Author: Samikhsya Bureau

ଭୁବନେଶ୍ବର, ଆସନ୍ତା ନଅ ତାରିଖରେ ଉତ୍ତର ଏବଂ ପଶ୍ଚିମ କେନ୍ଦ୍ରୀୟ ଅଞ୍ଚଳରେ ଏକ ଲଘୁ ଚାପ ସୃଷ୍ଟି ହେବ। ଏହାର ପ୍ରଭାବରେ ଓଡିଶାରେ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଏହା ଧିରେ ଧିରେ ଘନିଭୂତ ହୋଇ ପୂର୍ବ ଦିଗକୁ ଗତି କରିବ ବୋଲି ଜଣାପଡିଛି। ତେବେ ଏହି ପ୍ରଭାବ ଆସନ୍ତା 11 ତାରିଖ ପର୍ଯ୍ୟନ୍ତ ରହିବ। ଫଳରେ ସେହି ତାରିଖ ପର୍ଯ୍ୟନ୍ତ ଓଡିଶାରେ ଲଗାତାର ବର୍ଷା ଜାରୀ ରହିବ। ଏହି ସମୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ମଧ୍ୟ ସତର୍କ ସୂଚନା ଜାରୀ କରାଯାଇଛି।

Read More

ଭୁବନେଶ୍ବର, ଆଜି ଓଡିଶାର ବିଭିନ୍ନ ଜିଲ୍ଲାରେ ଥିବା କୋଭିଡ ହସପିଟାଲ ଏବଂ କେୟାର ସେଣ୍ଟରରେ ଅଗ୍ନି ନିରୋଧ ପକ୍ରିୟା ଯାଞ୍ଚ ଆରମ୍ଭ ହୋଇଛି। ଅଗ୍ନିଶମ ବିଭାଗର ଡିଜି ସତ୍ୟଜିତ ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ଥିବା ସମସ୍ତ ଅଗ୍ନିଶମ କେନ୍ଦ୍ର କର୍ମଚାରୀ ଏହି ଯାଞ୍ଚ କରିଛନ୍ତି।ସେମାନଙ୍କ ଅଞ୍ଚଳରେ ଥିବା ସମସ୍ତ କୋଭିଡ ହସପିଟାଲ ଏବଂ କେନ୍ଦ୍ରକୁ ଭଲଭାବରେ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ସେମାନେ କୋଭିଡ ଭୁତାଣୁଠାରୁ ଦୂରେଇ ରହିବା ପାଇଁ ପିପିଇ ପିନ୍ଧି ଯିବାକୁ କୁହାଯାଇଛି। ଗତକାଲି ଅହମଦାବାଦର ଏକ କୋଭି ହସପିଟାଲରେ ନିଆଁ ଲାଗିଯିବା ଦ୍ବାରା 8 ଜଣ କୋଭିଡ ରୋଗୀଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ଓଡିଶା ଅଗ୍ନିଶମ ବିଭାଗ ସଜାଗ ହୋଇଯାଇଛି। ସେଥିପାଇଁ ରାଜ୍ୟର ସମସ୍ତ କୋଭିଡ ହସପିଟାଲରେ ଅଗ୍ନି ନିରୋଧ ପକ୍ରିୟା କିପରି ଅଛି ତାହା ଯାଞ୍ଚ କରି ରିପୋର୍ଟ ଦେବେ।

Read More

ଭୁବନେଶ୍ବର, ଆଇନ ଶୃଙ୍ଖଳା ପରିସ୍ଥିତିକୁ ବିକେନ୍ଦ୍ରୀକରଣ କରିବା ପାଇଁ ଆଜି ରାଜ୍ୟ ସରକାର ଏକ ବଡ ନିଷ୍ପତି ନେଇଛନ୍ତି। ତାହା ହେଲା ରାଜ୍ୟର ଛଅଟି ଥାନାକୁ ଦୁଇ ଭାଗ କରାଯିବ। ଆଜି ଏ ସଂକ୍ରାନ୍ତ ଫାଇଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମତି ପ୍ରଦାନ କରିଛନ୍ତି। ସେହି ଅନୁସାରେ ଯେଉଁ ଥାନାଗୁଡିକ ଦୁଇ ଭାଗ କରିବା ପାଇଁ ନିଷ୍ପତି ହୋଇଛି ସେଗୁଡିକ ହେଲା ଖଣ୍ଡଗିରି ଥାନା- ଭୁବନେଶ୍ବର ଅନୁଗୁଳ ଟାଉନ ଥାନା-ଅନୁଗୁଳ ଝାରସୁଗୁଡା ଟାଉନ ଥାନା- ଝାରସୁଗୁଡା ଭଂଜନଗର ଥାନା- ଗଂଜାମ ଭଦ୍ରକ ଗ୍ରାମାଞ୍ଚଳ ଥାନା-ଭଦ୍ରକ ତିହିଡି ଥାନା-ଭଦ୍ରକ

Read More

ଭୁବନେଶ୍ବର, ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯୦୫ ପୋଲିସ ପଦବୀକୁ ଅନୁମତି ପ୍ରଦାନ କରିଛନ୍ତି। ଏହି ଅଧିକାରୀମାନେ ୨୨୦ ଟି ଥାନାରେ ନିଯୁକ୍ତି ହେବେ। ଏଥିସହିତ ରାଜ୍ୟର ଆଉ ୬ଟି ଥାନାକୁ ସୁଦୃଢ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ମଂଜୁରୀ ପ୍ରଦାନ କରିଛନ୍ତି। ବର୍ତ୍ତମାନ ରାଜ୍ୟରେ ଅପରାଧ କାର୍ଯ୍ୟକଳାପକୁ ହ୍ରାସ କରିବା ପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି। ଏଥିପାଇଁ ପୋଲିସ ଡିଜି ତୁରନ୍ତ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ବିଭିନ୍ନ ଥାନାରେ ଅନେକ ପଦପଦବୀ ଖାଲି ପଡିଛି। ଫଳରେ ପୋଲିସକୁ ଅପରାଧମାନଙ୍କୁ ନିୟନ୍ତ୍ରଣ କରିବାରେ ଅସୁବିଧା ସୃଷ୍ଟି ହେଉଛି। ସେଥିପାଇଁ ବିଭିନ୍ନ ଥାନାରେ ଏହି ପୋଲିସ ପଦବୀ ପୁରଣ କରିବା ପାଇଁ ଦାବୀ ହୋଇ ଆସୁଥିଲା।

Read More

ଥିରୁଅନନ୍ତପୁରମ : କେରଳରେ ପ୍ରବଳ ବର୍ଷା କାରଣରୁ ଭୂସ୍ଖଳନ ଘଟି 5 ଜଣଙ୍କର ମୃ୍ତ୍ୟୁ ଘଟିଛି । କେରଳର ଇଡୁକୀ ଜିଲ୍ଲାରେ ଶୁକ୍ରବାର ସକାଳୁ ଏହି ଘଟଣା ଘଟିଛି । ମୁନ୍ନାରରୁ 25 କିମି ଦୂର ରାଜମଲାଇ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ଭୂସ୍ଖଳନରେ ଅନେକ ଲୋକ ଫସି ରହିଥିବା ଅନୁମାନ କରାଯାଉଛି । ଉକ୍ତ ଅଞ୍ଚଳରେ ଏନଡ଼ିଆରଏଫ ର ଦୁଇଟି ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗି ରହିଥିବା ନେଇ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ୍ ପ୍ରକାଶ କରିଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ 10 ଜଣଙ୍କୁ କାଦୁଅ ମଧ୍ୟରୁ ଉଦ୍ଧାର କରାଯାଇଛି । ଏହା ସହିତ ଉଦ୍ଧାର କାର୍ଯ୍ୟ ଲାଗି ବାୟୁସେନାର ହେଲିକପ୍ଟର ନିୟୋଜନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ।

Read More

ନୂଆଦିଲ୍ଲୀ, ଆଜି ଜମ୍ମୁ କାଶ୍ମୀରର ଉପରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି ବିଜେପିର ବରିଷ୍ଠ ନେତା ତଥା ପୂର୍ବତ୍ତନ ମନ୍ତ୍ରୀ ମନୋଜ ସିହ୍ନା। ଜମ୍ମୁକାଶ୍ମୀର ରାଜଭବନରେ ଆୟୋଜିତ ଏକ ଉତ୍ସବରେ ରାଜ୍ୟର ମୁଖ୍ୟ ବିଚାରପତି ଗୀତା ମିତ୍ତଲ ତାଙ୍କୁ ଶପଥପାଠ କରାଇଥିଲେ। ଆଜି ଶପଥ ନେବା ପାଇଁ ମନୋଜ ସକାଳେ ଜାମ୍ମୁ କାଶ୍ମୀରେ ପହଁଚିଥିଲେ। ସେଠାରୁ ତାଙ୍କୁ ରାଜଭବନକୁ ପାଛୋଟି ନିଆଯାଇଥିଲା। ପୂର୍ବରୁ ଜାମ୍ମୁ କାଶ୍ମୀରର ଉପରାଜ୍ୟପାଳ ଥିବା ଗିରିଶ ମୁର୍ମୁ ଗତ ଗୁରୁବାର ଦିନ ଇସ୍ତପା ଦେଇଥିଲେ। ବର୍ତ୍ତମାନ ଗିରିଶ ମୁର୍ମୁ ଭାରତର ମହାଲେଖକାର ଭାବେ ନିଯୁକ୍ତି ପାଇଛନ୍ତି।

Read More

ମୁମ୍ବାଇ, ଶେଷରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତି ମୁମ୍ବାଇ ଇଡି ଅଫିସରେ ହାଜର ହୋଇଛନ୍ତି। ଅର୍ଥ କାରାବାର ଉପରେ ଆଜି ହାଜର ହେବା ପାଇଁ ଇଡି ରିୟାଙ୍କୁ ସମନ କରିଥିଲେ। ସେହି ଅନୁସାରେ ଆଜି ରିୟା ଇଡିରେ ହାଜର ହୋଇ ଜେରାର ସମ୍ମୁଖୀନ ହେବ। ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ବ୍ୟାଙ୍କ ଆକାଉଣ୍ଟର କୋଟି କୋଟି ଟଙ୍କା ରିୟା ଏବଂ ତାଙ୍କ ପରିବାର ସଦସ୍ୟଙ୍କ ଆକାଉଣ୍ଟକୁ ଟ୍ରାନସଫର ହୋଇଛି। ସେ ନେଇ ଇଡି ରିୟାଙ୍କୁ ପଚରା ଉଚୁରା କରିବ ବୋଲି ଜଣିପଡିଛି। ସେହିପରି ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲରେ ବିହାର ପୋଲିସ ମଧ୍ୟ ରିୟାଙ୍କୁ ଜେରା କରିବା ପାଇଁ ମୁମ୍ବାଇରେ ଡେରା ପକାଇଛି। ଇଡିରୁ ଆସିବା ପରେ ହୁଏତ ବିହାର ପୋଲିସ ତାଙ୍କୁ ଜେରା କରିବା ପାଇଁ ନେଇପାରେ।

Read More

ଭୁନେଶ୍ୱର: ରାଜ୍ୟରେ କରୋନାରେ ଆଉ ୧୨ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୨୪୭ରେ ପହଞ୍ଚିଛି। ଆଜି ଆସିଥିବା ସଦ୍ୟତମ ରିପୋର୍ଟ ଅନୁସାରେ ସୁନ୍ଦରଗଡ଼ରୁ ୩, ବ୍ରହ୍ମପୁରରୁ ୩, ମୟୂରଭଞ୍ଜ, ସମ୍ବଲପୁର, କେନ୍ଦ୍ରାପଡ଼ା , ଢେଙ୍କାନାଳ, ଗଜପତି, ଭଦ୍ରକରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ୨୯ ଜିଲ୍ଲାରୁ ଆଉ ୧୮୩୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କ୍ବାରେଣ୍ଟାଇନରୁ ୧୧୧୮ ଲୋକାଲ୍ କେସ୍ ୭୧୫। ଖୋର୍ଦ୍ଧାରୁ ସର୍ବାଧିକ -୨୯୮ ଗଞ୍ଜାମରୁ-୨୭୯, ରାୟଗଡ଼ାରୁ- ୧୫୨ କଟକରୁ – ୧୨୪ ସୁନ୍ଦରଗଡ଼ରୁ- ୧୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ୍ କରୋନା ପଜିଟିଭ ସଂଖ୍ୟା ୪୨ହଜାର ୫୫୦କୁ ବୃଦ୍ଧି ହୋଇଛି। କରୋନାରୁ ସୁସ୍ଥ ହୋଇଛନ୍ତି ୨୬ହଜାର ୮୮୭ଜଣ।

Read More

ଭୁବନେଶ୍ବର: ଆଜି ୨୯ ଜିଲ୍ଲାରୁ ମୋଟ୍‌ ୧୮୩୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯୮ ଚିହ୍ନଟ ହୋଇଥିବାବେଳେ ଗଞ୍ଜାମ ଜିଲ୍ଲାରୁ ୨୭୯ଜଣ, ସୁନ୍ଦରଗଡରୁ ୧୧୦, କଟକରୁ ୧୨୪,  ସମ୍ବଲପୁରରୁ ୩୯, ବରଗଡରୁ ୮, କନ୍ଧମାଳରୁ ୧୬, ମାଲ୍‌କାନଗିରିରୁ ୩୬, ପୁରୀରୁ ୬୭, ଭଦ୍ରକରୁ ୫୦, ଗଜପତିରୁ ୩୫, କେଉଁଝରରୁ ୧୬, କୋରାପୁଟରୁ ୪୭, ଯାଜପୁରରୁ ୬୦ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି କଳାହାଣ୍ଡିରୁ ୧୬, କେନ୍ଦ୍ରାପଡାରୁ ୩୪, ଢେଙ୍କାନାଳରୁ ୪୩, ନୟାଗଡରୁ ୬୧, ମୟୂରଭଞ୍ଜରୁ ୩୪, ବଲାଙ୍ଗିରରୁ ୩୭, ରାୟଗଡାରୁ ୧୫୨, ଅନୁଗୁଳୁରୁ ୯, ବାଲେଶ୍ବରରୁ ୬୯ ଜଣ,  ଜଗତସିଂହପୁରରୁ ୧୬, ନବରଙ୍ଗପୁରରୁ ୧୧ ଜଣ ଚିହ୍ନଟ ହୋଇଛନ୍ତି। ସୋନପୁରରୁ ୩୩,  ଝାରସୁଗୁଡାରୁ ୩୦, ବୌଦ୍ଧରୁ ୩୪ ଜଣ ରହିଥିବାବେଳେ ନୂଆପଡାରୁ ଜଣେ ଚିହ୍ନଟ ହୋଇଛନ୍ତି।

Read More

ୱାସିଂଟନ, ଚୀନ ପ୍ରତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କିପରି ରାଗ ତାହା ପ୍ରତିପାଦିତ ହୋଇ ଆସୁଛି। ଗତକାଲି ଟ୍ରମ୍ପ ଚୀନ କଂପାନୀ ଟିକଟିକ୍ ଆପକୁ କେହି ନ କିଣିବା ପାଇଁ ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶନାମା ଜାରୀ କରିଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ଚୀନ ଦ୍ବାରା ନିର୍ମିତ ବିଭିନ୍ନ ଆପ ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବାର ସମ୍ଭାବନା ରହିଛି। ବିଶେଷ କରି ଟିକଟିକ୍ ଆପ୍ ସବୁଠାରୁ ବିପଦ ଜନକ। ସେଥିପାଇଁ କୌଣସି ଆମେରିକୀୟ କଂପାନୀ ସେସବୁ କିଣିପାରିବେ ନାହିଁ। ଯଦି ସେପରି କିଛି ହୁଏ ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। କୋରନା ଭାଇରସ ଚୀନରୁ ଆସିଥିବାରୁ ସେଥିପାଇଁ କେତେକ ଦେଶ ଚୀନ ନିର୍ମିତ ବିଭିନ୍ନ ଆପକୁ ନିଷିଧ କରିଛି। ବିଶେଷ କରି ଚାନ କଂପାନୀ ଡ୍ୟାନସବାଇଟ ନିର୍ମିତ ଟିକଟକ ଆପକୁ ଅନେକ ଦେଶ ନିଷିଧ କରିଛନ୍ତି। ଫଳରେ ଏହି କଂପାନୀ ଚୀନରୁ ହଟି…

Read More

ଭୁବନେଶ୍ବର: ରାଜ୍ୟରେ ଆଜି ସର୍ବାଧିକ ୧୮୩୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୧୧୮ଜଣ ଚିହ୍ନଟ ହୋଇଥିବାବେଳେ ୭୧୫ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୨ ହଜାର ୫୫୦କୁ ବୃଦ୍ଧି ହୋଇଛି। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୫ ହଜାର ୩୭୦ଜଣ। ସେହିପରି ସୁସ୍ଥ ହୋଇଛନ୍ତି ୨୬ ହଜାର ୮୮୭ ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି ୨୩୫ଜଣ। ସେହିପରି ୪୬ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି।

Read More

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ମିଳିତ  ସୂଚନା ଅନୁସାରେ ଗତ 24ଘଣ୍ଟାରେ ସର୍ବାଧିକ 62,539ଜଣ କରୋନା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି। ଭାରତରେ ସଂକ୍ରମିତଙ୍କ ସଂଖ୍ୟା 20 ଲକ୍ଷ ଟପିଲାଣି । ସେହିପରି ଗତ 24 ଘଣ୍ଟାରେ 886ଙ୍କ ମୃତ୍ୟୁ ହୋଇଛି। ଏଯାବତ୍ ଭାରତରେ 41,585 ଜଣଙ୍କର ପ୍ରାଣ ଯାଇ ସାରିଛି। ଦେଶରେ ଏବେ ସୁଧା 6, 07, 384 ଟି ସକ୍ରିୟ ମାମଲା ରହିଥିବା ବେଳେ 13, 78,106  ଜଣ ଆରୋଗ୍ୟ ଲାଭ କରିଛନ୍ତି ।

Read More

କେଦାର ମିଶ୍ର ଆଉ ଜଣେ ଓଡିଆ ଏବେ ଗୋଟେ ବଡ ସାମ୍ବିଧାନିକ ପଦ ପାଇବାକୁ ଯାଉଛନ୍ତି। ଦେଶର ପ୍ରଥମ ଓଡିଆ ଭାବରେ ଗିରିଶ ଚନ୍ଦ୍ର ମୁର୍ମୁ ଦେଶର ପରବର୍ତ୍ତୀ ମହାଲେଖା ନିୟନ୍ତ୍ରକ ବା ସିଏଜି ଦାୟିତ୍ଵ ନେବେ ବୋଲି ଖବର ମିଳୁଛି। ଭଲକଥା, ଜଣେ ଓଡିଆ ଭାବରେ ଏକ ସାମ୍ବିଧାନିକ ପଦବୀ ପାଇବା ଯୋଗୁଁ ଆମେ ଓଡିଆମାନେ ଖୁସି। ହେଲେ ଏଥିପାଇଁ ଗର୍ବିତ ହେବାର କିଛି ଅଛି କି? ଗୁଜରାଟ କ୍ୟାଡରର ଆଇଏଏସ ଅଧିକାରୀ ଗିରିଶ ଚନ୍ଦ୍ର ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଅତ୍ୟନ୍ତ ଅନୁଗତ ଓ ତାଙ୍କର ସହାୟକ ସଚିବ ଭାବରେ ସେ ଦୀର୍ଘ ବର୍ଷ କାମ କରିଛନ୍ତି। ତାଙ୍କର ଆନୁଗତ୍ୟ ଲାଗି ଆଜି ଏତେ ବଡ ସାମ୍ବିଧାନିକ ପଦବୀ ତାଙ୍କୁ ମିଳୁଛି। ଏଥିରେ ଗର୍ବ କରିବା ଅପେକ୍ଷା ଲଜ୍ଜିତ ହେବାର ଅନେକ କାରଣ ରହିଛି। ସିଏଜି ବା ମହାଲେଖା ନିୟନ୍ତ୍ରକ ଏକ ସ୍ଵାଧୀନ-ସାମ୍ବିଧାନିକ ଅନୁଷ୍ଠାନ। ଏହି ଅନୁଷ୍ଠାନ ସରକାର…

Read More

ବେରୁଟ : ଲେବାନନ ରାଜଧାନୀ ବେରୁଟରେ ହୋଇଥିବା ବିସ୍ଫୋରଣରେ ଜର୍ମାନୀ ଆମ୍ବାସାଡାରଙ୍କ ମୃତ୍ୟୁ ହୋଇଛି।  ଜର୍ମାନୀ ବିଦେଶ ମନ୍ତ୍ରୀ  ହେଇକୋ ମାସ ଏ ନେଇ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ ବିଦେଶ ମନ୍ତ୍ରାଳୟରେ କାମ କରୁଥିବା ଜଣେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ବିସ୍ଫୋରଣ ସମୟରେ ସମ୍ପୃକ୍ତ ମହିଳା ଜଣକ ସେଠାରେ ସ୍ଥିତ ଏକ ଆପାର୍ଟମେଣ୍ଟରେ ଥିଲେ। ଏହି ଧମକାରେ ପାଞ୍ଚ ଭାରତୀୟ ଆହତ ହୋଇଥିବାର ଭାରତୀୟ ବିଦେଶ ମନ୍ତ୍ରାଳୟ ସୂଚନା ଦେଇଛି। ଏହି ମଧ୍ୟରେ ଫ୍ରାନସର  ରାଷ୍ଟ୍ରପତି ଏମାନୁଏଲ ମାକ୍ରୋନ  ପହଞ୍ଚିଛନ୍ତି। ଲେବାନାନର ସାହାଯ୍ୟ ପାଇଁ ଫ୍ରାନ୍ସ  ଓ ଅନ୍ୟ ଦେଶ ଆପାତକାଳୀନ ସହାୟତା ଦେବା ସହ ଉଧାର କାର୍ଯ୍ୟ ପାଇଁ ନିଜ ନିଜ ଟିମ ପଠାଇଛନ୍ତି। ଆର୍ଥିକ ସଙ୍କଟ ସହ ଲେବାନନ ଗତି କରୁଥିବାବେଳେ ଠିଆ ହେବ ପାଇଁ ଅନ୍ତରାଷ୍ଟ୍ରୀୟ ସାହାଯ୍ୟ ଆବଶ୍ୟକତା ରହିଛି। ସୂଚନାଯୋଗ୍ୟ, ମଙ୍ଗଳବାର ଦିନ ହୋଇଥିବା ଏହି ବିସ୍ଫୋରଣ ରେ ଏବେ ସୁଧା…

Read More

ରମେଶ ମହାନ୍ତି ଜଗତସିଂହପୁର: ସୁନାମି ପ୍ରସ୍ତୁତି ନେଇ ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ଗଡହରିଶପୁର ନୋଳିଆସାହି ଗାଁକୁ ମିଳିଲା ଆନ୍ତର୍ଜାତୀୟ ସମ୍ମାନ। ଜିଲ୍ଲା ପ୍ରଶାସନ ତରଫରୁ ସୁନାମି ମୁକାବିଲା ନିମନ୍ତେ ଡିସେମ୍ବର ୧୪.୨୦୧୯ ମସିହାରେ କରାଯାଇଥିବା ପ୍ରସ୍ତୁତିକୁ ଆନ୍ତର୍ଜାତିୟ ସଦସ୍ୟମାନେ ଦେଖିବା ପରେ ଜଗତସିଂହପୁର ଜିଲ୍ଲା ଏହି ସମ୍ମାନର ଅଧିକାରୀ ହୋଇପାରିଛି। ଜଗତସିଂହପୁର ଜିଲ୍ଲାକୁ ମିଳିଥିବା ଏହି ଆନ୍ତର୍ଜାତିୟ ସମ୍ମାନ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଥିବାରୁ ଏନେଇ ସରକାର ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳ ଧନ୍ୟବାଦ ଜଣାଇଛନ୍ତି। ଏଥିସହିତ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ମିଳିଥିବା ଏହି ଆନ୍ତର୍ଜାତିକ ସମ୍ମାନ ପାଇଁ ଏରସମା ବ୍ଲକର ଗଡହରିଶପୁର ନୋଳିଆସାହି ଗାଁର ସମସ୍ତ ଗ୍ରାମବାସୀ, ସରପଞ୍ଚ ଓ କମ୍ୟୁନିଟିକୁ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଶୁଭେଚ୍ଛା ଜଣାଇବା ସହ ବାତ୍ୟା ମୁକାବିଲା ନିମନ୍ତେ ଆଗକୁ ଆହୁରି ଅଧିକ ବଳିଷ୍ଠ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି। ଦେଶର ପ୍ରଥମ ରାଜ୍ୟ ଭାବେ…

Read More

କୋଣାର୍କ : ଅଭିଯୁକ୍ତଙ୍କ ଧରିବାକୁ ଯାଇ ଗାଁରେ ପୁଲିସ ହଟହଟା ହୋଇଛନ୍ତି। ପୁରୀ ଜିଲ୍ଲା ଗୋପ ଥାନାରେ ଏଭଳି ଘଟଣା ଘଟିଛି ।  ଗୋପ ଆଇଆଇସିଙ୍କ ସମେତ 10 ପୁଲିସ କର୍ମଚାରୀଙ୍କୁ ଅଟକ ରଖିଲେ ଗାଁଲୋକ। ଗୋପ ରେଢୁଆ ଗାଁକୁ ଯାଇଥିବାବେଳେ ପୋଲିସକୁ ଅଟକ ରଖିଲେ ଗାଁ ଲୋକେ। ନିମାପଡା ଏସଡ଼ିପିଓଙ୍କ ହସ୍ତକ୍ଷେପ ପରେ ଗାଁ ଲୋକଙ୍କ ଠାରୁ ପୋଲିସ ମୁକୁଲିଛନ୍ତି। ମିଳିଥିବା ସୂଚନା ଅନୁସାରେ ଏକ ଚୋରୀ ଘଟଣାରେ  ତଦନ୍ତ କରିବାକୁ ଗତକାଲି ବିଳମ୍ବିତ ରାତିରେ ପୁରୀ ଜିଲ୍ଲା ଗୋପ ଥାନାର ଦୁଇଜଣ ଏଏସଆଇ ଙ୍କ ସମେତ 10 ପୁଲିସ କର୍ମଚାରୀ ମହଲାପଡା ପଞ୍ଚାୟତର ରେଢୁଆ ଗ୍ରାମକୁ ଯାଇଥିଲେ। ମାତ୍ର ତାହା ଏକ ମିଥ୍ୟା ଅଭିଯୋଗ ହୋଇଥିବାବେଳେ ପୋଲିସ କଣ ପାଇଁ ଏତେ ରାତିରେ ଗାଁକୁ ଆସିଛି କହି ଉତ୍ତ୍ୟକ୍ତ ଲୋକେ  2ଟି ପୋଲିସ ଜିପକୁ ଅଟକ ରଖିଥିଲେ। ଗାଁର ମହିଳାଙ୍କ ସମତେ ଶତାଧିକ ଲୋକେ ପୋଲିସ ର ଦୁଇଟି…

Read More

ଯାଜପୁର : ଯାଜପୁର ଜିଲ୍ଲାର ଧର୍ମଶାଳା ଥାନା ଅନ୍ତର୍ଗତ ରଥିଆ ଛକ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ 3ଜଣ ମୃତ୍ୟୁ ହୋଇଥିବା ବେଳେ 2 ଜଣ ଗୁରୁତର ହୋଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ବରରୁ ଏକ କାର ଯୋଗେ ଗୋଟିଏ ପରିବାର ସଦସ୍ୟମାନେ ପଶ୍ଚିମବଙ୍ଗର ମେଦିନାପୁରକୁ  ଯାଉଥିଲେ। ଏହି କାରଟି ଧର୍ମଶାଳା ଥାନା ରଥିଆ ଛକ ନିକଟରେ ଛିଡ଼ା ହୋଇଥିବା ଏକ  ଟ୍ରକକୁ ପଛରୁ ଶକ୍ତ ଧକ୍କା ଦେଇଥିଲା। ଏହାଫଳରେ ଘଟଣା ସ୍ଥଳରେ ହିଁ 2 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବାଟରେ ଆଉ ଜଣଙ୍କର ଜୀବନ ଯାଇଛି। ଏହି ଘଟଣାରେ ଜଣେ ମହିଳାଙ୍କ ସହ 2 ଗୁରୁତରଙ୍କୁ କଟକ ହସପିଟାଲରେ ଭର୍ତ୍ତି ହୋଇଛନ୍ତି।

Read More

ଭୁବନେଶ୍ବର,ଭାରତର ସିଏଜି ଭାବେ ଗିରିଶ ଚନ୍ଦ୍ର ମୂର୍ମୁ ନିଯୁକ୍ତି ପାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସ୍ବାଗତ କରିଛନ୍ତି। ଗତକାଲି ମୁର୍ମୁ ଭାରତ ସମୀକ୍ଷକ ଓ ମହାଲେଖ ପରୀକ୍ଷକ ବା Comptroller and Auditor General of India ଭାବେ ନିଯୁକ୍ତି ପାଇଛନ୍ତି। ମୟୁରଭଂଜ ଜିଲ୍ଲାରେ ଜନ୍ମିତ ମୁର୍ମୁ ନିକଟରେ ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ପଦବୀରୁ ଇସ୍ତଫା ଦେଇଥିଲେ। ଗୁରଜୁରାଟ କ୍ୟାଡର ଏହି ଆଇଏଏସ ଅଧିକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବେଶ୍ ବିଶ୍ବାସ ଯୋଗ୍ୟ। ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ସେ ସେଠାରେ ଉଚ୍ଚ ପଦବୀରେ କାର୍ଯ୍ୟ କରି ନିଜର ଦକ୍ଷତା ପ୍ରତିପାଦନ କରାଇଛନ୍ତି।

Read More

ନୂଆଦିଲ୍ଲୀ,ରସାୟନ ଏବଂ ସାର ମନ୍ତ୍ରଣାଳୟ ଅଧୀନରେ ଥିବା ପିଏସୟୁ ଫର୍ଟିଲାଇଜର୍ସ ଏବଂ କେମିକାଲ୍ସ ଟ୍ରାଭାନକୋର ଲିମିଟେଡ (ଏଫଏସିଟି) ଚଳିତ ବର୍ଷ ମଧ୍ୟରେ ଉତ୍ପାଦନ ଏବଂ ବିକ୍ରୟ କ୍ଷେତ୍ରରେ ରେକର୍ଡ ଭାଙ୍ଗିଛି। ଏଫଏସିଟିର ଏକ ବିବୃତ୍ତି ଅନୁଯାୟୀ, ଜୁଲାଇ ୨୦୨୦ ମଧ୍ୟରେ କମ୍ପାନୀ ସର୍ବାଧିକ (୨୪,୦୧୬ ମେଟ୍ରିକ ଟନ) ମାସିକ ‘ଆମୋନିୟମ ସଲଫେଟ’ ଉତ୍ପାଦନ କରିଛି, ଯାହା ଜାନୁୟାରୀ ୨୦୨୦ରେ କମ୍ପାନୀର ସର୍ବୋତ୍ତମ ଉତ୍ପାଦନ ୨୩,୮୧୧ ମେଟ୍ରିକ ଟନକୁ ଅତିକ୍ରମ କରିଛି। ମୁଖ୍ୟତଃ ଦକ୍ଷିଣ ଭାରତୀୟ ବଜାର ପାଇଁ ଏଫଏସିଟି ଦୁଇଟି ସାର ଉତ୍ପାଦ ଏନପି ୨୦:୨୦:୦:୧୩ (ଫ୍ୟାକ୍ଟାମଫୋସ) ଏବଂ ଆମୋନିୟମ ସଲଫେଟ ଉତ୍ପାଦନ କରୁଛି । କୋଭିଡ ସମୟରେ ନିରାପଦ କାର‌୍ୟ୍ୟ ପାଇଁ କମ୍ପାନୀ ଏହାର କାର‌୍ୟ୍ୟସୂଚୀ, କଞ୍ଚାମାଲ ଯୋଜନା, ଲଜିଷ୍ଟିକ୍ସ ଏବଂ ଉତ୍ପାଦ ପଠାଇବାରେ ଉପଯୁକ୍ତ ପନ୍ଥା ପ୍ରୟୋଗ କରି ଏହାର ସାର ଉତ୍ପାଦନକୁ ଅନୁକୂଳ ବାତାବରଣରେ ସମ୍ପାଦନ କରୁଛି ।

Read More

ନୂଆଦିଲ୍ଲୀ, ସ୍ମାର୍ଟ ଇଣ୍ଡିଆ ହାକାଥନ (ଏସଆଇଏଚ)-୨୦୨୦ ପ୍ରତିଯୋଗିତାରେ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ବିଭାଗ, ଡିଆରଡିଓ ଅଧୀନ ସ୍ୱୟଂଶାସିତ ସଂସ୍ଥା, ଡିଫେନ୍ସ ଇନଷ୍ଟିଚ୍ୟୁଟ ଅଫ ଆଡଭାନ୍ସ ଟେକ୍ନୋଲୋଜି (ଡିଆଇଏଟି), ପୁନେ ପ୍ରଥମ ପୁରସ୍କାର ହାସଲ କରିଛି। ଏହାର ଲାଇଭ କାର‌୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରତିଭାଗୀମାନଙ୍କ ସହ ଆଲୋଚନା କରିଥିଲେ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଏବଂ ଅଖିଳ ଭାରତୀୟ ପ୍ରଯୁକ୍ତି ବିଦ୍ୟା ପରିଷଦ (ଏଆଇସିଟିଇ) ମିଳିତ ଭାବେ ଏହି ପ୍ରତିଯୋଗିତାର ଆୟୋଜନ କରିଥିଲେ। ଏସଆଇଏଚ-୨୦୨୦ ପ୍ରତିଯୋଗିତା ଲଗାତାର ୩୬ ଘଣ୍ଟାର ଡିଜିଟାଲ ଉତ୍ପାଦ ନିର୍ମାଣ ଉପରେ ଆଧାରିତ ରାଷ୍ଟ୍ରୀୟ ସ୍ତରର ପ୍ରତିଯୋଗିତା ଥିଲା। ଅଗଷ୍ଟ ୧ ତାରିଖରୁ ୩ ଅଗଷ୍ଟ, ୨୦୨୦ ମଧ୍ୟରେ ଉତ୍ତର ପ୍ରଦେଶର ନୋଏଡା ଇନଷ୍ଟିଚ୍ୟୁଟ ଅଫ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ଏନଆଇଇଟି)ରେ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଡା. ସୁନୀତା ଧବଲେଙ୍କ ମାର୍ଗଦର୍ଶନରେ ଡିଆଇଏଟିର ୬ ଜଣ ସଦସୀୟ ଛାତ୍ର ଦଳ ‘ଏଜ ଅଫ ଅଲ୍ଟ୍ରାନ’…

Read More