ନୂଆଦିଲ୍ଲୀ, ଆଜି ପୂର୍ବତନ ମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ବିରୋଧରେ କଣ ଦଣ୍ଡ ବିଧାନ ହେବ ତାହାର ରାୟ ଆସିବ। ପୂର୍ଭରୁ କୋର୍ଟ ଏହି କୋଇଲା ଦୁର୍ନିତି ମାମଲାରେ ଦିଲ୍ଲୀପଙ୍କ ସମେତ ଅନ୍ୟମାନଙ୍କୁ ଦୋଷୀ ସାବସ୍ତ କରିଛନ୍ତି। ଏହି ମାମଲା ନୂଆଦିଲ୍ଲୀର ସ୍ବତନ୍ତ୍ର ସିବିଆଇ କୋର୍ଟରେ ଚାଲିଛି। ଦିଲ୍ଲୀପଙ୍କ ବିରୋଧରେ ଝା଼ଡଖଣ୍ଡର ଗିରିଡିହ ସ୍ଥିତ ବ୍ରହ୍ମଡିହ କୋଇଲା ବ୍ଲକ ଆବଣ୍ଟନରେ ବ୍ୟାପକ ଅନିମିୟତାର ଅଭିଯୋଗ ଥିଲା। ଏହାର ଶୁଣାଣି କରି ଚଳିତ ମାସ 6 ତାରିଖରେ ସିବିଆଇର ସ୍ବତନ୍ତ୍ର କୋର୍ଟ ଦିଲ୍ଲୀପଙ୍କ ସମେତ ଆଉ ତିନି ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥିରେ ଦିଲ୍ଲୀପ ରାୟଙ୍କୁ ଅପରାଧିକ ଷଡ଼ଯନ୍ତ୍ରର ଆଇପିସି ର ୧୨୦ ବି, ୪୦୯/୪୨୦ ଧାରା ଓ ଦୁର୍ନୀତି ନିବାରଣ ଆଇନ ୧୯୮୮ର ଧାରା ୧୩(୧)(ସି), ୧୩(୧)(ବି) ଧାରାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
Author: Samikhsya Bureau
ପୁରୀ, ଆଜି ଶ୍ରୀମନ୍ଦିରରେ ବିଜୟା ଦଶମୀ ପାଳନ ହେଉଛି। ଏହି ଉପଲକ୍ଷେ ଶ୍ରୀଜୀୟୁ ରାଜରାଜେଶ୍ବର ବେଶ ଧାରଣ କରିଛନ୍ତି। ଏଥିପାଇଁ ପୂର୍ବରୁ ଶ୍ରୀମନ୍ଦିର ତରଫରୁ ପ୍ରସ୍ତୁତି କରାଯାଇଥିଲା। ହେଲେ କୋଭିଡ19 କଟକଣା ପାଇଁ ଜଗନ୍ନାଥଙ୍କର ଏହି ବେଶ ଦେଖିବାରୁ ଭକ୍ତମାନେ ବଞ୍ଚିତ ହୋଇଛନ୍ତି। ଅନ୍ୟପଟେ ତିନିଠାକୁରଙ୍କ ବିରଳ ନାଗାର୍ଜୁନ ବେଶ ପାଇଁ ଆଜିଠାରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି। ପ୍ରତି 12 ବର୍ଷରେ ଥରେ ହେଉଥିବା ଏହି ବେଶ ଚଳିତ ବର୍ଷ ପଡୁଛି। ସେହି ଅନୁସାରେ ଚଳିତ ବର୍ଷ ନଭେମ୍ବର 27 ତାରିଖରେ ଏହି ବେଶ ହେବ। ହେଲେ 12 ବର୍ଷରେ ଥରେ ପଡୁଥିବା ଏହି ବିରଳ ବେଶକୁ ସାଧାରଣ ଭକ୍ତମାନେ ଦେଖିବାରୁ ବଞ୍ଚିତ ହେବେ।
ଭୁବନେଶ୍ବର, ଭାରତର ପ୍ରତିଷ୍ଠିତ ଇକୋ ବ୍ୟାଙ୍କ ତାହାର ଭିନ୍ନ ଭିନ୍ନ 91ଟି ପଦବୀ ପାଇଁ ଦରଖାସ୍ତ ଆହ୍ବାନ କରିଛି। ଏଥିରେ ସିକ୍ୟୁରିଟ ଅଫିସର, ଆଇଟି ଅଫିସର, ଚାର୍ଟାଡ ଆକାଉଟାଣ୍ଟ, ଇଂଜିନିୟର ପ୍ରଭୃତି 91 ଟି ପଦବୀ ପାଇଁ ଦରଖାସ୍ତ ଆହ୍ବାନ କରାଯାଇଛି। ଏଥିରେ ଦରମା ମାସିକ 23700 ଠାରୁ ଆରମ୍ଭ କରି 45950 ପର୍ଯ୍ୟନ୍ତ ରହିଛି। ଏଥିପାଇଁ ପରୀକ୍ଷା ଫି ଆକାରରେ ସାଧାରଣ ପ୍ରାର୍ଥୀଙ୍କ ପାଇଁ 1180 ଟଙ୍କା ଏବଂ ଅନୂସୁଚିତ ଜାତି ଓ ଜନଜାତିଙ୍କ ପାଇଁ 180 ଟଙ୍କା ରଖାଯାଇଛି।ନିମ୍ନ ଲିଖତ ତାରିଖ ଅନୁସାରେ ସମସ୍ତ କାର୍ଯ୍ୟ କରାଯିବ ବୋଲି ବ୍ୟାଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତାହା ହେଲା 1-27-10-2020, ଅନଲାଇନ ଆବେଦନ ଆରମ୍ଭ ଏବଂ ପରୀକ୍ଷା ଫି ଡିପୋଜିଟ 2-17-11-2020, ସମସ୍ତ ଆବେଦନ ଏବଂ ଫି ବାନ୍ଧିବାର ଶେଷ ତାରିଖ 3-ଡିସେମ୍ବର 2020-ଜାନୁୟାରୀ 2021 ମଧ୍ୟରେ ଅନ ଲାଇନ ପରୀକ୍ଷା କରାଯିବ ତେବେ ଏଥିପାଇଁ ବୟସ ସୀମା…
ନୂଆଦିଲ୍ଲୀ, ବେଳେ ବେଳେ ଅନେକ ବ୍ୟକ୍ତି ଆର୍ଥିକ ପ୍ରତିବନ୍ଧକ ଦ୍ୱାରା ବହୁ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଏହି ସମସ୍ୟାରୁ ଉଦ୍ଧାର ପାଇବା ପାଇଁ ସେମାନେ ଅନେକ ଉପାୟରେ ଚେଷ୍ଟା କଲେ ମଧ୍ୟ ସେହି ସମସ୍ୟାରୁ ମୁକ୍ତି ପାଇପାରନ୍ତି ନାହିଁ। ଜାଣନ୍ତୁ ଏହାର ପ୍ରତିକାର ଯାହା ଦ୍ବାରା ଆପଣ ଏହି ଆର୍ଥିକ ସମସ୍ୟାରୁ ମୁକ୍ତି ପାଇପାରିବେ। ଏହି ପୂଜା କଲେ ଆପଣଙ୍କର ଅର୍ଥର ଅଭାବ ରହିବ ନାହିଁ। କୌଣସି ଏକ ଶୁକ୍ରବାର ଦିନ ଆପଣ ଏହି ବ୍ରତ ପାଳନ କରନ୍ତୁ। ଗୋଟିଏ ଦିନ ଆପଣ କୌଣସି କାମ ରଖନ୍ତୁ ନାହିଁ। ସକାଳୁ ସ୍ନାନ ସାରି ଏହି ବ୍ରତ ଆରମ୍ଭ କରନ୍ତୁ। ସେହିଦିନ ଘରେ ମହିଳାମାନଙ୍କୁ ନାଲି ଶାଢୀ ପିନ୍ଧିବାକୁ କୁହନ୍ତୁ। ଘରେ ଏକ ଉଚ୍ଚ ଆସନରେ ନୂଆ ନାଲି କନା ଉପରେ ମା ଦୁର୍ଗାଙ୍କ ମୂର୍ତ୍ତି କିମ୍ବା ଫଟୋ ରଖନ୍ତୁ। ତାଙ୍କ ଆଗରେ ଏକ ଘିଅ ଦୀପ ପ୍ରଜ୍ୱଳନ କରି ଦୁର୍ଗା ସପ୍ତସତୀ…
ନୂଆଦିଲ୍ଲୀ, ଶନିଦେବ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ୪ ଟି ରାଶି ଦେଇ ଗତି କରୁଛନ୍ତି। ଯାହା ଫଳରେ ସେହି 4ଟି ରାଶିର ବ୍ୟକ୍ତିଙ୍କର ସମସ୍ତ କାର୍ଯ୍ୟ ସଫଳ ହେବ। ଜ୍ୟୋତିଷମାନେ ଗଣନା କରି ଜାଣିପାରିଛନ୍ତି ଯେ, ଛାତ୍ରମାନଙ୍କ ଜୀବନରେ ଆସୁଥିବା ସମସ୍ତ ସମସ୍ୟାର ସମାଧାନ ହେବ। ଅବିବାହିତ ବ୍ୟକ୍ତିଙ୍କ ପାଇଁ ବିଦେଶରୁ କୌଣସି ଏକ ବିବାହ ପ୍ରସ୍ତାବ ଆସିପାରେ। ଏହି ଚାରି ରାଶିର ବ୍ୟକ୍ତିମାନଙ୍କର କ୍ୟାରିଅରରେ ବଡ଼ ସଫଳତା ହାସଲ କରିବାକୁ ଯାଉଛନ୍ତି। ଆପଣଙ୍କ ଜୀବନରେ ସୁଖ ଆସିବାକୁ ଯାଉଛି। ଭାଗ୍ୟ ଆପଣଙ୍କର ଆର୍ଥିକ ପରିସ୍ଥିତି ଉପରେ ଖୁସି ଅଛନ୍ତି। ସେଥିପାଇଁ ଏହି ଚାରି ରାଶିର ବ୍ୟକ୍ତିମାନେ ଆର୍ଥିକ ଦୃଷ୍ଟିରୁ ବହୁ ପରିମାଣର ଲାଭବାନ ହେବେ। ଅଧିକ ରୋଜଗାର ହେତୁ ଆପଣଙ୍କର ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବ। ହେଲେ ବର୍ତ୍ତମାନ ସମୟରେ ଆପଣ ଖର୍ଚ୍ଚକୁ ନିୟନ୍ତ୍ରଣ କରିବା ଉଚିତ। ଅଯଥା ଖର୍ଚ୍ଚରୁ ଦୂରେଇ ରହିବାକୁ ପଡିବ। ଖୁବ କମ ଦିନର…
ଶାରଜା: ଆଜି ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ୪୬ ତମ ମ୍ୟାଚରେ କୋଲକତା ନାଇଟ୍ ରାଇଡର୍ସ ବିପକ୍ଷରେ କିଙ୍ଗସ ଏକାଦଶ ପଞ୍ଜାବର ଲଢେଇ ହେବାକୁ ଯାଉଛି। ଉଭୟ ଦଳ ପାଇଁ ଏହି ମ୍ୟାଚଟି ଅତି ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟ ତାଲିକାରେ କୋଲକତା (୧୨)ଚତୁର୍ଥ ସ୍ଥାନରେ ଥିବା ବେଳେ ପଞ୍ଜାବ (୧୦) ପଞ୍ଚମ ସ୍ଥାନରେ ରହିଛି। କୋଲକତା ଏହି ମ୍ୟାଚରେ ବିଜୟ ହେଲେ ନିଜର ସ୍ଥାନ ସୁରକ୍ଷିତ ରଖିପାରିବ। କିନ୍ତୁ ପଞ୍ଜାବର ବିଜୟ ହେଲେ ରନ ରେଟ ହାରରେ ଦଳ ଚତୁର୍ଥ ସ୍ଥାନକୁ ଉନ୍ନତି ହେବ। କ୍ରମାଗତ ଚାରିଟି ବିଜୟ ସହିତ କିଙ୍ଗସ ଏକାଦଶ ପଞ୍ଜାବ ସମସ୍ତଙ୍କୁ ଚକିତ କରିଛି। ଦୁଇ ଦଳ ମଧ୍ୟରେ ହୋଇଥିବା ପ୍ରଥମ ମ୍ୟାଚରେ କେକେଆର୍ ପଞ୍ଜାବ ଏକାଦଶକୁ ଦୁଇ ରନ୍ ରେ ପରାସ୍ତ କରିଥିଲା। କିନ୍ତୁ ବର୍ତ୍ତମାନ ଖେଳରେ ଅନେକ ପରିବର୍ତ୍ତନ ଆସିଥିବାର ଦେଖିବାକୁ ମିଳୁଛି। କିଙ୍ଗସ ଏକାଦଶ ପଞ୍ଜାବ ଗତ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ…
ସୀତାରାମ ଅଗ୍ରୱାଲ ଚିଲିକା: ଆଳୁ ଖୋଳୁ ଖୋଳୁ ମହାଦେବ। ଏକ ଅଟୋ ଦୁର୍ଘଟଣା ହୋଇ ଓଲଟିପଡିଲା ଏବଂ ତାକୁ ଉଦ୍ଧାର କରିବାରୁ ଧରା ପଡିଲା ଅଟୋ ଭିତରେ ଥିବା ଦେଶୀ ମହୁଲି ବୋଝେଇ ବସ୍ତା। ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ସୁନାଖେଳା ବାଇପାସରେ ଏପରି ଏକ ଘଟଣା ଘଟିଯାଇଛି। ମିଳିଥିବା ସୂଚନା ମୁତାବକ ଆଜି ଅପରାହ୍ନ ୪:୧୦ ମିନିଟରେ ଓଡ଼ି-୦୨-ଏଇଉ ୫୦୪୧ ନମ୍ବର ବିଶିଷ୍ଟ ଏକ ଅଟୋ ବ୍ରହ୍ମପୁରରୁ ଭୁବନେଶ୍ୱର ଯାଉଥିବାବେଳେ ୧୬ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ସୁନାଖେଳା ନର୍ସରୀ ନିକଟରେ ଭାରସାମ୍ୟ ହରାଇ ଓଲଟିପଡିଥିଲା। ଏହି ଖବର ପାଇ ନାଚୁଣୀ ଫାଣ୍ଡି ଅଧିକାରୀ ଶ୍ରୀ ଉମାକାନ୍ତ ସାହୁ ସଦଳବଳେ ଘଟଣାସ୍ଥଳରେ ପହଁଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ଉକ୍ତ ଅଟୋ ଏବଂ ସେଥିରେ ଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ। ପରବର୍ତ୍ତୀ ସମୟରେ ପୋଲିସର ଯାଞ୍ଚବେଳେ ଉକ୍ତ ଅଟୋରୁ ତିନି ଗୋଟି ବ୍ୟାଗ ଯେଉଁଥିରେ ୯୦…
ଭୁବନେଶ୍ବର: ଆଜି ରାଜ୍ୟରୁ ୨ ହଜାର ୭୧ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୩୦୧ ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡରୁ ୨୧୨, କଟକରୁ ୧୮୨, ମୟୂରଭଞ୍ଜରୁ ୯୬, ଅନୁଗୁଳରୁ ୯୦, ଝାରସୁଗୁଡାରୁ ୮୦, ନୂଆପଡାରୁ ୭୮, କେନ୍ଦ୍ରାପଡାରୁ ୭୨, ବରଗଡରୁ ୭୧, ଯାଜପୁରରୁ ୬୯, ବଲାଙ୍ଗିରିରୁ ୬୭, ପୁରୀରୁ ୬୬, ସୋନପୁରରୁ ୬୬, ଜଗତସିଂହପୁରରୁ ୫୯, ବାଲେଶ୍ବରରରୁ ୫୮, କେନ୍ଦୁଝରରୁ ୫୮, କଳାହାଣ୍ଡିରୁ ୫୧, ସମ୍ବଲପୁରରୁ ୫୦, କନ୍ଧମାଳରୁ ୪୩, ଢେଙ୍କାନାଳରୁ ୪୩, ଭଦ୍ରକରୁ ୩୫, ମାଲକାନଗିରିରୁ ୩୩, କୋରାପୁଟରୁ ୩୦, ଗଞ୍ଜାମରୁ ୨୪, ନବରଙ୍ଗପୁରରୁ ୨୦, ବୌଦ୍ଧରୁ ୧୯, ନୟାଗଡରୁ ୧୭, ଦେବଗଡରୁ ୧୨, ରାୟଗଡାରୁ ୧୨, ଗଜପତିରୁ ୫ ଏବଂ ଷ୍ଟେଟ ପୁଲରୁ ୫୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ…
ଫତେହପୁର (ୟୁପି): ଫତେହପୁର ଜିଲ୍ଲାର ଖାଗା ଅଞ୍ଚଳର ଏକ ଗାଁରେ ଜଣେ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପାଞ୍ଚ ବର୍ଷର ନାବାଳିକାକୁ ଜଣେ ୧୩ ବର୍ଷର ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ପରିବାର ପକ୍ଷରୁ ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ ଅନୁଯାୟୀ, ଶନିବାର ଦିନ ପ୍ରାୟ ୨ ଟା ସମୟରେ ଝିଅଟି ତାଙ୍କ ଘର ନିକଟରେ ଖେଳୁଥିବାବେଳେ ଅଭିଯୁକ୍ତ ଜଣଙ୍କ ଝିଅଟିକୁ ଏକ ନିର୍ଜ୍ଜନ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲା। ସ୍ଥାନୀୟ ଲୋକ ଏହାର ସମାଧାନ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ପୀଡିତାଙ୍କ ପରିବାର ଲୋକେ ପୋଲିସକୁ ଏହା ଜଣାଇଥିଲେ। ଖାଗା ଷ୍ଟେସନ ହାଉସ ଅଫିସର (ଏସଏଚଓ)ଆର.କେ ସିଂହ କହିଛନ୍ତି, ” ବାଳକ ବିରୋଧରେ ଅଭିଯୋଗ ଉପରେ ଶନିବାର ଦିନ ଏକ ଏଫ୍ଆଇଆର୍ ପଞ୍ଜୀକୃତ ହୋଇଥିଲା। ଦୁଷ୍କର୍ମ ଅଭିଯୋଗ (ଆଇପିସିର ଧାରା ୩୭୬) ଏବଂ ପୋସ୍କୋ ଅଧିନିୟମ ଅନୁଯାୟୀ ଏଫ୍ଆଇଆର୍ ଦାଖଲ କରାଯାଇଥିଲା…
ନୂଆଦିଲ୍ଲୀ, ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କରୋନା ପଜେଟିଭି ଚିହ୍ନଟ ହୋଇଛନ୍ତି। ତାଙ୍କର ଦେହର କିଛି ଲକ୍ଷଣ ପ୍ରକାଶ ପାଇବାରୁ ସେ କୋଭିଡ-୧୯ ପରୀକ୍ଷା କରାଇଥିଲେ। ଗତକାଲି ଏହା ପଜେଟିଭ ଆସିଛି ବୋଲି ଶକ୍ତିକାନ୍ତ କହିଛନ୍ତି। ତେବେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ରହିଛି। ହୋମ କ୍ବାରଣ୍ଟାଇନରେ ରହିବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। ତେବେ ସେ କ୍ବାରଣ୍ଟାଇନରେ ରହି ମଧ୍ୟ ଅଫିସ କାମ କରିବେ ବୋଲି ଶକ୍ତିକାନ୍ତ ତାଙ୍କ ଟ୍ବଇଟରରେ ଉଲ୍ଲେଖ କରିଛନ୍ତି। ଏଥିସହିତ ତାଙ୍କ ସଂପର୍କରେ ଯେଉଁମାନେ ଆସିଛନ୍ତି ସେମାନେ ପରୀକ୍ଷା କରାଇ ନିଅନ୍ତୁ ବୋଲି ସେ ନିବେଦନ କରିଛନ୍ତି।
ଭୋପାଳ, ବାହାର ରାଜ୍ୟରେ ଓଡିଶା ଗଂଜେଇର ବେଶ୍ ଚାହିଦା ରହିଛି। ଏ କଥା ଅଭିନେତ୍ରୀ ରିୟା ବାନାର୍ଜିଙ୍କ ହ୍ବାଟସପ ଚାର୍ଟରୁ ଜଣାପଡିଥିଲା। ସେ ଲେଖିଥେଲ ଯେ, ଭୁବନେଶ୍ବର ଗଂଜେଇ ବେଶ୍ ଭଲ। ହେଲେ ସେତେବେଳେ ଏହାକୁ କେହି ବିଶ୍ବାସ କରୁ ନ ଥିଲେ। ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନରୁ ଓଡିଶା ଗଂଜେଇ ଧରାପଡିବା ପରେ ଏହା ସ୍ପଷ୍ଟ ହୋଇଛି। ଡ୍ରଗ ମାଫିଆମାନଙ୍କର ବର୍ତ୍ତମାନ ଓଡିଶା ଗଂଜେଇ ଉପରେ ଲୋଲୁପ ଦୃଷ୍ଟି ପକାଇଛନ୍ତି। ଏହିପରି ଏକ ଘଟଣା ଆଜି ପର୍ଦ୍ଦା ଫାର୍ସ କରିଛି ମଧ୍ୟପ୍ରଦେଶର ସିଂହପୁର ଏବଂ ଖୌରାହା ପୋଲିସ। ଉଭୟ ପୋଲିସ ଆଜି ଜାତୀୟ ରାଜପଥରେ ଭାରୀଯାନକୁ ତଦାରଖ କରୁଥିଲେ। ଏହି ସମୟରେ ଏକ ଟ୍ରକ ଡ୍ରାଇଭର ସିଟ ତଳୁ ଅଶି କିଲୋର ଗଂଜେଇ ମିଳିଥିଲା। ଏହି ସମୟରେ ଡ୍ରାଇଭର ସେଠାରୁ ଫେରାର ହେଉଥିବା ବେଳେ ପୋଲିସ ତାକୁ ଧରି ଗିରଫ କରିଛି। ଜେରାପରେ ଜଣାପଡିଛି ଯେ, ମଧ୍ୟପ୍ରଦେଶର ପୁରୁଷୋତ୍ତମ ଶର୍ମା…
ଦୁବାଇ: ଆଜି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଅଧିନାୟକ ବିରାଟ କୋହଲି ପଞ୍ଚମ ବ୍ୟାଟ୍ସମ୍ୟାନ୍ ତଥା ତୃତୀୟ ଭାରତୀୟ ଭାବେ ଇଣ୍ଡିଆନ୍ ପ୍ରିମିୟର ଲିଗରେ ୨୦୦ ଛକା ମାରିଛନ୍ତି। ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ବିପକ୍ଷରେ କୋହଲି ତାଙ୍କର ୪୩ ବଲରେ ୫୦ ରନ ସ୍କୋର କରିଥିଲେ। ଏହି ମ୍ୟାଚରେ ସେ ଗୋଟିଏ ଛକା ଓ ଚାରିଟି ଚୌକା ମାରିଥିଲେ। ସର୍ବାଧିକ ୨୦୦ ଛକା ମାରିଥିବା ଭାରତୀୟ ଖେଳାଳିଙ୍କ ତାଲିକାରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା (୨୦୯) ଦ୍ଵିତୀୟ ସ୍ଥାନରେ ଥିବାବେଳେ ସିଏସକେ ଅଧିନାୟକ ଏମଏସ ଧୋନି (୨୧୬) ପ୍ରଥମ ସ୍ଥାନରେ ଅଛନ୍ତି। ତେବେ ଆଇପିଏଲରେ ସର୍ବାଧିକ ଛକା ମାରିଥିବା ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି କ୍ରିସ ଗେଲ, ଯିଏ ୩୩୬ ଛକା ମାରିଛନ୍ତି ଏବଂ ଦ୍ଵିତୀୟରେ ଏବି ଡି ଭିଲିୟର୍ସ, ଯିଏ ୨୩୧ ଛକା ମାରିଛନ୍ତି। ଏହି ଦୁଇ ଖେଳାଳିଙ୍କ ପରେ ଧୋନୀ, ରୋହିତ ଏବଂ…
ବୁରହନପୁର, ଦଶ ବର୍ଷ କି କୋଡିଏ ବର୍ଷର କଥା ନୁହେଁ। ଦୀର୍ଘ ୭୧ ବର୍ଷର ପରଂପରା ଭଙ୍ଗ ହେଲା। ଚଳିତ ବର୍ଷ ହୋଇପାରିଲା ନିହଁ ପ୍ରସିଦ୍ଧ ରାବଣ ପୋଡି ଉତ୍ସବ। ଏହା ହେଉଛି ମଧ୍ୟ ପ୍ରଦେଶ ବୁରହନପୁରର ନିକଟସ୍ଥ ନେପାନଗରରେ ହେଉଥିବା ପ୍ରସିଦ୍ଧ ରାବଣ ପୋଡି ଉତ୍ସବ। ଏହି ରାବଣ ପୋଡିର ବିଶେଷତ୍ବ ହେଲା ଯେ ଏଠାରେ ୮୦ରୁ ୯୦ ଫୁଟ ଉଚ୍ଚତାର ବିରାଟକାୟ ରାବଣ ପୁତୁଳାରେ ଅଗ୍ନି ସଂଯୋଗ ହୋଇଥାଏ। ଏହାକୁ ଦେଖିବା ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବହୁ ଲୋକଙ୍କର ସମାଗମ ହୋଇଥାଏ। ହେଲେ ଚଳିତ ବର୍ଷ କରୋନା ପାଇଁ ଏହି ପ୍ରସିଦ୍ଧ ଉତ୍ସବକୁ ବନ୍ଦ କରାଯାଇଛି। ଏପରି ସମାଗମକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନର ହସ୍ତକ୍ଷେପ ଏବଂ ରାବଣପୋଡି କମିଟର ସଦସ୍ୟଙ୍କ ବୁଝାମଣା ପରେ ଚଳିତ ବର୍ଷ ଏହି ଉତ୍ସବକୁ ସ୍ଥଗିତ ରଖାଯାଇଛି। ସ୍ଥାନୀୟ ବୟସ୍କ ଲୋକଙ୍କ କହିବା କଥା ଯେ, ଏଠାରେ ଧାରାବାହିକ ଭାବେ ୭୧…
ନୂଆଦିଲ୍ଳୀ: ପୂର୍ବତନ ସଲିସିଟର ଜେନେରାଲ୍ ହରିଶ୍ ସାଲ୍ଭେ ଆସନ୍ତା ସପ୍ତାହରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଦେଶର ଜଣାଶୁଣା ଓକିଲ ହେଉଛନ୍ତି ହରିଶ୍ ସାଲ୍ଭେ। ବ୍ରିଟେନ୍ରେ ତାଙ୍କର କ୍ବିନ୍ସ କାଉନ୍ସିଲ୍ ମଧ୍ୟ ରହିଛି। ୬୫ ବର୍ଷୀୟ ହରିଶ୍ ଗତ ମାସରେ ନିଜ ୩୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ। ସ୍ତ୍ରୀ ମିନାକ୍ଷୀ ସାଲ୍ଭେଙ୍କୁ ଛାଡପତ୍ର ଦେଇ ଆଇନ ଅନୁଯାୟୀ ବିବାହରୁ ମୁକ୍ତ ହୋଇଥିଲେ। ହରିଶ୍-ମିନାକ୍ଷୀଙ୍କର ଦୁଇ କନ୍ୟା ମଧ୍ୟ ରହିଛନ୍ତି। ତେବେ ହରିଶ୍ ସାଲ୍ଭେ ନିଜ ବନ୍ଧୁ କ୍ୟାରୋଲିନ୍ ବ୍ରାସାଣ୍ଡୋଙ୍କ ସହ ଅକ୍ଟୋବର ୨୮ ତାରିଖରେ ଲଣ୍ଡନର ଏକ ଚର୍ଚ୍ଚରେ ବିବାହ କରିବାକୁ ଯାଉଛନ୍ତି। ତେବେ ଦୁହିଁଙ୍କ ଏହା ଦ୍ବିତୀୟ ବିବାହ। ସାଲ୍ଭେ ନିଜ ଧର୍ମ ବଦଳାଇ ଇସାଇ ହୋଇଛନ୍ତି। ଭାବୀ ସ୍ତ୍ରୀ କ୍ୟାରୋଲିନ୍ଙ୍କ ସହିତ ଗତ ଦୁଇ ବର୍ଷ ହେବ ସେ ନିୟମିତ ଭାବେ ଲଣ୍ଡନର ଚର୍ଚ୍ଚକୁ ଯାଉଛନ୍ତି। ୫୬ ବର୍ଷୀୟା କ୍ୟାରୋଲିନ୍ ଜଣେ କଳାକାର। ତାଙ୍କର ମଧ୍ୟ ଏକ…
ପିଣ୍ଟୁ ବିଷୋୟୀ ବେଗୁନିଆପଡା: ଧରାପୃଷ୍ଠରେ ଅବତରଣ କରିଛନ୍ତି ମହିଷା ମର୍ଦ୍ଧିନୀ ମା’ ଦୁର୍ଗା। ମା’ ଙ୍କ ଆଗମନ ପାଇଁ ଗାଁ ଠୁ ସହର ଚଳଞ୍ଚଚଳ। କୋଭିଡ କଟକଣା ଭିତରେ ବେଗୁନିଆପଡା ବ୍ଲକ ବଡ଼ଖଇରଖମା ପଞ୍ଚାୟତର ପାଇକପଡାରେ ଆରମ୍ଭ ହୋଇଛି ମା’ ଙ୍କର ପୂଜା ଅର୍ଚ୍ଚନା। ତେବେ ଚଳିତ ବର୍ଷ ବିନା ଭକ୍ତରେ କରୋଣ କଟକଣାରେ ମା’ ଙ୍କର ଦଶମୀ ପୂଜା କରାଯାଇଛି। ପାଇକପଡା ଠାରେ ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ୍ୱ କାଳ ଧରି ମା’ ଙ୍କ ପୂଜା ହେଉଥିବା ବେଳେ ଚଳିତ ବର୍ଷ କରୋନା ଯୋଗୁଁ ପ୍ରଶାସନର ଗାଇଡଲାଇନ ଅନୁସାରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ସେହିପରି ବେଗୁନିଆପଡା ବସଷ୍ଟାଣ୍ଡ, କଞ୍ଚଣା ଛକ ଠାରେ ସ୍ଥାନୀୟ ପୂଜା କମିଟି ପକ୍ଷରୁ ପୂଜା ଆରମ୍ଭ ହୋଇଥିବା ବେଳ ଶାଙ୍କୁଡ଼ା ଓ କେ.ବରିଡା ଠାରେ ମଧ୍ୟ ପୂଜା ଆରମ୍ଭ ହୋଇଛି। ପୂଜା ଠାରୁ ଆରମ୍ଭ କରି ମୂର୍ତ୍ତି ବିସର୍ଜନ ପର୍ଯ୍ୟନ୍ତ ସବୁକିଛି ନିରାଡ଼ମ୍ବର ହେବବୋଲି ପୂଜା…
ଅଲବର: ରାଜସ୍ଥାନ ଅଲବର ଜିଲ୍ଲାରୁ ଏକ ବଡ ଧରଣର ଦୁର୍ଘଟଣା ଘଟିଛି। ଏଠାରେ ଏକ ମଦଦୋକାନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ମଦ ସହିତ ଜଣେ ସେଲସ୍ମ୍ୟାନ୍ ଜୀଅନ୍ତା ଜଳିଯାଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଅଲବର ଜିଲ୍ଲାର ଖୈରଥଲ ଥାନା ଅନ୍ତର୍ଗତ ହରସୋଲୀ ନିକଟ କୁମପୁରଗ୍ରାମରେ ଏକ ମଦ ଦୋକାନରେ ନିଆଁ ଲାଗିଯାଛି । କାଠ ଓ ଲୁହାରେ ନିର୍ମିତ ଏହି ଦୋକାନରେ ନିଆଁ ଲାଗିବା କାରଣରୁ ଏହି ଦୋକାନରେ ରହୁଥିବା ଜଣେ ସେଲସମ୍ୟାନ ଜୀଅନ୍ତା ଜଳି ଯାଇଛନ୍ତି । ତେବେ ନିଆଁ ଲାଗିବାର କାରଣ ଜଣାପଡିନଥିବାବେଳେ ଲକ୍ଷ ଲକ୍ଷ ଟଙ୍କାର ମଦ ପୋଡି ପାଉଁଶ ହୋଇଯାଇଛି। ସୂଚନାଯୋଗ୍ୟ, ଉକ୍ତ ଦୋକାନରେ ସେଲସ୍ମ୍ୟାନ୍ ରହିବା ଲାଗି ବ୍ୟବସ୍ଥା ହୋଇଥିଲା । ମୃତକ ଜଣକ କମଲ କିଶୋର ବୋଲି ସୂଚନା ରହିଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଖୈରଥଲ ଏସଏଚଓ ଧାରା ସିଂହ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି…
ମୁମ୍ବାଇ : ମୁମ୍ବାଇରୁ ଏକ ହସ୍ପିଟାଲରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତ 14 ଦିନ ଧରି ନିଖୋଜ ଥିବା କରୋନା ସଂକ୍ରମିତଙ୍କ ମୃତଦେହ ହସ୍ପିଟାଲର ଶୌଚାଳୟରୁ ଉଦ୍ଧାର ହୋଇଛି । ମୃତବ୍ୟକ୍ତିଙ୍କ ବୟସ 27 ବର୍ଷ ହୋଇଥିବାବେଳେ ସେ ଟିବିରେ ମଧ୍ୟ ପୀଡ଼ିତ ଥିଲେ। ଏହି ଘଟଣାକୁ ନେଇ ବିଏମ୍ସି ଉଚ୍ଚସ୍ତରୀୟ ଯାଞ୍ଚ କରିବାକୁ ଆଦେଶ ଦେଇଛନ୍ତି । ସେହି ଓ୍ବାର୍ଡରେ କାମ କରୁଥିବା ସମସ୍ତ ହସ୍ପିଟାଲ କର୍ମଚାରୀଙ୍କୁ ନୋଟିସ୍ ମଧ୍ୟ ଜାରି କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଅକ୍ଟୋବର 18 ତାରିଖରେ ଜଣେ ଓ୍ବାର୍ଡ ବୟ ହସ୍ପିଟାଲର ଶୌଚାଳୟର ଦୁର୍ଗନ୍ଧ ଆସୁଥିବାର ସୂଚନା ଦେଇଥିଲେ । ଏହାପରେ ହସ୍ପିଟାଲର ଶୌଚାଳୟ ଚଟାଣରୁ ମୃତଦେହ ମିଳିଥିଲା । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ରୋଗୀମାନେ ପ୍ରତିଦିନ ସେହି ଶୌଚାଳୟକୁ ବ୍ୟବହାର କରୁଥିବାବେଳେ ମୃତଦେହ ପଡିଥିବାର କିପରି ଜଣାପଡିନଥିଲା । ମୃତ ବ୍ୟକ୍ତି ଜଣକ ଟିବିରେ…
ପୁରୀ : ଗୋଷାଣୀ ଯାତ୍ରା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ନିଷ୍ପତ୍ତି ନିଆଯାଇଛି । କୋଭିଡ କଟକଣା ନେଇ ସିଂହଦ୍ବାର ସମ୍ମୁଖରେ ଜାରି ହେବ 144 ଧାରା । ଆସନ୍ତା 27 ତାରିଖରେ ଶ୍ରୀକ୍ଷେତ୍ରରେ ବିନା ଶ୍ରଦ୍ଧାଳୁରେ ଶ୍ରୀମନ୍ଦିର ସମ୍ମୁଖରେ ହେବ ଗୋଷାଣୀ ମେଳଣ । ମହାଦୀପ ଉଠିବା ପରେ ଗୋଟିଏ ଲେଖାଏଁ ମେଢ ବିସର୍ଜନ ପାଇଁ ଯିବେ । ମରିଚକୋଟରୁ ସିଂହଦ୍ୱାରା ପର୍ଯ୍ୟନ୍ତ ଓ ଶ୍ରୀମନ୍ଦିର ଚାରିପାଖରେ 144 ଧାରା ଲାଗିବ । ବିସର୍ଜନ ପାଇଁ କମିଟିର କେବଳ 7 ଜଣଙ୍କୁ ଅନୁମତି ଦିଆଯାଇଛି । ମଙ୍ଗଳାଘାଟରେ ଅସ୍ଥାୟୀ ପୁଷ୍କରିଣୀରେ ବିସର୍ଜନ କରାଯିବ । ଏନେଇ ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି ।
ମୁମ୍ବାଇ : ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ସହ ଯୋଡି ହୋଇଥିବା ଡ୍ରଗ୍ସ ମାଲାର ଯାଞ୍ଜ କରୁଛି ଏନ୍ସିବି । ମୁମ୍ବାଇ ଜୋନାଲ ୟୁନିଟର ଏକ ଟିମ୍ ମାଛିମାର, ମର୍ସୋବାରେ ଦୁଇଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ଗିରଫ ଦୁଇଜଣଙ୍କ ମଧ୍ୟରେ ଜଣେ ଟେଲିଭିଜନ ଅଭିନେତ୍ରୀ ପ୍ରୀତିକା ଚୌହାନ ରହିଥିବା ଜଣାପଡିଛି । ଗତକାଲି ଏମାନଙ୍କଠାରୁ 99 ଗ୍ରାମ ଡ୍ରଗ୍ସ ଜବତ କରିବାରେ ଯାଞ୍ଚ ଏଜେନ୍ସି ସଫଳ ହୋଇଥିବା ପ୍ରକାଶ କରିଛି । ଦୁହିଁଙ୍କୁ ନଭେମ୍ବର 8 ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଥିବା ସୂଚନା ରହିଛି । ସୂଚନାଯୋଗ୍ୟ, ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ସହ ଜଡିତ ଥିବା ଡ୍ରଗ୍ସ ମାମଲାରେ ଏପର୍ଯ୍ୟନ୍ତ 20ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଗିରଫ କରାଯାଇ ସାରିଲାଣି । ଏନ୍ସିବି ଏହି ମାମଲାରେ ଅଭିନେତ୍ରୀ ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ୍, ରାକୁଲ ପ୍ରୀତ ସିଂ, ଶ୍ରଦ୍ଧା କପୁରଙ୍କୁ ମଧ୍ୟ…
ଭୁବନେଶ୍ୱର: କରୋନା ମହାମାରୀର ମୁକାବିଲା ନିମନ୍ତେ କୋଭିଡ-୧୯ ଭ୍ୟାକସିନ କୋଭାକସିନର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଖୁବ ଶୀଘ୍ର ସ୍ଥାନୀୟ ଇନ୍ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ ହସ୍ପିଟାଲରେ ଆରମ୍ଭ ହେବ। ଏହି ସ୍ୱଦେଶୀ ଟୀକାକୁ ଭାରତ ବାୟୋଟେକ ଓ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ମିଳିତ ଭାବେ ପ୍ରସ୍ତୁତ କରୁଥିବା ବେଳେ ଏହାର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ନିମନ୍ତେ ସେଣ୍ଟ୍ରାଲ ଡ୍ରଗସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଯେସନର ପକ୍ଷରୁ ସ୍ୱୀକୃତି ମିଳିଛି। ଏହା ପୂର୍ବରୁ ଦୁଇଟି ପର୍ଯ୍ୟାୟ ମାନବ ପରୀକ୍ଷଣ ପ୍ରକ୍ରିୟା ସୁରକ୍ଷିତ ଭାବେ ଶେଷ ହୋଇ ସାରିଛି। ଏହି ପ୍ରକ୍ରିୟା ରେ ଅନେକ ସଂଖ୍ୟାରେ ସ୍ବେଛାସେବୀଙ୍କ ଶରୀରରେ ନୂତନ ଟୀକାର ପରୀକ୍ଷଣ କରାଯିବ। ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ନିମନ୍ତେ ଦେଶର ୨୧ଟି ମେଡିକାଲ ଅନୁଷ୍ଠାନକୁ ଆଇସିଏମଆର ପକ୍ଷରୁ ଚୟନ କରାଯାଇଥିବା ବେଳେ ଓଡିଶାର ଏକମାତ୍ର ଅନୁଷ୍ଠାନ ଭାବେ ଆଇଏମଏସ ଓ ସମ ହସ୍ପିଟାଲକୁ ମନୋନୀତ କରାଯାଇଛି।…
ନୂଆଦିଲ୍ଲୀ : ଗୁଜୁରାଟୀ ଗାୟକ ତଥା ଭାଜପାର ପୂର୍ବତନ ସାଂସଦ ମହେଶ କନୋଡିଆଙ୍କ ଦେହାନ୍ତ ହୋଇଛି । 83 ବର୍ଷ ବୟସରେ ମହେଶ କନୋଡିଆଙ୍କ ମୃତ୍ୟୁ ହୋଇଛି । ଦୀର୍ଘ ସମୟ ଧରି ଅସୁସ୍ଥ ଥିବା ମହେଶଙ୍କ ରବିବାର ସକାଳେ ମୃତ୍ୟୁ ହୋଇଥିବାର ସୂଚନା ରହିଛି । ମହେଶଙ୍କ ନିଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକପ୍ରକଟ କରି ଟୁଇଟ୍ କରିଛନ୍ତି । ଜଣେ ବହୁମୂଖୀ ପ୍ରତିଭସମ୍ପନ୍ନ ଗାୟକ ଥିଲେ କନୋଡିଆ । ରାଜନେତା ରୂପେ ମଧ୍ୟ ଗରିବ ଓ ପଛୁଆ ବର୍ଗଙ୍କ ପାଇଁ ସେ ସର୍ବଦା ସମର୍ପିତ ରହିଥିଲେ ବୋଲି କହିଛନ୍ତି ମୋଦି । https://twitter.com/narendramodi/status/1320288990956847104?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1320288990956847104%7Ctwgr%5Eshare_0%2Ccontainerclick_1&ref_url=https%3A%2F%2Fwww.amarujala.com%2Findia-news%2Ffamous-gujarati-singer-and-former-bjp-mp-mahesh-kanodia-passed-away-at-the-age-of-83 ଗୁଜୁରାଟର ପାଟନ ନିର୍ବାଚନ କ୍ଷେତ୍ରରୁ ବହୁ ଥର ବିଜେପି ପାଇଁ ପ୍ରତିନିଧିତ୍ବ କରିଛନ୍ତି। 32 ଜଣ ଗାୟକଙ୍କ ସ୍ବରରେ ଗୀତ ଗାଇ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ମହେଶ କନୋଡିଆ । ମହିଳା ଗାୟିକାଙ୍କ ସ୍ବରରେ ମଧ୍ୟ ଗୀତ ଗାଇପାରନ୍ତି ମହେଶ।…

