କୋଟ୍ଟୟମ୍ : କେରଳର ବହୁ ସ୍ଥାନରେ ରବିବାର ଦିନ ପ୍ରବଳ ବର୍ଷା ହୋଇଛି । ପୁନଶ୍ଚ ରାଜ୍ୟର 6ଟି ଜିଲ୍ଲାର ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରିଛି ଆଇଏମ୍ଡି । କସାରଗୋଡ, କନ୍ନୁର୍, ଓ୍ବାୟନାଡ, କୋଝିକୋଡ, ମଲ୍ଲପୁରମ୍ ଓ ଅଲପୁଝା ଜିଲ୍ଲା ପାଇଁ ରେଡ୍ ଓ୍ବାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ପ୍ରବଳ ବର୍ଷା, ଭୂସ୍ଖଳନ ଓ ବିଭିନ୍ନ ବନ୍ଧ ଖୋଲି ଯିବାରୁ କେରଳ ମଧ୍ୟ ଭାଗରେ ନଦୀରେ ଜଳସ୍ତରରେ ବୃଦ୍ଧି ହୋଇଛି । ପ୍ରବଳ ବର୍ଷା ଯୋଗୁଁ କେରଳରେ ବନ୍ୟା ପରିସ୍ଥିତି ସୃଷ୍ଟଇ ହୋଇଛି । କୋଟ୍ଟୟମ୍ ଜିଲ୍ଲାର ମନାରକାଡ ଅଞ୍ଚଳରେ ବନ୍ୟା ଜଳ ଯୋଗୁଁ ଜଣେ ଟ୍ୟାକ୍ସି ଚାଳକ ଭାସି ଯାଇଛନ୍ତି । ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ କସାରଗୋଡ, କନ୍ନୁର୍, କାଝିକୋଡ ଓ ଅଲପୁଝା ଜିଲ୍ଲାରେ ଶନିବାର ଦିନ ବନ୍ୟା ଜଳରେ ଚାରି ଜଣ ଭାସି ଯାଇଥିବାର ସୂଚନା…
Author: Samikhsya Bureau
ସୀତାରାମ ଅଗ୍ରଓ୍ବାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର କୟଥାପଲ୍ଲା ଛକ ନିକଟରେ ଗୋରୁ ପଲ ଉପରେ ଚଢିଗଲା ମାଲ ବାହୀ ଟ୍ରକ୍। ଘଟଣା ସ୍ଥଳରେ ୧୩ ଗୋରୁ ମୃତ ହୋଇଥିବାବେଳେ ୧୨ ରୁ ଅଧିକ ଗୋରୁ ଆହତ ହୋଇଥିବାର ସୂଚନା ରହିଛି। ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛି। ଗୋରୁ ମାନଙ୍କର ମୃତ ଶରୀର ଦୁର୍ଘଟଣା ସ୍ଥଳରେ ପଡି ରହିଥିବା ବେଳେ କେତେକ ଗୋରୁ କ୍ଷତାକ୍ତ ହୋଇ ସେଠାରେ ଯନ୍ତ୍ରଣାରେ ଛଟ ପଟ ହେଉଛନ୍ତି। ଆଉ କେତେକ ଗୋରୁ ଭୟରେ କୁଆଡେ ପଳାଇ ଯାଇଛନ୍ତି। ଗୋରୁ ଗୁଡିକ ସ୍ଥାନୀୟ ଅଂଚଳ ଲୋକଙ୍କର ବୋଲି ଜଣା ପଡିଛି। ଦୁର୍ଘଟଣା ଖବର ପାଇ ପ୍ରାଣୀ ଚିକିତ୍ସା ସହାୟକ ସନ୍ତୋଷ କୁମାର ସାହୁଙ୍କ ନେତୃତ୍ୱରେ ଭ୍ରାମ୍ୟମାଣ ଚିକିତ୍ସା ଦଳ ଘଟଣା ସ୍ଥଳରେ ପହଂଚି ଆହତ ଗୋରୁ ମାନଙ୍କର ଚିକିତ୍ସା କରିଛନ୍ତି। ଗୋରୁ ଗୁଡିକ ରାସ୍ତା…
ନୂଆଦିଲ୍ଲୀ: କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 62 ହଜାର 064ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 1000 ଅତିକ୍ରମ କରିଛି । ଗତ ସପ୍ତାହେ ଧରି ମୃତ୍ୟୁ ସଂଖ୍ୟା 1000 ଭିତରେ ରହିଥିବାବେଳେ ଆଜି ମୃତ୍ୟୁସଂଖ୍ୟା 1007କୁ ବୃଦ୍ଧି ହୋଇଛି । ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 21 ଲକ୍ଷ 15 ହଜାର 075ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 44ହଜାର 386କୁ ବୃଦ୍ଧି ହୋଇଛି । ଏବେ ସୁଦ୍ଧା ଦେଶରେ ସୁସ୍ଥଙ୍କ ସଂଖ୍ୟା 15 ଲକ୍ଷ 35 ହଜାର 744ରେ ପହଞ୍ଚିଥିବାବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 6 ଲକ୍ଷ 34 ହଜାର 945 ରହିଛି ।
ଭୁବନେଶ୍ବର, ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ବର୍ତ୍ତମାନ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ସାରା ଓଡିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ସାତୋଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି। ଏହି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣି ଜାରି କରାଯାଇଛି। ସେହି ସାତୋଟି ଜିଲ୍ଲା ହେଲା ମାଲକାନାଗିରି, କୋରାପୁଟ, ନବରଂଗପୁର, କଳାହାଣ୍ଡି, ଗଜପତି, ରାୟଗଡା ଓ ବଲାଙ୍ଗୀର। ଏହି ବର୍ଷା 12 ତାରିଖ ପର୍ଯ୍ୟନ୍ତ ଲାଗିରହିବ ବୋଲି ପାଣିପାଗ ବିଭାଗ କହିଛି।
କେଦାର ମିଶ୍ର ଆଜିକାଲି ଅନେକ ମଜାଦାର ଖବର କରୋନାକୁ ନେଇ ଆସୁଛି। ଏତେବଡ ମହମାରିକୁ ଆମେ ମଜାଦାର ଖବର କହୁଛୁ ବୋଲି କେହି କେହି ଆମ ଉପରେ ରାଗି ପାରନ୍ତି। ତେବେ ଅସଲରେ କଥାଟି ମଜାଦାର। ଏବେ ଟିଭିରେ ଖବର ଆସୁଛି, କରୋନା ସଂକ୍ରମଣ ରୋକିବାକୁ ଅମୁକ ଜିଲ୍ଲାକୁ ସରକାର ଶଟ ଡାଉନ କି ଲକ ଡାଉନ ଘୋଷଣା କରିଛନ୍ତି। ମାର୍ଚ୍ଚ ମାସ ୧୫ ତାରିଖରୁ ଏହି ସମାନ କଥା ଆମେ ଶୁଣି ଆସୁଛୁ। ଶଟ ଡାଉନ ହେଉଛି, ସମାନ୍ତରାଳରେ କରୋନା ସଂକ୍ରମଣ ବି ବଢୁଛି।ମାସେ ତଳେ ଠିକ ଜୁଲାଇ ୧୦ ତାରିଖ ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧,୯୫୬ ଥିଲା। ମାସେ ପରେ ଓଡିଶାରେ ଏହି ସଂଖ୍ୟା ୪୫, ୯୨୭ ରେ ପହଞ୍ଚିଛି। ମାସେ ଭିତରେ ୩୩,୯୭୧ ଆକ୍ରାନ୍ତ ରାଜ୍ୟରେ ବଢିଛନ୍ତି। କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ଏହାରି ଭିତରେ ଢେର ବଢିଛି। ଏହି ସଙ୍ଖ୍ଯାରୁ ଆମେ…
ବିଜନ କୁମାର ମହାପାତ୍ର ୧୯୪୫ ଅଗଷ୍ଟରେ ସାମ୍ରାଜ୍ୟବାଦୀ ଜାପାନର ହିରୋସୀମା ଓ ନାଗାସାକି ସହର ଉପରେ ତିନିଦିନ ବ୍ୟବଧାନରେ ପରମାଣୁ ବୋମା ପକାଇଥିଲା ଆମେରିକା। ଏହି ଦୁଇ ପରମାଣୁ ବୋମା ଯାହାର ନାମ ଥିଲା ‘ଲିଟିଲ ବୟ’ ଓ ‘ଫ୍ୟାଟ ମ୍ୟାନ୍’ ହିରୋସୀମା ଓ ନାଗାସାକିରେ ରଚିଥିଲେ ମୃତ୍ୟୁର ତାଣ୍ଡବ ଲୀଳା। ଅଗଷ୍ଟ ୬, ୧୯୪୫ରେ ହିରୋସୀମାରେ ପଡିଥିବା ବିଶ୍ୱର ପ୍ରଥମ ପରମାଣୁ ବୋମାରେ ପ୍ରାଣ ହରାଇଥିଲେ ୧ ଲକ୍ଷ ୩୦ ହଜାରରୁ ଅଧିକ ଲୋକ। ତିନି ଦିନ ପରେ ଅଗଷ୍ଟ ୯ ତାରିଖରେ ନାଗାସାକି ସହରରେ ଆମେରିକା ନିକ୍ଷେପ କରିଥିବା ଦ୍ୱିତୀୟ ପରମାଣୁ ବୋମାରେ ୭୦ ହଜାର ଲୋକଙ୍କ ଜୀବନ ଯାଇଥିଲା। ପରମାଣୁ ବୋମାର ଭୀଷଣ ଭୟାବହତା ଓ ଅନ୍ୟ ପ୍ରତିକୂଳ କାରଣ ଯୋଗୁଁ ଯୁଦ୍ଧ ବିରତି ଓ ଆତ୍ମ ସମର୍ପଣ ପାଇଁ ଘୋଷଣା କରିଥିଲା ଜାପାନ। ୧୯୪୫ ମେ ମାସରେ ନାଜି ଜର୍ମାନୀକୁ ସୋଭିଏତ ସଂଘ ଓ ମିତ୍ର…
ମୟୂରଭଞ୍ଜର କଳା କାରିଗରୀ ପାଇଁ ବିଶ୍ୱ ପ୍ରସିଦ୍ଧ କେସେନା ଗ୍ରାମ (ଖିଚିଂ ନିକଟସ୍ଥ) ର କାରିଗରଙ୍କ ଦ୍ଵାରା ମହାପ୍ରଭୁ ବିଷ୍ଣୁଙ୍କର ଏହି ସୁନ୍ଦର ମୂର୍ତ୍ତିଟି ପ୍ରସ୍ତୁତ କରାଯାଇ ଅଛି । କେସନା ଗ୍ରାମ ରେ ବସବାସ କରୁଥିବା ଅନେକ କାରିଗର କଳା ମୁଗୁନି ପଥର ଦେହ ରେ ଏମିତି ଅନେକ ସୁନ୍ଦର ସୁନ୍ଦର ପ୍ରତିମୂର୍ତ୍ତି ନିର୍ମାଣ କରିଥାନ୍ତି ।
174 Dedicated Covid Hospitals, Dedicated Covid Health Centres & Covid Care Centres fire-audited in last 48 hours.
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଘରୋଇ କଲହରୁ ଉନ୍ମତ କାଣ୍ଡ। ଦୁଇଭାଇଙ୍କ ମଧ୍ୟରେ କଳହ। ସାନ ଭାଇର ଆତ୍ମହତ୍ୟା ପରେ ବଡ ଭାଇର ଆତ୍ମହତ୍ୟା ଉଦ୍ୟମ। ଏଭଳି ଘଟଣା ଦେଖିବାଜୁ ମିଳିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅଧିନସ୍ଥ ରାଜମୋଟେର ଗ୍ରାମରେ। ସୂଚନା ଅନୁଯାୟୀ ଦୁହି ଭାଇଙ୍କ ମଧ୍ୟରେ କୌଣସି କାରଣ ବଶତଃ ଦୀର୍ଘ ଦିନରୁ ଝଗଡା ଲାଗିରହିଥିଲା। ଯାହାର ପରିଣତି ଆଜି ସକାଳେ ସାନ ଭାଇ ଲିଙ୍ଗ ଗହୀର (୨୦)ନିଜ ଜମି ହୁଡା ଗଛରେ ରଶିଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ଏହାପରେ ବଡ ଭାଇ ରବିନ ଗହୀର (୨୨)ସାନ ଭାଇର ମୃତ୍ୟୁ ହୋଇଥିବା ଘଟଣାକୁ ସହ୍ୟ କରି ନ ପାରି ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ଧର୍ମଗଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।
ନୂଆଦିଲ୍ଲୀ, ଇ-ସଞ୍ଜିବନୀ ଓ ଇ-ସଞ୍ଜିବନୀ ଓପିଡି ଜରିଆରେ ଦେଶରେ 1.5 ଲକ୍ଷ ଟେଲି ପରାମର୍ଶ ହୋଇପାରିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରୁ ଜଣାପଡିଛି । ଏହି ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ଚୌବେ ମଧ୍ୟ ଯୋଗଦେଇଥିଲେ। ତାମିଲନାଡ଼ୁର ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ସି. ବିଜୟ ଭାସ୍କର ମଧ୍ୟ ଏଥିରେ ଭର୍ଚୁଆଲ ଭାବେ ଯୋଗଦେଇଥିଲେ। ଗତ ନଭେମ୍ବର ମାସଠାରୁ ଇ-ସଞ୍ଜିବନୀ ଏବଂ ଇ-ସଞ୍ଜିବନୀ ଓପିଡି ଦ୍ଵାରା ଟେଲି ପରାମର୍ଶ ଆରମ୍ଭ ହେବା ଦିନଠାରୁ ଏହାକୁ 23ଟି ରାଜ୍ୟ ତ୍ଵରାନ୍ଵିତ କରିଛନ୍ତି। ଏଥିରେ ଦେଶର ଶତକଡା 75 ଭାଗ ଜନସଂଖ୍ୟା ସାମିଲ ହୋଇଥିବାବେଳେ ଅନ୍ୟ ରାଜ୍ୟଗୁଡିକ ଏଥିରେ କ୍ରମଶଃ ଯୋଗଦେଉଛନ୍ତି । ଏକ ଉଲ୍ଲେଖନୀୟ ସଫଳତା ପୂର୍ବକ ଜାତୀୟ ଟେଲି ମେଡ଼ିସିନ ସେବା ଦ୍ଵାରା 1.5 ଲକ୍ଷରୁ ଅଧିକ ଟେଲି ପରାମର୍ଶ ପ୍ରଦାନ କରାଯାଇଛି। ଫଳରେ ଘରେ ବସି ରୋଗୀମାନେ…
ନୂଆଦିଲ୍ଲୀ, ନିକଟରେ ରେଳୱେ ଚାକିରୀ ପାଇଁ ବାହାରିଥିବା ବିଜ୍ଞାପନ ଦେଖି ଆବେଦନ କରୁଛନ୍ତି। ହେଲେ ସାବଧାନ। କାରଣ ଏହି ସଂସ୍ଥା ଦ୍ବାରା ରେଳ ବିଭାଗ କୌଣସି ପଦପଦବୀରେ ନିଯୁକ୍ତି ପାଇଁ କ୍ଷମତା ଦେଇ ନାହିଁ। ଏପରି ସ୍ପଷ୍ଟିକରଣ ଦେଇଛି ରେଳ ବିଭାଗ। ଏହି ସଂସ୍ଥାର ବିଜ୍ଞାପନ ଲୋଭରେ ନ ପଡି କେହି ଆବେଦନ କରନ୍ତୁ ନାହିଁ କିମ୍ବା ଆବେନନ ଫି ଦାଖଲ କରନ୍ତୁ ନାହିଁ। ତାଗିଦ କରିଛି ରେଳ ବିଭାଗ। ରେଳ ବିଭାଗ ତରଫରୁ ବାହାରିଥିବା ଏକ ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ, ଗତ 8 ତାରିଖରେ ଦେଶର ପ୍ରମୁଖ ସଂବାଦପତ୍ରରେ ଏକ ନିଯୁକ୍ତି ବିଜ୍ଞାପନ ବାହାରିଛି। ଏହି ବିଜ୍ଞାପନ Avestran Infotech ସଂସ୍ଥା ବାହାର କରିଛି। ଏଥିରେ ଦର୍ଶାଯାଇଛି ଯେ, ରେଳ ବିଭାଗରେ 5285ଟି ଆଉଟସୋର୍ସିଂ ପଦବୀରେ ନିଯୁକ୍ତି ଦିଆଯିବ। ସେଥିପାଇଁ ଯୋଗ୍ୟ ପ୍ରାର୍ଥିମାନେ 750 ଟଙ୍କା ଫି ଦେଇ ଆବେଦନ କରିବେ। ତେବେ ଏହି ବିଜ୍ଞାପନ ସଂପୂର୍ଣ୍ଣ ବେଆଇନି ବୋଲି…
ପିଣ୍ଟୁ ବିଷୋୟୀ ବେଗୁନିଆପଡା: ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ବେଗୁନିଆପଡା ଠାରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ଉଦଘାଟନ କରିଥିବା ବେଳେ ବେଗୁନିଆପଡା ବିଡିଓ ବେଦବର ପ୍ରଧାନ, ଆସିକା ସେଗମେଣ୍ଟର ଓଡିଶା ମୋ ପରିବାର ସଂଯୋଜକ ନିର୍ମଳ ଚନ୍ଦ୍ର ସାହୁ, ବ୍ଲକ୍ ବିଜେଡି ସଭାପତି ବିଜୟ କୁମାର ଦୋରା, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତ୍ରିନାଥ ଭୂୟାଁ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ରକ୍ତ ସଂଗ୍ରହ ଭ୍ୟାନରେ ବ୍ରହ୍ମପୁର ଏମ୍ କେ ସି ଜି ରକ୍ତ ଭଣ୍ଡାରର କର୍ମଚାରୀ ସାମାଜିକ ଦୂରତ୍ୱ ରକ୍ଷା କରି ରକ୍ତ ସଂଗ୍ରହ କରିଥିଲେ। ଏହି ଶିବିରରେ ମୋଟ ୩୦ ଜଣ ରକ୍ତଦାନ କରିଥିଲେ।
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ମାଓବାଦୀ ନାଁରେ ଅର୍ଥ ଆଦାୟ କରୁଥିବା ଅଭିଯୋଗରେ ତିନି ନକଳି ମାଓବାଦୀ କୁ ଗିରଫ କରିଛି ଜୟପାଟଣା ପୋଲିସ। ପୋଲିସର ସୂଚନା ଅନୁଯାୟୀ ଜୟପାଟଣା ଥାନା ଅନ୍ତର୍ଗତ ପୁଝାରିଗୁଡା ଗ୍ରାମର ଯୁବ ବ୍ୟବସାୟୀ ତୁଳସିରାମ ନାଏକ ଙ୍କୁ ଗତ କେତେ ଦିନ ତଳେ ଫୋନରେ ମାଓବାଦୀଙ୍କ ନାମ କହି ୧୦ ଲକ୍ଷ ଟଙ୍କା ଦେବାକୁ ଧମକ ଆସିଥିଲା। ଏ ନେଇ ତୁଳସିରାମ ଜୟପାଟଣା ପୋଲିସ ର ଦ୍ୱାରସ୍ତ ହୋଇଥିଲେ। ଅଭିଯୋଗ କୁ ଭିତ୍ତି କରି ଜୟପାଟଣା ଥାନା ଅଧିକାରିଣୀ ରଶ୍ମିତା ପ୍ରଧାନଙ୍କ ନେତୃତ୍ୱରେ ଅପରାଧୀଙ୍କୁ ଧରିବା ପାଇଁ ଏକ ଯୋଜନା କରାଯାଇଥିଲା। ଯୋଜନା ମୁତାବକ ତୁଳସିରାମ ତାଙ୍କ ସହ ଯୋଗାଯୋଗ କରିଥିବାରୁ ଗତକାଲି ତାଙ୍କୁ ୭୦ ହଜାର ଟଙ୍କା ପୁଝାରିଗୁଡାରୁ ଦୁଇ କିମି ଦୂର ଏକ ନିଛାଟିଆ ଜାଗାରେ ଦେବା କୁହାଯାଇଥିଲା। ଟଙ୍କା ଦେବା ସମୟରେ ପୂର୍ବରୁ ଛପି ରହିଥିବା ଆଇଆଇସି ରଶ୍ମିତା ପ୍ରଧାନଙ୍କ ସହ…
ଭୁବନେଶ୍ୱର: ଓଡିଶାର ବରଗଡ ଜିଲ୍ଲାର ଗନ୍ଧମାର୍ଦ୍ଧନ ରିଜର୍ଭ ଜଙ୍ଗଲରେ ଅଲଟ୍ରା ଏବଂ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ପରେ ଅତି କମରେ ୪ଟି ମାଓବାଦୀ ଶିବିର ଧ୍ଵଂସ କରାଯାଇଛି ଏବଂ ଜୀବନ୍ତ ଗୁଳି ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିଲା। ଶନିବାର ଦିନ ପ୍ରାୟ ୭.୩୦ ସମୟରେ ନିଆଁ ବିନିମୟ ପରେ ପ୍ରାୟ ୧୦ରୁ ୧୫ ଜଣ ମାଓବାଦୀ ଖସି ପଳାଇବାରେ ସଫଳ ହୋଇଥିଲେ ବୋଲି ଓଡିଶା ପୋଲିସ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି। ଗନ୍ଧମାର୍ଦ୍ଧନ ରିଜର୍ଭ ଜଙ୍ଗଲ ଅଞ୍ଚଳରେ ହିଂସା ବିରୋଧୀ କାର୍ଯ୍ୟକଳାପ ଯୋଜନା କରୁଥିବା ମାଓବାଦୀଙ୍କ ଶିବିର ସମ୍ବନ୍ଧରେ ନିର୍ଭରଯୋଗ୍ୟ ଗୁପ୍ତଚର ସୂଚନା ଉପରେ, ବରଗଡ-ବଲାଙ୍ଗୀରିର ସ୍ପେଶାଲ ଅପରେସନ୍ ଗ୍ରୁପ୍ (ଏସଓଜି) ଟିମ୍ ସିଆରପିଏଫ ପ୍ଲାଟୁନ୍ ସହିତ ମିଳିତ ଭାବରେ ନକ୍ସଲ ବିରୋଧୀ କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରାୟ ୩୦ ମିନିଟ୍ ପର୍ଯ୍ୟନ୍ତ ଗୁଳି ବିନିମୟ ହୋଇଥିଲା। ନକ୍ସଲ ଗୋଷ୍ଠୀ ଘଞ୍ଚ ଜଙ୍ଗଲ ଏବଂ ପ୍ରବଳ ବର୍ଷାର…
ନୂଆଦିଲ୍ଲୀ, ଦେଶର ୮.୫ କୋଟିରୁ ଉର୍ଦ୍ଧ୍ୱ ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ କିସାନ ଯୋଜନା ଅଧୀନରେ ଆର୍ଥିକ ସହାୟତାର ଷଷ୍ଠ କିସ୍ତି ଜାରି କରିଥିବାରୁ ଏବଂ କୃଷି ଭିତ୍ତିଭୂମି ପାଣ୍ଠି ଅଧୀନରେ ୧ ଲକ୍ଷ କୋଟିର ଆର୍ଥିକ ସୁବିଧା ଶୁଭାରମ୍ଭ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଟ୍ୱିଟ ଜରିଆରେ କହିଛନ୍ତି ଏହି ସହଯୋଗୀ ପଦକ୍ଷେପମାନ ଦେଶର କୃଷି ଶିଳ୍ପକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ, ଚାଷୀଭାଇମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବ ଏବଂ ନୂଆ ଓ ଆଗାମୀ ପିଢିର ଟେକ୍ନୋଲୋଜି, ଭିତ୍ତିଭୂମି ଓ ଆଧୁନିକ କୃଷି ପ୍ରଣାଳି ମାଧ୍ୟମରେ କୃଷିଭିତ୍ତିକ ଶିଳ୍ପକୁ ଆଗେଇ ନେବାରେ ସାହାଯ୍ୟ କରିବ। ମୋଦୀ ସରକାରରେ କୃଷି କ୍ଷେତ୍ରରେ ନିଆଯାଇଥିବା ଗଠନମୂଳକ ଏବଂ ନୀତି ସଂସ୍କାର ଗ୍ରାମୀଣ ଅର୍ଥନୀତିକୁ ନୂଆ ରୂପ ଦେବ…
ଭୁବନେଶ୍ବର: ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ ଆଜି ରାଜ୍ୟର ୧୫୪୩ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ରାଜ୍ୟରେ କାରୋନାରୁ ଆରୋଗ୍ଯ ଲାଭ କରିଥିବା ଲୋକଙ୍କ ସଂଖ୍ୟା ଆଜି ୩୧,୭୮୪ରେ ପହଞ୍ଚିଛି। ଆଜି ଗଞ୍ଜାମରୁ ସର୍ବାଧିକ ୪୦୨ ଜଣ ଆକ୍ରାନ୍ତ ଆରୋଗ୍ଯ ଲାଭ କରିଛନ୍ତି। ଅନ୍ୟ ଜିଲ୍ଲା ଗୁଡିକ ମଧ୍ୟରେ ଖୁର୍ଦ୍ଧାରୁ ୨୧୦, କଟକରୁ ୧୩୧, କୋରାପୁଟରୁ ୧୨୮, ଗଜପତିରୁ ୧୧୧, ବାଲେଶ୍ବରରୁ ୮୩, ଯାଜପୁରରୁ ୫୮, ସମ୍ବଲପୁରରୁ ୪୯, ମାଲକାନଗିରିରୁ ୪୭, କନ୍ଧମାଳରୁ ୪୬, ରାୟଗଡାରୁ ୩୫, ନୟାଗଡରୁ ୩୩, ଭଦ୍ରକରୁ ୩୧, , ଜଗତସିଂପୁରରୁ ୨୭, କଳାହାଣ୍ଡିରୁ ୨୫, କେନ୍ଦୁଝରରୁ ୨୩, ଢେଙ୍କାନାଳରୁ ୨୧, ନବରଙ୍ଗପୁରରୁ ୧୫, ମୟୂରଭଞ୍ଜରୁ ୧୫, ପୁରୀରୁ ୧୪, ବଲାଙ୍ଗୀରିରୁ ୧୦, କେନ୍ଦ୍ରାପଡାରୁ ୧୦, ସୋନପୁରରୁ ୭, ଝାରସୁଗୁଡାରୁ ୫, ସୁନ୍ଦରଗଡରୁ ୪, ବରଗଡରୁ ୨, ଅନୁଗୁଳରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ନୂଆଦିଲ୍ଲୀ, ଗୋଟିଏ ଦିନରେ ୭ ଲକ୍ଷରୁ ଅଧିକ ପରୀକ୍ଷା କରି ଭାରତ ଏକ ସଫଳତାର ଶୀର୍ଷରେ ପହଞ୍ଚିଛି। ଗତ କିଛି ଦିନ ଧରି ୬ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରୁଥିବା ଭାରତ ଗତ ୨୪ ଘଣ୍ଟା ମଧ୍ୟରେ ୭ ଲକ୍ଷ୧୯ ହଜାର ୩୬୪ ନମୁନା ପରୀକ୍ଷା କରିଛି । ଏହିଭଳି ଦୈନିକ ଅଧିକ ପରୀକ୍ଷା ଯୋଗୁଁ ପଜିଟିଭ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ତେବେ ରାଜ୍ୟଗୁଡିକୁ ବିସ୍ତୃତ ଚିହ୍ନଟ, ଶୀଘ୍ର ଏକାନ୍ତବାସ ଓ ଉତ୍ତମ ଚିକିତ୍ସା ପ୍ରଦାନ କରି ପରୀକ୍ଷା, ଚିହ୍ନଟ ଓ ଚିକିତ୍ସାର କେନ୍ଦ୍ରୀୟ ରଣନୀତିକୁ ଅନୁସରଣ କରିବାକୁ କୁହାଯାଇଛି । ଯେଉଁ ରାଜ୍ୟଗୁଡିକରେ ମୃତ୍ୟୁହାର ଅଧିକ ବୃଦ୍ଧି ପାଉଛି, ସେମାନଙ୍କ ସହିତ ପୂର୍ବରୁ ବୈଠକ କରାଯାଇ ଏହା ସୁଧାରିବାକୁ ପରାମର୍ଶ ଦିଆଯାଇଛି। ଏହିପରି ରଣନୀତି ଯୋଗୁଁ ସଫଳତା ହାସଲ ହେବା ସହ ସୁସ୍ଥତା ହାର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ଗୋଟିଏ ଦିନରେ ସର୍ବାଧିକ…
ନୂଆଦିଲ୍ଲୀ : କୋରନା ମହାମାରୀ ସମୟରେ ଦେଶର କୋଟି କୋଟି ଚାଷୀମାନଙ୍କୁ ସହାୟତା ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି କୃଷି ଭିତିଭୂମି ପାଣ୍ଠି ଅଧୀନରେ ୧ ଲକ୍ଷ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ କୃଷକ, ପି.ଏ.ସି.ଏସ,ଏଫ.ପି.ଓ, କୃଷି ଉଦ୍ୟୋଗୀ ମାନେ ସେମାନଙ୍କର କୃଷି ଭିତିଭୂମି ନିର୍ମାଣ କରିପାରିବେ। ଏହି ନୂଆ ଯୋଜନା ଅନୁଯାୟୀ କୃଷକ ଗୋଷ୍ଠୀ ଏବଂ କୃଷି ସମିତି ଶସ୍ୟ ରଖିବା ପାଇଁ ନୂତନ ଗୋଦାମ, ଶୀତଳ ଭଣ୍ଡାର, ଖାଦ୍ୟ ପ୍ରକ୍ରିୟାକରଣ ସମ୍ବନ୍ଧୀୟ ଶିଳ୍ପ ନିର୍ମାଣ କରିବା ପାଇଁ ଋଣ ନେଇପାରିବେ। ଏହା ଦ୍ୱାରା କୃଷକ ଏବଂ କୃଷି କ୍ଷେତ୍ରକୁ ଆର୍ଥିକ ସ୍ତରରେ ସହାୟତା ମିଳିବା ସହ ଦେଶର ସମସ୍ତ କୃଷକ ଭାଇ ମାନେ ଏହାର ଲାଭ ଉଠାଇ ପାରିବେ। କୃଷି ଭିତିଭୂମି ପାଣ୍ଠି ହେଉଛି ଏକ ମଧ୍ୟମ – ଦୀର୍ଘ ମିଆଦି ଆର୍ଥିକ ଋଣ ସୁବିଧା। ଏହାର ଅବଧୀ…
ରମେଶ ମହାନ୍ତି ଜଗତସିଂହପୁର: ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ଜଗତସିଂହପୁର ଜିଲ୍ଲାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ବିଶ୍ୱନାଥ ଦାସଙ୍କୁ ଭାରତର ମହାମହିମ ରାଷ୍ଟ୍ରପତିଙ୍କ ତରଫରୁ ଜିଲ୍ଲା ପ୍ରଶାସନ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସ୍ୱାଧୀନତା ସଂଗ୍ରାମୀ ବିଶ୍ୱନାଥ ଦାସଙ୍କ ବାଲିକୁଦା ସ୍ଥିତ ଭଗବାନ ସିଣ୍ଢୋଳ ବାସଭବନକୁ ଯାଇ ରାଷ୍ଟ୍ରପତିଙ୍କ ପ୍ରଦତ୍ତ ଅଙ୍ଗବସ୍ତ୍ର ସାଲ୍ ଓ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଏକ ସାଲ୍ ଓ ଫଳକ ପ୍ରଦାନ କରାଯାଇଥିଲା।ଏହି ଅବସରରେ ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲି ଉପସ୍ଥିତ ରହି ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ଦାସଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଶ୍ରୀ ଦାସ ୧୭ଜୁନ୍ ୧୯୧୮ମସିହାରେ ଜନ୍ମଗ୍ରହଣ କରିଥିଲେ। ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ଆହ୍ଵାନରେ ଇଂରେଜ ଶାସନ ବିରୁଦ୍ଧରେ ଯେଉଁ ଗଣ ଆନ୍ଦୋଳନ ଆରମ୍ଭ ହୋଇଥିଲା ସେଥିରେ…
ଚଣ୍ଡିଗଡ: ହରିୟାଣାର ହିସାର ସହରର ଏକ ହୋଟେଲରେ ବିଦେଶୀ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ କି, ଜଣେ ଥାଇଲ୍ୟାଣ୍ଡର ୪୦ ବର୍ଷ ବୟସ୍କା ମହିଳା ମାର୍ଚ୍ଚ ୩ ରେ ଦିଲ୍ଲୀ ଆସିଥିଲେ ଏବଂ ପରବର୍ତ୍ତୀ ସମୟରେ ସାଙ୍ଗମାନଙ୍କ ସହିତ ଏଠାରୁ ପ୍ରାୟ ୩୦୦ କିଲୋମିଟର ଦୂରରେ ଥିବା ହିସାର ସହରକୁ ଯାଇଥିଲେ। ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ହୋଟେଲ ମାଲିକ ତାଙ୍କ କୋଠରୀରେ ପ୍ରବେଶ କରି ତାଙ୍କୁ ଦୁଷ୍କର୍ମ କରିଥିଲେ। ଏବଂ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ତାଙ୍କୁ ଯୌନ ନିର୍ଯାତନା ଦେବାକୁ ଚେଷ୍ଟା କରିଥିଲେ। ହରିୟଣା ପୋଲିସ ଏକ ମାମଲା ରୁଜୁ କରି ହୋଟେଲ ମାଲିକ ଗୁଲଶାନଙ୍କୁ ଗିରଫ କରିବା ସହ ଏହି ଘଟଣାର ତଦନ୍ତ ଜାରି ରଖିଛି। (ଏଜେନ୍ସି)
ନୂଆଦିଲ୍ଲୀ : ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଅଧିକାଂଶ ସମୟରେ ମୋଦି ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ଏବେ ଯୁବବର୍ଗଙ୍କ ବେରୋଜଗାର ସମସ୍ୟାକୁ ନେଇ ବିଜେପିକୁ ବର୍ଷିଛନ୍ତି ରାହୁଲ୍ । ଅଗଷ୍ଟ 9ରେ ଯୁବ କଂଗ୍ରେସ ସ୍ଥାପନା ଦିବସ ପାଳନ ଅବସରରେ ବିଜେପିକୁ ଘେରିଛନ୍ତି ରାହୁଲ୍ । ବେରୋଜଗାର ସମସ୍ୟାକୁ ନେଇ ମୋଦି ସରକାରଙ୍କୁ ଘେରିଛନ୍ତି ରାହୁଲ୍ । ରାହୁଲ୍ କହିଛନ୍ତି ଯେ, ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ଦାୟିତ୍ବ ନେବାବେଳେ 2 କୋଟି ନିଯୁକ୍ତି ନେଇ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ମୋଦି ସରକାରଙ୍କ ଭୁଲ୍ ନୀତି ଏବେ 14 କୋଟି ଲୋକଙ୍କୁ ବେରୋଜଗାର କରି ସାରିଲେଣି । ମୋଦି ସରକାରଙ୍କ ବିମୁଦ୍ରୀକରଣ, ଜିଏସ୍ଟି ଓ ଲକ୍ଡାଉନ୍ ନିଷ୍ପତ୍ତି ଯୋଗୁଁ ଦେଶର ଏପରି ଅବସ୍ଥା ହୋଇଛି । ଏହି ତିନୋଟି ଭୁଲ୍ ଅର୍ଥନୀତିକୁ ଷ୍ଟ୍ରକ୍ଚରକୁ ପୂରାପୂରି ନଷ୍ଟ କରିଛି । ଏହି ବେରୋଜଗାରୀ ପ୍ରସଙ୍ଗକୁ ନେଇ ଯୁବ କଂଗ୍ରେସ…

