Author: Samikhsya Bureau

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ଶୀତକାଳୀନ ଅଧିବେଶନ। କରୋନା କଟକଣା ଭିତରେ ଅଧିବେଶନ ଆରମ୍ଭ ହୋଇଛି ।  ଶୀତ ଅଧିବେଶନର ପ୍ରଥମ ଦିନ ଆରମ୍ଭରେ ଦିବଂଗତ ନେତାଙ୍କ ଉଦେ୍ଧଶ୍ୟରେ ଶୋକପ୍ରସ୍ତାବ ଆଗତ କରାଯାଇ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ତେବେ ଶ୍ରଦ୍ଧାଞ୍ଜଳି ପରେ ଅପରାହ୍ନ 3ଟା ପର୍ୟ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଛି । ଅଧିବେଶନ ଆରମ୍ଭରୁ ପୂର୍ବତନ ବାଚସ୍ପତି ଶରତ କର ଓ ଦୁଇ ପୂର୍ବତନ ବିଧାୟକଙ୍କ ଉଦେ୍ଧଶ୍ୟରେ ଶୋକପ୍ରସ୍ତାବ ଆଗତ କରାଯାଇଥିଲା । ପୂର୍ବତନ ବିଧାୟକ କାର୍ତ୍ତିକେଶ୍ୱର ପାତ୍ର ଓ ଗୁରୁପଦ ନନ୍ଦଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା।  ଏହାଛଡ଼ା କରୋନା ଯୋଦ୍ଧାଙ୍କ ପାଇଁ ମଧ୍ୟ ଗୃହରେ ଶୋକ ପ୍ରସ୍ତାବ ଆଗତ କରାଯାଇ ସମସ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ପରେ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ଗୃହକୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ମୁଲତବୀ  ଘୋଷଣା କରିଥିଲେ ।

Read More

ଭୁବନେଶ୍ବର: ରାଜ୍ୟରେ ଆଉ 16 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 1608କୁ ବୃଦ୍ଧି ହୋଇଛି। ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ 4 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ କଟକରୁ 3 ଜଣ ଓ  ଗଞ୍ଜାମ ଓ ସମ୍ବଲପୁରରୁ 2 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।  ସେହିପରି ବରଗଡ, ଜଗତସିଂହପୁର, ସୁବର୍ଣ୍ଣପୁର, ପୁରୀ ଓ ଝାରସୁଗୁଡାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

Read More

ଭୁବନେଶ୍ବର:  ରାଜ୍ୟରେ ଆଜି ୭୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୪୩୬ ଜଣ ଚିହ୍ନଟ ହୋଇଥିବାବେଳେ ୩୨୧ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୨ହଜାର ୫୪୫କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୨ ହଜାର ୭୯୬ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 8 ହଜାର ୮୮ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୫୯୨ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୯ଟି ଜିଲ୍ଲାରୁ ମୋଟ୍‌ ୭୫୭ ଜଣ ଚିହ୍ନଟ ହୋଇଛନ୍ତି। ଅନୁଗୁଲୁର  ସର୍ବାଧିକ ୭୫ଜଣ ଚିହ୍ନଟ ହୋଇଥିବାବେଳେ ବାଲେଶ୍ଵରରୁ ୩୪,  ବରଗଡରୁ…

Read More

ଅହମ୍ମଦାବାଦ : ଦେଶରେ ପୁଣିଥରେ କରୋନା ମାମଲାରେ ବୃଦ୍ଧି ଦେଖାଯାଇଛି । କରୋନାକୁ ଦୃଷ୍ଟିରେ ରଖି ପୂର୍ବରୁ ଜାରି କରାଯାଇ ଥିବା କର୍ଫ୍ୟୁ ପୁଣିଥରେ ଫେରିଛି। ଗୁଜୁରାଟର ଅହମ୍ମଦାବାଦରେ କରୋନା କେସ୍‌ରେ ଲଗାତାର ବୃଦ୍ଧି ଯୋଗୁଁ  ଗୁଜୁରାଟ ସରକାର ଗୁରୁବାର ରାତ୍ରିର ପୁନର୍ବାର କର୍ଫ୍ୟୁ ଲାଗୁ କରିଛନ୍ତି । ରାତ୍ରିକାଳୀନ କର୍ଫ୍ୟୁ ଏଠାରେ ଜାରି କରାଯାଇଛି । ଏହି କର୍ଫ୍ୟୁ ରାତି 9 ଟାରୁ ଏହି କର୍ଫ୍ୟୁ ଆରମ୍ଭ ହୋଇ ସକାଳ 6ଟାରେ ଶେଷ ହେବ । ତେତେ ଏହି ସମୟରେ ଆବଶ୍ୟକୀୟ ଦୋକାନ ଖୋଲା ରହିବ । ଅହମ୍ମଦାବାଦ ପାଇଁ 20ଟି ଅତିରିକ୍ତ ଆମ୍ବୁଲାନ୍ସ, 300 ଡାକ୍ତର, ଓ 300 ମେଡିକାଲ ଛାତ୍ରଛାତ୍ରୀଙ୍କୁ ଆବଣ୍ଟିତ କରାଯାଇଛି । ଏହା ବ୍ୟତୀତ ଗୁଜୁରାଟ ପାଇଁ କେନ୍ଦ୍ର ସରକାର ହାଇଲେବଲ୍‌ ଟିମ୍‌କୁ ମଧ୍ୟ ପଠାଇଛନ୍ତି । ସୂଚନାଯୋଗ୍ୟ, ମିଳିଥିବା ସୂଚନା ମୁତାବକ ଦେଶରେ ବିଗତ 24 ଘଣ୍ଟା ମଧ୍ୟରେ 45 ହଜାର 882…

Read More

ପ୍ରତାପଗଡ : ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପ୍ରତାପଗଡରେ ବରଯାତ୍ରୀ ଥିବା ଏକ ବୋଲେରୋ ଟ୍ରକ ସହ ଧକ୍କା ହୋଇ ଦୁର୍ଘଟଣାରେ 6 ଶିଶୁଙ୍କ ସମେତ 14 ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଏହି ହୃଦୟ ବିଦାରକ ଦୁର୍ଘଟଣା ଜିଲାର କୁଣ୍ଡା ଅଞ୍ଚଳରେ ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ କୁଣ୍ଡା କୋତବାଲୀ ଅଞ୍ଚଳରେ ଦ୍ରୁତ ଗତିରେ ଏକ ବୋଲେରୋରେ ବରଯାତ୍ରୀମାନେ ଫେରୁଥିବା ସମୟରେ ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଇଥିଲା। ବୋଲେରୋର କିଛି ଅଂଶ ଟ୍ରକ୍‌ରେ ପସି ଯାଇଥିଲା । ଏହି ଭୟାନକ ଦୁର୍ଘଟଣାରେ 14 ଜଣଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣାରେ ସମୟରେ ଜୋର ଶବ୍ଦରେ ସ୍ଥାନୀୟଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଖବର ପାଇ ପୁଲିସ ପହଞ୍ଚି ଟ୍ରକ ମଧ୍ୟରେ ପଶିଥିବା ବୋଲେରୋ ଅଂଶକୁ କାଟି ମୃତଦେହକୁ ଉଦ୍ଧାର କରିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ ସହ…

Read More

ନୂଆଦିଲ୍ଲୀ : ବିଗତ କିଛି ଦିନ ଧରି କରୋନା ସଂକ୍ରମିତଙ୍କ ସଂଖ୍ୟା କମ ରହିଥିବା ବେଳେ ଗତକାଲି ଏଥିରେ ସାମାନ୍ୟ ବୃଦ୍ଧି ପାଇଥିଲା । ବିଗତ 24 ଘଣ୍ଟା ମଧ୍ୟରେ 45 ହଜାର ନୂତନ ଆକ୍ରାନ୍ତ ଚିହ୍ନଟ ହେବା ସହିତ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 90 ଲକ୍ଷ ପାର କରିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ ବିଗତ 24 ଘଣ୍ଟା ମଧ୍ୟରେ 45 ହଜାର 882 ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ 584 ମୃତ୍ୟୁ ହୋଇଛି । ଏବେ ଦେଶରେ ସମୁଦାୟ କରୋନା ଜନିତ ମୃତକଙ୍କ ସଂଖ୍ୟା 1 ଲକ୍ଷ 32 ହଜାର 202ରେ ପହଞ୍ଚିଛି । 45 ହଜାର 882 ନୂତନ ଆକ୍ରାନ୍ତଙ୍କ ସହିତ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା 90 ଲକ୍ଷ 4 ହଜାର 365ରେ ପହଞ୍ଚିଛି । ସେହିପରି 24 ଘଣ୍ଟା ମଧ୍ୟରେ ଦେଶରେ ସୁସ୍ଥ ହୋଇଛନ୍ତି 44…

Read More

ବାରିପଦା : ସ୍ତ୍ରୀକୁ କୁରାଢିରେ ହାଣି ହତ୍ୟା ଅଭିଯୋଗ ହୋଇଛି । ମୋରଡା ଥାନା ମାଳିହତା ଗାଁରେ ବିଳମ୍ବିତ ରାତିରେ ନୃଶଂସ କାଣ୍ଡ ଘଟିଛି । ମୃତକ ହେଲେ ପାର୍ବତୀ ମହାନ୍ତ । ପାରିବାରିକ କଳହକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ପରେ ଖବର ପାଇ ମୋରଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରି ତଦନ୍ତ କରୁଛି ।

Read More

ନୂଆଦିଲ୍ଲୀ, ଆଜି, ଆମେ ଆପଣଙ୍କୁ 4 ଟି ରାଶି ବିଷୟରେ କହିବୁ ଯାହା ମା ଦୁର୍ଗା ଭଲ ପାଆନ୍ତି ଏବଂ ଏହି ଚାରିଟି ରାଶିର ଲୋକଙ୍କୁ ଜୀବନରେ କୈଣସି ଦୁଃଖ ଦେଖିବାକୁ ପଡିବ ନାହିଁ। ମାତା ଦୁର୍ଗା ଏହି ଲୋକମାନଙ୍କ ଉପରେ ସର୍ବଦା ଅନୁଗ୍ରହ ରଖନ୍ତି। ଏହି ଲୋକଙ୍କୁ ସାହାଯ୍ୟ କରିବାକୁ ମା ସର୍ବଦା ପ୍ରସ୍ତୁତ ରୁହନ୍ତି। ସେମାନେ ସେମାନଙ୍କର ସମସ୍ୟାର ସହଜରେ ସମାଧାନ ପାଆନ୍ତି ଏବଂ ସେମାନେ ଜୀବନର ସମସ୍ତ ସୁଖ ମଧ୍ୟ ପାଆନ୍ତି। ଆସନ୍ତୁ ଜାଣିବା କେଉଁ ଚାରୋଟି ରାଶି ଅଛି ଯାହା ମା ଦୁର୍ଗାଙ୍କ ପାଇଁ ପ୍ରିୟ – ଜୀବନ ଅଧିକ ଆନନ୍ଦଦାୟକ ଏବଂ ଜୀବନ ମଧ୍ୟ ଆପଣଙ୍କୁ ଲାଭ ଦିଏ। ଦାମ୍ପତ୍ୟ ଜୀବନରେ ସୁଖମୟ। ପ୍ରେମ ସମ୍ପର୍କରେ ମଧୁରତା ପ୍ରାଧାନ୍ୟ ଦେଇଥାଏ ଏବଂ ଆପଣ ମଧ୍ୟ ଜୀବନର ସବୁଠାରୁ ସଫଳ ବ୍ୟକ୍ତି ହୋଇଥାଆନ୍ତି। ଶନି ଦେବଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେବା କଠିନ କାର୍ଯ୍ୟକୁ ସହଜ…

Read More

ମେଷ ମେଷ ରାଶିର ବ୍ୟକ୍ତିମାନେ ଚାକିରୀରେ ଚାପଗ୍ରସ୍ତ ଅନୁଭବ କରିପାରନ୍ତି। ଆପଣ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ଠିକ୍ ସମୟରେ ସମାପ୍ତ କରିପାରିବେ। ମୂଲ୍ୟବାନ ଜିନିଷକୁ ନିଜ ହାତରେ ରଖନ୍ତୁ। ଭାବନାରେ ବୁଡ଼ି କୈଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଜଣେ ଘନିଷ୍ଠ ବ୍ୟକ୍ତିଙ୍କ ସହିତ ସମ୍ପର୍କ ଖରାପ ହେବାର ସମ୍ଭାବନା ଅଛି। ଆପଣଙ୍କ କ୍ରୋଧକୁ ନିୟନ୍ତ୍ରଣ କରିବା ଉଚିତ୍। ସ୍ୱାସ୍ଥ୍ୟ ବିଷୟରେ ଅବହେଳା କରନ୍ତୁ ନାହିଁ। ବ୍ୟବସାୟୀମାନେ ଲାଭ ପାଇପାରିବେ।  ଆୟ ରହିବ, କିନ୍ତୁ ଖର୍ଚ୍ଚ ମଧ୍ୟ ନିୟନ୍ତ୍ରଣ କରିବାକୁ ପଡିବ ବୃଷ ବୃଷ ରାଶିର ଲୋକମାନଙ୍କର ଭଲ ପାରିବାରିକ ପରିବେଶ ରହିବ। ଆପଣ ପୁରୁଣା ବନ୍ଧୁଙ୍କୁ ଭେଟି ପାରନ୍ତି। ଟେଲି ଯୋଗାଯୋଗ ମାଧ୍ୟମରେ ସୂଚନାକୁ ଉତ୍ସାହିତ କରିବାର ଏକ ସମ୍ଭାବନା ଅଛି। ଆପଣ ସାମାଜିକ କ୍ଷେତ୍ରରେ ସମ୍ମାନ ପାଇବେ। ଆପଣ କିଛି ଅଭାବୀ ଲୋକଙ୍କୁ ସାହାଯ୍ୟ କରିପାରିବେ। ଆପଣ ଶତ୍ରୁମାନଙ୍କ ସହିତ ସାବଧାନ ହେବା ଆବଶ୍ୟକ। ଅନିୟନ୍ତ୍ରିତ ବେଗରେ ଗାଡି ଚଲାନ୍ତୁ ନାହିଁ।…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ମିଶନ ରାଣୀ ମା’ ମାରୀୟାଙ୍କ ପବିତ୍ର ନବୀନାର ଦ୍ୱିତୀୟ ଦିନ କୋଭିଡ଼୍ କଟକଣା ନିୟମ ଅନୁଯାୟୀ ମିଶନ ରାଣୀ ମହାଦେବାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପବିତ୍ର ଦିବ୍ୟଯଜ୍ଞରେ ବ୍ରହ୍ମପୁର ଧର୍ମାଞ୍ଚଳର ମୁଖ୍ୟଯାଜକ ସଂଜୀବ କୁମାର ନାୟକ, ସହକାରୀ ଯାଜକ ପ୍ରଭୁଦାସ ନାୟକ ଦିବ୍ୟଯଜ୍ଞରେ ଉପସ୍ଥିତ ଥିଲେ। ସହକାରୀ ଯାଜକ ପ୍ରଭୁଦାସ ନାୟକ ଦିବ୍ୟଯଜ୍ଞ ଉତ୍ସର୍ଗ କରିଥିଲେ ଏବଂ ମା’ ମେରୀ ରୋଗୀଙ୍କର ସ୍ୱାସ୍ଥ୍ୟ ଏହି ବିଷୟରେ ଉଦ୍‌ବୋଧନ ଦେଇ ଶ୍ରଦ୍ଧାଳୁମାନଙ୍କୁ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ। ବ୍ରହ୍ମପୁର ଧର୍ମାଞ୍ଚଳ ଯୀଶୁସ ୟୁଥ୍‌ର ଯୁବଗୋଷ୍ଠୀ, ସଂଗୀତ ଗାୟନ ସହ ଦିବ୍ୟଯଜ୍ଞରେ ସାହାଯ୍ୟ କରିଥିଲେ। ଏହି ଉଦ୍‌ଘାଟନ ନବୀନା ଉତ୍ସବର ଶୃଙ୍ଖଳିତ ଓ ସୁନ୍ଦର ପରିଚାଳନା ନିମନ୍ତେ କୋଭିଡ଼୍ କଟକଣା ନିୟମ ଅନୁଯାୟୀ ଅନୁଷ୍ଠାନର ସେବାଭ୍ରାତା ଓ ସେବାଗ୍ନୀ ଗଣ, ଧର୍ମାଞ୍ଚଳର ପାଳକୀୟ ପରିଷଦର ସଭ୍ୟସଭ୍ୟା ଗଣ ଏବଂ ବିଭିନ୍ନ କମିଟିର ସଦସ୍ୟମାନେ ସହଯୋଗ କରିଥିଲେ।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜନୈକ କୃଷକ ନେତାଙ୍କୁ ମରଣନ୍ତକ ଆକ୍ରମଣ ହୋଇଛି। ଲଙ୍କାଗୁଣ୍ଡ ଫିଙ୍ଗି ତାଙ୍କୁ ଖଣ୍ଡା ସାହାଯ୍ୟରେ ଆକ୍ରମଣ କରାଯିବାରୁ ଯେ ଗୁରୁତର ଆହତ ହୋଇ ବ୍ରହ୍ମପୁର ଏମ୍‌କେସିଜିରେ ଚିକିତ୍ସାଧୀନ ଅଛନ୍ତି। ଘଟଣାରୁ ପ୍ରକାଶ ଯେ ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ନିକଟରେ କୃଷକ ନେତା ଲୋକନାଥ ଦଳେଇ ଓରଫ୍ ଟୁଟୁ ଅଟୋନଗର ମଧ୍ୟରେ ଏକ ଲୁହା ଦୋକାନରୁ ଲୁହା କିଣି ନିଜ କାର୍ ନିକଟକୁ ଆସୁଥିବାବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଚାରିଜଣ ଯୁବକ ପ୍ରଥମେ ତାଙ୍କ ମୁହଁରେ ଲଙ୍କାଗୁଣ୍ଡ ଫିଙ୍ଗି ଖଣ୍ଡାରେ ଆକ୍ରମଣ କରିଥିଲେ। ଲୋକନାଥଙ୍କ ପାଟି ଶୁଣି ଘଟଣା ସ୍ଥଳରେ କିଛି ଲୋକ ପହଞ୍ଚି ଯିବାରୁ ଯୁବକ ମାନେ ପୂର୍ବରୁ ଆଣିଥିବା ବାଇକ୍ ଯୋଗେ ଚମ୍ପଟ ମାରିଥିଲେ। ଅଂଚଳରେ କିଛି ସମୟ ପାଇଁ ଉତ୍ତେଜନା ଲାଗି ରହିଥିଲା। ଲୋକନାଥଙ୍କ ବାମଜଂଘ ଏବଂ ପିଠିରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ବଡ଼ମେଡ଼ିକାଲ୍‌କୁ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସଦରଥାନା ଅନ୍ତର୍ଗତ ବାସୁଦେବ ନଗର ଷଷ୍ଠ ଲାଇନ୍‌ରେ ଜଣେ ନବବିବାହିତା ମହିଳାଙ୍କୁ ଶ୍ୱଶୁର ଘର ଲୋକେ ମିଶି ତଣ୍ଟି ଚିପି ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ମୃତ ମହିଳା ଜଣକ ହେଲେ ଲକ୍ଷ୍ମୀନାରାୟଣ ବିଷୋୟୀଙ୍କ ସ୍ତ୍ରୀ କୁନି ଜେନା। ଘଟଣାରୁ ପ୍ରକାଶ ଯେ କୁନି ଗତ କିଛି ମାସ ହେଲା ଲକ୍ଷ୍ମୀନାରାୟଣଙ୍କୁ ବିବାହ କରିଥିବାବେଳେ ସେ ୩ ମାସର ଗର୍ଭବତୀ ଥିଲେ। କୌଣସି କାରଣକୁ ନେଇ ପରିବାର ଲୋକେ କୁନିକୁ ଭଲ ପାଉନଥିବାବେଳେ ବାରମ୍ବାର ଶାରୀରିକ ମାନସିକ ନିର୍ଯ୍ୟାତନା ମିଳୁଥିଲା। ଆଜି କୁନିଙ୍କ ବାପାଘର ଲୋକେ କୁନିର ମୃତ୍ୟୁ ହୋଇଛି ବୋଲି ଜାଣିବା ପରେ ହତ୍ୟା ସଂଦେହ କରି ସଦରଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଝିଅକୁ ଶ୍ୱଶୁର ଘର ଲୋକେ ତଣ୍ଟିଚିପି ମାରିଥିବା ନେଇ ସେମାନେ କହିଥିଲେ। ଅଭିଯୋଗ ପାଇବା ପରେ ମାଜିଷ୍ଟ୍ରେଟ ଏବଂ ସଦରଥାନା ଅଧିକାରୀଙ୍କ ଉପସ୍ଥିତିରେ ପଞ୍ଚନାମା କରାଯାଇ ମୃତଦେହକୁ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: କରୋନା କଟକଣା କିଛି ପରିମାଣରେ ହ୍ରାସ ହେବା ପରେ ରାଜ୍ୟରେ ଟ୍ରାଫିକ୍ ନିୟମକୁ କଡ଼ାକଡ଼ି କରାଯିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ପୁଣି ହେଲ୍‌ମେଟ ଚେକିଂ କରାଯିବା ସହ ଗାଡ଼ି କାଗଜପତ୍ର ଯାଞ୍ଚ କଡ଼ାକଡ଼ି କରିଯିବାକୁ ଆଜି ଚିଠି ହୋଇଛି। ହେଲ୍‌ମେଟ୍ ପିନ୍ଧି ନଥିଲେ ନିଲମ୍ବିତ ହେବେ ଦୁଇଚକିଆ ଯାନ ଚାଳକଙ୍କ ଡ଼ିଏଲ୍‌, ଖିଲାପୀ ଚାଳକଙ୍କୁ ଡ଼୍ରାଇଭିଂ ଲାଇସେନସ ୩ ମାସ ପାଇଁ ରବ୍ଦ କରାଯିବ। ଏହାସହ ନିୟମ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ଡ଼ିଜିପିଙ୍କୁ ଚିଠି ଲେଖିଲେ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଡ଼ିଏଲ୍ ନିଲମ୍ବନର ଜିଲ୍ଲାୱାରୀ ରିପୋର୍ଟ ୭ ଦିନରେ ଦାଖଲ ପାଇଁ ଚିଠି, ୨୦୧୯ ଓ ୨୦୨୦ ଅକ୍ଟୋବର ଯାଏଁ ଖିଲାପର ରିପୋର୍ଟ ଦେବେ ଡ଼ିଜିପି। ସୁପ୍ରିମକୋର୍ଟ କମିଟିରେ ଦାଖଲ ହେବ ଡ଼ିଏଲ୍ ନିଲମ୍ବନର ବିସ୍ତୃତ ରିପୋର୍ଟ। ତେବେ ଏହି ନିୟମ କାର୍ଯ୍ୟକାରୀ ହେବା ପରେ ଅମାନିଆ ଗାଡ଼ି…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଆଜି ହେଉଛି ବିଶ୍ୱ ପାଇଖାନା ଦିବସ। ଦେଶରେ ଅନେକ ସ୍ଥାନରେ ଏହି ଦିବସକୁ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ନରେନ୍ଦ୍ରପୁର ପଂଚାୟତ ବଡଶିରେଇପୁର ଗ୍ରାମରେ ମଧ୍ୟ ଏହି ଦିବସକୁ ପାଳନ କରାଯାଇଛି। କାର୍ଯ୍ୟକ୍ରମ ପୂର୍ବରୁ ପ୍ରଥମେ ମହିଳାମଣ୍ଡଳ, ସହଯୋଗୀ ଓ ଅତିଥୀମାନେ ଗ୍ରାମ ପରିକ୍ରମା କରିଥିଲେ। ସ୍ୱଚ୍ଛତାର ସ୍ଲୋଗାନ ମାଧ୍ୟମରେ ଗ୍ରାମକୁ ସ୍ୱଚ୍ଛତା ରଖିବା, ବାହାରେ ମଳତ୍ୟାଗ ନକରି ପାଇଖାନା ବ୍ୟବହାର କରିବା ପାଇଁ ଲୋକମାନଙ୍କ ମଧ୍ୟରେ ସଚେତନ ସୃଷ୍ଟି କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ଫିନିସ ସୋସାଇଟିର ନେତୃତ୍ୱ, ଗ୍ରାମର ନିଗ୍ରାଣି କମିଟିର ତତ୍ତ୍ବାବଧାନରେ, ୧୭ଟି ମହିଳା ମଣ୍ଡଳର ୧୭୫ ଜଣ ମହିଳା, ଗ୍ରାମ ସଭାପତି ପ୍ରବୋଧ କୁମାର ବିଶ୍ବାଳ, ସମ୍ପାଦକ ଭଗବାନ ଦାସ, ଝୁଲଣ ଜେନା, ବୁଲାରାମ ପ୍ରଧାନଙ୍କ ସହ ପ୍ରବର୍ତ୍ତକ ପ୍ରମୋଦ ପ୍ରଧାନ, ନିରଞ୍ଜନ ପ୍ରଧାନ, ମହେଶ ପାତ୍ର, ମାଧବ ବିଶୋଇ, ବିନାୟକ ଜେନା, ଅନନ୍ତ ପାଇକରାୟ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଆଜି ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ତଥା ଲୌହମାନବୀ ଭାରତରତ୍ନ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ଜନ୍ମତିଥିରେ ଗଂଜାମ କଂଗ୍ରେସରେ ଦେଖାଦେଇଛି ଅନ୍ତଃଦ୍ବନ୍ଦ। ଇନ୍ଦିରାଙ୍କ ଜନ୍ମତିଥିରେ ମଧ୍ୟ କଂଗ୍ରେସରେ ଭିତରେ ଥିବା ଗୋଷ୍ଠୀ କନ୍ଦଳ ବାରି ହୋଇ ପଡ଼ୁଥିଲା। କାରଣ ବ୍ରହ୍ମପୁର ପୁୁରୁଣା ବସ୍‌ଷ୍ଟାଣ୍ଡ ନିକଟସ୍ଥ ଇନ୍ଦିରାଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଦିନ ୧୦.୩୦ ପର୍ଯ୍ୟନ୍ତ କୌଣସି କଂଗ୍ରେସ କର୍ମୀ କିମ୍ବା ନେତା ଫୁଲମାଳଟିଏ ଦେବାକୁ ମଧ୍ୟ ଆସି ନ ଥିଲେ। ଏନେଇ ସାମାଜିକ ଗଣମାଧ୍ୟମରେ ପ୍ରଚାର ହେଲା ପରେ କିଛି କର୍ମୀ ତତ୍ପରତା ଦେଖାଇ ଆସି ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କର ପ୍ରତିମୂର୍ତ୍ତିରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ଦେଖିବାକୁ ମିଳିଥିଲା। ମୁଖ୍ୟତଃ କଂଗ୍ରେସର ଏହି ଅବସ୍ଥା ପାଇଁ ଦାୟୀ କିଏ ଏହା ଏକ ଅମୀମାସିଂତ ପ୍ରଶ୍ନ କହିଲେ କିଛି ଭୁଲ ହେବ ନାହିଁ। ଯେତେବେଳେ ନିର୍ବାଚନ ଆସିଲା ସାଂସଦ ପ୍ରାର୍ଥୀ ହେବା ପାଇଁ କଂଗ୍ରେସର ଖୋଜା ପଡ଼ିଲା। ଗଂଜାମ…

Read More

ମୂମ୍ବାଇ / ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌) ଓ ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ (ଆର୍‌ଆର୍‌ଭିଏଲ୍‌) ପକ୍ଷରୁ ଆରଆର୍‌ଭିଏଲ୍‌ରେ ସହଯୋଗୀ ସାମିଲ କରିବା ଏବଂ ପୁଞ୍ଜିନିବେଶ ହାସଲ ପ୍ରକ୍ରିୟାର ବର୍ତ୍ତମାନର ପର୍ଯ୍ୟାୟକୁ ସମ୍ପୂର୍ଣ୍ଣ କରାଯାଇଛି। ଆର୍‌ଆର୍‌ଭିଏଲ୍ ପକ୍ଷରୁ ଆର୍ଥିକ ସହଯୋଗୀମାନଙ୍କ ଠାରୁ ମୋଟ ୪୭,୨୬୫ କୋଟି ଟଙ୍କା ପୁଞ୍ଜି ହାସଲ କରାଯାଇଥିବା ବେଳେ ସେମାନଙ୍କୁ ୬୯,୨୭,୮୧,୨୩୪ ଇକ୍ୱିଟି ସେୟାର ଜାରି କରାଯାଇଛି। ସମ୍ପୂର୍ଣ୍ଣ ବିଘଟିତ ଭାବେ ଏହି ସେୟାର ଜାରି କରାଯାଇଛି। ଚଳିତ ପାଣ୍ଠି ହାସଲ ପର୍ଯ୍ୟାୟରେ ସିଲ୍‌ଭର୍ ଲେକ୍ ପାର୍ଟନର୍ସ ପକ୍ଷରୁ ଦୁଇଟି ପର୍ଯ୍ୟାୟରେ ଯଥାକ୍ରମେ ୭୫୦୦ କୋଟି ଟଙ୍କା ଓ ୧୮୭୫ କୋଟି ଟଙ୍କା ନିବେଶ କରାଯାଇଥିବା ବେଳେ କେକେଆର୍ ୫୫୫୦ କୋଟି ଟଙ୍କା, ମୁବାଦଲା ୬୨୪୭.୫୦ କୋଟି ଟଙ୍କା, ଏଡିଆଇଏ ୫୫୧୨.୫୦ କୋଟି ଟଙ୍କା, ଜିଆଇସି ୫୫୧୨.୫୦ କୋଟି ଟଙ୍କା, ଟିପିଜି ୧୮୩୭.୫୦ କୋଟି ଟଙ୍କା, ଜେନେରାଲ୍ ଆଟ୍‌ଲାଟିଂକ୍ ୩୬୭୫ କୋଟି ଟଙ୍କା ଓ…

Read More

ଭୁବନେଶ୍ବର, ବର୍ତ୍ତମାନ ବିଜେପିର ଅନ୍ତଃଦ୍ବନ୍ଦ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି। ଯାହାର ପ୍ରମାଣ ମିଳିଛି ଖୋର୍ଦ୍ଧା ଜିଲ୍ଲା ସଭାପତି ପଦବୀକୁ ନେଇ। ଏବେ ପୁଣିଥରେ ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ଭାବେ ରଶ୍ମୀ ରଂଜନ ମହାପାତ୍ରଙ୍କୁ ପୁନଃନିଯୁକ୍ତି ଦିଆଯାଇଛି। ଏ ନେଇ ରାଜ୍ୟ ସଭାପତି ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି। ଦୁଇ ଧାଡିଆ ଏହି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ରଶ୍ମୀରଂଜନଙ୍କୁ ଖୋର୍ଦ୍ଧା ଜିଲ୍ଲା ସଭାପତି ଭାବେ ପୁନଃସ୍ଥାପିତ କରାଯାଇଛି। ଆଠଦିନ ତଳେ ସେହି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମତି ପରେ ଏକ ପ୍ରେସ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେଥିରେ କୁହାଯାଇଥିଲା ଯେ ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ଦଳୀୟ ଶୃଙ୍ଖଳା ଭଙ୍ଗ କରୁଥିବାରୁ ତାଙ୍କୁ ସଭାପତି ପଦରୁ ଅବ୍ୟାହତି ଦିଆଗଲା। ନୂଆ ସଭାପତି ଭାବେ ଯତୀନ ମହାନ୍ତିଙ୍କୁ ନିଯୁକ୍ତି ଦିଆଗଲା। ଏବେ ସେ ପୁଣି ବଦଳି ଗଲେ ଆଉ ସେହି ଦଳୀୟ ଶୃଙ୍ଖଳା ଭଙ୍ଗ କରୁଥିବା…

Read More

ଭୁବନେଶ୍ବର, ଆଜି ଭୁବନେଶ୍ବର ପାଳିତ ହୋଇଛି 69 ତମ ରାଜ୍ୟ ସ୍ତରୀୟ ଗୋସମ୍ବର୍ଦ୍ଧନା ଉତ୍ସବ। ଓଡିଶା ପ୍ରାଣୀ ଚିକିତ୍ସା ପରିଷଦରେ ଆୟୋଜିତ ଏହି ଉତ୍ସବରେ କୃଷି ଓ କୃଷକ ଶସକ୍ତିକରଣ,ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଯୋଗଦେଇଥିଲେ। ଏଥିରେ ପରିଷଦରେ ଥିବା ଗାଈମାନଙ୍କୁ ପୂଜା କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସଭାରେ ମନ୍ତ୍ର ରାଜ୍ୟର ଗୋ ସଂପଦ ଉପରେ ବିସ୍ତୁତ ତଥ୍ୟ ରଖିଥିଲେ। ସେ କହିଥିଲେ ଯେ ରାଜ୍ୟରେ 2018 ମସିହାରେ ଦୈନିକ ଦୁଗ୍ଧ ଉତ୍ପାଦନ 63 ଲକ୍ଷ ଲିଟର ରହିଥିଲା। ହେଲେ ଏହା 2019 ମସିହାରେ ଏହା 64 ଲକ୍ଷ ଲିଟରରେ ପହଁଚିପାରିଛି। ସେହିପରି ଗାଈମାନଙ୍କୁ ଘାସ ଦେବା ପାଇଁ ମଧ୍ୟ ଗୋଚାଷୀଙ୍କୁ ଉତ୍ସାହିତ କରାଯାଉଛି। ଚଳିତ ବର୍ଷ 18 ହଜାର 942ଟି ଘାସ ମଞ୍ଜି କିଟ୍ ଚାଷୀଙ୍କୁ ପ୍ରଦାନ କରାଯାଇଛି। ଏହି ଉତ୍ସବରେ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ।

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ୧ ହଜାର ୧୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ସୁନ୍ଦରଗଡରୁ ସର୍ବାଧିକ ୧୪୧ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୧୦୨, ଖୋର୍ଦ୍ଧାରୁ ୯୫,  ଅନୁଗୁଳରୁ ୭୫, କେନ୍ଦ୍ରାପଡାରୁ ୫୯, ମୟୂରଭଞ୍ଜରୁ ୫୫, ଜଗତସିଂହପୁରରୁ ୫୦, କୋରାପୁଟରୁ ୪୧, ନୂଆପଡ଼ାରୁ ୩୯, କେନ୍ଦୁଝରରୁ ୩୭, ବରଗଡରୁ ୩୦, ପୁରୀରୁ ୨୯, ବାଲେଶ୍ବରରୁ ୨୮, ଢେଙ୍କାନାଳରୁ ୨୬, ନବରଙ୍ଗପୁରରୁ ୨୪, ବଲାଙ୍ଗିରିରୁ ୨୩, କଳାହାଣ୍ଡିରୁ ୨୨, ଯାଜପୁରରୁ ୨୧, ନୟାଗଡରୁ ୧୭, ଗଞ୍ଜାମରୁ ୧୫, ଝାରସୁଗୁଡାରୁ ୧୨, ସମ୍ବଲପୁରରୁ ୧୨, ରାୟଗଡାରୁ ୧୦, ସୋନପୁରରୁ ୧୦, କନ୍ଧମାଳରୁ ୯, ଦେବଗଡରୁ ୫, ଭଦ୍ରକରୁ ୪, ମାଲକାନଗିରିରୁ ୪, ବୌଦ୍ଧରୁ ୩, ଗଜପତିରୁ ୧ ଏବଂ ଷ୍ଟେଟ ପୁଲରୁ ୨୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ…

Read More

ରମେଶ ମହାନ୍ତି ଜଗତସିଂହପୁର: ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହ ଠାରେ ଜିଲ୍ଲାପାଳ-ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ନିମନ୍ତେ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ମତେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ୧୬.୧୧.୨୦୨୦ରିଖ ଠାରୁ ସମଗ୍ର ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ତା ୧୬.୧୧.୨୦୨୦ ରିଖ ଠାରୁ ସମସ୍ତ ନିର୍ବାଚନ ମଣ୍ଡଳୀର ପଂଜିକରଣ ଅଧିକାରୀ ତଥା ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ସମସ୍ତ ମତଦାନ କେନ୍ଦ୍ର(ବୁଥ୍‌)ରେ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଏହି ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ତା ୧୫.୧୨.୨୦୨୦ରିଖ ପର୍ଯ୍ୟନ୍ତ ଚାଲୁ ରହିବ। ଏହି ସମୟ ମଧ୍ୟରେ ମତଦାତାମାନେ ସେମାନଙ୍କର ଭୋଟର ତାଲିକା ସଂକ୍ରାନ୍ତୀୟ ତଥ୍ୟ ଯାଚଂ କରିପାରିବେ ଏବଂ ଆବଶ୍ୟକ ସ୍ଥଳେ ସଂଶୋଧନ ନିମନ୍ତେ ଆବେଦନ କରିପାରିବେ। ୨୦୨୧…

Read More

ଭୁବନେଶ୍ୱର:  ଆସନ୍ତା ଶିକ୍ଷାବର୍ଷ ରାଜ୍ୟରେ ଆଉ ତିନୋଟି ମେଡିକାଲ କଲେଜ ହେବ । ଖୁବଶୀଘ୍ର ତାଳଚେର, ସୁନ୍ଦରଗଡ଼ ଓ ପୁରୀରେ ହେବାକୁ ଯାଉଛି ତିନୋଟି ମେଡିକାଲ କଲେଜ । 3ଟି ମେଡିକାଲ କଲେଜର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ପ୍ରତି ମେଡିକାଲ କଲେଜରେ 100 ଟି ସିଟ୍‌ ରହିବ। ଚଳିତ ବର୍ଷ ଡିସେମ୍ବର ସୁଦ୍ଧା 3ଟି କଲେଜର କୋଠା କାମ ସାରିବାକୁ ନିର୍ଦ୍ଦେଶ ରହିଛି । କୋଠା କାମ ସାରି ଆଡ୍‌ମିଶନ୍‌ ପାଇଁ ଏମ୍‌ସିଆଇକୁ ଜଣାଇବାକୁ ନିର୍ଦ୍ଦେଶ ରହିଛି ।

Read More