Author: Samikhsya Bureau

ଭୁବନେଶ୍ବର: ଆଜି କରୋନା ସଂକ୍ରମିତଙ୍କ ମାନସିକ ଅବସ୍ଥା ନେଇ ଡାକ୍ତର ସାରଦା ସ୍ଵାଇଁ ସୂଚନା ଦେଇଛନ୍ତି। କୌଣସି ବ୍ୟକ୍ତି ସଂକ୍ରମିତ ହୋଇଥିଲେ ସେଥିପାଇଁ ତାଙ୍କ ପରିବାର ଲୋକଙ୍କ ଭୂମିକା ବେଶି ରହିଛି ବୋଲି ଡାକ୍ତର ସ୍ଵାଇଁ କହିଛନ୍ତି। ସାଧାରଣତଃ ହୋମ ଆଇସୋଲେସନ ବେଳେ ସଂକ୍ରମିତ ବ୍ୟକ୍ତିଙ୍କ ନିଦ୍ରାହୀନତା, ଛାନିଆ ଲକ୍ଷଣ ଦେଖାଯାଉଛି। ଘରେ ଏକା ରହୁଥିବା ଲୋକ, ବୟସ୍କ, କିଶୋରଙ୍କ ମାନସିକ ସ୍ଥିତି ବିଗିଡିଯାଏ। ଆକ୍ରାନ୍ତଙ୍କ ମାନସିକ ସ୍ଥିତିକୁ ବଦଳାଇବା ପାଇଁ ପରିବାର ଲୋକଙ୍କ ଚେଷ୍ଟା ରହିବା ଆବଶ୍ୟକ। ତେଣୁ ହୋମ ଆଇସୋଲେସନରେ ଥିବାବେଳେ ଆକ୍ରାନ୍ତ ଯୋଗ, ପ୍ରାଣାୟମ କରିବା ଉଚିତ। ଏହା ସହିତ ସଂକ୍ରମିତ ବ୍ୟକ୍ତି ସୁଷମ ଖାଦ୍ୟ ସହିତ ପ୍ରଚୁର ପାଣି ପିଇବା ଉଚିତ ବୋଲି ଡାକ୍ତର ସ୍ଵାଇଁ ପରାମର୍ଶ ଦେଇଛନ୍ତି। ଏହାସହିତ ମାନସିକ ରୋଗରେ ଚିକିତ୍ସିତ ବ୍ୟକ୍ତି ସଂକ୍ରମିତ ହେଲେ ସେ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହୋଇପାରିବେ। ଯଦି ସେ ବ୍ୟକ୍ତିଙ୍କର ମାନସିକ ସ୍ଥିତି ଅଧିକ…

Read More

ଭୁବନେଶ୍ବର: ଭୁବନେଶ୍ବର ମହାନଗରରୁ ୩୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ହେଲେ ୪୧୨ ଜଣ। ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୦୧ ଜଣ କ୍ବାରେଣ୍ଟିନରୁ ଆସିଥିବା ବେଳେ ୨୪୪ ଜଣ ସ୍ଥାନୀୟ ସଂକ୍ରମଣ ।  ଲଖ୍ମିସାଗରରୁ ୧୩ଟି ଲୋକାଲ କେସ ଚିହ୍ନଟ ହୋଇଥିବା ବେଳେ ଶୈଳଶ୍ରୀ ବିହାର ରୁ ୯ ଜଣ ଚିହ୍ନଟ ହୋଇଛନ୍ତି, ସେହିପରି କେନ୍ଦ୍ରୀୟ ହସ୍ପିଟାଲ ଷ୍ଟାଫ ୭ ଜଣ, ୟୁନିଟ-୮ ରୁ ୭ ଜଣ, ସୁନ୍ଦରପଦା, ଝାରପଡା, ଭକ୍ତମଧୁନଗର, ନୟାପଲ୍ଲୀରୁ ୬ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ବମିଖାଲ, ନୟାପଲ୍ଲୀ ବେହେରା ସାହି ଓ ଗଣ୍ଡମୁଣ୍ଡାରୁ ୫ ଜଣ ଚିହ୍ନଟ ହୋଇଛନ୍ତି। ଆଚାର୍ଯ୍ୟ ବିହାର, ବରମୁଣ୍ଡା ଓ ୟୁନିଟ-୮ ନୟାପଲ୍ଲୀରୁ ୪ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ନୀଳାଦ୍ରି ବିହାର, ଚନ୍ଦ୍ରଶେଖରପୁର ରେଳବିହାର, ପାତ୍ରପଡା, ଟଙ୍କପାଣି ରୋଡ ଓ ୟୁନିଟ-୯ ରୁ ୪ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତ…

Read More

ଭୁବନେଶ୍ବର: କରୋନା ଯୋଗୁଁ ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ନାମଲେଖା ଅବଧି ଆଉ ୪ ଦିନ ପାଇଁ ବୃଦ୍ଧି କରାଯାଇଛି। ପୂର୍ବରୁ ୨୧ ତାରିଖରୁ ନାମଲେଖା ଆରମ୍ଭ ହୋଇ ୨୬ ତାରିଖ ପର୍ଯ୍ୟନ୍ତ ଶେଷ ହେବାକୁ ଥିଲା। କିନ୍ତୁ ତାହାକୁ ପରିବର୍ତ୍ତନ କରାଯାଇ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସିବିଏସଇ ଓ ଆଇସିଏସଇ ପିଲାଙ୍କ ଡିଜିଲକର ସାର୍ଟିଫିକେଟ ଗ୍ରହଣ ପାଇଁ ନିର୍ଦ୍ଦେଶ ରହିଛି। ଏହା ଛଡା ଏକ ମାସ ଭିତରେ ଅରିଜିନାଲ ସାର୍ଟିଫିକେଟ ଦେବାକୁ ଅଣ୍ଡରଟେକିଙ୍ଗ ରଖିବାକୁ ନିର୍ଦ୍ଦେଶ ରହିଛି। ନାମଲେଖା ସମୟରେ କୋଭିଡ଼ ନିୟମକୁ ପାଳନ ପାଇଁ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ନିର୍ଦ୍ଦେଶନାମା ଜାରି କଲା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ।

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ ବାଇପାସରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏହି ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଆଜି ମଧ୍ୟାହ୍ନରେ ଭୁବନେଶ୍ୱରରୁ ଚଣ୍ଡେଶ୍ଵର ଅଭିମୁଖେ ଆସୁଥିବା ଏକ ଓମଫେଡ ଟ୍ରକଟି ଟାଙ୍ଗୀ ବାଇପାସ ଜାତୀୟ ରାଜପଥରୁ କୋଡିଏ ମିଟର ଦୂର ପାରିଓରାଡ଼ି ଛକ ନିକଟରେ ଭାରସାମ୍ୟ ହରାଇ ଡାହାଣ ପଟେ ଥିବା ଡିଭାଇଡ଼ର ଉପରେ ଚଢିଯାଇ ବିପରୀତ ଦିଗ ରୋଡ଼କୁ ଚାଲିଯାଇଥିଲା। ଠିକ ଏହି ସମୟରେ ଓଡ଼ି-୦୨ ଆର ୯୯୩୩ ନମ୍ବର ବିଶିଷ୍ଟ ଏକ କାର ବ୍ରହ୍ମପୁରରୁ ଭୁବନେଶ୍ୱର ଯାଉଥିବାବେଳେ ଉକ୍ତ ଓମଫେଡ ଟ୍ରକଟି କାରକୁ ଆଗପଟୁ ଧକ୍କା ଦେଇ ବାଇପାସ ତଳକୁ ଖସି ପଡିଥିଲା। କାର ଚାଳକ ଜୀବନ ବଞ୍ଚାଇବା ପାଇଁ ବ୍ରେକ ମାରିଲା ବେଳେ ତାଙ୍କ କାରର ଚକା ଫାଟି ଯାଇଥିଲା। ହେଲେ କାରର ଆଗ ପଟଟି ସମ୍ପୂର୍ଣ ନଷ୍ଟ ହୋଇଯାଇଥିବା ସ୍ଥଳେ…

Read More

ଭୁବନେଶ୍ବର, ପ୍ରଥମ ଶ୍ରେଣୀ ସଂରକ୍ଷଣ, ମହିଳା କିମ୍ବା ଭିନ୍ନକ୍ଷମ। ଲମ୍ବା ଟ୍ରେନର କେଉଁ ବଗି କାହା ପାଇଁ ସଂରକ୍ଷିତ ତାହା ଜାଣିବା ମୁସ୍କିଲ। ଏହି ସମସ୍ୟାର ଦୂର କରିବା ପାଇଁ ପୂର୍ବତଟ ରେଳପଥ ଏକ ନୂଆ ପଦ୍ଧତି ଅବଲମ୍ବନ କରିଛି। ତାହା ହେଉଛି ଏଣିକି ବଗି ବାହାରେ ବିଭିନ୍ନ ଷ୍ଟ୍ରିପ ସଙ୍କେତ ଲାଗିବ। ଫଳରେ ଯାତ୍ରୀମାନେ ବହୁ ଦୂରରୁ ଦେଖି ସେଗୁଡିକ କେଉଁ ପ୍ରକାରର ବଗି ତାହା ଜାଣିପାରିବେ। ସେହି ଚିହ୍ନଗୁଡିକ ହେଲା..

Read More

ଭୁବନେଶ୍ବର: ଆସନ୍ତା ବିଧାନସଭା ମୌସୁମୀ ଅଧିବେଶନ ସମ୍ପୂର୍ଣ୍ଣ ସଂସଦ ଢ଼ାଞ୍ଚାରେ ଚାଲିବ। ସଂସଦ ଭଳି ବିଧାୟକଙ୍କ ସିଟ୍ ସମ୍ପୁଖରେ ମଧ୍ୟ କାଚ ଲଗାଯାଇଛି। ବସିବା ବେଳେ ବିଧାୟକମାନେ ୪ ଫୁଟ୍ ଦୂରତା ବଜାୟ ରଖିବେ। ଦର୍ଶକ ଗ୍ୟାଲେରିରେ ବି ବିଧାୟକମାନେ ବସିବେ। ଏନେଇ ୧୪୫ଟି ଆସନ ପ୍ରସ୍ତୁତ ଅଛି। ଯେଉଁ ବରିଷ୍ଠ ବିଧାୟକ ଆସିପାରିବେନି ସେମାନେ ଆଗରୁ ସୂଚନା ଦେବେ। ଜିଲ୍ଲା ମୁଖ୍ୟାଳୟ କିମ୍ବା ନିଜ ଘରେ କିମ୍ବା ଓକାକରେ ଭିଡ଼ିଓ କନଫରେନ୍ସରେ ବସିପାରିବେ। ଏହାସହ ସବୁ ଗଣମାଧ୍ୟମର ଗୋଟିଏ ଟିମକୁ ଅନୁମତି ମିଳି। ବିଧାନସଭାର ମୌସୁମୀ ଅଧିବେଶନରେ ପ୍ରଶ୍ନକାଳ ରହିବନାହିଁ। ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଆଜି ଟାଙ୍ଗୀ ଥାନା କୁହୁଡି ବଘେଇ ସାହିରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। କୂଅରେ ପଡି ଜଣେ ନାବାଳିକାର ମୃତ୍ୟୁ ହୋଇଥିବା ସୂଚନା ରହିଛି। ମୃତ ନାବାଳିକା ଜଣକ ପବି ଭୁଜବଳଙ୍କ ୯ ବର୍ଷର ଝିଅ ଶ୍ରାବଣୀ ଭୂଜବଳ ବୋଲି ଜଣା ପଡିଛି। ସେ ସ୍ଥାନୀୟ ବଘେଇ ପ୍ରାଥମିକ ସରକାରୀ ବିଦ୍ୟାଳୟରେ ୪ର୍ଥ ଶ୍ରେଣୀରେ ଅଧ୍ୟ୍ୟୟନ କରୁଥିଲେ। ଆଜି ସକାଳେ ନାବାଳିକା ଜଣକ ନିଜ ବାଡି ପଟେ ଥିବା ଏକ କୂଅରେ ଏକ ଛୋଟ ବାଲଟି ସାହାଯ୍ୟରେ ପ‍ାଣି କାଢୁଥିବା ବେଳେ ହଠାତ୍ ଭାରସାମ୍ୟ ହରାଇ କୂଅ ଭିତରକୁ ଖସି ପଡିଥିଲା। ପରିବାର ଲୋକେ ନାଵାଳିକାକୁ ଗୁରୁତର ଅଵସ୍ଥାରେ କୂଅରୁ ଉଦ୍ଧାର କରି ଟାଙ୍ଗୀ ସରକାରୀ ଡାକ୍ତରଖାନାକୁ ଆଣିଥିଲେ। କିନ୍ତୁ ଡାକ୍ତର ଏଠାରେ  ଶ୍ରାବଣୀଙ୍କୁ ମୃତ ଘୋଷଣା କରିଛନ୍ତି।

Read More

ଭୁବନେଶ୍ବର: ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ମହିଳା କମିଶନ ପକ୍ଷରୁ ଓଟିଭି ଏମଡିଙ୍କୁ  ସମନ କରାଯାଇଛି। ଭୁବନେଶ୍ବର ଡିସିପିଙ୍କ ଜରିଆରେ ସମନ କଲେ ମହିଳା କମିଶନ। ଅକ୍ଟୋବର ମାସର ଏକ ତାରିଖରେ ହାଜର ହେବା ପାଇଁ ସମନ କରାଯାଇଛି। ଏହା ପୂର୍ବରୁ  ଓଟିଭି ଏମଡିଙ୍କୁ ଆଉଥରେ ନୋଟିସ କରାଯାଇଥିଲା। ଗତକାଲି ଏହି ନୋଟିସ ଆଧାରରେ  ଓଟିଭି ଏମଡି ହାଜର ହୋଇଥିଲେ। କିନ୍ତୁ  ଗତକାଲି ଶୁଣାଣି ହୋଇପାରିନଥିଲା। ସେପଟେ ଏହି ଗଣଦୁଷ୍କର୍ମ ମାମଲାର ତଦନ୍ତ ପାଇଁ ପୁଣି ସମୟ ମାଗିଲା କମିଶନରେଟ ପୋଲିସ। ରିପୋର୍ଟ ଦାଖଲ ପାଇଁ ୨୧ ଦିନ ସମୟ ନେଲା ପୋଲିସ। ଏନେଇ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ସୂଚନା ଦେଇଛନ୍ତି।

Read More

ନୂଆଦିଲ୍ଲୀ, ଗତକାଲି ସଂସଦ ପରିସରରେ ଥିବା ଗାନ୍ଧି ମୂର୍ତ୍ତି ତଳେ ଧରଣାରେ ବସିଥିବା ଆଠ ନିଳମ୍ବିତ ସାଂସଦଙ୍କୁ ଜଣେ ଆଶ୍ଚର୍ଯ୍ୟ ପରିଦର୍ଶକ ମିଳିଯାଇଥିଲେ। ସେମାନେ କେବେ ଭାବି ନ ଥିଲେ ଯେ, ତାଙ୍କ ଧାରଣା ସ୍ଥଳକୁ ସେ ବ୍ୟକ୍ତି ଜଣଙ୍କ ଏପରି ରାତିରେ ଆସିବେ। ତେବେ କେବେଳ ସେ ବ୍ୟକ୍ତିଙ୍କୁ ଦେଖିକି ନୁହେଁ ସେମାନେ ଆହୁରି ଏକ ଜିନିଷ ଦେଖି ଆଶ୍ଚର‌୍ୟ୍ୟ ହୋଇଗଲେ। ତାହା ହେଲା ସେ ବ୍ୟକ୍ତି ଜଣଙ୍କ ହାତରେ ଚା ଓ ବିସ୍କୁଟ ଧରି ସେମାନଙ୍କ ପାଖକୁ ଆସିଛନ୍ତି। ଏପରି ପରିସ୍ଥିତିରେ ଧାରଣାରେ ବସିଥିବା ଆଠ ସାଂସଦ କଣ କରିବେ କିଛି ବୁଝିପାରିଲେ ନାହିଁ। ତେବେ ସେ ବ୍ୟକ୍ତି ଜଣଙ୍କ ବ୍ୟାଗରୁ ଚା ବିସ୍କୁଟ ବାହାର କରି ସମସ୍ତଙ୍କୁ ଖାଇବା ପାଇଁ ଅନୁରୋଧ କଲେ। ଏତେ ବଡ ବ୍ୟକ୍ତି ନିଜେ ଚା ପିଇବା ପାଇଁ କହୁଛନ୍ତି ଯେତେବେଳେ ସାଂସଦମାନଙ୍କ ମୁଣ୍ଡ ଖରାପ ହୋଇଗଲା। ଅମାନିଆ ସାଂସଦ ଶୃଙ୍ଖଳିତ ଛାତ୍ରଙ୍କ…

Read More

କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲ ବନଖଣ୍ଡ ଗୋଗୁଆ ପଂଚାୟତର ଲାଇଜା ଗ୍ରାମରେ ଆଜି ରାତିରେ ହାତୀପଲ ଆସି ବ୍ୟାପକ ଫସଲ ଖାଇବା ସହ ନଷ୍ଟ କରିଦେଇଥିବା ଖବର ହସ୍ତଗତ ହୋଇଛି। ପ୍ରକାଶ ଯେ ,ଗତକାଲି ରାତି ୧୨ ଟା ପାଖାପାଖିରେ ହାତୀପଲ ଆସି ଲାଇଜା ଗ୍ରାମର ଉଦ୍ଧବ ବେହେରା ଙ୍କ ଆଖୁଫସଲ, ରାମଚନ୍ଦ୍ର ସାହୁଙ୍କ କଦଳୀ , ଧାନ , ଦାଶରଥୀ ସାହୁଙ୍କ ଧାନ ଫସଲ , ପଦ୍ମନାଭ ପ୍ରଧାନଙ୍କ କଦଳୀ ଚାଷ ଆଦି ଖାଇବା ସହ ବ୍ୟାପକ ନଷ୍ଟ କରିଦେଇଛନ୍ତି। ଯେତିକି ଖାଇଛନ୍ତି ତତୋଧିକ ଫସଲ ସବୁ ନଷ୍ଟ କରିଦେଇଛନ୍ତି ହାତୀପଲ। ସନ୍ଧ୍ୟାରେ ବନବିଭାଗ ହାତୀକୁ ଘଉଡାଇବାକୁ ଯାଇ ସେମାନଙ୍କୁ ଜଙ୍ଗଲକୁ ତଡିଦେଇଥିଲେ। ହେଲେ ଅଧରାତିରେ ପୁଣି ହାତୀପଲ ଆସି ସବୁ ଫସଲ ନଷ୍ଟ କରିଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଦିନକୁ ଦିନ ହାତୀ ସଂଖ୍ୟା ବୃଦ୍ଧି ପାଇବା ସହ ଜଙ୍ଗଲ ନଷ୍ଟ ହେବା ଫଳରେ ଖାଦ୍ୟ ଅନ୍ୱେଷଣରେ ଗାଁ…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ୧୧ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ବାଲେଶ୍ଵର, ବଲାଙ୍ଗିରି, ଗଞ୍ଜାମ ଓ ମାଲକାନଗିରିରୁ ୨ ଜଣ ଲେଖାଏଁ କରୋନାରେ ମୃତ୍ୟୁ ହୋଇଥିବା ବେଳେ ଭଦ୍ରକ, ଖୋର୍ଦ୍ଧା, ପୁରୀରୁ ଜଣେ ଲେଖାଏଁ କରୋନା ରେ ମୃତ୍ୟୁ ହୋଇଛି। ତେବେ ରାଜ୍ୟରେ ମୋଟ କୋରୋନଜନିତ ମୃତ୍ୟୁ ସଂଖ୍ୟା ୭୨୧ କୁ ବୃଦ୍ଧି ହୋଇଛି। ବାଲେଶ୍ବରରୁ ଜଣେ ୬୫ ବର୍ଷୀୟ ପୁରୁଷ ଆଉ ଜଣେ ୫୦ ବର୍ଷୀୟ ମହିଳାଙ୍କ କରୋନାରେ ମୃତ୍ୟୁ ହୋଇଛି। ବଲାଙ୍ଗିରିରୁ ଜଣେ ୬୦ ବର୍ଷୀୟ ପୁରୁଷ ଓ ଜଣେ ୪୨ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି। ସେହିପରି ଗଞ୍ଜାମରୁ ଜଣେ ୭୦ ବର୍ଷୀୟ ପୁରୁଷ ଏବଂ ଆଉ ଜଣେ ୭୭ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି। ମାଲକାନଗିରିରୁ ଜଣେ ୫୪ ବର୍ଷୀୟ ପୁରୁଷ ଏବ ଆଉ ଜଣେ ୪୦ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି। ଭଦ୍ରକରୁ ଜଣେ ୬୮ ବର୍ଷୀୟ ପୁରୁଷ, ପୁରୀରୁ ଜଣେ ୫୧ ବର୍ଷୀୟ…

Read More

ଭୁବନେଶ୍ବର: ରାଜ୍ୟରେ ଆଜି ୪ ହଜାର ୧୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୨୪୫୩ ଜଣ ଚିହ୍ନଟ ହୋଇଥିବାବେଳେ ୧୭୩୬ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୮୮ ହଜାର ୩୧୧ କୁ ବୃଦ୍ଧି ହୋଇଛି। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩୮ ହଜାର ୧୫୮ ଜଣ। ସେହିପରି ସୁସ୍ଥ ହୋଇଛନ୍ତି ୧ ଲକ୍ଷ ୪୯ ହଜାର ୩୭୯ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି ୭୧୦ଜଣ। ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ମୋଟ୍‌ ୪ ହଜାର ୧୮୯ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୭୧୨ ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳୁରୁ ୧୦୭, ବାଲେଶ୍ବରରୁ ୧୫୦, ବରଗଡରୁ ୧୨୮,  ଭଦ୍ରକରୁ ୩୪, …

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଆୟତପୁର ପଞ୍ଚାୟତରେ ରାସନ ସାମଗ୍ରୀ ଏବଂ ଭତ୍ତା ବଣ୍ଟନରେ ଦେଖାଯାଇଛି ସାଙ୍ଘାତିକ ଅନିୟମିତତା। ପଞ୍ଚାୟତବାସି ସେପ୍ଟେମ୍ବର ମାସର ରାସନ ସାମଗ୍ରୀ ଓ ଭତ୍ତା ଆଜି ସୁଦ୍ଧା(୨୨.୦୯.୨୦) ପାଇନାହାନ୍ତି। ଯାହାଦ୍ୱାରା ସେମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହେଲେ ନିୟମ ମୁତାବକ ରାସନ ସାମଗ୍ରୀ ପଞ୍ଚାୟତ ରେ ପ୍ରତି ମାସର ପ୍ରଥମ ସପ୍ତାହ ସୁଦ୍ଧା ଏବଂ ଭତ୍ତା ପ୍ରତି ମାସର ୧୫ ତାରିଖ ସୁଦ୍ଧା ବଣ୍ଟାଯିବା କଥା କିନ୍ତୁ ଆୟତ୍ତପୁର ପଞ୍ଚାୟତରେ ଏହାର ବ୍ୟତିକ୍ରମ ଦେଖାଯାଇଛି। ମୁଖ୍ୟମନ୍ତ୍ରୀ ଗରିବଙ୍କ ଜୀବନ ଜୀବିକାକୁ ଗୁରୁତ୍ୱ ଦେଉଥିବାବେଳେ ଏଠି କିଛି ସରକାରୀ କର୍ମଚାରୀଙ୍କ ମନମାନି ଲାଗି ହନ୍ତସନ୍ତ ହେଉଛନ୍ତି ପଞ୍ଚାୟତବାସି। ହେଲେ ଏ ନେଇ ଆୟତ୍ତପୁର ସରପଞ୍ଚଙ୍କ ପ୍ରତିନିଧି ରାମଚନ୍ଦ୍ର ସେଠିଙ୍କୁ ପଚାରିବାରୁ ରାସନ ସାମଗ୍ରୀ ଚଳିତ ମାସ ୧୫ ତାରିଖରେ ପଞ୍ଚାୟତକୁ ଆସିଥିବାର କହିଥିଲେ ଏବଂ କଣ୍ଟେନମେଣ୍ଟ ଜୋନ ହୋଇଥିବାରୁ ରାସନ ସାମଗ୍ରୀ…

Read More

ନୂଆଦିଲ୍ଲୀ: ଦେଶରେ ଦିନକରେ ୭୫ ହଜାର ୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁବରଣ କରିଛନ୍ତି ୧୦୫୩ ଜଣ। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୫ ଲକ୍ଷ ୬୨ ହଜାର ୬୬୪ କୁ ବୃଦ୍ଧି ହୋଇଛି। ତେବେ ଦେଶରେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୪୪ ଲକ୍ଷ ୯୭ ହଜାର ୮୬୭ ଥିବା ବେଳେ ସକ୍ରିୟ ମାମଲା ୯ ଲକ୍ଷ ୭୫ ହଜାର ୮୬୧ ରହିଛି। ସେହିପରି ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୮୮ ହଜାର ୯୩୫ ରେ ପହଞ୍ଚିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

Read More

ଭୁବନେଶ୍ବର: ରାଜ୍ୟରେ କରୋନା ପ୍ରକୋପ ଜାରି ରହିଛି। ସଂକ୍ରମଣ ରୋକିବାକୁ ସରକାର ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରୁଛନ୍ତି।  ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୫ ହଜାର ୬୭୬ କରୋନା ଟେଷ୍ଟ ହୋଇଥିବାର ସୂଚନା ରହିଛି।  ସେଥିମଧ୍ୟରୁ ୭ ହଜାର ୮୯୯ ଟି ଆରଟିପିସିଆର ଟେଷ୍ଟ ହୋଇଥିବାବେଳେ ୩୭ ହଜାର ୬୪୯ଟି ଆଣ୍ଟିଜେନ୍‌ ଟେଷ୍ଟ ହୋଇଛି। ସେହିପରି ୧୨୮ଟି ଟ୍ରୁନୁଟ୍‌ ପରୀକ୍ଷା ହୋଇଛି।

Read More

ନୂଆଦିଲ୍ଲୀ, ଭାରତରେ ଜାତୀୟ ସୁସ୍ଥତା ହାର 80%ର ମାଇଲଖୁଣ୍ଟକୁ ଅତିକ୍ରମ କରିଛି। ପ୍ରତିଦିନ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କ୍ରମାଗତ ତୃତୀୟ ଦିନରେ ଭାରତରେ 90 ହଜାରରୁ ଅଧିକ ସୁସ୍ଥ ହୋଇଛନ୍ତି। ଗତ 24 ଘଣ୍ଟା ମଧ୍ୟରେ 93,356 ଜଣ ଆକ୍ରାନ୍ତ ଡିସଚାର୍ଜ ହୋଇଛନ୍ତି। 12ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଜାତୀୟ ହାରଠାରୁ ଅଧିକ ସୁସ୍ଥ ହୋଇପାରିଛନ୍ତି । 79% ନୂତନ ସୁସ୍ଥ କେବଳ 10ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ହୋଇଛନ୍ତି । ଭାରତରେ ଆଜି ପର୍ଯ୍ୟନ୍ତ ମୋଟ ସୁସ୍ଥଙ୍କ ସଂଖ୍ୟା 44 ଲକ୍ଷ(43,96,399) ପାଖାପାଖି।  ସୁସ୍ଥ ସଂଖ୍ୟାରେ ଭାରତ ବିଶ୍ୱରେ ଏକ ନମ୍ବରରେ ଅଛି । ବିଶ୍ୱର ମୋଟ ସୁସ୍ଥଙ୍କ ମଧ୍ୟରେ 19% ଭାରତରୁ ରହିଛନ୍ତି ।

Read More

ଭୁବନେଶ୍ୱର, ସର୍ବନିମ୍ନ ସହାୟକ ମୂଲ୍ୟ ଯୋଜନାରେ ଖରିଫ୍‌ ଧାନ ସଂଗ୍ରହ ନିମନ୍ତେ ଚାଷୀ ନାମ ପଂଜୀକରଣ ଗତବର୍ଷ ତୁଳନାରେ ୨୦୨୦-୨୧ ଖରିଫ୍‌ରେ ୨୧ ପ୍ରତିଶତ ବୃଦ୍ଧି ପାଇଛି । ୨୦୨୦-୨୧ ଖରିଫ୍‌ ଧାନ ସଂଗ୍ରହ ନିମନ୍ତେ ମୋଟ ୧୪ ଲକ୍ଷ ୯୭ ହଜାର ୭୭୯ ଜଣ ଚାଷୀ ସେମାନଙ୍କର ନାମ ପଂଜୀକରଣ କରିଛନ୍ତି । ଗତବର୍ଷ ୨୦୧୯-୨୦ ଖରିଫ୍‌ ଧାନ ସଂଗ୍ରହ ନିମନ୍ତେ ୧୨ ଲକ୍ଷ ୩୫ ହଜାର ୯୦୮ ଜଣ ଚାଷୀ ସେମାନଙ୍କର ନାମ ପଂଜୀକରଣ କରିଥିଲେ । ଗତବର୍ଷ ତୁଳନାରେ ୨ ଲକ୍ଷ ୬୧ ହଜାର ୮୭୧ ଜଣ ଅଧିକ ଚାଷୀ ଖରିଫ୍‌ ଧାନ ବିକିବା ନିମନ୍ତେ ବିଭିନ୍ନ ପ୍ୟାକସ୍‌/ଲ୍ୟା ̧ସ୍‌ରେ ଅନ୍‌ଲାଇନ୍‌ ଯୋଗେ ସେମାନଙ୍କର ନାମ ପଂଜୀକରଣ କରିଛନ୍ତି । କୋଭିଡ୍‌-୧୯ ସ୍ଥିତିରେ ସରକାରଙ୍କ ସମସ୍ତ ମାର୍ଗଦର୍ଶିକା ଓ ସାମାଜିକଦୂରତ୍ୱ ପାଳନ କରି ଚାଷୀ ନାମ ପଂଜୀକରଣ କାର୍ଯ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ…

Read More

ମୁମ୍ବାଇ / ଭୁବନେଶ୍ୱର: ଫଟାଫଟ କ୍ରିକେଟର ମହାକୁମ୍ଭ ଆଇପିଏଲ୍ ଆରମ୍ଭ ହୋଇଯାଇଛି। ଏଥି ସହିତ ଜିଓ ପକ୍ଷରୁ ଆରମ୍ଭ ହୋଇଛି ‘ଜିଓ କ୍ରିକେଟ୍ ପ୍ଲେ-ଆଲଙ୍ଗ୍‌’ ଯେଉଁଥିରେ ଖେଳ ଦେଖିବା ସହ କ୍ରିକେଟ ପ୍ରେମୀମାନେ ନିଜେ ଖେଳରେ ସାମିଲ୍ ହୋଇ ଆର୍ଷଣୀୟ ପୁରସ୍କାର ଜିତିବାର ସୁଯୋଗ ରହିଛି। ଚଳିତବର୍ଷ ପାଇଁ ଏହା ହେଉଛି ଏକ ଉପଯୁକ୍ତ ସମୟ ଯେତେବେଳେ ଜିଓ ଉପଭୋକ୍ତାମାନେ ‘ଜିଓ କ୍ରିକେଟ ପ୍ଲେ-ଏଲଙ୍ଗ୍‌’ ମାଧ୍ୟମରେ କ୍ରିକେଟ ଖେଳର ସମସ୍ତ ଦକ୍ଷତା ଓ ଶୈଳୀ ଉପଯୋଗ କରି ପ୍ରତ୍ୟେକ ବଲ୍ ସହ ଖେଳିବା ସହିତ ଏସମ୍ପର୍କିତ ପ୍ରତ୍ୟେକ ପ୍ରଶ୍ନର ସଠିକ୍ ଉତ୍ତର ଦେଇ ଆକର୍ଷଣୀୟ ପୁରସ୍କାର ଲାଭ କରିପାରିବେ! ଏଥିସହିତ ସେମାନେ ମ୍ୟାଚ୍ ପୂର୍ବ (ପ୍ରି-ମ୍ୟାଚ୍‌) ପ୍ରଶ୍ନ କାର୍ଯ୍ୟକ୍ରମ, ପୋଲ୍‌, କ୍ୱିଜ୍ ଇତ୍ୟାଦିରେ ଭାଗ ନେଇପାରିବା ସହିତ ଏହି ଖେଳ କାର୍ଯ୍ୟକ୍ରମରେ ଓ ‘ଷ୍ଟିକର ଚାଟ୍‌’ ମାଧ୍ୟମରେ ସେମାନଙ୍କ ନିଜର ପସନ୍ଦର ଦଳକୁ ଉତ୍ସାହିତ କରିପାରିବା ସହିତ ଖେଳର ସ୍କୋର, ମ୍ୟାଚ୍…

Read More

ଭୁବନେଶ୍ୱର, ୨୧.୯ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୦ତମ ଜନ୍ମଦିବସ ଅବସରରେ ଓଡିଶାର ସିଲ୍‌ଭର ଗାନ୍ଧୀ ନିଜର ପଦଯାତ୍ରା ଜାରି ରଖିଛନ୍ତି। ଆଜି ଏହି ପଦଯାତ୍ରାରେ ସିଲ୍‌ଭର ଗାନ୍ଧୀଙ୍କ ସହିତ ସାମିଲ୍ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସମଗ୍ର ବିଶ୍ୱବାସୀଙ୍କ ହୃଦୟରେ ସ୍ୱତନ୍ତ୍ର ଭାବେ ସ୍ଥାନ ପାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ୱଚ୍ଛ ଭାରତ ଅଭିଯାନ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବା ସହିତ ଅହରହ ସଂଗ୍ରାମ କରି ଆସୁଛନ୍ତି ସିଲ୍‌ଭର ଗାନ୍ଧୀ। ପୂର୍ବରୁ ସେ ସମଗ୍ର ଭାରତ ବର୍ଷରେ ସ୍ୱଚ୍ଛ ଭାରତ ମିଶନକୁ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ୨୦୦୦ କି.ମି. ପଦଯାତ୍ରା କରି ମହାମହୀମ ରାଷ୍ଟ୍ରପତିଙ୍କ ଠାରୁ ପୁରଷ୍କୃତ ହୋଇଥିଲେ। ବିଶ୍ୱରେ ଦେଖାଦେଇଥିବା ମହାମାରୀ ‘କୋଭିଡ୍‌-୧୯’ ଭଳି ଭୂତାଣୁ ଜନିତ ରୋଗକୁ ଖାତିର ନ କରି ବିଦ୍ୟାଳୟ, ମହାବିଦ୍ୟାଳୟ, ବିଭିନ୍ନ ଗ୍ରାମାଞ୍ଚଳ ସମେତ ସହରର ଗଳିକନ୍ଦି ତଥା ବସ୍ତିବାସିନ୍ଦାଙ୍କୁ ମାକ୍ସ ଏବଂ ସାନିଟାଇଜର କିଣି ବଣ୍ଟନ…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୩ ହଜାର ୭୦୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୭୯୬ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୩୨୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ପୁରୀରୁ ୨୫୬, ଝାରସୁଗୁଡାରୁ ୧୫୧, କେନ୍ଦ୍ରାପଡାରୁ ୧୪୭, ବଲାଙ୍ଗିରିରୁ ୧୩୬, ସୁନ୍ଦରଗଡରୁ ୧୩୬, ବରଗଡରୁ ୧୩୨, ମୟୂରଭଞ୍ଜରୁ ୧୨୦, ନବରଙ୍ଗପୁରରୁ ୧୨୦, ଯାଜପୁରରୁ ୧୧୩, ସମ୍ବଲପୁରରୁ ୧୧୧, କୋରାପୁଟରୁ ୯୯, ରାୟଗଡାରୁ ୯୮, ଜଗତସିଂହପୁରରୁ ୯୦, କନ୍ଧମାଳରୁ ୮୫, ଭଦ୍ରକରୁ ୭୬, ବାଲେଶ୍ବରରୁ ୭୩, କେନ୍ଦୁଝରରୁ ୭୨, ସୋନପୁରରୁ ୬୫, ଗଞ୍ଜାମରୁ ୫୫, ବୌଦ୍ଧରୁ ୫୧, ଢେଙ୍କାନାଳରୁ ୩୯, ନୟାଗଡରୁ ୩୬, କଳାହାଣ୍ଡିରୁ ୩୪, ମାଲକାନଗିରିରୁ ୨୭, ଦେବଗଡରୁ ୨୩, ଅନୁଗୁଳରୁ ୨୨, ଗଜପତିରୁ ୨୨, ନୂଆପଡାରୁ ୧୧ ଏବଂ ଷ୍ଟେଟ ପୁଲରୁ ୧୮୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।…

Read More

ଭୁବନେଶ୍ୱର: କରୋନା ମହାମାରୀ ସହ ଯୁଦ୍ଧ କରି ଏହି ଅଦୃଶ୍ୟ ଶତ୍ରୁକୁ ପରାସ୍ତ କଲେ ୯୧ ବର୍ଷୀୟ ଜଣେ ବରିଷ୍ଠ ନାଗରିକ। ଭୁବନେଶ୍ୱର ସ୍ଥିତ ସମ୍ କୋଭିଡ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଧିରେନ୍ଦ୍ର ନାଥ ଦାସ। ଶରୀରରେ ଅନେକ ସମସ୍ୟା ଥିବା ସତ୍ୱେ ସମ୍ କୋଭିଡ ହସ୍ପିଟାଲ୍‌ରେ ଡାକ୍ତର, ନର୍ସ ଏବଂ ପାରାମେଡିକ୍ସଙ୍କର ସଫଳ ଚିକିତ୍ସା, ସେବା ଓ ଯତ୍ନ ଫଳରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଶ୍ରୀ ଦାସ। ଗତ ସେପ୍ଟେମ୍ବର ୫ ତାରିଖରେ କରୋନା ସଂକ୍ରମିତ ହେବା ପରେ ସେ ସମ୍ କୋଭିଡ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ପ୍ରାରମ୍ଭିକ ସ୍ତରରେ ଖୁବ୍ ଅସୁସ୍ଥ ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। କରୋନା ସହିତ ତାଙ୍କର ଅନ୍ୟାନ୍ୟ ବାର୍ଦ୍ଧକ୍ୟଜନିତ ଶାରୀରିକ ସମସ୍ୟା ରହିଥିଲା। ତେବେ ହସ୍ପିଟାଲ୍‌ର ଡାକ୍ତର, ନର୍ସ ମାନେ ଆପ୍ରାଣ ଉଦ୍ୟମ କରି ତାଙ୍କୁ ସୁସ୍ଥ କରିବାକୁ ଚେଷ୍ଟା କରିଥିଲେ। ଡାକ୍ତର ପ୍ରଦୀପ୍ତ କୁମାର ପାତ୍ର,…

Read More