Kolkata: An idol of Lord Vishwakarma being immersed in the Ganga river, in Kolkata on Sep 18, 2020. (Photo: IANS)
Author: Samikhsya Bureau
Kolkata: Actor turned TMC MP Mimi Chakraborty visited Alipore court after she was allegedly harassed by a taxi driver; accused arrested in Kolkata on September 18, 2020. (Photo: IANS)
ରାଉରକେଲା: ସାଧାରଣତଃ ଆମେ ନିର୍ଯାତନା ହେଲେ ପୋଲିସ୍ର ସାହାଯ୍ୟ ନେଉ। କିନ୍ତୁ ଏଠାରେ ପୋଲିସ୍ ନିର୍ଯାତିତ ହେଉଛି । ରାଉରକେଲାଠାରେ ଜଣେ ମହିଳା ପୋଲିସ୍ ଇନ୍ସପେ୍କଟରଙ୍କୁ ନିର୍ଯାତନା ଦିଆଯାଇଥିବାର ଅଭିଯୋଗ ହୋଇଛି । ବୀରମିତ୍ରପୁର ଥାନା ଆଇଆଇସି ନିଜ ସ୍ୱାମୀଙ୍କ ନାମରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ଶାରୀରିକ, ମାନସିକ ନିର୍ଯାତନା ସହ ହତ୍ୟା ଉଦ୍ୟମ ଭଳି ସମ୍ପୃକ୍ତ ଆଇଆଇସି ଅଭିଯୋଗ କରିଛନ୍ତି । ରାଉରକେଲା ସରକାରୀ କଲେଜରେ ଅଧ୍ୟାପକ ଥିବା ତାଙ୍କ ସ୍ୱାମୀଙ୍କ ବିରୋଧରେ ସେ ଏଭଳି ଅଭିଯୋଗ ଆଣିଛନ୍ତି। ଏନେଇ ରଘୁନାଥପାଲି ଥାନାରେ ଏତଲା ପରେ ପୁଲିସ ମାମଲା ରୁଜୁ କରିଛି । ଦଫା 498 ଓ 307 ଦଫାରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଛି ।
ଜୟପୁର : ରାଜସ୍ଥାନ ରାଜଧାନୀ ଜୟପୁରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜୟପୁରରୁ କନୋତା ଥାନା ଅଞ୍ଚଳର ଜାମଡୋଲୀରେ ଏକ ପରିବାରର 4 ଜଣ ସଦସ୍ୟ ଆତ୍ମହତ୍ୟା କରିଛନ୍ତି । ଘରେ ମାତା ପିତାଙ୍କସମେତ ଦୁଇ ସନ୍ତାନ ଏକାସାଙ୍ଗରେ ଆତ୍ମହତ୍ୟା କରିଥିବାର ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ପ୍ରାଥମିକ ଅନୁସନ୍ଧାନରୁ ଋଣ ପାଇଁ ଏହି ଆତ୍ମହତ୍ୟା ଘଟିଥିବାର ସୂଚନା ରହିଛି । ତେବେ ପୋଲିସ୍ ଏହି ଘଟଣାର ଯାଞ୍ଚ କରୁଛି । ଆତ୍ମହତ୍ୟା କରିଥିବା ପରିବାର ଅଳଙ୍କାର ବ୍ୟବସାୟ ସହ ଜଡିତ ଥିବାର ସୂଚନା ରହିଛି । ପୋଲିସ୍ର ସୂଚନା ଅନୁସାରେ ପରିବାର ଉପରେ ଋଣର ଭାର ଅଧିକ ରହିଥିଲା । ଋଣ ମାଫିଆ ପରିବାରକୁ ହଇରାଣ କରୁଥିବାର କଥା ମଧ୍ୟ ସାମ୍ନାକୁ ଆସିଛି । ତେବେ ଏହି ଘଟଣାରେ ଋଣ ମାଫିଆଙ୍କୁ ପୋଲିସ୍ ଅଟକ ରଖି ପଚରାଉଚୁରା ଜାରି ରଖିଛି । (ଏଜେନ୍ସି)
ତିରୁବନନ୍ତପୁରମ୍, ଶନିବାର ସକାଳେ ପଶ୍ଚିମବଙ୍ଗ ଏବଂ କେରଳରେ ଚଢାଉ କରି ଜାତୀୟ ତଦନ୍ତ ଏଜେନ୍ସି ବା ଏନଆଇଏ, ଅଲ କାଏଦା ଆତଙ୍କବାଦୀଙ୍କ ଏକ ଆନ୍ତଃରାଜ୍ୟ ଆକ୍ରମଣକୁ ନଷ୍ଟ କରିଦେଇଛି। ନଅ ଅଲ କାଏଦା ଆତଙ୍କବାଦୀଙ୍କ ମଧ୍ୟରୁ ତିନିଜଣଙ୍କୁ ଏର୍ନାକୁଲମ ଜିଲ୍ଲାରୁ ଏବଂ ପାଞ୍ଚ ଜଣଙ୍କୁ ମୁର୍ସିଦାବାଦରୁ ଗିରଫ କରିଛି। କେରଳ ପୋଲିସ ଡିଜି ଲୋକନାଥ ବେହେରା ତିନି ଜଣ ଏରନାକୁଲମରୁ ଗିରଫ ହୋଇଥିବା ଖବରକୁ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟରେ ସର୍ବାଧିକ ପ୍ରବାସୀ ଶ୍ରମିକ ରହୁଥିବା ଏରନାକୁଲମରେ ଏହି ଆତଙ୍କବାଦୀମାନେ ଚଳପ୍ରଚଳ କରୁଥିଲେ। କୋଚିର ଦୁଇଟି ସ୍ଥାନରୁ ଏହି ତିନିଜଣଙ୍କୁ ଠାବ କରାଯାଇଥିଲା। ଗିରଫ ହୋଇଥିବା ବ୍ୟକ୍ତିମାନେ ହେଉଛନ୍ତି ମୁର୍ସିଦ ହାସନ, ୟାକୋବ ବିଶ୍ୱ ଏବଂ ମୋର୍ସରଫ ହୁସେନ୍। କେରଳ ପୋଲିସ ଜାଣିବାକୁ ପାଇଛି ଯେ ହୁସେନ୍ ଗତ ଏକ ଦଶନ୍ଧି ଧରି କେରଳରେ ରହିଆସୁଥିଲେ। ସେ ଆଲୁଭା ନିକଟ ପେରୁମ୍ବାଭୋରରେ ଏକ ବସ୍ତ୍ର ଦୋକାନରେ କାମ କରୁଥିଲେ।…
ସୀତାରାମ ଅଗ୍ରଓ୍ବାଲ ଟାଙ୍ଗୀ : ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ କୁହୁଡି ବଜାର ଛକଠାରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ଦିନ ୧୧.୩୦ରେ ତାମିଲନାଡୁରୁ ଯାତ୍ରୀ ନେଇ ବାଲେଶ୍ୱର ଅଭିମୁଖେ ଯାଉଥିବା ଏକ ମିନି ବସ ଟି କୁହୁଡି ବଜାର ନିକଟରେ ଏକ ଟ୍ରକକୁ ପଛପଟୁ ଶକ୍ତ ଧକା ଦେଇଥିଲା। ଫଳରେ ବସର ଆଗ ପଟ ନଷ୍ଟ ହୋଇଯାଇଥିବା ସ୍ଥଳେ ଚାରି ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ଟାଙ୍ଗୀ ଡାକ୍ତରଖାନାକୁ ପଠାଯାଇଛି। ଘଟଣାସ୍ଥଳରେ ଗଙ୍ଗାଧରପୁର ଅଗ୍ନିଶମ କର୍ମଚାରୀ ଉପସ୍ଥିତ ଥିବା ବେଳେ କୁହୁଡି ଫାଣ୍ଡି ପୋଲିସ ଗାଡିଟିକୁ ଜବତ କରି ତଦନ୍ତ ଜାରି ରଖିଛି।
ବଲାଙ୍ଗିର : ଜିଲ୍ଲାପାଳ କ୍ଷମତା ଅପବ୍ୟବହାର କରି ଆଦିବାସୀଙ୍କ ଘର ଭାଙ୍ଗିବା ସରପଞ୍ଚଙ୍କୁ ମହଙ୍ଗା ପଡ଼ିଲା। ପ୍ରଥମେ ବନ୍ଧା ହେବା ପରେ ଏବେ ନିଲମ୍ବିତ ହେଲେ ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ସାଲେଭଟା ପଞ୍ଚାୟତ ସରପଞ୍ଚ ହେମକାନ୍ତି ମୁଣ୍ଡା। ହେମକାନ୍ତିଙ୍କୁ ନିଲମ୍ବନ କରିଛି ପଞ୍ଚାୟତିରାଜ ବିଭାଗ । ଜିଲ୍ଲା ପ୍ରଶାସନର ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସୂଚନାଯୋଗ୍ୟ, ସରପଞ୍ଚ ହେମକାନ୍ତି ମୁଣ୍ଡା ଜିଲ୍ଲାପାଳ କ୍ଷମତାର ଅପବ୍ୟବହାର କରି ଛଅ ଆଦିବାସୀ ପରିବାରଙ୍କୁ ମିଳିଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘରକୁ ବୁଲଡୋଜର ଚଢାଇ ମାଟିରେ ମିଶାଇ ଦେଇଥିଲେ । ଏ ଘଟଣା ପରେ ଲୋଇସିଂହା ଥାନାରେ ସଂପୃକ୍ତ ସରପଞ୍ଚଙ୍କ ବିରୋଧରେ ଏତଲା ଦାଏର ହୋଇଥିଲା। ଏହାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ସରପଞ୍ଚ ହେମକାନ୍ତି ମୁଣ୍ଡା ଓ ତାଙ୍କ ସ୍ୱାମୀମୋହନ ମୁଣ୍ଡାଙ୍କୁ ଗିରଫ କରାଯାଇଥିଲା।
ଭୁବନେଶ୍ବର : କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଘରୋଇ ମାମଲାରେ ପୁଣି ଏକ ନୂଆ ମୋଡ ଆସିଛି । ସୁପ୍ରିମ୍କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ବର୍ଷା ପ୍ରିୟଦର୍ଶିନୀ। ପଟିଆଲା ହାଉସ୍ କୋର୍ଟରେ ଦାଏର ମାମଲା ସ୍ଥାନାନ୍ତର ପାଇଁ ଆବେଦନ କରିଛନ୍ତି । ମାମଲା କଟକ ସ୍ଥାନାନ୍ତର ପାଇଁ ଆବେଦନ କରିଛନ୍ତି ବର୍ଷା । ପଟିଆଲା ହାଉସ୍ କୋର୍ଟରେ ଛାଡପତ୍ର ମାମଲା କରିଛନ୍ତି ସ୍ବାମୀ ଅନୁଭବ । ସୂଚନାଥାଉ କି, ଅନୁଭବଙ୍କ ବିରୋଧରେ ପାରିବାରିକ ହିଂସା ମାମଲା ନେଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବର୍ଷା। ଏ ନେଇ ବର୍ଷା କଟକ SDJM କୋର୍ଟରେ ମାମଲା ଦାୟର କରିଛନ୍ତି। ପାରିବାରିକ ହିଂସା ନିରୋଧ ଆଇନ ଧାରା-12 ଅନୁଯାୟୀ ମାମଲା ଦାୟର ହୋଇଛି। ଅପରପକ୍ଷରେ ଉଭୟ ପୁଣି ଏକାଠି ହୋଇ ଦାମ୍ପତ୍ୟ ଜୀବନ ଆରମ୍ଭ କରିବାକୁ ସେମାନଙ୍କ ପ୍ରଶଂସକମାନେ ନିବେଦନ କରିଛନ୍ତି । ବର୍ଷା ମଧ୍ୟ ଅନୁଭବଙ୍କ ସହ ଏକାଠି ରହିବାକୁ…
ଭୁବନେଶ୍ବର : ରାଜ୍ୟରେ ଆଉ 9 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ବରଗଡ ଜିଲ୍ଲାରୁ ସର୍ବାଧିକ 2 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଭଦ୍ରକ, କଟକ, ବଲାଙ୍ଗିର, ଗଜପତି, ପୁରୀ, ରାୟଗଡା ଓ ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ୍ କରୋନା ଜନିତ ମୃତୁ ସଂଖ୍ୟା 691କୁ ବୃଦ୍ଧି ହୋଇଛି । ବଲାଙ୍ଗି ଜିଲ୍ଲାରୁ ସର୍ବାଧିକ 2 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହି ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 63 ବର୍ଷୀୟ ପୁରୁଷ ଥିବାବେଳେ ଅନ୍ୟ ଜଣେ 55 ବର୍ଷୀୟା ମହିଳା । ସେହିପରି ଭଦ୍ରକରୁ ଜଣେ 52 ବର୍ଷୀୟ ବ୍ୟକ୍ତି ଥିବାବେଳେ ବଲାଙ୍ଗିରରୁ 55 ବର୍ଷୀୟ ପୁରୁଷ, ଗଜପତିରୁ 37 ବର୍ଷୀୟା ପୁରୁଷ ଓ କଟକରୁ 78 ବର୍ଷୀୟା ମହିଳା ରହିଛନ୍ତି । ସେହିପରି ପୁରୀରୁ 73 ବର୍ଷୀୟ ପୁରୁଷଙ୍କ ସମେତ ରାୟଗଡରୁ 52 ବର୍ଷୀୟ ବ୍ୟକ୍ତି ଓ ସମ୍ବଲପୁରରୁ…
ଭୁବନେଶ୍ବର : ରାଜ୍ୟରେ ଆଜି 4 ହଜାର 209କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 2441ଜଣ ଚିହ୍ନଟ ହୋଇଥିବାବେଳେ 1768ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 1 ଲକ୍ଷ 75ହଜାର550କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 37 ହଜାର239ଜଣ । ସେହିପରି ସୁସ୍ଥ ହୋଇଛନ୍ତି 1 ଲକ୍ଷ 37ହଜାର 567ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 682ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି । ଆଜି ରାଜ୍ୟର 30ଟି ଜିଲ୍ଲାରୁ ମୋଟ୍ 4ହଜାର 209ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 663ଜଣ ଚିହ୍ନଟ ହୋଇଥିବାବେଳେ…
ରମେଶ ମହାନ୍ତି ଜଗତସିଂହପୁର : ଭାରତ ସରକାରଙ୍କ ଦ୍ୱାରା ସାଧାରଣ ପ୍ରଶାସନରେ ଉତ୍କର୍ଷତାରେ ପ୍ରଧାନମନ୍ତ୍ରୀ ସମ୍ମାନ ପାଇବା ପାଇଁ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଶେଷ ତଥା ତୃତୀୟ ପର୍ଯ୍ୟାୟରେ ପହଞ୍ଚିଛି। ଜଗତସିଂହପୁର ଜିଲ୍ଲାର ସମସ୍ତ କାର୍ଯ୍ୟାଳୟରେ ଇ-ଅଫିସ୍ ବ୍ୟବସ୍ଥା କାର୍ଯ୍ୟକାରୀ କରି ସାରା ଦେଶରେ ସଫଳତା ଲାଭ କରିଛି। ପ୍ରଧାନମନ୍ତ୍ରୀଙ୍କ ଦପ୍ତର ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯିବାକୁ ଥିବାରୁ ସାରା ଦେଶରେ ବିଭିନ୍ନ ଜିଲ୍ଲା ପ୍ରଶାସନ ପ୍ରଗତି ଦିଗରେ ନେଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଇଛନ୍ତି। ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ଏନ୍.ଆଇ.ସି.ଭି.ସି ରୁମ୍ ଠାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଏକ ପ୍ୟାନେଲ କମିଟି ଜିଲ୍ଲାପାଳଙ୍କ ସହିତ ସ୍ୱତନ୍ତ୍ର ସାକ୍ଷାତକାର ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟରେ ଇ-ଅଫିସ୍ କାର୍ଯ୍ୟକାରିତା ସମ୍ପର୍କରେ ସୂଚନା ପ୍ରଦାନ କରି ସରକାରୀ କାର୍ଯ୍ୟାଳୟରେ ସ୍ୱଚ୍ଛତା ରକ୍ଷା ସହିତ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ଉତ୍ତରଦାୟିତ୍ୱ ବୃଦ୍ଧି ପାଇଥିବା ପ୍ରକାଶ କରିଥିଲେ। ପ୍ରଥମରୁ ଜିଲ୍ଲାରେ ଇ-ଅଫିସ୍ ବ୍ୟବସ୍ଥାର…
ନୂଆଦିଲ୍ଳୀ : ଦିଲ୍ଲୀର ମଦନ ମୋହନ ହସ୍ପିଟାଲରେ ଅକ୍ସିଜେନ୍ ନ ମିଳିବାରୁ ନବଜାତ ଶିଶୁରୁ ମୃତ୍ୟୁ ହେବା ପରେ ଶିଶୁଟିର ସମ୍ପର୍କୀୟମାନେ ସେହି ହସ୍ପିଟାଲର ନର୍ସକୁ ବନ୍ଧକ ରଖିବାର ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ ଉକ୍ତ ହସ୍ପିଟାଲରେ ଜଣେ ଗର୍ଭବତୀ ମହିଳା ଏକ ଶିଶୁକୁଜନ୍ମ ଦେଇଥିଲେ । ଜନ୍ମ ହେବା ପରେ ଶିଶୁଟିକୁ ଅକ୍ସିଜେନ୍ର ଆବଶ୍ୟକତା ରହିଥିଲା । କିନ୍ତୁ ହସ୍ପିଟାଲରେ ଶିଶୁଙ୍କ ପାଇଁ ଆଇସିୟୁ ନଥିବାରୁ ଆମ୍ବୁଲାନ୍ସ ଯୋଗେ ସଫଦରଗଞ୍ଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ପହଞ୍ଚିବାରୁ ନବଜାତର ମୃତ୍ୟୁ ହୋଇଥିଲା । ଏହାପରେ ନବଜାତର ପରିବାର ଲୋକେ ହସ୍ପିଟାଲକୁ ଏହି ଘଟଣା ପାଇଁ ଦାୟୀ କରିଛନ୍ତି । ହସ୍ପିଟାଲର ଦାୟିତ୍ବହୀନତା ପାଇଁ ନବଜାତର ମୃତ୍ୟୁ ହୋଇଥିବା ଯୋଗୁଁ ରାଗରେ ସେହି ହସ୍ପିଟାଲର ଜଣେ ନର୍ସକୁ ତିନି ଘଣ୍ଟା ବନ୍ଦୀ କରି ରଖିଥିଲେ । ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଏହି ନାଟକ…
ରମେଶ ମହାନ୍ତି ଜଗତସିଂହପୁର: ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ଉପନିର୍ବାଚନ ପାଇଁ ଏବେଠୁ ଚାଲିଲାଣି ଦଳଡିଆଁ।କଂଗ୍ରେସର ହାତଛାଡି ପୂର୍ବତନ ବିଧାୟକ ପ୍ରାର୍ଥୀଙ୍କ ସମେତ ପୂର୍ବତନ ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ,ସରପଞ୍ଚ, ସମିତିସଭ୍ୟଙ୍କ ସହ ଅନେକ ଆଗଧାଡ଼ିର ନେତା ଆଜି ବିଜେପିରେ ମିଶିଥିବାରୁ ତିର୍ତ୍ତୋଲ କଂଗ୍ରେସକୁ ଲାଗିଛି ଏକ ବଡ ଝଟକା। ଆଜି ଭୁବନେଶ୍ୱର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା।ଏଥିରେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର କଂଗ୍ରେସ ଦଳର ବହୁ ଆଗଧାଡ଼ିର ନେତାଙ୍କ ସହ ବିଜେଡିର ମଧ୍ୟ କିଛି ନେତା ବିଧିବଦ୍ଧ ଭାବେ ବିଜେପି ଦଳରେ ଯୋଗଦେଇଥିଲେ ।ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ କଂଗ୍ରେସ ଦଳରୁ ଦୁଇଥର ବିଧାୟକ ପ୍ରାର୍ଥୀ ହୋଇଥିବା ରାଜକିଶୋର ବେହେରା, ତିର୍ତ୍ତୋଲ ବ୍ଲକର ପୂର୍ବତନ ଅଧ୍ୟକ୍ଷ ପ୍ରଦୀପ୍ତ ନାୟକ (ଦିପୁ) କଂଗ୍ରେସ, ତିର୍ତ୍ତୋଲ ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ତଥା ବର୍ତ୍ତମାନ ବିରିତୋଳ ପଞ୍ଚାୟତର ସରପଞ୍ଚ ରୁକସାନା ବେଗମ, ବିରିତୋଳ ପଞ୍ଚାୟତର ନାୟବ ସରପଞ୍ଚ ଅବଦୁଲ କାଦିର୍ ଖାନ୍,ମୁଳସିଂ…
ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ହାର ଦିନକୁ ଦିନ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଅନୁସାରେ ଦେଶରେ ଗତ 24 ଘଣ୍ଟାରେ ରେକର୍ଡ ସଂଖ୍ୟକ 93 ହଜାର 337 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 1290ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତ ସଂଖ୍ୟା 53ଲକ୍ଷ 8 ହଜାର15 କୁ ବୃଦ୍ଧି ପାଇଛି। ସେହିପରି କରୋନା ଜନିତ ମୃତ୍ୟୁ ସଂଖ୍ୟା 84 ହଜାର 629ରେ ପହଞ୍ଚିଛି ।ସେହିପରି ବର୍ତ୍ତମାନ ମୋଟ ଆକ୍ଟିଭ୍ କେସ୍ 10 ଲକ୍ଷ 13 ହଜାର964 ଥିବା ବେଳେ 42 ଲକ୍ଷ 8ହଜାର 431ଜଣ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। (ଏଜେନ୍ସି)
ବିସିସିଆଇ ସଂପାଦକ ଜୟ ସାହା ସାରଜାହା ଷ୍ଟାଡିୟମ ପରିଦର୍ଶନ କରୁଛନ୍ତି
ଭୁବନେଶ୍ବର : ଭୁବନେଶ୍ବର ଉପକଣ୍ଠ ମେଣ୍ଢାଶାଳ ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୋକାନ ଉପରେ ଚଢ଼ି ଓଲଟି ପଡ଼ିଲା ପଥର ବୋଝେଇ ଟ୍ରକ୍। ଫଳରେ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି। ଏକାଧିକ ଦୋକାନ ଉପରେ ଚଢ଼ିଯାଇ ପଥର ବୋଝେଇ ଟ୍ରକ୍ଟି ଓଲଟି ପଡ଼ିଥିଲା। ଗୁରୁତରଙ୍କୁ ନିକଟସ୍ଥ ମେଣ୍ଢାଶାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ୱାଶିଂଟନ୍, ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ ବିଶ୍ବରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ମୋଟ ସଂଖ୍ୟା ୩୦.୩ ନିୟୁତରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା ୯୫୦,୦୦୦ ରୁ ଅଧିକ ହୋଇଛି। ଶନିବାର ସକାଳ ସୁଦ୍ଧା ମୋଟ ମାମଲା ୩ କୋଟି ୩ ଲକ୍ଷ ୯୫ ହଜାର ୫୭୯ ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ୯ ଲକ୍ଷ ୫୦ ହଜାର ୩୪୪ କୁ ବୃଦ୍ଧି ପାଇଛି। ଏ ନେଇ ବିଶ୍ୱବିଦ୍ୟାଳୟର ସେଣ୍ଟର ଫର ସିଷ୍ଟମ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ (ସିଏସଏସଇ) ଏହାର ସଦ୍ୟତମରେ ରିପୋର୍ଟରେ ପ୍ରକାଶ କରିଛି। ସିଏସଏସଇ ଅନୁଯାୟୀ ଆମେରିକାରେ ବିଶ୍ବର ସର୍ବାଧିକ ସଂଖ୍ୟକ ଆକ୍ରାନ୍ତ ୬୭ ଲକ୍ଷ ୨୨ ହଜାର ୬୯୯ ଏବଂ ମୃତ୍ୟୁ ୧ ଲକ୍ଷ ୯୮ ହଜାର ୫୦୯ ରେ ରହିଛି। ବର୍ତ୍ତମାନ ବିଶ୍ବରେ ଆମେରିକା ହେଉଛି ସବୁଠାରୁ ଅଧିକ କରୋନା କ୍ଷତିଗ୍ରସ୍ତ ଦେଶ। ସେହିପରି ଭାରତ ୫୨ ଲକ୍ଷ ୧୪ ହଜାର ୬୭୭ ମାମଲାରେ ଭାରତ ବର୍ତ୍ତମାନ…
ନୂଆଦିଲ୍ଲୀ, ଜାତୀୟ ତଦନ୍ତ ଏଜେନ୍ସି ବା ଏନଆଇଏ ଆଜି ସକାଳୁ ଚଢାଉ କରି ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଅଲ-କାଏଦାର ନଅ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି। ଏହି ଆତଙ୍କବାଦଙ୍କୁ ପଶ୍ଚିମବଙ୍ଗର ମୁର୍ସିଦାବାଦ ଏବଂ କେରଳର ଏର୍ନାକୁଲମରୁ ଗିରଫ କରାଯାଇଛି। ଏହି ଦୁଇ ସହରରେ ଆତଙ୍କବାଦୀମାନେ ଲୁଚି ରହିଛନ୍ତି ବୋଲି ସଠିକ ଖବର ମିଳିଥିଲା। ସେହି ଅନୁସାରେ ଏନଆଇଏ ଯୋଜନା ପ୍ରସ୍ତୁତ କରି ଆଜି ସକାଳେ ଦୁଇଟି ସ୍ଥାନରେ ଅତର୍କିତ ଚଢାଉ କରି ଆତଙ୍କବାଦୀଙ୍କୁ ଗିରଫ କରିଥିଲା।
ନୂଆଦିଲ୍ଲୀ, ଭାରତରେ ଦିନକରେ ଆରୋଗ୍ୟଙ୍କ ସଂଖ୍ୟା ଅପ୍ରାତ୍ୟାଶିତ ଭାବେ ବୃଦ୍ଧି ପାଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୮୭,୪୭୨ ଜଣ ସକ୍ରିୟ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏମାନେ ଘରୋଇ, ସଂସ୍ଥାଗତ ସଙ୍ଗରୋଧ ଏବଂ ଡାକ୍ତରଖାନାରୁ ଛାଡ଼ ପାଇଛନ୍ତି। ବିଗତ ୧୧ ଦିନ ମଧ୍ୟରେ ଭାରତରେ ଆରୋଗ୍ୟ ହାର ଅତିଉଚ୍ଚରେ ରହିଛି ଫଳରେ ଦୈନିକ ୭୦ ହଜାରରୁ ଅଧିକ ଲୋକ ସୁସ୍ଥ ହେଉଛନ୍ତି। ଆଜିକୁ ମିଶାଇ ଦେଶରେ ଆରୋଗ୍ୟ ହାର ବୃଦ୍ଧି ପାଇଁ ୭୮.୮୬% ରେ ପହଞ୍ଚିଛି। ଫଳରେ ମୋଟ ସୁସ୍ଥଙ୍କ ସଂଖ୍ୟା ୪୧,୧୨,୫୫୧ ରେ ପହଞ୍ଚିଛି। ଆରୋଗ୍ୟଙ୍କ ସଂଖ୍ୟା ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ତୁଳନାରେ ୪.୦୪ ଗୁଣ ଅଧିକ ହୋଇଯାଇଛି। ବର୍ତ୍ତମାନ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୦,୯୪,୭୯୭ ରେ ପହଞ୍ଚିଛି। ସର୍ବାଧିକ ସକ୍ରିୟ ସଂକ୍ରମିତ ଥିବା ୫ଟି ରାଜ୍ୟରେ ଆରୋଗ୍ୟ ହାର ମଧ୍ୟ ଅଧିକ ରହିଛି। ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, କର୍ଣ୍ଣାଟକ ଓ ଉତ୍ତରପ୍ରଦେଶରେ ୫୯.୮% ସକ୍ରିୟ ସଂକ୍ରମିତ ରହିଛନ୍ତି…
ନୂଆଦିଲ୍ଲୀ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫ୍ରେସିମ ମାଧ୍ୟମରେ ବିହାରର ବହୁ ପ୍ରତୀକ୍ଷିତ କୋଶୀ ରେଳ ମହାସେତୁ ଉଦଘାଟନ କରିଛନ୍ତି। ତେବେ ଏହାର ସ୍ବତନ୍ତ୍ରତା ହେଉଛି ଏହି ରେଳ ସଂଯୋଗ ଯୋଗୁଁ ବିହାର ରାଜ୍ୟରେ ରେଳ ଯୋଗାଯୋଗ କ୍ଷେତ୍ରରେ ଏକ ନୂଆ ଇତିହାସ ସୃଷ୍ଟି ହେଲା। କାରଣ ଏହି ରେଳ ମହାସେତୁ ଯୋଗୁଁ ବିହାରର ସମସତିପୁର ଏବଂ ଜୟନଗର ମଧ୍ୟରେ ଦୂରତା 3ଶହ କିଲୋମିଟର ହ୍ରାସ ପାଇଲା। ତେବେ ଏହି ସେତୁ କୋଶୀ ନଦୀ ଉପରେ ପ୍ରାୟ 1.9 କିଲୋମିଟର ଲମ୍ବାରେ ଯାଇଛି। ଏଥିପାଇଁ ମୋଟ ଖର୍ଚ୍ଚ ହୋଇଛି 5 ଶହ 16 କୋଟି ଟଙ୍କା। ଏହି ରେଳ ମହାସେତୁ ନିର୍ମାଣ କରିବା ପାଇଁ 2003-2004 ମସିହାରେ ଅନୁମୋଦନ ହାସଲ କରିଥିଲେ। ହେଲେ ଏହା କାମ ଠିକ ଭାବରେ ହୋଇପାରିନ ଥିଲା। ବିଗତ ଚାରି ବର୍ଷ ମଧ୍ୟରେ ଏହି ସେତୁର କାମ ତୀବ୍ର ଗତିରେ ଆରମ୍ଭ କରାଯାଇଥିଲା। ଏହା ବିହାର…
ସୀତାରାମ ଅଗ୍ରୱାଲ ବାଣପୁର: ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ନିର୍ବାଚନମଣ୍ଡଳୀରେ ଅଣାୟତ୍ତ ହେଲାଣି କରୋନା। କୋଭିଡ ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ଯଥା ସମ୍ଭବ ରଣନୀତି ପ୍ରୟୋଗ କରୁଛି। ପ୍ରତିଦିନ ଚିଲିକା ନିର୍ବାଚନମଣ୍ଡଳୀକୁ ଜିଲ୍ଲା ଅଧିକାରୀମାନଙ୍କ ଗସ୍ତ ଲାଗି ରହିଛି। ଆଜି ଖୋର୍ଦ୍ଧା ଉପଜିଲ୍ଲାପାଳ ଅପରାହ୍ନରେ ଚିଲିକା ବ୍ଲକ କାର୍ଯ୍ୟାଳୟ ପରିଦର୍ଶନରେ ଆସି କୋଭିଡ ସ୍ଥିତି ସମୀକ୍ଷା କରିଥିଲେ। ଏହି ପରିପ୍ରେକ୍ଷୀରେ ଉପ ଜିଲ୍ଲାପାଳ କରୋନା ସେବକମାନଙ୍କ ଟିମକୁ ଉତ୍ସାହିତ ମଧ୍ୟ କରିଥିଲେ। କରୋନା ସେବକ ମାନେ ଆଗାମୀ ଦିନରେ ଜନସାଧାରଣମାନଙ୍କୁ ସଚେତନ କରିବା ସହ ଲକ୍ଷଣ ଥିବା ବ୍ୟକ୍ତିମାନଙ୍କୁ ସ୍ୱତଃ ପ୍ରବୃତ ଭାବେ କୋଭିଡ ଟେଷ୍ଟିଙ୍ଗ କରାଇବା ପାଇଁ ଉତ୍ସାହିତ କରିବେ ଏବଂ ସେମାନଙ୍କ ମନୋବଳ ମଧ୍ୟ ବଢ଼ାଇବେ। ଏହା ସହିତ ଉପ ଜିଲ୍ଲାପାଳ ଅଶୋକ କୁମାର ବେହୁରିଆ ଚିଲିକା ନିର୍ବାଚନମଣ୍ଡଳୀରେ କୋଭିଡ ପଜିଟିଭ ବଢୁଥିବା ଗ୍ରାମ ଗୁଡିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି। ସେହି…

