Author: Samikhsya Bureau

ଭୁବନେଶ୍ୱର : ଭାରତୀୟ ବଜାରରେ ଲଗାତର ସୁନା ଓ ରୂପା ଦାମ କମିବାରେ ଲାଗିଛି  । ଗତ ଚାରି ମାସ ତଳେ ସୁନା ଦର ଯେତିକି ଥିଲା, ସେଥିରେ ଆଜି ସାତ ହଜାର ଟଙ୍କା କମିଯାଇଛି  । ଗତ ତିନି ସପ୍ତାହ ଧରି ସୁନା ଦାମ ପ୍ରାୟ ଚାରି ହଜାର ହ୍ରାସ ପାଇଛି  । ଅଗଷ୍ଟ 10 ତାରିଖରେ 24 କ୍ୟାରେଟ ସୁନା ଦର 56 ହଜାର ଟଙ୍କା ହୋଇଥିବାବେଳେ ଏବେ ତାହାର ମୂଲ୍ୟ 48 ହଜାର 900ଟଙ୍କା ହୋଇଛି  । ଦୀପାବଳି ଓ ଧନତେରସ ଯିବା ପରେ ସୁନାର ଚାହିଦା ହଠାତ କମିଯାଇଛି  । ଇଣ୍ଡିଆ ବୁଲିୟନ ଆଣ୍ଡ ଜ୍ୱେଲରୀ ସଂଘର ୱେବସାଇଟରେ ଥିବା ତଥ୍ୟ ଅନୁଯାୟୀ, ଗତ ସପ୍ତାହରେ ସୁନାର ମୂଲ୍ୟ 10 ଗ୍ରାମ ପିଛା 1475 ଟଙ୍କା ହ୍ରାସ ପାଇଛି  । ଅପରପକ୍ଷରେ ରୂପା ଦର 1417 ଟଙ୍କା କମିଯାଇଛି  । ସୂଚନାଯୋଗ୍ୟଯେ, କରୋନା ଯୋଗୁଁ ବିଶ୍ୱର…

Read More

ଭୁବନେଶ୍ବର: ରାଜ୍ୟରେ ଆଜି ୪୮୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୨୭୬ ଜଣ ଚିହ୍ନଟ ହୋଇଥିବାବେଳେ ୨୦୪ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୯ହଜାର ୫୮୩କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୧୨ ହଜାର ୭୩୪ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫ ହଜାର  ୪୬ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୭୩୪ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୮ ଟି ଜିଲ୍ଲାରୁ ମୋଟ୍‌ ୪୮୦ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୫୧ ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳରୁ ୪୧, ବାଲେଶ୍ଵରରୁ…

Read More

ଖଲ୍ଲିକୋଟ : ବାହାଘର ପୂର୍ବରୁ ବୋମାମାଡର ଶିକାର ହେଲେ ଯୁବକ । ଦୁର୍ବୃତ୍ତଙ୍କ ବୋମାମାଡରେ ଯୁବକ ଗୁରୁତର ହୋଇ ବ୍ରହ୍ମପୁର ଏମ୍‌କେସିଜିରେ ଭର୍ତ୍ତି ହୋଇଛନ୍ତି। ସମ୍ପର୍କୀୟଙ୍କ ଘର ମାଣିକପୁର ଗାଁକୁ ଆସିଥିବାବେଳେ ବୋମାମାଡର ଶିକାର ହୋଇଛନ୍ତି ଯୁବକ । ବିଳମ୍ବିତ ରାତିରେ 2ରୁ ତିନିଜଣ ଦୁର୍ବୃତ୍ତ ବୋମା ଫିଙ୍ଗିଥିବା ଅଭିଯୋଗ ହୋଇଛି । ଆଜି ଯୁବକଙ୍କ ବାହାଘର ଥିବାବେଳେ ଯୁବକ ଜଣକ ବୋମାମାଡର ଶିକାର ହୋଇଛନ୍ତି । ତେବେ କ’ଣ ପାଇଁ ଓ କାହିଁକି ବୋମାମାଡ କରାଗଲା ତାହା ଏବେବି ଅସ୍ପଷ୍ଟ ରହିଛି । ପୋଲିସ୍‌ ତଦନ୍ତ ପରେ ଏହି ଘଟଣା ଉପରୁ ପରଦା ଉଠିବ ।

Read More

ନୂଆଦିଲ୍ଲୀ : ଦେଶରେ ଗତ ୨୪  ଘଣ୍ଟାରେ ୩୬ ହଜାର ୬୦୪ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫୦୧ ଜଣଙ୍କର ମୃତ୍ୟୁ ଘଟିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୪ ଲକ୍ଷ ୯୯ ହଜାର ୪୧୩କୁ ବୃଦ୍ଧି ପାଇ ଥିବାବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୩୮ ହଜାର ୧୨୨ରେ ପହଞ୍ଚିଛି। ସେହିପରି ଏବେ ସୁଦ୍ଧା ଦେଶରେ ୪ ଲକ୍ଷ ୩୫ ହଜାର ୬୦୩ ଜଣ ସକ୍ରିୟ ଆକ୍ରାନ୍ତ ରହିଥିବାବେଳେ ସୁସ୍ଥ ହୋଇଛନ୍ତି ୮୯ ଲକ୍ଷ ୩୨ ହଜାର ୬୪୭ ଜଣ। ବିଗତ ୨୪ ଘଣ୍ଟା ମଧ୍ୟରେ ୪୩ ହଜାର ୬୨ ଜଣ  ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରୁ ସର୍ବାଧିକ ୪୯୩୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସର୍ବାଧିକ ୯୫…

Read More

ମୁମ୍ବାଇ : ଫିଲ୍ମ ଅଭିନେତା ଏବଂ ଭାରତୀୟ ଜନତା ପାର୍ଟି (ବିଜେପି)ର ଗୁରଦାସପୁର ସାଂସଦ ସନି ଦେଓଲ କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି । ହିମାଚଳ ପ୍ରଦେଶର ସ୍ବାସ୍ଥ୍ୟ ସଚିବ ମଙ୍ଗଳବାର ସନି ଦେଓଲ୍ କରୋନାରେ ସଂକ୍ରମିତ ହେବା କଥା ଜଣାଇଛନ୍ତି। ହିମାଚଳ ପ୍ରଦେଶର ସ୍ବାସ୍ଥ୍ୟ ସଚିବ ଅମିତାଭ ଅଓ୍ବସ୍ଥି କହିଛନ୍ତି ଯେ, ଅଭିନେତାରୁ ନେତା ହୋଇଥିବା ସନି ଦେଓଲ ଗତ କିଛି ଦିନ ହେବ କୁଲ୍ଲୁରେ ରହୁଥିଲେ। କୁଲ୍ଲୁର ମୁଖ୍ୟ ଚିକିତ୍ସା ଅଧିକାରୀ ଦ୍ବାରା ଦିଆଯାଇଥିବା ସୂଚନା ଅନୁସାରେ, ସନି ଦେଓଲ ଏବଂ ତାଙ୍କ ବନ୍ଧୁ ମୁମ୍ବାଇ ବାହାରିବାକୁ ଯିବା ପାଇଁ ଯୋଜନା କରିଥିଲେ। କିନ୍ତୁ ମଙ୍ଗଳବାର ସେ କରୋନାରେ ସଂକ୍ରମିତ ହୋଇଯାଇଥିଲେ। 64ବର୍ଷୀୟ ବଲିଉଡ ଅଭିନେତା ସନି ଦେଓଲ କିଛି ଦିନ ତଳେ ମୁମ୍ବାଇରେ କାନ୍ଧର ସର୍ଜରୀ କରିଥିଲେ ଏବଂ ସେ କୁଲ୍ଲୁ ଜିଲ୍ଲାର ମନାଲି ପାଖରେ ଏକ ଫାର୍ମହାଉସରେ ଥିଲେ। ସେହିପରି ଗୁଜୁରାଟର ବିଜେପି ରାଜ୍ୟସଭା ସାଂସଦ…

Read More

ନୂଆଦିଲ୍ଲୀ, ମାର୍ଗଶିର ମାସ ହେଉଛି ହିନ୍ଦୁ ଧର୍ମର ଏକ ମହତପୂର୍ଣ୍ଣ ମାସ। ଏହାକୁ ମାର୍ଗଶିର କିମ୍ବା ମଗୁଶିର ମାସ ବୋଲି ମଧ୍ୟ କୁହାଯାଏ । ହିନ୍ଦୁ ଶାସ୍ତ୍ରରେ ଏହା ସବୁଠାରୁ ପବିତ୍ର ମାସ ବୋଲି ବିବେଚନା କରାଯାଏ। ଏହି ମାସରେ ପ୍ରତି ଗୁରୁବାରରେ ମା ଲକ୍ଷ୍ମୀଙ୍କ ପୂଜା ବା ମାଣବସା କରାଯାଇଥାଏ। ଏହା ଏତେ ପବିତ୍ର ମାସ ଯେ ଗୀତା ରେ ସ୍ବୟଂ ଭଗବାନ କହିଛନ୍ତି ଯେ ମାସ ମଧ୍ୟରେ ମୁଁ ନିଜେ ହେଉଛି ମାର୍ଗାଶିର ମାସ। ଏହି ମାସରୁ ସତ୍ୟଯୁଗର ଆରମ୍ଭ ହୁଏ ବୋଲି ବିବେଚନା କରାଯାଏ। କାଶ୍ୟପ ଋଷି ଏହି ମାସରେ କାଶ୍ମୀର ରଚନା କରିଥିଲେ। ଜପ, ତପ ଏବଂ ଧ୍ୟାନ ପାଇଁ ମାର୍ଗଶିର ମାସ ସର୍ବୋତ୍ତମ ବୋଲି ବିବେଚନା କରାଯାଏ। ଏହି ମାସରେ, ପବିତ୍ର ନଦୀରେ ଗାଧୋଇବା ବିଶେଷ ଫଳପ୍ରଦ ହୋଇଥାଏ। ଏଥର ମାର୍ଗଶିର ମାସ 01 ଡିସେମ୍ବରରୁ 30 ଡିସେମ୍ବର ପର୍ଯ୍ୟନ୍ତ ରହୁଛି। ମାର୍ଗାଶୀର ମାସର…

Read More

ଭୁବନେଶ୍ବର, ଓଡିଶାରେ ଜଣେ ମହିଳା ମୁଖ୍ୟମନ୍ତ୍ରୀ ହେବେ ବୋଲି ପ୍ରଦୀପ ପାଣିଗ୍ରାହୀଙ୍କ ବୟାନକୁ ପୁଣି ନୂଆ ବିବାଦ ସୃଷ୍ଟି କରିଛି। ନିଜେ ବିବାଦରେ ଛନ୍ଦି ହୋଇ ପ୍ରଦୀପ ଦଳରୁ ବହିଷ୍କୃତ ହେବା ପରେ ଏଭଳି ବୟାନ ଦେବା ପଛରେ କଣ ରହସ୍ୟ ରହିଛି, ତାହା ତାଙ୍କୁ ଜଣା। ହେଲେ ଯେଉଁ ବିବାଦରେ ପ୍ରଦୀପ ପାଣିଗ୍ରାହୀ ଫସିଛନ୍ତି, ତାହା ସାଙ୍ଘାତିକ। ଜନବିରୋଧୀ କାର୍ଯ୍ୟରେ ଲିପ୍ତ ରହିବା ଯୋଗୁ ତାଙ୍କୁ ଦଳରୁ ବିଦା କରାଯାଇଛି। ଏଥିସହ ଅର୍ଥ ହଡପ ଓ ଦଳ ବିରୋଧୀ କାର୍ଯ୍ୟର ଅଭିଯୋଗ ପ୍ରଦୀପଙ୍କ ନାଁରେ ଆସୁଛି। କରୋନା କାଳରେ ଗଂଜାମ ଜିଲ୍ଲାବାସୀ ଜୀବନ ଜୀବିକାକୁ ନେଇ ଚିନ୍ତାରେ ଥିଲା ବେଳେ ପ୍ରଦୀପ ଚାର୍ଟର ଫ୍ଲାଇଟରେ ବସି ଜୀବନକୁ ଉପଭୋଗ କରୁଥିଲେ, ଅୟସ କରୁଥିଲେ, ସ୍ୱପ୍ନରେ ଭାସୁଥିଲେ। ଜଣେ ବରିଷ୍ଠ ରାଜନେତାଙ୍କ ଏତାଦୃଶ କାର୍ଯ୍ୟକଳାପକୁ ଜନବିରୋଧୀ କୁହାଯିବନି ତ ଆଉ କଣ? ଯେଉଁ ବିଜେଡି ତାଙ୍କୁ ତିନିଥର ବିଧାୟକ ଓ ମନ୍ତ୍ରୀ…

Read More

ମେଷ:- ଆଜି ମନର ଅସୁସ୍ଥତା ହେତୁ ଆପଣ ଚିନ୍ତିତ ହେବେ। ଶରୀରରେ ଥକ୍କା ଏବଂ ଅଳସୁଆ ଅନୁଭବ କରିବେ। ଉଚ୍ଚ ପଦାଧିକାରୀମାନଙ୍କ ସହିତ ଯତ୍ନର ସହିତ କାର୍ଯ୍ୟ କରନ୍ତୁ। ଆପଣ ପିଲାମାନଙ୍କ ବିଷୟରେ ଚିନ୍ତିତ ହେବେ। ଆଜି କୈଣସି ନିଷ୍ପତ୍ତି ନେବା ଅନୁଚିତ। ବ୍ୟବସାୟ ବାଣିଜ୍ୟରେ ବାଧା ସୃଷ୍ଟି ହୋଇପାରେ। ନକାରାତ୍ମକ କାର୍ଯ୍ୟକୁ ଗୁରୁତ୍ୱ ଦିଅନ୍ତୁ ନାହିଁ। ବୃଷ :- ଗଣେଷଙ୍କ ଆର୍ଶିବାଦରୁ ଆଜି ଆପଣଙ୍କର ଶୁଭ ଫଳପ୍ରଦ ଦିନ। ଆଜି ପ୍ରତ୍ୟେକ କାର୍ଯ୍ୟ ସହଜରେ ସଫଳ ହେବ। ଫଳସ୍ୱରୂପ, ଆପଣ ମାନସିକ ସ୍ତରରେ ଆନନ୍ଦିତ ହେବେ। ଚାକିରିରେ ଉଚ୍ଚ ପଦାଧିକାରୀଙ୍କ ଖୁସି ହେତୁ ପଦୋନ୍ନତି ମିଲିପାରେ। ଆପଣଙ୍କର ପୂର୍ବପୁରୁଷଙ୍କ ଆଶୀର୍ବାଦ ମଧ୍ୟ ଆପଣଙ୍କ ସହିତ ଅଛି। ଆପଣ ଘରୋଇ ଜୀବନରେ ଆନନ୍ଦ ପାଇବେ। ମିଥୁନ :- ଆପଣ ଆଜିର ଦିନଟି ଆପଣଙ୍କ ସାଙ୍ଗ ଏବଂ ସମ୍ପର୍କୀୟମାନଙ୍କ ସହିତ ବିତାଇବ। ଆଜି ସାମାଜିକ କ୍ଷେତ୍ର, ବ୍ୟବସାୟ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଆପଣଙ୍କ…

Read More

କନ୍ଦର୍ପ ବେହେରା ରେଢାଖୋଲ: ଗତକାଲି ରାତିରେ ବଡବାହାଳ ରେଞ୍ଜ ଅଂଚଳରୁ ହରିଣ ସିଙ୍ଘ, ଚମଡା, ଦେଶୀବନ୍ଧୁକ, ଫାସ ଜାଲ ଜଙ୍ଗଲ ବିଭାଗ ଜବତ କରିବା ସହ ୨ ଜଣଙ୍କୁ ଅଟକ ରଖିଥିବା ଏକ ବିଶ୍ୱସ୍ତ ସୂତ୍ରରୁ ଜଣା ପଡିଛି। ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ, ବଡବାହାଳ ରେଞ୍ଜ ଅଧିନସ୍ଥ ଭରତାପୁର ପଂଚାୟତର ଚୁଡାପୁଡୁଗ ଗ୍ରାମରୁ ବନବିଭାଗ ଦେଶୀବନ୍ଧୁକ, ଚମଡା, ହରିଣସିଙ୍ଘ ସହ ଫାସଜାଲ ଜବତ କରିଥିବା ବେସରକାରୀ ସୂତ୍ରରୁ ସୂଚନା ହସ୍ତଗତ ହୋଇଛି। ଏଥି ସହ ୨ ଜଣଙ୍କୁ ବନବିଭାଗ ଅଟକ ରଖି ଅଧିକ ସୂଚନା ପାଇଁ ପଚରାଉଚୁରା କରୁଥିବା ମଧ୍ୟ ଖବର ମିଳିଛି। ଅଧିକ ସୂଚନା ପାଇଁ ବଡବାହାଳ ରେଞ୍ଜର ଅଧିକାରୀଙ୍କୁ ବାରମ୍ବାର ଯୋଗାଯୋଗ କରାଯାଉଥିଲେ ମଧ୍ୟ ସେ ସହଯୋଗ କରୁନଥିବା ଜଣାପଡିଛି। ବନବିଭାଗର ଜଣେ କର୍ମଚାରୀଙ୍କୁ ଏ ସଂପର୍କରେ ପଚାରିବାରୁ ସେ ଏ ସଂପର୍କରେ ସବିଶେଷ ତଥ୍ୟ ଦିଆଯିବ ବୋଲି ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି।…

Read More

ନୂଆଦିଲ୍ଲୀ: ଗତ 24 ଘଣ୍ଟା ମଧ୍ୟରେ ଦେଶରେ 31,118 ନୂଆ କରୋନା ମାମଲା ଚିହ୍ନଟ ହୋଇଥିବା ବେଳେ 41,985 ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ମୋଟ 88,89,585 ଜଣ ସୁସ୍ଥ ହୋଇଥିବା ବେଳେ ସୁସ୍ଥତା ହାର 93.94% ରହିଛି। ଭାରତରେ ସକ୍ରିୟ କରୋନା ମାମଲା ଆଜି 4,35,603କୁ ହ୍ରାସ ପାଇଛି, ଯାହାକି 5 ଲକ୍ଷରୁ କମ୍। ଦୈନିକ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ନୂଆ ପଜିଟିଭ୍ ମାମଲା ତୁଳନାରେ ଅଧିକ ରହୁଥିବାରୁ ସକ୍ରିୟ ମାମଲା ହ୍ରାସ ପାଇବାରେ ଲାଗିଛି। ଗତ 24 ଘଣ୍ଟା ମଧ୍ୟରେ ସକ୍ରିୟ ମାମଲାରେ 11,349 ହ୍ରାସ ପାଇଛି। କେରଳରୁ ଗୋଟିଏ ଦିନରେ ସର୍ବାଧିକ 6,055 ଜଣ ସୁସ୍ଥ ହୋଇଛନ୍ତି। ଏହା ପଛକୁ ଦିଲ୍ଲୀରେ 5,824 ଜଣ ସୁସ୍ଥ ହୋଇଛନ୍ତି।

Read More

ନୂଆଦିଲ୍ଲୀ: ଆଗାମୀ ୫ ରୁ ୭ ବର୍ଷ ମଧ୍ୟରେ ଦେଶରେ ୧୦ ହଜାର ସିଏନଜି ଷ୍ଟେସନ ପ୍ରତିଷ୍ଠା ଏବଂ ୫ କୋଟି ପିଏନଜି ସଂଯୋଗ ପାଇଁ ଭାରତ ସରକାର ଯୁଦ୍ଧକାଳୀନ ଭିତ୍ତିରେ କାମ କରୁଛନ୍ତି ବୋଲି ମଙ୍ଗଳବାର ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସ ଜରିଆରେ ମହାରାଷ୍ଟ୍ର ପ୍ରାକୃତିକ ଗ୍ୟାସ କମ୍ପାନୀ(ଏମଏନଜିଏଲ)ର ୫ଟି ଗ୍ୟାସ ଷ୍ଟେସନ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଉଲ୍ଲେଖନୀୟ ଯେ, ଏହି ୫ଟି ଗ୍ୟାସ ଷ୍ଟେସନର ଲୋକାର୍ପଣ ହେବା ଫଳରେ ଏମଏନଜିଏଲ୍ କମ୍ପାନୀର ସିଏନଜି ନେଟୱାର୍କ ୧୦୦ରେ ପହଁଚିଛି। ଏହି ଅବସରରେ ଶ୍ରୀ ପ୍ରଧାନ ଉପରୋକ୍ତ ଲକ୍ଷ୍ୟକୁ ହାସଲ କରିବା ପାଇଁ ସମସ୍ତ ସିଟି ଗ୍ୟାସ ବିତରଣ(ସିଜିଡି) ସଂସ୍ଥା ଏବଂ ତୈଳ ବିପଣନ କମ୍ପାନୀମାନେ ଅଧିକ ପରିଶ୍ରମ କରିବାକୁ ଆହ୍ୱାନ କରିଛନ୍ତି। ସେହିପରି ଏହି କାର‌୍ୟ୍ୟକ୍ରମରେ ମହାରାଷ୍ଟ୍ର ନାସିକର ପାଥରାଡ଼ି ଠାରେ ଏଲଏନଜି/ସିଏନଜିର କାର‌୍ୟ୍ୟର ଶୁଭାରମ୍ଭ କରିବା ସହ ନାସିକ୍ ଠାରେ ବସରେ…

Read More

ସୀତାରାମ ଅଗ୍ରୱାଲ  ବାଣପୁର: ସ୍ଥାୟୀ ପଞ୍ଚାୟତ ଅଫିସ ଗୃହ ନିର୍ମାଣ ସାଙ୍ଗକୁ ବର୍ତ୍ତମାନର ଅସ୍ଥାୟୀ ଅଫିସ ଗୃହକୁ ନିଜ ୱାର୍ଡରେ କରିବା ଦାବିନେଇ ଭବାନୀପୁର ଗ୍ରାମର ଶତାଧିକ ମହିଳାଙ୍କ ବ୍ଲକ ଅଫିସ ଘେରାଉ କରାଯାଇଛି। ଘଟଣାରୁ ପ୍ରକାଶ ଯେ, ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅଧିନସ୍ଥ ନୁତନ ଭାବେ ଗଠନ ହୋଇଥିବା ଭବାନିପୁର ପଞ୍ଚାୟତର ଅଫିସ ଗୃହ ନିର୍ମାଣରେ ଅସନ୍ତୋଷ ବ୍ୟକ୍ତ କରି ଭବାନିପୁର ଗ୍ରାମର ଶତାଧିକ ମହିଳା ବ୍ଲକ ଘେରାଉ କରିଥିଲେ। ସେମାନଙ୍କର ଅଭିଯୋଗ, ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ପଞ୍ଚାୟତ କାର୍ଯ୍ଯାଳୟ ଭବାନିପୁର ୱାର୍ଡରେ କରାଯିବାର ଥିଲା। କିନ୍ତୁ ତାହା ନିକଟସ୍ଥ ଭୁସ୍କାପଡା ଗ୍ରାମକୁ ସ୍ଥାନାନ୍ତରିତ କରାଯାଉଛି। ତେବେ ଏହାକୁ ନେଇ ଆଜି ଗ୍ରାମର ଶତାଧିକ ମହିଳା ବିରୋଧ ପ୍ରଦର୍ଶନ କରିବା ସହ ବ୍ଲକ ଘେରାଉ କରିଥିଲେ। ଏହା ସହିତ ଗତ ଦୁଇଦିନ ତଳେ ଗ୍ରାମର ଶତାଧିକ ମହିଳା ପଞ୍ଚାୟତ ଅଫିସ ମଧ୍ୟ ଘେରାଉ କରିଥିଲେ। ଏ ସମ୍ପର୍କରେ ଆମେ ବାଣପୁର ବି.ଡି.ଓ ଶୁଭଶ୍ରୀ…

Read More

ଭୁବନେଶ୍ଵର: ଆଜି ରାଜ୍ୟରୁ ୬୬୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ମୟୂରଭଞ୍ଜରୁ ସର୍ବାଧିକ ୮୨ ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୫୮, ସୁନ୍ଦରଗଡରୁ ୫୭, କେନ୍ଦୁଝରରୁ ୪୮, ଝାରସୁଗୁଡାରୁ ୪୭, ଅନୁଗୁଳରୁ ୪୪, କଟକରୁ ୪୦, ଜଗତସିଂହପୁରରୁ ୩୮, କେନ୍ଦ୍ରାପଡାରୁ ୩୧, ଯାଜପୁରରୁ ୨୮, ବରଗଡରୁ ୨୭, ନୂଆପଡାରୁ ୨୪, ସମ୍ବଲପୁରରୁ ୨୩, କଳାହାଣ୍ଡିରୁ ୨୦, ବାଲେଶ୍ଵରରୁ ୧୮, ବଲାଙ୍ଗିରିରୁ ୧୬, ଗଞ୍ଜାମରୁ ୧୩, ନବରଙ୍ଗପୁରରୁ ୧୨, ଭଦ୍ରକରୁ ୭, ପୁରୀରୁ ୭, ବୌଦ୍ଧରୁ ୬, ନୟାଗଡରୁ ୫, ସୋନପୁରରୁ ୫, ଢେଙ୍କାନାଳରୁ ୪, ମାଲକାନଗିରିରୁ ୪, କନ୍ଧମାଳରୁ ୩, କୋରାପୁଟରୁ ୩, ଦେବଗଡରୁ ୨, ରାୟଗଡାରୁ ୧ ଓ ଷ୍ଟେଟ୍ ପୁଲରୁ ୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩…

Read More

ଭୁବନେଶ୍ୱର: କରୋନାକୁ ପରାସ୍ତ କରୁଛନ୍ତି ବୟୋଜ୍ୟେଷ୍ଠ ଏବଂ ହାର ମାନୁଛି କରୋନା। ଉପଯୁକ୍ତ ଚିକିତ୍ସା ଓ ଯତ୍ନ ମିଳିଲେ ପରିଣତ ବୟସରେ ପହଂଚିଥିବା ବ୍ୟକ୍ତିମାନେ ଯେ କରୋନାରୁ ସୁସ୍ଥ ହୋଇପାରିବେ ଏକଥା ପୁଣି ଥରେ ପ୍ରମାଣିତ ହୋଇଛି ସମ୍ କୋଭିଡ ହସ୍ପିଟାଲ୍‌ରେ। ସମ୍ କୋଭିଡ୍ ହସ୍ପିଟାଲ୍‌ରୁ କୋଭିଡ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୯୭ ବର୍ଷୀୟ ବୃଦ୍ଧ ଶ୍ରୀ ନଟବର ଦାଶ। କଟକ ଜିଲ୍ଲା କିଶୋର ନଗର ଅଂଚଳର ୯୭ ବର୍ଷୀୟ ଶ୍ରୀ ନଟବର ଦାସ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ସମ୍ କୋଭିଡ ହସ୍ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ।  ନଟବରଙ୍କର ଶ୍ୱାସ ଜନିତ ସମସ୍ୟା, ଉଚ୍ଚ ରକ୍ତଚାପ ଓ ମଧୁମେହ ଭଳି ବ୍ୟାଧି ମଧ୍ୟ ରହିଥିଲା। କୋଭିଡ ପଜିଟିଭ୍ ହେବା ପରେ ସେ ନିମୋନିଆରେ ମଧ୍ୟ ଆକ୍ରାନ୍ତ ହୋଇଥିଲେ। ସମ୍ କୋଭିଡରେ ଭର୍ତି ହେବା ପରେ ତାଙ୍କୁ ତୁରନ୍ତ ଆଇସିୟୁରେ ରଖାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା। ତେବେ…

Read More

ଭୁବନେଶ୍ୱର : ଗଞ୍ଜାମ ଖଲ୍ଲିକୋଟ ଥାନା ଅନ୍ତର୍ଗତ ନିର୍ମଳଝରଠାରେ ଏକ ଅଘଟଣ ଘଟିଛି । ଦୁଇଜଣ ଯୁବକ ବାଇକ୍‌ରେ ବୋମା ଧରି ଯାଉଥିବାସମୟରେ  ବାଇକର ଚକା ସ୍ଲିପ୍‌ କରିବାର ତଳେ ପଡିଗଲେ । ବୋମା ତଳେ ପଡି ସେଠାରେ ହିଁ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ତେବେ ଦୁଇ ଯୁବକ  କ’ଣ ପାଇଁ ଓ କାହିଁକି ବୋମା ନେଇ ଯାଉଥିଲେ, ତାହା ଜଣା ପଡିନାହିଁ । ଏହି ବିସ୍ଫୋରଣରେ ଅନ୍ୟ ଏକ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ସୂଚନା ଅନୁସାରେ ବାଇକ୍‌ରେ ଯାଉଥିବା ସମୟରେ ବାଟରେ ବାଇକଟି ସ୍ଲିପ କରିଗଲା । ବାଇକ ସହ ଦୁଇ ଯୁବକ ଓ ବୋମା ବି ତଳେ ପଡ଼ିଗଲା । ଫଳରେ ବୋମାଟି ପ୍ରଚଣ୍ଡ ଶବ୍ଦ କରି ବିସ୍ଫୋରଣ ହୋଇଥିଲା । ପଛ ସିଟରେ ଯେଉଁ ଯୁବକ ବୋମା ଧରି ବସିଥିଲେ ତାଙ୍କ ହାତ ଉଡ଼ିଯିବା…

Read More

ଗୁଜୁରାଟ : କୁହାଯାଏ ବିବାହ ସ୍ବର୍ଗରେ ହିଁ ସ୍ଥିର ହୋଇଥାଏ । କିଏ କାହାର ଯୋଡି ହେବ ତାହା ପୂର୍ବରୁ ସ୍ଥିରୀକୃତ । ମର୍ତ୍ତ୍ୟରେ କେବେ ମିଳନ ହୋଇଥାଏ । ଏବେ ଚାରିଆଡେ ବିବାହର ମାହୋଲ୍‌ । ଗୁଜୁରାଟରେ ଏକ ନିଆରା ଯୋଡିକୁ ଏବେ ଚାରିଆଡେ ଚର୍ଚ୍ଚା ଚାଲିଛି । ଜୁନାଗଡରେ ହୋଇଥିବା ଏହି ବିବାହରେ କନ୍ୟାର ଉଚ୍ଚତା 5.5 ଫୁଟ୍‌ ହୋଇଥିବାବେଳେ ବରର ଉଚ୍ଚତା ମାତ୍ର ତିନିଫୁଟ୍‌ । କନ୍ୟା ଜଣକ ନେତ୍ରହୀନ ହୋଇଥିବାବେଳେ ବରଜଣକ ଜଣେ ସରକାରୀ ସ୍କୁଲ ଶିକ୍ଷକ ରୂପେ କାର୍ଯ୍ୟରତ । ଏହି ବିବାହଟି ସତ୍ୟମ ସେବା ଯୁବକ ମଣ୍ଡଳ ଦ୍ବାରା ସମ୍ପନ୍ନ ହୋଇଛି । ତେବେ ଏହି ଯୋଡିର ଅନ୍ୟ ଏକ ଖାସ୍‌ କଥା ହେଉଛି ଯେ କନ୍ୟାଟିର ବୟସ 29 ବର୍ଷ ହୋଇଥିବାବେଳେ ବରର ବୟସ 42 ବର୍ଷ । ମିଳିଥିବା ସୂଚନା ଅନୁସାରେ ବରଜଣକ ହେଉଛନ୍ତି ଗ୍ରାମର ଏକ ସରକାରୀ ସ୍କୁଲରେ…

Read More

ନୂଆଦିଲ୍ଲୀ : ନୂତନ କୃଷି ବିଲକୁ ନେଇ ଦେଶବ୍ୟାପୀ କୃଷକ ମାନେ ଆନେ୍ଦାଳନରେ ବସିଥିବା ବେଳେ ବିଜେପି ପାଇଁ ଅଡୁଆ ବଢିବାରେ ଲାଗିଛି । ଏହି ବିଲକୁ ପ୍ରତ୍ୟାହାର ନକଲେ ଏନଡିଏ ମେଣ୍ଟରୁ ଓହରିବାର ଧମକ ଦେଇଛି ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି । ଆରଏଲପିର ମୁଖପାତ୍ର ତଥା ନାଗପୁରର ସାଂସଦ ହନୁମାନ ବେନିୱାଲ ଅମିତ ଶାହାଙ୍କୁ ଟାର୍ଗେଟ କରି ଏକାଧିକ ଟ୍ୱିଟ କରିଛନ୍ତି । ନୂତନ କୃଷି ବିଲକୁ ନେଇ ସମଗ୍ର ଦେଶରେ ବିରୋଧ କରାଯାଉଛି । ଯଦି ଏହି ନୂତନ ବିଲକୁ ପ୍ରତ୍ୟାହାର କରାନଯାଏ ତେବେ ଏନଡିଏ ସହିତ ନିଜର ମେଣ୍ଟ ଭାଙ୍ଗିବାକୁ ଦଳ ବାଧ୍ୟ ହେବ ବୋଲି ବେନିୱାଲ ଟ୍ୱିଟ କରିଛନ୍ତି । ଅନ୍ୟ ଏକ ଟ୍ୱିଟରେ ବେନିୱାଲ ଲେଖିଛନ୍ତି ଆରଏଲପି ଏପରି ଏକ ରାଜନୈତିକ ଦଳ ଯାହାକି କୃଷକ ଏବଂ ଯବାନଙ୍କ ପାଇଁ ସର୍ବଦା ସ୍ୱର ଉତ୍ତୋଳନ କରିଥାଏ । ଯଦି କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି…

Read More

ଭୁବନେଶ୍ବର : ଜନ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଗୋପଳପୁରର ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବହିଷ୍କାର କରାଯାଇଛି। ତେବେ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ଲାଗିଥିବା ଜନବିରୋଧୀର ସଂଜ୍ଞା ନେଇ ବିଜେଡି ମୁଖପାତ୍ର ପ୍ରତାପ ଦେବ ଉତ୍ତର ରଖିଛନ୍ତି। ଗଞ୍ଜାମ କରୋନାରେ ଯୁଝୁଥିଲାବେଳେ ପ୍ରଦୀପ ପାଣିଗ୍ରାହୀ ଚାର୍ଟର ବିମାନରେ ଉଡୁଥିଲେ ବୋଲି କହିଛନ୍ତି ପ୍ରତାପ ଦେବ। ସେ ଥରେ କି ଦୁଇଥର ନୁହେଁ 18 ଥର ଚାର୍ଟର ବିମାନରେ ବୁଲିଥିଲେ ବୋଲି କହିଛନ୍ତି ପ୍ରତାପ ଦେବ । ସେହିପରି ତାଙ୍କର ଭାବୀ ଜ୍ବାଇଁ ଆକାଶ ପାଠକଙ୍କ ଜରିଆରେ 68ଜଣଙ୍କ ଲୋକଙ୍କଠାରୁ ଚାକିରି ନାଁରେ ପଇସା ନିଆଯାଇଥିବା ନେଇ ମଧ୍ୟ ଅଭିଯୋଗ ରହିଛି । ତେବେ ଏହି ଘଟଣାର ତଦନ୍ତ ଚାଲିଛି, ଯଦି ଏହା ସତ୍ୟ ହୁଏ, ତେବେ ଏହା ନିଶ୍ଚିତ ଭାବରେ ଜନବିରୋଧୀ କାର୍ଯ୍ୟ ହେବ କି ନାହିଁ ବୋଲି କହିଛନ୍ତି ପ୍ରତାପ ଦେବ । ତାଙ୍କ ବିରୋଧରେ କୌଣସି ଷଡଯନ୍ତ୍ର ହୋଇନାହିଁ,…

Read More

ଭୁବନେଶ୍ୱର: କୋଭିଡ୍‌ ନିୟମ ନ ମାନିବାରୁ ରାଜଧାନୀ ଭୁବନେଶ୍ବରର ଏକ ସ୍କୁଲକୁ ସିଲ୍‌ କରାଯାଇଛି । ଭୁବନେଶ୍ବରର ଚିନ୍ତାମଣିଶ୍ବରରେ ଥିବା ସାଇ ସରସ୍ବତୀ ବିଦ୍ୟା ମନ୍ଦିରକୁ ସିଲ୍‌ କରିଛି ବିଏମ୍‌ସି । କୋଭିଡ୍‌ ନିୟମ ଉଲଂଘନ ଅଭିଯୋଗରେ ସମ୍ପୃକ୍ତ ସ୍କୁଲ୍‌କୁ ସିଲ୍‌ କରଯାଇଛି । ଏହି ସ୍କୁଲରେ ଅଫ୍‌ଲାଇନ୍‌ କ୍ଲାସ୍‌ ହେବା ସହ ପରୀକ୍ଷା ମଧ୍ୟ ଚାଲିଥିଲା । ଖବର ପାଇଁ ବିଏମ୍‌ସି ଏହି ସ୍କୁଲକୁ ସିଲ୍‌ କରିଛି ।  କରୋନା ମହାମାରୀ ଯୋଗୁ ମାର୍ଚ୍ଚ ମାସରୁ ରାଜ୍ୟ ସାରା ସମସ୍ତ ସ୍କୁଲ, କଲେଜ ବନ୍ଦ ରହିଛି। ସ୍କୁଲ ଖୋଲିବା ନେଇ ସ୍କୁଲଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ ବୋଲି ଡିସେମ୍ବର ଗାଇଡଲାଇନ୍‌ରେ ସୂଚନା ରହିଛି । ତେବେ ଡିସେମ୍ବର 31 ଯାଏଁ ସ୍କୁଲ ବନ୍ଦ ରହିବା ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ଅନ୍‌ଲାଇନ୍‌ ଜରିଆରେ ପିଲାଙ୍କର ପାଠପଢାଚାଲିଛି । ତେବେ ସ୍କୁଲ ଖୋଲାଯିବା ନେଇ…

Read More

ସୀତାରାମ ଅଗ୍ରଓ୍ବାଲ ବାଲୁଗାଁ : ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ସରନଇ 16 ନମ୍ବର ଜାତୀୟ ରାଜପଥ କଡ଼ ବିଲ ଭିତରୁ ବାଲୁଗାଁ ପୋଲିସ ଏକ ଅଜଣା ବ୍ୟକ୍ତିଙ୍କ ଶବକୁ ଜବତ କରିଛି । ଉକ୍ତ ମୃତ ଶରୀରଟି ଏକ ଶାଗୁଆନ ଗଛରେ ଝୁଲି ରହିଥିବାର ଖବର ମିଳିଛି । ଶବ ଟି ସମ୍ପୂର୍ଣ ରୂପରେ ପଚି ଯାଇଥିବାରୁ ଏହାର ପରିଚୟ ମିଳିପାରିନାହିଁ ତେବେ ମୃତ ବ୍ୟକ୍ତିଙ୍କ ବୟସ ପାଖାପାଖି 50 ବର୍ଷ ହେବ ଏବଂ  ଏ ଘଟଣାଟି 3 ଦିନ ପୂର୍ବରୁ ଘଟିଛି ବୋଲି ଅନୁମାନ କରାଯାଉଛି । ତେବେ ଏହା ହତ୍ୟା କି ଆତ୍ମହତ୍ୟା ଏଯାଏଁ ଜଣା ପଡିନି । ବାଲୁଗାଁ ପୋଲିସ ଏ ବାବଦରେ ଅଧିକ ଛାନ ବିନ କରିବା ସହ ଶବ ବ୍ୟବଛେଦ ପାଇଁ ବାଣପୁର ମେଡିକାଲକୁ ପଠାଇଦେଇଛି। ତେବେ ବାଣପୁର ମେଡ଼ିକାଲରେ ଆଜି ଡାକ୍ତରଙ୍କ ଅଭାବ ଥିବାରୁ ଶବ ବ୍ୟବଛେଦ ପାଇଁ…

Read More

ଭଦ୍ରକ : ଟ୍ରକ୍‌କୁ ମୋଟା ଅଙ୍କର ଜରିମାନା ହୋଇଛି । ଆଇରନ୍‌ ବୋଝେଇ ଟ୍ରକକୁ 87 ହଜାର 620ଟଙ୍କା ଜରିମାନା ହୋଇଛି। ଭଦ୍ରକ ଆଞ୍ଚଳିକ ପରିବହନ ବିଭାଗ ଏହି ଜରିମାନା କରିଛି। ଓଭର ଲୋଡ଼ିଂ ଓ ପରମିଟ୍‌ ନଥିବାରୁ ଟ୍ରକ୍‌କୁ ଏହି ମୋଟା ଅଙ୍କର ଜରିମାନା କରାଯାଇଛି। ସୂଚନା ଅନୁଯାୟୀ, ଟ୍ରକଟି ତାମିଲନାଡୁ ରାଜ୍ୟର ହୋଇଥିବାବେଳେ ଏହି ଟ୍ରକଟି ଝାଡ଼ଖଣ୍ଡରୁ ବିଶାଖାପାଟନମ ଯାଉଥିବା ବେଳେ ନିୟମଠାରୁ ଅଧିକ ଓଜନର ସାମଗ୍ରୀ ପରିବହନ କରୁଥିଲା ବୋଲି ସୂଚନା ରହିଛି । ଏପରିକି ଟ୍ରକ୍‌ର ପରମିଟ ନଥିଲା। ଭଦ୍ରକଠାରେ ଆରଟିଓ ବିଭାଗ ପକ୍ଷରୁ ଯାଞ୍ଚ ବେଳେ ଟ୍ରକ୍‌ଟି ଧରା ପଡ଼ିଥିଲା। ସୂଚନାଯୋଗ୍ୟ, ରାଜ୍ୟରେ ପୁଣିଥରେ କଡାକଡି ହୋଇଛି ଟ୍ରାଫିକ୍‌ ନିୟମ । ଡିସେମ୍ବର 1ରୁ ରାଜ୍ୟରେ  ଟ୍ରାଫିକ୍‌ ନିୟମ ଯାଞ୍ଚ ହେଉଛି ।

Read More