Author: Samikhsya Bureau

ଗାଜିଆବାଦ : ଉତ୍ତରପ୍ରଦେଶ ଗାଜିଆବାଦର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଗାର୍ଲଫ୍ରେଣ୍ଡ ନିକଟରୁ ମୁକ୍ତି ପାଇବା ପାଇଁ ଜଣେ ଡାକ୍ତର ବିଷ ଇଞ୍ଜେକସନ୍‌ ଦେଇ ହତ୍ୟା କରିଥିବାର ସୂଚନା ରହିଛି ।  ଏହି ଘଟଣାର ଅଭିଯୁକ୍ତ ଡାକ୍ତର ଇସ୍ମାଇଲ୍‌ଙ୍କୁ ଗିରଫ କରାଯାଇଛି । ଏହି ହତ୍ୟାକାଣ୍ଡ ଉପରୁ ପରଦା ହଟାଇବା ପାଇଁ ପୋଲିସ୍‌କୁ ପାଖାପାଖି 40 ଦିନ ଲାଗି ଯାଇଥିଲା। ପୋଲିସ୍‌ ସୂଚନା ଅନୁସାରେ ଗତ ସେପ୍ଟେମ୍ବର 7ରେ ଗାଜିଆବାଦର ଜଣେ ମହିଳା ସନ୍ଦିଗ୍ଧ ଅବସ୍ଥାରେ ହଠାତ୍‌ ଗାଏବ ହୋଇଯାଇଥିଲେ। ମହିଳାଙ୍କ ନିଖୋଜ ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏହାପରେ ପୋଲିସ୍‌ ଛାନ୍‌ଭିନ୍‌ ଆରମ୍ଭ କରି   ଅଣପଞ୍ଜିକୃତ ଡାକ୍ତର ଇସ୍ମାଇଲ୍‌ଙ୍କ ନିକଟରେ ପହଞ୍ଚିଥିଲେ । ଡାକ୍ତରଙ୍କୁ ଏ ସଂକ୍ରାନ୍ତରେ ପଚରାଉଚୁରା ପରେ ସେ ନିଜ ଅପରାଧ ସ୍ବୀକାରକରିଥିଲେ । ବେମାରୀ କାରଣରୁ ଶାବନା ନାମ୍ନୀ ଜଣେ ମହିଳା ଇସ୍ମାଇଲଙ୍କ ନିକଟକୁ ଆସିଥିଲେ। ଏହି ଅବସରରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତ୍ବ…

Read More

ନୂଆଦିଲ୍ଲୀ, କରୋନା ଭୂତାଣୁ ନଅ ଘଣ୍ଟା ପର୍ଯ୍ୟନ୍ତ ମାନବ ଚର୍ମରେ ସକ୍ରିୟ ରହୁଛି। ଜାପାନର ଏକ ଗବେଷଣା ଦଳ ଦ୍ବାରା ହୋଇଥିବା ଏହି ଗବେଷଣାରୁ ଏହା ଜଣାପଡିଛି। ମୃତ୍ୟୁର ପ୍ରାୟ ଗୋଟିଏ ଦିନ ପରେ ଶବ ବ୍ୟବଚ୍ଛେଦ ନମୁନାରୁ ସଂଗୃହିତ ଚର୍ମକୁ ପରୀକ୍ଷା କରିବା ପରେ ଏହି ତଥ୍ୟ ଜଣାପଡିଛି। ଏହି ମାସରେ ଜର୍ଣ୍ଣାଲ ଅଫ୍ କ୍ଲିନିକାଲ୍ ଡିଜିଜ୍ ପତ୍ରିକାରେ ଏହା ପ୍ରକାଶିତ ହୋଇଛି। ଏଥିରେ ଦର୍ଶାଯାଇଛି ଯେ “ନଅ ଘଣ୍ଟା ସାରସ-କୋଭିଡ ଭୂତାଣୁ ବଞ୍ଚିବା ଦ୍ୱାରା ମାନବ ଚର୍ମ ସଂସ୍ପର୍ଷ ସଂକ୍ରମଣ ହେବାର ଆଶଙ୍କା ବଢିପାରେ। ସେଥିପାଇଁ କୋଭିଡ -19 ମହାମାରୀର ମୁକାବିଲା ପାଇଁ କ୍ରମାଗତ ଭାବରେ ହାତ ଧୋଇବା ନିହାତି ଆବଶ୍ୟକ ସେମାନେ କହିଛନ୍ତି।

Read More

ଗୌହାଟୀ, ଆସାମ ସରକାର ରାଜ୍ୟର ପୁରୋହିତ ବା ପୂଜାରୀଙ୍କୁ ଦୁର୍ଗା ପୂଜା ପୂର୍ବରୁ ସେମାନଙ୍କର କରୋନା ପରୀକ୍ଷା କରିବାକୁ ଅନୁରୋଧ କରିଛନ୍ତି। କାରଣ ହେଲା ଯଦି ସେମାନେ କରୋନା ଆକ୍ରାନ୍ତ ହୋଇଥିବେ ତେବେ ଭକ୍ତମାନଙ୍କୁ ତାହା ସଂକ୍ରାମିତ କରିବ। ସେଥିପାଇଁ ସମସ୍ତ ପୂଜାରୀ ବା ପୁରୋହିତଙ୍କୁ ଏହି ପରୀକ୍ଷା କରିବା ପାଇଁ ଅନୁରୋଧ କରାଯାଇଛି। ତେବେ କେତେକ ଜିଲ୍ଲାରେ ପୁରୋହିତମାନେ ଏହି ପରୀକ୍ଷା କରିବାକୁ ରୋକଠୋକ ମନା କରି ଦେଇଛନ୍ତି। ତେବେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସେମାନଙ୍କୁ ପରୀକ୍ଷା କରିବା ପାଇଁ ବୁଝାଉଥିବାର ପରିଲକ୍ଷିତ ହୋଇଛି। ପୁଣି ଏହାକୁ ନେଇ ପୂଜା ଆୟୋଜକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।  ସେମାନେ କହିଛନ୍ତି ଯେ କମିଟି ଯେଉଁ ପୁରୋହିତଙ୍କୁ ଠିକ୍ କରିଥିବେ ଯଦି ତାଙ୍କର ପଜେଟିଭ ବାହାରିଲା ତେବେ ପୁଣି ଜଣେ ହଠାତ ମିଳିବା କଷ୍ଟକର ହେବ। ସେଥିପାଇଁ ସରକାର ପୂର୍ବରୁ ପରୀକ୍ଷା କରାଇ ନିଅନ୍ତୁ ବୋଲି ପୂଜା କମିଟଗୁଡିକ ଅନୁରୋଧ କରିଛନ୍ତି।…

Read More

ଲକ୍ଷ୍ନୌ : ଉତ୍ତରପ୍ରଦେଶ ବଲିଆରେ ଘଟିଥିବା ଗୁଳିକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ ଧିରେନ୍ଦ୍ର ପ୍ରତାପ ସିଂଙ୍କୁ ପୋଲିସ ଗିରଫ କରିଛି । ଘଟଣା ଘଟିବାର ତିନି ଦିନ ପରେ ଏସ୍‌ଟିଏଫ୍‌ ଟିମ୍‌ ଗିରଫ କରିବାକୁ ସକ୍ଷମ ହୋଇଛନ୍ତି। ଜନେଶ୍ୱର ମିଶ୍ର ପାର୍କ ଅଞ୍ଚଳରୁ ଧିରେନ୍ଦ୍ରଙ୍କୁ ରବିବାର ଭୋର୍‌ ସମୟରେ ଗିରଫ କରାଯାଇଛି। ବଲିଆଠାରେ ଜମିବାଡି ବିବାଦକୁ ନେଇ ହୋଇଥିବା ଗୁଳିକାଣ୍ଡର ମୁଖ୍ୟ ଆସାମୀ ଫେରାର ରହିଥିଲା । ମୁଖ୍ୟ ଅଭିଯୁକ୍ତଙ୍କୁ ଖୋଜିବା ପାଇଁ 10 ପୋଲିସ ଟିମ୍‌ଙ୍କୁ ମୁତୟନ କରାଯାଇଥିଲା। ଏହା ସହିତ ପୋଲିସ ବିଭାଗ ପକ୍ଷରୁ ଧିରେନ୍ଦ୍ରଙ୍କ ଲାଗି 50 ହଜାର ଟଙ୍କାର ନଗଦ ପୁରସ୍କାର ମଧ୍ୟ ଘୋଷଣା କରାଯାଇଥିଲା। ଏହି ମାମଲାରେ ଧିରେନ୍ଦ୍ରଙ୍କ ସମେତ ଅନ୍ୟ ଦୁଇ ଅଭିଯୁକ୍ତ ସନ୍ତୋଷ ଯାଦବ ଏବଂ ଅମରଜିତ୍‌ ଯାଦବଙ୍କୁ ମଧ୍ୟ ଗିରଫ କରାଯାଇଛି। ସୂଚନାଯୋଗ୍ୟ, ଏହି ଗୁଳିକାଣ୍ଡରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ କିଛି ଲୋକେ ଆହତ ମଧ୍ୟ ହୋଇଥିଲେ ।…

Read More

ଭୁବନେଶ୍ବର : ନିଟ୍‌ ଟପ୍ପର ସୋଏବ ଅଫତାବଙ୍କ ସହ ଫୋନ୍‌ରେ କଥା ହୋଇ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଟ୍‌ ସଫଳତା ପାଇଁ ସୋଏବଙ୍କୁ ଅଭିନନ୍ଦନ ଜଣାଇଛନ୍ତି ନବୀନ ପଟ୍ଟନାୟକ । ସୋଏବଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ଖୁସି ପ୍ରକାଶ କରିଛନ୍ତି ସୋଏବ । ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସୋଏବ୍‌ ଅଫତାବ୍‌ । ସୂଚନାଯୋଗ୍ୟ, ନାସନାଲ୍ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଦ୍ୱାରା ପରିଚାଳିତ ନ୍ୟାସନାଲ୍ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍) ପରୀକ୍ଷାରେ ଓଡ଼ିଶାର ପ୍ରଥମ ଛାତ୍ର ଭାବେ ସୋଏବ ଅଫତାବ୍‌ ନିଟ୍‌ ଟପ୍ପର ହୋଇଥିବା  ରାଉରକେଲାର 18ବର୍ଷୀୟ ସୋଏବ୍‌ ଶତ ପ୍ରତିଶତ ମାର୍କ ରଖି ସାରା ଓଡ଼ିଶା ପାଇଁ ଗର୍ବ ଓ ଗୌରବ ପାଲଟିଛନ୍ତି । 720ରୁ 720 ମାର୍କ ରଖି ନିଟ୍‌ ଟପ୍ପର ହୋଇଛନ୍ତି ସୋଏବ୍‌ ।

Read More

ଲୁଧିଆନା : ପଞ୍ଜାବର ଲୁଧିଆନାର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ମହିଳା ଦ୍ବିତୀୟ ଥର ଝିଅ ଜନ୍ମ ଦେବା କାରଣରୁ ଚାରି ବର୍ଷର ଝିଅକୁ ବାଥରୁମ୍‌ର କାନ୍ଥରେ ପିଟି ପିଟି ହତ୍ୟା କରିଛି । ମିଳିଥିବା ସୂଚନା ଅନୁସାରେ ମହିଳା ଜଣକ ହେଉଛନ୍ତି ବିହାରର ଜଣେ ପ୍ରବାସୀ ଶ୍ରମିକ ଟିଙ୍କୁ ଯାଦବଙ୍କ ସ୍ତ୍ରୀ ।ଅଭିଯୁକ୍ତା ମହିଳା ଲୁଧିଆନାର ନବନୀତ ନଗରରେ ରହୁଥିଲେ । ତାଙ୍କର ଚାରି ବର୍ଷର ଝିଅ ରହିଥିବାବେଳେ ଦୁଇ ମାସ ପୂର୍ବରୁ ସେ ଆଉ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ଦ୍ବିତୀୟ ଥର ଝିଅ ହେବା ପରେ ମହିଳା ଜଣକ ବହୁତ ବ୍ୟତିବ୍ୟସ୍ତ ହୋଇପଡିଥିଲେ । ତାଙ୍କର କୌଣସି ପୁଅ ନଥିବାରୁ ସେ ରାଗରେ ତାଙ୍କ ଚାରି ବର୍ଷର ଝିଅକୁ ଗାଧେଇଦେବା ବାହାନାରେ ବାଥରୁମ୍କୁ ନେଇ ସେଠାରେ କାନ୍ଥରେ ତାଙ୍କ ଝିଅକୁ ପିଟିବା ଆରମ୍ଭ କରିଦେଇଥିଲେ । ତେବେ…

Read More

ମୁଜାଫରନଗର, କୁରହାନୀର ଆରଜେଡି ପ୍ରାର୍ଥୀ 58 ବର୍ଷିୟ ଅନିଲ କୁମାର ସାହାନିଙ୍କୁ ନେଇ ବର୍ତ୍ତମାନ ବିହାର ରାଜନୀତିରେ ଚାଲିଛି ଚର୍ଚ୍ଚା। କାରଣ ହେଲା ସେ ଦାଖଲ କରିଥିବା ସଂପତ୍ତି ତାଲିକା। ସେ ଏହି ତାଲିକାରେ ଯାହା ଲେଖିଛନ୍ତି ତାହା ହିଁ ଚର୍ଚ୍ଚାର କାରଣ। ସେ ଉଲ୍ଲେଖ କରିଛନ୍ତି ଯେ ତାଙ୍କ ପାଖରେ ଏକ ରିଭଲଭର ରହିଛି। ଯାହାର ଦାମ ହେଉଛି ଦେଢ ଲକ୍ଷ ଟଙ୍କା। ଏତେ ଟଙ୍କାର ରିଭଲଭର ପାଖରେ ରଖିବାକୁ ନେଇ ବିରୋଧୀ ଦଳକୁ ସମାଲୋଚନା କରିବାର ଖୋରାକ ମିଳିଯାଇଛି। ସେତିକି ନୁହେଁ ତାଙ୍କ ପାଖରେ  ମୋଟ 400 ଗ୍ରାମ ସୁନା ରହିଛି, ଯାହାର ମୂଲ୍ୟ 13.28 ଲକ୍ଷ ଏବଂ ଛଅ କିଲୋଗ୍ରାମ ରୂପା ରହିଛି ଯାହାର ମୂଲ୍ୟ 3.34 ଲକ୍ଷ। ସେହିପରି ତାଙ୍କ ପାଖରେ 1.5 ଲକ୍ଷ ଟଙ୍କାର ଟିଭି ରହିଛି। ପାଖରେ ମୋଟ ନଗଦ ରାଶି 72 ହଜାର ଟଙ୍କା ରହିଛି। ତାଙ୍କର 17.87 ଲକ୍ଷ ଏବଂ…

Read More

ଭୁବନେଶ୍ବର : ରାଜ୍ୟରେ ଆଉ 14 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।  ଭୁବନେଶ୍ବରରୁ ସର୍ବାଧିକ 4 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ କଟକ ଓ ଜଗତସିଂହପୁର ଜିଲ୍ଲାରୁ 2 ଜଣ ଲେଖାଏଁ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି।  ମୟୂରଭଞ୍ଜ, ପୁରୀ, ଢେଙ୍କାନାଳ, କନ୍ଧମାଳ, ବଲାଙ୍ଗିର ଓ ସମ୍ବଲପୁର ଆଦି ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗସୂଚନା ଦେଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ମୃତକଙ୍କ ସଂଖ୍ୟା 1135କୁ ବୃଦ୍ଧି ହୋଇଛି । ଭୁବନେଶ୍ବରର ଚାରି ମୃତକ ପୁରୁଷ ହୋଇଥିବାବେଳେ ସେମାନଙ୍କ ବୟସ ଯଥାକ୍ରମେ, 49, 52, 42 ଓ 58 । କଟକର ଦୁଇ ମୃତକ ପୁରୁଷ ହୋଇଥିବାବେଳେ ସେମାନଙ୍କ ବୟସ ଯଥାକ୍ରମେ 56 ଓ 45 ବର୍ଷ ବୋଲି ସୂଚନା ରହିଛି । ଜଗତସିଂହପୁରର 63 ବର୍ଷୀୟ ପୁରୁଷ, 46 ବର୍ଷୀୟା ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି…

Read More

ଆନ୍ଧ୍ରପ୍ରଦେଶ :  ଦେଶର ଦକ୍ଷିଣ ଅଂଶରେ ପ୍ରବଳ ବର୍ଷା ହେଉଛି । ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ପ୍ରବଳ ବର୍ଷା କାରଣରୁ ଚିନ୍ତାଜନକ ସ୍ଥିତି ଉପୁଜିଛି । ଫସଲ ନଷ୍ଟ ହେବା ସହିତ ହାଇଦ୍ରାବାଦରେ ସଡକଗୁଡିକ ନଦୀ ପରି ପ୍ରତୀତ ହେଉଛି । ଏପରିକି ବହୁ ବାହନ ଭାସି ଯାଇଛି ।ଶନିବାର ରାତ୍ରିରେ ମୂଷଳଧାର ବର୍ଷା ଯୋଗୁଁ ବହୁ ଜନଜୀବନ ନଷ୍ଟ ହୋଇଛି । ଏପର୍ଯ୍ୟନ୍ତସହରରେ ପ୍ରବଳ ବର୍ଷା ଯୋଗୁଁ 50 ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ହାଇଦ୍ରାର ଚନ୍ଦ୍ରାୟଗୁଡ୍ଡା ଅଞ୍ଚଳର ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛି । ଶନିବାର ଦିନ ମେଡଚଲ ମଲ୍‌କାଜଗିରି ଜିଲ୍ଲାରେ ସିଂଗାପୁର ଟାଉନ୍‌ସିପ୍‌ରେ 157.3 ମିମି ବର୍ଷା ହୋଇଥିବାବେଳେ ବାନ୍ଦଲଗୁଡାରେ 153 ମିମି ବର୍ଷା ହୋଇଥିବାର ରେକର୍ଡ ହୋଇଛି ।  କେବଳ ଆନ୍ଧ୍ରପ୍ରଦେଶ ନୁହେଁ, ମହାରାଷ୍ଟ୍ରରେ ମଧ୍ୟ ପ୍ରବଳ ବର୍ଷା ହୋଇଛି ପ୍ରଭୁତ କ୍ଷତି ହୋଇଛି ।

Read More

ଭୁବନେଶ୍ବର: ରାଜ୍ୟରେ ଆଜି ୨ ହଜାର ୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୨୭୪ ଜଣ ଚିହ୍ନଟ ହୋଇଥିବାବେଳେ ୮୫୧ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୬୮ହଜାର ୩୬୪କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୪୪ ହଜାର ୨୨୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୨ହଜାର ୯୪୯ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୧୨୧ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ମୋଟ୍‌ ୨ ହଜାର ୧୯ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୨୮୩ ଜଣ ଚିହ୍ନଟ…

Read More

ଲମତାପୁଟ: ମାଛକୁଣ୍ଡ ପୋଲିସ୍‌ ଦ୍ବାରା 712 କେଜି ଗଞ୍ଜେଇ ଜବତ ହୋଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ 70 ଲକ୍ଷ ଟଙ୍କା ହେବ ବୋଲି ସୂଚନା ରହିଛି ।ରାତିରେ ପାଟ୍ରୋଲିଂ ବେଳେ ଭେଡିବେଡା ନିକଟରେ ଏହା ଜବତ ହୋଇଛି । ଏକ ପିକ୍‌ଅପ୍‌ ଭ୍ୟାନ୍‌ ଯୋଗେ ଆନ୍ଧ୍ରରୁ ଜୟପୁର ଚାଲାଣ ହେଉଥିଲା। ପୋଲିସ୍‌ ଧରିବାବେଳେ ଗାଡି ଛାଡି ମାଫିଆ ଫେରାର ହୋଇଯାଇଥିଲେ। ତେବେ ଏହି ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ତାହା ଉପରେ ତଦନ୍ତ ଚାଲିଛି ବୋଲି ପୁଲିସ କହିଛି।

Read More

ଭୁବନେଶ୍ବର, ଆଜି ଆମେ ଆପଣଙ୍କୁ ଦୁଇଟି ରାଶି ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ଶନିଙ୍କ କୋପ ଦୃଷ୍ଟିରୁ ମୁକ୍ତ ହେଲେ। ଫଳରେ ଏହି ରାଶି ଦ୍ବୟର ବ୍ୟକ୍ତିମାନେ ଆର୍ଥିକ ଦୃଷ୍ଟିରୁ ବେଶ୍ ଲାଭବାନ ହୋଇପାରିବେ। ଆପଣଙ୍କ ଆଖପାଖର ଲୋକମାନେ ଆପଣଙ୍କୁ ବେଶ୍ ପ୍ରଶଂସା କରିବେ ଏବଂ ଆପଣଙ୍କ ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବେ। ଭବିଷ୍ୟତରେ ଆପଣ କୌଣସି ଅମଳ କରିବାକୁ ଚାହୁଁଥିଲେ ବର୍ତ୍ତମାନ ତାହାର ବିହନ ବୁଣନ୍ତୁ। ଛାତ୍ରଛାତ୍ରୀମାନେ ଉଚ୍ଚ ଅଧ୍ୟୟନ ପାଇଁ ଉତ୍ତମ ସୁଯୋଗ ପାଇପାରିବେ। ଏହି ରାଶିର ବ୍ୟକ୍ତିମାନଙ୍କ କ୍ଷେତ୍ରରେ କିଛି ନୂତନ ପରିବର୍ତ୍ତନ ଆସିବ, ସନ୍ଧ୍ୟାରେ ବନ୍ଧୁଙ୍କ ଜନ୍ମଦିନ ପାର୍ଟୀକୁ ଯିବାର ସୁଯୋଗ ମିଳିବ, ଏହା ଛାତ୍ରମାନଙ୍କ ପାଇଁ ଭଲ ହେବ, ଅଧ୍ୟୟନ ପ୍ରତି ଆପଣଙ୍କର ଆଗ୍ରହ ବଢିବ, ତୁମେ ନିଶ୍ଚିତ ଭାବରେ ତୁମର ପରିଶ୍ରମର ଫଳ ପାଇବ। ଭାଗ୍ୟ ଆପଣଙ୍କ ପକ୍ଷରେ ରହିବ। ଏହି ଦୁଇଟି ରାଶି ହେଉଛି “କନ୍ୟା ଏବଂ କୁମ୍ଭ ରାଶି”।…

Read More

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟାରେ ସାମାନ୍ୟ ହ୍ରାସ ଦେଖାଯାଉଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟାରେ ଦେଶରେ 61 ହଜାର 871 ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 1033ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 1ଲକ୍ଷ 14 ହଜାର 31ରେ ପହଞ୍ଚିଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 74ଲକ୍ଷ 94 ହଜାର 552କୁ ବୃଦ୍ଧି ପାଇଛି।  ଦେଶରେ ଏବେ ସୁଦ୍ଧା ମୋଟ୍‌ ଆକ୍ଟିଭ୍‌ କେସ 7 ଲକ୍ଷ 83 ହଜାର 311 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 65 ଲକ୍ଷ 97 ହଜାର 209 ଜଣ । (ଏଜେନ୍ସି)

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର : ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା  ଅନ୍ତର୍ଗତ ଅଲାଇଡିହ ଛକରେ ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ଘଟିଥିବା  ଗଣ୍ଡଗୋଳ ରେ ଗୁରୁତର ଆହତ ହୋଇଥିବା ବୁଟୁ ପାଢ଼ୀଙ୍କ କ୍ୟାପିଟାଲ ହସ୍ପିଟାଲ ରେ ଚିକିତ୍ସାଧୀନ ଅବସ୍ଥାରେ ପାଖାପାଖି ରାତି ଦୁଇ ଘଟିକାରେ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି। ଅପରପକ୍ଷରେ ଆକ୍ରମଣ କରିଥିବା ଅଭିଯୁକ୍ତ ଗତକାଲି ରାତିରୁ ଫେରାର ଥିବାବେଳେ ବାଣପୁର ପୋଲିସ ତାଙ୍କୁ ଗିରଫ କରିବାପାଈଁ ବିଭିନ୍ନ ଜାଗାରେ ଚଢ଼ାଉ ଜାରି ରଖିଛି।

Read More

ଭୁବନେଶ୍ବର, ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟକୁ ନେଇ ଏକ ନିର୍ଦ୍ଧିଷ୍ଠ ଗଣମାଧ୍ୟମକୁ ଖବର କରିବା ପାଇଁ ବେଶ୍ ମଜା ଲାଗେ। ହଠାତ ଟିଆରପି ବଢାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦେହ ଗୁରୁତର ଖବରକୁ ନେଇ ତିଆରି ହୁଏ ବ୍ରେକିଂ ନ୍ୟୁଜ। ମେଦାନ୍ତ ହସପିଟାଲ ଯିବାକୁ ଚାଲିଛି ପ୍ରସ୍ତୁତି। ଏପରି ଏକ ମିଛ ଖବରକୁ ପରବର୍ତ୍ତି ସମୟରେ ଖୋଦ ନବୀନ ଲୋକସେବା ଭବନରେ ସ୍ପଷ୍ଟିକରଣ ଦେବାକୁ ପଡିଛି। ନାହିଁ ମୋ ଦେହ ଠିକ୍ ଅଛି। ପ୍ରକୃତରେ ସମସ୍ତେ ରାଜନୀତି କରିବା କିଛି ଭୁଲ ନୁହେଁ, ହେଲେ କାହା ସ୍ବାସ୍ଥ୍ୟକୁ ନେଇ ରାଜନୀତି କରିବା ଏକ ହୀନ ମାନସିକତା ବୋଲି କୁହାଯିବ। ତେବେ ଏହି ପ୍ରସଂଗ ଉଠାଇବାର କାରଣ ହେଲା ଯେ, ଶନିବାର ଦିନ ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ କାର୍ଯ୍ୟକ୍ରମ ସଂପର୍କରେ କିଛି ସୂଚନା ପ୍ରଦାନ କରିବା। ତାହାର ଅର୍ଥ ନୁହେଁ ଯେ, ଆମେ ଶ୍ରୀମନ୍ଦିର ଉନ୍ନତି ପ୍ରସଂଗ କହିବୁ। ତାହା ବିଲୁକୁଲ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଭାରତୀୟ ବିକାଶ ପରିଷଦର ରାଜ୍ୟ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଓଡ଼ିଶାରେ ଏକ ଜନସ୍ୱାର୍ଥ ମାମଲା ରିଟ୍ ପିଟସନ ୨୮୦୭୯/୨୦୨୦ରେ ଓଡ଼ିଶା ସରକାର ରାଜ୍ୟର ୧୪୩୭୯ ପ୍ରାଥମିକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୨୦୨୦-୨୧ ବର୍ଷଠାରୁ ବନ୍ଦ କରିବା ପାଇଁ ଗଣଶିକ୍ଷା ବିଭାଗ ଚିଠି ନଂ ୧୦୪୪୨/୧୪.୫.୨୦୨୦ର ବିରୋଧରେ ମାମଲା ରୁଜୁ କରିଛନ୍ତି। ପୁନଶ୍ଚ ଜିଲ୍ଲାୱାରୀ ତାଲିକା ନୋଟିଫିକେସନ ନଂ ୫୩୭୯/୭.୩.୨୦ରେ ନିକଟରେ ଥିବା ଅନ୍ୟ ସରକାରୀ ବିଦ୍ୟାଳୟରେ ମିଶ୍ରଣ କରିବା ପାଇଁ ଆଦେଶ ପ୍ରଦାନ କରିଛନ୍ତି ଯେ ଯେଉଁ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଠାରୁ ପଞ୍ଚମରେ ୨୦ ରୁ ୪୦ ଛାତ୍ର ପଠନ କରୁଛନ୍ତି ଏବଂ ମାଧ୍ୟମିକ ୬ ରୁ ୮ରେ ୫୦ ଛାତ୍ର ପଢ଼ୁଛନ୍ତି ସେହି ସ୍କୁଲଗୁଡ଼ିକ ନିକଟ ଗ୍ରାମରେ ଥିବା ସରକାରୀ ବିଦ୍ୟାଳୟରେ ମିଶ୍ରଣ ହେବ। ସେହିପରି କ୍ଲାସ ୬ ରୁ ୧୦ ଶ୍ରେଣୀରେ ୬୦ରୁ କମ୍ ପିଲା ପଢ଼ୁଥିବେ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଚଳିତ ମାସ ୧୬ ତାରିଖରେ ନିଟ୍‌-୨୦୨୦ ଯୁଗ୍ମ ପ୍ରବେଶିକା ପରୀକ୍ଷାଫଳ ପ୍ରକାଶ ପାଇଛି। ୨୦୧୯-୨୦ ମସିହା ଶ୍ରେଣୀକକ୍ଷରେ ମେଡ଼ିକାଲ୍ କୋଚିଂ ନେଉଥିବା ନୀଳକଣ୍ଠନଗର ସରସ୍ୱତୀ ବିଦ୍ୟାମନ୍ଦିର ବହୁ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଅନୁଷ୍ଠାନ ପାଇଁ ସୁନାମ ଆଣିଛନ୍ତି। ଏହି ଅନୁଷ୍ଠାନର ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ବିଭିନ୍ନ ସରକାରୀ ମେଡ଼ିକାଲ୍ କଲେଜରେ ନାମ ଲେଖାଇ ପାରିବେ। ୬୦୦ ରୁ ଉର୍ଦ୍ଧ୍ୱ ମାର୍କ ରଖିଥିବା ସାଧାରଣ ବର୍ଗର ୪୭ ଜଣ, ୫୫୦ ମାର୍କରୁ ଉର୍ଦ୍ଧ୍ୱ ରଖିଥିବା ୧୧୩ ଜଣ ଛାତ୍ରଛାତ୍ରୀ ଅନୁଷ୍ଠାନ ପାଇଁ ଗୌରବ ଆଣିଛନ୍ତି। ଏହି ଅଦ୍ଭୁତପୂର୍ବ ସଫଳତା ପାଇଁ କୋଚିଂ ଡ଼ିଭିଜନର ସର୍ବଭାରତୀୟ ସ୍ତରର ଅଭିଜ୍ଞ ଓ ଉତ୍ସର୍ଗୀକୃତ ଶିକ୍ଷକମାନଙ୍କର ସଂଗଠିତ ବ୍ୟବସ୍ଥା, ଆଧୁନିକ ପରୀକ୍ଷା ପ୍ରଣାଳୀ, ଉଚ୍ଚକୋଟିର ପାଠ୍ୟଖସଡ଼ା, ଛାତ୍ରଛାତ୍ରୀଙ୍କ ଆତ୍ମବିଶ୍ୱାସ, କଠୋର ପରିଶ୍ରମ ଦ୍ୱାରା ସମ୍ଭବ ହୋଇପାରିଛି। ଏହି ସଫଳତା ପାଇଁ ଅଭିଭାବକଙ୍କ ସମେତ ପରିଚାଳନା କମିଟିର ସଭାପତି…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଆଜି ବଡ଼ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀନୃସିଂହ ସାହିରେ ଦାଦାବଟିକୁ କେନ୍ଦ୍ରରେ ଜନୈକ ଭାଇଭଉଣୀଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଛି। ଉଭୟ ଆହତ ହୋଇଥିବାବେଳେ ଭଉଣୀର ଅବସ୍ଥା ଗୁରୁତର ଅଛି। ଉଭୟଙ୍କୁ ବ୍ରହ୍ମପୁର ଏମ୍‌କେସିଜିରେ ଚିକିତ୍ସା କରାଯାଉଛି। ଘଟଣାରୁ ପ୍ରକାଶ ଯେ ଆଜି ସକାଳ ୯.୧୦ ସମୟରେ ଲକ୍ଷ୍ମୀନୃସିଂହ ସାହିରେ ରହୁଥିବା ଭାଇ କାଳିଆ ପାତ୍ର ଓ ଭଉଣୀ ସୁନିତା ପାତ୍ର ନିଜ ଘର ସାମ୍ନାରେ ଥିବାବେଳେ ୫ ଜଣ ଯୁବକ ବାଇକ୍‌ରେ ଆସି ଖଣ୍ଡା ସାହାଯ୍ୟରେ ଅତର୍କିତ ଆକ୍ରମଣ କରିଥିଲେ। ଆକ୍ରମଣରେ ଉଭୟ ଗୁରୁତର ହୋଇଥିଲେ। ବଡ଼ବଜାର ପୋଲିସ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିବା ସହ ଜଣେ ଆକ୍ରମଣକାରୀଙ୍କୁ ଚିହ୍ନଟ କରାଯାଇ ଖୋଜା ଚାଲିଛି। ପୋଲିସ୍‌ର ତଥ୍ୟ ଅନୁଯାୟୀ ଭାଇ କାଳିଆ ପାତ୍ର ଗୋଟିଏ ମିକ୍ସର୍ କାରଖାନା କରିଛି। ଏହି ଯୁବକମାନେ ତାଙ୍କୁ ୧୦ ହଜାର ଟଙ୍କା ଦାଦା ବଟି ମାଗିଥିଲେ। କାଳିଆ ଏହି…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଅଲାଇଡିହ ଛକ ଠାରେ ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ଭୀଷଣ ଗଣ୍ଡଗୋଳ ହେବାର ଖବର ହସ୍ତଗତ ହୋଇଛି। ଉଭୟ ବ୍ୟକ୍ତି ଅଲାଇଡିହ ଗ୍ରାମର ବୋଲି ଜଣାପଡିଛି। ଏହି ଗଣ୍ଡଗୋଳ ଆଜି ରାତି ପାଖାପାଖି ୮ ଘଟିକା ସମୟରେ ହୋଇଥିଲା। ଗଣ୍ଡଗୋଳ ଉଗ୍ର ରୂପ ନେବାରୁ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତ ବ୍ୟକ୍ତି ଜଣକ ହେଲେ ବୁଟୁ ପାଢ଼ୀ। ମାରଣାସ୍ତ୍ର ଦ୍ୱାରା ତାଙ୍କ ବାମ କାନ କଟିଯାଇଥିବା ବେଳେ ନାକ ଏବଂ ମୁଣ୍ଡରୁ ପ୍ରଚୁର ରକ୍ତସ୍ରାବ ହେଉଥିବାର ସୂଚନା ମିଳିଛି। ସ୍ଥାନୀୟ ଗ୍ରାମବାସୀ ତାଙ୍କୁ ଅଚେତ ଅବସ୍ଥାରେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିବା ବେଳେ ଡାକ୍ତର ତୁରନ୍ତ ତାଙ୍କର ଆଶୁ ଚିକିତ୍ସା କରି ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଦେଇଛନ୍ତି। ଖବର ପାଇ ବାଣପୁର ପୋଲିସ ଡାକ୍ତରଖାନାରେ ପହଞ୍ଚି ବୁଟୁଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ଆକ୍ରମଣ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ବନବିଭାଗ ହେପାଜତରେ ଥିବା ଯୁବକର ସନ୍ଦେହଜନକ ମୃତ୍ୟୁ ଘଟଣାରେ ତଦନ୍ତ ଆରମ୍ଭ କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ। ଆଜି ଜିଲ୍ଲାପାଳ ସନତ କୁମାର ମହାନ୍ତି ଏବଂ ଏସପି ଅଜେୟ ପ୍ରତାପ ସ୍ୱାଇଁ ବାଣପୁର ଗସ୍ତରେ ଆସି ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, କାଠ ଚୋର ସନ୍ଦେହରେ ନୟାଗଡ ଜିଲ୍ଲା ଶରଣକୂଳ ଥାନା ଅନ୍ତର୍ଗତ ଗୋଲଗାଁର ବଳଭଦ୍ର ବେହେରାଙ୍କୁ ବାଣପୁର ବନ ବିଭାଗ ଅଟକ ରଖିଥିଲା। କିନ୍ତୁ ବନ ବିଭାଗ ହେପାଜତରେ ଥିବା ବେଳେ ବଳଭଦ୍ରଙ୍କ ମୃତ୍ୟୁ ହୋଇଥିଲା। ତେବେ ଏନେଇ ବନବିଭାଗ କର୍ମଚାରୀ ତାଙ୍କୁ ପିଟିପିଟି ମାରି ଦେଇଥିବାର ବଳଭଦ୍ରଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ତାଙ୍କର ମୃତ୍ୟୁକୁ ନେଇ ପରିବାର ଏବଂ ଗ୍ରାମବାସୀ ଦୁଇ ଦିନ ଧରି ବାଣପୁର ମେଡ଼ିକାଲରେ ଧାରଣାରେ ବସିଥିଲେ। ହେଲେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲାପରେ ପ୍ରକୃତ ଘଟଣା ଜଣାପଡିବ ଏବଂ ଯଦି ରିପୋର୍ଟ ରେ ଯୁବକଙ୍କ ପରିବାର…

Read More