କନ୍ଦର୍ପ ବେହେରା ରେଢାଖୋଲ: ଜନ୍ମ ହେବା ସମୟରୁ ପୁଅର ପିଠିରେ ମାଂସ ପିଣ୍ଡୁଳା ବଢୁଛି । ବୁର୍ଲା ଠାରୁ ଆରମ୍ଭ କରି କଟକ ଶିଶୁ ଭବନ ପର୍ଯ୍ୟନ୍ତ ପୁଅକୁ ବାରମ୍ବାର ନେଇ ଚିକିତ୍ସା କରି ମଧ୍ୟ ମାଂସ ପିଣ୍ଡୁଳା କମିବାରେ ନାଁ ଧରୁନି ବରଂ ବଢିବାରେ ଲାଗିଛି। ପୁଅର ଚିନ୍ତାରେ ବାପା ମା ହତୋତ୍ସାହିତ ହୋଇ ପଡିଛନ୍ତି । ଆର୍ଥିକ ଅବସ୍ଥା ଠିକ୍ ନ ଥିବାରୁ ବାହାର ରାଜ୍ୟକୁ ନେଇ ପୁଅକୁ ଦେଖାଇବାକୁ ଅର୍ଥ ସାଜୁଛି ବାଧକ । ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ବାଟଗାଁ ପଂଚାୟତ ଭାଲୁଗାଡିଆ ଗ୍ରାମର ମିତନୀ ରାଉତ ଏବଂ ଶରତ ରାଉତଙ୍କ ପୁଅ ଶ୍ରୀତମ ରାଉତ୍ । ବୟସ ମାତ୍ର ୪ବର୍ଷ । ହେଲେ ଶ୍ରୀତମ୍ ର ଜନ୍ମରୁ ପିଠିରେ ଏକ ମାଂସ ପିଣ୍ଡୁଳା ରହିଥିବା ତାର ବାପା ମାଆ ପ୍ରକାଶ କରିଛନ୍ତି । ଯେତେବେଳେ ବୁର୍ଲା ଡାକ୍ତରଖାନାରେ ପୁଅଟି ଜନ୍ମ ହେଲା…
Author: Samikhsya Bureau
ଭୁବନେଶ୍ବର : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟରେ ବର୍ଷା ହେଉଛି । କାଲି ସକାଳ 8ଟା 30 ପର୍ଯ୍ୟନ୍ତ 13ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଆଗାମୀ 24 ଘଣ୍ଟାରେ 13ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଗଜପତି, ଗଞ୍ଜାମ, ରାୟଗଡା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି, ନୂଆପଡା, ବଲାଙ୍ଗିର, ବରଗଡ, ସମ୍ବଲପୁର, ସୁବର୍ଣ୍ଣପୁର ଆଦି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଘଣ୍ଟାକୁ 40ରୁ 50 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ଆଜି ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଆସନ୍ତା 9ତାରିଖରୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ 11 ରୁ 13 ତାରିଖ ଯାଏ ରାଜ୍ୟରେ ବର୍ଷାର ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।
ଭୁବନେଶ୍ବର : ଭୁବନେଶ୍ବର ମହାନଗରରୁ ଆଜି ଆଉ 319ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ମୋଟ୍ 319 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ରୁ 92ଜଣ ରହିଥିବାବେଳେ 227ଜଣ ଲୋକାଲ କଣ୍ଟାକ୍ଟ କେସ୍ ଚିହ୍ନଟ ହୋଇଥିବାର ବିଏମ୍ସି ଟୁଇଟ୍ ଯୋଗେ ସୂଚନା ଦେଇଛି । ରସୁଲଗଡରୁ 16ଜଣ ରହିଥିବାବେଳେ ପଟିଆରୁ 13 ଜଣ, ଚନ୍ଦ୍ରଶେଖରପୁରରୁ 10ଜଣ, ୟୁନିଟ୍-6 ଅଞ୍ଚଳରୁ 10, ଡୁମୁଡୁମା, ଓଲ୍ଡ ଟାଉନ୍ ଓ ମଞ୍ଚେଶ୍ବରରୁ 8 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ରାଜଧାନୀ ଭୁବନେଶ୍ବରରୁ 315ଜଣ ସୁସ୍ଥ ହୋଇଛନ୍ତି । ନୂତନ 319 ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 23 ହଜାର 549ରେ ପହଞ୍ଚିଥିବାବେଳେ ସୁସ୍ଥଙ୍କ ସଂଖ୍ୟା 19 ହଜାର888ରେ ପହଞ୍ଚିଛି । ସେହିପରି ରାଜଧାନୀ ଭୁବନେଶ୍ବରରେ 104 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 3 ହଜାର 5372ଜଣ । https://twitter.com/bmcbbsr/status/1313060926187171840?s=20
ସୀତାରାମ ଅଗ୍ରଓ୍ବାଲ ବାଣପୁର : ପ୍ରକାଶ ପାଇଲା ଯୁକ୍ତ ଦୁଇ ପାଇଁ ଦ୍ଵିତୀୟ ପର୍ଯ୍ୟାୟ କଟ୍ ଅଫ୍ ମାର୍କ । ଚିଲିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମୁଦାୟ 7 ଗୋଟି ଯୁକ୍ତ ଦୁଇ ଜୁନିଅର କଲେଜର ମଧ୍ୟ ଦ୍ଵିତୀୟ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ପ୍ରକାଶ ପାଇଛି l ଆସନ୍ତୁ ଜାଣିବା କେଉଁ କଲେଜ ରେ କେତେ ରହିଛି କଟ୍ ଅଫ୍ ମାର୍କ l ଉଭୟ ସାଧାରଣ ବର୍ଗ, ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ କଟ୍ଅଫ୍ ମାର୍କ ପ୍ରକାଶିତ ହୋଇଛି । ଆସନ୍ତୁ ଜାଣିବା କେଉଁ ବିଭାଗରେ କେଉଁ ବର୍ଗଙ୍କ ପାଇଁ କେତେ କଟ୍ଅଫ୍ ମାର୍କ ରଖାଯାଇଛି । ସାଧାରଣ ବର୍ଗ ଗୋଦାବରୀଶ ଜୁନିଅର କଲେଜ, ବାଣପୁର କଳା- 39.00%, ବିଜ୍ଞାନ -33.50%, ବାଣିଜ୍ୟ – 33% (ସାଧାରଣ ବର୍ଗ), କଳା- 33.00%, ବିଜ୍ଞାନ -41.67% ( ଅନୁସୂଚିତ ଜନଜାତି), କଳା – 33.00%, ବିଜ୍ଞାନ – 41.00% (ଅନୁସୂଚିତ ଜାତି)…
ନୂଆଦିଲ୍ଲୀ : ମେଡିସିନ୍ ପାଇଁ ନୋବେଲ୍ ପୁରସ୍କାର ଘୋଷଣା କରାଯାଇଛି । ନୋବେଲ୍ ପାଇଁ ଯୁଗ୍ମ ଭାବେ ତିନିଜଣଙ୍କ ନାଁ ଘୋଷଣା ହୋଇଛି । ହାର୍ଭେ ଜେ. ଅଲଟର, ମାଇକେଲ୍ ହଟନ ଓ ଚାର୍ଲସ ଏମ୍. ରାଇସ୍ଙ୍କୁ ମେଡିସିନ୍ ପାଇଁ ନୋବେଲ୍ପୁରସ୍କାର ମିଳିଛି । ହେପାଟାଇଟିସ୍ ’ସି’ ଭାଇରସ୍ ଆବିଷ୍କାର ପାଇଁ ନୋବେଲ୍ ପୁରସ୍କାର ମିଳିଛନ୍ତି । ତିନିଜଣଙ୍କ ନାଁ କରିଛନ୍ତି ନୋବେଲ୍କମିଟି ସେକ୍ରେଟେରୀ ଜେନେରାଲ୍ । ସୂଚନାଯୋଗ୍ୟ, ନୋବେଲ୍ ଫାଉଣ୍ଡେସନ୍ ଦ୍ବାରା ଏହି ଆଓ୍ବାର୍ଡ ପ୍ରଦାନ କରାଯାଇଥାଏ। ସ୍ବିଡେନ୍ର ବୈଜ୍ଞାନିକ ଆଲଫ୍ରଡ୍ ବର୍ଣ୍ଣାଡ୍ ନୋବେଲ୍ଙ୍କ ସ୍ମୃତିରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ଆଲଫ୍ରଡ୍ ନୋବେଲ୍ଙ୍କ ମୃତ୍ୟୁ ପୂର୍ବରୁ ନିଜ ସମ୍ପତ୍ତିର ଏକ ବଡ ଅଂଶ ଏହି ଟ୍ରଷ୍ଟ ପାଇଁ ସୁରକ୍ଷିତ ରଖାଯାଇଛି । 1901 ମସିହାରେ ପ୍ରଥମେ ନୋବେଲ୍ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା । (ଏଜେନ୍ସି)
ଭୁବନେଶ୍ବର, ସାଂସଦ ଅପରାଜିତା ଷଡଙ୍ଗୀ ଆସନ୍ତା ସାତ ତାରିଖରେ ଭୁବନେଶ୍ବର ଆସୁଛନ୍ତି। ତେବେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। କାରଣ ସେ ଭୁବନେଶ୍ବର ସାଂସଦ, ଘର ଭୁବନେଶ୍ବରରେ ଏଥିରେ ଆସିବାରେ ଅସୁବିଧା କେଉଁଠି ରହିଲା। ତାଙ୍କ ନିର୍ବାଚନ ମଣ୍ଡଳୀକୁ ଆସିବେ ନାହିଁ ତ ଆଉ କେଉଁଠିକି ଆସିବେ। ହେଲେ କଥାଟି ତାହା ନୁହେଁ। ଘଟଣାଟି ହେଉଛି ଯେ, ସେ ଭୁବନେଶ୍ବର ଆସୁଛନ୍ତି ବୋଲି ବିମାନ ବନ୍ଦରରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ଏକ ବିରାଟ ଶୋଭାଯାତ୍ରା କରାଯାଉଛି। ତେବେ କାହିଁକି, ଅପରାଜିତା କଣ ମନ୍ତ୍ରୀ ପଦ ପାଇଲେ କି ? ତାହା ତ ନୁହେଁ। ହଁ ସେ ରାଷ୍ଟ୍ରୀୟ ପ୍ରବକ୍ତା ହୋଇଛନ୍ତି। ସେଠୁ କଣ ହେଲା। ଏହା ପୂର୍ବରୁ ସମ୍ବିତ ପାତ୍ର ମଧ୍ୟ ପ୍ରବକ୍ତା ଥିଲେ ଏବେ ବି ଅଛନ୍ତି। ଏହା ତ କୌଣସି ସରକାରୀ ପଦବୀ ନୁହେଁ। ଏହା ହେଉଛି ସଂପୂର୍ଣ୍ଣ ଭାରତୀୟ ଜନତା ପାର୍ଟିର ଦଳୀୟ ପଦବୀ। ତେଣୁ…
ଭୁବନେଶ୍ବର : ଯୁକ୍ତ ଦୁଇ ଆଡ୍ମିଶନ୍ ପାଇଁ ଦ୍ବିତୀୟ କଟ୍ଅଫ୍ ତାଲିକା ପ୍ରକାଶ ପାଇଛି । କଳାରେ ବିଜେବି, ବିଜ୍ଞାନରେ ରେଭେନ୍ସା, ବାଣିଜ୍ୟରେ ବ୍ୟାସନଗର ପ୍ରଥମ ରହିଛି । କଳାରେ ବିଜେବି ଉଚ୍ଚ ମାଧ୍ୟମିକ ସ୍କୁଲ 70 ପ୍ରତିଶତ କଟ୍ଅଫ୍ ସହ ଶୀର୍ଷରେ ରହିଛି । ବିଜ୍ଞାନରେ 86.33% କଟଅଫ୍ ସହ ରେଭେନ୍ସା ଉଚ୍ଚ ମାଧ୍ୟମିକ ସ୍କୁଲ ଶୀର୍ଷରେ ରହିଛି । ବାଣିଜ୍ୟରେ 79.67% ସହ ବ୍ୟାସନଗର ଉଚ୍ଚ ମାଧ୍ୟମିକ ସ୍କୁଲ ପ୍ରଥମ ରହିଛି ।
ମୁମ୍ବାଇ : ବଲିଉଡ୍ର ବରିଷ୍ଠ ଅଭିନେତା ବିଶାଲ ଆନନ୍ଦଙ୍କର ପରଲୋକ ହୋଇଛି। ଚଲ୍ତେ ଚଲ୍ତେ, ସାରେଗମା, ଦିଳ୍ସେ ମିଲ୍ ଦିଲ୍, ଟ୍ୟାକ୍ସି ଡ୍ରାଇଭର, କିସମତ୍ ପରି ଫିଲ୍ମରେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି । ତେବେ ଦୀର୍ଘ ଦିନଧରି ଅସୁସ୍ଥ ରହିଥିବାବେଳେ ରବିବାର ଦିନ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି। ବିଶାଲ ଆନନ୍ଦଙ୍କ ଅସଲ ନାମ ଭୀଷ୍ମ କୋହଲୀ ଥିବାବେଳେ ସେ ତାଙ୍କ କ୍ୟାରିଅରରେ 11ଟି ଫିଲ୍ମରେ କାମ କରିଛନ୍ତି । କିଛି ଫିଲ୍ମରେସେ ନିର୍ମାତା – ନିର୍ଦ୍ଦେଶକ ମଧ୍ୟ ରହିଛନ୍ତି । ଭେଟେରାନ୍ ବଲିଉଡ୍ ଅଭିନେତା ବିଶାଲ ଆନନ୍ଦଙ୍କର ପରଲୋକ ହୋଇଛି। ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ରବିବାର ଦିନ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଦେହାନ୍ତରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି। 1976ରେ ରିଲିଜ୍ ହୋଇଥିବା ‘ଚଲତେ ଚଲତେ’ ଫିଲ୍ମକୁ ମଧ୍ୟ ବିଶାଲ୍ ପ୍ରଯୋଜନା କରିଥିଲେ। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ…
କଟକ : କଟକ ମହାନଗର ନିଗମର କରୋନା ନୋଡାଲ ଅଫିସରଙ୍କ କରୋନାରେ ମୃତ୍ୟୁ ହୋଇଛି । ଷ୍ଟାଟିଷ୍ଟିକାଲ୍ ଅଫିସର ତଥା ନୋଡାଲ୍ ଅଧିକାରୀ ବିଶ୍ବନାଥ ଲେଙ୍କାଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି । କରୋନା କଣ୍ଟ୍ରୋଲ୍ ରୁମ୍ ଇନ୍ଚାର୍ଜ ଓ ସିସିସି ନୋଡାଲ୍ ଅଫିସରଥିଲେ ବିଶ୍ବନାଥ । କଟକ ଅଶ୍ବିନୀ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି ବିଶ୍ବନାଥ ଲେଙ୍କା । କରୋନାରେ ମୃତ୍ୟୁ ନେଇ ସୂଚନା ଦେଇଛନ୍ତି ସିଏମ୍ସି କମିଶନର ଅନନ୍ୟା ଦାଶ । ସୂଚନାଯୋଗ୍ୟ, ରାଜ୍ୟରେ ଏବେ ସୁଦ୍ଧା 924ଜଣଙ୍କର କରୋନା ଯୋଗୁଁ ମୃତ୍ୟୁହୋଇଥିବାର ସୂଚନା ରହିଛି ।
ଭୁବନେଶ୍ବର : ଭୁବନେଶ୍ବରରେ 2ଟି ବ୍ୟାଙ୍କ ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ୍ କମିଶନର । ବ୍ୟାଙ୍କ ଲୁଟ୍ ଘଟଣାରେ ଅଭିଯୁକ୍ତ ସୌମ୍ୟ ରଞ୍ଜନ ଜେନା ଗିରଫ ହୋଇଛି । ଲକ୍ଡାଉନ୍ରେ ବ୍ୟବସାୟ ମାନ୍ଦା ହେବାରୁ ବ୍ୟାଙ୍କ ଲୁଟ୍ ଯୋଜନା । ଋଣ ପାଇଁ ବ୍ୟାଙ୍କରୁ ଟଙ୍କା ଲୁଟ୍ ହୋଇଥିବା କହିଲେ ପୋଲିସ୍ କମିଶନର । ଏନେଇ ପ୍ରେସ୍ମିଟ୍ରେ ସୂଚନା ଦେଇଛନ୍ତି ପୋଲିସ୍ କମିଶନର ସୁଧାଂଶୁ ଷଡଙ୍ଗୀ । ଲୁଟ୍ ହୋଇଥିବା 2ଟି ବ୍ୟାଙ୍କରେ ଅଭିଯୁକ୍ତର ଆକାଉଣ୍ଟ ଅଛି । ଅଭିଯୁକ୍ତ 2ଟି ବ୍ୟାଙ୍କରୁ 19 ଲକ୍ଷ ଟଙ୍କାର ଋଣ କରିଥିଲା । ସେଥିମଧ୍ୟରୁ ମାତ୍ର 6ଲକ୍ଷ ଟଙ୍କା ଶୁଝିଥିଲା ଅଭିଯୁକ୍ତ । ବ୍ୟାଙ୍କର ପାରିପାର୍ଶ୍ବିକ ସ୍ଥିତି ସହ ବେଶ୍ ଅବଗତ ଥିଲା ଅଭିଯୁକ୍ତ। ଲକ୍ଡାଉନ୍ରେ ବ୍ୟବସାୟ ମାନ୍ଦା ହେବାରୁ ବ୍ୟାଙ୍କ ଲୁଟ୍ ଯୋଜନା କରିଥିଲା । ଋଣ ପାଇଁ ବ୍ୟାଙ୍କରୁ ଟଙ୍କା ଲୁଟ୍ ହୋଇଥିବା କହିଲେ ପୋଲିସ୍ କମିଶନର ।
ସୀତାରାମ ଅଗ୍ରଓ୍ବାଲ ବାଣପୁର : ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନ.ଏ.ସି ୨ ନମ୍ବର ୱାର୍ଡ କପିଳେଶ୍ୱରପୁର ଗ୍ରାମରେ ଦେଖା ଦେଇଛି ତୀବ୍ର ଜନ ଅସନ୍ତୋଷ । ଗ୍ରାମବାସୀଙ୍କ ଅଭିଯୋଗକୁ ଖାତିର କରୁନାହାନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ । ୨ନମ୍ବର ୱାର୍ଡ କପିଳେଶ୍ଵରପୁର ସାହି ଏକ ଗୁରୁତ୍ୱପୂର୍ଣ ଅଞ୍ଚଳ । ଏହି ଅଞ୍ଚଳ ଦେଇ ପ୍ରତିଦିନ ଶହ ଶହ ଲୋକମାନେ କପିଳେଶ୍ଵର ମନ୍ଦିର, ସତସଙ୍ଗ ବିହାର, ପାଟପୁର, ଗୋପାଳପୁର, କୋଟପୁର, ପଲଟନ ପଡିଆ ଆଦି ଅଞ୍ଚଳକୁ ଯାଇଥାନ୍ତି । ହେଲେ ଖଜୁରୀ ଗଛର କି ଗୁଣ ଗାଇବି ମୂଳରୁ ପାହାଚ ପାହାଚ ପାରି ୨ ନମ୍ବର ୱାର୍ଡ ପ୍ରବେଶ ପଥରେ ସୃଷ୍ଟି ହେଇଛି ଏକ ବିଶାଳ କୃତ୍ରିମ ପୁଷ୍କରିଣୀ ଯାହା ଏନ.ଏ.ସି ରେ ହେଉଥିବା ବିକାଶ ର ନଗ୍ନ ଚିତ୍ରକୁ ପଦାକୁ ପକେଇଛି। କଥାରେ ଅଛି ଗାଁ ପରିମଳ ଧୋବା ତୁଠରୁ କିନ୍ତୁ ଯଦି ଗାଁ ପ୍ରବେଶ ପଥରେ ଫୁଟେ ଫୁଟେ ଅପରିଷ୍କାର ଜଳ …
ଭୁବନେଶ୍ବର : ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ନାମରେ ପୁରୀ ସମୁଦ୍ରକୂଳ ଥାନାରେ ଏତଲା ଦେଇଛି ଶ୍ରୀଜଗନ୍ନାଥ ସେନା । କୋଭିଡ୍ -19 ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ମନ୍ତ୍ରୀ ଓ ବିଧାୟକଙ୍କ ନାମରେ ଏତଲା ଦେଇଛି ଶ୍ରୀଜଗନ୍ନାଥ ସେନା । କରୋନା ସତ୍ତ୍ବେ ମହାରଥୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିବା ଅଭିଯୋଗ ହୋଇଛି । ସ୍ବର୍ଗଦ୍ବାରରେ ଶହ ଶହ ଲୋକଙ୍କ ଗହଣରେ ସାମିଲ୍ ହୋଇଥିଲେ । କରୋନା ଆଇନ ଉଲ୍ଲଂଘନକାରୀ ଅଭିଯୋଗରେ ତାଙ୍କୁ ଗିରଫ କରାଯାଉ ବୋଲି ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଦାବି କରିଛନ୍ତି । ଅପରପକ୍ଷରେ ଏହା ସମ୍ପର୍କରେ ଗଣଶିକ୍ଷା ମନ୍ତ୍ରୀ 21 ଦିନ ଧରି ଆଇସୋଲେସନ୍ରେ ରହିଥିଲେ । ଅଭିଯୋଗକାରୀ ଏହି ସମ୍ପର୍କରେ ଜାଣିନାହାନ୍ତି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ। ସେ ସମ୍ପୂର୍ଣ୍ଣ ରୂପେ କୋଭିଡ୍ ନିୟମ ପାଳନ କରିଛନ୍ତି । ସେ କୌଣସି ନିୟମ ଭଙ୍ଗ କରିନାହାନ୍ତି ବୋଲି କହିଛନ୍ତି …
ଭୁବନେଶ୍ବର : ରାଜ୍ୟରେ ଆଉ 17 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ପୁରୀ ଓ କଟକ ଜିଲ୍ଲାରୁ 3 ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ବାଲେଶ୍ବର, ବୌଦ୍ଧ ଓ ଖୋର୍ଦ୍ଧାରୁ 2 ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଅନୁଗୁଳ, କେନ୍ଦୁଝର, ନବରଙ୍ଗପୁର, ରାୟଗଡା ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 924କୁ ବୃଦ୍ଧି ହୋଇଛି । କଟକ ଜିଲ୍ଲାର 60 ଓ 38 ବର୍ଷୀୟ ମହିଳା ଓ 85 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ପୁରୀର ତିନି ମୃତକଙ୍କ ବୟସ ଯଥାକ୍ରମେ 75, 62 ଓ 40 ବର୍ଷୀୟ ପୁରୁଷ ରହିଛନ୍ତି । ବାଲେଶ୍ବରର ଦୁଇ ମୃତକ ହେଲେ 58 ଓ 25 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ବୌଦ୍ଧର 64 ଓ 44 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।…
ନୂଆଦିଲ୍ଲୀ, ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକନଲୋଜି ନୂଆଦିଲ୍ଲୀ ଆଜି ଜେଇଇ ଆଡଭାନସ୍ ପରୀକ୍ଷା 2020 ରେଜଲଟ ଘୋଷଣା କରିଛି। ଏହି ରେଜଲଟ ଜେଇଇର ମୁଖ୍ୟ ୱେବସାଇଟରେ ପ୍ରକାଶ ପାଇଛି। ନିମ୍ନରେ ଦିଆଯାଇଥିବା ଲିଙ୍କ୍ କୁ କ୍ଲିକ କଲେ ଆପଣ ଜାଣିପାରିବେ କଣ ହୋଇଛି ରେଜଲଟ jeeadv.ac.in http://result.jeeadv.ac.in/
ଭୁବନେଶ୍ବର : ରାଜ୍ୟରେ ଆଜି 2 ହଜାର 617କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 1521ଜଣ ଚିହ୍ନଟ ହୋଇଥିବାବେଳେ 1096ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 35ହଜାର330କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 2 ଲକ୍ଷ 2 ହଜାର 302ଜଣ । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 32ହଜାର051ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 907ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି । ଆଜି ରାଜ୍ୟର 30ଟି ଜିଲ୍ଲାରୁ ମୋଟ୍ 2ହଜାର 617ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 506ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳୁରୁ 115,…
ମୁମ୍ବାଇ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 66 ଲକ୍ଷ ପାର୍ କରିଥିବାବେଳେ 1ଲକ୍ଷରୁ ଉର୍ଦ୍ଧ୍ବଙ୍କର ଜୀବନ ଗଲାଣି । କରୋନାର ଏପରି ସ୍ଥିତିରେ ଦେଶରେ ଅନଲକ୍ 5ରେ କଟକଣାକୁ କୋହଳ କରାଯାଇଛି । ଭାରତରେ ସବୁଠୁ ଅଧିକ ସଂକ୍ରମିତ ହୋଇଥିବା ରାଜ୍ୟ ମହାରାଷ୍ଟ୍ରରେ ମଧ୍ୟ ପ୍ରାୟ କଟକଣା କୋହଳ କରାଯାଇଛି । ଆଜିଠାରୁ ମହାରାଷ୍ଟ୍ରରେ ରେସ୍ତୋରାଁ, ବାର୍, ଫୁଡ୍ କୋର୍ଟ ଖୋଲିବ ବୋଲି ସୂଚନା ରହିଛି । ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ 50 ପ୍ରତିଶତ କର୍ମଚାରୀଙ୍କ ଦ୍ବାରା ଏହି ରସ୍ତୋରାଁ, ବାର୍ ଆଦି ଖୋଲିବାକୁ ଅନୁମତି ମିଳିଥିବା ବେଳେ ପ୍ରଶାସନ ତରଫରୁ ଏନେଇ ଏସ୍ଓପି ମଧ୍ୟ ଜାରି ହୋଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉଭୟ ବ୍ୟବସାୟୀ ଓ ଗ୍ରାହକ କରୋନା କଟକଣାକୁ ମାନିବାକୁ ପଡିବ । ଯେମିତିକି ମାସ୍କ ପିନ୍ଧିବା, ସାମାଜିକ ଦୂରତା ଅବଲମ୍ବନ କରିବ. ହାତ ଧୋଇବା ଜରୁରୀ ବୋଲି କୁହାଯାଇଛି । ସେହିପରି ଗ୍ରାହକମାନେ…
ନୂଆଦିଲ୍ଲୀ : ଗତ 24 ଘଣ୍ଟା ମଧ୍ୟରେ ଦେଶରେ ନୂତନ 74 ହଜାର 442 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 903ଜଣଙ୍କର ମୃତ୍ୟୁ ହୋଇଛି । କେନ୍ଦ୍ର ସ୍ଵାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି। ଦେଶରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 66 ଲକ୍ଷ ପାର୍ କରିଥିବାବେଳେ ମୃତ୍ୟୁ ସଂଖ୍ୟା 1 ଲକ୍ଷ 2 ହଜାର 685ରେ ପହଞ୍ଚିଛି । ସେହିପରି ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 9 ଲକ୍ଷ 34 ହଜାର 427 ରହିଥିବାବେଳେ ସୁସ୍ଥଙ୍କ ସଂଖ୍ୟା 55 ଲକ୍ଷ 86 ହଜାର 704ରେ ପହଞ୍ଚିଛି । ଦେଶରେ ବର୍ତ୍ତମାନ ମୃତ୍ୟୁହାର 1.55ପ୍ରତିଶତ ରହିଥିବା ବେଳେ ସୁସ୍ଥତା ହାର 84.34 ପ୍ରତିଶତ ରହିଛି।
କେନ୍ଦୁଝର : ଘରେ ଶୋଇଥିବାବେଳେ ହାଇଓ୍ବା ମାଡ଼ି ଯାଇ ଗୋଟିଏ ପରିବାରର ତିନିଜଣ ଗୁରୁତର ହୋଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ବଲାଣୀ ଥାନା ଅନ୍ତର୍ଗତ ଡର୍ବି ଛକରେ ଘଟିଛି । ଗତକାଲି ବିଳମ୍ବିତ ରାତ୍ରିରେ ଏହି ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ହାଇଓ୍ବାଟି ଡର୍ବି ଛକରେ ଥିବା ଗୋପାଳ ମୁଣ୍ଡାଙ୍କ ଘରଭିତରେ ପଶିଯାଇଥିଲା । ଘରେ ଶୋଇଥିବା ତିନି ପିଲାଙ୍କ ଉପରେ ଚଢିଯାଇଥିଲା ହାଇଓ୍ବା । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅପରପକ୍ଷରେ ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଛି ହାଇଓ୍ବା ଡ୍ରାଇଭର । ପୋଲିସ୍ ହାଇଓ୍ବାକୁ ଜବତ କରିବା ସହ ମାଲିକକୁ ଅଟକ ରଖିଛି ।
ୱାଶିଂଟନ୍, ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ ବିଶ୍ବରେ କରୋନା ଭାଇରସ୍ ଆକ୍ରାନ୍ତ ସଂଖ୍ୟା ମୋଟ ୩୫ ନିୟୁତ ଅତିକ୍ରମ କରିଥିବାବେଳେ ମୃତ୍ୟୁ ୧,୦୩୬,୦୦୦ ରୁ ଅଧିକ ହୋଇଛି। ସୋମବାର ସୁଦ୍ଧା ମୋଟ ମାମଲା ୩୫,୦୭୫,୪୨୩ ରେ ପହଞ୍ଚିଛି ଏବଂ ମୃତ୍ୟୁ ସଂଖ୍ୟା ୧,୦୩୬,୦୯୫ କୁ ବୃଦ୍ଧି ପାଇଛି ବୋଲି ବିଶ୍ୱବିଦ୍ୟାଳୟର ସେଣ୍ଟର ଫର ସିଷ୍ଟମ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ (ସିଏସଏସଇ) ଏହାର ନୂତନ ଅଦ୍ୟତନରେ ପ୍ରକାଶ କରିଛି। ସିଏସଏସଇ ଅନୁଯାୟୀ ଆମେରିକାରେ ବିଶ୍ବରେ ସର୍ବାଧିକ ସଂଖ୍ୟକ ମାମଲା ଏବଂ ମୃତ୍ୟୁ ରେକର୍ଡ କରାଯାଇଛି। ପରିସଂଖ୍ୟାନ ଅନୁଯାୟୀ ଆମେରିକାରେ ଆକ୍ରାନ୍ତ ସଂଖ୍ୟା ୭,୪୨୦,୭୭୯ ଥିବା ବେଳେ ମୃତ୍ୟୁ ସଂଖ୍ୟା ୨୦୯,୮୨୧ ରହିଛି। ସେହିପରି ୬,୫୪୯,୩୭୩ ମାମଲାରେ ଭାରତ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଦେଶର ମୃତ୍ୟୁ ସଂଖ୍ୟା ୧୦୧,୭୮୨ ରେ ପହଞ୍ଚିଛି। ସର୍ବାଧିକ ମାମଲା ଥିବା ଅନ୍ୟ ୧୫ ଟି ଦେଶ ହେଉଛି ବ୍ରାଜିଲ (୪,୯୧୫,୨୮୯), ଜଙ୍କଗ୍ଦଗ୍ଦସବ ଷ (୧,୨୦୯,୦୩୯), କଲମ୍ବିଆ (୮୫୫,୦୫୨), ପେରୁ…
ନୂଆଦିଲ୍ଲୀ, ଆଜି ରାଷ୍ଟ୍ରୀୟ ବିଜେପି କାର୍ଯ୍ୟାଳୟରେ ବିହାର ନିର୍ବାଚନ ପାଇଁ ଆୟୋଜିତ ହୋଇଥିଲା ଏକ ଉଚ୍ଚସ୍ତରୀୟ ବୈଠକ। ସଭାପତି ଜେ ପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ସାହା ପ୍ରମୁଖ ଯୋଗ ଦେଇଥିଲେ। ଏହି ବୈଠକରେ ବିହାର ପାଇଁ କଣ ରହିବ ରଣନୀତି ସହିତ ମେଣ୍ଟ ଏବଂ ପ୍ରାର୍ଥୀଙ୍କ ଉପରେ ଆଲୋଚନା ହେଇଥିଲା।
ପୁରୀ, ଆଜି ଅପରାହ୍ନରେ ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲିନ ହୋଇଯାଇଛି। ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶହଶହ ସମର୍ଥକଙ୍କ ଗହଣରେ ଶେଷକୃତ୍ୟ ସଂପର୍ଣ୍ଣ କରାଯାଇଥିଲା। ରାଷ୍ଟ୍ରୀୟ ମର୍ଯ୍ୟଦା ସହିତ ତାଙ୍କର ଏହି ଶେଷକୃତ୍ୟ କରାଯାଇଥିଲା। ଏଥିରେ ତାଙ୍କର ପୁତ୍ର ରୁଦ୍ରପ୍ ରତାପ ମହାରଥୀ ମୁଖାଗ୍ନୀ ଦେଇଥିଲେ। ପାଖରେ ଥିଲା ତାଙ୍କର କନ୍ୟା ପଲ୍ଲବୀ ଏବଂ ପତ୍ନୀ ପ୍ରତିଭା ମହାରଥୀ। ଶନିବାର ବିଳମ୍ବିତ ରାତ୍ରୀରେ ପ୍ରଦୀପଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ସକାଳେ ତାଙ୍କ ମରଶରୀରକୁ ଭୁବନେଶ୍ବର ବାସଭବନ, ବିଜେଡି ଅଫିସ, ଏବଂ ବିଧାନସଭାକୁ ନିଆଯାଇଥିଲା। ତାଙ୍କର ଜନ୍ମମାଟି ପିପିଲିରେ ଶେଷ ଦର୍ଶନ ପାଇଁ ରଖା ଯାଇଥିଲା। ସେହିପରି ତାଙ୍କର ରାଜନୈତିକ କ୍ଷେତ୍ର ପିପିଲି ଫାର୍ମ ହାଉସରେ ମଧ୍ୟ ମରଶରୀରକୁ ନିଆଯାଇଥିଲା। ଏହାପରେ ଅପରାହ୍ନରେ ଶେଷ କୃତ୍ୟ ପାଇଁ ଏକ ଶୋଭାଯାତ୍ରାରେ ପୁରୀ ଅଭିମୁଖେ ନିଆଯାଇଥିଲା।

