ସୀତାରାମ ଅଗ୍ରଓ୍ବାଲ ବାଣପୁର: ଆଜି ସନ୍ଧ୍ୟାବେଳେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ସବ୍ଜେଲ୍ରେ ଜଣେ ବିଚରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ସବ୍ଜେଲ୍ କର୍ତ୍ତୃପକ୍ଷ କୋଶଳ ପଦ୍ମିନୀ ଦଳବେହେରାଙ୍କ ସୂଚନାନୁଯାୟୀ, ଆଜି ସନ୍ଧ୍ୟା ୫:୧୦ ମିନିଟ୍ରେ ବାଣପୁର ସବ୍ଜେଲ୍ରେ ଏହି ଅଘଟଣ ଘଟିଛି। ମୃତ୍ୟୁବରଣ କରିଥିବା ବିଚରାଧୀନ କଏଦୀଙ୍କ ନାମ ହେଉଛି ଶିବୁନ୍ କୁସ୍କୁ (୪୦)। ସେ ଆସାମର ବାସିନ୍ଦା ହୋଇଥିବାବେଳେ ଗତକାଲି ଝାରପଡା ଜେଲ୍ରୁ ବାଣପୁର ସବ୍ଜେଲ୍କୁ ସ୍ଥାନାନ୍ତର ହୋଇଥିଲେ। ବାଣପୁର ସବ୍ଜେଲ୍ର ପ୍ରଥମ ମହଲାରୁ ଅସାବଧାନତା କାରଣରୁ ଖସିପଡିଥିଲେ। ତୁରନ୍ତ ତାଙ୍କୁ ଜେଲ୍ କର୍ମଚାରୀ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ, ମାତ୍ର ଯିବା ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ଜେଲ୍ କର୍ତ୍ତୃପକ୍ଷ ବାଣପୁର ପୋଲିସ୍କୁ ସୂଚନା ଦେଇଛନ୍ତି। ଏହି ଘଟଣା ପରେ ଜେଲ୍ ପରିସରରେ କଏଦୀଙ୍କ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Author: Samikhsya Bureau
ରମେଶ ମହାନ୍ତି ଜଗତସିଂହପୁର : ଆଜି ପୈାର ପରିଷଦ,ଜଗତସିଂହପୁର କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଓରମାସ ପକ୍ଷରୁ ଏକ କୋଭିଡ୍ କିଓସ୍କ ଷ୍ଟଲ ଉଦ୍ଘାଟିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ସରୋକ କୁମାର ମିଶ୍ର ଏହି ଷ୍ଟଲକୁ ଉଦ୍ଘାଟନ କରି କହିଲେ ଜିଲ୍ଲାରେ ମହିଳା ଉତ୍ପାଦକ ଗୋଷ୍ଠୀ ଯେପରି ତାଙ୍କର ଉତ୍ପାଦିତ ପଦାର୍ଥ ବିକ୍ରୀକରି ଲାଭବାନ୍ ହୋଇପାରିବେ । ଏହା ଦ୍ୱାରା ସେମାନେ ସ୍ୱାବଲମ୍ବନଶୀଳ ହେବେ ଏବଂ ସେମାନଙ୍କର ଅର୍ଥନୈତିକ ଅଭିବୃଦ୍ଧି ସମ୍ଭବ ହୋଇପାରିବ । କୋଭିଡ୍ କିଓସ୍କର ମୁଖ୍ୟ ଉଦ୍ଦଶ୍ୟ ହେଉଛି ମହିଳା ମାନେ ସ୍ୱାବଲମ୍ବୀ ହେବା ସହ କୋଭିଡ୍ ମୁକାବିଲା ସମ୍ବଦ୍ଧୀୟ ଉତ୍ପାଦ ଯଥା-ସାନିଟାଇଜର,ହ୍ୟାଣ୍ଡଓାସ୍, ମାସ୍କ,ଗ୍ଲୋଭ୍ସ,ପ୍ଲୋଂର କ୍ଲିନିଙ୍ଗ୍ ଲିକ୍ୟୁଡି ଆଦି ଲୋକଙ୍କ ପାଖରେ ସୁଲଭ ମୂଲ୍ୟରେ ପହଚାଂଇ ପାରିବେ । ଉକ୍ତ କାର୍ଯ୍ୟକ୍ରମଟିକୁ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଓର୍ମାସ, ଜୀବିକା ମିଶନ ଏବଂ ମିଶନ୍ ଶକ୍ତିର ମିଳିତ ଉଦ୍ୟମରେ ଆୟୋଜନ କରାଯାଇଅଛି । ଏହା ନଭେମ୍ବର…
ଇସ୍ଲାମ୍ବାଦ୍ : କୁଖ୍ୟାତ ଆତଙ୍କବାଦୀ ହାଫିଜ୍ ସଇଦ୍କୁ 10 ବର୍ଷ ଜେଲ୍ ଦଣ୍ଡ ଆଦେଶ ମିଳିଛି । ମୁମ୍ବାଇ ଆତଙ୍କୀ ଆକ୍ରମଣର ଅଭିଯୁକ୍ତ ଓ ଆତଙ୍କବାଦୀଙ୍କ ପାଇଁ ଅର୍ଥ ଯୋଗାଡ କରିବା(ଟେରର୍ ଫଣ୍ଡ) ମାମଲାରେ ଆତଙ୍କବାଦୀ ହାଫିଜ୍ ସଇଦ୍କୁ ପାକିସ୍ତାନ ଆତଙ୍କବାଦୀ ନିରୋଧୀ କୋର୍ଟ 10 ବର୍ଷ ଜେଲ୍ ଦଣ୍ଡ ଆଦେଶ ଦେଇଛି । ପାକିସ୍ତାନର ଆଣ୍ଟି ଟେରୋରିଜମ୍ କୋର୍ଟ ‘ଜମାତ୍-ଉଦ୍-ଦାବା’ ସଂଗଠନର ମୁଖ୍ୟ ହାଫିଜ ବିରୋଧରେ ଏହି ରାୟ ଦେଇଛନ୍ତି । ଗତ ବର୍ଷ ଜୁଲାଇ 17 ତାରିଖରେ ହାଫିଜ୍କୁ ଗିରଫ କରାଯାଇଥିଲା । ଏବେ ଲାହୋର୍ ଜେଲ୍ରେ ବନ୍ଦୀ ଭାବେ ରହିଛି ହାଫିଜ୍ । ଗତବର୍ଷ ଫେବ୍ରୁଆରୀରେ ଲାହୋର ଆଣ୍ଟି ଟେରୋରିଜମ୍ କୋର୍ଟ ଆତଙ୍କୀ କାର୍ଯ୍ୟକଳାପକୁ ସହାୟତା ଦେଉଥିବା ନେଇ 11 ବର୍ଷ ଜେଲ୍ ଦଣ୍ଡ ଶୁଣାଇଥିଲେ । ୨୦୦୮ରେ ମୁମ୍ବାଇରେ ହୋଇଥିବା ଆତଙ୍କୀ ଆକ୍ରମଣ ମାମଲାରେ ହଫିଜ୍ ସଇଦ୍ ଭାରତର ଓ୍ଵାଣ୍ଟେଡ୍ ତାଲିକାରେ ରହିଛି । ସୂଚନାଯୋଗ୍ୟ…
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ଥିବା ୮ଟି ବ୍ଲକ ମଧ୍ୟରୁ ୬ଟି ବ୍ଲକରେ ନିୟମିତ ଶିକ୍ଷା ଅଧିକାରୀ ନଥିବା ସମୟରେ ରଘୁନାଥପୁର ଓ ନାଉଗାଁ ବ୍ଲକରେ ନିୟମିତ ଅଧିକାରୀ ଥିଲେ । ଗଣଶିକ୍ଷା ବିଭାଗ ପକ୍ଷରୁ ୧୬ ତାରିଖରେ ପ୍ରକାଶିତ ୧୬୬୪୯ ବିଜ୍ଞପ୍ତି ଅନୁସାରେ ରାଜ୍ୟର ୬୨ଜଣ ସହ ଶିକ୍ଷା ଅଧିକାରୀ ପଦୋନ୍ନତି ପାଇ ଶିକ୍ଷା ଅଧିକାରୀ ହୋଇଛନ୍ତି । ସେଥିମଧ୍ୟରୁ ଜଗତସିଂହପୁର ଜିଲ୍ଲାର ୫ଟି ବ୍ଲକ ପାଇଁ ୫ଜଣ ଶିକ୍ଷା ଅଧିକାରୀ ଏରସମା ବ୍ଲକ ପାଇଁ ଗୋଲେଖ ପ୍ରଧାନ , ବାଲିକୁଦା ବ୍ଲକ ପାଇଁ ବାଇଧର ତ୍ରିପାଠୀ , କୁଜଙ୍ଗ ବ୍ଲକ୍ ପାଇଁ ଅତୁଲ୍ୟ ନନ୍ଦ ପ୍ରଧାନ, ତିର୍ତ୍ତୋଲ ବ୍ଲକ୍ ପାଇଁ ସୁଷମା ମଲ୍ଲିକ ଓ ବିରିଡ଼ି ବ୍ଲକ ପାଇଁ ବିଜୟ କୁମାର ସେନାପତି ନୂଆ ନିଯିକ୍ତି ପାଇଥିବା ଜଣାପଡିଛି। ଏବେ ଜିଲ୍ଲାର ୮ଟି ବ୍ଲକ ମଧ୍ୟରୁ ସାତ ବ୍ଲକରେ ଶିକ୍ଷା ଅଧିକାରି ଅବସ୍ଥାପିତ ହେବା ସମୟରେ ଜିଲ୍ଲାର…
ବିହାର : ବିହାର ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ଆଜି ବିହାର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି ଶିକ୍ଷଶମନ୍ତ୍ରୀ ମେଓ୍ବାଲାଲ୍ ଚୌଧୁରୀ । ମନ୍ତ୍ରୀ ପଦରେ ତିନି ଦିନ ରହିବା ପରେ ଇସ୍ତଫା ଦେଇଛନ୍ତି ଶିକ୍ଷା ମନ୍ତ୍ରୀ । ବିହାର ମନ୍ତ୍ରୀ ।ବିହାରର ନବନିଯୁକ୍ତ ଶିକ୍ଷାମନ୍ତ୍ରୀ ମେଓ୍ବାଲାଲ ଚୌଧୁରୀ ଇସ୍ତଫା ଦେଇଛନ୍ତି । ବହୁ ହଙ୍ଗମା ସତ୍ତ୍ବେ ଗୁରୁବାର ଦିନ ଶିକ୍ଷା ମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିଥିଲେ । ଦୁର୍ନୀତି ଅଭିଯୋଗରେ ସେ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି। ଇସ୍ତଫା ଦେବା ପରେ ଚୌଧୁରୀ କହିଛନ୍ତି ଯେ ତାଙ୍କ ବିରୋଧରେ କୌଣସି ଦୁର୍ନୀତି କରିଥିବାର ପ୍ରମାଣିତ ହୋଇ ନାହିଁ। ମନ୍ତ୍ରୀ ହେବା ପରେ ବିଭିନ୍ନ ମହଲରୁ ସମାଲୋଚନା ହୋଇଥିଲେ ମେଓ୍ବାଲାଲ । ଗତ ଦୁଇ ଦିନ ଧରି ଆର୍ଜେଡି ମେଓ୍ବାଲାଲ୍ ଚୌଧୁରୀଙ୍କ ବିରୋଧରେ ଭଷ୍ଟ୍ରାଚାରର ଅଭିଯୋଗ ଆଣିଥିଲା। ଏପରିକି ମେଓ୍ବାଲାଲଙ୍କ ସ୍ତ୍ରୀଙ୍କ ମୃତ୍ୟୁ ପଛରେ ମେଓ୍ବାଲାଲଙ୍କ ହାତ ରହିଥିବା ନେଇ ଅଭିଯୋଗ…
ଭୁବନେଶ୍ବର : ଆସନ୍ତାକାଲି ଘନ କୁହୁଡି ପାଇଁ 7ଟିଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । କଟକ, ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, ଯାଜପୁର, କନ୍ଧମାଳ, ବାଲେଶ୍ବର ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା 2 ଦିନ ଆଭ୍ୟନ୍ତରୀଣ ଜିଲ୍ଲାରେ ବି ଘନକୁହୁଡି ଦେଖାଯିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।
ଗୁରୁଗାଁଓ, ଗତ 3 ତାରିଖରେ ପୂଜା ଶର୍ମାଙ୍କଠାରୁ ଗାଡି ଚୋରାଇ ନେବା ପାଇଁ ଗୁଳିକରି ହତ୍ୟା କରିଥିବା ତିନି ଜଣଙ୍କୁ ଆଜି ପୋଲିସ ଗିରଫ କରିଛି। ତିନିଜଣଙ୍କ ମଧ୍ୟରୁ ଜଣେ ମଧ୍ୟ ପ୍ରଦେଶର ହୋଇଥିବା ବେଳେ ଆଉ ଦୁଇଜଣ ହରିୟାନାର ବୋଲି ଜଣାପଡିଛି। ସେମାନଙ୍କୁ କୋର୍ଟରେ ହାଜର କରାଯାଇ ଜେଲ ପଠାଇ ଦିଆଯାଇଛି। ଗତ 3 ତାରିଖରେ ଗୁରୁଗାଁଓ ନିବାସୀ ପୂଜା ଏବଂ ତାଙ୍କର ଜଣେ ପୁରୁଷ ବନ୍ଧୁ ରାତିରେ ମଧ୍ୟପ୍ରଦେଶରୁ ଆସୁଥିଲେ। ରାସ୍ତାରେ ଏମାନଙ୍କୁ ପିଛା କରିଥିଲେ ଏହି ତିନି ଜଣ ଯୁବକ। ସେମାନେ ଉଭୟଙ୍କୁ ରାସ୍ତାରେ ଅଟକାଇ ଧମକ ଚମକ ଦେବା ସହିତ କାରକୁ ଛଡାଇବା ପାଇଁ ଚେଷ୍ଠା କରିଥିଲେ। ହେଲେ ଏଥିରେ ଉଭୟ ପୂଜା ଏବଂ ତାଙ୍କ ପୁରୁଷ ବନ୍ଧୁ ବାଧା ଦେଇଥିଲେ। ସେମାନେ କାରଟି ନେବାରେ ଅସଫଳ ହେବାରୁ ସେହି ସ୍ଥାନରେ ପୂଜାଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହାପରେ ସେମାନେ କାର ନେଇ ଫେରାର…
ଭବାନୀପାଟଣା : ପ୍ରେମ ନିବେଦନ କରିବା ଜଣେ ସରପଞ୍ଚଙ୍କୁ ବେଶ୍ ମହଙ୍ଗା ପଡିଛି । ପ୍ରେମ ନିବେଦନ କରି ସରପଞ୍ଚ ଏବେ ବନ୍ଧା ହୋଇଛନ୍ତି । ଆବାସ ଯୋଜନାରେ ଘର ଯୋଗାଇବା ବାହାନାରେ ଜଣେ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ ସରପଞ୍ଚ। ଏନେଇ ଅଭିଯୋଗ ହେବା ପରେ କଳାହାଣ୍ଡି ଜିଲ୍ଲା ମଦନପୁର-ରାମପୁର ଥାନା ପୁଲିସ ଆଜି ଅଭିଯୁକ୍ତ ସରପଞ୍ଚ ରମେଶ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସମ୍ପୃକ୍ତା ଯୁବତୀଙ୍କ ଏତଲା ଆଧାରରେ ପୋଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
ନୋଇଡା, ନୂଆଦିଲ୍ଲୀ ନିକଟସ୍ଥ ନୋଇଡା ବୁଦ୍ଧ ନଗରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ମୁସିଲମ ଯୁବକ ନିଜକୁ ହିନ୍ଦୁ ବୋଲି କହି ଜଣେ ହିନ୍ଦୁ ଯୁବତୀକୁ ବିବାହ କରିଛି। ହେଲେ ଘଟଣାଟି ଜଣାପଡିବା ପରେ ଯୁବକ ଜଣଙ୍କ ଝିଅ ଘରକୁ 25 ଲକ୍ଷ ଟଙ୍କା ମାଗିଛି। ତାହା ନ ହେଲେ ଘଟଣା ପ୍ରଘଟ କରିଦେବି ବୋଲି ଧମକ ଦେଇଛି। ଏ ନେଇ ନୋଇଡା ସେକ୍ଟର 20 ଥାନାରେ ଏକ ମାମଲା ଋଜୁ କରାଯାଇଛି। ପୋଲିସ କହିବା ଅନୁସାରେ ନୋଇଡାର ସାହିଲ ଖାନ ନିଜକୁ ସାହିଲ ସିଂ କହି ସେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଦେଇଥିଲା। ପରେ ଯୁବତୀ ରାଜି ହେବା ପରେ ବିବାହ କରିଥିଲା। ମୁସିଲମ ଯୁବକ ଜଣକ ଜାଲ କାଗଜ ପତ୍ର କରି ନିଜକୁ ସାହିଲ ସିଂ ବୋଲି ଉଲ୍ଲେଖ କରିଛି। ଯୁବତୀ ଜଣଙ୍କ ତାହାକୁ ବିଶ୍ବାସ କରି ବିବାହ କରିଦେଇଥିଲେ। ହେଲେ ପରେ ଜଣାପଡିଥିଲା ଯେ…
ନୂଆଦିଲ୍ଲୀ, ବର୍ତ୍ତମାନ ଦିଲ୍ଲୀରେ ଯେପର କରୋନା ସଂକ୍ରାମଣଙ୍କ ସଂଖ୍ୟା ବଢିବାରେ ଲାଗିଛି ସେଥିରେ ସରକାର ବିଚଳିତ ହୋଇପଡିଲେଣି। ଯାହା ପୁରୁଣା ନିୟମ ରହିଛି ତାହାକୁ ବର୍ତ୍ତମାନ କଡାକଡି ପାଳନ କରାଯିବାକୁ ନିଷ୍ପତି ନିଆଯାଇଛି। ସେହି ଅନୁସାରେ ବର୍ତ୍ତମାନ ଦିଲ୍ଲୀରେ ମାସ୍କ ନ ପିନ୍ଧିଲେ 2000 ଟଙ୍କା ଜରିମାନା ଦେବାକୁ ପଡିବ। ଏହା ପୂର୍ବରୁ ପାଞ୍ଚଶହ ଟଙ୍କା ଥିଲା। ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲା ଉପରାଜ୍ୟପାଳଙ୍କୁ ଭେଟି ଏହି ନୂଆ ନିୟମ ଉପରେ ଅନୁମତି ଆଣିଛନ୍ତି। ଏହାପରେ ଦିଲ୍ଲୀରେ କରୋନା ସଂକ୍ରାମଣକୁ ରୋକିବା ପାଇଁ ସବୁ ନିୟମରେ ପରିବର୍ତ୍ତନ କରାଯାଇ ତାହାର ପରିମାଣ ବୃଦ୍ଧି କରାଯିବ। ଏଥିସହିତ ମୁଖ୍ୟମନ୍ତ୍ରୀ ବିରୋଧୀ ଦଳଙ୍କୁ ରାଜନୀତି ନ କରି ଏପରି ସମୟରେ ସହଯୋଗର ହାତ ବଢାଇବା ପାଇଁ ଅନୁରୋଧ କରିଛନ୍ତି। ଲୋକମାନେ ବର୍ତ୍ତମାନ ବଡ ଆତଙ୍କିତ ଅବସ୍ଥାରେ ଗତି କରୁଥିବା ବେଳେ ତାହାକୁ ନେଇ ରାଜନୀତି ନ କରିବା ପାଇଁ ଅନୁରୋଧ କରିଛନ୍ତି।
ଜମ୍ମୁକାଶ୍ମୀର : ଜମ୍ମୁ-କାଶ୍ମୀରରେ ପୁଣି ଏନକାଉଣ୍ଟର । ସୁରକ୍ଷାବାହିନୀର ଗୁଳିରେ 4ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଟ୍ରକରେ ଆସୁଥିବା ଆତଙ୍କବାଦୀଙ୍କୁ ନିହତ କରିଛନ୍ତି ସୁରକ୍ଷାବାହିନୀ । ତେବେ ଜମ୍ମୁ-କଶ୍ମୀର ଜାତୀୟ ରାଜପଥ ନାଗରୋଟା ବାନ ଟୋଲପ୍ଲାଜା ନିକଟରେ ଏହି ଏନକାଉଣ୍ଟର ହୋଇଥିଲା। ଗୁଇନ୍ଦା ସୂଚନା ଅଧାରରେ ଟୋଲ ପ୍ଲାଜାରେ ନିକଟରେ ନାକାବନ୍ଦୀ କରି ଗାଡିମୋଟର ଚେକିଂକୁ ଜୋରଦାର କରାଯାଇଥିଲା । ଏକ ଟ୍ରକ୍ରେ ଆତଙ୍କବାଦୀ ଜମ୍ମୁକାଶ୍ମୀର ହାଇଓ୍ବେରେ କାଶ୍ମୀର ଯାଉଥିବା ସମୟରେ ସୁରକ୍ଷା କର୍ମୀ ଗାଡି ଯାଞ୍ଚ କରିଥିଲେ । ଏହି ସମୟରେ ସୁରକ୍ଷାକର୍ମୀଙ୍କୁ ଗୁଳିମାଡ କରିଥିଲେ ଆତଙ୍କବାଦୀ। ସୁରକ୍ଷା କର୍ମୀଙ୍କ ପାଲଟା ଆକ୍ରମଣରେ 4 ଆତଙ୍କବାଦୀ ନିହତ ହୋଇଛନ୍ତି । ଏହି ଘଟଣା ପରେ ଜମ୍ମୁ-କଶ୍ମୀର ଜାତୀୟ ରାଜପଥର ନଗରୋଟାରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ଏହା ସହ ଜମ୍ମୁ-କାଶ୍ମୀରର ରାଜପଥ ବନ୍ଦ ହେବା ସହ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି ।
ରାଉରକେଲା: ସ୍ଥାନୀୟ ଉଦିତନଗର ହାଇସ୍କୁଲ ପଡ଼ିଆରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ପଡ଼ିଆରେ ଥିବା ହଜାର ହଜାର ପ୍ଲାଷ୍ଟିକ ପାଇପରେ ଅଗ୍ନିକାଣ୍ଡ ଘଟିଛି । ସହରର ସ୍ୱରେଜ କାମ ପାଇଁ ଗଚ୍ଛିତ ରଖାଯାଇଥିବା ପ୍ଲାଷ୍ଟିକ ପାଇପରେ ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି । ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ 4ଟି ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଛନ୍ତି । ତେବେ ଅଗ୍ନିକାଣ୍ଡର କାରଣ ସମ୍ପର୍କରେ କିଛି ଜଣାପଡ଼ିନାହିଁ । ଅନ୍ୟପକ୍ଷରେ ପାଇପକୁ ହଟାଇବା ପାଇଁ 2ଟି ଜେସିବିକୁ ନିୟୋଜିତ କରାଯାଇଛି ।
ରମେଶ ମହାନ୍ତି ଜଗତସିଂହପୁର: ଜିଲ୍ଲା ସଦରମହକୁମାର ଏକ ବିଦ୍ୟାଳୟରେ ଜଣେ ଶିକ୍ଷୟିତ୍ରୀଙ୍କୁ ଚାକିରିରେ ଯୋଗଦେବାକୁ ନେଇ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଏବିଇଓଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। କୌଣସି ଲିଖିତ ନିର୍ଦ୍ଦେଶନାମା ନ ଥାଇ ମୌଖିକ ଭାବରେ ଶିକ୍ଷୟିତ୍ରୀଙ୍କୁ ଚାକିରିରେ ଅବସ୍ଥାପିତ କରିବାକୁ ନେଇ ଏହି ବିବାଦ ଆରମ୍ଭ ହୋଇଥିଲା। ଶେଷରେ ଏବିଇଓଜଣକ ନିଜ ପଦ ମର୍ଯ୍ୟାଦାର ଅପବ୍ୟବହାର କରିବା ପୂର୍ବକ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଗାଳି ଗୁଲଜ ଦେବା ସହ ସ୍କୁଲରେ ତାଲା ପକାଇବାକୁ ଧମକ ଦେଇଥିବାର ଜଣାଯାଇଛି। ମିଳିଥିବା ସୂଚନା ଅନୁସାରେ, ଜିଲ୍ଲା ସଦରମହକୁମାର ଏକ ବିଦ୍ୟାଳୟରେ ଜନୈକ ଏ.ବି.ଇ.ଓ. ମୈାଖିକ ଭାବରେ ଜଣେ ଶିକ୍ଷୟିତ୍ରୀଙ୍କୁ ଏକ ବିଦ୍ୟାଳୟରେ ଯୋଗ ଦେବାକୁ ପଠାଇଥିଲେ। ମାତ୍ର ଉକ୍ତ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଅଧିକାରୀଙ୍କର ଲିଖିତ ଚିଠି ନ ଦେଖି ସମ୍ପୃକ୍ତା ଶିକ୍ଷୟିତ୍ରୀଙ୍କୁ ଯୋଗଦେବାକୁ ଅନୁମତି ଦେଇନଥିଲେ। ଏହାପରେ ସମ୍ପୃକ୍ତା ଶିକ୍ଷୟିତ୍ରୀ ଜଣକ ଏ ସଂକ୍ରାନ୍ତରେ ଏବିଇଓଙ୍କୁ ଫୋନ୍ ଯୋଗେ…
କନ୍ଦର୍ପ ବେହେରା ରେଢାଖୋଲ: ଗତକାଲି ରାତିରେ ଡିମିରିକୁଦା ଗ୍ରାମ ନିକଟରେ ବାଇକ୍ ଦୁର୍ଘଟଣାରେ ରେଢାଖୋଲର ୨ ଜଣ ଯୁବକ ମୃତ୍ୟୁ ବରଣ କରିଥିବା ଖବର ରେଢାଖୋଲ ପୋଲିସ୍ ସୂତ୍ରରୁ ପ୍ରକାଶ। ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ରେଢାଖୋଲ ଯଦୁମଣିପାଟଣା ଏଲ୍.ଆଇ.ସି କଲୋନୀ ର ସ୍ୱର୍ଗତ ଇଂ.ପ୍ରଭାତ କୁମାର ପାଣିଗ୍ରାହୀଙ୍କ ପୁଅ ଅଭିଜିତ୍ ପାଣିଗ୍ରାହୀ (୨୭) ଏବଂ ରେଢାଖୋଲ ରଥସାହିର ବୈକୁଣ୍ଠ ପ୍ରଧାନଙ୍କ ପୁଅ ରାମଚନ୍ଦ୍ର ପ୍ରଧାନ (ଓଡି ୧୫ ଏନ୍ ୫୪୨୧)ମୋଟରସାଇକେଲରେ କୌଣସି କାମରେ ନାକଟିଦେଉଳ ଯାଇଥିଲେ। ସେମାନେ ରାତି ପ୍ରାୟ ୧୧ ଟା ସମୟରେ ବାଇକ୍ ରେ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ଡିମିରିକୁଡା ନିକଟସ୍ଥ ଏକ ପୋଲ ତଳେ ପ୍ରାୟ ୨୦ ଫୁଟ୍ ତଳକୁ ଛିଟିକି ପଡିଥିଲେ। ଜଙ୍ଗଲ ମଧ୍ୟରେ ଓ ଦୂରରେ ଗାଁ ଥିବାରୁ ଏହି ଦୁର୍ଘଟଣା ସଂପର୍କରେ କେହି ବି ଜାଣି ପାରି ନ ଥିଲେ। ଏପରିକି ପୋଲ ତଳକୁ ପଡିଯାଇଥିବାରୁ ଅନ୍ଧାର ରାତିରେ ରାସ୍ତାରେ…
ଭୁବନେଶ୍ବର: ରାଜ୍ୟରେ ଆଉ 17 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 1592କୁ ବୃଦ୍ଧି ହୋଇଛି। ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ 4 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ସମ୍ବଲପୁରରୁ 3 ଜଣ ଓ ଭୁବନେଶ୍ବରରୁ 2 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ଭଦ୍ରକ, କଟକ, ରାୟଗଡା, ଗଞ୍ଜାମ, ଗଜପତି, ନୟାଗଡ, କେନ୍ଦ୍ରାପଡାରୁ, ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
କଟକ : କଟକରେ ଏକ ଫାଇନାନ୍ସ କମ୍ପାନୀରୁ ବଡ଼ ଧରଣର ଡକାୟତି ହୋଇଛି। ନୟାସଡ଼କରେ ଥିବା ଆଇଆଇଏଫଏଲ୍ ନାମକ ଏକ ଫାଇନାନ୍ସ କମ୍ପାନୀରୁ ଏହି ଲୁଟ୍ ହୋଇଛି। ସୂଚନା ଅନୁସାରେ, ମାରଣାସ୍ତ୍ର ଦେଖାଇ ଦୁର୍ବୃତ୍ତମାନେ ବହୁ ଟଙ୍କା, ସୁନା ଲୁଟି ନେଇଛନ୍ତି। ଏହି ଲୁଟ୍ରେ ଚାରିଜଣ ଦୁର୍ବୃତ୍ତ ସାମିଲ ଥିବା ଡିସିପି ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ କମିଶନରେଟ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ସ୍ପଷ୍ଟ ଦିବାଲୋକରେ ଜନଗହଳିପୂର୍ଣ୍ଣ ସ୍ଥାନରୁ ଏଭଳି ଏକ ବଡ ଧରଣର ଡାକୟତି କରି ଅପରାଧୀମାନେ ପୋଲିସ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ।
ଭୁବନେଶ୍ବର: ରାଜ୍ୟରେ ଆଜି ୮୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୪୯୯ ଜଣ ଚିହ୍ନଟ ହୋଇଥିବାବେଳେ ୩୬୯ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୧ହଜାର ୭୮୮କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୧ ହଜାର ୭୭୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 8 ହଜାର ୩୬୬ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୫୭୫ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ମୋଟ୍ 868 ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୧୨୬ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳରୁ ୫୪, ବାଲେଶ୍ଵରରୁ…
ନୂଆଦିଲ୍ଲୀ : ଦେଶରେ ଗତ 24ଘଣ୍ଟାରେ 45 ହଜାର 576 ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 585ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 89 ଲକ୍ଷ 58 ହଜାର 484କୁ ବୃଦ୍ଧି ହୋଇଥିବାବେଳେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 1 ଲକ୍ଷ 31 ହଜାର 578 । ଦେଶରେ ଏବେସୁଦ୍ଧା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 4 ଲକ୍ଷ 43 ହଜାର 303 ଜଣ ରହିଥିବାବେଳେ ସୁସ୍ଥ ହୋଇଛନ୍ତି 83 ଲକ୍ଷ 83 ହଜାର 602 ଜଣ । ଦିଲ୍ଲାରେ ବଢୁଥିବା କରୋନା କେସ୍ ବର୍ତ୍ତମାନ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।I
ମୁମ୍ବାଇ : ବଲିଉଡ୍ ଭାଇଜାନ୍ ସଲମାନ ଖାନ୍ ଏବେ ନିଜକୁ ଆଇସୋଲେଟ୍ କରିଛନ୍ତି । ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଡ୍ରାଇଭର ସମେତ ଦୁଇଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ସେମାନଙ୍କ ସଂସ୍ପର୍ଶରେ ଆସିଥିବାରୁ ସଲମାନ ଖାନ ଏବେ ନିଜକୁ ସଙ୍ଗରୋଧ କରିଛନ୍ତି। କରୋନା ଦ୍ବାରା ଆକ୍ରାନ୍ତ ହେବାର ଆଶଙ୍କା ଥିବାରୁ ସେ ନିଜକୁ ଘରେ ସଙ୍ଗରୋଧ କରିଛନ୍ତି। ଆଗାମୀ 14ଦିନ ପର୍ଯ୍ୟନ୍ତ ସେ ନିଜ ପରିବାର ସହ ସଙ୍ଗରୋଧରେ ରହିବାର ନିଷ୍ପତ୍ତି ନେଇଥିବା ଜଣା ପଡ଼ିଛି। ତେବେ ସଲମାନ୍ ବିଗ୍ବସ୍ ସିଜିନ୍ 14ର ହୋଷ୍ଟିଂ କରୁଥିବାବେଳେ ଆଗାମୀ ଅଧ୍ୟାୟରେ ସଲମାନ୍ ନଜର ଆସିବେ ନାହିଁ ତାହା ଜଣାପଡିନାହିଁ । ନିକଟରେ ସଲମାନ୍ ଅପକମିଙ୍ଗ୍ ଫିଲ୍ମ ‘ରାଧେ’ ପାଇଁ ଶୁଟିଂ ଆରମ୍ଭ କରିଥିଲେ । ଏହି ଫିଲ୍ମରେ ତାଙ୍କ ସହିତ ନଜର ଆସିବେ ଦିଶା ପଟ୍ଟାନୀ । (ଏଜେନ୍ସି)
ନୂଆଦିଲ୍ଲୀ, ଆଜି ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜନ୍ମ ଜୟନ୍ତି ଉପଲକ୍ଷେ କଂଗ୍ରେସ ନେତା ରାହୁଳ ଗାନ୍ଧୀଙ୍କ ଶ୍ରଦ୍ଧାଞ୍ଜଳି। ଇନ୍ଦିରା ମେମୋରିଆଲ ରେ ଦେଉଛନ୍ତି ଶ୍ରଦ୍ଧାଞ୍ଜଳି
ନୂଆଦିଲ୍ଲୀ, ଆଜି ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜନ୍ମ ଜୟନ୍ତି ଉପଲକ୍ଷେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଶ୍ରଦ୍ଧାଞ୍ଜଳି। ଇନ୍ଦିରା ମେମୋରିଆଲ ରେ ଦେଉଛନ୍ତି ଶ୍ରଦ୍ଧାଞ୍ଜଳି

