ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗତକାଲି କୂମାରପୂର୍ଣ୍ଣିମା ଥିବାବେଳେ ଜୁଆଖେଳ ଶୀର୍ଷରେ ପହଞ୍ଚିଥିଲା। ଗଂଜାମ ଜିଲ୍ଲାରେ ଗତ ଦୁଇଦିନ ମଧ୍ୟରେ ବହୁ ଜୁଆଡ଼ିକୁ ଗଂଜାମ ଜିଲ୍ଲା ପୋଲିସ୍ ଗିରଫ କରିଥିବାବେଳେ ଗତକାଲି ଏବଂ ଆଜି ମଧ୍ୟ ଜୁଆଆଡ୍ଡା ଚଢ଼ାଉ ଜାରି ରଖିଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ଗ୍ରାମର ୮ଟି ଜୁଆଆଡ୍ଡା ଚଢ଼ାଉ କରି ୪୬ ଜଣ ଜୁଆଡ଼ିକୁ ଗିରଫ କରିଛି ଗଂଜାମ ଜିଲ୍ଲା ପୋଲିସ୍ ଏହା ସହ ୨ ଲକ୍ଷ ୧୫ହଜାର ୬୩୫ ଟଙ୍କା ଏବଂ ଖେଳସାମଗ୍ରୀ ଜବତ କରିଛି। ତେବେ ଚଳିତବର୍ଷ ଦାଦାବଟି ମାଗିବା ନେଇ ପୋଲିସ୍ ପକ୍ଷରୁ ମଧ୍ୟ ଏକ ସ୍ୱତନ୍ତ୍ର ଧରପଗଡ଼ ଚାଲିଥିଲା। ଏହିକ୍ରମରେ ଚଳିତବର୍ଷ ବର୍ତ୍ତମାନ ପର୍ଯ୍ୟନ୍ତ ୧୩ଟି ଦାଦାବଟି ମାଗିବା ଅଭିଯୋଗରେ ୨୬ ଜଣକୁ ଗିରଫ କରିଛି ଗଂଜାମ ଜିଲ୍ଲା ପୋଲିସ୍।
Author: Samikhsya Bureau
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ରାଜ୍ୟ ସରକାରଙ୍କ ଏକ ଅଭାବନୀୟ ନିଷ୍ପତ୍ତି କ୍ରମେ ସରକାରୀ ସ୍କୁଲଗୁଡ଼ିକ ବନ୍ଦ ଏବଂ ମିଶ୍ରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ସାରା ରାଜ୍ୟରେ ଜନଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ସ୍ଥାନରେ ଆଇନଶୃଙ୍ଖଳା ପରିସ୍ଥିତି ମଧ୍ୟ ସୃଷ୍ଟି ହେଉଛି। ସୂଚନାଯୋଗ୍ୟ ରାଜ୍ୟ ସରକାର ନିଷ୍ପତ୍ତି କ୍ରମେ ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟ କ୍ଷେତ୍ରରେ ୨୦ରୁ କମ୍ ଛାତ୍ରଛାତ୍ରୀ ଥିଲେ ସ୍କୁଲ ବନ୍ଦ ହେବ। ଯଦି ୨୦ରୁ ସାମାନ୍ୟ ଅଧିକ ପିଲା ଥିବେ ଓ ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣ ହେବ। ସେହିପରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କଥା କହିଲେ ୫୦ରୁ କମ୍ ଛାତ୍ରଛାତ୍ରୀ ଥିଲେ ତାହାକୁ ବନ୍ଦ କରିବା ବା ଅନ୍ୟ ସ୍କୁଲ ସହ ମିଶ୍ରଣ ପ୍ରସ୍ତାବ ରହିଛି। ଏହି ନିର୍ଦ୍ଦେଶ ସରକାର ମାର୍ଚ୍ଚ ମାସଠାରୁ ଦେଇଥିଲେ ମଧ୍ୟ କରୋନା ଯୋଗୁଁ ଏହା ସାମୟିକ ପାଇଁ ସ୍ଥଗିତ ଥିବାବେଳେ ବର୍ତ୍ତମାନ ଏହା ଜୋର୍ସୋର୍ରେ ଆରମ୍ଭ ହେବାରେ ଲାଗିଛି। ଏହିକ୍ରମରେ…
ଭୁବନେଶ୍ବର: ଆଜି ରାଜ୍ୟରୁ ୧ ହଜାର ୮୧୫ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବଧିକ ୨୨୦ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ କଟକରୁ ୧୫୨, ଅନୁଗୁଳରୁ ୧୪୮, ସୁନ୍ଦରଗଡରୁ ୯୭, ପୁରୀରୁ ୯୬, ମୟୂରଭଞ୍ଜରୁ ୮୩, ବଲାଙ୍ଗିରିରୁ ୭୬, ଯାଜପୁରରୁ ୭୬, କେନ୍ଦୁଝରରୁ ୬୮, ଭଦ୍ରକରୁ ୬୭, କେନ୍ଦ୍ରାପଡାରୁ ୬୨, ବରଗଡରୁ ୬୧, ଜଗତସିଂହପୁରରୁ ୬୦, ନୂଆପଡ଼ାରୁ ୫୮, କୋରାପୁଟରୁ ୪୯, କଳାହାଣ୍ଡିରୁ ୪୫, ବାଲେଶ୍ବରରୁ ୪୨, ନବରଙ୍ଗପୁରରୁ ୩୯, ସମ୍ବଲପୁରରୁ ୩୯, ଝାରସୁଗୁଡାରୁ ୩୫, ମାଲକାନଗିରିରୁ ୩୪, ନୟାଗଡରୁ ୩୦, ବୌଦ୍ଧରୁ ୨୩, ଗଞ୍ଜାମରୁ ୨୩, ଢେଙ୍କାନାଳରୁ ୨୧, କନ୍ଧମାଳରୁ ୧୮, ଗଜପତିରୁ ୧୫, ରାୟଗଡାରୁ ୧୨, ସୋନପୁରରୁ ୧୫, ଦେବଗଡରୁ ୭, ଏବଂ ଷ୍ଟେଟ ପୁଲରୁ ୪୪ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ…
ରମେଶ ମହାନ୍ତି ଜଗତସିଂହପୁର: ତିର୍ତ୍ତୋଲ ବିଧାନସଭା ଉପ-ନିର୍ବାଚନ ନିମନ୍ତେ ସମସ୍ତ ପୋଲିଂ ପାର୍ଟିଙ୍କୁ ଆଜି ସମସ୍ତ ବୁଥ୍କୁ ପ୍ରେରଣ କରାଯାଇଛି। ସ୍ଥାନୀୟ ଏସ୍.ଭି.ଏମ୍ କଲେଜରେ ଏଥିନିମନ୍ତେ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ବୁଥ୍ ସଂଖ୍ୟା ୨୬୫ ରୁ ୩୭୩କୁ ବୃଦ୍ଧି କରାଯାଇଛି। ୧୯୪୦ ଜଣ ପ୍ରିଜାଇଡିଙ୍ଗ୍ ପୋଲିଂ ଅଧିକାରୀ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ପୋଲିଂ ପାର୍ଟିକୁ ନେବା ଆଣିବା ପାଇଁ ୧୫୭ଟି ବସ୍ର ବ୍ୟବସ୍ଥା କରାଯାଇଛି। ଉପ-ନିର୍ବାଚନ ନିମନ୍ତେ ୬୨ ଜଣ ସି.ଏ.ପି.ଏଫ୍, ୩୭ ଜଣ ୱେବ୍ କାଷ୍ଟିଙ୍ଗ୍, ୪୦ ଜଣ ମାଇକ୍ରୋ ଅବଜରଭର୍, ୫ଟି ଭିଡ଼ିଓ ଗ୍ରାଫି ନିୟୋଜିତ ହୋଇଛନ୍ତି। ଉପ-ନିର୍ବାଚନ ନିମନ୍ତେ ୩୩ ଜଣ ସେକ୍ଟର ଅଫିସର ନିୟୋଜିତ ହୋଇଛନ୍ତି। ଆଜି ପୋଲିଂ ପାର୍ଟିଙ୍କୁ ୩୭ଟି ଡିସ୍ପରସାଲ କାଉଟଂର ମାଧ୍ୟମରେ ପୋଲିଂ ସାମଗ୍ରୀ ପ୍ରଦାନ କରାଯାଇଛି। ଜିଲ୍ଲାପାଳ-ତଥା-ଜିଲ୍ଲା ନିର୍ବାଚନ ଅଧିକାରୀ ସରୋଜ କୁମାର ମିଶ୍ର ଏବଂ ଆରକ୍ଷୀ ଅଧିକ୍ଷକ ପ୍ରକାଶ ଆର୍…
ଭୁବନେଶ୍ବର, ପୂର୍ବ ତଟ ରେଳ ଅଧୀନରେ ଥିବା ସମ୍ବଲପୁର ଡିଭିଜନର ଟିଟିଲାଗଡ-ରାୟପୁର ରେଳ ସେକ୍ସନର ତୁରେକେଲା ରୋଡ୍-ହରିଶଙ୍କର ରୋଡ୍ ଏବଂ ଲଖନା ଷ୍ଟେସନ୍ ମଧ୍ୟରେ ତୁରେଇକେଲା ରୋଡ୍-ହରିଶଙ୍କର ରୋଡ୍-ଲଖନା ଷ୍ଟେସନ ମଧ୍ୟରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ୟ୍ୟ ପାଇଁ ନିମ୍ନଲିଖିତ ଅନୁଯାୟୀ ଦୁଇଟି ଟ୍ରେନ୍ ପ୍ରଭାବିତ ହେବ – ଟ୍ରେନର ବାତିଲ୍: ୦୨୮୮୭/୦୨୮୮୮ ବିଶାଖାପାଟଣା-ନିଜାମୁଦ୍ଦିନ-ବିଶାଖାପାଟଣା ବିଶେଷ ଟ୍ରେନ ଭାୟା ରାୟଗଡା-ଟିଟିଲାଗଡ-ରାୟପୁର ଚଳିତ ମାସ ୩ ନଭେମ୍ବର ରୁ ୮ ନଭେମ୍ବର, ୨୦୨୦ ମଧ୍ୟରେ ଏବଂ ନିଜାମୁଦ୍ଦିନ ଠାରୁ ୨ ନଭେମ୍ବର ରୁ ୭ ନଭେମ୍ବର, ୨୦୨୦ ମଧ୍ୟରେ ଉଭୟ ଦିଗରୁ ବାତିଲ ରହିବ। ଟ୍ରେନର ଆଂଶିକ ବାତିଲ୍: ୦୮୪୨୫/୦୮୪୨୬ ପୁରୀ-ଦୁର୍ଗ-ପୁରୀ ବିଶେଷ ଟ୍ରେନ ପୁରୀ ଠାରୁ ୨ ରୁ ୮ ନଭେମ୍ବର, ୨୦୨୦ ମଧ୍ୟରେ ଏବଂ ଦୁର୍ଗ ଠାରୁ ୩ ରୁ ୯ ନଭେମ୍ବର, ୨୦୨୦ ମଧ୍ୟରେ ଉଭୟ ଦିଗରୁ ପୁରୀ ଏବଂ ଟିଟିଲାଗଡ ମଧ୍ୟରେ ଚଳାଚଳ କରିବ ଏବଂ ଟିଟିଲାଗଡ…
ମାଲାକାନାଗିର, ବିଏସଏଫର ଲଢୁଆ ସୁରକ୍ଷା କର୍ମିଙ୍କୁ ନେଇ ମାଲାକାନାଗିରିର ସ୍ବାଭିମାନ ଅଞ୍ଚଳରେ ଏକ ନୂଆ କ୍ୟାମ୍ପ କରାଯାଇଛି। ଏହି କ୍ୟାମ୍ପ ଗୁରାସେତୁ ନିକଟରେ କରାଯାଇଛି। ମାଓବାଦୀଙ୍କ ଭୟରେ ସେଠାକାର ଅଞ୍ଚଳବାସୀ ବାହାରୁ ଯିବା ପାଇଁ ଭୟ କରିଥାନ୍ତି। ଫଳରେ ଦୀର୍ଘଦିନରୁ ସେଠାରେ ଏକ ସୁରକ୍ଷା କ୍ୟାମ୍ପ କରିବା ପାଇଁ ଯୋଜନା ଚାଲିଥିଲା। ଗତକାଲି ବିଏସଏଫ ଡିଆଇଜି, ଏସଓଜି, ଆଇଆର ବ୍ୟାଟେଲିୟାନ ଏବଂ ମାଲାକାନାଗିରି ଏସପି ବିଏସଏପର ସିଓବି କୁ ପତାକା ପୋତି ଉଦଘାଟନ କରିଥିଲେ। ଏହା ନୂଆ ସିଓବି ବା କଂପାନୀ ଅପରେଟିଂ ବେସ୍ ପ୍ରତିଷ୍ଠା ନେଇ ଓଡିଶା ପୋଲିସ ଡିଜି ଅଭିନନ୍ଦନ ଜଣାଇଛନ୍ତି।
ଭୁବନେଶ୍ୱର : ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ଉଭୟ ନିର୍ବାଚନ ମଣ୍ଡଳୀକୁ ପୋଲିଂ ପାର୍ଟି ପଠାଯାଇ ସାରିଥିବା ସୂଚନା ମିଳିଛି ।ଆଜି ସନ୍ଧ୍ୟା 6ଟା ପରେ ଉଭୟ ଆସନରେ ନିର୍ବାଚନ ପ୍ରଚାର ବନ୍ଦ ହେବ । ସନ୍ଧ୍ୟା 6ଟା ପରେ ବାହାର ଲୋକଙ୍କୁ ବାଲେଶ୍ୱର ଓ ତିର୍ତ୍ତୋଲ ଯିବା ମନା । ବାଲେଶ୍ୱରରେ 346 ଓ ତିର୍ତ୍ତୋଲରେ 373ଟି ବୁଥ ହୋଇଛି । ବାଲେଶ୍ୱରରେ 1800 ଓ ତିର୍ତ୍ତୋଲରେ 1900 କର୍ମଚାରୀ ନିୟୋଜିତ ହୋଇଛନ୍ତି । ପ୍ରଚାର ବେଳେ କୋଭିଡ ନିୟମ ଭାଙ୍ଗ ଅଭିଯୋଗରେ 52ଟି ମାମଲା ରୁଜୁ ହୋଇଛି । ବାଲେଶ୍ଵର ସଦର ଓ ତିର୍ତ୍ତୋଲ ଉପନିର୍ବାଚନର ପାଇଁ ପ୍ରଚାର ଶେଷ । ସଂଧ୍ୟା 6ଟା ପୂର୍ବରୁ ଅଣ ଭୋଟରମାନଙ୍କୁ ନିର୍ବାଚନ ମଣ୍ଡଳୀ ଛାଡିବାକୁ ନିର୍ଦ୍ଦେଶ ଦେଇଛି । ଏନେଇ ସାମ୍ବାଦିକ ସମ୍ମିଳନୀ କରି…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୮୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ ୮୩ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୨୦ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୬୩ ଜଣ ଲୋକାଲ କଣ୍ଟାକ୍ଟ କେସ୍ ବୋଲି ବିଏମ୍ସି ଟୁଇଟ୍ ଯୋଗେ ସୂଚନା ଦେଇଛି। https://twitter.com/bmcbbsr/status/1322871295411855360?s=20 ସେହିପରି ଆଜି ୨୦୧ ଜଣ ସୁସ୍ଥ ହୋଇଛନ୍ତି। ନୂତନ ୮୩ ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୯ ହଜାର ୨୩୬ ରେ ପହଞ୍ଚିଛି। ସେହିପରି ଏବେ ସୁଦ୍ଧା ୨୭ ହଜାର ୭୪୪ ଜଣ ସୁସ୍ଥ ହୋଇଥିବାବେଳେ ୧୬୭ ଜଣଙ୍କର ମୃତ୍ୟୁ ହୋଇଛି। ଭୁବନେଶ୍ବର ମହାନଗରରେ ଏବେବି ୧ ହଜାର ୩୦୪ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।
ଆମେରିକା : ଆମେରିକାରେ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । କିନ୍ତୁ ନିର୍ବାଚନ ଆଗରେ ଜୀବନ ଫିକା ପଡିଥିବାର ଦେଖାଯାଇଛି । ଆମେରିକାରେ କରୋନା ସଂକ୍ରମଣ ବଢୁଥିବାବେଳେ ନିର୍ବାଚନୀ ରାଲି ମଧ୍ୟ ଚାଲିଛି । ତେବେ ଏନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ନିର୍ବାଚନ ପାଇଁ ଟ୍ରମ୍ପ କରିଥିବା 18ଟି ରାଲିରେ ଯୋଗ ଦେଇ ପ୍ରାୟ 30,000 ଲୋକ କରୋନା ସଂକ୍ରମିତ ହୋଇଛନ୍ତି । ଏହା ସହ 700 ଲୋକ ସଂକ୍ରମଣରେ ମୃତ୍ୟୁ ବରଣ କରିଛନ୍ତି ବୋଲି ସୁଚନା ଦେଇଛନ୍ତି ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ । ଏହି ୟୁନିଭର୍ସିଟି ଗବେଷକମାନେ କିଛି ଦିନ ପୂର୍ବରୁ ସାମୂହିକ ଲୋକଙ୍କୁ ନେଇ କରାଯାଉଥିବା ସଭାରେ କୋଭିଡ୍ର ପ୍ରଭାବ ଶୀର୍ଷକ ଅଧ୍ୟୟନ ଆରମ୍ଭ କରିଥିଲେ।
ଭୁବନେଶ୍ୱର: ଓଟିଭି ସିଏଫ୍ଓଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ। ସିଏଫ୍ଓ ମନୋରଂଜନ ଷଡ଼ଙ୍ଗୀଙ୍କୁ ଗିରଫ କ୍ରାଇମବ୍ରାଞ୍ଚ କରିଛି। ସାରୁଅ ଜମି କିଣାବିକା ମାମଲାରେ ଗିରଫ କରିଛି କ୍ରାଇମବ୍ରାଞ୍ଚ। ସକାଳେ ମନୋରଂଜନଙ୍କୁ କ୍ରାଇମବ୍ରାଞ୍ଚ ଉଠାଇ ନେଇଥିଲା। ବିନା କୌଣସି ନୋଟିସରେ ଉଠାଇ ନେଇଥିଲା କ୍ରାଇମବ୍ରାଞ୍ଚ। ଦଫା 420, 423, 467, 468, 471, 120 ବିର ସେକ୍ସନ 3 (1) (ଜି,କ୍ୟୁ) ଏସ୍ସି/ଏସ୍ଟି ଆଇନରେ ଗିରଫ କରାଯାଇଥିବା ଜଣାପଡ଼ିଛି।
କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲରେ ଦିନକୁ ଦିନ ହାତୀ ପ୍ରାଦୁର୍ଭାବରେ ଲୋକମାନେ ଅତିଷ୍ଠ ହୋଇପଡୁଥିବା ବେଳେ ବହୁ ଧନ ଜୀବନ ତଥା ଫସଲ ହାନୀ ହେଉଛି । ଏ ଦିଗରେ ବନ ବିଭାଗ ଆଖିଦୃଷ୍ଟିଆ ପଦକ୍ଷେପ ନେଉ ନ ଥିବା ଅଭିଯୋଗ ହେଉଛି । କେଉଁଠି ହାତୀକୁ ମଣିଷ ମାରୁଛି ତ ଆଉ କେଉଁଠି ହାତୀ ମଣିଷକୁ ମାରୁଛି । ଏପରିକି ହାତୀ ମାନେ ପରିତ୍ୟକ୍ତ କୁଅରେ ପଡୁଛନ୍ତି । ଏଭଳି ଏକ ଘଟଣା ଘଟିଛି ଗତକାଲି ରାତି ୮ ଟାରେ ରେଢାଖୋଲ ବନଖଣ୍ଡ ବଡବାହାଳ ରେଞ ଅଧିନସ୍ଥ କୁକୁଡାବାହାଳୀ ପଂଚାୟତର ବଡକଷିବାହାଳ ଗ୍ରାମରେ । ପ୍ରକାଶ ଯେ , ବଡକଷିବାହାଳ ଗ୍ରାମରେ ପାଖାପାଖି ରାତି ୮ ଟାରେ ଗ୍ରାମର ଜଙ୍ଗଲ ସନ୍ନିକଟ ଏକ ପରିତ୍ୟକ୍ତ କୂଅ ଭିତରେ ଏକ ଛୋଟ ମାଈ ହାତୀ ପଡିଯାଇଥିଲା । ବହୁ ଚେଷ୍ଟା ସତ୍ୱେ ସେ ବାହାରକୁ ଆସିବାରେ ସକ୍ଷମ ହୋଇପାରି ନ ଥିଲା…
ଭୁବନେଶ୍ବର, ସାଧାରଣତଃ ଘରର ଶାନ୍ତି ସମୃଦ୍ଧି ପାଇଁ ଅନେକ ମନି ପ୍ଲାଣ୍ଟ ଲଗାଇଥାନ୍ତି। ଏହାଦ୍ବାରା ଅନେକ ଫାଇଦା ମିଳିଥାଏ ସତ ହେଲେ ତାହା ଠିକ୍ ଦିଗରେ ରହିବା ଦରକାର। ଅନେକ ଘରେ ମନି ପ୍ଲାଣ୍ଟକୁ ଠିକ୍ ଭାବରେ ନ ରଖିଲେ ତାହା ଅନିଷ୍ଟ କରିଥାଏ। ସେଥିପାଇଁ ମନି ପ୍ଲାଣ୍ଟ ଘରେ ରଖିଲା ବେଳେ ଦୟାକରି ଏହି କଥାଗୁଡିକ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ୧-ଘରେ ମନି ପ୍ଲାଣ୍ଟ ଅଗ୍ନି କୋଣ ଅର୍ଥାତ୍ ଦକ୍ଷିଣ-ପୂର୍ବ ଦିଗ ସର୍ବୋତ୍ତମ ବୋଲି ବିବେଚନା କରାଯାଏ । କାରଣ ଯଦି ମନି ପ୍ଲାଣ୍ଟ ଆପଣଙ୍କ ଘରର ଏହି ଦିଗରେ ରହେ ତେବେ ଆପଣଙ୍କ ଘରେ ଗଣେଶଙ୍କର ଆଶୀର୍ବାଦ ପ୍ରାପ୍ତ ହେବ। ୨-ସେହି ଅଗ୍ନି କୋଣ ଭଗବାନ ଗଣେଶଙ୍କର ହୋଇ ଥିବାବେଳେ ତାଙ୍କର ପ୍ରତିନିଧୀ ଗ୍ରହ ଶୁକ୍ର ମଧ୍ୟ ସେଠାରେ ଥାଆନ୍ତି। ଆପଣ ନିଶ୍ଚିତ ଭାବରେ ଜାଣିଥିବେ ଯେ ଭଗବାନ ଗଣେଶ ଅମଙ୍ଗଳଙ୍କୁ ଧ୍ୱଂସ କରୁଥିବାବେଳେ ଶୁକ୍ର…
ବାରିପଦା, କରୋନା ପାଇଁ ଦର୍ଘ ସାତମାସ ଧରି ବନ୍ଦ ଥିବା ଶିମିଳିପାଳ ଅଭୟାରଣ୍ୟ ଆଜି ବହୁ କଟକଣା ଭିତରେ ଖୋଲିଛି। ପ୍ରଥମ ଦିନରେ 258 ଜଣ ପର୍ଯ୍ୟଟକ 40ଟି ଯାନରେ ଅଭୟାରଣ୍ୟ ଭିତରେ ପଶିଛନ୍ତି। ଏହି ପର୍ଯ୍ୟଟକମାନେ ଦୁଇଟି ପ୍ରବେଶ ପଥ ମାଧ୍ୟମରେ ଭିତରକୁ ପ୍ରବେଶ କରିଛନ୍ତି। 25ଟି ଯାନରେ 175 ଜଣ ପିଠବାଟ, 83 ଜଣ 15ଟି ଯାନରେ କାଳିଆନି ପ୍ରବେଶ ପଥ ଦେଇ ପ୍ରବେଶ କରିଛନ୍ତି। ପ୍ରବେଶ ପଥରେ ଏହି ପର୍ଯ୍ୟଟକଙ୍କୁ ଥର୍ମାଲ ସ୍କାନ କରାଯିବ ସହିତ ସାନିଟାଇଜ କରାଯାଇଥିଲା। ଆଜି ଖୋଲାଯିବାର ଜଣାଥିବାରୁ ପର୍ଯ୍ୟଟକମାନେ ସକାଳୁ ଲମ୍ବା ଲାଇନରେ ଛିଡା ହୋଇଥିଲେ। ସେହି ସମୟରେ ସେମାନଙ୍କୁ ସାନିଟାଇଜ କରାଯାଇଥିଲା। ଏଥିସହିତ ସମସ୍ତଙ୍କୁ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦିଆଯାଇଥିଲା। ଏହି ପର୍ଯ୍ୟଟକଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।
ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ସମଦା ରୋଡସ୍ଥିତ ନ୍ୟୁ ତେଜାମାଟି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜ୍ୱର ପୀଡିତାଙ୍କୁ ଦୁଷ୍କର୍ କରିବା ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଡାକ୍ତରଖାନା ଅଧିକାରୀ ତଥା କିଛି ବାହାର କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଭରୱାରୀ ଅଞ୍ଚଳର ଏକ ଗ୍ରାମରେ ରହୁଥିବା ନାବାଳିକାଙ୍କୁ ଜ୍ୱର ହେତୁ ମନଞ୍ଜପୁରର ସମଦା ରୋଡରେ ଥିବା ନ୍ୟୁ ତେଜାମାଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯୁବତୀଙ୍କ ପିତା ଅଭିଯୋଗ କରିଛନ୍ତି ଯେ ଡାକ୍ତରଖାନା ଅପରେଟର ତାଙ୍କଠାରୁ ଏକ ଲକ୍ଷ ପାଞ୍ଚ ହଜାର ଟଙ୍କା ତିନି କିସ୍ତିରେ ଜମା କରିଛନ୍ତି। ଏପରିକି ଝିଅର ଅବସ୍ଥା ନ ସୁଧୁରିବା ପରେ ମଧ୍ୟ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି ବୋଲି ଡାକ୍ତରମାନେ କହିଛନ୍ତି। ଅପରପକ୍ଷରେ ଯୁବତୀଙ୍କ ପିତା ଅଭିଯୋଗ କିରି କହିଛନ୍ତି ଯେ, ଡାକ୍ତରଖାନାର ଷ୍ଟାପ୍ମାନେ ଦୁଷ୍କର୍ମ କରିବା ପରେ ଘଟଣା ପ୍ରଘଟ ହେବା ଭୟରେ ତାଙ୍କ ଝିଅର ହତ୍ୟା କରିଛନ୍ତି ।…
ଆମେରିକା : ଆମେରିକୀୟ ଗାୟିକା, ଗୀତିକାର, ଲେଖିକା ତଥା ଅଭିନେତ୍ରୀ ମାର୍ଗାରେଟ୍ ଲିଏନ୍ ରାଇମ୍ସ ସିବ୍ରାୟନ୍ ନିକଟରେ ନିଜ ଇନ୍ଷ୍ଟାଗ୍ରାମ ପୋଷ୍ଟରେ ଚର୍ମ ରୋଗକୁ ନେଇ ସଚେତନତା କରୁଛନ୍ତି । ଏଥିପାଇଁ ସେ ନିଜ ଇନ୍ଷ୍ଟାଗ୍ରାମ ରେ ନିଜର କିଛି ନୁଡ୍ ଫୋଟ୍ ପୋଷ୍ଟ କରିଛନ୍ତି । ଏହି ଫଟୋରେ ତାଙ୍କ ତ୍ବଚାରେ କିଛି ଚିହ୍ନ ଥିବାର ଦେଖାଯାଉଛି । ମାର୍ଗ୍ରେଟ୍ ଏହି ପୋଷ୍ଟରେ ଲେଖିଛନ୍ତି ଯେ, ସେ ସିରୋସିସ୍ ରୋଗରେ ପୀଡ଼ିତ ଅଛନ୍ତି । ଏହି ରୋଗରେ ଲକ୍ଷଣ ଅନୁସାରେ ଶରୀରରେ କୁଣ୍ଢେଇ ହେବା ସହିତ ଲାଲ୍ ଲାଲ୍ ଚିହ୍ନ ହୋଇଯାଉଛି ।ମାର୍ଗାରେଟ୍ ଏହି ପୋଷ୍ଟରେ ନିଜ ଫଟୋ ଦେଇ ନିଜ ରୋଗ ସମ୍ପର୍କରେ ଅନ୍ୟମାନଙ୍କୁ ଜଣାଇବା ସହ ସଚେତନ ମଧ୍ୟ କରାଉଛନ୍ତି । ସୂଚନାଯୋଗ୍ୟ, ସିରୋସିସ୍ ରୋଗର ସମ୍ପୂର୍ଣ୍ଣ ଚିକିତ୍ସା ନାହିଁ । କିନ୍ତୁ ଏହି ରୋଗରେ ଲକ୍ଷଣକୁ ଦେଖି କିଛିକାଂଶରେ ଏହାକୁ କଣ୍ଟ୍ରୋଲ୍ କରାଯାଇପାରିବ। ମାର୍ଗାରେଟ୍ ଆମେରିକାର…
ରମେଶ ମହାନ୍ତି ଜଗତସିଂହପୁର: ୧୦୨-ତିର୍ତୋଲ(ସଂ) ବିଧାନସଭା ଉପ-ନିର୍ବାଚନ ପରିପ୍ରେକ୍ଷୀରେ ନିର୍ବାଚନ ଆଚରଣବିଧି ଓ ରାଜ୍ୟ ସରକାରଙ୍କ କୋଭିଡ-୧୯ ମାର୍ଗଦର୍ଶିକା ଉଲ୍ଲଘଂନ ତଥା ଫ୍ଲାଇଙ୍ଗ୍ ସ୍କ୍ୱାର୍ଡକୁ ଦୁଃବ୍ୟବହାର ଅଭିଯୋଗରେ ଜିଲ୍ଲାପାଳ-ତଥା-ଜିଲ୍ଲା ନିର୍ବାଚନ ଅଧିକାରୀ ସରୋଜ କୁମାର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ବିରିଡ଼ି ବ୍ଲକ୍ ମଧ୍ୟଶାସନ ଗ୍ରାମର ୮ ଜଣ ବ୍ୟକ୍ତିଙ୍କୁ ଜିଲ୍ଲା ପୋଲିସ୍ ଗିରଫ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବିରିଡ଼ି ପୋଲିସ୍ ପକ୍ଷରୁ ଅପରାଧିଙ୍କ ବିରୋଧରେ କେଶ୍ ନଂ.୧୮୮ ତା.୨୯.୧୦.୨୦୨୦ରିଖରେ ଧାରା ୩୨୨/୩୪୧/୩୪୨/୧୮୮/୧୮୬/୫୦୬/୩୩/୩୫୩/୩୫୪-ଇ/୩୭୯/୨୦୧/୩୪ ଓଚଉ/୩ ମହାମାରୀ ରୋଗ ଅଧିନିୟମ-୧୮୯୭/୫୧(ବ)/୫୧(ଭ) ମହାମାରୀ ଅଧିନିୟମ -୨୦୨୦ ଅନୁଯାୟୀ ମାମଲା ଦାୟର କରାଯାଇଛି। ଗିରଫ ହୋଇଥିବା ୮ ଜଣ ବ୍ୟକ୍ତିଙ୍କୁ ଅକ୍ଟୋବର ୩୦ ତାରିଖରେ କୋର୍ଟ ଚାଲାଣ କରାଯାଇଛି ଏବଂ ଫେରାର୍ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ପଦକ୍ଷେପ ଗ୍ରହଣ କରାଯାଉଛି। ଏଠାରେ ପ୍ରକାଶ ଥାଉକି ଭାରପ୍ରାପ୍ତ ଅଧିକାରୀ ନିର୍ବାଚନ ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ ନଂ.୩ ଅକ୍ଟୋବର ୨୮ ତାରିଖ ରାତି ଘ.୧୦.୩୦ମି.ରେ ଜିଲ୍ଲା…
କ୍ୟୁବେକ୍: ଫ୍ରାନ୍ସ ପରେ ଏବେ କାନଡାର କ୍ୟୁବେକ୍ ଅଞ୍ଚଳରେ ଛୁରୀ ଆକ୍ରମଣର ସୂଚନା ରହିଛି । ଗହଳିପୂର୍ଣ୍ଣ ସ୍ଥାନରେ ଆକ୍ରମଣକାରୀଙ୍କ ଦ୍ୱାରା ମରଣାନ୍ତକ ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା ଦୁଇଜଣଙ୍କ ମତ୍ୟୁ ଘଟିଥିବା ବେଳେ 5ଜଣ ଆହତ ହୋଇଛନ୍ତି। ପୁଲିସ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଚଳାଇଛି। ପୁଲିସ୍ ସନ୍ଦିଗ୍ଧ ଆକ୍ରମଣକାରୀକୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ମଧ୍ୟଯୁଗୀୟ ପୋଷାକ ପିନ୍ଧିଥିବା ବେଳେ ତାଙ୍କ ନିକଟରୁ ଲମ୍ବା ଓ ଧାରୁଆ ଚାକୁ ପୁଲିସ ଜବତ କରିଛି। ଅଭିଯୁକ୍ତ ବୟସ 20 ବର୍ଷ ମଧ୍ୟରେ ହେବ ବୋଲି ସୂଚନା ରହିଛି । ତେବେ ଏହି ଆକ୍ରମଣ ପଛରେ କାରଣ କ’ଣ ରହିଛି ସେ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ । (ଏଜେନ୍ସି)
ଶାରଜା: ଏପର୍ଯ୍ୟନ୍ତ ଚଳିତ ଆଇପିଏଲରେ ୫୨ ଟି ଲିଗ୍ ମ୍ୟାଚ୍ ର ଖେଳ ଶେଷ ହୋଇଯାଇଥିବା ବେଳେ କେବଳ ମୁମ୍ବାଇ ଇଡିଆନ୍ସ ପ୍ଲେ ଅଫ ପାଇଁ ଯୋଗ୍ୟତା ହାସଲ କରିପାରିଛି। ଆଇପିଏଲ ଇତିହାସରେ ଏହା ଏକ ପ୍ରଥମ ଘଟଣା ହେବ। ଲିଗ୍ ମ୍ୟାଚ୍ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଥିଲେ ମଧ୍ୟ ପ୍ଲେ ଅଫ ପର୍ଯ୍ୟାୟ ପାଇଁ ୬ ଟି ଦଳ ସଂଘର୍ଷ କରୁଛି। ଏକମାତ୍ର ଦଳ ଭାବେ ତିନି ଥର ଚମ୍ପିୟାନ ହୋଇଥିବା ଚେନ୍ନାଇ ସୁପରକିଙ୍ଗ୍ସ ଟୁର୍ଣ୍ଣାମେଣ୍ଟର ପ୍ଲେ ଅଫରୁ ବିଦା ନେଇସାରିଛି। ବାକି ୬ ଟି ଦଳ ମଧ୍ୟରେ ଦ୍ଵିତୀୟ, ତୃତୀୟ ଏବଂ ଚତୁର୍ଥ ସ୍ଥାନ ପାଇଁ ଆଜି ଠାରୁ ଲଢେଇ ହେବାକୁ ଯାଉଛି। ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଏହି ୬ଟି ଦଳକୁ ଯୋଗ୍ୟତା ହାସଲ କରିବା ପାଇଁ ଗୋଟିଏ ଲେଖାଏଁ ମ୍ୟାଚ ବାକି ରହିଛି। ସେଥିପାଇଁ ଏହି ଦଳଗୁଡିକୁ ଆଗାମୀ ପର୍ଯ୍ୟାୟ ଖେଳିବା ପାଇଁ ବଡ ବ୍ୟବଧାନରେ ନିଶ୍ଚିତ…
ଚେନ୍ନାଇ : ଦେଶରେ କରୋନା ଭାଇରସର ଆତଙ୍କ ଜାରି ରହିଛି । ଭାରତରେ ଏବେସୁଦ୍ଧା 1 ଲକ୍ଷ 22 ହଜାରରୁ ଅଧିକ ଆକ୍ରାନ୍ତ ଜୀବନ ହାରିଲେଣି । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଡ ବଡ ନେତା ଅଭିନେତା ମଧ୍ୟ ପ୍ରାଣ ହରାଇଛନ୍ତି । ସେହିପରି ଶନିବାର ତାମିଲନାଡୁର କୃଷିମନ୍ତ୍ରୀ ଆର ଦୋରାଇକାନ୍ନୁ କରୋନା ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି । ମୃତ୍ୟୁବେଳକୁ ତାଙ୍କୁ 72 ବର୍ଷ ବୟସ ହୋଇଥିଲା । ଗତ 13 ତାରିଖରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ତାଙ୍କୁ କାବେରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗତ ରବିବାର ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡିଥିଲା । କରୋନା ସହ ନିମୋନିଆରେ ମଧ୍ୟ ସେ ଆକ୍ରାନ୍ତ ଥିଲେ । (ଏଜେନ୍ସି)
ନୂଆଦିଲ୍ଲୀ : ସାଧାରଣତଃ ଯୁବକମାନେ ଚାକିରି ନ ପାଇ ଦୁଃଖରେ ଆତ୍ମହତ୍ୟା କରନ୍ତି । କିନ୍ତୁ ଜଣେ ସରକାରୀ ଚାକିରି ପାଇବା ପରେ ଆତ୍ମହତ୍ୟା କରିଛନ୍ତି । କଥାଟା ଅବିଶ୍ବାସ ହେଉଥିଲେ ବି ସତ । ତାମିଲନାଡୁର କନ୍ୟାକୁମାରୀଠାରେ ଏହିପରି ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ଯୁବକ ସରକାରୀ ଚାକିରି ପାଇବା କାରଣରୁ ଆତ୍ମହତ୍ୟା କରିଛନ୍ତି । ଯୁବକ ଜଣକ ଭଗବାନଙ୍କ ନିକଟରେ ପ୍ରତିଜ୍ଞା ମାଗିଥିଲେ ଯେ, ଯଦି ତାଙ୍କର ସରକାରୀ ଚାକିରି ହେଇଯିବ ତେବେ ସେ ନିଜ ଜୀବନ ତ୍ୟାଗ କରି ଭଗବାନଙ୍କ ଶରଣକୁ ଚାଲିଯିବେ । ଯେଉଁଦିନ ତାଙ୍କର ପ୍ରତିଜ୍ଞା ପୂର୍ଣ୍ଣ ହେଲା ସେଦିନ ସେ ମୃତ୍ୟକୁ କୋଳେଇ ନେଲେ । ତାମିଲନାଡୁର କନ୍ୟାକୁମାରୀ ଜିଲ୍ଲା ନାଗରକୋଇଲ ଅଞ୍ଚଳରେ ରହୁଥିବା 32 ବର୍ଷୀୟ ଯୁବକ ନବୀନଙ୍କ ଏପରି ପଦକ୍ଷେପ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ମୁମ୍ବାଇରେ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ତାଙ୍କର ଚାକିରି…
ମୟୁରଭଞ୍ଜ: ପାରିବାରିକ କଳହରୁ କରୁଣ ପରିଣତି । ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ବଇଦପୁର ଗାଁରେ ପାରିବାରିକ କଳହରୁ ଅଘଟଣ ଘଟିଥିବା ଜଣା ପଡ଼ିଛି। ନିଆଁରେ ପୋଡି ହୋଇ ପରିବାରର ତିନିଜଣ ଗୁରୁତର ହୋଇଛନ୍ତି। ମୟୁରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଅନ୍ତର୍ଗତ ବୈଦପୁର ଗ୍ରାମରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି ।ପାରିବାରିକ କଳହରୁ ପ୍ରଥମେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ମହିଳା। ମହିଳାକୁ ବଞ୍ଚାଇବାକୁ ଯାଇ ସ୍ବାମୀ ଓ ମାଆ ମଧ୍ୟ ଗୁରୁତର ହୋଇଥିବା ସୂଚାନ ମିଳିଛି। ତିନି ଜଣ ଗୁରୁତରଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରାଯାଇ ବାରିପଦା ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

