Author: Samikhsya Bureau

କୋଲକାତା: କୋଲକାତା ମ୍ୟୁନିସିପାଲିଟି କର୍ପୋରେସନ ଉପରେ ଆସିଛି ଏକ ସଙ୍ଗିନୀ ଅଭିଯୋଗ। କରୋନାରେ ମୃତ୍ୟୁବରଣ କରିଥିବା ଜଣେ ବ୍ୟକ୍ତିଙ୍କ ମୁହଁ ଦେଖିବା ପାଇଁ କେଏମସି ୨,୫୦୦ ଟଙ୍କା ନେଇଥିବା ଅଭିଯୋଗ ହୋଇଛି। କୋଭିଡ -୧୯ ପୀଡିତାଙ୍କ ପରିବାର ସଦସ୍ୟ ଆଜି କେଏମସି ଉପରେ ଏପରି ଅଭିଯୋଗ ଆଣିଛି। ସୂଚନା ଯୋଗ୍ୟ କି, ହରି ଓମ୍ ଗୁପ୍ତା ଶୁକ୍ରବାର ଦିନ କରୋନାରେ ସଂକ୍ରମିତ ହୋଇ ଜିଲ୍ଲାର ଫୁଲେଶ୍ୱରର ସଞ୍ଜିବାନ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ରବିବାର ଦିନ ତାଙ୍କର ଦେହାନ୍ତ ହୋଇଛି। ଆଜି ଅପରାହ୍ନରେ ତାଙ୍କ ମୃତଦେହକୁ ଅନ୍ତିମ ସଂସ୍କାର ପାଇଁ ନିଆଯାଇଥିଲା। ଗଙ୍ଗା ନିକଟସ୍ଥ ଶିବପୁର ଘାଟରେ ତାଙ୍କ ଶବ ଦାହ ବେଳେ ମୃତକଙ୍କ ମୁହଁ ଦେଖିବାକୁ ଅନୁମତି ଦେବାକୁ ପରିବାର ଲୋକ ନିଗମ ଅଧିକାରୀମାନଙ୍କୁ ଅନୁରୋଧ କରିଥିଲେ। ପୀଡିତାଙ୍କ ଭାଇ ରମେଶ ଗୁପ୍ତାଙ୍କୁ ମୁହଁ ଦେଖିବା ପାଇଁ ୫୧,୦୦୦ ଟଙ୍କା ଦେବାକୁ ପଡିବ ବୋଲି ନିଗମ ଅଧିକାରୀ କହିଥିଲେ। କିନ୍ତୁ ପରେ ୨୫୦୦…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୧୭୮୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ଖବର ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ଜଣା ପଡିଛି। ଆଜି ସର୍ବାଧିକ ଗଞ୍ଜାମରୁ ୪୦୪ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୨୬୩ ଜଣ, କଟକରୁ ୧୨୬, ସମ୍ବଲପୁରରୁ ୧୨୬, କେଉଁଝର ରୁ ୧୦୧, ମାଲକାନାଗିରିରୁ ୯୧, କନ୍ଧମାଳରୁ ୮୪, ରାୟଗଡାରୁ ୮୧, ଗଜପତିରୁ ୮୦, ଢେଙ୍କାନାଳରୁ ୬୦, ମୟୂରଭଞ୍ଜରୁ ୫୦, ଯାଜପୁରରୁ ୪୯, କଳାହାଣ୍ଡିରୁ ୪୮, ବାଲେଶ୍ବରରୁ ୩୨, ନୟାଗଡରୁ ୩୧, ସୁନ୍ଦରଗଡରୁ ୩୦, ଭଦ୍ରକରୁ ୨୮, କେନ୍ଦ୍ରାପଡାରୁ ୨୪, ପୁରୀରୁ ୨୨, ବରଗଡରୁ ୧୦, ନୂଆପଡାରୁ ୧୦, ନବରଙ୍ଗପୁରରୁ ୮, ଜଗତସିଂହପୁର ଏବଂ କୋରାପୁଟରୁ ୭ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ବଲାଙ୍ଗୀରରୁ ୫ଜଣ, ବୌଦ୍ଧ ରୁ ୪, ଝାରସୁଗୁଡାରୁ ୩ ଜଣ ଏବଂ ଦେବଗଡରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏବ ରାଜ୍ୟରେ ମୋଟ ସୁସ୍ଥ…

Read More

ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 109 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୋଟ୍‌ 109 ସଂକ୍ରମିତଙ୍କ ମଧ୍ୟରୁ 60 ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ 49ଜଣ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ବୋଲି ବିଏମ୍‌ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି । ଆଜି କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା 60ଜଣଙ୍କ ମଧ୍ୟରେ ଏକ ପ୍ରାଭଭେଟ୍‌ ହସ୍ପିଟାଲର 3 ଜଣ କର୍ମଚାରୀ ଥିବବେଳେ ୟୁନିଟ୍‌-6 ଗଙ୍ଗନଗରରୁ 3 ଜଣ ରହିଛନ୍ତି। ସେହିପରି ଅନ୍ୟ ଏକ ଘରୋଇ ହସ୍ପିଟାଲରୁ 3 ଜଣ କର୍ମଚାରୀ ରହିଛନ୍ତି ।  ରାମେଶ୍‌ବର ପାଟଣାରୁ 4 ଜଣ ରହିଥିବାବେଳେ ସ୍ବାସ୍ଥ୍ୟ ବିଭାଗର 3 ଜଣ କର୍ମଚାରୀ ରହିଛନ୍ତି । ସୁନ୍ଦରପଦାରୁ 2 ଜଣ ରହିଥିବାବେଳେ ଚନ୍ଦ୍ରଶେଖରପୁରରୁ 3 ଜଣ ରହିଛନ୍ତି । ନ୍ୟୁ ଫରେଷ୍ଟ ପାର୍କ ଅଞ୍ଚଳରୁ 4 ଜଣ ରହିଥିବାବେଳେ ଡେଲ୍‌ଟା ସ୍କୋୟାରରୁ 2 ଜଣ ରହିଛନ୍ତି । ସେହିପରି ଚିହ୍ନଯ 49 ଜଣ ଲୋକାଲ୍‌ କଣ୍ଟାକ୍ଟ…

Read More

ମସ୍କୋ :  ଆଜି ବିଶ୍ବର ପ୍ରଥମ କରୋନା ଟୀକା ଆସିଛି ।  ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ ଆଜି ବିଶ୍ୱର ପ୍ରଥମ କରୋନା ଟୀକା ସମ୍ପର୍କରେ ଘୋଷଣା କରିଛନ୍ତି । ରୁଷ ଗାମାଲିଆ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ପକ୍ଷର ବିକଶିତ କରାଯାଉଥିବା କରୋନା ଟୀକାକୁ ରୁଷ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମଞ୍ଜୁରୀ ମିଳିସାରିଛି । ଏହି ଟୀକାର ନାମ ସ୍ପୁଟନିକ-ଭି ରଖାଯାଇଛି । ଋଷିଆର ମହାକାଶ ଯାନ ସ୍ପୁଟନିକ ଅନୁଯାୟୀ ଏହାର ନାମ ସ୍ପୁଟନିକ-ଭି ରଖାଯାଇଛି। 1957 ମସିହାରେ ସୋଭିଏତ୍ ୟୁନିୟନ୍ ପକ୍ଷରୁ ଲଞ୍ଚ କରାଯାଇଥିବା ପ୍ରଥମ ଉପଗ୍ରହ ସ୍ପୁଟନିକ-1 ଅନୁଯାୟୀ ଏହାର ନାମ ରଖାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଏହି ଟୀକା ପୁତିନଙ୍କ ଝିଅକୁ ଦିଆଯାଇଛି । ଏବେ ସେ ସୁସ୍ଥ ରହିଥିବା ଜଣାପଡିଛି । ପ୍ରାରମ୍ଭିକ ଭାବରେ ନିଜର ସମସ୍ତ କୋଭିଡ୍ ଯୋଦ୍ଧାଙ୍କୁ ଏହି ଟୀକା ଦିଆଯିବ ବୋଲି ପୁତିନ କହିଛନ୍ତି ।  (ଏଜେନ୍ସି)

Read More

ସମୀକ୍ଷା ବ୍ଯୁରୋ ସଭିକା ଖୁନ ହୈ ସାମିଲ ୟହାଁ କି ମିଟ୍ଟି ମେ କିସିକେ ବାପ କା ହିନ୍ଦୁସ୍ତାନ ଥୋଡି ହୈ॥ ଭାରତ ବା ହିନ୍ଦୁସ୍ତାନ କୌଣସି ଜାତି କି ଧର୍ମର ନୁହେଁ, ଏ ମାଟି ପ୍ରତ୍ଯେକ ଭାରତୀୟର। ସମକାଳୀନ ଉର୍ଦ୍ଦୁ କବିତାକୁ ଲୋକପ୍ରିୟତାର ଶିଖରରେ ପହଞ୍ଚାଇଥିବା ଓ ଲୋକ ଜୀବନର ସ୍ଵରକୁ ନିଜ କବିତାରେ ଅଧିକ ପ୍ରଖର କରିଥିବା ମହାନ କବି ରାହତ ଇନ୍ଦୋରୀ ଆଜି ମୃତ୍ୟୁ ବରଣ କରିଛନ୍ତି। ଗତ କାଲି ରାହତ ଇନ୍ଦୋରୀ କରୋନା ଆକ୍ରାନ୍ତ ହୋଇଥିବାର ଖବର ଆସିଥିଲା। ଭାରତୀୟ ଉର୍ଦ୍ଦୁ କବିତାରେ ସେ ଥିଲେ ସର୍ବାଧିକ ଜନପ୍ରିୟ ଲୋକକବି। ତାଙ୍କ କବିତାରେ ଭାରତୀୟ ଜୀବନର ଅନନ୍ୟ ଚିତ୍ର ଓ ଚରିତ୍ର ଭରି ରହିଥିଲା। ଲୋକପ୍ରିୟ ଗଜଲ୍‌ ଲେଖକ ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ରାହତ ଇନ୍ଦୋରୀ ୧୪ରୁ ଅଧିକ ବଲିଉଡ୍ ଫିଲ୍ମ ପାଇଁ ଗୀତ ଲେଖିଛନ୍ତି। ଏହା ସହିତ ସେ ୭…

Read More

କଟକ : ଆଜି କଟକରୁ 73 ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଜି ପଜିଟିଭ୍ ଚିହ୍ନଟଙ୍କ ମଧ୍ୟରେ 68ଜଣ  କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ   5 ଜଣ ଲୋକାଲ୍‌ କଣ୍ଟାକ୍ଟ କେସ୍‌  ରହିଛି ବୋଲି ସିଏମ୍‌ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି। କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା 68 ଜଣଙ୍କ ମଧ୍ୟରେ 43 ଜଣ କଣ୍ଟେନମେଣ୍ଟ ଜୋନ୍‌ରୁ ଚିହ୍ନଟ ହୋଇଥିବାବେଳେ 13 ଜଣ ସରକାରୀ କ୍ବାରେଣ୍ଟାଇନ୍‌ ଓ 12 ଜଣ ହୋମ୍‌ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଛନ୍ତି ।  କଟକ ମାଲଗୋଦାମ ଜାଲୁଆ ସାହିରୁ ଆଜି 43 ଜଣ ଚିହ୍ନଟ ହୋଇଛନ୍ତି । ବେହେରା ସାହି ପରେ ଏବେ ଜାଲୁଆ ସାହି ଚିନ୍ତା ବଢାଇଛି । ଜାଲୁଆ ସାହିରୁ 23 ଜଣ ପୁରୁଷ ଥିବାବେଳେ 20 ଜଣ ମହିଳା ରହିଛନ୍ତି।ସେହିପରି ହୋମ୍‌ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ 12 ଜଣଙ୍କ ମଧ୍ୟରୁ ସୂତାହାଟରୁ 8 ଜଣ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ 5  ଲୋକାଲ୍‌ କଣ୍ଟାକ୍ଟ କେସ୍‌…

Read More

ମୁମ୍ବାଇ : ଟ୍ରମ୍ଫ୍‌‌ ଷ୍ଟ୍ରିଟ୍‌ ଟ୍ରିପଲ୍‌ ଆର ଭାରତୀୟ ବଜାରରେ ପ୍ରବେଶ ହୋଇଛି । ଟ୍ରମ୍ପ୍‌ ବାଇକର ଏହି ନୂତନ ମଡେଲ୍‌ ଟି ଟ୍ରମ୍ପ୍‌ ଷ୍ଟ୍ରିଟ୍‌ ଟ୍ରିପଲ୍‌ ଏସ୍‌ ଅପେକ୍ଷା 2.49 ଲକ୍ଷ କମ୍‌ ରହିଛି। ଏହି ବାଇକରେ ଡି ଟ୍ୟୁନଡ୍ ଟ୍ରିପଲ ସିଲିଣ୍ଡର ଇଞ୍ଜିନ୍ ରହିଛି ଯାହାକି ଏହି ବାଇକକୁ ଅତ୍ୟନ୍ତ ଶକ୍ତିଶାଳୀ କରିଥାଏ । 765ସିସି ବିଏସ୍‌-ଭିଆଇ ଇଞ୍ଜିନ୍‌ ଯୋଗୁଁ ଏହା ନୂତନ ପ୍ରକାରର ରାଇଡିଂ ଅନୁଭବ ଆଣିବ ବୋଲି ସୂଚନା ରହିଛି ।  ସେହିପରି ଏହାର ସମସ୍ତ ସୂଚନାକୁ ଡିଜିଟାଇଜଡ୍ କରାଯାଇଛି । ଗାଡିର ବେଗ, ଟାକୋମିଟର, ଟ୍ରିପ୍ ମିଟର, ଏବିଏସ୍ ସବୁକିଛି ଏଥିରେ ଜଣାପଡିଥାଏ । ସେହିପରି ଏହି ବାଇକରେ ତିନି ପ୍ରକାରର ରାଇଡିଙ୍ଗ ମୋଡ୍ ରହିଛି । ରୋଡ, ରେନ୍ ଏବଂ ସ୍ପୋର୍ଟିଙ୍ଗ ତିନି ପ୍ରକାରର ମୋଡ୍ ଏହି ବାଇକରେ ଉପଲବ୍ଧ ରହିଛି । 6 ଗିଅର ବିଶିଷ୍ଟ ଏହି ବାଇକରେ ଟ୍ରମ୍ଫ ସିଫ୍ଟ…

Read More

ରମେଶ ମହାନ୍ତି ଜଗତସିଂହପୁର :ସରକାରୀ ଶ୍ମଶାନ, ଅନାବାଦି ଓ ଗୋଚାରଣ ଜମିକୁ ଜବରଦଖଲ କରି ଧାନଚାଷ କରିଛନ୍ତି ମୁଷ୍ଟିମେୟ ଲୋକ।ତହସିଲ ଠାରୁ ଜିଲ୍ଲାପାଳ ଓ ଆରଡିସିଙ୍କ ପର୍ଯ୍ୟନ୍ତ ଅଭିଯୋଗ କଲେବି ଉଚ୍ଛେଦ କରାଯାଉନି ଜବରଦଖଲ ।ଫଳରେ ଚାଷଜମିକୁ ଯାଇପାରୁନାହାଁନ୍ତି ଚାଷୀ।ଏଭଳି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ତହସିଲ ଅନ୍ତର୍ଗତ ପିପ୍ପଳମାଧବ ପଞ୍ଚାୟତ ମହମ୍ମଦାବାଦ ଗ୍ରାମରେ। ଉକ୍ତ ପଞ୍ଚାୟତ ମହମ୍ମଦାବାଦ ଗ୍ରାମରେ ୧୨୦ରୁ ଉର୍ଦ୍ଧ ପରିବାର ବସବାସ କରୁଛନ୍ତି।ଏହି ଗ୍ରାମରେ ୨୭ଏକରରୁ ଉର୍ଦ୍ଧ ସରକାରୀ ଶ୍ମଶାନ, ଅନାବାଦି ଓ ଗୋଚାରଣ ପାଇଁ ଗୋଚର ଜମି ସଂରକ୍ଷିତ ରହିଥିଲା । ସଂରକ୍ଷିତ ଗୋଚର ଜମିରେ ଗୋରୁଗାଈ ଚରି ଆସୁଥିବା ବେଳେ ଏହି ସରକାରୀ ଜମିଦେଇ ଗ୍ରାମର ଚାଷୀମାନେ ହଳବଳଦ,ଟ୍ରାକ୍ଟର ନେଇ ଚାଷଜମିକୁ ଯାଆଆସ କରିଆସୁଥିଲେ।ମାତ୍ର ଗ୍ରାମର କେତେକ ମୁଷ୍ଟିମେୟ ଅସାଧୁ ଲୋକ ଉକ୍ତ ୨୭ଏକରରୁ ଉର୍ଦ୍ଧ ସରକାରୀ ସଂରକ୍ଷିତ ଅନାବାଦି,ଶ୍ମଶାନ ଓ ଗୋଚର ମଧ୍ୟରୁ ୨୦ଏକରରୁ ଉର୍ଦ୍ଧ ସରକାରୀ ଯାଗାକୁ ଜବରଦଖଲ କରି…

Read More

ସମ୍ବଲପୁର : ସମ୍ବଲପୁରରେ ସଟ୍‌ଡାଉନ୍‌ ପରିବର୍ତ୍ତନ ନେଇ ସମ୍ବଲପୁର ଜିଲ୍ଲାପାଳ ଶୁଭମ୍‌ ସକ୍‌ସେନା ନିର୍ଦ୍ଦେଶ ଦେଇଛନ୍ତି ।  ସ୍ବାଧୀନତା ଦିବସ ଓ ନୂଆଁଖାଇ ଦିନ ସମ୍ବଲପୁରରେ ହେବନି ସଟ୍‌ଡାଉନ୍‌। ଉଭୟ ପର୍ବ ପାଇଁ 3 ଦିନ ପାଇଁ ସଟ୍‌ଡାଉନ୍‌ କଟକଣା ରହିବନି । ସ୍ବାଧୀନତା ଦିବସ ଶନିବାର ଦିନ ପଡୁଥିଲେ ବି ହେବନି ସଟ୍‌ଡାଉନ୍‌ । ନୂଆଖାଇ ପାଇଁ 22 ଓ 23ରେ ମଧ୍ୟ ହେବନି ସଟ୍‌ଡାଉନ୍‌ । ନୂଆଖାଇ 23 ତାରିଖ ପଡୁଥିବାବେଳେ ନୂଆଖାଇ ପାଇଁ 22 ତାରିଖ ଦିନ ସଟ୍‌ଡାଉନ୍‌ ବାତିଲ୍‌ କରାଯିବ । ଏହି ଦିନ ଲୋକେ ବଜାରରୁ ଜିନିଷ ପତ୍ର କିଣିବେ ।  ତେବେ ଅଗଷ୍ଟ 15 ବଦଳରେ ଅଗଷ୍ଟ 16 ଓ 17 ତାରିଖ ସଟ୍‌ଡାଉନ୍‌ ରହିବ ବୋଲି ସୂଚନା ରହିଛି ।

Read More

ମୁଜାଫରପୁର :  ବିହାରର ମୁଜାଫରପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ସ୍ତ୍ରୀଙ୍କ କରୋନା ପଜିଟିଭ୍‌ ରିପୋର୍ଟ ଶୁଣି ତାଙ୍କ ସ୍ବାମୀଙ୍କର ହାର୍ଟଆଟାକ୍‌ରେ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ  ବିହାରର ମୁଜାଫରପୁରରେ ଜଣେ ପତ୍ନୀଙ୍କର କରୋନା ପଜିଟିଭ୍‌ ରିପୋର୍ଟ ଶୁଣି ତାଙ୍କ ସ୍ବାମୀଙ୍କର ହାର୍ଟଆଟାକ୍‌ର ଶିକାର ହୋଇଥିଲେ । ତାଙ୍କୁ ହସ୍ପିଟାଲ ନିଆଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ଗ୍ରାମବାସୀମାନେ ଶବକୁ ଆମ୍ବୁଲାନ୍ସରେ ବାହାର କରିବାକୁ ଅନୁମତି ଦେଇନଥିଲେ । ଏହା ପରେ ପ୍ରଶାସନ ସ୍ଥାନୀୟ ଅଧିକାରୀ ଓ ମୁଖିଆଙ୍କ ସହିତ ଯୋଗାଯୋଗ କରି ଜେସିବି ଦ୍ବାରା ଶବକୁ ଅନ୍ତିମ ସଂସ୍କାର କରାଯାଇଥିଲା । ମୃତକଙ୍କ ସ୍ବାମୀଙ୍କୁ କୋଭିଡ୍‌ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନସାରେ ମୁଜାଫରପୁରର ସରୈୟାର 60 ବର୍ଷ ବୟସ୍କ ବ୍ୟକ୍ତିଙ୍କ ସ୍ତ୍ରୀ କରୋନା ପଜିଟିଭ୍‌ ହୋଇଛନ୍ତି ।  କରୋନା  ପଜିଟିଭ୍‌ ଶୁଣିବା ପରେ…

Read More

ବେରୁତ୍‌ : ବେରୁତ୍‌ରେ ଘଟିଥିବା ବିସ୍ଫୋରଣ ଉଗ୍ର ରୂପ ଲେବାନନର ରାଜନୀତିରେ ଦୃଶ୍ୟମାନ ହୋଇଛି । ବେରୁ୍ତ୍‌ ଧମାକା ଲେବାନନର ସରକାର ଭାଙ୍ଗି ଦେଇଛି । ବେରୁତ୍‌ ଧମାକା ପରେ ଲେବାନନର ପ୍ରଧାନମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସୋମବାର ରାତ୍ରିରେ ଇସ୍ତଫା ଦେଇଥିବାର ସୂଚନା ରହିଛି । ନିକଟରେ ବେରୁତ୍‌ରେ ହୋଇଥିବା ଶକ୍ତିଶାଳୀ ବିସ୍ଫୋରଣ ପରେ ଏହା ବିରୋଧରେ ଲେବାନନ୍‌ରେ ବିରୋଧ ଜାରି ରହିଛି । ଗତ ଅଗଷ୍ଟ 4 ତାରିଖରେ ବେରୁତ୍‌ରେ ଅମୋନିଆ ନାଇଟ୍ରେଟ୍‌ ସ୍ଥଳରେ ଏକ ବଡ ଧରଣର ବିସ୍ଫୋରଣ ହୋଇଥିଲା । ଲେବାନନ୍‌ର ଇତିହାସରେ ଏଭଳି ଘଟଣା ପୂର୍ବରୁ କେବେ ଘଟିନଥିଲା । ଏହି ବିସ୍ଫୋରଣରେ 160 ଜଣଙ୍କର ମୃତ୍ୟୁ ହୋଇଥିବାସ୍ଥଳେ 6 ହଜାରରୁ ଉର୍ଦ୍ଧ୍ବ ଲୋକେ ଆହତ ହୋଇଛନ୍ତି । ବେରୁତ୍‌ ଧମାକା ପରେ ଜନତାଙ୍କ ଆକ୍ରୋଶ ଦେଖିବାକୁ ମିଳିଥିଲା । ଏହି ଘଟଣାକୁ ନେଇ ପୂରା ଲେବାନନ୍‌ରେ ବିରୋଧ ପ୍ରଦର୍ଶନ ଆରମ୍ଭ…

Read More

ମସ୍କୋ : କରୋନାକୁ ସାରା ବିଶ୍ବ ଭୀତତ୍ରସ୍ତ ଥିବାବେଳେ କରୋନା ଟୀକାକୁ ନେଇ ଆଶା ସଞ୍ଚାର ହୋଇଛି । କରୋନା ମହାମାରୀକୁ ନେଇ ନାନା ପ୍ରକାରର କଳ୍ପନା ଜଳ୍ପନା  ଲାଗି ରହିଥିବାବେଳେ ଆଜି ରୁଷ୍‌ କରୋନା ଟୀକା ଆଣିଛି । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ କରୋନା ଟୀକା ସମ୍ପର୍କରେ ଘୋଷଣା କରିଛନ୍ତି । ଋଷ ପକ୍ଷରୁ ବିକଶିତ କରାଯାଉଥିବା କରୋନା ଟୀକାକୁ ଋଷ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମଞ୍ଜୁରୀ ମିଳିଥିବା ନେଇ ପୁତିନ୍ ଘୋଷଣା କରିଛନ୍ତି । ଏହା ସହିତ ପୁତିନଙ୍କ ଝିଅକୁ ପ୍ରଥମ ଟୀକା ମଧ୍ୟ ଲଗାଯାଇଛି । ଦୁଇ ଝିଅଙ୍କ ମଧ୍ୟରୁଜଣକୁ ଏହି ଟୀକା ଦିଆଯାଇଛି । ଟୀକା ନେବା ପରେ  ତାଙ୍କ ଝିଅ ସୁସ୍ଥ ରହିଛନ୍ତି ବୋଲି ସୂଚନା ରହିଛି।   ଏହି ଟୀକା ବର୍ତ୍ତମାନ ପ୍ରସ୍ତୁତ ଏବଂ ଆଗାମୀ ଦିନରେ ବିଭିନ୍ନ ରାଷ୍ଟ୍ରକୁ ଯୋଗାଣ କରାଯିବା ନେଇ ପୁତିନ ଘୋଷଣା କରିଛନ୍ତି । ମଙ୍ଗଳବାର ଦିନ…

Read More

ତାମିଲନାଡୁ : ତାମିଲନାଡୁରୁ ଏକ ହୃଦୟଥରା ଘଟଣା ସାମ୍ନାକୁ ଆସିଛି । ମୋବାଇଲ୍‌ ଫାଟିବା ଯୋଗୁଁ ଜଣେ ମହିଳାଙ୍କ ସମେତ ଦୁଇ ଶିଶୁଙ୍କର ମୃତ୍ୟୁ ହୋଇଛି । ତାମିଲନାଡୁର କରୁର୍‌ଠାରେ ମୋବାଇଲ୍‌ ଫାଟିବା ଯୋଗୁଁ ଜଣେ ମା’ ଓ ତାଙ୍କର ଦୁଇ ଶିଶୁଙ୍କର ମୃତ୍ୟୁ ହୋଇଛି। 29 ବର୍ଷୀୟା ମୁଥୁଲକ୍ଷ୍ମୀ ମୋବାଇଲ୍‌ ଚାର୍ଜିଂରେ ବସାଇ ଫୋନ୍‌ରେ କଥା ହେଉଥିଲେ । କଲ୍‌ କାଟିବା ପରେ ମୋବାଇଲ୍‌ଟି ଫାଟି ଯାଇଥିଲା । ମୋବାଇଲ୍‌ ଫାଟିବା ପରେ ମୁଥୁଲକ୍ଷ୍ମୀ ଏହି ନିଆଁରେ ପୋଡି ହୋଇଯାଇଥିଲେ । ଏହି ସମୟରେ ସେଇ ରୁମ୍‌ରେ ରହିଥିବା 3 ବର୍ଷୀୟ ରଣଜିତ୍‌ ଓ 2 ବର୍ଷୀୟ ଦୀକ୍ଷିତ୍‌ ମଧ୍ୟ ଗମ୍ଭୀର ରୂପରେ ଆହତ ହୋଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ମୁଥୁଲକ୍ଷ୍ମୀ ଓ ବାଲକୃଷ୍ଣ ଛ ବର୍ଷ ପୂର୍ବେ ବିବାହ କରିଥିବାବେଳେ କିଛି…

Read More

ଭୁବନେଶ୍ବର : କରୋନାର କାୟା ମାଡି ମାଡି ଚାଲିଛି । ଓଡ଼ିଶାରେ ମଧ୍ୟ ଏହା ଦ୍ରୁତ ଗତିରେ ବଢି ଚାଲିଛି । ରାଜ୍ୟରେ 296ଜଣଙ୍କ କରୋନା ଜନିତ ମୃତ୍ୟୁ ହୋଇଥିବାବେଳେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 48 ହଜାର ଟପିଛି । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି  ଅନେକ ନାମୀଦାମୀ ହସ୍ତୀମାନେ ମଧ୍ୟ ଏହି କରୋନା କବଳରେ ପଡୁଛନ୍ତି । ବରଗଡର ସାଂସଦ ସୁରେଶ ପୂଜାରୀ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ଆଜି ଆଉ ଜଣେ ଲୋକପ୍ରିୟ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି । କରୋନା ନେଇ ନିଜେ ଟୁଇଟ୍‌ କରି ଜଣାଇଛନ୍ତି  ସୌମ୍ୟରଞ୍ଜନ ପଟ୍ଟନାୟକ । ଟୁଇଟ୍‌ କରି ସୌମ୍ୟ କହିଛନ୍ତି ଯେ, ସେ ପଜିଟିଭ୍‌ ଅଛନ୍ତି ବୋଲିଜଣାପଡିଛି । ସେ ସୁସ୍ଥ ଅଛନ୍ତ । ନିକଟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ ସେ ଡାକ୍ତରୀ ପରାମର୍ଶ…

Read More

ନୂଆଦିଲ୍ଲୀ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 10ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଭିଡିଓ କନଫ୍ରେସିଂ ମାଧ୍ୟମରେ କଥା ହେବେ। ପୂର୍ବରୁ ଏହି ପ୍ରସଂଗରେ ମୋଦି ବିଭିନ୍ନ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲଚୋନା କରି ପଦକ୍ଷେପ ନେଉଛନ୍ତି। ତେବେ ଆଜି ମୋଦି ଯେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହେବେ ସେହି ରାଜ୍ୟଗୁଡିକ ହେଲା ଆନ୍ଧ୍ର ପ୍ରଦେଶ କର୍ଣ୍ଣାଟକ ତାମିଲନାଡୁ ପଶ୍ଚିମବଂଗ ମହାରାଷ୍ଟ୍ର ପଂଜାବ ବିହାର ଗୁଜୁରାଟ ତେଲାଙ୍ଗାନା ଉତ୍ତର ପ୍ରଦେଶ

Read More

ଚିଲିକା : ଗିରଫ ହେଲେ ଚିଲିକା ଡିଏଫ୍‌ଓ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଗତକାଲି ଚିଲିକା ଡିଏଫ୍‌ଓ ଆଲୋକ ରଞ୍ଜନ ହୋତାଙ୍କୁ ଭିଜିଲାନ୍ସ ଧରିଥିଲା । ଗତକାଲି ରେଡ୍‌ କରାଯାଇ 1 କୋଟିରୁ ଉର୍ଦ୍ଧ୍ବ ସମ୍ପତ୍ତି ଠାବ କରାଯାଇଥିଲା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ବାଲୁଗାଁସ୍ଥିତ ଅଫିସ ଓ ସରକାରୀ ବାସଭବନରେ ଭିଜିଲାନ୍ସ ରେଡ୍ କରିଥିଲା। ଏହାଛଡା ରାଜଧାନୀ ଭୁବନେଶ୍ଵର ଖଣ୍ଡଗିରି, ଡୁମଡୁମା, ଚନ୍ଦ୍ରଶେଖର ଘର ସମେତ ଜଗତସିଂହପୁର ବିରିଡି ଚାଷୀଖଣ୍ଡସ୍ଥିତ ପୈତୃକ ଘର ଓ ବାଲିପାଟଣା ଥାନା ଅନ୍ତର୍ଗତ ପଦ୍ମପୁରସ୍ଥିତ ସମ୍ପର୍କୀୟଙ୍କ ଘରେ ଚଢାଉ କରାଯାଇଥିଲା। ଏହି ରେଡ୍ ସମୟରେ ବ୍ୟାଙ୍କ ପାସବୁକ୍, ବ୍ୟାଙ୍କ ଲକର୍‌, ସୁନା ଓ ଦାମୀ ଗାଡି ମିଳିଥିବା ସୂଚନା ରହିଥିଲା ।

Read More

କୁଚିଣ୍ଡା : କୁଚିଣ୍ଡା ଗୋବିନ୍ଦପୁର ଥାନା ତାଳଡିହି ଗାଁରେ ଡବଲ ମର୍ଡର ଘଟିଯାଇଛି । ବଡଭାଇ ଓ ପୁତୁରାକୁ ନିର୍ମମ ଭାବେ ହତ୍ୟା କରାଯାଇଥିବାବେଳେ ଭାଉଜ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଛନ୍ତି । ବିଳମ୍ବିତ ରାତ୍ରିରେ ଘରେ ପଶି ସାନ ଭାଇ ଆକ୍ରମଣ କରିଥିବାର ସୂଚନା ମିଳିଛି ।  4 ବର୍ଷର ଶିଶୁ ପୁତ୍ର ସହ ବଡଭାଇଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ଘଟଣାସ୍ଥଳରେ ଶିଶୁପୁତ୍ର ସହ ବଡଭାଇଣ ମୃତ୍ୟୁ ହୋଇଛି । ଅଙ୍ଗନଓ୍ବାଡି ପାଇଖାନା ଟାଙ୍କିରୁ ଦୁହିଁଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ଭାଉଜଙ୍କ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିବାବେଳେ ସୁନ୍ଦରଗଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ସମେସ୍ତ ଶୋଇଥିବାବେଳେ ମରଣାନ୍ତକ ଆକ୍ରମଣ ହୋଇଥିବାର ସୂଚନା ରହିଛି । ଏହି ଘଟଣାରେ ଅଭିଯୁକ୍ତ ସାନ ଭାଇକୁ ପୋଲିସ୍‌ ଥାନାରେ ଅଟକ ରଖିଥିବାବେଳେ ତଦନ୍ତ ଜାରି ରଖିଛି ।

Read More

ଭୁବନେଶ୍ୱର : ଆସନ୍ତା ମାସରେ ଅନୁଷ୍ଠିତ ହେବ ଓଜେଇଇ ପରୀକ୍ଷା । ସେପ୍ଟେମ୍ବର 9ରୁ 15 ତାରିଖ ଯାଏ ଅନୁଷ୍ଠିତ ହେବ ଏହି ପରୀକ୍ଷା । ଚଳିତ ବର୍ଷ ପ୍ରଥମ ଥର ପାଇଁ ଓଜେଇଇ କମ୍ପ୍ୟଟୁ୍ର ମାଧ୍ୟମରେ ଅନୁଷ୍ଠିତ ହେବ । ଏନେଇ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ ପକ୍ଷରୁ 16ଟି ଜିଲ୍ଲାର ସରକାରୀ ପଲିଟେକନିକ ଓ ଆଇଟିଆଇ କେଲଜ ଅଧ୍ୟକ୍ଷଙ୍କୁ ଚିଠି କରାଯାଇଛି । ଓଜେଇଇ ଓ ଟିସିଏସ ଅଧିକାରୀ ବିଭିନ୍ନ କଲେଜ ବୁଲି କରୀକ୍ଷା କେନ୍ଦ୍ର ଚୟନ କରିବେ । କରୋନାକୁ ଦୃଷ୍ଟିରେ ରଖି ଓଜେଇଇ ଏବର୍ଷ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

Read More

ନୂଆଦିଲ୍ଲୀ : ଦୀର୍ଘ ଏକ ବର୍ଷ ହେବ ଇଣ୍ଟରନେଟରୁ ଦୂରରେ ରହିଥିବା ଜମ୍ମୁ କାଶ୍ମୀର ବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର ରହିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଜମ୍ମୁ କାଶ୍ମୀରରେ ପରୀକ୍ଷା ମୂଳକ ଭାବରେ ପୁଣି ଥରେ 4 ଜି ସେବା ଆରମ୍ଭ ହେବାକୁ ଯାଉଛି । ମଙ୍ଗଳବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ବୋଚ୍ଚ କୋର୍ଟଙ୍କୁ ଏହି ସୂଚନା ପ୍ରଦାନ କରାଯାଇଛି । ତେବେ ସମ୍ପୂର୍ଣ୍ଣ ଜମ୍ମୁ କାଶ୍ମୀରରେ ଏହି ସେବା ଆରମ୍ଭ କରାଯିବ ନାହିଁ । କିଛି  କମ୍ ସମ୍ବେଦନଶୀଳ  ଅଞ୍ଚଳରେ ଏହି ସେବା ଅଗଷ୍ଟ 15 ପରଠାରୁ ଆରମ୍ଭ କରାଯିବ । ଉକ୍ତ ଅଞ୍ଚଳରେ ସମୀକ୍ଷା କରାଯିବା ପରେ ସମ୍ପୂର୍ଣ୍ଣ ଭାବରେ ଇଣ୍ଟରନେଟ ସେବା ଚାଲୁ କରାଯିବ କି ନାହିଁ ତାହା ସ୍ଥିର କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଦୁଇ ମାସ ସେବା ଚାଲୁ ରହିବା ପରେ ସମୀକ୍ଷା କରାଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ…

Read More

ଝାରଖଣ୍ଡ : ପଢିବା ଲେଖିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ବୟସ  ସୀମା ନଥାଏ । କେବଳ ନିଜର ଆଗ୍ରହ ଓ ଇଚ୍ଛାଶକ୍ତି ହିଁ ଯଥେଷ୍ଟ । ଏବେ ଏପରି ଏକ ଘଟଣା ଝାଡଖଣ୍ଡରୁ ଦେଖିବାକୁ ମିଳିଛି । ଝାଡଖଣ୍ଡର ଶିକ୍ଷାମନ୍ତ୍ରୀ ଏବେ ଇଣ୍ଟରମିଡିଏଟ୍‌ରେ ଆଡମିଶନ ନେଇଛନ୍ତି । ଦଶମ ପାସ୍‌ କରିଥିବା ସୁବେର ଶିକ୍ଷା ମନ୍ତ୍ରୀ ଜଗରନାଥ ମହତୋ ଏବେ ଏକାଦଶ ଶ୍ରେଣୀରେ ପାଠ ପଢିବେ । ମନ୍ତ୍ରାଳୟର ଦାୟିତ୍ବ ଗ୍ରହଣ କରିବା ସହିତ ମନ୍ତ୍ରୀଜୀ ଏବେ ସ୍କୁଲରେ ନିଜ କ୍ଲାସ୍‌ ରୁମ୍‌ ବେଞ୍ଚରେ ବସି ପାଠ ପଢିବାର ନଜର ଆସିବେ । ସୁବେର ଶିକ୍ଷା ମନ୍ତ୍ରୀ ଜଗରନାଥ ମହତୋ ଡୁମ୍‌ରୀ ବିଧାନସଭା କ୍ଷେତ୍ରର ନବାଡିହ ସ୍ଥିତ ଦେବୀ ମହତୋ ସ୍ମାରକ ଇଣ୍ଟର ମହାବିଦ୍ୟାଳୟରେ ଇଣ୍ଟରମିଡିଏଟ୍‌ରେ ଆଡମିଶନ୍‌ ନେଇଛନ୍ତି । ମନ୍ତ୍ରୀ ଜଗରନାଥ ମହତୋ କହିଛନ୍ତି ଯେ, ସେ ଯେତେବେଳେ ଶିକ୍ଷା ମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ସେତେବଳେ କିଛି…

Read More