ରାୟଗଡା : ବିଦ୍ୟୁତ୍ ଆଘାତରେ ଶ୍ବଶୁର ବୋହୂଙ୍କ ମୃତ୍ୟୁ ହୋଇଛି । ଏପରିଏକ ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା ବିଷମକଟକର ଠଙ୍ଗପଡା ଗ୍ରାମରେ । ଶନିବାର ସକାଳୁ ଏହି ଦୁର୍ଘଟଣା ଘଟିଥିବାର ସୂଚନା ରହିଛି । ମୃତକ ଶ୍ବଶୁର ହେଉଛନ୍ତି ଦହନୀ ମାଣ୍ଡଙ୍ଗୀ ଓ ତାଙ୍କ ବୋହୂ ହେଉଛି ମାଣ୍ଡାଙ୍ଗୀ । ବୋହୂ ଜଣକ ଚାରି ମାସର ଗର୍ଭବତୀ ଥିବାର ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଘର ବାଡିପଟରେ ବିଦ୍ୟୁତ୍ ତାର ଛିଣ୍ଡି ଗ୍ରିଲ୍ ଉପରେ ପଡିଯାଇଥିଲା । ବୋହୂ ସୁମିତ୍ରା ବାଡିପଟରୁ ପାଣି ନେଇ ଆସୁଥିଲାବେଳେ ବିଦ୍ୟୁତ ତାରସଂସ୍ପର୍ଶରେ ଆସିଥିଲେ । ବୋହୂଙ୍କୁ ବଞ୍ଚାଇବାକୁ ଯାଇ ଶ୍ବଶୁର ମଧ୍ୟ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ । ତେବେ ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତତ୍କ୍ଷଣାତ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଦୁହିଁଙ୍କ ମୃତ୍ୟୁ ଘଟିଥିବାର ସୂଚନା ରହିଛି ।
Author: Samikhsya Bureau
ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୭୩ ହଜାର ୨୭୨ କରୋନା ଆକ୍ରାନ୍ତ ଚିହ୍ନଟ ଏବଂ ୯୨୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୮ ଲକ୍ଷ ୮୩ ହଜାର ୧୮୫ ଜଣ ଚିକିତ୍ସାଧୀନ ଥିବା ବେଳେ ୫୯ ଲକ୍ଷ ୮୮ ହଜାର ୮୨୨ ଜଣ ଆରୋଗ୍ୟ ଲାଭ କରିଛନ୍ତି ଏବଂ ୧ ଲକ୍ଷ ୭ ହଜାର ୪୧୬ ଜଣ କରୋନା ଯୁଦ୍ଧରେ ହାରିଯାଇଛନ୍ତି। ସୁସ୍ଥ ହାର ୮୫.୫୨ ପ୍ରତିଶତ ଥିବାବେଳେ ମୃତ୍ୟୁ ହାର ୧.୫୪ ପ୍ରତିଶତ ରହିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟରେ କୁହାଯାଇଛି। ବର୍ତ୍ତମାନ ସକ୍ରିୟ ମାମଲାଗୁଡ଼ିକର ମୋଟ ପ୍ରତିଶତ ୧୨.୯୪ ପ୍ରତିଶତ ରହିଛି।
ମୁମ୍ବାଇ, ବଲିଉଡର ସ୍ୱର୍ଗତ ଅଭିନେତା ଇରଫାନ ଖାନଙ୍କ ଦେହାନ୍ତ ହେବାର ଅନେକ ମାସ ବିତିଗଲା। କିନ୍ତୁ ତାଙ୍କ ବଡ ପୁଅ ବାବିଲ ତାଙ୍କୁ ସର୍ବଦା ମନେ ରଖନ୍ତି ଏବଂ ସୋସିଆଲ ମିଡିଆରେ ନିଜର ପୁରୁଣା ଚିତ୍ର ସେୟାର କରିଥା’ନ୍ତି। ଏଥର ବାବିଲ ତାଙ୍କ ଇନଷ୍ଟାଗ୍ରାମରେ ଇରାଫାନଙ୍କ କବରର ଫଟୋ ସେୟାର କରିଛନ୍ତି, ଯେଉଁଠାରେ ଅଭିନେତାଙ୍କ କବର ଚାରିପାଖରେ ଗୋଲାପ ଦେଖିବାକୁ ମିଳୁଛି। ବାବିଲ ବଡ ଦୁଃଖରେ ଲେଖିଛନ୍ତି, ଯେତେବେଳେ ଜଣେ ବ୍ୟକ୍ତି ଜନ୍ମ ହୁଏ ସେ ଦୁର୍ବଳ ଏବଂ ସ୍ଥିର ଅଟେ। ଯେତେବେଳେ ସେ ମରିଯାଏ ସେ କଠିନ ଏବଂ ସମ୍ବେଦନଶୀଳ ହୋଇଯାଏ। ଯେତେବେଳେ ଏକ ଗଛ ବଞ୍ଚୁଛି ଏହା ନରମ ଏବଂ ସ୍ଥିର ଅଟେ, କିନ୍ତୁ ଶୁଖିଗଲେ ଏବଂ କଠିନ ହେଲେ ଏହା ମରିଯାଏ। କଠିନତା ଏବଂ ଶକ୍ତି ହେଉଛି ମୃତ୍ୟୁର ସାଥୀ। ଯେତେବେଳେ ଅନୁକୂଳତା ଏବଂ ଦୁର୍ବଳତା ହେଉଛି ଅସ୍ତିତ୍ୱର ସତେଜତାର ଅଭିବ୍ୟକ୍ତି। କାରଣ ଯାହା କଠିନ ହୋଇଛି…
ମୁମ୍ବାଇ, ବଲିଉଡର ଭେଟେରାନ ଦିଲୀପ କୁମାର ଏବଂ ତାଙ୍କ ପତ୍ନୀ ଅଭିନେତ୍ରୀ ସାଇରା ବାନୁ ଚଳିତ ବର୍ଷ ଅକ୍ଟୋବର 11 ରେ ବିବାହ ବାର୍ଷିକୀ ପାଳନ କରିବେ ନାହିଁ। କରୋନା ଭାଇରସ୍ ଯୋଗୁଁ ତାଙ୍କର ଦୁଇ ସାନ ଭାଇଙ୍କର ମୃତ୍ୟୁ ହୋଇଥିବାରୁ ସେମାନେ ଏହି ନିଷ୍ପତି କରିଛନ୍ତି। ଏ ନେଇ ସାଇରା ବାନୁ ତାଙ୍କ ଟ୍ବିଟରରେ ଉଲ୍ଲେଖ କରିଛନ୍ତି। ସାଇରା ବାନୁ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଯାହା ଲେଖିଛନ୍ତି ତାହା ହେଲା, “ସାଇରା ବାନୁ ଖାନଙ୍କ ବାର୍ତ୍ତା – ଅକ୍ଟୋବର 11 ମୋ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିନ ଅଟେ। ଏହି ଦିନ ଯେତେବେଳେ ଦିଲୀପ ସାହାବ ମୋତେ ବିବାହ କରିଥିଲେ ଏବଂ ମୋ ଜୀବନର ସ୍ୱପ୍ନ ସାକାର ହେଲା। ହେଲେ ଏହି ବର୍ଷ ଆମେ ବାର୍ଷିକୀ ପାଳନ କରୁ ନାହୁଁ।” “ସମସ୍ତେ ଜାଣନ୍ତି ଯେ ଆମେ ଦୁଇ ଭାଇ ଏହସାନ ଏବଂ ଅସଲମଙ୍କୁ ହରାଇଛୁ। କରୋନା ଭାଇରସ୍ କାରଣରୁ ଅନେକ…
ଜାମ୍ମୁକାଶ୍ମୀର, ଗତକାଲି ରାତିରୁ ଜାମ୍ମୁକାଶ୍ମୀରର କୁଲଗାଁଓ ଜିଲ୍ଲାର ଚିନଗୁମ ଅଞ୍ଚଳରେ ଚାଲିଛି ଗୁଳି ବିନିମୟ। ଏହି ଅଞ୍ଚଳରେ କେତେକ ସନ୍ତ୍ରାସବାଦୀ ଲୁଚି ରହିଥିବାର ଖବର ମିଳିଥିଲା। ସେହି ଖବର ଅନୁସାରେ ରାତି ଅଧରେ ସୁରକ୍ଷା କର୍ମି ନିର୍ଦ୍ଦିଷ୍ଠ ଅଞ୍ଚଳକୁ ସିଲ୍ କରି ଚଢାଉ ଆରମ୍ଭ କରିଥିଲେ। ଏହାପରେ ଆରମ୍ଭ ହୋଇଥିଲା ଏନକାଉଣ୍ଟର। ଏଥିରେ ସେଠାରେ ଲୁଚି ରହିଥିବା ଦୁଇଜଣ ଅଜଣା ସନ୍ତ୍ରାସବାଦୀଙ୍କ ମୃତ୍ୟୁ ହୋଇଛି। ତେବେ ସେଠାରେ ଏ ପର୍ଯ୍ୟନ୍ତ ଏନକାଉଣ୍ଟର ଚାଲିଛି ବୋଲି ଜଣାପଡିଛି।
ନୂଆଦିଲ୍ଲୀ, ଭାରତରେ କରୋନା ସକ୍ରିୟ ମାମଲା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ଏକ ମାସ ପରେ, ପ୍ରଥମ ଥର ପାଇଁ ସକ୍ରିୟ ମାମଲା ୯ ଲକ୍ଷ ତଳକୁ ଖସିଛି। ଆଜି ଭାରତରେ ସକ୍ରିୟ ମାମଲା ସଂଖ୍ୟା ୮.୯୩ ଲକ୍ଷ ଥିବା ବେଳେ ସେପ୍ଟେମ୍ବର ୯ ତାରିଖରେ ଏହି ସଂଖ୍ୟା ୮.୯୭ ଲକ୍ଷ ଥିଲା । ଏବେ ସକ୍ରିୟ ମାମଲା ୮,୯୩,୫୯୨ ରହିଛି, ଯାହାକି ଦେଶର ମୋଟ ପଜିଟିଭ୍ ମାମଲାର ମାତ୍ର ୧୨.୯୪% । ମୋଟ ପଜିଟିଭର ପ୍ରତିଶତ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ସୁସ୍ଥତା ହାର କ୍ରମେ ବୃଦ୍ଧି ପାଉଥିବରୁ ସକ୍ରିୟ ମାମଲାର ପ୍ରତିଶତ ନିମ୍ନମୁଖୀ ହେବାରେ ଲାଗିଛି । ମୋଟ ସୁସ୍ଥଙ୍କ ସଂଖ୍ୟା ଏବେ ୫୯,୦୬,୦୬୯ ରହିଛି । ସୁସ୍ଥ ସଂଖ୍ୟା ଓ ସକ୍ରିୟ ମାମଲା ମଧ୍ୟରେ ପାର୍ଥକ୍ୟ ଏବେ ୫୦ ଲକ୍ଷକୁ ଅତିକ୍ରମ (୫୦,୧୨,୪୭୭) କରିଛି। ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବାରୁ ଏହି ପାର୍ଥକ୍ୟ…
ନୂଆଦିଲ୍ଲୀ, ଲକ୍ଷ ଲକ୍ଷ ଗ୍ରାମାଞ୍ଚଳବାସୀଙ୍କୁ ସଶକ୍ତ କରିବା ପାଇଁ ଏକ ଐତିହାସିକ ନିଷ୍ପତ୍ତି ନିଆଯାଇଛି । ଏକ ଐତିହାସିକ ଘଟଣାକ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ଵାମିତ୍ଵ ଯୋଜନା ଅଧୀନରେ ଆସନ୍ତା ୧୧ ତାରିଖ ଦିନ ଭିଡିଓ କନଫରେନ୍ସ ଜରିଆରେ ଜମି ପଟ୍ଟା ବଣ୍ଟନ କରିବେ। ଏହି ପଟ୍ଟା ପ୍ରଦାନ ପରେ ପଟ୍ଟାଧାରୀମାନେ ସେମାନଙ୍କ ମୋବାଇଲ ଫୋନରେ ଦିଆଯାଇଥିବା ଏସଏମଏସ ଲିଙ୍କ ଜରିଆରେ ସେମାନଙ୍କ ପଟ୍ଟାକୁ ଡାଉନଲୋଡ କରିପାରିବେ । ଏହାପରେ ସମ୍ପୃକ୍ତ ରାଜ୍ୟ ସରକାରମାନେ ପଟ୍ଟାକୁ ପ୍ରତ୍ୟକ୍ଷ ଭାବେ ହସ୍ତାନ୍ତର କରିବେ। ଏହି ହିତାଧିକାରୀମାନେ ୬ଟି ରାଜ୍ୟର ୭୬୩ଟି ଗ୍ରାମର ବୋଲି ଜଣାପଡିଛି। ଏଥିରେ ଉତ୍ତରପ୍ରଦେଶରୁ ୩୪୬, ହରିୟାଣାରୁ ୨୨୧, ମହାରାଷ୍ଟ୍ରରୁ ୧୦୦, ମଧ୍ୟପ୍ରଦେଶରୁ ୪୪, ଉତ୍ତରାଖଣ୍ଡରୁ ୫୦ ଓ କର୍ଣ୍ଣାଟକରୁ ୨ ଅନ୍ତର୍ଭୁକ୍ତ । ମହାରାଷ୍ଟ୍ର ବ୍ୟତୀତ ଅନ୍ୟ ରାଜ୍ୟଗୁଡ଼ିକର ହିତାଧିକାରୀମାନେ ସେମାନଙ୍କ ପଟ୍ଟାର ଅବିକଳ ନକଲ ଗୋଟିଏ ଦିନରେ ପାଇବାକୁ ଥିବା ବେଳେ ମହାରାଷ୍ଟ୍ରରେ ପଟ୍ଟା ବାବଦ ଦେୟ…
ନୂଆଦିଲ୍ଲୀ, ଅତ୍ୟାଧୁନିକ ଆଣ୍ଟି ରେଡିଅସନ କ୍ଷେପଣାସ୍ତ୍ର ରୁଦ୍ରମ ଓଡିଶା ଉପକୂଳର ହ୍ବିଲର ଦୀପପୁଞ୍ଜରେ ଥିବା ରେଡିଅସନ ଲକ୍ଷ୍ୟକୁ ସଫଳତାର ସହ ଭେଦ କରିଛି। ଏସୟୁ-୩୦ ଏମକେଆଇ ଲଢୁଆ ବିମାନରୁ ଏହି କ୍ଷେପଣାସ୍ତ୍ରକୁ ଉତକ୍ଷେପଣ କରାଯାଇଥିଲା। ଭାରତୀୟ ବାୟୁସେନାର ରୁଦ୍ରମ ହେଉଛି ପ୍ରଥମ ସ୍ଵଦେଶୀ ଜ୍ଞାନକୌଶଳରେ ନିର୍ମିତ ରେଡିଅସନ କ୍ଷେପଣାସ୍ତ୍ର ଯାହାକି ପ୍ରତିରକ୍ଷା ଗବେଷଣା ଏବଂ ଉନ୍ନୟନ ସଂଗଠନ (ଡିଆରଡିଓ) ପକ୍ଷରୁ ବିକଶିତ ହୋଇଛି। ଏସୟୁ-୩୦ ଏମକେଆଇ ଲଢୁଆ ଯୁଦ୍ଧ ବିମାନକୁ ଉତକ୍ଷେପଣସ୍ଥଳୀ ଭାବେ ବ୍ୟବହାର କରି ଏହାର ପରୀକ୍ଷଣ କରାଯାଇଛି। ଏହା ଆକ୍ରମଣ ପାଇଁ ଆଇଏନଏସ ଜିପିଏସ ଦିଗ ନିର୍ଣ୍ଣାୟକର ବ୍ୟବହାର କରିଥାଏ। ରୁଦ୍ରମ ରେଡିଅସନ ଲକ୍ଷ୍ୟକୁ ସଂପୂର୍ଣ୍ଣ ଦକ୍ଷତାର ସହିତ ନିର୍ଭୁଲ ଭାବେ ଭେଦ କରିଛି। ଏଥିରେ ଥିବା ପାସିଭ ହୋମିଙ୍ଗ ହେଡ ଫ୍ରିକ୍ୟେନ୍ସି ପ୍ରୋଗ୍ରାମ ଅନୁସାରେ ଲକ୍ଷ୍ୟସ୍ଥଳ ଚିହ୍ନଟ କରି ଭେଦ କରିପାରିବ। ଶତ୍ରୁ ପକ୍ଷର ବାୟୁ ପ୍ରତିରକ୍ଷା ପଦ୍ଧତିକୁ ବହୁ ଦୂରରୁ ପ୍ରତିହତ କରିବା ପାଇଁ ଏହା…
ଭୁବନେଶ୍ବର, ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବସିଥିବା ସିଙ୍ଗିଲ ୱିଣ୍ଡୋ ବୈଠକରେ ପାଞ୍ଚୋଟି ପ୍ରକଳ୍ପକୁ ମଂଜୁରୀ ପ୍ରଦାନ କରାଯାଇଛି। ଏହି ପ୍ରକଳ୍ପଗୁଡିକରେ ୧୮୫୧.୯୬ କୋଟି ଟଙ୍କା ବିନିଯୋଗ ହେବ। ଏହା ଦ୍ବାରା ପ୍ରତ୍ୟେକ୍ଷ ଭାବେ ୧୬୨୪ ଜଣଙ୍କ ପାଇଂ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଯେଉଁ ପ୍ରକଳ୍ପଗୁଡିକ ମଂଜୁରୀ ହୋଇଛି ସେଗୁଡିକ ହେଲା ୧-ନବଭାରତ ପାୱାର ଆଣ୍ଡ ଷ୍ଟିଲ କଂପାନୀ କେଉଁଝର ଜିଲ୍ଲାରେ ଏକ ପେଲେଟ ପ୍ଲାଣ୍ଟ ପ୍ରତିଷ୍ଠା କରିବେ। ଏଥିରେ ୩୫୦ କୋଟି ବ୍ୟୟ ଅଟକଳ ରଖାଯାଇଥିବା ବେଳେ ୨୫୮ ଜଣଙ୍କ ପାଇଁ ନିଯୁକ୍ତି ସୃଷ୍ଟି ହେବ। ୨-ସମ୍ବଲପୁର ଜିଲ୍ଲାରେ ଭିରାଜ ଷ୍ଟିଲ ଆଣ୍ଡ ଏନର୍ଜି ଲିମିଟେଡ ତାହାର ସମ୍ବନିତ ଷ୍ଟିଲ ପ୍ଲାଣ୍ଟର ସଂପ୍ରସାରଣ କରିବେ। ଏଥିରେ ୨୬୧.୭୧ କୋଟି ଟଙ୍କା ବିନିଯୋଗ ହେବା ସହିତ ୩୩୮ ଜଣ ନିଯୁକ୍ତି ପାଇବେ। ୩-ବି.ଆର ସ୍ପଞ୍ଜ ଆଣ୍ଡ ପାୱାର ଲିମିଟେଡ୍ ଏହାର ଡୁମକେଲା ସ୍ଥିତ ଷ୍ଟିଲ ପ୍ଲାଣ୍ଟର…
ସୀତାରାମ ଅଗ୍ରୱାଲ ଚିଲିକା: ଆଜି ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ଭିଡ଼ିଓ କନଫରେନ୍ସ ଦ୍ୱାରା ଦୁଇଗୋଟି ପର୍ଯ୍ୟାୟରେ କୋଭିଡ ସ୍ଥିତିକୁ ନେଇ ସମୀକ୍ଷା ବୈଠକ କରିଥିଲେ। ଉକ୍ତ ବୈଠକରେ ଜିଲ୍ଲାର ସମସ୍ତ ବ୍ଲକର ବି.ଡ଼ି.ଓ ଏବଂ ସରପଞ୍ଚମାନେ ଅଂଶଗ୍ରହଣ କରିଥିଲେ। କୋଭିଡକୁ ପ୍ରତିହିତ କରିବା ପାଇଁ ଆଜି ଯାଏଁ ନିଜ ନିଜ ପଞ୍ଚାୟତରେ କରିଥିବା କଠିନ ପରିଶ୍ରମ ପାଇଁ ସମସ୍ତ ଜନପ୍ରତିନିଧିମାନଙ୍କୁ ଜିଲ୍ଲାପାଳ ସାଧୁବାଦ ଜଣାଇଥିଲେ। ଚିଲିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଣପୁର ଏବଂ ଚିଲିକା ବ୍ଲକରେ କୋଭିଡ ସ୍ଥିତି ସମୀକ୍ଷା ସମୟରେ ଜିଲ୍ଲପାଳ ଉଭୟ ବ୍ଲକର ଚାରି ଜଣ ସରପଞ୍ଚଙ୍କ ସହ ପ୍ରତ୍ୟେକ୍ଷ ଭାବେ କୋଭିଡ ପରିଚାଳନା ଅନୁଭୂତି ଉପରେ ଆଲୋଚନା କରିଥିଲେ। ଏହା ସହ ସେମାନଙ୍କ ଠାରୁ ବିଭିନ୍ନ ମତାମତ ଏବଂ ଅଭିଯୋଗ ମଧ୍ୟ ଗ୍ରହଣ କରିଥିଲେ। କଣ୍ଟେନମେଣ୍ଟ କଡ଼ାକଡ଼ି, ଷ୍ଟିକରିଂ, ସବୁ ଗ୍ରାମରେ ସି.ଏମ.ସି ବୈଠକ, କରୋନା ସଚେତନତା କାର୍ଯ୍ୟକ୍ରମ ଆଦି କରିବା ପାଇଁ ଜିଲ୍ଲାପାଳ ସମସ୍ତ ସରପଞ୍ଚମାନଙ୍କୁ…
ଭୁବନେଶ୍ବର, ଗତ ଗୁରୁବାର ଦିନ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଜନ୍ମଦିନରେ କୋଭିଡ19 ଆଇନ ଉଲ୍ଲଘଂନ ହୋଇଛି। ଏହିପରି ଅଭିଯୋଗ କରିଛନ୍ତି ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ସେ କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାଇଙ୍କୁ ଏକ ଚିଠି ଲେଖି ଅଭିଯୋଗ କରିଛନ୍ତି। କେନ୍ଦ୍ର ସରକାର ତୁରନ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦିବ୍ୟଶଙ୍କର ଲେଖିଛନ୍ତି। ଚିଠି ସହିତ ସେ ଏକ ଭିଡିଓ ମଧ୍ୟ ପଠାଇଛନ୍ତି। ଏଥିରେ ଉଲ୍ଲେଖ କରିଛନ୍ତି ଭୁବନେଶ୍ବର ସାଂସଦ ତାଙ୍କ ଜନ୍ମଦିନ ପାର୍ଟିରେ ବହୁ ମହିଳାଙ୍କ ସମାଗମ ହୋଇଥିଲା। ଏଥିରେ କେହି ହେଲେ ମାସ୍କ ପରିଧାନ କରି ନ ଥିଲେ। ଏକାଠି ସମସ୍ତେ ନାଚ କରିବା ସହ କେକ ଖାଇଥିଲେ। ଏହା କୋଭିଡ19 ଆଇନର ଉଲ୍ଲଘଂନ କରୁଛି। କେବେଳ ସେହି ଗୋଟିଏ ନୁହେଁ, ଏହିପରି ସେହି ସାଂସଦ ବାରମ୍ବାର କୋଭିଡ19 ଆଇନ ଉଲ୍ଲଘଂନ କରିବାରେ ଲଗିଛି। ସେ ନେଇ ପୂର୍ବରୁ ଗୃହ ବିଭାଗକୁ ପଦକ୍ଷେପ ନେବା…
ସୀତାରାମ ଅଗ୍ରଓ୍ବାଲ ଚିଲିକା : ଆଜି ସନ୍ଧ୍ୟାବେଳେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ନାଚୁଣୀ ବାଇପାସ୍ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ଯେଉଁଥିରେ ଦୁଇଜଣ ଗୁରୁତର ଆହତ ହୋଇ ଟାଙ୍ଗୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା 5 ଘଟିକାରେ ଏକ ପଲସର ମୋଟର ସାଇକେଲରେ ଦୁଇ ଜଣ ଆରୋହୀ ନାଚୁଣୀ ବାଇପାସ୍ ନିକଟ ପେଟ୍ରୋଲ୍ ପମ୍ପ ସାମ୍ନାରେ ରାସ୍ତା ପାର୍ କରି ବିପରୀତ ଦିଗକୁ ଯାଉଥିବାବେଳେ ଦ୍ରୁତଗତିରେ ଆସୁଥିବା ଏକ ଇନଭୋ ଗାଡି ଧକ୍କା ଦେଇଥିଲା । ଫଳରେ ବାଇକ୍ ଆରୋହୀ ଓ ସହଯୋଗୀ ଛିଟିକ୍ ରାସ୍ତାର ଅପରପାଶ୍ବରେ ପଡିଥିବାବେଳେ ଗୁରୁତର ଆହତ ହୋଇଥିଲେ । ଏହି ଦୁର୍ଘଟଣାରେ ମୋଟର ସାଇକେଲ୍ଟି ସମ୍ପୂର୍ଣ୍ଣ ରୂପେ ଭାଙ୍ଗିରୁଜି ଯାଇଛି । ଦୁଇ ଗୁରୁତରଙ୍କ ମଧ୍ୟରେ ବାଇକ ଆରୋହୀ ଜଣକ ବାଣପୁର ବ୍ଲକ ଓଡଗାଁର ନବକିଶୋର ସେଠୀ ଏବଂ ତାଙ୍କ ସାଥୀରେ ଥିବା ବ୍ୟକ୍ତିଜଣକ…
ମୋରଦାବାଦ : ନାରୀ ମଙ୍ଗଳ କେନ୍ଦ୍ରରୁ ଏକ ଅନନ୍ୟ ଭାଗବଣ୍ଟାର ଖବର ମିଳିଛି। ଦୁଇ ସ୍ତ୍ରୀଙ୍କ ମଧ୍ୟରେ ସ୍ବାମୀଙ୍କର କେବଳ ସମ୍ପତ୍ତି ନୁହେଁ ସମୟକୁ ମଧ୍ୟ ବଣ୍ଟାଯାଇଛି । ଏହି ଭାଗବଣ୍ଟାରେସ୍ବାମୀ ଜଣକ ସହମତି ଜଣାଇଛନ୍ତି । ମିଳିଥିବା ସୂଚନା ଅନୁସାରେ ମୁଗଲାପୁରା ଥାନା ଅଞ୍ଚଳରେ ରହୁଥିବା ନୌଶାଦ ଅଲ୍ଲୀ ଦିଲ୍ଲୀର ଜଣେ ବ୍ୟବସାୟୀ । ପ୍ରଥମ ପତ୍ନୀ ମୁମୁତାଜଙ୍କ ଔରସରୁ ସାତୋଟି ସନ୍ତାନ ଥିବାବେଳେ ନୌଶାଦ ରୁହୀ ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲେ । ସେହିପରି ନୌଶାଦ ଓ ରୁହୀଙ୍କ ଔରସରୁ ମଧ୍ୟ ଜଣେ ସନ୍ତାନ ରହିଛି । ପ୍ରଥମ ପତ୍ନୀଙ୍କୁ ସ୍ବାମୀଙ୍କର ଦ୍ବିତୀୟ ବିବାହ କଥା ଜଣାପଡିବାର ପରେ ସମ୍ପତ୍ତି ପାଇଁ ବିବାଦ ଆରମ୍ଭ ହୋଇଥିଲା । ଏହି ବିବାଦ ଏତେ ତୀବ୍ରତର ହେଲା ଯେ, ପରିଶେଷରେ ଏହି ଘଟଣା ପୋଲିସ୍ ସାମ୍ନାକୁ ଆସିଲା । ମାମଲାର ଗମ୍ଭୀରତା ବୁଝି ବରିଷ୍ଠ ପୋଲିସ ଅଧୀକ୍ଷକ ଏହି ଘଟଣାକୁ…
ଭୁବନେଶ୍ବର : କରୋନାର ଭୟର ବାତାବରଣ ଭିତରେ ଆଶାର ସଂଚାର କରିଛନ୍ତି ୮୬ ବର୍ଷୀୟା ମହିଳା । ମହିଳା ଜଣକ କରୋନା ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି । ସମ୍ କୋଭିଡ ହସ୍ପିଟାଲ୍ରୁ ସୁସ୍ଥ ହୋଇ ଘରକୁ ଫେରିଥିବା ଏହି ବୟୋଜ୍ୟେଷ୍ଠା ମହିଳା ସତ୍ୟଭାମା ଦାସ । କରୋନା ସଂକ୍ରମିତ ହେବା ପରେ ଗତ ସେପ୍ଟେମ୍ବର ୨୯ ତାରିଖରେ ସେ ସମ୍ କୋଭିଡ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ । ତୁରନ୍ତ ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଥିଲା । ତାଙ୍କର ଡାଇବେଟିସ୍, ବ୍ଲଡପ୍ରେସର୍, ଶ୍ୱାସ ଓ ଗ୍ୟାସ୍ଜନିତ ସମସ୍ୟା ମଧ୍ୟ ରହିଥିଲା । ଏପରିକି ତାଙ୍କ ବାମ ଗୋଡଟି ଭାଙ୍ଗି ଥିବାରୁ ପୂର୍ବରୁ ସେ ଶଯ୍ୟାଶାୟୀ ଥିଲେ । ଏଭଳି ଅବସ୍ଥାରେ କରୋନା ସଂକ୍ରମିତ ହୋଇ ଚିକିତ୍ସା ନିମନ୍ତେ ହସ୍ପିଟାଲ୍ରେ ଭର୍ତି ହୋଇଥିବା ସତ୍ୟଭାମାଙ୍କର ଅତି ଯତ୍ନ ଓ ନିଷ୍ଠାର ସହ ଚିକିତ୍ସା ଓ ସେବା କରିଥିଲେ ହସ୍ପିଟାଲ୍ର ଡାକ୍ତର ଓ ନର୍ସମାନେ ।…
ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 316ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ 316 କରୋନା ଆକ୍ରାନ୍ତଙ୍କ ମଧ୍ୟରେ 84 ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ 232 ଜଣ ଲୋକାଲ କଣ୍ଟାକ୍ଟ କେସ୍ ରହିଛି । ବରମୁଣ୍ଡାରୁ 15ଜଣ ଚିହ୍ନଟ ହୋଇଥିବାବେଳେ ପଟିଆରୁ 12ଜଣ, ଡୁମୁଡୁମାରୁ 10 ଜଣ, ବିଜେବି ନଗରରୁ 9ଜଣ, ସତ୍ୟନଗର ଓ ଖଣ୍ଡଗିରିରୁ 8 ଜଣ ଲେଖାଏଁ ଆକ୍ରାନ୍ତ ରହିଛନ୍ତି । ୟୁନିଟ୍ 9ରୁ 4ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି 326 ଜଣ ସୁସ୍ଥ ହୋଇଛନ୍ତି । ନୂତନ 316 ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 24 ହଜାର 853ରେ ପହଞ୍ଚିଛି । ସେହିପରି ଏବେ ସୁଦ୍ଧା 21 ହଜାର 214ଜଣ ସୁସ୍ଥ ହୋଇଥିବାବେଳେ 111ଜଣଙ୍କର ମୃତ୍ୟୁ ହୋଇଛି । ଭୁବନଶ୍ବର ମହାନଗରରେ ଏବେବି 3 ହଜାର 507ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । https://twitter.com/bmcbbsr/status/1314515351481184256?s=20
ମୁମ୍ବାଇ : ଅକ୍ଷୟ କୁମାରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଲକ୍ଷ୍ମୀ ବମ୍ବ’ର ଟ୍ରେଲର ରିଲିଜ ହୋଇଛି। ତିନି ମିନିଟ୍ 40 ସେକେଣ୍ଡର ଅବଧି ଥିବା ଏହି ଟ୍ରେଲରରେ ହରର ଓ ଥ୍ରୀଲର ସହିତ ପାଇବେ କମେଡିର ତଡ୍କା ରହିଛି । ରାଘବ ଲରେନ୍ସଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି କମେଡି ହରର ଫିଲ୍ମ ତାମିଲ ଫିଲ୍ମ ‘ମୁନ୍ନି:୨ କଞ୍ଚନାର ରିମେକ। ଫିଲ୍ମରେ ଅକ୍ଷୟ କୁମାରଙ୍କ ସହିତ କିଆରା ଆଡଭାନୀ ମୁଖ୍ୟ ଭୂମିକାରେ ନଜର ଆସିବେ। ପ୍ରଥମ ଥର ପାଇଁ ଅକ୍ଷୟ ଏହି ଫିଲ୍ମରେ ଜଣେ କିନ୍ନର ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ ଅକ୍ଷୟ, କିଆରାଙ୍କ ବ୍ୟତୀତ ଆୟେଶା ରାଜ ମିଶ୍ର, ତୁଷାର କପୁର୍, ତରୁଣ ଅରେରା, ଅଶ୍ବିନୀ କଲେକର୍, ମନୁ ଋଷି, ରାଜେଶ ଶର୍ମା ପ୍ରମୁଖ ଅଭିନୟ କରିଛନ୍ତି । ଫିଲ୍ମଟି ଡିଜ୍ନୀ ହଟଷ୍ଟାରରେ ନଭେମ୍ବର 9 ତାରିଖରେ ରିଲିଜ୍ ହେବ । ଫିଲ୍ମକୁ ନେଇ ନିର୍ମାତା ବେଶ୍ ଆଶାବାଦୀ…
ନୂଆଦିଲ୍ଲୀ : 2020 ମସିହା ପାଇଁ ନୋବେଲ୍ ଶାନ୍ତି ପୁରସ୍କାର ଘୋଷଣା ହୋଇଛି । ଶାନ୍ତି କ୍ଷେତ୍ରରେ 2020 ମସିହା ପାଇଁ ଓ୍ବାର୍ଲ୍ଡ ଫୁଡ୍ ପ୍ରୋଗ୍ରାମକୁ ନୋବେଲ୍ ଶାନ୍ତି ପୁରସ୍କାର ମିଳିବ । କ୍ଷୁଧା ବିରୋଧରେ ଲଢେଇ ଓ କ୍ଷୁଧାମୁକ୍ତି ପାଇଁ ଓ୍ବାର୍ଲ୍ଡ ଫୁଡ୍ ପ୍ରୋଗ୍ରାମକୁ ଶାନ୍ତିପୁରସ୍କାର ଦିଆଯିବା ନେଇ ଘୋଷଣା କରାଯାଇଛି । ସଂଯୁକ୍ତ ରାଷ୍ଟ୍ର ସଙ୍ଗଠନର ଓ୍ବାର୍ଲ୍ଡ ଫୁଡ୍ ପ୍ରୋଗ୍ରାମ୍ ଦୁନିଆର ଭିନ୍ନ ଭିନ୍ନ ସ୍ଥାନରେ କ୍ଷୁଧାର୍ତ୍ତକୁ ଖାଦ୍ୟ ଯୋଗାଇଥାଏ । କ୍ଷୁଧା ଓ ଖାଦ୍ୟ ସୁରକ୍ଷାକୁ ଗୁରୁତ୍ବ ଦେଉଥିବାରୁ ଓ୍ବାର୍ଲ୍ଡ ଫୁଡ୍ ପ୍ରୋଗ୍ରାମକୁ ଏହି ସମ୍ମାନଜନକ ପୁରସ୍କାର ମିଳୁଛି । ସୂଚନାଯୋଗ୍ୟ, ନୋବେଲ୍ ଫାଉଣ୍ଡେସନ୍ ଦ୍ବାରା ଏହି ଆଓ୍ବାର୍ଡ ପ୍ରଦାନ କରାଯାଇଥାଏ। ସ୍ବିଡେନ୍ର ବୈଜ୍ଞାନିକ ଆଲଫ୍ରଡ୍ ବର୍ଣ୍ଣାଡ୍ ନୋବେଲ୍ଙ୍କ ସ୍ମୃତିରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ଆଲଫ୍ରଡ୍ ନୋବେଲ୍ଙ୍କ ମୃତ୍ୟୁ ପୂର୍ବରୁ ନିଜ ସମ୍ପତ୍ତିର ଏକ ବଡ ଅଂଶ ଏହି ଟ୍ରଷ୍ଟ ପାଇଁ ସୁରକ୍ଷିତ ରଖାଯାଇଛି…
ସୀତାରାମ ଅଗ୍ରଓ୍ବାଲ ଚିଲିକା : ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ନିକଟସ୍ଥ ହରିକୁଣ୍ଡ ବରଡିଠାରେ ଏକ ସଡକ ଦୁର୍ଘଟଣା ଘଟିଯାଇଅଛି । ମିଳିଥିବା ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନରେ ନାଚୁଣୀ ଜୀବନଦେଇପୁର ଗ୍ରାମର 45 ବର୍ଷୀୟ ପବିତ୍ର ବାରିକ ନିଜ ମୋଟର ସାଇକେଲ (ଓଡି -33-ଡି-3709) ରେ ଜଣେ ସହଯୋଗୀଙ୍କ ବସାଇ ବାଲୁଗାଁ ଅଭିମୁଖେ ଯାଉଥିଲେ। ଏହି ସମୟରେ ହରିକୁଣ୍ଡ ବରଡି ଛକ ନିକଟରେ ପଛପଟୁ ଆସୁଥିବା ଏକ ଟ୍ରକ୍ (ଏପି-16-ଟିଜେ-5499)ଟି ମୋଟର ସାଇକେଲ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ବାଇକ ଆରୋହୀ ଓ ସହଯୋଗୀ ଛିଟ୍କି କି ରାସ୍ତା ଉପରେ ପଡିଯାଇଥିବାବେଳେ ବାଇକ୍ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଦୁଇଜଣଙ୍କୁ ସ୍ଥାନୀୟ ଲୋକେ 108 ଆମ୍ବୁଲାନ୍ସ ଜରିଆରେ ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଥିଲେ । ଗୁରୁତରଙ୍କୁ ଉଦ୍ଧାର କାର୍ଯ୍ୟରେ ଗଙ୍ଗାଧରପୁର ଅଗ୍ନିଶମ ବିଭାଗ…
ଭୁବନେଶ୍ବର : ଆସନ୍ତା 12 ତାରିଖରେ ଏକକ ପିଜି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । 12 ତାରିଖରୁ 22 ତାରିଖ ମଧ୍ୟରେବିଭିନ୍ନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ହେବ ପରୀକ୍ଷା। 26ଟି ପରୀକ୍ଷା କେନ୍ଦ୍ରରେ 62 ହଜାର 189 ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ପ୍ରତ୍ୟେକ ଦିନ ତିନୋଟି ପର୍ଯ୍ୟାୟରେ ପରୀକ୍ଷା ଅନୁଷ୍ଠିତ ହେବ । ତେବେ ୭ ନଭେମ୍ବରରେ ପ୍ରକାଶ ପାଇବ ମେରିଟ ପୂଜା ଛୁଟି ପରେ ସ୍କୁଲ ଓ କଲେଜ ଖୋଲିଲେ ପାଠ ପଢ଼ା ହେବ ବୋଲି ସୂଚନା ମିଳିଛି । ଆକ୍ରାନ୍ତ ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ଆଇସୋଲେସନ ରୁମ୍ ର ବ୍ୟବସ୍ଥା କରାଯାଇଛି। ଚଳିତଥର 83ଟି ଷ୍ଟ୍ରିମରେ ନାମଲେଖା ହେଉଛି । 14 ହଜାର 700 ସିଟ୍ ପାଇଁ ଆବେଦନ କରିଛନ୍ତି 62 ହଜାର 200 ଛାତ୍ରଛାତ୍ରୀ । 26ଟି ସେଣ୍ଟରରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ । ନଭେମ୍ବର 7ରେ ମେରିଟ୍ ଲିଷ୍ଟ ବାହାରିବ ବୋଲି ସୂଚନା ଦେଇଛନ୍ତି…
ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ବାନ୍ଧାର ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଅବୈଧ ସମ୍ପର୍କକୁ ନେଇ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ସହ ଝଗଡା କରିଥିଲେ । ଝଗଡା ପରେ ସ୍ବାମୀ ଜଣକ ଧାରୁଆ ହତିଆରାରେ ସ୍ତ୍ରୀଙ୍କ ବେକ କାଟି ଦେଇଛନ୍ତି । ଏହା ପରେ ସ୍ତ୍ରୀର କଟାମୁଣ୍ଡ ନେଇ କୋତବାଲୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି। ପୋଲିସ୍ର କହିବାନୁସାରେ କଟା ମୁଣ୍ଡ ନେଇ ସ୍ବାମୀ ବଜାର ଦେଇ ଥାନାରେ ପହଞ୍ଚିଥିଲା । ଏହି ଅବସରରେ ରାସ୍ତାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଦେଖି ଲୋକେମାନେ ମଧ୍ୟ ଆତଙ୍କିତ ହୋଇଯାଇଥିଲେ । ବ୍ୟକ୍ତିଜଣକ ଗୋଟିଏ ହାତରେ କଟାମୁଣ୍ଡ ଓ ହାତରେ ଧାରୁଆ ଅସ୍ତ୍ର ନେଇ ଯାଉଥିବା ସମୟରେ କେହି ଏହାର ଭିଡିଓ ବନାଇ ସୋସିଆଲ ମିଡିଆରେ ପୋଷ୍ଟ କରିଦେଇଥିଲେ । ଏହି ଭିଡିଓଟି ବେଶ୍ ଭାଇରାଲ୍ ହୋଇଛି । ମିଳିଥିବା ସୂଚନା ଅନୁସାରେ ଶୁକବ୍ରାର ସାଢେ ସାତଟା ସମୟରେ ଏହି ଘଟଣାଟି ଘଟିଛି…
ନ୍ୟୁୟର୍କ, ଯେଉଁମାନେ ଗୁରୁତର କୋଭିଡ -୧୯ରୁ ଆରୋଗ୍ୟ ଲାଭ କରିଛନ୍ତି ସେମାନଙ୍କ ଦେହରେ ଦୀର୍ଘମାସ ପର୍ଯ୍ୟନ୍ତ ପ୍ରତିକ୍ରିୟା ପରିଲକ୍ଷିତ ହେଉଛି। ସେଥିପାଇଁ ଗୁରୁତର କୋଭିଡ19ରୁ ଆରୋଗ୍ୟ ଲାଭ କରିଥିବା ରୋଗୀମାନେ ଚାରିମାସ ପାଇଁ ସତର୍କ ରହିବା ଆବଶ୍ୟକ। ଏହି ତଥ୍ୟ ପ୍ରକାଶ କରିଛି ନ୍ୟୁୟର୍କର ସାଇନ୍ସ ଇମ୍ୟୁନୋଲୋଜି ପତ୍ରିକା। ଏହି ପତ୍ରିକା ତରଫରୁ ଗବେଷଣା କରି କୁହାଯାଇଛି କରୋନା ଭାଇରସ ଥରେ ଶରୀର ଭିତରେ ପ୍ରବେଶ କଲେ ତାହା ଅନ୍ତତଃ ପକ୍ଷେ ଚାରିମାସ ପର୍ଯ୍ୟନ୍ତ ପାର୍ଶ ପ୍ରତିକ୍ରିୟା ରଖିଥାଏ। ଏହି ଗବେଷଣା ଦଳ କୋଭିଡ19 ରେ ଗୁରୁତର ଆକ୍ରାନ୍ତ ହୋଇଥିବା ୩୪୩ ରୋଗୀଙ୍କଠାରୁ ରକ୍ତ ନମୁନା ନେଇ ଏହି ପରୀକ୍ଷା କରିଥିଲେ। ରୋଗର ଲକ୍ଷଣ ଦେଖାଯିବା ପରଠାରୁ ଚାରିମାସ ପର୍ଯ୍ୟନ୍ତ ଏହି ରୋଗୀଙ୍କଠାରୁ ରକ୍ତ ନମୂନା ନିଆଯାଇଥିଲା। ସେଥିରୁ ସେମାନେ ଅବଗତ ହୋଇଥିଲେ ଯେ, 14 ଦିନ ପରେ ରୋଗୀକୁ ଛାଡି ଦିଆଯାଉଥିଲେ ମଧ୍ୟ ରୋଗୀର ଦେହରେ 4 ମାସ ପର୍ଯ୍ୟନ୍ତ…

