Author: Samikhsya Bureau

ମଣିପୁରରେ ମୁଖ୍ୟମନ୍ତ୍ରୀ 6 ଜଣ ମନ୍ତ୍ରୀଙ୍କୁ ବାହାର କରି 5 ଜଣଙ୍କୁ ନୂଆ ମନ୍ତ୍ରୀ ଭାବେ ନିଯୁ୍କ୍ତି ଦେଇଛନ୍ତି। ସେମାନେ ହେଲେ Shri S. Rajen, Shri V. Valte, Shri O. Lukhoi Singh, Shri Th. Satyabrata Singh and Shri O. Henry Singh । ସେମାନଙ୍କୁ ରାଜ୍ୟପାଳ ନେଜମା ହେପତୁଲ୍ଲା ଶପଥପାଠ କରାଉଛନ୍ତି।

Read More

ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଲୋଚନା। ଦେଶରେ ଗ୍ୟାସ ଭିତ୍ତିଭୂମିକୁ ବିକଶିତ କରିବା ପାଇଁ ଆମେରିକୀୟ କମ୍ପାନୀଙ୍କୁ ନିମନ୍ତ୍ରଣ କଲେ ଧର୍ମେନ୍ଦ୍ର। ଦ୍ବିପାକ୍ଷିକ ସାମରିକ ଉର୍ଜା ଉପରେ ଗୁରୁତ୍ୱାରୋପ।

Read More

ପିଣ୍ଟୁ ବିଷୋୟୀ ବେଗୁନିଆପଡା: ବେଗୁନିଆପଡା ବ୍ଲକ ପ୍ରଶାସନ ତରଫରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ କରୋନା ସଚେତନତା ନେଇ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଁ ଜିତିବି ସମଗ୍ର ମାନବ ଜାତି ଜିତିବ ନାରା ଦେଇ କରୋନା ମହାମାରୀରୁ ସୁରକ୍ଷା ପ୍ରଦାନ ନେଇ ବିଭିନ୍ନ ପ୍ରତିକାର ପାଳନ କରିବା ଉପରେ ଶପଥ ପାଠ କରାଯାଇଛି। ଆଜିର ଏହି ଶପଥ ପାଠ କାର୍ଯ୍ୟକ୍ରମରେ କରୋନା ଯୋଦ୍ଧାଙ୍କୁ ସମ୍ମାନ ଦେଇ ଉତ୍ସାହିତ ଓ ସହଯୋଗ କରିବା, ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ବଜାୟ ରଖିବା ଆଦି ଶପଥ ପାଠରେ ସାମିଲ ଥିଲା। ଏଥିସହ ଏହି କାର୍ଯ୍ୟକ୍ରମରେ ମୁଁ ଜିତିବି ମୋ ଗଞ୍ଜାମ ଜିତିବ ଏବଂ ସମଗ୍ର ମାନବ ଜାତି ଜିତିବ ବୋଲି ଦୃଢ ଶପଥ ନିଆ ଯାଇଥିଲା। ଏହି ଶପଥ ପାଠ କାର୍ଯ୍ୟକ୍ରମରେ ବିଡ଼ିଓ ବେଦବର ପ୍ରଧାନ, ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ବିଜୟ କୁମାର ଦୋରାଙ୍କ ସମେତ ସମସ୍ତ ବ୍ଲକ କର୍ମଚାରୀ ଉପସ୍ଥିତ ଥିଲେ।

Read More

ପିଣ୍ଟୁ ବିଷୋୟୀ ବେଗୁନିଆପଡା: ରାତି ପାହିଲେ ଗାଁରେ ପହଞ୍ଚି ଥାନ୍ତେ ବାବୁଲା। କିନ୍ତୁ ପହଞ୍ଚିଲା ତାଙ୍କ ମର ଶରୀର। ଏପରି ଏକ ଦୁଃଖଦ ଘଟଣା ଘାତିଯାଇଛି ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ କଞ୍ଚଣା ପଂଚାୟତ ରାଣୀପଡ଼ାଗ୍ରାମରେ। ପ୍ରାପ୍ତ ସୂଚନା ଅନୁଯାୟୀ ଏହି ଗ୍ରାମର ସ୍ବର୍ଗତ ନରସିଂହ ସେଠିଙ୍କ ଏକ ମାତ୍ର ପୁଅ ବାବୁଲା (୨୪) ସେଠି ଦୁଇ ବର୍ଷ ପୂର୍ବେ ମାଲେସିଆରେ ଏକ କମ୍ପାନୀରେ କାମ କରି ଆସୁଥିଲେ। କରୋନା ଯୋଗୁଁ କମ୍ପାନୀ ବନ୍ଦ ହେବା ପରେ ସେ ଗତ ୧୯/୦୯/୨୦୨୦ ରିଖରେ ଗାଁକୁ ଫେରିବା ପାଇଁ ଘରେ କହିଥିଲେ। ପରେ ସେ ସେଠାରୁ ଆସି ହାଇଦ୍ରାବାଦଠାରେ ପହଂଚି କରୋନା ଟେଷ୍ଟ କରାଇଥିଲେ। ତାଙ୍କର ଆଣ୍ଟିଜେନ ଟେଷ୍ଟ ହେବା ପରେ ରିପୋର୍ଟ ନେଗେଟିଭ ଆସିଥିବା କଥା ସେ ପରିବାର ଲୋକଙ୍କୁ କହିଥିଲେ। କିନ୍ତୁ ତାଙ୍କ ସହ ଆସିଥିବା ଅନ୍ୟ ଯୁବକମାନଙ୍କ ଠାରୁ ଜଣକ ପିଛା ୪୦୦୦ ଟଙ୍କା ଲେଖାଏଁ ନେଇ…

Read More

ଭୁବନେଶ୍ବର, ଓଡିଶାରୁ ସୁରଟ ଓ ଅହମଦାବାଦକୁ ସ୍ୱତନ୍ତ୍ର ଟ୍ରେନ ଗୁଡିକରେ ଯାତ୍ରୀ ଭିଡକୁ ଦୃଷ୍ଟିରେ ରଖି ଏବଂ ଗୁଜରାଟକୁ ଚଳାଚଳ କରୁଥିବା ଅନ୍ୟ ସ୍ୱତନ୍ତ୍ର ଟ୍ରେନ ଗୁଡିକରେ ମାତ୍ରାଧିକ ପ୍ରତିକ୍ଷ୍ୟା ସୂଚୀକୁ ନଜର ଦେଇ ପୂର୍ବତଟ ରେଳପଥ ଓଡିଶାରୁ ଗୁଜରାଟକୁ ଆହୁରି ଦୁଇ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଇବାକୁ ସୁବିଧା ପ୍ରଦାନ କରିଛି ଓ ଏହି ଟ୍ରେନ ଦ୍ବୟ ହେଲା… ୦୧. ସମ୍ବଲପୁର-ଟିଟିଲାଗଡ଼-ରାଇପୁର ମାର୍ଗ ଦେଇ ଖୋର୍ଦ୍ଧା ରୋଡ଼-ସୁରଟ-ଖୋର୍ଦ୍ଧା ରୋଡ଼ ମଧ୍ୟରେ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ (୦୨୮୨୭/୦୨୮୨୮) ସେପ୍ଟେମ୍ବର ମାସ ୨୭ ତାରିଖରୁ ଅକ୍ଟୋବର ମାସ ୧୮ ତାରିଖ ମଧ୍ୟରେ ଏହା ଖୋର୍ଦ୍ଧା ରୋଡ଼ ଠାରୁ ପ୍ରତି ରବିବାର ସନ୍ଧ୍ୟା ୮ଘ.୪୦ମି.ରେ ଛାଡିବାକୁ ଥିବା ବେଳେ ସେପ୍ଟେମ୍ବର ମାସ ୨୯ ତାରିଖରୁ ଅକ୍ଟୋବର ମାସ ୨୦ ତାରିଖ ମଧ୍ୟରେ ଏହା ସୁରଟ ଠାରୁ ପ୍ରତି ମଙ୍ଗଳବାର ସକାଳ ୮ଘ.୩୦ମି.ରେ ଖୋର୍ଦ୍ଧା ରୋଡ଼ ଅଭିମୁଖେ ଯାତ୍ରା କରିବ। ରହଣି – ଉଭୟ…

Read More

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କ ମଧ୍ୟରେ ସେପ୍ଟେମ୍ବର 26, 2020 ତାରିଖ ଦିନ ଭର୍ଚୁଆଲ ମୋଡ଼ରେ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ।ଏହି ଭର୍ଚୁଆଲ ଦ୍ୱିପାକ୍ଷିକ ଶିଖର ବୈଠକ ଉଭୟ ନେତାଙ୍କୁ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କ ବିଷୟରେ ଭାବ ବିନିମୟ କରିବାର ସୁଯୋଗ ପ୍ରଦାନ କରିବ। ଉଭୟ ନେତା ଏହି ବୈଠକରେ ଦ୍ୱିପାକ୍ଷିକ ସଂପର୍କର ବିସ୍ତୃତ ସମୀକ୍ଷା କରିବେ । ବିଶେଷ କରି ଶ୍ରୀଲଙ୍କାରେ ସଂସଦୀୟ ନିର୍ବାଚନ ଅନୁଷ୍ଠିତ ହେବା ପରେ ଉଭୟ ନେତାଙ୍କ ମଧ୍ୟରେ ଏହା ପ୍ରଥମ ଦ୍ୱିପାକ୍ଷିକ ଆଲୋଚନା ହେବ । ଉଭୟ ରାଷ୍ଟ୍ର ପରସ୍ପରର ବହୁ ପରୀକ୍ଷିତ ବନ୍ଧୁ ରାଷ୍ଟ୍ର ଭାବେ ଦୀର୍ଘ ଦିନରୁ ରହି ଆସିଛନ୍ତି ।

Read More

ନୂଆଦିଲ୍ଲୀ, କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ସି. ଅଙ୍ଗାଡିଙ୍କ ମୃତ୍ୟୁରେ କେନ୍ଦ୍ର କ୍ୟାବିନେଟ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ତାଙ୍କ ମୃତ୍ୟୁରେ ଦେଶ ଜଣେ ପ୍ରବୀଣ ନେତା, ଶିକ୍ଷାବିତ, ପ୍ରତିଷ୍ଠିତ ସାଂସଦ ଓ ଦକ୍ଷ ପ୍ରଶାସକଙ୍କୁ ହରାଇଛି। ସେ ଖାଦ୍ୟ, ଖାଉଟି ବ୍ୟାପାର ଓ ସାଧାରଣ ବଣ୍ଟନ, ମାନବ ସମ୍ବଳ ବିକାଶ ଓ ପ୍ରତିରକ୍ଷା ଷ୍ଟାଣ୍ଡିଂ କମିଟିର ସଦସ୍ୟ ତଥା ଅର୍ଥ ମନ୍ତ୍ରାଳୟର ପରାମର୍ଶଦାତା କମିଟିର ସଦସ୍ୟ ଭାବେ ଦାୟିତ୍ୱ ତୁଲାଇଛନ୍ତି । ପେନସନ, ସାଂସଦମାନଙ୍କ ଦରମା ଓ ଭତ୍ତା ଯୁଗ୍ମ କମିଟି ସଦସ୍ୟ, କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ପରାମର୍ଶଦାତା କମିଟି, ହାଉସ କମିଟି ଓ ପିଟିସନ କମିଟି ସଦସ୍ୟ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ । ମେ, 2019ରେ ଶ୍ରୀ ଅଙ୍ଗାଡି କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିଲେ। ସେ ବହୁ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଜଡ଼ତ ଥିଲେ । ଶିଳ୍ପ,କୃଷି, ଗରିବଙ୍କ ପାଇଁ…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଗତ କିଛି ଦିନ ହେଲା ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ଗ୍ରାଫ କମୁଥିଲେ ମଧ୍ୟ ଜିଲ୍ଲା ଅଧିକାରୀମାନଙ୍କ ମାରାଥନ ଗସ୍ତ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ନରେ ଖୋର୍ଦ୍ଧା ଉପଜିଲ୍ଲାପାଳ ଶ୍ରୀ ଅଶୋକ କୁମାର ବେହୁରିଆ ଏବଂ ଅତରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଶ୍ରୀ ଅନୁଜ ଦାସ ପଟ୍ଟନାୟକ ପୃଥକ ପୃଥକ ଭାବେ ଚିଲିକା ନିର୍ବାଚନମଣ୍ଡଳୀ ଗସ୍ତ କରି କରୋନା ସ୍ଥିତି ସମୀକ୍ଷା କରିଥିଲେ। ଉପଜିଲ୍ଲାପାଳ ଶ୍ରୀ ଅଶୋକ କୁମାର ବେହୁରିଆ ଚିଲିକା ବ୍ଲକ ଏବଂ ବାଲୁଗାଁ ଏନ.ଏ.ସି ରେ କୋଭିଡ ସ୍ଥିତି ସମୀକ୍ଷା କରିଥିବାବେଳେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଶ୍ରୀ ଅନୁଜ ଦାସ ପଟ୍ଟନାୟକ ବାଣପୁର ବ୍ଲକ ଏବଂ ଏନ.ଏ.ସି ରେ କୋଭିଡ ସ୍ଥିତି ସମୀକ୍ଷା କରିଥିଲେ। ଉପଜିଲ୍ଲାପାଳ ଅପରାହ୍ନ ୩ ଘଟିକାରେ ଚିଲିକା ବ୍ଲକ ସଭାଗୃହ ମଧ୍ୟରେ ଏକ ବୈଠକ ନେଇଥିଲେ। ଉକ୍ତ ବୈଠକରେ କୋଭିଡ ଆକ୍ରାନ୍ତ ବ୍ୟକ୍ତିଙ୍କ (ଉଭୟ ହୋମ ଆଇସୋଲେସନ ଏବଂ ହସ୍ପିଟାଲରେ ଚିକିତ୍ସିତ) ସଂପୂର୍ଣ୍ଣ ତଥ୍ୟ ରଖିବା…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୩ ହଜାର ୭୭୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ  ୫୫୦ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୪୨୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ପୁରୀରୁ ୧୫୮, ବାଲେଶ୍ବରରୁ ୧୫୫, ବରଗଡରୁ ୧୫୨, ଝାରସୁଗୁଡାରୁ ୧୫୨, କନ୍ଧମାଳରୁ ୧୩୫, ମୟୂରଭଞ୍ଜରୁ ୧୩୫, ସମ୍ବଲପୁରରୁ ୧୨୭, ରାୟଗଡାରୁ ୧୧୮, ଯାଜପୁରରୁ ୧୧୩, ଜଗତସିଂହପୁରରୁ ୧୦୫, ଗଞ୍ଜାମରୁ ୯୯, ବଲାଙ୍ଗିରିରୁ ୯୮, ଭଦ୍ରକରୁ ୯୨, ନବରଙ୍ଗପୁରରୁ ୮୧, ନୂଆପଡାରୁ ୭୭, କେନ୍ଦୁଝରରୁ ୭୬, ଢେଙ୍କାନାଳରୁ ୭୪, କେନ୍ଦ୍ରାପଡାରୁ ୬୯, କୋରାପୁଟରୁ ୬୯, କଳାହାଣ୍ଡିରୁ ୬୫, ସୋନପୁରରୁ ୬୫, ସୁନ୍ଦରଗଡରୁ ୬୨, ଗଜପତିରୁ ୫୮, ନୟାଗଡରୁ ୪୭, ମାଲକାନଗିରିରୁ ୪୬, ବୌଦ୍ଧରୁ ୪୪, ଅନୁଗୁଳରୁ ୩୯, ଦେବଗଡରୁ ୭ ଏବଂ ଷ୍ଟେଟ ପୁଲ ରୁ ୨୮୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ…

Read More

କନ୍ଦର୍ପ ବେହେରା ରେଢାଖୋଲ: କେନ୍ଦ୍ର ସରକାର ଯେଉଁଭଳି ଭାବରେ ଅଗଣତାନ୍ତ୍ରୀକ ଉପାୟରେ ରାଜ୍ୟସଭାରେ କୃଷିବିଲ୍ ପାସ୍ କଲେ ତାହା ଠିକ୍ ହେଲା ନାଇଁ ବୋଲି ଆମ୍ ଆଦମୀ ପାର୍ଟି ତରଫରୁ ସମଗ୍ର ଭାରତବର୍ଷରେ ଘୋର ବିରୋଧ କରାଯାଇଛି। ରେଢାଖୋଲ ସବଡିଭିଜନ୍ ତରଫରୁ ଆମ୍ ଆଦମୀ ପାର୍ଟି ମଧ୍ୟ ଏହି ବିଲ୍ କୁ ବିରୋଧ କରିଛି। ଆଜି ଆମ୍ ଆଦମୀ ପାର୍ଟି କାର୍ଯ୍ୟାଳୟରେ ପାର୍ଟିର ଆବାହକ ଅଜୟ କୁମାର ସାହୁଙ୍କ ନେତୃତ୍ୱରେ କେନ୍ଦ୍ରସରକାରଙ୍କ ଚାଷୀ ମାରଣ ନୀତି ବିରୁଦ୍ଧରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲ। ବର୍ତ୍ତମାନ ମଣ୍ଡି ମାଧ୍ୟମରେ କୃଷକ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍ ପି)) ପାଉଛି ଯଦି ତାହା ନୂଆ ଆଇନ୍ କାର୍ଯ୍ୟକାରୀ କରାଯାଏ ତାହେଲେ ଏହି ଏମ୍ ଏସ୍ ପି ଉଠିଯିବାର ସମ୍ଭାବନା ରହିଛି। ଚାଷୀ ଧାନକୁ ମଣ୍ଡିବାହାରେ ବିକ୍ରି କରିପାରିବ ବୋଲି କେନ୍ଦ୍ର ସରକାର ଘୋଷଣା କରିବାକୁ ନେଇ ଆମ୍ ଆଦମୀ ପାର୍ଟି ଏହାକୁ ଦୃଢ ପ୍ରତିବାଦ କରିଛି।…

Read More

ସୀତାରାମ ଅଗ୍ରୱାଲ  ଚିଲିକା: ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ଗ୍ରାଫ ଧୀରେ ଧୀରେ ତଳକୁ ଖସୁଥିବାବେଳେ ଜିଲ୍ଲା ଏବଂ ସ୍ଥାନୀୟ ପ୍ରଶାସନର ମନୋବଳ ବଢୁଛି। ଜିଲ୍ଲା ଏବଂ ସ୍ଥାନୀୟ ପ୍ରଶାସନ ସମଗ୍ର ନିର୍ବାଚନମଣ୍ଡଳୀରେ ଜିରୋ କୋଭିଡ କେସ ଲକ୍ଷ୍ୟ ନେଇ ପ୍ରୟାସ ଜାରି ରଖିଛି। ଏହି ପରିପ୍ରେକ୍ଷୀରେ କୋଭିଡ କେସ ଯେଉଁ ଅଞ୍ଚଳରୁ ବାହାରୁଛି ସ୍ଥାନୀୟ ପ୍ରଶାସନ ତୁରନ୍ତ ଜିଲ୍ଲା ପ୍ରଶାସନକୁ ଏନେଇ ଅବଗତ କରାଉଛି ଏବଂ ଜିଲ୍ଲା ପ୍ରଶାସନ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରୁଛି। ଆଜି ବାଣପୁର ଏବଂ ଚିଲିକା ବ୍ଲକର ଏକାଧିକ ଗ୍ରାମରୁ କୋଭିଡ ପଜିଟିଭ ଚି଼ହ୍ନଟ ହୋଇଥିବାରୁ ଆଜି ସନ୍ଧ୍ୟାରେ ଜିଲ୍ଲା ପ୍ରଶାସନ ତରଫରୁ ବାଣପୁର ଏବଂ ଚିଲିକା ବ୍ଲକର ଏକାଧିକ ଗ୍ରାମଗୁଡିକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରାଯାଇଅଛି। ବାଣପୁର ବ୍ଲକ ୧-ଗମ୍ଭାରୀମୁଣ୍ଡା ପଞ୍ଚାୟତର ପଦ୍ମପୁର ଏବଂ ଗମ୍ଭାରୀମୁଣ୍ଡା ଗ୍ରାମ ୨-କୁଲେଇ ପଞ୍ଚାୟତ ର ହରିଚନ୍ଦନପୁର ଏବଂ କୁଲେଇ ଗ୍ରାମ ୩-ଭବାନୀପୁର ପଞ୍ଚାୟତର ଭୁଷ୍କାପଡା ଗ୍ରାମ ୪-ଆୟତପୁର…

Read More

କେରଳ, ପ୍ରଖ୍ୟାତ ମାଲାୟାଲମ୍ କବି ଅକ୍କିଥମ୍ ଅଚ୍ୟୁଥାନ୍ ନାମ୍ବୋଥୀରଙ୍କୁ ପ୍ରଦାନ କରାଯାଇଛି ଜ୍ଞାନପୀଠ ପୁରସ୍କାର। ଆଜି ତାଙ୍କ ବାସଭବନ ‘ଦେବନାମ୍’ରେ କେରଳ ସଂସ୍କୃତି ମନ୍ତ୍ରୀ ଏ. ବାଲାନ୍ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଏହି ଉତ୍ସବକୁ ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍ ଲାଇଭ୍ ଦେଖୁଥିଲେ। ୯୩ ବର୍ଷିୟ ଅକ୍କିଥମ ତାଙ୍କ ଘରେ ଏକ ଆର୍ମଚେୟାରରେ ବସି ଏହି ପୁରସ୍କାର ଗ୍ରହଣ କରିଥିଲେ। ଅକ୍କିଥାମ ୪୫ ରୁ ଅଧିକ କବିତା, ନାଟକ ଏବଂ କ୍ଷୁଦ୍ରଗଳ୍ପ ଲେଖିଛନ୍ତି। ସେ ମଧ୍ୟରେ “ଇରୁପାଥମ୍ ନୋଟ୍ଟାଣ୍ଟି ଇଥିହାସମ୍”, “ବାଲିଦାରଶାନମ୍” ଏବଂ “ଧର୍ମ ସୋରିୟାନ୍” ବେଶ୍ ଲୋକପ୍ରିୟ।

Read More

ମୁମ୍ବାଇ, ରିଲାଏନ୍ସ ଜିଓ ତାହାର ନୂଆ ପୋଷ୍ଟପେଡ ପ୍ଲାନ ସମ୍ପର୍କରେ ଘୋଷଣା କରିବାର ଦିନକ ପରେ ଦୂରସଂଚାର କ୍ଷେତ୍ରରେ ପ୍ରତିଦ୍ୱନ୍ଦୀ କମ୍ପାନୀଗୁଡିକର ଷ୍ଟକମୂଲ୍ୟରେ ବୁଧବାର ଆକସ୍ମିକ ଭାବେ ୧୦% ପର୍ଯ୍ୟନ୍ତ ହ୍ରାସ ଘଟିଥିଲା । ଭୋଡାଫୋନ ଆଇଡିଆ ଷ୍ଟକ ମୂଲ୍ୟ ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ସର୍ବାଧିକ ୧୦.୦୫% ହ୍ରାସ ପାଇ ସେୟାର ପିଛା ୯.୨୨ ଟଙ୍କାରେ ବନ୍ଦ ହୋଇଥିଲା । ଦିନର କାରବାର ସମୟରେ ଏହା ୧୪% ହ୍ରାସପାଇ ୮.୮୧ ଟଙ୍କା ପର‌୍ୟ୍ୟନ୍ତ ହ୍ରାସ ପାଇଥିଲା । ଅନୁରୂପ ଭାବେ ଭାରତୀ ଏୟାରଟେଲ ସେୟାର ମୂଲ୍ୟ ବୁଧବାର ଦିନ ୭.୮୯% ହ୍ରାସପାଇ ୪୩୩.୯୦ ଟଙ୍କାରେ ବନ୍ଦ ହୋଇଥିଲା । ଦିନର କାରବାର ସମୟରେ ଏଥିରେ ୯.୯୯% ହ୍ରାସ ପରିଲକ୍ଷିତ ହେବା ସହିତ ଏହା ୪୨୩.୯୫ ଟଙ୍କା ପର‌୍ୟ୍ୟନ୍ତ ହ୍ରାସ ପାଇଥିଲା । ଏସମ୍ପର୍କରେ ବଜାର ବିଶ୍ଳେଷଣକାରୀ ସଂସ୍ଥା ଚଏସ୍ ବ୍ରୋକିଂ ପକ୍ଷରୁ କୁହାଯାଇଛି, ରିଲାଏନ୍ସ ଜିଓ ନୂଆ ପୋଷ୍ଟପେଡ ତାରିଫ ପ୍ଲାନ…

Read More

ଭୁବନେଶ୍ଵର: ଆଜି ଭୁବନେଶ୍ଵର ମହାନଗରରେ ୩୪୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୩୪୯ ମଧ୍ୟରୁ  କ୍ଵାରେଣ୍ଟିନରୁ ୧୨୦ ଜଣ ଥିବା ବେଳେ ଲୋକାଲ ସଂକ୍ରମଣ ୨୨୯ ରହିଛି। ନଯାପଲ୍ଲୀରୁ ୨୦, ରସୁଲଗଡରୁ ୧୨, ୟୁନିଟ-୮ରୁ ୧୨, ସହିଦନଗରରୁ ୧୧, ପଞ୍ଚସଖା ନଗରରୁ ୧୧, ପଟିଆରୁ ୯, ମଞ୍ଚେଶ୍ବରରୁ ୭, ଶୈଳଶ୍ରୀ ବିହାରରୁ ୭, ୟୁନିଟ-୮ ରୁ ୭, ଚନ୍ଦ୍ରଶେଖରପୁରରୁ ୬, ପାତ୍ରପଡାରୁ ୬, ଓ ୟୁନିଟ-୯ରୁ ୬ ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ମହାନଗରରୁ ୩୭୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଭୁବନେଶ୍ବରରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୮୯୩ ରହିଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୬୧୧୯। ତେବେ ୩୬୮୩ ଜଣ ଚିକିତ୍ସିତ ହେଉଥିବା ବେଳେ ୭୬ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ସେକ୍ ମତଲୁବ ଅଲ୍ଲୀଙ୍କର ଆଜି ପରଲୋକ ହୋଇଯାଇଛି। ସେ ଦୀର୍ଘଦିନ ଧରି ଅସୁସ୍ଥ ହୋଇ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ମାହାଙ୍ଗାରୁ ସେ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୧୯୭୪, ୧୯୮୦, ୧୯୮୫ ଓ ୧୯୯୫ରେ ସେ ବିଧାୟକ ଭାବେ ନିର୍ବାଚିତ ହୋଇ ଥିଲେ। ତାଙ୍କର କାର୍ଯ୍ୟ ଦକ୍ଷତା ଦେଖି ତତକାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକ ତାଙ୍କୁ ବହୁ ଗରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ଦେଇଥିଲେ। ୧୯୪୨ ମସିହା ଡିସେମ୍ବର ୧୬ରେ ସେ ଜନ୍ମଗ୍ରହଣ କରିଥିବା ଅଲ୍ଲୀ ସାମ୍ବାଦିକତା ଓ ସାହିତ୍ୟ କ୍ଷେତ୍ରରେ ମଧ୍ୟ ଜଡ଼ିତ ଥିଲେ। ଓଡ଼ିଆ ସାହିତ୍ୟ ଏକାଡେ଼ମୀର ସେ ସଭାପତି ମଧ୍ୟ ଥିଲେ। ତାଙ୍କ ମୃତ୍ୟୁରେ କଂଗ୍ରେସ ସହିତ ବହୁ ବରିଷ୍ଠ ନେତା ଶୋକ ପ୍ରକାଶ କରିଛନ୍ତି।

Read More

ନୂଆଦିଲ୍ଲୀ, ଏଥର ରାଜ୍ୟସଭାର ମୌସୁମୀ ଅଧିବେସନ ବିଜୁ ଜନତା ଦଳ ପାଇଁ ବେଶ୍ ଗୁରୁତ୍ବ ପୂର୍ଣ ହୋଇଛି। ରାଜ୍ୟସଭାରେ ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବା ଏବଂ ଦୁଇଟି ବିଲକୁ ବିରୋଧ କରିବା ପରି ଗୁରୁତ୍ବପୂର୍ଣ୍ଣ ଘଟଣା ଘଟିଛି। ତେବେ ବିଜେଡି ପାଇଁ ସବୁଠାରୁ ବଡ ଘଟଣାଟି ହେଉଛି ଯେ ଯୁବ ସାଂସଦ ଡ.ସସ୍ମିତ ପାତ୍ରଙ୍କୁ ଗୃହ ପରିଚାଳନା କରିବା ପାଇଁ ସୁଯୋଗ ମଧ୍ୟ ମିଳିବା। ସେହିପରି ଏଥର ନୂଆକରି ରାଜ୍ୟସଭାକୁ ଯାଇଥିବା 4 ଜଣ ସାଂସଦଙ୍କୁ ପ୍ରଥମ ଥର ପାଇଁ କହିବାକୁ ସୁଯୋଗ ମିଳିଛି। ତେବେ ଏଥର ଅଧିବେସନ କରୋନା ପାଇଁ ୯ ଦିନ ପୂର୍ବରୁ ବନ୍ଦ ହୋଇଗଲା। ମାତ୍ର ୧୦ ଦିନ ଚାଲିଥିବା ଏହି ମୌସୁମୀ ଅଧିବେସନ ବିଜେଡି ପାଇଁ ୧୦ଟି ଗୁରୁତ୍ବ ପୂର୍ଣ୍ଣ ଘଟଣା ଘଟିଛି। ସେଗୁଡିକ ହେଲା 1-ଏଥର ରାଜ୍ୟସଭାରେ ଏନଡିଏର ଉପାଧ୍ୟକ୍ଷ ପ୍ରାର୍ଥୀ ହରିବଂଶ ନାରାୟଣ ସିଂଙ୍କୁ ବିଜେଡି ସମର୍ଥନ କରିବା ଏକ…

Read More

କେନ୍ଦୁଝର: କେନ୍ଦୁଝର ଥାନା ଜେଲ ଛକ ଡିସିବି ବ୍ୟାଙ୍କ ନିକଟରୁ ୨ ଲକ୍ଷ ୩୦ ହଜାର ଟଙ୍କା ଚୋରି ହୋଇଥିବା ଘଟଣା ଶୁଣିବାକୁ ମିଳୁଛି। ୨ ଜଣ ଦୁର୍ବୃତ୍ତ ଏତେ ବଡ ଚୋରି ଘଟଣାରେ ସାମିଲ ଥିବା ସୂଚନା ରହିଛି। ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଆସିଥିବା ବ୍ୟବସାୟୀଙ୍କ ଠାରୁ ୨ ଲକ୍ଷ ୩୦ ହଜାର ଟଙ୍କା ଏହି ଦୁର୍ବୃତ୍ତମାନେ ଲୁଟି ନେଇ ଫେରାର ହୋଇଯାଇଥିବା ସୂଚନା ରହିଛି। ଠିକଣା ପଚାରିବ ବାହନରେ ଦୁର୍ବୃତ୍ତ ମାନେ କାର ନିକଟକୁ ଆସିଥିଲେ ଏବଂ ସେଠାରୁ ଟଙ୍କା ଲୁଟିନେଇ ଫେରାର ହୋଇଯାଇଥିଲେ। କେନ୍ଦୁଝର ଟାଉନ ଥାନା ପୋଲିସ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ସିସିଟିଭ ଫୁଟେଜକୁ ପୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ କରିବା ସହ ଦୁର୍ବୃତ୍ତଙ୍କୁ ଚିହ୍ନଟ କରିପାରିବେ ବୋଲି ଆଶା କରାଯାଉଛି।

Read More

ତିରୁଭୁନ୍ତପୁରମ, ସେଦିନ ଏପରି ପରିସ୍ଥିତି ଘଟିବ ବୋଲି କେହି କେବେ ଆଶା କରି ନ ଥିଲେ। ନିଜେ ବିଦ୍ୟା ମଧ୍ୟ ଜାଣି ନ ଥିଲେ ଯେ ସେ ଏପରି ଏକ ପରିସ୍ଥିତିର ସମ୍ମୁଖୀନ ହେବେ। ସବୁଦିନ ପରି ଟ୍ରେନରୁ ଓହ୍ଲାଇ ସେ ଘର ମୁହାଁ ହେଉଥିଲେ। ହେଲେ ହଠାତ୍ ଷ୍ଟେସନ ବାହାରେ ବସି ଭିକ ମାଗୁଥିବା ଜଣେ ବୃଦ୍ଧାଙ୍କ ପ୍ରତି ତାଙ୍କର ନଜର ଲାଖି ରହିଲା। ଚିହ୍ନା ଚିହ୍ନା ମୁହଁ ପରି ଲାଗିଲା। କିଏ ହୋଇଥିବେ ଭାବି ସେ ଆଗକୁ ଚାଲିଲେ। ହେଲେ ନା। କାହିଁକି କେଜାଣି ତାଙ୍କ ମନଟି ବିଚଳିତ କଲା। ସେ ପୁଣି ପଛକୁ ଆସି ସେହି ବୃଦ୍ଧାକୁ ଭଲ କରି ଦେଖିଲେ। ଅସଜଡା ବାଳ, ଦେହେରେ ମଇଳା ଲୁଗା କେଉଁଠି ଅଛି କେଉଁଠି ନାହିଁ, ଆଗରେ ଗୋଟିଏ ପ୍ଲାଷ୍ଟିକ ମଗ୍। ଯିଏ ଚାହିଁଲା କିଛି ଦେଲା, ନ ହେଲା ନାହିଁ। ବିଦ୍ୟା ଏପରି ଅନାଇଛନ୍ତି ବୋଲି ବୃଦ୍ଧାଙ୍କର…

Read More

ସୀତାରାମ ଅଗ୍ରୱାଲ  ବାଲୁଗାଁ: ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବାଇପାସ ୧୬ ନମ୍ବର ଜାତୀୟ ରାଜପଥ ସୁବୁଦ୍ଧିପାଟଣା ଛକ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଅଳ୍ପକେ ବର୍ତ୍ତିଲେ ଜଣେ ଡାକ୍ତର। ମିଳିଥିବା ସୂଚନା ଅନୁଯାୟୀ ଆଜି ମଧ୍ୟାହ୍ନ ବାର ଘଟିକା ସମୟରେ ବଡ଼ବିଲରୁ ଗୋପାଳପୁର ବନ୍ଦର ଯାଉଥିବା ଏକ ଆଇରନ ବୋଝେଇ ଟ୍ରକ(ଓଆର ୦୧ ଏଲ ୯୦୪୫) କୁ ବାଲୁଗାଁ ବାଇପାସ ସୁବୁଦ୍ଧିପାଟଣା ଛକ ନିକଟରେ ଭୁବନେଶ୍ୱରରୁ ବ୍ରହ୍ମପୁର ଏମକେସିଜି ମେଡିକାଲ ଯାଉଥିବା ଏକ ହୁଣ୍ଡାଇ କାର(ଓଡ଼ି ୦୨ ଏଡି ୩୪୭୨) ପଛପଟୁ ଧକ୍କା ଦେଇଥିଲା। ହେଲେ କାର ଚାଳକଙ୍କ ଅସାବଧାନତା ଲାଗି ଏହି ଦୁର୍ଘଟଣା ହୋଇଥିବାର ଅନୁମାନ କରାଯାଉଛି। ଦୁର୍ଘଟଣାରେ କାରର ଆଗ ପାଖ ସମ୍ପୂର୍ଣ ନଷ୍ଟ ହୋଇଯାଇଥିବା ସ୍ଥଳେ କାର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଉକ୍ତ ଦୁର୍ଘଟଣାଗ୍ରସ୍ତ କାରଟିର ମାଲିକ ଡାକ୍ତର ବିଜୟ କୁମାର ନାୟକ। ସେ ନିଜେ ତାଙ୍କ ଗାଡିରେ ଯାତ୍ରା କରୁଥିବା ବେଳେ…

Read More

ଭୁବନେଶ୍ବର: ରାଜ୍ୟର ଚଳିତ ବନ୍ୟାରେ ନଦୀବନ୍ଧ ଘାଇ ଓ କେନାଲ ନଷ୍ଟ ପାଇଁ ୨୮୩ କୋଟି ଟଙ୍କାର କ୍ଷତି ହୋଇଛି। ଚଳିତ ମଧ୍ୟମ ଧରଣ ବନ୍ୟାରେ ୩୮ ଟି ଘାଇ ସହ ୯୯୬ କିଲୋ ମିଟରର ନଦୀବନ୍ଧ ନଷ୍ଟ ହୋଇଛି। କ୍ଷୟକ୍ଷତି ନେଇ ଜଳସମ୍ପଦ ସଚିବଙ୍କୁ ଚିଠି ଲେଖିଲେ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ସୁଶାନ୍ତ ରଥ। ନଦୀବନ୍ଧ ସୁଦୃଢୀକରଣ ପାଇଁ ୬୪୮ କୋଟି ଟଙ୍କା ଆବଶ୍ୟକ ନେଇ ଚିଠି ଲେଖି ସୂଚନା ଦେଲେ ସର୍ବୋଚ୍ଚ ଯନ୍ତ୍ରୀ। ଚିଠି ମାଧ୍ୟମରେ ମୋଟ ୯୩୨ କୋଟିର ଅନୁଦାନ ପାଇଁ କେନ୍ଦ୍ରକୁ ନିବେଦନ ନିମନ୍ତେ ଅନୁରୋଧ କଲେ ଶ୍ରୀ ରଥ। ତେବେ ସ୍ଵତନ୍ତ୍ର ରିଲିଫ କମିଶନରଙ୍କ ଜରିଆରେ କେନ୍ଦ୍ରକୁ ଅନୁରୋଧ କରାଯାଇଥିବା ସୂଚନା ରହିଛି।

Read More

କୋରାପୁଟ: କୋରାପୁଟ ଜିଲ୍ଲା ଜୟପୁର ସହରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କୋଚିଙ୍ଗ ସେଣ୍ଟର ଭିତରେ ଜଣେ ଶିକ୍ଷକ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ସେହି କୋଚିଙ୍ଗ ସେଣ୍ଟରର ଶିକ୍ଷକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଶିକ୍ଷକକୁ ଜୟପୁର ଟାଉନ ଥାନା ପୋଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

Read More