ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ହାର ଦିନକୁ ଦିନ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଅନୁସାରେ ଦେଶରେ ଗତ 24 ଘଣ୍ଟାରେ ରେକର୍ଡ ସଂଖ୍ୟକ 93 ହଜାର 337 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 1290ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତ ସଂଖ୍ୟା 53ଲକ୍ଷ 8 ହଜାର15 କୁ ବୃଦ୍ଧି ପାଇଛି। ସେହିପରି କରୋନା ଜନିତ ମୃତ୍ୟୁ ସଂଖ୍ୟା 84 ହଜାର 629ରେ ପହଞ୍ଚିଛି ।ସେହିପରି ବର୍ତ୍ତମାନ ମୋଟ ଆକ୍ଟିଭ୍ କେସ୍ 10 ଲକ୍ଷ 13 ହଜାର964 ଥିବା ବେଳେ 42 ଲକ୍ଷ 8ହଜାର 431ଜଣ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। (ଏଜେନ୍ସି)
Author: Samikhsya Bureau
ବିସିସିଆଇ ସଂପାଦକ ଜୟ ସାହା ସାରଜାହା ଷ୍ଟାଡିୟମ ପରିଦର୍ଶନ କରୁଛନ୍ତି
ଭୁବନେଶ୍ବର : ଭୁବନେଶ୍ବର ଉପକଣ୍ଠ ମେଣ୍ଢାଶାଳ ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୋକାନ ଉପରେ ଚଢ଼ି ଓଲଟି ପଡ଼ିଲା ପଥର ବୋଝେଇ ଟ୍ରକ୍। ଫଳରେ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି। ଏକାଧିକ ଦୋକାନ ଉପରେ ଚଢ଼ିଯାଇ ପଥର ବୋଝେଇ ଟ୍ରକ୍ଟି ଓଲଟି ପଡ଼ିଥିଲା। ଗୁରୁତରଙ୍କୁ ନିକଟସ୍ଥ ମେଣ୍ଢାଶାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ୱାଶିଂଟନ୍, ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ ବିଶ୍ବରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ମୋଟ ସଂଖ୍ୟା ୩୦.୩ ନିୟୁତରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା ୯୫୦,୦୦୦ ରୁ ଅଧିକ ହୋଇଛି। ଶନିବାର ସକାଳ ସୁଦ୍ଧା ମୋଟ ମାମଲା ୩ କୋଟି ୩ ଲକ୍ଷ ୯୫ ହଜାର ୫୭୯ ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ୯ ଲକ୍ଷ ୫୦ ହଜାର ୩୪୪ କୁ ବୃଦ୍ଧି ପାଇଛି। ଏ ନେଇ ବିଶ୍ୱବିଦ୍ୟାଳୟର ସେଣ୍ଟର ଫର ସିଷ୍ଟମ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ (ସିଏସଏସଇ) ଏହାର ସଦ୍ୟତମରେ ରିପୋର୍ଟରେ ପ୍ରକାଶ କରିଛି। ସିଏସଏସଇ ଅନୁଯାୟୀ ଆମେରିକାରେ ବିଶ୍ବର ସର୍ବାଧିକ ସଂଖ୍ୟକ ଆକ୍ରାନ୍ତ ୬୭ ଲକ୍ଷ ୨୨ ହଜାର ୬୯୯ ଏବଂ ମୃତ୍ୟୁ ୧ ଲକ୍ଷ ୯୮ ହଜାର ୫୦୯ ରେ ରହିଛି। ବର୍ତ୍ତମାନ ବିଶ୍ବରେ ଆମେରିକା ହେଉଛି ସବୁଠାରୁ ଅଧିକ କରୋନା କ୍ଷତିଗ୍ରସ୍ତ ଦେଶ। ସେହିପରି ଭାରତ ୫୨ ଲକ୍ଷ ୧୪ ହଜାର ୬୭୭ ମାମଲାରେ ଭାରତ ବର୍ତ୍ତମାନ…
ନୂଆଦିଲ୍ଲୀ, ଜାତୀୟ ତଦନ୍ତ ଏଜେନ୍ସି ବା ଏନଆଇଏ ଆଜି ସକାଳୁ ଚଢାଉ କରି ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଅଲ-କାଏଦାର ନଅ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି। ଏହି ଆତଙ୍କବାଦଙ୍କୁ ପଶ୍ଚିମବଙ୍ଗର ମୁର୍ସିଦାବାଦ ଏବଂ କେରଳର ଏର୍ନାକୁଲମରୁ ଗିରଫ କରାଯାଇଛି। ଏହି ଦୁଇ ସହରରେ ଆତଙ୍କବାଦୀମାନେ ଲୁଚି ରହିଛନ୍ତି ବୋଲି ସଠିକ ଖବର ମିଳିଥିଲା। ସେହି ଅନୁସାରେ ଏନଆଇଏ ଯୋଜନା ପ୍ରସ୍ତୁତ କରି ଆଜି ସକାଳେ ଦୁଇଟି ସ୍ଥାନରେ ଅତର୍କିତ ଚଢାଉ କରି ଆତଙ୍କବାଦୀଙ୍କୁ ଗିରଫ କରିଥିଲା।
ନୂଆଦିଲ୍ଲୀ, ଭାରତରେ ଦିନକରେ ଆରୋଗ୍ୟଙ୍କ ସଂଖ୍ୟା ଅପ୍ରାତ୍ୟାଶିତ ଭାବେ ବୃଦ୍ଧି ପାଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୮୭,୪୭୨ ଜଣ ସକ୍ରିୟ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏମାନେ ଘରୋଇ, ସଂସ୍ଥାଗତ ସଙ୍ଗରୋଧ ଏବଂ ଡାକ୍ତରଖାନାରୁ ଛାଡ଼ ପାଇଛନ୍ତି। ବିଗତ ୧୧ ଦିନ ମଧ୍ୟରେ ଭାରତରେ ଆରୋଗ୍ୟ ହାର ଅତିଉଚ୍ଚରେ ରହିଛି ଫଳରେ ଦୈନିକ ୭୦ ହଜାରରୁ ଅଧିକ ଲୋକ ସୁସ୍ଥ ହେଉଛନ୍ତି। ଆଜିକୁ ମିଶାଇ ଦେଶରେ ଆରୋଗ୍ୟ ହାର ବୃଦ୍ଧି ପାଇଁ ୭୮.୮୬% ରେ ପହଞ୍ଚିଛି। ଫଳରେ ମୋଟ ସୁସ୍ଥଙ୍କ ସଂଖ୍ୟା ୪୧,୧୨,୫୫୧ ରେ ପହଞ୍ଚିଛି। ଆରୋଗ୍ୟଙ୍କ ସଂଖ୍ୟା ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ତୁଳନାରେ ୪.୦୪ ଗୁଣ ଅଧିକ ହୋଇଯାଇଛି। ବର୍ତ୍ତମାନ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୦,୯୪,୭୯୭ ରେ ପହଞ୍ଚିଛି। ସର୍ବାଧିକ ସକ୍ରିୟ ସଂକ୍ରମିତ ଥିବା ୫ଟି ରାଜ୍ୟରେ ଆରୋଗ୍ୟ ହାର ମଧ୍ୟ ଅଧିକ ରହିଛି। ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, କର୍ଣ୍ଣାଟକ ଓ ଉତ୍ତରପ୍ରଦେଶରେ ୫୯.୮% ସକ୍ରିୟ ସଂକ୍ରମିତ ରହିଛନ୍ତି…
ନୂଆଦିଲ୍ଲୀ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫ୍ରେସିମ ମାଧ୍ୟମରେ ବିହାରର ବହୁ ପ୍ରତୀକ୍ଷିତ କୋଶୀ ରେଳ ମହାସେତୁ ଉଦଘାଟନ କରିଛନ୍ତି। ତେବେ ଏହାର ସ୍ବତନ୍ତ୍ରତା ହେଉଛି ଏହି ରେଳ ସଂଯୋଗ ଯୋଗୁଁ ବିହାର ରାଜ୍ୟରେ ରେଳ ଯୋଗାଯୋଗ କ୍ଷେତ୍ରରେ ଏକ ନୂଆ ଇତିହାସ ସୃଷ୍ଟି ହେଲା। କାରଣ ଏହି ରେଳ ମହାସେତୁ ଯୋଗୁଁ ବିହାରର ସମସତିପୁର ଏବଂ ଜୟନଗର ମଧ୍ୟରେ ଦୂରତା 3ଶହ କିଲୋମିଟର ହ୍ରାସ ପାଇଲା। ତେବେ ଏହି ସେତୁ କୋଶୀ ନଦୀ ଉପରେ ପ୍ରାୟ 1.9 କିଲୋମିଟର ଲମ୍ବାରେ ଯାଇଛି। ଏଥିପାଇଁ ମୋଟ ଖର୍ଚ୍ଚ ହୋଇଛି 5 ଶହ 16 କୋଟି ଟଙ୍କା। ଏହି ରେଳ ମହାସେତୁ ନିର୍ମାଣ କରିବା ପାଇଁ 2003-2004 ମସିହାରେ ଅନୁମୋଦନ ହାସଲ କରିଥିଲେ। ହେଲେ ଏହା କାମ ଠିକ ଭାବରେ ହୋଇପାରିନ ଥିଲା। ବିଗତ ଚାରି ବର୍ଷ ମଧ୍ୟରେ ଏହି ସେତୁର କାମ ତୀବ୍ର ଗତିରେ ଆରମ୍ଭ କରାଯାଇଥିଲା। ଏହା ବିହାର…
ସୀତାରାମ ଅଗ୍ରୱାଲ ବାଣପୁର: ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ନିର୍ବାଚନମଣ୍ଡଳୀରେ ଅଣାୟତ୍ତ ହେଲାଣି କରୋନା। କୋଭିଡ ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ଯଥା ସମ୍ଭବ ରଣନୀତି ପ୍ରୟୋଗ କରୁଛି। ପ୍ରତିଦିନ ଚିଲିକା ନିର୍ବାଚନମଣ୍ଡଳୀକୁ ଜିଲ୍ଲା ଅଧିକାରୀମାନଙ୍କ ଗସ୍ତ ଲାଗି ରହିଛି। ଆଜି ଖୋର୍ଦ୍ଧା ଉପଜିଲ୍ଲାପାଳ ଅପରାହ୍ନରେ ଚିଲିକା ବ୍ଲକ କାର୍ଯ୍ୟାଳୟ ପରିଦର୍ଶନରେ ଆସି କୋଭିଡ ସ୍ଥିତି ସମୀକ୍ଷା କରିଥିଲେ। ଏହି ପରିପ୍ରେକ୍ଷୀରେ ଉପ ଜିଲ୍ଲାପାଳ କରୋନା ସେବକମାନଙ୍କ ଟିମକୁ ଉତ୍ସାହିତ ମଧ୍ୟ କରିଥିଲେ। କରୋନା ସେବକ ମାନେ ଆଗାମୀ ଦିନରେ ଜନସାଧାରଣମାନଙ୍କୁ ସଚେତନ କରିବା ସହ ଲକ୍ଷଣ ଥିବା ବ୍ୟକ୍ତିମାନଙ୍କୁ ସ୍ୱତଃ ପ୍ରବୃତ ଭାବେ କୋଭିଡ ଟେଷ୍ଟିଙ୍ଗ କରାଇବା ପାଇଁ ଉତ୍ସାହିତ କରିବେ ଏବଂ ସେମାନଙ୍କ ମନୋବଳ ମଧ୍ୟ ବଢ଼ାଇବେ। ଏହା ସହିତ ଉପ ଜିଲ୍ଲାପାଳ ଅଶୋକ କୁମାର ବେହୁରିଆ ଚିଲିକା ନିର୍ବାଚନମଣ୍ଡଳୀରେ କୋଭିଡ ପଜିଟିଭ ବଢୁଥିବା ଗ୍ରାମ ଗୁଡିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି। ସେହି…
ଭୁବନେଶ୍ବର, ଆଜି ସିସୋର ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦେବୀ ମିଶ୍ରଙ୍କ ଘରେ ସିବିଆଇ ଚଢାଉ ନେଇ ବିଜେଡି ପ୍ରତିକ୍ରିୟା ରଖିଛି। ଏଥିରେ ଦଳର ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ଯେ ଠିକ୍ ନିର୍ବାଚନ ପୂର୍ବରୁ ସିବିଆଇ ଚଢାଉ କରୁଛି। ବିଗତ ଦିନରେ ଦେଖାଦେଇଛି ଯେ, ସାଧାରଣ ନିର୍ବାଚନ, ଉପନିର୍ବାଚନ ଏବଂ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସିବିଆଇ ଏହି ଚଢାଉ କରୁଛି। ତେବେ ଓଡିଶାର ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି ଯେ ସିବିଆଇ ନିର୍ବାଚନ ପୂର୍ବରୁ କାହିଁକି ଏପରି ତତ୍ପରତା ପ୍ରକାଶ କରୁଛି। ସିବିଆଇର ଏପରି କାର୍ଯ୍ୟକଳାପ ଓଡିଶାର ଲୋକେ ଜାଣିସାରିଲେଣି ବୋଲି ଲେନିନ ମହାନ୍ତି କହିଛନ୍ତି।
ଭୁବନେଶ୍ବର: ଆଜି ରାଜ୍ୟରେ ୪ ହଜାର ୧୦୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୭୮୨ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୫୫୦ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ପୁରୀରୁ ୨୯୮, ବଲାଙ୍ଗୀରିରୁ୧୯୩, ଯାଜପୁରରୁ ୨୭୨, କେନ୍ଦ୍ରାପଡାରୁ ୧୩୨, ସୋନପୁରରୁ ୧୨୧, ଜଗତସିଂହପୁରରୁ ୧୧୫, ନବରଙ୍ଗପୁରରୁ ୧୧୫, ନୂଆପଡ଼ାରୁ ୧୧୨, କନ୍ଧମାଳରୁ ୧୦୨, ଗଞ୍ଜାମରୁ ୯୮, ବରଗଡରୁ ୯୪, ରାୟଗଡାରୁ ୮୯, ବାଲେଶ୍ବରରୁ ୮୦, ସମ୍ବଲପୁରରୁ ୭୮, ଭଦ୍ରକରୁ ୭୭, କେନ୍ଦୁଝରରୁ ୭୭, କୋରାପୁଟରୁ ୭୫, କଳାହାଣ୍ଡିରୁ ୭୧, ଝାରସୁଗୁଡାରୁ ୫୯, ଢେଙ୍କାନାଳରୁ ୫୨, ମୟୂରଭଞ୍ଜରୁ ୪୯, ନୟାଗଡରୁ ୪୭, ବୌଦ୍ଧରୁ ୩୮, ମାଳାକାନଗିରିରୁ ୩୪, ଗଜପତିରୁ ୨୫, ସୁନ୍ଦରଗଡରୁ ୨୩, ଅନୁଗୁଳରୁ ୧୬, ଦେବଗଡରୁ ୧୦ ଏବଂ ଷ୍ଟେଟ ପୁଲ ରୁ ୩୨୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେଇଛନ୍ତି।…
ଭୁବନେଶ୍ବର : ଅକ୍ଟୋବର 12ରୁ 19 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଓଜେଇଇ । ଏନେଇ ସୂଚନା ଦେଇଛନ୍ତି ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ । ଓଜେଇଇର ସବୁ ପରୀକ୍ଷା କମ୍ପ୍ୟୁଟର ବେସ୍ଡ ହେବ । ମୋଟ୍ 53ଟି ସେଣ୍ଟରରେ ହେବ ଓଜେଇଇ ପରୀକ୍ଷା । ରାଜ୍ୟ ଭିତରେ 21ଟି ସହରର 50ଟି କେନ୍ଦ୍ରରେ ପରୀକ୍ଷା ହେବ । ରାଜ୍ୟ ବାହାରେ ରାଞ୍ଚି, କୋଲକାତା, ପାଟ୍ନାରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ପୂର୍ବରୁ ସେପ୍ଟେମ୍ବର 9ରୁ 15 ତାରିଖ ଯାଏଁ ପରୀକ୍ଷା ହେବାର ଥିଲା ।
ଭୁବନେଶ୍ବର : କରୋନା ଅପଡେଟ୍ ନେଇ ଏନ୍ଏଚ୍ଏମ୍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ସୂଚନା ଦେଇଛନ୍ତି ।ଓଡ଼ିଶାରେ କୋଭିଡ୍ ମୃତ୍ୟୁହାର ସାରା ଦେଶରେ କମ୍ ରହିଛି । ରାଜ୍ୟର 70 ପ୍ରତିଶତ ଆକ୍ରାନ୍ତ ହୋମ୍ ଆଇସୋଲେସନ୍ରେ ଅଛନ୍ତି । ହୋମ୍ ଆଇସୋଲେସନ୍ରେ ଥିବା ଅଧିକାଂଶ ଆକ୍ରାନ୍ତ ଆରୋଗ୍ୟ ହେଉଛନ୍ତି । ଆସନ୍ତା 7 ଦିନ ଯାଏ ବିଶେଷଜ୍ଞ ଡାକ୍ତର ସାଢେ 4ଟାରେ ପରାମର୍ଶ ଦେବେ । ହୋମ୍ ଆଇସୋଲେସନ୍ ସମ୍ପର୍କରେ ପ୍ରଫେସର ଅମରେନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି । ଲକ୍ଷଣ ନଥିବା ଓ ଅତି ଅଳ୍ପ ଲକ୍ଷଣ ଥିବା ଲୋକେ ଘରେ ରହି ଚିକିତ୍ସା ହୋଇପାରିବେ । ହୋମ୍ ଆଇସୋଲେସନ୍ରେ ଥିବାବେଳେ ଲକ୍ଷଣ ଦେଖିଲେ ଜଣାଇବେ । ହୋମ୍ ଆଇସୋଲେସନ୍ରେ ଥିବା ଆକ୍ରାନ୍ତଙ୍କୁ ମାଗଣାରେ କିଟ୍ ଦିଆଯାଉଛି । କିଟ୍ ଔଷଧ ସହିତ ଯାବତୀୟ ସୂଚନା ପୁସ୍ତିକା ମଧ୍ୟ ମିଳୁଛି ବୋଲଇ ସୂଚନା ରହିଛି ।
ଭୁବନେଶ୍ବର : ହ୍ବାଟସ୍ଆପ୍ ଜରିଆରେ ଲୋକଙ୍କୁ ମିଳିବ କରୋନା ପରାମର୍ଶ । ହ୍ବାଟସ୍ଆପ୍ ନମ୍ବର 9937564066 ଜାରି କରିଛନ୍ତି ରାଜ୍ୟ ସରକାର । ଏହି ନମ୍ବର ଜରିଆରେ ଦୈନିକ ଅପରାହ୍ନ 3ଟାରୁ ସାଢେ 3ଟା ପ୍ରଶ୍ନ କରିପାରିବେ ଲୋକେ । ହ୍ବାଟସ୍ଆପ୍ରେ ପ୍ରଶ୍ନ କଲେ ବିଶେଷଜ୍ଞ ଡାକ୍ତର ପରାମର୍ଶ ଦେବେ ।
ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 305 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 305 ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ୍ରୁ 90 ଜଣ ଥିବାବେଳେ ଲୋକାଲ୍ କେସ୍ 215ଟି ରହିଛି ବୋଲି ବିଏମ୍ସି ଟୁଇଟ୍ ଯୋଗେ ସୂଚନା ଦେଇଛି । କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବା 90 ଜଣଙ୍କ ମଧ୍ୟରେ ୟୁନିଟ୍ 6ରୁ 6 ଜଣ ରହିଥିବାବେଳେ ରସୁଲଗଡରୁ 3 ଜଣ, ମଧୁସୂଦନ ନଗରରୁ 2 ଜଣ ଓ ଘରୋଇ ହସ୍ପିଟାଲର 3ଜଣ କର୍ମଚାରୀ ରହିଛନ୍ତି । 215 ଲୋକାଲ କଣ୍ଟାକ୍ଟ କେସ୍ ମଧ୍ୟରୁ ଆଇଆରସି ଭିଲେଜରୁ 9 ଜଣ, ଘରୋଇ ହସ୍ପିଟାଲର 9 ଜଣ କର୍ମଚାରୀ ରହିଥିବାବେଳେ ଭିଏସଏସ୍ ନଗରରୁ 4 ଜଣ ରହିଛନ୍ତି। ସେହିପରି ଆଜି ରାଜଧାନୀ ଭୁବନେଶ୍ବରରୁ 517 ଜଣ ସୁସ୍ଥ ହୋଇଛନ୍ତି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟ ରାଜଧାନୀରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 17 ହଜାର 925ରେ ପହଞ୍ଚିଥିବାବେଳେ ସୁସ୍ଥଙ୍କ ସଂଖ୍ୟା 13 ହଜାର 631ରେ ପହଞ୍ଚିଛି…
ଭୁବନେଶ୍ବର : ଜୁଡିସିଆଲ୍ କମ୍ପ୍ଲେକ୍ସ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହୋଇଛି । ଲୁଇସ୍ ରୋଡ ଅଞ୍ଚଳସ୍ଥିତ ଜୁଡିସିଆଲ୍ କମ୍ପ୍ଲେକ୍ସକୁ କଣ୍ଟେନେମଣ୍ଟ ଜୋନ୍ ଘୋଷଣା କରାଯାଇଛି । 19 ତାରିଖରୁ 25 ତାରିଖ ପର୍ଯ୍ୟନ୍ତ ଏହି ଅଞ୍ଚଳ ଅବରୁଦ୍ଧ କ୍ଷେତ୍ରର ଘୋଷଣା କରାଯାଇଛି । ଏନେଇ ଘୋଷଣା କରିଛନ୍ତି ଦକ୍ଷିଣ ପୂର୍ବ ଜୋନାଲ୍ ଡେପୁଟି କମିଶନର । ସିଭିଲ୍ କୋର୍ଟରୁ ଅନେକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏନେଇ ପଦକ୍ଷେପ ନିଆଯାଇଛି । ତେବେ ଏହି କଣ୍ଟେନମେଣ୍ଟରୁ ଉପଜିଲ୍ଲାପାଳ ଅଫିସ୍, ତହସିଲ୍, ସବ୍ରେଜିଷ୍ଟ୍ରାର ଅଫିସ୍କୁ ବାଦ୍ ରଖାଯାଇଛି । କଣ୍ଟେନମେଣ୍ଟ ଜୋନ୍ରେ ଯାତାୟତ ଉପରେ ପ୍ରତିବନ୍ଧକ ରଖାଯାଇଛି ।
ନୂଆଦିଲ୍ଲୀ : ସାରା ଦୁନିଆରେ କରୋନା ନିଜର ରୌଦ୍ର ରୂପ ଦେଖାଇ ଚାଲିଛି । ଦେଶରେ ଲଗାତାର ଭାବରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଚିନ୍ତାର କାରଣ ପାଲଟିଛି । ଏହା ମଧ୍ୟରେ ଆମେରିକାର ଏକ ଗ୍ରାମୀଣ କ୍ଷେତ୍ରରେ ଏକ ବିବାହ ସମାରୋହ କରୋନା ସଂକ୍ରମଣ ସମରୋହ ରୂପେ ପରିବର୍ତ୍ତିତ ହୋଇଛି । ଏହି ବିବାହ ଯୋଗୁଁ 200 ଜଣ କରୋନା ସଂକ୍ରମିତ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ 7 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 177 ଜଣ ଏବେ ବି ସଂକ୍ରମିତ ରହିଛନ୍ତି । ଅଗଷ୍ଟ ମାସର ପ୍ରାରମ୍ଭରେ ଏହି ବିବାହରେ 65 ଜଣ ସାମିଲ୍ ହୋଇଥିଲେ । ଏହି ବିବାହଟି ଚର୍ଚ୍ଚରେ ଆୟୋଜିତ ହୋଇଥିବାବେଳେ ବିବାହର ରିସେପସନ୍ ସମାରୋହ ବିଗ୍ ମୁସ୍ଇନ୍ ହୋଟେଲରେ ହୋଇଥିଲା । ଏହି ଦୁଇ ସ୍ଥାନ ମିଲିନ୍କେଟ ନିକଟରେ ସ୍ଥିତ । ଯାହାର ଜନସଂଖ୍ୟା ମାତ୍ର 4000 । ବିବାହର ଦଶ ଦିନ ପରେ ବିବାହ…
ନୂଆଦିଲ୍ଲୀ: ପେଟିଏମ୍କୁ ଗୁଗୁଲ୍ ପ୍ଲେ ଷ୍ଟୋରରୁ ହଟାଇ ଦେଇଥିବାର ଜଣାପଡିଛି । ଜୁଆ ସହ ଜଡିତ ଥିବା ନୀତିର ଉଲ୍ଲଂଘନ କରିଥିବା ଦର୍ଶାଇ ପେଟିଏମ୍କୁ ଗୁଗଲ ପ୍ଲେଷ୍ଟୋରରୁ ହଟାଇ ଦେଇଥିବା କହିଛି । ନିୟମ ଉଲ୍ଲଂଘନର ଅଭିଯୋଗରେ ଗୁଗୁଲ୍ ପ୍ଲେ ଷ୍ଟେରରୁ ପେଟିଏମ୍କୁ ହଟା ଯାଇଥିବାର ସୂଚନା ରହିଛି । ଅପରପକ୍ଷରେ ପେଟିଏମ୍ ଫର୍ ବିଜିନେସ୍, ପେଟିଏମ୍ ମଲ୍, ପେଟିଏମ୍ ମନି ପରି ଆପ୍ ଗୁଡିକ ଏବେବି ମହଜୁଦ୍ ରହିଛି । କେବଳ ପେଟିଏମ୍ ଆପ୍କୁ ହିଁ ଗୁଗୁଲ୍ ପ୍ଲେ ଷ୍ଟୋରରୁ ହଟାଇଯାଇଥିବାର ସୂଚନା ରହିଛି । ଗୁଗଲର କାର୍ଯ୍ୟାନୁଷ୍ଠାନ ପରେ ପେଟିଏମ୍ରେ ୟୁଜର୍ସଙ୍କ ଟଙ୍କା ସୁରକ୍ଷିତ ରହିଥିବାର କହିଛି ପେଟିଏମ୍ । ତେବେ ପେଟିଏମ୍ଣ ଆଣ୍ଡ୍ରୋଏଡ୍ ଆପ୍ ବର୍ତ୍ତମାନ ଗୁଗୁଲ୍ ପ୍ଲେ ଷ୍ଟୋରରେ ନ୍ୟୁଜ୍ ଡାଉନ୍ଲୋଡ ଓ ଅପଡେଟେଡଡ୍ ପାଇଁ ଉପଲବ୍ଧ ନାହିଁ । ତେବେ ଏହି ସମସ୍ୟା ଖୁବ ଶୀଘ୍ର ଦୂର ହେବ ବୋଲି ପେଟିଏମ୍ କହିଛି ।…
ଭୁବନେଶ୍ବର : ଆସନ୍ତା 20 ତାରିଖରେ ଉତ୍ତର – ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ପ୍ରବଳ ବର୍ଷା ନେଇ ଚାରି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ମାଲକାନଗିରି, କୋରାପୁଟ, ସୁନ୍ଦରଗଡ ଓ କେନ୍ଦୁଝରକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି । 23 ତାରିଖ ଯାଏଁ ବିଭିନ୍ନ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା କରାଯାଇଥିବାବେଳେ ଯେଉଁମାନେ ସମୁଦ୍ରରେ ଅଛନ୍ତି ସେମାନଙ୍କୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି।
ନୂଆଦିଲ୍ଲୀ : ବଲିଉଡରେ ଡ୍ରଗ୍ସ ଲିଙ୍କ୍କୁ ନେଇ ବିବାଦ ସୃଷ୍ଟି ହୋଇଛି । ଭୋଜପୁରୀ ଅଭିନେତା ତଥା ବିଜେପି ସାଂସଦ ରବି କିଷାନ ବଲିଉଡ୍ରେ ଡ୍ରଗ୍ସ ଲିଙ୍କ୍ ସମ୍ପର୍କରେ ବୟାନ ଦେବା ପରେ ତାକୁ ନେଇ ବିବାଦ ସୃଷ୍ଟି ହୋଇଛି । ସପା ସାଂସଦ ତଥା ଅଭିନେତ୍ରୀ ଜୟା ବଚ୍ଚନ ତାଙ୍କର ସମାଲୋଚନା କରିଥିବା ବେଳେ ବିଶିଷ୍ଟ ଫିଲ୍ମ ନିର୍ମାତା ଅନୁଭବ ସିହ୍ନା ମଧ୍ୟ ତାଙ୍କୁ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି । ଏପରିକି ଭୋଜପୁରୀ ଫିଲ୍ମ ପ୍ରତି ସେ କଟୁ ମନ୍ତବ୍ୟ ମଧ୍ୟ ଦେଇଛନ୍ତି । କହିଛନ୍ତି ଭୋଜପୁରୀ ଫିଲ୍ମରେ କେବଳ ନଗ୍ନ ନୃତ୍ୟ ଦେଖିବାକୁ ମିଳେ । ଅନୁଭବ ସିହ୍ନାଙ୍କ ଏଭଳି ଆକ୍ଷେପକୁ ସହଜରେ ହଜମ କରିପାରିନାହାନ୍ତି ଭୋଜପୁରୀ ଅଭିନେତ୍ରୀ ଅକ୍ଷରା ସିଂହ । ସୋସିଆଲ ମିଡିଆରେ ସେ ସିଧାସଳଖ ଅନୁଭବଙ୍କୁ ଟାର୍ଗେଟ କରିଛନ୍ତି । ଅକ୍ଷରା ଲେଖିଛନ୍ତି ଭୋଜପୁରୀ ଫିଲ୍ମ ଅପେକ୍ଷା ବଲିଉଡର ଅଧିକ ନଗ୍ନ ନୃତ୍ୟ…
ସୀତାରାମ ଅଗ୍ରଓ୍ବାଲ ଚିଲିକା : ପ୍ରକାଶ ପାଇଲା ଯୁକ୍ତ ଦୁଇ ପାଇଁ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ । ଚିଲିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମୁଦାୟ ସାତ ଗୋଟି ଯୁକ୍ତ ଦୁଇ ଜୁନିଅର କଲେଜର ମଧ୍ୟ କଟ୍ ଅଫ୍ ମାର୍କ ପ୍ରକାଶ ପାଇଛି। ଆସନ୍ତୁ ଜାଣିବା କେଉଁ କଲେଜ ରେ କେତେ ରହିଛି କଟ୍ ଅଫ୍ ମାର୍କ । ଉଭୟ ସାଧାରଣ ବର୍ଗ, ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ କଟ୍ଅଫ୍ ମାର୍କ ପ୍ରକାଶିତ ହୋଇଛି । ଆସନ୍ତୁ ଜାଣିବା କେଉଁ ବିଭାଗରେ କେଉଁ ବର୍ଗଙ୍କ ପାଇଁ କେତେ କଟ୍ଅଫ୍ ମାର୍କ ରଖାଯାଇଛି । ସାଧାରଣ ବର୍ଗ 1.ଗୋଦାବରୀଶ ଜୁନିଅର କଲେଜ, ବାଣପୁର କଳା- 49.83%, ବିଜ୍ଞାନ -51.33%, ବାଣିଜ୍ୟ – 33% (ସାଧାରଣ ବର୍ଗ), କଳା- 33.00%, ବିଜ୍ଞାନ -41.67% ( ଅନୁସୂଚିତ ଜନଜାତି), କଳା – 33.00%, ବିଜ୍ଞାନ – 41.00% (ଅନୁସୂଚିତ ଜାତି) 2.ବାଲୁଗାଁ ଜୁନିଅର କଲେଜ,…
ବିହାର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସି ଜରିଆରେ ବିହାରରେ କୋଶୀ ରେଳ ମହାସେତୁ ଉଦ୍ଘାଟନ କରି ଦେଶକୁ ସମର୍ପିତ କରିଛନ୍ତି । ଏହା ସହିତ ପ୍ରଧାନମନ୍ତ୍ରୀ 12 ରେଳ ପରିଯୋଜନାର ମଧ୍ୟ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମୋଦି କହିଛନ୍ତି ଯେ, ଆଜି ବିହାରରେ ରେଳ ସଂଯୋଗୀ କ୍ଷେତ୍ରରେ ନୂଆ ଇତିହାସ ସୃଷ୍ଟି କରିଛି । ବର୍ତ୍ତମାନ ନିର୍ମଳୀରୁ ସରାୟଂଗଡର 300 କିମି ଦୂର ଯାତ୍ରା ରହିଛି । ଏବେ ସେହିଦିନ ଦୂର ନାହିଁ ଯେ ବିହାରର ଲୋକେ 300 କିମିର ଯାତ୍ରାକୁ ଯାତ୍ରା 22 ମିନିଟ୍ରେ ସମାପ୍ତ କରିପାରିବେ । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତିପୁର ରେଳ ବିଭାଗର ଅନେକ ଯୋଜନାକୁ ଉଦଘାଟନ କରିଥିଲେ ଏବଂ ସୁପୌଲରୁ ଆସାନପୁର କୁପାହାକୁ ଯିବା ପାଇଁ ଡେମୁ ଟ୍ରେନକୁ ନୀଳ ପତାକା ଦେଖାଇ ଟ୍ରେନ ପରିଚାଳନାକୁ ଅନୁମତି ଦେଇଥିଲେ। ସମସ୍ତିପୁର ରେଳ ବିଭାଗର 5ଟି ବଡ ଯୋଜନା…

