୍ଟେଟ୍ ପୁଲରୁ ୧୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ…
Author: Samikhsya Bureau
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: କେନ୍ଦ୍ର ସରକାର ଆଣିଥିବା କୃଷି ବିଲକୁ ବିରୋଧ କରି ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ଆହ୍ୱାନରେ ଆଜି ବ୍ରହ୍ମପୁର ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ କୃଷକ ସଂଗଠନ ପକ୍ଷରୁ ମୋଦୀ-ଅମ୍ବାନୀ-ଆଦାନୀଙ୍କର କୂଶପୁତ୍ତଳିକା ଦାହ କରାଯାଇଥିଲା। କର୍ପୋରେଟ କମ୍ପାନୀ ସପକ୍ଷରେ ଏହି ବିଲ ଆଣିଥିବାରୁ ତାକୁ ରଦ୍ଦ କରିବା ପାଇଁଁ କୃଷକମାନେ ଦୀର୍ଘ ୮ ଦିନ ଧରି ପ୍ରବଳ ଥଣ୍ଡା କାକରରେ ସାହସିକ ସଂଘର୍ଷ କରିଆସୁଛନ୍ତି। ହେଲେ ଏହି ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ମୋଦି ସରକାର ସମସ୍ତ ପ୍ରକାର ଦମନ ପଦକ୍ଷେପ ଏବଂ ଆଲୋଚନାକୁ ଡାକି ଭୁଆଁ ବୁଲାଇବା ନୀତି ଆପଣାଉଛନ୍ତି ବୋଲି ସଂଗଠନ ଅଭିଯୋଗ କରିଛି। ଏହି ଭୁଆଁ ବୁଲା ନୀତି ବିରୁଦ୍ଧରେ ଆଜି ୫ ଡିସେମ୍ବର ପ୍ରତ୍ୟେକ ଗାଁରେ କର୍ପୋରେଟ୍ ଆମ୍ବାନୀ, ଆଦାନୀ ସହିତ ମୋଦୀ ସରକାରଙ୍କ କୂଶପୁତ୍ତଳିକା ଦାହ କରିବା ପାଇଁ ଆହ୍ବାନ…
ସୀତାରାମ ଅଗ୍ରୱାଲ ନାଚୁଣୀ: ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର-ବାଲୁଗାଁ ନଗର ଅଧିନସ୍ଥ ନାଚୁଣୀ ଶାଖା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ପକ୍ଷରୁ ନୟାଗଡ଼ର ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡର ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ଘଟଣାରେ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ ସଂପୃକ୍ତି ଥିବା ଅଭିଯୋଗ କରି ତାଙ୍କ ଇସ୍ତଫା ଦାବି ସହ ପରିଷଦ ପକ୍ଷରୁ ହାତ ରେ ପ୍ଲାକାର୍ଡ଼ ଧରି ବିରୋଧ କରାଯାଇଥିଲା। ବିଦ୍ୟାର୍ଥୀ ପରିଷଦର କାର୍ଯ୍ୟକର୍ତ୍ତା ମାନେ ପେଟ୍ରୋଲ ପମ୍ପ ସମ୍ମୁଖରେ ଏକତ୍ରିତ ହୋଇ ମନ୍ତ୍ରୀ ଅରୁଣ ସାହୁ ଓ ଓଡ଼ିଶା ସରକାରଙ୍କ ବିରୋଧରେ ନାରାବାଜି ପ୍ରଦର୍ଶନ କରି କୁନି ଝିଅ ‘ପରୀ’ କୁ ନ୍ୟାୟ ଦେବା ନିମନ୍ତେ ସି.ବି.ଆଇ ତଦନ୍ତ ପାଇଁ ଦାବି କରିଥିଲେ। ନଚେତ୍ ଏହାକୁ ନେଇ ଆଗାମୀ ଦିନରେ ସମଗ୍ର ଛାତ୍ର ସମାଜର ଆନ୍ଦୋଳନ ତୀବ୍ରତର ହେବ ବୋଲି ନଗର ସହ-ସମ୍ପାଦକ ଶୁଭମ୍ ତ୍ରିପାଠୀ ଚେତାବନୀ ଦେଇଥିଲେ। ଏହି…
ଭୁବନେଶ୍ୱର: କୋଭିଡ୍-୧୯ ସଂକ୍ରମିତ ହେଲେ ଅନେକ କ୍ଷେତ୍ରରେ ସଂକ୍ରମିତଙ୍କ ଫୁସ୍ଫୁସ୍ ଅଧିକ ମାତ୍ରାରେ ଆକ୍ରାନ୍ତ ହେଉଛି। କେତେକ କ୍ଷେତ୍ରରେ ଫୁସ୍ଫୁସ୍ ନଷ୍ଟ ହେବା ଦ୍ୱାରା ସଂକ୍ରମିତଙ୍କ ମୃତ୍ୟୁ ମଧ୍ୟ ଘଟୁଛି। ତେବେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ଏଭଳି ଜଣେ କରୋନା ସଂକ୍ରମିତଙ୍କର ଚିକିତ୍ସା ଇକ୍ମୋ ସର୍ଭାଇଭର୍ ପଦ୍ଧତିରେ କରାଯାଇ ତାଙ୍କୁ ସଂପୂର୍ଣ୍ଣ ସୁସ୍ଥ କରାଯାଇପାରିଛି। ଏକ୍ସଟ୍ରାକର୍ପୋରିଅଲ୍ ମେମ୍ବ୍ରେମ୍ ଅକ୍ସିଜେନେସନ୍ ଅର୍ଥାତ୍ ଇକ୍ମୋ ସାହାଯ୍ୟରେ ସଂକ୍ରମିତଙ୍କୁ ସୁସ୍ଥ କରିବାରେ ସଫଳ ହୋଇଛନ୍ତି ସମ୍ ଡାକ୍ତର। ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ଓଡ଼ିଶାର ପ୍ରଥମ ଥର ପାଇଁ ଏହି ଇକ୍ମୋ ସର୍ଭାଇଭର ମାଧ୍ୟମରେ ସଫଳତା ମିଳି ପାରିଛି। ଏହି ଇକ୍ମୋ ସର୍ଭାଇଭରକୁ କୃତ୍ରିମ ଫୁସଫୁସ୍ ବୋଲି ମଧ୍ୟ ଡାକ୍ତରୀ ଭାଷାରେ କୁହାଯାଉଛି। ୪୯ ବର୍ଷୀୟ ସୁଜିତ କୁମାର ସିଂହ ଗତ ସେପ୍ଟେମ୍ବର ୧୫ ତାରିଖରେ କରୋନା ସଂକ୍ରମିତ…
ଭୁବନେଶ୍ଵର: ଆଜି ବିଜୁ ଜନତା ଦଳ ଢେଙ୍କାନାଳ ଜିଲ୍ଲା କମିଟି ପାଇଁ ଉପସଭାପତି, ସାଧାରଣ ସମ୍ପାଦକ, ସମ୍ପାଦକ ଏବଂ କୋଷାଧ୍ୟକ୍ଷ ନିଯୁକ୍ତ କରାଯାଇଛି। ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଏହି ସବୁ ପଦବୀ ନିଯୁକ୍ତ କରାଯାଇଛି। ଉପସଭାପତି ପଦବୀରେ ୫ ଜଣ ନିଯୁକ୍ତି ପାଇଥିବା ବେଳେ ସାଧାରଣ ସମ୍ପାଦକ ଭାବେ ୬ ଜଣ, ସମ୍ପାଦକ ଭାବେ ୧୬ ଜଣ ଏବଂ ଜଣେ କୋଷାଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ଏନେଇ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ତଥା ରାଜ୍ୟ ମିଡିଆ ପ୍ରଭାରୀ ମାନସ ରଞ୍ଜନ ମଙ୍ଗରାଜ ସୂଚନା ଦେଇଛନ୍ତି।
ଭୁବନେଶ୍ବର: ଆଜି ଭୁବନେଶ୍ବରରୁ ୩୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୪ ଆକ୍ରାନ୍ତଙ୍କ ମଧ୍ୟରୁ କ୍ଵାରେଣ୍ଟିନରୁ ୬ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ମାମଲା ୨୮ ରହିଛି। ଆଜିର ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ଭୁବନେଶ୍ବରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ୮୬୮କୁ ବୃଦ୍ଧି ହୋଇଛି। ତେବେ ଆଜି ଭୁବନେଶ୍ବରରୁ ୪୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜିର ସୁସ୍ଥ ଆକ୍ରାନ୍ତ ସଂଖ୍ୟାକୁ ମିଶାଇ ଭୁବନେଶ୍ବରରୁ ମୋଟ ୩୦ ହଜାର ୨୪୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ଭୁବନେଶ୍ବରରୁ ୩୮୩ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ବେଳେ ୨୨୩ ଜଣ କୋରୋନା ଯୁଦ୍ଧରେ ମୃତ୍ୟୁବରଣ କରିଛନ୍ତି। ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି।
ଭୁବନେଶ୍ବର: ଆପଣ ବାଇକ ଚଲାଉଛନ୍ତି କି ? ତେବେ ସାବଧାନ ହୋଇଯାନ୍ତୁ!! ଏଣିକି ବାଇକ ଚାଳକ ପାଇଁ ହେଲମେଟ ବାଧ୍ୟତାମୂଳକ ହୋଇଯାଇଛି। କେବଳ ବାଇକ ଚାଳକଙ୍କ ପାଇଁ ହେଲମେଟ ବାଧ୍ୟତାମୂଳକ ନୁହଁ, ଚାଳକଙ୍କ ପଛରେ ବସି ଯାତ୍ରା କରୁଥିବା ବ୍ୟକ୍ତି ମଧ୍ୟ ହେଲମେଟ ପିନ୍ଧିବା ଜରୁରୀ। ଯଦି ଏହି ନିୟମକୁ ଉଲ୍ଲଘଂନ କରାଯାଏ, ତେବେ ବାଇକ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯିବ। ଏନେଇ ଏସଟିଏ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷେ ଗତକାଲି କଟକ ଆରଟିଓ ଏବଂ ଓଲଟପୁର ପୋଲିସର ମିଳିତ ଚେକିଂରେ ୯୨ ଜଣ ମୋଟର ସାଇକେଲ ଚାଳକଙ୍କୁ ଜରିମାନା କରାଯାଇଛି। ଯେଉଁମାନେ ବିନା ହେଲମେଟରେ ଯାତ୍ରା କରୁଥିଲେ। ଏଥିରେ ୪୨ ଟି ଡିଏଲ ବାତିଲ ହୋଇଥିବା ବେଳେ ୧ ଲକ୍ଷ ୩୪ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଏନେଇ କଟକ ଆରଟିଓ ଟୁଇଟ ଯୋଗେ ସୂଚନା ଦେଇଛି।
ନୟାଗଡ଼: ବହୁ ଚର୍ଚ୍ଚିତ ପରି ହତ୍ୟା ଘଟଣାରେ ସାରା ରାଜ୍ୟରେ ଆନ୍ଦୋଳନ ଜାରି ରହିଛି। ଏହି ଘଟଣାକୁ ନେଇ ବିଭିନ୍ନ ଦଳର ନେତାମାନେ ସରକାର ବିରୋଧରେ ପ୍ରତିବାଦ କରିବା ସହ ପୀଡ଼ିତାଙ୍କ ପରିବାରକୁ ଭେଟୁଛନ୍ତି। ତେବେ ଆଜି ରାଜ୍ୟର ଦୁଇ ପ୍ରମୁଖ ଦଳ କଂଗ୍ରେସ ଏବଂ ବିଜେପି ଦଳର ନେତାମାନେ ପରୀର ପରିବାରକୁ ଭେଟିଛନ୍ତି। ପ୍ରଥମେ ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ପରୀ ଗ୍ରାମକୁ ଆସି ଘଟଣା ସମ୍ପର୍କରେ ତଦାରଖ କରିବା ସହ ପରିବାରକୁ ଭେଟିଥିଲେ। ସେହିପରି ବିଜେପି ପ୍ରବକ୍ତା ତଥା ପୁରୀ ଲୋକସଭା ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ପରୀର ପରୀର ବାପା ଅଶୋକ ସାହୁ ଓ ମାଆ ସୌଦାମିନିଙ୍କୁ ଭେଟି ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି। ତେବେ ବିଜେପି ଏହି ମାମଲାରେ ସିବିଆଇ ତଦନ୍ତ ଦାବି କରୁଛି। ଏହା ସହିତ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଇଥିବାର ଅଭିଯୋଗ କରି ବିଜେପି ପକ୍ଷରୁ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି…
ନୂଆଦିଲ୍ଲୀ: ଭ୍ରଷ୍ଟାଚାର ଅଭିଯୋଗରେ ଗିରଫ ହୋଇଥିବା ବିଜେପି ନେତାଙ୍କୁ ଦଳରୁ ବହିସ୍କାର କରାଯାଇଛି। ଦିଲ୍ଲୀର ବସନ୍ତ କୁଞ୍ଜ ମ୍ୟୁନିସ୍ପାଲ୍ ଅଞ୍ଚଳର କାଉନ୍ସିଲର ମନୋଜ ମହଲୱତଙ୍କୁ ଦଳରୁ ବହିଷ୍କାର କରାଯାଇଛି। ଗତକାଲି ତାଙ୍କୁ ସିବିଆଇ ଗିରଫ କରିବା ପରେ ଦିଲ୍ଲୀ ବିଜେପି ଅଧ୍ୟକ୍ଷ ଆଦେଶ ଗୁପ୍ତା ଆଜି ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରିଛନ୍ତି। ଏନେଇ ଦିଲ୍ଲୀ ବିଜେପି ପ୍ରବକ୍ତା ପ୍ରବୀଣ ଶଙ୍କର ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ମନୋଜ ତାଙ୍କ ଅଞ୍ଚଳରେ ଜଣେ ଠିକାଦାରଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ। ମନୋଜ ଲାଞ୍ଚ ନେଲାବେଳେ ତାଙ୍କୁ ସିବିଆଇ ଘଟଣା ସ୍ଥଳରେ ଧରିଥିଲା। ମନୋଜ ଭାରତୀୟ ଜନତା ପାର୍ଟି ତରଫରୁ ୨୦୧୭ରେ ବସନ୍ତ କୁଞ୍ଜ ମ୍ୟୁନିସ୍ପାଲ୍ ଅଞ୍ଚଳରୁ ନିର୍ବାଚନ ଲଢ଼ି ଏବେ ସେଠାକାର କାଉନ୍ସିଲର୍ ଅଛନ୍ତି।
ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟ ଖେଳାଳି ଯୁବରାଜ ସିଂହଙ୍କ ପିତା ଯୋଗରଜ ସିଂହଙ୍କ ମନ୍ତବ୍ୟକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି। ସୋସିଆଲ ମିଡିଆରେ ଏକ ବିବାଦୀୟ ଟିପ୍ପଣୀ ଦେଇଥିବା ଭିଡିଓ ଭାଇରାଲ ହେବା ପରେ ଯୋଗରାଜଙ୍କ ଗିରଫ ଦାବି କରାଯାଇଛି। ସୂଚନା ଯୋଗ୍ୟ ଯେ, ବର୍ତ୍ତମାନ ଦେଶରେ କେନ୍ଦ୍ର ସରକାର ବିରୋଧରେ କୃଷକ ଆନ୍ଦୋଳନ ଏକ ତୀବ୍ର ରୂପ ନେଉଛି। ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ଯୋଗରାଜ ସିଂହ। ତେବେ ଏହି ଆନ୍ଦୋଳନ ସମୟରେ ସେ ହିନ୍ଦୁଙ୍କୁ ନେଇ ଏକ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି। ତାଙ୍କର ଭାଷଣ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଯୋଗରାଜ ସିଂହଙ୍କ ଭାଇରାଲ ଭିଡିଓରେ ସେ ପଞ୍ଜାବୀରେ ଭାଷଣ ଦେଉଥିବା ବେଳେ ହିନ୍ଦୁଙ୍କୁ ଗଦ୍ଦାର କହିଥିବା ନଜର ଆସିଛନ୍ତି। ସେ କହିଛନ୍ତି, ‘ଏଇ ହିନ୍ଦୁମାନେ ଗଦ୍ଦାର, ଶହେ ବର୍ଷ ଯାଏଁ ମୁଗଲମାନଙ୍କ ଗୋଲାମୀ କଲେ।’ ଏହା ସହିତ ସେ ମହିଳାଙ୍କ ବିରୋଧରେ ମଧ୍ୟ ବିବାଦୀୟ ବୟାନ ଦେଇଛନ୍ତି। ହେଲେ…
ନୂଆଦିଲ୍ଲୀ, ଆସନ୍ତା ମଙ୍ଗଳବାର ଦିନ ଭାରତ ବନ୍ଦ କରାଯିବ। ଏ ନେଇ ଦେଶର ବିଭିନ୍ନ କୃଷକ ସଂଗଠନ ଘୋଷଣା କରିଛନ୍ତି। କୃଷି ବିଲକୁ ପ୍ରତ୍ୟାହାର ଦାବୀରେ ଏହି ବନ୍ଦ ଡାକରା ଦିଆଯାଇଛି। ଦଶ ଦିନ ଧରି ନୂଆଦିଲ୍ଲୀରେ ବିଭିନ୍ନ କୃଷକ ସଂଗଠନର ଆନ୍ଦୋଳନ ଜାରୀ ରଖିଛନ୍ତି। ବିଭିନ୍ନ ମୁଖ୍ୟ ରାସ୍ତାଗୁଡିକ ଚାଷିମାନେ ଅବରୋଧ କରି ରହିଛିନ୍ତି। କେନ୍ଦ୍ର ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବା ପାଇଁ ମଙ୍ଗଳବାର ଦିନ ଭାରତ ବନ୍ଦ କରିବାକୁ ସମସ୍ତ ଚାଷି ସଂଗଠନ ନିଷ୍ପତି ନେଇଛନ୍ତି। ଇତି ମଧ୍ୟରେ କେନ୍ଦ୍ର ସରକାର ଚାଷୀ ନେତାମାନଙ୍କ ସହିତ ଚାରିଥର ଆଲୋଚନା କରିସାରିଛନ୍ତି। ଏପରିକି କେନ୍ଦ୍ର ସରକାର ବିଲ ସଂଶୋଧନ କରିବା ପାଇଁ ମଧ୍ୟ ରାଜି ହୋଇଛନ୍ତି। ହେଲେ ଚାଷିନେତାମାନେ ଏଥିରେ ରାଜି ନାହାଁନ୍ତି। ସେମାନଙ୍କର ଦାବୀ ହେଲା କୃଷି ବିଲକୁ ସଂପୂର୍ଣ୍ଣ ପ୍ରତ୍ୟାହାର କରାଯାଉ। ଧୀରେ ଧିରେ ଏହି ଆନ୍ଦୋଳନ ବିଭିନ୍ନ ରାଜ୍ୟକୁ ସଂକ୍ରାମିତ ହେବାରେ ଲାଗିଛି। ଫଳରେ…
ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ଦେଖାଦେଇଛି। ରାଜ୍ୟରେ ଆଉ ପାଞ୍ଚଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୭୬୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆଜି ଭୁବନେଶ୍ବରରୁରୁ ସର୍ବାଧିକ ଦୁଇଜଣ କରୋନା ରୋଗୀ ଆଖି ବୁଜିଥିବାବେଳେ ଜଗତସିଂହପୁର, ନୟାଗଡ ଏବଂ ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଭୁବନେଶ୍ୱରରୁ କରୋନା ସଂକ୍ରମିତ ଜଣେ ୫୫ ବର୍ଷୀୟ ପୁରୁଷ ଓ ଜଣେ ୭୯ ବର୍ଷୀୟ ମହିଳା ମୃତ୍ୟୁବରଣ କରିଛନ୍ତି। ନୟାଗଡ଼ ଜିଲ୍ଲାରୁ ଜଣେ ୫୦ ବର୍ଷୀୟ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ପୁରୀରେ ଜଣେ ୭୨ ବର୍ଷୀୟ ବୃଦ୍ଧ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି।
ଚଣ୍ଡୀଗଡ଼: କରୋନା ଟୀକାକୁ ନେଇ ଲୋକେ ବେଶ ଉତ୍ସାହିତ ଅଛନ୍ତି। ବିଭିନ୍ନ କରୋନା ଟୀକା ପ୍ରସ୍ତୁତ କମ୍ପାନୀଗୁଡିକ ସଫଳତା ହାସଲ କରୁଛନ୍ତି ବୋଲି ଦାବି କରୁଥିବା ବେଳେ ଆଜି ଏକ କମ୍ପାନୀର ସଫଳତା ଉପରେ ଆଶଙ୍କା ସୃଷ୍ଟି କରିଛି। ତେବେ କୋଭାକ୍ସିନ ଟୀକା ଦେଇଥିବା ହରିୟାଣା ଗୃହ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଅନୀଲ ଭିଜ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ନିଜେ ଟ୍ୱିଟ କରି ମନ୍ତ୍ରୀ ଶ୍ରୀ ଭିଜ ଏହି ସୂଚନା ଦେଇଛନ୍ତି। ଆଜି ତାଙ୍କର କୋଭିଡ଼ ରିପୋର୍ଟ ପଜିଟିଭ ଆସିଛି। ସେ ଅମ୍ବାଲାର ସିଭିଲ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଜାରି ରହିଛି। ଅନେକ ସ୍ୱେଚ୍ଛାସେବୀ ଏହି ଟୀକା ନେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଗତ ନଭେମ୍ବର ୨୦ରେ ସ୍ୱେଚ୍ଛାସେବୀ ଭାବେ ଶ୍ରୀ ଭିଜ ଟୀକା ନେଇଥିଲେ। କିନ୍ତୁ ସେ କରୋନା ଆକ୍ରାନ୍ତ ହୋଇଥିବାରୁ କୋଭାକ୍ସିନର ସଫଳତାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି।
ଭୁବନେଶ୍ବର: ରାଜ୍ୟରେ ଆଜି ୪୦୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୨୩୪ ଜଣ ଚିହ୍ନଟ ହୋଇଥିବାବେଳେ ୧୭୫ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୦ହଜାର ୮୦୩କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୧୪ ହଜାର ୬୬୫ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪ ହଜାର ୩୨୫ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୭୬୦ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୭ ଟି ଜିଲ୍ଲାରୁ ମୋଟ୍ ୪୦୯ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୪୪ ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳ…
ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ତାପମାତ୍ରା ହ୍ରାସ ପାଇବା ସହ ଥଣ୍ଡା ବଢିବାରେ ଲାଗିଛି। ଆଜି ରାଜ୍ୟର ୧୪ଟି ସହରରେ ପାରଦ ୧୪ ଡିଗ୍ରୀ ସେଲସିୟସ୍ ତଳେ ରହିଛି। ସବୁଠୁ ଥଣ୍ଡା ସହର ଭାବେ ସୋନପୁର ସହରର ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଫୁଲବାଣୀରେ ୯ ଓ ଦାରିଙ୍ଗିବାଡ଼ିରେ ୯.୫ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରହିଛି। ସେହିପରି ଦାରିଙ୍ଗିବାଡ଼ିର ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ, ଭବାନୀପାଟଣା ୧୦.୫ ଡିଗ୍ରୀ, ଅନୁଗୁଳ ୧୦.୬ ଡିଗ୍ରୀ, ତାଳଚେର ୧୧.୭ ଡିଗ୍ରୀ, ଝାରସୁଗୁଡା ୧୨.୨, ସୁନ୍ଦରଗଡ ୧୨.୫, କେନ୍ଦୁଝର ୧୨.୬, ବଲାଙ୍ଗିର ୧୨.୮, ସମ୍ବଲପୁରରେ ୧୩.୬ ଏବଂ ବୌଦ୍ଧରେ ସର୍ବନିମ୍ନ ତାପମାତ୍ରା ୧୩.୫ଡ଼ିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ତେବେ କଟକର ସର୍ବନିମ୍ନ ତାପାମାତ୍ରା ୧୪.୮ ଡିଗ୍ରୀ ସେଲସିୟସ ଥିବା ବେଳେ ଭୁବନେଶ୍ୱର ତାପମାତ୍ରା ୧୬.୯ ଡ଼ିଗ୍ରୀ ସେଲସିୟସ ରହିଛି।
ଭୁବନେଶ୍ୱର: କରୋନା ଯୋଗୁଁ ଗତ ମାର୍ଚ୍ଚ ମାସରୁ ଦେଶରେ ସମସ୍ତ ସ୍କୁଲ ଏବଂ କଲେଜ୍ ବନ୍ଦ ରହିଛି। ତେବେ ରାଜ୍ୟ ସରକାର ଯୁକ୍ତ ୨ କଲେଜ୍ ରେ ଶିକ୍ଷାଦାନ ଆରମ୍ଭ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ଏନେଇ ଉଚ୍ଚ ଶିକ୍ଷା ବିଭାଗ ତରଫରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ରାଜ୍ୟର ସମସ୍ତ ଯୁକ୍ତ ୨ କଲେଜ କ୍ୟାମ୍ପସ୍କୁ ବିଶୋଧନ ଓ ସଫେଇ କରିବାକୁ ନିର୍ଦ୍ଦେଶ ହୋଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସବୁ ସରକାରୀ ଓ ଘରୋଇ କଲେଜ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଦେଶନାମାରେ ପରୀକ୍ଷାଗାର, କ୍ଲାସ ରୁମ, ଶୌଚାଳୟ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ସପ୍ତାହେ ମଧ୍ୟରେ ପ୍ରସ୍ତୁତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ସାରା ଦେଶରୁ ୩୬ ହଜାର ୬୫୨ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୧୨ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ ମୋଟ୍ କରୋନା ପଜିଟିଭ୍ ସଂଖ୍ୟା ୯୬ ଲକ୍ଷ ୮ ହଜାର ୨୧୧କୁ ବୃଦ୍ଧି ପାଇଛି। ସେହିପରି ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୩୯ ହଜାର ୭୦୦କୁ ଛୁଇଁଛି। ତେବେ ଦେଶରେ ସୁସ୍ଥ ହାର ବଢିଛି। ଆକ୍ଟିଭ୍ କେସ୍ କମୁଛି। ଦେଶରେ ଏବେ ସୁଦ୍ଧା ୯୦ ଲକ୍ଷ ୫୮ ହଜାର ୮୨୨ଜଣ ସୁସ୍ଥ ହୋଇଛନ୍ତି। ତେବେ ଦେଶରେ ଏବେ ସୁଦ୍ଧା ୪ ଲକ୍ଷ ୯ ହଜାର ୬୮୯ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।
ଭୁବନେଶ୍ୱର: ନୟାଗଡ଼ର କୁନିଝିଅ ପରୀ ହତ୍ୟାକାଣ୍ଡ ଘଟଣାର ତଦନ୍ତ ସରିନି। ଏସଆଇଟିକୁ ଏହାର ତଦନ୍ତଭାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହେଲେ ବିରୋଧୀଙ୍କ ମନ ବୁଝୁନି। ବିଧାନସଭାରେ ପରୀ ହତ୍ୟାକାଣ୍ଡ ଘଟଣାକୁ ନେଇ ବିରୋଧୀ କଂଗ୍ରେସ ଓ ବିଜେପି ସରକାରଙ୍କୁ ଘେରିବା ପରେ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ସରକାର ଏସଆଇଟି ଗଠନ କଲେ। ଏହାପରେ ଏହି ଘଟଣାରେ ସାମୟିକ ବିରାମ ଲାଗିଥିଲେ ବି ରାଜ୍ୟ ବିଜେପି କିନ୍ତୁ ଏହାକୁ ମୁଖ୍ୟ ରାଜନୈତିକ ପ୍ରସଙ୍ଗ କରିଛି। ରାଜରାସ୍ତାଠୁ ଆରମ୍ଭ କରି ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ପର୍ଯ୍ୟନ୍ତ ପହଞ୍ଚିଗଲେଣି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବାବୁଲି ନାୟକକୁ ଏସଆଇଟି ଜେରା କରିଛି। ଏଥିରେ ଯେଉଁମାନଙ୍କ ନାଁ ଆସୁଛି, ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇ ଜେରା ଚାଲିଛି। ଅନ୍ୟପଟେ ନୟାଗଡ଼ ଜିଲ୍ଲାପାଳ ଏବଂ ଏସପିଙ୍କୁ ଦିଲ୍ଲୀ ଡାକରା ଆସିଛି। କେଉଁ ପରିସ୍ଥିତିରେ ପରୀ ହତ୍ୟାକାଣ୍ଡ ତଦନ୍ତ ଆଗକୁ ବଢ଼ିଲାନି ଏବଂ ଏଥିରେ…
ଭୁବନେଶ୍ବର, ଧୀରେ ଧୀରେ ଅଭୟ ପାଠକଙ୍କ ପୁଅ ଆକାଶ ପାଠକଙ୍କ ବ୍ୟାଙ୍କ ଆକାଣ୍ଟରୁ ଜମା ଟଙ୍କା ପରିମାଣ ବାହାରିବାରେ ଲାଗିଛି। ଆଜି ଭିଜିଲାନସ ତରଫରୁ ଆକାଶଙ୍କ ଭୁବନେଶ୍ବର ଏବଂ ପୁନେ ଆକାଉଣ୍ଟ ଖୋଳତାଡ କରାଯାଇଥିଲା। ଏଥିରେ ଅଭୟ ପାଠକଙ୍କ ପୁଅ ଆକାଶଙ୍କ ଆକାଉଣ୍ଟରୁ ଏକ କୋଟି ସତଚାଳିଶ ଲକ୍ଷ ଟଙ୍କା ଜମା ଥିବାର ଜଣାପଡିଥିଲା। ଫଳରେ ତାଙ୍କ ଆକାଉଣ୍ଟରେ ମୋଟ ଜମା ପରିମାଣ ବୃଦ୍ଧି ପାଇଁ 17 କୋଟି 52 ଲକ୍ଷରେ ପହଁଚିଛି। ଏତେ ଟଙ୍କା ତାଙ୍କ ଆକଉଣ୍ଟରେ ସେ କିପରି ଜମା ରଖିଥିଲେ ତାହା ଆଶ୍ଚର୍ଯ୍ୟ ଲାଗିଛି। ଫଳରେ ଭିଜିଲାନସ ବର୍ତ୍ତମାନ ଏହି ଟଙ୍କାର ଖିଅ ବାହାର କରିବାରେ ଲାଗିଛି। ପ୍ରକୃତରେ ଏହି ଟଙ୍କା ଆକାଶ କେଉଁଠାରୁ ଆଣିଥିଲେ ଏବଂ କାହାକୁ ଦେଇଥିଲେ ତାହା ତଦନ୍ତ କରୁଛି। ସେହିପରି ଭିଜିଲାନସ ଉଭୟ ବାପପୁଅଙ୍କର ଦସ୍ତଖତ କରି ନେଇଛି। ଯାହା ଦ୍ବାରା ତାଙ୍କର ସମସ୍ତ କାଗଜ ପତ୍ରକୁ ଯାଞ୍ଚ କରାଯିବ। ଏପରିକି…
ନୂଆଦିଲ୍ଲୀ, ଭାରତୀୟ ସ୍ମାର୍ଟଫୋନ୍ ନିର୍ମାତା ମାଇକ୍ରୋମାକ୍ସ ନିକଟରେ ଏହାର ନୂତନ ହ୍ୟାଣ୍ଡସେଟ୍ ଲଞ୍ଚ କରିଛି। ଯେଉଁଥିରେ ମଧ୍ୟମ ରେଂଜ ଫୋନ୍ IN 1B, ଏବଂ ଅନ୍ୟ ଏକ ବଜେଟର ନୋଟ୍ 1 ମଅନ୍ତର୍ଭୁକ୍ତ। ଏଥିମଧ୍ୟରୁ ମାଇକ୍ରୋମାକ୍ସ IN ନୋଟ୍ 1 ନଭେମ୍ବର 24 ରୁ ବିକ୍ରୟ ଆରମ୍ଭ କରାଯାଇଛି। ଏହି ଫୋନରେ ଟ୍ରିପଲ୍ ରିୟର କ୍ୟାମେରା ସେଟଅପ୍ ସହିତ 5000mAh ବ୍ୟାଟେରୀକୁ ଦ୍ରୁତ ଚାର୍ଜିଂ ସହାୟତା ଯୋଗାଇ ଦିଆଯାଇଛି। ଏହି ଫୋନ କିଣିବା ଉପରେ ଅନେକ ବଡ ଅଫର ମଧ୍ୟ ଦିଆଯାଉଛି। ଏହି ନୂଆ ଫୋନ କେତେ ଟଙ୍କା ପଡୁଛି ମାଇକ୍ରୋମାକ୍ସ IN ନୋଟ୍ 1 ର 4GB RAM + 64GB ଷ୍ଟୋରେଜ୍ ଭାରିଆଣ୍ଟର ମୂଲ୍ୟ 10,999 ରହିଛି। ଏହା ସହିତ ଏହାର 128GB ଷ୍ଟୋରେଜ୍ ଭାରିଆଣ୍ଟର ମୂଲ୍ୟ 12,999 ଟଙ୍କା ରଖାଯାଇଛି। ଏହି ଫୋନ୍ କିଣିବା ଉପରେ ଫେଡେରାଲ୍ ବ୍ୟାଙ୍କରୁ ଡେବିଟ୍ କାର୍ଡଧାରୀମାନଙ୍କୁ 10 ପ୍ରତିଶତ ରିହାତି ଦିଆଯିବ।…
ମେଷ:- ନୂତନ ବ୍ୟବସାୟିକ ସମ୍ପର୍କ ସୃଷ୍ଟି କରିବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ। ଅଫିସରେ ସମସ୍ୟା ହୋଇପାରେ। କାର୍ଯ୍ୟ ଚାପ ଅଧିକ ହେବ। ବକ୍ତବ୍ୟରେ ନିୟନ୍ତ୍ରଣ ରଖନ୍ତୁ। ସ୍ୱାସ୍ଥ୍ୟ ଦୁର୍ବଳ ରହିବ। କାରବାରରେ ଅନୁଧ୍ୟାନ କରିବା ଏକ ଜରୁରୀ ଅଟେ। ବ୍ୟବସାୟରେ ଲାଭ ହେବ । ଆୟ ରହିବ। କୈଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶିଘ୍ର ନେବାକୁ ଯାଆନ୍ତୁ ନାହିଁ। ବୃଷ:- ସାମାଜିକ କାର୍ଯ୍ୟ ମାଧ୍ୟମରେ ଯାତ୍ରା କରିପାରିବେ । ନିଯୁକ୍ତି ପ୍ରୟାସ ସଫଳ ହେବ । ଭଲ ଖବର ଶୁଣିବାକୁ ପାଇବେ । ବ୍ୟବସାୟରେ ଭଲ ଆୟ ହେବ । ଆଜି ପରିବାର ସହିତ ଭଲ ରହିବ । ବୀମା, ବ୍ୟାଙ୍କ ଇତ୍ୟାଦିରେ ବିନିଯୋଗ ଶୁଭ ହେବ । ସହଭାଗୀମାନେ ସାହାଯ୍ୟ କରିବେ। ଆଜି ଦିନସାରା ଏକ ସକରାତ୍ମକ ପରିବେଶ ହେବ । ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ । ବିବାଦରୁ ଦୂରରେ ରୁହନ୍ତୁ । ମିଥୁନ:- କିଛି ଆର୍ଥିକ…

