ବାଙ୍ଗାଲୁରୁ, କେହି ଜଣେ ବିରିୟାନି ଖାଇବା ପାଇଁ କେତେ ସମୟ ଅପେକ୍ଷା କରିପାରିବ। 30 ମିନଟ୍, ଏକ ଘଣ୍ଟା ନା ଦେଢ ଘଣ୍ଟା। ହେଲେ ଏତିକି ସମୟ ନୁହେଁ ବିରିୟାନି ଖାଇବା ପାଇଁ ଲୋକେ ପ୍ରାୟ ଦୁଇରୁ ତିନି ଘଣ୍ଟା ଅପେକ୍ଷା କରୁଛନ୍ତି। ତାହା ପୁଣି ପ୍ରାୟ ଦେଢ କିଲୋମିଟର ପର୍ଯ୍ୟନ୍ତ ଲମ୍ବା ଲାଇନରେ ଛିଡା ହୋଇ। ଏହା ବିଶ୍ବାସ ନ ହେଲେ ମଧ୍ୟ ସତକଥା। ଏହିପରି ଦୃଶ୍ୟ ଆଜି ରବିବାର ସକାଳୁ ସକାଳୁ ଦେଖାଯାଇଛି। ବାଙ୍ଗାଲୁରୁର ହୋଷ୍ଟକୋଟ୍ ଅଞ୍ଚଳରେ ଅବସ୍ଥିତ ଅନନ୍ଦ ବିରିୟାନି ଦୋକାନରେ ଏପରି ଭିଡ ପରିଲକ୍ଷିତ ହୋଇଛି। ଦୀର୍ଘଦିନ ପରେ ବାଙ୍ଗାଲୁରୁ ପ୍ରଶାସନ ହୋଟେଲଗୁଡିକ ଖୋଲିବାକୁ ଅନୁମତି ପ୍ରଦାନ କରିବା ପରେ ଏହି ଭିଡ ହୋଇଛି। ଅନ୍ୟପଟେ ଆଜି ରବିବାର ଥିବାରୁ ଏହି ବିରିୟାନି ଦୋକାନରେ ଲୋକଙ୍କ ଲମ୍ବା ଲାଇନ ପରିଲକ୍ଷିତ ହୋଇଛି। ଠିକ୍ ରବିବାର ପୂର୍ବଦିନ ସରକାରଙ୍କ ଅନୁମତି ମିଳିବା ତାଙ୍କ ପାଟିର ଲାଲ ଆହୁରି…
Author: Samikhsya Bureau
ବିହାର : ବିହାର ଜଣେ ମହିଳା ନିଜ ପରିବାରର ସମସ୍ତ ସଦସ୍ୟଙ୍କୁ ଚା’ରେ ବିଷ ଦେଇଛନ୍ତି । ନିଜେ ମଧ୍ୟ ବିଷମିଶ୍ରିତ ଚା’ ପିଇଛନ୍ତି । ତେବେ ଅବୈଧ ସମ୍ପର୍କ କାରଣରୁ ପରିବାରର ସମସ୍ତଙ୍କୁ ବିଷ ମିଶ୍ରିତ ଚା’ ଦେଇଥିବାର ଖବର ରହିଛି। ଏହି ଘଟଣାରେ ଅଭିଯୁକ୍ତା ମହିଳାଙ୍କ ଦିଅରଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ସମସ୍ତ ସଦସ୍ୟଙ୍କ ଅବସ୍ଥା ବେଶ୍ ଗୁରୁତର ରହିଛି । ପୋଲିସ୍ ଏହି ଘଟଣାର ଯାଞ୍ଚ ଆରମ୍ଭ କରିଛି । ମିଳିଥିବା ସୂଚନା ଅନୁସାରେ ମଧୁବନୀ ଜିଲ୍ଲାର ବିସ୍ଫି ଥାନା ସ୍ଥିତ ସାଦୁଲ୍ଲାପୁର ଅଞ୍ଚଳରେ ଏପରି ଏକ ଅଘଟଣ ଘଟିଛି । ଏଠାରେ ରହୁଥିବା ଜନୈକ ମହିଳା ଅବୈଧ ସମ୍ପର୍କ ପାଇଁ ନିଜ ଶାଶୁ ଓ ଦିଅରଙ୍କ ସହିତ ତିନି ପୁଅଙ୍କୁ ମଧ୍ୟ ଚା’ରେ ବିଷ ମିଶାଇ ପିଆଇଦେଇଛନ୍ତି । ଏହା ସହିତ ନିଜେ ମଧ୍ୟ ଏହି ବିଷ ମିଶ୍ରିତ ଚା’ ପିଇଛନ୍ତି। ଚା’ ପିଇବା ପରେ…
ଉତ୍ତରପ୍ରଦେଶ : ରାଜସ୍ଥାନ ପରେ ଏବେ ଉତ୍ତରପ୍ରଦେଶରୁ ପୁଣି ଜଣେ ପୂଜକଙ୍କ ମରଣାନ୍ତକ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି । ୟୁପିର ଗୋଣ୍ଡା ଜିଲ୍ଲାର କିଛି ବଦମାସମାନେ ମନ୍ଦିରର ମହନ୍ତଙ୍କୁ ଗୁଳି କରିଛନ୍ତି । ରାମ ଜାନକୀ ମନ୍ଦିରର ମହନ୍ତଙ୍କୁ ଶୋଇଥିବା ସମୟରେ ଆକ୍ରମଣକାରୀ ମାନେ ତାଙ୍କୁ ଗୁଳି କରିଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ତେବେ ଏହି ଘଟଣା ପଛରେ ମନ୍ଦିରର ଜମି ବିବାଦ ଘଟଣା ରହିଥିବାର ସୂଚନା ରହିଛି । ମନ୍ଦିରର ଜମି ଉପରେ ମାଫିଆମାନଙ୍କର ନଜର ରହିଥିଲା । ମିଳିଥିବା ସୂ ଚନା ଅନୁସାରେ ଶନିବାର ବିଳମ୍ବିତ ରାତ୍ରିରେ ମନ୍ଦିର ପରିସରରେ ମହନ୍ତଙ୍କୁ ଗୁଳି କରି ହତ୍ୟା ଉଦ୍ୟମ କରାଯାଇଛି। ରାମଜାନକୀ ମନ୍ଦିରର ମହନ୍ତ ସମ୍ରାଟ୍ ଦାସଙ୍କ ଅବସ୍ଥା ଏବେ ସଂକଟାପନ୍ନ ରହିଛି । ତାଙ୍କୁ ଚିକିତ୍ସା କରିବା ପାଇଁ ଲକ୍ଷ୍ନୌକୁ ସ୍ଥାନାନ୍ତର କରାଯାଇଛି । ସୂଚନାଯୋଗ୍ୟ, ରାମ ଜାନକୀ…
ଭୋପାଳ, ମଧ୍ୟ ପ୍ରଦେଶର ରିୱା ସହରରେ ଜଣେ ନାବାଳିକାକୁ ଜଣେ ନାବାଳକ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି। ଦୁଷ୍କର୍ମ ପରେ ନାବାଳିକା ନିଜ ଦେହରେ ନିଆଁ ଲଗାଇଥିବାର ଜଣାପଡିଛି। ଏହି ଘଟଣାରେ ପୋଲିସ ନାବାଳକ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି। ଘଟଣାରୁ ପ୍ରକାଶ ଯେ, ଉଭୟ ନାବାଳକ ଏବଂ ନାବାଳିକାଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଛି। ଗତକାଲି ନାବାଳକ ପିଡିତାଙ୍କୁ ଭୁଲେଇ ଆଣି ଦୁଷ୍କର୍ମ କରିଛି। ଏଥିରେ ପିଡିତା ରାଜି ନ ଥିଲେ ମଧ୍ୟ ନାବାଳକର ଧମକରେ ସେ ଭୟଭିତ ହୋଇପଡିଥିଲା। ତେବେ ଏ ସଂପର୍କରେ ଅଧିକ ତଦନ୍ତ ଚାଲିଛି ବୋଲି ରିୱା ଡିଏସପି ବିପି ସିଂ କହିଛନ୍ତି। ନାବାଳିକା ଜଣଙ୍କ ବର୍ତ୍ତମାନ ଡାକ୍ତଖାନାରେ ଚିକିତ୍ସିତ ହେଉଛନ୍ତି।
ବିହାର, ଗତକାଲି କେନ୍ଦ୍ରମନ୍ତ୍ରୀ ତଥା ଦେଶର ବରିଷ୍ଠ ନେତା ରାମବିଳାଶ ପାଶୱାନଙ୍କ ଶେଷକୃତ ସଂପର୍ଣ୍ଣ ହୋଇଥିଲା। ବିହାରର ଦିଗା ପଡ଼ିଆ ନିକଟସ୍ଥ ଗଙ୍ଗା କୂଳରେ ଥିବା ଜନାର୍ଦ୍ଦନ ଘାଟରେ ଏହି ସତ୍କାର କରାଯାଇଥିଲା। ହଜାର ହଜାର ସମର୍ଥଙ୍କ ଗହଣରେ ଏହି ସତ୍କାର କରାଯାଇଥିଲା। ପୁତ୍ର ଚିରାଗ ପାଶୱାନ ବାପାଙ୍କୁ ମୁଖାଗ୍ନୀ ଦେଇଥିଲେ। ତେବେ ଦୁଃଖରେ ଦୁର୍ବଳ ହୋଇପଡିଥିବା ଚିରାଗ ମୁଖାଗ୍ନୀ ଦେଇସାରିବା ପରେ ହଠାତ୍ ତଳେ ପଡିଗଲେ। ସେତେବେଳେ ତାଙ୍କ ପାଖରେ ତାଙ୍କ ମାଆ ଏବଂ ଜଣେ ସଂପର୍କୀୟ ଥିଲେ। ସେ ତଳେ ପଡିଯିବା ବେଳକୁ ସେମାନେ ତାଙ୍କୁ ଧରି ନେଲେ। ଚିରାଗଙ୍କ ଏପରି ପରିସ୍ଥିତି ଦେଖି ସେଠାରେ ଉପସ୍ଥିତ ଥିବା ହଜାର ହଜାର ସମର୍ଥକ ଦୁଃଖରେ ଭାଙ୍ଗି ପଡିଥିଲେ।
ଭୁବନେଶ୍ବର : ରାଜ୍ୟରେ ଆଉ 15 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 5 ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ବାଲେଶ୍ବର ଜିଲ୍ଲାରୁ ତିନି କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଢେଙ୍କାନାଳରୁ 2 କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଗଜପତି, କେନ୍ଦ୍ରାପଡା, କୋରାପୁଟ, ପୁରୀ, କଳାହାଣ୍ଡିରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା 1022କୁ ବୃଦ୍ଧି ହୋଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 5 ମୃତକଙ୍କ ମଧ୍ୟରୁ ଭୁବନେଶ୍ବରର ତିନିଜଣ ରହିଛନ୍ତି । ଭୁବନେଶ୍ବରର 65 ଓ 67 ବର୍ଷୀୟା ମହିଳା, 69 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାର ଅନ୍ୟ ଦୁଇ ମୃତକ ମଧ୍ୟରେ ଜଣେ 60 ବର୍ଷୀୟା ମହିଳା ଥିବାବେଳେ ଅନ୍ୟ ଜଣେ 70 ବର୍ଷୀୟ…
ବ୍ରହ୍ମଗିରି : ଦୁଇ ପରିବାର ମଧ୍ୟର ରକ୍ତାକ୍ତ ସଂଘର୍ଷ ହୋଇଛି । ଦୁଇ ପରିବାର ମଧ୍ୟରେ ଚାଲିଥିବା ଝଗଡା ଯୋଗୁଁ ତେଣ୍ଟା ମାଡରେ 2 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଛଅ ଜଣ ଆହତ ହୋଇଛନ୍ତି । ମୃତକ ଦ୍ବୟ ହେଲେ କାଳିଆ ଭୋଇ, ସୁରିଆ ଭୋଇ । ମିଳିଥିବା ସୂଚନା ଅନୁସାରେ ବ୍ରହ୍ମଗିରି ଥାନା ଡିମିରିଶେଣା ହରିଜନ ସାହିରେ ଜମିବାଡି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଏହି ଘଟଣାରେ ଗୁରୁତର ଛଅଜଣଙ୍କୁ ରେବଣା ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ସମସ୍ତଙ୍କୁ ପୁରୀକୁ ସ୍ଥାନାନ୍ତର କରାଯାଇଥିବାର ଖବର ମିଳିଛି । ପାଣି ପାଇପ ପକାଇବାକୁ ନେଇ ଦୁଇ ଗୋଷ୍ଠୀ ସଂଘର୍ଷ ହୋଇଥିବାର ସୂଚନା ରହିଛି ।
ଭୁବନେଶ୍ବର : ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଛି । ଆଜି ସକାଳ 5ଟା 30ରେ ଅବପାତର ରୂପନେଇଛି ସୃଷ୍ଟ ଲଘୁଚାପ । ଏହା ଅଧିକ ଘନୀଭୂତ ହୋଇ 24 ଘଣ୍ଟାରେ ଗଭୀର ଅବପାତର ରୂପ ନେବା ସମ୍ଭାବନା ରହିଛି । ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ବିଶାଖାପାଟଣାରୁ 430 କିମି ଦୂରରେ ଏହା କେନ୍ଦ୍ରୀଭୂତ ହୋଇଛି । ଆସନ୍ତା 12 ତାରିଖ ରାତ୍ରି ସୁଦ୍ଧା ବିଶାଖାପାଟଣା ଓ ନରସାପୁର ମଝିରେ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ରୟାଲମୀମା, କର୍ଣ୍ଣାଟକ, ମରାଠାଓ୍ବାଡାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ପୂର୍ବାନୁମାନ କରିଛି । ଏହାର ପ୍ରଭାବରେ ଦକ୍ଷିଣ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଜିଠାରୁ 13 ତାରିଖ ଯାଏଁ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ସମୟ ମଧ୍ୟରେ…
ଭୁବନେଶ୍ବର : ରାଜ୍ୟରେ ଆଜି 2ହଜାର 546କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 1504ଜଣ ଚିହ୍ନଟ ହୋଇଥିବାବେଳେ 1042ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 52ହଜାର239କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 2 ଲକ୍ଷ 24 ହଜାର 273ଜଣ । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 26ହଜାର891ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 1006ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି । ଆଜି ରାଜ୍ୟର 30ଟି ଜିଲ୍ଲାରୁ ମୋଟ୍ 2ହଜାର 546ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 410ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳୁରୁ 208, ବାଲେଶ୍ବରରୁ…
ମୁମ୍ବାଇ, ସୁନାରେ ବିନିଯୋଗ ସର୍ବଦା ଏକ ଲାଭଜନକ କାରବାର। ବର୍ତ୍ତମାନ ସୁନା କିଣିବା ପରିବର୍ତ୍ତେ, ଆପଣ ସରକାରୀ ସୁନା ବଣ୍ଡରେ ବିନିଯୋଗ କରି ଲାଭ ପାଇପାରିବେ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ସୋଭେରିନ ଗୋଲ୍ଡ ବଣ୍ଡ ଜାରି କରିଛି। ଏଥିରେ ଆପଣଙ୍କ ସକ୍ଷମ ଅନୁସାରେ ସୁନା କିଣି ପକାଇପାରିବେ। ତେବେ ସୁନା ବଦଳରେ ସରକାର ଆପଣଙ୍କୁ ଏକ ବଣ୍ଡ ପେପର ଦେବେ। ଏହି ସୁନା ବଣ୍ଡରେ ରିଜର୍ଭ ବ୍ୟାଙ୍କ ଇସ୍ୟୁ ମୂଲ୍ୟ ସ୍ଥିର କରିଛି। ସେହି ମୂଲ୍ୟରେ ଆପଣ ସୁନା କିଣି ରଖିବେ, ପାଞ୍ଚ ବର୍ଷ ପରେ ବିକ୍ରି କରିପାରିବେ। ଏହାର ମୂଲ୍ୟ କ’ଣ ଏବଂ ଆପଣ ଏଥିରେ କେମିତି ବିନିଯୋଗ କରି ପାରିବେ ଜାଣନ୍ତୁ। ଗ୍ରାମ ପିଛା ମୂଲ୍ୟ ୫୦୫୧ ଟଙ୍କା ଧାର୍ଯ୍ୟ କରାଯାଇଛି ରିଜର୍ଭ ବ୍ୟାଙ୍କ ସୋଭେରିନ ଗୋଲ଼୍ଡ ବଣ୍ଡ ଇସ୍ୟୁ ମୂଲ୍ୟ ୯ ଅକ୍ଟୋବରରେ ଗ୍ରାମ ପିଛା ୫୦୫୧ ଟଙ୍କା ସ୍ଥିର କରିଛି। ରିଜର୍ଭ ବ୍ୟାଙ୍କ…
ବ୍ୟାଂକକ୍ : ଥାଇଲାଣ୍ଡରେ ଟ୍ରେନ୍ ଓ ବସ୍ ମଧ୍ୟରେ ଧକ୍କା ହେବା ପରେ ଅତିକମ୍ରେ 17ଜଣଙ୍କର ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ ଥାଇଲାଣ୍ଡରେ ରବିବାର ଦିନ ସକାଳ ସମୟରେ ଏହି ଘଟଣାଟି ଘଟିଛି । 65 ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ବସ୍ ଏକ ଟ୍ରେନ୍ ସହ ଧକ୍କା ଦେବାପରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ତେବେ ବର୍ଷା ଯୋଗୁଁ ଦୃଶ୍ୟ କମ୍ ହେବା ଯୋଗୁଁ ଟ୍ରେନ୍ ଆସିବାର ସିଗନାଲ୍ ନ ଦେଖାଯିବା ଯୋଗୁଁ ଏପରି ଏକ ଅଘଟଣ ଘଟିଯାଇଛି । ଏହି ଘଟଣାଟି ବ୍ୟାଙ୍କକ୍ଠାରୁ 80 କିଲୋମିଟର ଦୂର ପୂର୍ବ ଅଞ୍ଚଳରେ ଘଟିଛି । ଏହି ଦୁର୍ଘଟଣାରେ 17 ଜଣଙ୍କ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ 30ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି । ତେବେ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ସୂଚନାରହିଛି ।
ଗଞ୍ଜାମ : ଗଞ୍ଜାମ ଗ୍ରାସିମ୍ ପ୍ଲାଣ୍ଟରେ ଷ୍ଟିମ୍ ପାଇପ ଫାଟିବା ଘଟଣାରେ ଆଉ ଜଣକର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବାର ସୂଚନା ରହିଛି । ମୃତକ ଜଣକ ଚିକିତ୍ସାଧୀନ ଇଞ୍ଜିନିୟର ବୋଲି ଜଣାପଡିଛି । ଗ୍ରାସିମ୍ ପ୍ଲାଣ୍ଟ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 2କୁ ବୃଦ୍ଧି ହୋଇଛନ୍ତି । ପୂର୍ବରୁ ଚିକିତ୍ସାଧୀନ ଅବସ୍ଥାରେ ଜଣେ ହେଲପର୍ଙ୍କ ମୃତ୍ୟୁ ଘଟିଥିଲା । ସୂଚନାଯୋଗ୍ୟ, ଗତ 6 ତାରିଖ ମଙ୍ଗଳବାର ଦିନ ଗଞ୍ଜାମ ସହରସ୍ଥିତ ଗ୍ରାସୀମ କମ୍ପାନୀରେ ଏକ ଅଘଟଣ ଘଟିଥିଲା । କମ୍ପାନୀର ଷ୍ଟିମ ପାଇପ ବେଲ୍ ଫାଟିଯିବା ଫଳରେ ସେଠାରେ ଜଣେ ଇଂଜିନିୟରସମତେ ତିନି ଜଣ ଠିକା କର୍ମଚାରୀ ଗୁରୁତର ହୋଇଥିଲେ।
ନୂଆଦିଲ୍ଲୀ : ଦେଶରେ କରୋନା ମୃତ୍ୟୁସଂଖ୍ୟା 1ଲକ୍ଷ 8 ହଜାର 334କୁ ବୃଦ୍ଧି । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 70 ଲକ୍ଷ 53 ହଜାର 807କୁ ବୃଦ୍ଧି ହୋଇଛି । ଦିନକରେ 74 ହଜାର 383 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 918ଜଣଙ୍କର ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ଦେଶରେ ମୋଟ୍ ଆକ୍ଟିଭ୍ କେସ୍ 8 ଲକ୍ଷ 67 ହଜାର 496 ରହିଛି । ସୁସ୍ଥଙ୍କ ସଂଖ୍ୟା 60 ଲକ୍ଷ 77 ହଜାର 977ରେ ପହଞ୍ଚିଛି। ଗତ ତିନି ସପ୍ତାହ ଧରି ଦେଶରେ ସୁସ୍ଥଙ୍କ ସଂଖ୍ୟା ବଢିବାରେ ଲାଗିଛି । ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଆନ୍ଧ୍ରପ୍ରଦେଶ, ତାମିଲନାଡୁରୁ ଦେଶର ମୋଟ ଆକ୍ଟିଭ୍ କେସ୍ର 61% ମାମଲା ରହିଛି। ଆଇସିଏମ୍ଆର ସୂଚନା ମୁତାବକ ଅକ୍ଟୋବର 10 ସୁଦ୍ଧା ଦେଶରେ ମୋଟ୍ 8 କୋଟି 68 ଲକ୍ଷ ନମୁନା ପରୀକ୍ଷଣ ହୋଇଛି । ଗତକାଲି 11 ଲକ୍ଷ ନମୁନା ପରୀକ୍ଷଣ ହୋଇଥିବାବେଳେ ପଜିଟିଭିଟି ରେଟ୍…
ପୁରୀ, ଆଜି ପ୍ରଖ୍ୟାତ ଅଭିନେତା ଅମିତାଭ ବଚନ 78 ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ସେଥିପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ବାର୍ତ୍ତା ଆସିବାରେ ଲାଗିଛି। ଏହି ଉପଲକ୍ଷେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ମଧ୍ୟ ତାଙ୍କ ଆକର୍ଷଣୀୟ କଳାରେ ଅଭିନନ୍ଦନ ଜଣାଇଛନ୍ତି। ସୁଦର୍ଶନ ପୁରୀ ବେଳାଭୂମିରେ ଅମିତାଭଙ୍କ ଏକ ବାଲୁକା ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି। ସେଥିରେ ସେ 78 ବର୍ଷରେ ପଦାର୍ପଣ କରିବା କଥା ମଧ୍ୟ ଉଲ୍ଲେଖ କରିଛନ୍ତି। ଏହା ବାଲୁକା କଳା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।
କୋଲକାତା: ଆଜି ପ୍ରଖ୍ୟାତ ଅଭିନେତା ଅମିତାଭ ବଚ୍ଚନ ୭୮ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ତାଙ୍କର ଜନ୍ମଦିନରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଆସିବାରେ ଲାଗିଛି। ତେବେ କୋଲକାତାରେ ଥିବା “ଅମିତାଭ ବଚ୍ଚନ ମନ୍ଦିର”ରେ ଏଥର କରୋନା ପାଇଁ ଧୂମଧାମରେ ଜନ୍ନ ଦିନ ପାଳନ ହୋଇପାରି ନାହିଁ। ଏହି ମନ୍ଦିରର ମୁଖ୍ୟ ପ୍ରତିଷ୍ଠାତା ଏକାକୀ ଯାଇ ଅମିତାଭ ବଚ୍ଚନଙ୍କ ପ୍ରତିମୂର୍ତ୍ତି ଆଗରେ ଆଳତି କରି ଫେରିଛନ୍ତି। ଏହି ଆଳତିଙ୍କୁ ସେହି ମନ୍ଦିର ସହିତ ଜଡିତ ଥିବା ଭକ୍ତମାନେ ସୋସିଆଲ ମିଡିଆରେ ଲାଇଭ ଦେଖିଛନ୍ତି। ଦକ୍ଷିଣ କୋଲକାତାର ବଲ୍ୟାଗୁଂଗି ଫାରି ନିକଟସ୍ଥ ଏକ ସ୍ଥାନରେ ନିର୍ମାଣ ହୋଇଛି ଏହି “ଅମିତାଭ ବଚ୍ଚନ ମନ୍ଦିର”। ଅମିତାଭଙ୍କ ବହୁ ପ୍ରଶଂସକଙ୍କ ବଦାନ୍ୟରେ ଏହି ମନ୍ଦିର ୨୦୦୧ ମସିହାରେ ନିର୍ମାଣ କରାଯାଇଛି। ଏହି ମନ୍ଦିରରେ ଅମିତାଭ ବଚ୍ଚନଙ୍କ ଏକ ଷ୍ଚାଇଲିସ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ସେହି ମୂର୍ତ୍ତିଙ୍କୁ ସମସ୍ତେ ଗୁରୁ ବୋଲି ସମ୍ବୋଧନ କରୁଛନ୍ତି। ଏହି ମନ୍ଦିରରେ ପ୍ରତ୍ୟେକ ଦିନ…
ମୁମ୍ବାଇ, ଆଜି ବିଗ ବି, ସେହେନଂସା, କୁଲି ଯାହା ବି କହନ୍ତୁ, ଅମିତାଭ ବଚ୍ଚନ ୭୮ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଭାରତୀୟ ସିନେମା ଜଗତ ପାଇଁ ଅମିତାଭଙ୍କ ଯେଉଁ ଅବଦାନ ତାହା ସାରା ବିଶ୍ବରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ତାଙ୍କର ଏହି ଜନ୍ମ ଦିବସରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ବାର୍ତ୍ତା ପହଁଚିବାରେ ଲାଗିଛି। ତେବେ ଏହି ବାର୍ତ୍ତା ପହଁଚିବା ସହିତ ତୁରନ୍ତ ଅମିତାଭ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଟ୍ବୁଇଟରେ ସେ ଜନ୍ମଦିନ ଉପଲକ୍ଷେ ଯେଉଁମାନେ ଶୁଭେଚ୍ଛା କରିଛନ୍ତି ସେମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତେବେ ଏହି ଧନ୍ୟବାଦ ସାଧାରଣ ଭାବେ ଦିଆଯାଇ ନାହିଁ। ଏଥିପାଇଁ ଅମିତାଭ ଧନ୍ୟବାଦ ଲେଖାଥିବା ତିନୋଟି ଟେମ୍ପଲେଟ ତିଆରି କରି ପୋଷ୍ଟିଂ କରିଛନ୍ତି। ଗୋଟିଏରେ ଧନ୍ୟବାଦ ଶଦ୍ଦର ବିଭିନ୍ନ ବିକଳ୍ପ ଶଦ୍ଦ ଲେଖି ନିଜର ନମସ୍କାର ଭଙ୍ଗିର ଏକ ଟେମ୍ପଲେଟ କରିଛନ୍ତି। ସେହିପରି ଆଉ ଦୁଇଟି ଇଂରାଜୀ ଓ ହିନ୍ଦିରେ ଧନ୍ୟବାଦ…
ଭୁବନେଶ୍ୱର, ଯେଉଁମାନଙ୍କର ଆତ୍ମହତ୍ୟା ମାନସିକତା ଆସେ ସେମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ଖୋଲିଲା ୨୪ ଘଣ୍ଟିଆ ନିଶୁଳ୍କ ଲାଇଫ୍ ଲାଇନ ନମ୍ବର। ପିପୁଲସ ଫୋରମ ସଂସ୍ଥା ତରଫରୁ ଏହି ସେବା ଆରମ୍ଭ କରାଯାଇଛି। ଯାହାର ନମ୍ବର ହେଉଛି ୧୮୦୦-୧୨୦-୨୨-୩୩୩୩ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହାକୁ ଲୋକାର୍ପଣ କରିଛନ୍ତି ଚଳଚ୍ଚିତ୍ର ଅଭିନେତା ତଥା ସମାଜସେବୀ ସବ୍ୟସାଚୀ ମିଶ୍ର। ଏଥିରେ ପ୍ରଫେସର ନୀଳମାଧବ ରଥ, ଆଶ୍ରା ମୁମ୍ବାଇର ପ୍ରତିଷ୍ଠାତା ଜଙ୍କସନ ଥୋମାସ, ସିଷ୍ଟର ଲିଭିଙ୍ଗର ପ୍ରତିଷ୍ଠାତା ଶ୍ରୀମତୀ କେତକୀସଙ୍ଗବି ଉଦ୍ଘାଟନ କରି ଆତ୍ମହତ୍ୟା ପ୍ରବଣ ବ୍ୟକ୍ତିମାନଙ୍କ ପାଇଁ ପରିବାର ଓ ବନ୍ଧୁମାନଙ୍କୁ ସ୍ନେହ ଏକ ସୁରକ୍ଷା କବଚ ବୋଲି ମତବ୍ୟକ୍ତ କରିଛନ୍ତି।
ଭୁବନେଶ୍ବର, କଟକ ସହର ରୂପାନ୍ତରୀକରଣ ପ୍ରକ୍ରିୟାର ପ୍ରଥମ ପାହାଚ ସ୍ବରୂପ ଆଜି ଶ୍ରୀରାମଚନ୍ଦ୍ରଭଂଜ ମେଡିକାଲ କଲେଜକୁ ସଂଯୋଗ କରୁଥିବା ରାସ୍ତା ଜୋବ୍ରାରୁ ରାଣୀହାଟ ପର୍ଯ୍ୟନ୍ତ ତାଳଦଣ୍ଡା କେନାଲର ଉଭୟ ପାର୍ଶ୍ବରୁ ନିର୍ମିତ ତିନି ଥାକିଆ ରାସ୍ତାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି।ରେକର୍ଡ ୭ ମାସ ସମୟ ମଧ୍ୟରେ ଶେଷ ହୋଇଥିବା ୧୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ନୂଆ ରାସ୍ତା ଦ୍ବାରା କଟକ ବାହାରୁ ଆସୁଥିବା ରୋଗୀମାନେ ବିନା ଟ୍ରାଫିକ ସମସ୍ୟାରେ ସିଧା କଟକ ବଡ ମେଡିକାଲରେ ପହଞ୍ଚିପାରିବେ ଏବଂ ତୁରନ୍ତ ଚିକିତ୍ସା ସୁବିଧା ପାଇ ପାରିବେ। ଏହି ନୂଆ ରାସ୍ତାକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ହଜାର ବର୍ଷର ଏହି କଟକ ସହରର ମୁଖ୍ୟ ସମସ୍ୟା ହେଉଛି ଗହଳିପୂର୍ଣ୍ଣ ସଂକୀର୍ଣ୍ଣ ରାସ୍ତା ଯାହା କି ଯାତାୟତରେ ଆସୁବିଧା ସୃଷ୍ଟି କରିଥାଏ। ତେଣୁ ଏହାକୁ ଆଧୁନିକ ରୂପ ଦେବା ଉପରେ ରାଜ୍ୟ ସରକାର ପ୍ରାଥମିକତା ଦେଇ…
ଆମେରିକା : ଆମେରିକାର ଉଟାହ ଓ ଓ୍ବିସ୍କନ୍ସିରେ 10 ହଜାର ମିଙ୍କ୍ଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି । କରୋନା ଭାଇରସ୍ ଯୋଗୁଁ ଏହି ପ୍ରାଣୀଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ଉଟାହ୍ରେ 8 ହଜାର ମିଙ୍କ୍ ଓ ଓ୍ବସ୍କୋନ୍ସିନ୍ରେ 2ହଜାର ମିଙ୍କ୍ଙ୍କର ମୃତ୍ୟୁ ହୋଇଛି । ମିଙ୍କ୍ ଏକ ନେଉଳ ପ୍ରଜାତିର ପ୍ରାଣୀ। ଏମାନେ ଦେଖିବାକୁ ବହୁତ ଛୋଟ ହୋଇଥା’ନ୍ତି କିନ୍ତୁ ଏମାନଙ୍କର ଚର୍ମରେ ରେଶମୀ ବାଳ ଥାଏ । ଏହି ବାଳରେ ବିଭିନ୍ନ ପ୍ରକାରର ଡିଜାଇନ୍ ପ୍ରସ୍ତୁତ କରାଯାଇଥାଏ । ଜୁଲାଇ ମାସରେ ପ୍ରଥମ ଥର ପାଇଁ ଏହି ଦୁଇ ପ୍ରାନ୍ତରେ ପଶୁଙ୍କଠାରେ କରୋନା ଦେଖିବାକୁ ମିଳିଥିଲା । ମଣିଷଙ୍କଠାରୁ ପଶୁଙ୍କ ଶରୀରରେ କରୋନା ପ୍ରବେଶ କରିଛି । ତେବେ ଏତେ ସଂଖ୍ୟକ ମିଙ୍କ୍ଙ୍କର କିପରି ମୃତ୍ୟୁ ହେଲା, ସେନେଇ ଯାଞ୍ଚ ଚାଲିଛି । ସୂଚନାଯୋଗ୍ୟ ଉଟ୍ହାରେ ପ୍ରଥମଥର ପାଇଁ କରୋନାରେ ମିଙ୍କ୍ମାନେ ସଂକ୍ରମିତ ହୋଇ ମୃତ୍ୟୁବରଣ…
ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 3216ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ 321 କରୋନା ଆକ୍ରାନ୍ତଙ୍କ ମଧ୍ୟରେ 83 ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ 238 ଜଣ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ବୋଲି ବିଏମ୍ସି ଟୁଇଟ୍ ଯୋଗେ ସୂଚନା ଦେଇଛି । ପଟିଆରୁ 19ଜଣ, ଓଲ୍ଡ ଟାଉନ୍ରୁ 12 ଜଣ, ରସୁଲଗଡରୁ 13 ଜଣ, ବମିଖାଲ, ନୀଳାଦ୍ରି ବିହାର, ଶୈଳଶ୍ରୀ ବିହାର, ମଞ୍ଚେଶ୍ବରରୁ 9 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚନ୍ଦ୍ରଶେଖରପୁର, ନୟାପଲ୍ଲୀ, ବରମୁ୍ଣ୍ଡାରୁ 7ଜଣ ଲେଖାଏଁ ରହିଛନ୍ତି । ସୁନ୍ଦରପଦା, ଆଚାର୍ଯ୍ୟ ବିହାରରୁ 6 ଜଣ ଲେଖାଏଁ ରହିଛନ୍ତି । ସେହିପରି ଡୁମୁଡୁମାରୁ 5ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।4ଜଣ ସହିଦନଗରରୁ ଚିହ୍ନଟ ହୋଇଛନ୍ତି । https://twitter.com/bmcbbsr/status/1314887173959639042?s=20 ସେହିପରି ଆଜି 331 ଜଣ ସୁସ୍ଥ ହୋଇଛନ୍ତି । ନୂତନ 316 ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 25 ହଜାର 174ରେ…
ମୁମ୍ବାଇ : ବିଶ୍ବ ମହାମାରୀ କରୋନାର ମୁକାବିଲା ଲାଗି ସମେସ୍ତ ନିଜ ନିଜ ଚେଷ୍ଟାରେ ଅନ୍ୟମାନଙ୍କର ସାହାଯ୍ୟ କରୁଥିଲେ । ଅଭିନେତ୍ରୀ ଶିଖା ମାଲହୋତ୍ରା କରୋନା କାଳରେ ଜଣେ ନର୍ସ ରୂପେ ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ସେବା କରୁଥିଲେ । କିନ୍ତୁ ବର୍ତ୍ତମାନ ଏହି ଅଭିନେତ୍ରୀ ଜଣକ ଏବେ କରୋନାରେ ସଂକ୍ରମିତ ହୋଇଥିବାର ସୂଚନା ମିଳିଛି । ଶିଖା ମାଲହୋତ୍ରା ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଥିବବେଳେ ତାଙ୍କର କରୋନା ଚିକିତ୍ସା ଜାରି ରହିଛି । ସେ ନିଜର ଏକ ଫଟୋକୁ ଇନ୍ଷ୍ଟାଗ୍ରାମରେ ସେୟାର କରିଛନ୍ତି । ସେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେ ଏବେ ଅକ୍ସିଜେନ୍ର କମ୍ ଅନୁଭବ କରୁଛନ୍ତି ବୋଲି ପୋଷ୍ଟ କରିଛନ୍ତି । ସେ ଏହି ପୋଷ୍ଟ ସେମାନଙ୍କ ପାଇଁ କରିଛନ୍ତି, ଯେଉଁମାନେ କହୁଛନ୍ତି ଯେ, କରୋନା କିଛି ନୁହେଁ । ଶିଖା ଆହୁରି ମଧ୍ୟ ଲେଖିଛନ୍ତି ଯେ, ଆପଣ…

