Author: Samikhsya Bureau

ସୁନ୍ଦରଗଡ, ବର୍ତ୍ତମାନ ଜନ୍ମଦିନ ପାର୍ଟିରେ ମିଳିବ ମାଣ୍ଡିଆ କେକ୍। ବିଶ୍ବାସ ହେଉ ନାହିଁ କି ! ଏହା ସତକଥା। ଏବେ ମାଣ୍ଡିଆର ଭେଳିକି ଭେଳି ଖାଦ୍ୟ ପଦାର୍ଥ ବଜାରରେ ଉପଲବ୍ଧ ହେବ। ବର୍ତ୍ତମାନ ମାଣ୍ଡିଆ ଆଉ ଖିରି ବା ଜାଉ ଭିତରେ ସୀମିତ ହୋଇ ରହି ନାହିଁ। ଏହି ମାଣ୍ଡିଆରୁ ବିଭିନ୍ନ ପ୍ରକାରର ଖାଦ୍ୟ ପଦାର୍ଥ ପ୍ରସ୍ତୁତ କରି ଦେଖାଇଛନ୍ତି ସୁନ୍ଦରଗଡ ସ୍ବୟଂ ସହାୟକ ଗୋଷ୍ଠୀ। ଜିଲ୍ଲା ପ୍ରଶାସନର ସହାୟତାରେ ଏହି ଗୋଷ୍ଠି ମାଣ୍ଡିଆର ପକୋଡା, ମାଣ୍ଡିଆର ବରା, ଲଡୁ, ଉପମା, ହାଲୁଆ ଏବଂ ଖେଚୁଡି ମଧ୍ୟ ପ୍ରସ୍ତୁତ କରୁଛନ୍ତି। ମିଲଟ ମିଶନ ମାଧ୍ୟମରେ ସୁନ୍ଦରଗଡର ଏହି ଏସଏଚଜି ଗୋଷ୍ଟୀ ଏହି ଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ସେମାନେ ବର୍ତ୍ତମାନ ମାଣ୍ଡିଆର ଏହି ଭିନ୍ନ ଖାଦ୍ୟ ପ୍ରସ୍ତୁତ କରି ବିଭିନ୍ନ ହୋଟେଲ ଏବଂ ରେଷ୍ଟୁରାଣ୍ଟକୁ ଯୋଗାଇବାରେ ଲାଗିଛନ୍ତି। ତେବେ ମାଣ୍ଡିଆରୁ ବିଭିନ୍ନ ପ୍ରକାର ଖାଦ୍ୟ ପଦାର୍ଥ ପ୍ରସ୍ତୁତ ନେଇ ଜିଲ୍ଲା ପ୍ରଶାସନ…

Read More

ମୁମ୍ବାଇ : ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ଶିବସେନା ନେତା ସଞ୍ଜୟ ରାଓ୍ବତ କଡ୍ଡା ଟିପ୍ପଣୀ ରଖିଛନ୍ତି । ସଞ୍ଜୟ କହିଛନ୍ତି ଯେ, ଯଦି ବିହାରରେ ପର୍ଯ୍ୟାପ୍ତ ପରିମାଣରେ ପ୍ରସଙ୍ଗ ନାହିଁ, ତେବେ ମୁମ୍ବାଇରୁ କିଛି ପ୍ରସଙ୍ଗ ପାର୍ସଲ କରାଯାଇପାରିବ । ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟକୁ ନେଇ ବିହାରରେ ରାଜନୀତି କରାଯାଉଥିବା ନେଇ ସଞ୍ଜୟ ଟାର୍ଗେଟ କରିଛନ୍ତି । ସୁଶାନ୍ତ ବିହାରର ବାସିନ୍ଦା ଥିଲେ । ବିହାରରେ ନିର୍ବାଚନ ବିକାଶ, ଆଇନ କାନୁନ ବ୍ୟବସ୍ଥା ତଥା ସୁଶାସନ ଉପରେ ଲଢାଯିବା ଉଚିତ୍‌ । କିନ୍ତୁ ଯଦି ସେଠାରେ ସବୁ ପ୍ରସଙ୍ଗ ସରିଯିବ, ତେବେ ମୁମ୍ବାଇରୁ କିଛି ପ୍ରସଙ୍ଗ ପାର୍ସଲ କରାଯିବ । ଜୁନ୍‌ 14ରେ ମୁମ୍ବାଇ ବାସଭବନରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲେ ସୁଶାନ୍ତ ସିଂ ରାଜପୁତ୍‌ । ସୁଶାନ୍ତଙ୍କ ମୃତ୍ୟକୁ ନେଇ ବିହାର ଓ ମହାରାଷ୍ଟ୍ର ପୋଲିସ୍‌ ବିଭାଗ ମଧ୍ୟରେ ସଂଘର୍ଷ…

Read More

ଆସାମ : ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନାଓ୍ବାଲ୍‌ 12 ହଜାର ଘୁଷୁରୀଙ୍କୁ ମାରିବାକୁ ଆଦେଶ ଦେଇଛନ୍ତି । ତେବେ ଏହି ଆଦେଶ ଦେବା ପଛରେ ରହିଛି ଆଫ୍ରିକି ସ୍ବାଇନ୍ (ଫ୍ଲୁ)‌ ଜ୍ବର । ଆଫ୍ରିକୀ ସ୍ବାଇନ୍‌ ଜ୍ବର ଦ୍ବାରା ପ୍ରଭାବିତ ହୋଇଥିବା ଅଞ୍ଚଳରେ ପ୍ରାୟ 12ହଜାରର ଘୁଷୁରୀଙ୍କୁ ଅକ୍ଟୋବର ଶେଷ ସୁଦ୍ଧା ମାରିବାକୁ ଆଦେଶ ଦେଇଛନ୍ତି । କୋଭିଡ୍‌-19 ଲକ୍‌ଡାଉନ୍‌ ପୂର୍ବରୁ ଆସାମରେ ଘୁଷୁରୀ ପାଳନ  କ୍ଷେତ୍ରଗୁଡିକ ପ୍ରଭାବିତ ରହିଥିଲା । ରାଜ୍ୟରେ ଆଫ୍ରିକୀ ସ୍ବାଇନ୍‌ ଜ୍ବର ଯୋଗୁଁ 18,000 ଘୁଷରୀଙ୍କର ମୃତ୍ୟୁ ହୋଇଛି । ପୂର୍ବରୁ ଏପରି ମାମଲା ମେ’ ମାସରେ ଦେଖାଦେଇଥିଲା । ତେବେ ଏହି ବେମାରୀ ଯୋଗୁଁ ପ୍ରାୟ 1 ଲକ୍ଷ ଘୁଷରୀଙ୍କ ମୃତ୍ୟୁ ହୋଇଥିବାର କହିଛନ୍ତି ଘୁଷରୀ ଫାର୍ମର ମାଲିକ । ଏନେଇ ସରକାରଙ୍କ ତରଫରୁ କୌଣସି ସାହାଯ୍ୟ ମିଳୁନଥିବାର ଅଭିଯୋଗ କରିଛନ୍ତି ଘୁଷୁରୀ ଫାର୍ମର ମାଲିକ । ଓ୍ବାଲର୍ଡ ଅର୍ଗାନାଇଜେସନ୍‌ ଫର୍‌ ଏନିମେଲ ହେଲ୍ଥ…

Read More

ମୁମ୍ବାଇ: ଦୀପିକାଙ୍କ ପରେ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବିରେ ହାଜର ହେଲେ ଅଭିନେତ୍ରୀ ଶ୍ରଦ୍ଧା କପୁର । ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଡ୍ରଗ୍ସ ଲିଙ୍କରେ ତାଙ୍କୁ ହାଜର ହେବାକୁ ସମନ୍ ହୋଇଥିଲା। ଏହି ମାମଲାରେ ତାଙ୍କୁ ପଚରାଉଚରା କରୁଛି ଏନସିବି ଟିମ୍ ।ହାଜର ହେବାକୁ ଗତ 23 ତାରିଖରେ ଶ୍ରଦ୍ଧା କପୁରଙ୍କୁ ସମନ୍ ହୋଇଥିଲା । ଏହାପରେ ଆଜି ସେ କଡ଼ା ସୁରକ୍ଷା ଭିତରେ ଏନସିବି ଜୋନାଲ୍ ଅଫିସରେ ପହଞ୍ଚିଛନ୍ତି । ଡ୍ରଗ୍ସ ଲିଙ୍କରେ ଆଉ କିଛି ସମୟ ଭିତରେ ଏନସିବିରେ ହାଜର ହୋଇପାରନ୍ତି ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ । ତାଙ୍କୁ ବି ସମନ୍ ହୋଇଥିଲା । ସୂଚନାଯୋଗ୍ୟ, ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ ଆସିବା ପରେ ବଲିଉଡ୍‌ର କେତେଜଣ ନାମୀଦାମୀ ବ୍ୟକ୍ତି ବିଶେଷ ଏବେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ(ଏନ୍‌ସିବିବି) ରାଡାରରେ ରହିଛନ୍ତି ।

Read More

ୟୁକ୍ରେନ୍‌ : ୟୁକ୍ରେନ୍‌ରେ ଶୁକ୍ରବାର ଦିନ ଏକ ବିମାନଦୁର୍ଘଟଣା ଘଟିଛି । ୟୁକ୍ରେନ ସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ ଏହି ଘଟଣାରେ 22 ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ଦୁଇଜଣ ଗୁରୁତର ଆହତ ହୋଇଥିବାବେଳେ ଅନ୍ୟ 4 ଜଣ ନିଖୋଜ ରହିଥିବାର ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସେନାର ଏହି ବିମାନରେ ଚାଳକଙ୍କ ସହିତ ମୋଟ୍‌ 28ଜଣ ରହିଥିଲେ । ବିମାନ ଲାଣ୍ଡିଂ କରିବା ସମୟରେ କ୍ରାସ୍‌ ହୋଇଥିଲା । ଲ୍ୟାଣ୍ଡିଂ ସମୟରେ ବିମାନରେ ନିଆଁ ଲାଗିଯାଇଥିଲା । ତେବେ ଘଟଣାସ୍ଥଳରେ ଥିବା କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ବିମାନରେ ଥିବା ସମସ୍ତଙ୍କ ଲୋକଙ୍କୁ ଉଦ୍ଧାର କରାଯାଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ 22ଜଣ ଲୋକଙ୍କ ମୃତ ଘୋଷଣା କରିଥିଲେ ଡାକ୍ତର। ଏହି ଦୁର୍ଘଟଣାରେ ନିଖୋଜ ରହିଥିବା ବ୍ୟକ୍ତିଙ୍କ ସନ୍ଧାନ କାର୍ଯ୍ୟ ଜାରି ରହିଛି ।…

Read More

ଉଜ୍ଜୈନ୍‌ : ଶନିବାର ସକାଳେ ଉଜ୍ଜୈନ୍‌ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ନରବର ଅଞ୍ଚଳ ନିକଟରେ ସକାଳୁ ଏକ ଟ୍ରକ୍‌ ଓ ଗାଡି ମଧ୍ୟରେ ଜବରଦସ୍ତ ଧକ୍କା ହେବା ଫଳରେ 5ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି । ଏହି ଗାଡିରେ 12 ଜଣ ଶ୍ରମିକ ରହିଥିବାବେଳେ ପାଞ୍ଚଜଣଙ୍କର ମୃତ୍ୟୁ ହୋଇଛି । ଏହି ସମସ୍ତ ଶ୍ରମିକ କଟନୀରୁ ନୀମଚ ଯାଉଥିବାସମୟରେ ତାଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଘଟଣାସ୍ଥଳରେ ଚାରିଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ସେହିପରି ଏହି ଦୁର୍ଘଟଣାରେ ଅନ୍ୟ 7ଜଣ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଶନିବାର ସକାଳ 4ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାର ଖବର ପାଇଁ ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚିଥିଲା । ତେବେ ଟ୍ରକ୍‌ ଡ୍ରାଇଭର୍‌ ଫେରାର ରହିଥିବାବେଳେ ପୋଲିସ୍‌ ଘଟଣାର ଯାଞ୍ଚ କରୁଛି।

Read More

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୮୮ ବର୍ଷ ବୟସରେ ପାଦ ଦେଇଛନ୍ତି। ୟୁପିଏ ଶାସନ କାଳରେ ଦେଶର ଦୁଇ ଦୁଇ ଥର ପ୍ରଧାନମନ୍ତ୍ରୀ ହୋଇଛନ୍ତି ଡ. ମନେମାହନ ସିଂ। ନିଜର ନୀରବତା ଗୁଣ ପାଇଁ ସଦାସର୍ବଦା ବିରୋଧୀଙ୍କ ଟାର୍ଗେଟ୍‌ରେ ରହୁଥିବା ମନମୋହନ ସିଂଙ୍କ ସରଳତା ବିରୋଧୀଙ୍କୁ ବିଚଳିତ କରିଥାଏ। ନିରବ ପ୍ରଧାନମନ୍ତ୍ରୀ ଭାବେ ଯେତେ ସମାଲୋଚିତ ହେଲେ ମଧ୍ୟ ଜଣେ ପ୍ରମୁଖ ତଥା ଅର୍ଥଶାସ୍ତ୍ର ଭାବରେ ମନମୋହନ ସିଂ ବେଶ୍‌ ଚର୍ଚ୍ଚିତ। ରାଜନୀତିର ଜଟିଳ ତଥା କୂଟନୀତିଠାରୁ ଏକ ଅଲଗା ଛବି ରଖିଥିବା ବ୍ୟକ୍ତିତ୍ବ ହେଉଛନ୍ତି ମନମୋହନ ସିଂହ। କଂଗ୍ରେସର ଲୋକପ୍ରିୟ ତଥା ସମ୍ମାନିତ ବ୍ୟକ୍ତି ହେଉଛନ୍ତି ମନମୋହନ ସିଂହ। ଭାରତର ଚଉଦତମ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ହେଉଛନ୍ତି ମନମୋହନ ସିଂ। ଜଣେ ସାଧାରଣ ଓ ସରଳ ବ୍ୟକ୍ତିତ୍ବ ରୂପେ ସର୍ବସାଧାରଣରେ ଉଭା ହୋଇଥିବା ମନମୋହନ ସିଂ ଜଣେ ପ୍ରଫେସର, ଅର୍ଥଶାସ୍ତ୍ରୀ ଓ ରାଜନେତା ରୂପେ ବେଶ୍‌ ପରିଚିତ। ନମ୍ରତା, କର୍ମଠତା…

Read More

ଭୁବନେଶ୍ବର : ରାଜ୍ୟରେ ଆଉ 16 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଭୁବନେଶ୍ବରରୁ ସର୍ବାଧିକ 4 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ କୋରାପୁଟ ଓ ପୁରୀରୁ 3 ଜଣ ଲେଖାଏଁଙ୍କର ମୃତ୍ୟୁ ହୋଇଛି । ସେହିପରି ବାଲେଶ୍ବର, ବଲାଙ୍ଗିର, କଟକ, ଜଗତସିଂହପୁର, ଯାଜପୁର, ମୟୂରଭଞ୍ଜରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 783କୁ ବୃଦ୍ଧି ଭୁବନେଶ୍ବରରୁ ଆଜି ସର୍ବାଧିକ ଚାରି ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ମୃତକଙ୍କ ମଧ୍ୟରେ ତିନିଜଣ ପୁରୁଷ ଓ ଜଣେ ମହିଳା ରହିଛନ୍ତି । 59 ବର୍ଷୀୟା ମହିଳା ଆକ୍ରାନ୍ତଙ୍କର ମୃ୍ତ୍ୟୁ ହୋଇଥିବାବେଳେ ଅନ୍ୟ ତିନି ପୁରଷ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 51, 37, 50 ବର୍ଷ । ସେହିପରି ପୁରୀର ତିନି ମୃତକଙ୍କ ମଧ୍ୟରେ ଜଣେ 80 ବର୍ଷୀୟା ମହିଳା ଥିବାବେଳେ ଅନ୍ୟ ଜଣେ 62 ବର୍ଷୀୟା ମହିଳା ଓ ଅନ୍ୟ ଜଣେ 42 ବର୍ଷୀୟ ପୁରୁଷ ବୋଲି…

Read More

ଭୁବନେଶ୍ବର : ରାଜ୍ୟରେ ଆଜି  4 ହଜାର 356କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 2529ଜଣ ଚିହ୍ନଟ ହୋଇଥିବାବେଳେ 1827ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 5ହଜାର452କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 1 ଲକ୍ଷ 65 ହଜାର 432 ଜଣ ।  ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 39ହଜାର184ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 767ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି । ଆଜି ରାଜ୍ୟର 30ଟି ଜିଲ୍ଲାରୁ ମୋଟ୍‌ 4ହଜାର 356ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 902ଜଣ ଚିହ୍ନଟ ହୋଇଥିବାବେଳେ…

Read More

ସମ୍ବଲପୁର: ସମ୍ବଲପୁର ସ୍ଥିତ ବୁର୍ଲା ଭିସୁଟକୁ ଚାରି ଦିନ ପାଇଁ ବନ୍ଦ ଘୋଷଣା କରାଯାଇଛି । ତେବେ ଆଜି ଠାରୁ ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ବନ୍ଦ ରହିବ ଭିସୁଟ୍। କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଫଳରେ ବନ୍ଦ ଘୋଷଣା କରିଛନ୍ତି କୁଳପତି । ଏହି ବନ୍ଦ ସମୟରେ ଭିସୁଟ୍ କ୍ୟାମ୍ପସକୁ ସମ୍ପୂର୍ଣ୍ଣ ସାନିଟାଇଜ କରାଯିବ ବୋଲି କୁଳପତି କହିଛନ୍ତି । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେଣୁ କରୋନା ମୁକାବିଲା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି ।

Read More

ମୁମ୍ବାଇ : ଏନ୍‌ସିବିରେ ହାଜର ହେଲେ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ । ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌ ମାମଲାରେ ଦୀପିକାଙ୍କୁ ଏନ୍‌ସିବି ଟିମ୍‌ ଦୀପିକାଙ୍କୁ ଜେରା କରୁଛି ।  ସାରା, ଶ୍ରଦ୍ଧାଙ୍କୁ ବି ଆଜି ହାଜର ପାଇଁ ସମନ କରିଛି ଏନ୍‌ସିବି । ଦୀପିକାଙ୍କ ସହ ଅଭିନେତ୍ରୀ ଶ୍ରଦ୍ଧା କପୁର ଓ ସାରା ଅଲ୍ଲୀ ଖାନ୍‌ ବି ହାଜର ହେବେ । ଏନ୍‌ସିବି ଜୋନାଲ ଅଫିସ୍‌ରେ ହାଜର ହେବା ପାଇଁ କୁହାଯାଇଛି । ସେହିପରି ଆଜି ଦୀପିକା ପାଦୁକୋନଙ୍କ ମ୍ୟାନେଜର କରିସ୍ମା ପ୍ରକାଶ ମଧ୍ୟ ଏନ୍‌ସିବିରେ ହାଜର ହେବେ । ଦୀପିକା ଓ କରିସ୍ମାକୁ ମୁହାଁମୁହିଁ ପଚରାଉଚରା କରିବ ଏନ୍‌ସିବି। ଗତକାଲି ଅଭିନେତ୍ରୀ ରାକୁଲ୍‌ ପ୍ରୀତ ସିଂହଙ୍କୁ ଚାରି ଘଣ୍ଟା ଜେରା କରାଯାଇଥିଲା । ସୂଚନାଯୋଗ୍ୟ, ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ ଆସିବା ପରେ ବଲିଉଡ୍‌ର କେତେଜଣ ନାମୀଦାମୀ ବ୍ୟକ୍ତି ବିଶେଷ ଏବେ ନାର୍କୋଟିକ୍ସ କଣ୍ଟ୍ରୋଲ୍…

Read More

ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢୁଥିବା ବେଳେ ସ୍ଵାବ ନମୁନା ପରୀକ୍ଷା ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି। ଆଜି ରାଜ୍ୟରେ ଦିନକରେ ୫୩ ହଜାର ୫୩୪ କରୋନା ପରୀକ୍ଷା କରାଯାଇଛି। ଆରଟିପିସିଆର ପରୀକ୍ଷା ୮ ହଜାର ୯୧୭ ଟି ହୋଇଥିବା ବେଳେ ଆଣ୍ଟିଜେନ ପରୀକ୍ଷା ୪୩ ହଜାର ୫୨୩ ଟି ଏବଂ ଟ୍ରୁନଟ ପରୀକ୍ଷା ୯୪ ଟି ହୋଇଛି।

Read More

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୮୫ ହଜାର ୩୬୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦୮୯ କରୋନା ଆକ୍ରାନ୍ତଙ୍କ ମୃତ ହୋଇଛି। ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା ୫୯ ଲକ୍ଷ ୩ ହଜାର ୯୩୩କୁ ବୃଦ୍ଧି ହୋଇଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା 93 ହଜାର ୩୭୯ରେ ପହଞ୍ଚିଛି। ତେବେ ଦେଶରେ ମୋଟ ସକ୍ରିୟ ମାମଲା ୯ ଲକ୍ଷ ୬୦ ହଜାର ୯୬୯ ଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୪୮ ଲକ୍ଷ ୪୯ ହଜାର ୫୮୪ ଜଣ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

Read More

ଭୁବନେଶ୍ୱର: ଆଜି ବିଧାନସଭା ପରିସରରେ ମନ୍ତ୍ରୀ, ବିଧାୟକ, ବିଧାନସଭା କର୍ମଚାରୀ, ସମସ୍ତ ସୁରକ୍ଷା କର୍ମଚାରୀଙ୍କର କରୋନା ପରୀକ୍ଷା ହେବ। ଏହି ପରୀକ୍ଷା ତିନିଦିନ ଧରି ଚାଲିବ। ଅଧିବେସନ ଆରମ୍ଭ ପୂର୍ବରୁ ଏହିପରି ପ୍ରାୟ ୯୫୦ଜଣଙ୍କର କରୋନା ପରୀକ୍ଷା ହେବ ବୋଲି ଜଣାପଡିଛି । ଆଜି ୪୦୦, ରବିବାର ୩୦୦ ଏବଂ ସୋମବାର ପ୍ରାୟ ୨୫୦ ଜଣଙ୍କର ପରୀକ୍ଷା ହେବ ବୋଲି ତାଲିକା ପ୍ରସ୍ତୁତ କରାଯାଇଛି। ଏଥିପାଇଁ ୭ଟି ଟିମ୍ ଗଠନ ହୋଇଛି ବୋଲି ବିଧାନସଭା କାର୍ଯ୍ୟାଳୟ ତରଫରୁ କୁହାଯାଇଛି। ସମସ୍ତ ନମୁନା ରାପିଡ୍ ଆଣ୍ଟିଜେନ୍ ପରୀକ୍ଷା ପାଇଁ ସଂଗ୍ରହ ହେବ। ସୋମବାର ଅପରାହ୍ନରେ ବିଧାନସଭା ପରିସରକୁ ବିଶୋଧନ କରାଯିବା ପରେ ତାପରଦିନ ବିଧାନସଭା ଅଧିବେସନ ଆରମ୍ଭ କରାଯିବ। ଏହି ଅଧିବେସନ ସେପ୍ଟମ୍ବର ୨୯ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ଚାଲିବ।

Read More

ନୂଆଦିଲ୍ଲୀ, ୨୫ ମେ ୨୦୨୦ରୁ ଦେଶରେ ଘରୋଇ ବିମାନ ଚଳାଚଳ ଆରମ୍ଭ ହେବା ପରେ ସମୁଦାୟ ୧,୦୮,୨୧୦ ବିମାନ ଚଳାଚଳ କରିଛି । ଏଥିରେ ଏକ କୋଟିରୁ ଅଧିକ ଲୋକ  ଯାତ୍ରା କରିଛନ୍ତି ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଘରୋଇ ବିମାନ ସେବା ବର୍ତ୍ତମାନ କ୍ରମଶଃ କୋଭିଡ-୧୯ ପୂର୍ବ ସ୍ଥିତିକୁ ଫେରୁଛି । ଏକ ଆତ୍ମନିର୍ଭରଶୀଳ ଭାରତ ଗଠନ ଦିଗରେ ଏହି ପ୍ରମୁଖ ସଫଳତା ହାସଲ କରିଥିବାରୁ ସେ ସମସ୍ତ ଅଂଶୀଦାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମନ୍ତ୍ର କହିଛନ୍ତି ଯେ, ସେପ୍ଟେମ୍ବର ୨୪, ୨୦୨୦ରେ ଗୋଟିଏ ଦିନରେ ଘରୋଇ ବିମାନରେ ମୋଟ ଯାତ୍ରୀଙ୍କ ସଂଖ୍ୟା ୧,୧୯,୭୦୨ ଏବଂ ଫେରସ୍ତ ଯାତ୍ରୀଙ୍କ ସଂଖ୍ୟା ୧,୨୧,୧୨୬ ଥିଲା। ସେ ଆହୁରି କହିଥିଲେ ଯେ, ଏହି ସମୟ ମଧ୍ୟରେ ସମୁଦାୟ ପ୍ରସ୍ଥାନ ବିମାନ ସଂଖ୍ୟା ୧୩୯୩ ଥିବାବେଳେ ଆଗମନ ବିମାନ ସଂଖ୍ୟା…

Read More

ନୂଆଦିଲ୍ଲୀ, କରୋନା ମହାମାରୀ ସତ୍ତ୍ୱେ ଚଳିତ ବର୍ଷ ଦେଶରେ ଖରିଫ ଚାଷ ଆଦୌ ପ୍ରଭାବିତ ହୋଇନାହିଁ । କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରମାନଙ୍କ ସକ୍ରିୟତା ଫଳରେ ବିଭିନ୍ନ ପ୍ରକାର କାର‌୍ୟ୍ୟକ୍ରମ ଓ ଅଭିଯାନକୁ ସଫଳତାର ସହ କାର୍ଯ୍ୟକାରୀ କରାଯାଇପାରିଛି । କୃଷି ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସବିଶେଷ ତଥ୍ୟ ଅନୁସାରେ, ଚଳିତବର୍ଷ ଖରିଫ ଋତୁରେ ୧୧୧୬.୮୮ ଲକ୍ଷ ହେକ୍ଟର ଜମିରେ ଖରିଫ ଫସଲ କରାଯାଇଛି । ଗତବର୍ଷ ଏହି ସମୟରେ ସ୍ୱାଭାବିକ ପରିସ୍ଥିତିରେ ୧୦୬୬.୦୬ ଲକ୍ଷ ହେକ୍ଟର ଜମିରେ ଖରିଫ ଚାଷ ହୋଇଥିଲା । ଆସନ୍ତା ଅକ୍ଟୋବର ୧ ତାରିଖଠାରୁ ଖରିଫ ଚାଷର ବୁଣାବୁଣି କାର୍ଯ୍ୟ ଆନୁଷ୍ଠାନିକଭାବେ ଶେଷ ହେବ ।

Read More

ନୂଆଦିଲ୍ଲୀ, ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୫ ଲକ୍ଷ ନମୁନା ପରୀକ୍ଷଣ ସହିତ ଭାରତ ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ ପରୀକ୍ଷା ପଞ୍ଜୀକୃତ କରିଥିବା ବେଳେ ରେକର୍ଡ ସଂଖ୍ୟକ ଆରୋଗ୍ୟ ରୋଗୀଙ୍କ ଧାରା ମଧ୍ୟ ଅବ୍ୟାହତ ରହିଛି । ବର୍ତ୍ତମାନ ସୁଦ୍ଧା ୪୭.୫ ଲକ୍ଷରୁ ଅଧିକ ଅର୍ଥାତ ୪୭,୫୬,୧୬୪ ରୋଗୀ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୮୧,୧୭୭ ରୋଗୀ ସୁସ୍ଥ ହୋଇଛନ୍ତି । ସକ୍ରିୟ ମାମଲା ୯,୭୦,୧୧୬ ଥିବାବେଳେ ଆରୋଗ୍ୟ ସଂଖ୍ୟା ୩୭,୮୬,୦୪୮ ଅଛି ।  ଜାତୀୟ ଆରୋଗ୍ୟ ହାରରେ ମଧ୍ୟ ବୃଦ୍ଧି ଜାରି ରହିଛି। ଆଜି ଏହି ହାର ୮୧.୭୪ ପ୍ରତିଶତରେ ପହଞ୍ଚିଛି । ନୂତନ ସୁସ୍ଥତା ହାରର ୭୩ ପ୍ରତିଶତ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ମିଳିଥିବା ଜଣାପଡିଛି । ଏହି ରାଜ୍ୟଗୁଡିକ ହେଲା – ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ, ଉତ୍ତରପ୍ରଦେଶ, ଓଡିଶା, ଦିଲ୍ଲୀ, କେରଳ, ପଶ୍ଚିମବଙ୍ଗ ଏବଂ ଆସାମ।…

Read More

ନୂଆଦିଲ୍ଲୀ, ଆଜି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ପ୍ରଥମ ଓଡିଆ ସିଏଜି ଗିରିଶ ଚନ୍ଦ୍ର ମୂର୍ମୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ନୂଆଦିଲ୍ଲୀସ୍ଥିତ ସିଏଜି କାର୍ଯ୍ୟାଳରେ ଅପରାଜିତା ତାଙ୍କ ଭେଟି ବିଭିନ୍ନ ପ୍ରସଂଗରେ ମଧ୍ୟ ଆଲୋଚନା କରିଛନ୍ତି। ଜଣେ ଓଡିଆ ଭାବେ ଗିରିଶ ଏହି ପଦବୀରେ ଅଧିଷ୍ଠିତ ହୋଇଥିବାରୁ ସେ ତାଙ୍କର ଖୁସି ବ୍ୟକ୍ତ ମଧ୍ୟ କରିଛନ୍ତି। ଗୁଜୁରାଟ କ୍ୟାଡର ଓଡିଆ ଆଇଏଏସ ଅଫିସର ଗିରିଶ ମୂର୍ମୁ ଗୁଜୁରାଟର ବହୁ ଉଚ୍ଚ ପଦବୀରେ କାର୍ଯ୍ୟ କରିଥିଲେ। ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ଥିବା ବେଳେ ସେ ବେଶ୍ ସଚ୍ଚୋଟତାର ସହ କାର୍ଯ୍ୟ କରିଥିଲେ। ନିକଟରେ ଗିରିଶ ଜାମ୍ମୁ କାଶ୍ମୀରର ଉପରାଜ୍ୟପାଳ ଭାବେ ମଧ୍ୟ ନିଯୁକ୍ତ ହୋଇଥିଲେ। ହେଲେ ସେ ସେହି ପଦବୀରୁ ଇସ୍ତଫା ଦେଇ ସିଏଜି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି।

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ଯୋରାଡବରା ଗ୍ରାମ ପଞ୍ଚାୟତ ସ୍ଥିତ ଯୋରାଡବରା ସତ୍ୟସାଇ ମନ୍ଦିର ପ୍ରାଙ୍ଗଣରେ ନର୍ଲା, କେସିଙ୍ଗା, ମ;ରାମପୁର ଓ କର୍ଲାମୁଣ୍ଡା ବ୍ଲକ୍ ର ବ୍ରାହ୍ମଣ ମାନଙ୍କୁ ନେଇ ଗଠିତ ହୋଇଥିବା ଯୋରାଡବରା ମଣ୍ଡଳ ଆଞ୍ଚଳିକ ବ୍ରାହ୍ମଣ ସମାଜ ତରଫରୁ ମାସିକ ସମିକ୍ଷା ବୈଠକ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି। ସମାଜର ସଭାପତି ଶ୍ରୀ ରବି ନନ୍ଦଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ବୈଠକରେ ମାନବ ସମ୍ବଳ ଅଧିକାର କର୍ମୀ ତଥା ମନ୍ଦିର ସେବକ ସଂଘର ଓଡିଶା ରାଜ୍ୟ କମିଟି ସଦସ୍ୟ ଶ୍ରୀ ସୁକାନ୍ତ ପଣ୍ଡା ମୂଖ୍ୟ ଅତିଥି ଭାବରେ ଯୋଗଦେଇ ସଭାର ପ୍ରାରମ୍ଭ କରିଥିଲେ। ଚଳିତ ବର୍ଷ କରୋନାର ପ୍ରାଦୁର୍ଭାବ ରୋକିବା ପାଇଁ ଘୋଷିତ ହୋଇଥିବା ଲକଡାଉନ୍ ପାଇଁ ସାରା ରାଜ୍ୟର ବିଷେଶ କରି ବ୍ରାହ୍ମଣ, ପୂଜକ, ମନ୍ଦିର ସେବକ ତଥା ସଂକୀର୍ତ୍ତନ କଳାକାର ମାନଙ୍କ ଆୟପନ୍ଥା ସଂପୂର୍ଣ୍ଣ ଭାବରେ ଦୋହଳି…

Read More

ଭୁବନେଶ୍ୱର, ଭାରତୀୟ ଜନତା ପାର୍ଟି ର ପ୍ରତିଷ୍ଠାତା ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ୧୦୫ ତମ ଜନ୍ମଜୟନ୍ତୀ ଉପଲକ୍ଷେ ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ସାରା ଓଡ଼ିଶାର  ସୁକନ୍ୟା ସମୃଦ୍ଧି ଯୋଜନା ଅଭିଯାନ ଆରମ୍ଭ କରିଛି। ମହିଳା ମୋର୍ଚ୍ଚା ତରଫରୁ ୩୬ଟି ସାଙ୍ଗଠନିକ ଜିଲ୍ଲାରେ ୧୦ ହଜାର କନ୍ୟାରତ୍ନଙ୍କୁ ସୁକନ୍ୟା ସମୃଦ୍ଧି ଯୋଜନାରେ ଯୋଡ଼ିବାରେ ନିଷ୍ପତି ଗ୍ରହଣ କରାଯାଇଛି। ଏହି ଯୋଜନା ଦ୍ୱାରା ଓଡ଼ିଶାର ଦଳିତ ନିଷ୍ପେସିତ ତଥା ଅବହେଳିତ ଶିଶୁକନ୍ୟା ମାନଙ୍କୁ ଅନ୍ତର୍ଭୁକ୍ତ କରାଯିବ ବୋଲି ଶ୍ରୀମତୀ ସ୍ମୃତି ପଟ୍ଟନାୟକ ସୂଚନା ଦେଇଛନ୍ତି। ଆଜି ଭୁବନେଶ୍ୱର ୟୁନିଟ -୪ ମଙ୍ଗଳା ବସ୍ତିରେ ୧୦ ରୁ ଉର୍ଦ୍ଧ କନ୍ୟାରତ୍ନଙ୍କୁ ସୁକନ୍ୟା ସମୃଦ୍ଧି ଯୋଜନାରେ ସାମିଲ କରାଯାଇଛି। ଏଥି ସହ ସୁକନ୍ୟା ସମୃଦ୍ଧି ଯୋଜନାର ସୁଫଳ ବିଷୟରେ ମହିଳା ମୋର୍ଚ୍ଚାର କାର‌୍ୟ୍ୟକର୍ତ୍ତା ମାନେ ବସ୍ତିବାସିନ୍ଦାଙ୍କୁ ଅବଗତ କରାଇଥିଲେ। ସୁକନ୍ୟା ସମୃଦ୍ଧି ଯୋଜନାରେ ୧୦ ବର୍ଷରୁ କମ ବୟସ୍କ ଝିଅପିଲାମାନଙ୍କ ଭବିଷ୍ୟତ ,ଉଚ୍ଚଶିକ୍ଷା ଏବଂ…

Read More