Author: Samikhsya Bureau

ବାଣପୁର, ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ କୁମାଣ୍ଡଳ ଗ୍ରାମର ସାମନ୍ତରାୟପୁର ରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ମାଛ ଧରିବାକୁ ଯାଇଥିବାବେଳେ ଡ଼ଙ୍ଗାରୁ ଖସିପଡି ଜଣେ ଧୀବରଙ୍କ ମୃତ୍ୟୁ ଘଟିଛି। ମୃତ ଧୀବର ଜଣକ ହେଲେ ଗଣେଶ ଘଡ଼ାଇ, ତାଙ୍କର ବୟସ 58 ବର୍ଷ। ସୂଚନା ମୁତାବକ ଗଣେଶ ଆଜି ମଧ୍ୟାହ୍ନ ରେ ମାଛ ଧରିବା ପାଈଁ ଚିଲିକା ଯାଇଥିବାବେଳେ ଅସାବଧାନତା ବଶତଃ ଡ଼ଙ୍ଗାରୁ ଖସିପଡି ପାଣିରେ ବୁଡ଼ିଯାଇଥିଲେ। ଅନ୍ୟ ସହଯୋଗୀ ତାଙ୍କୁ ପାଣିରୁ ଉଦ୍ଧାର କରି ବାଲୁଗାଁ ମେଡିକାଲ କୁ ନେଇଥିବାବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ମେଡ଼ିକାଲରେ ପହଁଚି ଶବ ଜବତ କରି କେସ ନମ୍ବର ୨୯/୨୦ ରେ ଏକ ଅପମୃତ୍ୟ ମାମଲା ରୁଜୁକରି ଶବ ବ୍ୟବଛେଦ ପାଈଁ ବାଣପୁର ମେଡିକାଲକୁ ପଠେଇଦେଇଛନ୍ତି ।

Read More

ଭୁବନେଶ୍ବର : କରୋନା ସମସ୍ତ ପର୍ବ ପର୍ବାଣୀ ଉପରେ ବେଶ୍‌ ଭାରି ପଡିଛି । କରୋନାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ସମସ୍ତ ଧାର୍ମିକ କାର୍ଯ୍ୟକ୍ରମକୁ କଟକଣା ଭିତରେ ପାଳିତ କରାଯାଉଛି । କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇବା ଉପରେ କଟକଣା ଜାରି କରିଛି ବିଏମ୍‌ସି । ଚଳିତ ବର୍ଷ ବିନ୍ଦୁ ସାଗରରେ ଡଙ୍ଗା ଭସାଇ ହେବ ନାହିଁ ବୋଲି ବିଏମ୍‌ସି ସୂଚନା ଦେଇଛି ।  ବିନ୍ଦୁ ସାଗର ସହ ସମସ୍ତ ନଦୀ ଘାଟରେ ମଧ୍ୟ କଟକଣା ଲଗାଯାଇଛି । ସେହିପରି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମନ୍ଦିର ଯିବ ଉପରେ ମଧ୍ୟ କଟକଣା ଲଗାଯାଇଛି । ସୂଚନାଯୋଗ୍ୟ, ଚଳିତ ବର୍ଷ କରୋନାକୁ ଦୃଷ୍ଟିରେ ରଖି ବାଲିଯାତ୍ରାକୁ ଅନୁମତି ମିଳିନାହିଁ ।

Read More

ପୁରୀ :  ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପାଇଁ ପୁରୀ ବଡ ଦାଣ୍ଡରେ ଲାଗିବ 144 ଧାରା ଜାରି ହେବ । ଆଜି ରାତି 2ଟାରୁ ଜାରି ହେବ ଏହି କଟକଣା । ଶ୍ରୀ ମନ୍ଦିର ଚାରିପାଖେ ମଧ୍ୟ 144 ଧାରା ଜାରି ହେବ । ମରିଚିକୋଟ ଛକରୁ ଦୋଳମଣ୍ଡପ ସାହି ଯାଏଁ 144 ଧାରା ଲାଗିବ । ମହାପ୍ରଭୁଙ୍କ ବେଶ ଓଲାଗି ଯାଏଁ ବଳବତ୍ତର ରହିବ 144 ଧାରା । ନାଗାର୍ଜୁନ ବେଶ ଓଲାଗି ଶେଷ ହେବା ପରେ ପତିତପାବନ ଦର୍ଶନ କରିପାରିବେ ଭକ୍ତ । 144 ଧାରା ଯୋଗୁଁ ଭକ୍ତମାନେ ପତିତ ପାବନ ଦର୍ଶନରୁ ବଞ୍ଚିତ ରହିବେ ବୋଲି ସୂଚନା ରହିଛି ।  ସୁରକ୍ଷା ବ୍ୟବସ୍ଥା ପାଇଁ  ସହରରେ 25 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । 2 ଅତିରିକ୍ତ ଏସପି, 7 ଡିଏସପି, 250 ହୋମଗାର୍ଡ, 77 ଏସଆଇ ଓ 19 ଜଣ ଇନ୍ସପେକ୍ଟର ନିୟୋଜିତ ରହିବେ…

Read More

ଭୁବନେଶ୍ୱର : ମୋ ସ୍କୁଲ୍ ଅଭିଯାନ୍ ଥିଙ୍କଜୋନ୍ ସହିତ ମିଶି ଫୋନ୍ କଲ୍ ଏବଂ ଏସ୍ଏମ୍ଏସ୍ ମାଧ୍ୟମରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀର ପିଲାମାନଙ୍କର ଶିକ୍ଷା ଫଳାଫଳକୁ ଉନ୍ନତ କରିବା ପାଇଁ ଏକ ଶିକ୍ଷା କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛନ୍ତି । ଏହି ପାଇଲଟ୍ କାର୍ଯ୍ୟକ୍ରମ ନଭେମ୍ବର 1 ତାରିଖରୁ କଟକ, ଖୋର୍ଦ୍ଧା ଏବଂ ଭଦ୍ରକ ଜିଲ୍ଲାର 7ଟି କ୍ଲଷ୍ଟରରେ ଆରମ୍ଭ ହୋଇଛି । ଆଦାନୀ ଫାଉଣ୍ଡେସନ୍, ମିଲେନିୟମ୍ ଆଲାଇନ୍ସ ଏବଂ ୟୁବିଏଲ୍ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହି କାର୍ଯ୍ୟକ୍ରମରେ, ଅଭିଭାବକମାନଙ୍କୁ ପିଲାଙ୍କ ସହିତ ଜଡ଼ିତ ହେବା ପାଇଁ ଫୋନ ଏବଂ ସରଳ ପାଠ୍ୟ ବାର୍ତ୍ତା ସହିତ ସୁଦୂର ନିର୍ଦ୍ଦେଶାବଳୀ ମାଧ୍ୟମରେ କାର୍ୟ୍ୟକଳାପ-ଆଧାରିତ ଶିକ୍ଷଣ ବିଷୟବସ୍ତୁ ଯୋଗାଇ ଦିଆଯିବ । ସେମାନଙ୍କୁ ଏକ ଟୋଲ୍ ଫ୍ରି ନମ୍ବର ମଧ୍ୟ ପ୍ରଦାନ କରାଯିବ ଯାହାଦ୍ୱାରା ସେମାନେ ଲାଇଭ୍ ଫୋନ୍ କଲ୍ ପୁଣି ଥରେ କରି ଶୁଣିପାରିବେ । ଏହା ସହ…

Read More

ମୁମ୍ବାଇ : କରୋନା ସଂକ୍ରମଣ କମୁଥିଲେ ସୁଦ୍ଧା ଏହାର ଭୟ କମିନାହିଁ । ଦିଲ୍ଲୀ ସମେତ କିଛି ରାଜ୍ୟରେ କରୋନା ସଂକ୍ରମଣରେ ବୃଦ୍ଧି ଦେଖାଯାଇଛି । ଯଦିଓ ଦେଶରୁ ଲକ୍‌ଡାଉନ୍‌କୁ ଉଠାଯାଇଛି, ତଥାପି ଜୀବନଯାତ୍ରା ସ୍ବାଭାବିକ ହୋଇପାରିନାହିଁ । କରୋନାର ପ୍ରଭାବ ଲୋକଙ୍କ ବ୍ୟବସାୟ ଉପରେ ମଧ୍ୟ ପଡ଼ିଛି। ଲୋକମାନେ ଏବେ ବି ଆର୍ଥିକ ଦୂରାବସ୍ଥା ଦେଇ ଗତି କରୁଛନ୍ତି। ଅନ୍ୟପଟେ ଦେହଜୀବୀଙ୍କ ଉପରେ ମଧ୍ୟ କରୋନାର କୁପ୍ରଭାବ ପଡ଼ିଛି। କରୋନା ଯୋଗୁ ସେମାନଙ୍କ ଆର୍ଥିକ ସ୍ଥିତି ପୂରାପୂରି ବିଗିଡ଼ି ଯାଇଛି। ଏଣୁ ମହାରାଷ୍ଟ୍ର ସରକାର ଦେହଜୀବୀଙ୍କୁ ରାସନ୍‌ ସହ ଆର୍ଥିକ ସହାୟତା ଯୋଗାଇବାକୁ ଘୋଷଣା କରିଛନ୍ତି। ଏବେ ମହାରାଷ୍ଟ୍ର ସରକାର ମୁମ୍ବାଇର ସେକ୍ସ ଓ୍ଵାର୍କର୍ସଙ୍କୁ ପ୍ରତିମାସରେ ଆର୍ଥିକ ସହାୟତା ସହ ପାଞ୍ଚ କେଜି ରାସନ୍‌ ଦେବେ। ସରକାରଙ୍କ ନିଷ୍ପତ୍ତି ମୁତାବକ ଦେହଜୀବୀଙ୍କୁ ପ୍ରତିମାସରେ ପାଞ୍ଚହଜାର ଟଙ୍କା ବି ମିଳିବ। ଏଥିସହ ରାସନରେ ତିନି କେଜି ଗହମ ଓ ଦୁଇ କେଜି ଚାଉଳ…

Read More

ଭୁବନେଶ୍ବର:-ବାଙ୍ଗାଲାଦେଶରେ କାର୍ଯ୍ୟରତ ଥିବା ଜଣେ ମହିଳାଙ୍କ ମୃତ ଶରୀର ଆଜି  ଭୁବନେଶ୍ବରର ବିମାନ ବନ୍ଦରରେ ପହଁଚିଛି। ଭୁବନେଶ୍ବରର ପ୍ରଜ୍ଞା ବେହେରା ବାଙ୍ଗଲାଦେଶସ୍ଥିତ ଖାଦ୍ୟ ଏବଂ କୃଷି ସଂଗଠନ ସଂସ୍ଥାରେ କାର୍ଯ୍ୟ କରୁଥିଲେ। ଦୁର୍ଭାଗ୍ୟ ବଶତଃ ଗତ ନଭେମ୍ବର ୧୯ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା। ହେଲେ ତାଙ୍କର ପାର୍ଥିବ ଶରୀରକୁ ଓଡିଶା ସ୍ଥାନାନ୍ତର କରିବାରେ ଅସୁବିଧା ଦେଖାଦେଇଥିଲା। ଢାକାରେ ଥିବା ସଂପୃକ୍ତ ମହିଳାଙ୍କ ସ୍ବାମୀ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏ ସମ୍ପର୍କରେ ‘ଓଡିଶା ମୋ ପରିବାର’ ତରଫରୁ ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ରଙ୍କୁ ଅବଗତ କରାଯାଇ ସହଯୋଗ ଲୋଡାଯାଇଥିଲା। ସସ୍ମିତ ବାଙ୍ଗଲାଦେଶସ୍ଥିତ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସହ ଯୋଗାଯୋଗ କରି ସମସ୍ୟାର ସମାଧାନ କ୍ଷେତ୍ରରେ ତାଙ୍କର ସହାୟତା ଲୋଡିଥିଲେ। ପରେ ସଂପୃକ୍ତ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସମସ୍ତ ପ୍ରକାରର ବୈଧାନିକ ଓୌପଚାରିକତା ସମାପ୍ତ କରାଯାଇ ପାର୍ଥିବ ଶରୀରକୁ ଭୁବନେଶ୍ବର ସ୍ଥାନାନ୍ତର କରାଯିବାର ସମସ୍ତ ବ୍ୟବସ୍ଥା କରାଯାଇଥିଲା।…

Read More

ଭୁବନେଶ୍ବର, ଆଜିଠାରୁ ଓଡିଶାର ବିଭିନ୍ନ ଶ୍ରମିକ ସଂଗଠନ ତରଫରୁ ଦୁଇଦିନିଆ ଭାରତ ବନ୍ଦ କରାଯାଇଛି। ଏହି ବନ୍ଦ ଡାକରାକୁ ପ୍ରଦେଶ କଂଗ୍ରେସ ତରଫରୁ ମଧ୍ୟ ସମର୍ଥନ ଦିଆଯାଇଛି। ମୁଖ୍ୟତଃ କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତି ବିରୋଧରେ ଏହି ବନ୍ଦ କରାଯାଇଛି। ହେଲେ ରାଜଧାନୀରେ ବିଭିନ୍ନ ଦୋକାନ ବଜାର ଖୋଲା ଥିଲେ ମଧ୍ୟ ପେଟ୍ରୋଲ ଟାଙ୍କି ବନ୍ଦ ରଖାଯାଇଥିଲା। ସେହିପରି ବିଭିନ୍ନ ଅଫିସ ଏବଂ ବିଧାନସଭା ମଧ୍ୟ ସ୍ବାଭାବିକ ଚାଲିଥିଲା। ଭୁବନେଶ୍ବରରେ ଟ୍ରେଡ ୟୁନିୟନର ବରିଷ୍ଠ ନେତାମାନେ ବିଭିନ୍ନ ଜନଗହଳି ସ୍ଥାନରେ ଏହି ବିକ୍ଷୋଭ ସକାଳୁ କରିଥିଲେ। ସେହିପରି ଏକ ବଡ ରାଲି ମାଷ୍ଟରକ୍ୟାଟିନ ଛକରୁ ବାହାରି ପିଏମଜି ଛକ ପର୍ଯ୍ୟନ୍ତ ମଧ୍ୟ କରାଯାଇଥିଲା। ସକାଳେ କର୍ମିମାନେ ଭୁବନେଶ୍ବରର ଷ୍ଟେସନରେ ମଧ୍ୟ ଏହି ଆନ୍ଦୋଳନ କରିଥିଲେ। ସେହିପରି ବ୍ରହ୍ମପୁରରେ ଶ୍ରମିକ ସଂଗଠନର ସଦସ୍ୟମାନେ ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରିଥିଲେ। ବ୍ରହ୍ମପୁର ଷ୍ଟେସନରେ ସେମାନେ ହାତରେ ପ୍ଲାକାର୍ଡ ଧରି ଟ୍ରେନ ଅଟକାଇବାକୁ ଚେଷ୍ଠା କରିଥିଲେ।…

Read More

ଶ୍ରୀନଗର : ଜମ୍ମୁ କଶ୍ମୀର ଶ୍ରୀନଗରର ଏଚଏମଟି ଅଞ୍ଚଳରେ ଆତଙ୍କବାଦୀ ସୁରକ୍ଷାବଳକୁ ଟାର୍ଟେଗ୍ କରି ଫାୟାରିଂ କରିଛନ୍ତି । ଏହି ଆତଙ୍କୀ ଆକ୍ରମଣରେ ଦୁଇ ଯବାନ ସହିଦ ହୋଇଛନ୍ତି । ସୁରକ୍ଷାବଳ ଏଚଏମଟି ଅଞ୍ଚଳକୁ ଘେରାବନ୍ଦୀ କରି କଡା ଜବାବ ଦେବା ଆରମ୍ଭ କରିଦେଇଛି । ଆତଙ୍କବାଦୀଙ୍କ ଗୁଳିରେ ଚାରିଜଣ ଯବାନ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ନିଆଯାଉଥିବା ବେଳେ ରାସ୍ତାରେ ହିଁ 2ଜଣ ଯବାନଙ୍କ ମୃତ୍ୟୁ ହୋଇଛି। ଅନ୍ୟ 2ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ବୋଲି କଶ୍ମୀର ଆଇଜି ସୂଚନା ଦେଇଛନ୍ତି। ତେବେ ଆତଙ୍କବାଦୀଙ୍କୁ ଧରିବା ପାଇଁ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନ୍‌ ଜାରି ରହିଛି। ଆକ୍ରମଣକାରୀ କାରରେ ଆସିଥିବାବେଳେ  ଏମାନଙ୍କ ମଧ୍ୟରୁ ଦୁଇ ଜଣ ପାକିସ୍ତାନୀ ଏବଂ ଜଣେ ଲୋକାଲ୍ ଆତଙ୍କୀ ବୋଲି ଆଶଙ୍କା କରାଯାଉଥିବା ନେଇ ସୂଚନା ରହିଛି ।

Read More

ଭୁବନେଶ୍ୱର: ମାଲକାନଗିରି ଜିଲ୍ଲା ଜଙ୍ଗଲରେ ଏନକାଉଣ୍ଟର ହୋଇଛି । ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟରେ କ୍ୟାଡର ମାଓବାଦୀ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ମୃତ ମାଓବାଦୀଙ୍କ ନାଁ କିଶୋର ହୋଇଥିବା ପୋଲିସ ସୂତ୍ରରୁ ଜଣାପଡିଛି । ତେବେ ଘଟଣାସ୍ଥଳରୁ ଗୋଟିଏ ଏକେ47 ରାଇଫଲ, ବିସ୍ଫୋରକ ଜବତ ହୋଇଛି । ବର୍ତ୍ତମାନ ବି ସେଠାରେ ଅପରେସନ ଜାରି ରହିଥିବା ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Read More

ରମେଶ ମହାନ୍ତି ଜଗତସିଂହପୁର:  ସରକାରଙ୍କ ନିର୍ଦ୍ଦେଶକୁ ନମାନି ଜଣେ ଯୁବ ଶିକ୍ଷା ଅଧିକାରୀ ଡେପୁଟେସନ ଚିଠି କରିବାକୁ ନେଇ ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ସୂଚନାନୁଯାୟୀ ଗଣଶିକ୍ଷା ବିଭାଗର ପତ୍ର ସଂଖ୍ୟା ୨୪୪୧୦/୦୮.୧୧.୧୮ ରେ ସ୍ଥାୟୀ ହେଉ ବା ଅସ୍ଥାୟୀ ଶିକ୍ଷକ ବଦଳୀ କରିବା ପୂର୍ବରୁ ବ୍ଳକ ବା ଜିଲ୍ଲା ଶିକ୍ଷା ଅଧିକାରୀ ଜିଲ୍ଲାପାଳଙ୍କ ଠାରୁ ଅନୁମତି ନେଇ କରି ପାରିବେ । ମାତ୍ର ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଫୁକରି ଜିଲ୍ଲାର ଜନୈକ ବି.ଇ.ଓ ନଭେମ୍ବର ୧୮ ମସିହା ଠାରୁ ମେ.୧୯ ମସିହା ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ ଠାରୁ ଅନୁମତି ନ ନେଇ ୧୧ ଜଣକୁ ଅସ୍ଥାହୀ ବଦଳୀ କରିଥିଲେ ବୋଲି କୁହାଯାଉଛି। ଅନ୍ୟ ପକ୍ଷରେ ପତ୍ର ସଂଖ୍ୟା ୧୫୭୪,୧୫୭୮,୧୫୮୨ ଓ ୧୫୯୦/୧୪.୯.୨୦ରେ ୧୬୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ୫ମ ବର୍ଗ (କ) ରୁ ୫ମ ବର୍ଗ (ଖ)କୁ ପଦୋନ୍ନତି ପାଇ ଲିଖିତ ସ୍ଥାନମାନଙ୍କରେ ଯୋଗଦାନ କଲେ ଏବଂ ଯୋଗଦାନ ଦ୍ବାରା…

Read More

ଭୁବନେଶ୍ୱର: ନୟାଗଡ଼ ପରୀ ହତ୍ୟା ମାମଲାକୁ ନେଇ ଏବେ ଅଡ଼ୁଆରେ କୃଷିମନ୍ତ୍ରୀ ଅରୁଣ ସାହୁ । ଏହି ମାମଲାକୁ ନେଇ ବିଧାନସଭା ହୁଲସ୍ତୁଲ ହେଉଥିବାବେଳେ ବିରୋଧୀ ମନ୍ତ୍ରୀ ଶ୍ରୀ ସାହୁଙ୍କ ଇସ୍ତଫା ଦାବିରେ ଅଡ଼ିବସିଛନ୍ତି ।  ତେବେ ଏହା ଭିତରେ ମନ୍ତ୍ରୀ  ଅରୁଣ ସାହୁ ବିଧାନସଭାରେ ନିଜର ବିବୃତ୍ତି ରଖିଛନ୍ତି । ପରୀ ହତ୍ୟା ଘଟଣା ତାଙ୍କୁ ବ୍ୟଥିତ କରିଛି ବୋଲି ସେକହିଛନ୍ତି । ଏହି ଘଟଣାକୁ ନେଇ ସେ ଗଭୀର ମର୍ମାହତ । ସେ ହିଂସାକୁ ବିରୋଧ କରନ୍ତି । ତେବେ ଏହି ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତକୁ ସ୍ବାଗତ ଜଣାଇଛନ୍ତି ଅରୁଣ । ଏହି ଘଟଣାରେ ଯିଏ ବି ଜଡିତ ଥାଆନ୍ତୁନା କାହିଁକି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ ବୋଲିକହିଛନ୍ତି ଅରୁଣ । ପରୀ ନ୍ୟାୟ ପାଉ । ସତ୍ୟ ଉନ୍ମୋଚନ ହେଉ ବୋଲି କହିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ । ସୂଚନାଯୋଗ୍ୟ, ପରୀ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ…

Read More

ନୂଆଦିଲ୍ଲୀ: ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ତଥା ଲୋକପ୍ରିୟ କୁସ୍ତି ଯୋଦ୍ଧା ମହାବୀର ଫୋଗାଟ୍‌ଙ୍କ ତୃତୀୟ କନ୍ୟା ତଥା ଦଙ୍ଗଲ୍‌ ଗାର୍ଲ ଗୀତା ଓ ବବିତାଙ୍କ ସାନ ଭଉଣୀ ସଙ୍ଗୀତା ଫୋଗାଟ୍‌ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ସଙ୍ଗୀତା ବୁଧବାର ଦିନ ଅନ୍ତର୍ରାଷ୍ଟ୍ରୀୟ କୁସ୍ତି ତାରକା ବଜରଙ୍ଗ ପୁନିଆଙ୍କୁ ବିବାହ କରିଛନ୍ତି ।  ସାତ ଥରେ ନୁହେଁ ଆଠ ଥରେ ଫେରା ନେଇ ଦୁହେ ଜୀବନସାଥୀ ପାଲଟିଛନ୍ତି । ସାଧାରଣତଃ ବିବାହରେ ସାତୋଟି ଫେରା ବା ପ୍ରଦକ୍ଷଣ ନିଆଯାଇଥାଏ । କିନ୍ତୁ ଫୋଗୋଟ୍‌ ଭଉଣୀମାନେ ବିବାହରେ ଆଠୋଟି ଫେରା ନେଇଛନ୍ତି । ବେଟି ବଚାଓ ଓ ବେଟି ପଢାଓ ପାଇଁ ଅଷ୍ଟମ ଫେରା ନେଇଛନ୍ତି ସଙ୍ଗୀତା । ବିବାହରେ ମୋଟ୍‌ 31 ଜଣ ବରଯାତ୍ରୀ ସାମିଲ୍‌ ହୋଇଥିଲେ । ବାହାଘରରେ ପରିବାରର ଅତି ନିକଟ ସମ୍ପର୍କୀୟ ସାମିଲ୍‌ ରହିଥିଲେ । ବିବାହ ପୂର୍ବରୁ ସଙ୍ଗୀତା ତାଙ୍କ ବିବାହ ପୂର୍ବ ଉତ୍ସବର ଫଟୋ…

Read More

ପାଟନା : ଚଳିତ ବିହାର ନିର୍ବାଚନରେ ବିଜେପି ନିଜର ଦବ୍‌ଦବା ବଜାୟ ରଖି ବଡଭାଇର ଭୂମିକାରେ ଅବତୀର୍ଣ୍ଣ ହୋଇଥିବାବେଳେ ବାଚସ୍ପତି ପଦ ହାତେଇଛି । ତେବେ ବିହାର ରାଜ୍ୟସଭା ଆସନ ପାଇଁ ଏବେ ଅଙ୍କକଷା ଚାଲିଲାଣି ।ଏଲଜେପି ସାଂସଦ ରାମବିଳାଶ ପାଶଓ୍ବାନ୍ତଙ୍କ ଦେହାନ୍ତ ପରେ ଖାଲିପଡିଛି ରାଜ୍ୟସଭା ଆସନ । ଏହି ଆସନ ପାଇଁ ବିଜେପିରେ ଏକାଧିକ ପ୍ରତ୍ୟାଶୀ ରହିଥିବା ବେଳେ ପୂର୍ବତନ ବିହାର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ସବୁଠୁ ଆଗରେ ରହିଛନ୍ତି। ଏହି ଆସନରୁ ରୀନା ପାଶ୍ୱଓ୍ବାନଙ୍କୁ ସାମିଲ କରିବା ପାଇଁ ଏଲଜେପି ପକ୍ଷରୁ ନରେନ୍ଦ୍ର ମୋଦିଙ୍କୁ ଚିଠି ମଧ୍ୟ ଲେଖାଯାଇଛି । କେନ୍ଦ୍ରରେ ସୁଶୀଲଙ୍କୁ କୌଣସି ଗୁରୁତ୍ୱପୂର୍ଣ୍ଣ ବିଭାଗ ପ୍ରଦାନ କରାଯିବ ତେଣୁ ବିହାର ମନ୍ତ୍ରୀମଣ୍ଡଳରେ ସୁଶୀଲଙ୍କୁ ସାମିଲ କରାଯାଇନଥିଲା । ସେହିପରି ବିଜେପିର ଆଉ ଜଣେ ଟାଣୁଆ ନେତା ଶାହାନୱାଜ ହୁସେନଙ୍କୁ ଏହି ପଦ ପ୍ରଦାନ କରାଯିବା ନେଇ  ଚର୍ଚ୍ଚା ହେଉଛି । ପୂର୍ବତନ ସାଂସଦ…

Read More

ନୂଆଦିଲ୍ଲୀ: ଦେଶରେ କୋଭିଡ୍‌ ସ୍ଥିତିକୁ ଦେଖି କେନ୍ଦ୍ର ଗୃହମନ୍ତ୍ରାଳୟ ବୁଧବାର ଦିନ ଡିସେମ୍ବର ମାସ ପାଇଁ ଗାଇଡଲାଇନ୍‌ ଜାରି କରିଥିଲେ । ତେବେ ଏହି ଗାଇଡଲାଇନ୍‌ରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଜାରି ହୋଇଥିବା ଗାଇଡଲାଇନ୍‌ରେ ଅନ୍ତର୍ଜାତୀୟ ବିମାନ ଚଳାଚଳ ଅନୁମତିକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବାତିଲ କରାଯାଇଛି । ଡିସେମ୍ବର ଗାଇଡଲାଇନରେ ସାମ୍ୟନ୍ୟ ପରିବର୍ତ୍ତନ ଆଣି କେନ୍ଦ୍ର ଏହାକୁ ବାତିଲ କରିଛି । ଡିସେମ୍ବର 31 ତାରିଖ ଯାଏଁ ବିଦେଶକୁ ବିମାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି । ତେବେ ମାଲବାହୀ ବିମାନ ଚଳାଚଳ ଉପରେ କଟକଣା ନାହିଁ ।

Read More

କଟକ:  କଟକ ବାଦାମବାଡ଼ିରେ ଗୁରୁବାର ଏକ ଅଘଟଣ ଘଟିଛି । ଏକ ଯାତ୍ରୀବାହୀ ବସ ଜଳିଯାଇଥିବା ଜଣାଯାଇଛି ।  ପାଲାମଣ୍ଡପ ପୁରୀ ବସ ଷ୍ଟାଣ୍ଡରେ ଛିଡ଼ା ହୋଇଥିବା ଏକ ବସ ଜଳିଯାଇଛି ।  ତେବେ ବସ ଭିତରେ କୌଣସି ଯାତ୍ରୀ ନଥିବା ଜଣାଯାଇଛି । ଏହି ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଖବର ଲେଖା ସୁଦ୍ଧା କିଛି ଜଣାପଡ଼ିନାହିଁ । ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଚଷ୍ଟା କରୁଛନ୍ତି ।

Read More

ନୂଆଦିଲ୍ଲୀ : କରୋନା ଯୋଗୁଁ ସାରା ବିଶ୍ବ ଏବେ ଭୀତତ୍ରସ୍ତ । ବହୁ ନେତା, ଜନନେତା, ଅଭିନେତା,ସାଧାରଣ ଜନତା ସମସ୍ତେ କରୋନାର ଶିକାର ହେଉଛନ୍ତି । କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ସୁଦାନର ପୂର୍ବତନ ପ୍ରଧାନମନ୍ତ୍ରୀ ସାଦିକ୍‌ ଅଲ ମହଦୀ । ମୃତ୍ୟୁବେଳକୁ ତାଙ୍କୁ 84 ବର୍ଷ ବୟସ ହୋଇଥିଲା । ସେ ଗତ ତିନି ସପ୍ତାହ ଧରି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ମଧ୍ୟ  ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ଘଟିନଥିଲା । ଯାହାଫଳରେ ତାଙ୍କୁ ୟୁଏଇରେ ଭର୍ତ୍ତି କରାଯାଇଥିଲା ହେଲେ ସେଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗତ ମାସରେ, ସେ ଏକ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାର ତାଙ୍କ ପରିବାର ଲୋକେ ସୂଚନା ଦେଇଥିଲେ । 84 ବର୍ଷୀୟ ସାଦିକ୍‌ ଅଲ୍‌ ମହନ୍ଦୀ ସବୁଠାରୁ ଦୀର୍ଘ ସମୟ ଧରି ସୁଦାନର ପ୍ରଧାନମନ୍ତ୍ରୀ ରୂପେ କାର୍ଯ୍ୟ କରିଥିଲେ । 1989 ମସିହାରେ ସେନା କ୍ଷମତା ପରିବର୍ତ୍ତନ…

Read More

କଟକ : କଟକରେ ପୁଣି ନକଲି ଘିଅ କାରଖାନା ଠାବ ହୋଇଛି । କିଛିଦିନ ହେବ କଟକରେ ବିଭିନ୍ନ ସ୍ଥାନରେ ନକଲି ଖାଦ୍ୟ ସାମଗ୍ରୀମାନ ଠାବ ହେଉଥିବା ଦେଖାଯାଉଛି। ଗୁରୁବାର ସଦର ଥାନା ଅଞ୍ଚଳର ଗବଗସ୍ତରେ ମାଲଗୋଦାମ ପୁଲିସ ଦ୍ୱାରା ନାମୀଦାମୀ ନାଁର ବିପୁଳ ପରିମାଣରେ ନକଲି ଘିଅ ପ୍ରସ୍ତୁତି କାରଖାନା ଠାବ ହେବା ସହ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ ହୋଇଥିବା ଜଣାପଡ଼ିଛି। ନକଲି ଘିଅ ସମେତ ପ୍ରସ୍ତୁତି ସାମଗ୍ରୀ ଜବତ ହୋଇଛି। ପାମୋଲିନ ତେଲ, ବିଭିନ୍ନ କମ୍ପାନୀ ଲୋଗୋ ମଧ୍ୟ ଜବତ ହୋଇଛି। ଏହାସହ ସମ୍ପୃକ୍ତ ଘଟଣାରେ କଳକାରଖାନାର ମାଲିକକୁ ଅଟକ ରଖାଯାଇ ପୁଲିସ ପଚରାଉଚରା ଜାରି ରଖିଛି। ମାଲଗୋଦାମରୁ ନକଲି ଘିଅ ଧରାପଡ଼ିବା ପରେ ପୁଲିସ ଏହାକୁ ଜବତ କରିବା ସହ ତଦନ୍ତ କରୁଛି।

Read More

ଭବନେଶ୍ୱର: ବିଧାନସଭାରେ ପୁଣି ଉଠିଲା ନୟାଗଡ଼ ପରୀ ହତ୍ୟାକାଣ୍ଡ ମାମଲା । ଗୃହ ଆଜି ହୁଲୁସ୍ତୁଲ ହୋଇଛି । ବିରୋଧୀ ବିଜେପି ଓ କଂଗ୍ରେସ ଏହି ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିଛନ୍ତି । ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳର ସଦସ୍ୟମାନେ ହୋହାଲ୍ଲା କରିଛନ୍ତି । ପୋଡିୟମ ନିକଟରେ ବ୍ୟାନର ଦେଖାଇ ବିରୋଧୀ ପ୍ରତିବାଦ କରିଥିଲେ ।  ମନ୍ତ୍ରୀ ଶ୍ରୀ ସାହୁଙ୍କ ଇସ୍ତଫା ଦାବିରେ ଗୃହ କମ୍ପିଛି ।  ଉଭୟ ବିଜେପି ଓ କଂଗ୍ରେସ ଦଳର ସଦସ୍ୟ ହୋହାଲ୍ଲା କରିଛନ୍ତି ।  ବିଜେପିର ସଦସ୍ୟମାନେ ବ୍ୟାନର ଦେଖାଇ ଗୃହରେ ହୋହାଲ୍ଲା କରିଛନ୍ତି ।  ଯାହାକୁ ଦୃଷ୍ଟିରେ ରଖି ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ପ୍ରଥମେ କୋଡିଏ ମିନିଟ ଓ ପରେ ଅପରାହ୍ନ ୩ଟା ଯାଏଁ ଗୃହକୁ ମୁଲତବୀ କରିଦେଇଛନ୍ତି । ଅପରପକ୍ଷରେ ବିଜେପି  ପକ୍ଷରୁ ମନ୍ତ୍ରୀ ଅରୁଣ ସାହୁଙ୍କୁ ବହିଷ୍କାର ଦାବି କରିଛି ।  ବିରୋଧୀ ଦଳ ମୁଖ୍ୟ ସଚେତକ …

Read More

ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିଲେ ବି ମୃତ୍ୟୁ ସଂଖ୍ୟା କମୁନାହିଁ । ହୋଇଥିବା ବେଳେ ଆଉ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧,୭୦୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ପୁରୀରୁ ୪, ଭୁବନେଶ୍ୱରରୁ ୩, ଅନୁଗୁଳରୁ ୨, ଢେଙ୍କାନାଳ, କଳାହାଣ୍ଡି, ମୟୁରଭଞ୍ଜରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

Read More

ଭୁବନେଶ୍ବର: ରାଜ୍ୟରେ ଆଜି ୬୪୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୩୬୯ ଜଣ ଚିହ୍ନଟ ହୋଇଥିବାବେଳେ ୨୭୫ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୬ହଜାର୬୪୫କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୮ହଜାର ୧୦୨ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬ ହଜାର ୭୮୬ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧704ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ମୋଟ୍‌ ୬୪୪ ଜଣ ଚିହ୍ନଟ ହୋଇଛନ୍ତି। କଟକରୁ ସର୍ବାଧିକ ୬୪ ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳରୁ ୫୦, ବାଲେଶ୍ଵରରୁ ୧୧, ବରଗଡରୁ ୧୯,…

Read More

ଭୁବନେଶ୍ବର : ବହୁ ଚର୍ଚ୍ଚିତ ଯୋଡାମୁଣ୍ଡ ଶିଶୁ ମଧ୍ୟରୁ ଗତକାଲି ମୃତ୍ୟୁ ବରଣ କରିଥିବା କାଳିଆର ଶେଷକୃତ୍ୟ ସରିଛି। କନ୍ଧମାଳ ଫିରିଙ୍ଗିଆ ବ୍ଲକ ମିଲୁପଡାରେ ପରିବାର ବର୍ଗଙ୍କ ସମେତ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ବିଡିଓଙ୍କ ଉପସ୍ଥିତିରେ ତାର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ଅଲଗା କରାଯିବାର ଦୀର୍ଘ ତିନି ବର୍ଷ ପରେ କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତି 9ଟା 10 ମିନଟରେ କାଳିଆର ମୃତ୍ୟୁ ହୋଇଥିଲା । ଗତ ସପ୍ତାହେ ଧରି କାଳିଆର ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିଥିଲା ।  ତେବେ ଜଗା ଏବେ ସୁସ୍ଥ ରହିଛି । https://twitter.com/Naveen_Odisha/status/1331805512174866433?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1331805512174866433%7Ctwgr%5E%7Ctwcon%5Es1_&ref_url=https%3A%2F%2Fm.dailyhunt.in%2Fnews%2Findia%2Foriya%2Fodishareporter-epaper-oreport%2Fsarilakaliaarasheshakrutya-newsid-n231896904 ଅପରପକ୍ଷରେ କାଳିଆର ମୃତ୍ୟକୁ ନେଇ ମୁଖ୍ୟମନ୍ତ୍ରୀ  ଦୁଃଖପ୍ରକାଶ କରିଛନ୍ତି । ଟ୍ୱିଟ୍ କରି ଦୁଃଖପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଯେ, ‘କାଳିଆର ଦେହାନ୍ତ ଖବର ଅତ୍ୟନ୍ତ ଦୁଃଖଦାୟକ । ଡାକ୍ତରଙ୍କ ଅଦମ୍ୟ ଚେଷ୍ଟା ଓ ଶ୍ରେଷ୍ଠ ଚିକିତ୍ସା ସତ୍ତ୍ବେ ଦେହାନ୍ତ…

Read More