ବାହାରିନ୍ : ବାହାରିନ୍ ପ୍ରଧାନମନ୍ତ୍ରୀ ଖଲିଫା ବିନ୍ ସଲମାନ୍ ଅଲ୍ ଖଲିଫାଙ୍କ ବୁଧବାର ଦିନ ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ 84 ବର୍ଷ ବୟସ ହୋଇଥିଲା। ଆମେରିକାର ମାୟୋ କ୍ଲିନିକାଲ୍ ହସ୍ପିଟାଲରେ ବୁଧବାର ଦିନ ଶେଖ୍ ଖଲିଫାଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି। ତାଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛି ବାହାରିନ୍ର ରୟାଲ୍ କୋର୍ଟ । ମୃତଦେହ ସ୍ବଦେଶ ଆସିବା ପରେ ତାଙ୍କର ଅନ୍ତିମ ସଂସ୍କାର କରାଯିବା ବୋଲି ସୂଚନା ରହିଛି । ବାହାରିନ୍ ଶାହୀ ରାଜ ପରିବାରରୁ ଆସିଥିବା ଶେଖ୍ ଖଲିଫା 1935 ମସିହା ନଭେମ୍ବର 24ରେ ଶେଖ୍ ଖଲିଫା ଜନ୍ମ ଗ୍ରହଣ କରିଥିଲେ। 1970 ମସିହାରୁ ବାହାରିନ୍ରେ ପ୍ରଧାନମନ୍ତ୍ରୀ ରୂପେ କାର୍ଯ୍ୟ କରିଥିଲେ ଶେଖ୍ ଖଲିଫା। ସବୁଠୁ ଅଧିକ ସମୟ ଧରି ପ୍ରଧାନମନ୍ତ୍ରୀ ପଦବୀରେ ରହିଥିବା ବ୍ୟକ୍ତି ହେଉଛନ୍ତି ଶେଖ୍ ଖଲିଫା । (ଏଜେନ୍ସି)
Author: Samikhsya Bureau
ପାଟନା, ବିହାର ନିର୍ବାଚନର ଫଳାଫଳ ବାହାରି ସାରିଛି। ଶେଷରେ ସେହି ଏନଡିଏ ପୁଣି ଥରେ ଶାସନ ଭାର ଗ୍ରହଣ କରିବ। ହେଲେ ଏହି ନିର୍ବାଚନରେ ନୀତିଶ କୁମାରଙ୍କ ଦେହରୁ ଝାଳ ବାହାରିଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ନିର୍ବାଚନ ଫଳାଫଳକୁ ଯଦି ସମୀକ୍ଷା କରାଯାଏ ତେବେ ଏଥର ନୀତିଶଙ୍କ ଦଳ ତଳକୁ ଖସିଯାଇଛି। ନୀତିଶଙ୍କ ଜେଡିୟୁ ତୃତୀୟ ସ୍ଥାନରେ ରହିଛି। ପ୍ରଥମେ ଆରଜେଡି 75 ଟି ଆସନ ହାସଲ କରିଥିବା ବେଳେ ବିଜେପି 74 ଟି ଏବଂ ଜେଡିୟୁ 43ଟି ଆସନ ହାସଲ କରିଛି। ଯଦି ଭୋଟରଙ୍କ ମନୋଭାବକୁ ନିରେଖି ଦେଖାଯାଏ ତେବେ ଲୋକେ ନୀତିଶଙ୍କ ଅପେକ୍ଷା ତେଜସ୍ବୀଙ୍କୁ ଅଧିକ ପସନ୍ଦ କରିଛନ୍ତି। ନୀତିଶଙ୍କ ଭାଗ୍ୟ ଭଲ ସେ ମୋଦୀଙ୍କ ସହିତ ମେଣ୍ଟ କରିଥିଲେ ବୋଲି ହାରୁ ହାରୁ ଜିତିଗଲେ। ବିହାରରେ ଜେଡିୟୁ ତୃତୀୟ ଦଳ ହୋଇଥିବାରୁ ଅନୁମାନ କରି ହେଉଛି ସେଠାରେ ଭୋଟର ଏନଡିଏକୁ କେବଳ ନରେନ୍ଦ୍ର ମୋଦୀଙ୍କ…
ନୂଆଦିଲ୍ଲୀ : ଭାରତର ପ୍ରତିଷ୍ଠିତ ବ୍ୟବସାୟୀ ତଥା ଓ୍ଵିପ୍ରୋର ଅଧ୍ୟକ୍ଷ ଅଜିମ୍ ପ୍ରେମଜୀ ଚଳିତ ବର୍ଷ ପାଇଁ ଭାରତର ସବୁଠୁ ବଦାନ୍ୟ ବ୍ୟକ୍ତି ଭାବେ ସ୍ଥାନ ପାଇଛନ୍ତି । ସେ 2020 ବର୍ଷ ପାଇଁ 7940 କୋଟି ଟଙ୍କା ଦାନ କରି ଏକ ରେକର୍ଡ ସୃଷ୍ଟି କରିଛନ୍ତି ।ପ୍ରେମଜୀ ଦିନ ପ୍ରତି ହାରାହାରି 22 କୋଟି ଟଙ୍କା ଦାନ କରୁଥିବା ଜଣାପଡିଛି । 75 ବର୍ଷୀୟ ଏହି ଶିଳ୍ପପତି ଜଣକ 2020ରେ 7904 କୋଟି ଟଙ୍କା ଦାନ କରିଥିବା ନେଇ ଏଡେଲଗିଭ ହୁରୁନ ଇଣ୍ଡିଆ ପକ୍ଷରୁ ଏହି ତଥ୍ୟ ପ୍ରକାଶ ପାଇଛି । ଭାରତୀୟ ଧନୀକଙ୍କ ମଧ୍ୟରେ ପାଞ୍ଚ ନମ୍ବର ସ୍ଥାନରେ ରହିଥିବା ପ୍ରେମଜୀ ସମାଜସେବା ପାଇଁ ଅର୍ଥଦାନରେ ପ୍ରଥମ ସ୍ଥାନରେ ରହିଛନ୍ତି । ଦେଶର ଏକ ନମ୍ବର ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଏହି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି । ଏଡେଲଗିଭ ହୁରୁନ ଇଣ୍ଡିଆ ପକ୍ଷରୁ ପ୍ରକାଶିତ ଏହି…
ଗଞ୍ଜାମ : ସାଢେ ଛଅ କେଜି ସୁନା ଜବତ କରିଛି ଗଞ୍ଜାମ ପୋଲିସ । ପୁରୁଷୋତ୍ତମପୁର ଅଞ୍ଚଳର ଜଣେ ସୁନା ବ୍ୟବସାୟୀଙ୍କ ଠାରୁ ସୁନା ଗହଣା ଲୁଟ ହେଇଥିବା ଅଭିଯୋଗ ହେଇଥିଲ । ତାକୁ ନେଇ ପୋଲିସ ତଦନ୍ତ ଚାଲୁ ରଖିଥିଲା ଓ ଏବେ ଏହି ସଫଳତା ହାସଲ କରିଛି । ଚୋରି ଅଭିଯୋଗରେ 10 ଜଣ ଓ ଚୋର ଓ ସୁନା କିଣିଥିବା ଅଭିଯୋଗରେ 5 ଜଣଙ୍କୁ ଗିରଫ କରିଛି ବୋଲି ପୋଲିସ ଡ଼ିଆଇଜି ସତ୍ୟବ୍ରତ ଭୋଇଙ୍କ ସୂଚନା ଦେଇଛନ୍ତି।
ଭୁବନେଶ୍ବର : ଭୁବନେଶ୍ୱର ଜୟଦେବ ବାଟିକା ଭିତରେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ସୂଚନା ଅନୁସାରେ ଭୁବନେଶ୍ବର ସ୍ଥିତ ଜୟଦେବ ବାଟିକାର 53 ନମ୍ବର ପିଣ୍ଡି ନିକଟରେ ଥିବା ଏକ ଥୁଣ୍ଟା ଗଛରେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ନିକଟରେ ସାଇକେଲ ଚାବି ସହ 10 ଟଙ୍କିଆ ନୋଟ୍ ପଡିଥିବା ଦେଖିବାକୁ ମିଳିଛି । ମୃତ ଯୁବତୀଙ୍କ ପରିଚୟ ମିଳିନାହିଁ । ତେବେ ମୃତ୍ୟୁର ସଠିକ୍ କାରଣ ଜଣାପଡ଼ି ନାହିଁ ଖବର ପାଇବା ପରେ ଘଟଣା ସ୍ଥଳରେ ଖଣ୍ଡଗିରି ଥାନା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।
ଭୁବନେଶ୍ବର : ତିର୍ତ୍ତୋଲ ଓ ବାଲେଶ୍ବର ଉପନିର୍ବାଚନ ସମ୍ପର୍କକୁ ନେଇ ବିଜେପି ପ୍ରତିକ୍ରିୟା ରଖିଛି । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଦୁଇ ଉପନିର୍ବାଚନରୁ ସ୍ପଷ୍ଟ ହୋଇଛି ଯେ ରାଜ୍ୟରେ ଆଗକୁ ଦ୍ବିମୁଖୀ ଲଢେଇ ହେବ । କଂଗ୍ରେସ ସମ୍ପୂର୍ଣ୍ଣ ଶକ୍ତିହୀନ ହୋଇପଡିଛି । 2019ରେ ବାଲେଶ୍ବରରେ ଆମେ ଯାହା ପାଇଥିଲୁ ପ୍ରାୟ ତାହା ପାଇଛୁ ବୋଲି କହିଛନ୍ତି ସମୀର ମହାନ୍ତି । କରୋନା କଟକଣା ଭିତରେ ମତଦାନ ନେଇ ମତଦାତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ସମୀର ମହାନ୍ତି ।
ବଲାଙ୍ଗିର: ପାଟଣାଗଡ଼ ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ସଅଁରାପଡ଼ାରେ ଗୋଟିଏ ଘର ଭିତରୁ ଛଅ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ମୃତକମାନେ ସମସ୍ତେ ଗୋଟିଏ ପରିବାରର ସଦସ୍ୟ ବୋଲି ଜଣା ପଡିଛି । ମୃତକଙ୍କ ମଧ୍ୟରେ ସ୍ବାମୀ, ସ୍ତ୍ରୀ, ତିନୋଟି ପିଲା ଓ ଆଉ ଜଣେ ବ୍ୟକ୍ତିଙ୍କର ମୃତଦେହ ପଡିଥିବାର ସୂଚନା ରହିଛି । ଅପରପକ୍ଷରେ କିଛି ମୃତଦେହଙ୍କ ଉପରେ କମ୍ବଳ ଘୋଡେଇ ହୋଇ ରହିଥିବାର ସୂଚନା ରହିଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ପୋଲିସ । ପୋଲିସ ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ତେବେ କେମିତି ଓ କେଉଁ ପରିସ୍ଥିତିରେ ମୃତ୍ୟୁ ଘଟିଲା ତାହା ବର୍ତ୍ତମାନ ଅସ୍ପଷ୍ଟ ରହିଛି । ଏହା ଆତ୍ମହତ୍ୟା ନା ହତ୍ୟାକାଣ୍ଡ ତାହା ସ୍ପଷ୍ଟ ହୋଇ ନାହିଁ।
ଭୁବନେଶ୍ୱର: ଶୀତ ଆସୁଛି । ବିବାହ ତିଥି ବି ଅଛି । ଏହି ସମୟରେ ବିବାହ ଉତ୍ସବ ପାଇଁ ସହରରେ ଭିଡ଼ ଜମିବ । ସମ୍ଭାବ୍ୟ ଦ୍ବିତୀୟ ପର୍ୟ୍ୟାୟ ସଂକ୍ରମଣ ଆଶଙ୍କା ନେଇ ବିଏମସି ଗାଇଡ ଲାଇନ ଜାରି କରିଛି । ବିବାହ, ଶୁଦ୍ଧି କ୍ରିୟା ଓ ଶବ ସଂସ୍କାର ପାଇଁ ବିଏମସି ଜାରି କଲା ସ୍ୱତନ୍ତ୍ର ଗାଇଡ ଲାଇନ । ରାଜଧାନୀରେ ବିବାହ ଓ ଅନ୍ୟ ସାମାଜିକ କାର୍ଯ୍ୟକ୍ରମରେ 100 ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେନି । ଗତ 6 ତାରିଖରେ ସ୍ୱତନ୍ତ୍ର ରିଲିଫ କମିଶନର ବିବାହରେ 200 ଲୋକ ଏକାଠି ହେବାକୁ ଅନୁମତି ଦେଇଥିଲେ । କିନ୍ତୁ ରାଜଧାନୀରେ ସର୍ବାଧିକ 100 ଲୋକ ଏକାଠି ହୋଇପାରିବେ ବୋଲି ବିଏମ୍ସି ତା’ର ନୂତନ ଗାଇଡଲାଇନ୍ରେ ସୂଚନା ଦେଇଛି । ବିବାହ ଆୟୋଜନ ସହ କଲ୍ୟାଣ ମଣ୍ଡପ, କନଭେନସନ ହଲ ଓ ମ୍ୟାରେଜ ହଲ ପାଇଁ ବିଏମସି ବିସ୍ତୃତ ଗାଇଡଲାଇନ…
ଭୁବନେଶ୍ୱର: ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାଙ୍କୁ ମିଳିବ ଚୁନା ମାଛ। ଅଙ୍ଗନଓ୍ବାଡି ପିଲାଙ୍କୁ ସୁଷମ ଖାଦ୍ୟ ଦିଆଯାଉଥିଲା। ତେବେ ପୃଷ୍ଟି ପାଇଁ ସେମାନଙ୍କୁ ଅଣ୍ଡା, ଛତୁଆ ଦିଆଯାଉଥିବା ବେଳେ ଏହି ତାଲିକାରେ ବର୍ତ୍ତମାନ ଚୁନାମାଛ ସାମିଲ୍ ହେବାକୁ ଯାଉଛି। ଏଣିକି ଅଙ୍ଗନଓ୍ବାଡି କେନ୍ଦ୍ରରେ 3ରୁ 6 ବର୍ଷ ବୟସର ଗର୍ଭବତୀ, ପ୍ରସୂତୀ ଓ କିଶୋରୀଙ୍କୁ ଏହା ଦିଆଯିବ। ଅଙ୍ଗନଓ୍ବାଡି ଖାଦ୍ୟ ତାଲିକାରେ ଏହାକୁ ସାମିଲ କରାଯିବ। ପାଇଲଟ ପ୍ରକଳ୍ପ ଭାବେ ପ୍ରଥମେ ମୟୂରଭଞ୍ଜ ଜିଲାରେ ଏହି ଯୋଜନା ଆରମ୍ଭ କରାଯିବ। ପରେ ଜିଲାର 50ଟି ଅଙ୍ଗନଓ୍ବାଡି କେନ୍ଦ୍ରରେ ଏହି ଯୋଜନା କାର୍ଯ୍ୟକାରୀ ହେବ । ଏ ନେଇ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଭର୍ଚୁଆଲ ବୈଠକ ବସିଥିଲା । ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ, ମିଶନ ଶକ୍ତି, ମତ୍ସ୍ୟ ଉତ୍ପାଦାନ, ୱାଲର୍ଡ ଫିସ୍ ମଧ୍ୟରେ ବୁଝାମଣା ସ୍ବାକ୍ଷରିତ ହୋଇଛି । ଖୁବ ଶୀଘ୍ର ସମଗ୍ର ରାଜ୍ୟରେ…
ଭୁବନେଶ୍ବର: ରାଜ୍ୟରେ ଆଉ 15 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ବାଲେଶ୍ୱର ଜିଲ୍ଲାରୁ ସର୍ବାଧିକ 4 ଓ କଟକରୁ 3ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ଜଗତସିଂହପୁର ଓ କେନ୍ଦ୍ରାପଡ଼ାରୁ 2 ଜଣ ଲେଖାଏଁ , ଖୋର୍ଦ୍ଧା, ଅନୁଗୁଳ, ମୟୁରଭଞ୍ଜ ଓ ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।ଏନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ନୂତନ ମୃତକଙ୍କ ମିଶାଇରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା 1469 ବୃଦ୍ଧି ହୋଇଛି।
ଭୁବନେଶ୍ବର : ରାଜ୍ୟରେ ଦୁଇଟି ଉପନିର୍ବାଚନ ଫଳାଫଳ ଆସିସାରିଛି । ଦୁଇଟି ଯାକ ଆସନରେ ବିଜେଡି ବାଜିମାତ୍ କରିଛି । ଏହି ଦୁଇଟି ଆସନରେ ବିଜେପିକୁ ଦ୍ବିତୀୟ ସ୍ଥାନ ମିଳିଥିବାବେଳେ କଂଗ୍ରେସ ତୃତୀୟ ସ୍ଥାନରେ ରହିଛି । ତେବେ ଉପନିର୍ବାଚନ ଫଳାଫଳକୁ ନେଇ କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । କିଛି ନେତାଙ୍କ ଅନ୍ତର୍ଘାତୀ କାର୍ଯ୍ୟ ଯୋଗୁଁ କଂଗ୍ରେସ ଉଭୟ ଆସନରେ ହାରିଲା ବୋଲି କହିଛନ୍ତି ସୁର ରାଉତରାୟ । ତେବେ ଏହି ଦୁଇ ଉପନିର୍ବାଚନରେ ଅର୍ଥ ମୁଖ୍ୟ ଫ୍ୟାକ୍ଟର ହେଲା ବୋଲି କହିଛନ୍ତି ସୁର ରାଉତରାୟ । ବିଜେଡି ଓ ବିଜେପି ପ୍ରବଳ ଖର୍ଚ୍ଚ କଲେ । ସେହିପରି ବାଲେଶ୍ବରରେ ଠିକ୍ ଭାବେ ପ୍ରଚାର ନକରି ହୋଟେଲରେ ଶୋଇଲେ। ଏହା ସହିତ ତିର୍ତ୍ତୋଲରେ ବି ଅଧିକ ଭଲ ହୋଇଥାନ୍ତା। କିଛି କର୍ମୀ କାମ ଠିକ୍ରେ କଲେନି। ନିରଞ୍ଜନଙ୍କ ସଭାପତି ପଦରୁ…
ଭୁବନେଶ୍ବର: ରାଜ୍ୟରେ ଆଜି ୧୨୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୭୦୩ ଜଣ ଚିହ୍ନଟ ହୋଇଥିବାବେଳେ ୫୧୭ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୫ହଜାରକୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୯୧ ହଜାର ୧୩୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୨ ହଜାର ୩୪୧ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୪୫୪ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ମୋଟ୍ ୧୨୨୦ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୧୩୪ ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳରୁ ୫୮,…
ଓ୍ବାଶିଂଟନ : ଦୁନିଆର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକାରେ ପୁଣି ଥରେ କରୋନାର ତାଣ୍ଡବ ଦେଖିବାକୁ ମିଳିଛି । ଗତ 24 ଘଣ୍ଟାରେ ଆମେରିକାରେ 2 ଲକ୍ଷରୁ ଅଧିକ ନୂତନ ମାମଲା ଚିହ୍ନଟ ହୋଇଛି । ଦେଶରେ ସର୍ବମୋଟ୍ ସଂକ୍ରମିତଙ୍କ ସଂଖ୍ୟା 10 କୋଟି 55 ଲକ୍ଷ 9 ହଜାର 184ରେ ପହଞ୍ଚିଛି । ମିଳିଥିବା ସୂଚନା ଅନୁସାରେ ଆମେରିକାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଦୁଇ ଲକ୍ଷ 45 ହଜାର 799ରେ ପହଞ୍ଚିଛି । ସେହିପରି 66 ଲକ୍ଷ 1 ହଜାର 331 ଜଣ ସୁସ୍ଥ ହୋଇଥିବାବେଳେ ଏପର୍ଯ୍ୟନ୍ତ 37 ଲକ୍ଷ 12 ହଜାର 54 ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି। ଏହି ସକ୍ରିୟ ଆକ୍ରାନ୍ତଙ୍କ ମଧ୍ୟରୁ 19 ହଜାର 374 ଜଣ ଗୁରୁତର ରହିଛନ୍ତି ।
ରାଜସ୍ଥାନ : ରାଜସ୍ଥାନ ଯୋଧପୁରରେ ଗତକାଲି ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ରାଜସ୍ଥାନ ଯୋଧପୁରସ୍ଥିତ ବସ୍ତି ଶିଳ୍ପାଞ୍ଚଳରେ ଥିବା ଏକ ନିର୍ମାଣଧିନ ଫାକ୍ଟ୍ରିର କାନ୍ଥ ଭୁଶୁଡିବାରୁ 8 ଜଣଙ୍କର ମୃତ୍ୟୁ ହୋଇଛି । ଭଗ୍ନାବଶେଷ ତଳେ 10ରୁ ଅଧିକ ଲୋକ ଚାପି ହୋଇ ରହିଥିବା ଜଣାପଡିଛି । ଯେବେକି ଏହି ଦୁର୍ଘଟଣାରେ 6 ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ତେବେ ଏହି ଦୁର୍ଘଟଣା କିପରି ଘଟିଲା, ତାହା ସମ୍ପର୍କରେ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ପୋଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ୍ ଟୁଇଟ୍ କରି ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପାଇଁ 2 ଲକ୍ଷଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ସେହିପରି ଆହତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହିତ ସେମାନଙ୍କ ଚିକିତ୍ସା ପାଇଁ 40 ହଜାର…
ନୂଆଦିଲ୍ଲୀ, ଆସନ୍ତା ୧୪ ନଭେମ୍ବର ଶନିବାର ଦିନ ପଡୁଛି ଚଳିତ ବର୍ଷର ଦୀପାବଳି। ଆପଣ ଜାଣିଲେ ଆଶ୍ଚର୍ୟ୍ୟ ହେବେ ଏଥର ଦୀପାବଳିରେ ୪୯୯ ବର୍ଷ ପରେ କେତେକ ଗ୍ରହମାନଙ୍କର ଏକ ବିରଳ ସଂଯୋଗ ସୃଷ୍ଟି ହେଉଛି। ପୂର୍ବେ ଏପରି ବିରଳ ସଂଯୋଗ ୧୫୨୧ ମସିହାରେ ଦେଖା ଦେଇଥିଲା। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଦେବଗୁରୁ ବୃହସ୍ପତି ଧନୁ ରାଶି ଏବଂ ଶନି ମକର ରାଶିରେ ରହିବେ। ସେହିପରି ଶୁକ୍ର କନ୍ୟା ରାଶିରେ ରହିବେ। ଏହି ଗ୍ରହଙ୍କର ଏପରି ରାଶିରେ ରହିବା ପରି ବିରଳ ସଂଯୋଗ ୧୫୨୧ ମସିହାର ଦୀପାବଳିରେ ସଂଗଠିତ ହୋଇଥିଲା। ନିଜ ନିଜ ରାଶିରେ ଦେବଗୁରୁ ବୃହସ୍ପତି ଏବଂ ଶନିଙ୍କ ଉପସ୍ଥିତି ହେତୁ ଏହା ଅନେକ ଦେଶବାସୀଙ୍କ ପାଇଁ ଏକ ଶୁଭ ସମୟ ହେବ। ଦେବଗୁରୁ ବୃହସ୍ପତି ଧନୁ ରାଶିରେ ଏବଂ ଶନି ମକର ରାଶିରେ ଏହି ଦିୱାଲୀରେ ରହିବା ଦ୍ବାରା କେତେକ ରାଶିର ବ୍ୟକ୍ତିମାନଙ୍କ ପାଇଁ ସୁଖ ଏବଂ ସମୃଦ୍ଧତା…
ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୪ ହଜାର ୨୮୧ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୧୨ ଜଣଙ୍କ ମୃତ୍ୟୁ ହୋଇଛି। ଭାରତର ମୋଟ ଆକ୍ରାନ୍ତ ସଂଖ୍ୟା ୮୬ ଲକ୍ଷ ୩୫ ହଜାର ୯୨୧ରେ ପହଞ୍ଚିଛି ଏବଂ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୭ ହଜାର ୫୭୧ କୁ ବୃଦ୍ଧି ହୋଇଛି। ତେବେ ଦେଶରୁ ମୋଟ ୮୦ ଲକ୍ଷ ୧୩ ହଜାର ୭୮୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୪ ଲକ୍ଷ ୯୪ ହଜାର ୬୫୭ ଟି ସକ୍ରିୟ ମାମଲା ରହିଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛି।
ଅନୁଗୋଳ : ଅଜଣା ଗାଡି ଧକ୍କାରେ ଦୁଇ ମୃତ। ରେଙ୍ଗାଳି ରାସ୍ତାରେ ଫୁଲଝରୀ ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକମାନେ ହେଲେ କୁଳୁମା ଗ୍ରାମର ସଞ୍ଜୟ ବେହେରା ଓ ହେସମୁଳୁ ଗ୍ରାମର ଲୁଲୁ ଦେହୁରୀ। ସୂଚନାନୁଯାୟୀ, ଗତକାଲି ବିଳମ୍ବିତ ରାତ୍ରରେ କୁଳୁମା ଗ୍ରାମର ସଞ୍ଜୟ ବେହେରା ଓ ହେସମୁଳୁ ଗ୍ରାମର ଲୁଲୁ ଦେହୁରୀ ଏକ ବାଇକ୍ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ସେମାନଙ୍କୁ ଏକ ଅଜଣା ଗାଡି ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଦୁଇ ଯୁବକଙ୍କର ମୃତ୍ୟୁ ହୋଇଛି।
ପାଟଣା: ବିହାର ବିଧାନସଭା ନିର୍ବାଚନରେ ଏନଡିଏ ସଂଖ୍ୟାଗରିଷ୍ଠତା ହାସଲ କରିଛି। ନିତୀଶ କୁମାର ପୁନର୍ବାର ମୁଖ୍ୟମନ୍ତ୍ରୀ ହେବାର ଏକ ପ୍ରକାର ନିଶ୍ଚିତ ହୋଇଛି। ହେଲେ ଏନଡିଏକୁ ମହାଗଠବନ୍ଧନ କଡା ଟକ୍କର ଦେଇଛି। ବିହାର ବିଧାନସଭା ନିର୍ବାଚନର ଚୂଡ଼ାନ୍ତ ଫଳାଫଳ ଅନୁଯାୟୀ, ଏନଡ଼ିଏକୁ ୧୨୫ ଆସନ ମିଳିଥିବାବେଳେ ମହାଗଠବନ୍ଧନକୁ ୧୧୦ଟି ଆସନ ମିଳିଛି। ବିହାର ବିଧାନ ସଭାର ମୋଟ ୨୪୩ ଆସନ ମଧ୍ୟରୁ ସରକାର ଗଢ଼ିବା ପାଇଁ ୧୨୨ ଆସନ ଆବଶ୍ୟକ ଥିବାବେଳେ ଏନଡ଼ିଏ ଏହାଠାରୁ ଅଧିକ ୩ ଆସନ ହାସଲ କରିଛି। ତେବେ ବିହାରରେ ରାଷ୍ଟ୍ରୀୟ ଜନତା ଦଳ ସର୍ବାଧିକ ୭୫ ଟି ଆସନ ହାସଲ କରିଥିବା ବେଳେ ମହାଗଠବନ୍ଧନର କଂଗ୍ରେସକୁ ୧୯, ସିପିଆଇଏମଏଲକୁ ୧୨, ସିପିଆଇକୁ ୨ ଓ ସିପିଆଇକୁ ୨ ଟି ଆସନ ମିଳିଛି। ଅପରପକ୍ଷରେ ଏନଡ଼ିଏରେ ବିଜେପିକୁ ସର୍ବାଧିକ ୭୪ ଟି ଆସନ ମିଳିଥିବାବେଳେ ଜେଡ଼ିୟୁକୁ ୪୩ ଆସନ ମିଳିଛି। ସେହିପରି ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚାକୁ ୪…
ଭୁବନେଶ୍ବର: ରାଜ୍ୟର ଦୁଇ ଉପନିର୍ବାଚନରେ ବିଜେଡି ବାଜି ମାରିଛି। ଉଭୟ ତିର୍ତ୍ତୋଲ ଓ ବାଲେଶ୍ବର ସଦରରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିବା ନେଇ ଅନୌପଚାରିକ ଭାବେ ସିଏଇଓ ସୂଚନା ଦେଇଛନ୍ତି। ହେଲେ ଏନେଇ ରିଟର୍ନିଙ୍ଗ ଅଫିସର ବିଦ୍ଧିବଦ୍ଧ ଭାବେ ଫଳ ଘୋଷଣା କରିବେ ବୋଲି ସିଏଇଓ କହିଛନ୍ତି। ତିର୍ତ୍ତୋଲରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୪୧ ହଜାର ୭୦୩ ଭୋଟ୍ ଅଧିକ ପାଇଥିବା ବେଳେ ବାଲେଶ୍ବରରେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାଶ ୧୩ ହଜାର ୩୯୫ ଭୋଟ୍ ଅଧିକ ପାଇଛନ୍ତି। ବିଷ୍ଣୁ ଦାସଙ୍କ ମୃତ୍ୟୁ ପରେ ତିର୍ତ୍ତୋଲ ଆସନ ପାଇଁ ବିଜେଡି ବିଷ୍ଣୁ ଦାସଙ୍କ ପୁତ୍ର ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ କରିଥିଲା। ୨୦୧୯ ନିର୍ବାଚନରେ ବିଜେଡି ବିଷ୍ଣୁ ଚରଣ ଦାସଙ୍କୁ ପ୍ରାର୍ଥୀ କରିଥିଲା। ବିଷ୍ଣୁ ଚରଣ ଦାସ ବିଜେପି ପ୍ରାର୍ଥୀ ରମାକାନ୍ତ ଭୋଇଙ୍କ ଠାରୁ ୩୫ ହଜାର ୪୪୮ ଖଣ୍ଡ ଭୋଟ୍ ପାଇଁ ନିର୍ବାଚିତ ହୋଇଥିଲେ। ତେବେ ତାଙ୍କ ରେକର୍ଡକୁ…
କନ୍ଦର୍ପ ବେହେରା ରେଢାଖୋଲ: ନିଖୋଜ ହେବାର ଦଶବର୍ଷ ପରେ ଜଣେ ଏଗାର ବର୍ଷ ବୟସର ବାଳିକା ନିଜର ଜନ୍ମ ମାଟିକୁ ଫେରିଛନ୍ତି। ଅପହରଣ କରିନେଇଥିବା ମହିଳାଙ୍କ ନାମରେ ଏନେଇ ରେଢାଖୋଲ ଥାନାରେ ଏକ ଗୁରୁତର ଅଭିଯୋଗ ହୋଇଛି। ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ଅନ୍ତର୍ଗତ ଲୁହାପଙ୍କ ପଂଚାୟତର ଖରସାଳି ଗ୍ରାମରେ ଏପରି ଘଟଣା ସାମ୍ନା ଆସିଛି। ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ଲୁହାପଙ୍କ ପଂଚାୟତର ଖରସାଳି ଗ୍ରାମର ଆଦିବାସୀ ବାଳିକା ସବିତା କିସାନ୍। ସେ ୧୦ ବର୍ଷ ତଳେ ରେଢାଖୋଲ ବଜାରକୁ ଯାଇଥିବା ବେଳେ ତାଙ୍କର ଜଣେ ସଂପର୍କିୟା ମହିଳା ନିଶା ବଟିକା ଦେଇ ତାଙ୍କୁ ଅପହରଣ କରିନେଇଥିଲେ। ସେ ବାଳିକାକୁ ଗୋପାଳ ସାହୁ ନାମକ ବ୍ୟକ୍ତିଙ୍କ ଠାରେ କିଛି ଟଙ୍କା ବିନିମୟରେ ବିକ୍ରି କରିଥିଲେ ବୋଲି ବାଳିକା ଜଣଙ୍କ ଅଭିଯାଗ କରିଛନ୍ତି। ସେଇ ସମୟରେ ନାବାଳିକାର ବୟସ ମାତ୍ର ୧୧ ବର୍ଷ ହୋଇଥିଲା। ବାଳିକାର ପରିବାର ଲୋକେ ବହୁ ଯାଗା ଖୋଜା…
ଭୁବନେଶ୍ବର: ଆଜି ରାଜ୍ୟରୁ ୧ ହଜାର ୪୪୮ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୧୬୧ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୧୦୭, ବରଗଡରୁ ୯୯, ସୁନ୍ଦରଗଡରୁ ୯୮, କଳାହାଣ୍ଡିରୁ ୭୨, ଜଗତସିଂହପୁରରୁ ୭୦, ନୂଆପଡ଼ାରୁ ୬୮, କେନ୍ଦୁଝରରୁ ୬୬, ମୟୂରଭଞ୍ଜରୁ ୬୬, ବାଲେଶ୍ବରରୁ ୫୮, ପୁରୀରୁ ୫୭, ଅନୁଗୁଳରୁ ୫୩, ଭଦ୍ରକରୁ ୪୯, ବଲାଙ୍ଗିରିରୁ ୪୯, କେନ୍ଦ୍ରାପଡ଼ାରୁ ୪୯, ସମ୍ବଲପୁରରୁ ୪୩, ଯାଜପୁରରୁ ୪୧, ଝାରସୁଗୁଡ଼ାରୁ ୨୯, ମାଲକାନଗିରିରୁ ୨୮, ନବରଙ୍ଗପୁରରୁ ୨୮, ଢେଙ୍କାନାଳରୁ ୨୩, ସୋନପୁରରୁ ୨୨, ଗଞ୍ଜାମରୁ ୧୯, କୋରାପୁଟରୁ ୧୭, କନ୍ଧମାଳରୁ ୧୨, ନୟାଗଡରୁ ୧୨, ରାୟଗଡାରୁ ୭, ଗଜପତିରୁ ୬, ଦେବଗଡ଼ରୁ ୫ ଏବଂ ଷ୍ଟେଟ ପୁଲରୁ ୩୪ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ…

