ଭୁବନେଶ୍ବର : ଏକକ ପିଜି ଏଣ୍ଟ୍ରାନ୍ସ ମେରିଟ୍ ଲିଷ୍ଟ୍ ପ୍ରକାଶନ ତାରିଖ ଘୁଞ୍ଚାଇଲେ ସରକାର । 17 ସୁଦ୍ଧା ସାମ୍ସ ପୋର୍ଟାଲ୍ରେ ଗ୍ରାଜୁଏସନ୍ ମାର୍କ ଅପଲୋଡ୍ କରିପାରିବେ ପିଲା । ନଭେମ୍ବର 21 ତାରିଖରେ ପ୍ରକାଶ ପାଇବ ରାଜ୍ୟସ୍ତରୀୟ ମେରିଟ୍ ଲିଷ୍ଟ୍ । ଡିସେମ୍ବର 21ରେ ଶେଷ ହେବ ପିଜି ଆଡମିଶନ ପ୍ରକ୍ରିୟା । ପିଜି ଏଣ୍ଟ୍ରାନ୍ସ ମେରିଟ୍ ଲିଷ୍ଟ ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ଚଳିତ ବର୍ଷ ପ୍ରଥମ କରି ଏକକ ପିଜି ନାମଲେଖା ପ୍ରକ୍ରିୟା ହେଉଛି। ଏଥିପାଇଁ ପ୍ରବେଶିକା ପରୀକ୍ଷା ମଧ୍ୟ ଶେଷ ହୋଇସାରିଛି। ତେବେ ଏହାର ଫଳ ନଭେମ୍ବର ୧୦ ତାରିଖରେ ବାହାରିବାର ଥିଲା। ହେଲେ ଏବେ ଏହାକୁ ନଭେମ୍ବର 16କୁ ଘୁଞ୍ଚାଇ ଦିଆଯାଇଥିଲା । ପୁନର୍ବାର ଏହାକୁ ନଭେମ୍ବର 21 ତାରିଖରେ ପ୍ରକାଶିତ ହେବ । ନଭେମ୍ବର 21 ତାରିଖରେ ରାଜ୍ୟସ୍ତରୀୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ, ଯାହା…
Author: Samikhsya Bureau
ମୁମ୍ବାଇ : ଲୋକପ୍ରିୟ ଅଭିନେତା ତଥା କୋରିଓଗ୍ରାଫର, ନିର୍ଦ୍ଦେଶକ ପ୍ରଭୁଦେବା ଆଜିକାଲି ବେଶ୍ ଚର୍ଚ୍ଚାରେ ରହିଛନ୍ତି । ସେ ଏବେ ରିଲେସନସିପ୍କୁ ନେଇ ବେଶ୍ ଚର୍ଚ୍ଚାରେ । ପୁଣି ଥରେ ତାଙ୍କୁ ପ୍ରେମ ହୋଇଯାଇଛି । ଏବଂ ସେ ବହୁତ ଶୀଘ୍ର ଦ୍ବିତୀୟ ଥର ପାଇଁ ବିବାହ କରିବାକୁ ଯାଉଛନ୍ତି ବୋଲି ଶୁଣିବାକୁ ମିଳିଛି । ଗ୍ରୁଫ୍ ଡ୍ୟାନ୍ସର ରୂପେ କ୍ୟାରିଅର୍ ଆରମ୍ଭ କରିଥିବା ପ୍ରଭୁଦେବା ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ଚର୍ଚ୍ଚିତ ନାମ । ଦକ୍ଷିଣ ଭାରତୀୟ ଫିଲ୍ମ ହେଉ ଅଥବା ବଲିଉଡ୍ ସେ ସବୁଠୁ ଜଣେ ଟପ୍ କୋରିଓଗ୍ରାଫର୍ ତଥା ନିର୍ଦ୍ଦେଶକ ରୂପେ ଉଭା ହୋଇଛନ୍ତି । ତାଙ୍କ ଡ୍ୟାନ୍ସକୁ ନେଇ ସେ ଯେତିକି ଚର୍ଚ୍ଚାରେ ଥା’ନ୍ତି, ତା’ଠୁ ଅଧିକ ତାଙ୍କ ରିଲେସନ୍ସିପ୍କୁ ନେଇ । ଔପଚାରିକ ଭାବେ 2011 ମସିହାରେ ସ୍ତ୍ରୀ ରାମଲତାଙ୍କଠାରୁ ଅଲଗା ହୋଇଥିଲା ପ୍ରଭୁ ଦେବା । ଏହାପରେ ସେ ଦକ୍ଷିଣଭାରତୀୟ ଅଭିନେତ୍ରୀ ନୟନ ତାରାଙ୍କ…
ସୀତାରାମ ଅଗ୍ରଓ୍ବାଲ ଟାଙ୍ଗୀ : ଚଳନ୍ତା ଷ୍ଟିଲ ଜିନିଷ ବୋଝେଇ ଟ୍ରକରେ ଲାଗିଲା ନିଆଁ । ଅଳ୍ପକେ ବର୍ତିଲେ ଡ୍ରାଇଭର। ଆଜି ପୂର୍ବାହ୍ନରେ ଚାନ୍ଦପୁର 16 ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ବେଣ୍ଟ ଛକରେ ଉକ୍ତ ଘଟଣାଟି ଘଟିଯାଇଛି। ମିଳିଥିବା ସୂଚନା ଅନୁଯାୟୀ ହାଇଦରାବାଦରୁ ଟାଟା ଡ଼ୁବୁରୀ ଷ୍ଟିଲ ଜିନିଷ ନେଇ ଯାଉଥିବା OD05AS6575 ନମ୍ବର ବିଶିଷ୍ଟ ଟ୍ରକଟିକୁ ଆଜି ସକାଳ 10ଘଟିକାରେ ଚାନ୍ଦପୁର 16ନମ୍ବର ଜାତୀୟ ରାଜପଥ ବେଣ୍ଟ ଛକ ନିକଟରେ ରଖି ଟ୍ରକ ଡ୍ରାଇଭର ସରୋଜ କୁମାର ଖୁଣ୍ଟିଆ ଜଳପାନ କରିବାକୁ ଯାଇଥିବାବେଳେ ହଠାତ ଟ୍ରକର ପଛ ପାର୍ଶ୍ୱରେ ନିଆଁ ଲାଗିଯାଇଥିଲା। ଫଳରେ ଟ୍ରକରେ ଷ୍ଟିଲ ଜିନିଷ ଗୁଡ଼ିକ ପୋଡ଼ିଯାଇଛି। ଖବର ପାଇ ଘଟଣାସ୍ଥଳରେ ଟାଙ୍ଗୀ ଅଗ୍ନିଶମ ବିଭାଗ ଅଧିକାରୀ ଅବିନାଶ ପୃଷ୍ଟି ସଦଳବଳେ ପହଁଚି ନିଆଁକୁ ଆୟତ୍ତ କରିଥିବା ସ୍ଥଳେ ଚାନ୍ଦପୁର ପୋଲିସ ଟ୍ରାଫିକ କ୍ଳିଅର କରିଥିଲା। ହେଲେ ଷ୍ଟିଲ ଜାତୀୟ ପଦାର୍ଥ ଥିବାରୁ ଖରାର ସଂସ୍ପର୍ଶରେ…
ନୂଆଦିଲ୍ଲୀ : ଓଡିଶା ସମେତ ଛଅଟି ରାଜ୍ୟକୁ ଦୁର୍ବିପାକ ସହାୟତା ରାଶି ଘୋଷଣା କରିଛି କେନ୍ଦ୍ର । ବାତ୍ୟା ‘ଅମ୍ପାନ’, ନିସର୍ଗ ସହ ବାତ୍ୟା ଓ ଭସ୍ଖଳନ ପାଇଁ ସହାୟତା ରାଶି ଘୋଷଣା ହୋଇଛି । ଓଡ଼ିଶାକୁ ବାତ୍ୟା ‘ଅମ୍ପନ’ ପାଇଁ କେନ୍ଦ୍ରର ସହାୟତା ଘୋଷଣା କରାଯାଇଛି। 128.23 କୋଟିର ଅତିରିକ୍ତ ସହାୟତା ଘୋଷଣା କରିଛି କେନ୍ଦ୍ର । ସେହିପରି ମୋଟ୍ 6ଟି ରାଜ୍ୟକୁ 4381.88 କୋଟିର ଅତିରିକ୍ତ ସହାୟତା ରାଶିଘୋଷଣା କରାଯାଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉଚ୍ଚସ୍ତରୀୟ କମିଟି ଏହାକୁ ଅନୁମୋଦନ କରିଛି । ତେବେ ଓଡିଶା, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ସିକିମକୁ ମିଳିବ ଏହି ସହାୟତା ।
ଭୁବନେଶ୍ବର: ରାଜ୍ୟରେ ଆଉ ୧୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୫୧୦ କୁ ବୃଦ୍ଧି ହୋଇଛି। ଆଜି ସୁନ୍ଦରଗଡରୁ ସର୍ବାଧିକ ୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଭୁବନେଶ୍ବରରୁ ୩ ଜଣ, ମୟୂରଭଞ୍ଜରୁ ୨, ବାଲେଶ୍ବରରୁ ଜଣେ, ଜଗତସିଂହପୁରରୁ ଜଣେ, କନ୍ଧମାଳରୁ ଜଣେ, ଖୋର୍ଦ୍ଧାରୁ ଜଣେ, ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁ ହୋଇଛି।
ଭୁବନେଶ୍ବର: ରାଜ୍ୟରେ ଆଜି ୧୦୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୫୮୫ ଜଣ ଚିହ୍ନଟ ହୋଇଥିବାବେଳେ ୪୩୩ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୭ହଜାର ୪କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୯୩ ହଜାର ୭୪୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୧ ହଜାର ୭୧୫ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୪୯୫ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୯ଟି ଜିଲ୍ଲାରୁ ମୋଟ୍ ୧୦୧୮ ଜଣ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡରୁ ସର୍ବାଧିକ ୯୪ ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳରୁ…
ନୂଆଦିଲ୍ଲୀ : ବିଗତ 24 ଘଣ୍ଟା ମଧ୍ୟରେ ଦେଶରେ 44ହଜାର ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 547 ଜଣଙ୍କର ମୃତ୍ୟୁ ଘଟିଛି । 44 ହଜାର 879 ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 87 ଲକ୍ଷ 28 ହଜାର 795ରେ ପହଞ୍ଚିଛି । ସେହିପରି 24 ଘଣ୍ଟା ମଧ୍ୟରେ 547 ଜଣଙ୍କର ମୃତ୍ୟୁ ଘଟିବା ସହିତ ସମୁଦାୟ ମୃତ୍ୟୁ ସଂଖ୍ୟା 1 ଲକ୍ଷ 28 ହଜାର 668ରେ ପହଞ୍ଚିଛି । ବିଗତ 24 ଘଣ୍ଟା ମଧ୍ୟରେ 49 ହଜାର 79 ଜଣ ସୁସ୍ଥ ହୋଇଥିବା ବେଳେ ସମୁଦାୟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା 81 ଲକ୍ଷ 15 ହଜାର 580ରେ ପହଞ୍ଚିଛି । ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 4ଲକ୍ଷ 84 ହଜାର 547ରେ ପହଞ୍ଚିଛି । ସମଗ୍ର ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା 5 କୋଟି 27 ଲକ୍ଷ 23 ହଜାର 560ରେ ପହଞ୍ଚିଥିବା ବେଳେ ମୃତ୍ୟୁ…
ନେପାଳ : ନେପାଳର ବୈତଡୀ ଜିଲ୍ଲାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ନେପାଳର ବୈତଡୀ ଜିଲ୍ଲାରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗସ୍ତ ହୋଇଛି । ଏହି ଦୁର୍ଘଟଣାରେ 9ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 34 ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ମୃତକଙ୍କ ସଂଖ୍ୟା ବଢିବା ନେଇ ମଧ୍ୟ ସୂଚନା ରହିଛି । ସୂଚନାଯୋଗ୍ୟ, ଗତ ସପ୍ତାହରେ ମଧ୍ୟ ନେପାଳଠାରେ ଏକ ସଡକ ଦୁର୍ଘଟଣାରେ 5ଜଣଙ୍କର ମୃତ୍ୟୁ ହୋଇଥିଲା ।
ଦେବଗଡ଼: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ସମ୍ବଲପୁର ସାଂସଦ। ସମ୍ବଲପୁର ସାଂସଦଙ୍କ କାର୍କୁ ଟ୍ରକ୍ ଧକ୍କା ଦେଇଛି। ତେବେ ସାଂସଦ ଜଣକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଦେବଗଡ଼ ଥାନା ତଥା ତିଳେଇବଣି ବ୍ଲକ କୁରଡ଼ ଗାଁ ଏନ୍ଏଚ୍-53ରେ ଏହି ଘଟଣା ଘଟିଛି। ସମ୍ବଲପୁରରୁ ଫେରୁଥିବା ବେଳେ ସାଂସଦ ନୀତେଶ ଗଙ୍ଗଦେବଙ୍କ ଗାଡି ଦୁର୍ଘଟଣାଗସ୍ତ ହୋଇଥିଲା। ମିଳିଥିବା ସୂଚନା ଅନୁସାରେ ଗତକାଲି ରାତିରେ ଦେବଗଡ ଥାନା ଏନ୍ଏଚ୍-49ର କୁରୁଡ ନିକଟରେ ଏହି ଦୁର୍ଘଟଣା ହୋଇଥିଲା। ଦୁର୍ଘଟଣା ସମୟରେ ଗାଡ଼ି ଭିତରେ ସାଂସଦ ନୀତେଶ ଗଙ୍ଗଦେବ ରହିଥିଲେ। ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ସାଂସଦଙ୍କ ପ୍ରତିନିଧି ଯୋଗେଶ ଚନ୍ଦ୍ର ପ୍ରଧାନ। ଗତକାଲି ରାତି 10ଟାରେ ପଛରୁ ଆସୁଥିବା ଏକ ଟ୍ରକ୍ ( ଏଚ୍ଆର୍-55 ଏସି-8106) ଧକ୍କା ହେବାରୁ ସମ୍ବଲପୁର ସାଂସଦ ନିତେଶ୍ ଗଙ୍ଗଦେବଙ୍ଗ କାର (OD02U-2323) କ୍ଷତିଗ୍ରସ୍ତ ହୋଇଛି। ତେବେ ସୌଭାଗ୍ୟବଶତଃ ସାଂସଦ ଶ୍ରୀ ଗଙ୍ଗଦେବ ଅଳ୍ପକେ ବର୍ତ୍ତିଯାଇଛନ୍ତି।
କାମାକ୍ଷାନଗର: ଗତ କାଲିଠୁ ନିଖୋଜ ଥିବା ଜଣେ 4 ବର୍ଷର ଶିଶୁ କନ୍ୟାର ମୃତଦେହ ଏକ ନାଳରୁ ଉଦ୍ଧାର ହୋଇଛି । ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅଞ୍ଚଳରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି। ଶିଶୁଟିର ମୃତଦେହରେ କ୍ଷତବିକ୍ଷତ ଚିହ୍ନ ଥିବାରୁ କିଏ ଓ କାହିଁକି ଏପରି କାଣ୍ଡ ଘଟାଇଲା ସେ ନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟା ସମୟରେ ଶିଶୁ କନ୍ୟାଟି ଘର ପାଖରେ ଖେଳୁଥିଲା। ହେଲେ କିଛି ସମୟ ପରେ ପରିବାର ଲୋକେ ଖୋଜିବାରୁ ଆଉ ସନ୍ଧାନ ପାଇନଥିଲେ। ଏହାପରେ ରାତିରେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନିରାଶ ହୋଇଥିଲେ। ଆଜି ସକାଳୁ ଶିଶୁଟିର ମୃତଦେହ ଘରଠୁ ଅଧ କି.ମି ଦୂର ଥିବା ମାଗାମ୍ବୁର ନାଳରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଜାରି ରଖିଛି । ତେବେ ଶିଶୁ…
ପୁରୀ : ଦୀପାବଳିରେ ହେଉଥିବା ପୟା ଶ୍ରାଦ୍ଧ ଉପରେ ପ୍ରଶାସନ କଟକଣା ଲଗାଇଛି। ଶ୍ରୀମନ୍ଦିର ଆଗରେ କାଉଁରିଆ କାଠି ଜାଳି ପାରିବେନି ଶ୍ରଦ୍ଧାଳୁ ବୋଲି ସୂଚନା ରହିଛି । ଘରେ ରହି ପୟା ଶ୍ରାଦ୍ଧ ପାଳନ କରିବାକୁ ପ୍ରଶାସନ ଅନୁରୋଧ କରିଛି । ତେବେ ଶ୍ରଦ୍ଧାଳୁମାନେ କେବଳ ପୟାଶ୍ରାଦ୍ଧ କର୍ମ କରି ଫେରିଯିବାକୁ ଅନୁରୋଧ କରିଛି ପ୍ରଶାସନ । ଧୂଆଁ ଯୋଗୁଁ ପ୍ରଦୂଷଣ ଓ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ପ୍ରଶାସନ ଏପରି କଟକଣା ଲଗାଇଛି । ଏହି କଟକଣା ନେଇ ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି ।
ଅଯୋଧ୍ୟା, ଦୀପାବଳି ପାଇଁ ଅଯୋଧ୍ୟାରେ ଚାଲିଛି ଯୋରଦାର ପ୍ରସ୍ତୁତି। ପ୍ରଭୃ ରାମଚନ୍ଦ୍ରଙ୍କୁ ସ୍ବାଗତ କରିବା ପାଇଁ ଅଯୋଧ୍ୟା ବର୍ତ୍ତମାନ ସଜାଇ ହେବାରେ ଲାଗିଛି। ପୁରାଣ ଅନୁସାରେ ଦୀପାବଳି ଦିନ ପ୍ରଭୃ ଶ୍ରୀରାମ ଲଙ୍କା ବିଜୟ ପରେ ଫେରି ଆସିଥିଲେ। ତାହାକୁ ମନେ ପକାଇବା ପାଇଁ ଆଜି ସଂଧ୍ୟାରେ ଆଯୋଧ୍ୟାରେ ଆରମ୍ଭ ହେବ ରଂଗାରଗ କାର୍ଯ୍ୟକ୍ରମ। ଆଜି ସାଢେ ପାଞ୍ଚଲକ୍ଷ ଦୀପ ଲଗାଇ ଏହି ଉତ୍ସବକୁ ପାଳନ କରାଯିବ। ତେବେ ପ୍ରତିବର୍ଷ ପରି ଏଥର ଭିନ୍ନ ଧରଣର ଦୀପ ଲଗାଇବା ପାଇଁ ପ୍ରସ୍ତୁତି ଚାଲିଛି। ଏଥର ସରଜୁ ନଦୀରେ ଏହି 5 ଲକ୍ଷ 51 ଟି ଦୀପ ଜଳିବା ପାଇଁ ପ୍ରସ୍ତୁତି ଚାଲିଛି। ଏକ ନଦୀପାଣିରେ ଏତେ ସଂଖ୍ୟକ ଦୀପ ଜଳିବା ଏକ ନୂଆ ରେକର୍ଡ ହେବ। ଏଥିପାଇଁ ଅଯୋଧ୍ୟାରେ ବହୁଦିନରୁ ପ୍ରସ୍ତୁତି ଚାଲିଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ନୂଆଦିଲ୍ଲୀ, ବିଭିନ୍ନ ଉଦ୍ଦେଶ୍ୟରେ ବିଶ୍ବରେ ବ୍ୟବହୃତ ହେଉଥିବା ଜିନିଷ ମଧ୍ୟରୁ ନଡିଆ ତେଲ ଅନ୍ୟତମ। ନଡ଼ିଆ ତେଲରେ ଫ୍ୟାଟି ଏସିଡ୍ ର ଏକ ନିଆରା ମିଶ୍ରଣ ଅଛି। ଏହି ଫ୍ୟାଟି ଏସିଡ୍ ଯୋଗୁଁ ନଡିଆ ତେଲ ଆମ ଶରୀର ପାଇଁ ବିଭିନ୍ନ ଉପକାରରେ ଆସିଥାଏ। ନଡିଆ ତେଲରେ ଥିବା ଫ୍ୟାଟି ଏସିଡ୍ ଆମ ଶରୀରକୁ ଚର୍ବି ତରଳିବାକୁ ସାହାର୍ଯ୍ୟ କରିଥାଏ। ଏହା ମସ୍ତିଷ୍କ ଏବଂ ଶରୀରକୁ ଶୀଘ୍ର ଶକ୍ତି ଯୋଗାଇ ଥାଏ। ନଡିଆ ତେଲ ହୃଦୟ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ନଡ଼ିଆ ତେଲରେ ଆଣ୍ଟିମାଇକ୍ରୋବାୟଲ୍ ପ୍ରଭାବ ରହିଥାଏ କାରଣ ଏଥିରେ ଲାଓରିକ ଏସିଡ୍ ଥାଏ। ଆମ ଶରୀରରେ ଏହନ ଏସିଡ୍ ହଜମ ହୋଇ ମୋନୋଲାରିନ୍ ନାମକ ଏକ ରାସାୟନିକ ପଦାର୍ଥ ସୃଷ୍ଟି କରେ। ଏହି ଏସିଡ୍ ଏବଂ ମୋନୋଲୋରିନ ଜୀବାଣୁ, ଭୂତାଣୁ ନିଷ୍କ୍ରିୟ କରିବାରେ ସାହାର୍ଯ୍ୟ କରିଥାଏ। ନଡ଼ିଆ ତେଲରେ ଆଣ୍ଟିମାଇକ୍ରୋବାୟଲ୍ ଥିବାରୁ ପାଟି ଧୋଇବା ପାଇଁ ମଧ୍ୟ…
ନୂଆଦିଲ୍ଲୀ, ପ୍ରାୟତଃ ଆମେ ଆମର ରାଶିଫଳ ଦେଖୁ ଯାହା ଦ୍ବାରା ଆମେ ଆମର ଭବିଷ୍ୟତର ଅନୁଭବ ପାଇଥାଉ ଏବଂ ଆମେ ସତର୍କ ମଧ୍ୟ ହୋଇଥାଉ। ବର୍ତ୍ତମାନ ଆସନ୍ତୁ ଜାଣିବା ଆଜି କାହାର ଭାଗ୍ୟ ଭଲ ହେବାକୁ ଯାଉଛି। ଆଜି ଆମେ ଆପଣଙ୍କୁ ଶୁକ୍ରବାରର ରାଶିଫଳ ବିଷୟରେ କହିବାକୁ ଯାଉଛୁ। ଏଥିରେ କାହାର ଭାଗ୍ୟ ବଦଳିବ ଜାଣନ୍ତୁ ମେଷ: ମାନସିକ ଏବଂ ଶାରୀରିକ ସ୍ତରରେ ଅନେକ ନିୟନ୍ତ୍ରଣ ରଖନ୍ତୁ ଏବଂ ବିଦ୍ରୋହର ଭାବନା କ୍ଷତିକାରକ ହୋଇପାରେ। ଆପଣ ଆଜି ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହୋଇପାରନ୍ତି । ସେଥିପାଇଁ ଭାବି ଚିନ୍ତି କାମ କରନ୍ତୁ। ଆଜି ବ୍ୟବସାୟିକ ପରିସ୍ଥିତି ମଧ୍ୟ ଅଡୁଆ ସୃଷ୍ଟି ହୋଉପାରେ। ବୃଷ: ଆଜି ଆପଣଙ୍କ ଶତ୍ରୁମାନେ ପରାସ୍ତ ହେବେ। ଭଲ ଖବର ଶୁଣିପାରନ୍ତି। ସ୍ୱାସ୍ଥ୍ୟ ଭଲ ରହିବ। ବ୍ୟବସାୟ ମଧ୍ୟ ଲାଭଦାୟକ ହେବ। ଦୀପାବଳି ପୂର୍ବରୁ ଆପଣଙ୍କ ଭାଗ୍ୟରେ ଏକ ବଡ଼ ପରିବର୍ତ୍ତନ ଅଛି ଯାହା ବେଶ୍ ଲାଭ ଦେବ।…
ନୂଆଦିଲ୍ଲୀ, ଘରୋଇ ବିମାନ କଂପାନୀମାନେ ସେମାନଙ୍କର ଯାତ୍ରୀ ନେବାର କ୍ଷମତା ବୃଦ୍ଧି କରାଯାଇଛି। ବର୍ତ୍ତମାନ ଘରୋଇ ବିମାନ 70 ପ୍ରତିଶତ ଯାତ୍ରୀ ନେଇ ଯାଇପାରିବେ। ଏ ନେଇ ଆଜି ବେସାମରିକ ବିମାନ ଚଳାଚଳ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ବିମାନ ଯାତ୍ରୀଙ୍କ ଭିଡକୁ ଲକ୍ଷ୍ୟ କରି ଏହି ବୃଦ୍ଧି କରାଯାଇଛି ବୋଲି ବିଭାଗ ତରଫରୁ କୁହାଯାଇଛି। ପୂର୍ବରୁ ବିମାନରେ ଯେତିକି ସିଟ୍ ରହିଛି ସେଥିରୁ 60 ପ୍ରତିଶତ ଯାତ୍ରୀ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ବିମାନ ଟିକେଟ ବୁକିଂକୁ ନଜରରେ ରଖି ଏହି ବୃଦ୍ଧି କରାଯାଇଛି। କରୋନା ସଂକ୍ରାମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବିମାନରେ ଯାତ୍ରୀ ନେବା ପାଇଁ କଟକଣା ଜାରୀ କରିଥିଲେ।
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ସଂଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଭେଟେଶ୍ୱର ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଭାଉଜ ନିଜ ଦିଅର ଉପରେ ଗରମ ପେଜ ଢାଳିବା ଦ୍ଵାରା ଦିଅର ଗୁରୁତର ଆହତ ହୋଇଛନ୍ତି। ଏନେଇ ଭେଟେଶ୍ୱର ଗ୍ରାମର କର୍ପୁର ପଲାଇ ଆଜି ବାଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ଆଜି ସନ୍ଧ୍ୟାବେଳେ ତାଙ୍କ କନିଷ୍ଠ ପୁତ୍ର ଅନୁ ପଲେଇ ଘର ପାହାଚରେ ବସିଥିବା ସମୟରେ ହଠାତ ତାଙ୍କ ବଡ଼ ବୋହୁ ଗରମ ପେଜପାଣି ଅନୁଙ୍କ ଉପରେ ଢ଼ାଳିଦେଇଥିଲେ। ଅନୁଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ତାଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଦେଇଛନ୍ତି। ଯଥାଶୀଘ୍ର ଘଟଣାର ତଦନ୍ତ କରି ଦୋଷୀଙ୍କୁ ଗିରଫ କରିବାପାଇଁ ଅନୁଙ୍କ ମା କର୍ପୁର ବାଣପୁର ଥାନାଧିକାରୀଙ୍କୁ ନିବେଦନ କରିଛନ୍ତି।…
ଭୁବନେଶ୍ବର: ଆଜି ରାଜ୍ୟରୁ ୧ ହଜାର ୨୬୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୧୬୧ ଜଣ ସୁସ୍ଥ ହୋଇଥିବା ବେଳେ ଅନୁଗୁଳରୁ ୧୧୦, ସୁନ୍ଦରଗଡରୁ ୭୯, ବାଲେଶ୍ବରରୁ ୭୬, ବଲାଙ୍ଗିରିରୁ ୭୬, କଟକରୁ ୭୪, କେନ୍ଦୁଝରରୁ ୭୪, ମୟୂରଭଞ୍ଜରୁ ୬୫, ନୂଆପଡାରୁ ୬୧, ଜଗତସିଂହପୁରରୁ ୫୯, ବରଗଡରୁ ୫୭, ପୁରୀରୁ ୪୩, କେନ୍ଦ୍ରାପଡାରୁ ୪୪, ଢେଙ୍କାନାଳରୁ ୩୮, ସମ୍ବଲପୁରରୁ ୩୦, ଯାଜପୁରରୁ ୨୮, କଳାହାଣ୍ଡିରୁ ୨୫, ଗଞ୍ଜାମରୁ ୨୨, ଭଦ୍ରକରୁ ୨୦, କୋରାପୁଟରୁ ୨୦, ନବରଙ୍ଗପୁରରୁ ୧୮, କନ୍ଧମାଳରୁ ୧୩, ଝାରସୁଗୁଡାରୁ ୧୨, ରାୟଗଡାରୁ ୧୧, ଦେବଗଡରୁ ୯, ନୟାଗଡରୁ ୯, ସୋନପୁରରୁ ୮, ମାଲକାନଗିରିରୁ ୬, ଗଜପତିରୁ ୩, ବୌଦ୍ଧରୁ ୨ ଏବଂ ଷ୍ଟେଟ ପୁଲରୁ ୧୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ…
ମୁମ୍ବାଇ, ଜେଲରୁ ବାହାରିବା ପରେ ରିପବ୍ଲିକ ଟିଭିର ମୁଖ୍ୟ ସଂପାଦକ ଏକ ବଡ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଆସନ୍ତା ଏକ ବର୍ଷ ମଧ୍ୟରେ ଦେଶର ସବୁ ରାଜ୍ୟରେ ଆଞ୍ଚଳିକ ଭାଷାରେ ନ୍ୟୁଜ ଚ୍ୟାନେଲ କରାଯିବ। ସେଥିପାଇଁ ଖୁବ ଶିଘ୍ର ପ୍ରସ୍ତୁତି ଆରମ୍ଭ ହେବ ବୋଲି ଅର୍ଣ୍ଣବ କହିଛନ୍ତି। ଜେଲରୁ ମୁକୁଳିବା ପରେ ଅର୍ଣ୍ଣବ ବେଶ୍ ଆକ୍ରମଣାତ୍ମକ ହୋଇଯାଇଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ମୁଁ ସବୁ ରାଜ୍ୟରେ ନ୍ୟୁଜ ଚ୍ୟାନେଲ କରିବି, ଯଦି ‘ତାକତ ଅଛି ତେବେ ମୋତେ ରୋକ’। ଜଣେ ଇଣ୍ଟିରିୟର ଡିଜାଇନର ଆତ୍ମହତ୍ୟା ମାମଲାରେ ଅର୍ଣ୍ଣବଙ୍କୁ ମହାରାଷ୍ଟ୍ର ପୋଲିସ ଗିରଫ କରିଥିଲା। ମହାରାଷ୍ଟ୍ର ଉଚ୍ଚ ନ୍ୟାୟାଳୟରେ ଜାମିନି ନ ମିଳିବାରୁ ସେ ସୁପ୍ରିମକୋର୍ଟ ଯାଇଥିଲେ। ସୁପ୍ରିମକୋର୍ଟ ଗତକାଲି ତାଙ୍କୁ ଅନ୍ତରିଣ ଜାମିନି ପ୍ରଦାନ କରିଛନ୍ତି।
ହାଇଦ୍ରାବାଦ : କରୋନା କାଳ ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରି ଏକରକମ ବନ୍ଦ ହୋଇ ପଡିରହି ଥିବାବେଳେ ଧୀରେ ଧୀରେ ଏହା ଟ୍ରାକ୍କୁ ଫେରୁଛି । କରୋନା ପାଇଁ ବହୁ ପ୍ରୋଜେକ୍ଟ ବନ୍ଦ ହୋଇପଡିଥିବାବେଳେ ଏବେ ଧୀରେ ଧୀରେ ଏହା ସକ୍ରିୟ ହେଉଛି। ଇତି ମଧ୍ୟରେ ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ଫିଲ୍ମ ପୁଷ୍ପାର ପୋଷ୍ଟର ରିଲିଜ ହୋଇଛି । ଫିଲ୍ମରେ ଅଲ୍ଲୁ ଅର୍ଜୁନ ପୁରୁଣା ଡ୍ରେସ ପିନ୍ଧି ଜଙ୍ଗଲ ମଝିରେ ଚାଲୁଥିବାର ଦେଖିବାକୁ ମିଳିଛି । ଏହି ଫିଲ୍ମରେ ସେ ଜଣେ ଲରି ଡ୍ରାଇଭର ଭୂମିକାରେ ନଜର ଆସିବେ ଅଲ୍ଲୁ । କରୋନା ଭାଇରସ କାରଣରୁ ଫିଲ୍ମର ସୁଟିଂ ପ୍ରାୟ ଛଅ ମାସ ବିଳମ୍ବ ହୋଇଛି । ଗୁରୁବାର ଠାରୁ ଫିଲ୍ମର ଫାଷ୍ଟ ପୋଷ୍ଟର ରିଲିଜ ହୋଇଛି । ଏହି ଫିଲ୍ମରେ ଅଲ୍ଲୁଙ୍କ ବିପକ୍ଷରେ ଅଛନ୍ତି ରଶ୍ମିକା ମନ୍ଦାନା । ଆନ୍ଧ୍ରପ୍ରଦେଶର ମାରେଦୁମୁଲୀ ଜଙ୍ଗଲରେ ଫିଲ୍ମଟି ଶୁଟିଂ ହେଉଛି ।…
ଭୁବନେଶ୍ୱର: ପାରିବାରିକ ହିଂସା ନେଇ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମାମଲାରେ କୋର୍ଟରେ ହାଜର ହେଲେ ସ୍ୱାମୀ ଅନୁଭବ ମହାନ୍ତି। କୋର୍ଟରେ ଓକିଲଙ୍କ ଜରିଆରେ ଆଜି ହାଜର ହୋଇଛନ୍ତି ଅନୁଭବ ମହାନ୍ତି । ତେବେ ଆସନ୍ତା ଡିସେମ୍ବର 18 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଜବାବ ଦାଖଲ ପାଇଁ ସମୟ ମାଗିଛନ୍ତି, ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି । ବାହାଘର ପରେ ତାଙ୍କ ସହ ଅତ୍ୟାଚାର ଓ ନିର୍ଯାତନା ହୋଇଥିବା ଅଭିଯୋଗ ଆଣି କୋର୍ଟ ଯାଇଥିଲେ ବର୍ଷା । ମଦ୍ୟପାନ କରିବା, ବିରୋଧ କଲେ ବାଡ଼େଇବା ଏମିତିକି ଗୋଇଠା ମାରନ୍ତି ବୋଲି ବର୍ଷା ଅଭିଯୋଗ ଆଣିଛନ୍ତି। ସେପଟେ ଅନୁଭବ ମଧ୍ୟ ଛାଡ଼ପତ୍ର ନେଇ କୋର୍ଟ ଯାଇଛନ୍ତି ।
ସୀତାରାମ ଅଗ୍ରଓ୍ବାଲ ବାଣପୁର: ବାଲୁଗାଁ ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। ହଜାର ହଜାର ଲିଟର ପୋଚ ନଷ୍ଟ କରିବା ସହ ତିନି ଜଣଙ୍କୁ ଗିରଫ କରି ଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ। ଲକ ଡ଼ାଉନ ସମୟରେ ଅବକାରୀ ବିଭାଗ ଚିଲିକା ନିର୍ବାଚନମଣ୍ଡଳୀରେ ବାରମ୍ବାର ଚଢ଼ାଉ କରି ହଜାର ହଜାର ଲିଟର ଦେଶୀ ମଦ ଜବତ ସହ ବହୁ ଚୋରା ବେପାରୀଙ୍କୁ ଗିରଫ କରିଥିବା ସ୍ଥଳେ ବର୍ତ୍ତମାନ ଲକ ଡ଼ାଉନ ହଟିବାପରେ ମଧ୍ୟ ଚଢ଼ାଉ ଅବ୍ୟାହତ ରହିଛି। ଏହି ପରିପ୍ରେକ୍ଷୀରେ ଗତକାଲି ଅପରାହ୍ନରେ ଟାଙ୍ଗୀ ରେଞ୍ଜ ଅବକାରୀ ବିଭାଗ ଥାନାଧୀକାରିଣୀ ଶ୍ରୀମତୀ ନିନା ବେଉରାଙ୍କ ନେତୃତ୍ୱରେ ବାଲୁଗାଁ ଅବକାରୀ ବିଭାଗ ନିରୀକ୍ଷକ ମନୋଜ ବାରିକ ଏବଂ ଖୋର୍ଦ୍ଧା ଅବକାରୀ ବିଭାଗର ବିଭିନ୍ନ କର୍ମଚାରୀଙ୍କ ଦ୍ୱାରା ଏକ ବୃହତ ଟିମ ଗଠନ କରାଯାଇ ପୂର୍ବ ସୂଚନା ଅନୁଯାୟୀ ବାଣପୁର ବ୍ଲକର କନ୍ଧଆମ୍ବଝର ମୌଜା ସ୍ଥିତ ଜଙ୍ଗଲ ମଧ୍ୟରେ ଚଢ଼ାଉ କରାଯାଇଥିଲା।…

