ପିପିଲି, ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଆଜି ହେଉଛି ଦଶାହ କାର୍ଯ୍ୟ। ତାଙ୍କର ଅକ୍ଟୋବର 3 ତାରିଖରେ ଭୁବନେଶ୍ବରର ଏକ ହସପିଟାଲରେ ପରଲୋକ ଘଟିଥିଲା। ଏହି ଦଶାହ କାର୍ଯ୍ୟରେ ତାଙ୍କର ଶହଶହ ସମର୍ଥକ ତିଳତର୍ପଣ କରି ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ତେବେ ତାଙ୍କର ପ୍ରାୟ 4 ଶହ ଯୁବ ସମର୍ଥକ ଲଣ୍ଡା ହୋଇ ଏହି ଶ୍ରଦ୍ଧାଞ୍ଜଳୀ ଦେଇଥିବାର ଜଣାପଡିଛି। ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳିର ବିଭିନ୍ନ ପଞ୍ଚାୟତର ସମର୍ଥକମାନେ ଲଣ୍ଡା ହୋଇ ଦିବଗଂତ ନେତାଙ୍କୁ ସ୍ମରଣ କରିଛନ୍ତି।
Author: Samikhsya Bureau
ଭୋଗରାଇ: ବ୍ୟାଙ୍କରୁ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଚୌକିସ୍ଥିତ ୟୁକୋ ବ୍ୟାଙ୍କ ଶାଖାରୁ ଏହି ଲୁଟ ହୋଇଛି । ବନ୍ଧୁକ ମୁନରେ ଦୁର୍ବୃତ୍ତମାନେ ଏହି ଟଙ୍କା ଲୁଟି ନେଇଛନ୍ତି । 6ଜଣ ଦୁର୍ବୃତ୍ତ ପ୍ରଥମେ ବନ୍ଧୁକ ଧରି ବ୍ୟାଙ୍କ ଭିତରେ ପଶିଥିଲେ । ପରେ ସେମାନେ ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ ମୁନରେ ଧମକାଇଥିଲେ । ପରେ ବ୍ୟାଙ୍କରୁ 20 ଲକ୍ଷ ଟଙ୍କା ନେଇ ଦୁଇଟି ବାଇକରେ ଚମ୍ପଟ ହୋଇଯାଇଥିଲେ । ଏନେଇ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଭୁବନେଶ୍ବର, ଆଜି ପ୍ରବଳ ବର୍ଷା ସତ୍ବେ ବିଡିଏ ବିଏମସି ଏବଂ ପୋଲିସ ସହାୟତାରେ ଭୁବନେଶ୍ବର ତମାଣ୍ଡୋ ଅଞ୍ଚଳରେ ଚାଲିଛି ଜବର ଦଖଲ ଉଚ୍ଛେଦ। ସେଠାରେ ଏକ ଶାରିରୀକ ପ୍ରଶିକ୍ଷଣ ସଂସ୍ଥା କରିବା ପାଇଁ ସରକାରଙ୍କର ରହିଛି ଯୋଜନା।
ରମେଶ ମହାନ୍ତି ଜଗତସିଂହପୁର : ପାରାଦ୍ବୀପ ଦୋଛକି ଠାରୁ ଅଠରବାଙ୍କି ପର୍ଯ୍ୟନ୍ତ ଅଢେଇ କି.ମି ରାସ୍ତାରେ ଓଭରବ୍ରିଜ୍ ନିର୍ମାଣ କରିବା ପାଇଁ ଉପକୂଳ ଓଡ଼ିଶା ବିକାଶ ପରିଷଦ ଜଗତସିଂହପୁର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ପାରାଦ୍ଵୀପ ବନ୍ଦର ପୃଥିବୀର ବୃହତ ବନ୍ଦର ତାଲିକାରେ ସ୍ଥାନ ପାଇଛି। ବନ୍ଦର ଉପକଣ୍ଠରେ ଅନେକ ବୃହତ୍ତ ଶିଳ୍ପ ଗଢି ଉଠିଥିବାରୁ ସମଗ୍ର ପାରାଦ୍ବୀପ ଅଞ୍ଚଳ ଅଧିକ ଚଳଚଞ୍ଚଳ ହୋଇପଡ଼ିଛି। କଟକ-ପାରାଦ୍ୱୀପ ଜାତୀୟ ରାଜପଥ ଓ ଚଣ୍ଡିଖୋଲ-ପାରାଦ୍ବୀପ ଜାତୀୟ ରାଜପଥ ପାରାଦ୍ବୀପର ଦୋଛକି ଠାରେ ମିଳିତ ହୋଇ ପ୍ରାୟ ଅଢେଇ କି.ମି ଦୂରତା ପରେ ଅଠରବାଙ୍କି ଠାରେ ବନ୍ଦର ଅଞ୍ଚଳକୁ ପ୍ରବେଶ କରିଛି। ଏହି ରାସ୍ତାରେ ଦୈନିକ ୮ହଜରରୁ ଉର୍ଦ୍ଧ ଭାରିଯାନ ମାଲ ପରିବହନ କରନ୍ତି। ତେଣୁ ରାସ୍ତାଟି ସର୍ବଦା ବ୍ୟସ୍ତ ବହୁଳ ରହିବା ସହିତ ଯାତ୍ରୀମାନଙ୍କ ପାଇଁ ମରଣଯନ୍ତା ପାଲଟିଛି। ଦୋଛକିରୁ ଅଠରବାଙ୍କି ପର୍ଯ୍ୟନ୍ତ ଓଭରବ୍ରିଜ୍ ନିର୍ମାଣ କରାଗଲେ…
ଭୁବନେଶ୍ୱର: ଗଞ୍ଜେଇ ଓ ବ୍ରାଉନସୁଗାର ବିରୋଧରେ ଅଭିଯାନ ଜାରି ରହିବ । ଚାଲାଣ ରୋକିବାକୁ ଆହୁରି କଡା ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି କହିଛନ୍ତି ପୋଲିସ ଡିଜି ଅଭୟ । ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତି ଯେ, ଚଳିତ ବର୍ଷ ସେପ୍ଟେମ୍ବର ଯାଏ 1054 କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ଅର୍ଥାତ୍ 9 ମାସ ମଧ୍ୟରେ 1054 କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ଗତ 10 ବର୍ଷର ଡାଟା ଦେଖିଲେ ବର୍ଷକୁ ହାରାହାରି 312 କୁଇଣ୍ଟାଲ୍ ଗଞ୍ଜେଇ ଜବତ ହୋଇଛି । ଗତ 5 ବର୍ଷର ହାରାହାରି ଦେଖିଲେ ବର୍ଷକୁ 414 କୁଇଣ୍ଟାଲ୍ ଗଞ୍ଜେଇ ଜବତ ହୋଇଛି । କିନ୍ତୁ ଚଳିତ ବର୍ଷ ସେପ୍ଟେମ୍ବର ମଧ୍ୟରେ 1054 କୁଇଣ୍ଟାଲ୍ ଗଞ୍ଜେଇ ଜବତ ହୋଇଛି । କୋରାପୁଟରୁ 413, ମାଲକାନଗିରିରୁ 240, ଗଜପତିରୁ 126 କୁଇଣ୍ଟାଲ୍ ଗଞ୍ଜେଇ ଜବତ ହୋଇଛି ।…
ନୂଆଦିଲ୍ଲୀ : ଗାଇ ଗୋବରରୁ ନିର୍ମିତ ଚିପ୍ ମୋବାଇଲରୁ ନିର୍ଗତ ବିକିରଣ (ରାଡିଏସନ୍) ଦାଉରୁ ସୁରକ୍ଷା ଦେବ । ଏଭଳି ଯୁକ୍ତି ଉପସ୍ଥାପନ କରିଛନ୍ତି ରାଷ୍ଟ୍ରୀୟ କାମଧେନୁ ଆୟୋଗ ଚେୟାରମ୍ୟାନ ବଲ୍ଲଭଭାଇ କାଠିରିଆ ପ୍ରକାଶ କରିଛନ୍ତି । ଗାଇ ଗୋବରର ଅନେକ ଫାଇଦା ରହିଥାଏ । ମୋବାଇଲରୁ ସୃଷ୍ଟି ହେଉଥିବା ବିକିରଣକୁ ରୋକିବାରେ ଗୋବର ସକ୍ଷମ ବୋଲି ବିଜ୍ଞାନ ମଧ୍ୟ ପ୍ରମାଣ କରିଛି ବୋଲି କାଠିରିଆ ପ୍ରକାଶ କରିଛନ୍ତି । ମୋବାଇଲ ବିକିରଣରୁ ରକ୍ଷା କରୁଥିବା ଏହି କବଚର ନାମ ଗୌସତ୍ୱ କବଚ ରଖାଯାଇଛି । ଏହି ଚିପ୍ ରାଜକୋଟରେ ଅବସ୍ଥିତ ଶ୍ରୀଜି ଗୋଶାଳାରେ ନିର୍ମାଣ କରାଯାଉଛି । ଏହା ସହିତ କାମଧେନୁ ଦୀପାବଳି ଅଭିଯାନ କରାଯାଉଛି । ଦୀପାବଳି ଅବସରରେ କେବଳ ଭାରତୀୟ ଉତ୍ପାଦ ବ୍ୟବହାର କରିବା ପାଇଁ ଲୋକଙ୍କୁ ପ୍ରବର୍ତ୍ତାଇବା ଏହି ମିଶନର ଲକ୍ଷ୍ୟ ବୋଲି କାଠିରିଆ ପ୍ରକାଶ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ରାଷ୍ଟ୍ରୀୟ କାମଧେନୁ ଆୟୋଗ…
ମଧ୍ୟପ୍ରଦେଶ : ହାଥରସ୍ରେ ଘଟିଥିବା ବର୍ବରତା କାଣ୍ଡର ନିଆଁ ନ ଲିଭୁଣୁ ଦେଶରେ କୋଣ ଅନୁକୋଣରେ ଦୁଷ୍କର୍ମ ପରି ଘଟଣା ମାନ ସାମ୍ନାକୁ ଆସୁଛି । ଦେଶରେ ମହିଳାଙ୍କ ସ୍ଥିତିରେ କୌଣସି ସୁଧାର ଆସିଥିବା ଦେଖାଯାଉନାହିଁ । ଏବେ ମଧ୍ୟପ୍ରଦେଶର ରୀବାରେ ଜନ୍ମଦିନ ପାର୍ଟିରୁ ଫେରୁଥିବା ଜଣେ ଆଦିବାସୀ ନାବାଳିକାଙ୍କୁ ଅପହରଣ କରି ଦୁଷ୍କର୍ମ କରିଥିବାର ଘଟଣା ସାମ୍ନାକୁ ଆସିଛି । ପୀଡ଼ିତା ସମ୍ପର୍କୀୟଙ୍କ ଅଭିଯୋଗ ଅନୁଯାୟୀ ଅଭିଯୁକ୍ତ ଯୁବକମାନେ ଦୁଷ୍କର୍ମ କରିବା ସହିତ ତାଙ୍କ ପ୍ରାଇଭେଟ୍ ପାର୍ଟକୁ ଛୁରୀ ଦ୍ବାରା ଆକ୍ରମଣ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ରୀବା ଜିଲ୍ଲା ଅଞ୍ଚଳରେ ଏହି ଘଟଣାଟି ଘଟିଛି । ଅକ୍ଟୋବର 8ତାରିଖ ସନ୍ଧ୍ୟାବେଳେ ନାବାଳିକା ଯୁବତୀ ଜଣକ ଜନ୍ମଦିନ ପାର୍ଟିରୁ ଫେରୁଥିବାବେଳେ ଏହି ସମୟରେ ଦୁଇ ଯୁବକ ତାଙ୍କୁ ଅପହରଣ କରି ନେଇଯାଇଥିଲେ । ଏହାପରେ ତାଙ୍କୁ ଦୁଷ୍କର୍ମ କରିଥିଲେ । ଘଟଣା ପରେ ପୀଡିତାଙ୍କୁ ଚିକିତ୍ସା ପାଇଁ ଉତ୍ତରପ୍ରଦେଶର…
ଭୁବନେଶ୍ୱର: ରାଜ୍ୟରେ ‘ସୁଜଳ’ ଯୋଜନାର ଆଜି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀ ସହର ଓ ଭୁବନେଶ୍ୱର ସାଲିଆ ସାହିରେ ଡିଙ୍ଗ ଫ୍ରମ୍ ଟ୍ୟାପ୍ ମିଶନର କାର୍ୟ୍ୟକାରୀ ହୋଇଛି । ମୋଟ 12ଟି ସ୍ଥାନରେ ଏହା ଲୋକାର୍ପିତ ହୋଇଛି । ନବୀନ ନିବାସରୁ ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଣିକି ଟ୍ୟାପ୍ ଯୋଗେ ସହର ଓ ବସ୍ତି ବାସିନ୍ଦାମାନେ ବିଶୁଦ୍ଧ ପାଣି ପାଇପାରିବେ । ଏହି ଯୋଜନା ଯୋଗୁଁ ପ୍ରାୟ 15 ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ । ଏହି ଯୋଜନା ଜରିଆରେ ଭୁବନେଶ୍ବର ଓ ପୁରୀ ସହରରେ 1.8 ଲକ୍ଷ ଲୋକ ଉପକୃତ ହେବେ ।
ଭୁବନେଶ୍ବର : ରାଜ୍ୟରେ ଆଉ 17 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୟୂରଭଞ୍ଜରୁ ସର୍ବାଧିକ 4 ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଭୁବନେଶ୍ବରରୁ 3 ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ପୁରୀ ଓ ସୁନ୍ଦରଗଡରୁ 2 ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସମ୍ବଲପୁର, କେନ୍ଦ୍ରାପଡା, ଝାରସୁଗୁଡା, ଜଗତସିଂହପୁର, ବଲାଙ୍ଗିର ଓ ବାଲେଶ୍ବରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା 1057କୁ ବୃଦ୍ଧି ହୋଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି। ମୟୂରଭଞ୍ଜର ଚାରି ମୃତକ ପୁରୁଷ ହୋଇଥିବାବେଳେ ସେମାନଙ୍କ ବୟସ ଯଥାକ୍ରମେ, 53, 65, 55 ଓ 48 ବର୍ଷ । ଭୁବନେଶ୍ବରର ତିନି ମୃତକ ପୁରୁଷଙ୍କ ବୟସ ଯଥାକ୍ରମେ 70, 87, 38 ବର୍ଷ । ସୁନ୍ଦରଗଡର 66 ବର୍ଷୀୟ ପୁରୁଷ ଓ 62 ବର୍ଷୀୟ…
ପାଟନା: ଦେଶରେ ପୁଣି ନିର୍ବାଚନର ତାତି। ବିହାର ବିଧାନସଭା ସହିତ ଦେଶରେ ହେବାକୁ ଥିବା ଉପନିର୍ବାଚନ ଲାଗି ଉଷ୍ମତା ସୃଷ୍ଟି ହୋଇଛି। ତେବେ ବିହାର ନିର୍ବାଚନ ଲାଗି ସବୁ ରାଜନୈତିକ ଦଳ ନିଜ ନିଜ ସ୍ତରରେ ରଣନୀତି ପ୍ରସ୍ତୁତି କରି ଭୋଟ ହାତେଇବାକୁ ଚେଷ୍ଟା ଜାରି ରଖିଛନ୍ତି। ଚଳିତ ଥର ବିହାରର ଏକ ଭିନ୍ନ ଧରଣର ରାଜନୀତି ଦେଖିବାକୁ ମିଳିଛି। ଚଳିତ ଥର କିଛି ପାର୍ଟି ଏକାକୀ ନିର୍ବାଚନ ନ ଲଢି ମେଣ୍ଟ କରି ନିର୍ବାଚନ ଲଢୁଛନ୍ତି ତ ଆଉ କିଏ ମେଣ୍ଟରୁ ବାହାରି ଏକାକୀ ନିର୍ବାଚନ ଲଢୁଛି। ତେବେ ବିହାର ରାଜନୀତିର ଛକାପଞ୍ଚା ଭିତରେ ଚଳିତ ଥର ତିନୋଟି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଉଭା ହୋଇଛନ୍ତି। ପ୍ରଥମ ଥର ପାଇଁ ଏଲ୍ଜେପିର ଅଧ୍ୟକ୍ଷ ତଥା ଯୁବ ନେତା ଚିରାଗ ପାଶଓ୍ବାନ୍ ନୂତନ ମୁଖ୍ୟମନ୍ତ୍ରୀ ଚେହେରା ରୂପେ ଉଭା ହୋଇଛନ୍ତି। ଅପରପକ୍ଷରେ ବିହାର ରାଜନୀତିରେ ପାଞ୍ଚୋଟି ମେଣ୍ଟ ମଧ୍ୟ ରହିଛି। ନୀତିଶ୍ ବନାମ…
ଭୁବନେଶ୍ବର: ରାଜ୍ୟରେ ଆଜି 2 ହଜାର 275 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 1318 ଜଣ ଚିହ୍ନଟ ହୋଇଥିବାବେଳେ 975 ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 56 ହଜାର 937 କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 2 ଲକ୍ଷ 30 ହଜାର 912 ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 25 ହଜାର 635 ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି 1040 ଜଣ। ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର 30ଟି ଜିଲ୍ଲାରୁ ମୋଟ୍ 2 ହଜାର 275 ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ…
ଭଦ୍ରକ : ପୋଲିସ ଇନଫର୍ମର ସନ୍ଦେହରେ ଜଣେ ବ୍ୟକ୍ତିଙ୍କ କାର୍କୁ ପୋଡିଦେଲେ କୋଇଲା ମାଫିଆ । ପରିବିନ୍ଧା ମାରପୁର ଗାଁରେ ଘଟିଛି ଘଟଣା ।କୋଇଲା ମାଫିଆଙ୍କ ବିଷୟରେ ପୋଲିସକୁ ତଥ୍ୟ ଦେବାରୁ ଏକ ହ୍ୟୁଣ୍ଡାଇ କାର୍କୁ ଜାଳିଦେଇଛନ୍ତି କୋଇଲା ମାଫିଆ । ପେଟ୍ରୋଲ ପକାଇ କାର୍ ଜାଳିଦେଇଥିବା ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ହୋଇଛି । ଟ୍ରାକ୍ ପାର୍ଶ୍ବରୁ କୋଇଲା ଚୋରି ନେଇ ଆର୍ପିଏଫ୍କୁ ସୂଚନା ଦେବାରୁ ଆକ୍ରୋଶମୂଳକ ଭାବରେ କୋଇଲା ମାଫିଆମାନେ ଏଭଳି କାଣ୍ଡ ଘଟାଇଛନ୍ତି । ସୂଚନାଯୋଗ୍ୟ, ଧାମରା ରେଳପଥରେ କୋଇଲା ଟ୍ରେନ୍ ଯାଉଥିବାବେଳେ ଚଳନ୍ତା ଟ୍ରେନ୍ରୁ କୋଇଲା ଚୋରି କରି ମାଫିଆ ମାନେ ମାଲେମାଲ୍ ହେଉଛନ୍ତି । ଏହାକୁ ନେଇ ଆରପିଏଫ୍କୁ ସୂଚନା ଦିଆଯାଇଥିଲା । ଏହାପରେ କୋଇଲା ମାଫିଆମାନେ ରାଗ ରଖି ବ୍ୟକ୍ତିଙ୍କ କାର୍ ପୋଡି ଦେଇଛନ୍ତି ।
ଭୁବନେଶ୍ବର : ଆଜି ସକାଳ 6ଟା 30ରୁ 7ଟା 30 ମଧ୍ୟରେ ଉତ୍ତର ଆନ୍ଧ୍ର କାକିନଡା ନିକଟରେ ଗଭୀର ଅବପାତ ସ୍ଥଳ ଭାଗ ଛୁଇଁଥିବାବେଳେ ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ଜାରି ରହିଛି । ଭୁବନେଶ୍ବରରେ ମଧ୍ୟ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ଜାରି ରହିଛି। ଟୁଇନ୍ ସିଟିରେ 12ଟା 30 ଯାଏଁ ପ୍ରବଳ ବର୍ଷା ହେବା ଏନେଇ ସତର୍କ ରହବାକୁ ଆଞ୍ଚଳିକ ପାଣିପାଗ ବିଭାଗ ପରାମର୍ଶ ଦେଇଛି । ଏହି ସମୟରେ ଘଣ୍ଟା ପ୍ରତି 2/3 ସେମି ପର୍ଯ୍ୟନ୍ତ ବର୍ଷିବ । ରାସ୍ତା ଅଳ୍ପ ଦୃଶ୍ୟମାନ ହେବ, ଟ୍ରାଫିକ୍ ସମସ୍ୟା ଉପୁଜିପାରେ ବୋଲି ଏହି ସମୟରେ ଯେତେ ଦୂର ସମ୍ଭବ ଘରୁ ନ ବାହାରିବାକୁ ଲୋକଙ୍କୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।
ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା କମିଛି। ପ୍ରାୟ ଦୁଇ ମାସ ପରେ ଦେଶରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା 60 ହଜାରରୁ କମ୍ ରହିଛି। ଗତ24 ଘଣ୍ଟାରେ ସାରା ଦେଶରୁ 55 ହଜାର 342 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 706ଜଣ ମୃତ୍ୟୁବରଣ କରିଛନ୍ତି। ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 71ଲକ୍ଷ 75 ହଜାର 881କୁ ବୃଦ୍ଧି ପାଇଛି। ସେହିପରି ଦେଶରେ ସର୍ବମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା 1 ଲକ୍ଷ 9 ହଜାର 856ରେ ପହଞ୍ଚିଛି। ଦେଶରେ ସୁସ୍ଥ ହାର କ୍ରମାଗତ ଭାବରେ ବଢି ଚାଲିଛି। ଏବେସୁଦ୍ଧା ଦେଶରେ 62 ଲକ୍ଷ 27 ହଜାର 296ଜଣ ସୁସ୍ଥ ହୋଇଥିବାବେଳେ 8 ଲକ୍ଷ 38 ହଜାର 729ଟି ସକ୍ରିୟ ମାମଲା ରହିଛି।
ୱାସିଂଟନ, ଆମେରିକାର ପ୍ରତିଷ୍ଠିତ ଔଷଧ କଂପାନୀ ଜନସନ ଆଣ୍ଡ ଜନସନ ତାହାର କୋଭିଡ19 ଟିକା ପରୀକ୍ଷାରୁ ଓହରି ଯାଇଛି। କଂପାନୀ ତରଫରୁ ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, କୋଭିଡ ଟିକା ପରୀକ୍ଷଣରକୁ ବର୍ତ୍ତମାନ ସ୍ଥଗିତ ରଖାଯାଇଛି। ପୂର୍ବରୁ ଫେଜ-3ରେ ଯେଉଁ ମାନବ ପରୀକ୍ଷା କରାଯାଇଥିଲା ସେଥିରେ କିଛି ଅସୁବିଧା ସୃଷ୍ଟି ହୋଇଛି। କେତେକଙ୍କ ଶରୀରରେ ଏହା ପାର୍ଶ୍ବ ପ୍ରତିକ୍ରିୟା ପରିଲକ୍ଷିତ ହୋଇଛି। ସେଥିପାଇଁ ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ବୋଲି କଂପାନୀ କହିଛି। ତେବେ ମାନବ ପରୀକ୍ଷା ବେଳେ ସେମାନଙ୍କ ଶରୀରରେ କଣ ସମସ୍ୟା ସୃଷ୍ଟି ହେଲା ସେ ନେଇ କଂପାନୀ ତରଫରୁ କୌଣସି ସ୍ପଷ୍ଟିକରଣ ଦିଆଯାଇ ନାହିଁ।
ଭୁବନେଶ୍ବର : ଉତ୍ତର ଆନ୍ଧ୍ର କାକିନଡା ନିକଟରେ ଗଭୀର ଅବପାତ ଅତିକ୍ରମ କରିଛି। ବଙ୍ଗୋପସାଗରରେ ଥିବା କେନ୍ଦ୍ରୀୟ ଅବପାତ ଘଣ୍ଟାପ୍ରତି ୧୭କିମି ବେଗରେ ଗତି କରୁଛି । ଆଜି ସକାଳ 6ଟା 30ରୁ 7ଟା 30 ମଧ୍ୟରେସ୍ଥଳ ଭାଗ ଛୁଇଁଥିବାବେଳେ ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ଜାରି ରହିଛି । ।ସେଠାରେ ପବନର ବେଗ ଘଣ୍ଟା ପ୍ରତି 55ରୁ 65କିଲୋମିଟର ରହିଥିବା ଜଣାଯାଇଛି। ସେହିପରି ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର 5ଟି ଜିଲ୍ଲାର ପ୍ରବଳ ବର୍ଷା ହେବ । ନବରଙ୍ଗପୁର, ଗଜପତି, ରାୟଗଡା, କୋରାପୁଟ ଓ ଗଞ୍ଜାମରେ ବର୍ଷା ହେବ । ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ରହିବ ନାହିଁ ବୋଲି ଆଇଏମ୍ଡି ଡିଜି ସୂଚନା ଦେଇଛନ୍ତି । ଦ୍ବିପ୍ରହର ସୁଦ୍ଧା ଗଭୀର ଅବପାତର ପ୍ରଭାବ କମିଯିବ ବୋଲି ସୂଚନା ଦେଇଛନ୍ତି । ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ 500 ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଲଘୁଚାପ ପ୍ରଭାବରେ ଗଜପତି…
ବାଲେଶ୍ବର, ଗତକାଲି ବିଜେଡି ବାଲେଶ୍ବର ଉପନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା ହେବା ପରେ ଜିଲ୍ଲା କର୍ମିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ମୁଖ୍ୟତଃ ପୂର୍ବତନ ସାଂସଦ ରବିନ୍ଦ୍ର ଜେନାଙ୍କ ସମର୍ଥକମାନେ ହୋ ହାଲ୍ଲା କରିଛନ୍ତି। ତୃଣମୂଳ ସ୍ତରର କର୍ମିମାନେ ସ୍ବରୂପ ଦାସଙ୍କ ପ୍ରାର୍ଥୀତ୍ବକୁ ଗ୍ରହଣ କରିବାକୁ ନାରାଜ। କର୍ମିମାନେ ଆଶା କରିଥିଲେ ଯେ ରବିନ୍ଦ୍ର ଜେନାଙ୍କୁ ଟିକେଟ ନ ମିଳିଲେ ମଧ୍ୟ ତାଙ୍କ ଧର୍ମପତ୍ନୀଙ୍କୁ ମିଳିବ। ହେଲେ ତାହା ମଧ୍ୟ ହେଲା ନାହିଁ। ଫଳରେ ଏମାନେ ଅସନ୍ତୋଷ ଜାହିର କରିବା ସହ ଧମକ ଦେଇଛନ୍ତି। ବିଜେଡି ଏହି ପ୍ରାର୍ଥୀତ୍ବକୁ ନେଇ ପୁନଃବିଚାର ନ କଲେ ଦଳ ପାଇଁ ଆଉ କାମ କରିବେ ନାହିଁ ବୋଲି କର୍ମମାନେ ଚେତାବନୀ ଦେଇଛନ୍ତି।
ଖୋର୍ଦ୍ଧା, କୋଭିଡ19 ମହାମାରୀ ପରିସ୍ଥିତିରେ, ଯଦିଓ ସୀମିତ ଯାତ୍ରୀବାହୀ ଟ୍ରେନ୍ ସେବା ଅଛି କିନ୍ତୁ ସାମଗ୍ରୀ ଟ୍ରେନ୍ ମାଧ୍ୟମରେ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଅନ୍ୟାନ୍ୟ ସାମଗ୍ରୀ ପରିବହନର ଶୃଙ୍ଖଳା ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ଦ୍ୱାରା ଜାରି ରହିଛି। ଗତ 10 ତାରିଖରେ, ଏହି ମଣ୍ଡଳ 100 ଗୁଡସ୍ ରେକ୍ ଅର୍ଥାତ୍ 5516 ୱାଗନ୍ ମାଲ୍ କୋଇଲା, ଲୁହାପଥର, ସାର, ଷ୍ଟିଲ୍, ସ୍ଲାଗ୍, ଚୂନ ପଥର ଇତ୍ୟାଦି ଦେଶର ବିଭିନ୍ନ ସ୍ଥାନକୁ ପରିବହନ କରାଯାଇଛି। ଏହା ଅକ୍ଟୋବର 2020 ରେ ମଣ୍ଡଳ ଦ୍ୱାରା କରାଯାଇଥିବା ସର୍ବୋତ୍ତମ ଲୋଡିଂ ମଧ୍ୟରୁ ଏହା ଅନ୍ୟତମ। 100 ଟି ଗୁଡସ୍ ରେକ୍ ମଧ୍ୟରୁ 38 ରେକ୍ ଅର୍ଥାତ୍ 2084 ୱାଗନ୍ ତାଳଚେର ଠାରୁ, 23 ଟି ରେକ୍ ଅର୍ଥାତ୍ 1200 ୱାଗନ୍ ପାରାଦୀପରୁ ଏବଂ 39 ଟି ରେକ୍ ଅର୍ଥାତ୍ 2232 ୱାଗନ୍ ଧାମରା, ଧାନମଣ୍ଡଳ, ଦୈତାରି, ଗୁଆଲଡିହ, ଛତ୍ରପୁର, ପ୍ରଜନପୁର, ମେରା ମଣ୍ଡଳୀ ଏବଂ…
ନୂଆଦିଲ୍ଲୀ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଜ୍ୟଗୁଡିକ ପାଇଁ ସ୍ବତନ୍ତ୍ର ପ୍ୟାକେଜ ବ୍ୟବସ୍ଥା ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ସୁଧମୁକ୍ତ ୫୦ ବର୍ଷିଆ ଋଣ ପ୍ରଦାନ ଯୋଜନା ରାଜ୍ୟମାନଙ୍କ ପାଇଁ ପ୍ରବର୍ତ୍ତନ କରିବାକୁ ଯାଉଛନ୍ତି। ଏଥିରେ ମୋଟ ୧୨୦୦୦ କୋଟି ଟଙ୍କା ରାଜ୍ୟମାନଙ୍କୁ ଯୋଗାଇ ଦିଆଯିବ । ଏହି ଋଣ ପ୍ରଦାନକୁ ୩ଟି ଭାଗରେ ବିଭକ୍ତ କରାଯାଇଛି ୧: ପଚାଶ ବର୍ଷିଆ ସୁଧମୁକ୍ତ ସ୍ୱତନ୍ତ୍ର ଋଣ ସହାୟତା ଯୋଜନାରେ ୮ଟି ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ପ୍ରତ୍ୟେକ ୨୦୦ କୋଟି ଟଙ୍କା ଲେଖାଏଁ ଋଣ ପାଇବେ । ଏ ବାବଦରେ ଏହି ୮ ରାଜ୍ୟକୁ ୧୬୦୦ କୋଟି ଟଙ୍କା ଯୋଗାଇ ଦିଆଯିବ । ସେହିଭଳି ପାହାଡିଆ ରାଜ୍ୟ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶ ପ୍ରତ୍ୟେକ ୪୫୦ କୋଟି ଟଙ୍କା ଲେଖାଏଁ ମୋଟ ୯୦୦ କୋଟି ଟଙ୍କା ପାଇବେ। ୨: ଏହି ଯୋଜନାରେ ଅବଶିଷ୍ଟ ରାଜ୍ୟଗୁଡିକୁ ପଞ୍ଚଦଶ ଅର୍ଥ…
ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ ମଧ୍ୟ ଓଡ଼ିଶାରେ ଦୁଇଟି ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବାଲେଶ୍ୱର ପାଇଁ ମମତା କୁଣ୍ଡୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ବେଳେ ତିର୍ତ୍ତୋଲ ପାଇଁ ହିମାଂଶୁ ଭୂଷଣ ମଲ୍ଲିକ ପ୍ରାର୍ଥୀ ହୋଇଛନ୍ତି। ପୂର୍ବରୁ ବାଲେଶ୍ବର ପାଇଁ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକଙ୍କ ପୁତ୍ରଙ୍କୁ ପ୍ରାର୍ଥୀ କରାଯିବ ବୋଲି କଳ୍ପନାଜଳ୍ପନା କରାଯାଇଥିଲା। ନିକଟରେ କଂଗ୍ରେସ ପ୍ରଭାରୀ ଓଡିଶା ଆସି ଏହି ଦୁଇ ଉପନିର୍ବାଚନ ପାଇଁ ନେତାମାନଙ୍କ ସହିତ ଆଲୋଚନା କରିଥିଲେ।
ପାଟନା, ବିହାର ହେବାକୁ ଥିବା ବିଧାନସଭା ନିର୍ବାଚରେ ଏଥର 52 ହଜାର ଭୋଟର ପୋଷ୍ଟାଲ ଭୋଟ ଦେବେ ବୋଲି ସ୍ବୀକୃତ ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟ ମତଦାନରେ ଏମାନେ ପୋଷ୍ଟାଲ ଭୋଟ ପାଇଁ ରାଜି ହୋଇଛନ୍ତି ବୋଲି ନିର୍ବାଚନ କମିଶନର ସୂଚନା ଦେଇଛନ୍ତି। ବର୍ତ୍ତମାନ କରୋନା ସଂକ୍ରାମଣ ସମୟରେ ନିର୍ବାଚନ କମିଶନରଙ୍କ ପକ୍ଷରୁ ବରିଷ୍ଠ ଭୋଟରଙ୍କ ଏକ ତାଲିକା କରାଯାଇଥିଲା। ସେହି ତାଲିକା ହିସାବରେ ସେମାନଙ୍କୁ ଯୋଗାଯୋଗ କରାଯାଇଥିଲା। ସେମାନେ ଘରେ ରହି ପୋଷ୍ଟାଲ ଭୋଟ ଦେବେ ବୋଲି ରାଜି ହୋଇଛନ୍ତି। ବରିଷ୍ଠ ନାଗରିକଙ୍କ ସହିତ ଭିନ୍ନକ୍ଷମ ଭୋଟରଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଛି। ବୁଥଗୁଡିକରେ କିପରି ଭଡ ନ ହେବ ସେଥିପାଇଁ ନିର୍ବାଚନ କମିଶନରଙ୍କ ତରଫରୁ ପଦକ୍ଷେପ ନିଆଯାଇଛି।

