Author: Samikhsya Bureau

ଭୁବନେଶ୍ବର :  ଲୁଟେରା ଆକ୍ରମଣରେ ସ୍କୁଟିରୁ ଖସି ଯୁବତୀ ଗୁରୁତର ହୋଇଛନ୍ତି ।ଯୁବତୀଙ୍କଠାର ମୋବାଇଲ ଝାମ୍ପିବାବେଳେ ସ୍କୁଟିରୁ ଖସି ଗୁରୁତର ହୋଇଛନ୍ତି ଯୁବତୀ । ରସୁଲଗଡ କେନାଲ୍‌ ରୋଡ୍‌ ଅଞ୍ଚଳରେ ଦିନ ଦ୍ବିପ୍ରହରରେ ଏହି ଲୁଟ୍‌ ହୋଇଥିବାର ସୂଚନା ରହିଛି । ସ୍କୁଟି ଚଳାଇ ଏକୁଟିଆ ଯାଉଥିବାବେଳେ ଯୁବତୀଙ୍କୁ ଟାର୍ଗେଟ କରିଥିଲେ ଲୁଟେରା । ଦ୍ରୁତ ଗତିରେ ଆସି ଯୁବତୀଙ୍କ ମୋବାଇଲ ଝାମ୍ପି ପଳାଇଥିଲା ଦୁର୍ବୃତ୍ତ । ଦୁର୍ବୁତ୍ତଙ୍କ ଆକ୍ରମଣରେ ଭାରସାମ୍ୟ ହରାଇ ଖସିପଡିଥିଲେ ଯୁବତୀ । ଜଣେ ସମାଜସେବୀ ଯୁବତୀଙ୍କୁ ଉଦ୍ଧାର କରି ପୋଲିସ୍‌କୁ ଜଣାଇଥିଲେ । ପୋଲିସ୍‌ ପିସିଆର ଭ୍ୟାନ୍‌ ପହଞ୍ଚି ଯୁବତୀଙ୍କୁ ହସ୍ପିଟାଲ ନେଇଥିଲା । ଘଟଣା ସମ୍ପର୍କରେ ମଞ୍ଚେଶ୍ବର ଥାନାରେ ଏତଲା ଦେଇଛନ୍ତି ଯୁବତୀଙ୍କ ବାପା ।

Read More

ନୂଆଦିଲ୍ଲୀ, ଆଜି ହାଥରସ ଦୁଷ୍କର୍ମ ଘଟଣାରେ କଂଗ୍ରେସ ନେତା ରାହୁଳ ଗାନ୍ଧୀ ପଦଯାତ୍ରା କରୁଥିବା ବେଳେ ତାଙ୍କୁ ଜମୁନା ଏକ୍ସପ୍ରେସ ୱେ ରେ ପୋଲିସ ଅଟକାଇଥିଲା। ତେବେ ପୋଲିସ ସହିତ କଂଗ୍ରେସ କର୍ମିଙ୍କ ଧସ୍ତାଧସ୍ତି ମଧ୍ୟରେ ରାହୁଳ ଗାନ୍ଧୀ ରୋଡ ଉପରେ ପଡିଗଲେ। ଯାହାକୁ ନେଇ ଉତକ୍ଷିପ୍ତ ହୋଇଛି କଂଗ୍ରେସ। ଆଜି ରାହୁଳ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ହାଥରସ ଦୁଷ୍କର୍ମ ଘଟଣାରେ ଏକ ରାଲି କରି ଉତ୍ତର ପ୍ରଦେଶ ଯାଉଥିଲେ। ହେଲେ ବାଟରେ ପୋଲିସ ଜମୁନା ଏକ୍ସପ୍ରେସ ୱେରେ ଅଟକାଇଥିଲା। ବର୍ତ୍ତମାନ ରାହୁଲ ଓ ପ୍ରିୟଙ୍କାଙ୍କୁ ପୋଲିସ ସେହିଠାରେ ଅଟକ ରଖିଛି।

Read More

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାପାଳଙ୍କ ନାଁରେ ଫେରାଦ ହେଲା କଂଗ୍ରେସ। ରାଜ୍ୟମୁଖ୍ୟ ନିର୍ବାଚନ ଅଧିକାରୀଙ୍କଠାରେ ଫେରାଦ ହୋଇଛି କଂଗ୍ରେସ। ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଜନ୍ମସ୍ଥାନ ତିର୍ତୋଲ ନିର୍ବାଚନମଣ୍ଡଳୀର ଶଙ୍ଖେଶ୍ବର ପଞ୍ଚାୟତରେ । ତିର୍ତ୍ତୋଲ ଉପନିର୍ବାଚନ ବେଳେ ସେ କିଭଳି ଜଗତସିଂହପୁର ଜିଲ୍ଲାପାଳ ରହିବେ । ଏଣୁ ତିର୍ତୋଲ ଉପନିର୍ବାଚନରେ ମୁକ୍ତ ଏବଂ ଅବାଧ ନିର୍ବାଚନ ପରିଚାଳନାରେ ନିଶ୍ଚୟ ବାଧା ସୃଷ୍ଟି ହେବ ବୋଲି କଂଗ୍ରେସ ଅଭିଯୋଗ କରିଛି ।ଯେହେତୁ ଜିଲ୍ଲାପାଳଙ୍କ ଘର ତିର୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏବଂ ତାଙ୍କର ପରିବାର ଶାସକ ଦଳର ସମର୍ଥକ ଏହି ପରିସ୍ଥିତିରେ ଜିଲ୍ଲାପାଳ ଏହି ଉପନିର୍ବାଚନକୁ ନିଶ୍ଚୟ ପ୍ରଭାବିତ କରିବେ ବୋଲି କଂଗ୍ରେସ ଅଭିଯୋଗ କରିଛି । ଜଗତସିଂହପୁର ଜିଲ୍ଲାପାଳଙ୍କ ତୁରନ୍ତ ବଦଳି ପାଇଁ ଦାବି କରିଛି କଂଗ୍ରେସ ।

Read More

ଭୁବନେଶ୍ବର, ବଙ୍ଗୋବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ବର୍ତ୍ତମାନ ଲଘୁଚାପ କ୍ଷେତ୍ରକୁ ପରିବର୍ତ୍ତନ ହୋଇଛି। ଅର୍ଥାତ ଆଉ କେତେ ଘଣ୍ଟା ପରେ ଏହା ଲଘୁଚାପରେ ପରିଣତ ହେବ। ତେବେ ତା ପୂର୍ବରୁ ସମୁଦ୍ର ଅଶାନ୍ତ ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ସେଥିପାଇଁ ମତ୍ସ୍ୟଜୀବୀମାନେ ପାଞ୍ଚ ଦିନ ପର୍ଯ୍ୟନ୍ତ ସମୁଦ୍ର ନ ଯିବା ପାଇଁ କୁହାଯାଇଛି। ଏଥିପାଇଁ ପାଣିପାଗ ବିଭାଗ ତରଫରୁ ସତର୍କ ସୂଚନା ଜାରୀ କରାଯାଇଛି। ଏହାର ପ୍ରଭାବରେ ଓଡିଶାରେ ପ୍ରବଳ ବର୍ଷା ହେବ ବୋଲି ସୂଚନା ଦିଆଯାଇଛି। ଫଟୋ-ଭୁବନେଶ୍ବର ପାଣିପାଗ ବିଭାଗ ଟୁଇଟର

Read More

ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ 75 ତମ ଜନ୍ମଦିନ, ଏହି ଉପଲକ୍ଷେ ବିଭିନ୍ନ ମହଲରୁ ତାଙ୍କୁ ଅଭିନନ୍ଦନ ପ୍ରଦାନ କରାଯାଉଛି।

Read More

ଭୁବନେଶ୍ବର : ବିଜୁଳି ଦରବୃଦ୍ଧି ମୂଲତବୀ ନୋଟିସ୍‌ର ଗୃହରେ ଉତ୍ତର ରଖିଛନ୍ତି ଶକ୍ତି ମନ୍ତ୍ରୀ । 7 ବର୍ଷ ପରେ ବିଜୁଳି ଦର ବଢିଥିବାବେଳେ ୟୁନିଟ୍‌ ପିଛା ମାତ୍ର 20ପଇସା ବଢିଛି ବୋଲି କହିଛନ୍ତି ଶକ୍ତିମନ୍ତ୍ରୀ । ଏନ୍‌ଟିପିସି, ଏନ୍‌ଏଚ୍‌ପିସି, ପିଜିସିଆଇଏଲ୍‌ 68 ପ୍ରତିଶତ ବୃଦ୍ଧି କରିଥିବାରୁ ଦର ବୃଦ୍ଧି କରାଯାଇଛି ବୋଲି କହିଛନ୍ତି ଶକ୍ତି ମନ୍ତ୍ରୀ । ଗୋଟିଏ ଦୁଇଟିକୁ ଛାଡି ବାକି ରାଜ୍ୟର ବିଜୁଳି ଦର ଓଡ଼ିଶାଠାରୁ ଅଧିକରହିଛି ବୋଲି କହିଛନ୍ତି ଶକ୍ତିମନ୍ତ୍ରୀ । ରାଜ୍ୟର କୃଷକ, ବିପିଏଲ ପରିବାରଙ୍କ ପାଇଁ ବିତ୍ୟୁତ ଶୁଳ୍କ ବଢିନାହିଁ ବୋଲି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି। ଅପରପକ୍ଷରେ ଶକ୍ତିମନ୍ତ୍ରୀଙ୍କ ବିବୃତ୍ତିକୁ ଜନସ୍ବାର୍ଥ ବିରୋଧୀ ବୋଲିକହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ।  ବିପଦ ସମୟରେ ଦର ବୃଦ୍ଧି କଟା ଘାରେ ଚୂନ ଦେବା ସଦୃଶ ବୋଲି କହିଛନ୍ତି ମୋହନ ମାଝୀ ।ବିଜୁଳି ଦର ବୃଦ୍ଧି ପ୍ରତ୍ୟାହାର କରନ୍ତୁ ନଚେତ…

Read More

ଭୁବନେଶ୍ବର : ଏନ୍‌ସିଆର୍‌ବି ରିପୋର୍ଟକୁ ନେଇ ଆଜି ବିଧାନସଭା ଗୃହ ସରଗରମ ରହିଛି । ଏନ୍‌ସିଆର୍‌ବି ରିପୋର୍ଟକୁ ନେଇ ଗୃହରେ ଉଦ୍‌ବେଗ ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଅସଦାଚରଣ ଘଟଣାରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି । ସାଇବର କ୍ରାଇମରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି । ଏହା ରାଜ୍ୟ ପାଇଁ ଲଜ୍ଜା ବୋଲି କହିଛନ୍ତି ନରସିଂହ । ସେପଟେ ବିଜୁଳି ଦର ବୃଦ୍ଧି ପ୍ରତ୍ୟାହାର ଦାବି କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ । କରୋନା ସ୍ଥିତିରେ ଦର ବଢ଼ାଇବା ଅନୁଚିତ ବୋଲି କହିଛନ୍ତି ସୁର ରାଉତରାୟ । ସେହିପରି ରାଜ୍ୟରେ ମନ୍ଦିର ଖୋଲିବାକୁ ମଧ୍ୟ ଦାବି ରଖିଛନ୍ତି ସୁର ରାଉତରାୟ । ଅନ୍ୟ ରାଜ୍ୟରେ ମନ୍ଦିର ଖୋଲିଲାଣି ତେଣୁ ଓଡ଼ିଶାରେ ସବୁ ମନ୍ଦିର ଖୋଲିବା ପାଇଁ ଗୃହରେ ଦାବି ରଖିଛନ୍ତି ସୁର । ଅପରପକ୍ଷରେ ବଲାଙ୍ଗିରରେ କୋଭିଡ ସେଂଟରେ ମହିଳାଙ୍କୁ…

Read More

ଅରୁଣାଚଳପ୍ରଦେଶ : ଦାନ୍ତ ସଫା କରିବା ପାଇଁ ଆମେ ବ୍ରସ୍‌ର ବ୍ୟବହାର କରିଥାଉ। ଅରୁଣାଚଳପ୍ରେଦଶର ଜଣେ 24 ବର୍ଷୀୟ ଯୁବକ ଦାନ୍ତ ସଫା କରୁ କରୁ ଦାନ୍ତ ଘଷା ବ୍ରସ୍‌ଟିକୁ ଗିଳି ଦେଇଥିଲେ । 19ସେଣ୍ଟିମିଟର ବ୍ରସ୍‌ ଜରିଆରେ ଜିଭ ସଫା ସଫା କରୁ କରୁ ବ୍ରସ୍‌ଟି ଖସି ପେଟ ଭିତରକୁ ଚାଲି ଯାଇଥିଲା । ତା’ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ଡାକ୍ତର ସେଠାରେ ତାଙ୍କର ଏକ୍ସରେ ଜରିଆରେ ବ୍ରସ୍‌ଟି ପେଟ ଭିତରେ ଥିବା ଜାଣିପାରିଥିଲେ । ଏହାପରେ ଏକ ସର୍ଜରୀ କରି ବ୍ରସ୍‌ଟିକୁ ପେଟ ଭିତରକୁ କାଢିବାରେସକ୍ଷମ ହୋଇଥିଲେ । ତେବେ ବ୍ରସ୍‌ଟି ପେଟ ଭିତରେ ରହିଥିବାବେଳେ ବେଳେ କୌଣସି ଦରଜ ହୋଇନଥିଲା । ତେବେ ପେଟର ଉପର ଭାଗରେ କିଛି ଅସହଜ ଅନୁଭୂତ ହେଉଥିଲା ବୋଲି ଯୁବକ ଜଣକ କହିଛନ୍ତି । ତେବେ ଡାକ୍ତର ଏକ ଛୋଟ ଅପରେସନ୍‌ ଜରିଆରେ ବ୍ରସ୍‌ଟିକୁ ବାହାର କରିଥିବାର ସଫଳ…

Read More

ଭୁବନେଶ୍ବର : ପୁରୀରୁ ଆଜି ସନ୍ଧ୍ୟାରେ 3ଟି ଟ୍ରେନ ଚାଲିବ ବୋଲି ନିଷ୍ପତ୍ତି ହୋଇଛି । ତିନୋଟି ଏକ୍ସପ୍ରେସ ଟ୍ରେନ ପୁରୀରୁ ଗଡ଼ିବ । ତେବେ କରୋନା ପାଇଁ ପୁରୀକୁ ସମସ୍ତ ଟ୍ରେନ ବନ୍ଦ କରିଦିଆଯାଇଥିଲା । କରୋନା କଟକଣା ଯୋଗୁଁ ଟ୍ରେନ ସେବାକୁ ବନ୍ଦ ରଖାଯାଇଥିଲା । ତେବେ ଦୀର୍ଘ ସାତ ମାସ ପରେ ପୁରୀକୁ ଟ୍ରେନ ଚଳାଚଳକୁ ନିଷ୍ପତ୍ତି ନିଆଯାଇଛି । ଏହି ଟ୍ରେନ ଗୁଡ଼ିକ ହେଲା ପୁରୀ-ଦୁର୍ଗ, ପୁରୀ- ଅହମ୍ମଦାବାଦ ଓ ପୁରୀ- ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ । କୋଭିଡ ନିୟମ ମାନି ଏହି ତିନୋଟି ଟ୍ରେନ ଚଳାଚଳ କରିବା ନେଇ ସୂଚନା ଦିଆଯାଇଛି । ପ୍ରକାଶ ଯେ, ପର୍ଯ୍ୟଟନ ସହର ପୁରୀକୁ କରୋନା ଲକଡାଉନ ସମୟରେ ବହୁ କ୍ଷତି ସହିବାକୁ ପଡ଼ିଛି । ପର୍ଯ୍ୟଟନ ସ୍ଥଳୀ ଓ ହୋଟେଲ ବନ୍ଦ ରହିଥିବାରୁ ଲୋକଙ୍କୁ ବହୁ ଅସୁବିଧା ସହିବାକୁ ପଡ଼ିବା ସହିତ ଆର୍ଥିକ ପରିସ୍ଥିତି ଦୁର୍ବଳ ହୋଇପଡ଼ିଥିଲା…

Read More

ଭୁବନେଶ୍ବର : ବିଧାନସଭା ଚାଲିଥିବାବେଳେ ଯୁବକଙ୍କ ଉନ୍ମତ୍ତ କାଣ୍ଡକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି । ବିଧାନସଭା ସାମ୍ନା ପିଏମ୍‌ଜିରେ ଯୁବକଙ୍କ ହାଇଡ୍ରାମା ଦେଖିବାକୁ ମିଳିଛି ।  ଜଣେ ମହିଳାଙ୍କ ବେକରେ ଛୁରୀ ଲଗାଇ ଜଣେ ଯୁବକ ଧମକ ଦେଇଥିବାର ସୂଚନା ମିଳିଛି । ବେକରେ ଛୁରୀ ଲଗାଇ କିଛି ମନ୍ତ୍ରୀଙ୍କ ନାଁ ନେବା ସହିତ ପାଗଳ ଭଳି ପ୍ରଳାପ କରିଥିବାର ଦେଖିବାକୁ ମିଳିଥିଲା । ବହୁ କଷ୍ଟରେ ଯୁବକଙ୍କ କବଳରୁ ମହିଳାଙ୍କୁ ଉଦ୍ଧାର କରିଛି ପୋଲିସ୍‌ । ମହିଳାଙ୍କୁ ସୁରକ୍ଷିତ ଉଦ୍ଧାର କରିବାସହ ଯୁବକଙ୍କୁ ନିଜ ହେପାଜତକୁ ନେଇଛି ପୋଲିସ୍‌ । ଅପରପକ୍ଷରେ ହାଇସିକ୍ୟୁରିଟି ଜୋନ୍‌କୁ ଜଣେ ଯୁବକ ଛୁରୀ ନେଇ କିଭଳି ଗଲା ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି ।

Read More

ଭୁବନେଶ୍ବର : ରାଜ୍ୟରେ ଆଉ 17 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ 4 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ କଟକ ଓ ନୟାଗଡରୁ 2 ଜଣ ଲେଖାଏଁ  ଆକ୍ରାନ୍ତଙ୍କର ମୃତ୍ୟୁହୋଇଛି । ସେହିପରି ଭଦ୍ରକ, ଅନୁଗୁଳ, ବଲାଙ୍ଗିର, ଜଗତସିଂହପୁର, କଳାହାଣ୍ଡି ଓ ଢେଙ୍କାନାଳରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ୍‌ କରୋନା ମୃତ୍ୟୁ ସଂଖ୍ୟା 859ରେ ପହଞ୍ଚିଛି । ଖୋର୍ଦ୍ଧାରୁ ଆଜି ଚାରିଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମୃତକଙ୍କ ମଧ୍ୟରେ 59 ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ 62 ବର୍ଷୀୟା ମହିଳା ରହିଥିବାବେଳେ 48 ବର୍ଷୀୟ ପୁରୁଷ ରହିଥିବାବେଳେ ଅନ୍ୟ ଜଣେ 89 ବର୍ଷୀୟ ବ୍ୟକ୍ତି ରହିଛନ୍ତି । କଟକରୁ 83 ବର୍ଷୀୟ ପୁରୁଷ ରହିଥିବାବେଳେ 67ବର୍ଷୀୟା ମହିଳା ରହିଛନ୍ତି ।  ସେହିପରି ନୟାଗଡରୁ 86 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ 71 ବର୍ଷୀୟା ମହିଳାରହିଛନ୍ତି । ଅନୁଗଳୁରୁ ଜଣେ 45 ବର୍ଷୀୟ…

Read More

ଭୁବନେଶ୍ବର : ରାଜ୍ୟରେ ଆଜି  3 ହଜାର 615କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 2118ଜଣ ଚିହ୍ନଟ ହୋଇଥିବାବେଳେ 1497ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 22ହଜାର734କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 1 ଲକ୍ଷ 85 ହଜାର 700 ଜଣ ।  ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 36ହଜାର122ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 842ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି । ଆଜି ରାଜ୍ୟର 30ଟି ଜିଲ୍ଲାରୁ ମୋଟ୍‌ 3ହଜାର 615ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 671ଜଣ ଚିହ୍ନଟ ହୋଇଥିବାବେଳେ…

Read More

ମୁମ୍ବାଇ : ଥାନାରେ ହାଜର ହୋଇଛନ୍ତି ଅନୁରାଗ କାଶ୍ୟପ । ମୁମ୍ବାଇ ଭର୍ସୋଭା ଥାନାରେ ହାଜର ହୋଇଛନ୍ତି ଅନୁରାଗ । ଅଭିନେତ୍ରୀ ପାୟଲ ଘୋଷ ଯୌନ ନିର୍ଯାତନା ନେଇ ଅଭିଯୋଗ କରିବା ପରେ ମୁମ୍ବାଇ ପୁଲିସ ଗତକାଲି ଜେରା ପାଇଁ ଅନୁରାଗଙ୍କୁ ସମନ ପଠାଇଥିଲା । ସମନ ପାଇ ଏବେ ଜେରା ପାଇଁ ମୁମ୍ବାଇର ବର୍ସୋବା ଥାନାରେ ପହଞ୍ଚିଛନ୍ତି ଅନୁରାଗ କଶ୍ୟପ। ଯୌନ ନିର୍ଯାତନା ନେଇ ଆଜି ନିଜ ପକ୍ଷ ରଖିବେ ଅନୁରାଗ । ସୂଚନାଯୋଗ୍ୟ, କିଛି ଦିନ ତଳେ ଅସଦାଚରଣ ଅଭ‌ିଯୋଗ ଆଣି ଅନୁରାଗଙ୍କ ନାମରେ ଦୁଷ୍କର୍ମ ମାମଲା ରୁଜୁ କରିଥିଲେ ଅଭିନେତ୍ରୀ। ଅନୁରାଗଙ୍କ ବିରୋଧରେ ଲିଖିତ ଅଭିଯୋଗ ପୂର୍ବରୁ ପାୟଲ ସୋସିଆଲ ମିଡିଆରେ ନିଜ ସହ ଘଟିଥିବା ଘଟଣା ବିଷୟରେ ଜଣାଇଥିଲେ।

Read More

ବିଜାପୁର : ସୀମାନ୍ତ ଛତିଶଗଡ ବିଜାପୁର ଜିଲ୍ଲାରେ ମାଓବାଦୀମାନେ ବର୍ବରକାଣ୍ଡ ଘଟାଇଛନ୍ତି । ପୋଲିସ୍‌ ଇନଫର୍ମର ସନ୍ଦେହରେ 2 ଜଣଙ୍କୁହତ୍ୟା କରିଛନ୍ତି ମାଓବାଦୀ । ଜଙ୍ଗଲା ଗାଁର  ଓ୍ବାର୍ଡମେମ୍ବର ସହ 2 ଜଣଙ୍କୁ ଗଳା କାଟି ହତ୍ୟା କରାଯାଇଥିବାର ସୂଚନା ରହିଛି । ମୃତକ ଦ୍ବୟ ହେଲେ ଜଙ୍ଗଲା ଗ୍ରାମର ଉପସରପଞ୍ଚ ଓ ଓ୍ବାର୍ଡମେମ୍ବର ।  ଧାରୁଆ ଅସ୍ତ୍ରରେ ପରିବାର ଲୋକଙ୍କ ସାମ୍ନାରେ ନିର୍ମମ ଭାବେ ହତ୍ୟା କରିଛନ୍ତି ମାଓବାଦୀ । ଏନେଇ ସୂଚନା ପ୍ରଦାନ କରିଛନ୍ତି ବିଜାପୁର ଏସ୍‌ପି କମଳଲୋଚନ କାଶ୍ୟପ ।ସୂଚନାଯୋଗ୍ୟ, ଗତ କିଛି ଦିନ ହେବ ବିଜାପୁରଠାରେ ମାଓବାଦୀଙ୍କ ବର୍ବରୋଚିତ କାଣ୍ଡ ବଢିବାରେ ଲାଗିଛି । ନିକଟରେ ଜଣେ ପୋଲିସ୍‌ କର୍ମୀଙ୍କୁ ଅପହରଣ କରି ହତ୍ୟା କରିଥିବାର ସୂଚନା ରହିଥିଲା । (ଏଜେନ୍ସି)

Read More

ମୁମ୍ବାଇ : ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଆଧୁନିକ ଟେକ୍‌ନିକ୍‌ ବ୍ୟବହାର କରାଯାଉଛି । ଏହି ଟେକ୍‌ନିକ୍‌ ଆଧାରରେ ଭଏସ୍‌ ଟେଷ୍ଟିଂର ଯାଞ୍ଚ ଆରମ୍ଭ କରାଯାଇଛି । ସେପ୍ଟେମ୍ବର 1 ତାରିଖରୁ ଆରମ୍ଭ ହୋଇଥିବା ଏହି ଯାଞ୍ଚରେ ଏପର୍ଯ୍ୟନ୍ତ ମୁମ୍ବାଇରେ ଏକ ହଜାର କରୋନା ରୋଗୀଙ୍କ ଭଏସ୍‌ ଟେଷ୍ଟିଂ ପ୍ରକ୍ରିୟା ସମ୍ପୂର୍ଣ୍ଣ କରାଯାଇଛି । ଏହି ପ୍ରକ୍ରିୟା ଆଧାରରେ ରୋଗୀଙ୍କ ସ୍ବରରୁ ସମ୍ପୃକ୍ତ ଆକ୍ରାନ୍ତଙ୍କ ଶରୀରରେ କରୋନାର ରିସ୍କ କେତେ ରହିଛି ବା ସମ୍ପୃକ୍ତ ବ୍ୟକ୍ତିଙ୍କ ଶରୀରରେ କରୋନାର ପ୍ରଭାବ କେତେଦୂର ରହିଛି ତାହା ଜଣାପଡିବ । ମୁମ୍ବାଇ ପଶ୍ଚିମୀ ଉପନଗରର ନେସ୍କୋ କୋଭିଡ୍‌ ସେଣ୍ଟରରେ ଆକ୍ରାନ୍ତଙ୍କ ସ୍ବର ନମୁନା ନିଆଯାଇଛି । ଏହି କୋଭିଡ ସେଣ୍ଟରର ଡିନ୍‌ ଡ. ନୀଲମ୍‌ ଅନ୍ଦ୍ରାଡେଙ୍କ କହିଛନ୍ତି ଯେ, ସମସ୍ତ କରୋନା ଆକ୍ରାନ୍ତଙ୍କ ସ୍ବରର ନମୁନାକୁ ଏକାଠି କରାଯାଇଛି । ଆସନ୍ତା 15 ଅକ୍ଟୋବର ସୁଦ୍ଧା ପ୍ରାୟ 2000…

Read More

ବଳରାମପୁର : ୟୁପିର ବଳରାମପୁରଠାରେ ହାଥରସ୍‌ ପରି ଆଉ ଏକ ଗଣଦୁଷ୍କର୍ମ ଘଟଣା ଘଟିଥିବାର ସାମ୍ନାକୁ ଆସିଛି । ଏଠାରେ ଜଣେ 22 ବର୍ଷୀୟା ଯୁବତୀଙ୍କୁ ଆଡମିସନ୍‌ କରିବା ପାଇଁ କଲେଜ ଯାଇଥିବା ସମୟରେ କିଛି ଯୁବତ ତାକୁ ଅପହରଣ କରିନେଇଥିଲେ । ଅପହରଣ କରିନେବା ପରେ ଗଣଦୁଷ୍କର୍ମ କରି ପୀଡ଼ିତାଙ୍କର ଅଣ୍ଟା ଏବଂ ଗୋଡ ଭାଙ୍ଗି ଦେଇଥିଲେ । ଯୁବତୀ ଜଣକ ହସ୍ପିଟାଲ ନେବାବେଳେ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ପୀଡିତାଙ୍କ ମା’ଙ୍କ କହିବାନୁଯାୟୀ ତାଙ୍କ ଝିଅ ମଙ୍ଗଳବାର ଦିନ ପ୍ରାୟ 10ଟା ବେଳେ କଲେଜରେ ଆଡମିସନ ପାଇଁ ଯାଇଥିଲେ । ସେହି ସମୟରେ କିଛି ଯୁବକ ତାଙ୍କୁ ଅପହରଣ କରିନେଇଥିଲେ । ପରେ ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ । ସନ୍ଧ୍ୟା ପର୍ଯ୍ୟନ୍ତ ଝିଅ ଘରକୁ ନ ଫେରିବାରୁ ଘର ଲୋକ ତାଙ୍କୁ ଫୋନ୍ କରିଥିଲେ ମାତ୍ର ତାଙ୍କ ଫୋନ୍ ବନ୍ଦ ଥିଲା । ପ୍ରାୟ…

Read More

ନୂଆଦିଲ୍ଲୀ: ଗତ 24 ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି 86 ହଜାର 821 ନୂଆ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ଦେଶରେ ସଂକ୍ରମିତଙ୍କ ସଂଖ୍ୟା 63ଲକ୍ଷ 12 ହଜାର 585କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ଲକ୍ଷେ ମୁହାଁ କରୋନା ମୃତ୍ୟୁ ସଂଖ୍ୟା । ଗତ 24 ଘଣ୍ଟାରେ ଦେଶରେ 1181ଜଣଙ୍କ ଜୀବନ ନେଇଥିବାବେଳେ ମୋଟ୍‌ ମୃତ୍ୟୁ ସଂଖ୍ୟା 98 ହଜାର 678କୁ ବୃଦ୍ଧି ହୋଇଛି । ସେହିପରି ଦେଶରେ ସୁସ୍ଥଙ୍କ ସଂଖ୍ୟା 52 ଲକ୍ଷ 73 ହଜାର 202କୁ ବୃଦ୍ଧି ହୋଇଥିବାବେଳେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 9 ଲକ୍ଷ 40 ହଜାର 705 ଜଣ । ମହାରାଷ୍ଟ୍ରରୁ ସର୍ବାଧିକ 18 ହଜାର 317 ଆକ୍ରାନ୍ତଚିହ୍ନଟ ହୋଇଥିବାବେଳେ କର୍ଣ୍ଣାଟକରୁ 8 ହଜାର 856 ଜଣ, ଆନ୍ଧ୍ରପ୍ରଦେଶରୁ 6 ହଜାର 133ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । (ଏଜେନ୍ସି)

Read More

ଭୁବନେଶ୍ବର, ଗତକାଲିଠାରୁ ଓଡିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗିରହିଛି। ମୁଖ୍ୟତଃ ପଶ୍ଚିମ ବଙ୍ଗୋବ ସାଗରରେ ଘୂର୍ଣ୍ଣିବଳୟ ଯୋଗୁଁ ଏହିପରି ବର୍ଷା ଅନୁଭୂତ ହୋଇଛି। ତେବେ ଭୁବନେଶ୍ବର ପାଣିପାଗ ବିଭାଗର ସୂଚନା ଅନୁସାରେ ଏହିପରି ବର୍ଷା ଆହୁରି ତିନିଦିନ ପର୍ଯ୍ୟନ୍ତ ଲାଗିରହିବ। ତେବେ ଚାରୋଟି ଜିଲ୍ଲାର ଗୋଟିଏ ଗୋଟିଏ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି କୁହାଯାଇଛି। ସେହି ଜିଲ୍ଲା ହେଲା ଗଂଜାମ, କନ୍ଧମାଳ, ଗଜପତି ଏବଂ ପୁରୀ ଜିଲ୍ଲା। ତେବେ ପାଣିପାଗ ବିଭାଗ ଅନୁସାରେ ବଙ୍ଗୋବସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଧିରେଧିରେ ଲଘୁଚାପ ଭାବେ ପରିବର୍ତ୍ତନ ହେବାରେ ଲାଗିଛି। ଯଦି ଏହି ସଂପୂର୍ଣ୍ଣ ଭାବେ ଲଘୁଚାପ ଭାବେ ପରିବର୍ତ୍ତନ ହୁଏ ତେବେ ଏହି ବର୍ଷାର ପରିମାଣ ବୃଦ୍ଧି ପାଇବ।

Read More

ନୂଆଦିଲ୍ଲୀ, କଣ୍ଟେନମେଣ୍ଟ ଜୋନ୍ ବାହାରେ ଅଧିକ କାର୍ଯ୍ୟକଳାପକୁ ଅନୁମତି ଦେବା ଲାଗି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ନୂଆ ଗାଇଡଲାଇନ ଜାରି କରାଯାଇଛି। ଏହି ଗାଇଡଲାଇନ ଅକ୍ଟୋବର ୧, ୨୦୨୦ ଠାରୁ ଲାଗୁ ହେବ। ଏହା ଦେଶରେ ବିଭିନ୍ନ କାର୍ଯ୍ୟକଳାପକୁ ପୁନଃଖୋଲିବା ପ୍ରକ୍ରିୟାକୁ ଆହୁରି ସମ୍ପ୍ରସାରିତ କରିବ । ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକ ନିକଟରୁ ମିଳିଥିବା ମତାମତ ଏବଂ ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକ ସହିତ ବ୍ୟାପକ ବିଚାର ଆଲୋଚନା କରିବା ପରେ ଏହି ନୂଆ ଦିଶାନିର୍ଦ୍ଦେଶ ଆଜି ଜାରି କରାଯାଇଛି। ନୂଆ ଗାଇଡଲାଇନର ପ୍ରମୁଖ ବୈଶିଷ୍ଟ୍ୟ କଣ୍ଟେନମେଣ୍ଟ ଜୋନ ବାହାରେ ଅକ୍ଟୋବର ୧୫, ୨୦୨୦ ପରଠାରୁ ବିଭିନ୍ନ କାର୍ଯ୍ୟକଳାପକୁ ଅନୁମତି 1-ସିନେମା ହଲ/ଥିଏଟର/ମଲ୍ଟିପ୍ଲେକ୍ସଗୁଡ଼ିକୁ ୫୦% ଦର୍ଶକ ବସିବା କ୍ଷମତା ସହିତ ଖୋଲିବା ଲାଗି ଅନୁମତି ଦିଆଯାଇଛି। ଏଥିପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ସାଧାରଣ ପରିଚାଳନା ମାନକ (ଏସଓପି) ଜାରି କରାଯିବ। 2-ବ୍ୟବସାୟିକ (ବିଟୁବି)…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ସରକାର କୃଷି ଓ କୃଷକ ମାନଙ୍କ ଉନ୍ନତି ନିମନ୍ତେ ଅନେକ ଯୋଜନା ପ୍ରଣୟନ କରିବା ସହିତ କୃଷି କ୍ଷେତ୍ରରେ ଆଧୁନିକ ପ୍ରଣାଳୀ ଅବଲମ୍ବନ କରିବା ପାଇଁ ରିହାତି ମୂଲ୍ୟରେ ଅତ୍ୟାଧୁନିକ କୃଷି ଯନ୍ତ୍ରପାତି ଯୋଗାଣ ବ୍ୟବସ୍ଥା କରିଛନ୍ତି। ଏହାର ସୁଯୋଗ ନେଇ କଳାହାଣ୍ଡିର ନୀରିହ ଚାଷୀମାନଙ୍କ ସରଳତାର ସୁଯୋଗ ନେଇ କେତେକ ଅସାଧୁ ଡିଲର ଚାଷୀଙ୍କୁ କୌଣସି କୃଷି ଯନ୍ତ୍ରପାତି ଯୋଗାଇ ନଦେଇ ଚାଷୀଙ୍କ ନାମରେ ସବସିଡି ଟଙ୍କା ହଡପ କରିନେଇଥିବା ଅଭିଯୋଗ ହୋଇଛି। ଅନେକ ଚାଷୀ ନିଜ ନାମରେ କୌଣସି କୃଷି ଯନ୍ତ୍ରପାତି ଆଣିନଥିବାର ପ୍ରକାଶ କରିଛନ୍ତି। ଇନ୍ଦ୍ରାବତୀ ଜଳ ସେଚନ ଯୋଜନାରୁ ବ୍ୟାପକ ଭାବେ ଜଳସେଚନ ବ୍ୟବସ୍ଥା ହେବାପରେ ଦୁଇଫସଲି ଧାନ ଚାଷ ବୃଦ୍ଧିପାଇବାରେ ଲାଗିଛି। ଏହାର ସୁଯୋଗ ନେଇ ଜିଲ୍ଲା ସାରା ଅଣଓଡିଆ ଚାଷୀ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟପକ୍ଷରେ ଧାନ ଅମଳ କରିବା ପାଇଁ ନିର୍ଦ୍ଧାରିତ ସମୟରେ…

Read More

ଖୋର୍ଦ୍ଧା: ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ହେଡ କ୍ଲର୍କ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ହେଡ କ୍ଲର୍କ ତପନ କୁମାର ନାୟକ ୨୦,୦୦୦ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି। ସୂଚନାରୁ ଜଣାପଡିଛି ଖୋର୍ଦ୍ଧା ବସନ୍ତ ଗ୍ରାମର ରାଜ ନାୟକ ଅନୁସୂଚିତ ଜାତିର। ସେ ସାଧାରଣ ବର୍ଗର ଲୋକକୁ ଏକ ଜମି ବିକ୍ରୀ କରିବାକୁ ସ୍ବୀକୃତି ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦରଖାସ୍ତ କରିଥିଲେ। ସ୍ବୀକୃତି କରାଇଦେବାପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ହେଡ କ୍ଲର୍କ ତପନ କୁମାର ନାୟକ ରାଜ ନାୟକଙ୍କୁ ୨୦,୦୦୦ ଟଙ୍କା ମାଗିଥିଲେ। ଯୋଜନା ମୂତାବକ ରାଜ ନାୟକଙ୍କ ଠାରୁ ହେଡ କ୍ଲର୍କ ଟଙ୍କା ନେଉଥିବା ବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ତପନ କୁମାର ନାୟକଙ୍କ ଠାରୁ କେମିକାଲ ବୋଳା ଟଙ୍କା ଜବତ କରି ଗିରଫ କରିଥିବା ଜଣାପଡିଛି।

Read More