ହାଇଦ୍ରାବାଦ: ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲଟି ର୍ନିବାଚନର ଫଳାଫଳ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ମୋଟ ୧୫୦ ଟି ଆସନ ମଧ୍ୟରୁ ୧୪୬ଟି ଆସନର ଫଳାଫଳ ଘୋଷଣା କରାଯାଇଛି। ଏଥିରେ ଟିଆରଏସ ପ୍ରଥମ ସ୍ଥାନରେ ରହିଥିବା ବେଳେ ବିଜେପି ଦ୍ଵିତୀୟ ଏବଂ ଏଆଇଏମଆଇଏମ ତୃତୀୟ ସ୍ଥାନରେ ରହିଛି। ହେଲେ ଏହି ନିର୍ବାଚନରେ କଂଗ୍ରେସ ପୁଣି ଥରେ ବିଫଳ ହୋଇଛି। ଏହି ନିର୍ବାଚନ ଫଳାଫଳ ପରେ ଟିଆରଏସ ପ୍ରଥମ ସ୍ଥାନରେ ଥିଲେ ମଧ୍ୟ ସଂଖ୍ୟା ଗରିଷ୍ଠତା କରିବାରେ ଅସଫଳ ହୋଇଛି। ୧୫୦ ଆସନ ବିଶିଷ୍ଠ ଏହି ପୌର ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ପାଇଁ ୭୬ ଟି ଆସନ ଆବଶ୍ୟକତା କରୁଥିବା ବେଳେ ଦଳକୁ ମାତ୍ର ୫୬ ଟି ଆସନ ମିଳିପାରିଛି। ଗତଥର ପୌର ର୍ନିବାଚନରେ ୯୯ ଟି ଆସନ ପାଇଥିବା ଟିଆରଏସ ଦଳକୁ ଏଥର ବଡ କ୍ଷତିର ସାମ୍ନା କରିବାକୁ ପଡିଛି। ପୂର୍ବ ନିର୍ବାଚନରେ ମାତ୍ର ୪ଟି ଆସନ ଜିତିଥିବା ବିଜେପି ଏହି ନିର୍ବାଚନରେ ୪୮…
Author: Samikhsya Bureau
ଭୁବନେଶ୍ୱର, ଆଜି ଓଡିଶା କଂଗ୍ରେସ ପ୍ରଭାରୀ ସାଂସଦ ଡ. ଏ. ଚେଲାକୁମାର ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଂଚିଛନ୍ତି। ପ୍ରଥମ ଦିନରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନ ଠାରେ ଅନୁଷ୍ଠିତ କଂଗ୍ରେସ ବିଧାୟକ ଦଳ ବୈଠକରେ ଡ. ଚେଲାକୁମାର ଉପସ୍ଥିତ ରହି ବିଧାୟକମାନଙ୍କ ସହ ବର୍ତମାନର ରାଜନୈତିକ ପରିସ୍ଥିତି ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଆଗାମୀ ଦିନରେ କଂଗ୍ରେସକୁ ଲୋକାଭିମୁଖୀ କରିବା ଓ ତଳସ୍ତରରୁ ସଂଗଠନକୁ ସୁଦୃଢ଼ କରିବା ପାଇଁ ରଣନୀତି ସଂପର୍କରେ ପରାମର୍ଶ ଦେଇଥିଲେ। ଏହି ବୈଠକରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଏଆଇସିସି ସଂପାଦକ ଜି. ରୁଦ୍ରରାଜୁ ଉପସ୍ଥିତ ରହି ସଂଗଠନକୁ ସୁଦୃଢ଼ କରିବା ପାଇଁ ଉପାଦେୟ ପରାମର୍ଶ ଦେଇଥିଲେ। ଏହି ବୈଠକରେ ବିଧାୟକ ସୁରେଶ କୁମାର ରାଉତରାୟ, ତାରପ୍ରସାଦ ବାହିନୀ ପତି, ସନ୍ତୋଷ ସିଂ ସାଲୁଜା, ମହମ୍ମଦ ମୋକିମ, ରମେଶ ଜେନା ପ୍ରମୁଖ…
ଭୁବନେଶ୍ଵର: ଆଜି ରାଜ୍ୟରୁ ୬୪୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ମୟୂରଭଞ୍ଜରୁ ସର୍ବାଧିକ ୭୦ ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡରୁ ୫୪, ବାଲେଶ୍ବରରୁ ୫୩, ଖୋର୍ଦ୍ଧାରୁ ୫୦, କଟକରୁ ୪୮, ଅନୁଗୁଳରୁ ୪୦, ବଲାଙ୍ଗିରିରୁ ୪୦, କଳାହାଣ୍ଡିରୁ ୩୨, ଜଗତସିଂହପୁରରୁ ୩୧, ପୁରୀରୁ ୨୮, ବରଗଡରୁ ୨୧, ନୂଆପଡ଼ାରୁ ୧୮, ଯାଜପୁରରୁ ୨୧, କେନ୍ଦୁଝରରୁ ୧୫, ଝାରସୁଗୁଡାରୁ ୧୪, କେନ୍ଦ୍ରାପଡାରୁ ୧୩, ସମ୍ବଲପୁରରୁ ୯, ଗଞ୍ଜାମରୁ ୮, କୋରାପୁଟରୁ ୭, ନବରଙ୍ଗପୁରରୁ ୭, ରାୟଗଡାରୁ ୭, ଢେଙ୍କାନାଳରୁ ୬, ସୋନପୁରରୁ ୬, ବୌଦ୍ଧରୁ ୫, ମାଲକାନଗିରିରୁ ୫, ଗଜପତିରୁ ୪, କନ୍ଧମାଳରୁ ୪, ଦେବଗଡ଼ରୁ ୩, ନୟାଗଡରୁ ୪ ଏବଂ ଏବଂ ଷ୍ଟେଟ୍ ପୁଲରୁ ୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ…
ଭୁବନେଶ୍ୱର: ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଭାରତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ନୟାଗଡ ଜିଲ୍ଲାପାଳ ଏବଂ ଏସ୍.ପିଙ୍କୁ ସମନ କରିଛି। ଉଭୟଙ୍କୁ ବ୍ୟକ୍ତିଗତ ଭାବେ ହାଜିର ହେବା ପାଇଁ ସମନ ଦିଆଯାଇଛି। ଏନେଇ ଏନସିପିସିଆର ଅଧ୍ୟକ୍ଷ ପ୍ରିୟଙ୍କ କାନୁନଗୋ ଟୁଇଟ ଯୋଗେ ସୂଚନା ଦେଇଛନ୍ତି। ଏହି ସମନ କରାଯିବା ପରେ ଏନସିପିସିଆରକୁ କୃତଜ୍ଞତା ଜଣାଇଛନ୍ତି ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ୍ ପାତ୍ର।
ଭୁବନେଶ୍ବର: ଆଜି ଭୁବନେଶ୍ବରରୁ ୨୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୭ ଆକ୍ରାନ୍ତଙ୍କ ମଧ୍ୟରୁ କ୍ଵାରେଣ୍ଟିନରୁ ୧୩ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ମାମଲା ୧୪ ରହିଛି। ଆଜିର ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ଭୁବନେଶ୍ବରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ୮୬୧କୁ ବୃଦ୍ଧି ହୋଇଛି। ତେବେ ଆଜି ଭୁବନେଶ୍ବରରୁ ୩୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜିର ସୁସ୍ଥ ଆକ୍ରାନ୍ତ ସଂଖ୍ୟାକୁ ମିଶାଇ ଭୁବନେଶ୍ବରରୁ ମୋଟ ୩୦ ହଜାର ୨୩୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ଭୁବନେଶ୍ବରରୁ ୨୨୧ ଜଣ କୋରୋନା ଯୁଦ୍ଧରେ ମୃତ୍ୟୁବରଣ କରିଛନ୍ତି। ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି।
ନୂଆଦିଲ୍ଲୀ: ଶୁଟିଂ ହେଉଥିବା ଫିଲ୍ମ ‘ଯୁଗ ଯୁଗ୍ ଜିୟୋ’ର କିଛି କଳାକାରଙ୍କୁ କରୋନା ହୋଇଥିବାର ସୂଚନା ମିଳିଛି । ଚଣ୍ଡିଗଡ଼ରେ ଏହି ଫିଲ୍ମର ସୁଟିଂ କରୁଥିବା ଟିମର କିଛି ବ୍ୟକ୍ତିଙ୍କୁ କରୋନା ହୋଇଥିବାର ସୂଚନା ମିଳିଛି। ବରୁଣ ଧଓ୍ବନ, ଅନୀଲ୍ କପୁର୍, କିଆରା ଆଡଭାନି ଏବଂ ନୀତୁ କପୁରଙ୍କୁ କରୋନା ହୋଇଛି। ଏବେ ଫିଲ୍ମର ଶୁଟିଂକୁ ବନ୍ଦ କରାଯାଇଛି। ଧର୍ମା ପ୍ରଡକ୍ସନ ବ୍ୟାନରରେ ପ୍ରସ୍ତୁତ ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଉଛନ୍ତି ରାଜ୍ ମେହେଟ୍ଟା ।
ରମେଶ ମହାନ୍ତି ଜଗତସିଂହପୁର : ଜିଲ୍ଲାର ପ୍ରାଥମିକ ଶିକ୍ଷାରେ କୌଣସି ନୀତି ନିୟମ ଥିଲା ପରି ମନେ ହେଉ ନାହିଁ । ସତେ ଯେମିତି ଅର୍ଥ ଆଗରେ ସବୁତୁଚ୍ଛ ହୋଇଯାଇଛି ବୋଲି କୁହାଯାଉଛି। ଗଣଶିକ୍ଷା ବିଭାଗର ପତ୍ର ସଂଖ୍ୟା ୨୪୪୧୦/୦୮.୧୧.୧୮ ରେ ସ୍ଥାୟୀ ହେଉ ବା ଅସ୍ଥାୟୀ ଶିକ୍ଷକ ବଦଳୀ କରିବା ପୂର୍ବରୁ ବ୍ଳକ ବା ଜିଲ୍ଲା ଶିକ୍ଷା ଅଧିକାରୀ ଜିଲ୍ଲାପାଳଙ୍କ ଠାରୁ ଅନୁମତି ନେଇ କରିପାରିବେ । ମାତ୍ର ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଫୁ’କରି ଜିଲ୍ଲାର ଜନୈକ ବି.ଇ.ଓ ଜିଲ୍ଲାପାଳଙ୍କ ବିନା ଅନୁମତିରେ ନଭେମ୍ବର ୧୮ ମସିହା ଠାରୁ ମେ.୧୯ ମସିହା ମଧ୍ୟରେ ୧୦ରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅସ୍ଥାୟୀ ବଦଳି କରିଥିବା ବେଳେ ଏହି ଅସ୍ଥାୟୀ ବଦଳି ଚିଠିରେ ଟେମ୍ପରାରୀ ଡେପ୍ଲଏଡ ବୋଲି ଲେଖା ଯାଇଥିବା ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି । ଉକ୍ତ ବିଇଓ ଜଣକ ଦିନରେ ଲଣ୍ଠନ ଦେଖେଇ ନିୟମକୂ ଜଳକା କରୁଛନ୍ତି ବୋଲି କୁହାଯାଉଛି।…
ମେରଟ୍ : ଉତ୍ତରପ୍ରଦେଶର ଜଣେ ଗହଣା କାରିଗର ଗିନିଜ୍ ବୁକ୍ରେ ନିଜ ନାମ ଲେଖାଇଛନ୍ତି । ଗହଣା କାରିଗର ହର୍ଷିତ୍ 12638ହୀରାର ଏକ ମୁଦି ତିଆରି ଏକ ରେକର୍ଡ କରିଛନ୍ତି । ଯୁବ ହର୍ଷିତ୍ 10ହଜାରରୁ ଉର୍ଦ୍ଧ୍ବ ହୀରାର ବ୍ୟବହାର କରି ଏକ ଅନନ୍ୟ ମୁଦି ପ୍ରସ୍ତୁତ କରିଛନ୍ତି । ମେରଟ୍ର ଗହଣା ବ୍ୟବସାୟୀ ତଥା ଡିଜାଇରନ୍ ହର୍ଷିତ୍ ବଂଶଲ୍ 12638 ହୀରାକୁ ଯୋଡି ଏକ ସୁନ୍ଦର ମୁଦି ପ୍ରସ୍ତୁତ କରିଛନ୍ତି । ମୁଦିଟି ପୂରା ଗେଣ୍ଡୁ ଫୁଲ ପରି ଦେଖିବାକୁ ହୋଇଛି । ଏହି ମୁଦିଟିକୁ ପ୍ରସ୍ତୁତ କରିବାକୁ ତିନି ବର୍ଷ ସମୟ ଲାଗିଛି ବୋଲି କହିଛନ୍ତି ହର୍ଷିତ୍ । ଦୁନିଆର ପ୍ରଥମ ବ୍ୟକ୍ତି ଭାବେ ହର୍ଷିତ୍ ଏକ ମୁଦିରେ ଏତେ ସଂଖ୍ୟାରେ ହୀରାକୁ ଯୋଡି ରଖିବାରେସଫଳ ହୋଇଛନ୍ତି । ହର୍ଷିତ୍ ଏହି ମୁଦି ପ୍ରସ୍ତୁତ କରି ପୂର୍ବରୁ ରେକର୍ଡ କରିଥିବା ହାଇଦ୍ରାବାଦର ଶ୍ରୀକାନ୍ତଙ୍କ ରେକର୍ଡକୁ ଭାଙ୍ଗିଛନ୍ତି । ଶ୍ରୀକାନ୍ତ…
କେନବରା: ଆଜି ଭାରତ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଟି–୨୦ ସିରିଜ୍ଆରମ୍ଭ ହେବ। ତେବେ ଆଜିର ମ୍ୟାଚ୍ରେ ଅଷ୍ଟ୍ରେଲିଆ ଖେଳାଳୀମାନେ ଏକ ସ୍ବତନ୍ତ୍ର ଜର୍ସିରେ ଦେଖିବାକୁ ମିଳିବେ। ସ୍ବଦେଶୀ ଜର୍ସିକୁ ନେଇ ବେଶ୍ ଉତ୍ସାହିତ ରହିଛନ୍ତି ଅଷ୍ଟ୍ରେଲିଆା ଖେଳାଳି। ତିନି ମ୍ୟାଚ୍ ବିଶିଷ୍ଟ ଟି–୨୦ ସିରିଜ୍ର ପ୍ରଥମ ମ୍ୟାଚ୍ କେନବରାରେ ଆଜି ଦ୍ବିପ୍ରହର ୧.୪୦ ସମୟରେ ଅନୁଷ୍ଠିତ ହେବ। ସେହିପରି ଅନ୍ୟ ଦୁଇଟି ମ୍ୟାଚ୍ ଯଥାକ୍ରମେ ଡିସେମ୍ବର ୬ ଓ ଡିସେମ୍ବର ୮ ରେ ସିଡ୍ନୀଠାରେ ଅନୁଷ୍ଠିତ ହେବ। ତେବେ ଆଜିର ମ୍ୟାଚ୍ରେ ଅଷ୍ଟ୍ରେଲିଅ ଖେଳାଳୀମାନେ ପିନ୍ଧିଥିବା ଜର୍ସିଟି ବେଶ୍ ସ୍ବତନ୍ତ୍ର ରହିଛି। ସ୍ବଦେଶୀ ଜର୍ସିଟିକୁ ପ୍ରସ୍ତୁତ କରିଛନ୍ତି ତାଙ୍କ ଦେଶର ଦୁଇ ମହିଳା। ଏକୁ ସୁନ୍ଦର ବାର୍ତ୍ତା ନେଇ ଏହି ଜର୍ସିଟି ପ୍ରସ୍ତୁତ କରାଯାଇଛି। ଏହିଜର୍ସିଟିକୁ ସିଏମ୍ ଅକ୍ଟୋବର ମାସରେ ଅନାବରଣ କରିଥିଲା। ଅଷ୍ଟ୍ରେଲିଆର ଏହି ସ୍ବଦେଶୀ ଜର୍ସିଟି ମହାନ୍ ପୂର୍ବ ପୁରୁଷଙ୍କ ପ୍ରତିନିଧିତ୍ବ କରୁଛି। ଏହି ଜର୍ସିଟି ଷାଠିଏ ହଜାର…
ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ଦେଖାଦେଇଛି। ରାଜ୍ଯରେ ଆଉ ପାଞ୍ଚଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୭୬୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆଜି କେଉଁଝରରୁ ସର୍ବାଧିକ ଦୁଇଜଣ କରୋନା ରୋଗୀ ଆଖି ବୁଜିଥିବାବେଳେ ମୟୂରଭଞ୍ଜ, ମାଲକାନଗିରି, ନୂଆପଡାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। କେଉଁଝରରୁ ୬୫ ବର୍ଷିୟାମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ୬୪ ବର୍ଷୀୟ ପୁରୁଷ ଆକ୍ରାନ୍ତ ରହିଛନ୍ତି । ସେହିପରି ମୟୂରଭଞ୍ଜରୁ ୭୫ ବର୍ଷୀୟା ଆକ୍ରାନ୍ତ, ମାଲକାନଗିରିରୁ ୪୦ ବର୍ଷୀୟା ମହିଳା ଆକ୍ରାନ୍ତ ଓ ନୂଆପଡା ରୁ ୪୦ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।
ଭୁବନେଶ୍ବର: ରାଜ୍ୟରେ ଆଜି ୩୭୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୨୧୫ଜଣ ଚିହ୍ନଟ ହୋଇଥିବାବେଳେ ୧୬୨ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୦ହଜାର ୩୯୪କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୧୪ ହଜାର ୦୨୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪ ହଜାର ୫୫୮ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୭୫୫ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୭ ଟି ଜିଲ୍ଲାରୁ ମୋଟ୍ ୩୭୭ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୫୬ ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳରୁ ୨୮, ବାଲେଶ୍ଵରରୁ ୧୬, ବରଗଡରୁ…
ଇସ୍ରାଏଲ୍ : ଇସ୍ରାଏଲରେ ପୁଣିଥରେ ଦେଖିବାକୁ ମିଳିଛି ରାଜନୈତିକ ସଙ୍କଟ। ପୁଣିଥରେ ଇସ୍ରାଏଲରେ ନିର୍ବାଚନ ହୋଇପାରେ। ଦେଶର ସଂସଦରେ ସଂସଦ ଭାଙ୍ଗିବା ପାଇଁ ବୁଧବାର ଦିନ ପ୍ରାଥମିକ ମତଦାନ ପାରିତ ହୋଇଛି। ଯାହାଫଳରେ ଦେଶବାସୀ ଦୁଇବର୍ଷରେ ଚାରିଥର ନିର୍ବାଚନର ସାମ୍ନା କରି ପାରନ୍ତି। ସେହିପରି ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ ଆସନ ଟଳମଳ ହୋଇଛି । ଏପରିକି ତାଙ୍କ ଚୌକି ଛାଡିବାର ସମ୍ଭାବନା ବହୁ ଅଧିକ ରହିଛି । 120 ସଦସ୍ୟ ବିଶିଷ୍ଟ ସଂସଦ ଭଙ୍ଗ କରିବା ସପକ୍ଷରେ 61ଟି ମତଦାନ ରହିଛି। ବିପକ୍ଷରେ 54 ଭୋଟ ପଡ଼ିଛି। ଏହି ପ୍ରସ୍ତାବ ସଂସଦରେ ଆଗତ ହେବା ପରେ ଏହି ବିଷୟ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ଗଠବନ୍ଧନର ସହଯୋଗୀ ବେନି ଗାଣ୍ଟଜ୍ ନେତନ୍ୟାହୁଙ୍କ ଉପରେ ପ୍ରତିଶ୍ରୁତି ଭଙ୍ଗର ଆରୋପ ଲଗାଇଛନ୍ତି । ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ ଉପରେ ଭ୍ରଷ୍ଟାଚାରର ସଙ୍ଗୀତ ଅଭିଯୋଗ ଲଗାଇ ପ୍ରଦର୍ଶନ ମଧ୍ୟ ଚାଲୁ ରହିଛି । ନେତନ୍ୟାହୁ ଲିକୁଡ୍…
କଟକ : କଟକ ଟାଙ୍ଗି ପୁଲିସ ଷ୍ଟେସନ ଅଧିନ ଦଳଯୋଡି ଜଙ୍ଗଲରୁ ବିପୁଳ ପରିମାଣର ଚୋରା ଚନ୍ଦନ କାଠ ଜବତ ହୋଇଛି। କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଚଢ଼ାଉ କରି ଚାରି କ୍ୱିଣ୍ଟାଲ 60କେଜି ଚନ୍ଦନ କାଠ ଜବତ କରିଛି । ଏଥିରେ ସମ୍ପୃକ୍ତି ଥିବା ତିନିଜଣକୁ ଗିରଫ କରାଯାଇଛି । ଜବତ ଚନ୍ଦନ କାଠର ମୂଲ୍ୟ ଆନୁମାନିକ ସୁତୁରୀ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ସୂଚନା ମୁତାବକ, ଦଳଯୋଡି ଜଙ୍ଗଲରେ ଚୋରା ଚନ୍ଦନ କାଠ ବେପାର ଚାଲିଥିବା ଖବର ପାଇ କ୍ରଇମବ୍ରାଂଚ ଏସଟିଏଫ ଚଢ଼ାଉ କରି ତିନି ଜଣଙ୍କୁ ଗିରଫ କରିଥିଲା । ଏନେଇ ଟାଙ୍ଗି ପୁଲିସ ମାମଲା ରୁଜୁ କରିବା ସହ ଏହି ଚନ୍ଦନ କାଠ ଚୋରା ମାମଲାରେ ଆଉ କାହାର ସମ୍ପୃକ୍ତି ରହିଛି ସେ ନେଇ ତଦନ୍ତ ଜାରି ରଖିଛି ।
ହାଇଦ୍ରାବାଦ : ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ ପାଇଁ ଭୋଟ ଗଣନା ଜାରି ରହିଛି । ଏଠାରେ ପ୍ରାରମ୍ଭିକ ସ୍ତରରେ ବିଜେପି ଆଗରେ ରହିଛି । ସକାଳ 10 ଟା ପର୍ଯ୍ୟନ୍ତ ଭାଜପା 74ଟି ଆସନରେ ଆଗୁଆ ଥିବାବେଳେ ଟିଆରଏସ 31 ଟି ସିଟରେ ଆଗରେ ଅଛି। ଏଥି ସହିତ ଏଆଇଏମଆଇଏମ 13ଟି ସିଟ ଆଗରେ ଅଛି ଏବଂ ଗୋଟିଏ ସିଟ ଜିତିଛି। କେବଳ ଗୋଟିଏ ଆସନରେ କଂଗ୍ରେସ ଆଗରେ ରହିଛି।ମୋଟ୍ 150ଟି ଆସନ ପାଇଁ ନିର୍ବାଚନ ହୋଇଥିଲା । ତେଲେଙ୍ଗାନାରେ ଟିଆରଏସଙ୍କ ସରକାର ରହିଥିବାବେଳେ ଓ୍ବଓ୍ବେସୀଙ୍କ ଦବଦବା ରହିଛି । ଚଳିତ ମହାନଗର ନିର୍ବାଚନ ପାଇଁ ବିଜେପି ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି । ଏପରିକି ଗୃହମନ୍ତ୍ରୀ ଅମିତ ଶାହ ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏଠାରେ ପ୍ରଚାର କରିଥିଲେ । ଭାରତୀୟ ଜନତା ପାର୍ଟି, ଟିଆରଏସ ଓ ଅସଦ୍ଦୁଦୀନ ଓଓ୍ୱେସୀଙ୍କ ଏଆଇଏମଆଇଏମ ମଧ୍ୟରେ ଏଠାରେ କଡା ମୁକାବିଲା…
ନୂଆଦିଲ୍ଲୀ: ଗତ 24 ଘଣ୍ଟାରେ ସାରା ଦେଶରୁ 36ହଜାର 594ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 540ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ମୋଟ୍ କରୋନା ପଜିଟିଭ୍ ସଂଖ୍ୟା 95ଲକ୍ଷ 71ହଜାର 559କୁ ବୃଦ୍ଧି ପାଇଛି । ସେହିପରି ଦେଶରେ କରୋନା ମୃତ୍ୟୁ ସଂଖ୍ୟା 1 ଲକ୍ଷ 39 ହଜାର 188କୁ ଛୁଇଁଛି । ତେବେ ଦେଶରେ ସୁସ୍ଥ ହାର ବଢିଛି । ଆକ୍ଟିଭ୍ କେସ୍ କମୁଛି । ଦେଶରେ ଏବେ ସୁଦ୍ଧା 90 ଲକ୍ଷ 16 ହଜାର 289ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥ ହାର 94.20%ପ୍ରତିଶତ ରହିଛି । ସେହିପରି ଦେଶରେ ମୃତ୍ୟୁ ହାର 1.45ପ୍ରତିଶତ ରହିଛି । ତେବେ ଦେଶରେ ଏବେ ସୁଦ୍ଧା 4 ଲକ୍ଷ 16 ହଜାର 82 ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।
ବଣାଇ : ସୁନ୍ଦରଗଡ ଜିଲା ବଣାଇର କୋଇଡା ଥାନା ଅନ୍ତର୍ଗତ ପୋଡାଡ଼ିହି ବସ୍ତିରେ ଏକ ଅଭାବନୀୟ ଘଟଣା ଘଟିଛି । ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି। ଘରୋଇ କଳିରୁ ଏହି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖାଯିବା ସହ ଘଟଣାରେ ବ୍ୟବହୃତ ଟାଙ୍ଗିଆ ମଧ୍ୟ ଜବତ ହୋଇଥିବା ନେଇ ସୂଚନା ମିଳିଛି।
ଉତ୍ତରପ୍ରଦେଶ : ଉତ୍ତର ପ୍ରଦେଶର ବାନ୍ଦା ଜିଲ୍ଲାର ଗ୍ରାମାଂଚଳ କୋତୱାଲି ଅଂଚଳରେ ଗୁରୁବାର ରାତିରେ ଯାତ୍ରୀବାହୀ ବସ ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ 6 ଜଣଙ୍କର ମୃତ୍ୟୁ ହୋଇଥିବବେଳେ 3 ଜଣ ଗୁରୁତର ରହିଛନ୍ତି । ଜମାଲପୁର ଗାଁର ପେଟ୍ରୋଲପମ୍ପ ନିକଟରେ ଚିଲ୍ଲାରୁ ଆସୁଥିବା ଯାତ୍ରୀବାହୀ ବସ ଓ ବିପରୀତ ଦିଗରୁ ଆସୁଥିବା ଅଟୋ ମଧ୍ୟ ଧକ୍କା ହୋଇଥିଲା । ଦୁର୍ଘଟଣା ସଂପର୍କିତ ସୂଚନା ମିଳିବା ପରେ ସ୍ଥାନୀୟ ଥାନାରୁ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଂଚି ଥିଲେ । ସମସ୍ତ ଗୁରୁତରଙ୍କ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଫିଟ ଇଣ୍ଡିଆ କାର୍ଯ୍ୟକ୍ରମର ପ୍ରଚାର ପ୍ରସାରରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ
ହାଇଦ୍ରାବାଦ: ଗ୍ରେଟର ହାଇଦ୍ରାବାଦ ମହାନଗର ନିଗମ ନିର୍ବାଚନର ଫଳାଫଳ ଆଜି ଆସିବ । ଏଥିପାଇଁ ଆଜି ସକାଳ 8ଟାରୁ ଭୋଟଗଣତି ଆରମ୍ଭ ହୋଇଯାଇଛି । କଡା ସୁରକ୍ଷା ମଧ୍ୟରେ ଭୋଟ ଗଣତି ଜାରି ରହିଥିବା ବେଳେ ସନ୍ଧ୍ୟା ପୂର୍ବରୁ ଫଳାଫଳ ଆସିଯିବ । ଏଠାରେ 150ଟି ଆସନରେ 1ହଜାର 122ଜଣ ପ୍ରାର୍ଥୀ ଲଢିଥିଲେ । ଏହି ନିର୍ବାଚନରେ କେନ୍ଦ୍ରରେ କ୍ଷମତାସୀନ ବିଜେପିର ସମସ୍ତ ନେତୃବୃନ୍ଦ ପ୍ରଚାରରେ ସମସ୍ତ ଦମ୍ ଲଗାଇଥିଲେ । ତେବେ ଏହି ନିର୍ବାଚନରେ କ୍ଷମତାସୀନ ତେଲେଙ୍ଗାନା ରାଷ୍ଟ୍ର ସମିତି, ଭାରତୀୟ ଜନତା ପାର୍ଟି ଓ ଅସୁଦୁଦ୍ଦୀନ ଓୱେସୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ନିର୍ବାଚନରେ ଟିଆରଏସ, ବିରୋଧୀ ଦଳ ବିଜେପି ଓ ଏଆଇଏମଆଇଏମ ମଧ୍ୟରେ ହେବ । ନିର୍ବାଚନ ପାଇଁ ସମସ୍ତ ଦଳ ଜୋରଦାର ପ୍ରଚାର କରିଛନ୍ତି । କିନ୍ତୁ ମତଦାନ ପ୍ରତିଶତ ଅପେକ୍ଷାକୃତ କମ ହୋଇଥିବା ଜଣାଯାଇଛି । ଚଳିତଥର ଭୋଟ୍ ଗଣନା ପାଇଁ 30ଟି ସେଣ୍ଟର ପ୍ରସ୍ତୁତ…
ଥିରୁଅନନ୍ତପୁରମ: ଆଜି ଅପରାହ୍ନରେ ସାମୁଦ୍ରିକ ଝଡ଼ ‘ବୁରେଭି’ ସ୍ଥଳ ଭାଗ ଛୁଇଁବ। ଏଥିପାଇଁ କେରଳ ଏବଂ ତାମିଲନାଡୁ ହାଇ ଆଲର୍ଟରେ ରହିଛି। କେରଳର ଥିରୁଅନନ୍ତପୁରମରେ ବୁରେଭି ସ୍ଥଳ ଭାଗ ଛୁଇଁବ ବୋଲି ଜଣାପଡ଼ିଛି। ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ଏହାକୁ ନଜରରେ ରଖି ତାମିଲନାଡୁର 6ଟି ଜିଲ୍ଲା ଏବଂ କେରଳର 5 ଜିଲ୍ଲାକୁ ଛୁଟି ଘୋଷଣା କରିଛନ୍ତି ସଂପୃକ୍ତ ରାଜ୍ୟ ସରକାର। ସମ୍ବେଦନଶୀଳ ସ୍ଥାନରେ ରହୁଥିବା ଲୋକ ମାନଙ୍କୁ ସରକାର ରିଲିଫ୍ କ୍ୟାମ୍ପକୁ ସ୍ଥାନାନ୍ତର କରିଛନ୍ତି। ସେହିପରି ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି।ଏତଦ୍ବ୍ୟତୀତ ତିରଅନନ୍ତପୁରମ୍ର ବିମାନବନ୍ଦର, ମଦୁରୈ ତୁତିକୋରିନ୍ ବିମାନ ବନ୍ଦର ଆଜି ଦ୍ବିପ୍ରହର ପର୍ଯ୍ୟନ୍ତ ବନ୍ଦ ରହିବା ନେଇ ସୂଚନା ରହିଛି । ବାତ୍ୟାର ପ୍ରଭାବରେ କେରଳରେ ପ୍ରବଳ ବର୍ଷା ହେବା ନେଇ ଆଲର୍ଟ ଜାରି କରାଯାଇଛି । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି । ପରିସ୍ଥିତିର…
ଭୁବନେଶ୍ବର: ଓଡିଶାରେ ମୃଦୁ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ମୟୁରଭଞ୍ଜ ଓ ବାଲେଶ୍ବର ଜିଲ୍ଲାରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି ।ମିଳିଥିବା ସୂଚନା ଅନୁସାରେ ରାତି ପ୍ରାୟ2ଟା 13 ମିନିଟ୍ରେ ଏହି ଭୂକମ୍ପର ଝଟ୍କା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 3.9 ରହିଥିଲା । ମଧ୍ୟରାତ୍ରିରେ ଏହି ଭୂକମ୍ପର ଝଟ୍କା ଅନୁଭୂତ ହେଉଥିବାରୁ କେହି କେହି ଏହାକୁ ଜାଣି ପାରିନଥିବାବେଳେ ଅନ୍ୟପଟେ ଆଉ କିଛି ଲୋକ ଏହା ଅନୁଭୂତ କରିବା ସହ ଆଉ କିଛି ଘରୁ ବାହାରକୁ ପଳାଇ ଆସିଥିଲେ । କେବଳ ଓଡ଼ିଶା ନୁହେଁ ଉତ୍ତରାଖଣ୍ଡରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି । ଓଡ଼ିଶାର ଭୂକମ୍ପ୍ ଝଟ୍କାର 57 ମିନିଟ୍ ପରେ ଉତ୍ତରାଖଣ୍ଡର ପିଥୋରଗଡଠାରେ ଭୂକମ୍ପ ଅନୁଭୂତ ହୋଇଥିଲା । ଏଠାରେ ଭୋର୍ 3.10 ମିନିଟ୍ରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା 2,6 ରହିଥିଲା ।

