ଭୁବନେଶ୍ବର: ରାଜ୍ୟରେ ଆଜି ୧ ହଜାର ୩୭୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୭୯୬ ଜଣ ଚିହ୍ନଟ ହୋଇଥିବାବେଳେ ୫୭୬ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୪୦କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୮୫ ହଜାର ୧୭୪ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୩ ହଜାର ୫୦୩ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୩୯୩ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ମୋଟ୍ ୧ ହଜାର ୩୭୨ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୧୪୫ ଚିହ୍ନଟ…
Author: Samikhsya Bureau
ଭୁବନେଶ୍ୱର : ବିହାରରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ଆଜି ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଛି । ଆଜି ମୋଟ 243 ଆସନ ମଧ୍ୟରୁ 78ଟି ଆସନରେ ଭୋଟଗ୍ରହଣ କରାଯାଉଛି । ଅନ୍ତିମ ପର୍ଯ୍ୟାୟରେ 1204 ଜଣ ପ୍ରାର୍ଥୀ ନିର୍ବାଚନ ମଇଦାକୁ ଓହ୍ଲାଇଥିବା ବେଳେ 2.34 କୋଟି ଭୋଟର ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ସେହିପରି ୱେଷ୍ଟ ଚମ୍ପାରଣର ବାଲ୍ମିକୀ ନଗର ଲୋକସଭା ଆସନ ପାଇଁ ମଧ୍ୟ ଆଜି ଉପ ନିର୍ବାଚନ ଅନୁଷ୍ଠିତ ହେଉଛି । ଆଜିର ନିର୍ବାଚନରେ ଏନଡିଏର 12 ଜଣ ମନ୍ତ୍ରୀ ନିର୍ବାଚନ ଲଢୁଛନ୍ତି । ଏହି ତାଲିକାରେ ସାମିଲ ଅଛନ୍ତି ବିହାର ବିଧାନସଭାର ବାଚସ୍ପତି ବିଜୟ କୁମାର ଚୌଧୁରୀ । ବିଜୟ କୁମାରଙ୍କ ବ୍ୟତୀତ ବିଜେନ୍ଦ୍ର ପ୍ରସାଦ ଯାଦବ, ନରେନ୍ଦ୍ର ନାରାୟଣ ଯାଦବ, ମହେଶ୍ୱର ହଜାରୀ, ରମେଶ ରିଶିଦେଓ, ଫିରୋଜ ଅହମଦ, ଲକ୍ଷ୍ମେଶ୍ୱର ରାୟ, ବୀମା ଭାରତୀ ଏବଂ ମଦନ ସାହଣୀ ଜେଡିୟୁ ପକ୍ଷରୁ…
ଭୁବନେଶ୍ବର: ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ ବିଜ୍ଞପ୍ତି ପ୍ରତ୍ୟାହାର କରାଯିବ। ଏନେଇ ବୋର୍ଡ ସଭାପତିଙ୍କୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ନିର୍ଦ୍ଦେଶ ଦେଇଛନ୍ତି। ନଭେମ୍ବର ୫ ତାରିଖରେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଡିସେମ୍ବର ୯ରୁ ଫର୍ମ ପୂରଣ ଆରମ୍ଭ ହେବ ବୋଲି କୁହାଯାଇଥିଲା। କିନ୍ତୁ ଏଯାଏଁ କରୋନା ଯୋଗୁଁ ରାଜ୍ୟରେ କୌଣସି ସ୍କୁଲ ଖୋଲିପାରିନାହିଁ। ପାଠ ପଢା ନହୋଇ ପରୀକ୍ଷା ପାଇଁ ଫର୍ମ ପୂରଣ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ସଂଘ ଅସନ୍ତୋଷ ପ୍ରକାଶ କରିଥିଲେ। ଆସନ୍ତା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ମଧ୍ୟ ସ୍କୁଲ ନଖୋଲିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏପରି ସ୍ଥିତିରେ ପିଲା ପରୀକ୍ଷା କେମିତି ଦେବେ ଏନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। ଏପରିକି ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଏହାର ବିରୋଧ କରିଥିଲା। ଏହାକୁ ଦୃଷ୍ଟିରେ ରଖି…
ନୂଆଦିଲ୍ଲୀ : ଦେଶରେ ବିଗତ ୨୪ ଘଣ୍ଟା ମଧ୍ୟରେ ୫୦ ହଜାର ୩୫୬ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୭୭ ଜଣଙ୍କର ମୃତ୍ୟୁ ଘଟିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୮୪ ଲକ୍ଷ ୬୨ ହଜାର ୮୦ରେ ପହଞ୍ଚିଛି। ତେବେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୭୮ ଲକ୍ଷ ୧୯ ହଜାର ୮୮୬ରେ ପହଞ୍ଚିଥିବା ବେଳେ ୫୭୭ ମୃତ୍ୟୁକୁ ମିଶାଇ ଦେଶରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୫ ହଜାର ୫୬୨କୁ ବୃଦ୍ଧି ହୋଇଛି। ଆଜିର ସମସ୍ତ ପରିସଂଖ୍ୟାନକୁ ମିଶାଇ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୧୬ ହଜାର ୬୩୨ ରେ ପହଞ୍ଚିଛି।
କୋଲକାତା, ପ୍ରାୟତଃ ଅନେକଙ୍କ ଜୀବନରେ ଏହା ହିଁ ଘଟିଥାଏ। କଠିନ ପରିଶ୍ରମ କରିବା ପରେ ମଧ୍ୟ ସଫଳତା ଆସେ ନାହିଁ। ଯେଉଁ କାରଣରୁ ଜୀବନରେ ନିରାଶା ଭାବ ଆସେ। ଫଳରେ ଲୋକମାନେ ନିଜ ଭାଗ୍ୟକୁ ଦାୟୀ କରିବା ଆରମ୍ଭ କରନ୍ତି। କଠିନ ପରିଶ୍ରମ କରିବା ପରେ ସଫଳତା ନ ମିଳିଲେ ଭଗବାନଙ୍କୁ ଗାଳି କରିବା ଆରମ୍ଭ କରନ୍ତି। ଯଦି ଏହିପରି ଜୀବନରେ କିଛି ଭୁଲ ହୁଏ, ତେବେ ଏହା ବାସ୍ତୁର ଦୋଷବୋଲି କୁହା ଯାଇପାରେ। ଅଜାଣତରେ ଲୋକମାନେ କିଛି ଭୁଲ କରନ୍ତି ଯାହା ଜୀବନକୁ ସିଧା ପ୍ରଭାବିତ କରିଥାଏ। ଶୁଭଫଳ ମଧ୍ୟ ଦୁର୍ଭାଗ୍ୟରେ ପରିଣତ ହୋଇଯାଏ। ଏହି କାରଣରୁ ଆମେ ସବୁବେଳେ ବାସ୍ତୁ ଶାସ୍ତ୍ର ସହିତ ଜଡିତ ଏହି ଜିନିଷଗୁଡ଼ିକୁ ପ୍ରତି ଧ୍ୟାନ ରଖିବା ଉଚିତ। ବାସ୍ତୁ ଶାସ୍ତ୍ରରେ ଦିଆଯାଇଥିବା ଉପଦେଶଗୁଡିକର ବେଶ୍ ଗୁରୁତ୍ୱ ରହିଛି। ଘର ନିର୍ମାଣ କରିବା ସମୟରେ ବାସ୍ତୁ ଅନୁସାରେ କରିବା ଆବଶ୍ୟକ। ଯେତେବେଳେ ବାସ୍ତୁ ଶାସ୍ତ୍ର…
ମେଷ ଏହି ରାଶିର ବ୍ୟକ୍ତିମାନେ ଆଜି କିଛି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଆପଣ ଋଣଭାରରେ ଲଦିହେବେ। ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଜୀବନସାଥୀ ସହିତ ଏକ ଯାତ୍ରାରେ ଯାଇପାରନ୍ତି। ଆଜି ଆପଣ ଅଧିକ ଖର୍ଚ୍ଚ କରିବେ। ବ୍ୟବସାୟରେ ଉନ୍ନତିମୂଳକ କାର୍ୟ୍ୟ ହେବ। କୈଣସି ବିଷୟରେ ଚିନ୍ତା କରନ୍ତୁ ନାହିଁ। ଧର୍ୟ୍ୟବାନ ହେବାକୁ ପଡିବ। ପିଲାମାନଙ୍କଠାରୁ ଭଲ ଖବର ଶୁଣିବେ। ଛାତ୍ରମାନେ ଉପକୃତ ହେବେ। ବୃଷ ଆଜି ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଏକ ଭଲ ଦିନ। ଆଜି ସେମାନେ ହଠାତ୍ ଉପକୃତ ହେବେ। ଆପଣ ଦିନସାରା ଖୁସି ରହିବେ। କୈଣସି ଅଭାବୀ ବନ୍ଧୁଙ୍କୁ ସାହାଯ୍ୟ କରିପାରିବ। ରିସ୍କ ନେବା ଠାରୁ ଦୂରେଇ ରୁହନ୍ତୁ। ଆଜି ଆପଣଙ୍କର କାମ ସହଜ ହେବ। ଆପଣ ଆପଣଙ୍କର ବ୍ୟବସାୟ କାର୍ୟ୍ୟରେ ଭ୍ରମଣ କରିବେ। ଅଜ୍ଞାତ ବ୍ୟକ୍ତିଙ୍କ ସାମ୍ନାରେ ଅଧିକ ଆଲୋଚନା କରନ୍ତୁ ନାହିଁ। ବିରୋଧୀମାନେ ସକ୍ରିୟ ହୋଇପାରନ୍ତି। ଅଫିସ୍ ପରିବେଶ ଭଲ ରହିବ। ଯୁବକମାନେ…
ପର୍ଯ୍ୟଟକଙ୍କୁ ସୁସ୍ୱାଦୁ ଖାଦ୍ୟ ପରସିବା ପାଇଁ ପୁରୀ ‘ବ୍ଲୁ-ଫ୍ଲାଗ୍’ ବେଳାଭୂମିରେ ଓଟିଡିସିର ‘ହ୍ଵାଇଟ୍ କ୍ରାବ୍ କାଫେଟେରିଆ’ ଲୋକାର୍ପିତ ହୋଇଛି। ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ କାଫେଟେରିଆକୁ ଲୋକାର୍ପିତ କରିଛନ୍ତି। ଖୁବଶୀଘ୍ର ଏହା ପର୍ଯ୍ୟଟକଙ୍କ ଆଦୃତି ଲାଭ କରିବ ବୋଲି ସେ କହିଛନ୍ତି।
ପିଣ୍ଟୁ ବିଷୋୟୀ ବେଗୁନିଆପଡା: ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗେଙ୍କ ବେଗୁନିଆପଡା ବ୍ଲକ ଗସ୍ତ କରିଛନ୍ତି। ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି ଜିଲ୍ଲପାଳ। ଜିଲ୍ଲାପାଳ ବ୍ଲକରେ ପଂହଁଚି କରୋନା ମହାମାରୀର ସଚେତନତା ବିଷୟରେ ଆଲୋଚନା କରିଛନ୍ତି। ଏଥିସହ ବର୍ତ୍ତମାନ ଶୀତଦିନ ଆସୁଥିବାରୁ କରୋନା ବିପତ୍ତି ଟଳିନାହିଁ ତେଣୁ ବ୍ଲକରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ କହିଛନ୍ତି ଜିଲ୍ଲାପାଳ। ଏହାପରେ ଏମଏନଜିଆରଏସ କାର୍ଯ୍ୟ ଉପରେ ସମୀକ୍ଷା କରି ଅସନ୍ତୋଷ ପ୍ରକାଶ କରିଛନ୍ତି ଜିଲ୍ଲାପାଳ। ବ୍ଲକର ବିଭିନ୍ନ ସରପଞ୍ଚଙ୍କ ସହ ଆଲୋଚନା କରି ପଞ୍ଚାୟତ ସ୍ତରରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକୁ ଅଗ୍ରଗତି କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ବିଭିନ୍ନ ପଞ୍ଚାୟତରେ ଏମଏନଜିଆରଏସ କାର୍ଯ୍ୟର ଧିମା ଅଗ୍ରଗତି ନେଇ ଜେଇ ମାନଙ୍କୁ ତାଗିତ କରିଛନ୍ତି ଜିଲ୍ଲାପାଳ। ଏହାପରେ ଦୋକାନ ଆଗରେ ଅଳିଆଆବର୍ଜନା ପଡ଼ିରହୁଥିବା କଥା ଜାଣିବାପରେ ଆବର୍ଜନା ପରିଷ୍କାର କରିବା ପାଇଁ ତହସିଲଦାର ଏବଂ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ।…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ନିକଟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ହୋଇଥିବା ତିନୋଟି କୃଷକ ବିଲ୍ ଦେଶ ତଥା ଓଡ଼ିଶାର କୃଷକଙ୍କ ବଂଚିବା ଅଧିକାର ଓ ଜୀବିକାକୁ ନଷ୍ଟ କରୁଛି। ଏନେଇ ଆଜି ଭାରତୀୟ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ଆହ୍ୱାନ କ୍ରମେ ନବ ନିର୍ମାଣ କୃଷକ ସଂଘ, ଋଷିକୂଲ୍ୟା ରୟତ ମହାସଂଘ, ବଳଦେବ ଜୀଉ ସ୍ୱାମୀ କୃଷକ ସଂଘ, ଅନାନ କୃଷକ ସଂଘର ନେତୃବନ୍ଦ ଏକତ୍ରିତ ହୋଇ ଏକ ବିଲ୍କୁ ସଂଶୋଧନ କରିବାକୁ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଥିଲେ। ଦାବିଗୁଡ଼ିକ ଯଦି ପୂରଣ ନହୁଏ ତେବେ ଆଗାମୀ ୧୮ ତାରିଖରେ ଜିଲ୍ଲାର ସମସ୍ତ ଚାଷୀ ଆର୍ଡ଼ିସି କାର୍ଯ୍ୟାଳୟ ଘେରାଉ କରିବା ସଂଗେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର କୃଷିମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିବେ। ଉପରୋକ୍ତ ସଂଘଗୁଡ଼ିକ ଦାବିଗୁଡ଼ିକ ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆକ୍ଟ ୨୦୨୦କୁ ତୁରନ୍ତ ନାକଚ କରିବା, କର୍ପୋରେଟ ସେକ୍ଟରରେ ନିତ୍ୟ ବିବ୍ୟହାର୍ଯ୍ୟ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସରକାରଙ୍କ ତଥ୍ୟ ଅନୁସାରେ ଶୀତଦିନେ କରୋନାର ଦ୍ୱିତୀୟ ୱେଭ୍ ସଂକ୍ରମଣ ହେବାର ସମ୍ଭାବନା ଅଧିକ ରହିଛି। ଏହି ଦ୍ୱିତୀୟ ୱେଭ୍ ସଂକ୍ରମଣ ହେଲେ ଗଂଜାମ ଜିଲ୍ଲାରେ କରୋନା ଅଧିକ କରାଳ ରୂପ ଦେଖାଇବ। ଏଥିନିମନ୍ତେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସବୁଠାରୁ ଅଧିକ ପ୍ରଭାବିତ ହେଉଥିବା ବ୍ରହ୍ମପୁର ମହାନଗର ନିଗମରେ ହେଲ୍ଥ ସ୍କ୍ରିନିଂ ଚାଲୁରହିଛି। ଏଥିନେଇ ଗୋଟିଏ ଗୋଟିଏ ଟିମ୍ ଗଠନ କରାଯାଇ ସହରର ବିଭିନ୍ନ ଅଂଚଳକୁ ପଠାଯାଉଛି। ଏମାନେ ସାହି ସାହି ବୁଲି ତଥା ଦ୍ୱାର ଦ୍ୱାର ଯାଇ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ତାପମାତ୍ରା, ଅକ୍ସିଜେନ୍ ଲେବେଲ୍ ମାପ କରୁଛନ୍ତି। ଯେଉଁମାନଙ୍କ ଅସୁବିଧା ଥିବ ସେମାନଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯିବ। ବ୍ରହ୍ମପୁର ସହରରେ “ଜିରୋ ଆକ୍ଟିଭ୍ କେସ” ପାଇଁ କମିଶନର ଅଣ୍ଟା ଭିଡ଼ିଛନ୍ତି। ଏହା ୧୪ ନଭେମ୍ବର ପର୍ଯ୍ୟନ୍ତ ଜାରି ରହିବ। ଗତକାଲି ଗଂଜାମ ଜିଲ୍ଲାରେ ୩୯୮୦ ଟି ସ୍ୱାବ୍ ପରୀକ୍ଷା କରାଯାଇଥିବାବେଳେ ଆଜି ନୂତନ…
ହେମାଙ୍ଗ ରସାଦ ରାଉଳ ବ୍ରହ୍ମପୁର: ଜରଡ଼ ପୋଲିସ୍ ଏବଂ ଅବକାରୀ ବିଭାଗ ମିଳିତ ଚଢ଼ାଉରେ ବିପୁଳ ପରିମାଣରେ ମଦ ଜବତ ସହ ପୋଚକୁ ନଷ୍ଟ କରାଯାଇଛି। ଆଜି ଜରଡ଼ ପୋଲିସ୍, ଏପିଆର୍ ଫୋର୍ସ, ଏକଜ୍କୁଟିଭ୍ ମାଜିଷ୍ଟ୍ରେଟ୍ ମିଳିତ ଭାବେ କନ୍ଧବିଜପୁର ଏବଂ ସୁନାରିବଡ଼ ଗ୍ରାମ ନିକଟସ୍ଥ ଏକ ନିକାଞ୍ଚନ ସ୍ଥାନରେ ଚଢ଼ାଉ ହୋଇଥିଲା। ଚଢ଼ାଉରେ ୬୦୦୦ ଲିଟର ପୋଚ ନଷ୍ଟ କରାଯାଇଥିବାବେଳେ ୨୫୦ ଲିଟର ରନ୍ଧା ମଦ ଜବତ କରାଯାଇଛି। ଏହାସହ ବିପୁଳ ପରିମାଣରେ ମଦ ପ୍ରସ୍ତୁତ ସାମଗ୍ରୀକୁ ଜବତ କରିଛି। ମଦ ଏବଂ ସାମଗ୍ରୀର ଆନୁମାନିକ ମୂଲ୍ୟ ୩ ଲକ୍ଷ ୨୫ ହଜାର ଟଙ୍କା ହେବ ବୋଲି ସୂଚନା ମିଳିଛି।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସଂପ୍ରତି କରୋନା ମହାମାରୀ ଜନିତ ସରକାରୀ କଟକଣା ଭିତରେ ଓଡ଼ିଶାର କଳାକାର ସମାଜ ସଂପୂର୍ଣ୍ଣ ବେରୋଜଗାରୀ ହୋଇ ଆପଣା ଜୀବିକା ସାଧନାଗୁଡ଼ିକ ବ୍ରିକି ବଟା କରିଦେଲେଣି। ଏଣିକି କଳାକାର ମଡ଼କ ଆଶଙ୍କା ବଳବତ୍ତର ହେଲାଣି। ଏଭଳି ଏକ ସଙ୍କଟମୟ ସ୍ଥିତିରେ କଳାକାରଙ୍କୁ ମଂଚ ଦିଆଯାଉ ନଚେତ୍ ସରକାରୀ ସହାୟତା ଦେବାକୁ ବରିଷ୍ଠ କଳାକାର ମହାସଂଘ ଦାବି କରିଛି। ଏନେଇ ଦକ୍ଷିଣାଞ୍ଚଳ ଆର୍ଡ଼ିସିଙ୍କୁ ଏକ ଦାବିପତ୍ର ଦେବାର ଥିଲା। କିନ୍ତୁ ଏ ନ ମିଳିବାରୁ ଆଜି ଏକ ବୈଠକ ହଳଦିଆପଦର ଓଭରବ୍ରିଜ ତଳେ ମହାସଂଘ ସଭାପତି ନାଟ୍ୟଗୌରବ ଡା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ସଂପ୍ରତି କଳାକାରଙ୍କୁ ମଂଚ ନତୁବା ସରକାରୀ ପ୍ରଯତ୍ନ ନିତାନ୍ତ ଆବଶ୍ୟକ ଥିବା ମତପ୍ରକାଶ ପାଇଥିଲା। ଏଥିରେ ନାଟ୍ୟ-ବିଦ୍ୟା-ବୁଦ୍ଧି ପ୍ରଫୁଲ ବେହେରା, ନାଟ୍ୟ-ସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମା, ଲୋକକଳା ନିର୍ଦ୍ଦେଶକ ସଂଘ ସଭାପତି ଜି. ରାଜେନ୍ଦ୍ର ରେଡ୍ଡୀ, କୋଷାଧ୍ୟକ୍ଷ ଦୁର୍ଗା…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ବ୍ରହ୍ମପୁର ଭିଜିଲାନସ ବିଭାଗ ପକ୍ଷରୁ ବ୍ରହ୍ମପୁର ବନଖଣ୍ଡ ଏବଂ ଚିଲିକା ୱାଇଲ୍ଡ ଲାଇଫ୍ ବନଖଣ୍ଡର ଦୁଇ ଆକାଉଣ୍ଟାଣ୍ଟ ଘର ଏବଂ ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଛି। ବ୍ରହ୍ମପୁର ଭିଜିଲାନସ କେସ ନଂ ୪/୨୦୨୦ରେ ଚିଲିକା ୱାଇଲ୍ଡ ଲାଇଫ୍ ଡ଼ିଭିଜନ, ବାଲୁଗାଁର ଜୁନିୟର ଆକାଉଣ୍ଟାଣ୍ଟ ନବୀନ ଚନ୍ଦ୍ର ବିଷୋୟୀଙ୍କ ବ୍ରହ୍ମପୁର ନୀଳକଣ୍ଠନଗର ତୃତୀୟ ଲାଇନ୍ ଘର, ବାଲୁଗାଁ କାର୍ଯ୍ୟାଳୟ ଚାମ୍ବର, ଚିଲିକା ଫରେଷ୍ଟ ରେଷ୍ଟ ହାଉସ୍ରେ ଏକକାଳୀନ ଚଢ଼ାଉ ହୋଇଥିଲା। ଚଢ଼ାଉ ପରେ ତାଙ୍କର ସ୍ଥାବର ଓ ଅସ୍ଥାବର ସଂପତ୍ତିର ପରିମାଣ ଭିଜିଲାନସ ବିଭାଗ ପ୍ରଦାନ କରିଛି। ବ୍ରହ୍ମପୁର ନୀଳକଣ୍ଠନଗର ତୃତୀୟ ଗଳିରେ ଥିବା ଘରର ମୂଲ୍ୟ ୯୬ଲକ୍ଷ ୪୦ହଜାର ୫୯୮ ଟଙ୍କା, ଜଟଣି ବଡ଼ରଘୁନାଥପୁର ମୌଜାରେ ଥିବା ୨ଟି ପ୍ଲଟ୍ ଯାହାର ମୂଲ୍ୟ ୩୨ହଜାର, ୫ ଲକ୍ଷ ୯୫ହଜାର ୨ଶହ ଟଙ୍କାର ଘର ସାମଗ୍ରୀ, ୯୦ହଜାର…
ଭୁବନେଶ୍ବର, ଆଜି ସ୍ବତନ୍ତ୍ର ରିଲିଫ କମିଶନର କୋଭଡି19 ଭିତରେ ଆୟୋଜିତ ବାହାଘର ନିୟମରେ କୋହଳ କରିଛନ୍ତି। ପୂର୍ବରୁ ଥିବା ନିୟମକୁ ବାତିଲ କରି ବର୍ତ୍ତମାନ ନୂଆ ନିୟମ ଜାରୀ କରିଛନ୍ତି। ସେହି ଅନୁସାରେ ଯଦି ସ୍ଥାନୀୟ ପ୍ରଶାସକ ଚାହିଁବେ ତେବେ ଅଧିକ ଲୋକଙ୍କୁ ଅନୁମତି ଦେଇପାରିବେ। ହେଲେ ତାହା 200 ରୁ ଅଧିକ ହୋଇପାରିବ ନାହିଁ। ଆଜି ଏ ନେଇ ଏସଆରସି ସଂଶୋଧିତ ବିଜ୍ଞପ୍ତି ଜାରୀ କରିଛନ୍ତି। ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ, ସ୍ଥାନୀୟ ସଂକ୍ରାମଣକୁ ଧ୍ୟାନ ରଖି ଏହି ନିଷ୍ପତି ସ୍ଥାନୀୟ ପ୍ରଶାସନ ନେଇପାରିବେ। ତେବେ ଏହି ଅନୁମତି କେବଳ ଜିଲ୍ଲାପାଳ କିମ୍ବା ମ୍ୟୁନିସିପାଲ କମିଶନର ଦେଇପାରିବେ। ପୂର୍ବରୁ ଏହା ଶହେ ମଧ୍ୟରେ ସୀମିତ ଥିଲା।
ଭୁବନେଶ୍ବର: ଆଜି ରାଜ୍ୟରୁ ୧ ହଜାର ୬୪୧ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୧୮୨ ଜଣ ସୁସ୍ଥ ହୋଇଥିବା ବେଳେ ମୟୂରଭଞ୍ଜରୁ ୧୪୯, ଜଗତସିଂହପୁରରୁ ୧୨୨, କଟକରୁ ୧୦୯, ଅନୁଗୁଳରୁ ୮୪, ସୁନ୍ଦରଗଡରୁ ୮୩, ବଲାଙ୍ଗିରିରୁ ୭୮, ବାଲେଶ୍ବରରୁ ୭୬, କେନ୍ଦ୍ରାପଡାରୁ ୬୩, କେନ୍ଦୁଝରରୁ ୫୬, ମାଲକାନଗିରିରୁ ୫୪, କୋରାପୁଟରୁ ୫୧, କଳାହାଣ୍ଡିରୁ ୪୮, ନୂଆପଡାରୁ ୪୮, ପୁରୀରୁ ୪୭, ନବରଙ୍ଗପୁରରୁ ୪୨, ବରଗଡରୁ ୩୯, ନୟାଗଡରୁ ୩୩, ଢେଙ୍କାନାଳରୁ ୩୨, ଗଞ୍ଜାମରୁ ୩୨, ଝାରସୁଗୁଡାରୁ ୩୨, ସମ୍ବଲପୁରରୁ ୨୯, ଭଦ୍ରକରୁ ୨୫, ଯାଜପୁରରୁ ୨୨, ସୋନପୁରରୁ ୧୮, ବୌଦ୍ଧରୁ ୧୭, ଦେବଗଡ଼ରୁ ୧୩, କନ୍ଧମାଳରୁ ୧୨, ରାୟଗଡାରୁ ୮, ଗଜପତି ରୁ ୪ ଏବଂ ଷ୍ଟେଟ ପୁଲରୁ ୩୩ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ…
ଭୁବନେଶ୍ବର, ରାଉରକେଲା-ଭୁବନେଶ୍ୱର-ରାଉରକେଲା ବିଶେଷ ଟ୍ରେନ ସପ୍ତାହକୁ ପାଞ୍ଚଦିନ ଚାଲୁଥିଲା। ହେଲେ ଏହା ନଭେମ୍ବର ମାସ ୭ ତାରିଖ ଠାରୁ ଡିସେମ୍ବର ମାସ ୩୧ ତାରିଖ ପର୍ଯ୍ୟନ୍ତ ସବୁଦିନ ଚଳାଚଳ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। 02861/02862 ରାଉରକେଲା-ଭୁବନେଶ୍ୱର-ରାଉରକେଲା ବିଶେଷ ଟ୍ରେନ ରାଉରକେଲାରୁ ସକାଳ ୦୫ଘ.୧୦ମି.ରେ ଛାଡି ଭୁବନେଶ୍ୱରରେ ଅପରାହ୍ନ ୧୨ଘ.୩୦ମି.ରେ ପହଞ୍ଚିବ। ଫେରିବା ପଥରେ, 02862 ଭୁବନେଶ୍ୱର-ରାଉରକେଲା ବିଶେଷ ଟ୍ରେନ ଭୁବନେଶ୍ୱରରୁ ଅପରାହ୍ନ ୨ଘ.୧୦ମି. ରେ ଛାଡି ରାଉରକେଲାରେ ରାତ୍ର ୯ଘ.୪୦ମି.ରେ ପହଞ୍ଚିବ। ଏହି ବିଶେଷ ଟ୍ରେନ ପୂର୍ବରୁ ୮ ଟି କୋଚ ପରିବର୍ତ୍ତେ ଏବେ ୧୦ କୋଚ ସହିତ ଚଳାଚଳ କରିବ। ଏହି ଟ୍ରେନ ରେ ଗୋଟିଏ ଏସି-ଚେୟାର କାର ଏବଂ ଗୋଟିଏ ଦ୍ୱିତୀୟ ଶ୍ରେଣୀ ଚେୟାର କାର ଅତିରିକ୍ତ ସଂଯୋଗ ପରେ ଏହା ୦୨ଟି ଏସି ଚେୟାର୍ କାର୍, ୦୬ଟି ସେକେଣ୍ଡ୍ କ୍ଲାସ୍ ଚେୟାର୍ କାର୍ ଏବଂ ୦୨ଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ସହିତ ଚଳାଚଳ କରିବ।…
ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ଡିସେମ୍ବର ୩୧ ଯାଏଁ ସ୍କୁଲ ବନ୍ଦ ରହିବ। ରାଜ୍ୟ ସରକାର କୋଭିଡ୍ ସଂକ୍ରମଣକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି। ଗଣଶିକ୍ଷା ବିଭାଗ ପକ୍ଷରୁ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ହେଲେ ପରୀକ୍ଷା ଓ ମୂଲ୍ୟାଙ୍କନ କାମ ଜାରି ରହିବ। ଏହାସହ ଅନଲାଇନ କ୍ଲାସ ପାଇଁ ଶିକ୍ଷକ ଓ କର୍ମଚାରୀଙ୍କୁ ସ୍କୁଲକୁ ଡକାଯାଇପାରେ। ଡିସେମ୍ବର ଦ୍ଵିତୀୟ ସପ୍ତାହରେ କୋଭିଡ-୧୯ର ୨ୟ ସଂକ୍ରମଣ ଲହର ଆସିବାର ଆଶଙ୍କା ରହିଛି। ଆନ୍ଧ୍ର ପ୍ରଦେଶରେ ସ୍କୁଲରେ କରୋନା ବ୍ୟାପିବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ସୂଚନା ଯୋଗ୍ୟ ଯେ, ଆନ୍ଧ୍ରପ୍ରଦେଶରେ ସ୍କୁଲ ଖୋଲିବାର ମାତ୍ର ୩ ଦିନରେ ଛାତ୍ର ଓ ଶିକ୍ଷକ ମହାମାରୀ ଦ୍ୱାରା ସଂକ୍ରମିତ ହୋଇଥିଲେ। ସୂଚନା ଅନୁସାରେ ଆନ୍ଧ୍ରପ୍ରଦେଶରେ ୨୬୨ ଛାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିଭଳି ୧୬୦ ଶିକ୍ଷକ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ।
କନ୍ଦର୍ପ ବେହେରା ରେଢାଖୋଲ: ଆଜି ରେଢାଖୋଲ ଥାନା କୁଟାସିଂହା ଗ୍ରାମର ଏକ ଢାବା ପଛ ପଟୁ ଜନୈକ ମିସ୍ତ୍ରୀର ମୃତ ଦେହକୁ ଏକ ପୋଲ ପାଖରେ ଝୁଲିକି ରହି ଥିବାର ପୋଲିସ୍ ସୂତ୍ରରୁ ଜଣାପଡିଛି। ପ୍ରକାଶ ଯେ ,ଅନୁଗୋଳ ଜିଲ୍ଲା ଜରପଡା ଥାନା ମରାତିରା ଗ୍ରାମର କୁତାର୍ଥ ସ୍ୱାଇଁ (୬୫) ନାମକ ବୃଦ୍ଧଙ୍କ ମୃତ ଦେହ ରେଢାଖୋଲ ଥାନା ଲୁହାପଙ୍କ ପଂଚାୟତର କୁଟାସିଂହା ଗ୍ରାମର ମାହେଶ୍ୱରୀ ହୋଟେଲ ପଛପଟେ ଥିବା ଏକ ପୋଲରେ ଝୁଲିକି ଥିବାର ରେଢାଖୋଲ ପୋଲିସ୍ ସୂତ୍ରରୁ ପ୍ରକାଶ। ଆସନ୍ତା କାଲି ସମ୍ବଲପୁରରୁ ସାଇଂଟିଫିକ୍ ଟିମ୍ ଆସି ତଦନ୍ତ କରିବେ ବୋଲି ପୋଲିସ୍ ସୂତ୍ରରୁ ଜଣାପଡିଛି। ଯାହା ଜଣା ପଡୁଛି ମାହେଶ୍ୱରୀ ହୋଟେଲ ରେ ମିସ୍ତ୍ରୀ ଭାବରେ କାମ କରୁଥିଲେ ମୃତ ବ୍ୟକ୍ତି ଜଣଙ୍କ। ଆସନ୍ତାକାଲି ମୃତ ବ୍ୟକ୍ତିର ଶବକୁ ଜବତ କରାଯିବ ବୋଲି ପୋଲିସ୍ କହିଛି। ପୋଲିସ୍ ଏହାର ତଦନ୍ତ କରୁଥିବା ଜଣା ପଡିଛି। ଖବର ଲେଖା…
ଶ୍ରୀନଗର: ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲାର ପମ୍ପୋରରେ ହୋଇଥିବା ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ଏବଂ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ଏହା ସହିତ ଜଣେ ଆତଙ୍କବାଦୀ ଆତ୍ମସମର୍ପଣ କରିଛି। ସୂଚନା ଯୋଗ୍ୟ ଯେ, ଗୁରୁବାର ରାତିରେ ଲାଲପୋରା ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଖବର ପାଇ ସୁରକ୍ଷା ବାହିନୀ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏବଂ ପରେ ସୁରକ୍ଷା ବାହିନୀଙ୍କ ଦ୍ଵାରା ଏନକାଉଣ୍ଟର ଆରମ୍ଭ କରାଯାଇଥିଲା। ଦୁଇଦିନ ଧରି ଚାଲିଥିବା ଏହି ଏନକାଉଣ୍ଟରରେ ଦୁଇ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସହିତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଜବତ କରାଯାଇଛି। ଏହି ମୁହାଁମୁହିଁ ଆକ୍ରମଣ ସମୟରେ ଆବିଦ୍ ମିର ନାମକ ଜଣେ ୨୨ ବର୍ଷୀୟ ଯୁବକ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। କିନ୍ତୁ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି।
ଭୁବନେଶ୍ବର: ଆଜି ଭୁବନେଶ୍ୱରରୁ ୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ୧୩ ଜଣ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୪୮ ଜଣ ଲୋକାଲ କେସ ଅଛନ୍ତି। ସେହିଭଳି ଆଜି ୯୧ ଜଣ କରୋନା ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଥିବାର ଟ୍ବିଟ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ। ଭୁବନେଶ୍ୱରରୁ ମୋଟ ୨୯ ହଜାର ୫୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୮ ହଜାର ୪୮୬ ଜଣ ସୁସ୍ଥ ହୋଇଛନ୍ତି। ଏବେ ୮୯୯ ଜଣ ଆକ୍ରାନ୍ତ ସକ୍ରିୟ ଥିବା ବେଳେ ୧୭୭ ଜଣଙ୍କର ମୃତ୍ୟୁ ହୋଇଛି।
ଭୁବନେଶ୍ବର: ଆଜି ଚଳିତ ବର୍ଷର ଓଜେଇଇ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀଙ୍କ ଦ୍ଵାରା ଫଳ ପ୍ରକାଶ ପାଇଛି। ପରୀକ୍ଷା ଦେଇଥିବା ୪୯ ହଜାର ୨୬୭ ଜଣ ପରୀକ୍ଷାର୍ଥୀଙ୍କୁ ମିଳିଲା ର୍ୟାଙ୍କ୍। ଶୋଭିତ ପଟେଲ ବି.ଟେକ ଟପ୍ପର ହୋଇଥିବା ବେଳେ ଶ୍ୟାମସୁନ୍ଦର ପଟେଲ ଏମ.ଟେକ ଟପ୍ପର ହୋଇଛନ୍ତି। ସେହିପରି ଶୁଭକାନ୍ତ ସାହୁ ଏମବିଏରେ ଟପ୍ପର ହୋଇଥିବା ବେଳେ ଜୟଦୀପ ଦେ ଏମସିଏ ରେ ଟପ୍ପର ହୋଇଛନ୍ତି। ସୌମ୍ଯରଞ୍ଜନ ରାଉତରାୟ ବି ଫାର୍ମାରେ ଏବଂ ପରିମିତା ସାହୁ ଏମ ଫାର୍ମାରେ ଶ୍ରେଷ୍ଠ ସ୍ଥାନ ହାସଲ କରିଛନ୍ତି।

