Author: Samikhsya Bureau

ସୀତାରାମ ଅଗ୍ରଓ୍ବାଲ ବାଣପୁର : ଗତକାଲି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ର ନିଖୋଜ ବିଜେପି ନେତା ଶତ୍ରୁଘ୍ନ ସାହୁ ଙ୍କ ଆଜି ପତ୍ତା ମିଳିଛି । ତାଙ୍କୁ ସିଂହାସିନୀ ଜଙ୍ଗଲ ନିକଟରୁ ଆଜି ଉଦ୍ଧାର କରିଛି ବାଣପୁର ପୋଲିସ । ଶତ୍ରୁଘ୍ନ ଦେଇଥିବା ବୟାନ ଅନୁଯାୟୀ ଦୁଇ ଦିନ ତଳେ ରାତିରେ ପାଖାପାଖି ଦୁଇଗୋଟି ମଟରସାଇକେଲରେ ଚାରି ଜଣ ଦୁର୍ବୁତ୍ତ ଶତ୍ରୁଘ୍ନ ଙ୍କ ଦୋକାନ ଲୁଟ କରି ତାଙ୍କ ଆଖିରେ କଳା ପଟି ଗୁଡ଼ାଇ, ହାତ ବାନ୍ଧି ମଟରସାଇକେଲ ରେ ବସାଇ ଅପହରଣ କରି ଗଞ୍ଜାମ ଜିଲ୍ଲାର ଏକ ପାହାଡ଼ରେ ନେଇ ଲୁଚାଇ ରଖିଥିଲେ । ସେଠାରେ ଦୁର୍ବୁତ୍ତ ମାନେ ଦୁଇ ଦିନ ଧରି ଶତ୍ରୁଘ୍ନ ଙ୍କୁ ନାନା ନିର୍ଯ୍ୟାତନା ଦେବା ସହ ମୁକୁଳିବା ପାଇଁ ବାରମ୍ବାର ଦଶ ଲକ୍ଷ ଟଙ୍କା ମାଗିଥିଲେ । ଶତ୍ରୁଘ୍ନ ପ୍ରତିଥର ଏହି ଦାବିରେ ଅମଙ୍ଗ ହେବାରୁ ଆଜି ସକାଳ ପ୍ରାୟ ଦଶ ଘଟିକା…

Read More

ମୁମ୍ବାଇ : ରିଲାଏନ୍ସ ଜିଓର ଆଗାମୀ ପ୍ରକଳ୍ପ ଜିଓ ଫାଇବରରେ ନିବେଶ କରିବାକୁ ଯାଉଛି ପିଆଇଏଫ୍ । ଜିଓ ଫାଇବରରେ ପିଆଇଏଫ୍ ପକ୍ଷରୁ ପ୍ରାୟ 1ବିଲିୟନ୍ ଡଲାର ବା ଭାରତୀୟ ମୁଦ୍ରାରେ 7500 କୋଟିର ନିବେଶ କରାଯିବ । ଏହି ନିବେଶ ପାଇଁ ପିଆଇଏଫ୍ ପକ୍ଷରୁ ରିଲାଏନ୍ସ ସହିତ ଆଲୋଚନା ଜାରି ରହିଥିବା ଜଣାପଡିଛି। ପୂର୍ବରୁ ପିଆଇଏଫ୍ ପକ୍ଷରୁ ମଧ୍ୟ ରିଲାଏନ୍ସ ଜିଓରେ 11ହଜାର 367 କୋଟି ଟଙ୍କାର ନିବେଶ କରାଯାଇଥିଲା । ତେବେ ପିଆଇଏଫର ପ୍ରତିଦ୍ୱନ୍ଦୀ କମ୍ପାନୀ ଆବୁଧାବି ଇନଭେଷ୍ଟମେଣ୍ଟ ଅଥୋରିଟୀ ୧ ବିଲିୟନର ନିବେଶ ପ୍ରସ୍ତାବ ଦେବା ପରେ ପିଆଇଏଫ୍ ପୁନର୍ବାର ନିବେଶ କରିବା ନେଇ ଆଲୋଚନା ଜାରି ରହିଛି । ଏହି ନିବେଶ କରିବା ପାଇଁ ପିଆଇଏଫ୍ ପକ୍ଷରୁ ନିଜର ଅନ୍ୟ ନିବେଶ ଗୁଡିକରେ ପରିବର୍ତ୍ତନ କରିବାକୁ ପଡୁଛି । ଏପରିକି ପିଆଇଏଫ୍ ସିଲିକନ୍ ଭ୍ୟାଲି, ବିଗ୍ ଅଏଲ, ଆଭିଏସନ୍ ବେଟସ୍ ଏବଂ ଇଂଲିଶ ପ୍ରିମିୟର ଲିଗରୁ…

Read More

ମୁମ୍ବାଇ : କରୋନା ମହାମାରୀ କାରଣରୁ ସିନେମା ହଲଗୁଡ଼ିକ ବନ୍ଦ ଥିବାରୁ ଚଳିତ ବର୍ଷର ଅନେକ ଚର୍ଚ୍ଚିତ ଫିଲ୍ମ ଓଟିଟିରେ ରିଲିଜ ହେବା ସ୍ଥିର ହୋଇଛି । ନିକଟରେ ସୁଶାନ୍ତଙ୍କ ସିଂହଙ୍କ ଅଭିନୀତ ଶେଷ ଫିଲ୍ମ ‘ଦିଲ୍‌ ବେଚାରା’ ଓ ବିଦ୍ୟା ବଲାନ୍‌ଙ୍କ ‘ଶକୁନ୍ତଳା ଦେବୀ’ ଓଟିଟିରେ ରିଲିଜ୍‌ ହେବା ପରେ  ଡେଭିଡ ଧୱନଙ୍କ ‘କୁଲି ନଂ ୱାନ’ ସେହି ତାଲିକାରେ ସାମିଲ ହେବାକୁ ଯାଉଛି । ଦୀପାବଳି ଅବସରରେ ଆମାଜନ ପ୍ରାଇମ ଭିଡିଓରେ ତାହା ରିଲିଜ ହୋଇପାରେ । ଏ ସମ୍ପର୍କରେ ଫିଲ୍ମ ସହ ଜଡ଼ିତ ଜଣେ ଘନିଷ୍ଠ ସୂତ୍ର କହିଛନ୍ତି, ‘ଫିଲ୍ମଟିକୁ ଥିଏଟରରେ ରିଲିଜ କରିବାକୁ ଯୋଜନା ଥିଲା । ତେଣୁ ଓଟିଟି କଥା ଚିନ୍ତା କରାଯାଉନଥିଲା । ବର୍ତ୍ତମାନ ପରିସ୍ଥିତିରେ ସିନେମା ହଲ ପୁଣି ଖୋଲାଯିବା ନେଇ କିଛି ସ୍ପଷ୍ଟ ଭାବେ ଜଣାପଡୁନଥିବାରୁ ନିର୍ମାତାମାନେ ଓଟିଟି ବିକଳ୍ପକୁ ଗ୍ରହଣ କରିବାକୁ ବାଧ୍ୟ ହେଉଛନ୍ତି।’ ଏହା 1995 ରେ…

Read More

ଖୋର୍ଦ୍ଧା, ଜିଲ୍ଲା ଏସପି ଅଜୟ ପ୍ରତାପ ସ୍ବାଇଁ କୋଭିଡ ନେଗେଟିଭ ଆସିବା ପରେ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି। ଅଜୟ କୋଭିଡ ନିୟନ୍ତ୍ରଣ କରୁଥିବା ବେଳେ ତାଙ୍କ ସହିତ 5 ଜଣ ଅସୁସ୍ଥ ହୋଇପଡିଥିଲେ। ପରବର୍ତ୍ତି ସମୟରେ ସେ କୋଭିଡ ପଜେଟିଭ ବୋଲି ଚିହ୍ନଟ ହେବା ପରେ ଚିକିତ୍ସିତ ହେଉଥିଲେ। ସ୍ବାସ୍ଥ୍ୟ ଠିକ୍ ହେବା ପରେ ତାଙ୍କର ନମୂନା ପରୀକ୍ଷା କରାଯାଇଥିଲା। ନଗେଟିଭି ଆସିବା ପରେ କୋଭିଡ ଯୋଦ୍ଧା ଭାବେ ବର୍ତ୍ତମାନ କାମରେ ଯୋଗ ଦେଇଛନ୍ତି। ତାଙ୍କୁ ଆଜି କର୍ମଚାରୀଙ୍କ ତରଫରୁ ସ୍ବାଗତ ଦିଆଯାଇଥିଲା।

Read More

ସମ୍ଭଲ : ସାଧାରଣତଃ ସ୍ବାମୀ-ସ୍ତ୍ରୀ ମଧ୍ୟରେ ଝଗଡା ହେବା କାରଣରୁ ସେମାନଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥାଏ । କିନ୍ତୁ ଏଠାରେ ସ୍ବାମୀ-ସ୍ତ୍ରୀ ମଧ୍ୟରେ ଝଗଡା ନହେବା କାରଣରୁ ଛାଡପତ୍ର ପାଇଁ ଆବେଦନ କରିଛନ୍ତି ମହିଳା ଜଣ । ଏପରି ଏକ ଘଟଣା ଉତ୍ତରପ୍ରଦେଶ ସମ୍ଭଲ୍‌ ଅଞ୍ଚଳରୁ ସାମ୍ନାକୁ ଆସିଛି । ଏଠାରେ ଜଣେ ସ୍ବାମୀ ତାଙ୍କ ସ୍ତ୍ରୀଙ୍କ ସହ କେବେ ଝଗଡା କରିନଥିବା କାରଣରୁ ସ୍ତ୍ରୀଜଣକ ଏଥିରେ ବ୍ୟତିବ୍ୟସ୍ତ ହୋଇ ଛାଡପତ୍ର ପାଇଁ ଦାବି କରିଛନ୍ତି । ଆହୁରି ମଧ୍ୟ ସ୍ତ୍ରୀ କହିଛନ୍ତି ଯେ, ତାଙ୍କ ବିବାହ 18 ମାସ ହୋଇଥିବାବେଳେ ଗୋଟିଏ ଥର ହେଲେ ବି ତାଙ୍କ ସ୍ବାମୀ ତାଙ୍କଉପରେ ରାଗି ନାହାନ୍ତି । ଏମିତି କି ଯୁକ୍ତି ମଧ୍ୟ କରିନାହାନ୍ତି । ଯେଉଁ ସ୍ବାମୀ ସବୁବେଳେ ସ୍ତ୍ରୀ କଥାରେ ହଁ କରୁଛନ୍ତି । କେବେ ଝଗଡା କି ରାଗୁ ନାହାନ୍ତ ସେପରି ସ୍ବାମୀ ତାଙ୍କର ଦରକାର ନାହିଁ…

Read More

ବିକ୍ରମ ସ୍ଵାଇଁ ଗଣତନ୍ତ୍ର। ଏହି ଶବ୍ଦର ସଂଜ୍ଞା ବା ବ୍ୟାଖ୍ୟା ଦେବା ଅନାବଶ୍ୟକ, ଯାହାର ଶାବ୍ଦିକ ଅର୍ଥ ହିଁ ଅତ୍ୟନ୍ତ ବିଶାଳ। ମାତ୍ର ଗଣତନ୍ତ୍ରକୁ ସୁରକ୍ଷା ଓ ସୁଦୃଢ଼ କରିବାପାଇଁ ଏହାର ୪ଟି ସ୍ତମ୍ଭର ଭୂମିକା ସଂପର୍କରେ ଅବଗତ ହେବା ଆବଶ୍ୟକ । Legislative, Executive, Judiciary, Media । ଆଇନ୍ ପ୍ରଣୟନ ଓ ଜନସ୍ୱାର୍ଥ ସମ୍ବନ୍ଧିତ କାର‌୍ୟ୍ୟ ଦିଗରେ ଗଣତନ୍ତ୍ରର ପ୍ରଥମ ୩ ସ୍ତମ୍ଭର କାର‌୍ୟ୍ୟପନ୍ଥାକୁ ବାଦ୍ ଦେଇ, ଜନମତ ଜାଗରଣ ଓ ଜନତାର ସ୍ୱରକୁ ସୁଦୃଢ଼ କରିବାରେ ଗଣମାଧ୍ୟମ ବା ମିଡ଼ିଆର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଦେଶର ଶ୍ରମିକଠୁ ଆରମ୍ଭ କରି କୃଷକ, ଡ଼ାକ୍ତର ,ସୈନିକ, ଶାସକ ଓ ଆଇନପ୍ରଣେତାଙ୍କ ପର‌୍ୟ୍ୟନ୍ତ ସମସ୍ତେ ରାଷ୍ଟ୍ରନିର୍ମାଣରେ ନିଜର ଶ୍ରେଷ୍ଠ ଓ ଗୁଣାତ୍ମକ ଅବଦାନ ଦେଉଥିବା ବେଳେ, ଆମ ସଭିଙ୍କୁ ଗୋଟିଏ ବ୍ୟବସ୍ଥା ଭିତରେ ସୁରକ୍ଷା ଦେଉଥିବା ଗଣତନ୍ତ୍ରର ସୁରକ୍ଷା ଓ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ସମ୍ବିଧାନର ମର‌୍ୟ୍ୟାଦା ଓ ସୁରକ୍ଷାକୁ…

Read More

କୋଲକତା : ମାନସିକ ଚାପ ଯୋଗୁଁ ମଣିଷ ନିଜ ଜୀବନ ନେବାକୁ ପଛାଉନାହିଁ । ଏହିପରି ଏକ ଅଭାବନୀୟ କାଣ୍ଡ ପଶ୍ଚିମବଙ୍ଗ ହାଓ୍ବାଡାରେ ଘଟିଥିବାର ସୂଚନା ରହିଛି। ଏଠାରେ ଜଣେ ଲାଇସେନ୍ସ ବନ୍ଧୁକଧାରୀ ନିଜ ବନ୍ଧୁକ ରେ ଗୁଳି ମାରି ଆତ୍ମହତ୍ୟା କରିଛନ୍ତି । ମୃତ ସୁଟରଙ୍କ ନାମ ଅମିତ୍‌ଧର ବୋଲି ସୂଚନା ରହିଛି । ସେ ଗତ ତିନି ବର୍ଷ ହେବ ଶାରିରୀକ ଅସୁସ୍ଥତାରେ ପୀଡ଼ିତ ରହିଥିଲେ । ତିନି ବର୍ଷ ଧରି ଶାରିରୀକ ଅସୁସ୍ଥତା କାରଣରୁ ସୁଟର୍‌ ଜଣକ ଡିପ୍ରେସନ୍‌ରେ ରହିଥିଲେ । ମାନସିକ ଚାପ କାରଣରୁ ସୁଟର ଜଣକ ନିଜ ଶୁଟିଂ ଅଭ୍ୟାସ କରୁଥିବା ଲାଇସେନ୍ସ ବନ୍ଧୁକ ଜରିଆରେ ନିଜ ଜୀବନ ନେଇଛନ୍ତି । ତେବେ ଘଟଣା ସ୍ଥଲରେ ପୋଲିସ୍‌ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ  ମାମଲା ଯାଞ୍ଚ ଆରମ୍ଭ କରିଛି ।

Read More

ଭୁବନେଶ୍ୱର : ଶିକ୍ଷାର ବିକାଶ ପାଇଁ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା କଲେ ସେମାନେ ଉତ୍ସାହିତ ହେବା ସହ ଅନ୍ୟ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇଥାଏ। ସେମାନେ ଅଧିକ ଉତ୍ସାହିତ ହୋଇ ଅଧ୍ୟୟନ କରିବା ସହ ରାଜ୍ୟର ସୁନାମ ରଖିବେ। ନିକଟରେ ଯୁକ୍ତ ୨ ବାଣିଜ୍ୟର ଫଳ ପ୍ରକାଶ ପାଇଥିବା ବେଳେ ଉତ୍କଳ ଶିକ୍ଷା ପରିଷଦ ଓ ଆଇସିପିଏସ୍ ପକ୍ଷରୁ ବିଭିନ୍ନ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ରମାଦେବୀ କଲେଜ ସମ୍ମୁଖ ଆଇସିପିଏସ୍ ସଂସ୍ଥାର ହଲରେ ଏହି ସମ୍ବର୍ଦ୍ଧନା କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ସୁରେଶ କୁମାର ରାଉତରାୟ, ସାମଜସେବୀ ନୀଲ କମଲ ବଙ୍ଗାନୀ, ଉତ୍କଳ ଶିକ୍ଷା ପରିଷଦର ସାଧାରଣ ସମ୍ପାଦକ ତଥା ଆଇସିପିଏସ୍‌ର ମୁଖ୍ୟ ରାଜେଶ ମହାକୁଡ଼ ପ୍ରମୁଖ ଯୋଗଦେଇ ମାନପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧନା କରିଥିଲେ। ଆଇସିପିଏସ୍ ଛାତ୍ରଛାତ୍ରୀ ଛାତ୍ରଛାତ୍ରୀ ଚଳିତ ବର୍ଷ କୃତୀତ୍ୱ ହାସଲ କରିଥିବାରୁ ତାଙ୍କୁ ଅତିଥିମାନେ ଶୁଭେଚ୍ଛା ଜଣାଇଥିଲେ।

Read More

ହାଇଦ୍ରାବାଦ : ତେଲେଙ୍ଗାନାରେ ରହିଥିବା ଏକ ହାଇଡ୍ରୋଇଲେକ୍ଟ୍ରିକ୍ କାରଖାନାରେ ଗତରାତିରେ ଅଗ୍ନିକାଣ୍ଡ ଘଟିବା ସହିତ ବ୍ୟାପକ କ୍ଷତି ଘଟିଛି । ଏହି ଅଗ୍ନିକାଣ୍ଡକୁ ଆୟତ୍ତ କରାଯିବାକୁ ଚେଷ୍ଟା କରାଯାଉଥିବା ବେଳେ ଅଗ୍ନିକାଣ୍ଡରେ 9 ଜଣ କର୍ମଚାରୀ ଫସି ରହିଥିବା ଜଣାପଡିଛି । ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ସୀମାରେ ରହିଥିବା ହାଇଡ୍ରୋଇଲେକ୍ଟ୍ରିକ୍ କାରଖାନାରେ ନିଆଁ ଲାଗିବା ସମୟରେ 19 ଜଣ ଲୋକ ଉପସ୍ଥିତ ଥିଲେ । ଅଗ୍ନିକାଣ୍ଡ ସମୟରେ 10 ଜଣ ଲୋକ ଜୀବନ ବଞ୍ଚାଇ ପଳାଇ ଆସିଥିବା ବେଳେ ଅନ୍ୟ 9 ଜଣ ଫସି ରହିଥିଲେ ।  ଫସି ରହିଥିବା 9ଜଣଙ୍କ ମଧ୍ୟରେ ଜଣେ ଡିଭିଜନ ଇଞ୍ଜିନିୟର, ଚାରି ଜଣ ସହକାରୀ ଇଞ୍ଜିନିୟର, ଦୁଇ ଜଣ ଅଫିସ କର୍ମଚାରୀ ଏବଂ ଅମର ରାଜା ବ୍ୟାଟେରୀର ଦୁଇ ଜଣ କର୍ମଚାରୀ ଉପସ୍ଥିତ ରହିଥିଲେ । ଏନଡିଆରଏଫ୍ ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ମିଳିତ ଭାବରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଶକ୍ତିମନ୍ତ୍ରୀ…

Read More

New Delhi: Vice President M. Venkaiah Naidu releases the two reports titled ‘Status of Sex Ratio at Birth in India’ and ‘Elderly Population in India: Status and Support Systems’, brought out by the Indian Association of Parliamentarians for Population and Development (IAPPD), in New Delhi on Aug 20, 2020. (Photo: IANS/PIB)

Read More

ଲକ୍ଷ୍ନୌ : ଉତ୍ତରପ୍ରଦେଶ ଦେବରିଆ ସଦରର ବିଜେପି ବିଧାୟକ ଜନ୍ମେଜୟ ସିଂହଙ୍କ ଆଜି ମୃତ୍ୟୁ ହୋଇଯାଇଛି । ଗୁରୁବାର ବିଳମ୍ବିତ ରାତ୍ରିରେ ରାମ ମନୋହର ଲୋହିଆ ହସ୍ପିଟାଲରେ ହାର୍ଟ ଆର୍ଟାକ୍‌ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ଗତକିଛି ମାସ ଧରି ରୋଗରେ ପୀଡ଼ିତ ଥିଲେ ଜନ୍ମେଜୟ ସିଂହ । ଜନ୍ମେଜୟଙ୍କ ନିଧନରେ ଶୋକ ଜଣାଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ସପା ପ୍ରମୁଖ ଅଖିଳେଶ ଯାଦବ । 1945 ମସିହା ଜୁଲାଇ 7 ତାରିଖରେ ଜନ୍ମେଜୟ ତ୍ରିଲୋକୀନାଥସିଂହଙ୍କ ଘରେ ଜନ୍ମ ହୋଇଥିଲେ । ଜନ୍ମେଜୟଙ୍କ ସ୍ତ୍ରୀଙ୍କ ନାମ ଗୁଜୁରାତୀ ଦେବୀଓ ତାଙ୍କର ତିନି ପୁଅ ଓ ଚାରି ଝିଅ ଅଛନ୍ତି । 2012ରେ ବସପା ପ୍ରାର୍ଥୀ ପ୍ରମୋଦ ସିଂଙ୍କୁ ହରାଇ ଜନ୍ମେଜୟ ବିଧାୟକ ହୋଇଥିଲେ । ଏହାପରେ 2017ରେ ସପା ପ୍ରାର୍ଥୀ ଜେପି ଜେୟସଓ୍ବାଲଙ୍କୁ ବହୁ ବ୍ୟବଧାନରେ ଭୋଟରେ ହରାଇ ନିଜ ରାଜନୈତିକ ଶକ୍ତିର ପରିଚୟ ପ୍ରଦାନ କରିଥିଲେ…

Read More

ଭୁବନେଶ୍ବର : ଆଜି ରାଜ୍ୟରୁ 10ଜଣଙ୍କ ଜୀବନ ନେଇଛି କରୋନା । ଗଞ୍ଜାମରୁ 4 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ2 ଜଣ ରହିଥବାବେଳେ ଅନୁଗୁଳ, କୋରାପୁଟ, ନୟାଗଡ ଓ ସୋନପୁରରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଥିବାର ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ । ଗଞ୍ଜାମରୁ ସର୍ବାଧିକ 4 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 2ଜଣ ମହିଳା ଓ 2 ଜଣ ପୁରୁଷ ରହିଛନ୍ତି । ଗଞ୍ଜାମର ମୃତକଙ୍କ ମଧ୍ୟରେ 42 ବର୍ଷୀୟ ପୁରୁଷ , 50 ବର୍ଷୀୟ ମହିଳା, ସତୁରୀ ବର୍ଷୀୟ ପୁରୁଷ ଓ ଅନ୍ୟ ଜଣେ 59 ବର୍ଷୀୟ ମହିଳା ରହିଛନ୍ତି । ସେହିପରି ଖୋର୍ଦ୍ଧାଜିଲ୍ଲା ଭୁବନେଶ୍ବରରୁ 2 ମୃତକଙ୍କ ପୁରୁଷହୋଇଥିବାବେଳେ ଦୁହିଁଙ୍କ ବୟସ ଯଥାକ୍ରମେ 70 ଓ 58 ବର୍ଷ ବୋଲି ସୂଚନା ରହିଛି । ସେହିପରି ଅନୁଗୁଳୁର 55 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁହୋଇଥିବାବେଳେ କୋରାପୁଟର ଆକ୍ରାନ୍ତ ଜଣକ 35 ବର୍ଷୀୟ ମହିଳା…

Read More

ଭୁବନେଶ୍ବର: ଆଜି 30ଟି ଜିଲ୍ଲାରୁ ମୋଟ୍‌ 2ହଜାର 698 ପଜିଟିଭ୍‌ ଚିହ୍ନଟ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ 475 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରେ 207, ଗଞ୍ଜାମରୁ 162,  ରାୟଗଡାରୁ 154, କୋରାପୁଟରୁ 146, ମୟୂରଭଞ୍ଜରୁ 128, ସୁନ୍ଦରଗଡରୁ 103,ବାଲେଶ୍ବରରୁ 102,  ନୟାଗଡରୁ 94, ନବରଙ୍ଗପୁରରୁ 91, ଭଦ୍ରକ ଓ କେନ୍ଦ୍ରାପଡାରୁ 89ଜଣ ଲେଖାଏଁ ରହିଛନ୍ତ । ପୁରୀରୁ 87, କନ୍ଧମାଳ ଓ ମାଲକାନଗିରିରୁ 81 ଜଣ ଲେଖାଏଁ ଥିବାବେଳେ ଯାଜପୁରରୁ 80, ସମ୍ବଲପୁରରୁ 78, ଝାରସୁଗୁଡାରୁ 72,  ବଲାଙ୍ଗିରରୁ 71, ଗଜପତିରୁ 58, ବରଗଡରୁ 56, କଳାହାଣ୍ଡିରୁ 49, ସୋନପୁରରୁ 31, ଅନୁଗୁଳରୁ 29, ଢେଙ୍କାନାଳରୁ 27,  କେଉଁଝର ଓ ଜଗତସିଂହପୁରର 21 ଜଣ ଲେଖାଏଁ ଥିବାବେଳେ, ବୌଦ୍ଧରୁ 11, ନୂଆପଡା3, ଦେବଗଡରୁ 2 ଜଣ ଚିହ୍ନଟ ହୋଇଛନ୍ତି ।

Read More

ଭୁବନେଶ୍ବର : ରାଜ୍ୟରେ ଆଜି 2 ହଜାର 698 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 1675ଜଣ ଚିହ୍ନଟ ହୋଇଥିବାବେଳେ 1023ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା  72ହଜାର718କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 23 ହଜାର 699ଜଣ । ସେହିପରି ସୁସ୍ଥ ହୋଇଛନ୍ତି 48 ହଜାର 576ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 380ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Read More

ଭୁବନେଶ୍ୱର : ବେପରୁଆ ଭାବରେ ଗାଡି ଚଳାଉଥିବା ବ୍ୟକ୍ତିମାନେ ସାବଧାନ ହୋଇଯାଆନ୍ତୁ । ଆହୁରି କଡାକଡି କରାଯାଇଛି ଟ୍ରାଫିକ୍‌‌ ନିୟମ । ନିୟମ ଉଲ୍ଲଂଘନ କରି ଗାଡି ଚଲାଇଲ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଡିଏଲ୍‌ ବାତିଲ୍‌ ହେବ ବୋଲି ସୂଚନା ରହିଛି । ରାଜ୍ୟ ପରିବହନ କମିଶନରଙ୍କ ପକ୍ଷରୁ ନୂତନ ଗାଇଡ ଲାଇନ୍ ଅନୁଯାୟୀ ଯଦି କେହି ନିର୍ଦ୍ଧାରିତ ବେଗରୁ ଅଧିକ ବେଗରେ ଗାଡି ଚଳାନ୍ତି ଅଥବା ଟ୍ରାଫିକ ସିଗ୍ନାଲ ଭଙ୍ଗ କରନ୍ତି ତାଙ୍କର ଲାଇସେନ୍ସ ତିନି ମାସ ପାଇଁ ବାତିଲ କରାଯିବ । ସେହିପରି ଗାଡି ଚଳାଇଲେ କିମ୍ବା ଗାଡି ଚଲାଉଥିବା ସମୟରେ ଫୋନରେ କଥା ହେଲେ ସମାନ ଦଣ୍ଡର ବ୍ୟବସ୍ଥା କରିବା ପାଇଁ ଗାଇଡ ଲାଇନ୍ ଜାରି କରାଯାଇଛି । ତେବେ ଆସନ୍ତୁ ଜାଣିବା କେଉଁ ସବୁ ନିୟମ ନ ମାନିଲେ ତିନି ମାସ ପାଇଁ ଡ୍ରାଇଭିଂ ଲାଇସେନ୍ସ ବାତିଲ୍‌ ହେବ ଧାର୍ଯ୍ୟ ନିୟମରୁ ଅଧିକ…

Read More

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବଢୁଥିବା ବେଳେ ରାଜ୍ୟରେ କରୋନା ନମୁନା ପରାକ୍ଷଣ ମଧ୍ୟ ସେହି ଅନୁପାତରେ ବଢିବାରେ ଲାଗିଛି । ଗୋଟିଏ ଦିନରେ ସର୍ବାଧିକ କରୋନା ଟେଷ୍ଟ କରାଯାଇଛି । ଗତ ୨୪ ଘଣ୍ଟାରେ ସର୍ବାଧିକ ରେକର୍ଡ ସଂଖ୍ୟକ 56 ହଜାର 479 ନମୁନା ପରୀକ୍ଷା କରାଯାଇଛି । ମୋଟ୍‌ ପରୀକ୍ଷା ମଧ୍ୟରୁ 44 ହଜାର 950ଟି ଆଣ୍ଟିଜେନ୍‌ ପରୀକ୍ଷା ହୋଇଥିବାବେଳେ ଆର୍‌ଟିପିସିଆର ମାଧ୍ୟମରେ 11 ହଜାର 358ଓ ଟ୍ରୁନାଟ୍‌ ମାଧ୍ୟମରେ 17ଟି ସାମ୍ପଲ୍‌ ପରୀକ୍ଷା ହୋଇଥିବାର ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ 11 ଲକ୍ଷ 72 ହଜାର 426 ସାମ୍ପଲ ପରୀକ୍ଷା ହୋଇଥିବାର ସୂଚନା ରହିଛି ।

Read More

ନୂଆଦିଲ୍ଲୀ : ଭାରତର କରୋନା ସଂଖ୍ୟା ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି। ବିଗତ 24  ଘଣ୍ଟା ମଧ୍ୟରେ 68 ହଜାର ନୂତନ ଆକ୍ରାନ୍ତ ଚିହ୍ନଟ ହେବା ସହିତ ଦେଶରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 29 ଲକ୍ଷ ଅତିକ୍ରମ କରିଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ ନୂତନ 68 ହଜାର 898 ନୂତନ ଆକ୍ରାନ୍ତ ଚିହ୍ନଟ ହେବା ସହ 983ଜଣଙ୍କ ପ୍ରାଣହାନି ହୋଇଛି । ଦେଶରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 29 ଲକ୍ଷ 5 ହଜାର 824ରେ ପହଞ୍ଚିଛି । ଏହା ସହିତ ମୃତ୍ୟୁ ସଂଖ୍ୟା 54 ହଜାର 849ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ 21 ଲକ୍ଷ 58 ହଜାର 946 ଜଣ ଅକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ 6 ଲକ୍ଷ 92 ହଜାର 28 ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି। ସ୍ବାସ୍ଥ୍ୟବିଭାଗ ତରଫରୁ ଜାରି କରାଯାଇଥିବା ତଥ୍ୟାନୁସାରେ ଦେଶରେ ମୃତ୍ୟୁ 1.98 ପ୍ରତିଶତ ରହିଛି ।…

Read More

କେଦାର ମିଶ୍ର ଜୁନ ମାସରେ ଯେତେବେଳେ ଭାରତ ଓ ଚୀନ ଭିତରେ ସୀମା ବିବାଦ ଉଗ୍ର ଅବସ୍ଥାକୁ ଆସିଥିଲା, ସେତେବେଳେ ଏହା ତୃତୀୟ ବିଶ୍ଵଯୁଦ୍ଧର କାରଣ ହୋଇପାରେ ବୋଲି ପୃଥିବୀର ବହୁ ବଡ ବଡ ଖବର କାଗଜ ଲେଖିଥିଲେ। ଭାରତୀୟ ଗଣମାଧ୍ୟମରେ ଏହାକୁ ଜାତୀୟତାବାଦର ପରିଚୟ ଭିତରେ ବିଶ୍ଳେଷଣ ଚାଲିଥିବା ବେଳେ, ବିବିସି, ଦି ଫରେନ ଆଫେୟାର୍ସ, ଦି ସନ ଭଳି ସଂସ୍ଥା ଏହାକୁ ସମ୍ଭାବ୍ୟ ବିଶ୍ଵ ସଙ୍କଟ ଭାବେ ବିଶ୍ଳେଷଣ କରୁଥିଲେ। ସମ୍ପ୍ରତି ଚୀନ ଓ ଆମେରିକା ଭିତରେ ସମ୍ପର୍କ ଏତେ ଅଧିକ ତିକ୍ତ ଅବସ୍ଥାରେ ରହିଛି ଯେ, ଏହା କୌଣସି ବି ଘଟଣାରୁ ବହୁ ଭୟଙ୍କର ଦିଗକୁ ଗତି କରିପାରେ। ସେହି ସମୟରେ ଚୀନ-ଭାରତ ସୀମା ବିବାଦ, ପରିସ୍ଥିତିକୁ ଅଧିକ ଅଣାୟତ୍ତ କରିବା ସ୍ଵାଭାବିକ। ଆଧୁନିକ ସମୟରେ ଯେଉଁ ଦୁଇଟି ବିଶ୍ଵଯୁଦ୍ଧ ହୋଇଛି, ତାର କାରଣ ଖୁବ ବଡ ନଥିଲା। ନିହାତି ଛୋଟ ଛୋଟ ଭୁଲ ବୁଝାମଣା ଓ…

Read More

ରମେଶ ମହାନ୍ତି ଜଗତସିଂହପୁର: ପୁରୀ ଶ୍ରୀ ଜଗନ୍ନାଥଙ୍କ ସମ୍ପତି ବଗଲା ଧର୍ମଶାଳାକୁ ପୁରୀ ଜିଲ୍ଲାପାଳ ବେଆଇନ ଭାବରେ ବିକ୍ରି କରିବା ପ୍ରତିବାଦରେ ଶ୍ରୀ ଜଗନ୍ନାଥ ଚେତନା ସୁରକ୍ଷା ଅଭିଯାନ ପକ୍ଷରୁ ଜଗତସିଂହପୁର ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ସଂଯୋଜକ ସରୋଜ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଅଭିଯୋଗ ଅନୁଯାୟୀ ୧୯୦୫ ମସିହାରେ କହ୍ନେଇଲାଲ୍ ବଗଲା ଏହାକୁ ନିର୍ମାଣ କରି ଶ୍ରୀ ଜଗନ୍ନାଥ ମହାପ୍ରଭଙ୍କୁୁ ଦାନ କରିଥିଲେ। ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଆସୁଥିବା ଭକ୍ତ ମାନଙ୍କୁ ସ୍ୱଳ୍ପ ମୁଲ୍ୟରେ ରହିବା ସୁବିଧା ଯୋଗାଇଦେବା ପାଇଁ ଏହାକୁ ଶ୍ରୀ କହ୍ନେଇଲାଲ୍ ନିର୍ମାଣ କରିଥିଲେ। ଭକ୍ତମାନେ ମଧ୍ୟ ଏକଶହ ବର୍ଷ ହେଲା ସ୍ୱଳ୍ପ ମୁଲ୍ୟରେ ରହିଆସୁଥିଲେ। ପରବର୍ତ୍ତୀ ସମୟରେ ପୁରୀ ଜିଲ୍ଲାପାଳ ଏହାର ପରିଚାଳନା ଦାୟିତ୍ବ ନେଇଥିଲେ। କିନ୍ତୁ ଦୁଃଖରେ ବିଷୟ ପୁରୀ ଜିଲ୍ଲାପାଳ ଅଗଷ୍ଟ ୫ରୁ ୧୨ତାରିଖ ମଧ୍ୟରେ ଏହି ଜମିର କିଛି ଅଂଶ ୬ଭାଗକରି ବିକ୍ରି…

Read More

ଭୁବନେଶ୍ବର, କେନ୍ଦ୍ରାପଡା ଜିଲ୍ଲାରେ କରୋନା ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ତଥା ବିଭିନ୍ନ ପଞ୍ଚାୟତର ସରପଞ୍ଚମାନେ ଯେଭଳି ନିଷ୍ଠା ଓ ଉତ୍ସର୍ଗୀକୃତ ଭାବରେ ସେବା କରୁଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାର ଉଚ୍ଚ ପ୍ରଶଂସା କରିବା ସହିତ ସେମାନଙ୍କ ଭଲ କାମ ପାଇଁ ଧନ୍ୟବାଦ ଜଣାଇଥିଲେ। ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଜିଲ୍ଲାର ବିଧାୟକ ଓ ସରପଞ୍ଚମାନଙ୍କ ସହିତ କରୋନା ସ୍ଥିତି ସଂପର୍କରେ ଆଲୋଚନା ଅବସରରେ ବିଜୁ ବାବୁଙ୍କ କଥା ମନେ ପକାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯଦି ବିଜୁବାବୁ ଆଜି ବଞ୍ଚିଥାନ୍ତେ, ତେବେ ସରପଞ୍ଚମାନେ ଲୋକଙ୍କ ପାଇଁ ଯେଭଳି ଭଲ କାମ କରୁଛନ୍ତି, ତାହା ଦେଖି ବହୁତ ଖୁସି ହୋଇଥାନ୍ତେ। ସେମାନଙ୍କର ଏହି ଭଲ କାମ ପାଇଁ ସେ ଗର୍ବିତ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କରୋନା ବିରୁଦ୍ଧରେ ଚାଲିଥିବା ଏହି ଲମ୍ବା ଲଢେଇରେ ଆଗକୁ ସତର୍କ ରହି କାମ କରିବାପାଇଁ ସରପଞ୍ଚ ମାନଙ୍କୁ ପରାମର୍ଶ ଦେଇଥିଲେ। ବର୍ତ୍ତମାନ କେନ୍ଦ୍ରାପଡା…

Read More